Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ସ୍ଵାଧୀନତା ଦିବସ-2023 ଉପଲକ୍ଷେ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଆଜି ଅପରାହ୍ନ 3.00ଟା ରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ର ବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ସ୍ଵାଧୀନତା ଦିବସ-2023 ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ସ୍ବାଗତ ଭାଷଣ ରଖିବା ସଙ୍ଗେ ସଙ୍ଗେ 2022‌ଵର୍ଷରେ ପ୍ରସ୍ତୁତ ବୈଠକ ବିବରଣୀ ପାଠ କରି ଜିଲ୍ଲାପାଳଙ୍କ ଅନୁମତି କ୍ରମେ ସମସ୍ତ ଙ୍କ ମତାମତ ଲୋଡିଥିଲେ।

ପ୍ରଥମେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ‌ଅଧିକାରୀଙ୍କୁ ‌ତାଙ୍କ କାର୍ଯ୍ୟାଳୟ ତରଫରୁ ଅଗଷ୍ଟ -15 ତାରିଖ ଦିନ 4.30 ମିନିଟ ସମୟରେ ରାମଧୁନ ଗାନ କରାଯିବା ସଙ୍ଗେସଙ୍ଗେ ପଡ଼ିଆରେ ମାଇକ ର ସୁବ୍ୟବସ୍ଥା ପାଇଁ ଡି.ଜି ର ସ଼ଯୋଗ କରିବା କୁ ଓ ଭଲ ଫଟୋ ଉତ୍ତୋଳନ କରିବା ପାଇଁ ପରାମର୍ଶ ଦେଇଥିଲେ।
ସେହିପରି ସକାଳ 7.00ଟା ରେ ପ୍ରତିମୂର୍ତ୍ତି ମାନଙ୍କରେ ମାଲ୍ୟାର୍ପଣ କରିବାକୁ ପୌରପରିଷଦ ଏବଂ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ସକାଳ 7.30ମିନିଟ ସୁଦ୍ଧା ପତାକା ଉତ୍ତୋଳନ କରିବା କୁ ବୈଠକ ରେ ସ୍ଥିର କରାଗଲା। ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସୁଚାରୁରୂପେ ସେମାନଙ୍କ ଦାୟିତ୍ଵ ନିର୍ବାହ କରିବାକୁ ବୈଠକ ରେ ସ୍ଥିର କରାଯାଇଥିଲା।

ଷ୍ଟେଟ ବୋର୍ଡ଼ ଟପର 10th ଏଵଂ 12th ର ଛାତ୍ରୀ ଛାତ୍ର ଙ୍କୁ ପୁରସ୍କୃତ କରାଯିବାକୁ, ସମସ୍ତ ଲାଇନ ଡିପାର୍ଟମେଣ୍ଟ ରୁ ସର୍ବୋତ୍ତମ ଜଣଙ୍କୁ ଏବଂ ଫାୟାର ଅଫିସର ସ୍ବତନ୍ତ୍ର ଦଳ ଯିଏ କି ବାହାନଗା ରେଳ ଦୁର୍ଘଟଣା ରେ କାର୍ଯ୍ୟରତ ରହି ସାହାଯ୍ୟ ସହଯୋଗ ଯୋଗାଇ ଦେଇଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବା କୁ ସ୍ଥିର କରାଯାଇଛି।

ବିଭିନ୍ନ ଲାଇନ ଵିଭାଗର କାର୍ଯ୍ୟାଳୟ ତରଫରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ, ଏବଂ ଟ୍ରାଫିକ ଛକରେ ଷ୍ଟ୍ରିଟ ପ୍ଲେ ପ୍ରଦର୍ଶନ କରାଯିବା କୁ ବୈଠକରେ ସ୍ଥିର କରାଯାଇଛି।
ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ, ସିଦ୍ଧାର୍ଥ କାଟାରିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନ ସିଂହ, ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି,ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ପରିଷଦ ରିଜ୍ବାନା ମାଡାମ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ପୁଷ୍ପାଞ୍ଜଳୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲ ।

ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟ ଜିଲ୍ଲାପାଳଙ୍କ ଅନୁମତି କ୍ରମେ ସମସ୍ତ ଙ୍କୁ ଧନ୍ୟବାଦ ଦେଲାପରେ ସଭା ସାଙ୍ଗ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଖୋର୍ଦ୍ଧା ଦଖଲରେ ପ୍ରଶାନ୍ତ ଜଗଦ୍ଦେବ, ଅଣ ରାଜନୈତିକ ସଂଗଠନ କରି ଆରମ୍ଭ କଲେଣି ରାଜନୀତି

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବର୍ତ୍ତମାନ ଖୋର୍ଦ୍ଧା ମୁହାଁ ହେଲେଣି। ନିର୍ବାଚନ ଆଉ ମାସ କେଇଟା ଥିବାରୁ ସେ ନିଜର ଆସନକୁ ସୁଦୃଢ କରିବା ପାଇଁ ଲାଗିପଡିଛନ୍ତି। କୋର୍ଟ ପ୍ରତିବନ୍ଧକ ଯୋଗୁଁ ସେ ଚିଲିକା ଯାଇପାରୁ ନ ଥିବାରୁ ସେଠାକାର ସଂଗଠନ ଦୁର୍ବଳ ହୋଇପଡିଛି। ସେଥିପାଇଁ ସେ ନିଜ ଜନ୍ମସ୍ଥାନ ଖୋର୍ଦ୍ଧାରେ ନିଜର ରାଜନୈତିକ ଭବିଷ୍ୟତ ଦେଖିବା ପାଇଁ ସେଠାରେ ସଂଗଠନ ଆରମ୍ଭ କରିଛନ୍ତି।

ବିଜେଡିରୁ ବହିସ୍କୃତ ହୋଇଥିବାରୁ ସେ ବର୍ତ୍ତମାନ ସିଧା ଦଳୀୟ ରାଜନୀତି କରିପାରିବେ ନାହିଁ। ସେଥିପାଇଁ ସେ ଖୋର୍ଦ୍ଧାରେ ଗଠନ କରିଛନ୍ତି ଦୁଇଟି ଅଣ ରାଜନୈତିକ ସଂଗଠନ। ଗୋଟିଏ ଟାଙ୍ଗୀ ବିକାଶ ପରିଷଦ ଏବଂ ଅନ୍ୟଟି ଖୋର୍ଦ୍ଧା ବିକାଶ ପରିଷଦ। ଏହି ଦୁଇ ସଂଗଠନ ମାଧ୍ୟମରେ ପ୍ରଶାନ୍ତ ଜଗଦ୍ଦେବ ବର୍ତ୍ତମାନ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଡେରା ପକାଇଛନ୍ତି। ସେଠାକାର ପୁରୁଣା ବିଜେଡି ନେତା ତଥା ଯୁବକମାନଙ୍କୁ ନେଇ ଅଣରାଜନୈତିକ କାର୍ଯ୍ୟ ଜାରୀ ରଖିଛନ୍ତି।

ନିକଟରେ ସେ ଟାଙ୍ଗୀଠାରେ ଏହି ସଂଗଠନ ମାଧ୍ୟମରେ ଏକ ସଭା କରିଥିଲେ। ସେଠାରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯିବା ସହିତ ଖୋର୍ଦ୍ଧାରୁ ଲଢେଇ କରିବା ପାଇଁ ଦାବୀ କରାଯାଇଥିଲା। ସେହିପରି ଖୋର୍ଦ୍ଧାରେ ସେ ବିଭିନ୍ନ ଉତ୍ସବ ଅନୁଷ୍ଠାନ ଏବଂ କ୍ଲବ ସଂଘ ପ୍ରଭୃତି ଗସ୍ତ କରି ତାଙ୍କର ପୁରୁଣା ସଂଗଠନକୁ ମଜବୁତ କରିବାରେ ଲାଗିଛନ୍ତି। ପୁରା ଖୋର୍ଦ୍ଧାଗଡରେ ଡେରା ପକାଇ ନିଜର ଜାନ ଲଗାଇ ଦେଇଛନ୍ତି ଏହି ପାଇକ ପୁଅ।

ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା ଜିଲ୍ଲା ପରିଷଦର ସଭାପତି ଥିବା ସହିତ ବିଜେଡିର ଦୁଇଥର ଜିଲ୍ଲା ସଭାପତି ମଧ୍ୟ ହୋଇଛନ୍ତି।ଏପରିକି ସେ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଥିଲେ। ଅନ୍ୟପକ୍ଷରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବଡପୋଖରୀଆ ହେଉଛି ତାଙ୍କର ଜନ୍ନସ୍ଥାନ। ସେହି ନିର୍ବାଚନ ମଣ୍ଡଳୀରୁ ସେ ଛାତ୍ର ନେତା ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ତେଣୁ ଚିଲିକା ଅପେକ୍ଷା ଖୋର୍ଦ୍ଧା ତାଙ୍କ ପାଇଁ ଉପଯୁକ୍ତ ବୋଲି ଭାବି ସେ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଅନ୍ୟପଟେ ଖୋର୍ଦ୍ଧାର ବିଧାୟକ ଜିତେନ୍ଦ୍ରନାଥ ମିତ୍ର ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଚିନ୍ତା କରିଛନ୍ତି। ସେ ତାଙ୍କ ପୁତ୍ର କିମ୍ବା ପ୍ରଶାନ୍ତ ଜଗଦ୍ଦେବ ପ୍ରାର୍ଥୀ ହୁଅନ୍ତୁ ବୋଲି ଚାହୁଁଛନ୍ତି। ସେଥିପାଇଁ ଖୋର୍ଦ୍ଧାରେ ପ୍ରଶାନ୍ତଙ୍କ ସଂଗଠନ ପାଇଁ ଜିତୁ ମିତ୍ର ପୁରା ରାସ୍ତା ଛାଡି ଦେଇଛନ୍ତି। ଏପରିକି ଉଭୟ ମିଶି ବିଭିନ୍ନ କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲାରେ ଜାରୀ ରଖିଛନ୍ତି।

ଅନ୍ୟପକ୍ଷରେ ଖୋର୍ଦ୍ଧାର ପୂର୍ବତନ ଏବଂ ବର୍ତ୍ତମାନ ବେଗୁନିଆର ବିଧାୟକ ରାଜେନ୍ଦ୍ର ସାହୁ ମଧ୍ୟ ପୁଣି ଖୋର୍ଦ୍ଧା ଆସିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କୁ ଆଉ ବେଗୁନିଆରେ ମନ ଲାଗୁ ଲାଗୁ ନାହିଁ। ହେଲେ ସେ ଖୋର୍ଦ୍ଧାର ବିଧାୟକ ଥିବା ବେଳେ ତାଙ୍କ ଉପରେ ବହୁ କର୍ମି ଅସନ୍ତୁଷ୍ଠ ଅଛନ୍ତି। ତେଣୁ ସେ ଆସିଲେ ତାଙ୍କ ବିରୋଧରେ ବିଦ୍ରୋହ ହେବାର ସମ୍ଭାବନା ମଧ୍ୟ ରହିଛି। ସେଥିପାଇଁ ରାଜେନ୍ଦ୍ର ସାହୁ ଚିଲିକା ନିର୍ବାଚନ ମଣ୍ଡଳୀ ଆଡେ କୁଆଡେ ମୁହାଁଉଛନ୍ତି ବୋଲି କୁହାଯାଉଛି। ଇତିମଧ୍ୟରେ ସେ ଦଳୀୟ କାର୍ଯ୍ୟକ୍ରମ ନେଇ ଚିଲିକାକୁ ତିନିଥର ଗସ୍ତ କରିସାରିଲେଣି।

ସବୁ ଦୃଷ୍ଟିରୁ ଦେଖିଲେ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଖୋର୍ଦ୍ଧା ବେଶ ସୁରକ୍ଷିତ ହୋଇ ଥିଲେ ମଧ୍ୟ ପ୍ରଶ୍ନ ଉଠୁଛି ଯେ ତାଙ୍କୁ ବିଜେଡି ଟିକେଟ ଦେବ କି ନାହିଁ। ପ୍ରଶାନ୍ତ ନିଜେ ମଧ୍ୟ ବିଜେଡି ଟିକେଟ ମିଳିବା ନେଇ ଦ୍ବନ୍ଦରେ ଅଛନ୍ତି। କାରଣ ତାଙ୍କ ଉପରୁ ଦଳ ଏ ପର୍ଯ୍ୟନ୍ତ ବହିସ୍କାର ଆଦେଶ ଉଠାଇ ନାହିଁ। ହେଲେ ତାଙ୍କ ମନ ଏବଂ ରକ୍ତ କିନ୍ତୁ ବିଜେଡି ସାଥୀରେ ରହିଛି। ଦଳରୁ ଦୂରରେ ରହିଥିବାରୁ ସେ ସେଥିପାଇଁ ବିଭିନ୍ନ ଅଣ ରାଜନୈତିକ ସଂଗଠନ କରି ଗାଁକୁ ଗାଁ ବୁଲୁଛନ୍ତି। ନିଜର ପତିୟାରା ଜାହିର କରିବାରେ ଲାଗିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ହଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ

ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ହଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଲୁଟ ହୋଇଥିବା ଜଣାପଡିଛି। ସ୍ୱାସ୍ଥ୍ୟ କେନ୍ଦ୍ରର ତାଲା ଭାଙ୍ଗି ଏସି, ଏଲଇଡି ଟିଭି, ବ୍ୟାଟାରୀ, ଇନଭଟର, ସିସିଟିଭି ହାଡ ଡିକ୍ସ ସହିତ ଅନ୍ୟାନ୍ୟ ଜିନିଷପତ୍ର ସହିତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଦୁର୍ବୁତ୍ତମାନେ ଚୋରୀ କରି ନେଇଥିବା ଜଣାପଡିଛି। ସକାଳେ ମେଡ଼ିକାଲ କର୍ମଚାରୀ ମାନେ ମେଡ଼ିକାଲ ଖୋଲିବା ବେଳକୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।

ଖବର ପାଇ ଘଟଣା ସ୍ଥଳରେ ଜଙ୍କିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ହଜ ବଜାରର ବିଭିନ୍ନ ସ୍ଥାନ ରେ ଲାଗିଥିବା ସିସିଟିଭି ଗୁଡିକ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିଦେଶୀ ମଦ ସହ ବୋଲେରୋ ଗାଡ଼ି ଜବତ କଲା ଜଙ୍କିଆ ପୋଲିସ୍

ଜଙ୍କିଆ: ବିଦେଶୀ ମଦ ଚୋରା ଚାଲାଣ କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା କାୟା ଛକରୁ ଗୋଟିଏ ବିଦେଶୀ ମଦ ବୋଝେଇ ବୋଲେରୋ ଜଙ୍କିଆ ପୋଲିସ୍ ଜବତ କରିଛି। ଏହି ମଦ ରାମେଶ୍ୱରରୁ ଖୋର୍ଦ୍ଧାକୁ ଚୋରା ଚାଲାଣ ହେଉଥିଲା। ଉକ୍ତ ବୋଲେରୋ ରୁ ୪୨୪ ଲିଟର ବିଦେଶୀ ମଦ ଜବତ ହୋଇଥିବା ବେଳେ ଅଭିଯୁକ୍ତ ଜଟାଧାରୀ ମଙ୍ଗରାଜ ଗିରଫ ହୋଇଥିବାର ସୂଚନା ମିଳିଛି।

ଉକ୍ତ ଚଢାଉରେ ଜଙ୍କିଆ ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଓ ତାଙ୍କ ଟିମ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାର ଜୟୀ ରାଜଗୁରୁ ଟାଉନ ହଲ ଠାରେ ପୂର୍ବାହ୍ନ 11 ଟାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିରର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମୟୀ ଶ୍ଵେତା ସ୍ନିଗ୍ଧା ମିଶ୍ର, ଅଧ୍ୟକ୍ଷା, ଓଡ଼ିଶା କୋଠା ବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଭୁବନେଶ୍ୱର ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରା ରାଣୀ ଗୁମାନ ସିଂହ, ଅଧ୍ୟକ୍ଷା, ପୋୖର ପରିଷଦର ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ମହିଳା ସଭାନେତ୍ରୀ ଗୀତା ପାଟ୍ଟଶାଣୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦାନ କରିଥିଲେ।

ଡିଭିଜନାଲ ଲେବର କମିଶନର, ଖୋର୍ଦ୍ଧା, ସ୍ଵାଗତ ଭାଷଣ ରଖିଥିବା ବେଳେ ବିକାଶ କୁମାର ନାୟକ, ସହକାରୀ ଶ୍ରମ ଅଧିକାରୀ, ଖୋର୍ଦ୍ଧା ବିଶଦ ଭାବେ ଯୋଜନା ବିଷୟରେ ବିବରଣୀ ରଖିଥିଲେ।

ଓଡ଼ିଶା ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଜରିଆରେ ଶ୍ରମିକ ମାନେ କିପରି ସାମାଜିକ ସୁରକ୍ଷା ପାଇଵେ ଏବଂ ଅର୍ଥନୀତି କ୍ଷେତ୍ରରେ ‌ସେମାନେ କିପରି ଆଗକୁ ଆସି ପାରିବେ ଏ ସବୁ ପାଇଁ ଜନ କଲ୍ୟାଣ କାର୍ଯ୍ୟକ୍ରମ।

ଆଜି ଏହି କାର୍ଯ୍ୟକ୍ରମରେ 225 ଜଣ ଶ୍ରମିକଙ୍କର ନୂତନ ଭାବେ ପଞ୍ଜିକରଣ, ମୋଟ 349 ଜଣଙ୍କୁ ଆର୍ଥିକ ସହାୟତା ଯଥା କ୍ରମେ 85ଜଣଙ୍କୁ ଶିକ୍ଷା କ୍ଷେତ୍ରରେ ସହାୟତା 5,75,000.00,
ବୈବାହିକ ଆର୍ଥିକ ସହାୟତା ଜଣଙ୍କୁ 50,000.00 ଲେଖା 10ଜଣଙ୍କୁ 500000.00, ପ୍ରସୁତିକାଳିନ ମହିଳାମାନଙ୍କ ସହାୟତା ଜଣଙ୍କୁ 10,000 ଲେଖାଏଁ 9 ଜଣଙ୍କୁ 90,000.00 ଏବ ମୃତ୍ୟୁକାଳିନ ଏବଂ ଅନ୍ତେଷ୍ଟି କ୍ରିୟା ନିମନ୍ତେ 20ଜଣଙ୍କୁ41,00,000.00 ମୋଟ 52,65,000.00 ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ନିର୍ମାଣ ଶ୍ରମିକ ମାନଙ୍କର ପଞ୍ଜିକରଣ ଆଵେଦନ 20.00, ବାର୍ଷିକ ନବୀକରଣ ଦେୟ 50.00, ସହାୟତା ଆବେଦନ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏହା ଅନ୍ ଲାଇନ୍ ସେଵାରେ ଉପଲବ୍ଧ ହୋଇପାରିବ।

ପଞ୍ଜିକରଣ ଆଵେଦନ 18 ବର୍ଷ ରୁ ଉର୍ଦ୍ଧ 60ବର୍ଷ ରୁ କମ୍ ହୋଇଥିବା ଆବଶ୍ୟକ। ଭୋଟର କାର୍ଡ, ବ୍ୟାଙ୍କ୍ ପାସଵୁକ ନକଲ, ପାସପୋର୍ଟ ସାଇଜ ଫଟ ଜବ୍ କାର୍ଡ ର ନକଲ ରାସନ କାର୍ଡ, ଆଧାର ‌କାର୍ଡ ପ୍ରଭୃତି ଆବଶ୍ୟକ। ଶେଷରେ ପି ପି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ଚିଲିକା ଓ ବାଣପୁର ବ୍ଲକର ୫-ଟି ବିଦ୍ୟାଳୟ ପରିଦର୍ଶନ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଓ ବାଣପୁର ବ୍ଲକ ଶିକ୍ଷାଧିକାରୀ ସନାତନ ଜାଲି ଚିଲିକା ଓ ବାଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଶ୍ରୀ ତରାଇ ୫-ଟି ଉପକ୍ରମରେ ବିଭିନ୍ନ ବିଦ୍ୟାଳୟ ଗସ୍ତ କରି ସେଠାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ଯ ସମୀକ୍ଷା ସହ ଶିକ୍ଷା ବ୍ଯବସ୍ଥାର ଅନୁଧ୍ଯାନ କରିଥିଲେ।

ଜିଲ୍ଲା ଶିକ୍ଷାଧିକାରୀ ଶିକ୍ଷକମାନଙ୍କର ଉପସ୍ଥାନ,ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ଓ ମଧ୍ଯାହ୍ନ ଭୋଜନର ମାନ ଆଦି ନିରିକ୍ଷଣ କରିବା ସହ ୫-ଟି ମାଧ୍ୟମରେ ଉନ୍ନତମାନର ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ। ଗମ୍ଭାରୀମୁଣ୍ଡା ସ୍ଥିତ ସରକାରୀ ଆଦର୍ଶ ବିଦ୍ୟାଳୟ,ଅଲାଇଡିହ ୫-ଟି ବିଦ୍ୟାଳୟରେ ଇଂରାଜୀ ମାଧ୍ୟମ ଶିକ୍ଷାରେ ଛାତ୍ରଛାତ୍ରୀ ମାନେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ନିର୍ମାଣାଧିନ କୋଠା କାର୍ଯ୍ୟକୁ ଶିଘ୍ର ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ମହାରଣା ସ୍କୁଲ କର୍ତ୍ତୃପକ୍ଷଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ସେହିପରି ଭାବେ ଚିଲିକା ବ୍ଲକର କାଳୁପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଦଣ୍ଡପାଣି ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟ ଗସ୍ତ କରିଥିଲେ ଅଧିକାରୀ। ଉକ୍ତ ଗସ୍ତ ସମୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ସମସ୍ତ ପ୍ରଧାନ ଶିକ୍ଷକମାନେ ଉପସ୍ଥିତ ରହି ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ନିମନ୍ତେ ଯଥାସାଧ୍ୟ ପ୍ରସ୍ତାବ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପୋଲିସର ଇନ୍ସପେକ୍ଟର ସ୍ତରରେ ଛୋଟ ଅଦଳବଦଳ, ବଦଳିଲେ ବାଣପୁର ଆଇଆଇସି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସ ଇନ୍ସପେକ୍ଟର ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ ହୋଇଛି। ନିକଟରେ ଜିଲ୍ଲା ପୋଲିସର ୧୦ ଜଣ ଇନ୍ସପେକ୍ଟରଙ୍କ ବଦଳି ହୋଇଥିବାରୁ ବିଭିନ୍ନ ଥାନା ଖାଲି ପଡିଥିଲା। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଯୋଗ ଦେଇଥିବା ନୂତନ ଇନ୍ସପେକ୍ଟରମାନଙ୍କୁ ବିଭିନ୍ନ ଥାନା ଓ ଜିଲ୍ଲା ପୋଲିସ ମୁଖ୍ୟାଳୟର ବିଭିନ୍ନ ବିଭାଗରେ ଦାୟିତ୍ୱ ଦିଆଯାଇଛି।

ଖୋର୍ଦ୍ଧା ଟାଉନ ଥାନା ଅତିରିକ୍ତ ଆଇଆଇସି କାହ୍ନୁ ଚରଣ ସ୍ୱାଇଁଙ୍କ ସଦର ଥାନା ଆଇଆଇସି ଭାବେ ବଦଳି ହୋଇଥିବା ବେଳେ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ବାଲୁଗାଁ ଥାନା ଆଇଆଇସି, ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ରମେଶ ଚନ୍ଦ୍ର ଦେବତାଙ୍କୁ ବାଣପୁର ଥାନା ଆଇଆଇସି,ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ଜ୍ଞାନେନ୍ଦ୍ର କୁମାର ସାହୁଙ୍କୁ ଟାଉନ ଥାନା ଅତିରିକ୍ତ ଆଇଆଇସି ଏବଂ ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ରବୀନ୍ଦ୍ର ନାଥ ସେଠିଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟ ଏସଆର ସେକ୍ସନ ଇନଚାର୍ଜ ଭାବେ ନିଯୁକ୍ତି ମିଳିଛି।

ସମସ୍ତ ଅଧିକାରୀମାନଙ୍କୁ ତୁରନ୍ତ ସେମାନଙ୍କ ନୂତନ ସ୍ଥାନରେ ଯୋଗଦେବା ପାଇଁ ଏସପି ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ବରୁଣେଇ ଠାରେ ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା ବରୁଣେଇ ଠାରେ ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କରିବା ସହ ପ୍ରକଳ୍ପ କାମର ଅଗ୍ରଗତି ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ପ୍ରକଳ୍ପର ପରିକଳ୍ପନା ୨୦୧୭ ମସିହାରେ ହୋଇଥିଲା। ଏହି ବର୍ଷ ଭାରତର ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ବଜେଟରେ ଅର୍ଥ ବରାଦ କରିବା ସହ ଓଡ଼ିଆ ଜାତିର ବୀରତ୍ୱକୁ ରାଷ୍ଟ୍ରୀୟ-ଅନ୍ତରାଷ୍ଟ୍ରୀୟ ସ୍ୱୀକୃତି ପ୍ରଦାନ କରିଥିଲେ। ପରେ ୨୦୧୭ ଜୁଲାଇ ୨୦ରେ ତତ୍କାଳୀନ ରାଷ୍ଟ୍ରପତିଙ୍କ ଉପସ୍ଥତିରେ ନୂଆଦିଲ୍ଲୀ ଠାରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ସମାରୋହର ଆୟୋଜନ ହୋଇଥିଲା। ୨୦୧୮ ଡିସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରୁଣେଇ ପାଦଦେଶରେ ପାଇକ ବିଦ୍ରୋହର ସ୍ମାରକୀ ମୁଦ୍ରା ଓ ଷ୍ଟାମ୍ପ ଉନ୍ମୋଚନ କରିଥିଲେ। ୨୦୧୯ ଡିସେମ୍ବର ୮ରେ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

୨୦୧୭ରୁ ପାଖାପାଖି ୬ ବର୍ଷ ମଧ୍ୟରେ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ସବୁ ବୁଝାମଣା ହୋଇ ସାରିଛି। ରାଜ୍ୟ ସରକାର ବରୁଣେଇର ପାଦଦେଶରେ ଜମି ମଧ୍ୟ ଉପଲବ୍ଧ କରାଇଛନ୍ତି। ଭାରତ ସରକାରଙ୍କ ସଂସ୍କୃତି ବିଭାଗ ସବୁ ନିୟମକୁ ମାନିବା ପାଇଁ ପ୍ରସ୍ତୁତ ଅଛନ୍ତି। ପ୍ରକଳ୍ପ ସ୍ଥାନରୁ ବିଦ୍ୟୁତ ଖୁଣ୍ଟ ଓ ଗଛ ହସ୍ତାନ୍ତରଣ ପାଇଁ ଅର୍ଥ ଦିଆଯାଇଛି। ଏହା ସ୍ମାରକୀ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟିଛି। ପାଇକ ବିଦ୍ରୋହ ହେଉଛି ଓଡିଆ ଜାତିର ସ୍ୱାଭିମାନ, ଅସ୍ମିତା ଓ ଗୌରବର ପ୍ରତୀକ। ତେଣୁ ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ପାଇକ ସ୍ମାରକୀ ନିର୍ମାଣ ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ପ୍ରକଳ୍ପ ସ୍ଥାନ ପରିଦର୍ଶନ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ସହ ସାଂସଦ ଭର୍ତ୍ତୃହରି ମହତାବ ସାଥୀରେ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଡେଙ୍ଗୁ ପ୍ରତିରୋଧ ଏବଂ ନିୟନ୍ତ୍ରଣ ସମ୍ବନ୍ଧରେ ସମ୍ମିଳନୀ ସଭା

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୧୦ ଟା ରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଡେଙ୍ଗୁ ପ୍ରତିରୋଧ ଏବଂ ନିୟନ୍ତ୍ରଣ ସମ୍ବନ୍ଧରେ ସମ୍ମିଳନୀ ସଭା ଜିଲ୍ଲପାଳ କେ. ସୁଦର୍ଶନ ଚକ୍ରବର୍ତ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି. ଏଥିରେ ସି. ଡ଼ି.ଏମ. ଓ, ଡ଼. ଆର୍ତ୍ତବନ୍ଧୁ ନାୟକ, ସ୍ୱାଗତ ଭାଷଣ ରଖିଥିଲା ବେଳେ ଡ଼ଃ ସୁଭାଶିଷ ମହାନ୍ତି, ID(VBD) କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଡେଙ୍ଗୁ ରୋଗକୁ କିପରି ପ୍ରତିରୋଧ କରାଯାଇ ପାରିବ ବିଭାଗୀୟ ଅଧିକାରୀ ମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ଘରକୁ ଘର ଯାଇ ଲୋକ ମାନଙ୍କୁ ସତର୍କ କରିବା, ପାଣି ଜମି ରହିବାକୁ ନଦେବା, ପରିବା ଭେନ୍ଦର ମାନଙ୍କୁ ସଚେତନ କରିବାକୁ, ପ୍ରତ୍ୟେହ ସକାଳେ ଓ ସନ୍ଧ୍ୟାରେ ଫୋଗିଙ୍ଗ ମେସିନ ବୁଲାଇବାକୁ ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ପଂଚାୟତ ଅଧିକାରୀଙ୍କୁ ଗ୍ରାମ ପଂଚାୟତ ମାନଙ୍କରେ ସଚେତନତା କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲିଫ ଲେଟ, ପୋଷ୍ଟର ମାଧ୍ୟମରେ ସଚେତନ କରାଇବାକୁ, ବସ ଷ୍ଟାଣ୍ଡ ମାନଙ୍କରେ ଅବ୍ୟବହୃତ ଗାଡି, ଗ୍ୟାରେଜ ମାନଙ୍କରେ ସଚେତନତା ବିଷୟରେ R. T. O ଙ୍କୁ INDUSTRY AREA ରେ ପାଣି ଜମିବାକୁ ନଦେବା ପାଇଁ DIC ଙ୍କୁ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡି, ଶିକ୍ଷା ବିଭାଗ, କଂଟ୍ରାକଟର ମାନଙ୍କୁ ସଚେତନତା ବାର୍ତ୍ତା ପହଞ୍ଚେଇବା ପାଇଁ ବିଭାଗୀୟ ଅଧିକାରୀ DSWO, DEO, R&B ଙ୍କୁ ପରାମର୍ଶ ଦେଇଥଲେ।

ଲିଫ ଲେଟ, ପୋଷ୍ଟର ମାଧ୍ୟମରେ ବିଭିନ୍ନ ବିଭାଗୀୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ଏଥିରେ ଡ଼ଃ ପ୍ରଶାନ୍ତ କୁମାର ଦାଶ DPHO, ଡ଼ଃ ରଘୁନାଥ ନାୟକ APDHO, ଏସ. କେ. ପରିଡା., CDAO, ରିଜ୍ୱାନା କାଭାବ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ପରିଷଦ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ପୁଷ୍ପାଞ୍ଜଳି ମିଶ୍ର, ଜିଲ୍ଲା ପଂଚାୟତ ଅଧିକାରୀ, ଶ୍ୟାମଳେନ୍ଦୁ ନାୟକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ, ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ. ଶେଷରେ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ: ତାରାପ୍ରସାଦ ହେଲେ ଶ୍ରେଷ୍ଠ

ଖୋର୍ଦ୍ଧା: ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟର ପଞ୍ଚଦଶତମ ଶେଷ ବର୍ଷ ସ୍ନାତକ ପାଠ୍ୟକ୍ରମର ବାର୍ଷିକ ପରୀକ୍ଷା ଫଳ- ୨୦ ୨୩ ଶିକ୍ଷା ବର୍ଷ ନିମନ୍ତେ ଶୁକ୍ରବାର ମୈତ୍ରୀଭବନ ପରିସରରେ ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କର ମୋଟ ପାସ ହାର ଶତକଡ଼ା ୮୭.୮ ପ୍ରତିଶତ ରହିଥିବାବେଳେ, ଚଳିତ ବର୍ଷ ଛାତ୍ରମାନଙ୍କ ଠାରୁ କଳା, ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରୀମାନେ ଆଗରେ ଅଛନ୍ତି।

ଚଳିତ ବର୍ଷ ଛାତ୍ରୀମାନଙ୍କର ପାସ ହାର ୯୩.୯ ପ୍ରତିଶତ ରହିଥିବାବେଳେ ଛାତ୍ରମାନଙ୍କ ୮୧.୫ ପ୍ରତିଶତ ରହିଛି। କଳା ବିଭାଗରେ ପାସ ହାର ୯୧.୫ ପ୍ରତିଶତ ରହିଥିବାବେଳେ, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାସ ହାର ଯଥାକ୍ରମେ ୯୪.୬ ଓ ୭୮.୯ ପ୍ରତିଶତ ଅଟେ।

ବାଣିଜ୍ୟ ବିଭାଗରୁ ଛାତ୍ରୀ ନିଶା କୁମାରୀ ପାଣ୍ଡେ, କଳା ଶିକ୍ଷା ସମ୍ମାନ ବିଭାଗରୁ ଛାତ୍ରୀ ଶୁଭଲକ୍ଷ୍ମୀ ପଣ୍ଡା ଓ ବିଜ୍ଞାନ ବିଭାଗରୁ ଉଭିଦ ବିଜ୍ଞାନ ସମ୍ମାନର ଛାତ୍ର ତାରାପ୍ରସାଦ ମାର୍ଥା ଶ୍ରେଷ୍ଠ ସ୍ନାତକ ହୋଇଛନ୍ତି। ଏହି ଛାତ୍ରଛାତ୍ରୀମାନେ ଆସନ୍ତା ସାମ୍ବସଚରିକ ଉତ୍ସବ – ୨୦୨୪ ରେ ସ୍ଵର୍ଣ୍ଣପଦକ ପ୍ରାପ୍ତହେବେ।

ଏତଦ୍ ଭିନ୍ନ ବିଜ୍ଞାନ ବିଭାଗରୁ ଉଭିଦ ବିଜ୍ଞାନ ସମ୍ମାନର ଛାତ୍ର ତାରାପ୍ରସାଦ ମାର୍ଥା ସର୍ବାଧିକ ନମ୍ବର ରଖି ମହାବିଦ୍ୟାଳୟର ଶ୍ରେଷ୍ଠ ସ୍ନାତକ ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ଅନ୍ତିମ ପରୀକ୍ଷା ଫଳ ଛଅଗୋଟି ସେମିଷ୍ଟାର ପରୀକ୍ଷାର ମୋଟ ଫଳାପଳକୁ ନେଇ ପ୍ରସ୍ତୁତ କରାଯାଇଛି।

ଆୟୋଜିତ ସଭାରେ ପରିଚାଳନା କମିଟି ସଭାପତି ତଥା ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଅଧ୍ୟକ୍ଷା ଡକ୍ଟର ଅଳନ୍ତା ଶତପଥୀ, ପରୀକ୍ଷା ନିୟଂନ୍ତକ ପ୍ରାଧ୍ୟାପକ ଦେବୀପ୍ରସାଦ ପଟ୍ଟନାୟକ , ପରୀକ୍ଷା ବିଭାଗ ଏବଂ ମହାବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଏହି ସଭାକୁ ପରିଚାଳନା କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଡକାୟତି ଯୋଜନା ପଣ୍ଡ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ, ପାଞ୍ଚ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ ଥାନା ପୋଲିସ ଏକ ବଡ ଡକାୟତ ଯୋଜନାକୁ ପଣ୍ଡ କରିବା ସହ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୁନା ନାୟକ, ପୂର୍ଣ୍ଣ ଚନ୍ଦ୍ର ନାୟକ, ଲିପୁ ପାଇକରାୟ, ମୋହମ୍ମଦ ଖାନ ଓ ଫାରୁକ ଖାନ। ସମସ୍ତଙ୍କ ଘର ଟାଉନ ଥାନା ଅଞ୍ଚଳରେ ବୋଲି ଜଣାପଡିଛି।

ଖବର ମୁତାବକ ଟାଉନ ଥାନା ଅନ୍ତର୍ଗତ ମୋଦି ଗୋଶାଳା ପଡିଆରେ ଆଜି ବଡି ଭୋରରେ ଉକ୍ତ ପାଞ୍ଚ ଅଭିଯୁକ୍ତ ଡକାୟତି ଯୋଜନା କରୁଥିବାର ଖବର ମିଳିଥିଲା। ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଗଠନ କରାଯାଇ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଅଭିଯୁକ୍ତ ମାନଙ୍କୁ ମାଡି ବସିଥିଲା ପୋଲିସ। ସେମାନଙ୍କ ନିକଟରୁ ଦୁଇ ଗୋଟି ଖଣ୍ଡା ଓ ଦୁଇ ଗୋଟି ଆଇରନ ରଡ଼ ଜବତ କରିଛି ପୋଲିସ।

ଅଭିଯୁକ୍ତମାନେ ବିଳମ୍ବିତ ରାତ୍ରିରେ ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଗାଡ଼ିଗୁଡିକରୁ ଲୁଟ ଯୋଜନା କରୁଥିଲେ। ତେବେ ସମସ୍ତ ଅଭିଯୁକ୍ତ ମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବାର ପୋଲିସ କହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିପୁଳ ପରିମାଣରେ ଗଞ୍ଜେଇ ଜବତ, ୫ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ସାରୁଅ ଅଞ୍ଚଳରୁ ଆଜି ଜିଲ୍ଲା ଅବକାରୀ ବିଭାଗ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।  ଅଭିଯୁକ୍ତମାନେ ହେଲେ ବିହାର ରାଜ୍ୟର ଧର୍ମେନ୍ଦ୍ର କୁମାର (୩୨), ସନ୍ତୋଷ କୁମାର (୩୨), ଚନ୍ଦନ ପାଶୱାନ (୩୦), ରାଧେଶ୍ୟାମ ପାଶୱାନ (୫୮) ଏବଂ ଉମାଶଙ୍କର ରାମ (୪୭)।

ସେମାନଙ୍କ ନିକଟରୁ ଅବକାରୀ ବିଭାଗ ୫୬ କେଜି ଗଞ୍ଜେଇ ଏବଂ ନକଦ ୫୦ ହଜାର ଟଙ୍କା ଜବତ କରିଛି। ସମସ୍ତ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଜିଲ୍ଲା ଅବକାରୀ ମୋବାଇଲ ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ, ଅବକାରୀ ମୋବାଇଲ ଏସଆଇ ରୋହିତ ଦଣ୍ଡସେଣ, ବାଲୁଗାଁ ଅବକାରୀ ଅଧିକାରୀ ବି. ମନୋଜ କୁମାର ଏବଂ ବାଲୁଗାଁ, ଖୋର୍ଦ୍ଧା ଅବକାରୀ ଥାନା ଓ ଜିଲ୍ଲା ମୋବାଇଲ ଟିମ ର ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ଆସନ୍ନ ବାତ୍ୟା ପରିଚାଳନାର ମୁକାବିଲା ନିମନ୍ତେ ଅଭ୍ୟାସ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆସନ୍ନ ବାତ୍ୟା ପରିଚାଳନାର ମୁକାବିଲା ନିମନ୍ତେ ଅଭ୍ୟାସ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ସ୍ୱାଗତ ଭାଷଣ ରଖିବା ସଙ୍ଗେ ସଙ୍ଗେ ବୈଠକର ଆଭିମୁଖ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଡେପୁଟି କଲେକ୍ଟର, ଜରୁରୀ ବିଭାଗ ମମତା ସାହୁ ବୈଠକ ପରିଚାଳନା କରିଥିଲେ। ବିପର୍ଯୟ ପୂର୍ବରୁ, ବିପର୍ଯ୍ୟୟ ସମୟରେ ଏବଂ ବିପର୍ଯୟ ପର ପରିସ୍ଥିତିର ମୁକାବିଲା କରିବାକୁ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ, କ୍ଷେତ୍ରାଧିକାରୀ, ଯନ୍ତ୍ରୀଙ୍କ ସହ ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା।

ଆଜି ମଧ୍ୟ ଜିଲ୍ଲାର ୧୦ଗୋଟି ବ୍ଲକ ଏବଂ ୫ ଗୋଟି ପୌରାଞ୍ଚଳରେ ଏ ସଂକ୍ରାନ୍ତିୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲପାଳ ସମସ୍ତ ବିଭାଗ ସହ ଆଲୋଚନା କ୍ରମରେ ପ୍ରଥମେ ଡେପୁଟି କଲେକ୍ଟର, ଜରୁରୀ ବିଭାଗଙ୍କୁ ସମସ୍ତ ବିଷୟରେ ସଠିକ ତଥ୍ୟ ରଖିବାକୁ କହିଥିଲେ। ଜଳସେଚନ ବିଭାଗ କୁ ବିପଦସଂକୁଳ କେନାଲ ଗୁଡିକୁ ଚି଼ହ୍ନଟ କରି ତୁରନ୍ତ ପଦକ୍ଷେପ ନେବାକୁ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ସଜାଗ ରହିବାକୁ କହିଥିଲେ। ଶିକ୍ଷାଧିକାରୀ ୧୩୪୦ ବିଦ୍ୟାଳୟ କୁ ଆଶ୍ରୟସ୍ଥଳୀ, ପ୍ରତ୍ୟେକ ବ୍ଲକରେ ଆଶ୍ରୟସ୍ଥଳୀ ମହଜୁଦ ଥିବା ଦର୍ଶାଇଥିଲେ। ବିପର୍ଯୟ ସମୟରେ ଏବଂ ପରେ ଆଶ୍ରୟ ସ୍ଥଳୀ କୁ ପରିଷ୍କାର ରଖବା ପାଇଁ କର୍ମଚାରୀ ମୁତୟନ କରିବେ ବୋଲି ଦର୍ଶାଇଥିଲେ।

ସେହିପରି ଗ୍ରାମାଞ୍ଚଳ ରେ ପାନୀୟ ଜଳ ର ବ୍ୟବସ୍ଥା ପାଇଁ RWSS ଏବଂ ସହରାଞ୍ଚଳ ପାଇଁ WATCO ଙ୍କୁ ଶୁଦ୍ଧ ପାନୀୟ ଜଳ, ଜେନେରେଟର, ପାଣି ଟ୍ୟାଙ୍କର, ପାଣି ବୋତଲ, ବ୍ଲିଚିଙ୍ଗ ପାଉଡର ମହଜୁଦ ରଖିବାକୁ ଏବଂ ପାଣିର ବିଶୁଧିକରଣ ନିମନ୍ତେ ପରାମର୍ଶ ଦେଇଥିଲେ। ବିଦ୍ୟୁତ ବିଭାଗ କୁ ସଜାଗ ରହିବା ସହ ବାତ୍ୟାର ତୁରନ୍ତ ପରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।

ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ବିପଦ ସଂକୁଳ ସ୍ଥାନ ଚି଼ହ୍ନଟ କରିବା ସହ ବାତ୍ୟା ସମୟରେ ୨୦ ଜଣ ବ୍ୟକ୍ତିଙ୍କୁ ନିଯୁକ୍ତ କରି ଗଛ ପଡି ଅବରୋଧ ରାସ୍ତାକୁ ସଫା କରିବା ପାଇଁ ସହକାରୀ ଯନ୍ତି, ସ୍ଥାନୀୟ କଣ୍ଟ୍ରାକ୍ଟରର ସହଯୋଗରେ ତ୍ୱରିତ ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ। ଜିଲ୍ଲା ପଶୁ ବିଭାଗ ବହୁଳ ସଂଖ୍ୟାରେ ମୃତ ପଶୁ ମାନଙ୍କର ଶବ ବ୍ୟବଛେଦ କରାଯିବା ପାଇଁ କିପରି ତ୍ୱରିତ ପଦକ୍ଷେପ ନିଆଯାଇପାରିବ ସେ ନେଇ ପରାମର୍ଶ ଲୋଡ଼ିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗର୍ଭବତୀ ମହିଳା, ଶିଶୁମାନଙ୍କୁ ମିଶନ ଶକ୍ତି ଗୃହ, ଅଙ୍ଗନବାଡି ଗୃହ ରେ ଥଇଥାନ କରିବା, ଶିଶୁ ଖାଦ୍ୟ ଯୋଗାଇଦେବା , ଶୁଖିଲା ଖାଦ୍ୟ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ।

ସେହିପରି ଡ଼ିଡବ୍ଲୁଓ ,ଆରଟିଓ , ଟେଲିଫୋନ ବିଭାଗ ସମସ୍ତ ଙ୍କୁ ତତ୍ପର ରହି ବାତ୍ୟାର ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀଙ୍କୁ ମିଡ଼ିଆ କଭରେଜ କରିବାକୁ, ଜନ ସାଧାରଣଙ୍କୁ ଭୟଭୀତ ନ ହେବା ପାଇଁ ସଚେତନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତୀର୍ଥଯାତ୍ରୀମାନଙ୍କୁ ବାରଣ କରିବାକୁ ଏବଂ ଆରଏମସି ବିଭିନ୍ନ ପ୍ଲାଟଫର୍ମରେ ସୁଲ୍ଲଭ ମୂଲ୍ୟ ରେ ଜିନିଷ ଯୋଗାଇ ଦେବାକୁ ଅଭିବ୍ୟକ୍ତ ରଖିଥିଲେ।

ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ, ଉପ ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ଆର୍ତ୍ତବନ୍ଧୁ ନାୟକ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇ, ଆର. ଟି . ଓ ବିକାଶ ଚୌଧୁରୀ, ଏ. ଆର. ଟି . ଓ ଅରବିନ୍ଦ ନାୟକ, ପର୍ଯ୍ୟଟନ ଅଧିକାରିଣୀ ମୀରାବାଈ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଣୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ସମସ୍ତ ବିଭାଗୀୟ ଅଧିକାରୀ, ଅଗ୍ନିଶମ ଅଫିସର, ବନ ବିଭାଗ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବୋଲଗଡ଼ରେ ଅବକାରୀ ବିଭାଗର ଚଢାଉ: ବିପୁଳ ପରିମାଣର ମହୁଲି ପୋଚ ଓ ଦେଶୀ ମଦ ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ କୋଟସିଂ ଗ୍ରାମର ଏକାଧିକ ସ୍ଥାନରେ ଆଜି ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ଚଢ଼ାଉ କରାଯାଇଛି। ଚଢାଉ ସମୟରେ ମୋଟ ୩ ହଜାର ୪୦୦ ଲିଟର ଗୁଡ ମିଶ୍ରିତ ମହୁଲି ପୋଚ ଓ ୧୨୦୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି।

ଉକ୍ତ ଚଢାଉରେ ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ ଏବଂ ଖୋର୍ଦ୍ଧା ଓ ବେଗୁନିଆ ଅବକାରୀ ଥାନାର ସମସ୍ତ କର୍ମଚାରୀ ମାନେ ସାମିଲ ଥିଲେ। ଏହି ପରିପ୍ରେକ୍ଷୀରେ ବେଗୁନିଆ ଅବକାରୀ ଥାନା ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି l

Categories
ଆଞ୍ଚଳିକ

ଓଏସ୍ଇଏଫଡ଼ି ଖୋର୍ଦ୍ଧା ଜିଲ୍ଲା ଶାଖାର ସାଂଗଠନିକ ବୈଠକ

ଖୋର୍ଦ୍ଧା: ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷା ର ବିକାଶ ନିମନ୍ତେ ଚ଼େଷ୍ଟିତ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ (ଓଏସ୍ଇଏଫଡ଼ି) ଖୋର୍ଦ୍ଧା ଜିଲ୍ଲା ର ବୈଠକ ଆଜି ବୋଲଗଡ଼ ଠାରେ ଜିଲ୍ଲା ସଭାନେତ୍ରୀ ଏଲୋରା ପ୍ରିୟଦର୍ଶିନୀ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ରାଜ୍ୟ କୋଷାଧ୍ୟକ୍ଷ ‌ରୌପ୍ୟରଂଜନ‌ ସାମନ୍ତରାୟ,ଜିଲ୍ଲା ଯୁଗ୍ମ ସମ୍ପାଦକ ଅଶ୍ବିନୀ ମୁଦୁଲି, ପୂର୍ବ ‌ଓଡ଼ିଶା ଆଇଟି ସେଲ ସଂଯୋଜକ ବିଶ୍ବବିଜୟୀ ଦାଶ, ସଂଗଠକ ଜ୍ୟୋତିରଂଜନ ବଳିୟାରସିଂହ ଯୋଗ ଦେଇ ‌ଜିଲ୍ଲା ରେ ସଂଗଠନ କୁ ମଜଭୁତ କରିବା ପାଇଁ ଆଲୋଚ଼ନା କରିଥିଲେ, ଏବଂ ପ୍ରତି ସାଧାରଣ ବିଦ୍ୟାଳୟ ରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ‌ଦେଇଛନ୍ତି। ସେହି ଅନୁସାରେ ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଥିଲା।

ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ର ମଧ୍ୟ ଅନ୍ୟ ମାନଙ୍କ ଭଳି ଶିକ୍ଷା ପାଇବାର ପୂର୍ଣ୍ଣ ଅଧିକାର ରହିଛି। ଏଣୁ ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ପାଇଁ ଶୀଘ୍ର ବିଜ୍ଞପ୍ତି ବାହାର କରିବା ପାଇଁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ବିନମ୍ର ନିବେଦନ କରାଯାଇଛି।ଏହି ନିଯୁକ୍ତି କରାଗଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଉପଯୁକ୍ତ ଶିକ୍ଷା ଗ୍ରହଣ କରିପାରି ସମାଜ ର ମୁଖ୍ୟସ୍ରୋତ ରେ ସାମିଲ ହୋଇପାରିବା ସହ ଓଡ଼ିଶାର ୬୦୦୦ ରୁ ଅଧିକ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଉପକୃତ ହୋଇପାରିବେ।

ଉକ୍ତ ବୈଠକରେ‌ ଲୋକଜିତ୍ ପରିଡ଼ା, ସନ୍ତୋଷ ପରିଡ଼ା,ସବନମ‌ ବେଗମ, ଅଭିଜିତ ଦାଶ,ପିନାରାଣୀ ବିଷୋୟୀ, ମନସ୍ବିନୀ ଦାଶ, ସ୍ୱାଗତିକା ପ୍ରଧାନ, ସୁରଭି ‌ପଣ୍ଡା, ଦେବଜାନୀ ବେହେରା ଙ୍କ ସମେତ ବହୁ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାର ନୂତନ ଅତିରିକ୍ତ ଏସପି ଭାବେ କାର୍ଯ୍ୟରେ ଯୋଗଦେଲେ କିଶୋର ଚନ୍ଦ୍ର ମୁଣ୍ଡ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ନୂତନ ଅତିରିକ୍ତ ଏସପି ଭାବେ ବରିଷ୍ଠ ପୋଲିସ ଅଧିକାରୀ କିଶୋର ଚନ୍ଦ୍ର ମୁଣ୍ଡ କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀ ମୁଣ୍ଡ ଏହା ପୁର୍ବରୁ ଭୁବନେଶ୍ୱର କମିଶନେରେଟ ପୋଲିସରେ ଜୋନ ପାଞ୍ଚ ଏସିପି ଏବଂ ପୁରୀ ସଦର ଏସଡିପିଓ ଭାବେ କାର୍ଯ୍ୟରତ ଥିଲେ। ସେ ରାଜ୍ୟର ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ବେଶ ଜଣାଶୁଣା।

ତେବେ ନିକଟରେ ତାଙ୍କର ପଦୋନ୍ନତି ହୋଇ ଖୋର୍ଦ୍ଧା ଜିଲ୍ଲାରେ ଅତିରିକ୍ତ ଏସପି ଭାବେ ପ୍ରଥମ ପୋଷ୍ଟିଙ୍ଗ ହୋଇଛି। ଆଜି କାର୍ଯ୍ୟରେ ଯୋଗଦେବା ପରେ ସମସ୍ତ ପୋଲିସ ଅଧିକାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ତେବେ ଖୋର୍ଦ୍ଧା ଜିଲ୍ଲାରେ କଣ ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧି ପଚାରିବାରୁ, ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା, ନିଶା କାରବାରକୁ ମୁଳୋତ୍ପାଟନ କରିବା, କ୍ରାଇମ ଗ୍ରାଫ କମ କରିବା ଆଦି ପ୍ରଥମ ପ୍ରାଥମିକତା ରହିବ ବୋଲି ଶ୍ରୀ ମୁଣ୍ଡ କହିଛନ୍ତି।

ସୂଚନା ଥାଉକି ପୂର୍ବତନ ଅତିରିକ୍ତ ଏସପି ସୁରେଶ କୁମାର ଦାସଙ୍କ ଅବସର ପରେ ଦୀର୍ଘ ଦିନ ହେବ ଉକ୍ତ ପଦବୀ ଖାଲି ପଡିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଡ୍ରଗ୍ସ ମାଫିଆ ସୋମନାଥ ଭୁଜବଳଙ୍କ ମୃତ୍ୟୁ: ଠେଙ୍ଗାହାଟ ଛକରେ ହୋଇଥିଲା ଗୁଳିମାଡ

ଖୋର୍ଦ୍ଧା: ଡ୍ରଗ୍ସ ମାଫିଆ ସୋମନାଥ ଭୁଜବଳ ଚିକିତ୍ସାଧିନ ଅବସ୍ଥାରେ ମୃତ। ଗୁଳିମାଡରେ ଆହତ ହୋଇ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗୁଳି ତାଙ୍କ ହାତ, ଛାତି ଓ ପିଠିରେ ବାଜିଥିଲା।

ଗତ ୭ ତାରିଖ ରାତିରେ ସାମନ୍ତରାପୁର ଠେଙ୍ଗାହାଟ ଛକରେ ଏକାକି ଠିଆ ହୋଇଥିବା ବେଳେ ଏକ ପିକ୍ଅପ ଭ୍ୟାନରେ କିଛି ଦୁର୍ବୃତ୍ତ ଆସି ଅତର୍କିତ ଭାବେ ସୋମନାଥଙ୍କୁ ଗୁଳିମାଡ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଅଭିଯୋଗ କ୍ରମେ ପୋଲିସ ହତ୍ୟା ମାମଲା ରୁଜୁ କରି ଛାନଭିନ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୩୦ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇ ଥିବାବେଳେ ସେଥିମଧ୍ୟରୁ ୨୩ ଗୋଟି ଅଭିଯୋଗ ବ୍ୟକ୍ତିଗତ ଥିବାବେଳେ, ୦୩ ଗୋଟି ସାମୁହିକ, ୨ ଗୋଟି ଅଭିଯୋଗର ସ୍ଥଳ ବିଶେଷରେ ତତ୍କାଳ ସମାଧାନ କରାଯାଇଥିଲା ଏବଂ ଜଣେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୧୦ ହଜାର ଟଙ୍କା ର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଆଜିର ମିଳିତ ଜନ ଶୁଣାଣି ଶିବିରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ , ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ତଥା ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଉପ ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠି, ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ, ସ୍ଥାନୀୟ ବି. ଡ଼ି.ଓ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ: ଚାରି ମହିଳାଙ୍କ ସମେତ ଛଅ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ନିକଟରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଛି। ଏହି ମାମଲାରେ ଚାରି ଜଣ ମହିଳାଙ୍କ ସମେତ ଛଅ ଜଣ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି।

ସୂଚନା ମୁତାବକ ଗତକାଲି ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ନିକଟରେ ଗଞ୍ଜେଇ ଚାଲାଣ ହେଉଥିବାର ଜଟଣୀ ଅବକାରୀ ବିଭାଗ ଖବର ପାଇଥିଲା। ବିଳମ୍ବ ନକରି ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ନେତୃତ୍ୱରେ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା।  ଚଢ଼ାଉ ବେଳେ ୭୭ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଛଅ ଅଭିଯୁକ୍ତ ଗିରଫ ହୋଇଛନ୍ତି, ତନ୍ମଧ୍ୟରୁ ଚାରି ଜଣ ମହିଳା ଅଭିଯୁକ୍ତ ଥିବା ଜଣାପଡିଛି। ସମସ୍ତ ଅଭିଯୁକ୍ତ ମାନେ ବିହାର ରାଜ୍ୟ ବେଗୁସରାଇ ଜିଲ୍ଲାର ହୋଇଥିବା ଜଣାପଡିଛି।

ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଜଟଣୀ ଅବକାରୀ ଅଧିକାରିଣୀ ଗୀତାଞ୍ଜଳି ବେହେରା, ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଅଧିକାରୀ ଏବଂ ଆରପିଏଫ କର୍ମଚାରୀ ସାମିଲ ଥିଲେ। ଜବତ ଗଞ୍ଜେଇର ମୂଲ୍ୟ ୭ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ଅଚାନକ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଆସିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ଆଜି ମଧ୍ୟାହ୍ନରେ ଅଚାନକ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଆସି ବିଭିନ୍ନ ବ୍ୟବସ୍ଥା ପରଖିଥିଲେ। ମେଡିକାଲରେ ଉପଲବ୍ଧ ସେବାଗୁଡ଼ିକ ବିଷୟରେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ଡ଼ା ନାୟକ। ମେଡିକାଲର ଏକାଧିକ ୱାର୍ଡ ବୁଲି ରୋଗୀଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଥିଲେ ସିଡ଼ିଏମଓ।

ତେବେ ବାଲୁଗାଁ ଖୋର୍ଦ୍ଧା ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଥିବା ବେଳେ ଏଠାରେ ରୋଗୀଙ୍କୁ ମିଳୁଥିବା ସେବାଗୁଡ଼ିକରେ ଯେପରି ଅବନତି ନଘଟେ ସେ ନେଇ ସମସ୍ତ କର୍ମଚାରୀଙ୍କୁ ତାଗିଦ କରିଥିଲେ ଡ଼ା ନାୟକ। ସିଡ଼ିଏମଓଙ୍କ ଉକ୍ତ ଗସ୍ତ ସମୟରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡ଼ା ରଶ୍ମିରେଖା ଜେନା, ବିପିଏମ ଆରତୀ ଦାସ ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କନ୍ଧମାଳରୁ ଭୁବନେଶ୍ବର ଆସୁଥିଲା ଗଞ୍ଜେଇ, ଖୋର୍ଦ୍ଧାରେ ମାଡି ବସିଲା ପୋଲିସ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ ଥାନା ପୋଲିସ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକଙ୍କୁ ଗିରଫ କରିଛି। ସୂଚନା ମୁତାବକ ଏକ କାର ଯୋଗେ କନ୍ଧମାଳ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଖୋର୍ଦ୍ଧା ଦେଇ ଭୁବନେଶ୍ୱର ଅଭିମୁଖେ ଚାଲାଣ ହେଉଥିବାର ଖବର ପାଇଥିଲା ପୋଲିସ। ଏସପି ଙ୍କ ନିର୍ଦେଶକ୍ରମେ ଏବଂ ସଦର ଏସଡିପିଓ ଏବଂ ଟାଉନ ଥାନା ଆଇଆଇସିଙ୍କ ତତ୍ୱାବଧାନ ରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ।

ପରିଶେଷରେ ଉକ୍ତ କାରକୁ ଠାବ କରିବାରେ ସଫଳ ହୋଇଥିଲା ପୋଲିସ । କାରର ତଲାସି ନେବାରୁ ସେଥିରୁ ୨୮.୨୦୦ କେଜି ଗଞ୍ଜେଇ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୦୨ ଲକ୍ଷ ୮୦ ହଜାର ଟଙ୍କା ହେବ । ଏହି ବାବଦରେ ଦୁଇ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଅଞ୍ଚଳର ସମିଳନ ପ୍ରଧାନ (୨୮) ଏବଂ ଗୌତମ ପ୍ରଧାନ (୨୯) । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି ।