Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ବ୍ଲକର ଉନ୍ନୟନ ପ୍ରକଳ୍ପରେ ଉପୁଜୁଥିବା ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ ପ୍ରମୁଖ ଶାସନ ସଚିବ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଉନ୍ନୟନ ତଦାରଖରେ ଥିବା ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ, ଶ୍ରମ ଏବଂ ରାଜ୍ୟ କର୍ମଚାରିବୀମା ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ ଗତ ୮ ତାରିଖରୁ ତିନିଦିନିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ଆଜି ବାଣପୁର ବ୍ଲକର ବିଭିନ୍ନ ଅଞ୍ଚଳର ପ୍ରକଳ୍ପ ଗୁଡିକର କାର୍ଯ୍ୟ ଧାରା ବୁଲିଦେଖିବା ସହ ଲୋକମାନଙ୍କ ସମ୍ପୃକ୍ତି, ଉପୁଜୁଥିବା ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକରେ ଜନସାଧାରଣଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି। ବେଙ୍ଗରାଜପଲ୍ଲୀ ଠାରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ପରିମଳ ବିଶୁଦ୍ଧି କରଣ ଜୈବିକ ପ୍ଳାଣ୍ଟ ପରିଦର୍ଶନ କରି ଏହା ଲୋକଙ୍କୁ କିପରି ସୁବିଧା ସୁଯୋଗ ଓ ସେବା ପ୍ରଦାନ କରୁଛି ସେ ସମ୍ବନ୍ଧରେ ବୈଶିୟିକ ବିଷlରଦ ସୁଶ୍ରୀ ସୁଚରିତାଙ୍କ ଠାରୁ ପଚାରି ବୁଝିଥିଲେ। ମହିଳା ସ୍ୱୟଂ ସାହାୟିକା ଗୋଷ୍ଠୀଙ୍କୁ ଉକ୍ତପ୍ରକଳ୍ପରେ ସାମିଲ କରିବା ସହ ବ୍ୟାପକ ପ୍ରଚାର ପ୍ରସାରଦିଗରେ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଥିଲେ।

ବାଣପୁର ସହରାଞ୍ଚଳରେ ସ୍ୱୟଂ ସାହାୟିକା ଗୋଷ୍ଠୀ ମାନଙ୍କୁ ଦର୍ଜୀ କାମରେ ମିଶନ ଶକ୍ତି ଏବଂ ଓ ଏଲ ଏମ ଦ୍ୱାରା ପ୍ରୋତ୍ସାହନ ପ୍ରଦାନ କରି ସେମାନଙ୍କୁ ଅଧିକରୁ ଅଧିକ ରୋଜଗାର କ୍ଷମ କରିବାକୁ ନିର୍ଦେଶ ଦେଇଥିଲେ। ସହରାଞ୍ଚଳରେ ଯେଭଳି କୌଣସି ଛାତ୍ର ଛାତ୍ରୀ ଅଧାରୁ ପାଠ ନ ଛାଡ଼ନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ନିର୍ଦେଶ ଦେଇଥିଲେ। ପରେ ପ୍ରମୁଖ ଶାସନ ସଚିବ ଗୁରୁପଦ ଠାରେ ସାଲିଆ ଆଶ୍ରମ ସ୍କୁଲ ପରିଦର୍ଶନ କରି ବିଦ୍ୟାଳୟର ଭିତ୍ତିଭୂମି, ସୁ ଦୃଢ କରିବା, ସ୍ମାର୍ଟ ଶ୍ରେଣୀ ଗୃହ କାର୍ଯ୍ୟ କାରୀ କରିବା, ବୋରୱେଲ ପକାଇବା, ଛାତ୍ରା ବାସ ମରାମତି କାର୍ଯ୍ୟ କରିବା, ଉଦ୍ୟାନକୃଷି, ସଂଗୀତ, କ୍ରୀଡା, ଭିତିଭୂମି ସହ ଉକ୍ତ ବିଦ୍ୟାଳୟକୁ ଶିଳ୍ପାଦ୍ୟୋଗୀ ମାନଙ୍କ ଦ୍ୱାରା ପୋଷ୍ୟ ସ୍କୁଲ ଭାବେ ଦେଇ ସ୍ଥାୟୀ ସ୍ମାର୍ଟ ଶ୍ରଣୀ ଗୃହ ଭିତ୍ତିଭୂମି ସୁଦୃଢ କରିବାକୁ ନିର୍ଦେଶ ଦେଇଥିଲେ।

ବିଦ୍ୟାଳୟ ନୂତନ ଗୃହ ନିର୍ମାଣ ନିମନ୍ତେ ୧ କୋଟି ୭ ଲକ୍ଷ ଆର୍ଥିକ ମଞ୍ଜୁରୀ ମିଳିଲା ମାତ୍ରେ ଯୁଧ୍ୟ କାଳୀନ ଭିତ୍ତିରେ ଶ୍ରେଣୀଗୃହ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଦାମିଆ ବରବରା ଗ୍ରାମପଞ୍ଚାୟତ ବୁଲି କାର୍ଯ୍ୟାଳୟଠାରେ ହିତାଧିକାରୀଙ୍କ ସହ ବାର୍ତ୍ତାଳାପ କରି ସମସ୍ୟା ଶୁଣିଥିଲେ।

୮୦ ବର୍ଷ ବୟସର ବୃଦ୍ଧ ବୃଦ୍ଧାଙ୍କୁ ଜାତୀୟ ଭତ୍ତା ଯୋଜନାରେ ସାମିଲ କରିବାକୁ କହିଥିଲେ।  ଅନ୍ତଦ୍ବୟ ଯୋଜନା ହିତାଧିକାରିଙ୍କୁ ପାଇଖାନା ଯୋଗାଇବା, ଶ୍ରମ କାର୍ଡ ଧାରୀଙ୍କୁ ଶ୍ରମ ଯୋଗାଇବା, ଶ୍ରମ କାର୍ଯ୍ୟାଳୟରେ ନାମ ପଞ୍ଜିକରଣ କରିବା, ଲକ୍ଷପତି ଯୋଜନାରେ ସାମିଲ ଥିବା ହିତାଧିକାରୀଙ୍କ ବାଦାମ ଚାଷ, ଖଲିପତ୍ର ବ୍ୟବଶାୟ ଜାଣି ପ୍ରମୁଖ ସଚିବ ଖୁସି ବ୍ୟକ୍ତ କରିଥିଲେ।

ସେହିପରି ଜଙ୍ଗଲ ଜମି ପଟ୍ଟା ହିତାଧିକାରୀଙ୍କ ସମସ୍ୟା ତୁରନ୍ତ ସମାଧନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ବରବରା ନେଚର କ୍ୟାମ୍ପ ପରିଦର୍ଶନ କରିବା ସହ ବିଭିନ୍ନ ଯୋଜନାର ଅଗ୍ରଗତି ବୁଲିଦେଖି ପ୍ରମୁଖ ସଚିବ ପ୍ରତ୍ୟାବର୍ତ୍ତନ କରିଥିଲେ।

ପ୍ରମୁଖ ସଚିବଙ୍କ ସହ ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ବାଣପୁର ବି ଡ଼ି ଓ ଶୀତଳ ଆଗ୍ରୱାଲ, ବାଣପୁର ଏନ ଏ ସି ଅଧ୍ୟକ୍ଷ ମିଟୁ ନାୟକ, ନିର୍ବାହୀ ଅଧିକାରୀ ନିଗମାନନ୍ଦ ନନ୍ଦ, ଶାଳିଆ ଆଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ମାନସ କୁମାର ନାୟକ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଗୀତାଂଶୁ ମୋହନ ଦାସ, ସରପଞ୍ଚ ବିଣାପାଣି ଷଣ୍ଢ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ସଚିବଙ୍କ ଆଜି ଜିଲ୍ଲା ପରିଦର୍ଶନରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାର ଜନମଙ୍ଗଳ ଯୋଜନାଗୁଡିକର ତଦାରଖ କଲେ ଜିଲ୍ଲା ଉନ୍ନୟନ ଦାୟିତ୍ଵରେ ଥିବା ପ୍ରମୁଖ ଶାସନ ସଚିବ

ଖୋର୍ଦ୍ଧା: ଆଜି ପୂର୍ବାହ୍ନ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲା ଉନ୍ନୟନ ତଦାରାଖ ଦାୟିତ୍ୱରେ ଥିବା ଓଡିଶା ସରକାରଙ୍କ ବିଜ୍ଞାନ କାରିଗରୀ, ଶ୍ରମ ଏବଂ ରାଜ୍ୟ କର୍ମଚାରୀ ବୀମା ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ଉପସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକର ଅଗ୍ରଗତିରେ ଉପୁଜୁଥିବା ସମସ୍ୟା ଗୁଡିକ ଉପରେ ପୁଙ୍ଖାନୁପୁଙ୍ଖଭାବେ ସମୀକ୍ଷା କରି କ୍ଷେତ୍ର ପରିଦର୍ଶନ କରିଛନ୍ତି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ସାହୁ, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା ନିଜ ନିଜ ବିଭାଗ ଦାୟିତ୍ୱରେ ଥିବା କାର୍ଯ୍ୟାବଳୀ ସମର୍କରେ ପ୍ରମୁଖ ଶାସନ ସଚିବ ଏବଂ ଜିଲ୍ଲାପାଳଙ୍କୁ ବୁଝାଇଥିଲେ। ପରେ ପ୍ରମୁଖଶାସନ ସଚିବ ବିଭାଗୀୟ ସମସ୍ତ ଅଧିକାରୀ ଓ ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କୁ ପ୍ରକଳ୍ପର ଅଗ୍ରଗତି ଓ ରୁପାୟାନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ସମ୍ବନ୍ଧରେ ପଚାରି ବୁଝିଥିଲେ।

ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନସାଧାରଣଙ୍କ ସୁରକ୍ଷା, ପାନୀୟ ଜଳ, ଜଳଛତ୍ର କେନ୍ଦ୍ର, ପଶୁପକ୍ଷୀ ମାନଙ୍କ ନିମନ୍ତେ ଜଳକୁଣ୍ଡ ବ୍ୟବସ୍ଥା, ନଳକୂପ ବ୍ୟବସ୍ଥା, ଜଳକ୍ଲୀଷ୍ଟ ଅଂଚଳରେ ପାନୀୟ ଜଳ ଯୋଗାଇଦେବା ଉପରେ ଗୁରୁତ୍ୱଆରୋପ କରିଥିଲେ। ଜିଲ୍ଲାରେ ଜଳଛତ୍ର କେନ୍ଦ୍ର 368 ଗୋଟି (ଗ୍ରାମାଞ୍ଚଳ 273 ଓ ସହରାଂଚଳରେ 95), ଛାମୁଡ଼ିଆ 82 ଗୋଟି ନିର୍ମାଣ କରାଯାଇଅଛି। ଜିଲ୍ଲାରେ 17193 ଗୋଟି ନଳକୂପ ଥିବାବେଳେ, ଅଭିଯୋଗ ଆସିଲେ 48 ଘଣ୍ଟା ମଧ୍ୟରେ ସମାଧାନ କରାଯାଉଛି ବୋଲି ଗ୍ରାମ୍ୟ ଜଳାଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ।

ଜଳକ୍ଲୀଷ୍ଟ ପ୍ରଭାବିତ 64 ଗୋଟି ପକେଟରେ ଟ୍ୟାଙ୍କରଯୋଗେ ଜଳ ଯୋଗାଇବା, ଜେନରେଟ ମହଜୁଦ କରି ରଖିବା, ଅଂଶୁଘାତ ରୋଗୀଙ୍କ ସେବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 10 ଗୋଟି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ 2 ଗୋଟି ଏବଂ ପ୍ରତ୍ୟକ ପ୍ରାଥମିକ ଚିକିତ୍ସାଳୟରେ 1 ଗୋଟି ଶୀତାତାପ ନିୟନ୍ତ୍ରଣ କକ୍ଷ ସଂରକ୍ଷଣ କରି ରଖାଯାଇଛି।

31 ଗୋଟି ପାଣି ଟ୍ୟାଙ୍କର ଓ 8 ଗୋଟି ଜେନରେଟ ରଖାଯାଇଛି। ଗତ 2023 ରେ 1 ଜଣ, 2024 ରେ 2 ଜଣ ଅଂଶୁଘାତ ମୃତ୍ୟୁ ହୋଇଥିବା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ କୌଣସି ଅଂଶୁଘାତ ଜନିତ ମୃତ୍ୟୁ ହୋଇନାହିଁ ବୋଲି ଡେପୁଟି କଲେକ୍ଟର ଜରୁରୀ ପ୍ରମୁଖ ସଚିବଙ୍କୁ ତଥ୍ୟ ପ୍ରଦାନ କରିଥିଲେ।

ସେହିପରି ରାଜସ୍ବ ଏବଂ ବିପର୍ଯୟ ପରିଚାଳନା ବିଭାଗ ଅଧୀନ ଏକହଜ଼ରତ ମହଲ, ରାଜସ୍ବ ଭବନ, ଟାଙ୍ଗୀ ତହସିଲ ଅଧିନ ପ୍ରତ୍ୟାକ୍ଷିତ ବଙ୍ଗାଳୀ ପରିବାର ପାଇଁ ରହିବା ସ୍ଥାନ, ଉପ ନିବନ୍ଧକ କାର୍ଯ୍ୟାଳୟରେ ବିଜୁଳି ଆଲୋକ ଯୋଗାଣ, ବିଭାଗରେ କର୍ମଚାରୀ ନିଯୁକ୍ତି ଆଦି ସମସ୍ୟା ଗୁଡିକ ଉପରେ ପ୍ରମୁଖ ଶାସନସଚିବଙ୍କୁ ଅବଗତ କରାଯାଇଥିଲା।

ସେହିପରି ସ୍ୱାସ୍ଥ୍ୟ ବିଭାଗରେ ଆଇସିୟୁ ଡାକ୍ତର, ଅକ୍ସସିଜେନ ପ୍ଳାଣ୍ଟର ଭିତ୍ତିଭୂମି ମଜବୁତ କରିବା, ଭେଷଜ ବିଶେଷଜ୍ଞ ନିଯୁକ୍ତି, ଅଲଟ୍ରା ସାଉଣ୍ଡ, ସିଟି ସ୍କାନ, ଏମ ଆର ଆଇ ଯନ୍ତ୍ରାଶକୁ ଆଧୁନିକରଣ କରିବା ପମୁଖ ସଚିବଙ୍କୁ ଅବଗତ କରାଯାଇଥିଲା।

ଜିଲ୍ଲାରେ 516 ଡାକ୍ତର ମଞ୍ଜୁରୀ ପଦବୀ ଥିବାବେଳେ 247 କାର୍ଯ୍ୟରତ ଅଛନ୍ତି, 269 ଖାଲି ପଦବୀ ଅଛି। ଜିଲ୍ଲାରେ ଖାଉଟି କଲ୍ୟାଣରେ 44674 ନୂତନ ରେଶନ କାର୍ଡ ପାଇଁ ଆବେଦନ କରିଛନ୍ତି। ଜିଲ୍ଲାରେ 319 ଅର୍ଦ୍ଧ ନିର୍ମିତ ଅଙ୍ଗନବାଡି କେନ୍ଦ୍ରକୁ ସଂପୂର୍ଣ୍ଣ ନିର୍ମାଣ କରିବା ପାଇଁ 5 କୋଟି 86 ଲକ୍ଷ 50 ହଜାର ଆବଶ୍ୟକ। ନୂତନ ଭାବେ 38 ଗୋଟି ଅଙ୍ଗନୱାଡ଼ି ନିର୍ମାଣ ନିମନ୍ତେ 2 କୋଟି 56 ଲକ୍ଷ ଆବଶ୍ୟକ ଅଛି। ଜିଲ୍ଲାରେ 2514 ଗୋଟି ଅଙ୍ଗନୱାଡ଼ି କେନ୍ଦ୍ରରେ 1 ଲକ୍ଷ 16 ହଜାର 801ପିଲା ଅଛନ୍ତି।

ଜିଲ୍ଲାରେ ଅନୁସୂଚିତ ଜନଜାତି ଓଡ଼ିଆ ଅନୁସୂଚିତ ଜାତି ଛାତ୍ର ବୃତ୍ତି, ରାସ୍ତା ଓ କୋଠାବାଡି ବିଭାଗ କାର୍ଯ୍ୟ, ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକାରଣ ସଡ଼କ ପଥ, ଓ ପି ଟି ସି ଏଲ କାର୍ଯ୍ୟ, ପ୍ରାଚୀ ଡିଭିଜନ କାର୍ଯ୍ୟ ଜଳ ସମ୍ପଦ, ଉଦ୍ୟନ କୃଷି, କୃଷି, ଅଣୁ କ୍ଷୁଦ୍ର ମଧ୍ୟମ ଶିଳ୍ପର ବିକାଶ ତଥା ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଉପରେ ସମୀକ୍ଷା କରି ଅଧିକାରୀ ମାନଙ୍କୁ ଜନକଲ୍ୟାଣ ଯୋଜନା ଗୁଡିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ପ୍ରମୁଖ ସଚିବ ଏବଂ ଜିଲ୍ଲାପାଳ ଧଉଳି ଓ ବାଲିଅନ୍ତା ଅଂଚଳର ବିଭିନ୍ନ ପ୍ରକଳ୍ପ ପରିଦର୍ଶନରେ ଯାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କର ଖୋର୍ଦ୍ଧା ଜିଲ୍ଲା ଗସ୍ତ

ଖୋର୍ଦ୍ଧା: ଆଜି ଉପମୁଖ୍ୟମନ୍ତ୍ରୀ, ପ୍ରଭାତୀ ପରିଡା ଏବଂ ଶିକ୍ଷା, କ୍ରୀଡା, ଯୁବସେବା ଓଡିଆ ଭାଷା ସାହିତ୍ୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କର ଖୋର୍ଦ୍ଧା ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ଯଥା ବରୁଣେଇ, ଖୋର୍ଦ୍ଧାଗଡ, ଏବଂ ଅଟ୍ରୀ ଓ ହାଟକେଶ୍ଵର ମନ୍ଦିର ପରିଦର୍ଶନ କରି ଏହାର ଉନ୍ନୟନ ପାଇଁ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ବୈଠକରେ ଯୋଗ ଦେଇ ପର୍ଯ୍ୟଟନ ସ୍ଥଳଗୁଡିକର ସମୀକ୍ଷା କରାଯାଇଥିଲା। ଏଥିରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ସ୍ଵତନ୍ତ୍ର ସଚିବ ବାଳମୁକୁନ୍ଦ ଭୂୟାଁ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ସଚିବ ଇଣ୍ଡିଆନ ଅଏଲର ନିର୍ଦ୍ଦେଶକ, ସିଭିଲ ସପ୍ଲାଏ ଅଧ୍ୟକ୍ଷ ସୁଦୀପ୍ତ ରାଏ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଖୋର୍ଦ୍ଧା ରୁପଶ୍ରୀରାଣୀ ଗୁମାନସିଂହ, ପୌର ପରିଷଦ ଅଧ୍ୟକ୍ଷା ଖୋର୍ଦ୍ଧା କନକଲକ୍ଷ୍ମୀ ମହାନ୍ତି, ଜିଲ୍ଲାପାଳ ଖୋର୍ଦ୍ଧା ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଦିପ୍ତିରଞ୍ଜନ ସେଠି ବିଭାଗୀୟ ଅଧିକାରୀ, ରାଜନୈତିକ ଦଳର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

ଆଜି ପର୍ଯ୍ୟଟନ ବିଭାଗ ଓ ଓଡିଆ ସାହିତ୍ୟ ସଂସ୍କୃତି ବିଭାଗ ତରଫରୁ ଭବିଷ୍ୟତରେ ସମୃଦ୍ଧ ଓଡିଶା ଗଠନ ପାଇଁ ଓଡିଶା ରେ ଯେଉଁ ଋଦ୍ଧିମନ୍ତ ପରମ୍ପରା ଥିଲା ତାହାର ପୁନଃ ସ୍ଥାପିତ କରିବା ଓଡିଆ ଅସ୍ମିତାକୁ ଆଉଥରେ ପ୍ରତିଷ୍ଠା କରିବା ପାଇଁ ଏକ ଯୁଗପୋଯୋଗୀ ପଦକ୍ଷପ ନେବାକୁ ସମୀକ୍ଷା କରାଯାଇଛି। ଏହି ପ୍ରକଳ୍ପରେ ଯାହା ସ୍ଥିରୀକୃତ ହୋଇଥିଲା ତାହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଗେଇନେବେ ଯାହାକି ସମଗ୍ର ଭାରତ ବର୍ଷକୁ ଏକ ସୁନ୍ଦର ଖୋର୍ଦ୍ଧା ଗଡର ବାର୍ତ୍ତା ପ୍ରଦାନ କରିବ।

ଇଣ୍ଡିଆନ ଅଏଲର ୧୯୫ କୋଟି ପାଣ୍ଠି ସରକାରଙ୍କର ପ୍ରୋତ୍ସାହନର ସ୍ୟୁକୃତି ଅଛି ଯାହାର ପାଣ୍ଠି ଆହୁରି ବଢାଯିବ ଏବଂ ଏହାକୁ ଏକ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ଚେଷ୍ଟା କରାଯିବ ପର୍ଯ୍ୟଟନ ଭିତ୍ତିଭୂମି ରାଣୀପୋଖରୀର ପୁନରୁଦ୍ଧାର କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ସମସ୍ତଙ୍କର ସହଯୋଗରେ ସମ୍ଭବ ହୋଇପାରିବ ବୋଲି କହିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଧନ୍ୟବାଦ ଦେବା ପରେ ସଭା ସାଙ୍ଗ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତା ୨୨ ରେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଖୋର୍ଦ୍ଧା ଜିଲ୍ଲା ଗସ୍ତ: ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

ଖୋର୍ଦ୍ଧା: ଆସନ୍ତା ୨୨ ତାରିଖରେ ୫-ଟି ସଚିବ ଭିକେ ପାଣ୍ଡିଆନ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସିବେ। ଏଥି ନିମନ୍ତେ ଚାଲିଛି ଜୋରଦାର ପ୍ରସ୍ତୁତି। ତେବେ ୨୨ ତାରିଖରେ ପାଣ୍ଡିଆନ ଖୋର୍ଦ୍ଧା, ବେଗୁନିଆ ଓ ଚିଲିକା ନିର୍ବାଚନମଣ୍ଡଳି ଗସ୍ତ କରିବେ ବୋଲି ଜଣାପଡିଛି।

ଉକ୍ତ ଦିନ ୫-ଟି ସଚିବ ପ୍ରଥମେ ବେଗୁନିଆ ନିର୍ବାଚନମଣ୍ଡଳି ଯାଇ ପୂର୍ବାହ୍ନ ୧୦.୧୫ ମିନିଟରୁ ୧୧.୧୫ ମିନିଟ ପର୍ଯ୍ୟନ୍ତ ବେଗୁନିଆ ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ଜନ ଅଭିଯୋଗ ଶୁଣାଣି ସଭାରେ ଯୋଗଦେବେ। ଏହାପରେ ଶ୍ରୀ ପାଣ୍ଡିଆନ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ପହଞ୍ଚି ପୂର୍ବାହ୍ନ ୧୧.୪୫ ମିନିଟରୁ ଅପରାହ୍ନ ୧୨.୪୫ ମିନିଟ ପର୍ଯ୍ୟନ୍ତ ଖୋର୍ଦ୍ଧା ହାବେଳୀ ପଡିଆରେ ଜନ ଅଭିଯୋଗ ଶୁଣାଣି ସଭାରେ ଯୋଗଦେବେ।

ଏହାପରେ ସେ ଅପରାହ୍ନ ୧୨.୫୫ ମିନିଟରୁ ୧.୪୫ ମିନିଟ ପର୍ଯ୍ୟନ୍ତ ଖୋର୍ଦ୍ଧା ବ୍ଲକ କାର୍ଯ୍ୟାଳୟ ପରିସରରେ ଉପସ୍ଥିତ ରହି ମିଶନ ଶକ୍ତି କାଫେ ପରିଦର୍ଶନ କରିବା ସହ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ସହ ଆଲୋଚନା କରିବା ପରେ ଅପରାହ୍ନ ଭୋଜନ କରିବେ।

ଏହାପରେ ୫-ଟି ସଚିବ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତ କରି ଅପରାହ୍ନ ୨.୩୦ମିନିଟରୁ ୩.୩୦ ମିନିଟ ପର୍ଯ୍ୟନ୍ତ ନାଚୁଣୀ ସ୍ଥିତ ଗୋଦାବରୀଶ ସରକାରୀ ହାଇସ୍କୁଲ ପଡିଆ ଠାରେ ଜନ ଅଭିଯୋଗ ଶୁଣାଣି ସଭାରେ ଯୋଗଦେବେ। ଉକ୍ତ ସଭା ପରେ ସେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ଖାଦ୍ୟ କମିଶନରଙ୍କ ଖୋର୍ଦ୍ଧା ଗସ୍ତ: ବିଭିନ୍ନ ଯୋଜନାର ସମୀକ୍ଷା ଏବଂ କ୍ଷେତ୍ରୀୟ ପରିଦର୍ଶନ

ଖୋର୍ଦ୍ଧା: ରାଜ୍ୟ ଖାଦ୍ୟ କମିଶନର ପ୍ରମୋଦ କୁମାର ମେର୍କପ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ବିଭିନ୍ନ ସରକାରୀ ସାମାଜିକ ଯୋଜନାର ସମୀକ୍ଷା କରିଛନ୍ତି। ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଖାଦ୍ୟ କମିଶନ ସଦସ୍ୟ ସଚିବ ଶିବାନୀ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଆର୍ତ୍ତବନ୍ଧୁ ନାୟକ, ଖୋର୍ଦ୍ଧା ବିଡିଓ କ୍ଷୀରାବ୍ଧି ତନୟା ସାହୁ, ଜିଲ୍ଲା ଯୋଗାଣ ଅଧିକାରୀ ସୁଗଡା ମୁର୍ମୁ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଦୃଢକରିବା, ପେନସନ ଯୋଜନାରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ସାମିଲ କରିବା ଉପରେ ଗୁରୁତ୍ବ ଦେବାକୁ କମିଶନର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ସେହିଭଳି ଜିଲ୍ଲାରେ ଗର୍ଭବତୀ ଓ ପ୍ରସୂତି ମା ମାନଙ୍କ ତଥ୍ୟ ରଖି ସେମାନଙ୍କ ସ୍ବାସ୍ଥ୍ୟ ସଂପର୍କରେ ଖବର ନେବାକୁ ଆଶା ଓ ଅଙ୍ଗନୱାଡି କର୍ମୀ ମାନଙ୍କୁ ଦାୟିତ୍ବ ଦେବାକୁ ଅଧିକାରୀ ମାନଙ୍କୁ କୁହାଯାଇଛି। ଆନ୍ୟ ପକ୍ଷରେ ବିଭିନ୍ନ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ମାନ ଉପରେ ନଜର ରଖିବାକୁ ସେ ପରାମର୍ଶ ଦେଇଛନ୍ତି।
ଏହାପରେ ବିଜେବି ହାଇସ୍କୁଲର ପୂର୍ବତନ ଛାତ୍ର ମାନଙ୍କ ସହ ବୈଠକ କରି ମୋ ସ୍କୁଲ ଅଭିଯାନ ସଂପର୍କରେ ସେ ଆଲୋଚନା କରିଛନ୍ତି।

ପରେ ଶ୍ରୀ ମେର୍କପ ଖୋର୍ଦ୍ଧା ପୌରପାଳିକାର ବିଭିନ୍ନ ସାଧାରଣ ବଣ୍ଟନ ଖୁଚୁରା କେନ୍ଦ୍ରକୁ ଅଚାନକ ଗସ୍ତ କରିବା ସହ ପଲ୍ଲା-୨ ଅଙ୍ଗନୱାଡି କେନ୍ଦ୍ର, ମଳିପଡା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଦ୍ୟ ମାନ ଯାଞ୍ଚ, ଗୋଡିପଡା ଗ୍ରାମ ପଞ୍ଚାୟତ ସ୍ତରୀୟ ସ୍ବୟଂ ସହାୟକ ଗୋଷ୍ଠୀ ସଂଘର ସାମଗ୍ରୀ ଉତ୍ପାଦ କେନ୍ଦ୍ର ଆଦି ବୁଲି ଦେଖି ଖୁସି ବ୍ୟକ୍ତ ଦେଖିଛନ୍ତି।