Categories
ଆଜିର ଖବର ରାଜ୍ୟ ଖବର

ପ୍ରଫେସର (ଡାକ୍ତର) ଅଶୋକ ମହାପାତ୍ରଙ୍କୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର: ବିଶିଷ୍ଟ ନ୍ୟୁରୋସର୍ଜନ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ କରାଯିବା ପରିପ୍ରେକ୍ଷୀରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଆଜି ସମ୍ବର୍ଦ୍ଧିତ କରିଛନ୍ତି। ଏମ୍‌ସ ନୁଆଦିଲ୍ଲୀର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇବା ସହ ଭୁବନେଶ୍ୱର ଏମ୍ସର ପ୍ରଥମ ନିର୍ଦ୍ଦେଶକ ରହିଥିବା ପ୍ରଫେସର ମହାପାତ୍ର ସୋଆର କୁଳପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି।

ପ୍ରଫେସର ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇ ପ୍ରଫେସର ନାୟକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତାଙ୍କର ଦେଶ ପ୍ରତି ଅବଦାନ ଅତୁଳନନୀୟ ବୋଲି କହିଥିଲେ। ଏହି ସମ୍ମାନ ସୋଆ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି ବୋଲି ସେ କହିଥିଲେ।

ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନଜିତ ମହାନ୍ତି, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି ଏବଂ ଆସୋସିଏଟ୍ ଡିନ୍ ପ୍ରଫେସର ମନୋରଞ୍ଜନ ଦାସ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚଳିତ ବର୍ଷ ଦେଶରୁ କେତେ ଜଣ ପାଇବେ ପଦ୍ମଶ୍ରୀ ପୁରସ୍କାର, କଣ ସେମାନଙ୍କ ନାମ, ଦେଖନ୍ତୁ ପୁରା ତାଲିକା

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବରୁ ଆଜି ଘୋଷଣା ହୋଇଛି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର। ଏଥିରେ ତିନୋଟି ବର୍ଗରେ ପ୍ରଦାନ କରାଯାଇଥାଏ। ତାହା ହେଲା ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ। ଚଳିତ ବର୍ଷ ୭ ଜଣଙ୍କୁ ପଦ୍ମବିଭୂଷଣ, ୧୯ ଜଣଙ୍କୁ ପଦ୍ମଭୂଷଣ ଏବଂ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପାଇଁ ମନୋନିତ ହୋଇଛନ୍ତି। ଏଥିରେ ଯେଉଁମାନେ ମନୋନିତ ହେଉଛନ୍ତି ସେମାନେ ହେଲ

ପଦ୍ମ ବିଭୂଷଣ

  1. ଶ୍ରୀ ଦୁଭ୍ୱୁର ନାଗେଶ୍ୱର ରେଡ୍ଡୀ – ଚିକିତ୍ସା
  2. ନ୍ୟାୟାଧୀଶ (ସେନା ଭୃତ୍ତ) ଶ୍ରୀ ଜଗଦୀଶ ସିଂହ ଖେହର – ସାର୍ବଜନିକ କାର‌୍ୟ୍ୟ
  3. ଶ୍ରୀମତୀ କୁମୁଦିନୀ ରାଜନିକାନ୍ତ ଲାଖିଆ – କଳା
  4. ଶ୍ରୀ ଲକ୍ଷ୍ମୀନାରାୟଣ ସୁବ୍ରମଣୀୟମ୍ – କଳା
  5. ଶ୍ରୀ ଏମଟି ବାସୁଦେବନ ନାୟର (ମରଣୋତ୍ତର) – ସାହିତ୍ୟ ଏବଂ ଶିକ୍ଷା
  6. ଶ୍ରୀ ଓସାମୁ ସୁଜୁକି (ମରଣୋତ୍ତର) – ବ୍ୟବସାୟ ଏବଂ ଶିଳ୍ପ
  7. ଶ୍ରୀମତୀ ଶାରଦା ସିନ୍ହା (ମରଣୋତ୍ତର) – କଳା

ପଦ୍ମଭୂଷଣ

  1. ଶ୍ରୀ ଏ. ସୂର‌୍ୟ୍ୟ ପ୍ରକାଶ – ସାହିତ୍ୟ ଏବଂ ଶିକ୍ଷା – ସାମ୍ବାଦିକତା
  2. ଶ୍ରୀ ଅନନ୍ତ ନାଗ – କଳା
  3. ଶ୍ରୀ ବିବେକ ଦେବରଏ (ମରଣୋତ୍ତର) – ସାହିତ୍ୟ ଏବଂ ଶିକ୍ଷା
  4. ଶ୍ରୀ ଜତିନ ଗୋସ୍ୱାମୀ – କଳା
  5. ଶ୍ରୀ ଜୋସେ ଚାକୋ ପେରିଆପୁରମ୍ – ଚିକିତ୍ସା
  6. ଶ୍ରୀ କୈଳାଶ ନାଥ ଦିକ୍ଷିତ – ଅନ୍ୟମାନେ – ପୁରାତତ୍ତ୍ୱ
  7. ଶ୍ରୀ ମନୋହର ଜୋଷୀ (ମରଣୋତ୍ତର) – ସାର୍ବଜନିକ କାର‌୍ୟ୍ୟ
  8. ଶ୍ରୀ ନଲ୍ଲି କୁପ୍ପୁସ୍ୱାମୀ ଚେଟ୍ଟି – ବ୍ୟବସାୟ ଏବଂ ଶିଳ୍ପ
  9. ଶ୍ରୀ ନନ୍ଦମୂରି ବାଲକୃଷ୍ଣ – କଳା
  10. ଶ୍ରୀ ପି.ଆର୍. ଶ୍ରୀଜେଶ୍ – କ୍ରୀଡା
  11. ଶ୍ରୀ ପଙ୍କଜ ପାଟେଲ୍ – ବ୍ୟବସାୟ ଏବଂ ଶିଳ୍ପ
  12. ଶ୍ରୀ ପଙ୍କଜ ଉଦାସ୍ (ମରଣୋତ୍ତର) – କଳା
  13. ଶ୍ରୀ ରାମବହାଦୁର ରାଏ – ସାହିତ୍ୟ ଏବଂ ଶିକ୍ଷା – ପତ୍ରପତ୍ରିକା
  14. ସାଧ୍ବୀ ରିତମ୍ଭରା – ସାମାଜିକ କାର‌୍ୟ୍ୟ
  15. ଶ୍ରୀ ଏସ୍. ଅଜିତ୍ କୁମାର୍ – କଳା
  16. ଶ୍ରୀ ଶେଖର କପୁର – କଳା
  17. ମିସ୍ ଶୋଭନା ଚନ୍ଦ୍ରକୁମାର – କଳା
  18. ଶ୍ରୀ ସୁଶୀଲ କୁମାର ମୋଦି (ମରଣୋତ୍ତର) – ସାର୍ବଜନିକ କାର‌୍ୟ୍ୟ
  19. ଶ୍ରୀ ବିନୋଦ ଧାମ୍ – ବିଜ୍ଞାନ ଏବଂ ଇଞ୍ଜିନିୟରିଂ

ପଦ୍ମଶ୍ରୀ

  1. ଶ୍ରୀ ଅଦ୍ୱୈତ ଚରଣ ଗଡନାୟକ – କଳା
  2. ଶ୍ରୀ ଅଚ୍ୟୁତ ରାମଚନ୍ଦ୍ର ପାଳାଵ – କଳା
  3. ଶ୍ରୀ ଅଜୟ ୱି ଭଟ୍ଟ – ବିଜ୍ଞାନ ଏବଂ ଇଞ୍ଜିନିୟରିଂ
  4. ଶ୍ରୀ ଅନିଲ କୁମାର ବୋରୋ – ସାହିତ୍ୟ ଏବଂ ଶିକ୍ଷା
  5. ଶ୍ରୀ ଅରିଜିତ୍ ସିଂହ – କଳା
  6. ଶ୍ରୀମତୀ ଅରୁଣଧତୀ ଭଟ୍ଟାଚାର‌୍ୟ୍ୟ – ବ୍ୟବସାୟ ଏବଂ ଶିଳ୍ପ
  7. ଶ୍ରୀ ଅରୁଣୋଦୟ ସାହା – ସାହିତ୍ୟ ଏବଂ ଶିକ୍ଷା
  8. ଶ୍ରୀ ଅରବିନ୍ଦ ଶର୍ମା – ସାହିତ୍ୟ ଏବଂ ଶିକ୍ଷା
  9. ଶ୍ରୀ ଅଶୋକ କୁମାର ମହାପାତ୍ର – ଚିକିତ୍ସା
  10. ଶ୍ରୀ ଅଶୋକ ଲକ୍ଷ୍ମଣ ସରାଫ୍ – କଳା
  11. ଶ୍ରୀ ଅଶୁତୋଷ ଶର୍ମା – ବିଜ୍ଞାନ ଏବଂ ଇଞ୍ଜିନିୟରିଂ
  12. ଶ୍ରୀମତୀ ଅଶ୍ୱିନୀ ଭିଡେ ଦେଶପାଣ୍ଡେ – କଳା
  13. ଶ୍ରୀ ବୈଜନାଥ ମହାରାଜ – ଅନ୍ୟମାନେ – ଆଧ୍ୟାତ୍ମିକତା
  14. ଶ୍ରୀ ବ୍ୟାରି ଗଡଫ୍ରେ ଜନ୍ – କଳା
  15. ଶ୍ରୀମତୀ ବେଗମ୍ ବତୂଲ୍ – କଳା
  16. ଶ୍ରୀ ଭାରତ ଗୁପ୍ତ – କଳା
  17. ଶ୍ରୀ ଭେରୁ ସିଂହ ଚୌହାନ୍ – କଳା
  18. ଶ୍ରୀ ଭିମ୍ ସିଂହ ଭାବେଶ୍ – ସାମାଜିକ କାର‌୍ୟ୍ୟ
  19. ଶ୍ରୀମତୀ ଭିମାଭ୍ୱା ଦୋଡ଼ବଲାପ୍ପା ଶିଲେକ୍ୟଥରା – କଳା
  20. ଶ୍ରୀ ବୁଧେନ୍ଦ୍ର କୁମାର ଜେନ୍ – ଚିକିତ୍ସା
  21. ଶ୍ରୀ ସିଏସ୍ ଭାଇଦ୍ୟନାଥନ୍ – ସାର୍ବଜନିକ କାର‌୍ୟ୍ୟ
  22. ଶ୍ରୀ ଚୈତ୍ରମ୍ ଦେଓଚନ୍ଦ ପାୱାର୍ – ସାମାଜିକ କାର‌୍ୟ୍ୟ
  23. ଶ୍ରୀ ଚନ୍ଦ୍ରକାନ୍ତ୍ ଶେଠ୍ (ମରଣୋତ୍ତର) – ସାହିତ୍ୟ ଏବଂ ଶିକ୍ଷା
  24. ଶ୍ରୀ ଚନ୍ଦ୍ରକାନ୍ତ୍ ସୋମ୍ପୁରା – ଅନ୍ୟମାନେ – ସ୍ଥାପତ୍ୟକଳା
  25. ଶ୍ରୀ ଚେତନ୍ ଇ ଚିତ୍ନିସ୍ – ବିଜ୍ଞାନ ଏବଂ ଇଞ୍ଜିନିୟରିଂ
  26. ଶ୍ରୀ ଡେଭିଡ୍ ଆର୍ ସାଇଏମ୍ଲିଏହ୍ – ସାହିତ୍ୟ ଏବଂ ଶିକ୍ଷା
  27. ଶ୍ରୀ ଦୁର୍ଗା ଚରଣ ରଣବୀର୍ – କଳା
  28. ଶ୍ରୀ ଫରୁକ୍ ଅହମଦ୍ ମିର୍ – କଳା
  29. ଶ୍ରୀ ଗଣେଶ୍ଵର ଶାସ୍ତ୍ରୀ ଦ୍ରାଭିଡ୍ – ସାହିତ୍ୟ ଏବଂ ଶିକ୍ଷା
  30. ଶ୍ରୀମତୀ ଗୀତା ଉପାଧ୍ୟାୟ – ସାହିତ୍ୟ ଏବଂ ଶିକ୍ଷା
  31. ଶ୍ରୀ ଗୋକୁଳ ଚନ୍ଦ୍ର ଦାସ୍ – କଳା
  32. ଶ୍ରୀ ଗୁରୁବାୟୁର୍ ଦୋରାଇ – କଳା
  33. ଶ୍ରୀ ହରଚନ୍ଦନ ସିଂହ୍ ଭଟ୍ଟି – କଳା
  34. ଶ୍ରୀ ହରିମାନ୍ ଶର୍ମା – ଅନ୍ୟମାନେ – କୃଷି
  35. ଶ୍ରୀ ହରଜିନ୍ଦର ସିଂହ୍ ଶ୍ରୀନଗର ୱାଲେ – କଳା
  36. ଶ୍ରୀ ହରବିନ୍ଦର ସିଂହ୍ – କ୍ରୀଡା
  37. ଶ୍ରୀ ହସନ୍ ରଘୁ – କଳା
  38. ଶ୍ରୀ ହେମନ୍ତ କୁମାର – ଚିକିତ୍ସା
  39. ଶ୍ରୀ ହୃଦୟ ନାରାୟଣ ଦିକ୍ଷିତ – ସାହିତ୍ୟ ଏବଂ ଶିକ୍ଷା
  40. ଶ୍ରୀ ହ୍ୟୁ ଏବଂ କଲିନ୍ ଗାନ୍ଟଜର୍ (ମରଣୋତ୍ତର) (ଡୁଓ) – ସାହିତ୍ୟ ଏବଂ ଶିକ୍ଷା
  41. ଶ୍ରୀ ଇନିଭାଲାପିଲ୍ ମାନି ବିଜୟନ୍ – କ୍ରୀଡା
  42. ଶ୍ରୀ ଜଗଦିଶ୍ ଜୋଶିଲା – ସାହିତ୍ୟ ଏବଂ ଶିକ୍ଷା
  43. ଶ୍ରୀମତୀ ଜସପିନ୍ଦର ନାରୁଲା – କଳା
  44. ଶ୍ରୀ ଜୋନାସ୍ ମାସେଟି – ଅନ୍ୟମାନେ – ଆଧ୍ୟାତ୍ମିକତା
  45. ଶ୍ରୀ ଜୟନାଚରଣ ବଥାରୀ – କଳା
  46. ଶ୍ରୀମତୀ ଜୁମଦେ ଯୋମଗମ୍ ଗାମଲିନ୍ – ସାମାଜିକ କାର‌୍ୟ୍ୟ
  47. ଶ୍ରୀ କେ ଦାମୋଦରନ୍ – ଅନ୍ୟମାନେ – ପାକଶାଳା
  48. ଶ୍ରୀ କେ ଏଲ୍ କୃଷ୍ଣ – ସାହିତ୍ୟ ଏବଂ ଶିକ୍ଷା
  49. ଶ୍ରୀମତୀ କେ ଓମାନାକୁଟ୍ଟି ଅମ୍ମା – କଳା
  50. ଶ୍ରୀ କିଶୋର କୁନାଲ୍ (ମରଣୋତ୍ତର) – ସରକାରୀ ସେବା
  51. ଶ୍ରୀ ଏଲ୍ ହାଙ୍ଗଥିଙ୍ଗ୍ – ଅନ୍ୟମାନେ – କୃଷି
  52. ଶ୍ରୀ ଲକ୍ଷ୍ମୀପତି ରାମସୁବ୍ବାଇୟର୍ – ସାହିତ୍ୟ ଏବଂ ଶିକ୍ଷା – ସାମ୍ବାଦିକତା
  53. ଶ୍ରୀ ଲଳିତ କୁମାର ମଙ୍ଗୋଟ୍ରା – ସାହିତ୍ୟ ଏବଂ ଶିକ୍ଷା
  54. ଶ୍ରୀ ଲାମା ଲବ୍ଜାଙ୍ଗ୍ (ମରଣୋତ୍ତର) – ଅନ୍ୟମାନେ – ଆଧ୍ୟାତ୍ମିକତା
  55. ଶ୍ରୀମତୀ ଲିବିଆ ଲୋବୋ ସାର୍ଡେସାଇ – ସାମାଜିକ କାର‌୍ୟ୍ୟ
  56. ଶ୍ରୀ ଏମଡି ସ୍ରିନିବାସ୍ – ବିଜ୍ଞାନ ଏବଂ ଇଞ୍ଜିନିୟରିଂ
  57. ଶ୍ରୀ ମଦୁଗୁଳା ନାଗଫାଣି ଶର୍ମା – କଳା
  58. ଶ୍ରୀ ମହାବିର୍ ନାୟକ୍ – କଳା
  59. ଶ୍ରୀମତୀ ମମତା ଶଙ୍କର୍ – କଳା
  60. ଶ୍ରୀ ମନ୍ଦା କୃଷ୍ଣ ମାଦିଗା – ସାର୍ବଜନିକ କାର‌୍ୟ୍ୟ
  61. ଶ୍ରୀ ମାରୁତି ଭୁଜଙ୍ଗରାଓ ଚିତମ୍ପଲ୍ଲି – ସାହିତ୍ୟ ଓ ଶିକ୍ଷା
  62. ଶ୍ରୀ ମିରିଆଲା ଅପ୍ପାରାଓ (ମରଣୋତ୍ତର) – କଳା, ଆନ୍ଧ୍ରପ୍ରଦେଶ
  63. ଶ୍ରୀ ନାଗେନ୍ଦ୍ରନାଥ ରାୟ – ସାହିତ୍ୟ ଓ ଶିକ୍ଷା
  64.  ଶ୍ରୀ ନାରାୟଣ (ଭୁଲାଇ ଭାଇ) (ମରଣୋତ୍ତର) – ସାର୍ବଜନିକ କାର‌୍ୟ୍ୟ
  65. ଶ୍ରୀ ନରେନ୍ ଗୁରୁଙ୍ଗ – କଳା, ସିକ୍କିମ
  66.  ଶ୍ରୀମତୀ ନୀରଜା ଭାଟ୍ଲା – ଔଷଧ ଶାସ୍ତ୍ର
  67. ଶ୍ରୀମତୀ ନିର୍ମଳା ଦେବୀ – କଳା
  68. ଶ୍ରୀ ନିତିନ ନୋରିଆ – ସାହିତ୍ୟ ଓ ଶିକ୍ଷା
  69. ଶ୍ରୀ ଓଂକାର ସିଂହ ପାହ୍ୱା – ବ୍ୟବସାୟ ଓ ଶିଳ୍ପ
  70. ଶ୍ରୀ ପି. ଦାଚନାମୂର୍ତ୍ତି – କଳା
  71. ଶ୍ରୀ ପଣ୍ଡି ରାମ ମଣ୍ଡାଭୀ – କଳା
  72. ଶ୍ରୀ ପରମାର ଲାଭଜିଭାଇ ନାଗଜିଭାଇ – କଳା
  73. ଶ୍ରୀ ପବନ ଗୋଏଙ୍କା – ବ୍ୟବସାୟ ଓ ଶିଳ୍ପ
  74. ଶ୍ରୀ ପ୍ରଶାନ୍ଥ ପ୍ରକାଶ – ବ୍ୟବସାୟ ଓ ଶିଳ୍ପ
  75. ଶ୍ରୀମତୀ ପ୍ରତିଭା ଶତପଥୀ – ସାହିତ୍ୟ ଓ ଶିକ୍ଷା
  76. ଶ୍ରୀ ପୁରିସାଇ କଣ୍ଣପା ସମ୍ବନ୍ଧନ – କଳା
  77. ଶ୍ରୀ ଆର୍. ଅଶ୍ୱିନ – କ୍ରୀଡା
  78. ଶ୍ରୀ ଆର୍. ଜି. ଚନ୍ଦ୍ରମୋଗନ – ବ୍ୟବସାୟ ଓ ଶିଳ୍ପ
  79. ଶ୍ରୀମତୀ ରାଧା ବହିନ୍ ଭଟ୍ଟ – ସମାଜସେବା
  80. ଶ୍ରୀ ରାଧାକୃଷ୍ଣନ ଦେବସେନାପତି – କଳା
  81. ଶ୍ରୀ ରାମଦାରଶ ମିଶ୍ର – ସାହିତ୍ୟ ଓ ଶିକ୍ଷା
  82. ଶ୍ରୀ ରଣେନ୍ଦ୍ର ଭାନୁ ମଜୁମଦାର – କଳା
  83. ଶ୍ରୀ ରତନ କୁମାର ପାରିମୁ – କଳା
  84. ଶ୍ରୀ ରେବା କାନ୍ତ ମହନ୍ତ – କଳା
  85. ଶ୍ରୀ ରେନ୍ଥଲେଇ ଲାଲରୱନା – ସାହିତ୍ୟ ଓ ଶିକ୍ଷା, ମିଜୋରାମ
  86. ଶ୍ରୀ ରିକି ଜିଆନ୍ କେଜ – କଳା
  87. ଶ୍ରୀ ସଜ୍ଜନ ଭଜଙ୍କା – ବ୍ୟବସାୟ ଓ ଶିଳ୍ପ
  88. ଶ୍ରୀମତୀ ସାଲି ହୋଲକର – ବ୍ୟବସାୟ ଓ ଶିଳ୍ପ
  89. ଶ୍ରୀ ସନ୍ତରାମ ଦେଶୱାଳ – ସାହିତ୍ୟ ଓ ଶିକ୍ଷା
  90. ଶ୍ରୀ ସତ୍ୟପାଳ ସିଂହ – କ୍ରୀଡା
  91. ଶ୍ରୀ ସିନୀ ବିଶ୍ୱନାଥନ – ସାହିତ୍ୟ ଓ ଶିକ୍ଷା
  92. ଶ୍ରୀ ସେଥୁରାମନ ପଞ୍ଚନାଥନ – ବିଜ୍ଞାନ ଓ ପ୍ରାବଳ୍ୟ ଶାସ୍ତ୍ର
  93. ଶ୍ରୀମତୀ ସେଖା ଶେଖା ଅଲି ଅଲ-ଜାବର ଅଲ-ସବାହ – ଔଷଧ ଶାସ୍ତ୍ର
  94. ଶ୍ରୀ ସିନ୍ କାଫ୍ ନିଜାମ (ଶିବ କିଶନ ବିସ୍ସା) – ସାହିତ୍ୟ ଓ ଶିକ୍ଷା
  95. ଶ୍ରୀ ଶ୍ୟାମ ବିହାରୀ ଆଗରୱାଲ – କଳା
  96. ଶ୍ରୀମତୀ ସୋନିୟା ନିତ୍ୟାନନ୍ଦ – ଔଷଧ ଶାସ୍ତ୍ର
  97. ଶ୍ରୀ ସ୍ଟିଫନ୍ ନାପ୍ – ସାହିତ୍ୟ ଓ ଶିକ୍ଷା
  98. ଶ୍ରୀ ସୁଭାସ୍ କେତୁଲାଲ୍ ଶର୍ମା – ଅନ୍ୟାନ୍ୟ – କୃଷି, ମହାରାଷ୍ଟ୍ର
  99. ଶ୍ରୀ ସୁରେଶ ହରିଲାଲ ସୋନି – ସମାଜସେବା
  100. ଶ୍ରୀ ସୁରିନ୍ଦ୍ର କୁମାର ଭସଲ – ବିଜ୍ଞାନ ଓ ପ୍ରାବଳ୍ୟ ଶାସ୍ତ୍ର, ଦିଲ୍ଲୀ
  101. ଶ୍ରୀ ସ୍ୱାମୀ ପ୍ରଦୀପ୍ତାନନ୍ଦ (କାର୍ତ୍ତିକ ମହାରାଜ) – ଅନ୍ୟାନ୍ୟ – ଆଧ୍ୟାତ୍ମିକତା
  102. ଶ୍ରୀ ସାଇଦ୍ ଆଇନୁଲ୍ ହସନ୍ – ସାହିତ୍ୟ ଓ ଶିକ୍ଷା
  103. ଶ୍ରୀ ତେଜେନ୍ଦ୍ର ନାରାୟଣ ମଜୁମଦାର – କଳା
  104. ଶ୍ରୀମତୀ ଥିୟାମ ସୂର‌୍ୟ୍ୟମୁଖୀ ଦେବୀ – କଳା
  105. ଶ୍ରୀ ତୁଷାର ଦୁର୍ଗେଶଭାଇ ଶୁକ୍ଲା – ସାହିତ୍ୟ ଓ ଶିକ୍ଷା
  106. ଶ୍ରୀ ବଦିରାଜ ରାଘବେନ୍ଦ୍ରାଚାର‌୍ୟ୍ୟ ପଞ୍ଚମୁଖୀ – ସାହିତ୍ୟ ଓ ଶିକ୍ଷା
  107. ଶ୍ରୀ ବାସୁଦେଵ କମାଥ – କଳା
  108. ଶ୍ରୀ ୱେଲୁ ଆସାନ୍ – କଳା
  109. ଶ୍ରୀ ବେଙ୍କପ୍ପା ଅମ୍ବାଜି ସୁଗଟେକାର – କଳା
  110. ଶ୍ରୀ ବିଜୟ ନିତ୍ୟାନନ୍ଦ ସୁରିଶ୍ୱର ଜୀ ମହାରାଜ – ଅନ୍ୟାନ୍ୟ – ଆଧ୍ୟାତ୍ମିକତା
  111. ଶ୍ରୀମତୀ ବିଜୟଲକ୍ଷ୍ମୀ ଦେଶମାନେ – ଔଷଧ ଶାସ୍ତ୍ର
  112. ଶ୍ରୀ ବିଳାସ୍ ଡାଙ୍ଗ୍ରେ – ଔଷଧ ଶାସ୍ତ୍ର
  113. ଶ୍ରୀ ବିନାୟକ ଲୋହାନୀ – ସମାଜସେବା
Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପଦ୍ମ ସମ୍ମାନ- ୨୦୨୫’ ପାଇଁ ମନୋନୀତ ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାର ଅନେକ ସୁନେଲି ପ୍ରତିଭାସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ମାନଜନକ ‘ପଦ୍ମ ପୁରସ୍କାର’ ପାଇଁ ଚୟନ କରି ଜାତୀୟ ସ୍ତରରେ ସେମାନଙ୍କୁ ସର୍ବଶ୍ରେଷ୍ଠ ସମ୍ମାନ ପ୍ରଦାନ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏଥିପାଇଁ ଶ୍ରୀ ପ୍ରଧାନ ଦେଶର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଯେ ମୋଦୀ ସରକାରରେ ସର୍ବଦା ଓଡ଼ିଆ ଲୋକମାନେ ଯଥୋଚିତ ସମ୍ମାନ ସମ୍ମାନ ପାଇ ଆସୁଛନ୍ତି । ଓଡ଼ିଶାର ଅସାଧାରଣ ଲୋକପ୍ରତିଭାକୁ ପରିଚୟ ଦେବା ସହ ସମ୍ମାନିତ କରିବା ମୋଦୀ ସରକାରଙ୍କ ଉଚ୍ଚ ପରମ୍ପରା ହୋଇଛି । ପଦ୍ମ ପୁରସ୍କାର ମାଧ୍ୟମରେ ବଣମଲ୍ଲିକୁ ଲୋକଲୋଚନକୁ ଆଣିବା ପାଇଁ ଆମ ସରକାର ନିରନ୍ତର ପ୍ରୟାସ କରୁଛନ୍ତି ।

ପଦ୍ମ ପୁରସ୍କାର ତୃଣମୂଳ ସ୍ତରରେ ଅସାଧାରଣ କାର୍ଯ୍ୟ କରିଥିବା ଯୋଗ୍ୟ ବ୍ୟକ୍ତିଙ୍କ ଅବଦାନକୁ ସ୍ୱୀକୃତି ଦେଉଛି । କଳା କ୍ଷେତ୍ରରେ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଅଦ୍ୱିତ ଚରଣ ଗଡନାୟକ ଓ ଦୁର୍ଗା ଚରଣ ରଣବୀରଙ୍କ ଓଡ଼ିଶାର କଳା ଜଗତକୁ ଅନେକ ଅବଦାନ ରହିଛି । ସେହିପରି ପଦ୍ମ ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ମେଡିସିନ କ୍ଷେତ୍ରରେ ଅଶୋକ ମହାପାତ୍ର ପେଡିଆଟ୍ରିକ୍ ନ୍ୟୁରୋ ସର୍ଜରି କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ସାହିତ୍ୟ କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବିଶିଷ୍ଟ କବି ଡ. ପ୍ରତିଭା ଶତପଥି ବହୁମୁଖି ପ୍ରତିଭାର ଅଧିକାରୀ ।

ଜାତୀୟ ସ୍ତରରେ ଏହି ଉଚ୍ଚ ସମ୍ମାନ ପାଇଁ ରାଜ୍ୟବାସୀ ଗର୍ବିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଦେଶକୁ ସମୃଦ୍ଧ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସାଧାରଣ ନାଗରିକଙ୍କୁ ପଦ୍ମ ପୁରସ୍କାର ସେମାନଙ୍କୁ ବଡ ସମ୍ମାନ ଦେଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ଘୋଷଣା, ପଦ୍ମ ପୁରସ୍କାରଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା ସହାୟକ ରାଶି

ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ମାସିକ ୩୦ ହଜାର ଟଙ୍କାର ସମ୍ମାନସୂଚକ ସହାୟକ ରାଶି ଦେବାକୁ ଘୋଷଣା କରିଛନ୍ତି। ଏହି ସହାୟକ ରାଶି ଚଳିତ ଜାନୁଆରୀ ମାସଠାରୁ ପ୍ରଦାନ କରାଯିବ ବୋଲି ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଜାରି କରାଯାଇଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ଘୋଷଣାର ମୁଖ୍ୟାଂଶ

  • ପଦ୍ମଶ୍ରୀ, ପଦ୍ମଭୂଷଣ, ଏବଂ ପଦ୍ମ ବିଭୂଷଣ ସମ୍ମାନ ପ୍ରାପ୍ତ ବ୍ୟକ୍ତିମାନଙ୍କୁ ଏହି ସହାୟକ ରାଶି ପ୍ରଦାନ କରାଯିବ।
  • ରାଜ୍ୟର ୫୫ ଜଣ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ଏହି ଲାଭ ମିଳିବ।
  • ସହାୟକ ରାଶି ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ୨ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା:

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଏହା ଓଡିଶାର ଗର୍ବ ବଢ଼ାଇବ। ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନଙ୍କୁ ଏହା ଉତ୍ସାହିତ କରିବ।ଏହି ଘୋଷଣା ଦ୍ୱାରା ରାଜ୍ୟରେ ପଦ୍ମ ପୁରସ୍କାର ବିଜେତାଙ୍କ ସମ୍ମାନ ବଢ଼ିବା ସହିତ ନୂଆ ଇତିହାସ ସୃଷ୍ଟି ହେବ।

ପୂର୍ବ ସରକାର ଏହି ପଦ୍ମ ବିଜେତାଙ୍କୁ ଦଶ ହଜାର ଟଙ୍କା ଲେଖାଏଁ ମାସିକ ସହାୟକ ରାଶି ପ୍ରଦାନ କରୁଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୁଦର୍ଶନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା: ସମ୍ମାନ ସ୍ୱରୂପ ଦୁଇ ଲକ୍ଷ ପୁରସ୍କାର ରାଶି ଘୋଷଣା

ଭୁବନେଶ୍ୱର: ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ବିଜୟୀ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିବା ପରେ ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଜି ଭୁବନେଶ୍ଵରରେ ପହଞ୍ଚିଛନ୍ତି। ଭୁବନେଶ୍ଵରରେ ପହଞ୍ଚିବା ପରେ ସେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପଦ୍ମଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହା ସହିତ ସମ୍ମାନ ସ୍ୱରୂପ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରଥଯାତ୍ରା ଠାରୁ ବାହୁଡା ମଧ୍ୟରେ ଋଷିଆରେ ନିଜର ପ୍ରତିଭା ଦ୍ବାରା ସମ୍ମାନିତ ହେବା ଏକ କଳାତ୍ମକ ସଂଯୋଗ। ସେ କହିଛନ୍ତି ଯେ ସୁଦର୍ଶନ ବାବୁ ନନ୍ଦିଘୋଷ ରଥକୁ ଋଷିଆରେ ପ୍ରଦର୍ଶିତ କରି ଓଡ଼ିଆ ଅସ୍ମିତାକୁ ବିଶ୍ଵ ସ୍ତରକୁ ନେଇ ପାରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅସଂଖ୍ୟ କଣ୍ଢେଇକୁ ଜୀବନ ଦେଉଥିବା ମାଗୁଣି କୁଅଁର ଆଉ ନାହାନ୍ତି: ୮୯ ବର୍ଷ ବୟସରେ ହେଲା ପରଲୋକ

କେନ୍ଦୁଝର: ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ନିଜର ପୈତୃକ ବାସଭାବନ କେନ୍ଦୁଝର ଜିଲ୍ଲା ବୈଦରାଜ ସାହିରେ ତାଙ୍କର ଦେହାନ୍ତ ହୋଇଛି।

ମଞ୍ଚରେ ସେ ସବୁବେଳେ ପ୍ରଚ୍ଛଦପଟରେ ରହୁଥିଲେ। ତେଣୁ ତାଙ୍କୁ ଦେଖିବାକୁ ମିଳୁନଥିଲା। ତାଙ୍କ କଣ୍ଠସ୍ୱରରେ କାଠର କଣ୍ଢେଇମାନେ ଜୀବନ୍ତ ହୋଇ ଉଠୁଥିଲେ। ନିଜର କୁଶଳୀ ଆଙ୍ଗୁଠିରେ ସେ କଣ୍ଢେଇ ମାନଙ୍କୁ ନଚାଉଥିଲେ ଓ ସେମାନଙ୍କର ଜୀବନ ପାଲଟିଯାଉଥିଲା। ମାଗୁଣି ମଉସା, ଏକ ନୁହଁ, ସେ ଅନେକ। ଅନେକ ଚରିତ୍ରର ସଂଳାପ ସେ ଏକା କୁହନ୍ତି। ପୂରା ନାଟକର ସୂତ୍ରଧର, ନାୟକ, ନାୟିକା ଓ ଉଦଘୋଷକ, ସେହି ଏକମାତ୍ର ମାଗୁଣି କୁଅଁର। ସବୁ ରସର ସେ ନାୟକ, ତେବେ ହାସ୍ୟ ରସର ସେ ନିପୁଣ ଶିଳ୍ପୀ ଥିଲେ।

କିଛି ଦିନ ତଳେ ମାଗୁଣି ଚରଣ ଖୁବ୍ ଅସୁସ୍ଥ ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସିତ ହେବା ପରେ ସେ ସାମାନ୍ୟ ସୁସ୍ଥ ହୋଇ ଘରକୁ ଫେରିଥିଲେ। ହେଲେ ଆଜି ତାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିବାବେଳେ ଶେଷ ଦର୍ଶନ ପାଇଁ ତାଙ୍କର ବାସଭବନକୁ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଛି।

ବର୍ତ୍ତମାନ ମାଗୁଣିଙ୍କ ଶେଷ ଦର୍ଶନ ପାଇଁ ବାସଭବନରେ ସ୍ଥାନୀୟ ଲୋକଙ୍କ ଛୁଅ ଛୁଟୁଛି। ଆଜି ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ। ପ୍ରଶାସନ ପକ୍ଷରୁ ମାଗୁଣିଙ୍କୁ ଗାର୍ଡ ଅଫ ଅନର ଦିଆଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାର କଳା କ୍ଷେତ୍ରରେ ବିନୋଦ କୁମାର ପଶାୟତ ଓ ଗୁରୁ ଗୋପୀନାଥ ସ୍ୱାଇଁଙ୍କୁ ପଦ୍ମଶ୍ରୀ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ନାଗରିକ ସମ୍ମାନ ସମାରୋହରେ ରାଷ୍ଟ୍ରପତି ଓଡ଼ିଶାର କଳା କ୍ଷେତ୍ରରେ ଯୋଗଦାନ ପାଇଁ ଉଭୟ ବିନୋଦ କୁମାର ପଶାୟତ ଓ ଗୁରୁ ଗୋପୀନାଥ ସ୍ୱାଇଁଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି।

ପୁରସ୍କାର ବିଜେତାଙ୍କ ଜୀବନ କୃତି ସମ୍ପର୍କରେ ଏକ ସଂକ୍ଷିପ୍ତ ବିବରଣୀ ନିମ୍ନରେ ଦିଆଗଲା

ବିନୋଦ କୁମାର ପଶାୟତ (ପଦ୍ମଶ୍ରୀ)

ବିନୋଦ କୁମାର ପଶାୟତ ଓଡ଼ିଶାର ଅନ୍ୟତମ ବିଶିଷ୍ଟ କବି ଓ ଲେଖକ। ସମ୍ବଲପୁରୀ/କୋଶଳି ସାହିତ୍ୟରେ ତାଙ୍କର ଅମୂଲ୍ୟ ଅବଦାନ ରହିଛି। କବିତା ଏବଂ ଅନ୍ୟାନ୍ୟ ଲେଖାରେ ତାଙ୍କର ସରଳତା ପାଇଁ ସେ ଜଣାଶୁଣା। ସମ୍ବଲପୁରୀ ଲୋକଗୀତ ପାଇଁ ସେ ପଶ୍ଚିମ ଓଡ଼ିଶାର ବ୍ୟାପକ ଅଞ୍ଚଳରେ ବେଶ୍ ପରିଚିତ।

୩ ଡିସେମ୍ବର ୧୯୩୫ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପଶାୟତ ପେସାରେ ଜଣେ ଭଣ୍ଡାରୀ। ୧୦ ବର୍ଷ ବୟସରେ ନାଟକ ଜଗତ ସହ ତାଙ୍କର ପରିଚୟ ହୋଇଥିଲା। ବଲାଙ୍ଗୀର ରାଜପରିବାରର ପୃଷ୍ଠପୋଷକତାରେ ସମୃଦ୍ଧ ପବିତ୍ର ରାମଜୀ ଡ୍ରାମା ପାର୍ଟି ଦ୍ୱାରା ପରିବେଷିତ ନାଟକରେ ସେ ଶିଶୁ କଳାକାର ଭାବରେ ଅଂଶଗ୍ରହଣ କରିଥିଲେ। ଏହାପରେ ସେ ସମ୍ବଲପୁରୀ/କୋଶଳି ସାହିତ୍ୟରେ ନିଜର ଯାତ୍ରା ଆରମ୍ଭ କରିଥିଲେ।

ଶ୍ରୀ ପଶାୟତ ୧୯୫୩ ମସିହାରେ ସମ୍ବଲପୁର ଆସି ସମ୍ବଲପୁରରେ ଏକ ଭଣ୍ଡାରୀ ଦୋକାନ ଖୋଲିଥିଲେ। ଏହା ପରଠାରୁ ତାଙ୍କ ଜୀବନ ଏକ ନୂଆ ମୋଡ଼ ନେଇଥିଲା କାରଣ ସେ ଏହି ଦୋକାନକୁ କେବଳ ନିଜର ରୋଜଗାର ପାଇଁ ବ୍ୟବହାର କରୁନଥିଲେ ବରଂ ଏଠି ସେ କିଛି କବିତା ଓ ଗୀତ ଇତ୍ୟାଦି ଲେଖୁଥିଲେ।

ଶ୍ରୀ ପଶାୟତ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି। ୨୦୦୮ ମସିହାରେ ସାରଳା ପୁରସ୍କାର, ୨୦୧୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୯ମସିହାରେ ଓଡ଼ିଶା ସଂସ୍କୃତି ନାଟକ ଏକାଡେମୀ ପକ୍ଷରୁ ସାରଦା ପ୍ରସନ୍ନ ସମ୍ମାନ ଭଳି ତିନୋଟି ଲୋକପ୍ରିୟ ରାଜ୍ୟସ୍ତରୀୟ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି। ତାଙ୍କୁ ଅନେକ ଜିଲ୍ଲା ଓ ସ୍ଥାନୀୟ ସ୍ତରର ସମ୍ମାନ ମଧ୍ୟ ମିଳିଛି। ଏତେ ଉଚ୍ଚ ପ୍ରସିଦ୍ଧି ଓ ସ୍ୱୀକୃତି ପାଇବା ସତ୍ତ୍ୱେ ସେ କେବେ ବି ଜଣେ ଭଣ୍ଡାରୀ ଭାବରେ କାମ କରିବା ଛାଡ଼ି ନାହାନ୍ତି ଯାହାକି ତାଙ୍କ ପୂର୍ବପୁରୁଷଙ୍କ ଏକ କୌଳିକ ବୃତ୍ତି।

ଗୁରୁ ଗୋପୀନାଥ ସ୍ୱାଇଁ (ପଦ୍ମଶ୍ରୀ)

ଗୁରୁ ଗୋପୀନାଥ ସ୍ୱାଇଁ ଗତ ୯ ଦଶନ୍ଧି ଧରି ପାରମ୍ପରିକ କୃଷ୍ଣ ଲୀଳାର ଜଣେ ଗୁରୁ ଓ କଳାକାର ଭାବେ ଖ୍ୟାତି ଅର୍ଜନ କରିଛନ୍ତି।

୧୯୧୮ ମସିହା ଫେବ୍ରୁଆରି ୧୫ ତାରିଖରେ ଜନ୍ମଗ୍ରହଣ କରିଥିବା ଶ୍ରୀ ସ୍ୱାଇଁ ୧୦ ବର୍ଷ ବୟସରୁ ତାଙ୍କ ବଡ଼ ବାପାଙ୍କ ଠାରୁ କୃଷ୍ଣ ଲୀଳା ଶିଖିବା ଆରମ୍ଭ କରିଥିଲେ।

 ଏହାପରେ ସେ ଗୀତ ଗାଇବା ଏବଂ କୃଷ୍ଣ ଭୂମିକାରେ ଅଭିନୟ କରିବା ଆରମ୍ଭ କରିଥିଲେ, ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଗୁରୁ ଚୌଧୁରୀ ବେହେରାଙ୍କ ଠାରୁ ବିସ୍ତୃତ ରାଗ ଆଳାପ (ବିସ୍ତାର) ଏବଂ ବିନ୍ୟାସ (ସୁଧାର) ସହିତ ସେଗୁଡ଼ିକୁ ଶିଖିଥିଲେ। ଅଷ୍ଟାଦଶ ଶତାବ୍ଦୀର ସନ୍ଥ ବାବାଜୀ ଦୁଖୀଶ୍ୟାମ ଦାସଙ୍କ ଦ୍ୱାରା ଲିଖିତ ଓ ଓଡ଼ିଶୀ ସଙ୍ଗୀତ ଉପରେ ଆଧାରିତ କୃଷ୍ଣ ଲୀଳାରେ ସେ ବିଶେଷଜ୍ଞତା ଅର୍ଜନ କରିଥିଲେ। ସେ ଅନେକ ପାରମ୍ପରିକ ଆଖଡ଼ା ବିଦ୍ୟାଳୟ ମାଧ୍ୟମରେ ଶତାଧିକ ଛାତ୍ରଛାତ୍ରୀଙ୍କୁ ଏହି ରୂପରେ ବ୍ୟାପକ ପରିବେଷଣ ଓ ପ୍ରଶିକ୍ଷଣ ଦେଇଛନ୍ତି। ବିରଳ ଶାସ୍ତ୍ରୀୟ ରାଗ, ସ୍ୱରରେ ସୁଧାର, କୌଶଳ ଏବଂ ଉପସ୍ଥାପନର ଜଟିଳ ପ୍ରାଚୀନ ପଦ୍ଧତିକୁ ବଜାୟ ରଖିବା ଦିଗରେ ତାଙ୍କର ଅତୁଟ ସମର୍ପଣ ପାଇଁ ସେ ଜଣାଶୁଣା। ସମୟକ୍ରମେ ସେ ଆହୁରି ଅନେକ ଭୂମିକାରେ ଅଭିନୟ କରିଥିଲେ, ଶେଷରେ ମୁଖ୍ୟ ଗାୟକ-ନିର୍ଦ୍ଦେଶକ ଏବଂ ଗୁରୁ ହୋଇଥିଲେ।

ଗୁରୁ ଭାବରେ ନିଜର ସଂଗୀତ ଯାତ୍ରାରେ ଶ୍ରୀ ସ୍ୱାଇଁ ଏହି ପରମ୍ପରାର ବିରଳ ପୁରୁଣା ରାଗ ଏବଂ ଗୀତ ଧୀରେ ଧୀରେ ଲୋପ ପାଉଥିବା ଦେଖିବାକୁ ପାଇଥିଲେ। ଏହି ଅନୁଭୂତି ତାଙ୍କୁ ୧୯୪୦-୫୦ ଦଶକରେ ଜୀବିତ ଥିବା ଏହି ସ୍ୱରୂପର ସବୁଠାରୁ ବରିଷ୍ଠ ଗୁରୁମାନଙ୍କ ସଂସ୍କୃତିର ବିପନ୍ନ ଅଂଶ ସଂଗ୍ରହ ଏବଂ ଶିଖିବାରେ ନିଜକୁ ନିୟୋଜିତ କରିବାକୁ ପ୍ରେରଣା ଦେଇଥିଲା। ଧୀରେ ଧୀରେ ସେ ସମଗ୍ର ପ୍ରଦର୍ଶନରେ ପାରଦର୍ଶିତା ହାସଲ କରିଥିଲେ। ସେ ଦକ୍ଷିଣଶ୍ରୀ, ଚିନ୍ତା ଦେଶକଲିଆ, ତୋଡ଼ି ଭାଟିଆରୀ, ଭାଟିଆରୀ, କୁମ୍ଭ କମୋଦି, ପୁନ୍ନାଗ, କେଦାର କମୋଦି ଆଦି ବିରଳ ପ୍ରାଚୀନ ଓଡ଼ିଶୀ ରାଗଗାନ କରି ପାଠ ପଢ଼ାଉଛନ୍ତି। ଅସାଧାରଣ ସ୍ୱର ସଂସ୍କୃତି ସାଧନା ତାଙ୍କୁ ପରିଣତ ବୟସରେ ମଧ୍ୟ ଏକ ଶକ୍ତିଶାଳୀ ସ୍ୱର ବଜାୟ ରଖିବାକୁ ଅନୁମତି ଦେଇଛି। ୧୦୬ ବର୍ଷ ବୟସରେ ମଧ୍ୟ ସେ ସକ୍ରିୟ ରହିଛନ୍ତି। ଜଣେ ଗବେଷକ ଭାବରେ ସେ ପ୍ରାରମ୍ଭିକ ପାଣ୍ଡୁଲିପିରୁ ଦୁଖିଶ୍ୟାମ କୃଷ୍ଣ ଲୀଳାର ଉତ୍ପତ୍ତି ଏବଂ ଇତିହାସ ବିଷୟରେ ବିସ୍ତୃତ ତଥ୍ୟ ସଂଗ୍ରହ କରିଛନ୍ତି, ଯାହାକୁ ସେ ତାଙ୍କ ସଂଗ୍ରହରେ ସଂରକ୍ଷିତ କରିଛନ୍ତି। ଆକାଶବାଣୀ, ବ୍ରହ୍ମପୁର ପାଇଁ ସେ କୃଷ୍ଣଲୀଳାର ଅନେକ କାର୍ଯ୍ୟକ୍ରମ ରେକର୍ଡ କରିଛନ୍ତି ଏବଂ ଏହି ବିରଳ ରୂପ ବିଷୟରେ ସୂଚନା ପ୍ରଚାର କରି ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରକୁ ସାକ୍ଷାତକାର ଦେଇଛନ୍ତି।

ଶ୍ରୀ ସ୍ୱାଇଁ ଓଡ଼ିଶା ତଥା ଓଡ଼ିଶା ବାହାରେ ବହୁ ଗ୍ରାମରେ ପାରମ୍ପରିକ ଆଖଡ଼ା (ସାଂସ୍କୃତିକ ଦଳ ପାଇଁ ଗ୍ରାମ ବିଦ୍ୟାଳୟ) ସ୍ଥାପନ କରି ଶିକ୍ଷାଦାନ କରିଛନ୍ତି। ତାଙ୍କର ଅନେକ ଶିଷ୍ୟ ନିଜେ ପ୍ରତିଷ୍ଠିତ ଗୁରୁ ହୋଇପାରିଛନ୍ତି ଯେଉଁମାନେ ଏହି ବିରଳ କଳାକୁ ଆଗକୁ ବଢ଼ାଉଛନ୍ତି।

ଶ୍ରୀ ସ୍ୱାଇଁ ଅନେକ ପୁରସ୍କାର ପାଇଛନ୍ତି, ସେଥିମଧ୍ୟରୁ ୨୦୨୩ ମସିହାରେ ସମ୍ମାନଜନକ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଅନ୍ୟତମ। କୃଷ୍ଣଲୀଳା ଉପରେ ତାଙ୍କର ମହାନ ଅବଦାନ ଏବଂ ଦକ୍ଷତା ପାଇଁ ଶ୍ରୀ ସ୍ୱାଇଁଙ୍କୁ ରାଜ ପୃଷ୍ଠପୋଷକମାନଙ୍କ ଠାରୁ ସ୍ୱର୍ଣ୍ଣ କୁଣ୍ଡଳ ଏବଂ ଖଡୁ ଦାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଦୁଇ ନୁହେଁ ଓଡିଶାରୁ ଚାରିଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ, ରାଷ୍ଟ୍ରପତି ଦେବେ ଏହି ପୁରସ୍କାର

ନୂଆଦିଲ୍ଲୀ: ଦୁଇଜଣ ନୁହଁନ୍ତି ଓଡିଶାରୁ ଚାରିଜଣଙ୍କୁ ମିଳିବ ପଦ୍ମ ପୁରସ୍କାର। ଏ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଗତକାଲି ଘୋଷଣା କରାଯାଇଛି। ଓଡିଶାରୁ ଯେଉଁମାନେ ମନୋନିତ ହୋଇଛନ୍ତି ସେମାନେ ହେଲେ ଗୁରୁ ଗୋପୀନାଥ ସ୍ବାଇଁ, ଗୁରୁ ଭାଗବତ ପ୍ରଧାନ, ବିନୋଦ ପଶାୟତ ଏବଂ ବିନୋଦ ମହାରଣା।

ଗଂଜାମ ଜିଲ୍ଲାର ଗୁରୁ ଗୋପୀନାଥ ସ୍ବାଇଁ ହେଉଛନ୍ତି ଜଣେ କୃଷ୍ଣଲୀଳା ଗାୟକ। ସେ ବର୍ତ୍ତମାନ 105 ବର୍ଷ ବୟସରେ ପଦାର୍ପଣ କରିଥିଲେ ମଧ୍ୟ କୃଷ୍ଣଲୀଳାର ପ୍ରଚାର ପ୍ରସାରରେ ଲାଗିଛନ୍ତି। ସେହିପରି ବରଗଡ ଜିଲ୍ଲାର ଭାଗବତ ପ୍ରଧାନ ଶଦ୍ଦନୃତ୍ୟର ପ୍ରଚାର ପ୍ରସାରରେ ଲାଗିଛନ୍ତି। ତାଙ୍କୁ ବର୍ତ୍ତମାନ 85 ବର୍ଷ ବୟସ ହୋଇଛି।

ସମ୍ବଲପୁର ବାସିନ୍ଦା ବିନୋଦ ପଶାୟତ ଜଣେ ନାଟ୍ୟକାର ତଥା ଗୀତିକାର ଭାବେ ମଧ୍ୟ ବେଶ ପରିଚୟ ରହିଛି। ସେ ସମ୍ବଲପୁରୀ ଭାଷାରେ ବହୁ ନାଟକ ଓ ଗୀତ ରଚନା କରି ବେଶ ପ୍ରଶଂସା ହାସଲ କରିଛନ୍ତି। ସେହିପରି ଭୁବନେଶ୍ବର ବାସିନ୍ଦା ବିନୋଦ ମହାରଣା ଜଣେ ପଟ୍ଟଚିତ୍ର ଶିଳ୍ପୀ ଭାବେ ରାଜ୍ୟ ତଥା ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି।

ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏମାନଙ୍କୁ ନୂଆଦିଲ୍ଲୀରେ ଆୟୋଜିତ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ସମ୍ମାନିତ କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଘୋଷଣା ହେବ ପଦ୍ମଶ୍ରୀ ସମ୍ମାନ, ଜାଣନ୍ତୁ ଓଡିଶାରୁ କିଏ

ଭୁବନେଶ୍ବର: ଆଜି ଘୋଷଣା ହେବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର। ପ୍ରତି ବର୍ଷ ଜାନୁୟାରୀ 26 ତାରିଖ ଗଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହୋଇଥାଏ। ଏଥିରେ ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣ ପୁରସ୍କାର ଘୋଷଣା କରାଯାଇଥାଏ। ଏଥିରେ ଶିକ୍ଷା , ସଂସ୍କୃତି, ସମାଜସେବା ପ୍ରଭୃତି କ୍ଷେତ୍ରରେ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ମନୋନିତ କରାଯାଇଥାଏ।

ଏହି ପୁରସ୍କାର ଘୋଷଣା ପୂର୍ବରୁ କେନ୍ଦ୍ର ସରକାର ଭାରତ ରତ୍ନ ପୁରସ୍କାର ଘୋଷଣା କରିସାରି ଛନ୍ତି। ଏଥର ଏହି ସର୍ବୋଚ୍ଚ ସମ୍ମାନ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କ ନାମ ମନୋନିତ କରାଯାଇଛି। ସେ ମରଣୋତ୍ତର ଭାବେ ଏହି ପୁରସ୍କାର ପାଇବେ। ସବୁ ବର୍ଷ ଏହି ଜାନୁୟାରୀ 25 ତାରିଖରେ ପଦ୍ମଶ୍ରୀ ଘୋଷଣା ହେଉଥିବାରୁ ସେ ନେଇ ସମସ୍ତଙ୍କ ଉତ୍କଣ୍ଠା ରହିଥାଏ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆଜି ‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‌ କରିଥାଏ’ ବିଷୟବସ୍ତକୁ ନେଇ ତିଆରି ହେବ ବାଲୁକା କଳା

ଭୁବନେଶ୍ଵର: ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ପକ୍ଷରୁ ‘‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‌ କରିଥାଏ’’ ଶୀର୍ଷକ ବାର୍ତ୍ତାକୁ ଏକ ବ୍ୟାପକ ଅଭିଯାନ ଆକାରରେ ପ୍ରଚାରପ୍ରସାର କରାଯିବ। ବିବିଧ ସଂସ୍କୃତି ଓ ସମୁଦାୟଗୁଡ଼ିକ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପରେ ଆଧାରିତ ବହୁପକ୍ଷବାଦ ଉପରେ ଭାରତର ଅତୁଟ ବିଶ୍ୱାସକୁ ପ୍ରକଟ କରିବା ଲାଗି ଏହି ଅଭିଯାନ ଆରମ୍ଭ ହୋଇଛି।

ଭୁବନେଶ୍ୱର ଠାରେ ଆଜି ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଅଧୀନରେ ‘‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‌ କରିଥାଏ’’ ବାର୍ତ୍ତାକୁ ନେଇ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଆସନ୍ତାକାଲି ଅର୍ଥାତ୍‌ ୧୪ ତାରିଖରେ ଏକ ବାଲୁକା କଳାକୃତି ପ୍ରଦର୍ଶନ କରିବେ। ଏହି ବାଲୁକା କଳାକୁ କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ଡୋନର ମନ୍ତ୍ରୀ ଜି. କିଶନ ରେଡ୍ଡୀ ଏବଂ କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଉଦଘାଟନ କରିବେ।

ଆଜିର ଦୁନିଆ ପରସ୍ପର ସହ ଯୋଡ଼ି ହୋଇ ରହିଛି। ଏଭଳି ସ୍ଥିତିରେ ସହଭାଗୀ ପରିଣାମକୁ ଆଗେଇ ନେବା ଏବଂ ସମାବେଶୀ ତଥା ସଦଭାବନାପୂର୍ଣ୍ଣ ସହାବସ୍ଥାନ ପାଇଁ ସଂସ୍କୃତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‌ କରିଥାଏ’ର ବାର୍ତ୍ତା ଏହି ସତ୍ୟକୁ ସ୍ୱୀକାର କରିଥାଏ ଯେ, ଭିନ୍ନ ଭିନ୍ନ ସାଂସ୍କୃତିକ ପରମ୍ପରା ଓ ଚାଲିଚଳଣିରେ ବ୍ୟାପକ ଭିନ୍ନତା ରହିଥିଲେ ସୁଦ୍ଧା ସେଗୁଡ଼ିକ ମଧ୍ୟରେ ଏକ ଅନ୍ତର୍ନିହିତ ଆଦର୍ଶ ଓ ମୂଲ୍ୟବୋଧଗତ ସମାନତା ଦେଖିବାକୁ ମିଳେ। ସଂସ୍କୃତିରେ ଏପରି ସମ୍ଭାବନା ରହିଛି, ଯାହା ସୀମାପାର୍‌ ସମ୍ପର୍କକୁ ପ୍ରୋତ୍ସାହିତ କରିବା ସହିତ ରାଷ୍ଟ୍ର, ସମୁଦାୟ ଓ ବ୍ୟକ୍ତିବିଶେଷଙ୍କୁ ବାସ୍ତବ ପାରସ୍ପରିକ ଆଲୋଚନା ତଥା ବୁଝାମଣା ପାଇଁ ଅନୁପ୍ରାଣିତ କରିପାରିବ।

ସାମ୍ପ୍ରତିକ ଜାଗତିକ ସମସ୍ୟାଗୁଡ଼ିକର ଦୀର୍ଘସ୍ଥାୟୀ ଏବଂ ସନ୍ତୁଳିତ ସମାଧାନ ପାଇଁ ସହଭାଗିତା ବିକଶିତ କରିବା ନିମନ୍ତେ ସଂସ୍କୃତି ମାର୍ଗପ୍ରଶସ୍ତ କରିଥାଏ। ‘‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ କରିଥାଏ’’ର ବାର୍ତ୍ତା ‘ବସୁଧୈବ କୁଟୁମ୍ବକମ’ (ସାରା ବିଶ୍ୱ ଏକ ପରିବାର) ଆଦର୍ଶକୁ ନେଇ ସାମୂହିକ ସ୍ଥାୟୀ ଭବିଷ୍ୟତ ଏବଂ ସାର୍ବଜନୀନ କଲ୍ୟାଣ ଦିଗରେ କାମ କରିବା ଲାଗି ଏକ ସାମଗ୍ରିକ ଦୃଷ୍ଟିକୋଣକୁ ପ୍ରତିଫଳିତ କରିଥାଏ।

ଭାରତରେ ବାଲୁକା କଳାର ଅଗ୍ରଦୂତ ଭାବେ ପରିଚିତ ସୁଦର୍ଶନ ପଟ୍ଟନାୟକଙ୍କୁ କଳା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନକୁ ବିଚାର କରି ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି। ତାଙ୍କର ବାଲୁକା କଳାକୃତିଗୁଡ଼ିକ ବିଶ୍ୱପ୍ରସିଦ୍ଧ ଏବଂ ବିଶ୍ୱସ୍ତରର ବିଭିନ୍ନ ପ୍ରତିଯୋଗିତାରେ ସେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିସାରିଛନ୍ତି। ନିଜ କଳାକୁ ଉପଯୋଗ କରି ସାମାଜିକ ଓ ପରିବେଶଗତ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା ଏବଂ ଆପୋସ ହିତ ଲାଗି ଜନସାଧାରଣଙ୍କୁ ଏକଜୁଟ କରିବା ସହିତ ଶାନ୍ତି ଓ ସଦଭାବନାର ବାର୍ତ୍ତା ପ୍ରଚାର କରିବାରେ ଶ୍ରୀ ପଟ୍ଟନାୟକ ବିଶ୍ୱାସ କରିଥାନ୍ତି।

ସାରା ବିଶ୍ୱରେ ବାଲୁକା କଳା ନିର୍ମାଣ କାର୍ଯ୍ୟରେ ସାଂସ୍କୃତିକ ଏବଂ ଆଞ୍ଚଳିକ ପାର୍ଥକ୍ୟ ସତ୍ତ୍ୱେ ଗୋଟିଏ ସମାନତା ସେମାନଙ୍କୁ ଏକତ୍ରିତ କରିଥାଏ। ଏହାର ମୂଳରେ ଥିବା ସମାନତାଟି ହେଉଛି, ବାଲୁକା କଳା ପ୍ରାକୃତିକ ଦୁନିଆର ସୌନ୍ଦର୍ଯ୍ୟ ଏବଂ ଏହାର କ୍ଷଣିକ ଚରିତ୍ରକୁ ପ୍ରତିଫଳିତ କରିଥାଏ। ଏହି ଦୀର୍ଘସ୍ଥାୟୀ କଳା ସ୍ୱରୂପ, ବେଳାଭୂମିରେ ତୁରନ୍ତ ମିଳିଯାଉଥିବା ବାଲି ଓ ପାଣିରେ ତିଆରି କରାଯାଏ ଏବଂ ଏହାଦ୍ୱାରା ପ୍ରକୃତିର କୌଣସି କ୍ଷତି ହୁଏ ନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଘୋଷଣା ହେଲା ପଦ୍ମଶ୍ରୀ ପୁରସ୍କାର, ଓଡିଶାରୁ ଚାରିଜଣ ମନୋନିତ

ନୂଆଦିଲ୍ଲୀ: ଆଜି ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶର ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ମୋଟ ୧୦୬ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର। ଏଥିରେ ୬ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମ ଭୂଷଣ ସମ୍ମାନ ପାଇଁ ମନୋନିତ କରାଯାଇଛି। ସେହିପରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ୯୧ ଜଣ ପାଇବେ ପଦ୍ମଶ୍ରୀ ସମ୍ମାନ ପାଇବେ ବୋଲି ଜଣାପଡିଛି ।

ତେବେ ଓଡିଶାରୁ ମୋଟ ଚାରି ଜଣ ଏହି ସମ୍ମାନ ପାଇଁ ମନୋନିତ ହୋଇଛନ୍ତି। ସେମାନେ ହେଲେ କଳା କ୍ଷେତ୍ରରେ ‘ରଙ୍ଗବତୀ’ ଗୀତରେ କଣ୍ଠଦାନ କରିଥିବା ସମ୍ବଲପୁରୀ ଗାୟିକା କ୍ରୀଷ୍ଣା ପଟେଲ,ସାହିତ୍ୟ କ୍ଷେତ୍ରରେ ପଣ୍ଡିତ ଅନ୍ତର୍ଯ୍ୟାମି ମିଶ୍ର, କଳା କ୍ଷେତ୍ରରେ କଣ୍ଢେଇନାଚ କଳାକାର ମାଗୁଣି ଚରଣ କୁହଁର ଏବଂ କୃଷି କ୍ଷେତ୍ରରେ ଅବଦାନ ପାଇଁ ପଟ୍ଟାୟତ ସାହୁ ସାମିଲ ଅଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଭଗବାନ ବୁଦ୍ଧଙ୍କ ବାଣୀ ବଶ୍ୱ ପାଇଁ ସବୁ ସମୟରେ ମଙ୍ଗଳମୟ: ବାବା ବଳିଆ

ଭୁବନେଶ୍ୱର: ବିଶିଷ୍ଟ ଧର୍ମଗୁରୁ, ସଂସ୍କାରକ ତଥା ପ୍ରକୃତି ମିତ୍ର ଶ୍ରୀମଦ୍ ବାବା ବଳିଆଙ୍କୁ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ପ୍ରଦାନ ଅବସରରେ ମହାବୋଧି ସୋସାଇଟି, ଓଡ଼ିଶା ଶାଖା ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ସଭାପତି ଡଃ ବିମଳେନ୍ଦୁ ମହାନ୍ତିଙ୍କ ପୌରହିତ୍ୟରେ ମହା ସମାରୋହରେ ପାଳିତ ହୋଇଯାଇଛି।

କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ବାବା କହିଲେ ଯେ, ଭଗବାନ ବୁଦ୍ଧଙ୍କ ପବିତ୍ର ବୃକ୍ଷ ବୋଧିଦ୍ରୁମଠାରେ ପହଞ୍ôଚ ମୁଁ ନିଜକୁ ଧନ୍ୟ ମନେ କରୁଛି। ଭଗବାନ ତଥାଗତ ବୁଦ୍ଧଙ୍କ ପ୍ରଦତ୍ତ ବାଣୀ ବିଶ୍ୱ ପାଇଁ ସବୁବେଳେ ମଙ୍ଗଳମୟ। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ସାଧୁସନ୍ଥମାନେ ପରାମାତ୍ମାଙ୍କୁ ପ୍ରାର୍ଥନା କରିବାକୁ ବାବା ଆହ୍ୱାନ ଦେଇଥିଲେ।

ବିଶିଷ୍ଟ ଅତିଥି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ବାବାଙ୍କୁ ସମ୍ବର୍ଦ୍ଧିତ କରି କହିଲେ ଯେ, ବାବା ସମାଜ ସୁଧାର ପାଇଁ ଧର୍ମ ସହ ବିଜ୍ଞାନକୁ ସଂଯୋଗ କରି ସମାଜକୁ ଏକ ନୂତନ ବାର୍ତ୍ତା ଦେଉଛନ୍ତି। ପୂର୍ବତନ ବିଧାୟକ ଯଜେ୍ଞଶ୍ୱର ବାବୁ କହିଲେ ଯେ, ଗଣତନ୍ତ୍ର ଜ୍ଞାନଯଜ୍ଞ ଭଳି ଏକ ଅଭିନବ ପରିକଳ୍ପନା ବାବା ୨୦୦୭ ମସିହାରେ କରି ଗୋଟିଏ ମଞ୍ଚରେ ବିଭିନ୍ନ ରାଜନୈତିକ ଦଳକୁ ବସାଇ ପାରିଥିଲେ। ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପୂର୍ବତନ କୁଳପତି ଡଃ ହରେକୃଷ୍ଣ ଶତପଥୀ କହିଲେ ଯେ, ବାବା ସମନ୍ୱୟବାଦୀ ସନ୍ଥ। ବାବା ସର୍ବଧର୍ମ ସମନ୍ୱୟର ପ୍ରତୀକ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାବୋଧିର କେନ୍ଦ୍ରୀୟ ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଦେବା ପରେ ବାବାଙ୍କୁ ଉତ୍ତରୀୟ ଓ ଭଗବାନ ବୁଦ୍ଧଙ୍କ ଫଟୋଚିତ୍ର ସହ ଅନୁଷ୍ଠାନର ସମ୍ପାଦକ ଡଃ ସୌରେନ୍ଦ୍ର କୁମାର ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ। କଳିଙ୍ଗ ଟ୍ରଷ୍ଟ ପକ୍ଷରୁ ଡଃ ବଦ୍ରୀନାଥ ପଟ୍ଟନାୟକ, ହାପି ଲିଭିଂ ଫାଉଣ୍ଡେସନ ପକ୍ଷରୁ ବାସ୍ତୁବିତ ଡଃ ମନୋଜ ଲେଙ୍କା, ମହତାବ ଏକାଡ଼େମୀ ପକ୍ଷରୁ ସମାଜସେବୀ ପାରେଶ୍ୱର ଖଣ୍ଡାୟତରାୟ, ବିଶିଷ୍ଟ ବୁଦ୍ଧିଜୀବୀ ଗୋପାଳକୃଷ୍ଣ ମହାପାତ୍ର, ମହାତ୍ମା ଗାନ୍ଧୀ ଟ୍ରଷ୍ଟ ପକ୍ଷରୁ ଡଃ ବୁଦ୍ଧଦେବ ମିଶ୍ର, ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଇଂ ବିବେକାନନ୍ଦ ପାତ୍ର, ଓଡ଼ିଶା ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ଜ୍ଞାନଦେବ ବେଉରା, ଭୁବନେଶ୍ୱର ବାର୍ ସଦସ୍ୟ ଶାନ୍ତନୁ କୁମାର ସାହୁ, ଓଡ଼ିଶା ମହିଳା ବୁଦ୍ଧିଜୀବୀ ମଞ୍ଚ ପକ୍ଷରୁ ଡଃ ମଧୁସ୍ମିତା ସାହୁ, ମିଡ଼ିଆ ଏକାଡ଼େମୀ ପକ୍ଷରୁ ପ୍ରଜ୍ଞାରାଜ ପ୍ରଧାନ ଓ ପୁଷ୍ପରାଜ ପ୍ରଧାନ ପ୍ରମୁଖ ଉତ୍ତରୀୟ, ଫୁଲତୋଡ଼ା ଦେଇ ବାବାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଡଃ ଅସିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବୁଦ୍ଧମନ୍ଦିରର କୋଷାଧ୍ୟକ୍ଷ ନବୀନ କୁମାର ସାହୁ, ଡଃ ଅସିତ ମହାନ୍ତି, ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦ, ଆଶ୍ରମ ପକ୍ଷରୁ ରାଜୁଭାଇ, ସ୍ୱାମୀ ଡଃ ଚିଦାନନ୍ଦ, ଯୁବ ପ୍ରବଚକ ଗୋପାଳ ଦାସ, ମନୁଭାଇ ଓ ମଣ୍ଟୁଭାଇ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଜି ତିନିଜଣ ଓଡିଆଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଦାନ କଲେ ପଦ୍ମଶ୍ରୀ ପୁରସ୍କାର

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବରୁ ଘୋଷଣା ହୋଇଥିବା ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ଏହି ପର୍ଯ୍ୟାୟରେ ତିନିଜଣ ଓଡିଆଙ୍କୁ ଏହି ସମ୍ମାନ ଜନକ ପୁରସ୍କାର ପ୍ରଦାନ କରାଯାଇଛି। ସେମାନେ ହେଲେ ସମାଜ ସେବା ପାଇଁ ବାବାବଳିଆ, ସଂଗୀତ ପାଇଁ ଶ୍ୟାମାମଣି ଦେବୀ ଏବଂ ସାହିତ୍ୟ ପାଇଁ ନୃସିଂହ ପ୍ରସାଦ ଗୁରୁ।

ତେବେ ସଦ୍ୟତମ ସୂଚନା ଅନୁସାରେ ଏହି ତିନିଜଣଙ୍କ ସହ ଆଜି ମୋଟ ପାଞ୍ଚଜଣ ଓଡିଆଙ୍କୁ ଏହି ସମ୍ମାନ ଦିଆଯାଇଛି। ଆଉ ଦୁଇଜଣ ହେଲେ ପୂର୍ବତନ ପ୍ରଶାସକ ସ୍ବର୍ଗତ ଗୁରୁପ୍ରସାଦ ମହାପାତ୍ର ଏବଂ ବୈଜ୍ଞାନିକ ପ୍ରଫେସର ଡ ଆଦିତ୍ୟପ୍ରସାଦ ଦାସ।

ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ସାହାଙ୍କ ସହିତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସାତ ଜଣ ଓଡିଆଙ୍କୁ ମିଳିବ ପଦ୍ମ ପୁରସ୍କାର, ଜାଣନ୍ତୁ କେଉଁମାନଙ୍କ ନାମ ହେଲା ଘୋଷଣା

ନୂଆଦିଲ୍ଲୀ: ଆଜି ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମ ପୁରସ୍କାର ଘୋଷଣା ହୋଇଛି। ଏଥିରେ ଓଡିଶାର ସାତ ଜଣ ପଦ୍ମ ପୁରସ୍କାର ପାଇବେ ବୋଲି ମନୋନିତ କରାଯାଇଛି। ମୁଖ୍ୟତଃ ଗଣତନ୍ତ୍ର ଦିବସ ପୂର୍ବରୁ ଏହି ଘୋଷଣା କରାଯାଇଥାଏ। ତେବେ ଯେଉଁ ଓଡିଆଙ୍କ ନାମ ଏହି ତାଲିକାରେ ରହିଛି ସେମାନଙ୍କ ମଧ୍ୟରେ ଛଅ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ କରାଯାଇଛି। ସେହିପରି ଜଣଙ୍କୁ ପଦ୍ମଭୂଷଣ ପାଉଁ ମନୋନିତ କରାଯାଇଛି। ସେମାନେ ହେଲେ

1- ସାହିତ୍ୟ ପାଇଁ ଡ. ପ୍ରତିଭା ରାୟ- ପଦ୍ମଭୂଷଣ

ସେହିପରି ଯେଉଁମାନେ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନିତ ହୋଇଛନ୍ତି ସେମାନେ ହେଲେ

2- ପାରା ଆଥଲେଟ୍‌ ପ୍ରମୋଦ ଭଗତ

3- ସମାଜସେବା ପାଇଁ ଶିଶୁ ଅନନ୍ତ ମଠର ମହନ୍ତ ମହାରାଜ ଶ୍ରୀମଦ୍‌ ବାବା ବଳିଆ

4- ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ଆଦିତ୍ୟ ପ୍ରସାଦ ଦାଶ

5- କଳା କ୍ଷେତ୍ରରେ ଅବଦାନ ପାଇଁ ଶ୍ୟାମାମଣୀ ଦେବୀ

6- ସାହିତ୍ୟ ଓ ଶିକ୍ଷା ପାଇଁ ନରସିଂହ ପ୍ରସାଦ ଗୁରୁ

7-ସିଭିଲ ସର୍ଭିସ ପାଇଁ ଗୁରୁପ୍ରସାଦ ମହାପାତ୍ରଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ

ପଢନ୍ତୁ- ଘୋଷଣା ହେଲା ପଦ୍ମଶ୍ରୀ ପୁରସ୍କାର, ଜାଣନ୍ତୁ ଦେଶର କେଉଁମାନଙ୍କୁ କରାଯାଇଛି ମନୋନିତ

Categories
ଜାତୀୟ ଖବର ବିଶେଷ ଖବର

ଚଳିତ ବର୍ଷ 7 ପଦ୍ମବିଭୂଷଣ,10 ପଦ୍ମଭୂଷଣ ଏବଂ 102 ପଦ୍ମଶ୍ରୀ ଘୋଷଣା, ଜାଣନ୍ତୁ କେଉଁମାନେ ଅଛନ୍ତି

ନୂଆଦିଲ୍ଲୀ, ଗଣତନ୍ତ୍ର ଦିବସ ପୂର୍ବରୁ ଗୃହ ବିଭାଗ ତରଫରୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା ହୋଇଛି। ଏଥିରେ 7 ଜଣଙ୍କୁ ପଦ୍ମବିଭୂଷଣ, 10 ଜଣଙ୍କୁ ପଦ୍ମଭୂଷଣ ଏବଂ 120 ଜଣଙ୍କୁ ପଦ୍ମଶ୍ରୀ ଭାବେ ମନୋନିତ କରାଯାଇଛି। ଭାରତର ସର୍ବଶ୍ରେଷ୍ଠ ପୁରସ୍କାର ହେଉଛି ଏହି ପଦ୍ମ ପୁରସ୍କାର। ଏହା ତିନୋଟି ପର୍ଯ୍ୟାୟରେ ଭାଗ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ହେଉଛି ପଦ୍ମବିଭୂଷଣ, ଦ୍ବିତୀୟରେ ପଦ୍ମଭୂଷଣ ଏବଂ ତୃତୀୟରେ ପଦ୍ମଶ୍ରୀ ପୁରସ୍କାର।

ଚଳିତ ବର୍ଷ ଯେଉଁ ସାତ ଜଣଙ୍କୁ ପଦ୍ମବିଭୂଷଣ ଭାବେ ମନୋନିତ କରାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିହାଞ୍ଜୋ ଆବେ। ଏଥସହିତ ମରଣୋତ୍ତର ଭାବେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ ପି ବାଲଶୁଭ୍ରମନମ୍ ଅଛନ୍ତି। ସେହିପରି ଓଡିଶାର ପ୍ରଖ୍ୟାତ ସ୍ଥପତି ସୁଦର୍ଶନ ସାହୁ ମଧ୍ୟ ଅଛନ୍ତି।

ସେହିପରି ପଦ୍ମଭୂଷଣ ସମ୍ମାନ ପାଇଁ ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନଙ୍କ ନାମ ମଧ୍ୟ ରହିଛି। ଜନସେବା ପାଇଁ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ନାମ ମଧ୍ୟ ରହିଛି। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମବିଳାସ ପାଶ୍ବାନଙ୍କୁ ନାମ ମଧ୍ୟ ମରୋଣତ୍ତର ଭାବେ ପଦ୍ମଭୂଷଣ ସମ୍ମାନ ପାଇଁ ମନୋନିତ କରାଯାଇଛି।

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କେଶୁଭାଇ ପଟେଲଙ୍କୁ ମଧ୍ୟ ମରୋଣତ୍ତର ପଦ୍ମଭୂଷଣ ସମ୍ମାନରି ସମ୍ମାନିତ ହେବେ। କ୍ରୀଡା କ୍ଷେତ୍ରରେ ସୁଧା ହରିନାରାୟଣ ସିଂ , କେ ୱାଇ ଭେଙ୍କେଟେଶ ଏବଂ ବିରେନ୍ଦ୍ର ସିଂଙ୍କୁ ମନୋନିତ କରାଯାଇଛି।

ଓଡିଶାରୁ ସୁଦର୍ଶନ ସାହୁଙ୍କ ପଦ୍ମବିଭୂଷଣ ସହିତ ଆଉ ପାଞ୍ଚଜଣ ପଦ୍ମଶ୍ରୀ ପାଇଁ ମଧ୍ୟ ମନୋନିତ ହୋଇଛନ୍ତି। ସେମାନେ ହେଲେ ସାହିତ୍ୟ ଓ ଶିକ୍ଷା ପାଇଁ ରଜତ କୁମାର କର ଏବଂ ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ମିଳିବ। ସେହିପରି ସମାଜସେବା ପାଇଁ ଶାନ୍ତି ଦେବୀ, କଳା ପାଇଁ ପୂର୍ଣ୍ଣମାସୀ ଜାନିଙ୍କୁ ପଦ୍ମଶ୍ରୀ ମିଳିବ। ଔଷଧ ପାଇଁ ଡଃ. କୃଷ୍ଣ ମୋହନ ପାଠୀଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରଷ୍କାର ପାଇଁ ଘୋଷଣା କରାଯାଇଛି।