Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟ୍ରେନ୍ ଦୁର୍ଘଟଣାରେ କାର୍ଯ୍ୟାନୁଷ୍ଠାନ!, ହଟିଲେ ଦକ୍ଷିଣ ପୂର୍ବ ରେଳର ଜେନେରାଲ ମ୍ୟାନେଜର

ଭୁବନେଶ୍ଵର: ବାହାନଗା ରେଳ ଦୁର୍ଘଟଣାକୁ ନେଇ ଏକ ବଡ ଖବର ଆସିଛି। ଜୁନ୍ ୨ ତାରିଖରେ ଘଟିଥିବା ଏହି ଦୁଃଖଦ ଟ୍ରେନ୍ ଦୁର୍ଘଟଣା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶୁକ୍ରବାର ଦିନ ଦକ୍ଷିଣ ପୂର୍ବ ରେଳବାଇର ଜେନେରାଲ୍ ମ୍ୟାନେଜରଙ୍କୁ ହଟାଇ ଦିଆଯାଇଛି। ତାଙ୍କୁ ଏକ ନୂତନ ଦାୟିତ୍ଵ ଦିଆଯାଇଛି। ଦକ୍ଷିଣ ପୂର୍ବ ରେଳର ନୂତନ ଜେନେରାଲ ମ୍ୟାନେଜର ଭାବେ ଅନିଲ କୁମାର ମିଶ୍ରଙ୍କ ନିଯୁକ୍ତିକୁ କ୍ୟାବିନେଟର ନିଯୁକ୍ତି କମିଟି ଅନୁମୋଦନ କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶାଲିମାର ଷ୍ଟେସନ ଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ପ୍ରଭାବିତ ହେବ ଏହି ସବୁ ଟ୍ରେନ

ଭୁବନେଶ୍ଵର: ଦକ୍ଷିଣ ପୂର୍ବ ରେଳର ଖଡ଼ଗପୁର ରେଳ ମଣ୍ଡଳ ଅନ୍ତର୍ଗତ ହାଓଡ଼ା ନିକଟବର୍ତ୍ତୀ ଶାଲିମାର ରେଳ ଷ୍ଟେସନ ୟାର୍ଡର ପୁନଃ ନିର୍ମାଣ ସହିତ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଶାଲିମାର ଷ୍ଟେସନରେ ଟ୍ରେନ ଚଳାଚଳ ପାଇଁ ଆଂଶିକ ପ୍ରତିବନ୍ଧକୁ ଅନୁମତି ଦିଆଯାଇଛି। ୟାର୍ଡ଼ ପୁନଃ ନିର୍ମାଣ କାର୍ଯ୍ୟରେ ନନ-ଇଣ୍ଟର ଲକିଂ ଏବଂ ସୁରକ୍ଷିତ ଟ୍ରେନ୍ ଚଳାଚଳ ପାଇଁ ସିଗନାଲ୍ ସିଷ୍ଟମର ସ୍ଥାପନ ଅନ୍ତର୍ଭୁକ୍ତ ଅଟେ।  ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୁରୀ ଏବଂ ସମ୍ବଲପୁରରୁ ଉତ୍ପନ୍ନ କିଛି ଟ୍ରେନ୍ କୁ ସାମୟିକ ବାତିଲ୍ କରାଯାଉଥିବାବେଳେ କିଛି ଟ୍ରେନ କୁ ସନ୍ତ୍ରାଗାଛି ଓ ଶାଲିମର ମଧ୍ୟରେ ନିମ୍ନ ମତେ ବାତିଲ କରାଯାଉଅଛି …

ବାତିଲ୍ ହେଉଥିବା ଟ୍ରେନ୍:

12888 / 12887 ପୁରୀ-ଶାଲିମାର-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ପୁରୀରୁ 15 ଜାନୁୟାରୀ 2023 ରେ ଏବଂ ଶାଲିମାରରୁ 16 ଜାନୁୟାରୀ 2023 ଦିନ ବାତିଲ ହୋଇ ରହିବ।

20832 / 20831 ସମ୍ବଲପୁର-ଶାଲିମାର-ସମ୍ବଲପୁର ସୁପରଫାଷ୍ଟ ଏକ୍ସପ୍ରେସ 12 ଏବଂ 15 ଜାନୁୟାରୀ 2023 ରେ ସମ୍ବଲପୁରରୁ ଏବଂ 13 ଏବଂ 16 ଜାନୁୟାରୀ 2023 ରେ ଶାଲିମାରରୁ ବାତିଲ ହୋଇ ରହିବ।

12896/12895 ପୁରୀ-ଶାଲିମାର-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ 12 ଜାନୁଆରୀ 2023 ରେ ପୁରୀରୁ ଏବଂ 13 ଜାନୁଆରୀ 2023 ରେ ଶାଲିମାରରୁ ବାତିଲ ରହିବ।

22804 / 22803 ସମ୍ବଲପୁର-ଶାଲିମାର-ସମ୍ବଲପୁର ସୁପରଫାଷ୍ଟ ଏକ୍ସପ୍ରେସ 13 ଜାନୁଆରୀ 2023 ରେ ସମ୍ବଲପୁରରୁ ଏବଂ 14 ଜାନୁଆରୀ 2023 ରେ ଶାଲିମାରରୁ ବାତିଲ ହୋଇ ରହିବ।

ଆଂଶିକ ବାତିଲ୍ ହେବାକୁଥିବା ଟ୍ରେନ୍:

A. 18410 ପୁରୀ – ଶାଲିମାର ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ 12 ରୁ 15 ଜାନୁୟାରୀ 2023 ମଧ୍ୟରେ ସାନ୍ତ୍ରାଗଛି ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ସାନ୍ତ୍ରାଗଛିରୁ ଶାଲିମାର ପର୍ଯ୍ୟନ୍ତ ବାତିଲ ରହିବ।

B.12822 / 12821 ପୁରୀ-ଶାଲିମାର-ପୁରୀ ଧଉଳୀ ଏକ୍ସପ୍ରେସ 13 ରୁ 16 ଜାନୁୟାରୀ 2023 ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ପୁରୀ ଏବଂ ସାନ୍ତ୍ରାଗଛି ମଧ୍ୟରେ ଚଳାଚଳ କରିବ ଏବଂ ସାନ୍ତ୍ରାଗଛି ଓ ଶାଲିମାର ମଧ୍ୟରେ ବାତିଲ ରହିବ।

Categories
ଆଜିର ଖବର ଜାତୀୟ ଖବର

ରେଳବାଇରେ ୧୭୦୦ରୁ ଅଧିକ ପଦବୀ ପାଇଁ ନିଯୁକ୍ତି, ଜାଣନ୍ତୁ କେଉଁମାନେ କରିପାରିବେ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ ରେଳବାଇରେ କାମ କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ। ଦକ୍ଷିଣ ପୂର୍ବ ରେଳ ଅଧୀନରେ ବମ୍ପର ପଦବୀ ପାଇଁ ରେଳବାଇ ନିଯୁକ୍ତି ସୁଯୋଗ ଆଣିଛି। ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥୀମାନେ ଆବେଦନ କରିବାକୁ ଅଫିସିଆଲ୍ ସାଇଟ୍ http://www.rrcser.co.in/ ପରିଦର୍ଶନ କରିବାକୁ ପଡିବ। ଆବେଦନ କରିବାର ଶେଷ ତାରିଖ ଫେବୃଆରୀ 2, 2023 ଭାବରେ ସ୍ଥିର କରାଯାଇଛି। ପ୍ରାର୍ଥୀମାନେ ଏଠାରେ ଉଲ୍ଲେଖ କରାଯାଇଥିବା ପଦକ୍ଷେପ ମାଧ୍ୟମରେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ।

ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ରେଳବାଇରେ 1785 ଅପରେଣ୍ଟିସ୍ ପଦବୀରେ ନିଯୁକ୍ତି କରାଯିବ। ଫିଟର, ଟର୍ନର, ଇଲେକ୍ଟ୍ରିସିଆନ, ୱେଲଡର୍, ମେକାନିକ୍, ପେଣ୍ଟର୍, ରେଫ୍ରିଜରେଟର ଏବଂ ଏସି ମେକାନିକ୍, ଇଲେକ୍ଟ୍ରୋନିକ୍ସ ଏବଂ ମେକାନିକ୍ ଟ୍ରେଡ ପାଇଁ ଏହି ନିଯୁକ୍ତି ବାହାରିଛି। ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ଆଇଟିଆଇ କିମ୍ବା ସମାନ ପାଠ୍ୟକ୍ରମରେ ଅତି କମରେ 50 ପ୍ରତିଶତ ମାର୍କ ସହିତ କ୍ଲାସ୍ 10, ଯୁକ୍ତ ୨ ଏବଂ ସମ୍ବଧିତ ଟ୍ରେଡ ପାସ୍ କରିଥିବା ଆବଶ୍ୟକ। ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ 15 ରୁ 24 ବର୍ଷ ମଧ୍ୟରେ ହେବା ଉଚିତ୍।

ଏହି ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡିବ। ପ୍ରାର୍ଥୀଙ୍କୁ ଫି ହିସାବରେ 100 ଟଙ୍କା ଦେବାକୁ ପଡିବ। ଏଥି ସହିତ, SC / ST / PWD / ମହିଳା ପ୍ରାର୍ଥୀମାନେ ଫି ପେମେଣ୍ଟରୁ ମୁକ୍ତ ଅଟନ୍ତି। ପ୍ରାର୍ଥୀମାନଙ୍କର ଅନ୍ତିମ ଚୟନ ଯୋଗ୍ୟତା ଆଧାରରେ କରାଯିବ। ମନୋନୀତ ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ।

କିପରି ଆବେଦନ କରିବେ?:

1: ରେଳବାଇ ନିଯୁକ୍ତି ସେଲର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ।

2: ଏହା ପରେ ନିଯୁକ୍ତି ଟ୍ୟାବ୍ ଅନ୍ତର୍ଗତ ଦିଆଯାଇଥିବା ଆବେଦନ ଲିଙ୍କରେ କ୍ଲିକ୍ କରନ୍ତୁ।

3: ତା’ପରେ ପ୍ରାର୍ଥୀମାନେ ଆବେଦନ ଫର୍ମରେ ପଚରାଯାଇଥିବା ସମସ୍ତ ବ୍ୟକ୍ତିଗତ ବିବରଣୀ ପ୍ରବେଶ କରିବେ।

4: ବର୍ତ୍ତମାନ ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ଫର୍ମ ଦାଖଲ କରନ୍ତୁ।

5: ଶେଷରେ, ଆବେଦନ ଫର୍ମ ଦାଖଲ କରିବା ପରେ, ପ୍ରାର୍ଥୀ ମଧ୍ୟ ଏଥିରୁ ଏକ ପ୍ରିଣ୍ଟ୍ ବାହାର କରିରଖିପାରିବେ।