Categories
ଆଜିର ଖବର ଜାତୀୟ ଖବର

ମଦୁରାଇ ରେଳ ଷ୍ଟେସନ ନିକଟରେ ଟ୍ରେନ୍ କୋଚ୍ ରେ ଅଗ୍ନିକାଣ୍ଡ: ୯ ଯାତ୍ରୀ ଜୀବନ୍ତ ଦଗ୍ଧ, ୫୦ ଆହତ

ମଦୁରାଇ: ତାମିଲନାଡୁର ମଦୁରାଇ ରେଳ ଷ୍ଟେସନ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ରେଳ ଷ୍ଟେସନ ନିକଟରେ ପାର୍କିଂ ହୋଇଥିବା ଏକ ଟ୍ରେନ୍ କମ୍ପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୫୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଦକ୍ଷିଣ ରେଳବାଇ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି। ମୃତ୍ୟୁବରଣ କରିଥିବା ସମସ୍ତ ଯାତ୍ରୀ ଉତ୍ତରପ୍ରଦେଶର, ଯେଉଁମାନେ ଧାର୍ମିକ ଯାତ୍ରା କରୁଥିଲେ।

ଦକ୍ଷିଣ ରେଳବାଇର ବିବୃତ୍ତି ଅନୁଯାୟୀ, ଅଗଷ୍ଟ ୧୭ ତାରିଖରେ ଲକ୍ଷ୍ନୌ ଛାଡିଥିବା ଏକ ପ୍ରାଇଭେଟ ପାର୍ଟି କୋଚ ଅଗଷ୍ଟ ୨୫ ତାରିଖରେ ନାଗରକୋଲି ଜଙ୍କସନସ୍ଥିତ ପୁନଲୁର-ମଦୁରାଇ ଏକ୍ସପ୍ରେସରେ ସଂଲଗ୍ନ ହୋଇ ଆଜି ସକାଳେ ମଦୁରାଇ ଷ୍ଟେସନରେ ପହଞ୍ଚିଥିଲା। ପାର୍ଟୀ କୋଚ ଟ୍ରେନରୁ ଅଲଗା ହୋଇ ମଦୁରାଇ ଷ୍ଟାବଲିଂ ଲାଇନରେ ପାର୍କିଂ କରିଥିବା ବେଳେ ସକାଳ ୫.୧୫ରେ ନିଆଁ ଲାଗିଯାଇଥିଲା।

ସିଲିଣ୍ଡରରେ ବିସ୍ଫୋରଣ:

ଦକ୍ଷିଣ ରେଳବାଇ ଅନୁଯାୟୀ, କୋଚ ଭିତରେ ବେଆଇନ ଭାବେ ଏକ ଗ୍ୟାସ ସିଲିଣ୍ଡର ରଖାଯାଇଥିଲା, ଯେଉଁଥିପାଇଁ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ମଦୁରାଇ ଜିଲ୍ଲା କଲେକ୍ଟର ସଂଗୀତା କହିଛନ୍ତି ଯେ, ଆଜି (ଶନିବାର) ସକାଳେ ମଦୁରାଇ ଷ୍ଟେସନରେ ଠିଆ ହୋଇଥିବା ଗୋଟିଏ କୋଚରେ ନିଆଁ ଲାଗିଯାଇଥିଲା। ଉତ୍ତରପ୍ରଦେଶର ଶ୍ରଦ୍ଧାଳୁମାନେ କୋଚରେ ଯାତ୍ରା କରୁଥିଲେ।

ଜିଲ୍ଲା କଲେକ୍ଟର ଆହୁରି କହିଛନ୍ତି, ଶନିବାର ସକାଳେ ଯେତେବେଳେ ସେମାନେ କଫି ତିଆରି କରିବା ପାଇଁ ଗ୍ୟାସ ଜଳାଇଥିଲେ, ସେହି ସମୟରେ ସିଲିଣ୍ଡର ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା। ୫୫ ଜଣଙ୍କୁ କୋଚରୁ ଉଦ୍ଧାର କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୯ ଟି ମୃତଦେହ ଉଦ୍ଧାର କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ସୁନା ଖଣିରେ ଭୟଙ୍କର ଅଗ୍ନିକାଣ୍ଡ, ୨୭ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ରବିବାର ଦିନ ଦକ୍ଷିଣ ପେରୁର ଏକ ସୁଦୂର ଅଞ୍ଚଳରେ ଅବସ୍ଥିତ ଏକ ସୁନା ଖଣିରେ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଅତି କମରେ ୨୭ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଅଧିକାରୀମାନେ ଏ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେମାନେ ଏହି ଘଟଣାକୁ ପେରୁ ଇତିହାସର ସବୁଠାରୁ ଖରାପ ଖଣି ଦୁର୍ଘଟଣା ବୋଲି ବିବେଚନା କରନ୍ତି।

ପେରୁର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସର୍ଟ ସର୍କିଟ ଯୋଗୁଁ ବିସ୍ଫୋରଣ ହେତୁ ଖଣି ଭିତରେ ନିଆଁ ଲାଗିଯାଇଥିଲା। ଏବଂ ଖଣିର ଗଭୀରତା ୧୦୦ ମିଟର ଥିଲା। ପୋଲିସ ମୃତକଙ୍କ ସବିଶେଷ ତଥ୍ୟ ସଂଗ୍ରହ କରିବା ପରେ ହିଁ ନିଆଁ ଲାଗିବା ଖବର ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ପୀଡିତଙ୍କ ମୃତଦେହ ବାହାର କରିବା ପୂର୍ବରୁ ଉଦ୍ଧାରକାରୀ ଦଳ ଖଣିକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀର ଗୋକୁଳପୁରୀର ବସ୍ତିରେ ଭୀଷଣ ଅଗ୍ନିକାଣ୍ଡ: ୭ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଉତ୍ତର-ପୂର୍ବ ଅଞ୍ଚଳରେ ଥିବା ଗୋକୁଲପୁରୀରେ ଅବସ୍ଥିତ ବସ୍ତିରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ବସ୍ତି ଜଳୁଥିବା ସମୟରେ ଧୂଆଁ ଚାରିଆଡେ ବ୍ୟାପିଯାଇଥିଲା। ସୂଚନା ପାଇବା ପରେ ପ୍ରାୟ ୧୩ ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ଅନେକ ଘଣ୍ଟା ପରିଶ୍ରମ କରିଥିଲେ। ସୂଚନା ଅନୁଯାୟୀ, ଏହି ଭୟଙ୍କର ଅଗ୍ନିକାଣ୍ଡରେ ପ୍ରାୟ ୬୦ ଟି ଝୁପୁଡି ପୋଡି ଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପାଳ କୁଡିଆରେ ନିଆଁ ଲାଗି ଦୁଇ ନାବାଳିକା ମୃତ

ରାୟଗଡ଼ା: ପାଳ କୁଡିଆରେ ନିଆଁ ଲାଗି ଦୁଇ ନାବାଳିକା ମୃତ୍ୟୁବରଣ କରିଛନ୍ତି। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲାକ୍ରିସ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ଦୁଇ ନାବଳିକାଙ୍କ ବୟସ ୧୦ ଓ ୧୨ ବର୍ଷ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ସମୟରେ ଦୁର୍ଯ୍ଯୋଧନ ମାଝୀଙ୍କ ଦୁଇ ଝିଅ ପରିବା ଚାଷ ଜମିରେ ଥିବା ପାଳ କୁଡିଆରେ ବିଶ୍ରାମ ନେଉଥିଲେ। ହେଲେ ସେହି ସମୟରେ ହଠାତ୍ କୁଡିଆରେ ନିଆଁ ଲାଗି ଯାଇଥିଲା। ଏପରିକି ସେହି ନାବାଳିକା ଦୁଇଜଣ ବାହାରକୁ ଆସିପାରିନଥିଲେ। ଯାହାଫଳରେ ନାବାଳିକା ଦ୍ୱୟ ଏହି ନିଆଁରେ ପୋଡି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କାଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।