Categories
ଆଜିର ଖବର ରାଜ୍ୟ ଖବର

କୋଭିଡ-୧୯ର ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କାରେ ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ ରହିବ। ରାଜ୍ୟ ସରକାର କୋଭିଡ୍ ସଂକ୍ରମଣକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି। ଗଣଶିକ୍ଷା ବିଭାଗ ପକ୍ଷରୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ପରୀକ୍ଷା ଓ ମୂଲ୍ୟାଙ୍କନ କାମ ଜାରି ରହିବ। ଏହାସହ ଅନଲାଇନ କ୍ଲାସ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କୁ ସ୍କୁଲକୁ ଡକାଯାଇପାରେ। ଡିସେମ୍ବର ଦ୍ଵିତୀୟ ସପ୍ତାହରେ କୋଭିଡ-୧୯ର ୨ୟ ସଂକ୍ରମଣ ଲହର ଆସିବାର ଆଶଙ୍କା ରହିଛି। ଆନ୍ଧ୍ର ପ୍ରଦେଶରେ ସ୍କୁଲରେ କରୋନା ବ୍ୟାପିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ସୂଚନା ଯୋଗ୍ୟ ଯେ, ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିବାର ମାତ୍ର ୩ ଦିନରେ ଛାତ୍ର ଓ ଶିକ୍ଷକ ମହାମାରୀ ଦ୍ୱାରା ସଂକ୍ରମିତ ହୋଇଥିଲେ। ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶରେ ୨୬୨ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ୧୬୦ ଶିକ୍ଷକ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ବାତିଲ୍‌ ହେଲା ମାଟ୍ରିକ ଖାତା ଦେଖା

ଭୁବନେଶ୍ବର : ବାତ୍ୟା ‘ଆମ୍ପାନ୍‌’ ପାଇଁ ପୁଣି ବାତିଲ୍‌ ହେଲା ମାଟ୍ରିକ୍‌ ଖାତା ଦେଖା । ଖାତା ଦେଖା ବାତିଲ୍‌ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । 21 ତାରିଖରୁ ଆରମ୍ଭ ହେବାର ଥିଲା ମାଟ୍ରିକ୍‌ ଖାତା ଦେଖା । 21ରୁ ଖାତା ଦେଖା ନେଇ କାଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ପୂର୍ବରୁ ମଧ୍ୟ 20ରୁ ଖାତା ଦେଖା ନେଇ ଥରେ ନିଷ୍ପତ୍ତି ହୋଇଥିଲା ।

ସୂଚନାଯୋଗ୍ୟ, ଗତକାଲି ଅନୁଷ୍ଠିତ ବୈଠକରେ ମାଟ୍ରିକ୍‌ ପରୀକ୍ଷା ଖାତା 21 ତାରିଖରୁ ଦେଖା ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା।  ସେହିପରି 10 କିଲୋମିଟର ଦୂର ଭିତରେ ପରୀକ୍ଷା ଶିକ୍ଷକ ଖାତା ଦେଖିବେ ବୋଲି ସୂଚନା ଦିଆଯାଇଥିଲା । ଚଳିତ ଥର 60ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ଖାତାର‌ ମୂଲ୍ୟାୟନ ହେବ ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍‌, ନବମ ଶ୍ରେଣୀ ପିଲାଙ୍କ ପାଇଁ ସର୍ତ୍ତ ମୂଳକ ପାସ୍‌

ଭୁବନେଶ୍ବର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସବୁ ପିଲା ପାସ୍‌ । ରାଜ୍ୟ ସରକାରଙ୍କ ସ୍କୁଲରେ ପଢୁଥିବା ଅଷ୍ଟମ ଯାଏ ପିଲା ପାସ୍‌ । କରୋନା ସ୍ଥିତି ନେଇ ସବୁ ପିଲାଙ୍କୁ ପାସ୍‌ ଘୋଷଣା କଲେ ସରକାର । ପାସ୍ ନେଇ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ନବମରୁ ଦଶମ ଶ୍ରେଣୀ ଯିବାକୁ ଥିବା ପିଲାଙ୍କୁ ସର୍ତ୍ତମୂଳକ ପାସ୍‌ କରାଯିବ ବୋଲି ସୂଚନା ରହିଛି ।  ଯେଉଁ ପରୀକ୍ଷା ହୋଇପାରିନି, ତା’ର ଷାଣ୍ମାସିକ ନମ୍ବରକୁ ନେଇ ପାସ୍‌ କରାଯିବ ।  ବାର୍ଷିକ ପରୀକ୍ଷା ପୂର୍ବରୁ ହୋଇଥିବା ପରୀକ୍ଷା ଆଧାରରେ ପ୍ରମୋସନ । ଯଦି କୌଣସି କାରଣରୁ ପରୀକ୍ଷା ଦେଇନଥିବେ, ତେବେ ରିଟେଷ୍ଟ ହେବ । ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲିବା ପରେ ସମ୍ପୃକ୍ତ ପିଲାଙ୍କ ରି-ଟେଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଯୁକ୍ତ ଦୁଇ ପ୍ରଥମ ବର୍ଷରୁ ଦ୍ବିତୀୟ ବର୍ଷକୁ  ମଧ୍ୟ ସର୍ତ୍ତମୂଳକ ପ୍ରମୋସନ ଦିଆଯାଇଛି ।