Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୧୧୩ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୭ ଜଣ ଚିହ୍ନଟ ହୋଇଥିବାବେଳେ ୪୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୭୮୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୧ ହଜାର ୫୩୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୨୮୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୪ କୁ ବୃଦ୍ଧି ହୋଇଛି।

ଆଜି ରାଜ୍ୟର ୧୯ ଟି ଜିଲ୍ଲାରୁ ମୋଟ୍‌ ୧୧୩ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସମବଲପୁର ଜିଲ୍ଲାରୁ ୧୮ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୭, ଅନୁଗୁଳ ଜିଲ୍ଲାରୁ ୧୦, ବାଲେଶ୍ଵର ଜିଲ୍ଲାରୁ ୪ ଜଣ, ବରଗଡ଼ ଜିଲ୍ଲାରୁ ୮ ଜଣ, ଭଦ୍ରକ ଜିଲ୍ଲାରୁ ୩, ବଲାଙ୍ଗୀରିରୁ ୬, କଟକ ଜିଲ୍ଲାରୁ ୯ ଜଣ, ଗଜପତି ଜିଲ୍ଲାରୁ ୩, ଗଞ୍ଜାମ ଜିଲ୍ଲାରୁ ୧, ଯାଜପୁର ଜିଲ୍ଲାରୁ ୩, ଝାରସୁଗୁଡା ଜିଲ୍ଲାରୁ ୩, କଳାହାଣ୍ଡି ଜିଲ୍ଲାରୁ ୨, କେନ୍ଦ୍ରପଡା ଜିଲ୍ଲାରୁ ୧, ଖୋର୍ଦ୍ଧା ଜିଲ୍ଲାରୁ ୮ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୨, ନୂଆପଡ଼ା ଜିଲ୍ଲାରୁ ୧୧ ଜଣ, ପୁରୀ ଜିଲ୍ଲାରୁ ୧, ରାୟଗଡା ଜିଲ୍ଲାରୁ ୧, ଏବଂ ଷ୍ଟେଟ ପୁଲ୍‌ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୧୧ ହଜାର ୬୬୬ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ୬୬୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୨୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୭ ଲକ୍ଷ ୧ ହଜାର ୧୯୩ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୮୭୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩ ଲକ୍ଷ ୭୩ ହଜାର ୬୦୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୭୩ ହଜାର ୭୪୦  ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୧୨ ହଜାର ୬୮୯ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୨ ହଜାର ୬୮୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୩୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୬ ଲକ୍ଷ ୮୯ ହଜାର ୫୨୭ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୭୨୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩ ଲକ୍ଷ ୫୯ ହଜାର ୩୦୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୭୬ ହଜାର ୪୯୮  ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜଧାନୀ ଭୁବନେଶ୍ବରରୁ ୭ କରୋନା ଆକ୍ରାନ୍ତ ଚିହ୍ନଟ: ସୁସ୍ଥ ହେଲେ ୭ ଜଣ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୭ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୪୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୨୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଆଜି ୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୯ ଜଣ ଚିହ୍ନଟ ହୋଇଥିବାବେଳେ ୮୭ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୬୦୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୭ ହଜାର ୫୩୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୧୨୪ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୯୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୨୩ ଟି ଜିଲ୍ଲାରୁ ମୋଟ୍‌ ୨୦୬ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ଅନୁଗୁଳରୁ ୨୭, ବାଲେଶ୍ଵର ଜିଲ୍ଲାରୁ ୨ ଜଣ, ବରଗଡ଼ ଜିଲ୍ଲାରୁ ୧୬ ଜଣ, ଭଦ୍ରକ ଜିଲ୍ଲାରୁ ୨, ବଲାଙ୍ଗୀରିରୁ ଜିଲ୍ଲାରୁ ୨୬, ବୌଦ୍ଧ ଜିଲ୍ଲା ରୁ ୨ ଜଣ, କଟକରୁ ୬ ଜଣ, ଦେବଗଡ଼ରୁ ୧, ଗଜପତି ଇଲ୍ଲାରୁ ୫, ଗଞ୍ଜାମ ଜିଲ୍ଲାରୁ ୩, ଯାଜପୁରରୁ ୧୦, ଢେଙ୍କାନାଳ ଜିଲ୍ଲାରୁ ୧, ଝାରସୁଗୁଡା ଜିଲ୍ଲାରୁ ୯, କେନ୍ଦ୍ରାପଡା ଜିଲ୍ଲାରୁ ୪, କେନ୍ଦୁଝରରୁ ୭, ଖୋର୍ଦ୍ଧା ଜିଲ୍ଲାରୁ ୧୮ ଜଣ, ମୟୁରଭଞ୍ଜ ଜିଲ୍ଲାରୁ  ୮ ଜଣ, ନୂଆପଡ଼ା ଜିଲ୍ଲାରୁ ୬ ଜଣ, ପୁରୀ ଜିଲ୍ଲାରୁ ୪ ଜଣ, ରାୟଗଡା ଜିଲ୍ଲାରୁ ୧, ସମ୍ବଲପୁର ଜିଲ୍ଲାରୁ ୧୬, ସୁନ୍ଦରଗଡ ଜିଲ୍ଲାରୁ ୨୬, ସୋନପୁର ଜିଲ୍ଲାରୁ ୩ ଜଣ ଏବଂ ଷ୍ଟେଟ ପୁଲ୍‌ରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଆଜି ୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୪୧ ଜଣ ଚିହ୍ନଟ ହୋଇଥିବାବେଳେ ୧୦୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୩୯୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୭ ହଜାର ୨୯୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୧୬୩ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୯୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୨୩ ଟି ଜିଲ୍ଲାରୁ ମୋଟ୍‌ ୨୪୫ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ବଲାଙ୍ଗୀରି ଜିଲ୍ଲାରୁ ୪୦ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ ଜିଲ୍ଲାରୁ ୨୯, ଅନୁଗୁଳ ଜିଲ୍ଲାରୁ ୨୦ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୬ ଜଣ, ବରଗଡ଼ ଜିଲ୍ଲାରୁ ୧୩ ଜଣ, ଭଦ୍ରକ ଜିଲ୍ଲାରୁ ୩,   ବୌଦ୍ଧ ଜିଲ୍ଲା ରୁ ୨ ଜଣ, କଟକରୁ ୫ ଜଣ, ଦେବଗଡ଼ରୁ ୩, ଢେଙ୍କାନାଳ ଜିଲ୍ଲାରୁ ୧, ଯାଜପୁର ଜିଲ୍ଲାରୁ ୧୨, ଝାରସୁଗୁଡା ଜିଲ୍ଲାରୁ ୧୬, କେନ୍ଦ୍ରାପଡା ଜିଲ୍ଲାରୁ ୫, କେନ୍ଦୁଝରରୁ ୧୦, ଖୋର୍ଦ୍ଧା ଜିଲ୍ଲାରୁ ୨୫ ଜଣ, ମୟୁରଭଞ୍ଜ ଜିଲ୍ଲାରୁ  ୧୩ ଜଣ, ନୟାଗଡ ଜିଲ୍ଲାରୁ ୨, ନୂଆପଡ଼ା ଜିଲ୍ଲାରୁ ୭ ଜଣ, ପୁରୀ ଜିଲ୍ଲାରୁ ୬ ଜଣ, ରାୟଗଡା ଜିଲ୍ଲାରୁ ୧, ସମ୍ବଲପୁର ଜିଲ୍ଲାରୁ ୩, ସୋନପୁର ଜିଲ୍ଲାରୁ ୪ ଜଣ ଏବଂ ଷ୍ଟେଟ ପୁଲ୍‌ରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ: ବିଗତ ୨୪ ଘଣ୍ଟାରେ ୨୪ ହଜାର ୩୩୭ ଆକ୍ରାନ୍ତ ଚିହ୍ନଟ, ୩୩୩ ମୃତ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୨୪ ହଜାର ୩୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୩ ଜଣଙ୍କର ମୃତ୍ୟୁ ଘଟିଛି। ୨୪ ହଜାର ୩୩୭ ନୂତନ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୫ ହଜାର ୫୬୦ରେ ପହଞ୍ଚିଛି। ସେହିପରି ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୮୧୦ରେ ପହଞ୍ଚିଛି ।

ବିଗତ ୨୪ ଘଣ୍ଟା ମଧ୍ୟରେ ୨୫ ହଜାର ୭୦୯ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୯୬ ଲକ୍ଷ ୬ ହଜାର ୧୧୧ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟି ୩ ଲକ୍ଷ ୩ ହଜାର ୬୩୯ରେ ପହଞ୍ଚିଛି।

Categories
ଆଜିର ଖବର ଆଞ୍ଚଳିକ ଜାତୀୟ ଖବର

କରୋନା ଅପଡେଟ୍‌: ୨୪ ଘଣ୍ଟାରେ ୩୬ ହଜାର ୬୫୨ ନୂତନ ଆକ୍ରାନ୍ତ, ୫୧୨ ସୁସ୍ଥ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୬ ହଜାର ୬୫୨ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୨ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ କରୋନା ପଜିଟିଭ୍ ସଂଖ୍ୟା ୯୬ ଲକ୍ଷ ୮ ହଜାର ୨୧୧କୁ ବୃଦ୍ଧି ପାଇଛି। ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୯ ହଜାର ୭୦୦କୁ ଛୁଇଁଛି। ତେବେ ଦେଶରେ ସୁସ୍ଥ ହାର ବଢିଛି। ଆକ୍ଟିଭ୍‌ କେସ୍‌ କମୁଛି। ଦେଶରେ ଏବେ ସୁଦ୍ଧା ୯୦ ଲକ୍ଷ ୫୮ ହଜାର ୮୨୨ଜଣ ସୁସ୍ଥ ହୋଇଛନ୍ତି। ତେବେ ଦେଶରେ ଏବେ ସୁଦ୍ଧା ୪ ଲକ୍ଷ ୯ ହଜାର ୬୮୯ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଞ୍ଜାମ ଅପଡେଟ: ୧୯ ନୂତନ ଆକ୍ରାନ୍ତ ଚିହ୍ନଟ, ୨୩ ସୁସ୍ଥ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ଦୁଇଦିନ ମଧ୍ୟରେ ଦୁଇଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଖବର ଗଂଜାମବାସୀଙ୍କୁ ଆତଙ୍କିତ କରିଥିôବାବେଳେ ଆଜି କିନ୍ତୁ କାହାରି ମୃତ୍ୟୁ ହୋଇନଥିବାରୁ ଲୋକେ ଆଶ୍ୱସ୍ତି ଅଛନ୍ତି। ଗତକାଲି ୩୫୦୭ ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୧୯ ଜଣ ନୂତନ ଆକ୍ରାନ୍ତ ଚିିହ୍ନଟ ହୋଇଛନ୍ତି। ସମୁଦାୟ ୫୪୭୫୬୯ଟି ସ୍ୱାବ୍ ପରୀକ୍ଷା କରାଯାଇଥିବାବେଳେ ୯୮.୨ ପ୍ରତିଶତ ସୁସ୍ଥତା ହାର ରହିଛି। ଆଜି ମଧ୍ୟ ୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂକ୍ରମିତ ମଧ୍ୟରେ ୧୭ ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ ୨ ଜଣ କରୋନା ଯୋଦ୍ଧା ଅଛନ୍ତି। ଆଜି ମଧ୍ୟ ସର୍ବାଧିକ ବ୍ରହ୍ମପୁର ମହାନଗର ନିଗମରେ ୭ ଜଣ ସ୍ଥାନୀୟ ଏବଂ ଜଣେ କରୋନା ଯୋଦ୍ଧା ଚିହ୍ନଟ ହୋଇଛନ୍ତି।

ଆସିକା ବ୍ଳକ୍‌, ହିଂଜିଳିକାଟୁ, କୁକୁଡ଼ାଖଣ୍ଡି, ପାତ୍ରପୁର, ଅନ୍ୟାନ୍ୟ ସ୍ଥାନରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଗଂଜାମ ବ୍ଳକ୍‌ରୁ ୨, ରଙ୍ଗେଇଲୁଣ୍ଡାରୁ ୩ ଜଣ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଗଂଜାମରେ ୨୧୧୮୮ ଜଣ ସଂକ୍ରମିତ ହୋଇଥିବାବେଳେ ସେଥିରୁ ଆଜିର ୨୩ ସୁସ୍ଥକୁ ମିଶାଇ ୨୦୮୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୩୦ ଜଣ ଘରେ ଏବଂ ବିଭିନ୍ନ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିବାବେଳେ ୨୩୦ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜଧାନୀ ଭୁବନେଶ୍ବରରୁ ୮୭ ଜଣ ଆକ୍ରାନ୍ତ ଚିହ୍ନଟ: ସୁସ୍ଥ ହେଲେ ୨୩୭ ଜଣ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ୮୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୬୮ ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି।

ସେହିପରି ଆଜି ୨୩୭ ଜଣ ସୁସ୍ଥ ହୋଇଛନ୍ତି। ନୂତନ ୮୭ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯ ହଜାର ୭୨ ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ୨୭ ହଜାର ୩୧୭ ଜଣ ସୁସ୍ଥ ହୋଇଥିବାବେଳେ ୧୬୪ ଜଣଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ବର ମହାନଗରରେ ଏବେବି ୧ ହଜାର ୫୭୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଗତ ୨୪ ଘଣ୍ଟାରେ ୪୫ ହଜାର ୧୪୯ ଆକ୍ରାନ୍ତ ଚିହ୍ନଟ: ୪୮୦ ଜଣଙ୍କର କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ମଧ୍ୟରେ ୪୫ ହଜାର ୧୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୮୦ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୯ ହଜାର ୧୪ କୁ ବୃଦ୍ଧି ହୋଇଥିବାବେଳେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୭୯ ଲକ୍ଷ ୯ ହଜାର ୯୬୦କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ଏବେ ସୁଦ୍ଧା ମୋଟ ଆକ୍ଟିଭ୍‌ କେସ୍‌ ୬ ଲକ୍ଷ ୫୩ ହଜାର ୭୧୭ ରହିଥିବାବେଳେ ସୁସ୍ଥ ହୋଇଛନ୍ତି ୭୧ ଲକ୍ଷ ୩୭ ହଜାର ୨୨୮ଜଣ।

Categories
ଆଜିର ଖବର ରାଜ୍ୟ ଖବର

ବରଗଡରୁ ଆଉ 6 ପଜିଟିଭ୍‌ ଚିହ୍ନଟ

ବରଗଡ : ବରଗଡ ଜିଲ୍ଲାରେ ନୂଆ 6 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ଦେଇଛନ୍ତି ବରଗଡ ଜିଲ୍ଲାପାଳ। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଭେଡେନ ବ୍ଲକର ଚାରି ଜଣ ରହିଥିବାବେଳେ ଭଟଲି ବ୍ଲକର 2 ଜଣ ଆକ୍ରାନ୍ତ ଚିହ୍ନଟ ରହିଛନ୍ତି। ଛଅଜଣଙ୍କ ମଧ୍ୟରୁ 5 ଜଣ ବାହାର ରାଜ୍ୟ ଫେରନ୍ତା ରହିଥିବାବେଳେ ଗୋଟିଏ ଲୋକାଲ୍‌ କେସ୍‌ ରହିଛି। ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯାଇଥିବାର ସୂଚନା ରହିଛି।