Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ନିର୍ବାଚନ ବଣ୍ଡ ମାମଲା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିରୋଧରେ ଥିବା ମାମଲାକୁ ସ୍ଥଗିତ ରଖିଲେ କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ: ନିର୍ବାଚନ ବଣ୍ଡ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅନ୍ୟମାନଙ୍କ ବିରୋଧରେ ହୋଇଥିବା ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ସ୍ଥଗିତ ରଖିଛନ୍ତି। ଅଧିକ ତଦନ୍ତ ପାଇଁ ଏହାକୁ ଅକ୍ଟୋବର ୨୨ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ପୂର୍ବତନ ରାଜ୍ୟ ବିଜେପି ସଭାପତି ନାଲିନ୍ କୁମାର କେଟେଲଙ୍କ ଦ୍ୱାରା ଏହି ଆବେଦନ କରାଯାଇଥିଲା।

ଜଷ୍ଟିସ୍ ଏମ ନାଗପ୍ରସାନ୍ନା ମଧ୍ୟବର୍ତ୍ତୀକାଳୀନ ଆଦେଶ ପାସ କରି କହିଛନ୍ତି ଯେ ଏହା ଅଭିଯୋଗକାରୀଙ୍କ ମାମଲା ନୁହେଁ ଯେ ତାଙ୍କୁ କୌଣସି ସମ୍ପତ୍ତିରେ ଭାଗ ନେବାକୁ ଧମକ ଦିଆଯାଇଛି। କୋର୍ଟ କହିଛନ୍ତି ଯେ, ଏହି ମାମଲାରେ ଅଭିଯୋଗକାରୀ ଯଦି ସେ  ଧାରା ୩୮୪ ଯାହା ବଳ ପ୍ରୟୋଗ ପାଇଁ ଦଣ୍ଡକୁ ସାମନାକୁ ଆଣିଛନ୍ତି। ତେବେ ଧାରା ୩୮୩ ଅନୁଯାୟୀ ଜଣେ ସୂଚନାଯୋଗ୍ୟ ହେବା ଉଚିତ, ଯାହା ଆବେଦକାରୀ ନୁହଁନ୍ତି ବୋଲି କୋର୍ଟ ଦର୍ଶାଇଛନ୍ତି।

ଅନ୍ୟ ଅଭିଯୋଗକାରୀ ଆଦର୍ଶ ଆର ଆଇୟର, ଯେ କି ଜନ ଅଧିକାର ସଂଘର୍ଷ ପରିଷଦ ନାମିତ ଏକ ସଂଗଠନର ସହ-ସଭାପତି ଅଛନ୍ତି ସେ ଆଇପିସି ଧାରା ୧୨୦ (ଖ) ଏବଂ ୩୮୪ ଅନୁଯାୟୀ ଅପରାଧିକ ଷଡଯନ୍ତ୍ର ଏବଂ ଚୋରା କାରବାର କରିଥିବା ଅଭିଯୋଗ କରିଛନ୍ତି। ହେଲେ କୋର୍ଟ କହିଛନ୍ତି ଏହା ହେଉଛି ଜଣେ ଭୟରେ ତାଙ୍କର ସଂପତ୍ତି କାହାକୁ ବିକ୍ରି କରିବା ମାମଲା।

ତେବେ କୋର୍ଟ କହିଛନ୍ତି ଏହି କ୍ଷେତ୍ରରେ ଅଭିଯୋଗକାରୀଙ୍କ ଉପରେ କେହି ବଳ ପ୍ରୟୋଗ କରି କୌଣସି ସଂପତ୍ତି ହରଣଚାଲ କରି କେହି ନେଇ ଯାଇଛନ୍ତି। ତେବେ ଅଭିଯୋଗକାରୀ ଧାରା ୩୮୩ ର ଉପାଦାନ ଅନୁଯାୟୀ ଅନୁସନ୍ଧାନ କରିବାର ନିୟମ ରହିଛି ସେହି ଅନୁସାରେ ଅଧିକ ତଦନ୍ତ ପରେ ଏହା ବିଚାର କରାଯିବ।

Categories
ଆଜିର ଖବର ଜାତୀୟ ଖବର

ଆଜି ଏନପିଏସ ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ ୨୦୨୪-୨୫ରେ ଘୋଷଣା ଅନୁଯାୟୀ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ଏନପିଏସ ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ସ୍କୁଲ ପିଲାମାନେ ମଧ୍ୟ ସାମିଲ ହେବେ।

କେନ୍ଦ୍ର ଅର୍ଥମନ୍ତ୍ରୀ ଏନପିଏସ ବାତ୍ସଲ୍ୟକୁ ସବସ୍କ୍ରାଇବ୍‌ ବା ଗ୍ରାହକ ପଞ୍ଜୀକରଣ, ଯୋଜନା ପ୍ରଚାର ପୁସ୍ତିକା ଜାରି କରିବା ଏବଂ ନୂତନ ଅପ୍ରାପ୍ତ ବୟସ୍କ ଗ୍ରାହକଙ୍କୁ ସ୍ଥାୟୀ ଅବସର ଖାତା ନମ୍ବର (ପ୍ରାନ୍‌) କାର୍ଡ ବଣ୍ଟନ ପାଇଁ ଏକ ଅନଲାଇନ୍ ପ୍ଲାଟଫର୍ମର ଶୁଭାରମ୍ଭ କରିବେ।

ନୂଆଦିଲ୍ଲୀରେ ଏହାର ଶୁଭାରମ୍ଭ ଅବସରରେ ଦେଶର ପ୍ରାୟ ୭୫ଟି ସ୍ଥାନରେ ଏକକାଳୀନ ଏନପିଏସ୍ ବାତ୍ସଲ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଭିଡିଓ କନଫରେନ୍ସିଂ ଜରିଆରେ ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ଏବଂ ସେହିସବୁ ସ୍ଥାନରେ ନୂତନ ଅପ୍ରାପ୍ତ ବୟସ୍କ ଉପଭୋକ୍ତାଙ୍କୁ ପ୍ରାନ୍‌ ସଦସ୍ୟତା ବିତରଣ କରାଯିବ।

ଏନପିଏସ ବାତ୍ସଲ୍ୟ ଦ୍ୱାରା ଅଭିଭାବକମାନେ ପେନସନ ଆକାଉଣ୍ଟରେ ନିବେଶ କରି ନିଜ ପିଲାଙ୍କ ଭବିଷ୍ୟତ ପାଇଁ ସଞ୍ଚୟ କରିପାରିବେ ଏବଂ ଚକ୍ରବୃଦ୍ଧି ସୁବିଧା ସହିତ ଦୀର୍ଘମିଆଦୀ ସମ୍ପତ୍ତି ସୁନିଶ୍ଚିତ କରିପାରିବେ। ଏନପିଏସ ବାତ୍ସଲ୍ୟ ନମନୀୟ ବିନିଯୋଗ ଏବଂ ନିବେଶ ବିକଳ୍ପ ପ୍ରଦାନ କରିଥାଏ, ଯାହା ପିତାମାତାଙ୍କୁ ପିଲାଙ୍କ ନାମରେ ବାର୍ଷିକ ୧,୦୦୦ ଟଙ୍କା ନିବେଶ କରିବାକୁ ଅନୁମତି ଦେଇଥାଏ, ଫଳରେ ଏହା ସମସ୍ତ ଆର୍ଥିକ ପୃଷ୍ଠଭୂମିର ପରିବାର ପାଇଁ ଉପଲବ୍ଧ ହୋଇଥାଏ।

ପିଲାଙ୍କ ଆର୍ଥିକ ଭବିଷ୍ୟତ ସୁରକ୍ଷିତ କରିବା ଦିଗରେ ଏହି ନୂତନ ପଦକ୍ଷେପ ଶୀଘ୍ର ଆରମ୍ଭ କରିବା ପାଇଁ ପ୍ରସ୍ତୁତ କରାଯାଇଛି, ଯାହା ଭାରତର ପେନସନ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପେନସନ ପାଣ୍ଠି ନିୟାମକ ଏବଂ ଉନ୍ନୟନ କର୍ତ୍ତୃପକ୍ଷ (ପିଏଫଆରଡିଏ) ଅଧୀନରେ ଏହି ଯୋଜନା ପରିଚାଳିତ ହେବ।

ଏନ୍‌ପିଏସ୍ ବାତ୍ସଲ୍ୟର ଶୁଭାରମ୍ଭ ସମସ୍ତଙ୍କ ପାଇଁ ଦୀର୍ଘମିଆଦୀ ଆର୍ଥିକ ଯୋଜନା ଏବଂ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ଲାଗି ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଭାରତର ଭବିଷ୍ୟତ ପିଢ଼ିକୁ ଆର୍ଥିକ ଦୃଷ୍ଟିରୁ ଅଧିକ ସୁରକ୍ଷିତ ଓ ସ୍ୱାଧୀନ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ।

Categories
ଆଜିର ଖବର ଜାତୀୟ ଖବର

୧୮ ରେ ଏନପିଏସ ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ ୨୦୨୪-୨୫ରେ ଘୋଷଣା ଅନୁଯାୟୀ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ୧୮ ସେପ୍ଟେମ୍ବର ୨୦୨୪ରେ ନୂଆଦିଲ୍ଲୀରେ ଏନପିଏସ ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ସ୍କୁଲ ପିଲାମାନେ ମଧ୍ୟ ସାମିଲ ହେବେ।

କେନ୍ଦ୍ର ଅର୍ଥମନ୍ତ୍ରୀ ଏନପିଏସ ବାତ୍ସଲ୍ୟକୁ ସବସ୍କ୍ରାଇବ୍ ବା ଗ୍ରାହକ ପଞ୍ଜୀକରଣ, ଯୋଜନା ପ୍ରଚାର ପୁସ୍ତିକା ଜାରି କରିବା ଏବଂ ନୂତନ ଅପ୍ରାପ୍ତ ବୟସ୍କ ଗ୍ରାହକଙ୍କୁ ସ୍ଥାୟୀ ଅବସର ଖାତା ନମ୍ବର (ପ୍ରାନ୍) କାର୍ଡ ବଣ୍ଟନ ପାଇଁ ଏକ ଅନଲାଇନ୍ ପ୍ଲାଟଫର୍ମର ଶୁଭାରମ୍ଭ କରିବେ।
ନୂଆଦିଲ୍ଲୀରେ ଏହାର ଶୁଭାରମ୍ଭ ଅବସରରେ ଦେଶର ପ୍ରାୟ ୭୫ଟି ସ୍ଥାନରେ ଏକକାଳୀନ ଏନପିଏସ୍ ବାତ୍ସଲ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଭିଡିଓ କନଫରେନ୍ସିଂ ଜରିଆରେ ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ଏବଂ ସେହିସବୁ ସ୍ଥାନରେ ନୂତନ ଅପ୍ରାପ୍ତ ବୟସ୍କ ଉପଭୋକ୍ତାଙ୍କୁ ପ୍ରାନ୍ ସଦସ୍ୟତା ବିତରଣ କରାଯିବ।

ଏନପିଏସ ବାତ୍ସଲ୍ୟ ଦ୍ୱାରା ଅଭିଭାବକମାନେ ପେନସନ ଆକାଉଣ୍ଟରେ ନିବେଶ କରି ନିଜ ପିଲାଙ୍କ ଭବିଷ୍ୟତ ପାଇଁ ସଞ୍ଚୟ କରିପାରିବେ ଏବଂ ଚକ୍ରବୃଦ୍ଧି ସୁବିଧା ସହିତ ଦୀର୍ଘମିଆଦୀ ସମ୍ପତ୍ତି ସୁନିଶ୍ଚିତ କରିପାରିବେ । ଏନପିଏସ ବାତ୍ସଲ୍ୟ ନମନୀୟ ବିନିଯୋଗ ଏବଂ ନିବେଶ ବିକଳ୍ପ ପ୍ରଦାନ କରିଥାଏ, ଯାହା ପିତାମାତାଙ୍କୁ ପିଲାଙ୍କ ନାମରେ ବାର୍ଷିକ ୧,୦୦୦ ଟଙ୍କା ନିବେଶ କରିବାକୁ ଅନୁମତି ଦେଇଥାଏ, ଫଳରେ ଏହା ସମସ୍ତ ଆର୍ଥିକ ପୃଷ୍ଠଭୂମିର ପରିବାର ପାଇଁ ଉପଲବ୍ଧ ହୋଇଥାଏ ।

ପିଲାଙ୍କ ଆର୍ଥିକ ଭବିଷ୍ୟତ ସୁରକ୍ଷିତ କରିବା ଦିଗରେ ଏହି ନୂତନ ପଦକ୍ଷେପ ଶୀଘ୍ର ଆରମ୍ଭ କରିବା ପାଇଁ ପ୍ରସ୍ତୁତ କରାଯାଇଛି, ଯାହା ଭାରତର ପେନସନ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପେନସନ ପାଣ୍ଠି ନିୟାମକ ଏବଂ ଉନ୍ନୟନ କର୍ତ୍ତୃପକ୍ଷ (ପିଏଫଆରଡିଏ) ଅଧୀନରେ ଏହି ଯୋଜନା ପରିଚାଳିତ ହେବ।

ଏନ୍ପିଏସ୍ ବାତ୍ସଲ୍ୟର ଶୁଭାରମ୍ଭ ସମସ୍ତଙ୍କ ପାଇଁ ଦୀର୍ଘମିଆଦୀ ଆର୍ଥିକ ଯୋଜନା ଏବଂ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ଲାଗି ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଭାରତର ଭବିଷ୍ୟତ ପିଢ଼ିକୁ ଆର୍ଥିକ ଦୃଷ୍ଟିରୁ ଅଧିକ ସୁରକ୍ଷିତ ଓ ସ୍ୱାଧୀନ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ସମୀକ୍ଷା ବୈଠକ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଆର୍ଥିକ ମାନଦଣ୍ଡ, ଜମା ସଂଗ୍ରହ, ଡିଜିଟାଲ୍ ପେମେଣ୍ଟ ଏବଂ ସାଇବର ସୁରକ୍ଷା ଢାଞ୍ଚା ଉପରେ ପ୍ରଦର୍ଶନର ସମୀକ୍ଷା କରିବା ସହିତ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଅଧୀନରେ ଋଣ ଉପଲବ୍ଧତା ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ସହିତ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗ ଗୁଡ଼ିକର ସମୀକ୍ଷା କରିଛନ୍ତି।

ବୈଠକରେ ସଚିବ ଡ. ବିବେକ ଯୋଶୀ, ଆର୍ଥିକ ସେବା ବିଭାଗର ମନୋନୀତ ସଚିବ ଏମ୍ ନାଗାରାଜୁ; ରାଷ୍ଟ୍ରାୟତ୍ତ ବ୍ୟାଙ୍କମୁଖ୍ୟଙ୍କ (ପିଏସ୍‍ବି) ସମେତ ଆର୍ଥିକ ସେବା ବିଭାଗ (ଡିଏଫ୍ଏସ୍)ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।।

ବୈଠକରେ ଉଲ୍ଲେଖ କରାଯାଇଥିଲା ଯେ ଆର୍ଥିକ ବର୍ଷ ୨୪ ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ସମସ୍ତ ଆର୍ଥିକ ମାନଦଣ୍ଡରେ ଭଲ ପ୍ରଦର୍ଶନ କରିଛନ୍ତି, ଯାହାର ପ୍ରମାଣ ହେଉଛି ନିଟ୍ ଏନପିଏ (ଏନଏନପିଏ) ୦.୭୬%କୁ ହ୍ରାସ ପାଇଛି, ବ୍ୟାଙ୍କଗୁଡ଼ିକର ସୁଦୃଢ଼ ପୁଞ୍ଜି ପର୍ଯ୍ୟାପ୍ତତା ୧୫.୫୫%, ବ୍ୟାଙ୍କଗୁଡ଼ିକର ନିଟ୍ ସୁଧ ସୀମା (ଏନ୍ ଆଇଏମ୍) ୩.୨୨% ଏବଂ ଅଂଶଧନଧାରୀମାନଙ୍କୁ ୨୭,୮୩୦ କୋଟି ଟଙ୍କାର ଲାଭାଂଶ ସହିତ ସର୍ବାଧିକ ୧.୪୫ ଲକ୍ଷ କୋଟି ଟଙ୍କାର ନିଟ୍ ସମୁଦାୟ ଲାଭ ହୋଇପାରିଛି। ବିଭିନ୍ନ ମାନଦଣ୍ଡରେ ଉନ୍ନତି ମଧ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ବଜାରରୁ ପୁଞ୍ଜି ସଂଗ୍ରହ କରିବାର କ୍ଷମତାକୁ ବୃଦ୍ଧି କରିଛି।

ଜମା ସଂଗ୍ରହ ଉପରେ ଆଲୋଚନା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ ଯେ ଋଣ ଅଭିବୃଦ୍ଧି ବୃଦ୍ଧି ପାଇଥିବା ବେଳେ ଋଣ ଅଭିବୃଦ୍ଧିକୁ ସ୍ଥାୟୀ ଭାବେ ପାଣ୍ଠି ଯୋଗାଇବା ପାଇଁ ଜମା ସଂଗ୍ରହରେ ଆହୁରି ଉନ୍ନତି କରାଯାଇପାରିବ ଏବଂ ବ୍ୟାଙ୍କଗୁଡ଼ିକ ସ୍ୱତନ୍ତ୍ର ଅଭିଯାନ ଚଳାଇ ଜମା ହାସଲ ପାଇଁ ମିଳିତ ପ୍ରୟାସ କରିବାକୁ କହିଛନ୍ତି। ଶ୍ରୀମତୀ ସୀତାରମଣ ଦକ୍ଷ ଗ୍ରାହକ ସେବା ପ୍ରଦାନ ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ଗ୍ରାହକଙ୍କ ସହିତ ଉତ୍ତମ ସମ୍ପର୍କ ରଖିବାକୁ ପରାମର୍ଶ ଦେଇଥିଲେ। ବିଶେଷକରି ଗ୍ରାମୀଣ ଓ ଅର୍ଦ୍ଧ ସହରାଞ୍ଚଳରେ କର୍ମଚାରୀମାନେ ଯେପରି ସେମାନଙ୍କ ଗ୍ରାହକଙ୍କ ସହ ଯୋଗାଯୋଗ କରିପାରିବେ ତାହା ସୁନିଶ୍ଚିତ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଛନ୍ତି। ଶ୍ରୀମତୀ ସୀତାରମଣ ଉଦୀୟମାନ କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସ ବାଣ୍ଟି ସମ୍ପୃକ୍ତ ଶକ୍ତିର ଉପଯୋଗ କରିବା ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପରିବର୍ତ୍ତନ ସହିତ ତାଳ ଦେଇ ନିଜକୁ ସଶକ୍ତ କରିବା ପାଇଁ ସହଯୋଗର ଅନୁସନ୍ଧାନ କରିବାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଥିଲେ।

ସମ୍ପତ୍ତିର ଗୁଣବତ୍ତା ରେ ଉନ୍ନତି ଆଣିବା ପାଇଁ ବ୍ୟାଙ୍କଗୁଡିକ କରିଥିବା ପ୍ରୟାସକୁ ସ୍ୱୀକାର କରିବା ସହିତ ଶ୍ରୀମତୀ ସୀତାରମଣ ଏନସିଏଲଟି ଏବଂ ଏନଏଆରସିଏଲ ଦ୍ୱାରା ପ୍ରଦାନ କରାଯାଇଥିବା ସମାଧାନ ଏବଂ ପୁନରୁଦ୍ଧାରର ପରିସରକୁ ଅନୁକୂଳ କରିବାକୁ ପରାମର୍ଶ ଦେଇଥିଲେ।

ବୈଠକରେ ଡିଜିଟାଲ ପେମେଣ୍ଟ ଏବଂ ସାଇବର ସୁରକ୍ଷା ଢାଞ୍ଚା ସହ ଜଡିତ ପ୍ରସଙ୍ଗଉପରେ ମଧ୍ୟ ଆଲୋଚନା ହୋଇଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ସାଇବର ନିରାପତ୍ତା ପ୍ରସଙ୍ଗକୁ ବ୍ୟବସ୍ଥାଗତ ଦୃଷ୍ଟିକୋଣରୁ ଦେଖିବାକୁ ପରାମର୍ଶ ଦେବା ସହ ସାଇବର ବିପଦ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବ୍ୟାଙ୍କ, ସରକାର, ନିୟାମକ ଏବଂ ସୁରକ୍ଷା ଏଜେନ୍ସିମାନଙ୍କ ମଧ୍ୟରେ ମିଳିତ ଆଭିମୁଖ୍ୟ ଆବଶ୍ୟକ ବୋଲି ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀ ଏହା ମଧ୍ୟ ଅନୁରୋଧ କରିଛନ୍ତି ଯେ ଆଇଟି ବ୍ୟବସ୍ଥାର ପ୍ରତ୍ୟେକ ଦିଗକୁ ସାଇବର ସୁରକ୍ଷା ଦୃଷ୍ଟିକୋଣରୁ ସମୟ ସମୟରେ ଏବଂ ଭଲ ଭାବରେ ସମୀକ୍ଷା କରାଯିବା ଉଚିତ ଯାହା ଦ୍ୱାରା ବ୍ୟାଙ୍କ ବ୍ୟବସ୍ଥାର ନିରାପତ୍ତା ଉଲ୍ଲଂଘନ କିମ୍ବା ବାଧାପ୍ରାପ୍ତ ନ ହୁଏ।

ଶ୍ରୀମତୀ ସୀତାରମଣ ଉଲ୍ଲେଖ କରିଥିଲେ ଯେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସମାଜର ତଳ ସ୍ତରରେ ଥିବା ନାଗରିକମାନଙ୍କୁ ସେମାନଙ୍କ ଜୀବିକା ଏବଂ ଜୀବନରେ ଉନ୍ନତି ଆଣିବା ପାଇଁ ଋଣ ପହଞ୍ଚାଇବାପାଇଁ ସର୍ବଦା ପ୍ରୟାସ କରିଆସିଛନ୍ତି। ଡିଜିଟାଲ କାରବାର ଏବଂ ନଗଦ ପ୍ରବାହ ଉପରେ ଆଧାରିତ ଏମଏସଏମଇ ପାଇଁ ଏକ ନୂତନ ଋଣ ମୂଲ୍ୟାୟନ ମଡେଲ ସମେତ ନିକଟରେ ବଜେଟ୍ ଘୋଷଣାକୁ ତ୍ୱରାନ୍ୱିତ କରିବାକୁ ସେ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଏବଂପିଏମ ବିଶ୍ୱକର୍ମା ଯୋଜନା ପରି ବିଭିନ୍ନ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ଋଣ ପ୍ରବାହକୁ ଆହୁରି ବୃଦ୍ଧି କରିବା ଉପରେ ଧ୍ୟାନ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇଥିଲେ।

ଋଣ ପରିଶୋଧ ପରେ ସୁରକ୍ଷା କାଗଜପତ୍ର ହସ୍ତାନ୍ତର ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗାଇଡଲାଇନ ପାଳନ ସୁନିଶ୍ଚିତ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେବା ସହ ଗ୍ରାହକଙ୍କୁ ଦସ୍ତାବିଜ ହସ୍ତାନ୍ତର କରିବାରେ ବିଳମ୍ବ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନ ଘୋଷଣା: ୬୩,୦୦୦ ଗ୍ରାମକୁ ସାମିଲ କରିବା ଲକ୍ଷ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ ୨୦୨୪-୨୫ରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପାଇଁ ମୋଟ ବ୍ୟୟ ଅଟକଳ ପ୍ରାୟ ୧୩,୦୦୦ କୋଟି ଟଙ୍କା ରହିଛି, ଯାହା ପୂର୍ବ ବର୍ଷର ସଂଶୋଧିତ ଆକଳନ (ଆରଇ) ତୁଳନାରେ ୭୩.୬୦% ଅଧିକ।

ପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନ

ବଜେଟରେ ଏକ ଐତିହାସିକ ଘୋଷଣା କରି କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଦିବାସୀ ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନ ଆରମ୍ଭ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଗ୍ରାମ ଓ ଆକାଂକ୍ଷୀ ଜିଲ୍ଲାମାନଙ୍କରେ ଆଦିବାସୀ ବହୁଳ ୬୩,୦୦୦ ଗ୍ରାମକୁ ଅନ୍ତର୍ଭୁକ୍ତ କରିବା ଏବଂ ୫ କୋଟି ଆଦିବାସୀ ଲୋକଙ୍କୁ ଉପକୃତ କରିବା ଏହି ପଦକ୍ଷେପର ଲକ୍ଷ୍ୟ।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନର ଘୋଷଣା ପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜଣାଉଛୁ। ସମଗ୍ର ଭାରତରେ ଆଦିବାସୀ ସମ୍ପ୍ରଦାୟର ଉନ୍ନତି ପାଇଁ ସମନ୍ବିତ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ ଏବଂ ଅର୍ଥନୈତିକ ସୁଯୋଗ ସୃଷ୍ଟି ଦିଗରେ ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ ଏହି ପଦକ୍ଷେପ।

ଆଦିବାସୀ ବିକାଶ ପାଇଁ ବର୍ଦ୍ଧିତ ଆବଣ୍ଟନ

ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଅନୁସୂଚିତ ଜନଜାତିଙ୍କ ବିକାଶ ପାଇଁ କାର୍ଯ୍ୟକ୍ରମର ସାମଗ୍ରିକ ନୀତି, ଯୋଜନା ଏବଂ ସମନ୍ୱୟ ନିମନ୍ତେ ନୋଡାଲ ମନ୍ତ୍ରଣାଳୟ ଭାବରେ କାର୍ଯ୍ୟ କରେ। ଏହାର କାର୍ଯ୍ୟକ୍ରମ ଏବଂ ଯୋଜନାଗୁଡିକ ଆର୍ଥିକ ସହାୟତା ପ୍ରଦାନ କରି ଏବଂ ଅନୁସୂଚିତ ଜନଜାତିଙ୍କ ଆବଶ୍ୟକତା ଆଧାରରେ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ଦୂର କରି ଅନ୍ୟ କେନ୍ଦ୍ର ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକର ପ୍ରୟାସକୁ ସମର୍ଥନ ଏବଂ ପରିପୂରକ କରିଥାଏ। ଏହି ଲକ୍ଷ୍ୟ ପୂରଣ ପାଇଁ ମନ୍ତ୍ରଣାଳୟ ପାଇଁ ବଜେଟ୍ ଆବଣ୍ଟନ ୨୦୧୪-୧୫ରେ ୪,୪୯୭.୯୬ କୋଟି ଟଙ୍କା ଥିବାବେଳେ ୨୦୨୪-୨୫ରେ ଏହା ୧୩,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା କି ପ୍ରାୟ ୧୮୯.୦୨% ବୃଦ୍ଧି।

ଅନୁସୂଚିତ ଜନଜାତିଙ୍କ ପାଇଁ ଉନ୍ନୟନ କାର୍ଯ୍ୟ ଯୋଜନା (ଡିଏପିଏସଟି) ନାମରେ ପରିଚିତ ଆଦିବାସୀ ଉପଯୋଜନା (ଟିଏସପି) ଅଧୀନରେ ୪୨ଟି ମନ୍ତ୍ରଣାଳୟ/ବିଭାଗ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ, ସଡ଼କ, ଗୃହ ନିର୍ମାଣ, ବିଦ୍ୟୁତୀକରଣ, ନିଯୁକ୍ତି ସୃଷ୍ଟି ଏବଂ ଦକ୍ଷତା ବିକାଶ ଭଳି କ୍ଷେତ୍ରରେ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପାଇଁ ପ୍ରତିବର୍ଷ ସେମାନଙ୍କ ମୋଟ ଯୋଜନା ଆବଣ୍ଟନର ୪.୩ ରୁ ୧୭.୫ ପ୍ରତିଶତ ପର୍ଯ୍ୟନ୍ତ ପାଣ୍ଠି ଆବଣ୍ଟନ କରନ୍ତି। ଡିଏପିଏସଟି ପାଣ୍ଠି ଆବଣ୍ଟନ ୨୦୧୩-୧୪ ରେ ୨୧,୫୨୫.୩୬ କୋଟି ଟଙ୍କା (ବାସ୍ତବ ବ୍ୟୟ) ଥିବା ବେଳେ ୨୦୨୪-୨୫ରେ ଏହା ୧,୨୪,୯୦୮.୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

Categories
ଜାତୀୟ ଖବର ବଜେଟ ୨୦୨୪ ବିଶେଷ ଖବର ବ୍ୟବସାୟ

Budget 2024: ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ଟଙ୍କା

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟକୁ ସଂସଦରେ ଉପସ୍ଥାପିତ କରିଛନ୍ତି। ଏଥିରେ ସେ ବିଭିନ୍ନ ବିଭାଗର ନୂଆ ନୂଆ ଯୋଜନା ଘୋଷଣା କରିଛନ୍ତି। ସେହି ହିସାବରେ ବିଭିନ୍ନ ବିଭାଗ ପାଇଁ ଯେଉଁ ଅନୁଦାନ ପ୍ରଦାନ କରାଯାଇଛି ତାହା ହେଲା….

ପ୍ରତିରକ୍ଷା ବିଭାଗ- ୪,୫୪,୭୭୩ କୋଟି ଟଙ୍କା

ଗ୍ରାମୀଣ ବିକାଶ ବିଭାଗ- ୨,୬୫,୮୦୮ କୋଟି ଟଙ୍କା

କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ- ୧,୫୧,୮୫୧ କୋଟି

ଗୃହ ମନ୍ତ୍ରାଳୟ- ୧,୫୦,୯୮୩ କୋଟି

ଶିକ୍ଷା ମନ୍ତ୍ରାଳୟ- ୧,୨୫,୬୮୩ କୋଟି

ଆଇଟି ଏବଂ ଟେଲିକମ୍ ବିଭାଗ- ୧,୧୬,୩୪୨ କୋଟି ଟଙ୍କା

ସ୍ୱାସ୍ଥ୍ୟ ବିଭାଗ – ୮୯,୨୮୭ କୋଟି ଟଙ୍କା

ଶକ୍ତି ବିଭାଗ- ୬୮,୭୬୯ କୋଟି ଟଙ୍କା

ବାଣିଜ୍ୟ ଓ ଶିଳ୍ପ ବିଭାଗ- ୪୭,୫୫୯ କୋଟି ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆଉ କିଛି ସମୟ ପରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ, ସଂସଦରେ ପହଁଚିଲେ ଅର୍ଥମନ୍ତ୍ରୀ ସୀତାରମଣ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ସଂସଦରେ ଉପସ୍ଥାପିତ ହେବ ସାଧାରଣ ବଜେଟ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ ଉପସ୍ଥାପିତ କରିବେ। ସେଥିପାଇଁ ଆଜି ସକାଳରେ ଅର୍ଥମନ୍ତ୍ରୀ ରାଷ୍ଟ୍ରପତି ଭବନ ଯାଇ ସେଠାରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ବଜେଟ ଉପସ୍ଥାପନା ପାଇଁ ଅନୁମତି ପ୍ରାପ୍ତ କରିଛନ୍ତି।

ଏହାପରେ ସୀତାରମଣ ସଂସଦ ଭବନକୁ ବଜେଟ ଟାବଲେଟ ଧରି ପ୍ରବେଶ କରିଛନ୍ତି। ତାଙ୍କ ସହିତ ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ। ପ୍ରଥମେ କ୍ୟାବିନେଟ ବୈଠକରେ ଏହି ବଜେଟ ପାଶ ହେବା ପରେ ତାହା ସଂସଦରେ ଉପସ୍ଥାପିତ ହେବ। ଅଳ୍ପ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିବ। ଏହାପରେ ଦିନ 11 ରେ ଅର୍ଥମନ୍ତ୍ରୀ ସୀତାରମଣ ବଜେଟ ଉପସ୍ଥିପାତ କରିବେ।

ଏହା ହେଉଛି ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ। ସେଥିପାଇଁ ଏହି ବଜେଟରୁ ବହୁତ କିଛି ଆଶା କରିଛନ୍ତି ମଧ୍ୟବିତ ଏବଂ ଶିଳ୍ପପତି।

Categories
ଆଜିର ଖବର ଜାତୀୟ ଖବର

ଭାରତୀୟ କୃଷି କ୍ଷେତ୍ର ଏକ ସଫଳ କାହାଣୀ: ଅର୍ଥନୈତିକ ସର୍ବେକ୍ଷଣ ୨୦୨୩-୨୪

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଉପସ୍ଥାପିତ କରିଥିବା ୨୦୨୩-୨୪ ଅର୍ଥନୈତିକ ସର୍ବେକ୍ଷଣରେ ଆଲୋକପାତ କରି କହିଛନ୍ତି ଯେ, ୧୯୬୦ ଦଶକରେ ଦେଶ ଏକ ଖାଦ୍ୟ ନିଅଣ୍ଟ ଏବଂ ଆମଦାନୀକାରୀ ଦେଶ ହେବାଠାରୁ ଆରମ୍ଭ କରି କୃଷି ଜାତ ଦ୍ରବ୍ୟର ନେଟ୍ ରପ୍ତାନିକାରୀ ହେବା ପର୍ଯ୍ୟନ୍ତ ବହୁ ଆଗକୁ ଯାଇଛି।

ମୌଳିକ ଖାଦ୍ୟ ନିରାପତ୍ତାରୁ ପୋଷଣ ନିରାପତ୍ତା ଆଡକୁ ଯିବା ସମୟର ଆବଶ୍ୟକତା ବୋଲି ସର୍ଭେରେ ଦର୍ଶାଯାଇଛି। ସର୍ବେକ୍ଷଣରେ ଆହୁରି କୁହାଯାଇଛି ଯେ, ଆମକୁ ଅଧିକ ଡାଲି, ବାଜରା, ଫଳ ଏବଂ ପନିପରିବା, କ୍ଷୀର, ମାଂସ ଆବଶ୍ୟକ ଏବଂ ସେମାନଙ୍କର ଚାହିଦା ମୌଳିକ ଖାଦ୍ୟ ତୁଳନାରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେଣୁ କୃଷି କ୍ଷେତ୍ରର ନୀତିଗୁଡ଼ିକ ‘ଚାହିଦା ଭିତ୍ତିକ ଖାଦ୍ୟ ବ୍ୟବସ୍ଥା’ ସହିତ ଅଧିକ ସମନ୍ୱିତ ହେବା ଉଚିତ, ଯାହା ଅଧିକ ପୁଷ୍ଟିକର ଏବଂ ପ୍ରକୃତିର ସମ୍ବଳ ସଂରକ୍ଷଣ ସହିତ ସଂଯୁକ୍ତ ହେବା ଉଚିତ ବୋଲି ସର୍ଭେରେ ପରାମର୍ଶ ଦିଆଯାଇଛି।

ଅର୍ଥନୈତିକ ସର୍ବେକ୍ଷଣରେ ପାଞ୍ଚଟି ନୀତିଗତ ସୁପାରିଶ ଦିଆଯାଇଛି, ଯାହା ସରକାରମାନେ କୃଷକଙ୍କ ହିତରେ ବଜାରକୁ ସଂଚାଳନ କରିବା ପାଇଁ ଆପଣାଇ ପାରିବେ। ପ୍ରଥମ ପଦକ୍ଷେପରେ ଦର ବୃଦ୍ଧିର ପ୍ରଥମ ସଙ୍କେତ ମିଳିଲେ ଭବିଷ୍ୟତ କିମ୍ବା ବିକଳ୍ପ ଉପରେ ପ୍ରତିବନ୍ଧ ନ ଲଗାଇବାକୁ କୁହାଯାଇଛି। ଏଭଳି ବଜାରର ବୁଦ୍ଧିମାନ ନିୟାମକ ଡିଜାଇନ କୃଷିଜାତ ଦ୍ରବ୍ୟର ଭବିଷ୍ୟତ ବଜାର ଉପରେ ପ୍ରଶାସନିକ ହସ୍ତକ୍ଷେପର ଆବଶ୍ୟକତାକୁ କମାଇପାରିବ ବୋଲି ଏହି ସର୍ବେକ୍ଷଣରେ କୁହାଯାଇଛି।

ସର୍ବେକ୍ଷଣର ଦ୍ବିତୀୟ ସୁପାରିସରେ କେବଳ ବ୍ୟତିକ୍ରମିକ ପରିସ୍ଥିତିରେ ରପ୍ତାନି ନିଷେଧାଦେଶ ଲାଗୁ କରିବା ଏବଂ ଘରୋଇ ଉପଭୋକ୍ତାଙ୍କୁ ବିକଳ୍ପ କରିବାକୁ ଅନୁମତି ଦେବା ବିଷୟରେ କୁହାଯାଇଛି, ବିଶେଷକରି ଯଦି ସମ୍ପୃକ୍ତ କୃଷି ଜାତ ଦ୍ରବ୍ୟ ଖାଦ୍ୟଶସ୍ୟ ପରି ଅତ୍ୟାବଶ୍ୟକ ଉପଭୋକ୍ତା ସାମଗ୍ରୀ ନୁହେଁ। ଆନ୍ତର୍ଜାତିକ ବଜାରରେ ଅଧିକ ଦର ରୁ କୃଷକମାନେ ଲାଭବାନ ହୋଇପାରିବେ ବୋଲି ସର୍ଭେରେ ଦର୍ଶାଯାଇଛି।

ତୃତୀୟ ପଦକ୍ଷେପ ଭାବେ ଏହି ସର୍ଭେରେ ମୁଦ୍ରାସ୍ଫୀତି ଟାର୍ଗେଟିଂ ଫ୍ରେମୱାର୍କକୁ ପୁନଃ ଯାଞ୍ଚ କରିବାକୁ କୁହାଯାଇଛି। ଏଥିରେ କୁହାଯାଇଛି ଯେ ଭାରତର ମୁଦ୍ରାସ୍ଫୀତି ଟାର୍ଗେଟିଂ ଫ୍ରେମୱାର୍କ ଖାଦ୍ୟକୁ ବାଦ୍ ଦେଇ ମୁଦ୍ରାସ୍ଫୀତିକୁ ଟାର୍ଗେଟ କରିବା ଉପରେ ବିଚାର କରିବା ଉଚିତ। ଅଧିକ ଖାଦ୍ୟ ଦର ଅଧିକାଂଶ ସମୟରେ ଚାହିଦା ଜନିତ ନୁହେଁ ବରଂ ଯୋଗାଣ ଜନିତ ହଇଥାଏ। ଭାରତର ମୁଦ୍ରାସ୍ଫୀତି ଟାର୍ଗେଟ ଫ୍ରେମୱାର୍କ ଖାଦ୍ୟବ୍ୟତୀତ ମୁଦ୍ରାସ୍ଫୀତି ହାରକୁ ଟାର୍ଗେଟ କରିବା ଉଚିତ କି ନାହିଁ ତାହା ଅନୁସନ୍ଧାନ କରିବା ଉଚିତ” ବୋଲି ସର୍ଭେରେ ଉଲ୍ଲେଖ କରାଯାଇଛି।

ସର୍ଭେରେ ଆହୁରି ଉଲ୍ଲେଖ କରାଯାଇଛି ଯେ ଗରିବ ଏବଂ ନିମ୍ନ ଆୟକାରୀ ଉପଭୋକ୍ତାଙ୍କ ପାଇଁ ଖାଦ୍ୟ ମୂଲ୍ୟ ବୃଦ୍ଧି ଯୋଗୁଁ ସୃଷ୍ଟି ହେଉଥିବା ଅସୁବିଧାକୁ ଉପଯୁକ୍ତ ଅବଧି ପାଇଁ ବୈଧ ନିର୍ଦ୍ଦିଷ୍ଟ କ୍ରୟ ପାଇଁ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର କିମ୍ବା କୁପନ୍ ମାଧ୍ୟମରେ ପରିଚାଳନା କରାଯାଇପାରିବ।

ଚତୁର୍ଥ ସୁପାରିସରେ ମୋଟ ନେଟ୍ ଜଳସେଚିତ ଅଞ୍ଚଳକୁ ବୃଦ୍ଧି କରିବାର ଆବଶ୍ୟକତା ବିଷୟରେ କୁହାଯାଇଛି। ଅନେକ ରାଜ୍ୟ ଜାତୀୟ ହାରାହାରି ଠାରୁ ବହୁତ କମ୍ ଏବଂ ଭୂପୃଷ୍ଠ ଜଳ ପାଇଁ ଭାରତର ଜଳସେଚନ ଦକ୍ଷତା ମାତ୍ର ୩୦-୪୦ ପ୍ରତିଶତ ଏବଂ ଭୂତଳ ଜଳ ପାଇଁ ୫୦-୬୦ ପ୍ରତିଶତ ବୋଲି ସର୍ଭେରେ ଦର୍ଶାଯାଇଛି। ଏହି ସର୍ବେକ୍ଷଣରେ ଉନ୍ନତ ଜଳ ବ୍ୟବହାର କୃଷି ପଦ୍ଧତି ଏବଂ ଡ୍ରିପ୍ ଏବଂ ଫର୍ଟିଗେସନ୍ ଭଳି ଜ୍ଞାନକୌଶଳର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଛି।

ଏହି ସର୍ବେକ୍ଷଣର ପଞ୍ଚମ ଏବଂ ଅନ୍ତିମ ପରାମର୍ଶ ହେଉଛି ଚାଷକୁ ଜଳବାୟୁ ଦୃଷ୍ଟିକୋଣ ସହିତ ସୁସଙ୍ଗତ କରିବା। ଧାନ ଓ ଆଖୁ ଭଳି ଶସ୍ୟ ଜଳ ପ୍ରବାହିତ ଫସଲ ଏବଂ ଧାନ ଚାଷ କଲେ ମିଥେନ୍ ନିର୍ଗମନ ହୋଇଥାଏ। ଫସଲ ନିରପେକ୍ଷ ପ୍ରୋତ୍ସାହନ ଢାଞ୍ଚାକୁ ପ୍ରୋତ୍ସାହିତ କରିବାର ସମୟ ଆସିଛି ବୋଲି ସର୍ଭେରେ କୁହାଯାଇଛି।

ଏକବିଂଶ ଶତାବ୍ଦୀର ତିନୋଟି ବଡ଼ ଆହ୍ୱାନର ସଙ୍ଗମରେ କୃଷି ରହିଛି- ଖାଦ୍ୟ ଓ ପୋଷଣ ନିରାପତ୍ତା ବଜାୟ ରଖିବା, ଜଳବାୟୁ ପରିବର୍ତ୍ତନର ଅନୁକୂଳତା ଏବଂ ପ୍ରଶମନ ତଥା ଜଳ, ଶକ୍ତି ଏବଂ ଜମି ଭଳି ଗୁରୁତ୍ୱପୂର୍ଣ୍ଣ ସମ୍ବଳର ସ୍ଥାୟୀ ବ୍ୟବହାର। ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ଯଦିଓ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଲାଭଦାୟକ ନିଯୁକ୍ତିର ଯଥେଷ୍ଟ  ସମ୍ଭାବନା ରହିଛି, ତଥାପି ଭାରତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟିରେ ଯୋଗଦାନ କରିବା ପାଇଁ କୃଷିର ସମ୍ଭାବନାକୁ ସମ୍ପୂର୍ଣ୍ଣ ଉପଯୋଗ କରିପାରିନାହିଁ।

ଜଳ ଅଭାବ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ୱାନ ଯୋଗୁଁ କୃଷି କ୍ଷେତ୍ରରେ ଏକ ଗମ୍ଭୀର ଢାଞ୍ଚାଗତ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସର୍ଭେରେ କୁହାଯାଇଛ। ବିପରୀତ ସ୍ଥାନାନ୍ତର କାରଣରୁ କୋଭିଡ୍ ବର୍ଷଗୁଡ଼ିକରେ କୃଷି ନିଯୁକ୍ତିରେ ବୃଦ୍ଧି, ଆର୍ଥିକ ବର୍ଷ ୨୪ରେ କୃଷିକ୍ଷେତ୍ରରେ ମୂଲ୍ୟ ବୃଦ୍ଧି ହାର ହ୍ରାସ ଏବଂ ୨୦୨୪ ଗ୍ରୀଷ୍ମଋତୁରେ ଦେଶର ଉତ୍ତର-ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳରେ ଅତ୍ୟଧିକ ଗରମ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳ ଚାପ ଏବଂ ଶକ୍ତି ବ୍ୟବହାର ବୃଦ୍ଧି ଭାରତର କୃଷି କ୍ଷେତ୍ର ନୀତିଗୁଡ଼ିକର ଗମ୍ଭୀର ଏବଂ ଉତ୍ତମ ସମୀକ୍ଷା ଜରୁରୀ ହୋଇପଡ଼ିଛି ବୋଲି ସର୍ବେକ୍ଷଣରେ ଦର୍ଶା ଯାଇଛି।

Categories
ଆଜିର ଖବର ଜାତୀୟ ଖବର

ସାମାଜିକ ସେବା କ୍ଷେତ୍ରରେ ବ୍ୟୟ ପରିମାଣ ୨୦୨୩ – ୨୪ରେ ଜିଡିପିର ୭.୮%କୁ ବୃଦ୍ଧି

ନୂଆଦିଲ୍ଲୀ: ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଭାରତର ସାମାଜିକ ଏବଂ ସଂସ୍ଥାଗତ ପ୍ରଗତି କଲ୍ୟାଣର ସଶକ୍ତ ଆଭିମୁଖ୍ୟ ମାଧ୍ୟମରେ ହାସଲ ହୋଇଛି, କାରଣ ନୂତନ ଆଭିମୁଖ୍ୟ ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକର କାର୍ଯ୍ୟକାରିତା ଏବଂ ଖର୍ଚ୍ଚ ଫଳପ୍ରଦତାକୁ ପରିବର୍ତ୍ତନ କରିବା ଉପରେ ଗୁରୁତ୍ୱ ଦେଉଛି।

ଅଟଳ ପେନସନ ଯୋଜନା (ଏପିୱାଇ) ଭଳି ଯୋଜନା ମାଧ୍ୟମରେ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଶେଷ ମାଇଲ ସେବା ଯୋଗାଣ ଏବଂ ସୁଲଭ ସାମାଜିକ ସୁରକ୍ଷା ଯୋଜନା ପାଇଁ ସଂସ୍କାର କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ସଂସଦରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ଅର୍ଥନୈତିକ ସର୍ବେକ୍ଷଣ ୨୦୨୩ – ୨୪ରେ ଏହା ଉଲ୍ଲେଖ କରାଯାଇଛି।

ବହୁମୁଖୀ ଦାରିଦ୍ର‌୍ୟ ହ୍ରାସ

ସାମାଜିକ ସେବା ଉପରେ ଖର୍ଚ୍ଚ ପରିମାଶ ୨୦୧୭ – ୧୮ରେ ଜିଡିପିର ୬.୭% ଥିବାବେଳେ ୨୦୨୩ -୨୪ରେ ଏହା ଜିଡିପିର ୭.୮%କୁ ବୃଦ୍ଧି ପାଇଛି। କାର୍ଯ୍ୟକ୍ରମର ଉନ୍ନତ କାର୍ଯ୍ୟକାରିତା ସହିତ ବର୍ଦ୍ଧିତ ଅର୍ଥନୈତିକ ଗୁରୁତ୍ୱ ଯୋଗୁଁ ବହୁମୁଖୀ ଦାରିଦ୍ର‌୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି ଏବଂ (ଜାତୀୟ) ବହୁମୁଖୀ ଦାରିଦ୍ର‌୍ୟ ସୂଚକାଙ୍କ (ଏମପିଆଇ) ୨୦୧୫ – ୧୬ରେ ୦.୧୧୭ ଥିବା ବେଳେ ୨୦୧୯ – ୨୧ରେ ଏହା ୦.୦୬୬ କୁ ହ୍ରାସ ପାଇଛି। ୨୦୧୫ – ୧୬ ରୁ ୨୦୧୯ – ୨୧ ମଧ୍ୟରେ ୧୩.୫ କୋଟି ଭାରତୀୟ ବହୁମୁଖୀ ଦାରିଦ୍ର‌୍ୟରୁ ମୁକ୍ତି ପାଇଛନ୍ତି ବୋଲି ଅର୍ଥନୈତିକ ସର୍ବେକ୍ଷଣ ୨୦୨୩  -୨୪ରେ କୁହାଯାଇଛି।

ଏହି ଧାରା ଗ୍ରାମୀଣ ଭାରତରୁ ପ୍ରେରିତ, ଯେଉଁଥିରେ ବିହାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଓଡ଼ିଶା ଏବଂ ରାଜସ୍ଥାନ ଭଳି ରାଜ୍ୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସୁଧାର ଘଟିଛି। ୨୦୧୫ – ୧୬ରୁ ୨୦୧୯ -୨୧ ମଧ୍ୟରେ ଉତ୍ତରପ୍ରଦେଶରେ ଗରିବ ଲୋକଙ୍କ ସଂଖ୍ୟାରେ ସର୍ବାଧିକ ହ୍ରାସ ଘଟିଛି ଏବଂ ୩.୪୩ କୋଟି ଲୋକ ବହୁମୁଖୀ ଦାରିଦ୍ର‌୍ୟରୁ ମୁକ୍ତି ପାଇଛନ୍ତି।

ଗ୍ରାମୀଣ – ସହରାଞ୍ଚଳ ବିଭାଜନରେ ଅସମାନତା ହ୍ରାସ ହୋଇଛି  ଓ ବିଭାଜନ କମିଛି

ଅର୍ଥନୈତିକ ସର୍ବେକ୍ଷଣରେ ଏହା ମଧ୍ୟ ଦର୍ଶାଯାଇଛି ଯେ ସାମାଜିକ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପର ପରିଣାମ ସ୍ୱରୂପ ଅସମାନତା ହ୍ରାସ ହୋଇଛି। ଗତ ଦଶନ୍ଧିରେ ଗ୍ରାମୀଣ କ୍ଷେତ୍ର ପାଇଁ ଗିନି ଗୁଣାଙ୍କ (ଗିନି କୋଏଫିସିଏଂଟ) ୦.୨୮୩ ରୁ ୦.୨୬୬ ହ୍ରାସ ପାଇଛି ଏବଂ ସହରାଞ୍ଚଳ କ୍ଷେତ୍ର ପାଇଁ ୦.୩୬୩ ରୁ ୦.୩୧୪ ହୋଇଯାଇଛି।

ସେହିପରି ଗ୍ରାମୀଣ – ସହରାଞ୍ଚଳ ବିଭାଜନରେ ମଧ୍ୟ ବହୁତ ହ୍ରାସ ଦେଖାଦେଇଛି, କାରଣ ଗ୍ରାମୀଣ ଓ ସହରାଞ୍ଚଳ ମାସିକ ମୁଣ୍ଡପିଛା ବ୍ୟବହାର ବ୍ୟୟ (ଏମପିସିଇ) ମଧ୍ୟରେ ଥିବା ପାର୍ଥକ୍ୟ ୨୦୧୧ – ୧୨ରେ ୮୩.୯% ଥିବାବେଳେ ୨୦୨୨ – ୨୩ରେ ଏହା ୭୧.୨% କୁ ହ୍ରାସ ପାଇଛି।

Categories
ଆଜିର ଖବର ଜାତୀୟ ଖବର

ବିଗତ କିଛି ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ଫଳପ୍ରସୂ ହୋଇଛି: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଆର୍ଥିକ ବର୍ଷ ୨୦୨୩-୨୪ର ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବା ଅବସରରେ କହିଛନ୍ତି ଯେ, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟସେବା ଆକାଉଣ୍ଟସ୍ ଅନୁସାରେ ବିଗତ କିଛି ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ଫଳପ୍ରସୂ ହୋଇଛି ଏବଂ ସାଧାରଣ ଲୋକଙ୍କ ନିମନ୍ତେ ଏହା ସୁଲଭ ହୋଇପାରିଛି।

ଏହି ସମୀକ୍ଷା ରିପୋର୍ଟରେ କୁହାଯାଇଛି ଯେ ନବୀନତମ ଏନଏସଏ ଅନୁମାନ (ଆର୍ଥିକ ବର୍ଷ ୨୦୨୦ ନିମନ୍ତେ)ରେ ମୋଟ ଜିଡିପିରେ ସରକାରୀ ସ୍ୱାସ୍ଥ୍ୟ ବ୍ୟୟ (ଜିଏଚଇ)ର ଭାଗ ସହିତ ମୋଟ ସ୍ୱାସ୍ଥ୍ୟ ବ୍ୟୟ ସଚଏିଇର ଭାଗରେ ବୃଦ୍ଧି ସୂଚୀତ ହୋଇଛି।

ଏହା ବ୍ୟତୀତ ସମୀକ୍ଷାରେ ଆହୁରି ଦର୍ଶାଯାଇଛି ଯେ ବିଗତ ବର୍ଷମାନଙ୍କରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ବ୍ୟୟର ଅଂଶ ଆର୍ଥିକ ବର୍ଷ ୨୦୧୫ରେ ଜିଏଚଇର ୫୧.୩ ପ୍ରତିଶତରୁ ବୃଦ୍ଧି ପାଇ ୨୦୨୦ ଆର୍ଥିକ ବର୍ଷରେ ଜିଏଚଇର ୫୫.୯ ପ୍ରତିଶତ ଛୁଇଁଛି। ଜିଏଚଇରେ ପ୍ରାଥମିକ ଏବଂ ମାଧ୍ୟମିକ ସ୍ୱାସ୍ଥ୍ୟସେବା ଅଂଶ ଆର୍ଥିକ ବର୍ଷ ୨୦୧୫ରେ ୭୩.୨ ପ୍ରତିଶତ ଥିବାବେଳେ ତାହା ବୃଦ୍ଧି ପାଇ ୨୦୨୦ ଆର୍ଥିକ ବର୍ଷରେ ୮୫.୫ ପ୍ରତିଶତ ହୋଇଛି। ଅନ୍ୟ ପକ୍ଷରେ  ଘରୋଇ କ୍ଷେତ୍ରରେ ପ୍ରାଥମିକ ଏବଂ ମାଧ୍ୟମିକ ସ୍ୱାସ୍ଥ୍ୟସେବା ଅଂଶ ଏହି ଅବଧିରେ ତୃତୀୟ ପର୍ଯ୍ୟାୟର ରୋଗୀଙ୍କ ଉପରେ ପଡ଼ୁଥିବା ଆର୍ଥିକ ବୋଝ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ ସୁବିଧା ନିମନ୍ତେ ସରକାରୀ ସୁବିଧାଗୁଡ଼ିକର ଉପଯୋଗର କାରଣ ୮୩.୦ ପ୍ରତିଶତରୁ ହ୍ରାସ ପାଇ ୭୩.୭ ପ୍ରତିଶତ ହୋଇଛି।

ଏହି ସମୀକ୍ଷାରୁ ଜଣାପଡ଼ିଛି ଯେ ସ୍ୱାସ୍ଥ୍ୟ ଉପରେ ସାମାଜିକ ସୁରକ୍ଷା ବ୍ୟୟରେ ବିଶେଷ ଭାବରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହା ଆର୍ଥିକ ବର୍ଷ ୨୦୧୫ରେ ୫.୭ ପ୍ରତିଶତରୁ ବୃଦ୍ଧି ପାଇ ୨୦୨୦ରେ ୯.୩ ପ୍ରତିଶତରେ ପହଞ୍ଚିଛି। ଆର୍ଥିକ ବର୍ଷ ୨୦୧୫ ଏବଂ ଆର୍ଥିକ ବର୍ଷ ୨୦୨୦ ମଧ୍ୟରେ ସାମଗ୍ରିକ ସ୍ୱାସ୍ଥ୍ୟ ବ୍ୟୟ (ଟିଏଚଇ)ର ପ୍ରତିଶତ ରୂପରେ ଆଉଟ୍ ଅଫ୍ ଫୋକସ୍ ବ୍ୟୟ (ଓଓପିଇ)ରେ ହ୍ରାସ ପରିଲକ୍ଷିତ ହୋଇଛି।

ଉପଯୁକ୍ତ ବିକାଶ ସହିତ ପ୍ରମୁଖ ସ୍ୱାସ୍ଥ୍ୟ ସୂଚକାଂକରେ ମଧ୍ୟ ସୁଧାର ଆସିଛି। ୨୦୧୩ ମସିହାରେ ଶିଶୁ ମୃତ୍ୟୁହାର ପ୍ରତି ୧୦୦୦ ଜୀବିତ ପ୍ରସବରେ ୩୯ ଥିଲା ଯାହାକି ହ୍ରାସ ପାଇ ୨୦୨୦ ମସିହାରେ ପ୍ରତି ୧୦୦୦ ଜୀବିତ ପ୍ରସବ କ୍ଷେତ୍ରରେ ୨୮ ହୋଇଛି। ମାତୃମୃତ୍ୟୁ ହାର ୨୦୧୪ ମସିହାରେ ପ୍ରତି ଏକ ଲକ୍ଷ ଜୀବିତ ପ୍ରସବ କ୍ଷେତ୍ରରେ ୧୬୭ ଥିଲା ଏବଂ ତାହା ହ୍ରାସ ପାଇ ୨୦୨୦ ମସିହାରେ ୯୭ ଛୁଇଁଛି।

ଆର୍ଥିକ ସର୍ଭେ ରିପୋର୍ଟରେ ଦୁଇଟି ପ୍ରସଙ୍ଗ ଉପରେ ସୁପାରିଶ କରାଯାଇଛି ଯାହା ନିକଟ ଭବିଷ୍ୟତରେ ଦେଶର ସ୍ୱାସ୍ଥ୍ୟ ଏବଂ ରୋଗ ପ୍ରୋଫାଇଲକୁ ଦେଖି ନିର୍ଣ୍ଣାୟକ ହେବ ବୋଲି ଅନୁମାନ କରାଯାଇଛି। ପ୍ରଥମଟି ହେଲା, ସମୀକ୍ଷାରେ ସରକାର ଏବଂ ସାଧାରଣ ଲୋକଙ୍କୁ ପୌଷ୍ଟିକ ଭୋଜନ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରାଥମିକତା ପ୍ରଦାନ କରାଯିବାର ପରାମର୍ଶ ଦିଆଯାଇଛି। ଦ୍ୱିତୀୟରେ, ସାର୍ବଜନୀନ ସ୍ୱାସ୍ଥ୍ୟକୁ ରାଜ୍ୟ ସରକାରଙ୍କ ବିଷୟ ବୋଲି ଦର୍ଶାଯାଇ ସମୀକ୍ଷାରେ ‘ଅତି କମ୍ ବାଧାର ମାର୍ଗ’ ମାଧ୍ୟମରେ ଶେଷତମ ସ୍ଥାନରେ ଥିବା ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଯିବା ନିମନ୍ତେ ରାଷ୍ଟ୍ରୀୟ କାର୍ଯ୍ୟକ୍ରମକୁ କାର୍ଯ୍ୟାନ୍ୱୟନ ମାଧ୍ୟମରେ ରାଜ୍ୟ ଏବଂ ସ୍ଥାନୀୟ ସ୍ତରର ଶାସନର କେନ୍ଦ୍ରୀୟ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପାରମ୍ପରିକ ହଲୱା ସମାରୋହ ସହିତ କେନ୍ଦ୍ର ବଜେଟ୍ ପାଇଁ ପ୍ରସ୍ତୁତିର ଚୂଡ଼ାନ୍ତ ପର୍ଯ୍ୟାୟ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ଉପସ୍ଥିତିରେ ଆଜି ନୂଆଦିଲ୍ଲୀଠାରେ ୨୦୨୪-୨୫ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାର ଚୂଡ଼ାନ୍ତ ପର୍ଯ୍ୟାୟରେ ହଲୱା ସମାରୋହ ଅନୁଷ୍ଠିତ ହୋଇଛି।

ବଜେଟ୍ ପ୍ରସ୍ତୁତିରେ ନିୟୋଜିତ ଅଧିକାରୀଙ୍କ ‘ଲକ୍-ଇନ୍’ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ପ୍ରତିବର୍ଷ ଏକ ପାରମ୍ପରିକ ହଲୱା ସମାରୋହ ଅନୁଷ୍ଠିତ ହୋଇଥାଏ। ୨୦୨୪-୨୫ ଆର୍ଥିକ ବର୍ଷପାଇଁ କେନ୍ଦ୍ରୀୟ ବଜେଟ୍ ୨୦୨୪ ଜୁଲାଇ ୨୩ ତାରିଖରେ ଉପସ୍ଥାପିତ ହେବ।

ଡିଜିଟାଲ ସୁବିଧାର ସରଳ ରୂପ ବ୍ୟବହାର କରି ସଂସଦ ସଦସ୍ୟ (ସାଂସଦ) ଏବଂ ସାଧାରଣ ଜନତାଙ୍କ ଦ୍ୱାରା ବଜେଟ୍ ଦସ୍ତାବିଜକୁ ଅସୁବିଧାମୁକ୍ତ ଆକସେସ୍ କରିବା ପାଇଁ ବାର୍ଷିକ ଆର୍ଥିକ ବିବରଣୀ (ସାଧାରଣତଃ ବଜେଟ୍), ଅନୁଦାନ ଦାବି (ଡିଜି), ଅର୍ଥ ବିଲ୍ ଇତ୍ୟାଦି ସମେତ ସମସ୍ତ କେନ୍ଦ୍ରୀୟ ବଜେଟ୍ ଦସ୍ତାବିଜ୍ “କେନ୍ଦ୍ର ବଜେଟ୍ ମୋବାଇଲ୍ ଆପ୍”ରେ ଉପଲବ୍ଧ ହେବ। ଏହି ଆପ୍ ଦ୍ୱିଭାଷୀ (ଇଂରାଜୀ ଏବଂ ହିନ୍ଦୀ) ଏବଂ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ। ୟୁନିୟନ ବଜେଟ୍ ୱେବ୍ ପୋର୍ଟାଲ (www.indiabudget.gov.in) ରୁ ମଧ୍ୟ ଏହି ଆପ୍ ଡାଉନଲୋଡ୍ କରାଯାଇପାରିବ।

ଜୁଲାଇ ୨୩, ୨୦୨୪ରେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣ ଶେଷ ହେବା ପରେ ବଜେଟ୍ ଦସ୍ତାବିଜ ମୋବାଇଲ୍ ଆପ୍ ରେ ଉପଲବ୍ଧ ହେବ।

ହଲୱା ସମାରୋହରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଅର୍ଥ ମନ୍ତ୍ରଣାଳୟର ସଚିବ ଏବଂ ବଜେଟ୍ ପ୍ରସ୍ତୁତିରେ ସାମିଲ ଥିବା ଭାରତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ୍ ପ୍ରେସ୍ ପରିଦର୍ଶନ କରିବା ସହ ପ୍ରସ୍ତୁତିର ସମୀକ୍ଷା କରିବା ସହ ସଂପୃକ୍ତ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଏକତା ପରିଷଦ ଟ୍ରଷ୍ଟର ପ୍ରତିଷ୍ଠାତା ମୁଖ୍ୟଙ୍କୁ ସମ୍ମାନିତ କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

ବାଣପୁର (ସୀତାରାମ ଅଗ୍ରୱାଲ): ଭାରତର ସିଆଇଆଇ ଫାଉଣ୍ଡେସନ ଦିଲ୍ଲୀ ପକ୍ଷରୁ ଦୀର୍ଘ ତିରିଶ ବର୍ଷ ଧରି ଗ୍ରାମୀଣ ଆଦିବାସୀ ଅଞ୍ଚଳରେ କାର୍ଯ୍ୟରତ ଏକତା ପରିଷଦ ଟ୍ରଷ୍ଟର ପ୍ରତିଷ୍ଠାତା ମୁଖ୍ୟ ସନ୍ଧ୍ୟା ଦେବୀଙ୍କୁ ମହିଳା ଏକ୍ସଜାମପ୍ଲେୟାର ଗ୍ରାମୀଣ ମହିଳା ନେତୃତ୍ୱ କର୍ତ୍ତା ଭାବରେ ଦିଲ୍ଲୀ ଠାରେ ସମ୍ମାନିତ କରାଯାଇଅଛି। ଚଳିତ ବର୍ଷ ଭାରତର ୧୫ ଜଣ ମୁଖ୍ୟ ମହିଳା ନେତୃତ୍ୱ କର୍ତ୍ତାଙ୍କ ମଧ୍ୟରେ ସନ୍ଧ୍ୟାଦେବୀ ସ୍ଥାନ ପାଇଛନ୍ତି। ଦିଲ୍ଲୀଠାରେ ଏକ ଭଵ୍ୟ ସମାରୋହରେ ଦେଶର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଏହି ସମ୍ମାନ ପ୍ରଦାନ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲା ବାଣପୁର ମାଟିର ଝିଅ ଗ୍ରାମୀଣ ସ୍ତରରୁ ଯାଇ ଏହି ଶ୍ରେଷ୍ଠ ସମ୍ମାନ ପାଇଥିବାରୁ ବାଣପୁର ପାଇଁ ସେ ଗର୍ବିତ ବୋଲି ପ୍ରକାଶ କରିଛନ୍ତି। ଏହି ସମ୍ମାନ ପାଇଁ ଯେଉଁମାନେ ତାଙ୍କ ନାମକୁ ପ୍ରସ୍ତାବିତ କରିଥିଲେ ଓ ସହଯୋଗ ସମର୍ଥନ କରିଥିଲେ ସମସ୍ତଙ୍କୁ ସେ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ବଜେଟ ୨୦୨୪ ବ୍ୟବସାୟ ରାଜ୍ୟ ଖବର

ବଜେଟ ଉପସ୍ଥାପନା ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଚାମୁଚାରେ କଣ ଖାଇବାକୁ ଦେଲେ ରାଷ୍ଟ୍ରପତି

Budget2024: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ଭାବେ ୬ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ସେ ଆଜି ଏକ ନୀଳ ରେଶମ ଶାଢୀ ପିନ୍ଧି ଏହି ବଜେଟ ଉପସ୍ଥାପନା କରିଛନ୍ତି। ତେବେ ସଂସଦ ଭବନକୁ ଯିବା ପୂର୍ବରୁ ଅର୍ଥମନ୍ତ୍ରୀ ଏବଂ ତାଙ୍କ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ସେଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହୃଦୟରୁ ଶୁଭେଚ୍ଛା ଜଣାଇ ଦହି ଏବଂ ଚିନି ଖୁଆଇ ଥିଲେ।

ସାଧାରଣତଃ କୌଣସି ଶୁଭ କାମ କରିବାକୁ ଯିବା ବେଳେ ଘରର ମୁରବୀ ମହିଳା ତାଙ୍କୁ ଦହି ଚିନି ଖାଇବାକୁ ଦିଅନ୍ତି। ବିଶ୍ବାସ ରହିଛି ଦହିଚିନି ଖାଇବାକୁ ଦେଲେ ସମସ୍ତ କାର୍ଯ୍ୟ ସଫଳ ବା ଶୁଭ ହୋଇଥାଏ। ଦହି ସ୍ବଚ୍ଛତା ଏବଂ ଚିନି ମଧୁରତାର ପ୍ରତୀକ ଭାବେ ବିବେଚନା କରାଯାଏ। ପିଲାମାନେ ପରୀକ୍ଷା ଦେବାକୁ ଯିବା ବେଳେ ଘରର ବୟସ୍କ ମହିଳା ଏହିପରି ଦହିଚିନି ଖାଇବାକୁ ଦେଇ ଆର୍ଶିବାଦ କରିଥାନ୍ତି।

ଠିକ ସେହିପରି ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବା ପୂର୍ବରୁ ରାଷ୍ଟ୍ରପତି ତାଙ୍କୁ ଦହି ଚିନି ଖାଇବାକୁ ଦେଇ ଶୁଭେଚ୍ଛା ଜଣାଇଥିଲେ। ସୀତାରମଣଙ୍କୁ ଦହି ଖୁଆଥିବା ଫଟୋ ରାଷ୍ଟ୍ରପତି ତାଙ୍କ ସାମାଜିକ ଗଣମାଧ୍ୟମରେ ଦେବା ପରେ ତାହା ବେଶ୍ ଭାଇରାଲ ହେବାରେ ଲାଗିଛି। ଏପରିକି ଏହି ଫଟୋକୁ ବହୁଳ ଭାବେ ସେୟାର ମଧ୍ୟ କରାଯାଉଥିବାର ଦେଖିବାକୁ ମିଳିଛି।

Categories
ଆଜିର ଖବର ଜାତୀୟ ଖବର ବଜେଟ ୨୦୨୪

ସଂସଦରେ ବଜେଟ ଅଭିଭାଷଣ ରଖୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ର ବଜେଟ୍ 2024 ଉପସ୍ଥାପନ କରୁଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ଏହା ଏକ ମଧ୍ୟବର୍ତ୍ତୀ କାଳୀନ ବଜେଟ୍। ଏହା ହେଉଛି ନିର୍ମଳା ସୀତାରମଣଙ୍କ ଷଷ୍ଠ ୟୁନିୟନ ବଜେଟ୍। ନିର୍ବାଚନ ପରେ କ୍ଷମତାକୁ ଆସୁଥିବା ନୂତନ ସରକାର ଦ୍ୱାରା ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରାଯିବ।

ମଧ୍ୟବର୍ତ୍ତୀ ବଜେଟ୍ – ଏକ ସ୍ୱଳ୍ପ ମିଆଦି ଆର୍ଥିକ ଯୋଜନା – ନୂତନ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପାଇଁ ସରକାରଙ୍କ ଅତ୍ୟାବଶ୍ୟକ ଖର୍ଚ୍ଚ ପୂରଣ କରିବା ପାଇଁ ସଂସଦରେ ଅନୁଦାନ ମାଗିଥାଏ। ସଂସଦର ବଜେଟ୍ ଅଧିବେଶନ ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ରାଜ୍ୟସଭା ଏବଂ ଲୋକସଭାର ମିଳିତ ବୈଠକକୁ ସମ୍ବୋଧିତ କରି ଅଧିବେସନ ଆରମ୍ଭ ହୋଇଥିଲା। ଫେବୃଆରୀ 9 ରେ ଅଧିବେଶନ ଶେଷ ହେବ।

ମଧ୍ୟବର୍ତ୍ତୀ ବଜେଟ୍ ପୂର୍ବରୁ ଷ୍ଟକ୍ ବଜାର ଆଜି ସବୁଜ ରଙ୍ଗରେ ଖୋଲିଛି।

Categories
ଆଜିର ଖବର ଜାତୀୟ ଖବର ବଜେଟ ୨୦୨୪

ଫେବ୍ରୁଆରି ପହିଲାରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ୨୦୨୪ ବଜେଟ ତାରିଖ ପ୍ରକାଶ ପାଇଛି। ୨୦୨୪ ଫେବ୍ରୁଆରି ପହିଲାରେ ଅନ୍ତରୀଣ ବଜେଟ ସଂସଦରେ ଉପସ୍ଥାପିତ ହେବ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ସୀତାରମଣ ସଂସଦରେ ବଜେଟ ସମୟରେ ଗତ ଏକ ବର୍ଷର ଅର୍ଥନୈତିକ ହିସାବ ଦେଶ ପାଇଁ କେମିତି ରହିଛି ଏବଂ ଆଗାମୀ ଆର୍ଥିକ ବର୍ଷରେ ଟଙ୍କା ପାଇଁ କ’ଣ କାମ ଆବଶ୍ୟକ ହେବ ସେ ସମ୍ପର୍କରେ ସୂଚନା ଦେବେ।

କେବେ ଆସିବ ଅର୍ଥନୈତିକ ସର୍ଭେ

ବଜେଟ ଉପସ୍ଥାପନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରୀ ୩୧ରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯିବ। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏବଂ ଅର୍ଥ ମନ୍ତ୍ରାଳୟ ସହ ଜଡ଼ିତ ତାଙ୍କ ଟିମ୍ ପ୍ରସ୍ତୁତ କରିଥିବା ଅର୍ଥନୈତିକ ସର୍ବେକ୍ଷଣ ଜାନୁଆରି ୩୧ରେ ଉପସ୍ଥାପିତ ହେବ। ସଂସଦର ବଜେଟ ଅଧିବେଶନ ଅଧୀନରେ ଜାନୁଆରୀ ଶେଷ ତାରିଖରେ ଏହାକୁ ସଂସଦରେ ଉପସ୍ଥାପନ କରାଯିବ।

ଏହା ଏକ ଅନ୍ତରୀଣ ବଜେଟ ନା ଭୋଟ୍ ଅନ୍ ଆକାଉଣ୍ଟ?

ଅନ୍ତରୀଣ ବଜେଟରେ ନିର୍ବାଚନ ବର୍ଷରେ ଦେଶର ଖର୍ଚ୍ଚ କେତେ ଟଙ୍କା ସରକାର ଚଳାଇବେ ଏବଂ ଏହାକୁ କିପରି ବ୍ୟବହାର କରାଯିବ, ତାହା ଉପରେ ଆଲୋଚନା କରାଯାଇ ଏହାକୁ ହିସାବରେ ଭୋଟ କୁହାଯାଏ।

ଚଳିତ ବର୍ଷର ହିସାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ମୋଦି ସରକାରଙ୍କ ଦ୍ୱିତୀୟ ପାଳି ଶେଷ ହେବାର ମାତ୍ର କିଛିମାସ ପୂର୍ବରୁ ଏହି ବଜେଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି ଏବଂ ଏହା ପୂର୍ବରୁ ଏହା ଦେଶର ଆର୍ଥିକ ସ୍ଥିତିକୁ ଦର୍ଶାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ହେବ। ଗୋଟିଏ ନିର୍ବାଚନୀ ବର୍ଷରେ ଦେଶରେ ଦୁଇଟି ବଜେଟ ଉପସ୍ଥାପିତ ହୋଇଥାଏ, ପ୍ରଥମ ବଜେଟ ବର୍ତ୍ତମାନର ସରକାର ଉପସ୍ଥାପନ କରିଥାନ୍ତି ଏବଂ ଦ୍ୱିତୀୟ ବଜେଟ ନୂଆ ସରକାର ଗଠନ ପରେ ଉପସ୍ଥାପନ କରିଥାନ୍ତି।

Categories
ବିଶେଷ ଖବର

ଧର୍ମେନ୍ଦ୍ରଙ୍କ ସମେତ ବିଜେପିର ଏହି ୧୯ ଜଣ ବରିଷ୍ଠ ନେତା ଲୋକସଭା ନିର୍ବାଚନ ଲଢ଼ିବେ, ଆସନ ମଧ୍ୟ ସ୍ଥିର!

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ସବୁ ଦିଗରୁ ପ୍ରସ୍ତୁତିରେ ବ୍ୟସ୍ତ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସବୁ ବଡ଼ ଚେହେରାଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତୁତି ଚଳାଇଛି। ବିଶେଷ କରି ରାଜ୍ୟସଭାର ପ୍ରାୟ ୨୦ଜଣ ରାଜ୍ୟସଭା ସାଂସଦଙ୍କୁ ନିର୍ବାଚନରେ ବିଜେପି ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି। ଏଥିପାଇଁ ବିଜେପି ରାଜ୍ୟସଭା ସାଂସଦମାନଙ୍କୁ ମଧ୍ୟ ସଙ୍କେତ ଦେଇଛି। ପ୍ରାୟ ସମସ୍ତ ରାଜ୍ୟସଭା ସାଂସଦଙ୍କ ପାଇଁ ଲୋକସଭା ଆସନ ସ୍ଥିର ହୋଇସାରିଛି ଏବଂ ସେଗୁଡିକୁ ନେଇ କାମ ମଧ୍ୟ ଆରମ୍ଭ ହୋଇଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ, ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସମେତ ଅନ୍ୟ ପ୍ରମୁଖ ଚେହେରାମାନେ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ବିଜେପି ପ୍ରସ୍ତୁତି ଚଳାଇଛି। ବିଜେପିର ଯୋଜନା ହେଉଛି ଯେ ଲୋକସଭା ନିର୍ବାଚନରେ ବଡ଼ ବଡ଼ ନେତାଙ୍କୁ ପ୍ରାର୍ଥୀ କଲେ ସେହି ଆସନ ଜିତିବା କେବଳ ସହଜ ହେବ ନାହିଁ ବରଂ ଏହାର ସିଧାସଳଖ ପ୍ରଭାବ ଏହାର ଆଖପାଖ ଆସନ ଉପରେ ମଧ୍ୟ ପଡ଼ିବ।

ଏହି କାରଣରୁ ବିଜେପି ନିଜର ବଡ଼ ବଡ଼ ଚେହେରାଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିବାକୁ ଯାଉଛି। ଏହା ପୂର୍ବରୁ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଏହି ପରୀକ୍ଷଣ କରିସାରିଛି। ଯେଉଁଥିରେ କେନ୍ଦ୍ର ସରକାରଙ୍କ ଅନେକ ମନ୍ତ୍ରୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଯାହାର ସିଧାସଳଖ ଫାଇଦା ବିଜେପିକୁ ମିଳିଥିଲା। ଏହି କ୍ରମରେ ବିଜେପି ଲୋକସଭା ନିର୍ବାଚନରେ ରାଜ୍ୟସଭା ସାଂସଦଙ୍କୁ ନେଇ ମଧ୍ୟ ଏହି ଫର୍ମୁଲା ଲାଗୁ କରିବାକୁ ଯାଉଛି।

କିଏ କେଉଁଠୁ ନିର୍ବାଚନ ଲଢ଼ିପାରିବେ!

ନେତାଙ୍କ ନାମ- ଲୋକସଭା ଆସନ- ରାଜ୍ୟ

୧- ଧର୍ମେନ୍ଦ୍ର ପ୍ରଧାନ- ସମ୍ବଲପୁର- ଓଡ଼ିଶା

୨- ପୀୟୂଷ ଗୋୟଲ- ମୁମ୍ବାଇ ଦକ୍ଷିଣ କିମ୍ବା ମିରଟ- ମହାରାଷ୍ଟ୍ର/ଉତ୍ତର ପ୍ରଦେଶ

୩- ଅନୀଲ ଜୈନ- ଫିରୋଜାବାଦ କିମ୍ବା ମିରଟ- ଉତ୍ତର ପ୍ରଦେଶ

୪- ନିର୍ମଳା ସୀତାରମଣ- ଚେନ୍ନାଇ- ତାମିଲନାଡୁ

୫- ଭୁପେନ୍ଦ୍ର ଯାଦବ- ଅଲୱାର- ରାଜସ୍ଥାନ

୬- ଅରୁଣ ସିଂହ- ମଥୁରା କିମ୍ବା ଗାଜିଆବାଦ- ଉତ୍ତର ପ୍ରଦେଶ

୭- ହରଦୀପ ସିଂ ପୁରୀ- ଅମୃତସର- ପଞ୍ଜାବ

୮- ଜିଭିଏଲ୍ ନରସିଂହ- ବିଜୟୱାଡା ଆନ୍ଧ୍ରପ୍ରଦେଶ

୯- ବିଏଲ୍ ବର୍ମା- ବଦାୟୁନ୍ ଉତ୍ତର ପ୍ରଦେଶ

୧୦- ସୁରେନ୍ଦ୍ର ସିଂହ ନାଗର- ଫରିଦାବାଦ ହରିୟାନା

୧୧- ନୀରଜ ଶେଖର- ବଲିଆ- ଉତ୍ତର ପ୍ରଦେଶ

୧୨- ସୁଧାଂଶୁ ତ୍ରିବେଦୀ- କାନପୁର କିମ୍ବା ରାଏବରେଲି- ଉତ୍ତର ପ୍ରଦେଶ

୧୩- ମନସୁଖ ଭାଇ ମାଣ୍ଡଭିଆ- ଭାବନଗର- ଗୁଜରାଟ

୧୪- ରାଜୀବ ଚନ୍ଦ୍ରଶେଖର- ଉତ୍ତର ବେଙ୍ଗାଲୁରୁ କିମ୍ବା କେରଳର କୌଣସି ଆସନ।

୧୫- ସରୋଜ ପାଣ୍ଡେ- ଦୁର୍ଗ- ଛତିଶଗଡ଼

୧୬- ଭି ମୁରଲୀଧରନ ତ୍ରିଭେନ୍ଦ୍ରମ- କେରଳ

୧୭- ରାକେଶ ସିହ୍ନା- ବେଗୁସରାଇ- ବିହାର

୧୮- ଜ୍ୟୋତିରାଦିତ୍ୟ ସିନ୍ଧିଆ- ଗୁନା ନା ଗ୍ୱାଲିୟର ମଧ୍ୟପ୍ରଦେଶ

୧୯- ଏଲ୍ ମୁରୁଗାନ୍- ତାମିଲନାଡୁର ଯେ କୌଣସି ଆସନରୁ ନିର୍ବାଚନ ଲଢ଼ିପାରିବେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସଟି ବୈଠକରେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ କଣ କଲେ ଦାବୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ୫୨ତମ ବୈଠକ ନୂଆଦିଲ୍ଲୀସ୍ଥିତ ସୁଷମା ସ୍ୱରାଜ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ଏହି ୫୨ତମ ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ରାଜ୍ୟ ପକ୍ଷରୁ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଓ ବିଭିନ୍ନ ଦାବି ପରିଷଦ ବୈଠକରେ ଉପସ୍ଥାପନ କରିଥିଲେ।

ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ, ମିଲେଟ ମିଶନ ମାଧ୍ୟମରେ ମିଲେଟ ଚାଷକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ହେଉଛି ଅଗ୍ରଣୀ ରାଜ୍ୟ। ମିଲେଟ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ମିଲେଟ ମିଶନ ମଡେଲକୁ ଗ୍ରହଣ କରିବାକୁ ଭାରତ ସରକାର ସମସ୍ତ ରାଜ୍ୟକୁ କହିଛନ୍ତି।

ମିଲେଟଭିତ୍ତିକ ଉତ୍ପାଦ ଉପରେ ଜିଏସଟି ହାର ହ୍ରାସ ଓଡ଼ିଶା ମିଲେଟ୍‌ ମିଶନ ଉପରେ ଯଥେଷ୍ଟ ସକାରାତ୍ମକ ପ୍ରଭାବ ପକାଇପାରେ। ମିଲେଟ ଆଧାରିତ ଉତ୍ପାଦ ଉପରେ ଜିଏସଟି ହାର ହ ୍ରାସ କରି ସରକାର ସେଗୁଡ଼ିକୁ ଅଧିକ ସୁଲଭ ଓ ସହଜଲଭ୍ୟ କରିପାରିବେ। ଏହି ପଦକ୍ଷେପ ଦ୍ୱାରା ଅଧିକରୁ ଅଧିକ ଲୋକ ମିଲେଟକୁ ନିଜ ଖାଦ୍ୟରେ ସାମିଲ କରିବା ପାଇଁ ଉତ୍ସାହିତ ହୋଇପାରିବେ, ଫଳରେ ଉତ୍ତମ ସ୍ୱାସ୍ଥ୍ୟ ଲାଭ ହୋଇପାରିବ ଏବଂ ସ୍ଥାନୀୟ ମିଲେଟ ଚାଷୀମାନଙ୍କୁ ସହାୟତା ମିଳିପାରିବ।

ମିଲେଟ ଆଧାରିତ ସ୍ୱାସ୍ଥ୍ୟ ମିଶ୍ରଣ ଉପରେ ଜିଏସଟି ଛାଡ଼, (ଯେଉଁଥିରେ ସର୍ବନିମ୍ନ ୭୦ ପ୍ରତିଶତ ମିଲେଟ ଖୋଲାରେ ବିକ୍ରି ହୋଇଥାଏ) ମୂଲ୍ୟଯୁକ୍ତ ମିଲେଟ ଉତ୍ପାଦକୁ ବୃଦ୍ଧି କରିବାରେ ସହାୟକ ହେବ। ଓଡ଼ିଶାରେ ବିଶେଷ କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉଦ୍ୟୋଗୀମାନଙ୍କ ପାଇଁ ବ୍ୟବସାୟିକ ସୁଯୋଗର ସାମଗ୍ରିକ ବିକାଶରେ ଏହା ସହାୟକ ହେବ।

କେବଳ ସେତିକି ନୁହେଁ, ଜିଏସଟି ହାର ହ୍ରାସ ଦ୍ୱାରା ମିଲେଟ ଆଧାରିତ ସ୍ୱାସ୍ଥ୍ୟ ମିଶ୍ରଣ ଉତ୍ପାଦନରେ ନିୟୋଜିତ ଉଦ୍ୟୋଗୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ସୁନିଶ୍ଚିତ ହୋଇପାରିବ।
ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଏହି ଜିଏସଟି ହାର ହ୍ରାସ ପାଇଁ ଜିଏସଟି ପରିଷଦର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ।

ଡିଏମ୍‌ଏଫ୍‌ ଟ୍ରଷ୍ଟ ପକ୍ଷରୁ ଦିଆଯାଉଥିବା ସେବା ଉପରେ ଜିଏସଟି ଛାଡ଼ ପାଇଁ ଓଡ଼ିଶା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଫିଟମେଣ୍ଟ କମିଟି ଓଡ଼ିଶାର ପ୍ରସ୍ତାବକୁ ଅନୁଧ୍ୟାନ କରିଥିଲା ଏବଂ ଏହା ସ୍ପଷ୍ଟ କରିବାକୁ ସୁପାରିଶ କରିଥିଲା ଯେ ଡି.ଏମ୍‌.ଏଫ୍‌.ଟି ଏକ ସରକାରୀ କର୍ତ୍ତୃପକ୍ଷ ଏବଂ ତେଣୁ ବର୍ତ୍ତମାନର ଯୋଜନାରେ ଯେକୌଣସି ସରକାରୀ କର୍ତ୍ତୃପକ୍ଷ ସମାନ ରିହାତି ପାଇବାକୁ ଯୋଗ୍ୟ ।

ଏହି ପରିପ୍ରେକ୍ଷୀରେ ପରିଷଦର ବିଚାର ପାଇଁ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ନିମ୍ନ ବିଷୟଗୁଡ଼ିକୁ ଉପସ୍ଥାପନ କରିଥିଲେ।

1- ଓଡ଼ିଶା ଜିଲ୍ଲା ଖଣିଜ ଫାଉଣ୍ଡେସନ ନିୟମାବଳୀର ନିୟମ ୧୦ରେ ଉଲ୍ଲେଖ ରହିଛି, ଡିଏମଏଫ ଟ୍ରଷ୍ଟର ଉପଯୋଗ ଖଣି ପ୍ରଭାବିତ ଅଞ୍ଚଳରେ ସାମାଜିକ-ଆର୍ଥିକ ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ପ୍ରମୁଖ କାର୍ଯ୍ୟକଳାପର କାର୍ଯ୍ୟାନ୍ୱୟନ ପାଇଁ କରାଯାଇଥାଏ । ଡିଏମ୍‌ଏଫ୍‌ ପାଣ୍ଠି ଦ୍ୱାରା କରାଯାଇଥିବା ଏହି କାର୍ଯ୍ୟକଳାପଗୁଡିକ ମୁଖ୍ୟତଃ ଭାରତୀୟ ସମ୍ବିଧାନର ଏକାଦଶ ଅନୁସୂଚୀ (ଅନୁଚ୍ଛେଦ ୨୪୩ ଜି) ଏବଂ ଦ୍ୱାଦଶ ଅନୁସୂଚୀ (ଅନୁଚ୍ଛେଦ ୨୪୩)ରେ ତାଲିକାଭୁକ୍ତ କାର୍ଯ୍ୟକଳାପ ସହିତ ଜଡିତ ଅଟେ।

2- ଡିଏମଏଫ ଟ୍ରଷ୍ଟରେ ସ୍ଥାନୀୟ ସଂସ୍ଥାର ସଦସ୍ୟମାନଙ୍କୁ ସାମିଲ କରି ସ୍ଥାନୀୟ ସ୍ୱୟଂଶାସିତ ସଂସ୍ଥା ସହିତ ସମନ୍ୱୟ ସୁନିଶ୍ଚିତ କରିବା ଲାଗି ଏହି ନିୟମରେ ବ୍ୟବସ୍ଥା କରାଯାଇଛି।
ଓଡିଏମ୍‌ଏଫ୍‌ ନିୟମାବଳୀର ନିୟମ ୧୩ ଅନୁଯାୟୀ ଟ୍ରଷ୍ଟ ଦ୍ୱାରା କରାଯାଇଥିବା କାର୍ଯ୍ୟ ସରକାରୀ ବିଭାଗ, ଏଜେନ୍ସି ଓ ରାଷ୍ଟ୍ରାୟତ ସଂସ୍ଥା ମାଧ୍ୟମରେ କିମ୍ବା ଖଣି ପ୍ରଭାବିତ ଅଞ୍ଚଳରେ ସେ୍ୱଚ୍ଛାସେବୀ ସଂସ୍ଥା ମାଧ୍ୟମରେ ସମ୍ପାଦିତ ହୋଇଥାଏ। ଏହାର ବ୍ୟବହାରକାରୀ ହେଉଛନ୍ତି ଖଣି ପ୍ରଭାବିତ ଅଞ୍ଚଳର ବ୍ୟକ୍ତି, ମହିଳା, ଶିଶୁ ଏବଂ ପରିବାର ଯେଉଁମାନେ ବିନା ଶୁଳ୍କରେ ଏହି ସେବା ପାଇପାରିବେ।

3-ଗତ ଦୁଇ ବର୍ଷ ମଧ୍ୟରେ ଡିଏମଏଫଟି କେବଳ ଖଣି ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ସାମାଜିକ-ଆର୍ଥିକ ବିକାଶ ଏବଂ କଲ୍ୟାଣ ଉଦ୍ଦେଶ୍ୟରେ ସଂଗ୍ରହ କରାଯାଇଥିବା ଡିଏମଏଫ ପାଣ୍ଠିରୁ ୭୭୬ କୋଟି ଟଙ୍କା ଜିଏସଟି ପ୍ରଦାନ କରିଛି।

ଉପରୋକ୍ତ ତଥ୍ୟକୁ ଦୃଷ୍ଟିରେ ରଖି ଖଣି ପ୍ରଭାବିତ ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ବିକାଶ ଓ ଜନସାଧାରଣଙ୍କ କଲ୍ୟାଣ ପାଇଁ ଓଡ଼ିଶାର ପ୍ରସ୍ତାବକୁ ନିମ୍ନୋକ୍ତ ଦୁଇଟି ଉପାୟରୁ କୌଣସି ଗୋଟିଏ ଉପାୟରେ ବିଚାର କରିବାକୁ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଅନୁରୋଧ କରିଥିଲେ ।

ବର୍ତ୍ତମାନ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଶୁଦ୍ଧ ସେବା/ ସାମଗ୍ରୀ ଏବଂ ସେବାର ସାମଗ୍ରିକ ଯୋଗାଣ ଉପରେ ଖର୍ଚ୍ଚ ପାଇଁ ଅନୁମତି ଦିଆଯାଇଛି, ଯେଉଁଥିରେ ସାମଗ୍ରୀର ମୂଲ୍ୟ ୨୫% ରୁ ଅଧିକ ନୁହେଁ । ୩ ଓ ୩ଏ ରିହାତି ବିଜ୍ଞପ୍ତି ନଂ- ୧୨/୨୦୧୭-ସିଟି(ଆର) ତାରିଖ ୨୮.୦୬.୨୦୧୭, ଡିଏମଏଫ ଟ୍ରଷ୍ଟକୁ ସମ୍ପ୍ରସାରିତ କରାଯାଇପାରେ କିମ୍ବା ଅନୁଲଗ୍ନକ-୪ରେ ଏଜେଣ୍ଡା ନୋଟର କ୍ରମ ୫ରେ ଉଲ୍ଲେଖ କରାଯାଇଥିବା ଫିଟମେଣ୍ଟ କମିଟିର ସୁପାରିସ ଅନୁଯାୟୀ ସରକାରୀ କର୍ତ୍ତୃପକ୍ଷଙ୍କୁ ଯୋଗାଇ ଦିଆଯାଉଥିବା ୫ଟି ସେବାକୁ ଛାଡ଼ କରିବା ପାଇଁ ଏକ ନୂତନ ପ୍ରବେଶ ସୃଷ୍ଟି କରିବା ପରିବର୍ତ୍ତେ, ସ୍ୱଚ୍ଛ ସେବା ଯୋଗାଣ ଏବଂ ମିଶ୍ରିତ ଯୋଗାଣ କ୍ଷେତ୍ରରେ ପୂର୍ବରୁ ଅନୁମତି ଦିଆଯାଇଥିବା ରିହାତିକୁ ପୁନଃସ୍ଥାପିତ କରିବା ଲାଗି ପରାମର୍ଶ ଦିଆଯାଇଛି, ଯେଉଁଠାରେ ସାମଗ୍ରୀର ମୂଲ୍ୟ ସରକାରୀ ପ୍ରାଧିକରଣକୁ ଯୋଗାଣର ମୋଟ ମୂଲ୍ୟର ୨୫ ପ୍ରତିଶତରୁ ଅଧିକ ନୁହେଁ ।

ଏହାକୁ ଦୃଷ୍ଟିରେ ରଖି ଆମ ରାଜ୍ୟର ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ କଲ୍ୟାଣ ପାଇଁ ଓଡ଼ିଶା ଡିଏମ୍‌ଏଫ୍‌ ଟ୍ରଷ୍ଟ ଦ୍ୱାରା ପ୍ରଦାନ କରାଯାଉଥିବା ସେବାଗୁଡ଼ିକୁ ସଂପୂର୍ଣ୍ଣ ରୂପେ କରମୁକ୍ତ କରିବାକୁ ଜିଏସ୍‌ଟି ପରିଷଦକୁ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଅନୁରୋଧ ଜଣାଇଛନ୍ତି।

ଏହି ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ ଓ ଜିଏସ୍‌ଟି କମିଶନର ଶ୍ରୀ ସଂଜୟ କୁମାର ସିଂ ଯୋଗଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

୫୨ତମ ଜିଏସଟି ପରିଷଦ ବୈଠକରେ କରାଗଲା ବହୁ ଗୁରୁତ୍ୱପୂର୍ଣ୍ଣ ସୁପାରିସ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ୫୨ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଅର୍ଥ ବିଭାଗ ଦାୟିତ୍ୱ ନିର୍ବାହ କରୁଥିବା ଗୋଆ ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ (ବିଧାନସଭା ସହିତ) ଅର୍ଥମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରଣାଳୟ ତଥା ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଜିଏସଟି ଟିକସ ହାରରେ ପରିବର୍ତ୍ତନ, ବ୍ୟବସାୟକୁ ସୁଗମ କରିବା ଏବଂ ଜିଏସଟିରେ ଅନୁପାଳନକୁ ସୁବ୍ୟବସ୍ଥିତ କରିବା ପାଇଁ ପଦକ୍ଷେପ ସମ୍ପର୍କରେ ଜିଏସଟି କାଉନସିଲ ନିମ୍ନଲିଖିତ ସୁପାରିସ କରିଛି।

A. ବସ୍ତୁ ଓ ସେବା ଉପରେ ଜିଏସଟି ଦର ସଂକ୍ରାନ୍ତରେ ସୁପାରିସ
I. ସାମଗ୍ରୀର ଜିଏସଟି ହାରରେ ପରିବର୍ତ୍ତନ

1. ଏଚଏସ ୧୯୦୧ ବର୍ଗରେ ଆସୁଥିବା ଗୁଣ୍ଡ ଆକାରରେ ଏବଂ ଅତିକମରେ ୭୦% ଓଜନର ମିଲେଟ୍ ବା ଶ୍ରୀ ଅନ୍ନ ଥିବା ଅଟା ଖୋଲାରେ ବିକ୍ରି ହେଉଥିଲେ ଏହା ଉପରେ କୌଣସି ଜିଏସଟି ଶୁଳ୍କ ଲାଗୁ ହେବ ନାହିଁ। ଅନ୍ୟପଟେ ଆଗୁଆ ପ୍ୟାକେଟ୍ ହୋଇ ଲେଭଲ ଥାଇ ବିକ୍ରି ହେଲେ ୫% ଜିଏସଟି ଲାଗୁ ହେବ ।

2. ଏଚ୍ଏସ୍ ୫୬୦୫ ଅଧୀନରେ ଆସୁଥିବା ମେଟାଲାଇଜ୍ଡ ପଲିଏଷ୍ଟର ଫିଲ୍ମ/ପ୍ଲାଷ୍ଟିକ୍ ଫିଲ୍ମରୁ ନିର୍ମିତ ଇମିଟେସନ ଜରି ସୂତା ବା ସୂତା କୁ ୫% ଜିଏସ୍ ଟି ହାର ଥିବା ଇମିଟେସନ ଜରି ସୂତା ବା ସୂତା ଏଣ୍ଟ୍ରି ମାଧ୍ୟମରେ କରାଯାଇଛି। ତେବେ ପଲିଏଷ୍ଟର ଫିଲ୍ମ (ମେଟାଲାଇଜ୍ଡ୍) /ପ୍ଲାଷ୍ଟିକ୍ ଫିଲ୍ମ ଉପରେ ଇନଭର୍ସନ କ୍ଷେତ୍ରରେ କୌଣସି ରିଫଣ୍ଡ କରାଯିବ ନାହିଁ।

3. ଉପକୂଳରେ ଯାତ୍ରା କରିବାକୁ ମାର୍ଗ ପରିବର୍ତ୍ତନ କଲେ ବିଦେଶ ଯାତ୍ରା କରୁଥିବା ଜାହାଜଗୁଡ଼ିକ ଜାହାର ମୂଲ୍ୟ ଉପରେ ୫% ଆଇଜିଏସଟି ପଇଠ କରିବେ। ତେବେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଲାଗି ବିଦେଶୀ ପତାକା ଥିବା ବିଦେଶୀ ଜାହାଜ ଉପକୂଳରେ ଯାତ୍ରା କରିବା ସମୟରେ ସର୍ତ୍ତମୂଳକ ଓ ସୀମିତ ଅବଧିର ଆଇଜିଏସଟି ଛାଡ଼ କରାଯିବ ।

II. ବସ୍ତୁ ସହ ଜଡ଼ିତ ଅନ୍ୟାନ୍ୟ ଶୁଳ୍କ

1. ମାନବ ବ୍ୟବହାର ପାଇଁ ଆଲକହଲ ଯୁକ୍ତ ମଦ ଉତ୍ପାଦନ ଲାଗି ବ୍ୟବହୃତ ଅତିରିକ୍ତ ସାଧାରଣ ମଦ (ଇଏନଏ) ଜିଏସଟି ବାହାରେ ରଖିବାକୁ ଜିଏସଟି ପରିଷଦ ସୁପାରିସ କରିଛି । ମାନବ ବ୍ୟବହାର ପାଇଁ ମଦ ଉତ୍ପାଦନରେ ଉପଯୋଗ କରାଯାଉଥିବା ଇଏନଏକୁ ଜିଏସଟି ପରିସରରୁ ବାଦ୍ ଦେବା ପାଇଁ ଆଇନ କମିଟି ଆଇନରେ ଉପଯୁକ୍ତ ସଂଶୋଧନ ସଂକ୍ରାନ୍ତରେ ଯାଞ୍ଚ କରିବ।

2. ଶୀରା ଉପରେ ଜିଏସଟି ୨୮%ରୁ ୫%କୁ ହ୍ରାସ କରାଯିବ । ଏହି ପଦକ୍ଷେପ ଚିନ ମିଲଗୁଡ଼ିକ ପାଇଁ ଅଧିକ ନଗଦ ଅର୍ଥ ବୃଦ୍ଧି କରିବ ଏବଂ ଆଖୁ ଚାଷୀଙ୍କ ଆଖୁ ବକେୟା ଶୀଘ୍ର ପରିଶୋଧ କରିବାରେ ସକ୍ଷମ କରିବ । ଶୀରା ମଧ୍ୟ ଏହାର ଉତ୍ପାଦନରେ ଏକ ଉପାଦାନ ହୋଇଥିବାରୁ ଏହା ଦ୍ୱାରା ଗୋଖାଦ୍ୟ ଉତ୍ପାଦନ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ।

3. ଶିଳ୍ପ ବ୍ୟବହାର ପାଇଁ ସଂଶୋଧିତ ସ୍ପିରିଟ୍ କୁ ଅନ୍ତର୍ଭୁକ୍ତ କରିବା ପାଇଁ ସୀମା ଶୁଳ୍କ ଆଇନରେ ୮ ଅଙ୍କ ସ୍ତରରେ ଏକ ପୃଥକ ଶୁଳ୍କ ଏଚ୍ ଏସ୍ କୋଡ୍ ସୃଷ୍ଟି କରାଯାଇଛି। ଜିଏସଟି ହାର ବିଜ୍ଞପ୍ତିରେ ସଂଶୋଧନ କରାଯାଇ ଶିଳ୍ପ ବ୍ୟବହାର ପାଇଁ ଇଏନଏର ଏକ ଏଣ୍ଟ୍ରି ସୃଷ୍ଟି କରାଯିବ ଯେଉଁଥିରେ ୧୮% ଜିଏସଟି ଲାଗୁ ହେବ ।

III. ସେବାର ଜିଏସଟି ହାରରେ ପରିବର୍ତ୍ତନ

1. ୨୮.୦୬.୨୦୧୭ ବିଜ୍ଞପ୍ତି ସଂଖ୍ୟା ୧୨/୨୦୧୭-ସିଟିଆରର ଧାରା ନଂ ୩ ଏବଂ ୩ଏରେ ଭାରତୀୟ ସମ୍ବିଧାନର ଧାରା ୨୪୩ଜି ଏବଂ ୨୪୩ଡବ୍ଲୁ ଅଧୀନରେ ପଞ୍ଚାୟତ/ପୌରପାଳିକାକୁ ଦିଆଯାଇଥିବା କୌଣସି କାର୍ଯ୍ୟ ସମ୍ବନ୍ଧରେ କେନ୍ଦ୍ର/ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଉଥିବା ଶୁଦ୍ଧ ଏବଂ ମିଶ୍ରିତ ସେବାକୁ ଜିଏସଟି ଛାଡ଼ କରାଯାଇଛି। ଜିଏସଟି କାଉନସିଲ ବର୍ତ୍ତମାନର ରିହାତି ଏଣ୍ଟ୍ରିଗୁଡ଼ିକୁ କୌଣସି ପରିବର୍ତ୍ତନ ନକରି ବଜାୟ ରଖିବାକୁ ସୁପାରିସ କରିଛି।

2. ଏହାବ୍ୟତୀତ ଜଳ ଯୋଗାଣ, ଜନସ୍ୱାସ୍ଥ୍ୟ, ପରିମଳ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ବସ୍ତି ଉନ୍ନତିକରଣ ଏବଂ ସରକାରୀ କର୍ତ୍ତୃପକ୍ଷଙ୍କୁ ଯୋଗାଇ ଦିଆଯାଉଥିବା ଉନ୍ନତିକରଣ ସେବାରୁ ଟିକସମୁକ୍ତ କରିବାକୁ ଜିଏସ୍ ଟି ପରିଷଦ ସୁପାରିସ କରିଛି।

IV. ସେବା ସହ ଜଡ଼ିତ ଅନ୍ୟାନ୍ୟା ପରିବର୍ତ୍ତନ

1. ଏହା ସ୍ପଷ୍ଟ କରାଯାଉଛି ଯେ, ‘‘ଖାଦ୍ୟ ଓ ଖାଦ୍ୟ ଉତ୍ପାଦ ସହ ଜଡ଼ିତ ସେବା କାର୍ଯ୍ୟ’’ କ୍ଷେତ୍ରରେ ପ୍ରଯୁଜ୍ୟ ୫% ଜିଏସଟି ଦର ବାର୍ଲିକୁ ମଲ୍ଟରେ ପ୍ରକ୍ରିୟାକରଣ କରିବା ସେବା କ୍ଷେତ୍ରରେ ମଧ୍ୟ ଲାଗୁ ହେଉଛି ଏବଂ ଏହି ଦର ୧୮% ନୁହେଁ।

2. ସିଜିଏସଟି ଆଇନ, ୨୦୧୭ର ଧାରା ୯(୫) ଅନୁଯାୟୀ ଇଲେକ୍ଟ୍ରୋନିକ୍ ବାଣିଜ୍ୟିକ ଅପରେଟର (ଇସିଓ) ମାଧ୍ୟମରେ ଯୋଗାଇ ଦିଆଯାଉଥିବା ବସ୍ ପରିବହନ ସେବା ଉପରେ ଜିଏସଟି ପୈଠ କରିବାର ଦେୟତା ଇସିଓଙ୍କ ଉପରେ ୨୦୨୨ ଜାନୁଆରୀ ପହିଲାରୁ ଲାଗୁ କରାଯାଇଛି । ଶିଳ୍ପ ସଂଘର ପ୍ରସ୍ତାବ ଆଧାରରେ ବାଣିଜ୍ୟ ସୁବିଧା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା ଯେ ଇସିଓ ମାଧ୍ୟମରେ ସେବା ଯୋଗାଉଥିବା ଅଧିକାଂଶ ବସ୍ ଅପରେଟର ଗୋଟିଏ କିମ୍ବା ଦୁଇଟି ବସ୍ ର ମାଲିକ ଏବଂ ସେମାନେ ପଞ୍ଜୀକରଣ କରିବା ଏବଂ ଜିଏସଟି ଅନୁପାଳନ ପୂରଣ କରିବା ସ୍ଥିତିରେ ନଥିଲେ। ବ୍ୟବସାୟକୁ ସହଜ କରିବା ପାଇଁ କ୍ଷୁଦ୍ର ଅପରେଟରମାନଙ୍କ ଆବଶ୍ୟକତା ଏବଂ ଆଇଟିସି ନେବା ପାଇଁ ବଡ଼ ସଂଗଠିତ କମ୍ପାନୀର ଆବଶ୍ୟକତା ମଧ୍ୟରେ ସନ୍ତୁଳନ ଆଣିବା ଲାଗି ଜିଏସଟି କାଉନସିଲ ସୁପାରିସ କରିଛି ଯେ, କମ୍ପାନୀ ଭାବରେ ସଂଗଠିତ ବସ୍ ଅପରେଟରମାନଙ୍କୁ ସିଜିଏସଟି ଅଧିନିୟମ, ୨୦୧୭ର ଧାରା ୯(୫)ର ପରିସରରୁ ବାଦ୍ ଦିଆଯାଇପାରେ । ଏହାଦ୍ୱାରା ସେମାନେ ଆଇଟିସି ବ୍ୟବହାର କରି ସେମାନଙ୍କ ଯୋଗାଣ ଉପରେ ଜିଏସଟି ପୈଠ କରିପାରିବେ ।

3. ସାରା ଦେଶରେ ଖଣିଜ ସମ୍ପଦ ଥିବା ଖଣି ଅଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଜିଲ୍ଲା ଖଣିଜ ଫାଉଣ୍ଡେସନ୍ ଟ୍ରଷ୍ଟ (ଡିଏମଏଫଟି) ସରକାରୀ କର୍ତ୍ତୃପକ୍ଷ ଏବଂ ଏହିପରି ଅନ୍ୟ କୌଣସି ସରକାରୀ କର୍ତ୍ତୃପକ୍ଷଙ୍କ ପାଇଁ ଉପଲବ୍ଧ ଜିଏସଟିରୁ ସମାନ ରିହାତି ପାଇବାକୁ ଯୋଗ୍ୟ ବୋଲି ପରିଷଦ ସ୍ପଷ୍ଟ କରିଛି।

4. ଭାରତୀୟ ରେଳବାଇ ଦ୍ୱାରା ସମସ୍ତ ସାମଗ୍ରୀ ଏବଂ ସେବା ଯୋଗାଣ ଉପରେ ଫରୱାର୍ଡ ଚାର୍ଜ ବ୍ୟବସ୍ଥା ଅଧୀନରେ ଟିକସ ଆଦାୟ କରାଯିବ ଯାହା ଦ୍ୱାରା ସେମାନେ ଆଇଟିସି ପାଇପାରିବେ । ଏହା ଦ୍ୱାରା ଭାରତୀୟ ରେଳବାଇର ଖର୍ଚ୍ଚ ହ୍ରାସ ପାଇବ ।

B. ବ୍ୟବସାୟକୁ ସୁଗମ କରିବା ପାଇଁ ପଦକ୍ଷେପ:

i) ଯେଉଁ କ୍ଷେତ୍ରରେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆପିଲ୍ ଦାଖଲ ହୋଇପାରିବ ନାହିଁ ସେଠାରେ ଡିମାଣ୍ଡ ଅର୍ଡର ବିରୋଧରେ ଅପିଲ୍ ଦାଖଲ କରିବା ପାଇଁ କ୍ଷମା ଯୋଜନା

1. ୩୧ ମାର୍ଚ୍ଚ ୨୦୨୩ରେ କିମ୍ବା ତା’ପୂର୍ବରୁ ସିଜିଏସଟି ଆଇନ, ୨୦୧୭ର ଧାରା ୭୩ ଓ ୭୪ ଅଧୀନରେ ଜାରି ହୋଇଥିବା ଡିମାଣ୍ଡ ଅର୍ଡର ବିରୋଧରେ ଏହି ଆଇନର ୧୦୭ ଧାରା ଅଧୀନରେ ଏକ ଅପିଲ କରିପାରିନଥିବା ଟିକସଦାତା ବ୍ୟକ୍ତି କିମ୍ବା କେବଳ ଧାରା ୧୦୭ର ଉପଧାରା (୧) ରେ ନିର୍ଦ୍ଧାରିତ କରାଯାଇଥିବା ସମୟ ଅବଧିରେ ଅପିଲ କରାଯାଇନଥିବା ଦର୍ଶାଇ ଆଦେଶ ବିରୋଧରେ ଯେଉଁମାନଙ୍କର ଅପିଲକୁ ଖାରଜ କରି ଦିଆଯାଇଛି ସେମାନଙ୍କୁ ସିଜିଏସଟି ଆଇନ, ୨୦୧୭ର ଧାରା ୧୪୮ରେ ଥିବା ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଅନୁଯାୟୀ କ୍ଷମା ପ୍ରାର୍ଥନା ଯୋଜନାର ସୁବିଧା ଦେବା ପାଇଁ ପରିଷଦ ସୁପାରିସ କରିଛି। ଏଭଳି ସମସ୍ତ କ୍ଷେତ୍ରରେ ଟିକସଦାତାଙ୍କ ଦ୍ୱାରା ଆବେଦନ ଦାଖଲ ପାଇଁ ୩୧ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଅନୁମତି ଦିଆଯିବ, ଯେଉଁଥିରେ ବିବାଦ ଅଧୀନ ଟିକସର ୧୨.୫% ପୂର୍ବ ଜମା ରାଶି ପୈଠ କରିବାର ସର୍ତ୍ତ ରହିଛି, ସେଥିରୁ ଅତିକମରେ ୨୦% (ଅର୍ଥାତ୍ ବିବାଦ ଅଧୀନ ଟିକସର ୨.୫%) ଇଲେକ୍ଟ୍ରୋନିକ୍ କ୍ୟାସ୍ ଲେଜରରୁ ଡେବିଟ୍ ହେବା ଆବଶ୍ୟକ। ଏହା ଦ୍ୱାରା ବହୁ ସଂଖ୍ୟକ ଟିକସଦାତା ସୁବିଧା ପାଇବେ, ଯେଉଁମାନେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଅତୀତରେ ଆବେଦନ କରିପାରି ନାହାନ୍ତି ।

କମ୍ପାନିକୁ ମଞ୍ଜୁର କରାଯାଉଥିବା କ୍ରେଡିଟ୍ ସୀମା/ଋଣ ବିରୁଦ୍ଧରେ ନିର୍ଦ୍ଦେଶକମାନେ ବ୍ୟାଙ୍କକୁ ପ୍ରଦାନ କରୁଥିବା ବ୍ୟକ୍ତିଗତ ଗ୍ୟାରେଣ୍ଟିର ଟିକସଯୋଗ୍ୟତା ଏବଂ ହୋଲ୍ଡିଂ କମ୍ପାନୀ ଦ୍ୱାରା ଏହାର ସହାୟକ କମ୍ପାନୀକୁ ପ୍ରଦାନ କରାଯାଇଥିବା କର୍ପୋରେଟ୍ ଗ୍ୟାରେଣ୍ଟି ସମେତ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପାଇଁ ପ୍ରଦାନ କରାଯାଇଥିବା କର୍ପୋରେଟ୍ ଗ୍ୟାରେଣ୍ଟିର ଟିକସଯୋଗ୍ୟତା ସମ୍ପର୍କରେ ସ୍ପଷ୍ଟୀକରଣ: ଏ ସଂକ୍ରାନ୍ତ ପରିଷଦର ସୁପାରିସ ହେଲା :

a) ଏକ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରାଯାଇଛି ଯେ ଯେତେବେଳେ ବ୍ୟାଙ୍କ/ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ସେମାନଙ୍କ ତରଫରୁ ବ୍ୟକ୍ତିଗତ ଗ୍ୟାରେଣ୍ଟି ପ୍ରଦାନ କରିବା ପାଇଁ କମ୍ପାନୀ ପକ୍ଷରୁ ନିର୍ଦ୍ଦେଶକଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କୌଣସି ପ୍ରତିଫଳ ପ୍ରଦାନ କରାନଯାଏ, ତେବେ ଉକ୍ତ କାରବାର/ଯୋଗାଣର ଖୋଲା ବଜାର ମୂଲ୍ୟକୁ ଶୂନ୍ୟ ବୋଲି ବିବେଚନା କରାଯାଇପାରେ ଏବଂ ତେଣୁ ଏଭଳି ସେବା ଯୋଗାଣ କ୍ଷେତ୍ରରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ।

b) ପରସ୍ପର ସହ ଜଡ଼ିତ ପକ୍ଷମାନଙ୍କ ମଧ୍ୟରେ ପ୍ରଦାନ କରାଯାଇଥିବା କର୍ପୋରେଟ୍ ଗ୍ୟାରେଣ୍ଟି ଯୋଗାଣର ଟିକସଯୋଗ୍ୟ ମୂଲ୍ୟ ପ୍ରଦାନ କରିବା, କିମ୍ବା ବାସ୍ତବ ପ୍ରତିଫଳ, ଯାହା ଅଧିକ ଥିବ ତାହାର ଏକ ପ୍ରତିଶତ ଭାବରେ ପ୍ରଦାନ କରିବା ଲାଗି ସିଜିଏସଟି ନିୟମ, ୨୦୧୭ର ନିୟମ ୨୮ରେ ଉପ-ନିୟମ (୨) ସାମିଲ କରିବାକୁ ପରିଷଦ ସୁପାରିସ କରିଛି।

c) ବିଜ୍ଞପ୍ତି ଜରିଆରେ ସ୍ପଷ୍ଟ କରାଯାଉଛି ଯେ ଉକ୍ତ ଉପ-ନିୟମ ଯୋଡ଼ିବା ପରେ ସମ୍ପୃକ୍ତ ପକ୍ଷଙ୍କ ମଧ୍ୟରେ ପ୍ରଦାନ କରାଯାଉଥିବା କର୍ପୋରେଟ୍ ଗ୍ୟାରେଣ୍ଟି ସେବାର ଏଭଳି ଯୋଗାଣ ମୂଲ୍ୟ ସିଜିଏସଟି ନିୟମ, ୨୦୧୭ର ନିୟମ ୨୮ର ପ୍ରସ୍ତାବିତ ଉପନିୟମ (୨) ଦ୍ୱାରା ନିୟନ୍ତ୍ରିତ ହେବ ଏବଂ ସେବା ଗ୍ରହଣକାରୀଙ୍କ ପାଇଁ ସମ୍ପୂର୍ଣ୍ଣ ଆଇଟିସି ଉପଲବ୍ଧ ଅଛି କି ନାହିଁ ତାହାର କୌଣସି ଫରକ ପଡ଼ିବ ନାହିଁ ।

iii) ଗୋଟିଏ ବର୍ଷ ସମ୍ପୂର୍ଣ୍ଣ ହେବା ପରେ ଅସ୍ଥାୟୀ ଭାବେ ବ୍ୟାଜାପ୍ତି ହୋଇଥିବା ସମ୍ପତ୍ତିର ସ୍ୱୟଂକ୍ରିୟ ପୁନରୁଦ୍ଧାର ପାଇଁ ବ୍ୟବସ୍ଥା :
ସିଜିଏସଟି ନିୟମ, ୨୦୧୭ର ନିୟମ ୧୫୯ର ଉପନିୟମ (୨) ଏବଂ ଫର୍ମ ଜିଏସଟି ଡିଆରସି-୨୨ରେ ସଂଶୋଧନ କରିବାକୁ ପରିଷଦ ସୁପାରିସ କରିଛି, ଯାହା ଦ୍ୱାରା ଫର୍ମ ଜିଏସଟି ଡିଆରସି -୨୨ରେ ଅସ୍ଥାୟୀ ବ୍ୟାଜାପ୍ତି ପାଇଁ ଦିଆଯାଇଥିବା ଆଦେଶ କଥିତ ଆଦେଶ ଦିଆଯିବା ତାରିଖଠାରୁ ଏକ ବର୍ଷ ସମ୍ପୂର୍ଣ୍ଣ ହେବା ପରେ ବୈଧ ହେବ ନାହିଁ । କମିଶନରଙ୍କ ଠାରୁ ପୃଥକ ନିର୍ଦ୍ଦିଷ୍ଟ ଲିଖିତ ନିର୍ଦ୍ଦେଶର ଆବଶ୍ୟକତା ରହିବ ନାହିଁ ଏବଂ ଏକ ବର୍ଷର ଅବଧି ଶେଷ ହେବା ପରେ ଅସ୍ଥାୟୀ ଭାବେ ଜବତ ସମ୍ପତ୍ତି ମୁକ୍ତ ହୋଇପାରିବ।

iv) ଯୋଗାଣ ସ୍ଥାନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ସ୍ପଷ୍ଟୀକରଣ: ନିମ୍ନଲିଖିତ ସେବା ଯୋଗାଣ ସମ୍ବନ୍ଧରେ ଯୋଗାଣର ସ୍ଥାନ ସ୍ପଷ୍ଟ କରିବା ପାଇଁ ପରିଷଦ ଏକ ସର୍କୁଲାର ଜାରି କରିବାକୁ ସୁପାରିସ କରିଛି:

a) ଯେଉଁ କ୍ଷେତ୍ରରେ ଯୋଗାଣକାରୀଙ୍କ ଅବସ୍ଥାନ କିମ୍ବା ସେବା ଗ୍ରହଣକାରୀଙ୍କ ଅବସ୍ଥାନ ଭାରତ ବାହାରେ ଥାଏ, ସେହି କ୍ଷେତ୍ରରେ ମେଲ୍ କିମ୍ବା କୋରିଅର୍ ମାଧ୍ୟମରେ ସାମଗ୍ରୀ ପରିବହନର ସେବା ଯୋଗାଣ;

b) ବିଜ୍ଞାପନ ସେବା ଯୋଗାଣ;

c) ସହ-ଅବସ୍ଥାନ ସେବା ଯୋଗାଣ।

v) ସେବାର ରପ୍ତାନି ସମ୍ବନ୍ଧୀୟ ସ୍ପଷ୍ଟୀକରଣ ଜାରି -: ଆଇଜିଏସଟି ଆଇନ ୨୦୧୭ର ଧାରା ୨ର ଧାରା (୬)ର ଉପଧାରା (୪)ର ବ୍ୟବସ୍ଥା ଅନୁଯାୟୀ ସେବା ରପ୍ତାନି ପାଇଁ ଯୋଗ୍ୟତା ଅର୍ଜନ କରିବା ଉଦ୍ଦେଶ୍ୟରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନୁମତି ପ୍ରାପ୍ତ ସ୍ୱତନ୍ତ୍ର ଆଇଏନଆର ଭୋସ୍ତ୍ରୋ ଆକାଉଣ୍ଟରେ ପ୍ରାପ୍ତ ରପ୍ତାନି ବାବଦ ପ୍ରେରିତ ଅର୍ଥରାଶି ଗ୍ରହଣୀୟତା ସ୍ପଷ୍ଟ କରିବା ପାଇଁ ପରିଷଦ ଏକ ସର୍କୁଲାର ଜାରି କରିବାକୁ ସୁପାରିସ କରିଛି।

୩୧.୦୭.୨୦୨୩ ତାରିଖରେ ଜାରି ହୋଇଥିବା ୦୧/୨୦୨୩-ସମନ୍ୱିତ ଟିକସ ବିଜ୍ଞପ୍ତିରେ ସଂଶୋଧନ ଦ୍ୱାରା ଆଇଜିଏସଟି ଫେରସ୍ତ ମାର୍ଗ ପାଇଁ ଅଧିକୃତ କାର୍ଯ୍ୟ ନିମନ୍ତେ ଏସଇଜେଡ୍ ୟୁନିଟ୍ / ଡେଭଲପର୍ସଙ୍କୁ ଯୋଗାଣ ଅନୁମତି : ସମନ୍ୱିତ ଟିକସ ପୈଠ ଉପରେ ଅଧିକୃତ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ଆର୍ଥକ ଜୋନ୍ ଡେଭଲପର୍ କିମ୍ବା ସ୍ୱତନ୍ତ୍ର ଆର୍ଥିକ ଜୋନ୍ ୟୁନିଟକୁ ସାମଗ୍ରୀ କିମ୍ବା ସେବା ଯୋଗାଣ କରିବା ପାଇଁ (ପାନ ମସଲା, ତମାଖୁ, ଗୁଟଖା ଇତ୍ୟାଦି ସାମଗ୍ରୀ ବ୍ୟତୀତ) ବିଜ୍ଞପ୍ତି ସଂଖ୍ୟା ୧/୨୦୨୩-ସମନ୍ୱିତ ଟିକସ ତାରିଖ ୩୧.୦୭.୨୦୨୩ରେ ଉଲ୍ଲେଖ କରାଯାଇଥିବା ସାମଗ୍ରୀ କିମ୍ବା ସେବା ଯୋଗାଣ କରିବା ପାଇଁ ଏକ ସ୍ୱତନ୍ତ୍ର ଆର୍ଥିକ ଜୋନ୍ ଡେଭଲପର୍ କିମ୍ବା ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ୟୁନିଟକୁ ଯୋଗାଣକାରୀ ଏବଂ ଏହିପରି ପ୍ରଦାନ କରାଯାଇଥିବା ଟିକସ ରିଫଣ୍ଡ ଦାବି କରିବା ଲାଗି ୩୧.୦୭.୨୦୨୩ ତାରିଖରେ ଜାରି ହୋଇଥିବା ୦୧/୨୦୨୩-ସମନ୍ୱିତ ଟିକସ ବିଜ୍ଞପ୍ତିରେ ସଂଶୋଧନ ପାଇଁ ପରିଷଦ ସୁପାରିସ କରିଛି ।

C. ଆଇନ ଓ ପ୍ରକ୍ରିୟା ସଂକ୍ରାନ୍ତରେ ଅନ୍ୟାନ୍ୟ ପଦକ୍ଷେପ :

i) ପ୍ରସ୍ତାବିତ ଜିଏସଟି ଆପିଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏବଂ ସଦସ୍ୟ ନିଯୁକ୍ତି ସମ୍ବନ୍ଧରେ ଟ୍ରିବ୍ୟୁନାଲ ସଂସ୍କାର ଆଇନ, ୨୦୨୧ର ବ୍ୟବସ୍ଥା ସହିତ ସିଜିଏସଟି ଆଇନ, ୨୦୧୭ର ବ୍ୟବସ୍ଥାଗୁଡ଼ିକର ସମନ୍ୱୟ: ନିମ୍ନଲିଖିତ ଉଦ୍ଦେଶ୍ୟ ଲାଗି ସିଜିଏସଟି ଆଇନ, ୨୦୧୭ର ଧାରା ୧୧୦ରେ ସଂଶୋଧନ ପାଇଁ ପରିଷଦ ସୁପାରିସ:

ଆପିଲେଟ୍ ଟ୍ରିବ୍ୟୁନାଲ, କେନ୍ଦ୍ରୀୟ ବର୍ହିଶୁଳ୍କ ଓ ସେବା କର ଟ୍ରିବ୍ୟୁନାଲ, ରାଜ୍ୟ ଭାଟ୍ ଟ୍ରିବ୍ୟୁନାଲରେ ଅଥବା ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ପରୋକ୍ଷ ଟିକସ ଆଇନ ଅଧୀନରେ ମାମଲାରେ ଯଥେଷ୍ଟ ଅଭିଜ୍ଞତା ଥିବା ଜଣେ ଓକିଲ ନ୍ୟାୟିକ ସଦସ୍ୟ ଭାବରେ ନିଯୁକ୍ତି ପାଇଁ ଯୋଗ୍ୟ ହୋଇପାରିବେ;

ଅଧ୍ୟକ୍ଷ ଏବଂ ସଦସ୍ୟ ଭାବରେ ନିଯୁକ୍ତି ଲାଗି ଯୋଗ୍ୟ ହେବା ପାଇଁ ସର୍ବନିମ୍ନ ବୟସ ୫୦ ବର୍ଷ;

ଅଧ୍ୟକ୍ଷ ଏବଂ ସଭ୍ୟମାନଙ୍କର କାର୍ଯ୍ୟକାଳ ଯଥାକ୍ରମେ ୭୦ ବର୍ଷ ଏବଂ ୬୭ ବର୍ଷ ପର୍ଯ୍ୟନ୍ତ ହେବ ।

ii) ଜିଏସଟି କାଉନସିଲର ୫୦ତମ ବୈଠକରେ ସୁପାରିସ ଅନୁଯାୟୀ ଆଇଏସଡି ସମ୍ବନ୍ଧୀୟ ଆଇନରେ ସଂଶୋଧନ:

ଜିଏସଟି କାଉନସିଲ ଏହାର ୫୦ତମ ବୈଠକରେ ସୁପାରିସ କରିଥିଲା ଯେ ସିଜିଏସଟି ଆଇନ, ୨୦୧୭ର ଧାରା ୨୦ରେ ଧାର୍ଯ୍ୟ କରାଯାଇଥିବା ଆଇଏସଡି (ଇନପୁଟ୍ ସର୍ଭିସ ଡିଷ୍ଟ୍ରିବ୍ୟୁଟର) ପ୍ରକ୍ରିୟାକୁ ତୃତୀୟ ପକ୍ଷଠାରୁ ମୁଖ୍ୟ କାର୍ଯ୍ୟାଳୟ (ଏଚଓ) ଦ୍ୱାରା କ୍ରୟ କରାଯାଇଥିବା ଇନପୁଟ୍ ସେବା ସମ୍ବନ୍ଧରେ ଆଇଟିସି ବଣ୍ଟନ ପାଇଁ ବାଧ୍ୟତାମୂଳକ କରାଯାଇପାରେ କିନ୍ତୁ ଉଭୟ ଏଚଓ ଏବଂ ଶାଖା କାର୍ଯ୍ୟାଳୟ (ବିଓ) କିମ୍ବା କେବଳ ଏକ କିମ୍ବା ଏକାଧିକ ବିଓଙ୍କ ପାଇଁ ଆରୋପଣୀୟ ହେବ।
ସୂଚନା:

ଜିଏସଟି ପରିଷଦର ସୁପାରିସକୁ ଏହି ବିଜ୍ଞପ୍ତି ଜରିଆରେ ହିତାଧିକାରୀଙ୍କ ସୂଚନା ପାଇଁ ସରଳ ଭାଷାରେ ଉପସ୍ଥାପିତ କରାଯାଇଛି । ସମ୍ପୃକ୍ତ ସର୍କୁଲାର/ବିଜ୍ଞପ୍ତି/ଆଇନ ସଂଶୋଧନ ମାଧ୍ୟମରେ ଏହା କାର୍ଯ୍ୟକାରୀ ହେବ, ଯାହାକି କେବଳ ଆଇନ ଦ୍ୱାରା ବଳବତ୍ତର ହେବ ।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟସଭାରେ ମଲ୍ଲିକାର୍ଜୁନ ଖଡଗେଙ୍କ ବିବୃତ୍ତି ଉପରେ ବଡ ହଙ୍ଗାମା, ନିର୍ମଳା ସୀତାରମଣଙ୍କ ଆପତ୍ତି

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ଅଧିନିୟମ) ରେ ଏକାଠି ହେବାକୁ ସମସ୍ତ ଦଳକୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମହିଳା ସଶକ୍ତିକରଣ ସହ ଜଡିତ ବିଲ୍ ଉପରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେବା ପାଇଁ ରାଜ୍ୟସଭାର ଏକ ବଡ଼ ସୁଯୋଗ ରହିଛି। ନୂତନ ସଂସଦର ରାଜ୍ୟସଭାରେ ସ୍ୱାଗତ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ରାଜ୍ୟସଭାରେ ଭାଷଣ ଦେବାର ସୁଯୋଗ ଦିଆଯାଇଥିଲା। ଏହି ସମୟରେ ଶ୍ରୀ ଖଡଗେ କହିଛନ୍ତି ଯେ, ଓବିସି ମହିଳାମାନେ ନାରୀ ଶକ୍ତି ବନ୍ଦନ ଅଧିନିୟମରେ ସଂରକ୍ଷଣ ପାଇବା ଉଚିତ। ଏହି ବିବୃତ୍ତିରେ ରାଜ୍ୟସଭାରେ ଉତ୍ତେଜନା ଦେଖାଦେଇଥିଲା।

ଦଳଗୁଡ଼ିକ ଦୁର୍ବଳ ମହିଳାମାନଙ୍କୁ ଟିକେଟ୍ ଦିଅନ୍ତି:

ଶ୍ରୀ ଖଡଗେ କହିଛନ୍ତି ଯେ, “ସାଂସଦମାନେ ନିର୍ବାଚିତ ହୋଇ ଆସନ୍ତି। ପଛୁଆ ବର୍ଗ ଏବଂ ଅନୁସୂଚିତ ଜାତିର ମହିଳାମାନେ ସେପରି ଶିକ୍ଷିତ ନୁହଁନ୍ତି। ସେମାନଙ୍କର ସାକ୍ଷରତା ମଧ୍ୟ ବହୁତ କମ୍ ଅଟେ। ସମସ୍ତ ଦଳର ଦୁର୍ବଳ ମହିଳାଙ୍କୁ ଟିକେଟ୍ ଦେବାର ଅଭ୍ୟାସ ରହିଛି। ଯେଉଁମାନେ ଲଢି ପାରନ୍ତି ସେମାନଙ୍କୁ ଟିକେଟ ଦିଅନ୍ତି ନାହିଁ। ଏହା ମୁଁ ଜାଣେ।”

ଖଡଗେଙ୍କ ବିବୃତ୍ତିରେ ବିଜେପିର ଆପତ୍ତି:

ବିଜେପି ନେତାମାନେ ଏହାକୁ ବିରୋଧ କରିଥିଲେ। ଏହା ପରେ ଶ୍ରୀ ଖଡଗେ କହିଛନ୍ତି ଯେ, ମୋର କହିବା କଥା ଯେ, ସେମାନେ ସର୍ବଦା ଦୁର୍ବଳ ବିଭାଗର ଲୋକଙ୍କୁ ପାଟି ନ ଖୋଲିବାକୁ କୁହନ୍ତି।

ବିଜେପି ସାଂସଦଙ୍କ ଦ୍ୱାରା ହଙ୍ଗାମା:

ତାଙ୍କ ବିବୃତ୍ତି ଉପରେ ବିଜେପି ସାଂସଦଙ୍କ ମଧ୍ୟରେ ହଙ୍ଗମା ଜାରି ରହିଥିଲା। ଏହା ଉପରେ ଶ୍ରୀ ଖଡଗେ କହିଛନ୍ତି ଯେ, “ମୁଁ ସମସ୍ତ ଦଳ ବିଷୟରେ କହୁଛି। ସବୁ ଦଳରେ ଏହା ହେଉଛି। ସେଥିପାଇଁ ମହିଳାମାନେ ତଳେ ଅଛନ୍ତି। ସେମାନଙ୍କୁ ଆଗକୁ ବଢିବାକୁ ଦିଅନ୍ତି ନାହିଁ।”

ନିର୍ମଳା ସୀତାରମଣ ଆପତ୍ତି ଜଣାଇଥିଲେ:

ଏହା ପରେ ଅଧ୍ୟକ୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ତାଙ୍କ ଆପତ୍ତି ପଞ୍ଜିକରଣ କରିବାକୁ କହିବାର ସୁଯୋଗ ଦେଇଥିଲେ। ସେ କହିଛନ୍ତି ଯେ, ଦଳ ମହିଳାଙ୍କୁ ଗୁରୁତ୍ୱ ଦେଉ ନାହିଁ ବୋଲି କହିବା ଅନ୍ୟାୟ। ଏହା ଭୁଲ ଅଟେ। ପାର୍ଟୀ ଆମ ସମସ୍ତଙ୍କୁ ସୁଯୋଗ ଦେଇଛି।

‘ମହିଳାମାନଙ୍କ ମଧ୍ୟରେ ପାର୍ଥକ୍ୟ କର ନାହିଁ’:

ଏହା ଉପରେ ନିର୍ମଳା ସୀତାରମଣ କହିଛନ୍ତି ଯେ, ରାଷ୍ଟ୍ରପତି ମୁର୍ମୁ କିଏ? ଆପଣ ସେପରି କହିପାରିବେ ନାହିଁ। ଆପଣ କିପରି ଦୁଇ ମହିଳାଙ୍କ ମଧ୍ୟରେ ପାର୍ଥକ୍ୟ କରିପାରିବେ? ଆମେ ସମସ୍ତ ମହିଳାଙ୍କ ପାଇଁ ସଂରକ୍ଷଣ ବିଷୟରେ କହୁଛୁ।

ଜଗଦୀପ ଧନଖଡ଼ ସମାଧାନ କରିବାକୁ ଚେଷ୍ଟା କରିଥିଲେ:

ଅଧ୍ୟକ୍ଷ ଜଗଦୀପ ଧନଖଡ଼ ସମାଧାନ କରିବାକୁ ଚେଷ୍ଟା କରିଥିଲେ। ସେ କହିଛନ୍ତି ଯେ, ଆମେ ଏକ ଐତିହାସିକ ପ୍ରସଙ୍ଗ ଉପରେ ଆଲୋଚନା କରୁଛୁ।

ସର୍ବଦା ମହିଳା ସଂରକ୍ଷଣକୁ ସମର୍ଥନ କରନ୍ତି:

ଏହା ପରେ ଶ୍ରୀ ଖଡଗେ କହିଛନ୍ତି ଯେ, ମୁଁ କେବଳ କହୁଛି ଯେ ଆମେ ମହିଳା ସଂରକ୍ଷଣ ବିଲ୍କୁ ନିରନ୍ତର ସମର୍ଥନ କରିଛୁ। ୨୦୧୦ ରେ ଏହାକୁ ପାସ୍ କରିବାକୁ ମଧ୍ୟ ଚେଷ୍ଟା କରାଯାଇଥିଲା। ସଂସଦ ହେଉଛି ଗଣତନ୍ତ୍ରର ମନ୍ଦିର।

ମଲ୍ଲିକାର୍ଜୁନ କହିଛନ୍ତି ଯେ, ସେମାନେ ଆମକୁ ଶ୍ରେୟ ଦିଅନ୍ତି ନାହିଁ, କିନ୍ତୁ ମୁଁ ସେମାନଙ୍କ ନଜରକୁ ଆଣିବାକୁ ଚାହୁଁଛି ଯେ ମହିଳା ସଂରକ୍ଷଣ ବିଲ୍ ୨୦୧୦ ରେ ପାରିତ ହୋଇସାରିଥିଲା, କିନ୍ତୁ ଏହାକୁ ବନ୍ଦ କରିଦିଆଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

“୨୨ ଟି ଦେଶ ଭାରତ ସହିତ ଟଙ୍କାରେ ବ୍ୟବସାୟ କରିବାକୁ ପ୍ରସ୍ତୁତ”: ପଢନ୍ତୁ ଅର୍ଥମନ୍ତ୍ରୀ କହିଥିବା ୧୦ ଟି ବଡ କଥା

ନୂଆଦିଲ୍ଲୀ: ଜି -୨୦ ଶିଖର ସମ୍ମିଳନୀର ସଫଳତା ତଥା ଭାରତର ଅର୍ଥନୀତି ସମେତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଏନଡିଟିଭି ସହ ଏକ ବିଶେଷ ବାର୍ତ୍ତାଳାପରେ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରିଛନ୍ତି। ଏହି ସମୟରେ ସେ କହିଥିବା ୧୦ ଟି ବିଷୟ ଉପରେ ଆସନ୍ତୁ ଜାଣିବା…

ଭାରତର ଅର୍ଥନୀତି ଏବଂ ଜି -୨୦ ର ସଫଳତା ଉପରେ ଅର୍ଥମନ୍ତ୍ରୀଙ୍କ ଠାରୁ ୧୦ ଟି ବଡ଼ ଜିନିଷ:

୧- ଜି -୨୦ ର ସମସ୍ତ ପ୍ରସଙ୍ଗରେ ଭାରତ ସହମତି ହାସଲ କରିଛି। ୟୁକ୍ରେନ ଏବଂ ଋଷ ପ୍ରସଙ୍ଗରେ ସମସ୍ତ ଜି -୨୦ ଦେଶ ମଧ୍ୟରେ ଏକ ସାଧାରଣ ସହମତି ପ୍ରକାଶ ପାଇଛି।

୨- ୨୨ ଟି ଦେଶ ଭାରତ ସହିତ ଟଙ୍କାରେ ବ୍ୟବସାୟ କରିବାକୁ ପ୍ରସ୍ତୁତ। ଜି -୨୦ ସଦସ୍ୟ ଦେଶମାନେ ଭାରତ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ଗ୍ଲୋବାଲ ସାଉଥର ସ୍ୱର ଉପରେ ପିଏମ ମୋଦୀଙ୍କ ଗୁରୁତ୍ୱ ରହିଛି।

୩- ଜି -୨୦ ସାମୂହିକ ଭାବରେ କ୍ରିପ୍ଟୋ, ବୈଶିକ ଋଣ, ବ୍ରେଟନ୍ ଉଡ୍ସ ଇନଷ୍ଟିଚ୍ୟୁସନ- ଇଣ୍ଟରନାସନାଲ ମନିଟାରି ଫୋରମ୍ ଏବଂ ବିଶ୍ଵ ବ୍ୟାଙ୍କରେ ସଂସ୍କାରର ଆବଶ୍ୟକତା ଭଳି ଆଲୋଚନା କରାଯାଇଥିଲା।

୪- ବିକାଶର ଆବଶ୍ୟକତାକୁ ଭାରତ ବୁଝୁଛି। ଜି-୨୦ ପାଇଁ ଅନେକ ସହରରେ ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତ ଦେଶ ଭାରତର ବିବିଧତା ଏବଂ ସଂସ୍କୃତି ଦେଖିଥିଲେ।

୫- ଜି -୨୦ ଶିଖର ସମ୍ମିଳନୀ ସମଗ୍ର ବିଶ୍ୱରେ ଭାରତର ଏକ ନୂତନ ଭାବମୂର୍ତ୍ତି ସୃଷ୍ଟି କରିଛି। ଏହି ସମୟ ମଧ୍ୟରେ ସମଗ୍ର ବିଶ୍ୱ ଭାରତର ଚମତ୍କାର ସଂସ୍କୃତି ଦେଖିଲା।

୬- ଡିଜିଟାଲ କ୍ଷେତ୍ରରେ ଭାରତ ଏକ ନୂତନ ପରିଚୟ ସୃଷ୍ଟି କରିଛି। ଡିଜିଟାଲ୍ ଟେକ୍ନୋଲୋଜି MSME ପାଇଁ ଲାଭଦାୟକ ପ୍ରମାଣିତ କରୁଛି।

୭- ମୋଦୀ ସରକାରଙ୍କ ଏହି ଯୋଜନାରେ ସମସ୍ତେ ଉପକୃତ ହୋଇଛନ୍ତି। ଉଜ୍ଜ୍ୱଲା ସମେତ ସମସ୍ତ ଯୋଜନାରେ କୌଣସି ଭେଦଭାବ ହୋଇନାହିଁ।

୮- ବିରୋଧୀ ସନାତନ ଧର୍ମକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି। ଏହା କେବଳ ବିରୋଧୀଙ୍କ ପାଇଁ ସନାତନ ବିରୋଧ ନୁହେଁ ବରଂ ସେମାନଙ୍କର ଉଦ୍ଦେଶ୍ୟ ହେଉଛି ହିନ୍ଦୁମାନଙ୍କୁ ବିରୋଧ କରିବା।

୯- ଧର୍ମନିରପେକ୍ଷତା ନାମରେ ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛି। ଯେଉଁମାନେ ଦେଶ ଭାଙ୍ଗୁଛନ୍ତି ସେମାନଙ୍କ ସହ କଂଗ୍ରେସ ଛିଡା ହୋଇଛି। ସମଗ୍ର ବିରୋଧୀ ଏକ ଗୋଷ୍ଠୀର ଅଂଶ ଯାହା ଦେଶ ଭାଙ୍ଗିବାକୁ ଚେଷ୍ଟା କରୁଛି।

୧୦- ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଛି। ମିଶନ୍ ଚନ୍ଦ୍ରଯାନରେ ମହିଳାଙ୍କ ଅଂଶଗ୍ରହଣ ସମସ୍ତଙ୍କ ପାଇଁ ଏକ ପ୍ରେରଣା।

Categories
ଆଜିର ଖବର ରାଜ୍ୟ ଖବର

କୁଇ ଏବଂ ଦେଶିଆ ଭାଷା ଶିକ୍ଷା ପୁସ୍ତକ ଏବଂ ଡାକ ଲଫାପା ଉନ୍ମୋଚିତ କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ

ଭୁବନେଶ୍ୱର: ବ୍ୟାପକ ବିଚାର ବିମର୍ଶ ପରେ ଦେଶରେ ଏକ ନୂତନ ଜାତୀୟ ଶିକ୍ଷା ନୀତି (ଏନଇପି) – ୨୦୨୦ ପ୍ରସ୍ତୁତ କରାଯାଇଛି। ନୂଆ ଶିକ୍ଷା ନୀତିର ବିଶେଷତ୍ୱ ହେଉଛି ଏହା ନମନୀୟ। ଏହା ଏକ ବ୍ୟାପକ ନୀତି କୌଣସି ରାଜ୍ୟ ଉପରେ ଏନଇପିକୁ ଲଦି ଦିଆଯାଇନାହିଁ। ବିଭିନ୍ନ ରାଜ୍ୟ ସେମାନଙ୍କର ଆବଶ୍ୟକତା ଅନୁଯାୟୀ, ଜାତୀୟ ଶିକ୍ଷା ନୀତିକୁ ଆପଣାଇପାରିବେ। ନୂଆ ଶିକ୍ଷା ନୀତିରେ ଭାରତର ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଭୁବନେଶ୍ୱରରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି।

ଆଜି ଭୁବନେଶ୍ୱର ଠାରେ କୁଇ ଏବଂ ଦେଶିଆ ଭାଷା ଶିକ୍ଷା ପୁସ୍ତକ ଏବଂ ଡାକ ଲଫାପା ଉନ୍ମୋଚନ ସମାରୋହରେ ଶ୍ରୀମତୀ ସୀତାରମଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ପୁସ୍ତକ ଉନ୍ମୋଚନ କରାଯାଇଛି। ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (ଏନସିଇଆରଟି) ଏବଂ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ସହଭାଗିତାରେ ଦୁଇଟି ପୁସ୍ତକ ପ୍ରସ୍ତୁତ କରାଯାଇଛି। କୁଇ ଏବଂ ଦେଶିଆ ଭାଷାଭାଷୀ ପିଲାମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ ଲାଗି ପୁସ୍ତକ ଦୁଇଟି ସହାୟକ ହୋଇପାରିବ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ଅର୍ଥ ମନ୍ତ୍ରୀ କହିଥିଲେ ଯେ, ଇଂରାଜୀ ଭାଷାରେ ଶିକ୍ଷାଦାନ ଓ ଦକ୍ଷତା ହାସଲର ଦୌଡ଼ରେ ଆମେ ମାତୃଭାଷାକୁ ଭୁଲିଯିବା ଭଳି ସ୍ଥିତିରେ ଆସି ପହଞ୍ଚିଛୁ। ଓଡ଼ିଶା ଭଳି ଭାଷା ଭିତ୍ତିରେ ଗଠନ ହୋଇଥିବା ରାଜ୍ୟଗୁଡ଼ିକ ସେମାନଙ୍କ ମାତୃଭାଷା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଜାତୀୟ ଶିକ୍ଷା ନୀତିରେ ମଧ୍ୟ ଏଥିପାଇଁ ବ୍ୟବସ୍ଥା କରାଯାଇଛି। ଶ୍ରୀମତୀ ସୀତାରମଣ ଆହୁରି କହିଥିଲେ, ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ମାନ୍ୟତାପ୍ରାପ୍ତ ୨୨ଟି ଭାଷାକୁ ବାଦ୍ ଦେଲେ ଆମ ଦେଶରେ ଏମିତି ଅନେକ କଥିତ ଭାଷା ଅଛି ଯାହାର କୌଣସି ଲିପି ନାହିଁ। ଜନସମୁଦାୟଙ୍କ ଏସବୁ କଥିତ ଭାଷାର ଏକ ସମୃଦ୍ଧ ଐତିହ୍ୟ ରହିଛି। ଆଜି ସେଭଳି ଦୁଇଟି କଥିତ ଭାଷାରେ ପ୍ରାଥମିକ ଶିକ୍ଷାଦାନ ପାଇଁ ଶିକ୍ଷା ମନ୍ତ୍ରଣାଳୟ ବିଶେଷ କରି ଏନସିଇଆରଟି ପକ୍ଷରୁ କରାଯାଇଥିବା ଉଦ୍ୟମ ସ୍ୱାଗତଯୋଗ୍ୟ। ସ୍ଥାନୀୟ ଭାଷା ଓ ଉପଭାଷାରେ ପ୍ରାଥମିକ ଶିକ୍ଷା ପାଇଁ ବର୍ଣ୍ଣବୋଧ ପୁସ୍ତକ ପ୍ରସ୍ତୁତ କରାଯିବା ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭାରତ ଶ୍ରେଷ୍ଠ ଭାରତ ସଂକଳ୍ପକୁ ସୁଦୃଢ଼ କରିବ।

କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ ଯେ, ଭାଷା ସହିତ ପ୍ରକୃତିର ସମ୍ପର୍କ ରହିଛି । କାରଣ ଗୋଟିଏ କଥିତ ଭାଷାରୁ ସେହି ଅଞ୍ଚଳର ପ୍ରାକୃତିକ ପରିବେଶର ପ୍ରତିଫଳନ ଦେଖିବାକୁ ମିଳିଥାଏ। ମାତୃଭାଷା ଦ୍ୱାରା ବିଚାର ସମୃଦ୍ଧ ହୋଇଥାଏ। ତେଣୁ ମାତୃଭାଷାରେ ପ୍ରାଥମିକ ଶିକ୍ଷାଦାନ ଏବଂ ସେହି ଭାଷାରେ ପୁସ୍ତକ ପ୍ରକାଶନର ଆବଶ୍ୟକତା ରହିଛି। ସେ ଆହୁରି କହିଥିଲେ ଯେ, ମାତୃଭାଷାରେ ଶିକ୍ଷା ଗ୍ରହଣ କରୁଥିବା, କହୁଥିବା, ଲେଖୁଥିବା ଓ ଚିନ୍ତା କରୁଥିବା ଲୋକ ପାଖରେ ଅଧିକ ବିଚାରଗତ ସ୍ପଷ୍ଟତା ରହିଥାଏ। ଏହି ସ୍ପଷ୍ଟତା ପରବର୍ତ୍ତୀ ସମୟରେ ଅନ୍ୟ ଭାଷାକୁ ସ୍ଥାନାନ୍ତରିତ ହୋଇଥାଏ।

ଛୋଟ ପିଲାଙ୍କୁ ଆରମ୍ଭରୁ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରି କେନ୍ଦ୍ର ଅର୍ଥ ମନ୍ତ୍ରୀ କହିଥିଲେ ଯେ, ପିଲାଟିଏ ଛୋଟ ଥିବା ସମୟରେ ସବୁଠୁ ଅଧିକ ଜ୍ଞାନ ହାସଲ କରିଥାଏ ବୋଲି ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି। ତେଣୁ ପ୍ରାରମ୍ଭିକ ଅବସ୍ଥାରେ ପିଲାକୁ ମାତୃଭାଷା କହିବା, ଲେଖିବା ଓ ପଢ଼ିବା ଶିଖାଇଲେ ତା’ର ଜ୍ଞାନ ସମୃଦ୍ଧ ହୋଇଥାଏ। ଦେଶିଆ ଓ କୁଇ ଭାଷାରେ ଶିକ୍ଷାଦାନ ପାଇଁ ଓଡ଼ିଆ ଲିପି ସହିତ ପୁସ୍ତକ ଉନ୍ମୋଚନ କରାଯିବା ଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶିକ୍ଷା ମନ୍ତ୍ରଣାଳୟ ଓ ଏନସିଇଆରଟିର ପ୍ରୟାସ ଓ ଉଦ୍ୟମ ପ୍ରଶଂସନୀୟ ବୋଲି ଶ୍ରୀମତୀ ସୀତାରମଣ କହିଥିଲେ।

ଅନ୍ୟତମ ଅତିଥି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ, ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି। ଇଂରେଜ ଶାସନ ସମୟରେ ୧୯୩୬ ମସିହାରେ ଓଡ଼ିଶା ଏକ ଭାଷା ଭିତ୍ତିକ ରାଜ୍ୟ ମାନ୍ୟତା ପାଇଥିଲା। ଏହା ଆମ ଓଡ଼ିଆଙ୍କ ପାଇଁ ଗୌରବର ବିଷୟ। ଆଗାମୀ ଶହ ଶହ ବର୍ଷ ଧରି ଓଡ଼ିଆ ଭାଷା, ସଂସ୍କୃତି ଓ ସମାଜ ନିଜ ପ୍ରତିଷ୍ଠା ବଜାୟ ରଖିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ।

ଶ୍ରୀ ପ୍ରଧାନ କହିଥିଲେ ଯେ, ଦେଶିଆ ଓ କୁଇ ଭାଷାରେ ଆଜି ଉନ୍ମୋଚନ କରାଯାଇଥିବା ଦୁଇଟି ପୁସ୍ତକ ଆଦିବାସୀ ସମୁଦାୟର ପିଲାଙ୍କ ଶିକ୍ଷାଦାନ ପାଇଁ ବର୍ଣ୍ଣବୋଧ ଭଳି କାମ କରିବ। ଆଦିବାସୀଙ୍କ ସାଂସ୍କୃତିକ, ଭାଷାଗତ ଐତିହ୍ୟ ଓ ପରିଚୟକୁ ସଂରକ୍ଷିତ ଓ ପ୍ରୋତ୍ସାହିତ କରିବ। ମାତୃଭାଷାରେ ଶିକ୍ଷାଦାନ ଜାତୀୟ ଶିକ୍ଷା ନୀତିର ଏକ ଆଧାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଜୋର ଦେଇ କହିଛନ୍ତି। ମାତୃଭାଷାରେ ଶିକ୍ଷାଦାନ ନହେବା ପର୍ଯ୍ୟନ୍ତ ପିଲାର ଚିନ୍ତନ, ତର୍କ କ୍ଷମତା, ଅନୁସନ୍ଧାନ ମନୋବୃତ୍ତି ବିକଶିତ ହୋଇପାରିବ ନାହିଁ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହୁରି କହିଥିଲେ, ଓଡ଼ିଶା ସୀମାନ୍ତ କୋଟିଆ ଗସ୍ତ କରିବା ସମୟରେ କନ୍ଧ, ପରଜା ଓ ଗଡ଼ବା ପିଲାମାନେ ଓଡ଼ିଆ ଭାଷାରେ ପଢ଼ିବାରେ ସମସ୍ୟାରେ ପଡ଼ୁଥିବା ସେ ଅନୁଭବ କରିଥିଲେ। ଏ ବିଷୟରେ ସେ ଶିକ୍ଷକଙ୍କ ସହିତ କଥା ହୋଇଥିଲେ। ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା, ଶିକ୍ଷା ମନ୍ତ୍ରଣାଳୟ ଏବଂ ଭାଷାବିତ୍ଙ୍କ ସହିତ ଆଲୋଚନା କରି ଏଭଳି ପୁସ୍ତକ ପ୍ରକାଶନ ପାଇଁ ବ୍ୟବସ୍ଥା କରିଥିଲେ। ୧୦୦ ଦିନ ଭିତରେ ଓଡ଼ିଶାର ଦୁଇଟି ଆଦିବାସୀ ଭାଷାରେ ପୁସ୍ତକ ଉନ୍ମୋଚନ କରାଯାଇଛି ବୋଲି ସେ କହିଥିଲେ। ଦୁଇଟି ପୁସ୍ତକ ପ୍ରସ୍ତୁତିରେ ସମ୍ପୃକ୍ତ ରହିଥିବା ଲୋକମାନଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଥିଲେ।

ଶ୍ରୀ ପ୍ରଧାନ କହିଥିଲେ ଯେ, ଓଡ଼ିଶାରେ ୭୫ଟି ଆଦିବାସୀ ଜାତି ଓ ଉପଜାତି ରହିଛି। ଏମାନେ ୭୨ଟି କଥିତ ଭାଷାରେ କଥା ହୋଇଥାନ୍ତି। ଧୀରେ ଧୀରେ ସବୁ ଭାରତୀୟ ଭାଷାରେ ଶିକ୍ଷାଦାନ ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଉଦ୍ୟମ ଜାରି ରହିଛି। ଦେଶର ଶିକ୍ଷା ବ୍ୟବସ୍ଥାକୁ ମାତୃଭାଷା ଆଧାରିତ କରିବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ମହାଡାକପାଳ ଶୁଭେନ୍ଦୁ ସ୍ୱାଇଁ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ, ଏନସିଇଆରଟିର ନିର୍ଦ୍ଦେଶକ ଦିନେଶ ପ୍ରସାଦ ସକ୍ଳାନୀଙ୍କ ସମେତ ବହୁ ଭାଷାବିତ୍, ଶିକ୍ଷକ, ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିଥିଲେ।

ଏଥିପୂର୍ବରୁ ଦୁଇ କେନ୍ଦ୍ର ମନ୍ତ୍ରୀ ଆଜି ଦେଶବ୍ୟାପୀ ଆୟୋଜିତ ‘‘ମେରୀ ମାଟି ମେରା ଦେଶ’’ ଅଭିଯାନର ଅଂଶବିଶେଷ ସ୍ୱରୂପ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଦେଶ ପାଇଁ ବଳିଦାନ ଦେଇଥିବା ବୀରମାନଙ୍କୁ ସମ୍ମାନ ଜଣାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ପୁରୀ ବେଳାଭୂମିରେ ପ୍ରସ୍ତୁତ ‘‘ମେରୀ ମାଟି ମେରା ଦେଶ’’ ବାଲୁକା କଳା ବୁଲି ଦେଖିଥିଲେ। ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାର କାରିଗରମାନଙ୍କୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଥିଲେ।

ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ଅଧୀନରେ ପୁରୀ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ କ୍ୟାମ୍ପସ ପରିସରରେ ଶିଳାଫଳକମ୍ ପ୍ରତିଷ୍ଠା ଓ ବସୁଧା ବନ୍ଦନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଦୁଇ କେନ୍ଦ୍ର ମନ୍ତ୍ରୀ ଏଠାରେ ଛାତ୍ରଛାତ୍ରୀଙ୍କ ସହ ମିଶି ସହିଦମାନଙ୍କ ସ୍ମୃତିରେ ସ୍ମୃତିଫଳକ ସ୍ଥାପନ କରିଥିଲେ ଏବଂ ବୃକ୍ଷରୋପଣ କରିଥିଲେ।

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ସମାରୋହରେ କେନ୍ଦ୍ରମନ୍ତ୍ରୀମାନେ ପଞ୍ଚପ୍ରାଣ ଶପଥ ପାଠ କରିଥିଲେ।

ସେମାନେ ସହିଦ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପରିବାରକୁ ସମ୍ମାନିତ କରିଥିଲେ। ସେମାନେ ପୁରୀ ଜିଲ୍ଲାର ବୀରହରେକୃଷ୍ଣପୁର ଗ୍ରାମ ସ୍ଥିତ ସହିଦ ଜୟୀ ରାଜଗୁରୁଙ୍କ ଘରୁ ଅମୃତ କଳସରେ ମାଟି ଓ ଧାନ ସଂଗ୍ରହ କରିଥିଲେ। ଏହି କଳସ ଦିଲ୍ଲୀସ୍ଥିତ ଅମୃତ ବାଟିକାରେ ସ୍ଥାପନ କରାଯିବ। ସେମାନେ ମଧ୍ୟ ସହିଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଜୟୀରାଜଗୁରୁଙ୍କ ଜନ୍ମସ୍ଥାନ ବୀରହରେକୃଷ୍ଣପୁର ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଓ ଐତିହାସିକ ଐତିହ୍ୟର ପ୍ରତୀକ। ଏ ଗାଁର ମାଟି ଜୟୀ ରାଜଗୁରୁଙ୍କ ସାହସିକତା ଓ ବଳିଦାନର ସାକ୍ଷୀ ରହିଛି ଯାହାକି ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମକୁ ଅଧିକ ପ୍ରାସଙ୍ଗିକ କରୁଛି । ଆମେ ଏଭଳି ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସ୍ଥାନ ପରିଦର୍ଶନ କରି ଆମର ସାହସୀ ଯୋଦ୍ଧା ଓ ବୀରମାନଙ୍କ ବଳିଦାନର ସ୍ମୃତିଚାରଣ କରିବା ବୋଲି ସେ କହିଥିଲେ।

କେନ୍ଦ୍ର ମନ୍ତ୍ରୀମାନେ ପୁରୀ ଜିଲ୍ଲାର ଐତିହ୍ୟ ଗ୍ରାମ ରଘୁରାଜପୁର ଠାରେ କାରିଗରମାନଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସ୍ୱାଧୀନତା ଦିବସ ଭାଷଣରେ ଘୋଷଣା କରାଯାଇଥିବା ‘ପିଏମ ବିଶ୍ୱକର୍ମା ଯୋଜନା’ର ଲାଭ ବିଷୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ସେମାନଙ୍କୁ କହିଥିଲେ।