Categories
ଆଜିର ଖବର ଜାତୀୟ ଖବର

ଭାରତର ଉପରାଷ୍ଟ୍ରପତି କେତେ ଦରମା ପାଆନ୍ତି? ମିଳୁଛି କେଉଁ ସୁବିଧା

ନୂଆଦିଲ୍ଲୀ: ଶନିବାର ଦିନ ବିଜେପି ଉପ-ରାଷ୍ଟ୍ରପତି ପଦ ପାଇଁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ପ୍ରାର୍ଥୀ କରିଛି। ବିଜେପିର ସଂସଦୀୟ ବୋର୍ଡ ବୈଠକ ପରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏନଡିଏର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ୭୧ ବର୍ଷିୟ ଜଗଦୀପ ଧନଖଡଙ୍କ ନାମ ଘୋଷଣା କରିଛନ୍ତି। ସେହିଭଳି କଂଗ୍ରେସ ନେତା ମାର୍ଗେଟ୍ ଅଲଭାଙ୍କ ନାମ ଭାରତର ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ବିରୋଧୀ ଦଳ ଘୋଷଣା କରିଛି। ଏନସିପି ମୁଖ୍ୟ ଶରଦ ପାୱାର ତାଙ୍କ ନାମ ଘୋଷଣା କରିଛନ୍ତି। ତେବେ ଆସନ୍ତୁ ଜାଣିବା ଭାରତର ଉପରାଷ୍ଟ୍ରପତି କେତେ ବେତନ ଏବଂ କେଉଁ ସୁବିଧା ପାଆନ୍ତି।

ଦେଶର ଉପରାଷ୍ଟ୍ରପତିଙ୍କ ଦରମା ‘ସଂସଦ ଅଧିକାରୀଙ୍କ ଦରମା ଏବଂ ଭତ୍ତା, ୧୯୫୩ ଅନୁଯାୟୀ ସ୍ଥିର ହୋଇଛି। ଉପରାଷ୍ଟ୍ରପତି କୌଣସି ବେତନ ପାଆନ୍ତି ନାହିଁ। ଉପରାଷ୍ଟ୍ରପତି ମଧ୍ୟ ରାଜ୍ୟସଭାର ଅଧ୍ୟକ୍ଷ, ତେଣୁ ତାଙ୍କୁ ବାଚସ୍ପତିଙ୍କ ଦରମା ଏବଂ ସୁବିଧା ପ୍ରଦାନ କରାଯାଇଛି।

ଉପରାଷ୍ଟ୍ରପତି କେତେ ଦରମା ପାଆନ୍ତି?:

ଖବର ଅନୁଯାୟୀ ଉପରାଷ୍ଟ୍ରପତିଙ୍କୁ ପ୍ରତି ମାସରେ ୪ ଲକ୍ଷ ଟଙ୍କା ଦରମା ମିଳିଥାଏ। ଏହା ବ୍ୟତୀତ ସେମାନେ ଅନେକ ପ୍ରକାରର ଭତ୍ତା ମଧ୍ୟ ପାଆନ୍ତି। ଉପରାଷ୍ଟ୍ରପତି ଦୈନିକ ଭତ୍ତା, ମାଗଣା ଆବାସ, ଚିକିତ୍ସା, ଭ୍ରମଣ ଏବଂ ଅନ୍ୟାନ୍ୟ ସୁବିଧା ପାଇବାକୁ ହକଦାର। ଉପରାଷ୍ଟ୍ରପତିଙ୍କ ପେନ୍‌ସନ୍‌ ବେତନର ୫୦% ଅଟେ।

Categories
ଆଞ୍ଚଳିକ

ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଅକ୍ଟୋବର ଶେଷ ହେବାକୁ ବସିଲାଣି ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇପାରିନଥିବା ଜଣାପଡିଛି। ବର୍ତ୍ତମାନର ମହଙ୍ଗା ସମୟରେ କର୍ମଚାରିମାନେ ଅଭାବ ଅନାଟନ ମଧ୍ୟରେ ଗତି କରୁଥିବା ସହିତ ବେଙ୍କ ଋଣ ମଧ୍ୟ ପରିଶୋଧ କରିପାରୁନଥିବା ହେତୁ ବଜାର ମଧ୍ୟରେ ହାତ ଉଧାରୀ କରି ଚଳୁଥିବା ଜଣାପଡିଛି। କର୍ମଚାରୀମାନେ କର୍ତୃପକ୍ଷଙ୍କୁ କେହି କିଛି କହିପାରୁନଥିଲେ ମଧ୍ୟ ନିଜ ପରିବାର ଚଳାଇବା ପାଇଁ କଷ୍ଟସ୍ୱୀକାର କରୁଥିବା ପ୍ରକାଶ।

ଏସଂପର୍କରେ ଜୁନାଗଡ ଆରଏମସିର ସଂପାଦକ ଟଙ୍କଧରନାଏକ କିଛିମଧ୍ୟ କହୁନଥିବା ବେଳେ ମଧ୍ୟ ଗତ ସେପ୍ଟେମ୍ବର ମାସରେ ନିଜେ ସ୍ୱାସ୍ଥ୍ୟଗତ କାରଣରୁ ହୋମ ଆଇସୋଲେସନରେ ରହିଥିବା ବେଳେ ଆରଏମସିର ହିସାବ ରକ୍ଷକ ଅନ୍ୟ ରାଜ୍ୟରେ ଥିବା ଏକ ହସପିଟାଲରେ ନିଜର ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଭର୍ତି ହୋଇଥିବା ଚର୍ଚ୍ଚା ହେଉଛି। ହିସାବ ରକ୍ଷକ କିଛିଦିନ ହେବ ନିଜ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ତାଙ୍କ ଅନୁପସ୍ଥିତିରେ କାହାମୁ ଭାରପ୍ରାପ୍ତ ହିସାବ ରକ୍ଷକ ଦାୟୀତ୍ୱ ଦିଆଯାଇନଥିବାରୁ ଦରମା ବିଲ କରାଯାଇପାରିନଥିବା ଚାପା ଗୁଂଜରଣ ଶୁଣାଯାଉଛି।

ଅନ୍ୟପକ୍ଷରେ ହିସାବ ରକ୍ଷକ ନିଜ ଦାୟୀତ୍ୱରେ ଆରଏମସିର ସମସ୍ତ କାଗଜାତ, ଫାଇଲପତ୍ର ନିଜ ଆଲମିରାରେ ରଖୂଥିବା ହେତୁ ହିସାବ ରକ୍ଷକ ଛୁଟିରେ ଗଲେ ଅଫିସ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିବା ବିଷୟକୁ ସଂପାଦକ ଅସ୍ୱୀକାର କରିନାହାନ୍ତି। ସେହିକାରଣରୁ ହିଁ କର୍ମଚାରୀ ମାନଙ୍କର ଗତ ସେପ୍ଟେମ୍ବର ମାସର ଦରମା ବିଲ ପ୍ରସ୍ତୃତ କରାଯାଇନଥିବା ଜଣାପଡିଛି।

ଯେକୌଣସି ସରକାରୀ କାର୍ଯ୍ୟାଳୟରେ କୌଣସି ପଦାଧିକାରୀ ଛୁଟିରେ ଗଲେ ଅନ୍ୟ ଜଣେ ପଦାଧିକାରିଙ୍କୁ ଛୁଟିରେ ଯାଇଥିବା ପଦାଧିକାରୀଙ୍କୁ ଭାରପ୍ରାପ୍ତ ଦାୟୀତ୍ୱ ଦିଆଯାଇ ଅଫିସ କାର୍ଯ୍ୟ ପରିଚାଲନା କରାଯାଉଥିବା ବେଳେ ଜୁନାଗଡ ଆରଏମସିର ହିସାବ ରକ୍ଷକ ଛୁଟିରେ ଗଲେ ତାଙ୍କ ସ୍ଥାନରେ ଅନ୍ୟ କୌଣସି କର୍ମଚାରୀଙ୍କୁ ଭାରପ୍ରାପ୍ତ ଦାୟୀତ୍ୱ ଦିଆନଯାଇ ଆରଏମସିର ଅନେକ କର୍ମଚାରୀ ମାନଙ୍କୁ ସେପ୍ଟେମ୍ବର ମାସର ଦରମା ଦିଆଯାଇପାରିନଥିବା ବେଳେ ଅନ୍ୟାନ୍ୟ ଅଫିସିଆଲ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି।

ଅନ୍ୟପକ୍ଷରେ ସେପ୍ଟେମ୍ବର ମାସର ଦରମା ଦିଆନଯିବା ସଂପର୍କରେ ଆରଏମସି ସଂପାଦକ କୌଣସି ସଠିକ ତଥ୍ୟ ଉପସ୍ଥାପନ କରିପାରୁନଥିବା ବେଳେ ଅକ୍କୋବର ମାସ ଶେଷ ହେବାକୁ ଥିବା ବେଳେ ଆରଏମସିର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇନଥିବା ଘଟଣାକୁ ସହଜରେ ଗ୍ରହଣୀୟ ହୋଇପାରୁନାହିଁ। ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସି ପାରିବ ବୋଲି ସାଧାରଣରେ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି।