ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଧିନସ୍ଥ ପାଣିଗାଁ ଛକରେ ଗତ ୪ ଜୁଲାଇ ୨୦୨୦ ରେ ଲୁଟ ଘଟଣା ରେ ପୋଲିସକୁ ସଫଳତା ମିଳିଥିବା ଜଣାପଡିଛି। ଏହି ଘଟଣାରେ ଜୁନାଗଡ ପୋଲିସ ୩ ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିବା ସହିତ ଚୋରୀ ସାମଗ୍ରୀ ଉଦ୍ଧାର କରିଥିବା ପ୍ରକାଶ। ଘଟଣା ଦିନ ପାଣିଗାଁ ଛକ ପାଖରେ ଜଣେ ମଟର ସାକେଲ ଆରୋହୀଙ୍କୁ ୩ ଜଣ ଦୁର୍ବୁତ ଏକ ଆପାଚି ମଟର ସାଇକେଲ ରେ ଆସି ଲୁଟ କରି ଫେରାର ହୋଇଯାଇଥିଲେ। ଜୁନାଗଡ ପୋଲିସ ଜୁନାଗଡ ଥାନା କେଶ ନଂ. ୧୮୭/୨୦୨୦ ଆଇପିସି ଧାରା ୩୯୪ ଅନୁସାରେ ଏକ କେଶ ରୁଜ୍ଜୁ କରି ଘଟଣାର ଅନୁସନ୍ଧାନ କରୁଥିଲେ। ଏହି ଘଟଣାରେ ଜୁନାଗଡ ପୋଲିସ ୩ ଜଣ ଦୁର୍ବୁତ୍ତଙ୍କୁ ଧରିବାରେ ସଫଳ ହେବା ସହ ତାଙ୍କ ଠାରୁ ନଗଦ ୫୫ଶହ ଟଙ୍କା, ଦୁଇଟି ମୋବାଇଲ ଫୋନ, ବାଜାଜ ମଟର ସାଇକେଲ ଓ ଏକ ବେଗ ଉଦ୍ଧାର କରିବା ସହିତ ଲୁଟ ଘଟଣାରେ ସଂଶ୍ଳିଷ୍ଟ ଥିବାଆପାଚି ମଟର ସାଇକେଲ ତଥା ଦୁଇଟି ଫୋନ ମଧ୍ୟ ଜବତ କରିଥିବା ଜୁନାଗଡ ଥାନା ଅଧରକାରୀ ଉତମ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ।
