ଭୁବନେଶ୍ୱର: ରିଲାଏନ୍ସ ଜିଓର ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ସେବା ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଖୁବ୍ କମ୍ ସମୟ ମଧ୍ୟରେ ଓଡିଶାର ସମସ୍ତ ଛୋଟ ବଡ ସହର ତଥା ସହର ଉପକଣ୍ଠ ଅଞ୍ଚଳ, ତହସିଲ ଏବଂ ବିସ୍ତୀର୍ଣ୍ଣ ଗ୍ରାମାଞ୍ଚଳରେ ବିଶ୍ୱ ସ୍ତରୀୟ ଘରୋଇ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ) ଏବଂ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଉପଲବ୍ଧ କରି ଡିଜିଟାଲ୍ କ୍ରାନ୍ତିର ପଥକୁ ସୁଗମ କରିଛି। ସାରା ଓଡ଼ିଶାରେ ପ୍ରାୟ ୪ ଲକ୍ଷ ଘର ଏବଂ ବ୍ୟବସାୟ ପରିସର ବର୍ତ୍ତମାନ ଜିଓ ଫାଇବର ଏବଂ ଜିଓ ଏୟାର ଫାଇବର ସେବାକୁ ଉପଭୋଗ କରୁଛନ୍ତି।
ଜିଓ ଏୟାରଫାଇବର ସେବାକୁ ନେଇ ସମଗ୍ର ରାଜ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ଏହି ସେବା ବର୍ତ୍ତମାନ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା, ଛୋଟ ବଡ ସହର ତଥା ତହସିଲ ମୁଖ୍ୟାଳୟ ସହର ସମେତ ହଜାର ହଜାର ଗାଁର ପ୍ରତ୍ୟେକ ଘର ଏବଂ ବ୍ୟବସାୟ ପାଇଁ ଉପଲବ୍ଧ। ସର୍ବାଧିକ ଲୋକପ୍ରିୟ ରହିଥିବା ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ସମ୍ପ୍ରସାରିତ କରିଛି କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ଶେଷ ମାଇଲ୍ ଅପ୍ଟିକାଲ୍-ଫାଇବର ବିସ୍ତାରରେ ରହିଥିବା କଠିନତା ଯୋଗୁଁ ବ୍ରଡ଼ବ୍ୟାଣ୍ଡ ସଂଯୋଗର ଅଭାବ ଜନିତ ସମସ୍ୟାକୁ ଦୂର କରି ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଗୁଣାତ୍ମକ ଗୃହ ମନୋରଞ୍ଜନ ସହିତ ସଂଯୁକ୍ତ କରଛି। ଜିଓ ଏୟାରଫାଇବର ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ, ୧୩ ରୁ ଅଧିକ ଓଟିଟି ଆପ୍, ସ୍ମାର୍ଟ ହୋମ୍ ସେବା, ନିରବଛିନ୍ନ ୱାଇଫାଇ ଏବଂ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସହିତ ବିଶ୍ୱ ସ୍ତରୀୟ ସର୍ବଧୁନିକ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନମେଣ୍ଟ ସେବା ପ୍ରଦାନ କରୁଛି।
ଏହାଦ୍ୱାରା ବିବିଧ ପୃଷ୍ଠଭୂମିର ତଥା ବିଭିନ୍ନ ବୟସବର୍ଗର ଏବଂ ବିବିଧ ଭୌଗଳିକ ଅଂଚଳର ଗ୍ରାହକମାନେ ଡିଜିଟାଲ୍ କ୍ରାନ୍ତିର ପ୍ରକୃତ ଲାଭ ପାଇବାକୁ ସକ୍ଷମ ହୋଇଛନ୍ତି, କାରଣ ସେମାନେ ଏବେ ଜିଓ ଏୟାରଫାଇବର ବଳରେ ନିରବଚ୍ଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଏବଂ ସର୍ବଶ୍ରେଷ୍ଠ ଗୃହ ମନୋରଞ୍ଜନର ଆନନ୍ଦ ନେଇପାରୁଛନ୍ତି। ବିଶେଷକରି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ, ଉଦ୍ୟୋଗୀ, ବୃତ୍ତିଗତ ପେସାଦାର ବା ପ୍ରଫେସନାଲ ଏବଂ ପରିବାରଗୁଡିକୁ ଭରସାଯୋଗ୍ୟ ହାଇ ସ୍ପିଡ଼ ଇଣ୍ଟରନେଟ ଦ୍ୱାରା ଡିଜିଟାଲ ମାଧ୍ୟମରେ ଏହା ସଶକ୍ତ କରିଛି।
ଜିଓ ଏୟାର ଫାଇବର ସେହି ଅଞ୍ଚଳ ବା ଭୌଗଳିକ କ୍ଷେତ୍ରଗୁଡିକ ପାଇଁ ଏକ ଆଶାର ଆଲୋକ ସାଜିଛି ଯେଉଁଠାରେ ପୂର୍ବରୁ ଅପ୍ଟିକାଲ୍ ଫାଇବର ମାଧ୍ୟମରେ ‘ଶେଷ ମାଇଲ୍ କନେକ୍ଟିଭିଟି’ ଯୋଗାଇବାରେ ଅସୁବିଧା ହୋଇଥିଲା। ଏହି କାରଣରୁ ଲକ୍ଷ ଲକ୍ଷ ପରିସର ବ୍ରଡବ୍ୟାଣ୍ଡ ସହିତ ସଂଯୋଗ ହୋଇପାରୁନଥିଲା। ଜିଓ ଏୟାର ଫାଇବର ଏହି ସମସ୍ୟାକୁ ଦୂର କରିବା ସହିତ ଭୌଗଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ସ୍ଥାନଗୁଡିକରେ ମଧ୍ୟ ଫାଇବରର ହାଇସ୍ପିଡ଼ ଇଣ୍ଟରନେଟ ଉପଲବ୍ଧ କରିଛି ଯେଉଁଠାରେ ଏହା ପୂର୍ବରୁ ଏକରକମ ଅସମ୍ଭବ ସ୍ବପ୍ନ ଭଳି ରହିଥିଲା। ସାରା ଓଡ଼ିଶାରେ ପ୍ରତ୍ୟେକ ଦିନ ଅଧିକରୁ ଅଧିକ ଘର, ହୋଟେଲ, ରେଷ୍ଟୁରାଣ୍ଟ, ଛୋଟ ବଡ ବ୍ୟବସାୟ, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନ ଜିଓ ଏୟାରଫାଇବର ଚୟନ କରୁଛନ୍ତି ଏବଂ ବିଶ୍ୱ ସ୍ତରୀୟ ଘରୋଇ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ସେବାକୁ ଉପଭୋଗ କରୁଛନ୍ତି। ଗ୍ରାହକମାନଙ୍କ ଆବଶ୍ୟକତା ଅନୁଯାୟୀ ସୁଲଭ ମୂଲ୍ୟର ପ୍ଲାନ ସହିତ ଆକର୍ଷଣୀୟ ଅଫର ଜରିଆରେ ରାଜ୍ୟରେ ପ୍ରତିଦିନ ହଜାର ହଜାର ନୂଆ ଗ୍ରାହକ ଯୋଡୁଛି ଜିଓ ଏୟାରଫାଇବର।