Categories
ଜାତୀୟ ଖବର ବିଶେଷ ଖବର

ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ କଣ କହିଲେ ଉପରାଷ୍ଟ୍ରପତି !

ଭୁବନେଶ୍ବର, ଉତ୍କଳ ବିଶ୍ବବିଦ୍ୟାଳୟର 50 ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ। ତେବେ ପ୍ରଥମ କେତେ ଧାଡି ସେ ଓଡିଆରେ ଅଭିଭାଷଣ ରଖିଥିଲେ। ଏହି ଅବସରରେ ସେ ଯାହା କହିଲେ ତାହା ହେଲା..

ମନୋରମ ମନ୍ଦିର ନଗରୀ ଭୁବନେଶ୍ୱରରେ ଅବସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ମୁଁ ବିଶେଷ ଆନନ୍ଦିତ । ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପ୍ରଥମ ତଥା ଅବିଭକ୍ତ ଭାରତର ସପ୍ତଦଶ ବିଶ୍ୱବିଦ୍ୟାଳୟ ହୋଇଥିବା ଜାଣି ଖୁସି ହେଲି । ମୋଟ ୨୭ଟି ସ୍ନାତକୋତ୍ତର ବିଭାଗ, ୮ଟି ସେଣ୍ଟର ଅଫ ଏକ୍ସଲେନ୍ସ ଓ ଗୋଟିଏ ଇଣ୍ଟର ନ୍ୟାସନାଲ ସେଲ୍ ସହିତ ଏହି ବିଶ୍ୱବିଦ୍ୟାଳୟ ଯଥାର୍ଥରେ ଓଡ଼ିଶାର ଶିକ୍ଷା କ୍ଷେତ୍ରର ଏକ ଆକର୍ଷଣ । ରାଷ୍ଟ୍ରୀୟ ମୂଲ୍ୟାଙ୍କନ ଏବଂ ପ୍ରତ୍ୟାୟନ ପରିଷଦ ବା ‘ନ୍ୟାକ୍‌’ ଦ୍ୱାରା ୨୦୧୬ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଏ+ ଗ୍ରେଡ୍ ମାନ୍ୟତା ପାଇଥିବାରୁ ମୁଁ ଏହି ଶିକ୍ଷାନୁଷ୍ଠାନକୁ ଅଭିନନ୍ଦନ ଜଣାଉଛି । ଏହି ମାନ୍ୟତା ଉତ୍କଳ ବିଶ୍ୱବିଦ୍ୟାଳୟର ଉଚ୍ଚଶିକ୍ଷାର ମାନ ଏବଂ ଉତ୍କର୍ଷ ପାଇଁ ସାଲିସହୀନ ନୀତିର ଅନୁପାଳନକୁ ପ୍ରତିଫଳିତ କରୁଛି ।

ପ୍ରିୟ ଛାତ୍ରଛାତ୍ରୀ,

କହିବା ଅନାବଶ୍ୟକ ଯେ ସମାବର୍ତ୍ତନ ଆପଣମାନଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ତଥାପି ଏହି ମାଇଲଖୁଣ୍ଟ ଏକ ଯାତ୍ରାର ଆରମ୍ଭ ମାତ୍ର ।

ଏ ପର୍ଯ୍ୟନ୍ତ ପହଞ୍ଚି ପାରିବା ସ୍ୱୟଂ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ସେଥିପାଇଁ ଆପଣମାନଙ୍କୁ ଅଭିନନ୍ଦନ । ଉତ୍ସାହ, ଅଧ୍ୟବସାୟ, ତପସ୍ୟା ଏବଂ ଶିଖିବା ପାଇଁ ମୁକ୍ତ ମନ ଭଳି ବ୍ୟକ୍ତିଗତ ଯୋଗ୍ୟତା ଯାହା ସବୁ ଆପଣମାନେ ଏଠାରେ ଅର୍ଜନ କରିଛନ୍ତି ସେ ସବୁ ସାରା ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ରହିବ । ସେହିସବୁ ଉପଲବ୍ଧିକୁ ଅବ୍ୟାହତ ରଖିବାର ଆବଶ୍ୟକତା ରହିଛି। ସେସବୁ ଗୁଣ ଆପଣମାନଙ୍କୁ ଜୀବନବ୍ୟାପି ଦିଗ୍‌ଦର୍ଶନ ଦେବ ।

ଆପଣମାନଙ୍କ ମଧ୍ୟରୁ ଅନେକ ବିଶ୍ୱବିଦ୍ୟାଳୟର ସୀମିତ ପରିସରରୁ ବାହାରି ନୂଆ ଦୁନିଆରେ ପ୍ରବେଶ କରିବେ; ଯେଉଁଠି ଅନେକ ସମସ୍ୟା ଓ ଆହ୍ଵାନ ରହିଛି ।

ଏହି ପରିବର୍ତ୍ତନ ସହଜ ନୁହେଁ । ମୁଁ କିନ୍ତୁ ନିଶ୍ଚିତ ଯେ ଆପଣମାନେ ବିଶ୍ୱବିଦ୍ୟାଳୟରୁ ଯେଉଁ ମୂଲ୍ୟବୋଧ ଓ ତାଲିମ ପାଇଛନ୍ତି ତାହା ଦ୍ୱାରା ଆତ୍ମବିଶ୍ୱାସର ସହିତ ଦୁନିଆର ମୁକାବିଲା କରିପାରିବେ । “ଆତ୍ମବିଶ୍ୱାସର ସହ ବିଶ୍ଵର ସମ୍ମୁଖୀନ ହୁଅ” – ଏହି ବିଚାର ଓ ସାମର୍ଥ୍ୟ ଆମର ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରବେଶ କରାଇବା ନୂଆ ଶିକ୍ଷାନୀତିର ମୂଳ ଉଦ୍ଦେଶ୍ୟ । ଶିକ୍ଷାର ଲକ୍ଷ୍ୟ କେବଳ ବୌଦ୍ଧିକ ବିକାଶରେ ସୀମିତ ନୁହେଁ । ଏହା ମଧ୍ୟ ଚରିତ୍ର ନିର୍ମାଣ ଏବଂ ଏକବିଂଶ ଶତାବ୍ଦୀର ଦକ୍ଷତାରେ ଭୂଷିତ ତଥା ଏକ ସାମଗ୍ରିକ ସ୍ୱୟଂ ସମ୍ପୂର୍ଣ୍ଣ ବ୍ୟକ୍ତି ଗଢ଼ିବା ପାଇଁ ଉଦ୍ଦିଷ୍ଟ ।

ପ୍ରିୟ ବନ୍ଧୁଗଣ,

ଆନ୍ତର୍ଜାତିକ ଶିକ୍ଷା କ୍ଷେତ୍ରରେ ଭାରତର ଗୌରବମୟ ପରମ୍ପରାକୁ ଆମେ ଭୁଲିଯିବା ଅନୁଚିତ। ତକ୍ଷଶୀଳା, ନାଳନ୍ଦା, ବଲ୍ଲଭି ଓ ବିକ୍ରମଶୀଳା ଭଳି ପ୍ରାଚୀନ ଭାରତୀୟ ବିଶ୍ୱବିଦ୍ୟାଳୟରେ ଏକଦା ଦେଶ ବିଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ବିଦ୍ୟାର୍ଥୀ ବହୁବିଷୟକ ଓ ଜୀବନ୍ତ ପରିବେଶରେ ଅଧ୍ୟୟନ କରୁଥିଲେ ।

ପରିପୂର୍ଣ୍ଣ ଓ ସୃଜନଶୀଳ ବ୍ୟକ୍ତିବିଶେଷ ସୃଷ୍ଟି କରିବାକୁ ଆମକୁ ସେହି ମହାନ ଭାରତୀୟ ପରମ୍ପରାକୁ ପୁନଃସ୍ଥାପିତ କରିବାକୁ ପଡ଼ିବ । ଦେଶକୁ ଉଭୟ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପରିବର୍ତ୍ତନ କରିବାର ବିଶେଷ ଦକ୍ଷତା ସେହିଭଳି ବ୍ୟକ୍ତି ବିଶେଷଙ୍କର ରହିବ ।

ଓଡ଼ିଶାର ଇତିହାସ ସମୃଦ୍ଧ ଓ ପ୍ରେରଣାଦାୟୀ । ଏହି ମହାନ କଳିଙ୍ଗଭୂମି ସମ୍ରାଟ ଅଶୋକଙ୍କୁ ଶାନ୍ତିର ଶିକ୍ଷା ଦେଇଥିଲା; ଯାହା ଫଳରେ ସେ ଧର୍ମବିଜୟ ନୀତି ଅନୁସରଣ କରିଥିଲେ । ଓଡ଼ିଶାର ନରପତିମାନେ ଦକ୍ଷିଣ ପୂର୍ବ ଏସିଆ ସହିତ ସାଂସ୍କୃତିକ ସମ୍ପର୍କ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ସେଠାରେ ହିନ୍ଦୁ ଧର୍ମ ଓ ବୌଦ୍ଧଧର୍ମର ପ୍ରଚାର ପ୍ରସାର କରାଇଥିଲେ ।

କଳିଙ୍ଗ ସାମ୍ରାଜ୍ୟ ମଧ୍ୟ ତାହାର ଗୌରବମୟ ସାମୁଦ୍ରିକ ପରମ୍ପରା ପାଇଁ ଖ୍ୟାତ । କାଳିଦାସ ତାଙ୍କର ପ୍ରସିଦ୍ଧ କୃତି ରଘୁବଂଶରେ କଳିଙ୍ଗ ନୃପତିଙ୍କୁ ସାଗରାଧିପତି ଭାବେ ବର୍ଣ୍ଣନା କରିଛନ୍ତି । ଏଥିରୁ ସାଗର ଉପରେ କଳିଙ୍ଗର ପ୍ରଭାବର ସୂଚନା ମିଳେ । କଳିଙ୍ଗର ଦୁଃସାହସୀ ସାଧବମାନେ ଶ୍ରୀଲଙ୍କା, ଜାଭା, ବୋର୍ଣ୍ଣିଓ, ବାଲି ଓ ବର୍ମା ସହିତ ବାଣିଜ୍ୟ ସମ୍ପର୍କ ସ୍ଥାପନ କରିଥିଲେ । ବିଭିନ୍ନ ସ୍ଥାନରେ ହୋଇଥିବା ଉତ୍‌ଖନନରୁ ମିଳିଥିବା ବହୁସଂଖ୍ୟକ ମୁଦ୍ରା, କଳାକୃତି ଓ ରୋମାନ ସାମଗ୍ରୀ ଆଦିରୁ ପ୍ରାଚୀନ ଓଡ଼ିଶାର ସମୃଦ୍ଧ ବାଣିଜ୍ୟିକ ସମାଜର ପରିଚୟ ମିଳେ ।

ଏବେ ମଧ୍ୟ ଏଠାକାର ଲୋକେ ସେମାନଙ୍କ ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ସାଧବଙ୍କ ସ୍ମୃତିରେ ବାଲିଯାତ୍ରା ପାଳନ କରୁଛନ୍ତି । ସେହି ସାଧବମାନଙ୍କ ଦକ୍ଷତା, ଉଦ୍ୟମିତା ଓ ସାହସିକତା ଦ୍ୱାରା କଳିଙ୍ଗ ଏକଦା ଏକ ସମୃଦ୍ଧ ସାମ୍ରାଜ୍ୟରେ ପରିଣତ ହୋଇଥିଲା ।

ପ୍ରିୟ ଛାତ୍ରଛାତ୍ରୀ,

ମୁଁ ଚାହେଁ ଆପଣମାନେ ସେମାନଙ୍କ କାହାଣୀରୁ ପ୍ରେରଣା ନେଇ ଉଦ୍ୟମିତା ଓ ନବସୃଜନର ଆଗ୍ରହ ନିଜ ଭିତରେ ସୃଷ୍ଟି କରନ୍ତୁ । ଆମର ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସମୂହର ଏ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ବିଦ୍ୟାର୍ଥୀଙ୍କୁ ଆବଶ୍ୟକ କୌଶଳ ଓ ଦକ୍ଷତା ଯୋଗାଇ ସମର୍ଥ କରିବା ଆବଶ୍ୟକ । ଏହା ଦ୍ୱାରା ସେମାନେ କେବଳ ନିଯୁକ୍ତି ଆଶାୟୀ ନ ହୋଇ ନିଯୁକ୍ତି ସୃଷ୍ଟିକାରୀ ହୋଇପାରିବେ ।

ମୁଁ ମଧ୍ୟ ଆପଣମାନଙ୍କୁ ଓଡ଼ିଶାର ଭୌମକର ବଂଶର ବିଶେଷତ୍ୱ ସମ୍ପର୍କରେ ସ୍ମରଣ କରାଇଦେବାକୁ ଚାହେଁ । ଏହି ରାଜବଂଶର ଅନେକ ମହିଳା ଶାସକ କ୍ରମାଗତ ଭାବେ ନବମରୁ ଦଶମ ଶତାବ୍ଦୀ ଯାଏ ଶାସନ କରିଥିଲେ । ଭୌମକର ରାଣୀମାନେ ପୁରୁଷ ପ୍ରଧାନ ଶାସନ ବ୍ୟବସ୍ଥାକୁ ଭାଙ୍ଗି ପ୍ରାୟ ୨୦୦ବର୍ଷ ଯାଏ ରାଜ୍ୟ ଶାସନ କରିବାରେ ସଫଳ ହୋଇଥିଲେ । ଏହି ଉଜ୍ଜ୍ୱଳ ଉଦାହରଣ ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବିତ ହେବା ଆବଶ୍ୟକ । ମୁଁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଉଛି ସେମାନେ ଏହି କାହାଣୀ ସବୁ ପଢ଼ନ୍ତୁ ଏବଂ ଲିଙ୍ଗଗତ ପାତର ଅନ୍ତର ବିରୋଧରେ ଲଢ଼ିବାକୁ ଶପଥ ନିଅନ୍ତୁ । ବାସ୍ତବରେ ଜାତିବାଦ, ସାମ୍ପ୍ରଦାୟିକତା, ଦୁର୍ନୀତି ଓ ହିଂସା ବିରୋଧରେ ଲଢ଼େଇ କରିବା ପାଇଁ ଆମ ଯୁବ ସମାଜ ସର୍ବଦା ଆଗରେ ରହିବା ଆବଶ୍ୟକ ।

Categories
ଫଟୋ ଖବର

ରାଜଭବନରେ ଦୁଇ ଝିଅଙ୍କ ସହିତ ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ସାଂସଦ ଅମର ପଟ୍ଟନାୟକ

ରାଜଭବନରେ ଦୁଇ ଝିଅଙ୍କ ସହିତ ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ସାଂସଦ ଅମର ପଟ୍ଟନାୟକ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଉତ୍କଳ ବିଶ୍ବବିଦ୍ୟାଳୟ ତରଫରୁ 5 ଜଣଙ୍କୁ ଡକ୍ଟରେଟ ଉପାଧୀ ଦେବେ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ

ଭୁବନେଶ୍ବର, ଆଜି ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁଙ୍କ ଓଡିଶା ଗସ୍ତର ଶେଷ ଦିନ। ଆଜି ସେ ଉତ୍କଳ ବିଶ୍ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ନୂଆ ଦିଲ୍ଲୀ ଫେରିଯିବେ। ଆଜି ଏହି ସମାବର୍ତ୍ତନ ଉତ୍ସବରେ ସେ ପାଞ୍ଚ ଜଣଙ୍କୁ ସମ୍ମାନ ଜନକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରିବେ। ସେମାନେ ହେଲେ ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ମହାଲେଖାନିୟନ୍ତ୍ରକ ଗିରିଶ ଚନ୍ଦ୍ର ମୁର୍ମୁ, ବିଚାରପତି ସଂଜୁ ପଣ୍ଡା, ଭାବା ଗବେଷଣା କେନ୍ଦ୍ରର ଅଜିତ ମହାନ୍ତି ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଠା ବିଜୟ କୁମାର ସାହୁ।

ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବାଣୀବିହାରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ସମସ୍ତଙ୍କର କୋଭିଡ ଟେଷ୍ଟ ମଧ୍ୟ କରାଯାଉଛି।

Categories
ଫଟୋ ଖବର

କଟକରେ ଆୟୋଜିତ ସାରଳା ସାହିତ୍ୟ ଉତ୍ସବରେ ଉପରାଷ୍ଟ୍ରପତିଙ୍କ ସହ ଆନ୍ଧ୍ର ଏବଂ ଓଡିଶା ରାଜ୍ୟପାଳ

କଟକରେ ଆୟୋଜିତ ସାରଳା ସାହିତ୍ୟ ଉତ୍ସବରେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କ ସହିତ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାଂସଦ ଡ.ଅଚ୍ୟୁତ ସମାନ୍ତଙ୍କ ଲିଖିତ ପୁସ୍ତକଙ୍କୁ ଉନ୍ମୋଚନ କଲେ ଉପରାଷ୍ଟ୍ରପତି ଭେଙ୍କେୟାନାଇଡୁ

ଭୁବନେଶ୍ବର, ଆଜି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ରାଜଭବନରେ ପହଞ୍ଚିବା ପରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଜଭବନ ଅଭିଷେକ ହଲରେ ଆୟୋଜିତ ଏହି ଉତ୍ସବରେ ସାଂସଦ ଡ ଅଚ୍ୟୁତ ସାମନ୍ତଙ୍କ ଲିଖିତ ପୁସ୍ତକକୁ ସେ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକର ନାମ ରହିଛି ନୀଳିମାରାଣୀ- ମାଇଁ ମଦର, ମାଇଁ ହିରୋ। ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଯୋଗ ଦେଇଥିବା ବେଳେ କାଦମ୍ବିନୀ ପତ୍ରିକାର ସଂପାଦିକା ଇତିରାଣୀ ସାମନ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ

ଭୁବନେଶ୍ବର, ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ। ସେ ପୂର୍ବାହ୍ନ 11 ଟା 15 ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବେ। ସେଠାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପ୍ରମୁଖ ସ୍ବାଗତ କରିବେ। ଏହାପରେ ସେ ରାଜଭବନ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିବେ।

ସେଠାରୁ ଉପରାଷ୍ଟ୍ରପତି ଅପରାହ୍ନ 4 ଟା 45ରୁ ରାଜଭବନରୁ ବାହାରି କାରକେଡରେ କଟକ ଯିବେ। ସେଠାରେ ସାରଳ ଭବନରେ ଆୟୋଜିତ ଆଦିକବି ସାରାଳ ଦାସଙ୍କ 6ଶହତମ ଜନ୍ମ ବାର୍ଷିକୀରେ ଯୋଗଦେବେ। ଏଥିସହିତ ସେଠାରେ ସାରଳା ସାହିତ୍ୟ ସଂସଦର 30ତମ ବାର୍ଷିକ ଉତ୍ସବରେ ମଧ୍ୟ ଅଭିଭାଷଣ ରଖିବେ।

ଏହାପରେ ଉପରାଷ୍ଟ୍ରପତି କଟକରୁ ସଂଧ୍ୟା 6ଟା 30 ମିନଟରେ ବାହାରି ରାଜଭବନ ଆସିବେ। ସେଠାରେ ସେ ରାତ୍ରୀ ଯାପନ କରିବେ। ପରଦିନ ଅର୍ଥାତ ଶନିବାର ଦିନ ଉପରାଷ୍ଟ୍ରପତି ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେଦିନ ସେ ରାଜଭବନରୁ ଦିନ 10ଟା 10 ରେ ରାଜଭବନ ବାହାରି ବାଣୀବିହାରରେ 10ଟା 20 ରେ ପହଁଞ୍ଚିବେ। ସେଠାରେ ସେ 10ଟା 30 ରୁ 11 ଟା 30 ପର୍ଯ୍ୟନ୍ତ ରହିବେ। ଉତ୍କଳ ବିଶ୍ବବିଦ୍ୟାଳୟ ତରଫରୁ ଉପରାଷ୍ଟ୍ରପତି ସମ୍ମାନଜନକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରିବେ।

ଉତ୍କଳ ବିଶ୍ବବିଦ୍ୟାଳୟରୁ ଉପରାଷ୍ଟ୍ରପତି ଦିନ 11 ଟା 40 ମିନିଟରୁ ବାହାରି ରାଜଭବନ ଯିବେ। ସେଠାରେ ସେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ 4ଟା 40 ମିନଟରେ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିବେ। ସେଠାରୁ ସେ ଅପରହ୍ନ 5ଟାରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ଜାତୀୟ ଖବର

ନୂଆ ବର୍ଷ ଅଭିନନ୍ଦନ ଜଣାଇ କଣ କହିଲେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି, ଜାଣନ୍ତୁ

ନୂଆଦିଲ୍ଲୀ, ଆଜି ଇଂରାଜୀ ନୂଆବର୍ଷ। ଏହି ଉପଲକ୍ଷେ ଆଜି ବିଭିନ୍ନ ମହଲରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଦିଆନିଆ ଚାଲିଛି। ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଦେଶବାସୀଙ୍କୁ ନୂଆବର୍ଷ ଉପଲକ୍ଷେ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ କରି ସେ କହିଛନ୍ତି ଯେ,

“ନୂତନ ବର୍ଷର ଶୁଭେଚ୍ଛା। ନୂତନ ବର୍ଷ ଏକ ନୂତନ ଆରମ୍ଭ କରିବାର ଏକ ସୁଯୋଗ ଏବଂ ବ୍ୟକ୍ତିଗତ ଏବଂ ସାମୂହିକ ବିକାଶ ପାଇଁ ଆମର ସଂକଳ୍ପକୁ ଗୁରୁତ୍ୱ ଦେଇଥାଏ। କୋଭିଡ -19 ରୁ ସୃଷ୍ଟି ଚ୍ୟାଲେଞ୍ଜ ସମୟରେ ଆମ ସମସ୍ତେ ଏକତ୍ର ହୋଇ ଆଗକୁ ବଢିବା ପାଇଁ ଏକ ସମୟ।”

ସେହିପରି ଉପରାଷ୍ଟ୍ରପ ଏମ ଭେଙ୍କେୟାନଇଡୁ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି। ସେ ମଧ୍ୟ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ,

“ନୂତନ ବର୍ଷ 2021 ରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା! ଆମେ ସମସ୍ତେ ନୂଆ ବର୍ଷ ପାଇଁ ଅପେକ୍ଷା କରିଥାଉ। ଆସନ୍ତୁ, ବିଶ୍ୱ ମହାମାରୀ ମାଧ୍ୟମରେ ଜୀବନର ଅନେକ କିଛି ଶିକ୍ଷା ଲାଭ କରିଥିବା ଏହି ବର୍ଷକୁ ବିଦାୟ ଦିଅନ୍ତୁ ଏବଂ ନୂତନ ବର୍ଷକୁ ଆଶା ଭାବନା ସହିତ ସ୍ୱାଗତ କରିବା | # NewYear2021″

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଉପରାଷ୍ଟ୍ରପତିଙ୍କୁ ଏଲୁରୁର ସଦ୍ୟତମ ସ୍ଵାସ୍ଥ୍ୟ ଅବସ୍ଥା ସମ୍ପର୍କରେ ସୂଚନା ଦଲେେ ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ ଏବଂ ଯୁଗ୍ମ ସଚିବ ଲବ ଅଗ୍ରୱାଲ ଉପ ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଏଲୁରୁର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଅବଗତ କରିଛନ୍ତି । ଏକ ଅଜ୍ଞାତ ରୋଗରେ ଆକ୍ରାନ୍ତ ହୋଇ ଆନ୍ଧ୍ରପ୍ରଦେଶ ଏଲୁରୁ ଅଞ୍ଚଳର ଅନେକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଅଜ୍ଞାତ ରୋଗରେ ଆକ୍ରାନ୍ତ ହେଉଥିବା ଲୋକମାନଙ୍କ ମୁଣ୍ଡ ବିନ୍ଧିବା ଏବଂ ବାନ୍ତି ହେଉଥିବା ଲକ୍ଷଣ ଥିବା ଜଣାଯାଇଛି।

ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷ ବର୍ଦ୍ଧନଙ୍କ ସହ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଉପରାଷ୍ଟ୍ରପତି ଆଲୋଚନା କରିବା ପରେ କେନ୍ଦ୍ର ସରକାର ଡିସେମ୍ବର ୮, ୨୦୨୦ରେ ଏକ ମେଡିକାଲ ବିଶେଷଜ୍ଞ ଦଳକୁ ଏଲୁରୁ ପଠାଇଥିଲେ।

ଏଲୁରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିବା କେନ୍ଦ୍ରୀୟ କମିଟିର ପ୍ରାଥମିକ ଅନୁସନ୍ଧାନ ବିଷୟରେ ସ୍ୱାସ୍ଥ୍ୟ ସଚିବ ନାଇଡୁଙ୍କୁ ସୂଚନା ଦେଇଛନ୍ତି । ସଚିବ କହିଛନ୍ତି ଯେ, କେନ୍ଦ୍ରୀୟ ଦଳ ଦିଲ୍ଲୀ ଫେରିବା ପରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯିବ ଏବଂ ସେହି ଅନୁଯାୟୀ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯିବ।

ଉପରାଷ୍ଟ୍ରପତିଙ୍କୁ କୁହାଯାଇଥିଲା ଯେ, ୧୧ ଡିସେମ୍ବର, ୨୦୨୦ରେ କେବଳ ୦୨ ଟି ନୂଆ ମାମଲା ରୁଜୁ ହୋଇଥିବା ବେଳେ ଏଲୁରୁରେ ନୂତନ ମାମଲା ସଂଖ୍ୟା ତୀବ୍ର ଗତିରେ ହ୍ରାସ ପାଇଛି। ନାଇଡୁ ସ୍ୱାସ୍ଥ୍ୟ ସଚିବଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ ଏବଂ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି। ଏହି ସଂକ୍ରମଣରେ ଦେଶରେ ବହୁ ନେତା ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଆଜି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଉପରାଷ୍ଟ୍ରପତି କରୋନା ପରୀକ୍ଷାରେ ପଜିଟିଭ ହୋଇଥିବା ସୂଚନା ଦେଇଛନ୍ତି। ଟ୍ବିଟ ଯୋଗେ ନିଜେ ସୂଚନା ଦେଲେ ଉପରାଷ୍ଟ୍ରପତି ଭେଙ୍କିୟା। ହେଲେ ଉପରାଷ୍ଟ୍ରପତି ସୁସ୍ଥ ଅଛନ୍ତି ଏବଂ ତାଙ୍କର କୌଣସି ଲକ୍ଷଣ ନଥିବା ଖବର ମିଳୁଛି। ସେଥିପାଇଁ ଉପରାଷ୍ଟ୍ରପତିଙ୍କୁ ହୋମ କ୍ଵାରେଣ୍ଟିନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି।

Categories
ଫଟୋ ଖବର

ଡ. ବି.ଆର ଆମ୍ବେଦକରଙ୍କ ଜନ୍ମଦିବସ ଉପଲକ୍ଷେ ଉପରାଷ୍ଟ୍ରପତି ଏବଂ ତାଙ୍କ ଧର୍ମପତ୍ନୀଙ୍କ ଶ୍ରଦ୍ଧାଞ୍ଜଳୀ

ନୂଆଦିଲ୍ଲୀ, ସମ୍ବାଧାନ ପ୍ରଣେତା ଡକ୍ଟର ବି,ଆର ଆମ୍ବେଦକରଙ୍କ ଜନ୍ମ ଦିବସ ଉପଲକ୍ଷେ ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଏବଂ ତାଙ୍କ ଧର୍ମପତ୍ନ ଉଷାମ୍ମାଙ୍କ ଶ୍ରଦ୍ଧାଞ୍ଜଳୀ ପ୍ରଦାନ।

Categories
ଆଜିର ଖବର

ଆସନ୍ତା 27 ତାରିଖରେ ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, 24/12: ଆସନ୍ତା 27 ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ। ସେଦିନ ସେ ବଲାଙ୍ଗୀରରେ ଆୟୋଜିତ ଦୁଇଟି କାଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି। ଶୁକ୍ରବାର ସକାଳ 9ଟା 20 ମିନିଟରେ ଉପରାଷ୍ଟ୍ରପତି ବଲାଙ୍ଗିରର ଏଲପିଜି ବଟଲିଂ ପ୍ଲାଣ୍ଟର ଲୋକାର୍ପଣ ଉତ୍ସବରେ ଯୋଗଦେବେ। ଏହାପରେ ସେ ରାଜେନ୍ଦ୍ର ସ୍ବଂୟଚାଳିତ କଲେଜର ପ୍ଲାଣ୍ଟିନିୟମ ଜୁବୁଲି କାର୍ଯ୍ୟକ୍ରମରେ ଯୋଗ ଦେବେ। ଦିନ 10ଟା 35 ମିନଟରେ ଉପରାଷ୍ଟ୍ରପତି ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ଏକ ସଭାରେ ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଭାଷଣ ଦେବେ। ତାଙ୍କ ଗସ୍ତକୁ ନଜରରେ ରଖି ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।