Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ମୋର ବନ୍ଧୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣ ଘଟଣାରେ ଗଭୀର ଉଦବେଗ ପ୍ରକାଶ କରୁଛି। ଘଟଣାକୁ ତୀବ୍ର ନିନ୍ଦା କରୁଛି। ରାଜନୀତି ଓ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି।

ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ଓ ଆମେରିକୀୟ ଏବଂ ସେମାନଙ୍କ ପରିବାର ପାଇଁ ଆମର ପ୍ରାର୍ଥନା”

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଆତ୍ମସମର୍ପଣ କରିବେ ଆମରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ!, ଜାଣନ୍ତୁ କ’ଣ ରହିଛି ମାମଲା

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୧୬ ରେ ଏକ ଅବୈଧ ସମ୍ବନ୍ଧରେ ପର୍ଣ୍ଣ ଷ୍ଟାର ଡାନିଏଲ୍ସ ଷ୍ଟର୍ମଙ୍କୁ ନୀରବ ରହିବା ପାଇଁ ଓକିଲଙ୍କ ହାତରେ ପଇସା ପଠାଇଥିବା ଅଭିଯୋଗ କରିଛନ୍ତି। ନ୍ୟୁୟର୍କ ଗ୍ରାଣ୍ଡ ଜୁରି ଏହି ମାମଲାର ଶୁଣାଣି ବେଳେ ଟ୍ରମ୍ପଙ୍କ ବିରୋଧରେ ଅପରାଧିକ ମାମଲାକୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ଯଦି ଟ୍ରମ୍ପ ଆତ୍ମସମର୍ପଣ କରନ୍ତି ନା,ହିଁ ତେବେ ତାଙ୍କୁ ଗିରଫ କରାଯାଇପାରେ। ସୂଚନା ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ଆସନ୍ତା ସପ୍ତାହରେ ମଙ୍ଗଳବାର କୋର୍ଟରେ ଆତ୍ମସମର୍ପଣ କରିପାରନ୍ତି। ଏଥିପାଇଁ କୋର୍ଟର ଅଧିକାରୀଙ୍କ ସମ୍ମୁଖରେ ସେ ନିଜେ ହାଜର ହେବା ପାଇଁ ଉପସ୍ଥିତ ରହିବେ।

ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ପ୍ରଥମ କିମ୍ବା ପୂର୍ବତନ ରାଷ୍ଟ୍ରପତି ଯାହାଙ୍କ ଉପରେ ଅପରାଧିକ ମାମଲା ଦାୟର କରିବାକୁ ଅନୁମତି ଦିଆଯାଇଛି। ଏଥି ସହିତ ମ୍ୟାନହଟନ ଜିଲ୍ଲା ଓକିଲ ଆଲଭିନ୍ ବ୍ରେଗଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସେ ଆତ୍ମସମର୍ପଣ ଏବଂ ହାଜର ହେବା ସହିତ ଜଡିତ ଜିନିଷ ପାଇଁ ଟ୍ରମ୍ପଙ୍କ ଓକିଲଙ୍କ ସହ ଯୋଗାଯୋଗ କରିଥିଲେ।

ଡୋନାଲ୍ଡ ଟ୍ରମ୍ପ ଅଭିଯୁକ୍ତ ହେବା ପରେ ପରବର୍ତ୍ତୀ ପ୍ରକ୍ରିୟା ପାଇଁ ଅନେକ ପଦକ୍ଷେପ ନେବାକୁ ପଡ଼ିବ। କ୍ରାଇମବ୍ରାଞ୍ଚ ମାମଲାରେ ଫିଙ୍ଗର ପ୍ରିଣ୍ଟ ଏବଂ ଫଟୋଗ୍ରାଫ ନେବାକୁ ପଡିବ। ସେମାନଙ୍କୁ ନାମ ଏବଂ ଜନ୍ମ ତାରିଖ ସମ୍ବନ୍ଧୀୟ ସୂଚନା ବାଣ୍ଟିବାକୁ ପଡିବ। ସେମାନଙ୍କ ତରଫରୁ ମାମଲାକୁ ମଜବୁତ କରିବା ପାଇଁ ସେମାନଙ୍କୁ ନିଜ ପକ୍ଷ ଉପସ୍ଥାପନ କରିବାର ସ୍ଵାଧୀନତା ଦିଆଯିବ। ତେବେ କୌଣସି ଅଭିଯୁକ୍ତଙ୍କୁ ଅନେକ ଘଣ୍ଟା ଜେଲରେ ରଖାଯାଇଛି। ଏହାର ଅର୍ଥ ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଜେଲରେ ରହିବାକୁ ପଡ଼ିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ

ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟ ବନ୍ଦ ପରେ ମୋଦି ହେଲେ ବିଶ୍ବର ସର୍ବାଧିକ ଫଲୋ କରୁଥିବା ନେତା

ନୂଆଦିଲ୍ଲୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ଟୁଇଟର ବନ୍ଦ କରି ଦେବା ପରେ ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସ୍ଥାନ ନେଇଛନ୍ତି । ମୋଦୀ ବର୍ତ୍ତମାନ ବିଶ୍ବର ସର୍ବାଧିକ ଫଲୋ କରୁଥିବା ନେତା ଭାବେ ପରିଗଣିତ ହୋଇଛନ୍ତି। କାରଣ ସର୍ଭେ ଅନୁସାରେ ଡୋନାଲ୍ଡ ଟ୍ରମ୍ଫଙ୍କୁ ବିଶ୍ବରେ ସର୍ବାଧିକ ୟୁଜରସ ଫଲୋ କରୁଥିଲେ। ଏହାପରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟ ବନ୍ଦ ହେବା ପୂର୍ବରୁ ତାଙ୍କର ଫଲୋଅର ସଂଖ୍ୟା 88.7 ମିଲିୟନ ଅର୍ଥାତ 8 କୋଟି 87 ଲକ୍ଷ ଥିଲା। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଫଲୋଅର 64.7 ମିଲିୟନ ବା 6 କୋଟି 47 ଲକ୍ଷ ଅଛନ୍ତି। ବର୍ତ୍ତମାନ ଟ୍ରମ୍ପଙ୍କ ଆକାଉଣ୍ଟ ବନ୍ଦ ପରେ ମୋଦି ଟୁଇଟର ରାଷ୍ଟ୍ରାଧ୍ୟକ୍ଷ ଭାବେ ବିବେଚିତ ହୋଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ହିଂସା ବଢିବା ଆଶଙ୍କାରେ ବନ୍ଦ ହେଲା ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ବନ୍ଦ କରାଯାଇଛି। ଆମେରିକାରେ ହିଂସା ବଢିବା ଆଶଙ୍କା କରି ଟ୍ରମ୍ଫଙ୍କ ଆକାଉଣ୍ଟ ବନ୍ଦ କରାଯାଇଛି। ପୂର୍ବରୁ ତାଙ୍କ ଟ୍ୱିଟର ଆକାଉଣ୍ଟ କିଛି ଘଣ୍ଟା ପାଇଁ ବନ୍ଦ ହୋଇଥିଲା। ତେବେ ଏଥର ସ୍ଥାୟୀ ଭାବେ ଆକାଉଣ୍ଟକୁ ବନ୍ଦ କରିପାରେ ବୋଲି ଚେତାବନୀ ଦିଆଯାଇଛି। ଟ୍ୱିଟରର ଏପରି ନିଷ୍ପତ୍ତିରେ ଟ୍ରମ୍ପଙ୍କ କ୍ୟାମ୍ପେନ୍ ଆଡ୍‌ଭାଇଜର ଜୈସନ ମିଲର ଟ୍ୱିଟ୍ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବୁଧବାର ଦିନ ଫେସବୁକ ମଧ୍ୟ ନିୟମ ଉଲଙ୍ଘନ ଅଭିଯୋଗ ଆଣି ଟ୍ରମ୍ପଙ୍କ ପେଜକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ବ୍ଲକ୍ କରିଥିଲା।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର

ନିର୍ବାଚନରେ ହାରିଛନ୍ତି ବୋଲି ମାନିଲେ ଡୋନାଲ୍ଡ ଟ୍ରମ୍ପ, କିନ୍ତୁ ସେ ଯାହା କହିଲେ ତାକୁ ନେଇ ଚାରିଆଡେ ଚର୍ଚ୍ଚା

ୱାସିଂଟନ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ହାରିଛନ୍ତି ବୋଲି ରବିବାର ଦିନ ସ୍ବୀକାର କରିଛନ୍ତି। ହେଲେ ସେ କହିଛନ୍ତି ଯେ ଡେମୋକ୍ରାଟିକ ଦଳର ଜୋ ବିଡନେ ଭୋଟ ଜାଲିୟାତି କରି ଜିତିଛନ୍ତି। ତାଙ୍କର ଜିତିବା ଆମେରିକା ବାସୀଙ୍କ ପାଇଁ ଏକ ଧକ୍କା ବୋଲି ଟ୍ରମ୍ପ କହିଛନ୍ତି। ଏହାକୁ ନେଇ ଆମେରିକା ରାଜନୀତିରେ ଜୋରଦାର ଚର୍ଚ୍ଚା ଚାଲିଛି।

ନିର୍ବାଚନ ଫଳାଫଳ ଆସିବା ପରେ ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକାରେ ଏକ ବଡ ରାଲି କରିଥିଲେ। ଏହି ରାଲିରେ ତାଙ୍କ ସମର୍ଥକମାନେ ବିଡେନଙ୍କୁ ଦୋଷାରୋପ କରିଥିଲେ। ଜୋ ବିଡେନଙ୍କୁ ଚୋରୀ କରିବା ପରିତ୍ୟାଗ କରନ୍ତୁ ବୋଲି ସ୍ଲୋଗାନ ଦେଇଥିଲେ। ତେବେ ଏହି ରାଲିକୁ ନିଜେ ରାଷ୍ଟ୍ରପତି ଅନୁମତି ପ୍ରଦାନ କରିବାକୁ ନେଇ ଡେମୋକ୍ରାଟିକ ଦଳ ସମାଲୋଚନା କରିଛି।

ଆମେରିକାର ନିର୍ବାଚନ ଫଳାଫଳ ଗତ ଶୁକ୍ରବାର ଦିନ ଘୋଷଣା କରାଯାଇଥିଲା। ଏଥିରେ ଡେମୋକ୍ରାଟିକ ପ୍ରାର୍ଥି ଜୋ ବିଡେନ 306 ଭୋଟ ପାଇଥିବା ବେଳେ ଡୋନାଲ୍ଡ ଟ୍ରମ୍ପ ପାଇଥିଲେ ମାତ୍ର 232 ଖଣ୍ଡ ଭୋଟ। ନିର୍ବାଚନ ଜିତିବା ପାଇଁ 270 ଭୋଟର ଆବଶ୍ୟକ ଥିବା ବେଳେ ବିଡେନ ତାଠାରୁ ଯଥେଷ୍ଠ ଅଧିକ ଭୋଟ ହାସଲ କରିଛନ୍ତି। ବିଡେନଙ୍କୁ ସରକାରୀ ଭାବେ ବିଜୟ ଘୋଷଣା ମଧ୍ୟ କରାଗଲା। ଏହାପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ବିଶ୍ବ ନେତାମାନେ ବିଡେନଙ୍କୁ ଅଭିନନ୍ଦନ ମଧ୍ୟ ଦେଲେ।

ହେଲେ ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ କିନ୍ତୁ ଏହି ଘୋଷଣାକୁ ମାନିବାକୁ ନାରାଜ ରହିଲେ। ବିଡେନଙ୍କ ବିଜୟ ବିରୋଧରେ ଟ୍ରାମ୍ପ ସୁପ୍ରିମକୋର୍ଟରେ ମାମଲା ମଧ୍ୟ ଦାୟର କଲେ। ଫଳରେ ଆମେରିକାରେ ନୂଆ ରାଷ୍ଟ୍ରପତିଙ୍କ ଶପଥ ନେଇ ଦ୍ବନ୍ଦ ସୃଷ୍ଟି ହେଲା। ଏପରିକି ଟ୍ରମ୍ପ ଦାୟିତ୍ବ ହସ୍ତାନ୍ତର କରିବା ପାଇଁ ମଧ୍ୟ କୌଣସି ଲକ୍ଷଣ ପରିଲକ୍ଷିତ ହେଲା ନାହିଁ।

ବର୍ତ୍ତମାନ ଟ୍ରମ୍ପ ପରାଜୟକୁ ସ୍ବୀକାର ସିନା କରିଛନ୍ତି ହେଲେ ସେ ଦାୟିତ୍ବ ହସ୍ତାନ୍ତର କରିବେ କି ନାହିଁ ଘୋଷଣା କରି ନାହାଁନ୍ତି। ଏପରିକି ବିଡେନଙ୍କ ବିଜୟ ବିରୋଧରେ କରିଥିବା ମାମଲାକୁ ପ୍ରତ୍ୟାହର କରିବେ କି ନାହିଁ ଜଣାପଡି ନାହିଁ। ତେବେ ସୋମବାର ଦିନ ଏହା ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।