Categories
ଆଜିର ଖବର ଜାତୀୟ ଖବର

ସିକ୍କିମ ସରକାରଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପାଇଁ ନିଶ୍ଚିତ କଲେ ମୋଦୀ ସରକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସିକ୍କିମ ସହ ଏହି ଜଟିଳ ପରିସ୍ଥିତିରେ ସମ୍ପୂର୍ଣ୍ଣ ଭାବରେ ରହିଛନ୍ତି। ସିକ୍କିମ ସରକାରଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପାଇଁ କେନ୍ଦ୍ର ସରକାର ନିଶ୍ଚିତ କରିଛନ୍ତି। କେନ୍ଦ୍ର ଗୃହ  ତଥା ସମବାୟ ମନ୍ତ୍ରୀ ଅମିତ ଶାହ 2023-24 ବର୍ଷ ପାଇଁ ସିକ୍କିମର ପ୍ରଭାବିତ ଲୋକଙ୍କୁ ରିଲିଫ ବ୍ୟବସ୍ଥା ଯୋଗାଇବା ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ର ସେଣ୍ଟ୍ରାଲ୍ ସେୟାରର 44.80 କୋଟି ଟଙ୍କାର ଉଭୟ କିସ୍ତି ପ୍ରଦାନକୁ ଅନୁମୋଦନ କରିଛନ୍ତି। ଅନ୍ୟପକ୍ଷରେ, ଗ୍ଲାସିୟାଲ୍ ଲେକ ଆଉଟବର୍ଷ୍ଟ ବନ୍ୟା (ଜିଏଲଓଏଫ) / କ୍ଲାଉଡ୍ ବର୍ଷ୍ଟ  ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଗୃହ ମନ୍ତ୍ରଣାଳୟ ଏକ ଆନ୍ତ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ (ଆଇଏମସିଟି) ଗଠନ କରିଛି, ଯାହା ରାଜ୍ୟର ପ୍ରଭାବିତ ଅଞ୍ଚଳକୁ ଖୁବ୍ ଶୀଘ୍ର ପରିଦର୍ଶନ କରିବ। ଆଇଏମସିଟି ର ମୂଲ୍ୟାଙ୍କନ ଉପରେ ଆଧାର କରି, ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ରୁ ସିକ୍କିମକୁ ଧାର୍ଯ୍ୟ ପ୍ରକ୍ରିୟା ଅନୁଯାୟୀ ଅତିରିକ୍ତ କେନ୍ଦ୍ରୀୟ ସହାୟତା ଅନୁମୋଦିତ ହେବ।

ଅକ୍ଟୋବର 4 ତାରିଖ ସକାଳେ, ଜିଏଲଓଏଫ/ ବାଦଲ ଫଟା ବର୍ଷା/ ବ୍ୟାପକ ବନ୍ୟା ପରିସ୍ଥିତି ଯୋଗୁଁ ତିସ୍ତା ନଦୀରେ ହଠାତ୍ ପ୍ରବାହ ବୃଦ୍ଧି ପାଇଲା, ଯାହା ଏନଏଚ-10 ର କିଛି ଅଂଶ, ଚୁଙ୍ଗଥାଙ୍ଗ ଡ୍ୟାମକୁ ଧୋଇ ଦେଇଥିଲା। ଏହା ସହିତ ସିକ୍କିମରେ ନଦୀ ଉପତ୍ୟକାର ଉପର ମୁଣ୍ଡରେ ଅନେକ ଛୋଟ ସହର ଏବଂ ଅନେକ ଭିତ୍ତିଭୂମି ପ୍ରକଳ୍ପ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଛି।

ସିକ୍କିମର ସ୍ଥିତିକୁ 24×7 ଆଧାରରେ ସର୍ବୋଚ୍ଚ ସ୍ତରରେ କେନ୍ଦ୍ର ସରକାର ତୀକ୍ଷ୍ଣ ନଜର ରଖିଛନ୍ତ। ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସଠିକ୍ ରୂପେ ଯୋଗାଇବା ପାଇଁ କେନ୍ଦ୍ର ସରକାର ସିକ୍କିମ ସରକାରଙ୍କୁ ସଂପୂର୍ଣ୍ଣ ସହାୟତା ଯୋଗାଉଛନ୍ତି। ପ୍ରଦାନ କରାଯାଇଥିବା ଲଜିଷ୍ଟିକ୍ ସହାୟତାରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ର ପର୍ଯ୍ୟାପ୍ତ ଦଳ ନିୟୋଜନ ଅନ୍ତର୍ଭୁକ୍ତ; ଆବଶ୍ୟକ ସନ୍ଧାନ ଏବଂ ଉଦ୍ଧାର ଉପକରଣ ସହିତ ଭାରତୀୟ ବାୟୁସେନା ହେଲିକପ୍ଟର ଏବଂ ସେନା କର୍ମଚାରୀ ମଧ୍ୟ ଏହି କାର୍ଯ୍ୟରେ ସାମିଲ୍ ହୋଇଛନ୍ତି। ଅନ୍ୟପକ୍ଷରେ, ଶକ୍ତି, ଟେଲିକମ୍ ଏବଂ ସଡକ, ରାଜପଥ ଏବଂ ପରିବହନ ମନ୍ତ୍ରଣାଳୟର ବୈଷୟିକ ଦଳ ରାଜ୍ୟରେ କ୍ଷତିଗ୍ରସ୍ତ ଭିତ୍ତିଭୂମି ଏବଂ ଯୋଗାଯୋଗ ନେଟୱାର୍କର ଠିକ୍ ସମୟରେ ପୁନରୁଦ୍ଧାର ପାଇଁ ସହାୟତା କରୁଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଶିଶୁ ଯୌନ ଶୋଷଣ ବିଷୟବସ୍ତୁକୁ ନେଇ ସୋସିଆଲ ମିଡିଆ ଉପରେ କାର୍ଯ୍ୟାନୁଷ୍ଠାନ: ନୋଟିସ୍ ପଠାଇଲେ କେନ୍ଦ୍ର ସରକାର

ଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ସୋସିଆଲ ମିଡିଆ ମାଧ୍ୟମ ଏକ୍ସ, ୟୁଟ୍ୟୁବ ଏବଂ ଟେଲିଗ୍ରାମ୍କୁ ନୋଟିସ ଜାରି କରି ଭାରତୀୟ ଇଣ୍ଟରନେଟରେ ସେମାନଙ୍କ ପ୍ଲାଟଫର୍ମରୁ ଶିଶୁ ଯୌନ ଶୋଷଣ ସମ୍ପର୍କିତ ବିଷୟବସ୍ତୁ (ସିଏସଏଏମ୍) ହଟାଇବାକୁ ଚେତାବନୀ ଦେଇଛି।
ଏହି ପ୍ଲାଟଫର୍ମ ଗୁଡିକୁ ଦିଆଯାଇଥିବା ନୋଟିସ୍ ଗୁଡିକ ସେମାନଙ୍କ ପ୍ଲାଟଫର୍ମରେ କୌଣସି ସିଏସଏଏମ୍କୁ ତୁରନ୍ତ ଏବଂ ସ୍ଥାୟୀ ଭାବରେ ହଟାଇବା କିମ୍ବା ଆକସେସ୍କୁ ଅକ୍ଷମ କରିବା ଉପରେ ଗୁରୁତ୍ୱାରୋପ କରନ୍ତି। ଭବିଷ୍ୟତରେ ସିଏସଏଏମ୍ର ପ୍ରସାରକୁ ରୋକିବା ପାଇଁ ବିଷୟବସ୍ତୁ ମଡରେସନ୍ ଆଲଗୋରିଦମ୍ ଏବଂ ରିପୋର୍ଟିଂ ମେକାନିଜମ୍ ଭଳି ସକ୍ରିୟ ପଦକ୍ଷେପ ଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ସେମାନେ ଆହ୍ୱାନ ଦେଇଛନ୍ତି।

ଏମଇଆଇଟିଆଇର ଏହି ନୋଟିସରେ କୁହାଯାଇଛି ଯେ ଏହି ଆବଶ୍ୟକତାକୁ ପାଳନ ନକରିବା ଆଇଟି ନିୟମ, ୨୦୨୧ର ନିୟମ ୩(୧)(ବି) ଏବଂ ନିୟମ ୪(୪)ର ଉଲ୍ଲଂଘନ ବୋଲି ବିବେଚନା କରାଯିବ।

ମନ୍ତ୍ରଣାଳୟ ତିନୋଟି ସୋସିଆଲ ମିଡିଆ ମଧ୍ୟସ୍ଥିଙ୍କୁ ଚେତାବନୀ ଦେଇଛି ଯେ ନୋଟିସ୍ ପାଳନ କରିବାରେ ବିଳମ୍ବ ହେଲେ ଆଇଟି ଆଇନର ଧାରା ୭୯ ଅନୁଯାୟୀ ସେମାନଙ୍କ ସୁରକ୍ଷିତ ଆଶ୍ରୟ ସୁରକ୍ଷା ପ୍ରତ୍ୟାହାର କରାଯିବ, ଯାହା ବର୍ତ୍ତମାନ ସେମାନଙ୍କୁ ଆଇନଗତ ଦାୟିତ୍ୱରୁ ରକ୍ଷା କରୁଛି।

କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ଆମେ ଏକ୍ସ, ୟୁଟ୍ୟୁବ ଏବଂ ଟେଲିଗ୍ରାମ ଯେପରି ସେମାନଙ୍କ ପ୍ଲାଟଫର୍ମରେ କୌଣସି ଶିଶୁ ଯୌନ ଶୋଷଣ ବିଷୟବସ୍ତୁ ରଖିବେ ନାହିଁ ତାହା ସୁନିଶ୍ଚିତ କରିବାକୁ ନୋଟିସ ପଠାଇଛୁ। ଆଇଟି ନିୟମ ଅନୁଯାୟୀ ଏକ ସୁରକ୍ଷିତ ଏବଂ ବିଶ୍ୱସନୀୟ ଇଣ୍ଟରନେଟ୍ ନିର୍ମାଣ ନିମନ୍ତେ ସରକାର ସଂକଳ୍ପବଦ୍ଧ । ଆଇଟି ଅଧିନିୟମରେ ଆଇଟି ନିୟମ ଅନୁସାରେ ସୋସିଆଲ ମିଡିଆ ମଧ୍ୟସ୍ଥିମାନେ କଠୋରତାର ସହିତ ସେମାନଙ୍କ ପ୍ଲାଟଫର୍ମରେ ଅପରାଧିକ କିମ୍ବା ହାନିକାରକ ପୋଷ୍ଟକୁ ଅନୁମତି ଦେବେ ନାହିଁ ବୋଲି ଆଶା ରଖାଯାଇଛି । ଯଦି ସେମାନେ ତୁରନ୍ତ ପଦକ୍ଷେପ ନ ନିଅନ୍ତି, ତେବେ ଆଇଟି ଆଇନର ଧାରା ୭୯ ଅନୁଯାୟୀ ସେମାନଙ୍କ ସୁରକ୍ଷିତ ଆଶ୍ରୟ ପ୍ରତ୍ୟାହାର କରାଯିବ ଏବଂ ଭାରତୀୟ ଆଇନ ଅନୁଯାୟୀ ଏହାର ପରିଣାମ ଭୋଗିବାକୁ ପଡ଼ିବ ।

ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଭାରତୀୟ ଇଣ୍ଟରନେଟରୁ ଏଭଳି କ୍ଷତିକାରକ ବିଷୟବସ୍ତୁକୁ ହଟାଇବା ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି, ଯାହା ଦ୍ୱାରା ଏହି ପଦ୍ଧତି ମନ୍ତ୍ରଣାଳୟର ନୀତି ଦୃଷ୍ଟିକୋଣରେ ପରିଣତ ହେବ ।

ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) ଆଇନ, ୨୦୦୦, ସିଏସ୍ଏଏମ ସମେତ ଅଶ୍ଳୀଳ ବିଷୟବସ୍ତୁକୁ ସମ୍ବୋଧିତ କରିବା ପାଇଁ ଆଇନଗତ ଢାଞ୍ଚା ପ୍ରଦାନ କରିଛି । ଆଇଟି ଆଇନର ଧାରା ୬୬ଇ, ୬୭, ୬୭ଏ ଏବଂ ୬୭ବି ଅଶ୍ଲୀଳ କିମ୍ବା ଅଶ୍ଳୀଳ ବିଷୟବସ୍ତୁର ଅନଲାଇନ ପ୍ରସାରଣ ପାଇଁ କଠୋର ଦଣ୍ଡ ଏବଂ ଜରିମାନା ଲାଗୁ କରିଥାଏ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୁଣା ପେନସନ୍ ପାଇଁ ଦିଲ୍ଲୀର ରାମଳୀଳା ମଇଦାନରେ ୫ ଲକ୍ଷ କର୍ମଚାରୀ: କେନ୍ଦ୍ର ସରକାର ନେବେ କି ବଡ ନିଷ୍ପତ୍ତି?

ଦିଲ୍ଲୀ: ଆଜି ଦିଲ୍ଲୀର ରାମଳୀଳା ମଇଦାନରେ ନୂତନ ପେନସନ୍ ଭୁକ୍ତ କର୍ମଚାରୀ ମାନଙ୍କର ମହାସମାବେଶ ହୋଇଯାଇଛି। ଏଥିରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ପାଞ୍ଚ ଲକ୍ଷ ଉର୍ଦ୍ଧ କର୍ମଚାରୀ ଯୋଗଦେବା ସହିତ ଓଡିଶାର ବିଭିନ୍ନ ସଂଗଠନରୁ ପାଞ୍ଚ ହଜାରରୁ ଉର୍ଦ୍ଧ୍ଵ କର୍ମଚାରୀ ଯୋଗ ଦେଇଥିଲେ। ଦେଶରେ ବିଭିନ୍ନ ରାଜ୍ୟ ନିଜ କର୍ମଚାରୀମାନଙ୍କ ଲାଗି ନୂତନ ପେନସନ୍ ଯୋଜନା ଉଚ୍ଛେଦ କରି ପୁରୁଣା ପେନସନ୍ ଲାଗୁ କରିଛନ୍ତି। ଏହି କର୍ମଚାରୀ ମାରଣ (କଳା) ଯୋଜନାକୁ କେନ୍ଦ୍ର ସରକାର ୨୦୦୫ ମସିହାରେ ଓ ତତ୍ ସହିତ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିଲେ। ପର୍ଯ୍ୟାୟକ୍ରମେ ଏହାର ଭାୟାଭୟତା ହୃଦୟଙ୍ଗମ କରି କିଛି ରାଜ୍ୟ ତଥା ଛତିଶଗଡ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡରେ ଏହାକୁ ଉଚ୍ଛେଦ କରି ପୂରୁଣା ପେନସନ ଯୋଜନା ଲାଗୁ କରିଛନ୍ତି ଏବଂ ଅନ୍ୟ କିଛି ରାଜ୍ୟ ତଥା ସରକାର ମଧ୍ୟ ତାଙ୍କ ରାଜ୍ୟରେ ଏହାକୁ ଲାଗୁ କରିବା ପାଇଁ ମୌଖିକ ଘୋଷାଣ କରିଛନ୍ତି।

ଏଯାବତ୍ କେନ୍ଦ୍ର ସରକାର ଏହି ଦିଗରେ ଉଦାସୀନ ମନୋଭାବ ପୋଷଣ କରି ଆସୁଛନ୍ତି।  ଆସନ୍ତା ନଭେମ୍ବର ମାସରେ କିଛି ରାଜ୍ୟରେ ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ବୃହତ୍ ନିଷ୍ପତ୍ତି ଗ୍ରହଣ କରି ପାରନ୍ତି। ନୂତନ ପେନସନ ଯୋଜନାକୁ ବିରୋଧ କରି ଦେଶର ସବୁ କର୍ମଚାରୀ ମାନେ ଦିଲ୍ଲୀର ରାମଳୀଳା ମଇଦାନରେ ରଣହୁଂକାର କରିଥିଲେ।

ବିଶେଷ ସୂତ୍ରରୁ ଜଣାପଡିଛି କି ଓଡ଼ିଶା ସରକାର ମଧ୍ୟ ରାଜ୍ୟ କର୍ମଚାରୀମାନଙ୍କ ପାଇଁ ପୁରୁଣା ପେନସନ୍ ଯୋଜନା ଲାଗୁ ଦିଗରେ ମାନସମନ୍ଥନ କରୁଛନ୍ତି। ଆସନ୍ତା ଦିନରେ ରାଜ୍ୟ ସରକାର ପୁରୁଣା ପେନସନ୍ ଲାଗୁ କରିବା ପାଇଁ ସବୁ ସଂଗଠନ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଏହି ମହାସମାବେଶରେ NMOPS ଓଡିଶାର ରାଜ୍ୟ ସଭାପତି ବିଜୟ ମଲ୍ଲ ଓ ସମ୍ପାଦକ ପ୍ରଯତ୍ନ ବରାଳ ଓ ଅନ୍ୟ ନେତୃମଣ୍ଡଳୀ ମାନେ ଦିଲ୍ଲୀ ଠାରେ ଉପସ୍ଥିତ ରହି ଏହି ସମାବେଶରେ ଓଡ଼ିଶାର ଭାଗିଦାରିତାକୁ ସଞ୍ଚାଳନ କରିଥିଲେ। ଏଥିରେ ରାଜ୍ୟ ନେତୃମଣ୍ଡଳୀ ପ୍ରଶାନ୍ତ ରାଉତରାୟ, ବଙ୍କିମଚନ୍ଦ୍ର ସାଗର, କ୍ଷିତିଶ ପଣ୍ଡା, ପ୍ରିୟବ୍ରତ ନାୟକ, ଜୀବନ ମହାନ୍ତି, ଶଶିକାନ୍ତ ସାହୁ, ଅଶୋକ ଦତ୍ତା, ଉତ୍ତମ୍ ଦାସ, ବ୍ରହ୍ମାନନ୍ଦ ଭୋଇ ସହ ଅନ୍ୟ ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ହାତରୁ ପ୍ରମାଣପତ୍ର ଗ୍ରହଣ କରିଥିବା ଶ୍ରୀଜିଉଙ୍କର ଦୟଣାମାଳି ସେବକ

ନୂଆଦିଲ୍ଲୀ: ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉଙ୍କର ଦୟଣାମାଳି ସେବକ ବସନ୍ତ କୁମାର ରଣା କେନ୍ଦ୍ର ସରକାରଙ୍କ ବିଶ୍ୱକର୍ମା ଯୋଜନାକୁ ନେଇ ବେଶ ଉତ୍ସାହ ପ୍ରକାଶ କରିବା ସହିତ ଏହା କୌଳିକ ବୃତ୍ତିଧାରୀ କାରିଗରମାନଙ୍କୁ ବିଶେଷ ଭାବେ ସହାୟକ ହେବ ବୋଲି କହିଛନ୍ତି। ଗତ ୧୭ ତାରିଖରେ ପିଏମ୍‌ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଶ୍ରୀ ରଣା ବିଶ୍ୱକର୍ମା ପ୍ରମାଣପତ୍ର ପାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଅନୁଭୂତି ସ୍ୱତନ୍ତ୍ର ଥିଲା ବୋଲି  ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ଶ୍ରୀ ରଣା କହିଛନ୍ତି, ୯୦ ଦଶକରୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା କରି ଆସୁଛନ୍ତି। ଶ୍ରୀଜିଉଙ୍କ ସବୁଠୁ ବିରଳ ବେଶ ନାଗାର୍ଜ୍ଜୁନ ବେଶ ସମୟରେ ସେ ଫୁଲମାଳ, ଟାହିଆ ଯୋଗାଇ ଦେଇଥିଲେ। ଶ୍ରୀଜିଉଙ୍କର ସ୍ନାନ ପୂର୍ଣ୍ଣିମା, ହାତୀ ବେଶ, ଗଜ ଉଦ୍ଧାରଣ ବେଶ, କୃଷ୍ଣ ବଳରାମ ବେଶ, ପଦ୍ମବେଶ, ଡାଳିକିଆ ବେଶ ମଧ୍ୟ ସେ ପ୍ରସ୍ତୁତ କରିଥାନ୍ତି। ତା’ଛଡ଼ା ସ୍ନାନପୂର୍ଣ୍ଣିମା ଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଟାହିଆ ମଧ୍ୟ ସେ ତିଆରି କରିଥାନ୍ତି।

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ବିଶ୍ୱକର୍ମା ପ୍ରମାଣପତ୍ର ଗ୍ରହଣ କରିବାର ଅନୁଭୂତିକୁ ନେଇ ପଚାରିବାରୁ ଶ୍ରୀ ରଣା ଭାବପ୍ରବଣ ହୋଇ ପଡ଼ିଛନ୍ତି। ସେ କହିଛନ୍ତି, ତାଙ୍କ ଭଳି ସାଧାରଣ କାରିଗରଙ୍କୁ ଦେଶର ରାଜଧାନୀର ମଞ୍ଚରେ ଛିଡ଼ା ହେବାର ସୁଯୋଗ ମିଳିବା ଶ୍ରୀଜଗନ୍ନାଥଙ୍କ କୃପାରୁ ସମ୍ଭବ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବାର ଅନୁଭୂତି ସ୍ୱତନ୍ତ୍ର ଥିଲା। ମହାପ୍ରଭୁ ଜଗନ୍ନାଥଙ୍କ କେଉଁ ସବୁ ସେବା କରିଥାନ୍ତି ସେ ସମ୍ପର୍କରେ ଶ୍ରୀ ମୋଦୀ ତାଙ୍କ ସହ କଥା ହୋଇଥିଲେ ବୋଲି ସେ କହିଛନ୍ତି।

ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ନେଇ ଶ୍ରୀ ରଣା କହିଛନ୍ତି, ପୁରୀ ସହରରେ ଥିବା ସବୁ ବିଶ୍ୱକର୍ମାମାନଙ୍କୁ ଚିହ୍ନଟ ଏବଂ ଏକତ୍ରିତ କରି ସେମାନଙ୍କ ପାଇଁ ତାଲିମ ବ୍ୟବସ୍ଥା କରାଯିବ। ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ କରାଯିବ। ରାଜ୍ୟର ପୁରୀ, ଭୁବନେଶ୍ୱର ଓ ସମ୍ବଲପୁର ଠାରେ କୌଳିକ ବୃତ୍ତିଧାରୀ କାରିଗରଙ୍କ ପାଇଁ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଦ୍ୱାରା, ରଜକ, ବାଉଁଶ ସାମଗ୍ରୀ ନିର୍ମାଣ କାରିଗର, ବଢ଼େଇ, ମାଳାକାର, ରାଜମିସ୍ତ୍ରୀ ଭଳି କୌଳିକ ବୃତ୍ତି ଧାରୀ ଅବହେଳିତ ବର୍ଗର ଲୋକମାନେ ଉପକୃତ ହୋଇପାରିବେ ବୋଲି ଶ୍ରୀ ରଣା ଆଶାବ୍ୟକ୍ତ କରିଛନ୍ତି। ତାଙ୍କ ଭଳି କାରିଗରମାନଙ୍କୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଦରବାରରେ ସମ୍ମାନ ଦେଇଥିବାରୁ ସେ କୃତଜ୍ଞତା ପ୍ରକାଶ କରିଛନ୍ତି। କୌଳିକ ବୃତ୍ତିଧାରୀଙ୍କ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା ହେଲେ ସବୁ କାରିଗରମାନେ ଉପକୃତ ହୋଇପାରିବେ। ପ୍ରଶିକ୍ଷଣ, ଆର୍ଥିକ ସହାୟତା, ଋଣ ବ୍ୟବସ୍ଥା ଦ୍ୱାରା ମାଳି, ରଜକ, ବଣିଆ ଭଳି ବୃତ୍ତିଧାରୀମାନେ ଉପକୃତ ହୋଇପାରିବେ। କେନ୍ଦ୍ର ସରକାରଙ୍କ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ସବୁ ପ୍ରକାର ସହଯୋଗ ମିଳିଛି ବୋଲି ଶ୍ରୀ ରଣା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଡିସେମ୍ବର ୩୧ କୁ ହରଡ଼ ଓ ବିରି ଡାଲି ଷ୍ଟକ୍ ସୀମା ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ହରଡ଼ ଓ ବିରି ଡାଲି ସଂକ୍ରାନ୍ତରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଅଧୀନରେ ପ୍ରଚଳିତ ଷ୍ଟକ୍ ସୀମାର ଅବଧିକୁ ସରକାର ୩୦ ଅକ୍ଟୋବର, ୨୦୨୩ ରୁ ୩୧ ଡିସେମ୍ବର, ୨୦୨୩ କୁ ବୃଦ୍ଧି କରିଛନ୍ତି ଏବଂ କେତେକ ଷ୍ଟକ୍ ହୋଲ୍ଡିଂ ସଂସ୍ଥା ପାଇଁ ଷ୍ଟକ୍ ହୋଲ୍ଡିଂ ସୀମା ମଧ୍ୟ ସଂଶୋଧନ କରିଛନ୍ତି।

ଆଜି ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଡିପୋରେ ହୋଲସେଲର ଏବଂ ବଡ଼ ଶୃଙ୍ଖଳାର ଖୁଚୁରା ବେପାରୀ ମାନଙ୍କ ସହିତ ଷ୍ଟକ୍ ସୀମା ୨୦୦ ମେଟ୍ରିକ୍ ଟନ୍‌ରୁ ୫୦ ମେଟ୍ରିକ୍ ଟନ୍‌କୁ ହ୍ରାସ କରାଯାଇଛି ଏବଂ ମିଲର ମାନଙ୍କ ପାଇଁ ସୀମା ଗତ ୩ ମାସର ଉତ୍ପାଦନ କିମ୍ବା ବାର୍ଷିକ କ୍ଷମତାର ୨୫% ରୁ କମ୍ କରି ଦିଆଯାଇଛି, ଯାହା ବିଗତ ୧ ମାସର ଉତ୍ପାଦନ କିମ୍ବା ବାର୍ଷିକ କ୍ଷମତାର ୧୦%, ଯାହା ତନ୍ମଧ୍ୟରୁ ଅଧିକ ଥିବ।

ଷ୍ଟକ ସୀମାରେ ସଂଶୋଧନ ଏବଂ ସମୟ ଅବଧି ବୃଦ୍ଧି ହେଉଛି ଜମାଖୋରୀକୁ ରୋକିବା ଏବଂ ବଜାରକୁ ପର୍ଯ୍ୟାପ୍ତ ପରିମାଣରେ ହରଡ଼ ଓ ବିରି ଡାଲିକୁ କ୍ରମାଗତ ଭାବରେ ମୁକ୍ତ କରିବାକୁ ସୁନିଶ୍ଚିତ କରିବା ଏବଂ ଉପଭୋକ୍ତା ମାନଙ୍କ ପାଇଁ ସୁଲଭ ମୂଲ୍ୟରେ ହରଡ଼ ଓ ବିରି ଡାଲି ଉପଲବ୍ଧ କରାଇବା।

ସଦ୍ୟତମ ଆଦେଶ ଅନୁଯାୟୀ, ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୨୦୨୩ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ହରଡ଼ ଓ ବିରି ଡାଲି ପାଇଁ ଷ୍ଟକ୍ ସୀମା ଧାର୍ଯ୍ୟ କରାଯାଇଛି। ହୋଲସେଲର ମାନଙ୍କ ପାଇଁ ପ୍ରତ୍ୟେକ ଡାଲି ନିମନ୍ତେ ବ୍ୟକ୍ତିଗତ ଭାବେ ଲାଗୁ ହେଉଥିବା ଷ୍ଟକ୍ ସୀମା ୫୦ ମେଟ୍ରିକ୍ ଟନ୍ ହେବ; ଖୁଚୁରା ବ୍ୟବସାୟୀ ମାନଙ୍କ ପାଇଁ ୫ ମେଟ୍ରିକ୍ ଟନ୍‌; ପ୍ରତ୍ୟେକ ଖୁଚୁରା ଦୋକାନରେ ୫ ମେଟ୍ରିକ୍ ଟନ୍ ଏବଂ ବଡ଼ ଶୃଙ୍ଖଳା ଖୁଚୁରା ବେପାରୀ ମାନଙ୍କ ପାଇଁ ଡିପୋରେ ୫୦ ମେଟ୍ରିକ୍ ଟନ୍‌; ମିଲର୍ ମାନଙ୍କ ପାଇଁ ଉତ୍ପାଦନର ଶେଷ ୧ ମାସ ବା ବାର୍ଷିକ ସ୍ଥାପିତ କ୍ଷମତାର ୧୦% ଯାହା ଅଧିକ ଥିବ। ଆମଦାନୀକାରୀଙ୍କ କ୍ଷେତ୍ରରେ ଆମଦାନୀକାରୀମାନେ ସୀମା ଶୁଳ୍କ ମଞ୍ଜୁରୀ ତାରିଖ ଠାରୁ ୩୦ ଦିନରୁ ଅଧିକ ଆମଦାନୀ ଷ୍ଟକ୍ ରଖି ପାରିବେ ନାହିଁ।

ସମ୍ପୃକ୍ତ ଆଇନଗତ ସଂସ୍ଥାଗୁଡ଼ିକ ଉପଭୋକ୍ତା ବ୍ୟାପାର ବିଭାଗର ପୋର୍ଟାଲ (https://fcainfoweb.nic.in/psp) ରେ ଷ୍ଟକ୍ ସ୍ଥିତି ଘୋଷଣା କରିବେ ଏବଂ ଯଦି ସେମାନଙ୍କ ପାଖରେ ଥିବା ଷ୍ଟକ୍ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ହୁଏ, ତେବେ ସେମାନେ ବିଜ୍ଞପ୍ତି ଜାରି ହେବାର ୩୦ ଦିନ ମଧ୍ୟରେ ଏହାକୁ ନିର୍ଦ୍ଧାରିତ ଷ୍ଟକ୍ ସୀମାକୁ ଆଣିବେ।

ଏହା ପୂର୍ବରୁ ଜମାକାରୀ ଓ ଅସାଧୁ କାର୍ଯ୍ୟକୁ ରୋକିବା ଏବଂ ଉପଭୋକ୍ତାଙ୍କ ସାମର୍ଥ୍ୟରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ସରକାର ୨୦୨୩ ଜାନୁଆରୀ ୨ ତାରିଖରେ ହରଡ଼ ଓ ବିରି ଡାଲି ପାଇଁ ଷ୍ଟକ୍ ସୀମାକୁ ନେଇ ବିଜ୍ଞପ୍ତି ଜାରି କରିଥିଲେ। ରାଜ୍ୟ ସରକାରଙ୍କ ସହ ସାପ୍ତାହିକ ଭିତ୍ତିରେ ସମୀକ୍ଷା କରାଯାଇଥିବା ଷ୍ଟକ ପ୍ରକଟୀକରଣ ପୋର୍ଟାଲ ଜରିଆରେ ଉପଭୋକ୍ତା ବ୍ୟାପାର ବିଭାଗ ହରଡ଼ ଓ ବିରି ଡାଲିର ଷ୍ଟକ୍ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।

Categories
ଆଜିର ଖବର ଜାତୀୟ ଖବର

ପାରମ୍ପରିକ ଶିଳ୍ପୀ ଏବଂ କାରିଗରମାନଙ୍କୁ ପ୍ରତ୍ୟକ୍ଷ ସହାୟତା ପ୍ରଦାନ କରିବ ପିଏମ୍‌ ବିଶ୍ୱକର୍ମା ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ପିଏମ ବିଶ୍ୱକର୍ମା ଯୋଜନାର ମୁଖ୍ୟ ବୈଶିଷ୍ଟ୍ୟ ଓ ମାର୍ଗଦର୍ଶିକା ଜାରି କରାଯାଇଛି। କୌଳିକ ବୃତ୍ତିଧାରୀ ଶିଳ୍ପୀ ଓ କାରିଗରମାନେ ଜନସେବା କେନ୍ଦ୍ର ଜରିଆରେ ଯୋଜନାର ପୋର୍ଟାଲରେ ପଞ୍ଜୀକରଣ କରିପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ୧୭ ସେପ୍ଟେମ୍ବର, ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଭାବେ ପିଏମ୍ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରାଯାଇଥିଲା। ହାତରେ ଓ ହାତ ତିଆରି ସରଞ୍ଜାମରେ କାମ କରୁଥିବା ପାରମ୍ପରିକ ଶିଳ୍ପୀ ଏବଂ କାରିଗରମାନଙ୍କୁ ପ୍ରତ୍ୟକ୍ଷ ସହାୟତା ପ୍ରଦାନ କରିବା ଏହି ଯୋଜନାର ଉଦ୍ଦେଶ୍ୟ । ପିଏମ୍‌ ବିଶ୍ୱକର୍ମା ଯୋଜନାରେ ୧୮ଟି କୌଳିକ ବୃତ୍ତିକୁ ସାମିଲ କରାଯାଇଛି ଯଥା : (୧) ବଢ଼େଇ, (୨) ଡଙ୍ଗା ନିର୍ମାତା, (୩) ଅସ୍ତ୍ରଶସ୍ତ୍ର ନିର୍ମାତା; (୪) କମାର; (୫) ହାତୁଡ଼ି ଏବଂ ବିଭିନ୍ନ ଉପକରଣ ନିର୍ମାଣକାରୀ, (୬) ତାଲା କାରିଗର; (୭) ବଣିଆ, (୮) କୁମ୍ଭାର, (୯) ମୂର୍ତ୍ତିଶିଳ୍ପୀ/ ପଥର ଖୋଦେଇ କାରିଗର, ପଥର କଟାଳି; (୧୦) ମୋଚି/ଜୋତା କାରିଗର, (୧୧) ରାଜମିସ୍ତ୍ରୀ, (୧୨) ଝୁଡ଼ି/ମସିଣା/ଝାଡ଼ୁ ନିର୍ମାତା ଓ କତା ବୁଣାକାର, (୧୩) କଣ୍ଢେଇ ଏବଂ ଖେଳନା ନିର୍ମାତା (ପାରମ୍ପରିକ), (୧୪) ଭଣ୍ଡାରୀ, (୧୫) ଫୁଲ ବ୍ୟବସାୟୀ (୧୬) ରଜକ; (୧୭) ଦରଜି ଏବଂ (୧୮) ମାଛଧରା ଜାଲ ନିର୍ମାତା।

ଏହି ଯୋଜନାରେ ଶିଳ୍ପୀ ଏବଂ କାରିଗରମାନଙ୍କୁ ନିମ୍ନଲିଖିତ ସୁବିଧା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି:

(୧) ମାନ୍ୟତା: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପ୍ରମାଣପତ୍ର ଏବଂ ପରିଚୟ ପତ୍ର ମାଧ୍ୟମରେ ଶିଳ୍ପୀ ଏବଂ କାରିଗରମାନଙ୍କୁ ମାନ୍ୟତା।

(୨) ଦକ୍ଷତା ବିକାଶ: ୫-୭ ଦିନର ମୌଳିକ ପ୍ରଶିକ୍ଷଣ ଏବଂ ୧୫ ଦିନ କିମ୍ବା ତା’ଠାରୁ ଅଧିକ ସମୟର ଉନ୍ନତ ପ୍ରଶିକ୍ଷଣ, ଦୈନିକ ୫୦୦ ଟଙ୍କା ଷ୍ଟାଇପେଣ୍ଡ ସହିତ

(୩) ଟୁଲକିଟ୍ ପ୍ରୋତ୍ସାହନ: ମୌଳିକ ଦକ୍ଷତା ପ୍ରଶିକ୍ଷଣ ଆରମ୍ଭରେ ଇ-ଭାଉଚର ଆକାରରେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଟୁଲକିଟ୍ ପ୍ରୋତ୍ସାହନ ରାଶି।

(୪) ଋଣ ସହାୟତା : ୧ ଲକ୍ଷ ଓ ୨ ଲକ୍ଷ ଟଙ୍କାର ଦୁଇଟି କିସ୍ତିରେ ଯଥାକ୍ରମେ ୧୮ ମାସ ଓ ୩୦ ମାସର ଅବଧି ସହିତ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକ ମୁକ୍ତ ‘ଉଦ୍ୟୋଗ ବିକାଶ ଋଣ’ ୫% ରିହାତି ହାରରେ ଯୋଗାଇ ଦିଆଯିବ। ଏଥିସହିତ ଭାରତ ସରକାର ୮% ପର୍ଯ୍ୟନ୍ତ ସହାୟତା ଯୋଗାଇ ଦେବାକୁ ଧାର୍ଯ୍ୟ କରିଛନ୍ତି। ମୌଳିକ ତାଲିମ ସମାପ୍ତ କରିଥିବା ହିତାଧିକାରୀମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଥମ କିସ୍ତିର ଋଣ ସହାୟତା ପାଇବାକୁ ଯୋଗ୍ୟ ହେବେ। ଦ୍ୱିତୀୟ ଋଣ କିସ୍ତି ସେହି ହିତାଧିକାରୀଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ପ୍ରଥମ କିସ୍ତି ହାସଲ କରିଛନ୍ତି ଏବଂ ଏକ ମାନକ ଋଣ ଖାତା ରଖିଛନ୍ତି ଏବଂ ସେମାନଙ୍କ ବ୍ୟବସାୟରେ ଡିଜିଟାଲ କାରବାର ଆପଣାଇଛନ୍ତି କିମ୍ବା ଉନ୍ନତ ତାଲିମ ନେଇଛନ୍ତି।

(୫) ଡିଜିଟାଲ ଅର୍ଥ କାରବାର ପାଇଁ ପ୍ରୋତ୍ସାହନ: ପ୍ରତ୍ୟେକ ଡିଜିଟାଲ ପେ-ଆଉଟ୍ କିମ୍ବା ରସିଦ୍ ପାଇଁ ମାସିକ ସର୍ବାଧିକ ୧୦୦ ନେଣଦେଣ ପର୍ଯ୍ୟନ୍ତ ପ୍ରତି ଡିଜିଟାଲ୍ ନେଣଦେଣ ପାଇଁ ହିତାଧିକାରୀଙ୍କ ଆକାଉଣ୍ଟରେ ୧ ଟଙ୍କା ଜମା କରାଯିବ।

(୬) ବିପଣନ ସହାୟତା : କାରିଗର ଏବଂ କାରିଗରମାନଙ୍କୁ ଗୁଣାତ୍ମକ ପ୍ରମାଣପତ୍ର, ବ୍ରାଣ୍ଡିଂ, ଜିଇଏମ୍ ଭଳି ଇ-କମର୍ସ ପ୍ଲାଟଫର୍ମକୁ ଆଣିବା, ବିଜ୍ଞାପନ, ପ୍ରଚାର ଏବଂ ଅନ୍ୟାନ୍ୟ ମାର୍କେଟିଂ କାର୍ଯ୍ୟକଳାପ ଆକାରରେ ମାର୍କେଟିଂ ସହାୟତା ପ୍ରଦାନ କରାଯିବ।

ଉପରୋକ୍ତ ସୁବିଧା ବ୍ୟତୀତ, ଏହି ଯୋଜନା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ଆନୁଷ୍ଠାନିକ ଏମଏସଏମଇ ଇକୋସିଷ୍ଟମରେ ‘ଉଦ୍ୟୋଗୀ’ ଭାବରେ ଉଦ୍ୟମ୍ ଆସିଷ୍ଟ ପ୍ଲାଟଫର୍ମରେ ସାମିଲ କରାଯିବ।

ପିଏମ୍ ବିଶ୍ୱକର୍ମା ପୋର୍ଟାଲରେ ଆଧାର ଆଧାରିତ ବାୟୋମେଟ୍ରିକ୍ ପ୍ରମାଣୀକରଣ ସହିତ କମନ୍ ସର୍ଭିସ୍ ସେଣ୍ଟର ମାଧ୍ୟମରେ ହିତାଧିକାରୀଙ୍କ ପଞ୍ଜୀକରଣ କରାଯିବ। ହିତାଧିକାରୀଙ୍କ ନାମ ପଞ୍ଜୀକରଣ ପରେ ତିନି ପର୍ଯ୍ୟାୟ ଯାଞ୍ଚ କରାଯିବ, ଯେଉଁଥିରେ (୧) ଗ୍ରାମ ପଞ୍ଚାୟତ/ ସହରାଞ୍ଚଳ ପ୍ରଶାସନିକ ସ୍ତରରେ ଯାଞ୍ଚ, (୨) ଜିଲ୍ଲା କାର୍ଯ୍ୟକାରିତା କମିଟି ଦ୍ୱାରା ଯାଞ୍ଚ ଏବଂ ସୁପାରିସ (୩) ସ୍କ୍ରିନିଂ କମିଟିର ଅନୁମୋଦନ ଅନ୍ତର୍ଭୁକ୍ତ ହେବ।

 

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟରେ ଖଣି ଓ ଖଣିଜ କାରବାରକୁ ନେଇ କେନ୍ଦ୍ର ଖଣି ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ସଚିବ ଭି. ଏଲ. କାନ୍ତାରାଓ ଖଣି ଓ ଖଣିଜ କାରବାର କ୍ଷେତ୍ରରେ ନିୟୋଜିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥାର ପଦାଧିକାରୀ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ନେଇ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରିଛନ୍ତି। ବୈଠକରେ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ଭାରତୀୟ ବୈଜ୍ଞାନିକ ସର୍ବେକ୍ଷଣ(ଜିଏସଆଇ)ର ମହାନିର୍ଦ୍ଦେଶକ ଜନାର୍ଦ୍ଦନ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।

ଜିଏସଆଇ, ନାଲକୋ, ଆଇବିଏମ ଭଳି କେନ୍ଦ୍ର ସରକାରୀ ସଂସ୍ଥା ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମେତ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ, ଖଣି ଓ ଭୂବୈଜ୍ଞାନିକ ନିର୍ଦ୍ଦେଶାଳୟ, ଓଡ଼ିଶା ଖଣି ନିଗମ (ଓଏମସି), ଯୋଜନା ଓ ସଂଯୋଜନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ। ଜେଏସଡବ୍ଲୁ, ଜେଏସପିଏଲ, ବେଦାନ୍ତ, ଏଏମଏନଏସ, ଆସୋଚାମ୍‌, ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି), ଟାଟା ଷ୍ଟିଲ, ଫିକି, ଫିମି, ୟୁସିସିଆଇଏଲ, ସିଆଇଆଇ ଭଳି ଶିଳ୍ପାନୁଷ୍ଠାନ ଓ ଶିଳ୍ପ ସଂଘର ପ୍ରତିନିଧିମାନେ ଏହି ବୈଠକରେ ଯୋଗ ଦେଇ ସେମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଉପରେ ନିଜର ମତ ରଖିଥିଲେ।

ଓଡ଼ିଶାରେ ଖଣି ଖନନ ଓ ଖଣିଜ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗକୁ ନେଇ ବୈଠକରେ ବିଚାର ବିମର୍ଶ କରାଯାଇଥିଲା। କେନ୍ଦ୍ର ଖଣି ସଚିବ ବିଭିନ୍ନ ସଂସ୍ଥାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ସଂସ୍ଥା ଦ୍ୱାରା ଖଣିଜ ଉତ୍ତୋଳନ କାର୍ଯ୍ୟକୁ ବଢ଼ାଇବା ଏବଂ ଏନଏମଇଟି ପାଣ୍ଠିର ଉପଯୋଗ କରିବା, ଖଣିଗୁଡ଼ିକର ନିଲାମୀ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା, ନିଲାମ ହୋଇଥିବା ଖଣିଗୁଡ଼ିକୁ ଠିକ୍‌ ସମୟରେ କାର୍ଯ୍ୟକ୍ଷମ କରିବା ଏବଂ ଦୀର୍ଘସ୍ଥାୟୀ ଖଣି ଖନନ ସହିତ ଉତ୍ପାଦନ ବଢ଼ାଇବା ପାଇଁ ମିଳିତ ପ୍ରୟାସ ଲାଗି ଆହ୍ୱାନ କରିଥିଲେ।

ଦେଓରଞ୍ଜନ କୁମାର ସିଂ ନିଜ ବକ୍ତବ୍ୟରେ ଖଣି ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ବିଭିନ୍ନ ଏଜେନ୍ସିର ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଏ ଦିଗରେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।

ଓଡ଼ିଶାରେ ଖଣି କ୍ଷେତ୍ରର ବିକାଶ ପାଇଁ ଖଣି ମନ୍ତ୍ରଣାଳୟ ଏବଂ ରାଜ୍ୟର ବିଭିନ୍ନ ସଂସ୍ଥା ମଧ୍ୟରେ ଉନ୍ନତ ସମନ୍ୱୟ ପାଇଁ ସଚିବ ଆଶ୍ୱାସନା ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ତୁରନ୍ତ ମସୁରର ବାଧ୍ୟତାମୂଳକ ଷ୍ଟକ୍ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଁ ପରାମର୍ଶ ଜାରି କଲେ କେନ୍ଦ୍ର ସରକାର

ଦିଲ୍ଲୀ: ଭାରତ ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ତୁରନ୍ତ ମସୁର (ମସୁର)ର ବାଧ୍ୟତାମୂଳକ ଷ୍ଟକ୍ ସମ୍ପର୍କରେ ପ୍ରକାଶ କରିବା ପାଇଁ ପରାମର୍ଶ ଜାରି କରିଛି। ସମସ୍ତ ହିତାଧିକାରୀ ପ୍ରତି ଶୁକ୍ରବାର ଦିନ ବିଭାଗ ଦ୍ୱାରା ପରିଚାଳିତ ଷ୍ଟକ୍ ଡିସକ୍ଲୋଜର ପୋର୍ଟାଲ (https://fcainfoweb.nic.in/psp) ରେ ସେମାନଙ୍କ ମସୁର ଷ୍ଟକ୍‌କୁ ବାଧ୍ୟତାମୂଳକ ଭାବରେ ପ୍ରକାଶ କରିବା ଉଚିତ୍। ଯଦି କୌଣସି ଅଘୋଷିତ ଷ୍ଟକ୍ ମିଳେ, ତେବେ ତାହାକୁ ହୋର୍ଡିଂ ଅର୍ଥାତ୍ ଜମାଖୋରୀ ଭାବେ ବିବେଚନା କରାଯିବ ଏବଂ ଏହା ଉପରେ ଇସି ଆକ୍ଟ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସାପ୍ତାହିକ ମୂଲ୍ୟ ସମୀକ୍ଷା ବୈଠକରେ ଖାଉଟି ବ୍ୟାପାର ବିଭାଗ ସଚିବ ଶ୍ରୀ ରୋହିତ କୁମାର ସିଂହ ମସୁର ବଫର କ୍ରୟକୁ ବ୍ୟାପକ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଏମଏସପି ପାଖାପାଖି ଦରରେ ଉପଲବ୍ଧ ଷ୍ଟକ୍ କିଣିବା। ଏହା ଏପରି ସମୟରେ ହୋଇଛି, ଯେତେବେଳେ ନାଫେଡ୍ ଏବଂ ଏନସିସିଏଫକୁ ଆମଦାନୀ ହୋଇଥିବା ଡାଲି କିଣିବା ପାଇଁ ସେମାନଙ୍କର ଟେଣ୍ଡର ସ୍ଥଗିତ ରଖିବାକୁ ପଡିଥିଲା , କାରଣ କିଛି ଯୋଗାଣକାରୀଙ୍କ ଠାରୁ ଅତ୍ୟଧିକ ନିଲାମ ମିଳିଥିଲା।

ଉପଭୋକ୍ତା ବ୍ୟାପାର ସଚିବ କହିଛନ୍ତି ଯେ କାନାଡାରୁ ଡାଲି ଆମଦାନୀ ପ୍ରବାହ ଏବଂ ଆଫ୍ରିକୀୟ ଦେଶ ଗୁଡିକରୁ ହରଡ ଡାଲି ଆମଦାନୀ ବୃଦ୍ଧି ପାଉଥିବା ବେଳେ କିଛି କମ୍ପାନୀ ଉପଭୋକ୍ତା ଏବଂ ରାଷ୍ଟ୍ରର ସ୍ୱାର୍ଥ ବିରୁଦ୍ଧରେ ବଜାରକୁ ନିଜ ନିୟନ୍ତ୍ରଣରେ କରିବାକୁ ଚେଷ୍ଟା କରୁଛନ୍ତି। ସରକାର ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ବଜାରକୁ ଷ୍ଟକ୍ ଛାଡ଼ିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିବେ। ଯାହା ଦ୍ୱାରା ପର୍ବପର୍ବାଣୀ ଋତୁରେ ଉପଯୁକ୍ତ ମୂଲ୍ୟରେ ସମସ୍ତ ଡାଲିର ଉପଲବ୍ଧତା ସୁନିଶ୍ଚିତ ହେବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉପଭୋକ୍ତା ମାନଙ୍କ ସହିତ କୃଷକ ମାନଙ୍କର ସ୍ୱାର୍ଥକୁ ସଠିକ ଭାବରେ ସନ୍ତୁଳନ କରିବା ସର୍ବୋଚ୍ଚ ପ୍ରାଥମିକତା ଏବଂ ଯେଉଁମାନେ ଅସାଧୁ ଉପାୟରେ ଭାରତୀୟ ଉପଭୋକ୍ତା ଏବଂ କୃଷକ ମାନଙ୍କର ସ୍ୱାର୍ଥକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗ ପଛଘୁଞ୍ଚା ଦେବ ନାହିଁ।

Categories
ଆଜିର ଖବର ଜାତୀୟ ଖବର

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପାଇଁ କମିଟି ଗଠନ, ସାମ୍ନାକୁ ଆସିଲା ସଦସ୍ୟଙ୍କ ନାମ

ନୂଆଦିଲ୍ଲୀ: ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ କମିଟି ସମ୍ପର୍କରେ ଆଜି କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। କମିଟିର ଅଧ୍ୟକ୍ଷ ହେଉଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ। କମିଟିର ସଦସ୍ୟମାନେ ହେଉଛନ୍ତି ଗୃହମନ୍ତ୍ରୀ ଅମିତ ଶାହା, ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ, ଗୁଲାମ ନବୀ ଆଜାଦ, ଏନ.କେ ସିଂ, ସୁଭାଷ ସିଂ କାଶ୍ୟପ, ହରିଶ ସାଲଭେ ଏବଂ ସଞ୍ଜୟ କୋଠାରୀ।

କମିଟିର ନାମ ଉଚ୍ଚ ସ୍ତରୀୟ କମିଟି ଏବଂ ଇଂରାଜୀରେ ଏହାକୁ HLC କୁହାଯିବ। ସଚିବ, ଆଇନ ଏବଂ ନ୍ୟାୟ ବିଭାଗ ନିତେନ ଚନ୍ଦ୍ର ଏହାର ଏକ ଅଂଶ ହେବେ। ନିତେନ ଚନ୍ଦ୍ର ମଧ୍ୟ ଏଚ୍‌ଏଲ୍‌ସିର ସଚିବ ହେବେ। ଏହା ବ୍ୟତୀତ କମିଟି ବୈଠକରେ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଶେଷ ଭାବେ ଉପସ୍ଥିତ ରହିବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, LPG ର ଆମଦାନୀ ଶୁଳ୍କ ହ୍ରାସ; ଲାଗୁ ହେବ ନାହିଁ ଆଗ୍ରି ସେସ୍

ନୂଆଦିଲ୍ଲୀ: ଘରୋଇ ଏଲପିଜି ଗ୍ୟାସ ଆମଦାନୀକୁ ନେଇ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ଏଲପିଜିର ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। ଏହା ବ୍ୟତୀତ ଏଥିରେ ଲାଗୁ ହୋଇଥିବା ଆଗ୍ରି ସେସ୍ ଏବଂ ଇନଫ୍ରା ସେସ୍ ୧୫ ପ୍ରତିଶତରୁ ଶୂନକୁ ହ୍ରାସ କରାଯାଇଛି।

ସରକାରଙ୍କ ଏହି ନିଷ୍ପତ୍ତି ପୂର୍ବରୁ ବେସରକାରୀ କମ୍ପାନୀମାନଙ୍କୁ ଏଲପିଜି ଆମଦାନୀ ଉପରେ ୧୫ ପ୍ରତିଶତ ଆମଦାନୀ ଶୁଳ୍କ ଏବଂ ୧୫ ପ୍ରତିଶତ ଏଗ୍ରି ଏବଂ ଇନଫ୍ରା ସେସ୍ ଦେବାକୁ ପଡୁଥିଲା, କିନ୍ତୁ ବର୍ତ୍ତମାନ ଏହି ନିଷ୍ପତ୍ତି ପରେ ଆମଦାନୀ ମୂଲ୍ୟ ହ୍ରାସ ପାଇବ। ଏହି ନୂତନ ମୂଲ୍ୟ ଆଜିଠାରୁ କାର୍ଯ୍ୟକାରୀ ହେବ। ଏହାର ସୂଚନା କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ କଷ୍ଟମ୍ସ ବୋର୍ଡ ଦ୍ୱାରା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପାଞ୍ଚ ଦିନ ପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଲେ କେନ୍ଦ୍ର ସରକାର, ଆଗତ ହୋଇପାରେ ୧୦ ଟି ବିଲ୍

ନୂଆଦିଲ୍ଲୀ: ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତିରେ କେନ୍ଦ୍ର ସରକାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲଦ ଯୋଶୀ ଗୁରୁବାର ଆଜି ଟ୍ୱିଟରରେ ପୋଷ୍ଟ କରିଛନ୍ତି ଯେ, ସଂସଦର ସ୍ୱତନ୍ତ୍ର ଅଧିବେଶନ ୧୮ ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ଏଥିରେ ୫ ଟି କାର୍ଯ୍ୟ ଦିବସ ହେବ।

ନୂତନ ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ସୂଚନାନୁସାରେ, ଏହି ଅଧିବେଶନରେ ୧୦ ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରାଯିବ। ବିଲ୍ ଯୋଗୁଁ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଉଛି। ପ୍ରହ୍ଲାଦ ଯୋଶୀ ଲେଖିଛନ୍ତି ଯେ, ମୁଁ ଅମୃତ କାଳ ମଧ୍ୟରେ ସଂସଦରେ ଏକ ଅର୍ଥପୂର୍ଣ୍ଣ ଆଲୋଚନା ଏବଂ ବିତର୍କକୁ ଅପେକ୍ଷା କରିଛି।

ମୌସୁମୀ ଅଧିବେଶନରେ ଏକ ବଡ଼ ଧରଣର ହଙ୍ଗମା ଦେଖାଦେଇଥିଲା:

ପ୍ରକାଶ ଯେ, ସଂସଦର ମୌସୁମୀ ଅଧିବେଶନ ୨୦ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟ ମଧ୍ୟରେ ମଣିପୁର ହିଂସାକୁ ନେଇ ଉଭୟ ଗୃହରେ ଅନେକ ହଙ୍ଗମା ହୋଇଥିଲା। ମଣିପୁର ପ୍ରସଙ୍ଗ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତ୍ତି ଉପରେ ଆଲୋଚନା ଦାବିରେ ବିରୋଧୀ ଦଳ ଗୃହରେ ହଙ୍ଗମା ସୃଷ୍ଟି କରିଥିଲେ।

Categories
ବିଶେଷ ଖବର

ଗ୍ୟାସ ସିଲିଣ୍ଡର ପରେ ଏବେ କମିବ ପେଟ୍ରୋଲ ଓ ଡିଜେଲ ଦର, ବଡ ପ୍ରସ୍ତୁତି କଲେ ସରକାର

ନୂଆଦିଲ୍ଲୀ: ଦେଶରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ନିକଟ ଅତୀତରେ ଏଲପିଜି ଦର ହ୍ରାସ କରାଯାଇଛି। ଭାରତ ସରକାରଙ୍କ ଏହି ପଦକ୍ଷେପ ମୁଦ୍ରାସ୍ଫୀତିକୁ ହ୍ରାସ କରିପାରିବ। କିଛି ପ୍ରମୁଖ ପର୍ବପର୍ବାଣୀ ଏବଂ ଲୋକସଭା ନିର୍ବାଚନ ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇପାରେ। ଏବେ ମୁଦ୍ରାସ୍ଫୀତି ଆହୁରି କମାଇବା ସହ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବାର ସମ୍ଭାବନା ରହିଛି। ଦୁଇଟି ସ୍ଥାନରୁ ଏହାର ସଙ୍କେତ ମିଳୁଛି। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଏକ ସାକ୍ଷାତ୍‍କାରରୁ ଏହାର ପ୍ରଥମ ସଙ୍କେତ ମିଳିଛି। ଏଥିସହିତ ବ୍ଲୁମବର୍ଗର ରିପୋର୍ଟରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ନେଇ ସଙ୍କେତ ଦିଆଯାଇଛି। ସୂଚନାଯୋଗ୍ୟ, ଅଶୋଧିତ ତୈଳ ଦର ହ୍ରାସ ପାଇବା ପରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ଆଶ୍ୱସ୍ତି ମିଳିନାହିଁ। ୨୦୨୨ ମେ’ ପରଠାରୁ ଦେଶରେ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ।

ସଙ୍କେତ ଦେଲେ ହରଦୀପ ସିଂ ପୁରୀ

ନିକଟରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏକ ସାକ୍ଷାତ୍‍କାରରେ ସଙ୍କେତ ଦେଇଛନ୍ତି ଯେ ମୁଦ୍ରାସ୍ଫୀତି ସହ ସଂଘର୍ଷ କରୁଥିବା ଲୋକଙ୍କୁ ଆଗାମୀ ଦିନରେ ବଡ଼ ଆଶ୍ୱସ୍ତି ମିଳିବ। ହରଦୀପ ସିଂହ ପୁରୀ କହିଛନ୍ତି ଯେ କେନ୍ଦ୍ର ସରକାର ତୈଳ ଦର ହ୍ରାସ ପ୍ରୟାସରେ ସାମିଲ ହେବାକୁ ରାଜ୍ୟ ସରକାରଙ୍କୁ ଉତ୍ସାହିତ କରୁଛନ୍ତି। ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ୨୦୨୧ ନଭେମ୍ବର ୪ରେ ଟିକସ ହ୍ରାସ କରି ପେଟ୍ରୋଲ ଦର ୫ ଟଙ୍କା ଏବଂ ଡିଜେଲ ଦର ହ୍ରାସ କରିଥିଲେ। ଏହାପରେ ୨୦୨୨ ମେ ୨୨ତାରିଖରେ ସରକାର ପୁଣି ଥରେ ଟିକସ ହ୍ରାସ କରି ପେଟ୍ରୋଲ ଉପରେ ୮ ଟଙ୍କା ଓ ଡିଜେଲ ଉପରେ ଲିଟର ପିଛା ୬ ଟଙ୍କା ରିହାତି ଦେଇଥିଲେ।

ଏଲପିଜି ପରେ ପେଟ୍ରୋଲ ଓ ଡିଜେଲ ପାଳି

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସମେତ ୫ଟି ରାଜ୍ୟରେ ଚଳିତ ବର୍ଷର ଶେଷ ତିନି ମାସରେ ମତଦାନ ହେବ। ଏହାପରେ ୨୦୨୪ ପ୍ରାରମ୍ଭରେ ସାଧାରଣ ନିର୍ବାଚନ ହେବ। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ପାଳି ପାଇଁ ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି। ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଏବଂ ଗ୍ରାମୀଣ ଆୟକୁ ସମର୍ଥନ କରିବା ପାଇଁ ଅଧିକ ବିତ୍ତୀୟ ପଦକ୍ଷେପ ଉପରେ ଆଲୋଚନା ହୋଇପାରେ। ନିର୍ବାଚନ ପାଖେଇ ଆସୁଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦର କମିବ ବୋଲି ଅନୁମାନ କରାଯାଉଛି।

Categories
ବିଶେଷ ଖବର

ଜମ୍ମୁ-କଶ୍ମୀରରେ କେବେ ହେବ ନିର୍ବାଚନ? ଆଜି ସୁପ୍ରିମକୋର୍ଟରେ ଜବାବ ରଖିଛନ୍ତି ସରକାର

ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ରାଜ୍ୟ ମାନ୍ୟତା କେବେ ପୁନରୁଦ୍ଧାର ହେବ ଏବଂ କେବେ ହେବ ନିର୍ବାଚନ? ସୁପ୍ରିମକୋର୍ଟରେ ଏହାର ଜବାବ ରଖିଛନ୍ତି ସରକାର। ଧାରା-୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣିବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଜମ୍ମୁ-କଶ୍ମୀରରେ ଯେକୌଣସି ସମୟରେ ନିର୍ବାଚନ ହୋଇପାରେ। ଏହି ନିଷ୍ପତ୍ତି ନିର୍ବାଚନ ଆୟୋଗ ଓ ରାଜ୍ୟ ନିର୍ବାଚନ ୟୁନିଟ୍ ଉପରେ ନିର୍ଭର କରୁଛି। କେନ୍ଦ୍ର ଆହୁରି ମଧ୍ୟ କହିଛି ଯେ ଜମ୍ମୁ-କଶ୍ମୀରରେ ଭୋଟର ତାଲିକା ଅପଡେଟ୍ କରିବା ପ୍ରକ୍ରିୟା ଚାଲିଛି, ଏହାକୁ ଶେଷ କରିବାକୁ ଏକ ମାସ ସମୟ ଲାଗିବ। କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଫେରାଇ ଆଣିବାକୁ କିଛି ସମୟ ଲାଗିବ ବୋଲି ସରକାର କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଯେକୌଣସି ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି।

କାଶ୍ମୀରରେ ତିନୋଟି ସ୍ତରରେ ହେବ ନିର୍ବାଚନ

ଯେ ଜମ୍ମୁ-କଶ୍ମୀରରେ ତିନୋଟି ସ୍ତରରେ ନିର୍ବାଚନ ହେବ ବୋଲି ସଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ପ୍ରଥମେ ପଞ୍ଚାୟତ ସ୍ତରରେ, ଦ୍ୱିତୀୟରେ ପୌର ସଂସ୍ଥା ଏବଂ ପରେ ବିଧାନସଭା ନିର୍ବାଚନ। ସଲିସିଟର ଜେନେରାଲ କହିଛନ୍ତି ଯେ ଲଦାଖ ପାହାଡ଼ ବିକାଶ ପରିଷଦ, ଲେହ ପାଇଁ ନିର୍ବାଚନ ଶେଷ ହୋଇଛି ଏବଂ ଆସନ୍ତା ମାସରେ କାର୍ଗିଲରେ ନିର୍ବାଚନ ଅନୁଷ୍ଠିତ ହେବ। ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ସ୍ପଷ୍ଟ ସମୟସୀମା ଦେଇପାରୁନାହାନ୍ତି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ମଧ୍ୟ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଅସ୍ଥାୟୀ ବୋଲି ସ୍ପଷ୍ଟ କରିଛନ୍ତି। ଏହାକୁ ପୂର୍ଣ୍ଣାଙ୍ଗ ରାଜ୍ୟ କରିବା ପାଇଁ ପ୍ରକ୍ରିୟା ଚାଲିଛି ବୋଲି କେନ୍ଦ୍ର କହିଛି।

କେନ୍ଦ୍ରର ଯୁକ୍ତି

୨୦୧୮ ତୁଳନାରେ ୨୦୨୩ରେ ଆତଙ୍କବାଦୀ ଘଟଣା ୪୫.୨% ହ୍ରାସ ପାଇଛି ଏବଂ ଅନୁପ୍ରବେଶ ୯୦% ହ୍ରାସ ପାଇଛି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ପଥର ମାଡ଼ ଭଳି ଆଇନ ଶୃଙ୍ଖଳା ମାମଲା ୯୭% ହ୍ରାସ ଘଟିଛି। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ସଂଖ୍ୟା ୬୫% ହ୍ରାସ ପାଇଛି। ୨୦୧୮ରେ ୧୭୬୭ଟି ପଥର ମାଡ଼ ଘଟଣା ଘଟିଥିବାବେଳେ ଏବେ ତାହା ଶୂନ ରହିଛି। କେନ୍ଦ୍ର କହିଛି ଯେ ୨୦୧୮ରେ ୫୨ଟି ସଟଡାଉନ୍ ହୋଇଥିଲା ଏବଂ ବର୍ତ୍ତମାନ ଏହା ଶୂନ ରହିଛି।

ଧାରା ୩୭୦ ଉଚ୍ଛେଦ ବିରୋଧରେ ଅନ୍ୟତମ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ସରକାର ୫ ହଜାର ଲୋକଙ୍କୁ ଅଟକ ରଖିଛନ୍ତି, ଧାରା ୧୪୪ ଲାଗୁ କରାଯାଇଛି। ଇଣ୍ଟରନେଟ୍ ବନ୍ଦ ହୋଇଯାଇଥିଲା ଏବଂ ଲୋକମାନେ ଡାକ୍ତରଖାନା ମଧ୍ୟ ଯାଇପାରିନଥିଲେ। ଗଣତନ୍ତ୍ରକୁ ଉପହାସ କରିବା ଉଚିତ ନୁହେଁ ଏବଂ ବନ୍ଦ ବିଷୟରେ କହିବା ଉଚିତ ନୁହେଁ।

Categories
ଆଜିର ଖବର ଜାତୀୟ ଖବର

ୱାକଫ ବୋର୍ଡରୁ ଫେରାଇ ନିଆଯିବ ୧୨୩ ସମ୍ପତ୍ତି, କେନ୍ଦ୍ର ସରକାର ଦେଲେ ନୋଟିସ 

ନୂଆଦିଲ୍ଲୀ: କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ ଦିଲ୍ଲୀର ଜାମା ମସଜିଦ ସମେତ ୱାକଫ ବୋର୍ଡର ୧୨୩ ସମ୍ପତ୍ତି ଫେରାଇ ଆଣିବାକୁ ନୋଟିସ ଜାରି କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସରକାର ସମୟରେ ୱାକଫ ବୋର୍ଡକୁ ଜାମା ମସଜିଦ ଦିଆଯାଇଥିଲା। ବର୍ତ୍ତମାନ ସରକାର ଦିଲ୍ଲୀର ୧୨୩ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ଫେରାଇ ନେବେ।

ଅଣ ଅଧିସୂଚନା ୱାକଫ୍ ସମ୍ପତ୍ତି ଉପରେ ଦୁଇ ସଦସ୍ୟ ବିଶିଷ୍ଟ କମିଟିର ରିପୋର୍ଟ ଆଧାରରେ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ ଦିଲ୍ଲୀ ୱାକଫ ବୋର୍ଡର ୧୨୩ ସମ୍ପତ୍ତି ନେବାକୁ ନିଷ୍ପତ୍ତି ନେଇଛି। ଏଥିରେ ମସଜିଦ, ଦରଗା ଏବଂ କବରସ୍ଥାନ ଅନ୍ତର୍ଭୁକ୍ତ। ମନ୍ତ୍ରଣାଳୟ ଦିଲ୍ଲୀ ୱାକଫ ବୋର୍ଡ ଅଧ୍ୟକ୍ଷ ତଥା ଏଏପି ବିଧାୟକ ଅମାନୁତୁଲ୍ଲା ଖାନଙ୍କୁ ଏହି ନିଷ୍ପତ୍ତି ସମ୍ପର୍କରେ ଏକ ଚିଠି ଲେଖିଛି

Categories
ବିଶେଷ ଖବର

୨୦୦ ଟଙ୍କାର ରିହାତି-ବିରୋଧୀଙ୍କ ହାତରୁ ସିଲିଣ୍ଡର ଅସ୍ତ୍ର ଛଡ଼ାଇ ନେଲେ ମୋଦି

ନୂଆଦିଲ୍ଲୀ: ମିଶନ ୨୦୨୪ ପୂର୍ବରୁ କେନ୍ଦ୍ର ସରକାର ନିଜ ବିଶ୍ୱସ୍ତ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ କସରତ ଆରମ୍ଭ କରିଛନ୍ତି। ମୋଦି କ୍ୟାବିନେଟ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ୨୦୦ ଟଙ୍କା ହ୍ରାସ ଘୋଷଣା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନେ ୪୦୦ ଟଙ୍କାରୁ ଅଧିକ ଲାଭ ପାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ପ୍ରତ୍ୟେକ ଭାଷଣରେ ନିଶ୍ଚିତ ଭାବରେ ଏହି ଯୋଜନା ବିଷୟରେ ଉଲ୍ଲେଖ କରନ୍ତି। ଏହି ରିହାତି ମାଧ୍ୟମରେ କେନ୍ଦ୍ର ମଧ୍ୟ ନିଜର ବଡ଼ ନିର୍ବାଚନୀ ବାଜି ଲଗାଇଛି। ଉଜ୍ଜ୍ୱଳା ଯୋଜନାରେ ସିଲିଣ୍ଡର ଦରକୁ ନେଇ ଦୀର୍ଘ ଦିନ ଧରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିଲେ ବିରୋଧୀ। କିନ୍ତୁ ଏବେ ସିଲିଣ୍ଡର ଦର ହ୍ରାସ କରି କେନ୍ଦ୍ର ସରକାର ରାଜନୈତିକ ବାଜି ଲଗାଇଛନ୍ତି।

ଏଲପିଜି ଦରକୁ ନେଇ ମୋଦି ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

ସିଲିଣ୍ଡର ଦରକୁ ନେଇ ବିରୋଧୀ ଲଗାତାର ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏପରିକି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ମହଙ୍ଗା ସିଲିଣ୍ଡର ଏକ ପ୍ରସଙ୍ଗ ପାଲଟିଥିଲା ଏବଂ କଂଗ୍ରେସ ସେଠାରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲା। ଖାଲି ସେତିକି ନୁହେଁ ଆଗାମୀ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିର୍ବାଚନରେ ମହଙ୍ଗା ଏଲପିଜି ମଧ୍ୟ ଏକ ପ୍ରସଙ୍ଗ ପାଲଟିଛି। ରାଜସ୍ଥାନରେ ଅଶୋକ ଗେହଲଟ ସରକାର ଗରିବ ଲୋକଙ୍କୁ ସିଲିଣ୍ଡର ପିଛା ୫୦୦ ଟଙ୍କାରେ ଉଜ୍ଜ୍ୱଳା ଏଲପିଜି ବଣ୍ଟନ କରୁଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କଠାରୁ ଆରମ୍ଭ କରି ମମତା ବାନାର୍ଜୀଙ୍କ ପର୍ଯ୍ୟନ୍ତ କେନ୍ଦ୍ର ସରକାର ମହଙ୍ଗା ସିଲିଣ୍ଡରକୁ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି।

ନିର୍ବାଚନୀ ବର୍ଷରେ ସିଲିଣ୍ଡର ପ୍ରସଙ୍ଗ ହେବା ଉଚିତ ନୁହେଁ

ଆସନ୍ତା ବର୍ଷ କେନ୍ଦ୍ର ସରକାରଙ୍କୁ ନିର୍ବାଚନ କରିବାକୁ ପଡ଼ିବ। ଉଜ୍ଜ୍ୱଳା ଯୋଜନାରେ ସିଲିଣ୍ଡର ପାଇଥିବା ଲୋକଙ୍କୁ ବିଜେପିର ଶକ୍ତିଶାଳୀ ଭୋଟର ବୋଲି ବିବେଚନା କରାଯାଏ। ବିଜେପି ସେମାନଙ୍କୁ ହିତାଧିକାରୀ ଭୋଟର ବୋଲି କହୁଛି। ଏହି ଭୋଟରଙ୍କ ଜରିଆରେ ହିଁ ବିଜେପି ୨୦୧୯ ଲୋକସଭା ନିର୍ବାଚନରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲା। ଏଭଳି ସ୍ଥିତିରେ ଶାସକ ଦଳ ମଧ୍ୟ ସିଲିଣ୍ଡର ଦର ହ୍ରାସ କରି ବିରୋଧୀଙ୍କୁ ଜବାବ ଦେବାକୁ ଚାହୁଁଛି।

ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ପ୍ରୟାସ

ଗତ ମାସରେ ଟମାଟୋ ଦର ବୃଦ୍ଧି ଯୋଗୁଁ କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳର ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିଥିଲା। ନିର୍ବାଚନ ପୂର୍ବରୁ ବିଜେପି ଆଉ କୌଣସି ରିସ୍କ ନେବାକୁ ଚାହୁଁନାହିଁ ଯାହା ୨୦୨୪ରେ ଦଳକୁ ଝଟକା ଦେବ।

ସର୍ଭେକୁ ଡରୁଛି ବିଜେପି ?

ବାସ୍ତବରେ, ଗତ ଏକ ମାସ ମଧ୍ୟରେ ଅନେକ ସର୍ଭେରେ ବିଜେପି ସରକାର କ୍ରମାଗତ ତୃତୀୟ ଥର ପାଇଁ ଆସୁଥିବା ପରି ମନେ ହେଉଥିଲେ ମଧ୍ୟ ଏହାର ଭୋଟ୍ ପ୍ରତିଶତ ଏବଂ ବିଜୟ ସଂଖ୍ୟା ହ୍ରାସ ପାଉଛି। ଏଭଳି ସ୍ଥିତିରେ ନିର୍ବାଚନକୁ ଆଉ ପ୍ରାୟ ୭ ମାସ ବାକି ରହିଛି। ଏହି ଲୋକପ୍ରିୟ ପଦକ୍ଷେପ ମାଧ୍ୟମରେ ବିଜେପି ନିଜର ସ୍ଥିତିସୁଦୃଢ଼ କରିବାକୁ ଚେଷ୍ଟା କରୁଛି। ହିତାଧିକାରୀ ଯୋଜନାକୁ ଏବେ ବିରୋଧୀ ଦଳର ରାଜ୍ୟ ସରକାର କାର୍ଯ୍ୟକାରୀ କରୁଛନ୍ତି। ଅର୍ଥାତ୍ ୨୦୨୩ ଶେଷରେ ହେବାକୁ ଥିବା ୩ଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପିକୁ ଏହାର ଫାଇଦା ମିଳିବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ମାତ୍ର କେଇ ଘଣ୍ଟାରେ ବଦଳିଲା ଆଭିମୁଖ୍ୟ: ଜାତିଗତ ଜନଗଣନା ପ୍ରସଙ୍ଗରେ ନୂଆ ସତ୍ୟପାଠ ଦାଖଲ କଲା କେନ୍ଦ୍ର

ନୂଆଦିଲ୍ଲୀ: ବିହାରରେ ଜାତିଗତ ସର୍ଭେକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠକୁ କେନ୍ଦ୍ର ସରକାର କିଛି ଘଣ୍ଟା ପରେ ପ୍ରତ୍ୟାହାର କରିନେଇଛନ୍ତି। ପ୍ରଥମ ସତ୍ୟପାଠରେ ସତ୍ୟପାଠର ୫ ନମ୍ବର ପାରାରେ ଲେଖାଯାଇଥିଲା ଯେ ଜନଗଣନା ଆଇନ ୧୯୪୮ ଅନୁଯାୟୀ କେନ୍ଦ୍ର ବ୍ୟତୀତ ଅନ୍ୟ କୌଣସି ସରକାରଙ୍କର ଜନଗଣନା କିମ୍ବା ସମାନ ପ୍ରକ୍ରିୟା କରିବାର ଅଧିକାର ନାହିଁ।

ପରେ କେନ୍ଦ୍ର ସରକାର ଏହି ଅଂଶକୁ ହଟାଇ ନୂଆ ସତ୍ୟପାଠ ଦାଖଲ କରିଥିଲେ। “ପାରା-୫ ଅଜାଣତରେ ଏଥିରେ ସମ୍ପୃକ୍ତ ଥିଲା। ସାମ୍ବିଧାନିକ ଓ ଆଇନଗତ ସ୍ଥିତିକୁ ସ୍ପଷ୍ଟ କରିବା ପାଇଁ ନୂଆ ସତ୍ୟପାଠ ଦାଖଲ କରାଯାଇଛି। ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଏସସି/ଏସଟି/ଏସଇବିସି ଏବଂ ଓବିସି ସ୍ତର ବୃଦ୍ଧି ପାଇଁ କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି।’’

ନୂଆ ସତ୍ୟପାଠରେ ସ୍ପଷ୍ଟ କରାଯାଇଛି ଯେ ରାଜ୍ୟଗୁଡ଼ିକ ଜାତିଗତ ସର୍ବେକ୍ଷଣ କିମ୍ବା ଆନୁଷଙ୍ଗିକ ତଥ୍ୟ ସଂଗ୍ରହ କରିପାରିବେ। ଏହା ପୂର୍ବରୁ ବିହାର ସରକାର ପାଟନା ହାଇକୋର୍ଟରେ କହିଥିଲେ ଯେ ଏହା ଜନଗଣନା ନୁହେଁ ବରଂ ଏକ ସର୍ଭେ। ଏହାପରେ ପାଟନା ହାଇକୋର୍ଟ ବିହାର ସରକାରଙ୍କୁ ସର୍ଭେ କରିବାକୁ ସବୁଜ ସଙ୍କେତ ଦେଇଛନ୍ତି।

ଶେଷ ଶୁଣାଣି ଅଗଷ୍ଟ ୨୧ରେ ହୋଇଥିଲା

ପୂର୍ବରୁ ଅଗଷ୍ଟ ୨୧ତାରିଖରେ ଶୁଣାଣି ହୋଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ମାମଲାରେ ସେ କୌଣସି ଦଳ ସହ ନାହାନ୍ତି ବୋଲି କହିଥିଲେ। ମୁଁ କେବଳ ଫଳାଫଳର ମୋ ପକ୍ଷ ଦେବାକୁ ଚାହୁଁଛି। ମେହେଟ୍ଟା ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଭଟ୍ଟିଙ୍କ କୋର୍ଟରୁ ୭ ଦିନ ସମୟ ମାଗିଥିଲେ। ଏହାପରେ ଅଗଷ୍ଟ ୨୮ ତାରିଖ ଦିଆଯାଇଥିଲା।

କୋର୍ଟରେ ବିହାର ସରକାର ଯୁକ୍ତି ବାଢ଼ିଥିଲେ ଯେ ଅଗଷ୍ଟ ୬ ତାରିଖରେ ରାଜ୍ୟରେ ଗଣତି କାର୍ଯ୍ୟ ଶେଷ ହୋଇଛି। ସମସ୍ତ ତଥ୍ୟ ଅନଲାଇନରେ ଅପଲୋଡ଼ ମଧ୍ୟ କରାଯାଇଛି। ଏହାପରେ ଆବେଦନକାରୀ ତଥ୍ୟ ପ୍ରକାଶ କରିବାକୁ ଦାବି କରିଥିଲେ।

ବିଜେପି-ଆରଏସଏସ ଗରିବ ବିରୋଧୀ: ଲାଲୁ ପ୍ରସାଦ ଯାଦବ

ଲାଲୁ କହିଛନ୍ତି ଯେ ଉଭୟ ବିଜେପି ଓ ଆରଏସଏସ ଗଣତି କରିବାକୁ ଚାହୁଁନାହାନ୍ତି। ପଛୁଆ ପ୍ରତିବାଦରେ ବିଜେପି ଜନ୍ମ ନେଇଥିଲା। ବିଜେପି କେବେ ବି ବଞ୍ଚିତ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ଚାହେଁ ନାହିଁ।

ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି, ଏହି ଲୋକମାନଙ୍କ (ବିଜେପି)ର କୌଣସି ଜ୍ଞାନ ନାହିଁ। ଜ୍ଞାନ କେବଳ ମିଛ କହୁଛି। ସତ୍ୟକୁ ଦମନ କରିବା।

ସାଂସଦ ସୁଶୀଲ ମୋଦୀ କହିଛନ୍ତି ଯେ ଜନଗଣନା ଆଇନ ଅନୁଯାୟୀ ଜନଗଣନା କରିବାର ଅଧିକାର କେବଳ କେନ୍ଦ୍ରର ରହିଛି। ତେବେ ସର୍ଭେ କରିବା ଓ ତଥ୍ୟ ସଂଗ୍ରହ କରିବା ପାଇଁ ଯେ କେହି ବି ସ୍ୱାଧୀନ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଅଗଷ୍ଟ ମାସ ପାଇଁ ଘରୋଇ କୋଟାରେ ଅତିରିକ୍ତ 2 ଏଲଏମଟି ଚିନି ଆବଣ୍ଟନ କରିଛି କେନ୍ଦ୍ର

ନୂଆଦିଲ୍ଲୀ: ଓନମ, ରକ୍ଷା ବନ୍ଧନ, ଏବଂ କୃଷ୍ଣ ଜନ୍ମାଷ୍ଟମୀ ପରି ଆଗାମୀ ପର୍ବ ପାଇଁ ଚିନିର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଅଗଷ୍ଟ ମାସ ପାଇଁ 2 ଏଲଏମଟି ର ଅତିରିକ୍ତ କୋଟା (23.5 ଏଲଏମଟି ରୁ ଅଧିକ ଚିନି ଅଗଷ୍ଟ 2023 ମାସ ପାଇଁ ପୂର୍ବରୁ ଆବଣ୍ଟିତ କରାଯାଇଛି) ଅଗଷ୍ଟ ମାସ ପାଇଁ ଆବଣ୍ଟିତ ହୋଇଛି। ଘରୋଇ ବଜାରରେ ଅତିରିକ୍ତ ଚିନି ସାରା ଦେଶରେ ଉପଯୁକ୍ତ ମୂଲ୍ୟକୁ ସୁନିଶ୍ଚିତ କରିବ। 

ଗତ ଏକ ବର୍ଷ ମଧ୍ୟରେ ଆନ୍ତର୍ଜାତୀୟ ଚିନି ମୂଲ୍ୟରେ 25% ବୃଦ୍ଧି ସତ୍ତ୍ବେ ଦେଶରେ ଚିନିର ହାରାହାରି ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ 43.30 ଟଙ୍କା ଅଟେ ଏବଂ ଏହା କେବଳ ଏହି ସୀମା ମଧ୍ୟରେ ରହିବାର ସମ୍ଭାବନା ଅଛି। ଗତ 10 ବର୍ଷ ମଧ୍ୟରେ ଦେଶରେ ଚିନି ମୂଲ୍ୟରେ ବାର୍ଷିକ 2% ରୁ କମ୍ ମୁଦ୍ରାସ୍ଫୀତି ଦେଖା ଦେଇଛି।

ବର୍ତ୍ତମାନର ଚିନି ଋତୁ (ଅକ୍ଟୋବର-ସେପ୍ଟେମ୍ବର) 2022-23 ସମୟରେ, ଇଥାନଲ ଉତ୍ପାଦନ ପାଇଁ ପ୍ରାୟ 43 ଏଲଏମଟି ଡାଇଭର୍ସନ ପରେ ଭାରତରେ 330 ଏଲଏମଟି ଚିନି ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି। ଘରୋଇ ବ୍ୟବହାର ପ୍ରାୟ 275 ଏଲଏମଟି ହେବ ବୋଲି ଆଶା କରାଯାଉଛି।

ବର୍ତ୍ତମାନ ପର୍ଯ୍ୟାୟରେ, ବର୍ତ୍ତମାନର ଏସଏସ 2022-23 ର ଅବଶିଷ୍ଟ ମାସଗୁଡିକ ପାଇଁ ଘରୋଇ ଚାହିଦା ପୂରଣ କରିବା ପାଇଁ ଭାରତରେ ପର୍ଯ୍ୟାପ୍ତ ପରିମାଣର ଚିନି ଷ୍ଟକ୍ ଅଛି ଏବଂ 60 ଏଲଏମଟି ର ସର୍ବୋଚ୍ଚ କ୍ଲୋଜିଂ ଷ୍ଟକ୍ (2 ½ ମାସ ପାଇଁ ଚିନି ବ୍ୟବହାର ପାଇଁ ଯଥେଷ୍ଟ) ଏହି ଋତୁ ଶେଷରେ ଅର୍ଥାତ୍ 30.09.2023 ସୁଦ୍ଧା ଉପଲବ୍ଧ ହେବ।

ଚିନି ମୂଲ୍ୟରେ ସାମ୍ପ୍ରତିକ ବୃଦ୍ଧି ପ୍ରତିବର୍ଷ ଜୁଲାଇ-ସେପ୍ଟେମ୍ବର ସମୟରେ ହ୍ରାସ ହୋଇଥାଏ, ଠିକ୍ ପରବର୍ତ୍ତୀ ଋତୁ ପୂର୍ବରୁ, ମୂଲ୍ୟ ବୃଦ୍ଧି ହୁଏ ଏବଂ ଆଖୁ ଅମଳ ପରେ ଏହାର ମୂଲ୍ୟ ହ୍ରାସ ହୋଇଥାଏ। ଏହିପରି, ଚିନିରେ ମୂଲ୍ୟ ବୃଦ୍ଧି ଅତ୍ୟନ୍ତ ନଗଣ୍ୟ ଏବଂ ସ୍ୱଳ୍ପ ସମୟ ପାଇଁ ରହିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଖୁବ୍ ଶୀଘ୍ର ବନ୍ଦର ନିରାପତ୍ତା ବ୍ୟୁରୋ ଗଠନ କରିବେ କେନ୍ଦ୍ର ସରକାର: ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ

ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଭାରତର ସାମୁଦ୍ରିକ ବାଣିଜ୍ୟ କାରବାର ବୃଦ୍ଧିର ଏକ ବୃହତ ଯୋଜନା ସମ୍ପର୍କରେ  ଆଜି ଘୋଷଣା କରିଛନ୍ତି। ଗୁଜରାଟର କେୱାଡିଆଠାରେ ଅନୁଷ୍ଠିତ ଉନବିଂଶ ସମୁଦ୍ରତଟବର୍ତ୍ତୀ ରାଜ୍ୟ ବିକାଶ ପରିଷଦର ବୈଠକ ଅବସରରେ ମନ୍ତ୍ରୀ ଶ୍ରୀ ସୋନୋୱାଲଙ୍କ ଦ୍ୱାରା ବନ୍ଦର ସମୂହର ଦକ୍ଷତା ବୃଦ୍ଧି ଓ ଏସବୁର ବିକାଶ ପାଇଁ ପୁଞ୍ଜିନିବେଶ ସଂକ୍ରାନ୍ତ ବ୍ୟାପକ ଭବିଷ୍ୟବାଦୀ ଯୋଜନା ଘୋଷଣା କରାଯାଇଛି।

ମନ୍ତ୍ରୀ କହିଛନ୍ତି ଯେ ଖୁବ୍ ଶୀଘ୍ର କେନ୍ଦ୍ର ସରକାର ବନ୍ଦର ନିରାପତ୍ତା ବ୍ୟୁରୋ ଗଠନ କରିବେ। ଏହା ଫଳରେ ସବୁ ବନ୍ଦରର ନିରାପତ୍ତା ବ୍ୟବସ୍ଥା ଅଧିକ ସୁଦୃଢ ହେବ। ୨୦୪୭ ସୁଦ୍ଧା ଦେଶର ବନ୍ଦର ସମୂହର କାରବାର ବୃଦ୍ଧି କରିବାକୁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜାରିର ରହିଛି। ଏହା ଫଳରେ ଧାର୍ଯ୍ୟ ସମୟ ସୁଦ୍ଧା ଭାରତର ବନ୍ଦର ସମୂହର ବାର୍ଷିକ ସାମଗ୍ରୀ କାରବାର କ୍ଷମତା ୧୦ହଜାର ନିୟୁତ ମେଟ୍ରିକ ଟନ୍ (ଏମ୍‌ଟିପିଏ)କୁ ଅତିକ୍ରମ କରିବ। ଏହି ବନ୍ଦର ଭିତ୍ତିଭୂମି ଓ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମରେ ୧୦ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶ ହେବ। ଘରୋଇ କ୍ଷେତ୍ରକୁ ବନ୍ଦର ନିର୍ମାଣ ଓ ଏହାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପ୍ରୋତ୍ସାହିତ କରାଯିବ। ସେମାନେ ଯଥାର୍ଥ ଅଂଶୀଦାରୀ ଯୋଗାଇ ଏହି ସୁଯୋଗ ନେଇପାରିବେ।

ମନ୍ତ୍ରୀ ଶ୍ରୀ ସୋନୋୱାଲ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ବନ୍ଦର ବିକାଶ ଏବଂ ଜଳପଥରେ ସାମଗ୍ରୀ ପରିବହନ ବୃଦ୍ଧି ପାଇଁ ଯେଉଁ ଉଦ୍ୟମ ଚାଲିଛି ସେଥି ନିମନ୍ତେ ପୁଞ୍ଜିନିବେଶର ସମ୍ଭାବ୍ୟ କ୍ଷେତ୍ରଗୁଡିକୁ ଚିହ୍ନଟ କରାଯାଇଛି। ସେହିଭଳି ୨୦୪୭ ସୁଦ୍ଧା ଦେଶର ଜାତୀୟ ଜଳପଥଗୁଡିକ ମାଧ୍ୟମରେ ବାର୍ଷିକ ୫୦୦ ନିୟୁତ ମେଟ୍ରିକ ଟନ୍ ମାଲ ପରିବହନର ଲକ୍ଷ୍ୟ ରଖାଯାଇଛି। ଏହାଛଡା ସବୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବନ୍ଦରରେ ହାଇଡ୍ରୋଜେନ ହବ୍ ପ୍ରତିଷ୍ଠାକୁ ଅଧିକାର ଦିଆଯିବ।

ଅମୃତକାଳର ଯାତ୍ରା ସହିତ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ରଖିଛନ୍ତି ସେଥିରେ ବନ୍ଦରର ଏକ ବଡ ଭୂମିକା ରହିବ। ଏବେ ଦେଶର ମୋଟ ବନ୍ଦର କାରବାର କ୍ଷମତା ୨୬୦୦ ଏମ୍‌ପିଟିଏ ରହିଛି। ଏହାକୁ ୧୦ହଜାର ଏମ୍‌ପିଟିଏରୁ ଅଧିକ କରାଯି । ରାଜ୍ୟ ସରକାରମାନଙ୍କୁ ନିଜସ୍ୱ ବନ୍ଦର ପ୍ରତିଷ୍ଠା ଏବଂ ନିଜ ବନ୍ଦରର ଦକ୍ଷତା ବୃଦ୍ଧି ପାଇଁ କେନ୍ଦ୍ର ସରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ। ଏହା ଛଡା ଭାରତମାଳା ଯୋଜନାରେ ଦେଶର ବୃହତ୍ ବନ୍ଦର ସବୁକୁ ସଂଯୁକ୍ତ କରିବା କାମ ଆଗେଇ ଚାଲିଛି। ଏହା ଫଳରେ  ଦେଶର ସାମୁଦ୍ରିକ ବାଣିଜ୍ୟ କରବାର ବଢିବା ଦ୍ୱାରା ଲୋକେ ଅଧିକ ଉପକୃତ ହେବେ । ତେବେ ବନ୍ଦର କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସାମୁଦ୍ରିକ ବୋର୍ଡ ଗୁଡିକର ସାହାଯ୍ୟ ସହଯୋଗ ଓ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନେ କେନ୍ଦ୍ର ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ଆବଶ୍ୟକ। ଚଳିତବର୍ଷ ଭାରତରେ ହେବାକୁ ଥିବା ବିଶ୍ୱ ସାମୁଦ୍ରିକ ବାଣିଜିକ ଶିଖର ସମ୍ମିଳନୀ ଆମ ଦେଶକୁ ଏକ ନୂଆ ମର୍ଯ୍ୟାଦା ଦେବ। ଏହା  ହେବ ସବୁଠୁ ବଡ ଶିଖର ସମ୍ମିଳନୀ। ଏହି ସମ୍ମିଳନୀ ଆମର ସାମୁଦ୍ରିକ ଶକ୍ତିକୁ ପ୍ରମାଣିତ କରିବ ବୋଲି ଶ୍ରୀ ସୋନୋୱାଲ କହିଛନ୍ତି। ଏହି ଶିଖର ସମ୍ମିଳନୀ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଅକ୍ଟୋବର ୧୭ରୁ ୧୯ଯାଏ ଅନୁଷ୍ଠିତ ହେବ। ବନ୍ଦର ବିକାଶ କ୍ଷେତ୍ରରେ ଯେଉଁ ୧୦ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶ ହେବ ତାହା ଦ୍ୱାରା ୧୫ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀପାଦ ନାଏକ କହିଥିଲେ ଯେ ନୂଆ ଯୁଗର ଟେକ୍‌ନୋଲୋଜି, ବନ୍ଦରାଞ୍ଚଳ ସନ୍ନିକଟ ଲୋକଙ୍କ ପାଇଁ ନିରନ୍ତର ଜୀବିକା ସୁଯୋଗ ସୃଷ୍ଟି ଓ ପରିବେଶ ସୁରକ୍ଷା-ଏହି ତିନିଟି ବିଷୟ ସାମୁଦ୍ରିକ ବାଣିଜ୍ୟ ଓ ବନ୍ଦର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା। ମୌଳିକ ଭିତ୍ତିଭୂମି ବିକାଶ ସହିତ ଏହା ଉପରେ ଗୁରୁତ୍ୱ ଦେବାକୁ ପଡିବ। ଅନ୍ୟତମ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶାନ୍ତୁନୁ ଠାକୁର ମଧ୍ୟ ବନ୍ଦର ବିକାଶ ଓ ନୌବାଣିଜ୍ୟ ବୃଦ୍ଧିର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ। ଗୁଜରାଟ ସରକାରଙ୍କ କୃଷିମନ୍ତ୍ରୀ ରାଘବଜୀ ପଟେଲ ଓ କର୍ଣ୍ଣାଟକର ମତ୍ସ୍ୟ ବିଭାଗ ରାଷ୍ଟ୍ର ମନ୍ତ୍ରୀ  ମନକଲ ବୈଦ୍ୟ ମଧ୍ୟ ଏଥିରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟାନ୍ୟ ରାଜ୍ୟର ବନ୍ଦର ବିଭାଗ ମନ୍ତ୍ରୀମାନେ ମଧ୍ୟ ଏଥିରେ ଉଦ୍‌ବୋଧନ ଦେଇଥିଲେ।

ଏହି ଦୁଇଦିନିଆ ବୈଠକ ଆଜି ଉଦ୍‌ଯାପିତ ହୋଇଛି। ସାଗରମାଳା, ଏନ୍‌ଏମ୍‌ଏଚ୍‌ସି ଜାତୀୟ ଜଳପଥର ବିକାଶ, ରୋପାକ୍ସ /ଫେରି ସମସ୍ୟା, ସହରଞ୍ଚଳ ଜଳଯାତ୍ରୀ ସେବା, ବନ୍ଦରକୁ ସଡକ ଓ ରେଳ ସଂଯୋଗ ଓ ଉପକୂଳବର୍ତ୍ତୀ ରାଜ୍ୟଗୁଡିକର ସଫଳତା କାହାଣୀ, ରାଜ୍ୟ ମାରିଟାଇମ ବୋର୍ଡ ଓ ଅନ୍ୟାନ୍ୟ ବିଷୟରେ ଏଥିରେ  ଆଲୋଚନା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ରୋମିଓ-ଜୁଲିଏଟ୍ ଆଇନ ଭାରତରେ କାର୍ଯ୍ୟକାରୀ ହୋଇପାରିବ କି? କ’ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ସହମତିକ୍ରମେ ଯୌନ ସମ୍ପର୍କକୁ ଅପରାଧମୁକ୍ତ କରିବା ପାଇଁ ରୋମିଓ-ଜୁଲିଏଟ୍ ଆକ୍ଟ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ଏ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ପିଟିସନରେ ଦାବି କରାଯାଇଛି ଯେ ୧୮ ବର୍ଷରୁ କମ୍ ବୟସର ଲକ୍ଷ ଲକ୍ଷ ଝିଅ ଏବଂ ୧୮ ବର୍ଷରୁ ଅଧିକ ବୟସର ପୁଅ ସହମତିକ୍ରମେ ଶାରୀରିକ ସମ୍ପର୍କ ରଖିଥାନ୍ତି, କିନ୍ତୁ ଜଣେ ପୁଅକୁ ଗିରଫ କରାଯାଏ। ଝିଅ ଗର୍ଭବତୀ ହେଲେ ଦୁଷ୍କର୍ମ ହୋଇଥାଏ। ଏନେଇ ତାଙ୍କ ପିତାମାତା ଥାନାରେ ଅଭିଯୋଗ କରିଥାନ୍ତି।

କ’ଣ କହୁଛି ପୋକ୍ସୋ ଆଇନ

ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନ, ୨୦୧୨ ଅନୁଯାୟୀ ୧୮ ବର୍ଷରୁ କମ୍ ବୟସର ଶିଶୁଙ୍କ ସହମତି ନଗଣ୍ୟ। ଯଦି କୌଣସି ବ୍ୟକ୍ତି ଏଭଳି ଯୁବକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିବେ ସେ ଯୌନ ନିର୍ଯାତନା ପାଇଁ ଦୋଷୀ ସାବ୍ୟସ୍ତ ହେବେ। ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୩୭୫ ଅନୁଯାୟୀ ୧୬ ବର୍ଷରୁ କମ୍ ବୟସର ନାବାଳିକା ସମ୍ମତି ଦେଇଥିଲେ ମଧ୍ୟ ତାଙ୍କ ସହ ଯୌନ ସମ୍ପର୍କ ରଖିବା ଦୁଷ୍କର୍ମ।
ରୋମିଓ-ଜୁଲିଏଟ୍ ଆଇନ କ’ଣ ?

ରୋମିଓ-ଜୁଲିଏଟ୍ ଆଇନ ଅନେକ ଦେଶରେ ପ୍ରଯୁଜ୍ୟ। ଏହା ଅଧୀନରେ ନାବାଳକ ଜଣକ ବୟସ୍କ ଥିବାବେଳେ ହିଁ ନାବାଳକ ଯୌନ ସମ୍ପର୍କ କ୍ଷେତ୍ରରେ ଆଇନଗତ ଦୁଷ୍କର୍ମ ଅଭିଯୋଗ ଲାଗୁ ହେଉଥିଲା। ୨୦୦୭ ପରଠାରୁ ଅନେକ ଦେଶ ରୋମିଓ-ଜୁଲିଏଟ୍ ଆଇନକୁ ଗ୍ରହଣ କରିଛନ୍ତି। ଆଇନ ଅନୁଯାୟୀ, ଯଦି ଜଣେ ପୁଅ ବୟସ୍କ ନ ଥିବା ଝିଅଠାରୁ ୪ ବର୍ଷରୁ ଅଧିକ ନୁହେଁ, ତେବେ ତାକୁ ଗିରଫଦାରୀରୁ ରକ୍ଷା କରିଥାଏ।

ପିଟିସନରେ କ’ଣ ରହିଛି ?

ସୁପ୍ରିମକୋର୍ଟରେ ଆବେଦନକାରୀ-ଆଇନଜୀବୀ ହର୍ଷ ବିଭୋର ସିଂଘଲ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ ଯେ ୧୬-୧୮ ବର୍ଷ ବୟସର ଝିଅମାନଙ୍କ ସହ ସହମତିକ୍ରମେ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଗିରଫ ହେଲେ ୧୮ ବର୍ଷରୁ ଅଧିକ ବୟସର ଅନେକ ପୁଅ ଲଜ୍ଜିତ ହୁଅନ୍ତି। ସେ କହିଛନ୍ତି ଯେ ଆଇନର ଏହି ଅସ୍ପଷ୍ଟ କ୍ଷେତ୍ର, ଏକ ଆଇନଗତ ଖାଲି ସ୍ଥାନ, ଗାଇଡଲାଇନ ଦ୍ୱାରା ପୂରଣ ହେବା ଆବଶ୍ୟକ। ଏଥିରେ ଅନ୍ତର୍ଭୁକ୍ତ ଯେ ସମ୍ମତିପ୍ରାପ୍ତ ବୟସ୍କମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପୂର୍ବରୁ ୧୬+ ରୁ ୧୮ ବର୍ଷବୟସ୍କଙ୍କ ସହମତି ଆକଳନ କରି ଆଇନଗତ ଦୁଷ୍କର୍ମ ଆଇନ କିପରି ଚାଲିବ। ଆବେଦନକାରୀ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପାଇଁ କରାଯାଇଥିବା ଏକ ଅଧ୍ୟୟନକୁ ଦର୍ଶାଇଥିଲେ। ଏହା ଅନୁଯାୟୀ, ୨୫-୪୯ ବର୍ଷ ବୟସ ବର୍ଗର ୧୦% ମହିଳା ୧୫ ବର୍ଷ ବୟସ ପୂର୍ବରୁ ପ୍ରଥମ ଥର ପାଇଁ ଯୌନ ସମ୍ପର୍କ ରଖିଥିଲେ। ୩୯% ଲୋକ ୧୮ ବର୍ଷ ବୟସ ପୂର୍ବରୁ ଏପରି କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କେନ୍ଦ୍ର ସରକାର ବଫର ଷ୍ଟକରୁ ଛାଡ଼ିଲେ ୩ ଲକ୍ଷ ମେଟ୍ରିକ ଟନ ପିଆଜ

ନୂଆଦିଲ୍ଲୀ: ଖାଉଟି ବ୍ୟାପାର ବିଭାଗ ପିଆଜର ବଫର ଷ୍ଟକରୁ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜ ବଜାରକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭାଗୀୟ ସଚିବ ରୋହିତ କୁମାର ସିଂହ ଗତକାଲି (୧୦-୦୮-୨୦୨୩) ଦିନ ନାଫେଡ ଓ ଏନସିସିଏଫର ପରିଚାଳନା ନିର୍ଦ୍ଦେଶକଙ୍କ ସହ ଏକ ବୈଠକ କରିବା ପରେ ଏଥି ନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥଲା। ରାଜ୍ୟ ଓ ଆଞ୍ଚଳିକ ବଜାର ଯେଉଁଠାରେ ପିଆଜର ଦର ସର୍ବଭାରତୀୟ ହାରାହାରି ଦର ଠାରୁ ଅଧିକ ଓ ପୂର୍ବ ମାସ ଓ ବର୍ଷ ତୁଳନାରେ ଅଧିକ ଓ ସୀମାରେଖା ବାହାରେ ରହିଥିବ ସେଠାରେ ଏହି ଅତିରିକ୍ତ ଷ୍ଟକ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି। ଇ-ନିଲାମ ଓ ପାଇକାରୀ ବିକ୍ରୟ ଇ-କମର୍ସ ମଞ୍ଚ ଜରିଆରେ ମଧ୍ୟ କରାଯିବା ପାଇଁ ବାଟ ଖୋଜା ଯାଉଛି।

ଖାଉଟିମାନଙ୍କୁ ଯେପରି ସୁଲଭ ଦରରେ ପିଆଜ ଉପଲବ୍ଧ ହେବ ସେହି ଅନୁସାରେ ଏହାର ପରିମାଣ ନିର୍ଦ୍ଧାରିତ କରାଯାଇ ଛଡ଼ାଯାଉଛି। ବଜାରକୁ ଛଡ଼ାଯିବା ସହ ରାଜ୍ୟଗୁଡ଼ିକୁ ଖୁଚୁରା ଦୋକାନରେ ପିଆଜର ବିକ୍ରି ପାଇଁ ସେମାନଙ୍କ ଖାଉଟି ସମବାୟ ସମିତି ଓ ନିଗମ ଜରିଆରେ ମଧ୍ୟ ପିଆଜ ପଠାଇବାକୁ ସ୍ଥିର ହୋଇଛି।

ଚଳିତ ବର୍ଷ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜ ଅତିରିକ୍ତ ଭାବେ ରଖିବା ପାଇଁ ସଂଗ୍ରହ କରାଯାଇଥିଲା ଓ ପରିସ୍ଥିତି ସେପରି ଉପୁଜିଲେ ଏହାର ପରିମାଣ ମଧ୍ୟ ବୃଦ୍ଧି କରାଯାଇ ପାରିବ। ଦୁଇଟି କେନ୍ଦ୍ରୀୟ ନୋଡାଲ ସଂସ୍ଥା ଯଥା ନାଫେଡ ଏବଂ ଏନସିସିଏଫ ପ୍ରତ୍ୟେକ ଜୁନ୍ ଓ ଜୁଲାଇ ରବି ପିଆଜ ଋତୁରେ ୧.୫ ଲକ୍ଷ ଟନ୍ ଲେଖାଏଁ ପିଆଜ ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶରୁ ସଂଗ୍ରହ କରିଥଲେ। ଏକ ଆଗୁଆ ପଦକ୍ଷେପ ସ୍ବରୂପ ଭାବା ଆଣିବିକ ଗବେଷଣା କେନ୍ଦ୍ର (ବିଏଆରସି) ସହଯୋଗରେ ଚଳିତ ବର୍ଷ ପିଆଜଗୁଡ଼ିକୁ ବିକିରଣ ମୁକ୍ତ କରିବାକୁ ପଦକ୍ଷେପ ନିଆଯାଇଥିଲା। ଭଣ୍ଡାରଣ ଜନିତ କ୍ଷତିକୁ କମ୍ କରିବା ଉଦ୍ଦେଶ୍ୟରେ ପ୍ରାୟ ଏକ ହଜାର ମେଟ୍ରିକ ଟନ୍ ପିଆଜ ବିକିରଣ ମୁକ୍ତ କରାଯିବା ପରେ ନିୟନ୍ତ୍ରିତ ବାୟୁମଣ୍ଡଳର ଭଣ୍ଡାର ଘରେ ସାଇତା ହୋଇଛି।

ଦରଦାମ ସ୍ଥିରତା ପାଣ୍ଠି ଅଧୀନରେ ସରକାର ଅତିରିକ୍ତ ପିଆଜ ମହଜୁଦ ରଖି ପିଆଜ ଦର ବୃଦ୍ଧି ସମସ୍ୟାର ମୁକାବିଲା କରୁଛନ୍ତି। ରବି ଅମଳରୁ ସଂଗ୍ରହ କରି ବାର୍ଷିକ ବଫର ଷ୍ଟକରୁ ପିଆଜ ଅମଳ ନ ଥିବା ଋତୁରେ ପ୍ରମୁଖ ପିଆଜ ଖାଉଟି କେନ୍ଦ୍ରଗୁଡ଼ିକୁ ପଠା ଯାଇଥାଏ। ଗତ ଚାରି ବର୍ଷ ମଧ୍ୟରେ ଏହି ବଫର ଷ୍ଟକ ପରିମାଣ ତିନିଗୁଣ ବୃଦ୍ଧି ପାଇଛି। ୨୦୨୦-୨୧ରେ ଏହା ଏକ ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ, ୨୦୨୩-୨୪ ଏହା ତିନି ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ଏହି ପିଆଜର ବଫର ଷ୍ଟକ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇବା ସୁନିଶ୍ଚିତ କରିବା ସହ, ଦରରେ ମଧ୍ୟ ସ୍ଥିରତା ରକ୍ଷା କରିଛି।

Categories
ବିଶେଷ ଖବର

ନିର୍ବାଚନ କମିଶନର ନିଯୁକ୍ତି କମିଟିରୁ ସିଜେଆଇ ବାଦ୍‍: ମୋଦି ସରକାରଙ୍କ ନୂଆ ବିଲକୁ ନେଇ କାହିଁକି ବିବାଦ?

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗୁରୁବାର ରାଜ୍ୟସଭାରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନର (ନିଯୁକ୍ତି ଓ କାର୍ଯ୍ୟକାଳ) ବିଲ ଆଗତ କରିଛନ୍ତି। ଏହି ବିଲକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି। ତିନି ଜଣିଆ କମିଟିକୁ ବିରୋଧ କରିଛନ୍ତି ବିରୋଧୀ। ଏହି ବିଲ ଅନୁଯାୟୀ, ଏବେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ କମିଟି ନିଯୁକ୍ତ କରିବେ। ଏହି କମିଟିରେ ଲୋକସଭାରେ ବିରୋଧୀ ଦଳ ନେତା ଏବଂ ଜଣେ କ୍ୟାବିନେଟ୍ ମନ୍ତ୍ରୀ ସଦସ୍ୟ ରହିବେ। ନୂଆ ବିଲରେ ସିଜେଆଇଙ୍କୁ ସାମିଲ କରାଯାଇନାହିଁ। ଏହା ପୂର୍ବରୁ ୨୦୨୩ ମାର୍ଚ୍ଚରେ ସୁପ୍ରିମକୋର୍ଟ ବର୍ତ୍ତମାନର ଚୟନ ପ୍ରକ୍ରିୟାକୁ ଖାରଜ କରିଦେଇଥିଲେ। ଏବେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସିବିଆଇ ମୁଖ୍ୟଙ୍କ ନିଯୁକ୍ତି ଭଳି ହେବ ବୋଲି କୋର୍ଟ କହିଥିଲେ । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ରାୟରେ କହିଥିଲେ ଯେ ଏବେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ ପ୍ରଧାନ ବିଚାରପତିଙ୍କ କମିଟିର ସୁପାରିସ କ୍ରମେ ରାଷ୍ଟ୍ରପତି ଏହି ନିଯୁକ୍ତି ଦେବେ। ବର୍ତ୍ତମାନ ସୁଦ୍ଧା ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଉଥିଲେ। ତେବେ ସଂସଦ ଆଇନ ପ୍ରଣୟନ ନ କରିବା ପର୍ଯ୍ୟନ୍ତ ବର୍ତ୍ତମାନର ବ୍ୟବସ୍ଥା ଜାରି ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।

ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ନିଯୁକ୍ତିରେ କାର୍ଯ୍ୟନିର୍ବାହୀଙ୍କ ହସ୍ତକ୍ଷେପକୁ କମ କରିବା ପାଇଁ ସୁପ୍ରିମକୋର୍ଟ ମାର୍ଚ୍ଚ ମାସରେ ଦେଇଥିବା ରାୟରେ ପ୍ରୟାସ କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ପୂର୍ବରୁ ସରକାରଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ଏହି ନିଯୁକ୍ତି ଦେଇଥିଲେ।

ଯଦି ସଂସଦର ତଳ ସଦନରେ ବିରୋଧୀ ଦଳ ନେତା ନ ଥିବେ, ତେବେ ଲୋକସଭାରେ ସବୁଠାରୁ ବଡ଼ ବିରୋଧୀ ଦଳର ନେତାଙ୍କୁ ବିରୋଧୀ ଦଳ ନେତା ଭାବେ ବିବେଚନା କରାଯିବ।

କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ଚ୍ଚ କମିଟିରେ ନିର୍ବାଚନ ସମ୍ବନ୍ଧୀୟ ମାମଲାରେ ଜ୍ଞାନ ଓ ଅଭିଜ୍ଞତା ଥିବା ସଚିବ ପାହ୍ୟାତଳେ ଏକ ସର୍ଚ୍ଚ କମିଟି ରହିବା ଆବଶ୍ୟକ।

ଅନ୍ୟ ଦୁଇ ଜଣ ସଦସ୍ୟ ଯୋଗଦେବେ। ନିଯୁକ୍ତି ପାଇଁ ଚୟନ କମିଟି ବିଚାର ପାଇଁ ୫ ଜଣଙ୍କୁ ନେଇ ଏକ ପ୍ୟାନେଲ ପ୍ରସ୍ତୁତ କରିବ। ନିର୍ବାଚନ କମିଶନର ନିଯୁକ୍ତିରେ ସିଜେଆଇଙ୍କର କୌଣସି ହସ୍ତକ୍ଷେପ ରହିବ ନାହିଁ।

ମୋଦି ସରକାରଙ୍କ ନୂଆ ବିଲକୁ ନେଇ ରାଜ୍ୟସଭାରେ ହଙ୍ଗାମା

ଗୁରୁବାର ରାଜ୍ୟସଭାରେ ଉପସ୍ଥାପିତ ହୋଇଥିବା ବିଲ୍ ଅନୁଯାୟୀ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ଦରମା ଓ ଭତ୍ତା କ୍ୟାବିନେଟ୍ ସଚିବଙ୍କ ସହ ସମାନ ହେବ। ସିଇସି ଓ ଇସିଙ୍କ ସେବା ଓ ଆଚରଣକୁ ନିୟନ୍ତ୍ରଣ କରୁଥିବା ବର୍ତ୍ତମାନର ଆଇନ ଅନୁଯାୟୀ ସେମାନଙ୍କୁ ସୁପ୍ରିମକୋର୍ଟ ବିଚାରପତିଙ୍କ ଦରମା ସହ ସମାନ ଦରମା ପ୍ରଦାନ କରାଯାଏ।

ମାସିକ ଦରମା ମାତ୍ର ୨.୫୦ ଲକ୍ଷ ଟଙ୍କା, କିନ୍ତୁ ସିଇସି ଓ ଇସି ଏବେ କ୍ୟାବିନେଟ୍ ସଚିବଙ୍କ ସମକକ୍ଷ, ସୁପ୍ରିମକୋର୍ଟ ବିଚାରପତିଙ୍କ ସହ ନୁହେଁ।

ସଂସଦରେ ଏହି ବିଲ ପାରିତ ହେବା ପରେ ସିଇସି ଓ ଇସି ପ୍ରାଥମିକତା କ୍ରମରେ ରାଷ୍ଟ୍ରମନ୍ତ୍ରୀଙ୍କଠାରୁ ତଳେ ରହିବେ।

ଯେହେତୁ ସିଇସି ଏବଂ ଇସି ସୁପ୍ରିମକୋର୍ଟ ବିଚାରପତି ନୁହଁନ୍ତି, କ୍ୟାବିନେଟ୍ ସଚିବଙ୍କ ସମକକ୍ଷ ହେବେ, ତେଣୁ ସେମାନଙ୍କୁ ଅମଲାତନ୍ତ୍ରଭାବେ ବିବେଚନା କରାଯାଇପାରିବ। ନିର୍ବାଚନ ସମୟରେ ଏହା ଏକ ଜଟିଳ ପରିସ୍ଥିତି ହୋଇପାରେ।

ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନର (ନିଯୁକ୍ତି ସର୍ତ୍ତାବଳୀ ଏବଂ କାର୍ଯ୍ୟକାଳ) ବିଲ- ୨୦୨୩ ରେ ଜଣେ ବ୍ୟକ୍ତିଙ୍କୁ ସିଇସି କିମ୍ବା ଇସି ହେବା ପାଇଁ ଆବଶ୍ୟକ ଯୋଗ୍ୟତା ମଧ୍ୟ ଯୋଡ଼ାଯାଇଛି।

ବିଲ ଅନୁଯାୟୀ, ଭାରତ ସରକାରଙ୍କ ଅଧୀନରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରାଯିବ।

ସେ ସଚିବ ପାହ୍ୟାର ସମାନ ପଦବୀରେ କାର୍ଯ୍ୟ କରିଛନ୍ତି କିମ୍ବା ସମ୍ଭାଳିଛନ୍ତି ଏବଂ ନିର୍ବାଚନ ପରିଚାଳନା ଏବଂ ପରିଚାଳନାର ଅଭିଜ୍ଞତା ବିଷୟରେ ଜ୍ଞାନ ଥିବା ଜଣେ ସଚ୍ଚୋଟ ବ୍ୟକ୍ତି ହୋଇଥିବେ।

ଏହି ବିଲରେ ସ୍ପଷ୍ଟ କରାଯାଇଛି ଯେ ସିଇସି ଏବଂ ଇସି ଦାୟିତ୍ୱ ଗ୍ରହଣ କରିବା ତାରିଖଠାରୁ ୬ ବର୍ଷ ପର୍ଯ୍ୟନ୍ତ କିମ୍ବା ୬୫ ବର୍ଷ ବୟସ ହେବା ପର୍ଯ୍ୟନ୍ତ, ଯିଏ ପୂର୍ବରୁ ଥିବ, ୬ ବର୍ଷ ପର୍ଯ୍ୟନ୍ତ ଏହି ପଦରେ ରହିବେ।

ଯେଉଁଠି ଜଣେ ନିର୍ବାଚନ କମିଶନରଙ୍କୁ ମୁଖ୍ୟ ନିର୍ବାଚନ କମିଶନରଭାବେ ନିଯୁକ୍ତ କରାଯାଏ, ତାଙ୍କ କାର୍ଯ୍ୟକାଳ ସମୁଦାୟ ୬ ବର୍ଷରୁ ଅଧିକ ହେବ ନାହିଁ। ପ୍ରଚଳିତ ଆଇନ ମଧ୍ୟ ସମାନ ଢଙ୍ଗରେ ରହିଛି।

ଏହି ବିଲ ଅନୁଯାୟୀ ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନର ପୁନଃ ନିଯୁକ୍ତି ପାଇଁ ଯୋଗ୍ୟ ହେବେ ନାହିଁ।

ପ୍ରଚଳିତ ଆଇନରେ ପ୍ରାର୍ଥୀଙ୍କ ଯୋଗ୍ୟତା, ସର୍ଚ୍ଚ କମିଟି ଗଠନ ଏବଂ ସିଇସି ଓ ଇସିରେ ନିଯୁକ୍ତି ପାଇଁ ଚୟନ କମିଟିର ବ୍ୟବସ୍ଥା ନାହିଁ।

ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି କେବଳ ଚୟନ ସମିତିର ସମ୍ବିଧାନରେ କୌଣସି ପଦବୀ କିମ୍ବା ତ୍ରୁଟି କାରଣରୁ ଅବୈଧ ହେବ ନାହିଁ।

ସିଜେଆଇଙ୍କ ସ୍ଥାନରେ କ୍ୟାବିନେଟ ମନ୍ତ୍ରୀ ପ୍ୟାନେଲରେ ସାମିଲ

ବିଲ ଅନୁଯାୟୀ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି କମିଟିରେ ପରିବର୍ତ୍ତନ କରାଯାଇଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସ୍ଥାନରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସାମିଲ କରାଯିବାର ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ସରକାର ନିର୍ବାଚନ କମିଶନ ସଦସ୍ୟ ନିଯୁକ୍ତ କରିବାର ସମ୍ଭାବନା ଅଧିକ ରହିବ।

ନିୟନ୍ତ୍ରଣ ମିଳିବ

ଲୋକସଭାରେ ବିରୋଧୀ ଦଳ ନେତା ଏବଂ ପ୍ରଧାନ ବିଚାରପତିଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠନ କରାଯିବ ବୋଲି ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟ ରାୟ ଦେବାର କିଛି ମାସ ପରେ ଏହି ବିଲ ଆସିଛି। ଆଇନ ପ୍ରଣୟନ ନ ହେବା ପର୍ଯ୍ୟନ୍ତ ସିଇସି ଓ ଇସି ଚୟନ କରାଯିବ। ଏହି କମିଶନରମାନଙ୍କ ନିଯୁକ୍ତି ସଂସଦଦ୍ୱାରା ସ୍ଥିର କରାଯାଏ।

କାହିଁକି ବିଲକୁ ବିରୋଧ କରିବେ?

ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଗୁରୁବାର ରାଜ୍ୟସଭାରେ ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନର (ନିଯୁକ୍ତି ଏବଂ କାର୍ଯ୍ୟକାଳ) ବିଲ୍, ୨୦୨୩ ଉପସ୍ଥାପନ କରିଛନ୍ତି।

କଂଗ୍ରେସ, ତୃଣମୂଳ, ଆପ୍ ଏବଂ ବାମପନ୍ଥୀ ଦଳସମେତ ବିରୋଧୀ ଦଳଗୁଡ଼ିକର ହଙ୍ଗାମା ମଧ୍ୟରେ ଏହି ବିଲ ଆଗତ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠଙ୍କ ଆଦେଶକୁ ସରକାର ଦୁର୍ବଳ ଓ ଉଲ୍ଲଂଘନ କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ତେବେ ଏହି ବିଲ ଆଣିବାର ଅଧିକାର ସରକାରଙ୍କର ରହିଛି ବୋଲି ବିଜେପି କହିଛି।

ବିଜେପି ର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ପଢନ୍ତୁ। ବୈଧାନିକ ବ୍ୟବସ୍ଥା ଅଭାବରୁ ସିଇସି ନିଯୁକ୍ତି ପାଇଁ ଏକ ଅସ୍ଥାୟୀ ପଦ୍ଧତି ପ୍ରସ୍ତାବ ଦିଆଯାଇଥିଲା। ଏଥିପାଇଁ ସରକାରଙ୍କୁ ବିଲ ଆଣିବାର ଅଧିକାର ରହିଛି।

ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ଯଦି ଏହି ବିଲ ସଂସଦରେ ପାରିତ ହୁଏ, ତେବେ ଏହା ଅସାମ୍ବିଧାନିକ ହେବ ଏବଂ ସୁପ୍ରିମକୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିବାର ସମ୍ଭାବନା ରହିଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି, ମୁଁ ପୂର୍ବରୁ କହିଥିଲି ଯେ ସରକାର ସୁପ୍ରିମକୋର୍ଟଙ୍କ ଯେକୌଣସି ଆଦେଶକୁ ପ୍ରତ୍ୟାହାର କରିବେ, ଯାହା ତାଙ୍କୁ ପସନ୍ଦ ନାହିଁ। ଏହା ଏକ ବିପଜ୍ଜନକ ପରିସ୍ଥିତି ଯାହା ନିର୍ବାଚନର ନିରପେକ୍ଷତାକୁ ପ୍ରଭାବିତ କରିପାରେ। କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ ପ୍ରସ୍ତାବିତ ପ୍ୟାନେଲରେ ବିଜେପିର ଦୁଇ ଜଣ ଏବଂ କଂଗ୍ରେସର ଜଣେ ସଦସ୍ୟ ରହିବେ। ତେଣୁ ଯିଏ ନିର୍ବାଚନ କମିଟିକୁ ନିର୍ବାଚିତ ହେବ ସେ ଶାସକ ଦଳ ପ୍ରତି ଅନୁଗତ ରହିବ।

କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେସି ବେଣୁଗୋପାଳ ଏହାକୁ ପ୍ରଧାନମନ୍ତ୍ରୀ (ନରେନ୍ଦ୍ର ମୋଦୀ)ଙ୍କ ହାତର କଣ୍ଢେଇ କରିବା ପାଇଁ ନିର୍ବାଚନ ଆୟୋଗକୁ ଏକ ଖୋଲା ପ୍ରୟାସ ବୋଲି କହିଛନ୍ତି। ପକ୍ଷପାତି ନିର୍ବାଚନ କମିଶନର ନିଯୁକ୍ତ କରିବାର ଆବଶ୍ୟକତା ପ୍ରଧାନମନ୍ତ୍ରୀ କାହିଁକି ଅନୁଭବ କରୁଛନ୍ତି? ଏହା ଏକ ଅସାମ୍ବିଧାନିକ, ମନମୁଖୀ ଏବଂ ଅନ୍ୟାୟ ବିଲ। ଆମେ ସବୁ ମଞ୍ଚରେ ଏହାକୁ ବିରୋଧ କରିବୁ।

୨୦୨୪ ନିର୍ବାଚନରେ ଦୁର୍ନୀତି କରିବା ଦିଗରେ ଏହା ଏକ ସ୍ପଷ୍ଟ ପଦକ୍ଷେପ ବୋଲି ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି।

କଂଗ୍ରେସ ସାଂସଦ ତଥା ଲୋକସଭାରେ ଦଳୀୟ ସଚେତକ ମଣିକମ ଟାଗୋର ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲ ଆଣି ନିର୍ବାଚନ ଆୟୋଗକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି।

ସିପିଏମ୍ ନେତା ଜନ୍ ବ୍ରିଟାସ୍ କହିଛନ୍ତି, ଦେଶରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନଷ୍ଟ କରିବାକୁ ଏହା ଏକ ପ୍ରୟାସ । ସୁପ୍ରିମକୋର୍ଟ କହିଥିଲେ ଯେ ଇସି ନିଯୁକ୍ତି ଏକ ପ୍ରକ୍ରିୟା ମାଧ୍ୟମରେ ହେବା ଉଚିତ ଯାହା ସ୍ୱାଧୀନ।

୨୦୨୪ରେ ନିର୍ବାଚନ ଆୟୋଗରେ ନୂଆ ନିଯୁକ୍ତି

ନିର୍ବାଚନ ଆୟୋଗ (ଇସି)ରେ ନୂଆ ନିଯୁକ୍ତି ଆସନ୍ତା ବର୍ଷ ପ୍ରାରମ୍ଭରେ ହେବ। ଫେବ୍ରୁଆରି ୧୪ ତାରିଖରେ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ୬୫ ବର୍ଷ ବୟସ ପୂରଣ ହେବା ପରେ ଅବସର ନେବେ। ୨୦୨୪ ଲୋକସଭା ନିର୍ବାଚନ ଘୋଷଣା ହେବାର କିଛି ଦିନ ପୂର୍ବରୁ ତାଙ୍କ ଅବସର ନିଆଯିବ। ଗତ ଦୁଇ ଥର ନିର୍ବାଚନ କମିଶନ ମାର୍ଚ୍ଚରେ ଲୋକସଭା ନିର୍ବାଚନ ଘୋଷଣା କରିଛନ୍ତି।

ନିର୍ବାଚନ କମିଶନଙ୍କୁ ନେଇ ବିବାଦ

୨୦୨୧ରେ ଅବସରପ୍ରାପ୍ତ ଅମଲା ଏବଂ ଡେମୋକ୍ରାଟମାନେ ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖିଥିଲେ। ଏଥିରେ ସେ ଲେଖିଛନ୍ତି ଯେ କିପରି ଏକ ଅନୁଷ୍ଠାନ ଆଜି ବିଶ୍ୱସନୀୟତାର ସଙ୍କଟ ସହ ସଂଘର୍ଷ କରୁଛି।

୨୦୧୪ ଲୋକସଭା ନିର୍ବାଚନ ପରେ ନିର୍ବାଚନ କମିଶନଙ୍କ କାର୍ଯ୍ୟଶୈଳୀ ଉପରେ ବାରମ୍ବାର ପ୍ରଶ୍ନ ଉଠିଛି। ଏପରିକି କରୋନାର ଦ୍ୱିତୀୟ ଲହର ସମୟରେ ମଧ୍ୟ କୋଭିଡ ପ୍ରୋଟୋକଲ୍ ନ ମାନି ଅଯଥାରେ ନିର୍ବାଚନୀ ରାଲି ହେଉଥିବାରୁ ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠିଥିଲା।

ଏପ୍ରିଲ ୨୦୨୧ରେ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ବାନାର୍ଜୀ ନିର୍ବାଚନ କମିଶନଙ୍କ ଉପରେ କଡ଼ା ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, କରୋନାର ଦ୍ୱିତୀୟ ଲହର ପାଇଁ ନିର୍ବାଚନ କମିଶନ ସମ୍ପୂର୍ଣ୍ଣଭାବେ ଦାୟୀ। ହତ୍ୟା ଅଭିଯୋଗରେ ନିର୍ବାଚନ କମିଶନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ହାଇକୋର୍ଟ କହିଛନ୍ତି। ମେ ୨୦୧୯ରେ ନିର୍ବାଚନ କମିଶନର ଅଶୋକ ଲାଭାସା ମଧ୍ୟ ବୈଠକରେ ଯୋଗ ଦେବା ବନ୍ଦ କରିଦେଇଥିଲେ।

କ’ଣ ରହିଛି ନିର୍ବାଚନ ଆୟୋଗର ଢାଞ୍ଚା?

ନିର୍ବାଚନ ଆୟୋଗ ସର୍ବଦା ଏକ ବହୁସଦସ୍ୟ ବିଶିଷ୍ଟ ସଂସ୍ଥା ହୋଇନାହିଁ। ୧୯୫୦ ମସିହାରେ ଯେତେବେଳେ ନିର୍ବାଚନ ଆୟୋଗ ଗଠନ ହୋଇଥିଲା, ସେତେବେଳେ ୧୯୮୯ ମସିହା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ କେବଳ ମୁଖ୍ୟ ନିର୍ବାଚନ କମିଶନର ଥିଲେ।

୧୬ ଅକ୍ଟୋବର ୧୯୮୯ରୁ ୧ ଜାନୁଆରୀ ୧୯୯୦ ପର୍ଯ୍ୟନ୍ତ ଏଥିରେ ଦୁଇ ଜଣ ନିର୍ବାଚନ କମିଶନର ମଧ୍ୟ ଥିଲେ। ଏହିପରି ଭାବରେ ଏହା ତିନି ଜଣ ସଦସ୍ୟ ହୋଇଥିଲା।

ଜାନୁଆରୀ ୨, ୧୯୯୦ରୁ ସେପ୍ଟେମ୍ବର ୩୦, ୧୯୯୩ ପର୍ଯ୍ୟନ୍ତ ସେ ପୁଣି ଥରେ ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ୱ ତୁଲାଇଥିଲେ। ଅକ୍ଟୋବର ୧, ୧୯୯୩ରେ ଏହି ଆଇନରେ ପୁନର୍ବାର ସଂଶୋଧନ କରାଯାଇ ଦୁଇ ଜଣ ନିର୍ବାଚନ କମିଶନର ଗଠନ କରାଯାଇଥିଲା। ସେବେଠାରୁ ନିର୍ବାଚନ ଆୟୋଗରେ ୩ ଜଣ ସଦସ୍ୟ ରହିଛନ୍ତି।

ନିର୍ବାଚନ କମିଶନ ନିଯୁକ୍ତିରେ ରାଜନୈତିକ ହସ୍ତକ୍ଷେପ

୧୯୮୯ ମସିହା ଅକ୍ଟୋବର ୧୬ ତାରିଖରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବାବେଳେ ଆଇନରେ ସଂଶୋଧନ କରାଯାଇ ନିର୍ବାଚନ କମିଶନର ପଦସୃଷ୍ଟି କରାଯାଇଥିଲା। ସାଧାରଣ ନିର୍ବାଚନ ଘୋଷଣାର କିଛି ସମୟ ପୂର୍ବରୁ ଏହି ସବୁ ଘଟିଥିଲା। ତେଣୁ ଏହାକୁ ସମାଲୋଚନା କରାଯିବା ସହ ନିର୍ବାଚନ କମିଶନଙ୍କ ସ୍ୱାଧୀନତା ସହ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା।

୧୯୯୦ ମସିହା ଜାନୁଆରି ୨ ତାରିଖରେ ଭିପି ସିଂହଙ୍କ ସରକାର ପୁଣି ଥରେ ନିୟମ ବଦଳାଇ ନିର୍ବାଚନ ଆୟୋଗଙ୍କୁ ଏକ ଜଣିଆ ସଂସ୍ଥାରେ ପରିଣତ କରିଥିଲେ।

୧୯୯୩ ମସିହା ଅକ୍ଟୋବର ପହିଲାରେ ପିଭି ନରସିଂହ ରାଓଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ପୁଣି ଥରେ ନିୟମରେ ପରିବର୍ତ୍ତନ ଆଣି ଏମଏସ ଗିଲ ଓ ଜିଭିଜି କୃଷ୍ଣମୂର୍ତ୍ତିଙ୍କୁ ନିର୍ବାଚନ କମିଶନରଭାବେ ନିଯୁକ୍ତ କରିଥିଲେ।

ସେହିଭଳି ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର (ଚାକିରି ସର୍ତ୍ତାବଳୀ) ଆଇନ, ୧୯୯୧କୁ ଅଧ୍ୟାଦେଶ ମାଧ୍ୟମରେ ସଂଶୋଧନ କରାଯାଇଛି। ଆଇନର ନାମ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ଏହା ଜରିଆରେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କୁ ସମାନ ମାନ୍ୟତା ଦିଆଯିବା ସହ ଅବସର ବୟସ ୬୫ ବର୍ଷ ଧାର୍ଯ୍ୟ କରାଯାଇଥିଲା।

କଂଗ୍ରେସ ସରକାରଙ୍କ ଏହି ପଦକ୍ଷେପକୁ ତତ୍କାଳୀନ ମୁଖ୍ୟ ନିର୍ବାଚନ କମିଶନର ଟିଏନ୍ ସେସନ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ଯୁକ୍ତି ବାଢ଼ିଥିଲେ ଯେ ଏହା ନିର୍ବାଚନ କମିଶନଙ୍କ କ୍ଷମତା ହ୍ରାସ କରିବାର ପ୍ରୟାସ। କିନ୍ତୁ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ।