Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାପାଳଙ୍କ ଅଭିନବ ପଦକ୍ଷେପ: ସମସ୍ତ ବିଭାଗୀୟ ସ୍କିମର ସଫଳ ରୂପାୟନ ପାଇଁ ସମନ୍ନୟ ବୈଠକ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଭବାନୀପାଟଣା ସ୍ଥିତ ଟାଉନ୍ ହଲ୍ ଠାରେ କଳାହାଣ୍ଡି ଜିଲ୍ଲପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତା ରେ ପ୍ରଥମ ଥର ପାଇଁ ବ୍ଲକ ସ୍ତର ରେ ବିଭିନ୍ନ ବିଭାଗୀୟ ସ୍କିମର ସଫଳ ରୂପାୟନ ପାଇଁ ଜିଲ୍ଲାସ୍ତରୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର ଉପସ୍ଥିତ ରହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।

ପ୍ରୋଜେକ୍ଟର ସ୍ଲାଇଡ୍ ମାଧ୍ୟମରେ କୃଷି, ଉଦ୍ୟାନ, ଜଳଛାୟା ଓ କଫି ଉନ୍ନୟନ, ପ୍ରାଣୀ ସମ୍ପଦ, ଜୀବିକା ମିଶନ୍, ମିଶନ ଶକ୍ତି, ଶିଳ୍ପ, କର୍ମ ନିୟୋଜନ ଓ ଦକ୍ଷତା ବିକାଶ, ମଙ୍ଗଳ, ଓରମାସ୍, ମନରେଗା, ଆଦିବାସୀ ଉନ୍ନୟନ, ଶ୍ରମ, ଦକ୍ଷତା, ସଂସ୍କୃତି, କ୍ରୀଡା, ଶିଶୁ ସୁରକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ବିଭାଗ ର ବିଭିନ୍ନ ଜନ ଶିବିର, କଲ୍ୟାଣକାରୀ ସ୍କିମ ରେ ଲୋକଙ୍କ ସହଭାଗିତା, ହିତାଧିକାରୀଙ୍କ ଲାଭ ଓ ଅଧିକ ରୁ ଅଧିକ ଜନ ସଚେତନତା ଆଣିବା ତଥା ବ୍ଲକ୍ ସ୍ତରରେ ଅବସ୍ଥାପିତ ବ୍ଲକ୍ ସ୍ତରର ଅଧିକାରୀ ଏହି ଯୋଜନା କୁ ଜାଣି କିଭଳି ଲୋକଙ୍କୁ ସଚେତନ କରିବେ ଏବଂ ହିତାଧିକାରୀଙ୍କ ଚୟନ କରିବେ ତା ଉପରେ ଦୀର୍ଘ ୫ ଘଣ୍ଟା ଧରି ବିସ୍ତୃତ ଭାବେ ପ୍ରଦର୍ଶନ କରାଗଲା।ପ୍ରତ୍ୟେକ ବିଭାଗର ବିଭିନ୍ନ ସ୍କିମ ଉପରେ ସମ୍ପୃକ୍ତ ବିଭାଗୀୟ ଉପସ୍ଥିତ ସମସ୍ତ ବ୍ଲକ ଅଧିକାରୀଙ୍କୁ ବୁଝାଇଥିଲେ। ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ସ୍କୀମ ପ୍ରଦର୍ଶନ କରୁଥିବା ବିଭାଗୀୟ ଅଧିକାରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଅନ୍ୟାନ୍ୟ ବ୍ଲକ୍ ସ୍ତରର ଅଧିକାରମାନଙ୍କ ଠାରୁ ଜାଣିବା ପାଇଁ ଉତ୍ତର ଲୋଡ଼ି ଥିଲେ। ସରକାରଙ୍କ ଦ୍ଵାରା ପ୍ରଣୟନ ବିଭିନ୍ନ ଯୋଜନା କୁ ଲୋକେ ଜାଣନ୍ତୁ, ଲାଭ ଉଠାନ୍ତୁ ତଥା ଲକ୍ଷ୍ୟ ଧାର୍ଯ୍ୟ ପୂରଣ ହେଉ , ଏହା ହିଁ ସମନ୍ନୟ ବୈଠକର ମୂଳ ଉଦ୍ଦେଶ୍ୟ।

କୃଷି ବିଭାଗର ଓଡ଼ିଶା ମିଲେଟ୍ ମିଶନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ସମନ୍ୱିତ କୃଷି, କୃଷକ ଓଡ଼ିଶା ପୋର୍ଟାଲ୍, ଗୋ ସୁଗମ, ଉଦ୍ୟାନ ବିଭାଗ ର ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ଖାଦ୍ୟ ଯୋଜନା, ମହିଳା ସ୍ଵଂୟ ସହାୟକ ଗୋଷ୍ଠୀଙ୍କ ସହଭାଗିତା, ମୃତ୍ତିକା ସଂରକ୍ଷଣ ତରଫରୁ କଳାହାଣ୍ଡିରେ କଫି ଉନ୍ନୟନ, ମନରେଗା ପୋଖରୀ, ପ୍ରାଣୀ ସମ୍ପଦ ବିଭାଗ ତରଫରୁ ବ୍ରୟଲର ଫାର୍ମ, ଲେୟର ଫାର୍ମ, ଛେଳି ଚାଷ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗରେ ପଶୁ ପାଳନ, ମତ୍ସ୍ୟ ବିଭାଗରୁ ପୋଖରୀ ଯୋଜନା, ବ।ୟୋ ଫ୍ଲକ୍ ଯୋଜନା, ମିଶନ ଶକ୍ତି ବିଭାଗର ଗୋଷ୍ଠୀ ଋଣ, ମିଶନ ଶକ୍ତି କାଫେ, ମିଶନ ଶକ୍ତି ଗୃହ, ଜୀବିକା କାର୍ଯ୍ୟ ସ୍ଥଳୀ, ନିୟୋଜନ ଓ ଦକ୍ଷତା ତରଫ ରୁ ପ୍ରଧାନମନ୍ତ୍ରୀ କର୍ମ ନିଯୁକ୍ତି ଯୋଜନା, ମାଇକ୍ରୋ ଫୁଡ୍ ପ୍ରୋସେସିଂ, ଜିଲ୍ଲା ଦକ୍ଷତା ବିକାଶ, ଯୋଜନା, ଜବ ଡ୍ରାଇଭ୍, ଜନ ଶିକ୍ଷା ସଂସ୍ଥାନ, ଆତ୍ମନିଯୁକ୍ତି ତାଲିମ୍, ମଙ୍ଗଳ ବିଭାଗ ତରଫରୁ ବିଭିନ୍ନ ପ୍ରୋତ୍ସାହନ ଶିକ୍ଷା ବୃତ୍ତି, ଶ୍ରମ ବିଭାଗ ତରଫରୁ ଶ୍ରମ କାର୍ଡ, ଶ୍ରମ କାର୍ଡ ଧାରୀଙ୍କ ପାଇଁ କଲ୍ୟାଣ ଯୋଜନା ଓ ସହାୟତା କ୍ରୀଡା ବିଭାଗ ତରଫରୁ ମିନି ଷ୍ଟାଡିୟମ, ଯୁବ ଉତ୍ସବ, କ୍ରୀଡାର ବିକାଶ ତଥା ପଞ୍ଚାୟତ ସ୍ତରରୁ ଖେଳ କୁଦ ପ୍ରତିଯୋଗିତା, ଶିଶୁ ସୁରକ୍ଷା ବିଭାଗ ତରଫରୁ ବିଜୁ ଶିଶୁ ସୁରକ୍ଷା ଯୋଜନା, ଆଶୀର୍ବାଦ, ବେଟି ବଚାଓ ବେଟି ପଢ଼ାଓ, ପୋଷ୍ୟ ସନ୍ତାନ ଏଭଳି ବିଭିନ୍ନ ବିଭାଗର ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ପ୍ରଦର୍ଶିତ ହୋଇଥିଲା।

ସଭାରେ ସି.ଡି.ଏମ.ଓ, ସି.ଡି.ଏ.ଓ , ଡି.ଡି.ଏଚ୍, ଡି.ଏଫ୍.ଓ, ଡି.ଏସ.ଡବ୍ଲୁ.ଓ, ଡି.ଡବ୍ଲୁ.ଓ, ଡି.ସି.ପି.ଓ, ଡି.ଏସ.ଓ, ଡି.ଇ.ଓ, ଓର୍ମ।ଶ୍ ,ଡି.ପି.ଏମ, ( ଓ.ଏଲ.ଏମ୍), ଡି.ପି.ଏମ ( ମିଶନ ଶକ୍ତି), ଜି.ଏମ ( ଡି.ଆଇ.ସି), ଡି.ଆଇ.ପି.ଆର୍.ଓ, ପି.ଏ ( ଆଇ.ଟି.ଡି.ଏ) , ଡି.ସି.ଓ, ଡି.ପି.ଏମ., ଏନ୍.ଏଚ୍.ଏମ, ସମସ୍ତ ବ୍ଲକ୍ ର ବି.ଡି.ଓ, ସି.ଡ଼ି.ପି.ଓ, ବ୍ଲକ ସ୍ତରର ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସଭାଟିକୁ ପରିଚାଳନା କରିଥିଲେ ଡି ଡି ( ପ୍ଲାନିଁଙ୍ଗ), ଡି ପି ଏମ ୟୁ, ଶ୍ରୀକାନ୍ତ ଦଳେଇ। ବୈଠକ କୁ ସଫଳ କରିବାରେ ଇ-ଗଭର୍ଣଂ।ସ୍ ମ୍ୟାନେଜର ସଂଜିବ ଚୌଧୁରୀ , ଜୀବିକା ଏକ୍ସ୍ପର୍ଟ କୁମୁଦିନୀ ମିଶ୍ର, ଟି.ଏଲ.(ଡୁଡା), ବିମଳ କୁମାର ସାହୁ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲ୍ୟ ବିବାହ ନିରୋଧ ତଥା ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବାଲ୍ୟ ବିବାହ ନିରୋଧ ତଥା ବେଟି ବଚାଓ ବେଟି ପଢାଓ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜିଲ୍ଲାପାଳ “Say no to child marriage” ର ବିଶେଷ ବାର୍ତ୍ତା ର ପ୍ଲାକାର୍ଡ ଶୁଭ ଉଦଘାଟନ କଲେ। ଜିଲ୍ଲାରେ ୧୮ ବର୍ଷରୁ କମ୍ ଝିଅ ମାନଂକ ବିବାହକୁ ରୋକିବା ତଥା ଜଣେ ଝିଅର ସ୍ବାସ୍ଥ୍ୟ, ଶିକ୍ଷା, ସୁରକ୍ଷା ଓ ଉନ୍ନତି ଉପରେ ଏହାର ପ୍ରଭାବକୁ ପ୍ରତିହତ କରିବା ପାଇଁ ଏହି ଅଭିଯାନର ସଫଳତା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ଦାୟିତ୍ଵ ଦିଆଗଲା।

ଜାତୀୟ ପରିବାର ଓ ସ୍ଵାସ୍ଥ୍ୟ ବିଭାଗ ସର୍ଭେ ଅନୁଯାୟୀ ଆମ ଜିଲ୍ଲାରେ ୧୬.୩ ପ୍ରତିଶତ ମହିଳା ୧୮ ବର୍ଷ ପୂର୍ବରୁ ବାହା ହୋଇଯାଉଛନ୍ତି ଏବଂ ସେଥିପାଇଁ ମମତା ଯୋଜନାରେ ବଞ୍ଚିତ ବା ଅନ୍ତର୍ଭୁକ୍ତ ହୋଇପାରୁନାହାନ୍ତି। ଜିଲ୍ଲାରେ ବାଲ୍ୟ ବିବାହ କରି ମମତା ଯୋଜନାରୁ ବଞ୍ଚିତ ହୋଇଥିବା ମହିଳାଙ୍କ ସଂଖ୍ୟା ଥୁଆମୂଲ ରାମପୁର , ଧର୍ମଗଡ, ଜୟପାଟଣା ଓ ଭବାନୀପାଟଣା( ଗ୍ରାମ୍ୟ) ତଥା ଜୁନାଗଡ ରେ ସର୍ବାଧିକ ରହିଛି।

ବାଲ୍ୟ ବିବାହ ରୋକିବାରେ VHSND, ADVIKA, ଏସ୍ ଏମ ସି, କିଶୋରୀ ସ୍ବାସ୍ଥ୍ୟ ମେଳା, ଏନ୍ ଏସ୍ ଏସ୍, ଭାରତ ସ୍କାଉଟ୍, ଗାଇଡ, ଏନ୍ ସି ସି, ନେହେରୁ ଯୁବ କେନ୍ଦ୍ର, ଶିଶୁ ହେଲ୍ପ ଲାଇନ, ସ୍ଵୟଂ ସହାୟକ ଗୋଷ୍ଠୀ, ଧାର୍ମିକ ଅନୁଷ୍ଠାନ, ଟେଣ୍ଟ ହାଉସ ପ୍ରଭୃତିଙ୍କୁ ଅନ୍ତର୍ଭୁକ୍ତ କରି ବିଶେଷ ସଚେତନତା ଅଭିଯାନ କରାଯିବ। ଜିଲ୍ଲାପାଳ ପ୍ରତ୍ୟେକ ବ୍ଲକରେ ବର୍ତ୍ତମାନ ବାଲ୍ୟ ବିବାହର ସର୍ଭେ, ସ୍କୁଲ୍ ମାନଙ୍କରେ ନବମ ଓ ଦଶମ ଶ୍ରେଣୀ ଝିଅ ମାନଂକ ପାଇଁ ବିଶେଷ କାର୍ଯ୍ୟକ୍ରମ, ଗ୍ରାମପଞ୍ଚାୟତରେ ଅଙ୍ଗନବାଡ଼ି ଓ ସ୍ଵାସ୍ଥ୍ୟ କର୍ମୀଙ୍କୁ ନେଇ କାର୍ଯ୍ୟକ୍ରମ ଉପରେ କହିଥିଲେ।

ସେଭଳି ବାଲ୍ୟ ବିବାହକୁ ରୋକିବା ନିମନ୍ତେ ଯେଉଁ ଟାସ୍କ ଫୋର୍ସ ଗଠନ କରାଯାଇଛି ସେଥିରେ ଏସ୍ ପି,ସି ଡ଼ି ଏମ ଓ, ଡି ଏସ ଡବ୍ଲୁ ଓ , ଡି ଡବ୍ଲୁ ଓ, ସି ଡ଼ି ଓ, ଜିଲ୍ଲା ପରିଷଦ, ଡି ଇ ଓ, ଡି ଆଈ ପି ଆର୍ ଓ, ୟୁନିସେଫ କର୍ଡିନେଟର, ଡି ପି ସି, ମିସନଶକ୍ତି, ଡି ପି ଏମ୍, ଏନ୍ ଏଚ ଏମ୍, ଡି ଏଲ୍ ଓ, ସି ଡବ୍ଲୁ ସି, ଡି ଏଲ୍ ଏସ୍ ଏ, ସ୍କିଲ ଓଡ଼ିଶାକୁ ବିଭିନ୍ନ ଦାୟିତ୍ଵ ଦିଆଗଲା।

ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ, ଧର୍ମଗଡ ବେଦ ଭୂଷଣ, ସି ଡ଼ି ଏମ ଓ ଡ ରଞ୍ଜନ ମିତ୍ର, ସି ଡବ୍ଲୁ ସି ଅଧ୍ୟକ୍ଷ ରାକେଶ କୁମାର ନାୟକ, ଭାରପ୍ରାପ୍ତ ଡି ସି ପି ଓ ପ୍ରମୋଦ ଖିଲୋ ଓ ଅନ୍ୟାନ୍ୟ ଟାସ୍କ ଫୋର୍ସ ଅଧିକାରୀ ଉପସ୍ଥିତ ଥିଲେ। ଅଂଶୁମାନ ବାବୁ ସଭା ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ କପା ଫସଲ କ୍ରୟ ସମ୍ବନ୍ଧୀୟ ବୈଠକ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଚଳିତ ୨୦୨୨ – ୨୩ ମସିହା କପା ଫସଲ ର କ୍ରୟ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାନ୍ୟବର ସାଂସଦ ବସନ୍ତ ପଣ୍ଡା, ଜୁନାଗଡ଼ର ବିଧାୟକ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ୍, ଧର୍ମଗଡ ଉପଜିଲ୍ଲାପାଳ ବେଦ ଭୂଷଣ, ଭବାନୀପାଟଣା ଉପଜିଲ୍ଲାପାଳ ଡ ବିଶ୍ୱଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସଭାରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ୍ତ କୁମାର ସାହୁ ଆଲୋଚନା ଆରମ୍ଭ କରି ଚଳିତ ବର୍ଷ କପା ଚାଷ ଉପରେ ଆଲୋକପାତ କରିଥିଲେ। ବିଗତ ବର୍ଷ ୬୬୬୧୬ ହେକ୍ଟର. ତୁଳନା ରେ ଚଳିତ ବର୍ଷ ୭୦୭୮୦ ହେକ୍ଟର ଜମିରେ କପା ଚାଷ ହୋଇଥିବା ସେ ସୂଚନା ଦେଇଥିଲେ। ବିଗତ ବର୍ଷ ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ ଅଧିକ ଦରରେ କପା ବିକ୍ରୟ କରି ଲାଭବାନ ହୋଇଥିଲେ। ଏ ବର୍ଷ ମଧ୍ୟ ଚାଷୀ ମାନେ ଅଧିକ ଦରରେ ବିକ୍ରୀ ବଟା କରି ଲାଭବାନ ହେବାର ଆଶାବ୍ୟକ୍ତ କରିଥିଲେ।

ଚଳିତ ବର୍ଷର କପା ର ସର୍ବନିମ୍ନ ସହାୟକ ମୂଲ୍ୟ ୬୩୮୦ ଟଙ୍କା ପ୍ରତି କ୍ୱିଣ୍ଟାଲ ଥିବା ସଭାରେ ଆଲୋଚନା କରାଯାଇଥିଲା। ଭାରତୀୟ କପା ନିଗମର ଶାଖା ପରିଚାଳକ ଜିଲ୍ଲାରେ କର୍ଲାପଡ଼ା, ଉତ୍କେଲା ଓ ଉଛଲା ଠାରେ ୩ ଟି କପା ମଣ୍ଡି ଖୋଲିବା ନିମନ୍ତେ ପ୍ରସ୍ତୁତ ଥିବା ନେଇ ସୂଚନା ଦେଇଥିଲେ। ଲୋକ ପ୍ରତିନିଧିଗଣ ତଥା ଜିଲ୍ଲାପାଳ ମହୋଦୟା ଜିଲ୍ଲାରେ କପାର ବିକ୍ରିବଟା ଯେପରି ସୁଚାରୁରୁପେ ହୋଇ ପାରିବ ସେହି ନିମନ୍ତେ କପା ମିଲ୍ ମାଲିକ, କପା ବ୍ୟବସାୟୀ, ଭାରତୀୟ କପା ନିଗମ ତଥା ନିୟନ୍ତ୍ରିତ ବଜାର କମିଟିର କର୍ମକର୍ତ୍ତାଙ୍କର ସହଯୋଗ କାମନା କରିଥିଲେ। ଚଳିତ ବର୍ଷ ପ୍ରାୟ ୮ ଲକ୍ଷ କ୍ୱିଣ୍ଟାଲ କପା ଉତ୍ପାଦନ ହେବ ବୋଲି ସଭାରେ ସୂଚନା ଦିଆଯାଇଥିଲା। ତେଣୁ ଚଳିତ ବର୍ଷ ଜୁନାଗଡ଼ ବ୍ଲକର ତଳଜାରିଙ୍ଗ, ନର୍ଲା ବ୍ଲକର ଟୁଟିଂ ଏବଂ କର୍ଲାମୁଣ୍ଡା ବ୍ଲକର ରିଶିଡା ଠାରେ ୩ ଟି ଅତିରିକ୍ତ ମଣ୍ଡି ଚାଲୁ କରିବା ନିମନ୍ତେ ମଧ୍ୟ ପ୍ରସ୍ତାବ ରଖା ଯାଇଥିଲା।

ସଭାରେ ଉପସ୍ଥିତ ଥିବା ସମସ୍ତ ଜନପ୍ରତିନିଧି, ପଦାଧିକାରୀବୃନ୍ଦ, ମିଲର, କପା ବ୍ୟବସାୟୀ ଓ ଚାଷୀ ପ୍ରତିନିଧିମାନଙ୍କୁ ସି ଡି ଏ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟାଟା ଇଲେକ୍ଟ୍ରୋନିକ୍ସ ପିଭି ଦ୍ଵାରା ନିଯୁକ୍ତି ପାଇଥିବା ୨୨୦ ଜଣ କଳାହାଣ୍ଡି ଛାତ୍ରୀଙ୍କ ହୋସୁର ଗସ୍ତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଠାରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ଗତ ୨୪.୯.୨୦୨୨ରେ ନିଯୁକ୍ତି ପାଇଥିବା କଳାହାଣ୍ଡି ଜିଲ୍ଲାର ୨୨୦ ଜଣ ଛାତ୍ରୀଙ୍କ ତାମିଲନାଡୁ ଜିଲ୍ଲାର ହୋସୁର ସହରକୁ ଗସ୍ତ କରିଛନ୍ତି। କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ସକାଳ ୮.୦୦ଘ ସମୟରେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ନେଇ ଯାଉଥିବା ୫ ଟି ବସ କୁ ପତାକା ଦେଖାଇ ଶୁଭ କାମନା କରିଥିଲେ।

ରାଜ୍ୟ ସରକାର ସହଯୋଗ ତଥା ଜିଲ୍ଲା ପ୍ରଶାସନ ଉଦ୍ୟମରେ ପ୍ରଥମ କରି ଏତେ ସଂଖ୍ୟକ ଛାତ୍ରୀ ନିଯୁକ୍ତି ପାଇବା ଆମ ପାଇଁ ଖୁସି ର ଖବର। ଜିଲ୍ଲାର ବିଭିନ୍ନ ବ୍ଲକ ରୁ ବି ଡି ଓ ଙ୍କ ତତ୍ତ୍ଵାବଧାନରେ ଛାତ୍ରୀ ମାନେ ଆଇ ଟି ଆଇ ରେ ପହଞ୍ଚିଥିଲେ।ବସରେ ଛାତ୍ରୀମାନେ ଭୁବନେଶ୍ୱର ଏୟାରପୋର୍ଟ ପହଞ୍ଚି ସେଠାରୁ ବାଙ୍ଗାଲୋର ଯାଇ ହୋସୁର ପହଞ୍ଚିବେ। ଛାତ୍ରୀମାନଙ୍କ ରହିବା,ଖାଇବା ଓ ଅନ୍ୟାନ୍ୟ ସୁବିଧା କରିବା ପାଇଁ ଜିଲ୍ଲା ନିୟୋଜନ ସଂସ୍ଥା ରୁ ଜିଲ୍ଲା କର୍ମନିଯୁକ୍ତି ଅଧିକାରୀ ଅଜିତ କୁମାର ଉତ୍ତରାୟ ତଥା ଅନ୍ୟ ଷ୍ଟାଫ ଦୁଇ ଦିନ ହୋସୁର ରେ ଅବସ୍ଥାନ କରିବେ। ଲାଞ୍ଜିଗଡ଼ ତଥା ଅନ୍ୟାନ୍ୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଲରୁ ଅନେକ ଆଦିବାସୀ ଝିଅ ନିଜର ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ହୋସୁର ଯାଉଛନ୍ତି।

ଏହି ଗସ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ଡି ପି ଏମ, ଓ ଏଲ୍ ଏମ ପ୍ରଶାନ୍ତ ମିଶ୍ର, ଏ ପି ଡି ବିମ୍ବାଧର ସାହୁ ଙ୍କ ସମେତ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

କେସିଙ୍ଗାଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି କେସିଙ୍ଗା ବ୍ଲକସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ସୁଶାନ୍ତ କୁମାର ପଟେଲ, ଉପ ଜିଲ୍ଲାପାଳ ଡ଼ ବିଶ୍ୱଜିତ୍ ଦାସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ନନ୍ଦ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଉପାଧ୍ୟକ୍ଷ ରାଜଲକ୍ଷ୍ମୀ ପଟ୍ଟନାୟକ, ବିଡିଓ ପ୍ରଫୁଲ୍ଲ କୁମାର ଓଡ୍ଡୁ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ ୫୧୦ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୪୭୮ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୩୨ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୨୧ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ଅଭିଯୋଗ ମୁଖ୍ୟତଃ ଆବାସ ଗୃହ, ଭତ୍ତା, ରାସନ୍ କାର୍ଡ, ରାସ୍ତା, ପାନୀୟ ଜଳ, ଶିକ୍ଷକ ପଦବୀ ପୂରଣ ଉପରେ ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଖରିଫ ଋତୁ ୨୦୨୨ ପାଇଁ ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଗତ ୧୪.୭.୨୦୨୨ରିଖ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଚଳିତ ଖରିଫ୍ ଋତୁ୨୦୨୨ ପାଇଁ ଏକ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଧର୍ମଗଡ ଉପ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ସମେତ ସମସ୍ତ ଜଳ ସମ୍ପଦ ବିଭାଗ, କୃଷି, ସମବାୟ, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ଜଳସେଚନ, ବ୍ୟାଙ୍କ୍, କୃଷି ବିଜ୍ଞାନ କେନ୍ଦ୍ରର ପ୍ରମୁଖ ଅଧିକାରୀ ଓ ଚାଷୀ ପ୍ରତିନିଧି ଯୋଗ ଦେଇଥିଲେ।

ସର୍ବପ୍ରଥମେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କଳାହାଣ୍ଡି ଗତ ୨୦୨୧-୨୨ରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ଓ ଉପଲବ୍ଧି ଗୃହରେ ଉପସ୍ଥାପନ କରିଥିଲେ ଓ ଚଳିତ ଖରିଫ ଋତୁର ଧାର୍ଯ୍ୟ ଲକ୍ଷ୍ୟ ଉପସ୍ଥାପନ କରିଥିଲେ। ଚଳିତ ଖରିଫ ଋତୁରେ ଧାନ ୧,୮୬,୯୬୧ ହେକ୍ଟର,ମକା ୧୫୪୦୨ ହେକ୍ଟର, କ୍ଷୁଦ୍ର ଶସ୍ୟ ୯୩୦୦ ହେକ୍ଟର, ଡାଲି ଜାତୀୟ ଶସ୍ୟ ୬୫୭୪୨ ହେକ୍ଟର, ତୈଳବୀଜ ୧୨୬୨୦ ହେକ୍ଟର, କପା ଜାତୀୟ ୭୪୫୦୮ହେକ୍ଟର, ପନିପରିବା ୧୫୭୫୩ ହେକ୍ଟର, ମସଲା ଜାତୀୟ ୨୭୦୦ ହେକ୍ଟର, ଆଖୁ ୭୩୫ ହେକ୍ଟର ଏଭଳି ସମୁଦାୟ ୩,୮୩,୭୨୧ ହେକ୍ଟର ଜମିରେ ଚାଷ ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ବୈଠକରେ ଜଣାଇଥିଲେ। ଏଥିମଧ୍ୟରୁ ୨,୪୧,୦୬୯ ହେକ୍ଟର ଜଳସେଚିତ ଏବଂ ୧୪୨୬୫୨ ହେକ୍ଟର ଅଣ ଜଳସେଚିତ ଜମିରେ ଚାଷ ହେବାପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରକାଶ କରିଥିଲେ।

ବୃହତ୍ ଜଳସେଚନ ଏବଂ ଅନ୍ୟାନ୍ୟ ଜଳସେଚନ ବିଭାଗର ଯନ୍ତ୍ରୀ ବର୍ଷା ଠିକ୍ ହେଲେ ଧାର୍ଯ୍ୟ ଜଳସେଚନର ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ବୃହତ୍ ଜଳସେଚନ ପ୍ରକଳ୍ପ ଯନ୍ତ୍ରୀ ଗତ ୬/୭/୨୦୨୨ରୁ ଇନ୍ଦ୍ରାବତୀ ଜଳସେଚନ କେନାଲରେ ଜଳ ଛଡାଯାଉଛି ଏବଂ ଏହା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପ୍ରକାଶ କରିଥିଲେ।ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଚଳିତ ଖରିଫ ଋତୁ ପାଇଁ ବିଭିନ୍ନ ରାସାୟନିକ ସାର ୭୩୭୦୦ ମେଟ୍ରିକ୍ ଟନ୍ ଆବଶ୍ୟକତା ଥିବାବେଳେ ଏ ପର୍ଯ୍ୟନ୍ତ ୪୫୬୯୮ ମେଟ୍ରିକ୍ ଟନ୍ ପହଞ୍ଚିଥିବା ବିଷୟରେ ଗୃହ କୁ ଅବଗତ କରିଥିଲେ। ସେଭଳି ୨୦୨୧-୨୨ରେ ୨୦୫୫୯ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଦିଆଯାଇଥିବାବେଳେ ୨୦୨୨-୨୩ରେ ୨୫୦୦୦ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଉତ୍ତମ ଧାନ ଓ ଅଣଧାନ ବିହନ ଉତ୍ପାଦନ କାର୍ଯକ୍ରମ ପାଇଁ ଚଳିତ ଖରିଫ ଋତୁରେ ୨୩୭୧୦ କ୍ଵିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଡିଲର ମାନଙ୍କୁ ତନଖି କରି ଉଚିତ୍ ମୂଲ୍ୟରେ ଚାଷୀ ମାନଙ୍କୁ ସାର,ବିହନ ଓ କୀଟନାଶକ ଯୋଗାଣ ପାଇଁ ସଭାର ଅଧ୍ୟକ୍ଷ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ପରସ୍ପର ସହ ସମନ୍ୱୟ ରକ୍ଷା କରି ଚାଷୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଯୋଜନାର ସଫଳ ରୂପାୟନ କରି କଳାହାଣ୍ଡି ଚାଷୀ ଯେଭଳି ଚାଷ ସମ୍ପର୍କିତ ସମସ୍ତ ସରକାରୀ ସହାୟତା ପାଇପାରିବେ ତା ଉପରେ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଉପଜିଲ୍ଲାପାଳ ଡ ବିଶ୍ୱଜିତ୍ ଦାସ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ୍ ୧୧୭ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୯୯ଟି ବ୍ୟକ୍ତିଗତ ସମସ୍ୟା ଜର୍ଜରିତ ଅଭିଯୋଗ ଓ ୧୮ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୯ଟି ଅଭିଯୋଗର ସମାଧାନ ତୁରନ୍ତ କରାଯାଇଥିଲା। ଭବାନୀପାଟଣା ସହରର ଗୋଷାଲ ପଡ଼ାର ପରିତ୍ରାଣ ବାଗଙ୍କୁ ୫୦୦୦ ଟଙ୍କାର ଆର୍ଥିକ ସହାୟତା ଅନୁମୋଦନ କରାଯାଇଥିଲା।

ସେଭଳି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଭବାନୀପାଟଣା ବ୍ଲକର କୁଟୁର ଖମାର ଅଞ୍ଚଳର ରିତ୍ତିକ ମଶ୍ରା ଙ୍କୁ ତାଙ୍କର ପ୍ଲାଷ୍ଟିକ ସର୍ଜରୀ ପାଇଁ ୭୦୦୦ ଟଙ୍କା ର ସହାୟତା ଅନୁମୋଦନ କରାଗଲା।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲାପାଳ ଭାବେ ଯୋଗ ଦେଲେ ପି.ଅନ୍ୱେଷା ରେଡ୍ଡୀ, ଷଷ୍ଠ ମହିଳା ଜିଲ୍ଲାପାଳ ଭାବେ ନେଲେ ଦାୟିତ୍ଵ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାପାଳ ଭାବେ ପି. ଅନ୍ୱେଷା ରେଡ୍ଡୀ ଆଇ.ଏ.ଏସ. ଦାୟିତ୍ଵ ନେଇଛନ୍ତି। କଳାହାଣ୍ଡି ଜିଲ୍ଲାରେ ପୂର୍ବରୁ ପାଂଚ ଜଣ ମହିଳା ଜିଲ୍ଲାପାଳ କାର୍ଯ୍ୟ କରିସାରିଥିବା ବେଳେ ଷଷ୍ଠ ମହିଳା ଜିଲ୍ଲାପାଳ ଭାବେ ପି. ଅନ୍ୱେଷା ରେଡ୍ଡୀ ଯୋଗ ଦେଇଛନ୍ତି। ୨୦୧୭ ବେଚର ଆଇଏଏସ ଅଧିକାରିଣୀ ମୟୁରଭଂଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଥିଲେ। କଳାହାଣ୍ଡିରେ ଦୀର୍ଘ ସମୟ ଧରି କାର୍ଯ୍ୟରତ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲିଙ୍କ ବଦଳି ହେବା ପରେ ପି. ଅନ୍ୱେଷା ରେଡ୍ଡୀ କଳାହାଣ୍ଡି ଜିଲ୍ଲାପାଳ ଭାବେ ବଦଳି ହୋଇଥିଲେ।

ଦାୟିତ୍ଵ ଗ୍ରହଣ ପରେ ନୂତନ ଜିଲ୍ଲାପାଳଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ସରକାରୀ ଯୋଜନା ଗୁଡିକ କିପରି ତୃଣମୂଳ ସ୍ତରକୁ ପହଂଚି ପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯିବା ସହିତ ଆଦିବାସୀ ଅଧ୍ୟୁଷିତ ଅଂଚଳକୁ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ଲକ୍ଷ୍ୟ ପଥରେ ଆଗେଇ ଚାଲିବା ପାଇଁ ବାର୍ତା ଦେଇଛନ୍ତି ନୂତନ ଜିଲ୍ଲାପାଳ।

ଗତ ୧୯୭୨ ମସିହାରେ ଚନ୍ଦ୍ରମଣି ନାରାୟଣ ସ୍ୱାମୀ ପ୍ରଥମ ମହିଳା ଜିଲ୍ଲାପାଳ ଭାବେ କଳାହାଣ୍ଡିରେ ଯୋଗ ଦେଇଥିବା ବେଳେ ୧୯୮୦ ରେ ମୀନା ଗୁପ୍ତା, ୧୯୯୬ ରେ ଜି. ସୁବର୍ଣ୍ଣାରାଣି ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ। ୨୦୦୯ ମସିହାରେ ରୂପା ମିଶ୍ର, ୨୦୧୫ ରେ ଡ. ବୃନ୍ଦା ଡି ଯୋଗ ଦେଇଥିଲେ। ଷଷ୍ଠ ମହିଳା ଜିଲ୍ଲାପାଳ ଙ୍କ ଠାରୁ କଳାହାଣ୍ଡି ବାସୀ ଅନେକ ଆଶା ରଖିଥିବା ଜଣାପଡିଛି।