Categories
ଆଜିର ଖବର ଜାତୀୟ ଖବର

ଅଧିକ ଉତ୍ପାଦନକ୍ଷମ, ପରିବେଶ ଅନୁକୂଳ ଏବଂ ପୋଷକ ଭିତ୍ତିକ ଶସ୍ୟର ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୧ ତାରିଖ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଏଗ୍ରିକଲଚରାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ୧୦୯ ହାଇ ୟଲ୍ଡିଂ, ପରିବେଶ ଅନୁକୂଳ ଏବଂ ପୋଷକତତ୍ତ୍ୱ ଥିବା ଶସ୍ୟର ଉନ୍ମୋଚନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷକ ଓ ଗବେଷକମାନଙ୍କ ସହ ମଧ୍ୟ ଭାବ ବିନିମୟ କରିବେ।

ପ୍ରଧାନମନ୍ତ୍ରୀ ୧୦୯ ଭେରାଇଟିର ୬୧ଟି ଶସ୍ୟ ଉନ୍ମୋଚନ କରିବେ ଯାହା ମଧ୍ୟରେ ୩୪ କ୍ଷେତ୍ର ଫସଲ ଏବଂ ୨୭ଟି ଉଦ୍ୟାନ ଫସଲ ରହିଛି। କ୍ଷେତ୍ର ଫସଲ ମଧ୍ୟରେ ବାଜରା, ଗୋଖାଦ୍ୟ ଫସଲ, ତୈଳବୀଜ, ଡାଲି ଜାତୀୟ ଶସ୍ୟ, ଆଖୁ, କପା, ତନ୍ତୁ ଏବଂ ଅନ୍ୟାନ୍ୟ ସମ୍ଭାବିତ ଫସଲ ଭଳି ଡାଲି ଜାତୀୟ ଫସଲ ଉନ୍ମୋଚନ ହେବ । ଉଦ୍ୟାନ ଶସ୍ୟ ମଧ୍ୟରେ ବିଭିନ୍ନ ପ୍ରକାରର ଫଳ, ପନିପରିବା, ବୃକ୍ଷରୋପଣ, ଆଳୁ ଜାତୀୟ, ମସଲା, ଫୁଲ ଏବଂ ଔଷଧୀୟ ଫସଲ ଉନ୍ମୋଚନ ହେବ।

ପ୍ରଧାନମନ୍ତ୍ରୀ ସର୍ବଦା ପୁଷ୍ଟିକର ଚାଷ ଏବଂ ପରିବେଶ ଅନୁକୂଳ ଚାଷ ପଦ୍ଧତିକୁ ପ୍ରୋତ୍ସାହିତ କରି ଆସିଛନ୍ତି । ସେ ମଧ୍ୟ ମଧ୍ୟାହ୍ନ ଭୋଜନ, ଅଙ୍ଗନବାଡ଼ି ଭଳି ସରକାରୀ ଯୋଜନା ସହ ସମ୍ପର୍କ ଥିବା ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ବିଶିଷ୍ଟ ଶସ୍ୟକୁ ଗୁରୁତ୍ୱ ଦେଇଛନ୍ତି ଯାହାକି ଭାରତକୁ କୁପୋଷଣରୁ ମୁକ୍ତ କରିବ । ଏହି ପଦକ୍ଷେପ କୃଷକମାନଙ୍କର ଆୟ ବଢ଼ାଇବା ସହ ସେମାନଙ୍କ ପାଇଁ ଔଦ୍ୟୋଗିକତାର ନୂତନ କ୍ଷେତ୍ର ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ୧୦ ହାଇୟଲ୍ଡିଂ ଶସ୍ୟର ଉନ୍ମୋଚନ ଏ ଦିଗରେ ଆଉ ଏକ ପଦକ୍ଷେପ ।

Categories
ଆଜିର ଖବର ଜାତୀୟ ଖବର

ଜି୨୦ ବୈଠକର ଲୋଗୋ, ବିଷୟବସ୍ତୁ ଏବଂ ୱେବସାଇଟକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ୮ ନଭେମ୍ବର ୨୦୨୨ ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଭାରତର ଜି୨୦ ଅଧ୍ୟକ୍ଷତା ସଂକ୍ରାନ୍ତ ଲୋଗୋ, ବିଷୟବସ୍ତୁ ଏବଂ ୱେବସାଇଟ ଉନ୍ମୋଚନ କରିବେ।

ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରରେ, ଭାରତର ବିଦେଶ ନୀତି ବୈଶ୍ୱିକ ମଞ୍ଚରେ ନେତୃତ୍ୱ ଭୂମିକା ନିର୍ବାହ ନିମନ୍ତେ ବିକଶିତ ହେଉଛି। ଏହି ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ, ଭାରତ ୧ ଡିସେମ୍ବର ୨୦୨୨ରୁ ଜି୨୦ର ଅଧ୍ୟକ୍ଷତା ଗ୍ରହଣ କରିବ। ଜି୨୦ ଅଧ୍ୟକ୍ଷତା ଭାରତକୁ ଅନ୍ତର୍ଜାତୀୟ ମହତ୍ତ୍ୱର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ବୈଶ୍ୱିକ ଏଜେଣ୍ଡାରେ ଯୋଗଦାନ ଲାଗି ଏକ ଅନନ୍ୟ ସୁଯୋଗ ପ୍ରଦାନ କରୁଛି। ଆମର ଜି୨୦ ଅଧ୍ୟକ୍ଷତାର ଲୋଗୋ, ବିଷୟବସ୍ତୁ ଏବଂ ୱେବସାଇଟ୍ ଭାରତର ବାର୍ତ୍ତା ଏବଂ ବିଶ୍ୱ ପାଇଁ ବ୍ୟାପକ ପ୍ରାଥମିକତାଗୁଡ଼ିକୁ ପ୍ରତିଫଳିତ କରିବ।

ଜି୨୦ ଅନ୍ତର୍ଜାତୀୟ ଆର୍ଥିକ ସହଯୋଗର ପ୍ରମୁଖ ମଞ୍ଚ, ଯାହା ବିଶ୍ୱ ଜିଡିପିର ପାଖାପାଖି ୮୫%, ବିଶ୍ୱ ବାଣିଜ୍ୟର ୭୫%ରୁ ଅଧିକ ଏବଂ ବିଶ୍ୱର ପାଖାପାଖି ଦୁଇ ତୃତୀୟାଂଶ ଜନସଂଖ୍ୟାର ପ୍ରତିନିଧିତ୍ୱ କରୁଛି । ଜି୨୦ ଅଧ୍ୟକ୍ଷତା ଅବଧିରେ ଭାରତ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ୩୨ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ପାଖାପାଖି ୨୦୦ ବୈଠକ ଆୟୋଜନ କରିବ। ଆଗାମୀ ବର୍ଷ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀ, ଭାରତ ଦ୍ୱାରା ଆୟୋଜନ ହେବାକୁ ଥିବା ସର୍ବୋଚ୍ଚ ସ୍ତରର ଅନ୍ତର୍ଜାତୀୟ ବୈଠକ ଗୁଡ଼ିକ ମଧ୍ୟରୁ ଅନ୍ୟତମ।