The Samikhsya Desk: ଜଣେ ମହିଳା ପୋଲିସ ଅଧିକାରୀ ବିଜେପି ବିଧାୟକଙ୍କ ସହିତ ଯୁକ୍ତିତର୍କ ହେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଦୁଇଜଣ ମହିଳା ପୋଲିସ ଅଧିକାରୀ ସେହି ବିଧାୟକଙ୍କ ସହିତ ଯୁକ୍ତିତର୍କ ଚାଲିଛି।
ଘଟଣାରୁ ଜଣାପଡିଛି ଯେ, ଭାରତୀୟ ଜନତା ପାର୍ଟି ଏମଏଲସି ଅରୁଣ ପାଠକ ଏକ ଷ୍ଟାଡିୟମ ଭିତରକୁ ପ୍ରବେଶ କରୁଥିଲେ। ଏଥିରେ ବିଧାୟକଙ୍କ ସହିତ ଅସ୍ତ୍ରଶସ୍ତ୍ର ଧରି ଥିବା ସୁରକ୍ଷା କର୍ମି ମଧ୍ୟ ଥିଲେ। ଏକ କ୍ରିକେଟ ଷ୍ଟାଡିୟମରେ ଅସ୍ତ୍ରଶସ୍ତ୍ର ସହିତ ତାଙ୍କ ସୁରକ୍ଷା କର୍ମୀଙ୍କୁ ପ୍ରବେଶ କରିବାକୁ ମନା କଲେ କାନପୁର ଅତିରିକ୍ତ ଡେପୁଟି ପୋଲିସ କମିଶନର (ଏଡିସିପି) ଅଞ୍ଜଳି ବିଶ୍ୱକର୍ମାଷ ଫଳରେ ତାଙ୍କ ସହିତ ହେଲା ପ୍ରବଳ ଯୁକ୍ତିତର୍କ । ତାଙ୍କୁ ଭିତରକୁ ନ ଛାଡିବାରୁ ବିଧାୟକ ଫେରିଯାଇଥିଲେ।
ଏହି ଘଟଣା ଜୁନ୍ 30, ରବିବାର ଦିନ ଉତ୍ତର ପ୍ରଦେଶର କାନପୁର ସହରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଏକ କ୍ରିକେଟ ମ୍ୟାଚ୍ ସମୟରେ ଘଟିଥିଲା। ବିଜେପି ସାଂସଦ ରମେଶ ଅବସ୍ଥିଙ୍କ ଦ୍ୱାରା ‘ଅପରେସନ୍ ସିନ୍ଦୂର’ ଅଧୀନରେ ଏକ ମ୍ୟାଚ୍ ଆୟୋଜନ କରାଯାଇଥିଲା, ଯେଉଁଥିରେ ସେନା ଏକାଦଶ ଏବଂ ସାଂସଦ ଏକାଦଶର ଦଳ ସାମିଲ ଥିଲେ। ଏମଏଲସି ଅରୁଣ ପାଠକଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା।