Categories
ବିଶେଷ ଖବର ରାଜ୍ୟ ଖବର

ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାଗ ନେବେ ଓଡ଼ିଶାର ଦୁଇ କ୍ରୀଡ଼ାବିତ୍‌: ୧୫ ଲକ୍ଷ ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା କିଶୋର ଜେନା ଏବଂ ଅମିତ ରେହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି।

ଏହା ସେମାନଙ୍କୁ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିବା ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି ।

କ୍ରୀଡ଼ାର ମହାକୁମ୍ଭ ହେଉଛି ଅଲିମ୍ପିକ୍ସ। ପ୍ୟାରିସ୍‌ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଶ୍ରୀ ଜେନା ଏବଂ ଶ୍ରୀ ରୋହିଦାସ କେବଳ ନିଜର ଜନ୍ମମାଟି ନୁହେଁ ସମଗ୍ର ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ସେମାନଙ୍କର ଅଦମ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ ରାଜ୍ୟର ଯୁବ ପ୍ରତିଭାମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ଅଛି ବୋଲି କହିବା ସହିତ ଓଡ଼ିଶାବାସୀଙ୍କ ତରଫରୁ ମୁଁ ଉଭୟଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।

ପ୍ୟାରିସ୍‌ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଜାଭେଲିନ୍‌ ଥ୍ରୋ ରେ ଶ୍ରୀ ଜେନା ଏବଂ ହକି ତାରକା ଶ୍ରୀ ରୋହିଦାସଙ୍କୁ ଉତ୍ସାହିତ କରିବା ପାଇଁ ଏହି ଆର୍ଥିକ ସହାୟତା ଏକ ପ୍ରୟାସ ମାତ୍ର।

ଉଭୟଙ୍କ ସାମର୍ଥ୍ୟ ଉପରେ ଓଡ଼ିଶାବାସୀଙ୍କ ପୂର୍ଣ୍ଣ ବିଶ୍ୱାସ ରହିଛି। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଅଲିମ୍ପିକ୍ସରେ ନିଜର ଶ୍ରେଷ୍ଠତମ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶିତ କରି ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ଓଡ଼ିଶାରେ କ୍ରୀଡ଼ା ପ୍ରତିଭାମାନଙ୍କର ଅଭାବ ନାହିଁ। ରାଜ୍ୟର କୋଣଅନୁକୋଣର ଏହି ପ୍ରତିଭାମାନଙ୍କର ସର୍ବାଙ୍ଗୀନ ବିକାଶ ଏବଂ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ତୃଣମୂଳ ସ୍ତରରେ ଆବଶ୍ୟକ ଭିତ୍ତିଭୂମି, ଆର୍ଥିକ ସହାୟତା ଏବଂ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଖେଳ ବିଶେଷ ଖବର ରାଜ୍ୟ ଖବର

କିଏ ସେହି କିଶୋର ଜେନା, ଯିଏ କି କେଇ ଘଣ୍ଟା ମଧ୍ୟରେ ସାରା ଭାରତରେ ପାଲଟିଗଲେ ହିରୋ

ଭୁବନେଶ୍ବର: ଓଡିଶାର କିଶୋର ଜେନା। ଏହି ନାମଟି ଆଗରୁ ଆମ ଓଡିଶାରେ କିମ୍ବା ଭାରତରେ କେହି ଜାଣି ନ ଥିଲେ। ହେଲେ ଆଜିର ଦିନରେ କିଶୋର ଜେନା କହିଲେ ସାରା ଓଡିଶା କାହିଁକି ବର୍ତ୍ତମାନ ଭାରତବାସୀଙ୍କ ପାଇଁ ଜଣେ ପରିଚିତ ନାମ ହୋଇଗଲେଣି। କାରଣ ହେଲା ସେ ଏସୀୟ କ୍ରୀଡାରେ ଜାଭଲିନ୍ ଥ୍ରୋ ରେ ଦେଶ ପାଇଁ ଆଣିଛନ୍ତି ରୌପ୍ୟ ପଦକ।

ଜାଭଲିନରେ ଭାରତରେ ନୀରଜ ଚୋପ୍ରା ବେଶ ପରିଚିତ। ହେଲେ କିଶୋର ସେହି ପରିଚୟଠାରୁ ବହୁ ଦୂରରେ ଥିଲେ। ସୌଭାଗ୍ୟ ବସତଃ ଉଭୟ ଖେଳାଳୀ ଭାରତ ପାଇଁ ପଦକ ଆଣି ଗୌରାବନ୍ବିତ କରିପାରିଛନ୍ତି। ନିରଜ ସ୍ବର୍ଣ୍ଣ ଜିତିଥିବା ବେଳେ କିଶୋର ହାସଲ କରିଛନ୍ତି ରୌପ୍ୟ ପଦକ। ସେତିକି ନୁହେଁ କିଶୋର ଜେନା ୮୬.୭୭ ମିଟର ଥ୍ରୋ କରି ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଓଡିଶା ତଥା ଭାରତ ପାଇଁ ରୌପ୍ୟ ପଦକ ଆଣିଥିବା କିଶୋର ବର୍ତ୍ତମାନ ଓଡିଆ ଯୁବକଙ୍କର ହିରୋ ପାଲଟିଛନ୍ତି ସତ, ହେଲେ ଅନେକ ତାଙ୍କ ସଂପର୍କରେ କେହି କିଛି ଜାଣନ୍ତି ନାହିଁ। ପ୍ରକୃତରେ କିଶୋର ଜେନା ହେଉଛନ୍ତି ପୁରୀ ବ୍ରହ୍ମଗିରିର ବାସିନ୍ଦା। ତାଙ୍କର ବାପାଙ୍କ ନାମ ହେଉଛି କେଶବ ଜେନା। କିଶୋର ହେଉଛନ୍ତି ଛଅ ଭଉଣୀରେ ଏକମାତ୍ର ପୁଅ। ସେ ହେଉଛନ୍ତି ସମସ୍ତଙ୍କଠାରୁ ସାନ।

ତାଙ୍କର ପରିବାରର ସମ୍ବଳ ବିଶେଷ ନାହିଁ। ସେଥିପାଇଁ ପରିବାରର ସମସ୍ତେ ଭାବିଥିଲେ ଯେ, କିଶୋର ପାଠପଢି ଚାକିରୀ କରୁ। କାରଣ ଘରକୁ ପଇସାର ଆବଶ୍ୟକତା ଥିଲା। ହେଲେ ଏହା ଭିତରେ ତାଙ୍କର ଖେଳ ପ୍ରତି ପ୍ରବଳ ଆଗ୍ରହ ଥିଲା। ସେ ପ୍ରଥମେ ଭଲ ଫୁଟବଲ ଖେଳାଳୀ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ। ହେଲେ ପରବର୍ତ୍ତି ସମୟରେ ସେ ଜାଭିଲିନ ରେ ମନୋନିବେଶ କଲେ।

ତେବେ ଏ କ୍ଷେତ୍ରରେ ତାଙ୍କୁ ବେଶ ସାହାଯ୍ୟ କରିଥିଲେ ବ୍ରହ୍ମଗିରି କଲେଜର ଇତିହାସ ଅଧ୍ୟାପକ ଭବାନୀ ଶଙ୍କର ଚକ୍ରବର୍ତ୍ତୀ। ସେ କିଶୋରଙ୍କୁ ଖେଳ ପ୍ରତି ଆଗ୍ରହ ରଖିବା ପାଇଁ ଉତ୍ସାହିତ କରୁଥିଲେ। ମୁଖ୍ୟତଃ କିଶୋରଙ୍କ ଖେଳ ଦେଖି ଭବାନୀ ତାଙ୍କ ଭିତରେ ବହୁ ସମ୍ଭାବନା ଦେଖିଥିଲେ। ସେଥିପାଇଁ ସେ ଏହି ଖେଳ କ୍ଷେତ୍ରରେ ବେଶୀ ମନଧ୍ୟାନ ଦେବା ପାଇଁ ଉତ୍ସାହିତ କରିଥିଲେ।

କିଶୋର ଏସିୟାନ କ୍ରୀଡା ଖେଳିବାକୁ ଯାଇଛନ୍ତି ବୋଲି ତାଙ୍କ ବ୍ରହ୍ମଗିରି ଅଞ୍ଚଳରେ ବେଶ୍ ଚହଳ ସୃଷ୍ଟି କରିଥିଲେ। ତାଙ୍କର କେତେବେଳେ ଖେଳ ଅଛି ତାହାକୁ ଟିଭିରେ ଦେଖିବା ପାଇଁ ସମସ୍ତେ ଅପେକ୍ଷା କରିଥିଲେ। ଯେତେବେଳେ ସେ ରୌପ୍ୟ ପଦକ ଜିତିଲେ ବୋଲି ଘୋଷଣା ହେଲା ସେତେବେଳେ ପୁରା ବ୍ରହ୍ମଗିରିରେ ଉତ୍ସବ ପାଳନ ଆରମ୍ଭ ହୋଇ ଯାଇଥିଲା।

ତାଙ୍କ ଘରକୁ ବହୁ ଲୋକ ତଥା ଶୁଭେଚ୍ଛୁ ମିଠା ଧରି ପରିବାର ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏବେ ଚୀନରୁ ଫେରିବା ବାଟକୁ ବ୍ରହ୍ମଗିରି ବାସୀ ଅପେକ୍ଷା କରି ରହିଛନ୍ତି। କେବେଳ ବ୍ରହ୍ମଗିରି କାହିଁକି ସାରା ଓଡିଶା ଲୋକେ ଅନେଇ ରହିଛି। ତାଙ୍କର ଏହି ସଫଳତା ଓଡିଶା ପାଇଁ ନିଶ୍ଚିତ ଗର୍ବ ଓ ଗୌରବର ବିଷୟ।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୋଠାରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ପୁରୁଷ ଜାଭେଲିନ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ‘‘ଏସୀୟ କ୍ରୀଡ଼ାରେ ପୁରୁଷ ଜାଭେଲିନ୍‌ରେ ଆମର ସଫଳତା ଉଲ୍ଲେଖନୀୟ। ଭାରତକୁ ରୌପ୍ୟ ପଦକ ମଧ୍ୟ ଆସିଛି। ଏହି ପ୍ରତିଯୋଗିତାରେ ଏହି ଚମତ୍କାର ରୌପ୍ୟ ପଦକ ଜିତିଥିବାରୁ କିଶୋର ଜେନାଙ୍କୁ ଅଭିନନ୍ଦନ। ଏହି ବିଜୟକୁ ଦେଶ ପ୍ରଶଂସା କରୁଛି।’’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କ ଚମତ୍କାର ପ୍ରଦର୍ଶନ: ଭାରତକୁ ସ୍ୱର୍ଣ୍ଣ, ଓଡିଆ ପୁଅ ଜିତିଲେ ରୌପ୍ୟ

ନୂଆଦିଲ୍ଲୀ: ଭାରତର ତାରକା ଆଥଲେଟ୍ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ ପୁଣି ଥରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଟିମ୍ ଇଣ୍ଡିଆକୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଛନ୍ତି। ନୀରଜଙ୍କ ସହିତ ଓଡିଆ ପୁଅ କିଶୋର ଜେନା ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ସେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। କିଶୋର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କିଶୋର ରୌପ୍ୟ ପଦକ ହାସଲ କରିଛନ୍ତି। ଏହିପରି ଭାରତକୁ ଜାଭେଲିନ୍ ଥ୍ରୋରେ ଦୁଇଟି ପଦକ ମିଳିଛି।