ଭାରତର ଉପରାଷ୍ଟ୍ରପତି କେତେ ଦରମା ପାଆନ୍ତି? ମିଳୁଛି କେଉଁ ସୁବିଧା

Published: Jul 17, 2022, 6:14 pm IST

ନୂଆଦିଲ୍ଲୀ: ଶନିବାର ଦିନ ବିଜେପି ଉପ-ରାଷ୍ଟ୍ରପତି ପଦ ପାଇଁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ପ୍ରାର୍ଥୀ କରିଛି। ବିଜେପିର ସଂସଦୀୟ ବୋର୍ଡ ବୈଠକ ପରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏନଡିଏର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ୭୧ ବର୍ଷିୟ ଜଗଦୀପ ଧନଖଡଙ୍କ ନାମ ଘୋଷଣା କରିଛନ୍ତି। ସେହିଭଳି କଂଗ୍ରେସ ନେତା ମାର୍ଗେଟ୍ ଅଲଭାଙ୍କ ନାମ ଭାରତର ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ବିରୋଧୀ ଦଳ ଘୋଷଣା କରିଛି। ଏନସିପି ମୁଖ୍ୟ ଶରଦ ପାୱାର ତାଙ୍କ ନାମ ଘୋଷଣା କରିଛନ୍ତି। ତେବେ ଆସନ୍ତୁ ଜାଣିବା ଭାରତର ଉପରାଷ୍ଟ୍ରପତି କେତେ ବେତନ ଏବଂ କେଉଁ ସୁବିଧା ପାଆନ୍ତି।

ଦେଶର ଉପରାଷ୍ଟ୍ରପତିଙ୍କ ଦରମା ‘ସଂସଦ ଅଧିକାରୀଙ୍କ ଦରମା ଏବଂ ଭତ୍ତା, ୧୯୫୩ ଅନୁଯାୟୀ ସ୍ଥିର ହୋଇଛି। ଉପରାଷ୍ଟ୍ରପତି କୌଣସି ବେତନ ପାଆନ୍ତି ନାହିଁ। ଉପରାଷ୍ଟ୍ରପତି ମଧ୍ୟ ରାଜ୍ୟସଭାର ଅଧ୍ୟକ୍ଷ, ତେଣୁ ତାଙ୍କୁ ବାଚସ୍ପତିଙ୍କ ଦରମା ଏବଂ ସୁବିଧା ପ୍ରଦାନ କରାଯାଇଛି।

ଉପରାଷ୍ଟ୍ରପତି କେତେ ଦରମା ପାଆନ୍ତି?:

ଖବର ଅନୁଯାୟୀ ଉପରାଷ୍ଟ୍ରପତିଙ୍କୁ ପ୍ରତି ମାସରେ ୪ ଲକ୍ଷ ଟଙ୍କା ଦରମା ମିଳିଥାଏ। ଏହା ବ୍ୟତୀତ ସେମାନେ ଅନେକ ପ୍ରକାରର ଭତ୍ତା ମଧ୍ୟ ପାଆନ୍ତି। ଉପରାଷ୍ଟ୍ରପତି ଦୈନିକ ଭତ୍ତା, ମାଗଣା ଆବାସ, ଚିକିତ୍ସା, ଭ୍ରମଣ ଏବଂ ଅନ୍ୟାନ୍ୟ ସୁବିଧା ପାଇବାକୁ ହକଦାର। ଉପରାଷ୍ଟ୍ରପତିଙ୍କ ପେନ୍‌ସନ୍‌ ବେତନର ୫୦% ଅଟେ।

Related posts