Categories
ଆଜିର ଖବର ରାଜ୍ୟ ଖବର

କରୋନା ଗୁଜବ ପଡିଲା ମହଙ୍ଗା,ଏରସମାର ପୁର୍ବତନ ବ୍ଲକ୍ ଅଧ୍ୟକ୍ଷଙ୍କ ସମେତ ୪ ଗିରଫ୍

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କରାଯିବା ସହିତ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନଥିଲେ ଲୋକମାନଙ୍କୁ ଘରୁ ନବାହାରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କରୁଥିବା ବେଳେ କିଛିଲୋକ ସୋସିଆଲ୍ ମିଡିଆ ଜରିଆରେ ମିଛ ଗୁଜବ ସୃଷ୍ଟି କରୁଛନ୍ତି। ଏମିତିକି ଯେଉଁ ଲୋକମାନେ କୌଣସି ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସୁଛନ୍ତି ସେମାନଙ୍କ ନାମରେ କିଛି ବ୍ୟକ୍ତି ସୋସିଆଲ୍ ମିଡିଆରେ ଅପପ୍ରଚାର କରି ତାଙ୍କୁ କରୋନା ହୋଇଛି ବୋଲି ମିଥ୍ୟା ଗୁଜବ ସୃଷ୍ଟି କରୁଛନ୍ତି। ଯାହା ଫଳରେ ସେମାନଙ୍କୁ ସାମାଜିକ ବାଚ୍ଛନ୍ଦର ସମ୍ମୁଖିନ ହେବାକୁ ପଡୁଥିବା ବେଳେ ସମାଜରେ ଭୟର ବାତାବରଣ ସୃଷ୍ଟି ହେଉଛି। ଏମିତିକି ସୋସିଆଲ୍ ମିଡିଆରେ ହେଉଥିବା ଏପରି ମିଥ୍ୟା ଗୁଜବ ଯୋଗୁଁ ସାଧାରଣ ଲୋକମାନେ କୌଣସି ରୋଗର ଚିକିତ୍ସା ପାଇଁ ଏବେ ମେଡିକାଲ ଯିବାକୁ ଡରିଲେଣି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଂଚଳରେ।

ସୁଚନାନୂଯାୟୀ ଏରସମା ଅଂଚଳର ଜନୈକ ବ୍ୟକ୍ତି କୌଣସି କାରଣରୁ ଶରୀର ଅସୁସ୍ଥତା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ କରୋନା ହୋଇଛି ବୋଲି ଉକ୍ତ ଅଭିଯୁକ୍ତମାନେ ସୋସିଆଲ୍ ମିଡିଆରେ ମିଥ୍ୟା ଗୁଜବ ସୃଷ୍ଟିକରିବା ଅଭିଯୋଗରେ ଏରସମା ପୋଲିସ୍ ଉକ୍ତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଅଭିଯୁକ୍ତମାନେ ହେଲେ ଏରସମା ବ୍ଲକର ପୂର୍ବତନ ଅଧ୍ୟକ୍ଷ ମାନସ ସେଠୀ, ଜାନକାଦେଇ ପଂଚାୟତ ସାହାଡା ଗ୍ରାମର ଦିପକ ଦାସ,ଏରସମା ପଂଚାୟତ ସିହା ଗ୍ରାମର ଉମେଶ ରାଉତ, ପଲ୍ଲିକଣ୍ଟା ପଂଚାୟତର ଜ୍ୟୋତିପ୍ରକାଶ ସାହୁଙ୍କ ନାମରେ ଏରସମା ଥାନାରେ ୪୯/୨୦୨୦ରେ କେସ୍ ହୋଇଥିଲା।ଅଭିଯୁକ୍ତମାନେ ଗୁରୁବାର ଦିନ ବିଳମ୍ବିତ ରାତିରେ ଏରସମା ପୋଲିସ୍ ହାତରେ ଗିରଫ୍ ହୋଇ ଶୁକ୍ରବାର ଦିନ କୋର୍ଟ ଚାଲାଣ ହୋଇଥିଲେ। ବେଲ୍ ନାମାଞ୍ଜୁର ହେବାରୁ ଅଭିଯୁକ୍ତ ମାନଙ୍କୁ କୁଜଙ୍ଗ ସମାଗୋଳ ଜେଲକୁ ପଠାଇ ଦିଆଯାଇଛି ବୋଲି ଏରସମା ଆଇ.ଆଇ.ସି ପ୍ରଶାନ୍ତ କୁମାର ମାଝି ସୂଚନା ପ୍ରଦାନ କରିଛନ୍ତି।