Categories
ଆଜିର ଖବର ରାଜ୍ୟ ଖବର

ପଞ୍ଜୀକରଣ ବିନା ଟୀକାକରଣ କେନ୍ଦ୍ରକୁ ଯିବା ଲାଗି ବାରଣ କଲେ ବିଏମସି କମିଶନର

ଭୁବନେଶ୍ବର: ଟୀକାକରଣକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିଏମସି କମିଶନର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ବିନା ପଞ୍ଜୀକରଣରେ ଟୀକା କେନ୍ଦ୍ରକୁ ନଯିବା ପାଇଁ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି। ଫଳରେ ଟୀକା କେନ୍ଦ୍ରରେ ଅଯଥାରେ ଗହଳି ହେଉଛି। ଯଦ୍ୱାରା ଲୋକ ମାନଙ୍କ ମଧ୍ୟରେ ସାମାଜିକ ଦୁରତ୍ଵ ରହୁନି।

ବର୍ତ୍ତମାନ ୨୬ ଟି କେନ୍ଦ୍ରରେ ଟୀକାକରଣ ପାଇଁ ବ୍ୟବସ୍ଥା ହୋଇଛି। ଭିଡ କମାଇବା ପାଇଁ ଆଗକୁ ଟୀକା କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବାକୁ ଉଦ୍ୟମ ଜାରି ରହିଛି। ତେଣୁ ଯେଉଁମାନେ ପଞ୍ଜୀକରଣ କରି ନାହାନ୍ତି ସେମାନେ ପଞ୍ଜୀକରଣ କରିବାକୁ କମିଶନର ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଲକଡାଉନ ସମୟରେ ଜାରି ରହିବ ଟୀକାକରଣ ଏବଂ ଟେଷ୍ଟିଂ

ଭୁବନେଶ୍ବର: ରାଜ୍ୟରେ ୧୪ ଦିନିଆ ଲକଡାଉନ ଲାଗୁ ହେବ ପରେ ଲୋକଙ୍କ ମଧ୍ୟରେ ଟୀକାକରଣ ଏବଂ ଟେଷ୍ଟିଂକୁ ନେଇ ପ୍ରଶ୍ନ ଉଠିଛି। ଏହି ସମୟରେ ଟୀକାକରଣ ଏବଂ ଟେଷ୍ଟିଂ ଚାଲିବ କି ନାହିଁ ଲୋକମାନେ ଦ୍ଵନ୍ଦ୍ଵରେ ପଡ଼ିଛନ୍ତି। କିନ୍ତୁ ଏହାକୁ ନେଇ ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଦେଇଛନ୍ତି। ଏହି କଟକଣା ସମୟରେ ଟୀକାକରଣ ଏବଂ ଟେଷ୍ଟିଂ ପାଇଁ ଯାଉଥିବା ଲୋକଙ୍କ ପାଇଁ କୌଣସି କଟକଣା ରହିବ ନାହିଁ। ପ୍ରମାଣପତ୍ର ଦେଖାଇ ଲୋକେ ଟୀକା କେନ୍ଦ୍ର କିମ୍ବା ଟେଷ୍ଟିଂ ସେଣ୍ଟରକୁ ଯାଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ସମୟ ନିର୍ଦ୍ଧାରଣ କଲା ବିଏମସି

ଭୁବନେଶ୍ବର: ଭୁବନେଶ୍ବରରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ବିଏମସି ସମୟ ନିର୍ଦ୍ଧାରଣ କରିଛି। ଟୀକାକରଣକୁ ଦୁଇଟି ପର୍ଯ୍ୟାୟରେ ଭାଗ କରାଯାଇଛି।

ପ୍ରଥମ ଭାଗରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଥିଲା ବେଳେ ଦ୍ଵିତୀୟ ଭାଗରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି। ସକାଳ ୮ ଟା ରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ ହେବ। ଏବଂ ଅପରାହ୍ନ ୩ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟୀକା ଦିଆଯିବ।

ତେବେ ଟୀକାକରଣ ପାଇଁ ଭୁବନେଶ୍ବରରେ ୨୬ ଟି କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ଏନେଇ ବିଏମସି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଅପରପକ୍ଷରେ କୌଣସି ବ୍ୟକ୍ତି ପଞ୍ଜୀକରଣ ବିନା ଟୀକା ଦିଆଯିବ ନାହିଁ ବୋଲି ବିଏମସି କମିଶନର କହିଛନ୍ତି। ଯେଉଁମାନେ ପଞ୍ଜୀକରଣ କରିନାହାନ୍ତି, ସେମାନେ କୋୱିନ ପୋର୍ଟାଲରେ ପଞ୍ଜୀକରଣ କରି ଟୀକାକରଣରେ ସାମିଲ ହୁଅନ୍ତୁ ବୋଲି କମିଶନର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସଫଳ ହେଲା ତୃତୀୟ ପର୍ଯ୍ୟାୟ ଟୀକାକରଣର ଟ୍ରାଏଲ୍ ରନ୍: ପଞ୍ଜୀକରଣ କରିଥିବା ବ୍ୟକ୍ତି ୩ ରୁ ନେବେ ଟୀକା

ଭୁବନେଶ୍ଵର: ଭୁବନେଶ୍ଵରରେ ଚାଲିଥିବା ତୃତୀୟ ପର୍ଯ୍ୟାୟ ଟୀକାକରଣର ଟ୍ରାଏଲ୍ ରନ୍ ସଫଳ ହୋଇଛି। ଆଜି ଆଇଆରସି ଭିଲେଜ ମେଡିକାଲରୁ ଟ୍ରାଏଲ୍ ରନ୍ ଆରମ୍ଭ ହୋଇଥିଲା। ଏହି ଟ୍ରାଏଲ୍ ରନ୍ ରେ ୫୦ ଜଣ ଟୀକା ନେଇଥିଲେ।

ତେବେ ମେ ୩ ତାରିଖରୁ ୧୮ ରୁ ୪୪ ବର୍ଷ ବର୍ଗର ଟୀକାକରଣ ଆରମ୍ଭ ହେବ। ପଞ୍ଜୀକରଣ କରିଥିବା ବ୍ୟକ୍ତି ହିଁ କେବଳ ମେ’ ୩ ରୁ ଟୀକା ନେଇପାରିବେ। ଆଜି ଅପରାହ୍ନରୁ ସ୍ଲଟ ଅଫ ଆପଏଣ୍ଟ କରାଯିବାର ବ୍ୟବସ୍ଥା ହୋଇଛି। ପ୍ରଥମ ପର୍ଯ୍ୟାୟରେ ସବୁ ସରକାରୀ ହସ୍ପିଟାଲରେ ଟୀକାକରଣ କରାଯିବ। ଏକ ସାଙ୍ଗରେ ୪୫ ରୁ ଉର୍ଦ୍ଧ୍ଵ ଏବଂ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟୀକା ଦିଆଯିବ। ସେଥିପାଇଁ ଉଭୟ ବର୍ଗ ପାଇଁ ମେଡିକାଲରେ ଅଲଗା ଅଲଗା ବ୍ୟବସ୍ଥା କରାଯିବ। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୧୮ ରୁ ୪୪ ବର୍ଷର ଲୋକଙ୍କ ପାଇଁ ପହଞ୍ଚିଲା କୋଭାକ୍ସିନ: ସୋମବାରଠୁ ଆରମ୍ଭ ହେବ ଟୀକାକରଣ

ଭୁବନେଶ୍ବର: ଓଡିଶା କିଣିଥିବା ୧.୫ ଲକ୍ଷ କୋଭାକ୍ସିନ ଟୀକା ଡ଼ୋଜ ଭୁବନେଶ୍ବର ପହଞ୍ଚିଛି। ୧୮ ରୁ ୪୪ ବର୍ଷ ବର୍ଗର ଟୀକାକରଣ ପାଇଁ କୋଭାକ୍ସିନ ଭୁବନେଶ୍ବରରେ ପହଞ୍ଚିଛି। ରାତି ୯ ଟାରେ ଏହି ଟୀକା ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛି।

ତେବେ କେବଳ ଭୁବନେଶ୍ବର ମହାନଗର ଅଞ୍ଚଳରେ ଏହି ଟୀକା ଦିଆଯିବ ବୋଲି ସୂଚନା ରହିଥିବା ବେଳେ ମେ’ ୧ ତାରିଖରୁ କିଛି ସ୍ଥାନରେ ପରୀକ୍ଷାମୂଳକ ଭାବେ ଏହି ଟୀକା ଦିଆଯିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆସନ୍ତା ଦୁଇ ଦିନ ପାଇଁ ଟୀକାକରଣ ବନ୍ଦ: ଆଜି ପହଞ୍ଚିବ କୋଭାକ୍ସିନ ଟୀକା

ଭୁବନେଶ୍ବର: ଆସନ୍ତା ଦୁଇ ଦିନ ତଥା ଶନିବାର ଏବଂ ରବିବାର ଦିନ ଟୀକାକରଣ ବନ୍ଦ ରହିବ। ସପ୍ତାହନ୍ତ ସଟଡାଉନ ଯୋଗୁଁ ଶନିବାର ଏବଂ ରବିବାର ଦିନ ଟୀକାକରଣ ବନ୍ଦ ରହିବ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ତେବେ ଆଜି ଓଡ଼ିଶାକୁ ଟୀକା ଆସୁଥିବା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ମଧ୍ୟ ସୂଚନା ଦେଇଛନ୍ତି। ୧୮ ରୁ ୪୪ ବର୍ଷ ବର୍ଗର ଟୀକାକରଣ ପାଇଁ ଆଜି କିଛି କୋଭାକ୍ସିନ ଟୀକା ଆସୁଥିବା ନେଇ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ଟୀକା ଆସିବା ପରେ କେଉଁ ଦିନ ଟୀକାକରଣ ଆରମ୍ଭ ହେବ, ତାହା ନେଇ ସ୍ଥିର କରାଯିବ।

ବର୍ତ୍ତମାନ ଦ୍ଵିତୀୟ ଡୋଜ ଦେବା ପାଇଁ ଟୀକା ନଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ସେଥିପାଇଁ ଦ୍ଵିତୀୟ ଡୋଜ ପାଇଁ ଆଜି କେନ୍ଦ୍ରକୁ ଚିଠି ଲେଖାଯିବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ତୃତୀୟ ପର୍ଯ୍ୟାୟ ଟୀକାକରଣ: ପ୍ରଥମ ଦିନରେ ୧ କୋଟିରୁ ଉର୍ଦ୍ଧ୍ଵ ଲୋକ କଲେ ପଞ୍ଜୀକରଣ

ନୂଆଦିଲ୍ଲୀ: ଦେଶରେ ମେ’ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ପାଇଁ ଟୀକାକରଣ ଆରମ୍ଭ ହେବ। ସେଥିପାଇଁ କୋୱିନ ପୋର୍ଟାଲ ଏବଂ ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ ଲୋକଙ୍କୁ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପ୍ରଥମ ଦିନରେ ଟୀକାକରଣ ପାଇଁ ୧ କୋଟିରୁ ଉର୍ଦ୍ଧ୍ଵ ଲୋକ ପଞ୍ଜୀକରଣ କରିଛନ୍ତି।

ତେବେ ଟୀକା ନେବାକୁ ହେଲେ କେମିତି କୋୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ? ଜାଣନ୍ତୁ…

୧- cowin.gov.in ୱେବସାଇଟକୁ ଯାଇ ରେଜିଷ୍ଟର ବଟନ ଉପରେ ପ୍ରଥମେ କ୍ଲିକ କରିବେ

୨- ତାପରେ ଆପଣଙ୍କୁ ମୋବାଇଲ ନମ୍ବର ଦେବାକୁ ପଡିବ

୩- ଆପଣ ଦେଇଥିବା ନମ୍ବରକୁ ଗୋଟିଏ ଓଟିପି ଆସିବ ଏବଂ ପୋର୍ଟାଲରେ ଓଟିପି ଲେଖି ଭେରୀଫାଏ ବଟନକୁ କ୍ଲିକ କରିବେ

୪- ତାପରେ ଆପଣଙ୍କୁ ଏକ ଟୀକା ପଞ୍ଜୀକରଣ ଫର୍ମ ଆସିବ

୫- ଫର୍ମରେ ଦିଆଯାଇଥିବା ସମସ୍ତ ବିବରଣୀକୁ ପୂରଣ କରିବେ ଏବଂ ଫଟୋ ପରିଚୟ ପତ୍ର ଦେବେ

୬- ରୋଗରେ ଆକ୍ରାନ୍ତ ଥିଲେ ସେଥିରେ ଦର୍ଶାଇବାକୁ ପଡିବ

୭- ତଳେ ଥିବା ରେଜିଷ୍ଟର ବଟନକୁ କ୍ଲିକ କରି ନିଜର ନାମକୁ ପଞ୍ଜୀକରଣ କରିବେ

୮- ଏହାପରେ ଇଚ୍ଛାଅନୁଯାୟୀ ଟୀକା ନେବାର ତାରିଖ ଏବଂ ସ୍ଥାନକୁ ବାଛି ଲେଖିବେ

୯- ସେଥିରେ ଘରର ଅନ୍ୟ ସଦସ୍ୟଙ୍କ ନାମ ସାମିଲ କରିବାକୁ ଆବଶ୍ୟକ ଥିଲେ “ଆଡ ମୋର” ବଟନରେ କ୍ଲିକ କରି ପଞ୍ଜୀକରଣ କରନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆସନ୍ତାକାଲି ଏହି ସବୁ ଜିଲ୍ଲାରେ ବନ୍ଦ ରହିବ କୋଭିଡ଼ ଟୀକାକରଣ

ଭୁବନେଶ୍ବର: ଆସନ୍ତାକାଲି ୧୨ ଟି ଜିଲ୍ଲାରେ କୋଭିଡ଼ ଟୀକାକରଣ ବନ୍ଦ ରହିବା। ଖୋର୍ଦ୍ଧା, କଟକ, ପୁରୀ, କୋରାପୁଟ, ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର, ଭଦ୍ରକ, ବୌଦ୍ଧ, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା ଜିଲ୍ଲାରେ ଟୀକାକରଣ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟୀକା ଆସିଲେ ମେ’ ୧ ପରେ ଆରମ୍ଭ ହେବ ଟୀକାକରଣ: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ଵର: ମେ’ ୧ ତାରିଖରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛି। ରାଜ୍ୟକୁ ଟୀକା ଆସିଲେ ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କୁ ଟୀକା ଦିଆଯିବ। ଆଜି ରାଜ୍ୟକୁ ଆଉ ୯୦ ହଜାର କୋଭିସିଲ୍ଡ  ଟୀକା ଡୋଜ ଆସୁଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ୫୭ ଲକ୍ଷ ୪ ହଜାର ୯୧୬ ଜଣଙ୍କୁ ଟୀକା ଦିଆଯାଇଛି ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଶ୍ଚିମବଙ୍ଗରୁ ଓଡିଶା ଆସୁଥିବା ଟ୍ରେନ ଯାତ୍ରୀଙ୍କ ପାଇଁ ରେଳବାଇ ଜାରୀ କଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ବର: ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଯାତ୍ରୀମାନେ, ଯେଉଁମାନେ ଓଡ଼ିଶାର ଯେକୌଣସି ସ୍ଥାନକୁ ଟ୍ରେନ୍ ମାଧ୍ୟ୍ୟମରେ ଆସୁଛନ୍ତି, ସେମାନଙ୍କୁ ଓଡିଶା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ବାଧ୍ୟତାମୂଳକ ଭାବେ ୧୪ ଦିନ ସଂସ୍ଥାଗତ କିମ୍ବା ଦେୟଯୁକ୍ତ କ୍ଵାରେଣ୍ଟିନରେ ରହିବାକୁ ପଡିବ।

ଯେଉଁ ଯାତ୍ରୀମାନଙ୍କୁ ଦୁଇଟି ଡୋଜ ସଫଳତାର ସହିତ ଟୀକାକରଣ କରାଯାଇଛି କିମ୍ବା ଓଡିଶା ମଧ୍ୟକୁ ପ୍ରବେଶ କରିବାର ୪୮ ଘଣ୍ଟା ମଧ୍ୟରେ ଆରଟିପିସିଆର (RTPCR) ନେଗେଟିଭ ରିପୋର୍ଟ ପ୍ରମାଣପତ୍ର ଡରୁଛନ୍ତି, ସେମାନଙ୍କୁ ୧୪ ଦିନ ପରିବର୍ତ୍ତେ ୦୭ ଦିନ ପାଇଁ ଘରୋଇ କ୍ଵାରେଣ୍ଟଓଇନ ଅନୁମତି ଦିଆଯିବ। ଯଦି ଘରେ କ୍ଵାରେଣ୍ଟିନ ପାଇଁ କୌଣସି ଉପଯୁକ୍ତ ସୁବିଧା ନାହିଁ, ତେବେ ସେ ୭ ଦିନ ପାଇଁ ଅନୁଷ୍ଠାନ କିମ୍ବା ଦେୟଯୁକ୍ତ କ୍ଵାରେଣ୍ଟିନ ପାଇଁ ଚୟନ କରିପାରିବେ।

ଉପରୋକ୍ତ କୋଭିଡ -୧୯ ପ୍ରୋଟୋକଲ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଏବଂ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ତଥା ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶନାମା ଅନୁପାଳନ ନକଲେ ୭ ଦିନ ପାଇଁ ଅନୁଷ୍ଠାନିକ କ୍ଵାରେଣ୍ଟିନରେ ପରିଣତ ହେବ। କୋଭିଡ-୧୯ ପରିଚାଳନା କିମ୍ବା ନିର୍ବାଚନ ଡ୍ୟୁଟି ସହିତ ଜଡିତ ଜରୁରୀକାଳୀନ କାର‌୍ୟ୍ୟ ପାଇଁ ଆସୁଥିବା ଲୋକମାନେ ଏହି ଆଦେଶରୁ ମୁକ୍ତ ହେବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ୮ ଟି ଜିଲ୍ଲାରେ ଟୀକାଦାନ ବନ୍ଦ: ଆସନ୍ତାକାଲିଠୁ ହେବ ସ୍ଵାଭାବିକ

ଭୁବନେଶ୍ବର: ଆଜି ରାଜ୍ୟରେ ୮ ଟି ଜିଲ୍ଲାରେ ଟୀକାଦାନ ବନ୍ଦ ରହିଥିବା ବେଳେ  ୪୨୭ ଟି କେନ୍ଦ୍ରରେ ଆଜି ଟୀକାଦାନ ଜାରି ରହିଛି। ବର୍ତ୍ତମାନ ୩ ଲକ୍ଷ ୧ ହଜାର ଟୀକା ଓଡିଶାରେ ମହଜୁଦ ଅଛି। ଆଜି ଆଉ ୨ ଲକ୍ଷ ଟୀକା ଓଡ଼ିଶାକୁ ଆସୁଛି। ଆସନ୍ତାକାଲିଠାରୁ ଟୀକାକରଣ ପ୍ରକ୍ରିୟା ସ୍ଵଭାବିକ ହୋଇପାରେ  ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟକୁ ଆସିବ ଆଉ ୩ ଲକ୍ଷ କୋଭିସିଲ୍ଡ ଟୀକା

ଭୁବନେଶ୍ବର: ଆଜି ରାଜ୍ୟକୁ ଆଉ ୩ ଲକ୍ଷ କୋଭିସିଲ୍ଡ ଟୀକା ଆସିବ। ଗତକାଲି ୧୦୫୦ଟି  କେନ୍ଦ୍ରରେ ଟୀକା ଦାନ ଚାଲିଥିବା ବେଳେ ଆଜି ୭ ଶହଟି କେନ୍ଦ୍ରରେ ଟୀକାକରଣ ଜାରି ରହିବ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୪୮ ଲକ୍ଷ ୧୦ ହଜାର ୭୮୦ ଜଣ ଲୋକ ଟୀକା ଗ୍ରହଣ କରିଛନ୍ତି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟର ୫୦୦ କେନ୍ଦ୍ରରେ ଚାଲିଛି ଟୀକାକରଣ: ୧୧ ଟି ଜିଲ୍ଲାରେ ଟୀକାଦାନ ବାଧାପ୍ରାପ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ୫୦୦ ଟି କେନ୍ଦ୍ରରେ ଟୀକାକରଣ ଜାରି ରହିଛି। ଟୀକା ଅଭାବରୁ ୧୧ ଟି ଜିଲ୍ଲାରେ ଟୀକାକରଣ ପ୍ରକ୍ରିୟା ବନ୍ଦ ରହିଛି। କେନ୍ଦ୍ର ସରକାର କମ ଟୀକା ଦେଉଥିବାରୁ ଟୀକା ଦାନ ବାଧାପ୍ରାପ୍ତ ହେଉଛି। ଏଥିପାଇଁ ଗତକାଲି କେନ୍ଦ୍ରକୁ ଚିଠି ଲେଖାଯାଇଛି। ଆଜି ଆଉ ୨ ଲକ୍ଷ କୋଭିସିଲ୍ଡ ଟୀକା ଡ଼ୋଜ ଆସିବ। ଏନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ଆରମ୍ଭ ହେଲା କରୋନା ଟୀକାକରଣ, ଟୀକା ନେବା ପରେ କଣ କହିଲେ ଶୁଣନ୍ତୁ

ଭୁବନେଶ୍ବର, ଓଡିଶାରେ କରୋନା ଟୀକାକରଣ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ସଚିବଙ୍କ ଉପସ୍ଥିତିରେ କ୍ୟାପିଟାଲ ହସପିଟାଲରେ ଏହାର ଶୁଭାରମ୍ଭ କରାଯାଇଛି। ପ୍ରଥମ ଟୀକା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିଲା। ଏହାପରେ କ୍ୟାପିଟାଲ ହସପିଟାଲର ନିର୍ଦ୍ଦେଶକ ଡ.ଲକ୍ଷ୍ମୀଧର ସାହୁ ଟୀକା ନେଇଥିଲେ। ଟୀକା ପରେ ଉଭୟଙ୍କୁ କିଛି ସମୟ ପାଇଁ ଅବଜରଭେସନରେ ରଖାଯାଇଥିଲା।

ଏହାପରେ ନିର୍ଦ୍ଦେଶକ ବାହାରକୁ ଆସି ନିଜର ଅନୁଭବ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ସାଧାରଣ ଇଂଜେକସନ ନେଲେ ଯେପରି ଅନୁଭବ ହୁଏ ସେହିପରି ଲାଗିଲା। ଏଥିରେ କୌଣସି ନୂତନତ୍ବ ନାହିଁ। ଏହାପରେ କିଛି କଣ ହେବ ବୋଲି ଅବଜରଭେସନରେ ରଖାଯାଇଥିଲା। ହେଲେ ସେମିତି କିଛି ସାଇଡ ଇଫେକ୍ଟ ହେଲା ନାହିଁ। ବର୍ତ୍ତମାନ ସାଧାରଣ  ପରି ଲାଗୁଛି।

ସେ କହିଥିଲେ ଯେ, ଆମେ ଯେହେତୁ ଡାକ୍ତରୀ ସେବାରେ ଅଛୁ, ଆମେ ଜାଣିଛୁ ଯେ, ଏହି ଟୀକା କିପରି ପ୍ରସ୍ତୁତ ହୋଇଛି। ସେ ସଂପର୍କରେ ଆମେ ଅବଗତ ଅଛୁ। ତେଣୁ ଆମେ ନିଶ୍ଚିତ ହେଲୁ ଯେ, ଏହି ଟୀକା ନେବାରେ କିଛି ଅସୁବିଧା ନାହିଁ। ଏଥିସହିତ ସମସ୍ତଙ୍କୁ ଆମେ ଆହ୍ବାନ କରୁଛୁ ଯେ, ସମସ୍ତେ ଟୀକା ନିଅନ୍ତୁ। କରୋନା ମହାମାରୀକୁ ବିଶ୍ବରୁ ହଟାଇ ଦିଅନ୍ତୁ।

Categories
ବିଶେଷ ଖବର

ଟୀକାକରଣ ପାଇଁ ଓଡିଶା ପ୍ରସ୍ତୁତ: ଆଗାମୀ ଦୁଇ ମାସ ଅଧିକ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସଂପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍‌ ଶୀଘ୍ର ଶିକ୍ଷାନୁଷ୍ଠନ ଖୋଲିବାକୁ ଯାଉଛି। ତେଣୁ ଆଗାମୀ ୨ ମାସ ଆମକୁ ସତର୍କତାର ସହ ଚଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି।

ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ଟୀକାକରଣ ସଂପର୍କରେ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଇଂଲଣ୍ଡ ତଥା ଇଉରୋପରେ କୋଭିଡର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଯାଇଛି ଏବଂ କେତେକ ଦେଶରେ ଲକ୍‌ ଡାଉନ ମଧ୍ୟ ପୁଣି ଲାଗୁ କରାଗଲାଣି। ତେଣୁ ଆମକୁ ଅଧିକ ସତର୍କତାର ସହିତ କୋଭିଡ ଗାଇଡ ଲାଇନ ପାଳନ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କ ସହଯୋଗରେ ଆମେ କୋଭିଡ ସଂକ୍ରମଣକୁ ସଫଳ ଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ ନିୟନ୍ତ୍ରଣ କରିପାରିଛୁ। ଅଧିକାଂଶ ଜିଲ୍ଲା ଗ୍ରୀନ ଜୋନ୍‌ରେ ରହିଥିବା ବେଳେ ତୀଗ୍ର ସଂକ୍ରମଣ ପର୍ଯ୍ୟାୟ ଆମ ପାର୍‌ ହୋଇଯାଇଛୁ। ଏହି ସଫଳତା ପାଇଁ କଠିନ ପରିଶ୍ରମ କରିଥିବା ସ୍ବାସ୍ଥ୍ୟ କର୍ମୀ, ଡାକ୍ତର ଏବଂ ଆଗଧାଡିରେ ରହି କାମ କରୁଥିବା ସମସ୍ତ କୋଭିଡ ଯୋଦ୍ଧା ମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ଏବଂ ଖୁବ୍‌ଶୀଘ୍ର ଏ ପରିସ୍ଥିତିରୁ ଆମେ ମୁକୁଳି ପାରିବା ବୋଲି ଆଶାବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ଟୀକା ଲୋକଙ୍କ ଭିତରେ ବିପୁଳ ଆଶା ସଂଚାର କରିଛି। ଏହି ଟୀକା ଉତ୍ପାଦନରେ ଭାରତ ପୃଥିବୀର ଆଗୁଆ ଦେଶ ହୋଇଛି। ଏହି ଟୀକାକରଣ କାର୍ଯ୍ୟକ୍ରମକୁ ସଫଳ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ। ତେଣୁ ଟୀକା ସଂପର୍କରେ ଲୋକଙ୍କ ଭିତରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ଟୀକାକରଣ ଚଳିତ ବର୍ଷର ସବୁଠାରୁ ବଡ କାର୍ଯ୍ୟକ୍ରମ ହେବ।

ତେଣୁ ଏହାକୁ ସୂଚାରୁ ରୂପେ ସଂପାଦନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ସେହିପରି ଜୀବନଜୀବିକା କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ତଥାପି ଆର୍ଥିକ ଦୁର୍ବଳଶ୍ରେଣୀର ଲୋକଙ୍କ ଜୀବିକା ସୁରକ୍ଷା କରିବା ପାଇଁ ବହୁତ କିଛି କରିବାକୁ ଅଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ଏବଂ ଏ ସଂପର୍କରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ଦିଗରେ କାର୍ଯ୍ୟ କରିବାକୁ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଆଗାମୀ ମାସରେ ଏ ସଂପର୍କରେ ସମୀକ୍ଷା କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ କୋଭିଡ ନିୟନ୍ତ୍ରଣରେ ରାଜ୍ୟ ବର୍ତ୍ତମାନ ବହୁତ ଭଲ ସ୍ଥିତିରେ ରହିଛି . ଏବଂ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦୦୦ ମଧ୍ୟରେ ସୀମିତ ରହିଛି। ଜୀବନଜୀବିକା କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଶ୍ରୀ ମହାପାତ୍ର କହିଥଲେ।

ଟୀକାକରଣ ଏବଂ କୋଭିଡ ପରିସ୍ଥିତି ସଂପର୍କରେ ବିସ୍ତୃତ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଯେ ରାଜ୍ୟରେ ଆରୋଗ୍ୟ ହାର ବର୍ତ୍ତମାନ ପ୍ରାୟ ୯୯ ପ୍ରତିଶତରେ ପହଞ୍ଚିଥିବା ବେଳେ ଗତକାଲି ଠାରୁ ରାଜ୍ୟରେ କୋଭିଡରେ କୌଣସି ରୋଗୀଙ୍କର ମୃତ୍ୟୁ ହୋଇନାହିଁ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ ଗତ ଜୁନ୍‌ ୩୦ ତାରିଖରୁ ନିୟମିତ ଭାବରେ କୋଭିଡରେ ମୃତ୍ୟୁ ହୋଇଥିବା ରିପୋର୍ଟ ଆସୁଥିଲା। ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ମଧ୍ୟ ଅତ୍ୟନ୍ତ ଉତ୍ସାହଜନକ ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୦ ଲକ୍ଷ ଲୋକଙ୍କର କୋଭିଡ ପରୀକ୍ଷା କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଥିଲେ।

ଟୀକାକରଣ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶାବଳୀ ଅନୁସାରେ ଉଭୟ ଘରୋଇ ଓ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ୩,୨୮,୫୬୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ଟୀକାକରଣ ପାଇଁ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ପୋଲିସ, ମ୍ୟୁନିସପାଳଟି କର୍ମଚାରୀ ଏବଂ କୋଭିଡ କାର୍ଯ୍ୟରେ ନିୟୋଜିତ ରାଜସ୍ବ ବିଭାଗର କର୍ମଚାରୀ ମାନଙ୍କ ତାଲିକା ପ୍ରସ୍ତୁତି ଚାଲିଛି। ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଷ୍ଟିଅରିଂ କମିଟି ବୈଠକ ସଂପୂର୍ଣ୍ଣ ହୋଇଛି ବୋଲି ସେ ସୂଚନା ଦେଇଥିଲେ।

ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ, ସ୍କୁଲ-କଲେଜ ଖୋଲିବା ସଂପର୍କରେ ଏସଓପି ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି : ଜାଣନ୍ତୁ କିପରି ରହିଛି

ଭୁବନେଶ୍ବର : ରାଜ୍ୟରେ କରୋନା ଟିକାକରଣ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।  ଟିକାକରଣର ପ୍ରଥମ ପର୍ଯ୍ୟାୟରେ ତିନି ଲକ୍ଷ 20 ହଜାର ଲୋକଙ୍କୁ ଟିକା ଦିଆଯିବ। ଟିକାକରଣ ପାଇଁ 29,, 276 ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି। ଏହାସହିତ 8276 ଟିକାକର୍ମୀ ଏଥିପାଇଁ ନିୟୋଜିତ ହେବେ ବୋଲି ସେ କହିଛନ୍ତି। ସମସ୍ତଙ୍କ ଡାଟା ଅପଲୋଡ଼ ସରିଛି। ଟିକା ସଂରକ୍ଷଣ ପାଇଁ 1222 କୋଲ୍ଡ ଚେନ ରହିଛି । ଟୀକା ନେବା ଆଣିବା ପାଇଁ 1796 ଆଇଏଲଆର, 1771 ଫ୍ରିଜର ରହିଛି। ଗୋଟିଏ ରାଜ୍ୟସ୍ତରୀୟ ଟୀକାକରଣ ଷ୍ଟୋର ଥିବା ବେଳେ 9 ଟି ଆଞ୍ଚଳିକ ଓ 32 ଟି ଜିଲ୍ଲା ସ୍ତରୀୟ ଟିକା ଷ୍ଟୋର ରହିଛି। ପ୍ରତି ଟିକାକରଣ କେନ୍ଦ୍ରରେ 5 ଜଣଙ୍କୁ ନିୟୋଜିତ କରାଯିବ। ଟିକାକରଣ ସରିବା ପରେ 30 ମିନିଟ ନିରୀକ୍ଷଣରେ ରଖାଯିବ। ଟୀକାକରଣ ପରେ ସାର୍ଟିଫିକେଟ ଦିଆଯିବ ବୋଲି କୋଭିଡ଼ ଭାକ୍ସିନ୍‌ ଇନ୍‌ଚାର୍ଜ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।