Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା: ମଣ୍ଡଳସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟନ
ଆଞ୍ଚଳିକ

ଚିଲିକା: ମଣ୍ଡଳସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟନ

December 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚିଲିକା (ସୀତାରାମ ଅଗ୍ରୱାଲ): କେନ୍ଦ୍ର ସରକାରଙ୍କ ନିର୍ଦ୍ଧେଶ କ୍ରମେ ରାଜ୍ୟ ସରକାର ତତ୍ୱାବଧାନରେ ପ୍ରତ୍ୟେକ ବ୍ଲକରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କର ବିଜ୍ଞାନ ସମ୍ବଦ୍ଧରେ ବିକାଶ ସହ ଆଗ୍ରହ ସୃଷ୍ଟି କରିବା ଲକ୍ଷରେ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜିତ କରାଯାଉଛି।  ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବାଣପୁର ଗୋଦାବରୀଶ ବିଦ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମ ଦୁଇଟି ଅଧିବେଶନରେ ଆୟୋଜିତ ହୋଇଥିଲା। ପ୍ରଥମ ଅଧିବେଶନକୁ ବ୍ଲକ ଶିକ୍ଷାଧିକାରୀ ସନାତନ ଜାଲି ଉଦଘାଟନ କରି କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ସୁଚିନ୍ତିତ ପରାମର୍ଶ ଦେଇଥିଲେ।

ସେହିଭଳି ଦ୍ଵିତୀୟ ଅଧିବେଶନର ମୁଖ୍ୟ ଅତିଥି ବାଣପୁର ବ୍ଲକ ଅଧକ୍ଷ ମିଟୁ ନାୟକ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେଅତିରିକ୍ତ ଶିକ୍ଷାଧିକାରୀ ସନ୍ଧ୍ୟାରାଣୀ ହରିଚନ୍ଦନ ଓ ଲକ୍ଷ୍ମୀ ନାରାୟଣ ପ୍ରସାଦ ନାୟକ, ମୁଖ୍ୟ ବକ୍ତା ଭାବେ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ବେହେରା, ବୈଜ୍ଞାନିକ ପ୍ରଦର୍ଶନୀରେ ଯୋଗ ଦେଇଥିଲେ। ବ୍ଲକ ସ୍ତରରୁ ଜିଲ୍ଲା ସ୍ତରକୁ ୫ଜଣ କୃତୀ ଛାତ୍ରଛାତ୍ରୀ ୫ଟି ବିଭାଗକୁ ଉତ୍ତୀର୍ଣ୍ଣ ହୋଇଥିଲେ।

ଗୋଦାବରୀଶ ଉଚ୍ଚ ବିଦ୍ୟାଳୟର ସୁମନ୍ତ ଜେନା ଭେଟିନାଥ ଦେବ ଉଚ୍ଚ ବିଦ୍ୟାଳୟରୁ ରଚିତା ସାସମଲ, ନୀଳକଣ୍ଠେଶ୍ଵର ବିଦ୍ୟାପୀଠରୁ ଶୁଭମ ସାହୁ, ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରୁ ସର୍ବେଶ୍ୱର ବରାଳ ଏବଂ ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟରୁ ବଳରାମ ସ୍ୱାଇଁ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀକୁ ମନୋନୀତ ହୋଇଥିଲେ।

ଉକ୍ତ ପ୍ରଦର୍ଶନୀରେ ବିଭିନ୍ନ ବିଭାଗରୁ ବିଜ୍ଞାନ ପ୍ରକଳ୍ପ ଆସିଥିଲା। ଉଚ୍ଚ ବିଦ୍ୟାଳୟ ସ୍ତରରୁ ୨୪ଟି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ୫୪ଟି ପ୍ରକଳ୍ପ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମକୁ ବ୍ଲକର ସମସ୍ତ ସିଆରସିସି, ପ୍ରଧାନ ଶିକ୍ଷକ, ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ।

ସେହିଭଳି ଶନିବାର ପୂର୍ବାହ୍ନରେ ଚିଲିକା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବିରିବାଡି ସ୍ଥିତ ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠରେ ମଣ୍ଡଳସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୦ରୁ ଉର୍ଦ୍ଧ୍ବ ବିଦ୍ୟାଳୟରୁ ୧୨୪ ଟି ବିଜ୍ଞାନ, କୃଷି, ପରିବେଶ, ଘଟଣା ଦୁର୍ଘଟଣା ଓ ସ୍ୱାସ୍ଥ୍ୟ ଭିତ୍ତିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।

ଉଦଘାଟନୀ ଉତ୍ସବରେ ଚିଲିକା ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ଦାଶଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଚିଲିକା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବିକାଶ ଗୋଏଲ,ବିଶିଷ୍ଟ ଅତିଥି ଭାବେ ବିରିବାଡି ସରପଞ୍ଚ ବିଷ୍ଣୁପ୍ରିୟା ସେଣ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଚରଣ ସେଣ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଳାଦ୍ରୀ ଭୂଷଣ ଦାଶ, ମିନତୀ ଶତପଥୀ, ଗୀତାଞ୍ଜଳୀ ନାୟକ, ବିଜ୍ଞାନ ମେଳା କମିଟି ସମ୍ପାଦକ କୁନା ମହତ୍ୱ,ସାଧନ କେନ୍ଦ୍ର ସଂଯୋଜକ ଦେବରାଜ ପରିଡା ପ୍ରମୁଖ ଯୋଗ ଦେଇ ପ୍ରକଳ୍ପ ପରିଦର୍ଶନ କରିବାସହ ତୃଣମୂଳ ସ୍ତରରେ ଥିବା ସୁପ୍ତ ପ୍ରତିଭାଙ୍କୁ ବିକଶିତ କରିବା ଏବଂ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଫଳରେ ଅନେକ କୁନି ବୈଜ୍ଞାନିକ ସୃଷ୍ଟି ହୋଇପାରିବେ ବୋଲି ମତ ଦେଇଥିଲେ।

ଅପରାହ୍ନରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ କଳ୍ପନା ଦାଶ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ମମତା ପାଇକରାୟ, ସରପଞ୍ଚ ବିଷ୍ଣୁପ୍ରିୟା ସେଣ, ପୂର୍ବତନ ଚିକିତ୍ସା ଅଧିକାରୀ ମଧୁସୂଦନ ସେନାପତି, ଶିଶୁ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ ସଦସ୍ୟ ପ୍ରମୋଦ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଶୃଙ୍ଖଳା ଓ ସମାୟାନୁବର୍ତ୍ତୀ ହେବାସହ ସାଧନାରେ ଏକାଗ୍ରତା ରଖିବାପାଇଁ ଦିଗଦର୍ଶନ ଦେଇଥିଲେ।

ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ଉତ୍କୃଷ୍ଟ ପ୍ରକଳ୍ପ ପ୍ରଦର୍ଶନ ନେଇ ଅତିଥି ଗହଣରେ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ବିଜ୍ଞାନ ମେଳା କମିଟିର ସମସ୍ତ ସଦସ୍ୟ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ।

କେନ୍ଦ୍ର ସରକାର ଚିଲିକା ବାଣପୁର ବ୍ଲକ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026
Latest News

ଆଜି ୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍‌ର ସେମିଫାଇନାଲ୍ ମ୍ୟାଚ: ଜାଣନ୍ତୁ ସମୟ

October 16, 2026

‘SSR କୁ ଓଲଟାଇଲେ RSS…’: ଇସିଆଇର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ ଅଖିଳେଶ ଯାଦବ

October 16, 2026

ଆଜି ମହଙ୍ଗା ହେଲା ସୁନା: ଜାଣନ୍ତୁ ରୂପାର ସ୍ଥିତି

October 16, 2026

ଦୀପାବଳି ପୂର୍ବରୁ ମହିଳା ସଂରକ୍ଷଣ ଏବଂ ସୀମା ନିର୍ଦ୍ଧାରଣ ବିଲ୍!: ସରକାର ଡାକିବେ ସଂସଦୀୟ ଅଧିବେଶନ?

October 16, 2026

ବାଂଲାଦେଶ ଭଳି ସରକାର ବଦଳାଇବାକୁ ଚାଲିଛି ଷଡ଼ଯନ୍ତ୍ର : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.