Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ଗୁଜବ ପଡିଲା ମହଙ୍ଗା,ଏରସମାର ପୁର୍ବତନ ବ୍ଲକ୍ ଅଧ୍ୟକ୍ଷଙ୍କ ସମେତ ୪ ଗିରଫ୍
ଆଜିର ଖବର

କରୋନା ଗୁଜବ ପଡିଲା ମହଙ୍ଗା,ଏରସମାର ପୁର୍ବତନ ବ୍ଲକ୍ ଅଧ୍ୟକ୍ଷଙ୍କ ସମେତ ୪ ଗିରଫ୍

March 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କରାଯିବା ସହିତ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନଥିଲେ ଲୋକମାନଙ୍କୁ ଘରୁ ନବାହାରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କରୁଥିବା ବେଳେ କିଛିଲୋକ ସୋସିଆଲ୍ ମିଡିଆ ଜରିଆରେ ମିଛ ଗୁଜବ ସୃଷ୍ଟି କରୁଛନ୍ତି। ଏମିତିକି ଯେଉଁ ଲୋକମାନେ କୌଣସି ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସୁଛନ୍ତି ସେମାନଙ୍କ ନାମରେ କିଛି ବ୍ୟକ୍ତି ସୋସିଆଲ୍ ମିଡିଆରେ ଅପପ୍ରଚାର କରି ତାଙ୍କୁ କରୋନା ହୋଇଛି ବୋଲି ମିଥ୍ୟା ଗୁଜବ ସୃଷ୍ଟି କରୁଛନ୍ତି। ଯାହା ଫଳରେ ସେମାନଙ୍କୁ ସାମାଜିକ ବାଚ୍ଛନ୍ଦର ସମ୍ମୁଖିନ ହେବାକୁ ପଡୁଥିବା ବେଳେ ସମାଜରେ ଭୟର ବାତାବରଣ ସୃଷ୍ଟି ହେଉଛି। ଏମିତିକି ସୋସିଆଲ୍ ମିଡିଆରେ ହେଉଥିବା ଏପରି ମିଥ୍ୟା ଗୁଜବ ଯୋଗୁଁ ସାଧାରଣ ଲୋକମାନେ କୌଣସି ରୋଗର ଚିକିତ୍ସା ପାଇଁ ଏବେ ମେଡିକାଲ ଯିବାକୁ ଡରିଲେଣି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଂଚଳରେ।

ସୁଚନାନୂଯାୟୀ ଏରସମା ଅଂଚଳର ଜନୈକ ବ୍ୟକ୍ତି କୌଣସି କାରଣରୁ ଶରୀର ଅସୁସ୍ଥତା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ କରୋନା ହୋଇଛି ବୋଲି ଉକ୍ତ ଅଭିଯୁକ୍ତମାନେ ସୋସିଆଲ୍ ମିଡିଆରେ ମିଥ୍ୟା ଗୁଜବ ସୃଷ୍ଟିକରିବା ଅଭିଯୋଗରେ ଏରସମା ପୋଲିସ୍ ଉକ୍ତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଅଭିଯୁକ୍ତମାନେ ହେଲେ ଏରସମା ବ୍ଲକର ପୂର୍ବତନ ଅଧ୍ୟକ୍ଷ ମାନସ ସେଠୀ, ଜାନକାଦେଇ ପଂଚାୟତ ସାହାଡା ଗ୍ରାମର ଦିପକ ଦାସ,ଏରସମା ପଂଚାୟତ ସିହା ଗ୍ରାମର ଉମେଶ ରାଉତ, ପଲ୍ଲିକଣ୍ଟା ପଂଚାୟତର ଜ୍ୟୋତିପ୍ରକାଶ ସାହୁଙ୍କ ନାମରେ ଏରସମା ଥାନାରେ ୪୯/୨୦୨୦ରେ କେସ୍ ହୋଇଥିଲା।ଅଭିଯୁକ୍ତମାନେ ଗୁରୁବାର ଦିନ ବିଳମ୍ବିତ ରାତିରେ ଏରସମା ପୋଲିସ୍ ହାତରେ ଗିରଫ୍ ହୋଇ ଶୁକ୍ରବାର ଦିନ କୋର୍ଟ ଚାଲାଣ ହୋଇଥିଲେ। ବେଲ୍ ନାମାଞ୍ଜୁର ହେବାରୁ ଅଭିଯୁକ୍ତ ମାନଙ୍କୁ କୁଜଙ୍ଗ ସମାଗୋଳ ଜେଲକୁ ପଠାଇ ଦିଆଯାଇଛି ବୋଲି ଏରସମା ଆଇ.ଆଇ.ସି ପ୍ରଶାନ୍ତ କୁମାର ମାଝି ସୂଚନା ପ୍ରଦାନ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଚେନ୍ନାଇ ବିମାନବନ୍ଦରରେ ଚଳନ୍ତା ବିମାନରୁ ଡେଇଁ ପଡ଼ିଲେ ଯାତ୍ରୀ: ଜାଣନ୍ତୁ କାରଣ

May 3, 2026

ଓଲଟିଲା ଢଳେଇ ମିକ୍ସଚର ମେସିନ୍; ଚାପି ହୋଇ ଶ୍ରମିକ ଗୁରୁତର

May 3, 2026

ପୁଣି ଆମ ବସ ନେଲା ଜୀବନ

May 3, 2026

ନଅଟି ମ୍ୟାଚ୍‌ରେ ମାତ୍ର ଦୁଇଟି ବିଜୟ, ତଥାପି ପ୍ଲେଅଫ୍‌ରେ ପହଞ୍ଚିପାରିବ ମୁମ୍ବାଇ ଇଣ୍ଡିଆନ୍ସ?: ଜାଣନ୍ତୁ ସମୀକରଣ 

May 3, 2026
Latest News

ଚେନ୍ନାଇ ବିମାନବନ୍ଦରରେ ଚଳନ୍ତା ବିମାନରୁ ଡେଇଁ ପଡ଼ିଲେ ଯାତ୍ରୀ: ଜାଣନ୍ତୁ କାରଣ

May 3, 2026

ଓଲଟିଲା ଢଳେଇ ମିକ୍ସଚର ମେସିନ୍; ଚାପି ହୋଇ ଶ୍ରମିକ ଗୁରୁତର

May 3, 2026

ପୁଣି ଆମ ବସ ନେଲା ଜୀବନ

May 3, 2026

ନଅଟି ମ୍ୟାଚ୍‌ରେ ମାତ୍ର ଦୁଇଟି ବିଜୟ, ତଥାପି ପ୍ଲେଅଫ୍‌ରେ ପହଞ୍ଚିପାରିବ ମୁମ୍ବାଇ ଇଣ୍ଡିଆନ୍ସ?: ଜାଣନ୍ତୁ ସମୀକରଣ 

May 3, 2026

ତ୍ୟାଗ ଓ ତୀତିକ୍ଷା ପାଇଁ ପଣ୍ଡିତ ନାରାୟଣ ଓଡ଼ିଆ ଜାତିର ନମସ୍ୟ: ୫୮ତମ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି

May 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.