Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ର ସରକାର ପେଗାସସ୍ ଧ୍ୟାନ ଏଡ଼ାଇବାକୁ ଧ୍ୟନଚାନ୍ଦ କାର୍ଡ ଖେଳିବା ଦୁର୍ଭାଗ୍ୟଜନ : ନିରଞ୍ଜନ

ଭୁବନେଶ୍ୱର, କେନ୍ଦ୍ର ସରକାର ପେଗାସସ୍ କେଳେଙ୍କାରୀରୁ ଦୃଷ୍ଟି ଏଡ଼ାଇବା ଲକ୍ଷ୍ୟରେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରର ପୁନଃନାମକରଣ ନିଷ୍ପତି ନେଇଛନ୍ତି ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଧ୍ୟାନଚାନ୍ଦଙ୍କ ପ୍ରତି ଶ୍ରଦ୍ଧାରୁ ନୁହେଁ ରାଜୀବ ଗାନ୍ଧୀଙ୍କ ପ୍ରତି ଅଶ୍ରଦ୍ଧାରୁ ଏହି ନିଷ୍ପତି ।

ପ୍ରଧାନମନ୍ତ୍ରୀ କିମ୍ବଦନ୍ତୀ ହକି ରତ୍ନଙ୍କ ନାମରେ ଆଉ ଏକ ପୁରସ୍କାର ଘୋଷଣା କରିବାରେ ଅସୁବିଧା ନଥିଲା । ରୁଗ୍‌ଣ ମାନସିକତା ଓ ଅସହିଷ୍ଣୁତାର ଉର୍ଦ୍ଧକୁ ଉଠିବା ଦରକାର । ଧ୍ୟାନଚାନ୍ଦ କେବଳ ହକି ପ୍ରେମୀ ନୁହନ୍ତି ସମସ୍ତ ଭାରତବାସୀଙ୍କ ପାଇଁ ଗର୍ବ ତାଙ୍କ ପାଇଁ ବିଶ୍ୱ ଅଲମ୍ପିକ୍‌ରେ ଭାରତ ୧୯୩୨ ଓ ୧୯୩୬ ରେ ଇତିହାସ ରଚିଥିଲା । ତାଙ୍କୁ ମରୋଣତର ଭାରତରତ୍ନ ଦେବାକୁ କଂଗ୍ରେସ ଦାବି କରୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ପେଗାସସ୍ ଗୁଇନ୍ଦାଗିରି ଘଟଣା: କେନ୍ଦ୍ରକୁ ଟାର୍ଗେଟ କଲା କଂଗ୍ରେସ, ଶୋଇବା ଘରର କଥାବାର୍ତ୍ତା ଶୁଣୁଛି ମୋଦୀ ସରକାର

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ବିବାଦକୁ ନେଇ କେନ୍ଦ୍ର ସରକାରକୁ କଂଗ୍ରେସ ତୀବ୍ର ଟାର୍ଗେଟ କରିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ, ମୋଦୀ ସରକାର ଆଇନ ଏବଂ ସମ୍ବିଧାନକୁ ହତ୍ୟା କରୁଛି। ଜାତୀୟ ସୁରକ୍ଷା ସହ ଖେଳୁଥିବା ମୋଦୀ ସରକାର ଦେଶଦ୍ରୋହ କାମ କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ, ମୋଦୀ ସରକାର ମଧ୍ୟ ଶୋଇବା ଘରର କଥାବାର୍ତ୍ତା ଶୁଣୁଛି। ସୁରଜେୱାଲା କହିଛନ୍ତି, ରାହୁଲ ଗାନ୍ଧୀଙ୍କ ସମେତ ଅନେକ ରାଜନେତା ଏବଂ ସାମ୍ବାଦିକଙ୍କୁ ଗୁଇନ୍ଦାଗିରି କରାଯାଇଛି। ବିଜେପିକୁ ଭାରତୀୟ ଗୁଇନ୍ଦାଗିରି ପାର୍ଟି ନାମରେ ନାମିତ କରାଯିବା ଉଚିତ୍।

ରିପୋର୍ଟରେ କୁହାଯାଇଛି ଯେ ସୁରକ୍ଷା ବିଭାଗର ମୁଖ୍ୟମାନଙ୍କୁ ମଧ୍ୟ ଗୁଇନ୍ଦାଗିରି କରାଯାଇଛି। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ଦିଅନ୍ତୁ ଏବଂ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଯାଞ୍ଚ କରାଯାଉ। ଆମେ ସଂସଦରେ ଏହି ସମଗ୍ର ପ୍ରସଙ୍ଗ ଉଠାଇବୁ। ଏଥି ସହ ଆଧୀର ରଂଜନ ଚୌଧୁରୀ କହିଛନ୍ତି, ‘ପିଏମ ମୋଦୀ ଡିଜିଟାଲ ଇଣ୍ଡିଆ ବିଷୟରେ କଥାବାର୍ତ୍ତା କରୁଛନ୍ତି କିନ୍ତୁ ଏହା ହେଉଛି ସର୍ଭିଲାନ୍ସ ଇଣ୍ଡିଆ। ସମସ୍ତ ବିରୋଧୀ ଦଳ ମିଳିତ ଭାବେ ସଂସଦରେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବେ।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟସଭାରେ ବିଜେପିର ନେତା ହେଲେ ପୀୟୂଷ ଗୋଏଲ: ଲୋକସଭାର ନୂଆ ନେତା ଘୋଷଣା କରିବ କଂଗ୍ରେସ

ନୂଆଦିଲ୍ଲୀ: ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟିର ସଂସଦୀୟ ଦଳର ନେତା ଭାବେ ପୀୟୂଷ ଗୋଏଲଙ୍କୁ ନିଯୁକ୍ତି ଦିଆଯାଇଛି। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପୀୟୂଷ ଗୋଏଲଙ୍କୁ ବିଜେପି ରାଜ୍ୟସଭାର ନେତା ଭାବେ ନିଯୁକ୍ତି ଦେଇଛି। ତାଙ୍କ ପୂର୍ବରୁ ଧାୱାରଚାନ୍ଦ ଗେହେଲେତ ରାଜ୍ୟସଭାରେ ବିଜେପିର ନେତା ଭାବେ କାର୍ଯ୍ୟ କରୁଥିଲେ। ଧାୱାରଚାନ୍ଦଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିବା ପରେ ପୀୟୂଷଙ୍କୁ ବିଜେପି ଏବେ ଏହି ଦାୟିତ୍ଵ ପ୍ରଦାନ କରିଛି।

ତେବେ ପୀୟୂଷଙ୍କ ରାଜ୍ୟସଭାରେ ଆସନ ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ହେବ। ପୀୟୂଷ ୨୦୧୦ ମସିହାରୁ ରାଜ୍ୟସଭାରେ ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଏହି ପଦବୀ ପାଇଁ ନିର୍ମଳା ସୀତାରମଣଙ୍କ ନାମ ମଧ୍ୟ ଆଲୋଚନା କରାଯାଉଥିଲା। ପୀୟୂଷ ଗୋଏଲ ରାଜ୍ୟସଭାରେ ନେତା ମନୋନୀତ ହେବା ପରେ କେନ୍ଦ୍ର ମନ୍ତ୍ରୀ ନିତୀନ ଗଡକରୀ ତାଙ୍କୁ ଶୁଭକାମନା ଜଣାଇଛନ୍ତି।

ଅପରପକ୍ଷେ ଅଧୀର ରଞ୍ଜନ ଚୌଧୁରୀଙ୍କ ବଦଳରେ କଂଗ୍ରେସର ଲୋକସଭା ନେତା ଭାବେ ନୂଆ ଏକ ନେତାଙ୍କ ନାମ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ଓ ବିଜେପି ବସ୍ତିବାସିନ୍ଦାଙ୍କ ଥଇଥାନ ବିରୋଧୀ: ଓଡ଼ିଶା ବସ୍ତି ସଂଘର୍ଷ ସମିତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ କ୍ରମେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗତକାଲି ୭୦ ହଜାର ବସ୍ତିବାସିନ୍ଦାମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ବିଜେପି ଓ କଂଗ୍ରେସ ଘୋର ବିରୋଧ କରୁଥିବାରୁ ଏହାକୁ ଓଡ଼ିଶା ବସ୍ତି ସଂଘର୍ଷ ସମିତିର ରାଜ୍ୟ ସଭାପତି ପ୍ରତାପ ସାହୁ ତୀବ୍ର ବିରୋଧ କରିଛନ୍ତି।

ଶ୍ରୀଯୁକ୍ତ ସାହୁ କହିଛନ୍ତି ଯେ, ବିଜେପି ଓ କଂଗ୍ରେସ ଯେଉଁଭଳି ଭାବରେ ବସ୍ତିବାସିନ୍ଦାଙ୍କ ଥଇଥାନ ଉପରେ ହୀନ ଟିପ୍ପଣୀ ଦେଇଛନ୍ତି ତାହା ଗରିବ ବସ୍ତିବାସିନ୍ଦାଙ୍କ ପ୍ରତି ଏକ ଉପହାସ ସଦୃଶ। ଜମି ପଟ୍ଟା ଯୋଗାଇ ଦେବା ପାଇଁ ଓଡ଼ିଶା ବସ୍ତି ସଂଘର୍ଷ ସମିତି ଦୀର୍ଘ ୨୦ ବର୍ଷ ଧରି ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରି ଆସୁଥିଲେ ଯାହା ଏବେ ପୂରଣ ହେବାକୁ ଯାଉଛି।

କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ରାଜ୍ୟ ସରକାର ଗୋଟିଏ ପଟେ ବସ୍ତିବାସିନ୍ଦାମାନଙ୍କୁ ଥଇଥାନ କରିବାକୁ ପଦକ୍ଷେପ ନେଉଥିବା ବେଳେ ବିଜେପି ଓ କଂଗ୍ରେସ ତାହାକୁ ବିରୋଧ କରିବା ଏକ ଦୁର୍ଭାଗ୍ୟର ବିଷୟ ବୋଲି ବସ୍ତିବାସିନ୍ଦାମାନେ କହିଛନ୍ତି। ଆଗକୁ ବସ୍ତିବିରୋଧୀ ଏହି ଦୁଇ ପ୍ରମୁଖ ରାଜନୈତିକ ଦଳକୁ ଉଚିତ ଜବାବ ଦିଆଯିବ ବୋଲି ଶ୍ରୀଯୁକ୍ତ ସାହୁ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପରିସ୍ଥିତି ଅସମ୍ଭାଳ, ମଇ ୧୫ ପର୍ଯ୍ୟନ୍ତ ସଟ୍‌ଡାଉନ କରିବା ଉଚିତ ପଦକ୍ଷେପ ହେବ: ଡଃ ଜ୍ଞାନେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶା ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡାଙ୍କ ନିଷ୍ପତ୍ତିକୁ ଓଡ଼ିଶା ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ କରିବା ସହ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ରାଜ୍ୟରେ କରୋନାର ଜଟିଳ ସ୍ଥିତି ଦେଖିଲା ପରେ, ସଟଡାଉନ ହିଁ ଏକମାତ୍ର ଉପାୟ ବୋଲି ମାନିବାକୁ ପଡ଼ିବ। ସାଧାରଣ ଭାବେ ଶ୍ରମିକ, ଦିନ ମଜୁରିଆ, କ୍ଷୁଦ୍ର ବ୍ୟବସାୟୀ ଅସୁବିଧାର ସମ୍ମୁଖୀନ ହେବେ ସତ କିନ୍ତୁ ଏ ସବୁଠାରୁ ମଣିଷ ଜୀବନ ଯଥେଷ୍ଟ ମୂଲ୍ୟବାନ ବୋଲି ଡଃ ଜ୍ଞାନେନ୍ଦ୍ର କହିଛନ୍ତି।

ରାଜ୍ୟ ସରକାର ତୁରନ୍ତ ସଟଡ଼ାଉନ କରିବା ସହ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ସଂଗ୍ରହ ପାଇଁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ କୋହଳ ବ୍ୟବସ୍ଥା କରିବାକୁ ସେ ରାଜ୍ୟ ସରକାରଙ୍କ ଠାରେ ଦୃଢ ଦାବି କରିଛନ୍ତି। ସମସ୍ତ ଜରୁରୀକାଳୀନ ସେବା ପୂର୍ବଭଳି କାର୍ଯ୍ୟ କରିବା ସହ ଜରୁରୀ କାର୍ଯ୍ୟ ଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ପୋଲିସ ସମ୍ବେଦନଶୀଳ ହେବାକୁ ସେ କହିଛନ୍ତି। ସରକାରଙ୍କ ନିଷ୍ପତ୍ତି ଡେରି ହେଲେ ନେଡ଼ିଗୁଡ଼ କହୁଣିକୁ ବୋହିଯିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ଡଃ ଜ୍ଞାନେନ୍ଦ୍ର ଚେତାବନୀ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ବିଶ୍ବକେଶନ ହରିଚନ୍ଦନ ମହାପାତ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରିଛି। ବିଶ୍ବକେଶନ କଂଗ୍ରେସ ସେବା ଦଳର ପୂର୍ବତନ ପୁରୀ ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରିଥିଲେ। ଆଜି ଦଳର ହାଇକମାଣ୍ଡ ତାଙ୍କ ନାଁକୁ ମୋହର ମାରିଛନ୍ତି। ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ମୁକୁଲ ୱାସନିକ ଏନେଇ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ମେ’ ୧୬ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ହେବ। ମେ’ ୧୯ ତାରିଖରେ ଏହି ଉପନିର୍ବାଚନର ଭୋଟ ଗଣତି ହେବ। ପୂର୍ବରୁ ଏହି ଉପନିର୍ବାଚନ ଏପ୍ରିଲ ୧୭ ତାରିଖରେ ହେବାକୁ ଥିଲା। କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ଦାବି: ଟାଙ୍ଗୀ ସବ୍ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଗଣ ଧାରଣା

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ରାଜ୍ୟବ୍ୟାପୀ କଂଗ୍ରେସ ପକ୍ଷରୁ ବର୍ଦ୍ଧିତ ବିଦ୍ୟୁତ ଦରକୁ ବିରୋଧ କରାଯାଉଛି। ରାଜ୍ୟ କଂଗ୍ରେସ ଏନେଇ ଆଂଦୋଳନର ଡାକରା ଦେଇଛି। ରାଜ୍ୟର ସବୁ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ ଟାଙ୍ଗୀ ବ୍ଲକ କଂଗ୍ରେସ ପକ୍ଷରୁ ମଧ୍ୟ ଏକ ଆନ୍ଦୋଳନ ଡାକରା ଦିଆଯାଇଛି। କଂଗ୍ରେସର ବ୍ଲକ ସଭାପତି ଯୋଗେନ୍ଦ୍ର କୁମାର ରାଉତଙ୍କ ନେତୃତ୍ବରେ ଶତାଧିକ ମହିଳା ଏବଂ ପୁରୁଷ କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ରାଜ୍ୟ ସରକାର ବିଦ୍ୟୁତ ଦର ବୃଦ୍ଧିକୁ ପ୍ରତ୍ୟାହାର କରିନ୍ତୁ ବୋଲି କଂଗ୍ରେସ ଦାବି କରିଛି।

କଂଗ୍ରେସର ଦାବି ମୁତବକ, ୨୦୧୬ରେ ବିମୁଦ୍ରାୟନ ଓ ପରେ ପରେ କରୋନା ମହାମାରୀ ଯୋଗୁଁ ସବୁବର୍ଗର ବିଶେଷତଃ ମଧ୍ୟବିତ, ନିମ୍ନ ମଧ୍ୟବିତ, ଗରିବ, ଚାଷୀ ତଥା ବିଦ୍ୟୁତ ବ୍ୟବହାରକାରୀ ଅନୁ, କ୍ଷୁଦ୍ର, ମାଧ୍ୟମ ଶିଳ୍ପାନୁଷ୍ଠାନର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇପଡିଛି। କ୍ରୟ ଶକ୍ତି ହ୍ରାସ ପାଇଛି। ସେହି ସମୟରେ ରାଜ୍ୟରେ ଥିବା ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ ଦରରେ ବୃଦ୍ଧି ଘଟାଇଛି। ବିଶେଷତଃ ଟାଟା ବିଦ୍ୟୁତ ବିତରକ ସଂସ୍ଥା ବିତରଣ ଦାୟିତ୍ଵ ନେବା ଠାରୁ ୟୁନିଟ ପିଛା ଗତ ୭ ମାସ ମଧ୍ୟରେ ୨ ଥରରେ ୫୦ ପଇସା ଦର ବୃଦ୍ଧି କରିଛି।

ଓଡିଶା ଏକ ବିଦ୍ୟୁତ ଆମଦାନକାରୀ ରାଜ୍ୟ ଭାବେ ପରିଚିତ। ଏଠାରେ କୋଇଲା ଏବଂ ପାଣି ଶସ୍ତା ଓ ସୁବିଧାରେ ମିଳିଥାଏ। ଅଥଚ ବିଦ୍ୟୁତ ଶୁଳ୍କ, ବିଦ୍ୟୁତ କର ନିମନ୍ତେ ସବୁ ମିଶାଇ ୨୦୦ ୟୁନିଟ ବ୍ୟବହାର ଉପଭୋକ୍ତାମାନଙ୍କୁ ୟୁନିଟ ପିଛା ୫ ଟଙ୍କା ୬୦ ପଇସା ଏବଂ ୪୦୦ ୟୁନିଟରୁ ଉର୍ଦ୍ଧ୍ଵ ବ୍ୟବହାର କଲେ ୟୁନିଟ ପିଛା ୬ ଟଙ୍କା ୨୦ ପଇସା ଦେବାକୁ ପଡୁଛି। ଏହା ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ଅସହ୍ୟ ହେଉଛି। ତେଣୁ ଏହି ଦର ବୃଦ୍ଧିକୁ ରାଜ୍ୟ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଦଳ ଦାବି କରିଛି।

ଏହି ଆନ୍ଦୋଳନରେ ବରିଷ୍ଠ କଂଗ୍ରେସ୍ ନେତା ସଂଜୟ ପଟ୍ଟନାୟକ, ବିଶ୍ୱ ଭୁଷଣ ଛୋଟ୍ଟରାୟ, ଅଶୋକ କୁମାର ପାତ୍ର, ଗଣେଷ ପାଲଟା ସିଂ, ଗୋପାଳ ଜେନା ପ୍ରମୁଖ ସାମିଲ ରହି  ପ୍ରତିବାଦ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ହରିୟଣାର ଖଟ୍ଟର ସରକାରକୁ ବିଧାୟକଙ୍କ ବିଶ୍ଵାସ: ଫେଲ୍ ମାରିଲା କଂଗ୍ରେସର ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ: ହରିୟଣାର ମନୋହର ଲାଲ ଖଟ୍ଟର ସରକାର ବିରୋଧରେ କଂଗ୍ରେସ ଆଜି ଅନାସ୍ଥା ପ୍ରସ୍ତାବ ଆଣିଥିଲା। ଏହା ପୂର୍ବରୁ ଆଜି ଗୃହରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ହେଲେ ଏହି ଅନାସ୍ଥା ପ୍ରସ୍ତାବରେ ସରକାରକୁ ବଡ ବିଜୟ ମିଳିଛି। ଏହି ଅନାସ୍ଥା ପ୍ରସ୍ତାବରେ ମନୋହର ଲାଲ ଖଟ୍ଟର ସରକାର ସମର୍ଥନରେ ୫୫ ଟି ଭୋଟ ପଡ଼ିଥିଲା।

ଆଜି ସକାଳ ୧୧ ଟାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହୋଇ ସରକାର ଉପରେ କଂଗ୍ରେସ ପକ୍ଷରୁ ଅନେକ ଅଭିଯୋଗ ଲଗାଯାଇଥିଲା। ଯାହାଫଳରେ ମୁଖ୍ୟମନ୍ତ୍ରୀ ଖଟ୍ଟର ଗୃହରେ ଉତ୍ତର ରଖିବା ସହ କଂଗ୍ରେସକୁ ସମାଲୋଚନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିମିଳିପାଳ ଜଙ୍ଗଲରେ ନିଆଁ ଘଟଣାରେ ତଥ୍ୟ ଅନୁସନ୍ଧାନକାରି ଦଳ ଗଠନ କଲା କଂଗ୍ରେସ

ଭୁବନେଶ୍ୱର: ମୟୁରଭଞ୍ଜ ଶିମିଳିପାଳ ଜଙ୍ଗଲରେ ଗତ ସପ୍ତାହେ ଧରି ନିଆଁଲାଗି ଅନେକ ସ୍ଥାନରେ ଜଙ୍ଗଲ ପରିବେଶ ନଷ୍ଟହେବା ସହ ପଶୁପକ୍ଷୀ ଏବଂ ବନ୍ୟଜୀବଜନ୍ତୁଙ୍କର ବ୍ୟାପକ କ୍ଷୟକ୍ଷତି ହେବାରେ ଲାଗିଛି।

ଏହି ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ୬ ଜଣିଆ ଏକ ତଥ୍ୟ ଅନୁସନ୍ଧାନ କାରି ଦଳ ଗଠନ କରିଛନ୍ତି। ଏହି ତଥ୍ୟ ଅନୁସନ୍ଧାନକାରୀ ଦଳ ଆସନ୍ତା ୪ଦିନ ମଧ୍ୟରେ ସଂପୃକ୍ତ କ୍ଷତିଗ୍ରସ୍ତ ଜଙ୍ଗଲ ସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିବା ସହ ସ୍ଥାନୀୟ ଅଂଚଳବାସୀଙ୍କ ଆଲୋଚନା କରିବେ।

ରାଜ୍ୟ ସରକାରଙ୍କ ତରଫରୁ ଶିମିଳିପାଳ ଜଙ୍ଗଲର ଏହି ନିଆଁ ଲିଭାଇବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି ଏବଂ ବନ୍ୟଜନ୍ତୁ ଓ ଜଙ୍ଗଲର ମୂଲ୍ୟବାନ ବୃକ୍ଷରାଜିର ସୁରକ୍ଷା ନେଇ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଇଛନ୍ତି ସେ ବିଷୟରେ ଏହି ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ରିପୋର୍ଟ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହି ୬ଜଣିଆ କମିଟିରେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହେମନ୍ତ କୁମାର ଦାସ ଆବାହକ ରହିଥିବା ବେଳେ ସର୍ବଶ୍ରୀ ସୁଦର୍ଶନ ଦାସ, ସତ୍ୟସିବ ଦାସ, ପୂର୍ବତନ ସୁରେନ୍ଦ୍ର ପ୍ରସାଦ ପରମାଣିକ, ମହେନ୍ଦ୍ର ନାୟକ, ଓ ଶ୍ରୀମତୀ ମମତା କୁଣ୍ଡୁ ସଦସ୍ୟ ରହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ନଗର ଓ ବ୍ଲକ ସଭାପତିଙ୍କ ନାମ ଘୋଷଣା

ବାରିପଦା: ମୟୂରଭଞ୍ଜ ଜିଲ୍ଲା କଂଗ୍ରେସକୁ ତୃଣମୂଳସ୍ତରରୁ ଅଧିକ କ୍ରିୟାଶୀଳ, ସଶକ୍ତ ଓ ସୁଦୃଢ଼ କରାଇବା ନିମନ୍ତେ ଓଡ଼ିଶା ପ୍ରଦେଶ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ ନଗର ଓ ବ୍ଲକ ସଭାପତିମାନଙ୍କ ନାମ ଘୋଷଣା କରିଛନ୍ତି।

୧- ବାରିପଦା ପୌରପରିଷଦ(ସାଧାରଣ) ସଭାପତି- ଆଇନଜୀବୀ ଶାନ୍ତନୁ କୁମାର ପାଲ

୨- ବାରିପଦା ବ୍ଲକ ସଭାପତି (ଆଦିବାସୀ)- ଚୈତନ୍ୟ ମାଝୀ

୩- ଶାମାଖୁଂଟା ବ୍ଲକ ସଭାପତି- ଦେବେନ୍ଦ୍ର ନାଥ ସିଂ

୪- କୁଳିଅଣା ବ୍ଲକ ସଭାପତି(ସାଧାରଣ) – ଅଜୟ ଦାସ

୫- ରାଇରଙ୍ଗପୁର ଟାଉନ- ଅଶୋକ ଅଗ୍ରୱାଲା

୬- ରାଇରଙ୍ଗପୁର ବ୍ଲକ(ଆଦିବାସୀ) – ସିମାଇ ମାଝୀ

୭- ବହଳଦା ବ୍ଲକ- ଗୌରୀଶଙ୍କର ପରମାଣିକ

୮- କୁସୁମୀ ବ୍ଲକ ସଭାପତି(ସାଧାରଣ) – ଅମିତାଭ ମହାନ୍ତି

୯- କପ୍ତିପଦା ବ୍ଲକ ସଭାପତି(ସାଧାରଣ)- ରବୀନ୍ଦ୍ର ନାଥ ପରିଡ଼ା

୧୦- ଯଶୀପୁର ବ୍ଲକ ସଭାପତି(ଓବିସି) ଚିତରଞ୍ଜନ ବେହେରା

୧୧- ଶୁକୃଳି ବ୍ଲକ- ମାନବେନ୍ଦ୍ର ତିରିଆ

୧୨- ଜାମଦା ବ୍ଲକ- ସାବ୍ୟସଚୀ ଖୁଂଟିଆ

୧୩- ରରୁଆଁ ବ୍ଲକ- ସୁଶୀଳ କୁମାର ଭଞ୍ଜ

୧୪- ବିଜାତୋଳା ବ୍ଲକ(ଆଦିବାସୀ)- ବେରାଲ ସିର୍କାଙ୍କ ନାମ ରହିଅଛି।

ଏହି ସମସ୍ତ ନଗର ଓ ବ୍ଲକ ସଭାପତିମାନେ ନଗର ଓ ବ୍ଲକସ୍ତରରେ କଂଗ୍ରେସ ଦଳକୁ ସୁସଙ୍ଗଠିତ କରାଇବା ନିମନ୍ତେ କାର୍ଯ୍ୟ କରିବାକୁଜିଲ୍ଲା ସଭାପତି ଶ୍ରୀଦାସ ଆହ୍ୱାନ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ହାତରୁ ଗଲା ଆଉ ଏକ ରାଜ୍ୟ: ଆସ୍ଥା ଭୋଟରେ ଫେଲ ମାରିଲେ ପୁଡୁଚେରୀ ସରକାର

ନୂଆଦିଲ୍ଲୀ: କଂଗ୍ରେସ ହାତରୁ ଆଉ ଏକ ରାଜ୍ୟର ଶାସନ କ୍ଷମତା ଚାଲିଯାଇଛି। ପୁଡୁଚେରୀ ବିଧାନସଭାର ଅସ୍ଥାଭୋଟରେ ବହୁମତ ହାସଲ କରିବାରେ କଂଗ୍ରେସ ବିଫଳ ହୋଇଛି। ବିଧାନସଭା ବାଚସ୍ପତି ଏନେଇ ଘୋଷଣା କରିଛନ୍ତି। ଯାହାଫଳରେ ମୁଖ୍ୟମନ୍ତ୍ରୀରୁ ଭି. ନାରାୟଣ ସ୍ଵାମୀ ବିଦାୟ ହେବା ନିଶ୍ଚିତ ହୋଇଯାଇଛି।

ସୂଚନା ଯୋଗ୍ୟ ଯେ, ନାରାୟଣ ସରକାରଙ୍କୁ ଆସ୍ଥା ଭୋଟରେ ବହୁମତ ଲାଗି ୧୪ ଟି ଭୋଟ ଆବଶ୍ୟକ କରୁଥିଲା। କିନ୍ତୁ ସରକାରକୁ ମାତ୍ର ୧୨ ଜଣ ବିଧାୟକଙ୍କ ସମର୍ଥନ ମିଳିଥିଲା। ଏହା ପୂର୍ବରୁ ନାରାୟଣ ସ୍ଵାମୀ ଫ୍ଲୋର ଟେଷ୍ଟରେ ବହୁମତ ହାସଲ କରିବେ ବୋଲି ଦାବି କରୁଥିଲେ।

ତେବେ ଏହି ଫଳାଫଳ ପରେ କଂଗ୍ରେସକୁ ସମାଲୋଚନା କରିବାକୁ ବିଜେପିକୁ ସୁଯୋଗ ମିଳିଯାଇଛି। ବିଜେପି ନେତା ଅମୀତ ମାଲବୀୟ କହିଛନ୍ତି ଯେ, ରାହୁଲ ଗାନ୍ଧୀ ପୁଡୁଚେରୀ ଯାଇଥିଲେ। ସେଠାରେ ମଧ୍ୟ ତାଙ୍କ ସରକାର ଭାଙ୍ଗିଲା।

Categories
ଆଜିର ଖବର ଜାତୀୟ ଖବର

ତୈଳ ଦର ବୃଦ୍ଧି ପରେ ଏବେ ଗ୍ୟାସ ସିଲିଣ୍ଡରରେ ମଧ୍ୟ ଲାଗିଲା ନିଆଁ: କେନ୍ଦ୍ରକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ: ପେଟ୍ରୋଲ-ଡ଼ିଜେଲର ଦର ଦାମ ବୃଦ୍ଧି ଯୋଗୁଁ ସାଧାରଣ ଜନତା ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଲଗାତର ଦ୍ଵିତୀୟ ଦିନ ପ୍ରିମିୟମ ପେଟ୍ରୋଲ ଦାମ ୧୦୦ ଟଙ୍କା ଉପରେ ବିକ୍ରି ହୋଇଛି। କେବଳ ମଧ୍ୟପ୍ରଦେଶରେ ଏନେଇ ଲୋକ ଅସନ୍ତୋଷ ବ୍ୟକ୍ତ କରୁନାହାନ୍ତି, ଦେଶରେ ଅନେକ ରାଜ୍ୟରେ ଏହାକୁ ବିରୋଧ କରାଯାଇ ଆନ୍ଦୋଳନ କରାଯାଉଛି। ଓଡିଶାରେ ଆଜି କଂଗ୍ରେସ ପକ୍ଷରୁ ଏନେଇ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

ହେଲେ ଆଜି ଦିଲ୍ଲୀରେ କଂଗ୍ରେସ ପକ୍ଷରୁ କେବଳ ଗ୍ୟାସ ସିଲିଣ୍ଡରର ବୃଦ୍ଧି ପ୍ରତିବାଦରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୋଦୀ ସରକାର ଚାଷୀମାନଙ୍କ ସହ ବର୍ବରତା କରିବା ପାଇଁ ଅଣ୍ଟା ଭିଡିଛି। କିନ୍ତୁ ଏବେ ମୋଦୀ ସରକାର ଦେଶର ପ୍ରତ୍ୟେକ ଗୃହିଣୀ ଏବଂ ସାଧାରଣ ଜନତାଙ୍କ ଅଣ୍ଟା ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାର ରୋଷେଇ ଘରେ ମଧ୍ୟ ନିଆଁ ଲଗାଇଦେଇଛି ବୋଲି ଶ୍ରୀମତୀ ଶ୍ରୀନେତ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୬ ଦିନ ଧରି ପେଟ୍ରୋଲ ଓ ଡିଜେଲ୍‌ ଦର ଲଗାତାର ବଢିଚାଲିଥିବା ବେଳେ ସରକାରୀ ତେଲ କମ୍ପାନି ଆଜି ପୁଣି ଏଲ୍‌ପିଜି ଗ୍ୟାସ ଦର ବୃଦ୍ଧି କରିଛନ୍ତି।। ୧୪.୨ କିଲୋ ବିଶିଷ୍ଟ ଏଲ୍‌ପିଜି ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସୋମବାରଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ। ଓଡ଼ିଶାରେ ନୂଆ ଦର ୮୦୦ ଟଙ୍କା ଛୁଇଁବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଗତ ୪ ତାରିଖରେ ଏଲ୍‌ପିଜି ଦରରେ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୫ ତାରିଖ ଦିନ ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ

ଭୁବନେଶ୍ବର: କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି। ଆସନ୍ତା ୧୫ ତାରିଖ ଦିନ ଓଡିଶା ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସ ଏହି ଦିନ ସକାଳ ୭ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଓଡିଶା ବନ୍ଦ ଡାକରା ଦେଇଛି। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଓଡ଼ିଶାର ସ୍ୱାର୍ଥ ପାଇଁ ରାଜ୍ୟବାସୀ ଏହି ବନ୍ଦକୁ ସହଯୋଗ କରନ୍ତୁ ବୋଲି କହିଛନ୍ତି ନିରଞ୍ଜନ।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସର ସୋସିଆଲ ମିଡ଼ିଆ ୱାରିୟର୍ସ ଟିମ: ସାମିଲ ହେବା ପାଇଁ ଲୋକଙ୍କୁ ନିବେଦନ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ସାମାଜିକ ଗଣମାଧ୍ୟମ ୱାରିୟର୍ସ ଟିମରେ ସାମିଲ ହେବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି।

ସୂଚନା ଅନୁଯାୟୀ କଂଗ୍ରେସ ଦଳ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ନିଜକୁ ମଜବୁତ କରିବା ପାଇଁ ଯୋଜନା ଆରମ୍ଭ କରିଦେଇଛି। ସୋସିଆଲ ମିଡ଼ିଆ ୱାରିୟର୍ସ ଟିମରେ ସାମିଲ ହେବା ପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ଏହି ଟିମରେ ହ୍ଵାଟ୍ସଅପ, ୱେବସାଇଟ, ଇମେଲ ଜରିଆରେ ମଧ୍ୟ ସାମିଲ ହୋଇପାରିବେ।

ସୋସିଆଲ ମିଡ଼ିଆ ୱାରିୟର୍ସ ଟିମକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହି ଟିମ ନ୍ୟାୟ ପାଇଁ ଲଢୁଥିବା ଯୋଦ୍ଧାଙ୍କ ଲାଗି। ଏହା ଘୃଣାର ସେନା ନାହିଁ। ଏହା ହିଂସାର ସେନା ନାହିଁ। ଏହା ସତ୍ୟର ସେନା ଅଟନ୍ତି। ଏଠାରେ ଏମିତି ସେନା ଅଛନ୍ତି ଯେଉଁମାନେ ଭାରତର ବିଚାରକୁ ରକ୍ଷାକରିପାରିବ।

ଆଜି ଦଳର ବରିଷ୍ଠ ନେତା ପବନ କୁମାର ବଂଶଲ , ପ୍ରବକ୍ତା ପବନ ଖେଡା ଏବଂ ସୋସିଆଲ ମିଡ଼ିଆ ବିଭାଗର ପ୍ରମୁଖ ରୋହନ ଗୁପ୍ତା ଏହି ଅଭିଯାନକୁ ଆରମ୍ଭ କରିଛନ୍ତି। ପ୍ରତ୍ୟେକ ସହରରେ ୫ ଲକ୍ଷ ସୋସିଆଲ ମିଡ଼ିଆ ୱାରିୟର୍ସ ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ପବନ ବଂଶଲ କହିଛନ୍ତି। ଏମାନଙ୍କ ମାଧ୍ୟମରେ ଦେଶ ସମ୍ମୁଖରେ ମୁଦ୍ଦା ଉଠାଯିବ। ଏହାସହିତ ଏହି ଯୋଦ୍ଧାମାନଙ୍କ ମାଧ୍ୟମରେ ବିଚାର ଏବଂ ସିଦ୍ଧାନ୍ତ ଉପରେ ଆଲୋଚନା ହେବ।

ଏହି ଅବସରରେ ରୋହନ ଗୁପ୍ତା କହିଥିଲେ ଯେ, ଦେଶର ଗଣତାନ୍ତ୍ରିକ ସଂସ୍ଥାକୁ ଦବାଇ ଦିଆଯାଉଛିଏବଂ ସରକାର ବିରୋଧରେ ସ୍ଵର ଉତ୍ତୋଳନ କରୁଥିବା ଲୋକଙ୍କୁ ବର୍ବଦା କରିବାକୁ ଚେଷ୍ଟା କରାଯାଉଛି। ଏହାକୁ ବିରୋଧ କରିବା ସହ ଦେଶକୁ ବଞ୍ଚାଇବା କଂଗ୍ରେସର ଦାୟିତ୍ଵ ବୋଲି ସେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ କ’ଣ ସାବତପୁଅ: ଶାସକ ଦଳ ପାଇଁ ଯେଉଁଟା ନିୟମ କଂଗ୍ରେସ ପାଇଁ ବେନିୟମ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଶାସକ ବିଜେଡ଼ି ଦଳର କଳାହାଣ୍ଡି କାର୍ଯ୍ୟକ୍ରମରେ ୫୦ହଜାରରୁ ଉର୍ଦ୍ଧ୍ୱ ଲୋକ ସମ୍ମିଳୀତ ହୋଇଥିବାବେଳେ ସଦ୍ୟ ବ୍ରହ୍ମପୁରରେ ଯେଉଁ ରାମଲିଙ୍ଗମ୍ ପାର୍କର ଉଦ୍‌ଘାଟନ ପର୍ବ ଅନୁଷ୍ଠିତ ହୋଇଥିଲା ସେଥିରେ ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଯୋଗ ଦେଇଥିଲେ। କିନ୍ତୁ ମହାତ୍ମାଗାନ୍ଧୀଙ୍କ ଶହୀଦ୍ ଦିବସ ପାଳନ ପାଇଁ ସରକାରଙ୍କ ନାଲିଆଖି।

ଘଟଣାରୁ ପ୍ରକାଶ ଯେ ମହାତ୍ମାଗାନ୍ଧୀଙ୍କ ଶହୀଦ୍ ଦିବସକୁ ବ୍ରହ୍ମପୁରଠାରେ କୋଭିଡ଼୍ କଟକଣା ମାନି ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହା ଖଲିକୋଟ କଲେଜ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ପ୍ରାୟ ୧୫୦୦ ଲୋକଙ୍କ ପାଇଁ ଅନୁମତି ଥିବାବେଳେ ପ୍ରଶାସନ ପକ୍ଷରୁ ଏହାକୁ ଭଂଣ୍ଡୁର କରିବା ପାଇଁ କୋଭିଡ଼୍ ଟେଷ୍ଟ କରିବାକୁ ବାଧ୍ୟ କରାଯାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ବିଧାୟକ ରମେଶ ଜେନା ଅଭିଯୋଗ କରିଛନ୍ତି।

ପୂର୍ବରୁ ଶାସକ ଦଳର ଯେଉଁ ସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲେ ସେତେବେଳେ କ’ଣ କୋଭିଡ଼୍ ଟେଷ୍ଟ ହୋଇଥିଲା କି ବୋଲି ସେମାନେ ପ୍ରଶ୍ନ କରିବା ସହ ସେମାନେ କ’ଣ ସାବତ ପୁଅ। ଶାସକ ଦଳର କାର୍ଯ୍ୟକ୍ରମ ପାଇଁ ଗୋଟିଏ ନିୟମ କିନ୍ତୁ କଂଗ୍ରେସ କଲେ ବେନିୟମ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ କଂଗ୍ରେସର କାର୍ଯ୍ୟକ୍ରମକୁ ଦେଖି ଶାସକ ଦଳ ଛାନିଆ ହୋଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ଏବଂ ବିଜେଡ଼ି ଉପରେ ମଧ୍ୟ ତାରାପ୍ରସାଦ ବର୍ଷିଥିବା ଦେଖିବାକୁ ମିଳିଥିଲା।

ସେମାନେ କୋଭିଡ଼୍ ଗାଇଡ଼୍‌ଲାଇନ୍‌କୁ ମାନି ବୈଠକ କରିବେ କିନ୍ତୁ ଯଦି ଅନ୍ୟ କୌଣସି ଅସୁବିଧା ହେବ ସେଥିପାଇଁ ସରକାର ଦାୟୀ ରହିବେ। ପୂର୍ବରୁ ଏନେଇ କଂଗ୍ରେସ ପକ୍ଷରୁ କମିଶନର ଏବଂ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ହଠାତ୍ କୋଭିଡ଼୍ ଗାଇଡ଼୍‌ଲାଇନ୍ ଲାଗୁ କରିବାକୁ ନେଇ ଉଭୟ ନେତା ପ୍ରଶ୍ନ ଉଠାଇଛନ୍ତି।

ଆଜିର ଏହି ବୈଠକରେ କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାବାହିନୀପତି ଯୋଗଦେବା ପରେ ଜିଲ୍ଲାରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଆସନ୍ତାକାଲିର କାର୍ଯ୍ୟକ୍ରମକୁ ନେଇ ବିସ୍ତାରଭାବରେ ଗଣମାଧ୍ୟମ ସମ୍ମୁଖରେ ବିବୃତ୍ତି ଦେଲାବେଳେ ସେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କାରଣ କାଲିର ଏହି ସମାରୋହକୁ ଆଖି ଆଗରେ ରଖି ଏକ ବିଶାଳ ମୋଟର ସାଇକେଲ୍ ରାଲି ଯାହାକି ଅନୁମାନିକ ୫ହଜାରରୁ ଅଧିକ ମଟର ସାଇକେଲ୍ ଆରୋହୀ ଏକ ଶୋଭାଯାତ୍ରାରେ ଗୋପାଳପୁରଠାରୁ ବ୍ରହ୍ମପୁରଯାଏଁ ଆସିବାର କାର୍ଯ୍ୟକ୍ରମ ରହିଥିଲା, ଯାହାକୁ ନେଇ ଜିଲ୍ଲା ପ୍ରଶାସନକୁ ଅନୁମତି ମଗାଯାଇଥିଲା।

କିନ୍ତୁ ଶେଷ ମୁହୂର୍ତ୍ତରେ ଜିଲ୍ଲା ପ୍ରଶାସନ କରୋନା ବାହାନ ଦେଖାଇ ମାତ୍ର ୧୫୦୦ ଜଣର ଅନୁମତି ଦେବାକୁ ନେଇ ବାହିନିପତି ପ୍ରଶ୍ନ ଉଠାଇଥିଲେ। କଂଗ୍ରେସର ଏହି ରଣହୁଙ୍କାରକୁ ନେଇ ବିଜେଡ଼ି ଛାନିଆ ହେଲାଣି ବୋଲି ତାଙ୍କର ଭାବପୂର୍ଣ୍ଣ ଢ଼ଙ୍ଗୀରେ କହିଥିବା ଦେଖିବାକୁ ମିଳିଛି ଏବଂ ଆଗାମୀ ପୌରନିର୍ବାଚନ, ପଞ୍ଚାୟତ ନିର୍ବାଚନ ଏବଂ ସାଧାରଣ ନିର୍ବାଚନରେ ରମେଶ ଜେନାଙ୍କ ନେତୃତ୍ୱରେ ଗଂଜାମ ଜିଲ୍ଲାରେ ଏକ ଆକସ୍ମିକ ପରିବର୍ତ୍ତନର ଆଭାସ୍ ଦେଲାଣି ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିବା ଦେଖିବାକୁ ମିଳିଛି।

ସେ ଯାହାବି ହେଉ ଅନେକ ଦିନ ପରେ ଗଂଜାମ ଜିଲ୍ଲାରୁ କଂଗ୍ରେସ ଏକଦମ୍ ସୁପ୍ତ ହୋଇଯାଇଥିବାବେଳେ ରମେଶ ଜେନାଙ୍କର ଜିଲ୍ଲା ଦାୟିତ୍ୱ ଗ୍ରହଣ ପରେ କର୍ମୀମାନଙ୍କ ଗହଣରେ ଉଲ୍ଲାସ ଦେଖିବାକୁ ମିଳିଛି ଏବଂ ଆସନ୍ତାକାଲିର ଗାନ୍ଧୀ ଜୟନ୍ତୀ ଏହାର ଉଦାହରଣ ଦେଇପାରେ ବୋଲି କର୍ମୀମହଲରେ ଆଶାର ସଂଚାର ହୋଇଛି।

ତେବେ ସରକାର ଯେତେ ସାଧାରଣ ଜନତାଙ୍କ ସ୍ୱରକୁ ଦବାଇବାକୁ ଚେଷ୍ଟା କଲେ ମଧ୍ୟ ତାହା ପ୍ରସ୍ଫୁଟିତ ହେବ ଏବଂ ବିନା ଦ୍ୱିଧାରେ କାଲିର ବିଶାଳ କଂଗ୍ରେସ ବୈଠକ ଅନୁଷ୍ଠିତ ହେବ ବୋଲି ଉଭୟ ନେତା ଦୃଢ଼ତାର ସହ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କୃଷି ନେତା ବିଏମ ସିଂହ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିଥିଲେ: ଅମିତ ମାଲବୀୟ

ନୂଆଦିଲ୍ଲୀ: ଟ୍ରାକ୍ଟର ପରେଡ଼ରେ ହିଂସା ଘଟଣା ପରେ ଦୁଇ କୃଷି ସଂଗଠନ ଆନ୍ଦୋଳନରୁ ଅଲଗା ହେବା ପାଇଁ ଘୋଷଣା କରିଛନ୍ତି। ସର୍ବପ୍ରଥମେ ରାଷ୍ଟ୍ରୀୟ କିଷାନ ମଜଦୂର ସଂଗଠନ ଏହି ଆନ୍ଦୋଳନରୁ ହଟିବା ନେଇ ଘୋଷଣା କରିଥିଲା। ଏହି ସଂଗଠନର ନେତା ବିଏମ ସିଂହ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିଥିଲେ ଏବଂ ମେନକା ଗାନ୍ଧୀଙ୍କ ସମ୍ପର୍କୀୟ ଭାଇ ଅଟନ୍ତି। ବିଏମ ସିଂହ ଦେଶର ଜଣେ ଧନୀ କୃଷକ ମଧ୍ୟରେ ଅନ୍ଯତମ। ସେ ୨୦୦୯ ଲୋକସଭା ନିର୍ବାଚନରେ ସମ୍ପତି ତାଲିକାରେ ୬୩୨ କୋଟି ଉଲ୍ଲେଖ କରିଥିଲେ। ବିଜେପିର ଆଇଟି ସେଲର ମୁଖ୍ୟ ଅମିତ ମାଲବୀୟ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି।

ସେ ତାଙ୍କର ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ, ବିଏମ ସିଂହ ୨୦୦୪ ରେ ପିଲିଭିତରୁ କଂଗ୍ରେସ ଟିକେଟରେ ଭାରତୀୟ ଜଣା ପାର୍ଟିର ମେନକା ଗାନ୍ଧୀଙ୍କ ବିରୋଧରେ ଲଢିଥିଲେ। ଏହାସହିତ ୨୦୦୯ ରେ ମଧ୍ୟ ବରୁଣ ଗାନ୍ଧୀଙ୍କ ବିରୋଧରେ କଂଗ୍ରେସ ଟିକେଟରୁ ଲଢିଥିଲେ। ହେଲେ ସେ ଏହି ଲୋକସଭା ନିର୍ବାଚନରେ ଉଭୟ ଥର ପରାଜିତ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ନେତାଜୀଙ୍କୁ କଂଗ୍ରେସ ହିଁ ମାରିଛି: ବିଜେପି ସାଂସଦ ସାକ୍ଷୀ ମହାରାଜ

ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ଦେବାରେ ବିଜେପି ସାଂସଦ ସାକ୍ଷୀ ମହାରାଜ ବେଶ୍ ଜଣାଶୁଣା। ଆଜି ପୁଣିଥରେ ନିଜ ବୟାନକୁ ନେଇ ବିବାଦ ଘେରକୁ ଆସିଛନ୍ତି। ସାଂସଦ ସାକ୍ଷୀ ମହାରାଜ ଏକ ମନ୍ତବ୍ୟରେ କହିଛନ୍ତି ଯେ, ନେତାଜୀଙ୍କୁ କଂଗ୍ରେସ ହିଁ ମାରିଛି। ଉନ୍ନାଓରେ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ସେ ଏଭଳି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।

ସାଂସଦ ନିଜ ବୟାନରେ କହିଛନ୍ତି ଯେ, କଂଗ୍ରେସ ପାର୍ଟି ହିଁ ସୁଭାଷ ଚନ୍ଦ୍ର ବୋଷଙ୍କୁ ମାରିଦେଇଛି। ଯଦି ସୁଭାଷ ଚନ୍ଦ୍ର ବୋଷ ବଞ୍ଚିଥାନ୍ତେ, ତେବେ ସେ ମହାତ୍ମା ଗାନ୍ଧି ଓ ପଣ୍ଡିତ ନେହୁରୁଙ୍କ ଠାରୁ ଅଧିକ ଲୋକପ୍ରିୟତା ହୋଇଥାନ୍ତେ। ନେତାଜୀଙ୍କ ଲୋକପ୍ରିୟତା ଆଗରେ କେହି ବି ତିଷ୍ଠି ପାରିନଥାନ୍ତେ। ଏକ ସାର୍ବଜନୀନ ସଭାରେ ଏପରି ବୟାନ ଦେଇଛନ୍ତି ବିଜେପି ସାଂସଦ ସାକ୍ଷୀ ମହାରାଜ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନେତାଜୀଙ୍କ ସ୍ଲୋଗାନ ଥିଲା “ମୋତେ ରକ୍ତଦିଅ, ମୁଁ ସ୍ୱାଧୀନତା ଦେବି”। ଇଂରେଜମାନେ ମାଗୁ ମାଗୁ ସ୍ୱାଧୀନତା ଦେଇ ଦେଇନଥାନ୍ତେ। ସ୍ୱାଧୀନତା ପାଇଁ ଅନେକ ଶହୀଦ ହୋଇଛନ୍ତି।’

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ପକ୍ଷରୁ କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ: ଗିରଫ ହେଲେ ଅନେକ ବରିଷ୍ଠ ନେତା

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆଜି କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ କରୁଛି। କଂଗ୍ରେସ ପକ୍ଷରୁ ଆଜି କୃଷକ ଅଧିକାର ଦିବସ ମଧ୍ୟ ପାଳନ କରାଯାଉଛି।

ଏହି ପ୍ରରିପ୍ରେକ୍ଷୀରେ କଂଗ୍ରେସ ସଡକ ଠାରୁ ସାମାଜିକ ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଠାରେ ବିରୋଧ କରିବା ଆରମ୍ଭ କରିଦେଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ବରେ ଆଜି ଦିଲ୍ଲୀ ରାଜଭବନ ଘେରାଉ କରିଛି।

ଏହି ବିରୋଧ ଲାଗି କଂଗ୍ରେସ ପ୍ରଦେଶ ସଭାପତି ଅଜୟ କୁମାର ଲଲ୍ଲୁ, ଏମଏଲସି ଦୀପକ ସିଂହ, ଦିଲପ୍ରୀତ ସିଂହ ପ୍ରମୁଖ ବହୁ ନେତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରାର୍ଥୀ କାଶୀନାଥ ବେହେରା

ପିଣ୍ଟୁ ବିଷୋୟୀ

ଖଲ୍ଲିକୋଟ: କଂଗ୍ରେସ ବିଧାୟକ ପ୍ରାର୍ଥୀ କାଶୀନାଥ ବେହେରା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ୨୦୦୯ରେ ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ହୋଇଥିଲେ। ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଦଳରୁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି ଶ୍ରୀ ବେହେରା।

୧୯୮୦ ମସିହାରେ ଶ୍ରୀ ବେହେରା କଂଗ୍ରେସରେ ଯୋଗଦାନ କରିଥିଲେ। ବର୍ତ୍ତମାନ ସୁଦ୍ଧା ଦଳର କାର୍ଯ୍ୟକ୍ରମରେ ଓତଃପ୍ରାତ ଭାବେ ଜଡିତ ଥାଇ ଦଳ ପାଇଁ କାର୍ଯ୍ୟ କରିଆସୁଥିଲେ ଶ୍ରୀ ବେହେରା।

ସେ ୨୦୦୭ ମସିହାରେ ବେଗୁନିଆପଡା ବ୍ଲକ ଜିଲ୍ଲା ପରିଷଦ ଜୋନ-୪୬ ରୁ କଂଗ୍ରେସ ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ ଏବଂ ୨୦୦୯ ସାଧାରଣ ନିର୍ବାଚନରେ ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ୨୨ ହଜାର ଭୋଟ ପାଇଥିଲେ।

ତେବେ ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ କଂଗ୍ରେସ ଦଳରେ ଆଉ ରହିବାକୁ ଚାଁହୁନଥିବା ଏକ ପତ୍ର ମାଧ୍ୟମରେ ଦର୍ଶାଇଛନ୍ତି। ଏଥିସହ ସେ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରି ଏକ ଚିଠି ମାଧ୍ୟମରେ ପିସିସି ସଭାପତିଙ୍କୁ ଜଣାଇଛନ୍ତି। ତେବେ ଆଗାମୀ ଦିନରେ ଶ୍ରୀ କାଶୀନାଥ ବେହେରା କେଉଁ ଦଳକୁ ଯିବେ ତାହା ଦେଖିବାକୁ ବାକି ରହିଲା।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ବିଧାନସଭା ନିର୍ବାଚନ ଲାଗି ପର୍ଯ୍ୟବେକ୍ଷକ ନିଯୁକ୍ତ

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ୫ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ କଂଗ୍ରେସ ତାହାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ତେବେ କଂଗ୍ରେସ ଏହି ୫ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଲାଗି ନିର୍ବାଚନ ପର୍ଯ୍ଯବେକ୍ଷକ ତାଲିକା ଘୋଷଣା କରିଛି।

ନିର୍ବାଚନ ଅଭିଯାନ ପରିଚାଳନା ଓ ସମନ୍ୱୟ ଲାଗି ଅନେକ ବରିଷ୍ଠ ରାଜନୀତିଜ୍ଞଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ଦଳର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଥିବା ଓ ସେମାନେ ରାଜ୍ୟ ପ୍ରଭାରୀଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବେ ବୋଲି ଏହି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

ନିର୍ବାଚନ ପର୍ଯ୍ୟବେକ୍ଷକ ହେଲେ:

୧-ଆସାମ: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବରିଷ୍ଠ ନେତା ମୁକୁଲ ୱାସିନିକ ଓ ସକିଲ ଅହମ୍ମଦ ଖାନ

୨-କେରଳ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ, ବରିଷ୍ଠ ନେତା ଲୁଇଜିନୋ ଫ୍ଲେରିଓ ଏବଂ ଜି.ପରମେଶ୍ୱର

୩-ପଶ୍ଚିମବଙ୍ଗ: ବରିଷ୍ଠ ନେତା ବି.କେ. ହରିପ୍ରସାଦ, ପଞ୍ଜାବ ରାଜ୍ୟ ସରକାରଙ୍କ ମନ୍ତ୍ରୀ ବିଜୟ ଇନ୍ଦର ସିଂଘଲା ଓ ଝାଡ଼ଖଣ୍ଡ ସରକାରଙ୍କ ମନ୍ତ୍ରୀ ଆଲମଗୀର ଆଲମ

୪-ତାମିଲନାଡୁ ଓ ପୁଡୁଚେରୀ: ବରିଷ୍ଠ କଂଗ୍ରେସ ନେତା ବୀରପ୍ପା ମୋଇଲୀ, ଏମ.ଏମ. ପଲ୍ଲମ ରାଜୁ ଓ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନିତୀନ ରାଉତ।

Categories
ଜାତୀୟ ଖବର ବିଶେଷ ଖବର

ବଦଳିବ କି ସମୀକରଣ!: କଂଗ୍ରେସକୁ ତେରଚ୍ଛା ବାଣ ମାରିଲା ଶିବସେନା

ମୁମ୍ବାଇ: ମହାରାଷ୍ଟ୍ର ସରକାରରେ ସବୁକିଛି ଠିକ୍‌ଠାକ୍‌ ନଥିବା ପରି ଲାଗୁଛି। ମହାରାଷ୍ଟ୍ରରେ ମହାବିକାଶ ଅଘାଡି ଦଳ ଶାସନ କ୍ଷମତାରେ ରହିଛି। ଶିବସେନା, ଏନ୍‌ସିପି ଓ କଂଗ୍ରେସ ମେଣ୍ଟ କରି ମହା ବିକାଶ ଅଘାଡି ଦଳ ଗଠନ କରି ଶାସନ କରୁଛନ୍ତି। ତିନି ଦଳର ଏହି ସରକାରରେ ଏବେ ସବୁକିଛି ଠିକ୍‌ ନଥିବା ପରି ଲାଗୁଛି। ଶିବସେନା ଏନ୍‌ସିପି ମୁଖ୍ୟ ଶରଦ୍‌ ପାଓ୍ବାରଙ୍କୁ ହୃଦୟଖୋଲି ପ୍ରଶଂସା କରୁଥିବାବେଳେ ଈଶାରା ଈଶାରାରେ କଂଗ୍ରେସକୁ ଟାର୍ଗେଟ୍‌ କରୁଛି। ଶିବସେନାର ମୁଖପତ୍ର ‘ସାମ୍‌ନା’ର ସମ୍ପାଦକୀୟରେ କୃଷକ ଆନ୍ଦୋଳନକୁ ନେଇ ସରକାରଙ୍କୁ କଡା ସମାଲୋଚନା କରିଥିବାବେଳେ କଂଗ୍ରେସକୁ ତେରେଚ୍ଛା ବାଣ ମାରିଛି।  କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାର ଦାୟିତ୍ବହୀନ ରହିଥିବାବେଳେ ଦୁର୍ବଳ ରହିଛନ୍ତି ବିରୋଧୀ ବୋଲି ସାମ୍ନା ପତ୍ରିକାରେ ଉଲ୍ଲେଖ କରାଯାଇଛି।

ସାମ୍‌ନାରେ ବିନା ନାମରେ ଅନ୍ୟ ଦଳଗୁଡିକୁ ମଧ୍ୟ ଟାର୍ଗେଟ୍‌ କରାଯାଇଛି। ଲୋକତନ୍ତ୍ରର ଅଧୋପତନ ଆରମ୍ଭ ହୋଇଛି। ଏଥିପାଇଁ ବିଜେପି କିମ୍ବା ମୋଦି-ଶାହା ସରକାର ଦାୟୀ ନୁହଁନ୍ତି, ବରଂ ବିରୋଧୀ ଦଳ ସବୁଠୁ ଅଧିକ ଦାୟୀ ବୋଲି କୁହାଯାଇଛି। ବର୍ତ୍ତମାନ ସ୍ଥିତିରେ ସରକାରକୁ ଦୋଷ  ନ ଦେଇ ବିରୋଧୀ ଆତ୍ମଚିନ୍ତନ କରିବାର ଆବଶ୍ୟକତା ରହିଛି।

ଏବେ ୟୁପିଏ୍‌ର ଅବସ୍ଥା ଏନ୍‌ଜିଓ ପରି ହୋଇଛି। କଂଗ୍ରେସର ନେତୃତ୍ବରେ ୟୁପିଏ କେବଳ ନାମକୁ ମାତ୍ର ରାଜନୈତିକ ସଙ୍ଗଠନ ଭାବେ ରହିଛି। ଏବେ ୟୁପିଏର ଅବସ୍ଥା ଏନ୍‌ଜିଓ ପରି ହୋଇଛି। ୟୁପିଏର ସହଯୋଗୀ ଦଳ କୃଷକଙ୍କ ଅସନ୍ତୋଷକୁ ଗମ୍ଭୀର ସହକାରେ ଗ୍ରହଣ କରୁଛି। ସେହିପରି ସାମ୍ନାରେ ଶରଦ ପାଓ୍ବାରଙ୍କୁ ଭୁରି ଭୁରି ପ୍ରଶଂସା କରାଯାଇଛି। ଶରଦ ପାଓ୍ବାର ଏକ ସ୍ବତନ୍ତ୍ର ବ୍ୟକ୍ତିତ୍ବ । ରାଷ୍ଟ୍ରୀୟ ସ୍ତରରେ ତାଙ୍କ ବ୍ୟକ୍ତିତ୍ବ  ଅନୁଭବର ଲାଭ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଅନ୍ୟ ଦଳମାନେ ମଧ୍ୟ ନେଇଥା’ନ୍ତି। ସେହିପରି କଂଗ୍ରେସର ଭବିଷ୍ୟତକୁ ନେଇ ସମେସ୍ତ ଚିନ୍ତିତ ବୋଲି ସାମ୍ନାରେ ଉଲ୍ଲେଖ ହୋଇଛି। କେବଳ ଶରଦପାଓ୍ବାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିକୁ ଛାଡି ଦେଲେ ୟୁପିଏର ଅନ୍ୟ କୌଣସି ସହଯୋଗୀ ଦଳରେ କିଛି ହଲ୍‌ଚଲ୍‌ ହିଁ ଦେଖାଯାଉ ନାହିଁ ବୋଲି ସାମ୍ନାରେ ଉଲ୍ଲେଖ ହୋଇଛି।

ବର୍ତ୍ତମାନ ସମୟରେ ବିରୋଧୀ ଦଳଙ୍କ ପାଇଁ ସର୍ବମାନ୍ୟ ନେତୃତ୍ବର ଆବଶ୍ୟକତା ରହିଛି। ରାହୁଲ୍‌ଙ୍କ ନେତୃତ୍ବ ନେବାର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିବାବେଳେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ହସ୍ତାନ୍ତର କରାଯିବା ଉଚିତ ବୋଲି ‘ସାମନା’ରେ ଉଲ୍ଲେଖ କରାଯାଇଛି।

ସେହିପରି ତୃଣମୂଳ କଂଗ୍ରେସ, ଶିବସେନା, ଅକାଳୀ ଦଳ, ମାୟାବତୀଙ୍କ ବସ୍‌ପା, ଅଖିଳେଶ ଯାଦବ, ଜଗନଙ୍କ ଓ୍ବାଇଏସ୍‌ଆର କଂଗ୍ରେସ, ତେଲେଙ୍ଗାନାରେ ଚନ୍ଦ୍ରଶେଖର ରାଓ, ଓଡ଼ିଶାରେ ନବୀନ ପଟ୍ଟନାୟକ ଓ କର୍ଣ୍ଣାଟକରେ କୁମାରସ୍ବାମୀଙ୍କ ପରି କିଛି ଦଳ ଓ ନେତା ବିଜେପି ବିରୋଧରେ ରହିଛନ୍ତି। ମାତ୍ର କଂଗ୍ରେସ ନେତୃତ୍ବାଧୀନ ୟୁପିଏରେ ସାମିଲ୍‌ ହେଉନାହାନ୍ତି। ଯେପର୍ଯ୍ୟନ୍ତ ଭାଜପା ବିରୋଧୀ ୟୁପିଏରେ ସାମିଲ୍‌ ହେବେ ନାହିଁ ବିରୋଧୀଙ୍କ ବାଣ ସରକାରଙ୍କୁ ଭେଦ କରିପାରିବ ନାହିଁ ବୋଲି ସାମ୍ନାରେ ଉଲ୍ଲେଖ ରହିଛି।

ରାଜ୍ୟରେ ଉଦ୍ଧବ ସରକାର ଉଭୟ ଏନ୍‌ସିପି ଓ କଂଗ୍ରେସ ସହାୟତାରେ ଶାସନ ଚଳାଇଥିବାବେଳେ ସାମ୍ନାରେ ଏନ୍‌ସିପିର ମୁଖ୍ୟ ଶରଦ ପାଓ୍ବାରଙ୍କୁ ପ୍ରଶଂସାରେ ପୋତୁଥିବାବେଳେ କଂଗ୍ରେସକୁ ଟାର୍ଗେଟ୍‌ କରିଛି। ଅପରପକ୍ଷରେ ଏହି ପ୍ରସଙ୍ଗକୁ ଦେଖିଲେ ଶିବସେନାର ନିଜ ମନୋଭାବ ବଦଳାଉଥିବାର ଭଳି ଲାଗୁଛି। ତେବେ ମହାରାଷ୍ଟ୍ରରେ ମେଣ୍ଟ ସରକାରର ସମୀକରଣରେ ଏହା କ’ଣ ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା।  (ଏଜେନ୍ସି)