Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାସ୍ତରୀୟ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଆଭାସୀ ଯୋଗେ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ସୋମବାରଅପରାହ୍ନ ୦୩:୦୦ ଘଟିକା ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଆଭାସୀ ଯୋଗେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଯନ୍ତ୍ରି, ତହସିଲଦାର, ବିଦ୍ୟୁତ ବିଭାଗ, ଟେଲିକମ ବିଭାଗ, କୃଷି ବିଭାଗ, ୱାଟ କୋ, ଆର ଡବ୍ଲ୍ୟୁ ଏସ ଏସ, ପୋଲିସ, ଫରେଷ୍ଟ, ଫେୟାର ଏବଂ ଯୋଗାଣ ବିଭାଗ ଅଧିକାରୀ ଡେପୁଟି କଲେକ୍ଟର (ଜରୁରୀକାଳୀନ), ସିଡିଏମ୍ଓ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ  ଅଧିକାରୀଙ୍କୁ ମେଡିଆ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ସୋସିଆଲ୍ ମେଡିଆ ଇତ୍ୟାଦି ସମସ୍ତ ବିଭାଗ ଆଗୁଆ ତତ୍ପର ରହି ବାତ୍ୟାକୁ ମୁକାବିଲା କରିବାକୁ ଆହ୍ୱାନ କରିଥିଲେ।

ପାଣି ଟ୍ୟାଙ୍କର ସହ ପାଣି ବୋତଲ ମହଜୁଦ ରଖିବାକୁ PHD ଏବଂ RWSSଙ୍କୁ ପରାମର୍ଶ ଦେଇଥିଲେ। ସିଡିଏମ୍ଓ ଙ୍କୁ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ORS, Medicine, ଆମ୍ବୁଲାନ୍ସ ମହଜୁଦ ରଖିବାକୁ / ଅଙ୍ଗନବାଡି  କେନ୍ଦ୍ରରେ  ଗର୍ଭବତୀ ମା ଏବଂ ଶିଶୁମାନଙ୍କ ପ୍ରତି ଯତ୍ନଶୀଳ ହୋଇ ସେମାନଙ୍କର ଖାଦ୍ୟ ମହଜୁଦ ରଖିବାକୁ ଏବଂ ସେମାନଙ୍କ  ବ୍ୟବସ୍ଥା କରିବାକୁ / କୃଷି ବିଭାଗକୁ drone camera ରେ ଫଟୋ  ଉଠାଇ କ୍ଷୟକ୍ଷତିର ଆକଳନ କରାଇବା ସହ  / ବିଦ୍ୟୁତ ବିଭାଗକୁ ଏବଂ ଟେଲିକମ୍ ବିଭାଗକୁ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । Fireman ସେମାନଙ୍କ ଯନ୍ତ୍ରପାତି ମହଜୁଦ ରଖି / ପଶୁସମ୍ପଦ ବିଭାଗ ପ୍ରାଣୀମାନଙ୍କ ଚିକିତ୍ସା ନିମନ୍ତେ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ମେଡିଆ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ସୋସିଆଲ ମେଡିଆ ଏବଂ ଡେପୁଟି କଲେକ୍ଟର (ଜରୁରୀ) ବିଭାଗଙ୍କ ସମନ୍ୱୟରେ କରାଯିବାକୁ କହିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ  ପରିସ୍ଥିତି ଦେଖି ସ୍କୁଲ ବନ୍ଦ ରଖିବାକୁ ପରାମର୍ଶ ଦେଇଥିଲେ। ସେଥିପାଇଁ ଆଗକୁ ପ୍ରସ୍ତୁତ ରହିବାକୁ ଉପଦେଶ ଦେଇଥିଲେ, ଓଡ୍ରାଫ୍ ଟିମ ସଜାଗ ରହିବା ସହ ସବୁ ବୋଟ ମହଜୁଦ ରଖିବାକୁ ପରାମର୍ଶ ଦେଇଥିଲେ।

ଶେଷରେ ଧନ୍ୟବାଦ ଦେଇ ସଭା ସାଙ୍ଗ କରଯାଇଥିଲା।

Categories
ଆଞ୍ଚଳିକ

ଖୋର୍ଦ୍ଧା ବ୍ଲକର ହଳଦିଆ ପଞ୍ଚାୟତ କକ୍ଷରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି

ଖୋର୍ଦ୍ଧା: ଖୋର୍ଦ୍ଧା ପଞ୍ଚାୟତ ସମିତି ଅନ୍ତର୍ଗତ ହଳଦିଆ ପଞ୍ଚାୟତ କକ୍ଷରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୨୮୦ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୨୫୨ ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୨୪ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୦୪ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଜନ ସଚେତନତା ପାଇଁ ବିଭିନ୍ନ ଷ୍ଟଲ ଖୋଲା ଯାଇଥିଲା।

ଆଜିର ମିଳିତ ଜନଶୁଣାଣି ରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧ୍ୟକ୍ଷତା କରି ଥିବା ବେଳେ ଏସପି ସାଗରିକା ନାଥ, ଅବକାରୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ( ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କସ୍ତୁରୀ ବାଳା ଜେନା, ଉପ-ଜିଲ୍ଲାପାଳ ଦିପ୍ତି ରଞ୍ଜନ ସେଠି, ସମ୍ମାନୀୟ ପଞ୍ଚାୟତ ସମିତ ମେମ୍ବର ସୁକାନ୍ତି ବେହେରା, ଗଡ଼ ହଳଦିଆ ସରପଞ୍ଚ ବନିତା ବେହେରା, ସି ଡ଼ି ଏମ୍ଓ ଡଃ ରାଜଲକ୍ଷ୍ମୀ ପଟ୍ଟନାୟକ, ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର, ଖୋର୍ଦ୍ଧା ବିଡିଓ ଓ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ‌ ତରାଇ ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲାପାଳ ବିଭିନ୍ନ ଷ୍ଟଲ ପ୍ରଦକ୍ଷିଣ କରିଥଲେ ଓ ଲୋକମାନଙ୍କ ସମସ୍ୟା ପଚାରି ବୁଝିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ୬୫ ତମ ପୋଲିସ ସହିଦ ସ୍ମୃତି ଦିବସ ପାଳନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ତରତୁଆ ରିଜର୍ଭ ପୋଲିସ ପଡିଆ ଠାରେ ଖୋର୍ଦ୍ଧା ଜିଲ୍ଲା ପୁଲିସ ପକ୍ଷରୁ ଆଜି ୬୫ତମ ପୋଲିସ ସହିଦ୍ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷିକା ସାଗରିକା ନାଥ ଯୋଗ ଦେଇ ସହୀଦ୍ ସ୍ମୃତି ସ୍ମାରକୀ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ପରେ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିବା ସହିତ ପୋଲିସ ସହିଦ ଦିବସର ତାତ୍ପର୍ଯ୍ୟ ବିଷୟରେ ବର୍ଣ୍ଣନା କରିଥିଲେ।

ଏହି ଅବସରରେ ଓଡିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସହ ଅମର ଶହୀଦ ଯବାନମାନଙ୍କ ପ୍ରତି ରହିଥିବା ଶ୍ରଦ୍ଧାଞ୍ଜଳି ପଠନ କରାଯାଇଥିଲା। ୧୯୬୦ ମସିହା ଜାନୁୟାରୀ ମାସରେ ଦିଲ୍ଲୀ ଠାରେ ଅନୁଷ୍ଠିତ ପୋଲିସ ଆଇ.ଜି.ମାନଙ୍କ ସର୍ବଭାରତୀୟ ସମ୍ମିଳନୀରେ ଅକ୍ଟୋବର ୨୧ ତାରିଖରୁ ପ୍ରତି ବର୍ଷ ଦେଶର ଜିଲ୍ଲା ମୁଖ୍ୟାଳୟ ମାନଙ୍କରେ ପୋଲିସ ସହିଦ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସ ମୁଖ୍ୟାଳୟର ସମସ୍ତ ପୋଲିସ ଅଧିକାରୀ ଏବଂ ଜିଲ୍ଲାର ବିଭିନ୍ନ ଥାନାଧିକାରୀ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପବିତ୍ର ମହାଷ୍ଟମୀରେ ମା’ ଭଗବତୀଙ୍କ ଦର୍ଶନ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ପବିତ୍ର ମହାଷ୍ଟମୀ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ଦର୍ଶନ କରି ମା’ ଙ୍କ ଆଶୀର୍ବାଦ ଲାଭ କରିଛନ୍ତି ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ଭଗବତୀ ମନ୍ଦିର ସମ୍ମୁଖରେ ଦଳୀୟ କର୍ମକର୍ତ୍ତା ଓ ଜନସାଧାରଣ ମାନେ ଭବ୍ୟ ସ୍ୱାଗତ ଜଣାଇଥିଲେ। ମନ୍ତ୍ରୀ ମା’ଙ୍କ ପୂଜାର୍ଚ୍ଚନା କରିବା ସହ ମନ୍ଦିର ବେଢାରେ ଦୀର୍ଘ ସମୟ ଅତିବାହିତ କରିଥିଲେ।

ଉକ୍ତ ସମୟରେ ସେବାୟତ ମାନଙ୍କ ସହ ମନ୍ଦିର ଉନ୍ନତି ବିଷୟରେ ଆଲୋଚନା କରିଥିଲେ ମନ୍ତ୍ରୀ। ମା’ ଙ୍କ ଶାରଦୀୟ ଦଶହରା ପର୍ବ କିପରି ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହେବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ ମନ୍ତ୍ରୀ। ଏହାପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମା’ ଙ୍କ ସାତବଖରା ଘରେ ପହଞ୍ଚି ଉଭୟ ମା’ ଭଗବତୀ ଓ ମା’ ବିରଜାଈଙ୍କ ଚଳନ୍ତି ପ୍ରତିମା ରୂପକ କାଠି ଠାକୁରାଣୀଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ।

ମନ୍ତ୍ରୀଙ୍କ ଗସ୍ତ ସମୟରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ସଂଗଠକ ଜିତେନ୍ଦ୍ର ଭୋଳ,ସୁଧୀର ପାତ୍ର,ଏନଏସି ସଂଗଠକ ନନ୍ଦ କିଶୋର ମିଶ୍ର,ବାଣପୁର ବିଜେପି ନଗର ମଣ୍ଡଳ କାର୍ଯ୍ୟକାରୀ ସଭାପତି ରବିନାରାୟଣ ମିଶ୍ର, ବିଜେପି କାଉନସିଲର ସସ୍ମିତା ପୃଷ୍ଟି, ସଞ୍ଜୟ ସୁପକାର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ଖୋର୍ଦ୍ଧା: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ପୋଷଣ ଖୋର୍ଦ୍ଧାର ମିଳିତ ସ‌ହ‌ଯୋଗରେ ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସଭା ଗୃହ ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଅଛି। ଏହି ଦିବସ ଅବସରରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂ, ସମ୍ମାନିତ ଅତିଥି ଭାବରେ ଖୋର୍ଦ୍ଧା ଅରକ୍ଷୀ ଅଧିକ୍ଷିକା ସାଗରିକା ନାଥ ଯୋଗ ଦେବା ସହିତ ଆଜିର ସମୟରେ ଶିଶୁ କନ୍ୟା ଭବିଷ୍ୟତର ନାରୀ ଏବଂ ଆଜିର ଶିଶୁ କନ୍ୟାମାନଙ୍କୁ ଆମ୍ଭେମାନେ ସୂଚାରୁ ରୂପେ ଦାୟିତ୍ଵ ନେବା ଉଚିତ ଯାହା ଫଳରେ କି ଭବିଷ୍ୟତରେ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବ ବୋଲି ଅତିଥିମାନେ କହିଥିଲେ। କେନ୍ଦ୍ର ସରକାରଙ୍କ ବେଟୀ ବଚାଓ ବେଟୀ ପଢାଓ ଯୋଜନା ମାଧ୍ଯମରେ ଶିଶୁ କନ୍ୟା ମାନଙ୍କୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହିତ କରାଯାଇଥିବା ଅରକ୍ଷୀ ଅଧିକ୍ଷିକା ସାଗରିକା ନାଥ ଆଲୋକପାତ କରିଥିଲେ।

ସେହିପରି ଅନ୍ୟମାନଙ୍କ ମଧ୍ୟରେ ଟାଙ୍ଗୀ ପଞ୍ଚାୟତ ସମିତି ଅଧ୍ଯକ୍ଷା ରିସ୍ନା ମାନ୍ଧତା, ଜଟଣୀ ପୌର ପରିଷଦ ଅଧ୍ୟକ୍ଷ ଅନନ୍ତ ନାରାୟଣ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଣି ବାଣୀଶ୍ରୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଏହି ଦିବସ ଉପରେ ଆଲୋକପାତ କରିଥିଲେ। ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଶିଶୁ କନ୍ୟା ଦିବସ ର ଗୁରୁତ୍ଵ ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ।

ଏହି ଦିବସରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀକ ଲାଭ କରିଥିବା ଶିଶୁ କନ୍ୟା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ପରମର୍ଶଦାତ୍ରୀ ମନସ୍ବିନୀ ମହାପାତ୍ର, ପୋଷଣ ଜିଲା ସଂଯୋଜିକା ଅଭିଲିପ୍ସା, ଅର୍ଚ୍ଚନା ରାୟ, ରିତାଞ୍ଜାଳୀ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଅନୁଷ୍ଠିତ ହେବାକୁ ଥିବା ଦଶହରା, ରାବଣ ପୋଡି, ଗଜଲକ୍ଷ୍ମୀ ପୁଜା ସମ୍ପର୍କୀୟ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଆଜି ଅପରାହ୍ନରେ ଖୋର୍ଦ୍ଧା ଜୟୀ ରାଜଗୁରୁ ଟାଉନ ହଲରେ ଚଳିତ ବର୍ଷ ୨୦୨୪ ଦଶହରା, ରାବଣ ପୋଡି, ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଓ ଭସାଣି ଉତ୍ସବ ଶାତିଶୃଙ୍ଖଳା ଓ ସୌହାର୍ଦ୍ଦ ପୂର୍ବ ବାତାବରଣ ମଧ୍ୟରେ ପାଳନ ହେବା ପାଇଁ ଏକ ପ୍ରସ୍ତୁତି ବୈଠକ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଉପ-ଜିଲ୍ଲାପାଳଙ୍କ ଦ୍ଵାରା ଆହୁତ ହୋଇଥିଲା। ଏହି ବୈଠକରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ମୁଖ୍ୟ ଅତିଥି ଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଅଧ୍ୟକ୍ଷତା କରିଥିଲେ।

ବୈଠକ ସଂଯୋଜନା ଉପ ଜିଲ୍ଲାପାଳ ଦିପ୍ତି ରଞ୍ଜନ ସେଠି କରିଥିବା ବେଳେ ଜିଲ୍ଲାପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ପୌରପାଳିକା ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଖୋର୍ଦ୍ଧା ଏସ.ଡି.ପି.ଓ ଅନିଲ କୁମାର ମହାନ୍ତି, ଡ଼ିଏସପି ପ୍ରଶାନ୍ତ କୁମାର ମାଝୀ, ତହସିଲଦାର ବିଭାଷ ରଞ୍ଜନ ପାଣିଗ୍ରାହୀ, ପୌର କାର୍ଯ୍ୟନିର୍ବାହି ଅଧିକାରୀଣି ରିଜୁଆନ କବଅବ, ବିଡିଓ କ୍ଷୀରାବ୍ଧି ତନୟା ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଣି ଜ୍ୟୋସ୍ନାମୟୀ ଆଚାର୍ଯ୍ୟ, ବିଭିନ୍ନ ପୂଜା କମିଟି ଏବଂ ରାବଣ ପୋଡି କମିଟିର ବରିଷ୍ଠ କର୍ମକର୍ତ୍ତା ଏବଂ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଉକ୍ତ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ।

ଉପ-ଜିଲ୍ଲାପାଳ ଶ୍ରୀ ସେଠି ଚଳିତ ବର୍ଷର ପ୍ରସ୍ତୁତି ବୈଠକ ବିବରଣୀ ପାଠକରିବା ସହିତ ଉତ୍ସବର ପୂର୍ବ-ପର ପ୍ରସ୍ତୁତି ବ୍ୟବସ୍ଥା ଅନୁଭୂତିକୁ ଉପସ୍ଥାପନ କରିଥିଲେ ଯାହା ଉପରେ ସର୍ବସମ୍ମତି କ୍ରମେ ନିଷ୍ପତିମାନ ନିଆଯାଇଥିଲା।

ପୂଜା ମଣ୍ଡପ / ପେଣ୍ଡାଲ ନିକଟରେ କୌଣସି ଅଶ୍ଳୀଳ ସଙ୍ଗୀତ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ସର୍ବସମ୍ମତିକ୍ରମେ ବାରଣ କରାଗଲା। ପୂଜା ସମୟ ମଧ୍ୟରେ ଅନୁଷ୍ଠାନ ର ସଭ୍ୟମାନେ ସମସ୍ତ ପ୍ରକାର ଶାରିଶୃଙ୍ଖଳା ରକ୍ଷା କରିବେ ଏବଂ ଆୟୋଜକ ବଡି ଜୋନ ର କର୍ମକର୍ତା ବୃନ୍ଦ ଆଜି ଏହି ବୈଠକରେ ଆଗତ କରିଥିବା କାର୍ଯ୍ୟସୂଚୀ ଅନୁସାରେ କାର୍ଯ୍ୟ କରିବା ପାଇଁ ଅନୁମୋଦନ ଗୃହିତ ହୋଇଥିଲା। ରାବଣ ପୋଡି ଉତ୍ସବ ସ୍ଥଳକୁ ରାସ୍ତା ଓ ଗୃହନିର୍ମାଣ ବିଭାଗ, ବିଦ୍ୟୁତ ବିଭାଗ ଏବଂ ଅଗ୍ନିଶମ ବିଭାଗ, ପୌରପରିଷଦ, ତହସିଲଦାର ଅଧିକାରୀଙ୍କ ଦ୍ଵାରା ମିଳିତ ଭାବେ ଯାଞ୍ଚ କରାଯିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ।

ଏହି ସମୟ ରେ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତିଙ୍କ ଦ୍ୱାରା ଆତସବାଜି କାର୍ଯ୍ୟକ୍ରମ କରାଇବା ନିମନ୍ତେ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଅଗ୍ନିଶମ ବିଭାଗ ଅଧିକାରୀ ଅନୁରୋଧ କରିଥିଲେ। ରାବଣ ପୋଡି ସ୍ଥଳ ରେ ଆବଶ୍ୟକୀୟ ବ୍ୟାରିକେଡ଼ କରିବା ପାଇଁ ରାସ୍ତା ଓ ଗୃହନିର୍ମାଣ ବିଭାଗକୁ ଅନୁରୋଧ କରାଗଲା। ଉଜ୍ଜ୍ଵଳ ଆଲୋକ ବ୍ୟବସ୍ଥା ଏବଂ ଯାନବାହାନ ପାକିଂ ବ୍ୟବସ୍ଥା ପାଇଁ ପୌରପରିଷଦ ଉପରେ ନ୍ୟସ୍ତ କରାଗଲା। ରାବଣ ପୋଡି ଉତ୍ସବ ରାତ୍ର ୧୦ ଘଟିକା ପୂର୍ବରୁ ସାରିବା ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଗଲା।

୧୪.୧୦.୨୪ ତାରିଖ ଭସାଣି ଦିନ ସମସ୍ତ ମୂର୍ତ୍ତି ମେଢ ସହିତ କେଉଁ ମାର୍ଗ ଦେଇ କେଉଁ ପଡ଼ିଆରେ ଏକତ୍ରିତ ହେବେ ସେ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ଏକ କମିଟି ଗଠନ କରାଗଲା। ଏହି କମିଟି ରେ ଉପ-ଜିଲ୍ଲାପାଳ, ଏସ.ଡି.ପି.ଓ, ଅଗ୍ନିଶମ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀଣି , ଖୋର୍ଦ୍ଧା ପୌରପାଳିକା, ରାସ୍ତା ଓ ଗୃହନିର୍ମାଣ ଯନ୍ତ୍ରୀ, ବିଦ୍ୟୁତ ବିଭାଗ ଯନ୍ତ୍ରୀ ସଦସ୍ୟ ରହିବେ। ଆୟୋଜକ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରିବେ, ବୁଲା ଗାଈଗୋରୁମାନଙ୍କୁ ପୌରପରିଷଦ ଏବଂ ପୁଲିସ ବିଭାଗ କୁ ଏହାର ଆୟତ୍ତ କରିବାକୁ ନିଷ୍ପତି ନିଆଗଲା।

ନିଶାମୁକ୍ତ, ଡିଜେ ମୁକ୍ତ, ପଲିଥିନ ମୁକ୍ତ ଭସାଣି ପାଇଁ ବୈଠକରେ ସ୍ଥିର କରାଗଲା। ଭକ୍ତିର ବାତାବରଣ ସୃଷ୍ଟି ହେବା ପରି ସଙ୍ଗୀତ ପରିବେଷଣ କରିବେ ଏବଂ ଅଶ୍ଳୀଳ ସଙ୍ଗୀତ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ସର୍ବସମ୍ମତିକ୍ରମେ ବାରଣ କରାଗଲା। ଆୟୋଜକ, ପୂଜା ମଣ୍ଡପ ପାଖରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ରଖିବେ। ଯେଉଁମାନେ ରାସ୍ତା ଉପରେ ତୋରଣ ବାନ୍ଧୁଛନ୍ତି ସେମାନେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ / ରାସ୍ତା ଓ ଗୃହନିର୍ମାଣ ବିଭାଗ, ବିଦ୍ୟୁତ ବିଭାଗ ଏବଂ ଅଗ୍ନିଶମ ବିଭାଗ ଠାରୁ ଆବଶ୍ୟକ ଅନୁମତି ଆଣିବେ ଏବଂ ତୋରଣ ଗୁଡିକୁ ସମ୍ଭାବ୍ୟ ଉଚ୍ଚତା ୫ ମିଟର ରଖିବେ। ସିଡିଏମଓ ଙ୍କୁ ଲକ୍ଷ୍ମୀପୂଜା ଦିନ ରାବଣ ପୋଡି ଓ ଭସାଣି ଉତ୍ସବ ଦିନ ଆମ୍ବୁଲାନ୍ସ ଯୋଗାଇଦେବାକୁ, ମୁନିସିପାଲିଟି ଓ ପି ଏଚ ଡି ପାଣି ଟାଙ୍କି, ବିଦ୍ୟୁତ ବିଭାଗ କୁ ଅନ୍ୟୁନ ୨୦ ପୁଟ୍ଟ ଉଚ୍ଚତାରେ ବିଦ୍ୟୁତ ସଂଯୋଗ ଦେବାକୁ ଅନୁରୋଧ କରାଗଲା।

ହାବେଳି ପଡିଆରେ ୧୩.୧୦.୨୪ ଦିନ ରାବଣ ପୋଡ଼ି କାର୍ଯ୍ୟକ୍ରମ ସନ୍ଧ୍ୟା ୭ ଟାରୁ ରାତି ୧୦ ଭିତରେ ସାରିବାକୁ ନିର୍ଦ୍ଦେଶ ରହିଲା। ୨୩.୧୦.୨୦୨୪ ଲକ୍ଷ୍ମୀ ପୂଜା ଦିନ ମଧ୍ୟାହ୍ନ ୧୨ ସୁଦ୍ଧା ମଣ୍ଡପ ଛାଡିବାକୁ ଏବଂ ବିଜେବି ହାଇ ସ୍କୁଲ ପଡିଆରେ ଅପରାହ୍ନ ୩ ସୁଦ୍ଧା ସମସ୍ତ ମୂର୍ତ୍ତି ଏକାଠି ହୋଇ ସନ୍ଧ୍ୟା ୫ଟା ରେ ଭସାଣି ଆରମ୍ଭ କରିବାକୁ ନିଷ୍ପତି ନିଆଯାଇଛି। ଶେଷରେ ମୁଖ୍ୟ ଅତିଥି ନିକଟରେ ଅସ୍ଥାୟୀ ଦୋକାନକୁ ଉଠାଇବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ପରିଶେଷରେ ପୌରପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ।

Categories
ଆଞ୍ଚଳିକ

ଖୋର୍ଦ୍ଧାର ବିଶିଷ୍ଟ ସମାଜସେବୀଙ୍କ ଦଶାହ କ୍ରିୟା ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ପାଇକତିଗିରିଆ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତାଙ୍କ ଶ୍ୱଶୁର ସ୍ବର୍ଗତ ରବିନାରାୟଣ ତ୍ରିପାଠୀଙ୍କ ଦଶାହ କ୍ରିୟା ସୋମବାର ଦିନ ପାଇକତିଗିରିଆସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ଶ୍ରୀ ତ୍ରିପାଠୀ ଖୋର୍ଦ୍ଧା ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ମଧ୍ୟ ଥିଲେ।

ସେ ଅତ୍ୟନ୍ତ ମେଳାପୀ ଏବଂ ଅମାୟିକ ବ୍ୟକ୍ତି ଥିଲେ। ତାଙ୍କର ଦଶାହ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଅଞ୍ଚଳର ବହୁ ବ୍ୟବସାୟୀ, ବୁଦ୍ଧିଜୀବୀ, ସମାଜସେବୀ ଏବଂ ରାଜନୈତିକ ବ୍ୟକ୍ତିବିଶେଷ ଯୋଗଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଏହି ଅବସରରେ ଉପସ୍ଥିତ ହିତାକାଂକ୍ଷୀ ମାନେ ସ୍ବର୍ଗତ ଶ୍ରୀ ତ୍ରିପାଠୀଙ୍କ ସ୍ମୃତିଚାରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସ୍ବର୍ଗତ ଶ୍ରୀ ତ୍ରିପାଠୀଙ୍କ ଝିଅ ମଞ୍ଜୁଲତା ବେଦମତ୍ତା, ଜାମାତା ଆଇନଜୀବୀ ରଞ୍ଜନ କୁମାର ବେଦମତ୍ତା ଏବଂ ଏକମାତ୍ର ନାତୁଣୀ ଅଙ୍କିତା ବେଦମତ୍ତା ଆଦି ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଖୋର୍ଦ୍ଧା: ସ୍ଥାନୀୟ ବି.ଜେ.ବି ଉଚ୍ଚ ବିଦ୍ୟାଳୟସ୍ଥିତ ଅଡିଟୋରିଅମରେ‌ ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ବୈଠକରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଚଂଚଳ ରାଣା, ମୁଖ୍ୟବକ୍ତା ପ୍ରଫେସର ଡଃ ନାରାୟଣ ରାଓ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ପ୍ରମୁଖ ଯୋଗଦେଇଥିଲେ।

ଜିଲ୍ଲାପାଳ ସତ୍ୟ ଓ ଅହିଂସା ପଥରେ ଚାଲିବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ଏବଂ ଗାନ୍ଧୀଜୀଙ୍କ ଆଦର୍ଶ ଜୀବନୀ ଉପରେ କିଛି ପ୍ରଶ୍ନ ପଚାରି ପିଲାମାନଙ୍କୁ ପୁରସ୍କୃତ କରିଥିଲେ। ବୈଠକ ପ୍ରାରମ୍ଭରେ ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଭଗବତ ଗୀତା ପି. ଏନ. କଲେଜ ଅଧ୍ୟାପକ ସୁଶାନ୍ତ ମିଶ୍ର, ମାନୁଏଲ କରାଡୋ ବାଇବେଲ ଓ ମୌଲବୀ ଫତିବୁଦ୍ଧାନ ଖାଁ କୋରାନ ପାଠ କରିଥିଲେ। ଓଡିଆ ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ, ଡିବେଟ୍ ରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ କପ ଏବଂ ମାନପତ୍ର ଦେଇ ଅତିଥି ପୁରସ୍କୃତ କରିଥିଲେ।

ଏହି ଅବସରରେ ଗାନ୍ଧୀଙ୍କ ବିଚାର ଓ ଦର୍ଶନ କୁ ନେଇ ଏକ ଆଲୋଚନା କରାଯାଇଥିଲା। ଏଥିରେ ପ୍ରଫେସର ରାଓ, ଉମାଶଙ୍କର ପ୍ରସାଦ, ପ୍ରାକ୍ତନ ଅଧ୍ୟାପକ ଗୋପାଳ କୃଷ୍ଣ ଦାସ, ସତ୍ୟବାଦୀ ବଳିଆରସିଂହ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।

ପ୍ରାତଃ ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯାଳୟ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ରାମଧୁନ ପ୍ରଚାର କରାଯାଇଥିଲା। ପୂର୍ବାହ୍ନରେ ମହାତ୍ମା ଗାନ୍ଧୀଙ୍କ ସଚେତନତା ବାଣୀକୁ ନେଇ ଏକ ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରି ବିଜେବି ଉଚ୍ଚ ବିଦ୍ୟାଳୟ ଠାରେ ଶେଷ ହୋଇଥିଲା।

ତେବେ ପଦଯାତ୍ରା ସମୟରେ ବ୍ୟାଙ୍କଛକ ନିକଟରେ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତି ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ତଥା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପଦଯାତ୍ରା ରେ ଜିଲ୍ଲାପାଳ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ, ଏନ. ସି. ସି., ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବାଣପୁର ଏନଏସି କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ-୨୦୦୫ କୁ ଉଲ୍ଲଂଘନ ଅଭିଯୋଗ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ-୨୦୦୫ କୁ ଉଲ୍ଲଂଘନ କରାଯାଉଛି। ଏହି ଆଇନକୁ କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନା ଠିକ ଭାବରେ ଅନୁପାଳନ କରୁନାହାନ୍ତି। ସୂଚନା ଅଧିକାର କର୍ମୀଙ୍କୁ ନିର୍ଦ୍ଧାରିତ ସମୟ ସୀମା ଭିତରେ ସୂଚନା ପ୍ରଦାନ କରୁ ନ ଥିବା ଅଭିଯୋଗ ହେଉଛି।

ନିୟମାନୁଯାୟୀ ସୂଚନା ଅଧିକାର କର୍ମୀ ଜନ ସୂଚନା ଅଧିକାରୀଙ୍କ ତଥ୍ୟ ପ୍ରଦାନରେ ଅବହେଳା କରିଥିବା ଦର୍ଶାଇ ଉପରିସ୍ଥ ଅଧିକାରୀ (ଅପିଲେଟ ଅଥରିଟି) ଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବି ସୂଚନା ଅଧିକାର କର୍ମୀଙ୍କୁ ତଥ୍ୟ ମିଳି ପାରୁନାହିଁ। ଏଭଳି ଘଟଣା ଘଟିଛି ବାଣପୁର ଅଞ୍ଚଳର ସୂଚନା ଅଧିକାର କର୍ମୀ ସୀତାରାମ ଅଗ୍ରୱାଲଙ୍କ କ୍ଷେତ୍ରରେ।

ଆବେଦନକାରୀ ଶ୍ରୀ ଅଗ୍ରୱାଲ ଚଳିତ ବର୍ଷ ଜୁଲାଇ ମାସ ୧୦ ତାରିଖ ଏବଂ ୧୬ ତାରିଖରେ ବାଣପୁର ଏନଏସି ରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଥ୍ୟ ହାସଲ ପାଇଁ ପୃଥକ ପୃଥକ ଭାବେ ଦୁଇ ଗୋଟି ଆରଟିଆଇ ଫର୍ମରେ ଆବେଦନ କରିଥିଲେ।

ଆବେଦନପତ୍ର ଗ୍ରହଣର ୩୦ଦିନ ଭିତରେ ଆବେଦନକାରୀଙ୍କୁ ସୂଚନା ପ୍ରଦାନ କରିବାର ବିଧି ରହିଛି। ଏହି ନିୟମକୁ କାର୍ଯ୍ୟାଳୟ ପକ୍ଷରୁ ଠିକ୍‌ ଭାବରେ ପାଳନ କରା ନ ଯିବାରୁ ଆବେଦନକାରୀ ପ୍ରଥମ ଅଭିଯୋଗ ଗ୍ରହଣକାରୀ ଅଧିକାରୀ ତଥା ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନାଙ୍କ ନିକଟରେ ଚଳିତ ମାସ ଅଗଷ୍ଟ ୨୦ ତାରିଖରେ ଅଭିଯୋଗ କରିଥିଲେ।

ତେବେ ଅଭିଯୋଗପତ୍ର ଗ୍ରହଣର ୩୦ ଦିନ ଭିତରେ ଆବେଦନକାରୀଙ୍କୁ ପ୍ରଥମ ଅପିଲେଟ ଅଥରିଟି ସୂଚନା ପ୍ରଦାନ କରିବାର ବିଧି ରହିଛି। କିନ୍ତୁ ଅଦ୍ୟାବଧି ସୂଚନା ଅଧିକାର କର୍ମୀ ଶ୍ରୀ ଅଗ୍ରୱାଲଙ୍କୁ ବାଣପୁର ଏନଏସି ତଥ୍ୟ ପ୍ରଦାନ କରୁନାହିଁ। ତେବେ ଏହା ପଛରେ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ କଣ ଉଦ୍ଦେଶ୍ୟ ରହିଛି ତାହା ଜଣାପଡ଼ୁନାହିଁ।

ସୂଚନା ନଦେବାର ଅଭିପ୍ରାୟ ସନ୍ଦେହ ଘେରରେ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ବଡ ଧରଣର ଚୋରି: ଗ୍ରିଲ ତାଡି ୧୦ ଲକ୍ଷ ମୂଲ୍ୟର ଅଳଙ୍କାର ଲୁଟିନେଲେ ଦୁର୍ବୃର୍ତ୍ତ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଅମୁଲ୍ୟ ସୁବୁଦ୍ଧିଙ୍କ ଘରୁ ୧୦ ଲକ୍ଷ ଟଙ୍କାର ଅଳଙ୍କାର ଦୁର୍ବୁତ୍ତ ମାନେ ଚୋରି କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଅମୁଲ୍ୟଙ୍କର ଗତ ଜୁଲାଇ ମାସରେ ବିବାହ ଅନୁଷ୍ଠିତ ହୋଇଥିବା ବେଳେ ଶ୍ୱଶୁରଘରୁ ତାଙ୍କ ସ୍ତ୍ରୀ ବହୁ ସୁନା ଅଳଙ୍କାର ଆଣିଥିଲେ। ଦୁର୍ବୁତ୍ତ ମାନେ କୌଣସି ସୂତ୍ରରୁ ସୂଚନା ପାଇ ଗତକାଲି ବାଡ଼ି ପଛପଟ ଗ୍ରିଲ ଓ କବାଟ ତାଡି ଘର ଭିତରକୁ ପଶିଥିଲେ।

ଅମୁଲ୍ୟ ଶୋଇଥିବା ଘରେ ଦୁର୍ବୁତ୍ତ ମାନେ ବାହାରୁ ତାଲା ପକାଇ ଅନ୍ୟ ଏକ ଘରେ ଏକ କାଠ ଆଲମାରୀରେ ଥିବା ୪୦ଗ୍ରାମର ଦୁଇଟି ରାଣୀହାର, ୨୦ଗ୍ରାମର ଏକ ସୁନାଚେନ, ୧୨ଟି ମୁଦି, ତିନିହଳ କାନଫୁଲ, ଚାରିହଳ ସୁନାଚୁଡ଼ି, ଗୋଟିଏ ବ୍ରେସଲେଟ ସୁନା ଅଳଙ୍କାର ଯାହାର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ସୁନା ଅଳଙ୍କାର ଲୁଟ କରି ପଳାଇ ଯାଇଥିଲେ। ଦୁର୍ବୁତ୍ତ ମାନେ ଲୁଟ କରି ସାରିବା ପରେ ବିଲ ଭିତରେ ସୁନା ଜିଣିଷର ଖୋଳ ପଡ଼ିଥିବା ଜଣାପଡିଛି।

ପୋଲିସ ଖବର ପାଇବା ପରେ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ ଦ୍ୱାରା ଛାନଭିନ ଜାରି ରଖି ଥିବାବେଳେ ଦୁର୍ବୁତ୍ତ ମାନଙ୍କର ପତ୍ତା ମିଳିନି। ତେବେ ଗ୍ରାମ ମଧ୍ୟରେ ଘରୁ ଲୁଟ ହେବା ପରେ ସାଧାରଣ ଲୋକ ଆଶ୍ଚର୍ଯ୍ୟ ପ୍ରକଟ କରିଥିବା ବେଳେ ଶୀଘ୍ର ଦୁର୍ବୁତ୍ତ ମାନଙ୍କୁ କାବୁ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ଖୋର୍ଦ୍ଧା: ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ଉପଲକ୍ଷେ ଅଧ୍ୟକ୍ଷ ପ୍ରଣବ କିଶୋର ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ଡ଼ଃ ପ୍ରମୋଦ ଚନ୍ଦ୍ର ଦାଶ, ପ୍ରତିଷ୍ଠାତା ଆମରି ସତ୍ୟ ତଥା ପ୍ରାକ୍ତନ ଅଧ୍ୟକ୍ଷ, ବେଗୁନିଆ କଲେଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମାଜିକ ସେବା ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ନିଜର କିପରି ସଫଳ ବ୍ୟକ୍ତିତ୍ୱର ବିକାଶ ହେବ ତାହା ପାଇଁ ଏବେ ଠାରୁ ଯତ୍ନବାନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ।

ମୁଖ୍ୟ ବକ୍ତା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଛାତ୍ରଛାତ୍ରୀ ମାନଙ୍କ ଚରିତ୍ର ଗଠନର ଓ ସର୍ବୋପରି ସେବା ମନବୃତ୍ତିର ବିକାଶ ଦେଶ ଗଠନରେ ସାହାଯ୍ୟ କରିବ ବୋଲି ମତ ବ୍ୟକ୍ତ କରିଥିଲେ। ଅଧ୍ୟକ୍ଷ ଶ୍ରୀଯୁକ୍ତ ମହାନ୍ତି ଜାତୀୟ ସେବା ଯୋଜନାର କାର୍ଯ୍ୟ କଳାପ ଓ ସାମାଜିକ କାର୍ଯ୍ୟ କିପରି ଆଗକୁ ବଢିପାରିବ ସେ ବିଷୟରେ ବକ୍ତବ୍ୟ ରଖିଥିଲେ। ମହାବିଦ୍ୟାଳୟର ଏନଏସଏସ ପ୍ରୋଗ୍ରାମ ଅଧିକାରୀ ଅଲିଭା ବେହୁରା ଅନ୍ୟତମ ପ୍ରୋଗ୍ରାମ ଅଫିସର ରବି ନାରାୟଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଉତ୍ସବରେ ପୂର୍ବତନ ଏନ ଏସ ଏସ ସ୍ଵେଚ୍ଛାସେବୀ ଅବିନାଶ ଦଳେଇ, ଶୁଭମ ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ସୁବୋଧ କୁମାର ଜଗଦ୍ଦେବ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବିକାଶ ମେଳାର ଉଦଯାପନୀ ଦିବସ

ଖୋର୍ଦ୍ଧା: ଆଜି ବିକାଶ ମେଳାର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି। ହାବେଳିପଡିଆ ଜନ ସମାଗମରେ ଭରପୁର ରହିଥିଲା। ଏଥି ସହିତ ପ୍ରାରମ୍ଭରେ ଖୋର୍ଦ୍ଧା ଜିଲ୍ଲାର ସ୍ଥାନୀୟ କଳାକାର ମାନଙ୍କ ମାଧ୍ୟମରେ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ କରାଯାଇଥିଲା।

ଏହାପରେ ଏକ ବୈଠକ ମୁଖ୍ୟ ଉନ୍ନୟନ -ତଥା – କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ କସ୍ତୁରି ଵାଳା ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ପ୍ରଥମେ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।

ପ୍ରଥମେ ଓରମାସ ର ଉପ -ମୁଖ୍ୟ ନିର୍ବାହୀ ଅଧିକାରୀ ରାଜଗୋପାଳ ଦାସ ସ୍ୱାଗତ ଭାଷଣ ରଖିଥିଲେ ଏବଂ ସ୍ୱଚ୍ଛତା ବାର୍ତ୍ତା ଉପରେ ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ପରେ ପରେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କର ବକ୍ତବ୍ୟ ରଖିଥିଲେ।  ଓଡିଶାର ବିକାଶ ସମସ୍ତଙ୍କ ସହଯୋଗରେ ସମ୍ଭବ। ମାଆ ମାନଙ୍କୁ ବ୍ୟାଙ୍କମାନଙ୍କରେ ବିନା ସୁଧରେ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି। ସରକାରଙ୍କ ଯେତେ ଯୋଜନା ସବୁଥିରୁ ଲାଭ ଉଠେଇ ଓଡିଶାକୁ ଅଗ୍ରଣୀ ରାଜ୍ୟ କରିବାରେ ଆଗେଇ ଚାଲନ୍ତୁ। ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ମିଶନ ଚାଲୁ ରହିଛି। ଆମେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇ ଆମର ପରିବେଶ ସ୍ବଚ୍ଛ ରଖି ଚାରିଆଡେ ସ୍ୱଚ୍ଛତା ବାର୍ତ୍ତା ପ୍ରଚାର କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

ବିଭିନ୍ନ ବିଭାଗର ଷ୍ଟଲରେ ଭାଗ ନେଇଥିବା କାର୍ଯ୍ୟାଳୟଙ୍କୁ ସାର୍ଟିଫିକେଟ ପ୍ରଦାନ କରା ଯାଇଥିଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପରିଶେଷ ରେ ସଭା ସାଙ୍ଗ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ବିକାଶ ମେଳା

ଖୋର୍ଦ୍ଧା: ଆଜି ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟନ କରିଛନ୍ତି। ତାଙ୍କ ସହ ଏକାମ୍ର ଭୂବନେଶ୍ବର ବିଧାୟକ ବାବୁ ସିଂ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ  ଏବଂ ସାଂସଦଙ୍କ ପ୍ରତିନିଧି ଦିଲୀପ କୁମାର ହୋତା, ଖୋର୍ଦ୍ଧା ଜିଲ୍ଲାର ଭାରତୀୟ ଜନତା ପାର୍ଟୀ ଅଧ୍ୟକ୍ଷ ରଶ୍ମୀରଞ୍ଜନ ମହାପାତ୍ର, ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ, ଜିଲ୍ଲାପାଳ ଚଞ୍ଚଳ ରଣା, ବହୁମାନ୍ୟ ଗଣ୍ୟ ବ୍ୟକ୍ତି, ହିତାଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କସ୍ତୁରୀବାଳା ଜେନା, ଉପଜିଲ୍ଲାପାଳ ଦିପ୍ତିରଞ୍ଜନ ସେଠୀ, ଖୋର୍ଦ୍ଧା ବି. ଡ଼ି .ଓ , ଖୋର୍ଦ୍ଧା ତହସିଲଦାର ପ୍ରମୁଖ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ଆରମ୍ଭ ହେବ ଆଗରୁ ମାନ୍ୟବର ମନ୍ତ୍ରୀ ଏବଂ ତାଙ୍କ ଟିମ ଜିଲ୍ଲାରେ ହୋଇଥିବା ୨୫ ଟି ଷ୍ଟଲ ପ୍ରଦକ୍ଷିତା କରି ମତାମତ ଦେଇଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ଵଳନ କରଯାଇଥିଲା ଏବଂ ପରପରେ ପ୍ରାରମ୍ଭିକ ସଙ୍ଗୀତ (ବନ୍ଦେ ଉତ୍କଳ ଜନନୀ ) ପରିବେଷଣ କରଯାଇଥିଲା। ସ୍ଵଚ୍ଚତା ଶପଥ ନିଆଯାଇଥିଲା। ଜିଲ୍ଲାପାଳଙ୍କ ସ୍ବାଗତ ଭାଷଣ ଓ ସମ୍ମାନୀୟ ଅତିଥିମାନଙ୍କୁ ଉଦବୋଧନ ପର ପରେ ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ସହାୟତା ରାଶି ପ୍ରଦାନ କରଯାଇଥିଲା। ୦୬ ଜଣ ଭିନ୍ନକ୍ଷମଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ଲାପଟପ ପ୍ରଦାନ କରଯାଇଥିଲା। ସରକାରଙ୍କ ଦ୍ଵାର ପ୍ରଣିତ ପ୍ରମୁଖ ଯୋଜନା ପର୍ଯବେସିତ ଦୃଶ୍ୟ -ଶ୍ରାବ୍ୟ ଚିତ୍ର ପ୍ରଦର୍ଶନ କରଯାଇଥିଲ।

ପରିଶେଷରେ ମୁଖ୍ୟ ଅତିଥିଙ୍କ ଦ୍ବାରା ସମସ୍ତଙ୍କ ଉଦ୍ଧେଶ୍ୟରେ ଅଭିଭାଷଣ ରଖିଥିଲେ। ସେ ପ୍ରଥମେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଖୋର୍ଦ୍ଧା ମାଟିର ବୀର ଶହୀଦ ମାନଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସଙ୍ଗେସଙ୍ଗେ ସ୍ମୃତି ଚାରଣ କରିଥିଲେ। କାଳଜୟୀ ପୁରୁଷ ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ର, ସଚ୍ଚିରାଉତ ରାୟଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଓଡ଼ିଶା ସରକାରଙ୍କ ୧୦୦ ଦିନର ବିକଶିତ ଓଡ଼ିଶାର ବିଭିନ୍ନ ଜନହିତକର କାର୍ଯ୍ୟ ଉପରେ ଅବଗତ କରାଇଥିଲେ । ୨୦୪୭ ମସିହାରେ ବିକଶିତ ଭାରତ ବର୍ଷ, ତା ଭିତରେ ବିକଶିତ ଓଡ଼ିଶା ଏବଂ ବିକଶିତ ଖୋର୍ଦ୍ଧାର ସ୍ବପ୍ନକୁ ସାକାର କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ। ଖୋର୍ଦ୍ଧା ନେତୃତ୍ଵ ନେବ ଓଡ଼ିଶାର ବିକାଶ ଏବଂ ଓଡ଼ିଶା ନେତୃତ୍ଵ ନେବ ଭାରତର ବିକାଶ ଦିଗରେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ

ଖୋର୍ଦ୍ଧା: ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ଜିଲ୍ଲା ସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ର ଶୁଭାରମ୍ଭ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ଵାରା ଉଦଘାଟିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂହ ଯୋଗ ଦେଇ ପିଲାମାନଙ୍କର ଶୈକ୍ଷିକ ଦିଗରେ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ସୂଚାରୁ ରୂପେ କିପରି କାର୍ଯ୍ୟକାରୀ କରାଯାଇ ପାରିବ ସେ ଦିଗରେ ଦୃଷ୍ଟି ଦେବା ପାଇଁ ବାର୍ତ୍ତା ପ୍ରଦାନ କରି ଥିଲେ।

ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଉପସ୍ଥିତ ରହି ପ୍ରାଥମିକ ସ୍ତରରେ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଅଭିଭାଷଣ ରଖି ଥିଲେ। ଜିଲ୍ଲାପାଳ ଶ୍ରୀ ରାଣା ନିପୁଣ ଓଡ଼ିଶା କାର୍ଯ୍ୟକ୍ରମକୁ ସରକାରଙ୍କର ଏକ ସୁଚିନ୍ତିତ ପଦକ୍ଷେପ କହିବା ସହିତ ବିଦ୍ୟାଳୟ ସ୍ତରରେ ଏହାକୁ ସୁଦୃଢ଼ କରିବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନ ର ସଦସ୍ୟାଙ୍କୁ ନିୟମିତ ଭାବେ ବିଦ୍ୟାଳୟ ପ୍ରତ୍ୟକ୍ଷ ପରିଦର୍ଶନ କରି ଶ୍ରେଣୀ ଗୃହ ରେ ହସ ଖେଳ ମାଧ୍ୟମ ରେ ଶିକ୍ଷାର୍ଥୀମାନଙ୍କ ସହ ବାର୍ତ୍ତାଳାପ କରିବା ପରାମର୍ଶ ଦେଇଥିଲେ। ପୁନଶ୍ଚ ସେ ନିଜର ବାର୍ତ୍ତା ରେ କହିଥିଲେ କି ଅଭିଭାବକ ମାନେ ମୋବାଇଲ୍ ଠାରୁ ଦୂରରେ ରହି ପିଲାମାନଙ୍କର ଆଦ୍ୟ ଶୈଶବ ଶିକ୍ଷା କୁ ଗୁରୁତ୍ଵ ଦେଇ ଶିକ୍ଷଣ ର ସର୍ବନିମ୍ନ ସ୍ତର ହାସଲ ରେ ସହାୟକ ହେବେ।

ସମାରୋହର ଆରମ୍ଭରେ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇ ସ୍ବାଗତ ଅଭିଭାଷଣ ଦେଇଥିଲେ ଓ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଜିଲ୍ଲାପାଳ ନିପୁଣ ଓଡ଼ିଶା ଲୋଗୋ ବାର୍ତ୍ତା ଓ ନିପୁଣ ସଂଗୀତକୁ ଉନ୍ମୋଚନ କରିଥିଲେ। ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଡଃ ତାପସ କୁମାର ନାୟକ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଉପସ୍ଥାପନ କରିବା ସହିତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ର ତିନୋଟି ବିକଶାତ୍ମକ ଲକ୍ଷ୍ୟ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାର୍ଥୀ ହାସଲ କରିବା ଦିଗରେ ଶିକ୍ଷକ, ଶିକ୍ଷାର୍ଥୀ, ଅଭିଭାବକ ତଥା ସାମାଜିକ ବ୍ୟକ୍ତି ବିଶେଷଙ୍କ ମିଳିତ ପ୍ରୟାସ ରେ ସମ୍ଭବ ହୋଇପାରିବ ବୋଲି ମତ ଦେଇଥିଲେ।

ଜିଲ୍ଲାସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିବା ପାଇଁ ଜିଲ୍ଲା ର ସମସ୍ତ ଅଧିକାରୀ ତଥା ଶିକ୍ଷା ବିଭାଗ ର ସମସ୍ତ କର୍ମକର୍ତ୍ତା ଏବଂ ପଞ୍ଚାୟତିରାଜ ସଭ୍ୟଙ୍କର ସାମୂହିକ ଉଦ୍ୟମ ର ଆବଶ୍ୟକତା ରହିଛି। ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରିଆ ଯୋଗ ଦେଇଥିଲେ। ଏହି ସଭାରେ ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସି. ଆର. ସି.ସି, ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଏନ୍. ଜି.ଓ ର ସଭ୍ୟ ଉପସ୍ଥିତ ଥିଲେ।

ପରିଶେଷରେ ସହ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଅମ୍ରିତା ପ୍ରିତିନନ୍ଦା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୁଭଦ୍ରା ଯୋଜନା ଉପଲକ୍ଷେ ଖୋର୍ଦ୍ଧା ବ୍ଲକ ସ୍ତରୀୟ ଶୋଭାଯାତ୍ରା

ଖୋର୍ଦ୍ଧା: ଆଜି ପୁର୍ବାହ୍ନ ୮ ଘଟିକା ସମୟରେ ତ୍ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମ ର ଖୋର୍ଦ୍ଧା ବ୍ଲକ ସ୍ତରୀୟ ବିଶାଳ ସଚେତନତା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ବାହାରି ଜୟିରାଜଗୁରୁ ଟାଉନ ହଲ ପର୍ଯ୍ୟନ୍ତ ଚାଲୁ ରହିଥିଲା।

ଏହି ଶୋଭାଯାତ୍ରାରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂହ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା, ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଦିପ୍ତି ରଞ୍ଜନ ସେଠି, ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ସାଂସଦଙ୍କ ପ୍ରତିନିଧି (ପୌର ପରିଷଦ) ଦିଲିପ କୁମାର ହୋତା ଏବଂ ବ୍ଲକ୍ ପ୍ରତନିଧି ବିଭୁ ପ୍ରସାଦ ବଳାଆରସିଂହ, ଜିଲ୍ଲା ପରିଷଦ ୧ ନ. ଜୋନ୍ ସଭ୍ୟ, ପ୍ରଫୁଲ୍ଲ ଦଳେଇ ପ୍ରମୁଖ ସାମିଲ୍ ହୋଇଥିଲେ।

ଆହୁରି ମଧ୍ୟ ଅଙ୍ଗନବାଡି କର୍ମୀ, ସି ଆର ପି, ଏମ୍.ଵି.କେ, ବିପିସି, ଵିଏଲଏଫ ମେମ୍ବର,  ଏସ.ଏଚ.ଜି ମେମ୍ବର, ଆଡିସନାଲ ଡି ଏସ ଡବ୍ଲ୍ୟୁ ଓ, ସିଡିପିଓ, ବିଡିଓ, ଡିଆଇପିଆଓ ପ୍ରମୁଖ ଯୋଗଦେଇ ଥିଲେ।

‌‌ଟାଉନହଲ ଠାରେ ଏକ ବୈଠକ ଆୟୋଜନ କରାଯାଇଥିଲା। ବୈଠକକୁ ପରିଚାଳନା କରିଥିଲେ ଖୋର୍ଦ୍ଧା ବିଡିଓ କ୍ଷୀରାବ୍ଧିତନୟା ସାହୂ। ସୁଭଦ୍ରା ଯୋଜନାର ସଚେତନତା ବାର୍ତ୍ତାର ପ୍ରସାର କରିଵା ।ମା ମାନେ ସ୍ବାବଲମ୍ବୀ ହେବା ଓ ଆଗକୁ ଯିବାର ଏହା ଏକ ପ୍ରୟାସ ବୋଲି ମାନ୍ୟବର ବିଧାୟକ ତାଙ୍କର ବକ୍ତବ୍ୟ ରେ ରଖିଥିଲେ।

ଆହୁରି ମଧ୍ୟ ସେ କହିଛନ୍ତି ଆସନ୍ତା ୧୭ ତାରିଖ ଦିନ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଜନ୍ମ ତିଥି ରେ ପ୍ରତି ପଞ୍ଚାୟତ ରୁ ୧୦୦ ଜଣ ଲେଖାଏଁ ମା’ ଏହି କାର୍ଯ୍ୟକ୍ରମରେ ସାମିଲ ହେଵେ। ଦରଖାସ୍ତ ଦାଖଲର ସମୟସୀମା ବର୍ଷ ସାରା ଚାଲୁ ରହିବ ବୋଲି ମା ମାନଙ୍କୁ ଆଶ୍ଵାସନା ଦେଇ ଥିଲେ।

କାମରେ ଛୋଟ ବଡ଼ ନଥାଏ ଆକ୍ଟିଭ୍ହ ହୋଇ ନେତୃତ୍ୱ ନେବାକୁ ପରାମର୍ଶ ଦେଇଥିଲେ।
ସିଡିପିଓ , ଖୋର୍ଦ୍ଧା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ରାଜ୍ୟ ସରକାରଙ୍କ ବିକାଶ ‌‌ଯାତ୍ରା କାର୍ଯ୍ୟକ୍ରମ

ଖୋର୍ଦ୍ଧା: ଆଜି ଅପରାହ୍ନ ୪.୩୦ ମିନିଟ ସମୟରେ ଖୋର୍ଦ୍ଧା ଓସ୍ବାନ କକ୍ଷରେ ରାଜ୍ୟ ସରକାରଙ୍କ ଫଳପ୍ରସୂ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି ସମାବେଶ ଆୟୋଜନ ସମ୍ପର୍କରେ ଆଭାସି ଯୋଗେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟ ସରକାରଙ୍କୁ ଲୋକଙ୍କ ନିକଟତର କରିବା ଉଦ୍ଦେଶ୍ୟରେ ସୂଚନା -ଶିକ୍ଷା–ସଚାର କାର୍ଯ୍ୟକ୍ରମ ମାଧ୍ୟମରେ ତା୨୦.୦୯.୨୦୨୪ ରୁ୨୨.୦୯.୨୦୨୪ ପର୍ଯ୍ୟନ୍ତ ସମାବେଶ, ପ୍ରଦର୍ଶନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ। ଅନୁସୁଚିତ ଜନଜାତିଓ ଜାତି ଉନ୍ନୟନ ବିଭାଗ/ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ /ମିଶନ ଶକ୍ତି/ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ/ ପୂର୍ତ୍ତ ବିଭାଗ /ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ସମନ୍ଵିତ ସହଯୋଗ ରେ ଏହି କାର୍ଯ୍ୟଗୁଡ଼ିକ ସମାହିତ ହେଵ। ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଯୋଡି ହୋଇଥିଲେ।

ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲା ଓସ୍ବାନ କକ୍ଷରେ ଜିଲ୍ଲାପାଳ ଚଞ୍ଚଳ ରାଣା, ରାଜସ୍ଵ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କସ୍ତୁରୀବାଳା ଜେନା, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବନାଥ ତରାଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଗୋ ସୁରକ୍ଷା ପାଇଁ ଗୋଚର ଓ ଅନାବାଦୀ ଜମି ସୁରକ୍ଷା ଦାବୀ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତିର ଅଧ୍ୟକ୍ଷ ଚଞ୍ଚଳ ରାଣାଙ୍କ ସଭାପତିତ୍ୱରେ ସମିତିର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ସୁରେନ୍ଦ୍ର ନାଥ ମୁର୍ମୁ, ପ୍ରମୁଖଙ୍କ ସମେତ ଖୋର୍ଦ୍ଧା, ବାଲୁଗାଁ, ଜଟଣୀ ଆଦିବିଭିନ୍ନ ପୋୖରାଞ୍ଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସହିତ ଜିଲ୍ଲାର ସମସ୍ତ ପ୍ରାଣୀ ମଙ୍ଗଳ ଅନୁଷ୍ଠାନ ପ୍ରତିନିଧି, ଏସ ପି ସି ଏ ସଦସ୍ୟ, ଗୋ ଶାଳା ପ୍ରତିନିଧି ଯୋଗଦେଇଥିଲେ।

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତଥା ଜିଲ୍ଲା ଏସ ପି ସି ଏ ସମ୍ପାଦକ ଡା ଦେବୀଦତ୍ତ ମାଝୀ ପ୍ରାରମ୍ଭ ରେ ସଭା ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ପ୍ରାଣୀ ମଙ୍ଗଳ ଅଧିକାରୀ ଡା ସଂଜୀବନୀ ପଟେଲ ଜିଲ୍ଲା ପ୍ରାଣୀ ମଙ୍ଗଳ ସମିତି ପକ୍ଷରୁ ଚାଲିଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଜିଲ୍ଲାରେ୯୬ଜଣ ଆଜୀବନ ଏସ ପି ସି ଏ ସଦସ୍ୟ ଥିବା ବେଳେ କେବଳ୫ଜଣ ସଦସ୍ୟ ସକ୍ରିୟ ଭାବେ କାର୍ଯ୍ୟ କରୁଥିବା ସେ ପ୍ରକାଶ କରିଥିଲେ।

ଜୀବେ ନିଷ୍ଠୁରତା ନିରୋଧ ଆଇନ୧୯୬୦(୨୦୦୧ ସଂସ୍କରଣ)ର କଡାକଡି ପାଳନ କରିବା, ଏସ ପି ସି ଏ ର ନୂତନ ସଦସ୍ୟ ପାଇଁ ନିୟମ, ଏସ ଓ ପି ପ୍ରସ୍ତୁତି ପ୍ରଣାଳୀ, ପରିଚାଳନା କମିଟିର ପୁର୍ନଗଠ ନ, ଜିଲ୍ଲା ର ଚିଲିକା ଏବଂ ଜଟଣୀ ରେ ଦୁଇଟିଗୋଶାଳା ର ରେଜିଷ୍ଟ୍ରେସନ ପାଇଥିବା ବେଳେ ଏହାର ଆର୍ଥିକ ଅନୁଦାନ ଆଦି ଉପରେ ଆଲୋଚନା ହୋଇଥିଲା।୨୦୨୪-୨୫ଆର୍ଥିକ ବର୍ଷରେ ଭୁବନେଶ୍ୱର ସ୍ଥିତ ପିପୁଲ ଫର ଆନିମଲ ଗୋ ଶାଳା କୁ୧୮୫୮୬୦୦ ,କୁଜି ମହଲ ସ୍ଥିତ ଭାରତୀୟ ଗୋ ସମ୍ବର୍ଦ୍ଧନା ଓ ଅନୁସନ୍ଧାନ ସଂସ୍ଥା କୁ୪୬୭୪୦୦ ଓ ଜଟଣୀ ସ୍ଥିତ ଶ୍ରୀ ମାଧବ ଗୋ ଶାଳା କୁ୪୦୧୨୦୦ ଟଙ୍କା ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ପକ୍ଷ ରୁ ପାଣ୍ଠି ପ୍ରଦାନ କରାଯାଇଛି।

ଜିଲ୍ଲା ରେ ପ୍ରତେକ ଗ୍ରାମ ପଞ୍ଚାୟତ ସ୍ତରରେ ବୁଲା ଗାଈ ଗୋରୁ ଓ ଦୁର୍ଘଟଣା ରେ ସମ୍ମୁଖିନ ହେଉଥିବା ପ୍ରାଣୀ ମାନଙ୍କୁ ଆଶ୍ରୟ ପାଇଁ ପ୍ରାଣୀ ସ୍ଥଳୀ ନିର୍ମାଣ ହେବା ଉପରେ ସମସ୍ତ ସଦସ୍ୟ ଗୁରୁତ୍ୱ ପ୍ରଦାନ କରିଥିଲେ।ଜିଲ୍ଲା ରେ ପ୍ରାଣୀ ମାନଙ୍କ ଖାଦ୍ୟ ଓ ଆଶ୍ରୟ ପାଇଁ ଅନାବାଦୀ ଓ ଗୋଚର ଜମି ଚିହ୍ନଟ ଓ ସୁରକ୍ଷା ପାଇଁ ଗୋ ସୁରକ୍ଷା ପରିଷଦ ପକ୍ଷରୁ ଶ୍ରୀ ନିବାସ ମାନସିଂହ ଜିଲ୍ଲା ପାଳ ଙ୍କ ପାଖରେ ଦାବୀ ରଖିଥିଲେ।ସେହିଭଳି ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ପ୍ରାଣୀକଲ୍ୟାଣ ଅଧିକାରୀ ଏବଂ ଏସ ପି ସି ଏ ଆଜୀବନ ସଦସ୍ୟ ଡା ତ୍ରୈଲୋକ୍ୟ ନାଥ ମହାରଣା ଓ ଗୋ ସେବକ ଭୁପେଶ କୁମାର ନାୟକ ବେଆଇନ ଭାବେ ହେଉଥିବା ଗୋ ଚାଲାଣ ଓ ଗୋହତ୍ୟା ବନ୍ଦ ଏବଂ ଜିଲ୍ଲା ରାଜରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ପ୍ରାଣୀ ମାନଙ୍କ ଉଦ୍ଧାର,ଚିକିତ୍ସା ପାଇଁ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଦୃଢ଼ ପଦକ୍ଷେପ ନେବାକୁ ଗୁରୁତ୍ୱ ପ୍ରଦାନ କରିଥିଲେ।

ପ୍ରାଣୀ ମାନଙ୍କ ଆଶୁ ଚିକିତ୍ସା ଓ ଉଦ୍ଧାରପାଇଁ ଉଦ୍ଧିଷ୍ଟ ଟୋଲ ଫ୍ରି ନମ୍ବର -୧୯୬୨ ସବୁବେଳେ ଵ୍ୟସ୍ତ ରହିବା ଯୋଗୁଁ ରାସ୍ତା ଦୁର୍ଘଟଣା ରେ ପ୍ରାଣୀ ମାନଙ୍କ ଆଶୁ ଚିକିତ୍ସା ସେବା ପ୍ରଦାନ ରେ ବହୁ ଅସୁବିଧା ହେଉଥିବା ସଦସ୍ୟଙ୍କ ଅଭିଯୋଗ ପରେ ଜିଲ୍ଲାପାଳ ତୁରାନ୍ତ ଏ ନେଇ ପଦକ୍ଷେପ ନେବା କୁ ପ୍ରତିଶୃତି ଦେଇଥିଲେ।

ସେଇଭଳି ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଚାଲିଥିବା ବେଆଇନ ବୁଲା କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଓ ସେମାନଙ୍କ ଉପରେ ହେଉଥିବା ନିଷ୍ଠୁରତା ସମ୍ପର୍କରେ ସମିତି ଆଜୀବନ ସଦସ୍ୟ ସୋନାଲ କବି,ମିଳନ ରଥ ପ୍ରମୁଖ ଉଦବେଗ ପ୍ରକାଶ କରିଥିଲେ।ଆବଶ୍ୟକ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ସେମାନେ ପରାମର୍ଶ ଦେଇଥିଲେ।ଜିଲାପାଳ ଓ ଡେପୁଟି କମିଶନର ଭୁବନେଶ୍ୱର ମହାନଗର ନିଗମ ଆଇନ ପରିଧି ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେବା କୁ ଅନୁରୋଧ କରିଥିଲେ।ଜିଲ୍ଲା ରେ ପ୍ରାଣୀ ମାନଙ୍କ ଉପରେ ହେଉଥିବା ନିଷ୍ଠୁରତା ନିରୋଧ ପାଇଁ ଜିଲ୍ଲା ସଦର, ବ୍ଲକ ରେ ଜନ ସଚେତନତା କାର୍ଯ୍ୟକ୍ରମ ,ଗୋ ପୂଜନ, ଚିତ୍ରକଳା,ପ୍ରତେକ ବର୍ଷ ଅକ୍ଟୋବର ୪ତାରିଖରେ ବିଶ୍ୱ ପ୍ରାଣୀ ଦିବସ ପାଳନ ଉପରେ ବହୁ ସଦସ୍ୟ ଓ ଜିଲ୍ଲା ପ୍ରାଣୀ ମଙ୍ଗଳ ଅଧିକାରୀ ମତ ପ୍ରକାଶ କରିଥିଲେ।

ବିଭିନ୍ନ ସ୍ଥାନରେ ଥିବା ଗୋ ଶାଳା ଗୁଡିକ ମଧ୍ୟରେ ଆଶୁ ଗୋ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ଜିଲ୍ଲା ପାଳ ଗୁରୁତ୍ୱ ପ୍ରଦାନ କରିଥିଲେ ବୈଠକରେ ବିଭିନ୍ନ ସଦସ୍ୟ ଙ୍କ ମତାମତ ଗ୍ରହଣ କରାଯାଇ ତାର ଉପଯୁକ୍ତ ସମାଧାନ ପାଇଁ ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତି ଅଧ୍ୟକ୍ଷ ତଥା ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କଲେ ଆଇନ ମନ୍ତ୍ରୀ: ୬ ଟି ବ୍ଲକ୍ ରେ ପରିକ୍ରମା କରିବ ୩ ରଥ

ଖୋର୍ଦ୍ଧା: ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରୁ ସକାଳ ୧୧ ଘଟିକା ସମୟରେ ୩ ଗୋଟି ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୬ ଟି ବ୍ଲକ୍ ରେ ଏହି ୩ଟି ରଥ ପରିକ୍ରମା କରିବ। ପରିକ୍ରମା ସମୟରେ ସୁଭଦ୍ରା ସଚେତନତା ସଂଗୀତ ଗାନ ପ୍ରଚାର କରିବ। ପ୍ରତି ୨ ଗୋଟି ବ୍ଲକ୍ କୁ ୧ଟି ରଥ ଉଦ୍ଦିଷ୍ଟ ରହିଛି।

ଏହି କାର୍ଯ୍ୟକ୍ରମରେ ଜୟଦେବ ବିଧାୟକ, ନବକିଶୋର ‌ ମଲିକ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂହ, ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ କସ୍ତୁରୀ ଵାଳା ଜେନା, ଉପ-ଜିଲ୍ଲାପାଳ ଦିପ୍ତି ରଞ୍ଜନ ସେଠି, ତହସିଲଦାର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ ପ୍ରହରାଜ, ସ୍ଵୟଂ ସହାୟକ ମହିଳା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋସ୍ନା ମୟୀ ଆଚାର୍ଯ୍ୟ, ଜିଲ୍ଲାର ବିଭିନ୍ନ ପଦାଧିକାରୀ, ବ୍ଲକ୍ ଫେଡେରାଲ ପ୍ରେସିଡେଣ୍ଟ, ସେକ୍ରେଟାରୀ, ଜନ ସାଧାରଣ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଚିଲିକା: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣୀ

ଚିଲିକା (ସୀତାରାମ ଅଗ୍ରୱାଲ): ବୁଧବାର ଅପରାହ୍ନ ୨.୩୦ ଟାରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସଭା ଗୃହରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏଡିଏମ ସଭାପତିତ୍ଵ କରିଥିଲେ। ତତ୍ ସହିତ ବିଡିଓ, ଏଇଇ, ଡିଏସଏ, ଏପିଓ ଏବଂ ପଞ୍ଚାୟତର ସମସ୍ତ ଷ୍ଟାଫ, ସରପଞ୍ଚ ମାନେ ଉପସ୍ଥିତ ଥିଲେ।

କିପରି କେସ ରେକର୍ଡ ଗୁଡ଼ିକର ଠିକ ପରିଚାଳନା, ଗ୍ରାମ ସଭାକୁ ସୁନିଶ୍ଚିତ କରାଇବା, ପ୍ରକଳ୍ପ ଗୁଡ଼ିକୁ ସମୟରେ ସମାପ୍ତ କରିବା ଉପରେ ଏଡିଏମ (G) ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଯୋଗ୍ୟ ହିତାଧିକାରୀକୁ କିପରି କାମ ଦିଆଯାଇପାରିବ ତାହା ଉପରେ ମତବ୍ୟକ୍ତ କରିଥିଲେ।

୨୦୨୩-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ପର୍ଯ୍ୟାୟରେ କାମ କରାଯାଇଥିବା ପ୍ରକଳ୍ପର ଜନଶୁଣାଣୀ କରାଯାଇଥିଲା। ଏହି ବର୍ଷ ମୋଟ ଶ୍ରମ ଅଟକଳ ୧,୮୧,୧୧୧ ଶ୍ରମ ଦିବସ ସୃଷ୍ଟି ପାଇଁ ଥିବା ବେଳେ ଚିଲିକା ବ୍ଲକ ରେ ୨୦୪୩୬୫ ଶ୍ରମ ଦିବସ ସୃଷ୍ଟି କରି ପାରିଥିଲା ଓ ୪୨୬ ଟି ପରିବାର ୧୦୦ ଦିନ ର କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ। ପରିଶେଷରେ BDO ଚିଲିକା ଧନ୍ୟବାଦ୍ ଦେଇ ସଭା ସମାପ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ‘ସୁଭଦ୍ରା ଯୋଜନା’ ର ଜିଲ୍ଲାସ୍ତରୀୟ ବୈଠକ

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୧୧.୩୦ ମିନିଟ ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଆଭାସି ମାଧ୍ୟମରେ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ଉପରେ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟ ସରକାରଙ୍କ ଏହି ଯୋଜନାରେ ମହିଳା ମାନଙ୍କ ବୟସ ୨୧ ବର୍ଷ କିମ୍ଵା ତଦୁର୍ଦ୍ଧ୍ବ ଏବଂ ୬୦ ବର୍ଷରୁ କମ ହୋଇଥିବା ଦରକାର। ଏହି ଯୋଜନାରେ ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ବର୍ଷ କୁ ୧୦,୦୦୦/- ଟଙ୍କା ଲେଖାଏଁ ୫ ବର୍ଷରେ ୫୦,୦୦୦ /- ଟଙ୍କା ପ୍ରଦାନ କରାଯାଇପାରିବ।

ଆର୍ଥିକ ସ୍ଵଚ୍ଛଳ ବର୍ଗର ମହିଳା କିମ୍ବା କୋୖଣସି ସରକାରୀ ଯୋଜନାରେ ମାସିକ ୧୫୦୦ ଟଙ୍କା କିମ୍ବା ବାର୍ଷିକ ୧୮୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପାଉଥିବା ମହିଳାମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହଁ।

ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ମହିଳା ମାନେ ଅଙ୍ଗନବାଡି କେନ୍ଦ୍ର/ବ୍ଲକ୍ କାର୍ଯ୍ୟାଳୟ/ ଜନ ସେବାକେନ୍ଦ୍ର/ ମୋ ସେବାକେନ୍ଦ୍ର ଇତ୍ୟାଦିରେ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିପାରିବେ। ଏଥି ସହ ଆଧାର କାର୍ଡ ଏବଂ ମୋବାଇଲ ନମ୍ବର (ଆଧାରରେ ଲିଙ୍କ୍ ହୋଇଥିବା) ଦେଇ ଆବେଦନ କରିପାରିବେ।

ଏହି ବୈଠକରେ ଭୂଵନେଶ୍ଵର ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଉପ-ଜିଲ୍ଲାପାଳ ଖୋର୍ଦ୍ଧା ଦିପ୍ତି ରଞ୍ଜନ ସେଠି, ଜିଲ୍ଲାର ସମସ୍ତ ବିଡିଓ/ସମସ୍ତ ବିଭାଗୀୟ ଅଧିକାରୀ, ଡି ଆଇ ପି ଆର ଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଡ଼ି ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ମ୍ୟାଲେରିଆ ଏବଂ ଡେଙ୍ଗୁ ସମୀକ୍ଷା ବୈଠକ

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କ ସଭାପତିତ୍ୱରେ ମ୍ୟାଲେରିଆ ଏବଂ ଡେଙ୍ଗୁ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ରାଜ୍ୟଶ୍ରୀ ପଟ୍ଟନାୟକ ସ୍ୱାଗତ ଭାଷଣ ତଥା ଜିଲ୍ଲାରେ ହୋଇଥିବା ମ୍ୟାଲେରିଆ ଏବଂ ଡେଙ୍ଗୁ ରୋଗ ଉପରେ ମନ୍ତବ୍ୟ ରଖିଥିଲେ। ଏବଂ ଡ଼. ଜୀବନ୍ତ କୁମାର ଆଚାର୍ଜି, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ (ବାହକ ଜନିତ ରୋଗର) ଅଧିକାରୀ ଜିଲ୍ଲାର ମ୍ୟାଲେରିଆ ଏବଂ ଡେଙ୍ଗୁ ରୋଗର ସ୍ଥିତି ଓ ଜିଲ୍ଲାରେ କରାଯାଉଥିବା ରୋଗର ନିରାକରଣ ଓ ପଦକ୍ଷେପ ଗୁଡିକ ଉପରେ ଆଲୋଚନା କରିଥିଲେ ଏବଂ ବିସ୍ତୃତ ଆଲୋଚନା ପାଇଁ ପି ପି ଟି ମାଧ୍ଯମରେ ଭି ବି ଡି କନସଲଟାଣ୍ଡ ସ୍ମୃତିରଞ୍ଜନ ରାଉତଙ୍କୁ କହିଥିଲେ।

ସଭାପତି ମହୋଦୟ ଗୃହରେ ଉପସ୍ଥିତ ଥିବା ସଭ୍ୟ ଓ ସଭ୍ୟାମାନଙ୍କୁ ନିର୍ଦ୍ଦେଶ ଦେଲେ କି ପ୍ରତି ସପ୍ତାହର ଶୁକ୍ରବାର ଦିନ ଶୁଖିଲା ଦିବସ ପାଳନ ପାଇଁ ଆଶା ଅଙ୍ଗନବାଡି କର୍ମୀ, ଏସ ଏଚ ଜି ମହିଳା ସଭ୍ୟମାନଙ୍କ ସହଯୋଗରେ ଏହି କାର୍ଯ୍ୟ କରିବାପାଇଁ ନିଷ୍ପତି ନିଆଗଲା। ପ୍ରତ୍ୟକ ଆଶାକର୍ମୀମାନେ ତାଙ୍କ ପାଖରେ ଥିବା ମେଗା ଫୋନ ଦ୍ଵାରା ପ୍ରତି ଗ୍ରାମ ଏବଂ ୱାର୍ଡରେ ମାଇକିଙ୍ଗ / ପ୍ରଚାର କରିବା ପାଇଁ ନିଷ୍ପତି ନିଆଗଲା ।ପ୍ରତ୍ୟେକ ବିଭାଗରେ ଉପସ୍ଥିତ ଥିବା ଅଧିକାରୀମାନଙ୍କୁ କୁହାଗଲା ଯେ ପ୍ରତ୍ୟେକ ଅଫିସ ଗୃହ ସଫାସୁତୁରା ରଖିବେ ଏବଂ ତାଙ୍କ ଦ୍ଵାରା ନ୍ୟସ୍ତ କରାଯାଉଥିବା କାର୍ଯ୍ୟକୁ ସମୀକ୍ଷା କରିବେ।

ଏହି ସଭାରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମୁନିସିପାଲିଟି ଏବଂ ଏନ ଏ ସି ଅଧିକାରୀ ଏବଂ ଗୋଷ୍ଠୀ ଚିକିତ୍ସକ ଅଧିକାରୀମାନେ ଓ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।