Categories
ଆଜିର ଖବର ମନୋରଂଜନ

ଭାଲେନଟାଇନ୍ ଡେ’ ରେ ଆମ ଟିଭି ମ୍ୟୁଜିକର ଉପହାର ୨ଟି ମ୍ୟୁଜିକ ଭିଡିଓ

ଭୁବନେଶ୍ବର: ଭାଲେଣ୍ଟାଇନ୍ ଡେ’ରେ ଆମ ଟିଭି ମ୍ୟୁଜିକ ଦ୍ବାରା ରିଲିଜ ହେଲା ମ୍ୟୁଜିକ ଭିଡ଼ିଓ “ଛାଁ ଙ୍କୁ ଛାଁ ଓ ସାଥିରେ”। ଏହି ରିଲିଜ ସମୟରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ରୋଟାରିୟନ ପ୍ରସନ୍ନ ଚୌଧୁରୀ, ପ୍ରଣୟ ଜେଠୀ, ଏସ.କେ ରାଜୁ, ତେଜେଶ୍ଵର ରାଓ, ନିର୍ଦ୍ଦେଶକ ବାବୁ ବାବୁ ଓ ଅଭିନେତ୍ରୀ ମାମୁନ୍ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ।

ଏହାସହ ନିଜେ ନିଜର ବକ୍ତବ୍ୟ ରଖିବା ସହ ଆଗକୁ କେମିତି ଆମ ଟିଭି ମ୍ୟୁଜିକ ଦର୍ଶକ ମାନଙ୍କୁ ବିଭିନ୍ନ ପ୍ରକାର ମନୋରଞ୍ଜନ ଯୋଗାଇଦେବ ବୋଲି ନିର୍ଦ୍ଦେଶକ ବାବୁ ବାବୁ ଓ ପ୍ରଣୟ ଜେଠୀ କହିଥିଲେ। ତାହାସହ ‘ଛାଁ ଙ୍କୁ ଛାଁ ଓ ସାଥିରେ’ ଗୀତଟିରେ ପ୍ରେମାନନ୍ଦ ମ୍ୟୁଜିକ ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଓ ଅନୁରାଧା ପାଣିଗ୍ରାହୀ।

ଏଥିସହ ଆମ ଟିଭି ମୁଭିଜ୍ ର ଆଉ ଏକ ମ୍ୟୁଜିକ ଭିଡିଓ ମଧ୍ୟ ରିଲିଜ୍ ହୋଇଛି “ଜହ୍ନ ଗୋଟେ ମିଠା ବିସ୍କୁଟ”। ସୁନାମଧନ୍ୟ ଲେଖକ ଦେବଦାସ ଛୋଟରାୟଙ୍କ ରଚିତ ଓ ସଙ୍ଗୀତ ନିର୍ଦ୍ଦେଶକ ଓମ୍ ପ୍ରକାଶ ମହାନ୍ତିଙ୍କ ନିର୍ଦ୍ଦେଶିତ ମ୍ୟୁଜିକ ଭିଡିଓ ରେ କଣ୍ଠଦାନ କରିଛନ୍ତି ସୁସ୍ମିତା ଦାସ। ଅଭିନୟ କରୁଛନ୍ତି ଅଭିନେତା ଅଭିଷେକ ଓ ଅଭିନେତ୍ରୀ ଜସ୍ମୀନ୍। ନିର୍ଦ୍ଦେଶନା ଦେଇଛନ୍ତି ଚକ୍ଷୁ ବନ୍ଧନ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜେନ୍ଦ୍ର ମହାନ୍ତ ଓ ପ୍ରଯୋଜନା କରିଛନ୍ତି ପ୍ରଣୟ ଜେଠୀ। ଗୋଟିଏ ଦିନରେ ଦୁଇ ଦୁଇଟି ଗୀତ ରିଲିଜ୍ କରିଛି ଆମଟିଭି ମ୍ୟୁଜିକ।

Categories
ଆଜିର ଖବର ମନୋରଂଜନ

ନୂଆ ମ୍ୟୁଜିକ ଚ୍ୟାନେଲ ଆମ ଟିଭି ମ୍ୟୁଜିକ ଲୋକାର୍ପିତ

ଭୁବନେଶ୍ୱର: ଆମ ଟିଭି ନ୍ୟୁଜ ଏବଂ ଏଣ୍ଟରଟେନମେଣ୍ଟ ଚ୍ୟାନେଲର ସଫଳତା ପରେ ଏବେ ଆମ ଟିଭି ପକ୍ଷରୁ ନୂଆ ମ୍ୟୁଜିକ ଚ୍ୟାନେଲ ଆମ ଟିଭି ମ୍ୟୁଜିକ ଲୋକାର୍ପିତ ହୋଇଯାଇଛି। ଶ୍ରୁତିମଧୁର ଓ ଲୋକାଦୃତ ସଂଗୀତର  ପ୍ରତିଶ୍ରୁତି ନେଇ ଚ୍ୟାନେଲଟି ସବୁ ବର୍ଗର ହୃଦୟକୁ ଛୁଇଁବ ବୋଲି ଚ୍ୟାନେଲ କର୍ତ୍ତୃପକ୍ଷ ଓ ଅତିଥିମାନେ ଏହି ଉତ୍ସବ ମତ ଦେଇଛନ୍ତି।

ଶିକ୍ଷାବିତ ପ୍ରଯୋଜକ ବିରଞ୍ଚି ନାରାୟଣ ପଣ୍ଡା ଯୋଗଦେଇ ଚ୍ୟାନେଲ ସଫଳତା ସହ ଲୋକ ମନକୁ ଆକର୍ଷିତ କରିବ ବୋଲି ମତ ଦେଇଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଯୋଗଦେଇ ସଂଗୀତ ନିର୍ଦେଶକ ଓମପ୍ରକାଶ ମହାନ୍ତିଙ୍କ ଗୀତ ଜହ୍ନ ଗୋଟେ ଛୋଟ ବିସ୍କୁଟ.. କୁ ନିଜ ସୁମଧୁର କଣ୍ଠରେ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଏନ. ଗଙ୍ଗାଧର ରେଡ୍ଡୀ, ରୋଟାରୀଆନ ପ୍ରସନ୍ନ ଚୌଧୁରୀ, ସମାଜସେବୀ ଶଶୀଭୂଷଣ ଦାସ, ଶ୍ରୀକାନ୍ତ ନାୟକ, ଏମ. ତେଜେଶ୍ଵର ରାୟ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଆମ ଟିଭିର ପ୍ରତିଷ୍ଠାତା ଓ ନିର୍ଦେଶକ ପ୍ରଣୟ ଜେଠୀ ଚ୍ୟାନେଲର ପ୍ରଥମ ଗୀତ ଛାଁ କୁ… ଲୋକାର୍ପିତ କରିଥିଲେ। ଏହି ସଂଗୀତକୁ ସୁବ୍ରତ ସ୍ୱାଇଁ ଲେଖିଥିବାବେଳେ ନିର୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ। କଣ୍ଠ ଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ଅନୁରାଧା ପାଣିଗ୍ରାହୀ। ଆଗକୁ ଏହି ଚ୍ୟାନେଲ ଦର୍ଶକଙ୍କ ପସନ୍ଦ ମୁତାବକ ସଂଗୀତ ଭେଟିଦେବ ବୋଲି ଶ୍ରୀ ଜେଠୀ ସୂଚନା ଦେଇଛନ୍ତି।