Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥର ବଡ଼ ମାଇଲଖୁଣ୍ଟ ହାସଲ: ତିନି ଘଣ୍ଟା ମଧ୍ୟରେ ସ୍ଥାପନ କଲା ଆରଓବି ଉପରେ ଗାର୍ଡ଼ର

ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ଇଞ୍ଜିନିୟରିଂ କାର୍ଯ୍ୟରେ, ପୂର୍ବତଟ ରେଳପଥ ଆଜି ମାତ୍ର ତିନି ଘଣ୍ଟା ମଧ୍ୟରେ ପ୍ରତ୍ୟକ 36 ମିଟର ଲମ୍ବ ପାଞ୍ଚଗୋଟି ଷ୍ଟିଲ୍ ଗାର୍ଡ଼ର (ଯାହାର ଓଜନ ପ୍ରତ୍ୟକ 35 ଟନ୍) କୁ ସଫଳତାର ସହ ସ୍ଥାପନ କରାଯାଇଅଛି। ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ରେଳ ଷ୍ଟେସନ ମଧ୍ୟରେ ଅବସ୍ଥିତ ଭିଏସଏସ ନଗର ଠାରେ ଏକ ରୋଡ ଓଭର ବ୍ରିଜ (ROB) ପ୍ରକଳ୍ପର ଅଂଶ ଭାବରେ ଏହି ଗାର୍ଡରଗୁଡ଼ିକ ସ୍ଥାପନ କରାଯାଇଅଛି। ଏହି ଜଟିଳ କାର୍ଯ୍ୟ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ସହଯୋଗରେ 3 ଘଣ୍ଟିଆ ଟ୍ରାଫିକ୍ ଏବଂ ଓଭରହେଡ୍ ଇକୁଇପମେଣ୍ଟ (OHE) ବ୍ଲକ ନିଆଯାଇ ରେଳପଥର ନିର୍ମାଣ ବିଭାଗ ଦ୍ୱାରା ସମ୍ପନ୍ନ କରାଯାଇଅଛି।

ବ୍ୟସ୍ତବହୁଳ ରେଳ ଲାଇନରେ, ବିଶେଷକରି ଭାରତର ବ୍ୟସ୍ତବହୁଳ ରେଳ ସେକ୍ସନ ମଧ୍ୟରୁ ହାଓଡ଼ା-ଚେନ୍ନାଇ ମେନ୍ ଲାଇନରେ ଏହିପରି ଏକ ଚ୍ୟାଲେଞ୍ଜିଂ ଅପରେସନ୍ କରିବା; ଯତ୍ନଶୀଳ ଯୋଜନା ଏବଂ ସମନ୍ୱୟ ଆବଶ୍ୟକ କରେ। ମୁଖ୍ୟ ପ୍ରୋଜେକ୍ଟ ମ୍ୟାନେଜର (ସିପିଏମ୍) ଏବଂ ଭୁବନେଶ୍ୱରରେ ଥିବା ତାଙ୍କ ଦଳ ଏକାଧିକ ଲଜିଷ୍ଟିକ୍ ଚ୍ୟାଲେଞ୍ଜ ସତ୍ୱେ କାର୍ଯ୍ୟ ନିର୍ବାହରେ ଏକ ମାନଦଣ୍ଡ ସ୍ଥିର କରି କାର୍ଯ୍ୟ ସମାପ୍ତ କରିବାରେ ସଫଳ ହୋଇଛନ୍ତି।  ପ୍ରତ୍ୟକ 36 ମିଟର ଦୈର୍ଘ୍ୟ ଓ ୩୫ ଟନ ଓଜନର ଏହି ଗାର୍ଡରଗୁଡିକର ସଫଳ ସ୍ଥାପନ କରିବା ବ୍ୟସ୍ତବହୁଳ ରେଳମାର୍ଗରେ ଛୋଟ କଥା ନୁହେଁ। ଏହା ROB ନିର୍ମାଣରେ ଏକ ମହତ୍ଵପୂର୍ଣ୍ଣ ମାଇଲଖୁଣ୍ଟ ଚିହ୍ନିତ କରୁଛି ଯାହା ଗତ ଗଣନା ସମୟରେ ଏହି ଲେଭଲ କ୍ରସିଂ ଠାରେ ରେକର୍ଡ ହୋଇଥିବା 2 ଲକ୍ଷ ଟ୍ରେନ୍ ଭେଇକିଲ୍ ୟୁନିଟ୍ (ଟିଭିୟୁ) ଅଟେ।

ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ଷ୍ଟେସନ ମଧ୍ୟରେ ଏହି ସ୍ପେଶାଲ୍ ଲେଭଲ୍ କ୍ରସିଂକୁ ବଦଳାଇବା ପାଇଁ ଭିଏସଏସ ନଗରରେ ROB ନିର୍ମାଣ କରାଯାଉଛି, ଯାହା ଦୀର୍ଘ ଦିନ ଧରି ଉଭୟ ସଡକ ଏବଂ ରେଳ ଟ୍ରାଫିକ୍ ପାଇଁ ଏକ ପ୍ରତିବନ୍ଧକ ହୋଇଆସୁଛି। ଏହି ପ୍ରକଳ୍ପ ସମାପ୍ତ ହେବା ପରେ ଏହା ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍, ଚକେଇସିଆଣୀ, ଭିଏସ୍ଏସ୍ ନଗର, ସୈନିକ ସ୍କୁଲ୍, ଗାଡ଼କଣ ଏବଂ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ପରି ଅଞ୍ଚଳରେ ଟ୍ରାଫିକ୍ ପ୍ରବାହକୁ ବହୁତ ଉନ୍ନତ କରିବ।

ପୂର୍ବତଟ ରେଳପଥ ସଫଳତାର ସହିତ ରେଲୱେ ଅଂଶରେ ପାୟର ଉପରେ ଗାର୍ଡର୍ ସ୍ଥାପନ କରିସାରିଥିବାବେଳେ ରେଳ ଅଂଶରେ ଅବଶିଷ୍ଟ ନିର୍ମାଣ କାର୍ଯ୍ୟ ଯଥା ଡେକ୍ ସ୍ଲାବ୍ ସ୍ଥାପନ, ​​କ୍ରାସ୍ ପ୍ରତିବନ୍ଧକ ଏବଂ ଆକ୍ସନ୍ ଜଙ୍କସନ୍ ସହିତ ଅନ୍ୟାନ କାର୍ଯ୍ୟ ଗୁଡିକ ଡିସେମ୍ବର 2024 ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି।

ଏହି ROB ର ସମାପ୍ତି ଏହି ଅଞ୍ଚଳ ପାଇଁ ଏକ ମହତ୍ଵପୂର୍ଣ୍ଣ କାର୍ଯ୍ୟ ହେବ ଯାହାକି ଯାତ୍ରୀମାନଙ୍କୁ ବହୁ ଆବଶ୍ୟକୀୟ ରିଲିଫ୍ ଯୋଗାଇବ ଏବଂ ବହୁ ପୂର୍ବରୁ ସୁରକ୍ଷା ଚିନ୍ତା କରିଆସୁଥିବା ବ୍ୟସ୍ତ ବହୁଳ ଲେଭଲ କ୍ରସିଂକୁ ଦୂର କରିବ। ଏଥିସହ, ଏହି ସଡକ ଏବଂ ରେଳ ସୁରକ୍ଷାକୁ ବୃଦ୍ଧି କରାଇବା ପାଇଁ ଭାରତୀୟ ରେଳ ମିଶନ ସହିତ ସମାନ୍ତରାଳ ଭାବରେ ଏହି ପ୍ରକଳ୍ପ ରେଳ ଓ ସଡକ ଯାନ ଚଳାଚଳ କାର୍ଯ୍ୟକୁ ସହଜ କରିବ।

ଲେଭଲ୍ କ୍ରସିଂ ନମ୍ବର ML 186 ସ୍ଥାନରେ ଏହି ରୋଡ଼ ଓଭର ବ୍ରିଜ ପ୍ରକଳ୍ପ ନିର୍ମାଣ କରାଯାଉଛି। ରେଳ ଅଂଶରେ ଏହି କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରାୟ ₹48.2 କୋଟି ନିବେଶ କରାଯାଇଅଛି। ଏହି ମେଗା ପ୍ରକଳ୍ପର ଅଗ୍ରଗତି ପାଇଁ ବୈଦ୍ୟୁତିକ ଟ୍ରାନ୍ସଫର୍ମର ଏବଂ ଅଣ୍ଡରଗ୍ରାଉଣ୍ଡ କେବୁଲ ସ୍ଥାନାନ୍ତର ସହିତ ଅନେକ ଜଟିଳ କାର୍ଯ୍ୟ ପୂର୍ବରୁ ସମାପ୍ତ ହୋଇଥିଲା।

କାର୍ଯ୍ୟକ୍ଷମ ହେବା ପରେ ଏହି ରୋଡ଼ ଓଭର ବ୍ରିଜ କେବଳ ସଡକ ସୁରକ୍ଷାକୁ ଉନ୍ନତ କରିବ ନାହିଁ ବରଂ ଦ୍ରୁତ, ନିରାପଦ ଏବଂ ନିର୍ଭରଯୋଗ୍ୟ ଯାତ୍ରା ସୁନିଶ୍ଚିତ କରିବା ପାଇଁ ରେଳବାଇର ପ୍ରତିବଦ୍ଧତା ଅନୁଯାୟୀ ଭାରତୀୟ ରେଳ ନେଟୱର୍କର ଏକ ବ୍ୟସ୍ତବହୁଳ ରେଳ ସେକ୍ସନରେ ଟ୍ରେନ୍ ଚଳାଚଳର କାର୍ଯ୍ୟକ୍ଷମତାକୁ ମଧ୍ୟ ବୃଦ୍ଧି କରାଇବ।

Categories
ଆଜିର ଖବର ରାଜ୍ୟ ଖବର

ବ୍ୟାପକ ହେଉଛି ପୂର୍ବତଟ ରେଳପଥ ଦ୍ୱାରା ସ୍ୱଚ୍ଛତା ପଖୱାଡା ଅଭିଯାନ

ଭୁବନେଶ୍ଵର: ସ୍ଵଭାଵ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା ବୈଶିଷ୍ଟ୍ୟ କୁ ଆଧାରକରି ଭାରତୀୟ ରେଳ 14 ସେପ୍ଟେମ୍ବରରୁ 1 ଅକ୍ଟୋବର 2024 ପର୍ଯ୍ୟନ୍ତ ସ୍ୱଚ୍ଛତା ହିଁ ସେବା ପଖୱାଡା ଅଭିଯାନ ପାଳନ କରୁଥିବା ବେଳେ ଅକ୍ଟୋବର 2 ରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ପାଳନ ଉତ୍ସବକୁ ସ୍ୱଚ୍ଛ ଭାରତ ଦିବସ ଭାବେ ପାଳନ କରିବାକୁ ଯୋଜନା କରିଛି। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ରେଳ ଷ୍ଟେସନ ପରିସର, ଟ୍ରେନ୍, ଅଫିସ୍, କର୍ମଶାଳା, ରକ୍ଷଣାବେକ୍ଷଣ ଡିପୋ, ରେଳ ଡାକ୍ତରଖାନା ଏବଂ ରେଳବାଇ ଆବାସିକ ଅଞ୍ଚଳରେ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେଇ ସ୍ୱଚ୍ଛତା ହିଁ ସେବା ପଖୱାଡା ଆରମ୍ଭ କରିଛି।

ନୂଆଦିଲ୍ଲୀରୁ ଏହି ଅଭିଯାନ ଆରମ୍ଭ କରି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ରେଳ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସତୀଶ କୁମାର କହିଛନ୍ତି ଯେ ଏହି ଅଭିଯାନ ସାମୂହିକ କାର୍ଯ୍ୟ ତଥା ସ୍ୱଚ୍ଛତା ପ୍ରୟାସରେ ବ୍ୟାପକ ଭାବେ ନାଗରିକଙ୍କ ଯୋଗଦାନକୁ ପ୍ରେରଣା ଯୋଗାଇବ। ଏହି ପଦକ୍ଷେପ ସମସ୍ତ ନାଗରିକ, ସହଭାଗୀ ଏବଂ ଅଂଶୀଦାରମାନଙ୍କୁ ଏକ ସ୍ୱଚ୍ଛ, ସବୁଜ ଭାରତ ନିର୍ମାଣ କରିବାରେ ସକ୍ରିୟ ଭାବରେ ଜଡିତ ହେବାକୁ ସମସ୍ତଙ୍କୁ ଆମନ୍ତ୍ରଣ କରାଯାଇଅଛି।

ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ମହେସ କୁମାର ବେହେରା, ରେଳପଥର ମୁଖ୍ୟାଳୟ ରେଳ ସଦନ, ଭୁବନେଶ୍ୱରର ଠାରେ ମୁଖ୍ୟାଳୟର କର୍ମଚାରୀମାନଙ୍କୁ ସ୍ୱଚ୍ଛତା ପାଇଁ ଶପଥ ପାଠ କରାଇଛନ୍ତି। ସ୍ୱଚ୍ଛତା ସମ୍ବନ୍ଧରେ ମହାତ୍ମା ଗାନ୍ଧୀଙ୍କ ଏକ ସୁନ୍ଦର ଏବଂ ପରିଷ୍କାର ରାଷ୍ଟ୍ର ପାଇଁ ଥିବା ସ୍ୱପ୍ନକୁ ପୂରଣ କରିବା ପାଇଁ 100 ଲୋକଙ୍କୁ ପ୍ରତିବର୍ଷ 100 ଘଣ୍ଟା ସ୍ୱଚ୍ଛତା ପାଇଁ ଉତ୍ସର୍ଗ କରିବାକୁ ନିଜ ପରିବାର, ନିଜ ନିଜ ଅଞ୍ଚଳ, କର୍ମକ୍ଷେତ୍ର ମାନଙ୍କରେ ଶ୍ରମଦାନ କରି ସ୍ୱଚ୍ଛତା ଅଭିଯାନକୁ ସାକାର କରାଇବାକୁ କର୍ମଚାରୀ ମାନେ ଶପଥ ନେଇଥିଲେ।

ସ୍ୱଚ୍ଛତା ହିଁ ସେବା ପଖୱାଡାକୁ ବ୍ୟାପକ କରାଇବା ପାଇଁ ରେଳ ଯାତ୍ରୀ, ରେଳ ବ୍ୟବହାରକାରୀ ଏବଂ ଭାଗିଦାରୀ/ହିତାଧିକାରୀ ଇତ୍ୟାଦି ମାନଙ୍କ ସହିତ ଜଡିତ ହୋଇ ପୂର୍ବ ତଟ ରେଳପଥ ସ୍ୱଚ୍ଛତା ପଖୱାଡା ସମୟରେ ସଚେତନତା କାର୍ଯ୍ୟକ୍ରମ ଗୁଡିକୁ ବ୍ୟାପକ କରାଇଅଛି। ପରିଷ୍କାର ପରିଚ୍ଛନ୍ନତା, ଏଣେତେଣେ ଆବର୍ଜନା ନଫିଙ୍ଗିବା, ଅନ୍-ବୋର୍ଡ ସମୟରେ ପରିଷ୍କାର ପରିଚ୍ଛନ୍ନତା, ୱାଶିଂ ଲାଇନରେ ପରିଷ୍କାର ପରିଚ୍ଛନ୍ନତା, ରେଲୱେ ୟାର୍ଡ, ଟ୍ରାକରେ, କାର୍ଯ୍ୟକ୍ଷେତ୍ରରେ ପରିଷ୍କାର ପରିଚ୍ଛନ୍ନତା, ପରିବେଷିତ ଖାଦ୍ୟର ଗୁଣବତ୍ତା ଉପରେ ଯାତ୍ରୀଙ୍କ ମତାମତ, ଜଳ ଯୋଗାଣ ଉତ୍ସ ସହିତ ଜଳ ସ୍ଥାପନରେ ସ୍ୱଚ୍ଛତା, ଷ୍ଟେସନରେ ପାନୀୟ ଜଳ ପାଇଁ ଜଳ ଟ୍ୟାପ୍ ଏବଂ ଜଳର ଉପଲବ୍ଧତା; ରେଳ ଷ୍ଟେସନ, କୋଚିଂ ଡିପୋ, ଟ୍ରେନ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଟଏଲେଟ୍ ବ୍ଳକେଜ ଗୁଡିକର ସ୍ୱଚ୍ଛତା ମାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଇ ସ୍ୱଚ୍ଛତା ପଖୱାଡା ସମୟରେ ପେଣ୍ଟିଂ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରି ପ୍ରୋତ୍ସାହିତ କରାଯିବାକୁ ବିଶେଷ ଭବେ ପଦକ୍ଷେପ ଗ୍ରହଣ କରାଯାଇଅଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥର ନୂତନ ମାନଦଣ୍ଡ ରେକର୍ଡ: 160 ଦିନରେ 100 ନିୟୁତ ଟନ୍ ପଣ୍ୟ ଅପସାରଣ

ନୂଆଦିଲ୍ଲୀ: ପୂର୍ବତଟ ରେଳପଥ (ଇକୋର) ଚଳିତ ଆର୍ଥିକ ବର୍ଷରେ ମାତ୍ର 160 ଦିନରେ 100 ନିୟୁତ ଟନ୍ରୁ ଅଧିକ ପଣ୍ୟ ଅପସାରଣ କରି ପଣ୍ୟ ପରିବହନରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି। ଚଳିତ ଆର୍ଥିକ ବର୍ଷର 7 ସେପ୍ଟେମ୍ବର 2024 ସୁଦ୍ଧା ପୂର୍ବତଟ ରେଳପଥ ସଫଳତାର ସହିତ 100.44 ନିୟୁତ ଟନ୍ ପଣ୍ୟ ଅପସାରଣ କରି ଗତ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ 6.5% ଅଭିବୃଦ୍ଧି ପଞ୍ଜିକରଣ କରିପାରିଛି। ଏହି ପ୍ରଭାବଶାଳୀ ପ୍ରଦର୍ଶନ ଦ୍ୱାରା ପୂର୍ବତଟ ରେଳପଥ ଗତ ଆର୍ଥିକ ବର୍ଷର ସମାନ ଅବଧି ପଣ୍ୟ ଅପସାରଣ ତୁଳନାରେ 6.15 ନିୟୁତ ଟନ୍ ଅଧିକ ପଣ୍ୟ ଅପସାରଣ କରିପାରିଛି।

ରେଳ ମଣ୍ଡଳ ଗୁଡ଼ିକ ଦ୍ୱାରା ଯୋଗଦାନ:

• ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳରେ 60.38 ନିୟୁତ ଟନ୍ ପଣ୍ୟ ଅପସାରଣ କରାଯାଇଥିଲା,

• ୱାଲଟିୟର ରେଳ ମଣ୍ଡଳରେ 22.68 ନିୟୁତ ଟନ୍, ଏବଂ

• ସମ୍ବଲପୁର ରେଳ ମଣ୍ଡଳରେ 17.38 ନିୟୁତ ଟନ୍।

ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ପ୍ରମୁଖ ଶିଳ୍ପ ଏବଂ ବନ୍ଦରଗୁଡିକର ଲଜିଷ୍ଟିକ୍ ଆବଶ୍ୟକତାକୁ ପୂରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହି ରେଳପଥ ପାରାଦୀପ, ବିଶାଖାପାଟନମ୍ (ଭାଇଜାଗ୍), ଗଙ୍ଗାଭରମ, ଗୋପାଳପୁର ଏବଂ ଧାମରା ଭଳି ପ୍ରମୁଖ ବନ୍ଦରଗୁଡିକୁ ସେବା ପ୍ରଦାନ କରିଥାଏ ଏବଂ ଇସ୍ପାତ, ଶକ୍ତି, ଆଲୁମିନିୟମ୍, ସାର, ସିମେଣ୍ଟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଶିଳ୍ପଗୁଡିକର ପରିବହନ ଚାହିଦା ପୂରଣ କରିଥାଏ।  ପୂର୍ବତଟ ରେଳପଥ ଦ୍ୱାରା ପରିବହନ ହେଉଥିବା ପ୍ରମୁଖ ଦ୍ରବ୍ୟଗୁଡ଼ିକ ହେଉଛି କୋଇଲା, ଲୁହାପଥର, ଆଲୁମିନିୟମ୍, ମାଙ୍ଗାନିଜ୍ ଏବଂ ବକ୍ସାଇଟ୍।

160 ଦିନରେ 100 ନିୟୁତ ଟନ୍ ପଣ୍ୟ ଅପସାରଣ କରିବାର ଏହି ସଫଳତା ରେଳବାଇର ଉନ୍ନତ ଦକ୍ଷତା ଏବଂ ଶିଳ୍ପ ଚାହିଦା ପୂରଣ ପାଇଁ ପ୍ରତିବଦ୍ଧତାକୁ ଦର୍ଶାଉଅଛି। ତୁଳନାତ୍ମକ ଭାବରେ, ଏହି ମାଇଲଖୁଣ୍ଟ ହାସଲ କରିବା କ୍ଷେତ୍ରରେ ପୂର୍ବତଟ ରେଳପଥ ପୂର୍ବ ଆର୍ଥିକ ବର୍ଷରେ (2023-24) 171 ଦିନ ସମୟ ବିନିଯୋଗ କରିଥିବାବେଳେ 2022-23 ଆର୍ଥିକ ବର୍ଷରେ 191 ଦିନ ସମୟ ବିନିଯୋଗ କରିଥିଲା।

ପଣ୍ୟ ପରିବହନରେ କ୍ରମାଗତ ଉନ୍ନତି ଭାରତର ଶିଳ୍ପ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ପୂର୍ବତଟ ରେଳପଥର ଉତ୍ସର୍ଗୀକୃତତାକୁ ପ୍ରତିଫଳିତ କରି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀର ଶୀଘ୍ର ଏବଂ ନିରବଚ୍ଛିନ୍ନ ପରିବହନକୁ ନିଶ୍ଚିତ କରି ଦେଶର ଅର୍ଥନୀତିରେ ଅବଦାନ ଦେଇଆସୁଅଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଚାରି ରେଳ କର୍ମଚାରୀ ସମ୍ବର୍ଦ୍ଧିତ

ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ରେଳ ସଦନ ଠାରେ ଚାରିଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କର କାର୍ଯ୍ୟ ସମ୍ପାଦନ କରୁଥିବାବେଳେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ସତର୍କତା ପାଇଁ ସମ୍ବର୍ଦ୍ଧିତ କରିବା ସହିତ ପୁରସ୍କାର ପ୍ରଦାନ କରିଛନ୍ତି।

ରମ୍ଭା ଷ୍ଟେସନ ଠାରେ କାର୍ଯ୍ୟରତ ଟ୍ରାକମ୍ୟାନ୍ ଗୋପାଳ ପ୍ରଧାନ; ନିରାକାରପୁରର ଷ୍ଟେସନ ମ୍ୟାନେଜର ଚିନ୍ମୟ କୁମାର ପରିଡ଼ା; ବିଶାଖାପାଟନମ ଡିଜେଲ ଲୋକୋ ସେଡରେ କାର୍ଯ୍ୟ କରୁଥିବା ଜି କ୍ରିଷ୍ଣା ପ୍ରସାଦ ଏବଂ ଅମ୍ବୋଦଳା ଷ୍ଟେସନରେ କାର୍ଯ୍ୟରତ ଟ୍ରାକ୍ ରକ୍ଷଣାବେକ୍ଷଣକାରୀ ଦିଲୀପ ଭୋଇ ସେମାନଙ୍କର କାର୍ଯ୍ୟ ସମ୍ପାଦନ ସମୟରେ ଅସାଧାରଣ ବିଫଳତାକୁ ଚିହ୍ନଟ କରି ନିରାପଦ ଟ୍ରେନ୍ ଚଳାଚଳ ପାଇଁ ତୁରନ୍ତ ପଦକ୍ଷେପ ନେଇଥିଲେ।

ଉପରୋକ୍ତ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରି ଫୁଙ୍କୱାଲ କହିଛନ୍ତି ଯେ, ଟ୍ରାକମ୍ୟାନ୍, ଷ୍ଟେସନ୍ ଅପରେଟିଂ ଷ୍ଟାଫ୍, ଟେକ୍ନିସିଆନ୍ ଏବଂ ସୁରକ୍ଷା ଏବଂ ରେଳ ନିରାପତ୍ତା କାର୍ଯ୍ୟରେ କାର୍ଯ୍ୟ କରୁଥିବା ଅନ୍ୟ କର୍ମଚାରୀମାନେ ଟ୍ରେନ୍ ଗୁଡିକର ନିରାପଦ ଚଳାଚଳ ପାଇଁ ଦିନରାତି କଠିନ ପରିଶ୍ରମ କରୁଛନ୍ତି। ରେଳପଥର ମହାପ୍ରବନ୍ଧକ ଉକ୍ତ କର୍ମଚାରୀ ମାନଙ୍କର କର୍ତ୍ତବ୍ୟ ପାଇଁ ସେମାନଙ୍କର ପ୍ରତିବଦ୍ଧତା ଏବଂ ଉତ୍ସର୍ଗୀକୃତତାକୁ ଉତ୍ସାହିତ କରିବା ସହିତ ରେଳ ସେକ୍ସନ ମାନଙ୍କରେ କିମ୍ବା ନିରାପତ୍ତା କାର୍ଯ୍ୟ ସମ୍ପାଦନ କରୁଥିବାବେଳେ ଏହି ଭଳି କର୍ମଚାରୀଙ୍କୁ ଚିହ୍ନଟ କରି ପୁରସ୍କୃତ କରିବାକୁ ପରାମର୍ଶ ମଧ୍ୟ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ରେଳ ଷ୍ଟେସନ ଠାରେ ପ୍ରମୁଖ ୟାର୍ଡ଼ ପ୍ରାଙ୍ଗଣ ପୁନଃନିର୍ମାଣ କାର୍ଯ୍ୟ: ଅଟକ ରହିବ ନାହିଁ ଟ୍ରେନ

ଭୁବନେଶ୍ୱର: ଦେଶର ପ୍ରମୁଖ ଷ୍ଟେସନଗୁଡିକର ନବୀକରଣ ଏବଂ ଆଧୁନିକୀକରଣ ପାଇଁ ଭାରତୀୟ ରେଳବାଇର ବୃହତ ଯୋଜନାର ଏକ ଅଂଶ ଭାବରେ ସମ୍ବଲପୁର ରେଳ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ୟାର୍ଡ଼ ପୁନଃନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଚାଲୁରହିଛି। ପୂର୍ବତଟ ରେଳପଥ ରେଳ ନେଟୱର୍କର ଏକ ପ୍ରମୁଖ ହବ୍ ଏହି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ଏବଂ ଟ୍ରେନ୍ ପରିଚାଳନାରେ ଉନ୍ନତି ଆଣିବାକୁ ଏହି ପ୍ରକଳ୍ପ ଲକ୍ଷ୍ୟ ରଖିଛି।

ପୂର୍ବତଟ ରେଳପଥର ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମଧ୍ୟରୁ ଆଞ୍ଚଳିକ ଲଜିଷ୍ଟିକ୍ ଏବଂ ଯାତ୍ରୀ ପରିବହନରେ ସମ୍ବଲପୁର ରେଳ ଷ୍ଟେସନ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହି ଆଧୁନିକୀକରଣ ପ୍ରକଳ୍ପ କେବଳ ଷ୍ଟେସନର ପରିଚାଳନା କ୍ଷମତା ବୃଦ୍ଧି କରିବ ନାହିଁ ବରଂ ଯାତ୍ରୀ ଏବଂ ପଣ୍ୟ ଯାତାୟାତ ପାଇଁ ଅଧିକ ଶୃଙ୍ଖଳିତ, ଦକ୍ଷ ରେଳ ସେବା ସୁନିଶ୍ଚିତ କରିବ।  ଏହି ଗୁରୁତ୍ୱପୂର୍ଣ୍ଣ ସମାପ୍ତ ହେବା ପରେ ଯାତ୍ରୀମାନେ ସହଜ ଟ୍ରେନ୍ ଚଳାଚଳ, ଅପେକ୍ଷା ସମୟ ହ୍ରାସ ଏବଂ ସାମଗ୍ରିକ ସେବା ଗୁଣବତ୍ତା ବୃଦ୍ଧି ଆଶା କରିପାରନ୍ତି।

ଏହି ବିସ୍ତୃତ ୟାର୍ଡ ରିମଡେଲିଙ୍ଗ କାର୍ଯ୍ୟରେ ବେ-ଲାଇନ୍, ଲୋକୋ ରିଭର୍ସାଲ୍ ଲାଇନ୍ ଏବଂ ଇନ୍ସପେକ୍ସନ କ୍ୟାରେଜ ସାଇଡିଂ ସ୍ଥାନାନ୍ତରିତ ହେବ। ଏହି ଆଧୁନିକୀକରଣ କାର୍ଯ୍ୟର ଏକ ଅଂଶ ଭାବରେ ବେ-ଲାଇନ୍କୁ ଏକ ପୂର୍ଣ୍ଣ ଦୈର୍ଘ୍ୟ ବିଶିଷ୍ଟ ପ୍ଲାଟଫର୍ମ ଭାବରେ ସମ୍ପ୍ରସାରଣ କରାଯିବ। ଏହି ପ୍ରକଳ୍ପକୁ 4.5 ମାସ (139 ଦିନ) ସମୟ ଲାଗିବ ବୋଲି ଆଶା କରାଯାଉଛି।  ଯାତ୍ରୀଙ୍କ ଚାହିଦା, ଆଞ୍ଚଳିକ ବିକାଶ ଏବଂ ଜାତୀୟ ଲଜିଷ୍ଟିକ୍ ଆବଶ୍ୟକତା ଅନୁଯାୟୀ ଭିତ୍ତିଭୂମି ନବୀକରଣ ପାଇଁ ଭାରତୀୟ ରେଳ ପ୍ରତିବଦ୍ଧ ରହିଛି।

ପୁନଃନିର୍ମାଣ କାର୍ଯ୍ୟର ମୁଖ୍ୟ ବୈଶିଷ୍ଟ୍ୟ :

• ନୂତନ ପ୍ଲାଟଫର୍ମର ଯୋଗ: ଅଧିକ ଟ୍ରେନ୍ ଏବଂ ଯାତ୍ରୀଙ୍କୁ ପରିଚାଳନା କରିବା ପାଇଁ ଷ୍ଟେସନର କ୍ଷମତାକୁ ବୃଦ୍ଧି କରାଯାଇ ଦୁଇଟି ନୂତନ ପ୍ଲାଟଫର୍ମ ନିର୍ମାଣ କରାଯିବ।

• ସହଜ ଟ୍ରେନ ପରିଚାଳନା ପାଇଁ ଅତିରିକ୍ତ ଲାଇନ୍: ଟ୍ରେନର ସହଜ ଚଳାଚଳ ଏବଂ ନିୟନ୍ତ୍ରଣକୁ ସୁଗମ କରିବା, ବିଳମ୍ବକୁ ହ୍ରାସ କରିବା ଏବଂ ସମୟାନୁବର୍ତ୍ତିତାକୁ ବୃଦ୍ଧି କରାଇବା ପାଇଁ ଅତିରିକ୍ତ ଲାଇନଗୁଡ଼ିକ ଯୋଡାଯାଉଛି।

• ଉନ୍ନତ ଟ୍ରେନ୍ ଚଳାଚଳ : ଏହି କାର୍ଯ୍ୟ ସମାପ୍ତ ହେବା ପରେ ଟ୍ରେନ୍ ଗୁଡିକ ନିକଟସ୍ଥ ଷ୍ଟେସନଗୁଡିକରେ ଅଟକି ନରହି ସମ୍ବଲପୁର ଷ୍ଟେସନରେ ସୁଗମ ଭାବରେ ପ୍ରବେଶ କରିପାରିବେ।

ଅସ୍ଥାୟୀ ମାର୍ଗ ପରିବର୍ତ୍ତନ:

ୟାର୍ଡ଼ର ପୁନଃନିର୍ମାଣ କାର୍ଯ୍ୟ ପାଇଁ କିଛି ଟ୍ରେନ୍ ସେବା ସାମୟିକ ଭାବରେ ପ୍ରଭାବିତ ହେବ।  ସମ୍ବଲପୁର ଷ୍ଟେସନକୁ ନଆସି ପାଞ୍ଚ ଯୋଡା ଟ୍ରେନ୍ ସମ୍ବଲପୁର ସିଟି ଷ୍ଟେସନ-ସରଲା ଷ୍ଟେସନ ମାର୍ଗ ଦେଇ ମାର୍ଗ ପରିବର୍ତ୍ତନ କରି ସାମୟିକ ଭାବେ ଚଳାଚଳ କରିବ। ନିର୍ମାଣ ଅବଧି ମଧ୍ୟରେ ସୁଗମ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ଏହି ମାର୍ଗ ପରିବର୍ତ୍ତନ କାର୍ଯ୍ୟ ଅତ୍ୟନ୍ତ ଜରୁରୀ ଅଟେ।

ପ୍ରଭାବିତ ଟ୍ରେନ୍ ଗୁଡିକ ନିମ୍ନଲିଖିତ ଅଟେ:

1. 18126/18125 ପୁରୀ-ରାଉରକେଲା-ପୁରୀ ଏକ୍ସପ୍ରେସ: ଉଭୟ ପାର୍ଶ୍ୱରୁ 20 ସେପ୍ଟେମ୍ବର 2024 ରୁ 5 ଫେବୃଆରୀ 2025 ମଧ୍ୟରେ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ।

2. 12879/12880 ଏଲଟିଟି-ଭୁବନେଶ୍ୱର-ଏଲଟିଟି ଏକ୍ସପ୍ରେସ: ଏଲଟିଟି ରୁ 21 ସେପ୍ଟେମ୍ବର 2024 ରୁ 1 ଫେବୃଆରୀ 2025 ଏବଂ ଭୁବନେଶ୍ୱରରୁ 23 ସେପ୍ଟେମ୍ବର 2024 ରୁ 3 ଫେବୃଆରୀ 2025 ମଧ୍ୟରେ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ।

3. 22865/22866 ଏଲଟିଟି-ପୁରୀ-ଏଲଟିଟି ଏକ୍ସପ୍ରେସ : ଏଲଟିଟି ରୁ 19 ସେପ୍ଟେମ୍ବର 2024 ରୁ 30 ଜାନୁଆରୀ 2025 ମଧ୍ୟରେ ଏବଂ ପୁରୀରୁ 24 ସେପ୍ଟେମ୍ବର 2024 ରୁ 4 ଫେବୃଆରୀ 2025 ମଧ୍ୟରେ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ।

4. 20471/20472 ଲାଲଗଡ-ପୁରୀ-ଲାଲଗଡ ଏକ୍ସପ୍ରେସ: ଲାଲଗଡରୁ 22 ସେପ୍ଟେମ୍ବର 2024 ରୁ 2 ଫେବୃଆରୀ 2025 ମଧ୍ୟରେ ଏବଂ ପୁରୀରୁ 25 ସେପ୍ଟେମ୍ବର 2024 ରୁ 5 ଫେବୃଆରୀ 2025 ମଧ୍ୟରେ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ।

5. 20813/20814 ପୁରୀ-ଯୋଧପୁର-ପୁରୀ ଏକ୍ସପ୍ରେସ: ପୁରୀରୁ 25 ସେପ୍ଟେମ୍ବର 2024 ରୁ 5 ଫେବୃଆରୀ 2025 ମଧ୍ୟରେ ଏବଂ ଯୋଧପୁରରୁ 21 ସେପ୍ଟେମ୍ବର 2024 ରୁ 1 ଫେବୃଆରୀ 2025 ମଧ୍ୟରେ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ।

ଯାତ୍ରୀଙ୍କ ସୁବିଧା ପାଇଁ ଏହି ମାର୍ଗ ପରିବର୍ତ୍ତିତ ଟ୍ରେନ୍ ଗୁଡିକ ସମ୍ବଲପୁର ସିଟି ଷ୍ଟେସନରେ ପ୍ରତ୍ୟକ 5 ମିନିଟର ରହଣି ସମୟ ପ୍ରଦାନ କରିବ।

ଗୋଟିଏ ମେମୁ ଟ୍ରେନ୍ ସେବା ବାତିଲ୍: ପୁନଃନିର୍ମାଣ କାର୍ଯ୍ୟର ସମ୍ପାଦନ ପାଇଁ 08169/08170 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ ଟ୍ରେନ୍ 20 ସେପ୍ଟେମ୍ବର 2024 ରୁ 5 ଫେବୃଆରୀ 2025 ମଧ୍ୟରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ।

Categories
ଆଜିର ଖବର ରାଜ୍ୟ ଖବର

କର୍ମଚାରୀଙ୍କ ଆର୍ଥିକ ସୁରକ୍ଷା ବୃଦ୍ଧି ପାଇଁ ପୂର୍ବତଟ ରେଳପଥ ଓ ଏସବିଆଇ ମଧ୍ୟରେ ଏମଓୟୁ ସ୍ୱାକ୍ଷର

ଭୁବନେଶ୍ଵର: ରେଳ କର୍ମଚାରୀମାନଙ୍କ ଆର୍ଥିକ ନିରାପତ୍ତାକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ପୂର୍ବତଟ ରେଳପଥ (ଇକୋର) ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି। ଏହି ଚୁକ୍ତିନାମା ରେଳପଥର ବିଶାଳ କର୍ମବଳର ଆବଶ୍ୟକତା ଅନୁଯାୟୀ ଏକ ସ୍ୱତନ୍ତ୍ର ଆର୍ଥିକ ଲାଭ ଏବଂ ସେବାଗୁଡିକର ପରିଚୟ ପ୍ରଦାନ କରିବ। ଏହି ଚୁକ୍ତିନାମା ପୂର୍ବତଟ ରେଳପଥର 59,762 ସେବା କରୁଥିବା ତିନିଟି ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର, ସମ୍ବଲପୁର ଏବଂ ମଞ୍ଚେଶ୍ୱର ରେଳଡବା ମରାମତି କର୍ମଶାଳାକୁ ଅନ୍ତର୍ଭୁକ୍ତ କରୁଛି। ରେଳପଥର 76% କର୍ମଜୀବୀ ପ୍ରାୟ 45,419 କର୍ମଚାରୀ ଯେଉଁମାନଙ୍କର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ବେତନ ଆକାଉଣ୍ଟ ଅଛି, ସେମାନେ ଏହି ଚୁକ୍ତିରୁ ଉପକୃତ ହେବେ।

ଏମଓୟୁ ର ମୁଖ୍ୟ ବିଶେଷତ୍ୱ ଗୁଡିକ:

ଫିଲଡ ରେ କାର୍ଯ୍ୟରତ ପ୍ରାୟ 37500 ଜଣ କର୍ମଚାରୀଙ୍କୁ ଲାଭ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ଷେତ୍ର ସ୍ତରର ନିରାପତ୍ତା, ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ ଟ୍ରାକମ୍ୟାନ୍, ସିଗନାଲ୍ ରକ୍ଷକ, ଟେକ୍ନିସିଆନ୍, ଆରପିଏଫ୍ କର୍ମଚାରୀ, ଲୋକୋ ପାଇଲଟ୍, ଟ୍ରେନ ମ୍ୟାନେଜର ଏବଂ ଫିଲଡ ରେ କାର୍ଯ୍ୟରତ ଅନ୍ୟାନ୍ୟ କର୍ମଚାରୀ ଏହି ସୁବିଧା ପାଇ ପାରିବେ।

ବ୍ୟକ୍ତିଗତ ଦୁର୍ଘଟଣା ବୀମା ମଧ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ 1 କୋଟି, ବାୟୁଯାନ ଦୁର୍ଘଟଣା ପାଇଁ 1.6 କୋଟି ସମ୍ପୁର୍ଣ୍ଣ କଭରେଜ୍ ପ୍ରଦାନ କରିବାକୁ ଥିବାବେଳେ ଭିନ୍ନକ୍ଷମ ପାଇଁ ମଧ୍ୟ ମହତ୍ଵପୂର୍ଣ୍ଣ କଭରେଜ୍ ଉପଲବ୍ଧ ଅଛି।

ଆର୍ଥିକ ସମାଧାନ ପ୍ରଦାନ କରୁଥିବା ଋଣ ପାଇଁ ସୁଲଭ ସୁଧ ହାର।

ଆଧୁନିକ ବ୍ୟାଙ୍କିଙ୍ଗ୍ ଟେକ୍ନୋଲୋଜି ମାଧ୍ୟମରେ ଆର୍ଥିକ ନିରାପତ୍ତା ଏବଂ ସୁବିଧାକୁ ଉନ୍ନତ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସମାଧାନ ସେବା ପ୍ରଦାନ।

ଏହି ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କାର୍ଯ୍ୟକ୍ରମରେ ଉଭୟ ପୂର୍ବତଟ ରେଳପଥ ଏବଂ ଏସବିଆଇର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଏବଂ ଏସବିଆଇ ଭୁବନେଶ୍ୱର ସର୍କଲ ମୁଖ୍ୟ ମହାପ୍ରବନ୍ଧକ ଏହି ପ୍ରକ୍ରିୟାର ନେତୃତ୍ୱ ନେଇଥିଲେ। କର୍ମଚାରୀଙ୍କ କଲ୍ୟାଣ ପାଇଁ ଉଭୟ ମହାପ୍ରବନ୍ଧକ ସେମାନଙ୍କର ସହଭାଗୀ ପ୍ରତିବଦ୍ଧତାକୁ ଦର୍ଶାଇ ସହଯୋଗର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।

“ଏହି ଏମଓୟୁ କେବଳ ଏକ ଚୁକ୍ତି ନୁହେଁ; ଏହା ଆମର କର୍ମଚାରୀଙ୍କ ସାମଗ୍ରିକ ସୁସ୍ଥତା ବୃଦ୍ଧି ପାଇଁ ଆମର ଉତ୍ସର୍ଗୀକୃତର ଏକ ପ୍ରମାଣ। ଏସବିଆଇ ସହ ସହଭାଗୀତା ଆମକୁ ବ୍ୟାପକ ଆର୍ଥିକ ସୁରକ୍ଷା ଯୋଗାଇବାରେ ସକ୍ଷମ କରୁଛି ଯାହା ଆମ ଶ୍ରମିକଙ୍କ ପାଇଁ ମାନସିକ ଶାନ୍ତି ଏବଂ ପ୍ରଭାବଶାଳୀ ଆର୍ଥିକ ପରିଚାଳନା ପ୍ରଦାନ କରିଥାଏ ବୋଲି ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କହିଛନ୍ତି।

ଉପରୋକ୍ତ ସୁବିଧା ବ୍ୟତୀତ, ଏମଓୟୁ ବ୍ୟକ୍ତିଗତ ବ୍ୟାଙ୍କିଙ୍ଗ ସେବା, ଶୃଙ୍ଖଳିତ ଋଣ ପ୍ରକ୍ରିୟାକରଣ ଏବଂ ରେଳପଥ କର୍ମଚାରୀଙ୍କ ପାଇଁ ଉତ୍ସର୍ଗୀକୃତ ଗ୍ରାହକ ସହାୟତା ପ୍ରବର୍ତ୍ତନ ଉପଲବ୍ଧ କରାଯିବ। ଏହା ଆର୍ଥିକ ନିରାପତ୍ତା ପ୍ରତି ଏକ ସାମଗ୍ରିକ ଆଭିମୁଖ୍ୟ ପ୍ରତିଫଳିତ କରିବା ସହିତ ସୁନିଶ୍ଚିତ କରୁଛି ଯେ କର୍ମଚାରୀମାନେ ସେମାନଙ୍କ ଆର୍ଥିକ ପରିଚାଳନାକୁ ସହଜ ଏବଂ ଆତ୍ମବିଶ୍ୱାସରେ ପରିଚାଳନା କରିପାରିବେ।

ଏହି ଚୁକ୍ତିନାମା ମାଧ୍ୟମରେ ପୂର୍ବତଟ ରେଳପଥ ଏହାର କର୍ମଚାରୀଙ୍କ କଲ୍ୟାଣ କ୍ଷେତ୍ରରେ ଆଗେଇ ଚାଲିବ ସହିତ ନୂତନତ୍ୱ ଏବଂ ରେଳ ପରିବାରର ଯତ୍ନ ନେବା ପାଇଁ ନୂତନ ମାନଦଣ୍ଡ ସ୍ଥିର କରିଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ସହଭାଗିତା ଭବିଷ୍ୟତର ପଦକ୍ଷେପ ପାଇଁ ବାଟ ଖୋଲିବ ବୋଲି ଆଶା କରାଯାଏ ଯାହା ପୂର୍ବତଟ ରେଳପଥ କର୍ମଚାରୀଙ୍କ ଜୀବନଶୈଳୀକୁ ଆହୁରି ବୃଦ୍ଧି କରାଇବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମାତ୍ର 148 ଦିନରେ 100 ନିୟୁତ ଟନ୍ ପଣ୍ୟ ବୋଝେଇ ଓ ପରିବହନ କଲା ପୂର୍ବତଟ ରେଳପଥ 

ଭୁବନେଶ୍ୱର: 2024-25 ଆର୍ଥିକ ବର୍ଷର 26 ଅଗଷ୍ଟ ପର୍ଯ୍ୟନ୍ତ ମାତ୍ର 148 ଦିନ ମଧ୍ୟରେ ପୂର୍ବତଟ ରେଳପଥ ପଣ୍ୟ ପରିବହନ କ୍ଷେତ୍ରରେ 100.57 ନିୟୁତ ଟନ୍ (MT) ପଣ୍ୟ ବୋଝେଇ କରି ଏକ ନୂତନ ମାନଦଣ୍ଡ ହାସଲ କରିବା ସହିତ ପଣ୍ୟ ପରିବହନରେ ଦ୍ରୁତତମ ବୋଝେଇ ହାସଲ କରିଛି।

2023-24 ଆର୍ଥିକ ବର୍ଷର ସମାନ ସମୟ ଅବଧି ମଧ୍ୟରେ ଏହି ରେଳପଥ 100 ନିୟୁତ ଟନ୍ ପଣ୍ୟ ପରିବହନ ପାଇଁ 152 ଦିନ ସମୟ ନେଇଥିଲା। ଅଗଷ୍ଟ 26, 2024 ସୁଦ୍ଧା, ପୂର୍ବତଟ ରେଳପଥ ପଣ୍ୟ ପରିବହନରେ 3.37% ବୃଦ୍ଧି ରେକର୍ଡ କରିଛି, ଯାହା ପୂର୍ବ ବର୍ଷର ସମାନ ସମୟ ତୁଳନାରେ 3.282 ନିୟୁତ ଟନ୍ ଅଧିକ ଅଟେ। ପୂର୍ବ ଆର୍ଥିକ ବର୍ଷର ସମାନ ସମୟ ଅବଧି ମଧ୍ୟରେ ପୂର୍ବତଟ ରେଳପଥ 97.288 ନିୟୁତ ଟନ୍ ପଣ୍ୟ ବୋଝେଇ କରିଥିଲା।

ଏହି ଅତୁଳନୀୟ ସଫଳତାକୁ ପୂର୍ବତଟ ରେଳପଥର ତିନୋଟି ରେଳ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ୱାଲଟିୟର ଓ ସମ୍ବଲପୁର ରେଳ ମଣ୍ଡଳର ଉଲ୍ଲେଖନୀୟ ପ୍ରଦର୍ଶନ ସହିତ ବିଭିନ୍ନ ପ୍ରକାର ପଣ୍ୟ ବୋଝେଇ ସଫଳତାରେ ଉଲ୍ଲେଖନୀୟ ଅବଦାନ ରଖିଛି। ପୂର୍ବତଟ ରେଳପଥ ମଧ୍ୟରେ ବିଭିନ୍ନ ପ୍ରକାର ପଣ୍ୟ ବୋଝେଇ ହେଲା:

• କୋଇଲା: 60.93 ନିୟୁତ ଟନ୍ (ଆମଦାନୀ ହୋଇଥିବା କୋଇଲା 22.449 ନିୟୁତ ଟନ୍ ସହିତ)
• ଇସ୍ପାତ କାରଖାନା ପାଇଁ କଞ୍ଚାମାଲ: 3.812 ନିୟୁତ ଟନ୍
• ଲୁହା ଏବଂ ଇସ୍ପାତ: 8.168 ନିୟୁତ ଟନ୍
• ଲୁହାପଥର: 12.153 ନିୟୁତ ଟନ୍
• ସିମେଣ୍ଟ: 32.873 ନିୟୁତ ଟନ୍
• ଖାଦ୍ୟ ଶସ୍ୟ: 1.076 ନିୟୁତ ଟନ୍
• ସାର: 2.284 ନିୟୁତ ଟନ୍
• ଖଣିଜ ତୈଳ (ପେଟ୍ରୋଲିୟମ, ତୈଳ) ଏବଂ ଲୁବ୍ରିକାଣ୍ଟ: 1.24 ନିୟୁତ ଟନ୍
• କଣ୍ଟେନେରରେ ପଣ୍ୟ ପରିବହନ: 2.151 ନିୟୁତ ଟନ୍
• ଅନ୍ୟ ପଣ୍ୟ ପରିବହନ: 8.419 ନିୟୁତ ଟନ୍

ଏହି ପଣ୍ୟ ବୋଝେଇ ଓ ପରିବହନ ମାଇଲଖୁଣ୍ଟରେ ପ୍ରମୁଖ ଯୋଗଦାନକାରୀମାନେ ପ୍ରମୁଖ ଶିଳ୍ପ ହବ୍ ଏବଂ ବନ୍ଦରଗୁଡିକ ଯେପରିକି ତାଳଚେର, ପାରାଦୀପ, ଧାମରା, ବିଶାଖାପାଟନମ୍, ଗଙ୍ଗାଭରମ, କେନ୍ଦୁଝର, କର୍ତ୍ତଭାଲାସ-କିରନ୍ଦୁଲ ଲାଇନ, ଇସ୍ପାତ କାରଖାନା ଏବଂ ପୂର୍ବତଟ ରେଳପଥ ଅଧୀନରେ ଥିବା ଆଲୁମିନିୟମ୍ ପ୍ଲାଣ୍ଟ ଅନ୍ତର୍ଭୁକ୍ତ।

ଏହି ସମୟ ଅବଧି ମଧ୍ୟରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ 64.32 ନିୟୁତ ଟନ୍ ପଣ୍ୟ ପରିବହନ କରିଥିବାବେଳେ ୱାଲଟିୟର ରେଳ ମଣ୍ଡଳ 27.675 ନିୟୁତ ଟନ୍ ଏବଂ ସମ୍ବଲପୁର ରେଳ ମଣ୍ଡଳ 8.575 ନିୟୁତ ଟନ୍ ପଣ୍ୟ ପରିବହନ କରି ଉପରୋକ୍ତ ସଫଳତା ଆଣି ପାରିଛନ୍ତି।

ଏହି ସଫଳତା ସମଗ୍ର ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦକ୍ଷ ଏବଂ ଠିକ ସମୟରେ ପରିବହନକୁ ସୁନିଶ୍ଚିତ କରି ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ କରିବାକୁ ପୂର୍ବ ତଟ ରେଳପଥର ପ୍ରତିବଦ୍ଧତାକୁ ସୂଚିତ କରୁଅଛି। ଯେହେତୁ ପୂର୍ବତଟ ରେଳପଥ ଏହାର କାର୍ଯ୍ୟକୁ ଅନୁକୂଳ ପରିସ୍ଥିତିରେ ଜାରି ରଖିଛି, ଏହା ଭାରତୀୟ ରେଳବାଇ ମଧ୍ୟରେ ପଣ୍ୟ ବୋଝେଇ ଏବଂ ପରିବହନ ପାଇଁ ଏକ ନୂତନ ମାନକ ସ୍ଥିର କରୁଅଛି।

Categories
ଆଜିର ଖବର ରାଜ୍ୟ ଖବର

ରାୟଗଡା ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଟେଣ୍ଡର ଆହ୍ୱାନ

ଭୁବନେଶ୍ଵର: ଆଞ୍ଚଳିକ ଭିତ୍ତିଭୂମି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ରାୟଗଡା ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରିଛି। ନିକଟରେ ରେଳମନ୍ତ୍ରୀ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ 70 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି ଜୁଲାଇ 26, 2024 ରେ ସୂଚନା ପ୍ରଦାନ କରିଥିଲେ।

ଏହି ପ୍ରକଳ୍ପର ଡିଜାଇନ୍ ଶେଷ ପର୍ଯ୍ୟାୟରେ ଅଛି ବୋଲି ରେଳମନ୍ତ୍ରୀ ମଧ୍ୟ ସୂଚନା ଦେଇଥିଲେ। ରେଳ ଭିତ୍ତିଭୂମି ବୃଦ୍ଧି ତଥା ଏହି ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସରକାରଙ୍କ ଉତ୍ସର୍ଗୀକୃତତାକୁ ଦର୍ଶାଇ ଏହି ପ୍ରକଳ୍ପ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଟେଣ୍ଡରର ପରିସର ମଧ୍ୟରେ ରେଳମଣ୍ଡଳ କାର୍ଯ୍ୟାଳୟ, କର୍ମଚାରୀ କ୍ୱାର୍ଟର୍ସ ଏବଂ ବିଭିନ୍ନ ଆନୁଷଙ୍ଗିକ ସୁବିଧା ଗୁଡିକର ନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି।

ନୂତନ ରେଳମଣ୍ଡଳ ଜାତୀୟ ରାଜପଥ-326 ପାର୍ଶ୍ୱ ରାୟଗଡା ରେଳ ଷ୍ଟେସନ ନିକଟରେ ଥିବା ଛଅ ଟି ଭିନ୍ନଭିନ୍ନ ସ୍ଥାନରେ ପ୍ରାୟ 125.78 ଏକରରେ ଅବସ୍ଥିତ। କେବଳ ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ କାର୍ଯ୍ୟାଳୟ 14.30 ଏକର ଜମିରେ ହେବାକୁ ଥିବାବେଳେ ଏଥିରେ ଜଳସେଚନ, ଚାଲିବା ଟ୍ରାକ୍, ପାର୍କିଂ କ୍ଷେତ୍ର ଏବଂ ଡ୍ରାଇଭର ବିଶ୍ରାମ ଗୃହ ଇତ୍ୟାଦି ସହିତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ।

ଏହି ମହତ୍ୱପୂର୍ଣ୍ଣ ବିନିଯୋଗ ଉକ୍ତ ଅଞ୍ଚଳରେ ସଂଯୋଗକୁ ଉନ୍ନତ କରିବା ଏବଂ ଆଞ୍ଚଳିକ ବିକାଶକୁ ସମର୍ଥନ କରିବା, ଭିତ୍ତିଭୂମି ନବୀକରଣ ଏବଂ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥର ପୁଣି ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ: ୨ କିଲୋମିଟର ଦୈର୍ଘ୍ୟ ଟନେଲ କାର୍ଯ୍ୟ ସମ୍ପାଦନ

ଭୁବନେଶ୍ୱର: ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପରେ ଏକ ମହତ୍ୱପୂର୍ଣ୍ଣ ସଫଳତାରେ ପୂର୍ବତଟ ରେଳପଥ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ପୁରୁଣାକଟକ ଓ ଚାରିଛକ ମଧ୍ୟରେ 1,975 ମିଟର ଲମ୍ବ ଟନେଲ୍ (ଟନେଲ୍ ନମ୍ବର 07) ର ନିର୍ମାଣ କାର୍ଯ୍ୟକୁ ସଫଳତାର ସହ ସମାପ୍ତ କରିଛି। ଏହି ଅଞ୍ଚଳରେ ରେଳ ସଂଯୋଗର ସମ୍ପ୍ରସାରଣ ଏବଂ ଉନ୍ନତି ପାଇଁ ଚାଲୁରହିଥିବା ପ୍ରୟାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଇଅଛି।

ଓଡ଼ିଶାରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ଠିକ ସମୟରେ ସମାପ୍ତ କରିବାକୁ ରେଳ ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଆସୁଅଛି ଯାହାଦ୍ୱାରା ରାଜ୍ୟର ବିକାଶକୁ ପ୍ରାଥମିକତା ଭିତ୍ତିରେ ତ୍ୱରାନ୍ୱିତ କରାଯାଉଅଛି। ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ହେଉଛି ଏହିପରି ଏକ ପ୍ରକଳ୍ପ ଯାହା ସଂଯୋଗକୁ ବୃଦ୍ଧି କରିବା ଏବଂ ଏହି ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି।

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାର ବିଭିନ୍ନ ରେଳ ପ୍ରକଳ୍ପର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବିଭିନ୍ନ ସଂସ୍ଥା ଓ କାର୍ଯ୍ୟାଳୟ ଗୁଡିକ ସହିତ ସମନ୍ୱୟ ରଖି ବାଧା ଉପୁଜୁଥିବା ବିଷୟବସ୍ତୁକୁ ସମାଧାନ କରାଇ ପ୍ରକଳ୍ପ କାର୍ଯ୍ୟକୁ ସମାପ୍ତ କରିବାକୁ ସେ ଅଧିକାରୀ ମାନଙ୍କୁ ଉପଦେଶ ଦେଇଛନ୍ତି।

1,975 ମିଟର ଟନେଲର ସଫଳତା ପୂର୍ବତଟ ରେଳପଥ ନିର୍ମାଣ ସଂସ୍ଥାର କୁଶଳୀ ଇଞ୍ଜିନିୟରିଂ ଦଳ ଦ୍ୱାରା ବୌଦ୍ଧ ଜିଲ୍ଲାରେ ଅନ୍ତିମ ବିସ୍ଫୋରଣ କରାଇ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା। ଏହି ମାଇଲଖୁଣ୍ଟ ସମ୍ପୃକ୍ତ ଦଳର ଉତ୍ସର୍ଗୀକୃତ ଏବଂ ବୈଷୟିକ ଜ୍ଞାନର ଏକ ପ୍ରମାଣ ଅଟେ।

ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ପ୍ରକଳ୍ପ ପାଇଁ ଯୋଜନା ହୋଇଥିବା ମୋଟ 301 କିଲୋମିଟର ମଧ୍ୟରୁ 183 କିଲୋମିଟର ରେଳ ଲାଇନ କାର୍ଯ୍ୟକ୍ଷମ ହୋଇସାରିଛି। ଏହାର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗୀରର ଉଭୟ ପାର୍ଶ୍ୱରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଆଜି ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ 106 କିଲୋମିଟର ଏବଂ ବଲାଙ୍ଗୀରରୁ ଝାରମୁଣ୍ଡା ପର୍ଯ୍ୟନ୍ତ 77 କିଲୋମିଟର କାର୍ଯ୍ୟ ସମାପ୍ତ ହୋଇ କାର୍ଯ୍ୟକ୍ଷମ ହୋଇସାରିଛି। ଏହା ସହିତ, ଝରମୁଣ୍ଡା ଠାରୁ ବୌଦ୍ଧ ପର୍ଯ୍ୟନ୍ତ 16.27 କିଲୋମିଟର ଦୈର୍ଘ୍ୟ ରେଳପଥ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି। ପାଖାପାଖି 27 କିଲୋମିଟର ଦୈର୍ଘ୍ୟ ରେଳପଥ କାର୍ଯ୍ୟ ବୌଦ୍ଧ ଠାରୁ ପୁରୁଣାକଟକ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆସନ୍ତା କିଛି ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି।

ଏହିପରି ବୃହତ ରେଳ ପ୍ରକଳ୍ପର କାର୍ଯ୍ୟ ସମାପ୍ତ ହେବା ବିଭିନ୍ନ ସମୟରେ ଜଡିତ, ଯଥା ସମୟରେ ଜମି ଅଧିଗ୍ରହଣ, ଜଙ୍ଗଲ ମଞ୍ଜୁର, ଉପଯୋଗୀତା ସ୍ଥାନାନ୍ତର, ଆଇନଗତ ମଞ୍ଜୁରୀ ପାଇବା ଏବଂ ଏହି ଅଞ୍ଚଳର ଭୌଗୋଳିକ ଏବଂ ଟପୋଗ୍ରାଫିକ୍ ସହିତ ବିଭିନ୍ନ ବାଧାବିଘ୍ନ ସତ୍ୱେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି।

ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବା ପରେ ଭୁବନେଶ୍ୱର ଏବଂ ବଲାଙ୍ଗୀରର ଦୂରତାକୁ ଯଥେଷ୍ଟ ହ୍ରାସ କରିବ। ଅଧିକନ୍ତୁ, ଏହି ପ୍ରକଳ୍ପ ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଏକ ପ୍ରମୁଖ ଅନୁକ୍ରମଣିକା ବା ବୃହତ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଆଉ ଏକ ମାଇଲ ଖୁଣ୍ଟ ହାସଲ କଲା ପୂର୍ବତଟ ରେଳପଥ: ବୌଦ୍ଧକୁ ଗଡ଼ିଲା ପରୀକ୍ଷଣ ଟ୍ରେନ ଇଞ୍ଜିନ

ଭୁବନେଶ୍ଵର: ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ମୋଟ 301 କିଲୋମିଟର ମଧ୍ୟରୁ 183 କିଲୋମିଟର ରେଳ ଲାଇନ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଛି। ପ୍ରକଳ୍ପର ଶୀଘ୍ର ସମାପ୍ତ ହେବା ସୁନିଶ୍ଚିତ କରିବାକୁ ରେଳବାଇ ଉଭୟ ପାର୍ଶ୍ୱରୁ ଅର୍ଥାତ୍ ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗୀର ପାର୍ଶ୍ୱରୁ ଏହି ଲାଇନ ନିର୍ମାଣ କରୁଛି। ଅଦ୍ୟାବଧି ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ 106 କିଲୋମିଟର ଏବଂ ବଲାଙ୍ଗୀରରୁ ଝରମୁଣ୍ଡା ପର୍ଯ୍ୟନ୍ତ 77 କିଲୋମିଟର ରେଳ ମାର୍ଗ କାର୍ଯ୍ୟକ୍ଷମ ହୋଇଛି। ଏହା ବ୍ୟତୀତ ଝରମୁଣ୍ଡା ଠାରୁ ବୌଦ୍ଧ ପର୍ଯ୍ୟନ୍ତ 16.27 କିଲୋମିଟର ଦୈର୍ଘ୍ୟ ରେଳ ମାର୍ଗର ନିର୍ମାଣ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି। ପ୍ରାୟ 27 କିଲୋମିଟର ଦୈର୍ଘ୍ୟ ରେଳ ମାର୍ଗ ବୌଦ୍ଧ ଠାରୁ ପୁରୁଣାକଟକ ପର୍ଯ୍ୟନ୍ତ ଏହି ରେଳ ସେକ୍ସନ ଆସନ୍ତା କିଛି ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି।

ସୋନପୁର-ପୁରୁଣାପାଣି-ଝରମୁଣ୍ଡା ରେଳ ସେକ୍ସନରେ ଗୋଟିଏ ଅତି ଗୁରୁତ୍ୱପୂର୍ଣ୍ଣ ବ୍ରିଜ୍, 07 ଗୁରୁତ୍ୱପୂର୍ଣ୍ଣ ବ୍ରିଜ୍, 04 ରୋଡ୍ ଓଭର ବ୍ରିଜ୍ (ROBs), 22 ରୋଡ୍ ଅଣ୍ଡର ବ୍ରିଜ୍ (RUBs) / ସୀମିତ ଉଚ୍ଚତା ସବୱେ (LHS) ଏବଂ 65 ଟି ଛୋଟ ବ୍ରିଜ୍ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ଝରମୁଣ୍ଡା-ବୌଦ୍ଧ ରେଳ ସେକ୍ସନ ମଧ୍ୟରେ 06 ଗୁରୁତ୍ୱପୂର୍ଣ୍ଣ ବ୍ରିଜ୍, 01 ରୋଡ୍ ଓଭର ବ୍ରିଜ୍, 12 ରୋଡ୍ ଅଣ୍ଡର ବ୍ରିଜ୍ (RUBs) / ସୀମିତ ଉଚ୍ଚତା ସବୱେ (LHS) ଏବଂ 37 ଟି ଛୋଟ ବ୍ରିଜ୍ ସହିତ 16.05 ଲକ୍ଷ କମ ମାଟି କାର୍ଯ୍ୟ ଅନ୍ତର୍ଭୁକ୍ତ। ଏହା ଦ୍ୱାରା ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ ବର୍ତ୍ତମାନ ରେଳ ନେଟୱର୍କ ମାଧ୍ୟମରେ ପଶ୍ଚିମ ଓଡିଶା ସହିତ ସଂଯୋଗ ହୋଇପାରିଛି।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଗୁରୁତ୍ୱ ଦିଆଯାଉଛି। ଏହି ସାର୍ବଜନୀନ କେନ୍ଦ୍ର ପ୍ରକଳ୍ପ, ଦୂରବର୍ତ୍ତୀ ଉପାନ୍ତ ଅଞ୍ଚଳ ସହିତ ସଂଯୋଗ କରାଯାଇଛି ଏହାକୁ ରେଳ ମନ୍ତ୍ରଣାଳୟ ଦ୍ୱାରା ତୀକ୍ଷ୍ଣ ନଜର ରଖାଯାଇଛି। ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଏବଂ ପ୍ରକଳ୍ପର ଶୀଘ୍ର ସମାପ୍ତିକୁ ଲକ୍ଷ୍ୟ କରି ରେଳବାଇ ପାର୍ଶ୍ୱରୁ ଏହି ପ୍ରକଳ୍ପ ନିର୍ମାଣ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଟନେଲରେ ଉନ୍ନତ ବାଲାଷ୍ଟ ବିହୀନ ଟ୍ରାକ୍ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବ ପୂର୍ବତଟ ରେଳପଥ

ନୂଆଦିଲ୍ଲୀ: ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ନୂତନ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ରେଳ ଟନେଲରେ ଉନ୍ନତ ବାଲାଷ୍ଟ ବିହୀନ ଟ୍ରାକ୍ ଟେକ୍ନୋଲୋଜି ଗ୍ରହଣ କରୁଛି। ଏହି ରଣନୀତିକ ପଦକ୍ଷେପ ରେଳ ପରିବହନର ନିରାପତ୍ତା, ଦକ୍ଷତା ଏବଂ ସ୍ଥିରତାକୁ ବୈପ୍ଲବିକ ପରିବର୍ତ୍ତନ ଆଣି ଟନେଲ ପରିବେଶରେ ପ୍ରତିକୂଳ ପରିସ୍ଥିତି ପାଇଁ ଆହ୍ୱାନ ଭାବରେ ଗ୍ରହଣ କରିଛି।

ପ୍ରାରମ୍ଭିକ ଭାବେ ପୂର୍ବ ତଟ ରେଳପଥ ମଧ୍ୟରେ ଚାଲୁରହିଥିବା କୋରାପୁଟ-ସିଙ୍ଗାପୁର ରୋଡ୍ ଦୋହରୀକରଣ ପ୍ରକଳ୍ପର ବାଇଗୁଡା ଏବଂ କାକିରିଗୁମ୍ମା ଷ୍ଟେସନ୍ ମଧ୍ୟରେ 600 ମିଟର ଟନେଲ୍ ପାଇଁ ‘ରେଡା 2000 ବ୍ଲକ୍ ସିଷ୍ଟମ୍’ ସହିତ ବାଲାଷ୍ଟ ବିହୀନ ଟ୍ରାକ୍ କାର୍ଯ୍ୟ ହାତକୁ ନିଆଯାଇଅଛି ଯାହାର ନିର୍ମାଣ କାର୍ଯ୍ୟ ପାୟତଃ ଶେଷ ପର୍ଯ୍ୟାୟରେ ଅଛି।

ଏହି ବାଲାଷ୍ଟ ବିହୀନ ଟ୍ରାକ୍ ପ୍ରଣାଳୀ ମଧ୍ୟ ପୂର୍ବତଟ ରେଳପଥ ମଧ୍ୟରେ ଚାଲୁରହିଥିବା ବିଭିନ୍ନ ପ୍ରକଳ୍ପର ନିର୍ମାଣାଧୀନ ଟନେଲରେ କାର୍ଯ୍ୟକାରୀ ହେବାକୁ ଯୋଜନା ରହିଛି। ଟନେଲଗୁଡିକରେ ବର୍ତ୍ତମାନ ପ୍ରଚଳନ ଥିବା ଟ୍ରାକ ପର୍ଯ୍ୟାୟକ୍ରମେ ବାଲାଷ୍ଟ ବିହୀନ ଟ୍ରାକ ଗୁଡିକରେ ରୂପାନ୍ତରିତ କରାଇବା ପାଇଁ ମଧ୍ୟ ଯୋଜନା ହାତକୁ ନିଆଯାଇଛି। ଏବେ ନିର୍ମାଣାଧୀନ ଥିବା କୋଟାଭାଲାସା-କିରାଣ୍ଡୁଲ, କୋରାପୁଟ-ରାୟଗଡା ଦୋହରୀକରଣ ପ୍ରକଳ୍ପ ଏବଂ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ଏବଂ ତାଳଚେର-ବିମଳାଗଡ଼ ନୂତନ ରେଳ ଲାଇନ ମାନଙ୍କରେ ଟନେଲ କାର୍ଯ୍ୟ ଚାଲୁରହିଛି।

ବିଶେଷ ଭାବେ ଟନେଲଗୁଡିକରେ ବାଲାଷ୍ଟ ବିହୀନ ଟ୍ରେନ୍ ଟ୍ରାକ୍ ଅନେକ ଗୁରୁତ୍ୱପୂର୍ଣ୍ଣ ସୁବିଧା ପ୍ରଦାନ କରୁଛି ଯାହା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଆଦର୍ଶ ହୋଇପାରିଛି। ଏଗୁଡ଼ିକ ମଧ୍ୟରେ ବର୍ଦ୍ଧିତ ସ୍ଥାୟୀତ୍ୱ ଏବଂ ଦୀର୍ଘାୟୁତା; ସ୍ଥିରତା ଏବଂ ନିରାପତ୍ତା ବୃଦ୍ଧି; ରକ୍ଷଣାବେକ୍ଷଣ ମୂଲ୍ୟ ହ୍ରାସ; ଉନ୍ନତ ଆରାମଦାୟକ ଯାତ୍ରା ଏବଂ ଶବ୍ଦ ହ୍ରାସ; ଦକ୍ଷ ଉପଯୁକ୍ତ ସ୍ଥାନ ବ୍ୟବହାର, ପରିବେଶ ଅନୁକୂଳ; ଉନ୍ନତ ଜଳ ନିଷ୍କାସନ ଏବଂ ଜଳ ପରିଚାଳନା ଏବଂ ଶୀଘ୍ର ସ୍ଥାପନ ଏବଂ କାର୍ଯ୍ୟକ୍ଷମ ଅନ୍ତର୍ଭୁକ୍ତ।

ଉନ୍ନତ ସ୍ଥାୟୀତ୍ବତା ଏବଂ ଦୀର୍ଘାୟୁତା:

ବାଲାଷ୍ଟ ବିହୀନ ଟ୍ରାକ୍ ଅଧିକ ଦୃଢ଼ ଏବଂ ପାରମ୍ପାରିକ ବାଲାଷ୍ଟେଡ୍ ଟ୍ରାକ୍ ତୁଳନାରେ କମ୍ ରକ୍ଷଣାବେକ୍ଷଣ ଆବଶ୍ୟକ କରେ। ଏହି ପ୍ରଣାଳୀରେ ବାଲାଷ୍ଟର ଅନୁପସ୍ଥିତି, ଅବକ୍ଷୟ ଏବଂ ସ୍ଥାନାନ୍ତର ପରି ସମସ୍ୟାଗୁଡିକୁ ଦୂର କରିଥାଏ ଏବଂ ଏଥିରେ ଧାଡ଼ିରୁ ଟ୍ରାକ୍ ନିର୍ଭୁଲ ହୋଇଥାଏ।

ଦୀର୍ଘ ଜୀବନକାଳ: ବାଲାଷ୍ଟଲେସ୍ ଟ୍ରାକରେ ବ୍ୟବହୃତ ସାମଗ୍ରୀ ଯେପରିକି କଂକ୍ରିଟ୍ ଏବଂ ଷ୍ଟିଲ୍, ଏକ ଦୀର୍ଘ ସେବା ସ୍ଥାୟୀତ୍ୱ ପ୍ରଦାନ କରିଥାଏ ଯାହା ସେମାନଙ୍କୁ ଟନେଲ୍ ପାଇଁ ଅଧିକ ଦୃଢ଼ତା ବିକଳ୍ପ କରିଥାଏ।

ସ୍ଥିରତା ଏବଂ ନିରାପତ୍ତା ବୃଦ୍ଧି:

ଉତ୍ତମ ଟ୍ରାକ୍ ସ୍ଥିରତା: ବାଲାଷ୍ଟ ବିନା, ଟ୍ରାକ୍ ସଂରଚନା ଅଧିକ କଠିନ ଅଟେ, କ୍ରମାଗତ ଆଲାଇନ୍ମେଣ୍ଟ ସୁନିଶ୍ଚିତ କରେ ଏବଂ ଖରାପ ହେବାର ଆଶଙ୍କା କମିଯାଏ। ଟନେଲ୍ ପରିବେଶରେ ଏହି ସ୍ଥିରତା ବିଶେଷ ଗୁରୁତ୍ୱପୂର୍ଣ୍ଣ ଯେଉଁଠାରେ ସ୍ଥାନ ସୀମିତ।

ଉଚ୍ଚ ଭାର ଧାରଣ କ୍ଷମତା: ବାଲାଷ୍ଟ ବିହୀନ ଟ୍ରାକ୍ ଅଧିକ ଭାର ପରିଚାଳନା କରିପାରିବ, ଯାହା ସେମାନଙ୍କୁ ହାଇ ସ୍ପିଡ୍ ରେଳ କିମ୍ବା ଭାରୀ ମାଲ ପରିବହନ ପାଇଁ ଉପଯୁକ୍ତ କରିପାରେ ଯାହା ଟନେଲ ଦେଇ ଯାଇପାରେ।

ରକ୍ଷଣାବେକ୍ଷଣ ଖର୍ଚ୍ଚ ହ୍ରାସ:

ସର୍ବନିମ୍ନ ରକ୍ଷଣାବେକ୍ଷଣ ଆବଶ୍ୟକତା: ବାଲାଷ୍ଟ ବିହୀନ ଟ୍ରାକର ଡିଜାଇନ୍ ଏବଂ ନିର୍ମାଣର ଅର୍ଥ ହେଉଛି ଯେ ସେମାନେ କମ୍ ରକ୍ଷଣାବେକ୍ଷଣ ଆବଶ୍ୟକ କରନ୍ତି। ଏହା ଟନେଲଗୁଡିକରେ ବିଶେଷ ଲାଭଦାୟକ ଅଟେ, ଯେଉଁଠାରେ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ପ୍ରବେଶ ପ୍ରାୟତ ଅଧିକ ଆହ୍ୱାନ ଏବଂ ବ୍ୟୟବହୁଳ ହୋଇଥାଏ।

ପରିଚାଳନାଗତ ସମସ୍ୟାକୁ ହ୍ରାସ କରିଥାଏ : ରକ୍ଷଣାବେକ୍ଷଣ ଆବଶ୍ୟକତା ହ୍ରାସ ସହିତ କମ୍ କାର୍ଯ୍ୟକ୍ଷମ ବ୍ୟାଘାତ ଅଛି, ଯାହା ଟ୍ରେନ୍ ସେବାଗୁଡିକର ଦକ୍ଷତା ଏବଂ ନିର୍ଭରଯୋଗ୍ୟତାକୁ ବୃଦ୍ଧି କରାଇଥାଏ।

ଉନ୍ନତ ଯାତ୍ରା ଉପଲବ୍ଧି ଏବଂ ଶବ୍ଦ ହ୍ରାସ:

ଉନ୍ନତ ଯାତ୍ରା ଉପଲବ୍ଧି: ବାଲାଷ୍ଟ ବିହୀନ ଟ୍ରାକର କଠିନ ନିର୍ମାଣ କମ୍ପନ ଏବଂ ଶବ୍ଦ ସହିତ ଯାତ୍ରୀମାନଙ୍କ ପାଇଁ ଏକ ସୁଗମ ଯାତ୍ରା ସୁନିଶ୍ଚିତ କରେ। ଟନେଲଗୁଡିକରେ ଏହା ଏକ ମହତ୍ୱପୂର୍ଣ୍ଣ ସୁବିଧା, ଯେଉଁଠାରେ ଶବ୍ଦ ସ୍ତର ବୃଦ୍ଧିକୁ ମଧ୍ୟ ହ୍ରାସ କରାଇଥାଏ।

ଶବ୍ଦ ଡମ୍ପିଂ: ବାଲାଷ୍ଟ ବିହୀନ ଟ୍ରାକ୍ ଶବ୍ଦ-ଡମ୍ପିଂ ସାମଗ୍ରୀକୁ ଅନ୍ତର୍ଭୁକ୍ତ କରିପାରେ, ଯାହା ଶବ୍ଦ ପ୍ରଦୂଷଣକୁ ଆହୁରି ହ୍ରାସ କରିଥାଏ, ଟନେଲରେ ଉଭୟ ଯାତ୍ରୀ ଏବଂ ଶ୍ରମିକଙ୍କ ପାଇଁ ପରିବେଶର ଉନ୍ନତି କରିଥାଏ।

ଦକ୍ଷ ସ୍ଥାନ ବ୍ୟବହାର:

କମ୍ପାକ୍ଟ ଡିଜାଇନ୍: ବାଲାଷ୍ଟଲେସ୍ ଟ୍ରାକର କମ୍ପାକ୍ଟ ଡିଜାଇନ୍ ଟନେଲରେ ସ୍ଥାନର ଅଧିକ ଦକ୍ଷ ବ୍ୟବହାର ପାଇଁ ଅନୁମତି ଦିଏ। ସହରାଞ୍ଚଳରେ ଏହା ବିଶେଷ ଲାଭଦାୟକ ଅଟେ ଯେଉଁଠାରେ ସ୍ଥାନ ଏକ ପ୍ରିମିୟମରେ ଅ।

ଟନେଲ୍ ଡିଜାଇନ୍ ରେ ନମନୀୟତା: ବାଲାଷ୍ଟର ଅନୁପସ୍ଥିତି ଇଞ୍ଜିନିୟର୍ମାନଙ୍କୁ ଟନେଲ୍ ପ୍ରୋଫାଇଲ୍ ଡିଜାଇନ୍ କରିବାରେ ଅଧିକ ନମନୀୟତା ପ୍ରଦାନ କରିଥାଏ, ନିର୍ମାଣ ଖର୍ଚ୍ଚକୁ ହ୍ରାସ କରିଥାଏ ଏବଂ ଅଧିକ ଅଭିନବ ଟନେଲ୍ ଡିଜାଇନ୍ ପାଇଁ ଅନୁମତି ଦେଇଥାଏ।

ପରିବେଶ ଅନୁକୂଳ:

ପରିବେଶ ପ୍ରଭାବ ହ୍ରାସ କରିବା : ଦୀର୍ଘ ସେବା ଜୀବନ ଏବଂ ରକ୍ଷଣାବେକ୍ଷଣର ଆବଶ୍ୟକତା ଟ୍ରାକର ଜୀବନଚକ୍ର ଉପରେ ଏକ ନିମ୍ନ ପରିବେଶ ପାଦଚିହ୍ନରେ ଅନୁବାଦ ହୁଏ। ଅଧିକନ୍ତୁ, ବାଲାଷ୍ଟର ଅନୁପସ୍ଥିତି, ଯାହା ପ୍ରାୟତ ଖଣି ଖନନ କରେ, ଏହା ଅନ୍ୟ ଏକ ପରିବେଶ ଲାଭ ଅଟେ।

କମ୍ ଧୂଳି ଏବଂ ଆବର୍ଜନା: ବାଲାଷ୍ଟ ବିହୀନ ଟ୍ରାକ୍ କମ୍ ଧୂଳି ଏବଂ ଆବର୍ଜନା ସୃଷ୍ଟି କରେ, ଯାହା ଏକ ଟନେଲର ଆବଦ୍ଧ ପରିବେଶରେ, ବାୟୁ ଗୁଣବତ୍ତାରେ ଉନ୍ନତି ଆଣିବା ଏବଂ ସଫା କରିବାର ଆବଶ୍ୟକତା ହ୍ରାସ କରିବାରେ ବିଶେଷ ଗୁରୁତ୍ୱପୂର୍ଣ୍ଣ।

ଶୀଘ୍ର ସ୍ଥାପନ ଏବଂ କାର୍ଯ୍ୟକ୍ଷମ:

ଶୀଘ୍ର ନିର୍ମାଣ: ଅନେକ ବାଲାଷ୍ଟ ବିହୀନ ଟ୍ରାକ୍ ପ୍ରଣାଳୀ ପ୍ରିଫେବ୍ରିକେଟଡ଼ ପ୍ରକୃତି ଶୀଘ୍ର ସଂସ୍ଥାପନ ପାଇଁ ଅନୁମତି ଦେଇଥାଏ, ଯାହା ଟନେଲଗୁଡିକର ସାମଗ୍ରିକ ନିର୍ମାଣ ସମୟ ସୀମାକୁ ତ୍ୱରାନ୍ୱିତ କରିପାରିବ।

ତୁରନ୍ତ କାର୍ଯ୍ୟକ୍ଷମ ପ୍ରସ୍ତୁତି: ଥରେ ସ୍ଥାପିତ ହୋଇଗଲେ, ବାଲାଷ୍ଟ ବିହୀନ ଟ୍ରାକଗୁଡିକ ତୁରନ୍ତ ବ୍ୟବହାର କରାଯାଇପାରିବ ଯାହାଦ୍ୱାରା ପୂର୍ବର ଟ୍ରାକ୍ ସଂସ୍ଥାପନ ସମୟର ଆବଶ୍ୟକତା ବାଲାଷ୍ଟେଡ୍ ଟ୍ରାକ୍ ପାଇଁ ଆବଶ୍ୟକ ଗୁଡିକୁ ଏଡାଇ ଦିଆଯାଇପାରିବ।

ଉନ୍ନତ ଜଳ ନିଷ୍କାସନ ଏବଂ ଜଳ ପରିଚାଳନା:

ପ୍ରଭାବଶାଳୀ ଜଳ ନିଷ୍କାସନ: ବାଲାଷ୍ଟ ବିହୀନ ଟ୍ରାକଗୁଡିକ ଇଣ୍ଟିଗ୍ରେଟେଡ୍ ଡ୍ରେନେଜ୍ ସିଷ୍ଟମ୍ ସହିତ ଡିଜାଇନ୍ ହୋଇଛି ଯାହା ଜଳ ସଂଗ୍ରହକୁ ଦକ୍ଷତାର ସହିତ ପରିଚାଳନା କରେ, ଯାହା ଟନେଲରେ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏହା ଜଳ ସମ୍ବନ୍ଧୀୟ ସମସ୍ୟାକୁ ରୋକିବାରେ ସାହାଯ୍ୟ କରିଥାଏ ଯେପରିକି ଟ୍ରାକ୍ ବିକୃତି, କ୍ଷୟ, କିମ୍ବା ବନ୍ୟା ପରିସ୍ଥିତି, ଯାହା ଦ୍ୱାରା ଟ୍ରାକର ସାମଗ୍ରିକ ସ୍ଥାୟୀତ୍ୱ ଏବଂ ନିରାପତ୍ତାକୁ ବୃଦ୍ଧି କରାଇଥାଏ।

ଜଳ ସମ୍ବନ୍ଧୀୟ କ୍ଷତିର ଆଶଙ୍କା ହ୍ରାସ: ଉନ୍ନତ ଜଳ ନିଷ୍କାସନ କ୍ଷମତା ଜଳ ଆହରଣର ବିପଦକୁ କମ୍ କରିଥାଏ, ଯାହା ଟ୍ରାକ ସଂରଚନାକୁ ଖରାପ କରିପାରେ ଅହିଁ କିମ୍ବା ଟ୍ରେନ୍ କାର୍ଯ୍ୟକୁ ପ୍ରଭାବିତ କରିପାରେ ନାହିଁ। ଟନେଲଗୁଡିକରେ ଏହା ବିଶେଷ ଲାଭଦାୟକ ଅଟେ ଯେଉଁଠାରେ ଜଳ ପରିଚାଳନା ଅଧିକ ଆହ୍ୱାନ ହୋଇଥାଏ।

ଏହି ଗୁଣଗୁଡିକ ଆଧୁନିକ ଟନେଲ୍ ନିର୍ମାଣ ପାଇଁ ବାଲାଷ୍ଟ ବିହୀନ ଟ୍ରାକ୍କୁ ଏକ ଅତ୍ୟନ୍ତ ଲାଭଦାୟକ ବିକଳ୍ପ କରିଥାଏ। ମୂଲ୍ୟ, ନିରାପତ୍ତା ଏବଂ ପରିବେଶ ପ୍ରଭାବ ଦୃଷ୍ଟିରୁ ଦୀର୍ଘକାଳୀନ ଲାଭ ପ୍ରଦାନ କରିଥାଏ। ଏହି ଯୋଗ୍ୟତା ବାଲାଷ୍ଟ ବିହୀନ ଟ୍ରାକର ଆବେଦନକୁ ଆହୁରି ବୃଦ୍ଧି କରାଇଥାଏ, ବିଶେଷତ ଟନେଲ୍ ପରିବେଶରେ ଯେଉଁଠାରେ ଟ୍ରାକ୍ ଅଖଣ୍ଡତା ଏବଂ ନିରାପତ୍ତା ବଜାୟ ରଖିବା ପାଇଁ ଜଳକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା ଗୁରୁତ୍ୱପୂର୍ଣ୍ଣ ଅଟେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

149 ଟି ଷ୍ଟେସନ୍ ବିଲଡିଙ୍ଗରେ ସୌରଶକ୍ତି ସ୍ଥାପନ କରିବ ପୂର୍ବତଟ ରେଳପଥ

ଭୁବନେଶ୍ବର: ଭାରତୀୟ ରେଳବାଇର ସବୁଜ ପଦକ୍ଷେପ ନୀତି ଅନୁଯାୟୀ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନ ଏବଂ ସର୍ଭିସ ବିଲଡିଙ୍ଗର ଛାତ ଉପରେ ସୌରଶକ୍ତି ଅଥବା ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରିଥିବାବେଳେ ରେଳପଥ ପରିସୀମା ମଧ୍ୟରେ ଅନ୍ୟ ସ୍ଥାନ ମାନଙ୍କରେ ସବୁଜ ଶକ୍ତି ଉତ୍ପାଦନ ପାଇଁ ବିଭିନ୍ନ ପଦକ୍ଷେପ ଗୁଡିକ ମଧ୍ୟ ଗ୍ରହଣ କରୁଛି।

ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ବାର୍ଷିକ ପ୍ରାୟ 21826 KWp କ୍ଷମତା ସୌରଶକ୍ତି କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରିଛି ଯାହାଫଳରେ ଶକ୍ତି ବାବଦରେ ବ୍ୟୟ ବାବଦରେ ପ୍ରାୟ ₹ 14 କୋଟି ଏବଂ କାର୍ବନ କ୍ରେଡିଟ ଅଥବା କ୍ରୟ କ୍ଷେତ୍ରରେ ପ୍ରାୟ 91.41 ଲକ୍ଷ ଟଙ୍କା ସଞ୍ଚୟ କରିପାରିବ।

ଏହି ପ୍ରକଳ୍ପ ଅଧୀନରେ, ପୂର୍ବତଟ ରେଳପଥ 149 ଟି ଷ୍ଟେସନ୍ ବିଲଡିଙ୍ଗ, 248 ଟି ସର୍ଭିସ୍ ବିଲଡିଙ୍ଗ, 6924 ଟି ଆବାସିକ ବିଲଡିଙ୍ଗ ଏବଂ 366 ଟି ଲେଭଲ୍ କ୍ରସିଂ (LC) ଗେଟ୍ ମାନଙ୍କରେ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରିବାକୁ ସ୍ଥିର କରିଛି।

ଉପରୋକ୍ତ ପ୍ରକଳ୍ପ ବାବଦରେ ପୂର୍ବତଟ ରେଳପଥ ଇତିମଧ୍ୟରେ ପ୍ରାୟ 83.79 କୋଟି ଟଙ୍କାର ଟେଣ୍ଡର ବିଜ୍ଞପ୍ତି ପ୍ରକାଶ କରିଛି ଯେଉଁଥିରେ ଛାତ ଉପରେ ବିଭିନ୍ନ କ୍ଷମତା ବିଶିଷ୍ଟ ଗ୍ରୀଡ୍ ପ୍ଲାଣ୍ଟରେ ସୌରଶକ୍ତି ପ୍ଲାଣ୍ଟ / ନବୀକରଣଯୋଗ୍ୟ ସୌରଶକ୍ତି ଉତ୍ସ ସ୍ଥାପନ କରିବ। ଏହି ସ୍ଥାନ ଗୁଡିକୁ ନିମ୍ନ ମତେ ପ୍ରଦତ୍ତ କରାଯାଇଅଛି :

• ବ୍ରହ୍ମପୁର-ପଲାସା ରେଳ ସେକ୍ସନରେ ସୌରଶକ୍ତି ସ୍ଥାପନ ବାବଦରେ ପ୍ରାୟ 09.13 କୋଟି ଟଙ୍କା ବ୍ୟୟ ବରାଦ |

* ଭୁବନେଶ୍ୱର-କଟକ-ପାରାଦୀପ-ଭଦ୍ରକ ରେଳ ସେକ୍ସନ ପାଇଁ ₹ 8.86 କୋଟି ଟଙ୍କା

* ଅନୁଗୁଳ ରେଳ ସେକ୍ସନ ପାଇଁ ₹ 9.48 କୋଟି ଟଙ୍କା

* ଭୁବନେଶ୍ୱର ମୁଖ୍ୟାଳୟ ସମେତ ନିକଟସ୍ଥ ରେଳବାଇ ଅଞ୍ଚଳ ପାଇଁ ₹ 9.10 କୋଟି ଟଙ୍କା

* ଖୋର୍ଦ୍ଧା ରୋଡ଼ – ପୁରୀ ରେଳ ସେକ୍ସନ ପାଇଁ ₹ 8.74 କୋଟି ଟଙ୍କା

* ପାରାଦୀପ-କେନ୍ଦୁଝରଗଡ ରେଳ ସେକ୍ସନ ପାଇଁ ₹ 8.10 କୋଟି ଟଙ୍କା

* ବିଶାଖାପାଟନମ୍ ଅଞ୍ଚଳ ପାଇଁ ₹ 7.25 କୋଟି ଟଙ୍କା

* ବିଶାଖାପାଟନମ୍ ଇଲେକ୍ଟ୍ରିକ୍ ଲୋକୋ ଶେଡ୍ ଅଞ୍ଚଳ ପାଇଁ ₹ 7.10 କୋଟି ଟଙ୍କା

* ଦୁଭାଡା-ପଲାସା ମୁଖ୍ୟ ଲାଇନ / ନୌପଡା-ଗୁଣୁପୁର / ବିଜୟନଗରମ-ରାୟଗଡା ଅଞ୍ଚଳ ପାଇଁ ₹ 8.78 କୋଟି ଟଙ୍କା

* କୋଟାଭାଲାସା-କିରାଣ୍ଡୁଲ ରେଳ ଲାଇନ ପାଇଁ ₹ 7.53 କୋଟି ଟଙ୍କା

ରେଳପଥର ମୁଖ୍ୟାଳୟ ବିଲଡିଙ୍ଗ, ରେଳ ସଦନ ପରି ଅନ୍ୟ ସେବା ବିଲଡିଙ୍ଗ ମାନଙ୍କରେ ମଧ୍ୟ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରାଯାଇଅଛି। ଚନ୍ଦ୍ରଶେଖରପୁରରେ ରେଳ ସଦନ ଛାତ ଉପରେ ସ୍ଥାପନ କରାଯାଇଥିବା ସୋଲାର ପାୱାର ପ୍ଲାଣ୍ଟ / ନବୀକରଣଯୋଗ୍ୟ ଶକ୍ତି ଉତ୍ସ କ୍ଷମତା ବାର୍ଷିକ ପ୍ରାୟ 6790 KWp ଅଟେ। ସେହିଭଳି ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅଧିକାଂଶ ସ୍ଥାନରେ ଲେଭଲ୍ କ୍ରସିଂ ଗେଟ୍ ମାନଙ୍କରେ ମଧ୍ୟ ସୌରଶକ୍ତି / ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ପ୍ରଣାଳୀ ସ୍ଥାପିତ ହୋଇଛି।

ପୂର୍ବ ତଟ ରେଳପଥ ଏହାର ଶକ୍ତି ଆବଶ୍ୟକତା ପୂରଣ ପାଇଁ ସୌରଶକ୍ତିର ବ୍ୟବହାରକୁ ସର୍ବାଧିକ କରିବାକୁ ପ୍ରତିଶ୍ରୁତିବଦ୍ଧ। ଷ୍ଟେସନ ଏବଂ ଅନ୍ୟାନ୍ୟ ସେବା ବିଲଡିଙ୍ଗର ଦୈନନ୍ଦିନ ଶକ୍ତି ଆବଶ୍ୟକତା ପୂରଣ କରିବାରେ ଏହି ବ୍ୟବସ୍ଥା ସହାୟକ ହୋଇପାରିବ। ପରିବେଶ ଅନୁକୂଳ ହେବା ବ୍ୟତୀତ ଏହା ରେଳବାଇ ପାଇଁ ବହୁମୂଲ୍ୟ ଖର୍ଚ୍ଚ ପରିବର୍ତ୍ତେ ସଞ୍ଚୟ କରିପାରିବ।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରାକ ନିରାପତ୍ତା ଜନିତ ବାଡ଼ ଦେବା କାର୍ଯ୍ୟ ପାଇଁ 275.01 କୋଟି ମଞ୍ଜୁର: 130 କି.ମି. ବେଗରେ ଚାଲିବ ଟ୍ରେନ

ଭୁବନେଶ୍ୱର: ରେଳ ନିରାପତ୍ତାକୁ ସୁଦୃଢ଼ କରିବା ଏବଂ ଟ୍ରେନର ଗତି ବୃଦ୍ଧି କରାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ଭଦ୍ରକ-ପଲାସା ଏବଂ ଖୋର୍ଦ୍ଧା ରୋଡ-ପୁରୀ ରେଳ ସେକ୍ସନରେ ଟ୍ରାକ ନିରାପତ୍ତା ଜନିତ ରେଳ ଧାରଣା କଡରେ ବାଡ ଦେବା ପାଇଁ ରେଳ ମନ୍ତ୍ରଣାଳୟ ₹275.01 କୋଟି ଟଙ୍କା ମଞ୍ଜୁର କରିଛନ୍ତି ଯାହାଦ୍ୱାରା ଏହି ମାର୍ଗରେ 130 କିଲୋମିଟର ଏବଂ ତା’ଠାରୁ ଅଧିକ ବେଗରେ ଟ୍ରେନର ନିରାପଦ ଚଳାଚଳ କାର୍ଯ୍ୟକୁ ସହଜ କରିବାକୁ ଏହି ପ୍ରକଳ୍ପ ଲକ୍ଷ୍ୟ ରଖିଛି।

ଏହି ବାଡ଼ଦେବା କାର୍ଯ୍ୟକୁ ସୁନିଶ୍ଚିତ କରିବା ଏବଂ ଯେକୌଣସି ବ୍ୟାଘାତକୁ ଏଡାଇବା ପାଇଁ ରେଳ ମନ୍ତ୍ରଣାଳୟ ଟ୍ରାକ ନିକଟରେ ନିଜ ସୀମା ମଧ୍ୟରେ ପ୍ରାଚୀର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନର ଯୋଜନାରେ ରେଳ ଜମିର ସୀମାନ୍ତରେ ଫେନସିଂ ନିର୍ମାଣ ଅନ୍ତର୍ଭୁକ୍ତ, ପ୍ରକୃତ ଦୂରତା ସହିତ ଜୋନାଲ ରେଳ କର୍ତ୍ତୃପକ୍ଷର ସ୍ଥାନିତ ସ୍ଥିତି, ରକ୍ଷଣାବେକ୍ଷଣ ଆବଶ୍ୟକତା, ମଲ୍ଟି ଟ୍ରାକିଂ କାର୍ଯ୍ୟ, ଅପରାଧର ସ୍ତର ଏବଂ ପ୍ରସ୍ତାବିତ ବାଡ଼ର ସାମଗ୍ରିକ କାର୍ଯ୍ୟକାରିତା ଉପରେ ନିର୍ଭର କରିବ।

ଏହି ପଦକ୍ଷେପଟି “ଲେଭଲ୍ କ୍ରସିଂ, ROBs (ଫ୍ଲାଏଓଭର), RUBs (ଉପାମାର୍ଗ), ବ୍ରିଜ୍ ଏବଂ ପ୍ରବେଶ ନିୟନ୍ତ୍ରଣ ଆବଶ୍ୟକ କରୁଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସହିତ ଟ୍ରାକ୍ ପ୍ରବେଶକୁ ସିଲ୍ କରିବାକୁ ଲକ୍ଷ୍ୟ ରଖିଛି। ଏହା ବ୍ୟତୀତ, ରେଳ ଟ୍ରାକ୍ ନିକଟରେ ଚରୁଥିବା ବା ବିଚରଣ କରୁଥିବା ଗୃହପାଳିତ ପଶୁ ରେଳ ଲାଇନରେ ପ୍ରବେଶ କରିପାରିବେ ନା। ଏହା ମଧ୍ୟ ଯାତାୟାତର ସୁଗମତା ପାଇଁ ଲାଭ ପ୍ରଦାନ କରିବ ଏବଂ ପଶୁମାନଙ୍କ ଜୀବନ ନଷ୍ଟ ହେବ ନାହିଁ।

ନିକଟରେ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ସୂଚନା ଦେଇ କହିଛନ୍ତି ଯେ 110 କିଲୋମିଟରରୁ 130 କିଲୋମିଟର ବେଗରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳକୁ ସୁଗମ କରିବା ପାଇଁ ଅଣସୁରକ୍ଷିତ ସ୍ଥାନରେ ସୁରକ୍ଷା ବାଡ କୌଶଳ ପ୍ରୟୋଗ କରାଯିବ। 130 କିଲୋମିଟରରୁ ଅଧିକ ବେଗ ପାଇଁ, ସମଗ୍ର ଟ୍ରାକ ଦୈର୍ଘ୍ୟରେ ନିରନ୍ତର ନିରାପତ୍ତା ଜନିତ ବାଡ଼ ଦେବା କାର୍ଯ୍ୟ ଅଥବା ଫେନସିଂ ସ୍ଥାପନ କରାଯିବ।

ରେଳ ମନ୍ତ୍ରଣାଳୟ ଭାରତରେ ଦ୍ରୁତ ଗତିରେ ଟ୍ରେନ୍ ଯାତ୍ରା ଉପଲବ୍ଧ କରାଇବାର ଚାହିଦା ପୂରଣ କରିବା ପାଇଁ ରେଳ ନିରାପତ୍ତା ଏବଂ ଭିତ୍ତିଭୂମି ଅଗ୍ରଗତି କରିବାକୁ ପ୍ରତିଶ୍ରୁତିବଦ୍ଧ।  ଏହି ନିରାପତ୍ତା ଫେନସିଂ ବା ବାଡ଼ ଦେବା ପ୍ରକଳ୍ପ ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ସୁନିଶ୍ଚିତ କରିବା ସହିତ ଦେଶ ପାଇଁ ଏକ ନିରାପଦ ଏବଂ ଅଧିକ ଦକ୍ଷ ରେଳ ନେଟୱାର୍କ ସୁନିଶ୍ଚିତ କରିବା।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ଏବଂ ପଲାସା ମଧ୍ୟରେ ଚାଲୁରହିଥିବା ଅମୃତ ଷ୍ଟେସନର ଅଗ୍ରଗତି ସମୀକ୍ଷା

ଭୁବନେଶ୍ୱର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଇତିମଧ୍ୟରେ ଭୁବନେଶ୍ୱର-ପଲାସା ରେଳ ସେକ୍ସନକୁ ବିସ୍ତୃତ ଭାବେ ନୀରିକ୍ଷଣ କରିଛନ୍ତି। ତାଙ୍କ ସହିତ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ, ପ୍ରକଳ୍ପ କାର୍ଯ୍ୟର ନିର୍ମାଣକାରୀ ଦଳ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ୍ ଏସ ବାଜୱାଙ୍କ ନେତୃତ୍ୱରେ ମଣ୍ଡଳ ସ୍ତରର ଅଧିକାରୀମାନେ ଯୋଗ ଦେଇଥିଲେ।

ନୀରିକ୍ଷଣ ସମୟରେ ଶ୍ରୀ ଫୁଙ୍କୱାଲ ଅମୃତ ଷ୍ଟେସନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରି ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିବା ସପକ୍ଷରେ ଗୁରୁତ୍ୱାରୋପ କରିଥିଲେ।  ଅମୃତ ଷ୍ଟେସନ ପ୍ରକଳ୍ପ ଓ ନୀରିକ୍ଷଣ କରାଯାଇଥିବା ଷ୍ଟେସନ ଗୁଡିକ ହେଉଛି ଭୁବନେଶ୍ୱର, ବାଲୁଗାଁ, ବ୍ରହ୍ମପୁର, ଛତ୍ରପୁର, ଖୋର୍ଦ୍ଧା ରୋଡ୍, ଲିଙ୍ଗରାଜ ଷ୍ଟେସନ ରୋଡ୍, ପଲାସା ଏବଂ ଇଛାପୁରମ୍ ଅନ୍ତର୍ଭୁକ୍ତ। ଏହି ଷ୍ଟେସନଗୁଡିକରେ ଚାଲିଥିବା ନିର୍ମାଣ କାର୍ଯ୍ୟର ବର୍ତ୍ତମାନର ସ୍ଥିତିକୁ ମଧ୍ୟ ମହାପ୍ରବନ୍ଧକଙ୍କ ଦ୍ୱାରା ସମୀକ୍ଷା କରାଯାଇଥିଲା।

ଏହା ସହିତ ଶ୍ରୀ ଫୁଙ୍କୱାଲ ବିଭିନ୍ନ ରେଳ ଷ୍ଟେସନରେ ଟ୍ରାଫିକ୍ ସୁବିଧା ଏବଂ ଯାତ୍ରୀମାନଙ୍କ ସୁବିଧା ସମ୍ବନ୍ଧୀୟ ଭିତ୍ତିଭୂମି ଏବଂ ବିକାଶମୂଳକ କାର୍ଯ୍ୟଗୁଡ଼ିକୁ ମଧ୍ୟ ନିରୀକ୍ଷଣ କରିଥିଲେ।  ଯାତ୍ରୀମାନଙ୍କୁ ଉନ୍ନତ ସେବା ଏବଂ ସୁବିଧା ଯୋଗାଇବାର ଗୁରୁତ୍ୱକୁ ଦର୍ଶାଇ ଏହି ପ୍ରକଳ୍ପର ଶୀଘ୍ର ସମାପ୍ତ ହେବା ସୁନିଶ୍ଚିତ କରିବାକୁ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର

ମୌସୁମୀ ସମୟରେ ସାଙ୍କେତିକ ପ୍ରଣାଳୀର ସଠିକ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ଭାରତୀୟ ରେଳବାଇର ପଦକ୍ଷେପ

ଭୁବନେଶ୍ଵର: ଭାରତୀୟ ରେଳବାଇରେ ରେଳ ବ୍ରିଜ୍ ଏବଂ ଟ୍ରାକ୍ ଯାଞ୍ଚର ଏକ ପ୍ରତିଷ୍ଠିତ ବ୍ୟବସ୍ଥା ଅଛି। ରେଲୱେ ଟ୍ରାକର ନୀରିକ୍ଷଣ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ନିଯୁକ୍ତ ଅଧିକାରୀଙ୍କ ଦ୍ୱାରା କରାଯାଏ। ନିୟମିତ ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ସହିତ, ସାଙ୍କେତିକ ପ୍ରଣାଳୀର ସଠିକ୍ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ମୌସୁମୀ ସମୟରେ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ ଯାଉଅଛି:-

(i) ୟାର୍ଡ ଡ୍ରେନ୍ ସଫା କରିବା ଦ୍ୱାରା ୟାର୍ଡରେ ଡ୍ରେନେଜ୍ ବ୍ୟବସ୍ଥା ଉନ୍ନତ ହୁଏ।
(ii) ଟ୍ରାକ୍ ସର୍କିଟ୍ ବିଫଳତା ପାଇଁ ଚିହ୍ନିତ ଅସୁରକ୍ଷିତ ସ୍ଥାନଗୁଡିକ ଠାରେ ପୂର୍ବରୁ ସଜାଗ।
(iii) ପଏଣ୍ଟ ଏବଂ ଟ୍ରାକ୍ ସର୍କିଟ୍ ର ମିଳିତ ଯାଞ୍ଚ ଟ୍ରାକ୍ ଏବଂ ସିଗନାଲ୍ ଅଧିକାରୀଙ୍କ ଦ୍ୱାରା କରାଯାଏ ଏବଂ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଏ।
(iv) ଜଳ ବନ୍ଦୀ କରୁଥିବା ସମ୍ବେଦନଶୀଳ ସ୍ଥାନମାନଙ୍କରେ ଆକ୍ସଲ୍ କାଉଣ୍ଟର ଯୋଗାଇ ଦିଆଯାଉଛି।

ସମ୍ବେଦନଶୀଳ ରେଳ ଧାରଣା ଠାରେ ମୌସୁମୀ ସମୟରେ ପାଟ୍ରୋଲିଂ ବ୍ୟବସ୍ଥା, ଜଗୁଆଳି ନିୟୋଜନ, ପ୍ରବଳ ବର୍ଷା ହେଲେ ଟ୍ରାକର ସ୍ୱତନ୍ତ୍ର ପାଟ୍ରୋଲିଂ ଭଳି ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରାଯାଏ। ପାଣିପାଗ ସୂଚନା ପାଇଁ ଏବଂ ଜଳଭଣ୍ଡାର / ଡ୍ୟାମରୁ ଅଧିକ ଜଳ ଛାଡିବା ବିଷୟରେ ସୂଚନା ପାଇବା ପାଇଁ ସଂପୃକ୍ତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏବଂ ଜିଲ୍ଲା ଅଧିକାରୀ ମାନଙ୍କ ସହିତ ସମନ୍ୱୟ ରକ୍ଷା କରାଯାଇଥାଏ।

24.07.2024 ରେ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରେଳ, ସୂଚନା ଏବଂ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।

ପ୍ରବଳ ବର୍ଷାଜନୀତ ବନ୍ୟା ପରିସ୍ଥିତି ସମୟରେ ରେଳ ଚଳାଚଳ କ୍ଷେତ୍ରରେ ବାଧାକୁ ହ୍ରାସ କରିବା ସହ ଟ୍ରେନ ଗୁଡିକର ନିରାପତ୍ତା ପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ସାବଧାନତା ଓ ସୁରକ୍ଷିତ ପଦକ୍ଷେପମାନ ଯୋଜନା କରାଯାଇ ସତର୍କତା ଅବଲମ୍ବନ କରାଯିବାକୁ ମଧ୍ୟ ଯୋଜନା କରାଯାଇଛି।

■ ମୌସୁମୀ ସମୟରେ ପ୍ରାକ୍ ସାବଧାନତା ଅବଲମ୍ବନ ପାଇଁ ପୂର୍ବ ତଟ ରେଳପଥ ନିରାପତ୍ତାକୁ କଡ଼ାକଡ଼ି କରିଛି

■ ରେଳ ପୋଲ, ଟ୍ରକ, ୱାର୍ଡ, ସାଙ୍କେତିକ ପ୍ରଣାଳୀ ପ୍ରତି ସତର୍କ ଦୃଷ୍ଟି ରଖାଯାଇଅଛି

■ ଡ୍ରେନ ଓ ପୋଲ ମାନଙ୍କରୁ ପଟୁମାଟି, ଝାଡ଼ି ଓ ଅନ୍ୟ ବାଧକକୁ ସଫା କରାଯାଇଅଛି

■ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଜଗୁଆଳି ପ୍ରହରା

■ ବର୍ଷ ସମୟରେ ଟ୍ରେନ ଟ୍ରାକ ନିରାପତ୍ତା ପାଇଁ ଗ୍ୟାଙ୍ଗ ମ୍ୟାନ ନିୟୋଜନ

■ ସଙ୍କଟକାଳୀନ ପରିସ୍ଥିତିରେ ଅତିରିକ୍ତ ନିୟନ୍ତ୍ରଣ କକ୍ଷ ସହ ଆପାତକାଳୀନ ପ୍ରବନ୍ଧନ କକ୍ଷ ଖୋଲାଯିବ

ପ୍ରବଳ ବର୍ଷାଜନୀତ ସଙ୍କଟ ପରିସ୍ଥିତିରେ ଯାତ୍ରୀମାନଙ୍କର ନିରାପତ୍ତା ଓ ରେଳ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ କଡ଼ାକଡ଼ି କରିବା ପାଇଁ ପୂର୍ବତଟ ରେଳପ‌ଥର ମହାପ୍ରବନ୍ଧକ ରେଳପଥର ଅଧୁକାରୀ ଓ କର୍ମରରୀମାନଙ୍କୁ ଆଦେଶ ଦେଇ ରେଳ ପୋଲ ଓ ରେଳ ଧାରଣାର ନିରାପତ୍ତା ପ୍ରତି ସତର୍କ ଦୃଷ୍ଟି ରଖି କାର୍ଯ୍ୟ କରିବାକୁ କହିଛନ୍ତି। ତଦନୁସାରେ ମୌସୁମୀକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପ୍ରାକ୍ ସାବଧାନତା ଅବଲମ୍ବନ କରାଯାଇଛି।  ସେଥିପାଇଁ ପାଣି ଧରିରଖୁଥିବା ଓ ପାର୍ଶ୍ଵ ଡ୍ରେନମାନଙ୍କରୁ ପଟୁମାଟି, ଝାଡ଼ି ଏବଂ ଅନ୍ୟାନ୍ୟ ବାଧକଗୁଡ଼ିକୁ ସଫା କରାଯାଉଛି। ରେଳ ପୋଲମାନଙ୍କ ପାଖରୁ ମଧ୍ୟ ଝାଡ଼ି ପରିସ୍କାର କରାଯିବା ସହ ପଟୁମାଟିକୁ କଢ଼ାଯାଉଅଛି ଯାହାଫଳରେ ପାଣି ଜମା ନରହି ସଠିକ୍ ଭାବେ ଅତିକ୍ରମ କରିପାରିବ।

24 ଘଣ୍ଟା ଖୋଲା ରହୁଥିବା ପୂର୍ବତଟ ରେଳପଥ କଣ୍ଟ୍ରୋଲ୍ ଅଫିସ୍‌ କ୍ରମାଗତଭାବେ ପାଣିପାଗ ବିଭାଗ, ଆପାତ ପ୍ରବନ୍ଧକ କକ୍ଷ ଏବଂ ବନ୍ୟା ପ୍ରବଣ ଅଞ୍ଚଳରେ ନିଯୁକ୍ତ ଥିବା କର୍ମରୀମାନଙ୍କ ସହ ଲଗାତାର ସମ୍ପର୍କରେ ରହି ନିରନ୍ତର ଭାବେ ପରିସ୍ଥିତିର ଅନୁଧ୍ୟାନ କରୁଅଛି। ଏଥିପାଇଁ ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗ ସହ ସମନ୍ବୟ ରକ୍ଷା କରାଯାଇଛି ଯାହାଫଳରେ ପାଣିକୁ ରେଳଧାରଣା କଡ଼ରୁ ହଟାଇ ଦିଆଯାଇପାରିବ। ଦରକାର ହେଲେ ରେଳଧାରଣାକୁ ସୁରକ୍ଷା ଦେବା ପାଇଁ ନଦୀ ଓ ଜଳ ଗଛିତ ଅଞ୍ଚଳରୁ ପାଣି କଢ଼ାଯିବାର ବ୍ୟବସ୍ଥା କରାଯିବ।  ପୋଲମାନଙ୍କରେ ପିଲାରଗୁଡ଼ିକରେ ବିପଦ ସଙ୍କେତ ଚିହ୍ନକୁ ମଧ୍ୟ ନାଲି ଉଜ୍ଜଳ ସାଙ୍କେତିକ ବ୍ୟବସ୍ଥା କରାଯାଇଅଛି ଯାହା ଦ୍ବାରା ରେଳବାଇ ପ୍ରହରା ଓ ନିରାପତ୍ତା କର୍ମମାରୀମାନେ ସଠିକ ଭାବେ ଦେଖିପାରିବେ।

ରେଳଧାରଣା ଉପରେ ପାଣି ଜମା ହୋଇ ନ ରହିବା ପାଇଁ ବ୍ୟବସ୍ଥା କରାଯାଉଛି। ଷ୍ଟେସନର ଯାର୍ଡ଼, ଡ୍ରେନ ଗୁଡ଼ିକୁ ମଧ୍ୟ ସଫା କରାଯାଇଛି। ବର୍ଷା ସମୟରେ ରେଳଧାରଣା ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପ୍ରହରା ବା ଜଗୁଆଳୀ ବ୍ୟବସ୍ଥା କରାଯାଇଛି। କୌଣସି ବିପଦ ନଜରକୁ ଆସିଲେ ସେମାନେ ଟ୍ରେନକୁ ଅଟକାଇ ଯାତ୍ରମାନଙ୍କର ଧନଜୀବନକୁ ସୁରକ୍ଷା ଦେଇପାରିବେ।

ସମ୍ବେଦନଶୀଳ ଅଞ୍ଚଳରେ ପ୍ରହରୀ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବାକୁ ପଦକ୍ଷେପମାନ ନିଆଯାଇଅଛି। ପ୍ରବଳ ବର୍ଷା ସମୟରେ ରେଳ ସେକ୍ସନର ଗ୍ୟାଙ୍ଗମାନ ସେମାନଙ୍କର ସେକ୍ସନରେ ରେଳ ପୋଲ ଓ ରେଳ ଧାରଣାର ନିରାପତ୍ତା ପ୍ରତି ସଜାଗ ରହିବା ପାଇଁ ନିର୍ଦେଶ ଦିଆଯାଇଛି ଯାହାଫଳରେ ରେଳ ଚଳାଚଳକୁ ସ୍ବାଭାବିକ କରାଯିବା ସହ ଯାତ୍ରୀମାନଙ୍କର ସୁରକ୍ଷା ପ୍ରତି ଧାନ ଦିଆଯାଇପାରିବ।

ଏଥିପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ନିରାପତ୍ତା ସାମଗ୍ରୀ ଯଥା ବାଲାଷ୍ଟପଥର, ବାଲିବସ୍ତା, ପାଉଁଶ ବସ୍ତା, ଖଣିମାନଙ୍କରେ ଅବ୍ୟବହୃତ ମାଟି ଇତ୍ୟାଦିକୁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ପର୍ଯ୍ୟାପ୍ତ ମାତ୍ରାରେ ଗଛିତ ରଖାଯାଇଅଛି। ଇଞ୍ଜିନିୟରିଂ ରିଲିଫ୍ ଭ୍ୟାନ ସହ ନିରାପତ୍ତା ସମଗ୍ରୀକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି। ଏହା ସହିତ ସିମେଣ୍ଟ କଂକ୍ରିଟ କ୍ରିଚ ଏବଂ ପୋଲମାନଙ୍କରେ ବ୍ୟବହୃତ ଗାର୍ଡ଼ରକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି ଯାହାଫଳରେ ଦରକାର ଆସିଲେ ଏଗୁଡ଼ିକୁ ସ୍ଥାନାନ୍ତର କରାଯାଇପାରିବ।

ଏତଦ ବ୍ୟତୀତ ପୂର୍ବତଟ ରେଳପଥ ଭାରତୀୟ ପାଣିପାଗ ବିଭାଗ ସହ ମଧ୍ୟ ଲଗାତାର ସଂଯୋଗ ରକ୍ଷା କରିଆସୁଛି ଯାହାଫଳରେ ସଙ୍କେତ ମିଳିବା କ୍ଷଣି ଖେଳପଥ ଏହାର କର୍ମଚାରୀଙ୍କୁ ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରୟୋଗ କରିପାରିବ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପରେ ଟନେଲ ସଂଯୋଗ କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ହାସଲ

ଭୁବନେଶ୍ଵର: ଟନେଲ ସଂଯୋଗ କାର୍ଯ୍ୟରେ ପୂର୍ବତଟ ରେଳପଥ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି। ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲିଙ୍କ୍ ପ୍ରକଳ୍ପ (301 କିଲୋମିଟର) ନିର୍ମାଣ କାର୍ଯ୍ୟରେ ନିୟୋଜିତ ରେଳପଥର ନିର୍ମାଣ ବିଭାଗର ଇଞ୍ଜିନିୟରିଂ ଟିମ୍ ମାଧପୁର ବନ ରେଞ୍ଜର ଦୁର୍ଗମ ସଂରକ୍ଷଣ ଜଙ୍ଗଲ ଅନ୍ତର୍ଗତ ଆଢ଼େଣିଗଡ଼ -ଚାରିଛକ ରେଳ ସେକ୍ସନ ମଧ୍ୟରେ 4185 ମିଟର ଲମ୍ବ ଟନେଲ ସହିତ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏକ ଏସ୍କେପ ଟନେଲର ବ୍ରେକଥ୍ରୁ କାର୍ଯ୍ୟ ଆଜି କରାଯାଉଅଛି।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ପ୍ରକଳ୍ପର ମୋଟ 301 କିଲୋମିଟର ମଧ୍ୟରୁ 152.805 କିଲୋମିଟର କାର୍ଯ୍ୟକ୍ଷମ ହୋଇଛି। ପ୍ରକଳ୍ପର ଶୀଘ୍ର ସମାପ୍ତ ହେବା ନିଶ୍ଚିତ କରିବାକୁ ରେଳବାଇ ଉଭୟ ପାର୍ଶ୍ୱରୁ ଅର୍ଥାତ୍ ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗୀର ପାର୍ଶ୍ୱରୁ ଏହି ଲାଇନ ନିର୍ମାଣ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ 105.8 କିଲୋମିଟର ଏବଂ ବଲାଙ୍ଗୀରରୁ ସୋନପୁର ପର୍ଯ୍ୟନ୍ତ 47 କିଲୋମିଟର କାର୍ଯ୍ୟ ଶେଷ ହୋଇଛି। ଏହା ବ୍ୟତୀତ, ସୋନପୁର ଠାରୁ ଝରମୁଣ୍ଡା ପର୍ଯ୍ୟନ୍ତ 28.765 କି.ମି. ଦୈର୍ଘ୍ୟ ରେଳ ମାର୍ଗ ମଧ୍ୟ ଇତି ମଧ୍ୟରେ ଶେଷ ହୋଇଛି। ସୋନପୁରରୁ ପୁରୁଣାକଟକ ପର୍ଯ୍ୟନ୍ତ ପ୍ରାୟ 73 କିଲୋମିଟର ପର୍ଯ୍ୟନ୍ତ ସେଗମେଣ୍ଟ ଆସନ୍ତା କିଛି ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି।  ଏହା ସହିତ ଟନେଲ କାର୍ଯ୍ୟକୁ ମଧ୍ୟ ଉଭୟ ପାର୍ଶ୍ୱରୁ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଅଛି।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ପ୍ରକଳ୍ପକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଗୁରୁତ୍ୱ ଦିଆଯାଉଛି। ଏହି ସାର୍ବଜନୀନ କେନ୍ଦ୍ର ପ୍ରକଳ୍ପ, ଦୂରବର୍ତ୍ତୀ ଉପାନ୍ତ ଅଞ୍ଚଳରେ ରେଳ ଲାଇନ ନିର୍ମାଣ କରିବାକୁ ରେଳ ମନ୍ତ୍ରଣାଳୟ ଦ୍ୱାରା ତୀକ୍ଷ୍ଣ ନଜର ରଖାଯାଇଛି। ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଏବଂ ପ୍ରକଳ୍ପର ଶୀଘ୍ର ସମାପ୍ତିକୁ ଲକ୍ଷ୍ୟ କରି ରେଳବାଇ ଉଭୟ ପକ୍ଷରୁ ଏହି ପ୍ରକଳ୍ପ ନିର୍ମାଣ କରୁଛି।

ରେଳ ପ୍ରକଳ୍ପର କାର୍ଯ୍ୟ ସମାପ୍ତ ହେବା ବିଭିନ୍ନ କାରଣ ଉପରେ ନିର୍ଭର କରେ ଯେପରିକି ପ୍ରାଥମିକ ଜମି ଅଧିଗ୍ରହଣ, ଜଙ୍ଗଲ ମଞ୍ଜୁରୀ, ଉଲ୍ଲଂଘନକାରୀ ଉପଯୋଗୀତା ସ୍ଥାନାନ୍ତର, ବିଭିନ୍ନ କର୍ତ୍ତୃପକ୍ଷଙ୍କ ଠାରୁ ଆଇନଗତ କ୍ଲିୟରାନ୍ସ, ଜଳବାୟୁ ପରିସ୍ଥିତି ବ୍ୟତୀତ ଅଞ୍ଚଳର ଭୌଗଳିକ ଏବଂ ଟପୋଗ୍ରାଫିକ୍ ସ୍ଥିତି ଇତ୍ୟାଦି ନିର୍ଭର କରିଥାଏ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ରଥଯାତ୍ରା ପାଇଁ ସେବା ବୃଦ୍ଧି: ସୁନାବେଶ ଓ ଅଧରପଣା ପାଇଁ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ଵର: ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ଯୋଗାଇବା ଏବଂ ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା-2024 ସମୟରେ ପୁରୀକୁ ଚଳାଚଳ କରୁଥିବା ନିୟମିତ ଟ୍ରେନରେ ଯାତ୍ରୀଭିଡ଼କୁ ଏଡ଼ାଇବା ସହିତ ରାଜ୍ୟର ବିଭିନ୍ନ ପ୍ରାନ୍ତ ଓ ପଡୋଶୀ ରାଜ୍ୟ ମାନଙ୍କରୁ ପୁରୀ କୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇବ ବ୍ୟବସ୍ଥା କରିଛି।

ତୀର୍ଥଯାତ୍ରୀ ଓ ଭକ୍ତ ମାନଙ୍କର ସୁବିଧା ପାଇଁ ପୁରୀକୁ ନିୟମିତ ଟ୍ରେନ୍ ବ୍ୟତୀତ, ସୁନାବେଶ ପାଇଁ 43 ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ଅଧରପଣା ପାଇଁ 33 ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଉଅଛି। ପ୍ରଥମ ଥର ପାଇଁ ପୂର୍ବତଟ ରେଳପଥ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରି ଯାତ୍ରୀମାନଙ୍କୁ ତୀର୍ଥସ୍ଥାନ ପରିଦର୍ଶନ କରାଇବାରେ ସୁବିଧା ପ୍ରଦାନ କରିଅଛି।

ପୂର୍ବତଟ ରେଳପଥ ପୁରୀରେ ରଥ ଯାତ୍ରା ମହୋତ୍ସବ ପାଇଁ 315 ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ଘୋଷଣା କରିଥିଲା। 5 ଜୁଲାଇରୁ 15 ଜୁଲାଇ, 2024 ମଧ୍ୟରେ ପୂର୍ବ ତଟ ରେଳପଥ ପୁରୀକୁ ଓ ପୁରୀ ଠାରୁ ଗୁଣ୍ଡିଚା ଯାତ୍ରା ଠାରୁ ବାହୁଡା ଯାତ୍ରା ମଧ୍ୟରେ 239 ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇ ସାରିଛି।

ସୁନାବେଶ ପାଇଁ ପୂର୍ବତଟ ରେଳପଥ ପାରାଦୀପ, ଅନୁଗୁଳ, ଭଦ୍ରକ, ଜୁନାଗଡ଼ ରୋଡ୍, ଖୋର୍ଦ୍ଧା ରୋଡ୍, ଦଶପଲ୍ଲା, ସୋମପେଟା, ପଲାସା, କେନ୍ଦୁଝରଗଡ, ଗୁଣୁପୁର, ଜଗଦଳପୁର, ସୋନପୁର, ସମ୍ବଲପୁରରୁ ସ୍ୱତନ୍ତ୍ର ଟ୍ରେନ ଗୁଡିକ ପୁରୀକୁ ଚଳାଚଳ କରିବ।

ସେହିଭଳି ପାରାଦୀପ, ଅନୁଗୁଳ, ଭଦ୍ରକ, ଦଶପଲ୍ଲା, ପଲାସା, କେନ୍ଦୁଝରଗଡ ଏବଂ ଖୋର୍ଦ୍ଧା ରୋଡରୁ ଟ୍ରେନ୍ ଗୁଡିକ ଅଧରପଣା ପାଇଁ ପୁରୀ ଅଭିମୁଖେ ଯାତ୍ରା କରିବ।

ଯାତ୍ରୀମାନଙ୍କର ଅତିରିକ୍ତ ଭିଡକୁ ଦୂର କରିବା ପାଇଁ ପୂର୍ବ ତଟ ରେଳପଥ ଭଦ୍ରକ, ପାରାଦୀପ, ଅନୁଗୁଳ, ପଲାସା, କେନ୍ଦୁଝରଗ, ଦଶପଲ୍ଲା, ବ୍ରହ୍ମପୁରକୁ ପୁରୀ ଠାରୁ ଓ ତା’ପରଦିନ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଯୋଜନା ରଖିଛି।

ଭକ୍ତ ଏବଂ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ବିଭିନ୍ନ ସୁବିଧା ଯୋଗାଇ ଦେଇଛି। ଯାତ୍ରୀମାନଙ୍କ ସମସ୍ୟା ତଥା ଟ୍ରେନ୍ ଚଳାଚଳ ସୁଗମ କରାଇବା ପାଇଁ 24 ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ଷ୍ଟେସନରେ ବ୍ୟାପକ ଘୋଷଣା ଏବଂ ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର ମାଧ୍ୟମରେ ଟିକେଟ୍ ସୁଗମ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ରଥ ଯାତ୍ରା ସମୟରେ ରେଳବାଇ ଦ୍ୱାରା ଯାତ୍ରୀମାନଙ୍କ ସୁବିଧା ପାଇଁ କାର୍ଯ୍ୟକାରୀ ହୋଇଥିବା ପଦକ୍ଷେପଗୁଡ଼ିକ ହେଉଛି – ଭିଡ଼ ପରିଚାଳନା, ଟ୍ରେନ୍ ସୂଚନା ପ୍ରଣାଳୀ/ ଅନୁସନ୍ଧାନ କାଉଣ୍ଟର, ଭିଡିଓ ୱାଲ୍ ପ୍ରଦର୍ଶନ, ମୋବାଇଲ୍ ଆପ୍ ଉପରେ ଅଣସଂରକ୍ଷିତ ଟିକେଟ ପ୍ରଣାଳୀ / UTS, ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର ଏବଂ ମୋବାଇଲ୍ ଟିକେଟ୍ କାଉଣ୍ଟର, ତୀର୍ଥଯାତ୍ରୀ ଅପେକ୍ଷା କ୍ଷେତ୍ର / ଶେଡ୍ ଏବଂ ଯାତ୍ରୀଙ୍କ ସୁବିଧା ପାଇଁ ମେଳା ଶେଡ୍ ଏବଂ ସୁରକ୍ଷା ବ୍ୟବସ୍ଥା, କ୍ୟାଟରିଂ ଏବଂ ଆତିଥ୍ୟ, ମେଡିକାଲ୍ ସୁବିଧା ଏବଂ ଆମ୍ବୁଲାନ୍ସ, ଅନବରତ ବିଦ୍ୟୁତ୍ ଯୋଗାଣ, ଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା, ସୁରକ୍ଷା, ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ଶୌଚାଳୟ ବ୍ୟବସ୍ଥା ଇତ୍ୟାଦି।

ଅତିରିକ୍ତ ବ୍ୟବସ୍ଥା ଏବଂ ସୁବିଧା

ଭକ୍ତ ଓ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ବିଭିନ୍ନ ସୁବିଧା ଯୋଗାଇ ଦେଇଛି:

24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ: ଯାତ୍ରୀ ସମସ୍ୟାକୁ ସମାଧାନ କରିବା ଏବଂ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା।

ପ୍ରଭାବଶାଳୀ ଘୋଷଣା: ଯାତ୍ରୀ ସୂଚନା ଓ ଷ୍ଟେସନରେ ସ୍ୱଚ୍ଛ ଯୋଗାଯୋଗ ସୁନିଶ୍ଚିତ କରିବା ସହିତ ଷ୍ଟେସନ ମାନଙ୍କ ଠାରେ ଟ୍ରେନକୁ ଚଢିବା ଓ ଟ୍ରେନ୍ରୁ ଓହ୍ଲାଇବା ସମ୍ପର୍କରେ ସୂଚନା ଦେବା ଇତ୍ୟାଦି।

ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର: ସୁଗମ ଏବଂ ଶୀଘ୍ର ଟିକେଟ୍ ବିତରଣ କରାଇବା।

ଯାତ୍ରୀ ସୁବିଧା ପାଇଁ ପଦକ୍ଷେପ:

• ଭିଡ଼ ପରିଚାଳନା
• ଟ୍ରେନ୍ ସୂଚନା ସିଷ୍ଟମ୍ / ଅନୁସନ୍ଧାନ କାଉଣ୍ଟର
• ଭିଡିଓ କାନ୍ଥ ପ୍ରଦର୍ଶନ
• ମୋବାଇଲ୍ ଆପ୍ ରେ UTS / ଅଣସଂରକ୍ଷିତ ଟିକେଟ ପ୍ରଣାଳୀ
• ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର ଏବଂ ମୋବାଇଲ୍ ଟିକେଟ୍ କାଉଣ୍ଟର
• ତୀର୍ଥଯାତ୍ରୀ ଅପେକ୍ଷା କ୍ଷେତ୍ର / ଶେଡ୍ ଏବଂ ମେଳା ଶେଡ୍ ଏବଂ ସୁରକ୍ଷା ବ୍ୟବସ୍ଥା
• କ୍ୟାଟରିଂ ଏବଂ ଆତିଥ୍ୟ
• ଡାକ୍ତରୀ ସୁବିଧା ଏବଂ ଆମ୍ବୁଲାନ୍ସ
• ଅନବରତ ବିଦ୍ୟୁତ୍ ଯୋଗାଣ, ଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା, ସୁରକ୍ଷା, ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ଶୌଚାଳୟ

ପୂର୍ବତଟ ରେଳପଥ ରଥଯାତ୍ରା ମହୋତ୍ସବ ସମୟରେ ସମସ୍ତ ଯାତ୍ରୀଙ୍କ ପାଇଁ ଏକ ନିରାପଦ, ଆରାମଦାୟକ ଏବଂ ସୁବିଧାଜନକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରେନ୍, ଟ୍ରାକ ଏବଂ ଷ୍ଟେସନରେ ପରିଷ୍କାର ପରିଚ୍ଛନ୍ନତା ପ୍ରୟାସକୁ ତୀବ୍ର କଲା ପୂର୍ବତଟ ରେଳପଥ 

ଭୁବନେଶ୍ୱର: ପୂର୍ବତଟ ରେଳପଥ ଏହାର ନେଟୱର୍କରେ ସ୍ୱଚ୍ଛତା ମାନ ବୃଦ୍ଧି ପାଇଁ ଏକ ବିସ୍ତୃତ ଅଭିଯାନ ଆରମ୍ଭ କରିଛି। ଏହି ପଦକ୍ଷେପ ଯାତ୍ରୀମାନଙ୍କୁ ବର୍ଜ୍ୟବସ୍ତୁର ସଠିକ୍ ନିଷ୍କାସନ ବିଷୟରେ ସଚେତନତା କରାଇବା ଏବଂ ଉଭୟ ଟ୍ରେନ୍ ଏବଂ ଷ୍ଟେସନରେ ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ସୁନିଶ୍ଚିତ କରିବା ସମ୍ବନ୍ଧରେ ଧ୍ୟାନ ଦେବା।

ଅଳିଆ ଆବର୍ଜନାର ମୁକାବିଲା ଏବଂ ବର୍ଜ୍ୟବସ୍ତୁ ନିଷ୍କାସନକୁ ପ୍ରୋତ୍ସାହିତ କରିବା ପାଇଁ ଦାୟିତ୍ୱପୂର୍ଣ୍ଣ ଭାବେ ପୂର୍ବତଟ ରେଳପଥ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କାର୍ଯ୍ୟକାରୀ କରିଛି:

ଯାତ୍ରୀ ସଚେତନତା ଅଭିଯାନ: ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପ୍ରତ୍ୟେକ କୋଚର ଉଭୟ ପାର୍ଶ୍ୱରେ ଅବସ୍ଥିତ ଡଷ୍ଟବିନ ବ୍ୟବହାର କରିବାର ଗୁରୁତ୍ୱ ଉପରେ ଯାତ୍ରୀମାନଙ୍କୁ ସଚେତନତା କରାଇବା ପାଇଁ ପୂର୍ବତଟ ରେଳପଥ ଏକ ଅଭିଯାନ ଆରମ୍ଭ କରିଛି। ଯାତ୍ରୀମାନଙ୍କୁ ସ୍ୱଚ୍ଛ ଏବଂ ପରିଚ୍ଛନ୍ନତା ଟ୍ରେନ୍ ପରିବେଶ ବଜାୟ ରଖିବାରେ ସହଯୋଗ କରିବାକୁ ଉତ୍ସାହିତ କରିବା ପାଇଁ ଏହି ପଦକ୍ଷେପର ଲକ୍ଷ୍ୟ ଅଟେ।

କ୍ୟାଟରିଂ ବର୍ଜ୍ୟବସ୍ତୁ ପରିଚାଳନା: ଅନ ବୋର୍ଡ ଟ୍ରେନରେ ଲାଇସେନ୍ସପ୍ରାପ୍ତ କର୍ମଚାରୀଙ୍କୁ ପ୍ରତ୍ୟେକ ଭୋଜନ ପରେ ଯାତ୍ରୀଙ୍କ ଠାରୁ କ୍ୟାଟରିଂ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ଦାୟିତ୍ବ ଦିଆଯାଇଛି। ସେମାନେ ଅବଶିଷ୍ଟ ଖାଦ୍ୟ, ପ୍ଲାଷ୍ଟିକ୍ ବୋତଲ ଏବଂ ଅନ୍ୟାନ୍ୟ ନିଷ୍କ୍ରିୟ ସାମଗ୍ରୀକୁ ଅଳିଆ ବ୍ୟାଗରେ ସଂଗ୍ରହ କରିବା, ଉଭୟ ଯାତ୍ରା ସମୟରେ ଏବଂ ପ୍ରତ୍ୟେକ ଯାତ୍ରା ଶେଷରେ ନିର୍ଦ୍ଦିଷ୍ଟ ସଂଗ୍ରହ ପଏଣ୍ଟରେ ଉପଯୁକ୍ତ ନିଷ୍କାସନ ସୁନିଶ୍ଚିତ କରନ୍ତି।

ଅଳିଆ ସଂଗ୍ରହ ଷ୍ଟେସନ: ଟ୍ରେନ ଯାତ୍ରା ସମୟରେ ମାର୍ଗରେ ମନୋନୀତ ଷ୍ଟେସନଗୁଡିକ ଠାରେ ଅଳିଆ ସଂଗ୍ରହ ପାଇଁ ବ୍ୟବସ୍ଥା କରାଜଯାଇଅଛି, ଯାହା ଟ୍ରେନ ଯାତ୍ରା ସମୟରେ କୋଚ ଗୁଡ଼ିକରୁ ଉତ୍ପନ୍ନ ବର୍ଜ୍ୟବସ୍ତୁକୁ କ୍ରମାଗତ ଭାବରେ ବିସର୍ଜନ କରିବାରେ ସହଜ କରିଥାଏ।

ଅଳିଆ ଆବର୍ଜନା ବିରୋଧରେ କାର୍ଯ୍ୟାନୁଷ୍ଠାନ: ଟ୍ରେନ କୋଚ ଗୁଡ଼ିକରୁ ବାହାରୁଥିବା ଆବର୍ଜନା ରେଳ ଟ୍ରାକରେ ଫିଙ୍ଗିବା ବିରୁଦ୍ଧରେ ଲାଇସେନ୍ସ ପ୍ରାପ୍ତ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ମାପ ରେଳ ଲାଇନରେ ପରିବେଶ ଅଖଣ୍ଡତା ଏବଂ ନିରାପତ୍ତା ବଜାୟ ରଖିବା ପାଇଁ ପୂର୍ବତଟ ରେଳପଥର ପ୍ରତିବଦ୍ଧତାକୁ ସୂଚିତ କରୁଛି।

ପୂର୍ବତଟ ରେଳପଥରେ ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ଏକ ନିରନ୍ତର ପ୍ରୟାସ ଯାହାକୁ ଷ୍ଟେସନ ଏବଂ ଟ୍ରେନରେ ଉତ୍ପାଦିତ ବର୍ଜ୍ୟବସ୍ତୁ ଉପରେ ନଜର ରଖିବା, ପୃଥକ କରିବା, ସଂଗ୍ରହ କରିବା, ସଂରକ୍ଷଣ କରିବା ଏବଂ ଦାୟିତ୍ବବୋଧକ ଭାବରେ ବିସର୍ଜନ କରିବା। ରେଳ କର୍ତ୍ତୃପକ୍ଷ ଯାତ୍ରୀମାନଙ୍କ ଆରାମ ଏବଂ ନିରାପତ୍ତା ପାଇଁ ସମସ୍ତ କୋଚ୍ ଏବଂ ଷ୍ଟେସନ ପରିସରଗୁଡିକ ସୁପରିଚାଳିତ ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ଉତ୍ସର୍ଗୀକୃତ।

ଯାତ୍ରା ସମୟରେ ନିୟମିତ କୋଚ୍ ସଫା କରିବା ପାଇଁ ମଧ୍ୟ ଉଦ୍ୟମ ଚାଲିଛି, ସ୍ୱଚ୍ଛତା ମାନଦଣ୍ଡକୁ ବଜାୟ ରଖିବା ପାଇଁ ଚଟାଣ, ଖାଦ୍ୟ ଟ୍ରେ ଏବଂ ଶୌଚାଳୟ ପରି କ୍ଷେତ୍ର ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି।

ଯାତ୍ରୀ ସହଯୋଗ କାମନା: ପୂର୍ବତଟ ରେଳପଥ ଯାତ୍ରୀମାନଙ୍କୁ ଅଳିଆ ଆବର୍ଜନା ପାଇଁ ନିର୍ଦ୍ଦିଷ୍ଟ ଡଷ୍ଟବିନ ବ୍ୟବହାର କରିବା, ବର୍ଜ୍ୟବସ୍ତୁ ନିଷ୍କାସନ କାର୍ଯ୍ୟରେ ଲାଇସେନ୍ସ ପ୍ରାପ୍ତ କର୍ମଚାରୀଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କ ଯାତ୍ରା ସମୟରେ ସ୍ୱଚ୍ଛତା ନିର୍ଦ୍ଦେଶାବଳୀ ପାଳନ କରି ରେଳବାଇକୁ ସହଯୋଗ କରିବାକୁ ଅନୁରୋଧ କରୁଛି। ଷ୍ଟେସନ ମାନଙ୍କରେ ଡ଼ାକବାଜି ମାଧ୍ୟମରେ ଘୋଷଣା ଏହି ପ୍ରୟାସକୁ ଆହୁରି ଦୃଢ଼ୀଭୁତ କରିଥାଏ, ଏକ ସ୍ୱଚ୍ଛ ଭ୍ରମଣ ପରିବେଶ ବଜାୟ ରଖିବାରେ ଯାତ୍ରୀମାନଙ୍କ ଠାରୁ ସକ୍ରିୟ ଅଂଶଗ୍ରହଣ ଆଶା କରିଥାଏ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ପରିଚାଳନା କ୍ଷେତ୍ରରେ କର୍ମଚାରୀଙ୍କ ଅଂଶଗ୍ରହଣ ବୈଠକ

ଭୁବନେଶ୍ୱର: ପରିଚାଳନା କ୍ଷେତ୍ରରେ କର୍ମଚାରୀ/ଶ୍ରମିକମାନଙ୍କ ଅଂଶଗ୍ରହଣର ଏକ ଅଂଶ ଭାବରେ ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ, ରେଳ ସଦନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ମିଳିତ ଭାବରେ ଅଧିକ ପ୍ରଭାବଶାଳୀ ମାଧ୍ୟମରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଥିବା ଏହି ବୈଠକରେ ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଂଗଠନ/ଟ୍ରେଡ ୟୁନିଅନ, ଅଧିକାରୀ ସଂଘ ଏବଂ ଆରପିଏଫ ସଂଗଠନର ପ୍ରତିନିଧୀଙ୍କ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ପରିଚାଳନା କ୍ଷେତ୍ରରେ କର୍ମଚାରୀଙ୍କ ଅଂଶଗ୍ରହଣ ବୈଠକର ଧାରଣା ରେଳବାଇ ପାଇଁ ଅତୁଳନୀୟ ଏବଂ ସଂଗଠନର ଜୀବନ୍ତ ତଥା ପରିପକ୍ୱ ଶିଳ୍ପ ସମ୍ପର୍କର ଏକ ପ୍ରମାଣ ଭାବରେ ଛିଡା ହୋଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଏହି ବୈଠକରେ ଅଧ୍ୟକ୍ଷତା କରି ରେଳ ଚଳାଚଳ ବୃଦ୍ଧିରେ ସହଯୋଗୀ ପ୍ରୟାସର ପ୍ରମୁଖତା ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ। ରେଳ ବ୍ୟବସ୍ଥାରେ ବିଭିନ୍ନ ପରିଚାଳନଗତ ଅଞ୍ଚଳରେ କୃତିମ ବୁଦ୍ଧିମାତାର ବ୍ୟବହାରକୁ ଆକଳନ କରିବା ପାଇଁ ଏକ ସମ୍ପୂର୍ଣ୍ଣ ବିଚାର ବିମର୍ଶ କରାଯାଇଥିଲା।

ଏହି ବୈଠକରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରାଙ୍କ ସହିତ ରେଳପଥର ବିଭିନ୍ନ ବିଭାଗର ବିଭାଗୀୟ ପ୍ରମୁଖ ଅଧିକାରୀ ମାନେ ମଧ୍ୟ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଉପ ମହାପ୍ରବନ୍ଧକ କୌଶଳେନ୍ଦ୍ର କିଶୋର ଖଡଙ୍ଗା ସଂଯୋଜନା କରି ସୁଗମ ତଥା ଫଳପ୍ରଦ ଆଲୋଚନାକୁ ସୁନିଶ୍ଚିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରଥ ଯାତ୍ରା ସମୟରେ ଯାତ୍ରୀ ସୁରକ୍ଷା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ସଚେତନତା ଅଭିଯାନ

ଭୁବନେଶ୍ୱର: ରଥ ଯାତ୍ରା ମହୋତ୍ସବ ସମୟରେ ଟ୍ରେନ ମାନଙ୍କରେ ମାତ୍ରାଧିକ ଭିଡ଼ ଏବଂ ପୁରୀ ଷ୍ଟେସନ ଠାରେ ବିପୁଳ ଜନସମାବେଶକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ତୀର୍ଥଯାତି ଓ ଭକ୍ତ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରତି ବିଶେଷ ଧ୍ୟାନ ଦେଇ ସୁବିଧାଜନକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରାଇବା ପାଇଁ ନିଜକୁ ପ୍ରସ୍ତୁତ ରଖିଛି। ଏହି ମହୋତ୍ସବ ସମୟରେ ଯାତ୍ରୀ ମାନଙ୍କ ଯାତାୟାତର ଯେପରି କୌଣସି ଅସୁବିଧା ନହୁଏ ସେଠି ପାଇଁ ପୂର୍ବତଟ ରେଳପଥ ସ୍ୱତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ କରିଛି ଯାହା ଅତ୍ୟଧିକ ଜନଗହଳିପୂର୍ଣ୍ଣ ଟ୍ରେନରେ ଯାତ୍ରୀମାନଙ୍କ ସୁରକ୍ଷା ଈଓ ନିରାପତ୍ତା ପାଇଁ ସହାୟକ ହେବ।

ତୀର୍ଥଯାତ୍ରୀ ଏବଂ ଯାତ୍ରୀମାନଙ୍କୁ ଫୁଟବୋର୍ଡ, ବଫର୍ କିମ୍ବା ଟ୍ରେନ୍ କମ୍ପାର୍ଟମେଣ୍ଟର ଛାତ ଉପରେ ଯାତ୍ରା କରିବା ଭଳି ବିପଦପୂର୍ଣ୍ଣ ଆଚରଣରୁ ନିବୃତ୍ତ ରହିବାକୁ ଅନୁରୋଧ କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷା ହେଉଛି ରେଳବାଇର ସର୍ବୋଚ୍ଚ ପ୍ରାଥମିକତା। ପୂର୍ବତଟ ରେଳପଥ ତୀର୍ଥଯାତ୍ରୀ ଏବଂ ଭକ୍ତ ମାନଙ୍କୁ ମଧ୍ୟ କୌଣସି ଜ୍ୱଳନ୍ତ ଜିନିଷ ନ ନେବାକୁ, ଅପରିଚିତ ବ୍ୟକ୍ତିଙ୍କ ଖାଦ୍ୟ କିମ୍ବା ପାନୀୟ ଗ୍ରହଣ ନକରିବା ଏବଂ ଅପ୍ରତ୍ୟାଶିତ ବ୍ୟାଗ କିମ୍ବା ସନ୍ଦେହଜନକ ଜିନିଷ ନଛୁଇଁବାକୁ ମଧ୍ୟ ପରାମର୍ଶ ଦେଉଛି।

ଯାତ୍ରୀମାନଙ୍କୁ ସଚେତନ କରିବା ବ୍ୟତୀତ, ଭିଡ଼ ନିୟନ୍ତ୍ରଣ ପଦକ୍ଷେପ ଏବଂ ଅସାମାଜିକ କାର୍ଯ୍ୟକଳାପ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ରେଳ ସୁରକ୍ଷା ବଳ (ଆରପିଏଫ୍) କର୍ମଚାରୀଙ୍କୁ ନିୟୋଜନ କରି ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ନିରନ୍ତର ଯାତାୟାତ ଏବଂ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ସଜାଗ ରହିବା, ସମସ୍ତ ଯାତ୍ରୀ, ବିଶେଷକରି ତୀର୍ଥଯାତ୍ରୀ ଏବଂ ଭକ୍ତଙ୍କ ସୁରକ୍ଷା ତଥା ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଆରପିଏଫ୍ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।

ରଥ ଯାତ୍ରା ସମୟରେ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ 315 ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲା ସହିତ ପଶ୍ଚିମବଙ୍ଗ, ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ଘୋଷଣା କରିଛି। ଏହି ଅତିରିକ୍ତ ଟ୍ରେନ ଗୁଡିକ ଗୁଣ୍ଡିଚା ଯାତ୍ରା, ସାନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା, ସୁନାବେଶ ଏବଂ ଅଧରପଣା ଦିବସରେ ଯୋଗଦେଉଥିବା ତୀର୍ଥଯାତ୍ରୀଙ୍କ ଯାତ୍ରା ସୁବିଧା ପ୍ରତି ଧ୍ୟାନ ଦିଆଯାଇ ଚଳାଚଳ କରାଯାଉଅଛି।

ଯାତ୍ରୀଙ୍କ ଯାତ୍ରା ସୁବିଧା ଅଭିଜ୍ଞତାକୁ ବୃଦ୍ଧି କରାଇବା ପାଇଁ ପୂର୍ବତଟ ରେଳପଥ ପ୍ରମୁଖ ସ୍ଥାନରେ ଅତିରିକ୍ତ ଟିକେଟ୍ କାଉଣ୍ଟର, ଅନୁସନ୍ଧାନ କାଉଣ୍ଟର ଏବଂ ସୂଚନା କେନ୍ଦ୍ର ଯୋଗାଇ ଦେଇଛି। ସମସ୍ତ ଯାତ୍ରୀଙ୍କ ପାଇଁ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ କ୍ୟାଟରିଂ ସେବା, ପରିମଳ ସୁବିଧା, ଚିକିତ୍ସା ସହାୟତା ବୁଥ ଏବଂ ବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥା ସହିତ ସ୍ୱତନ୍ତ୍ର ସୁବିଧା ବ୍ୟବସ୍ଥା କରାଯାଇଛି।

ଅଧିକନ୍ତୁ, ପୂର୍ବତଟ ରେଳପଥ ମନ୍ଦିର ପ୍ରଶାସନ ସହିତ ଘନିଷ୍ଠ ସହଯୋଗ କରି ତାଲିମପ୍ରାପ୍ତ କର୍ମଚାରୀ ଏବଂ ରଥ ଯାତ୍ରା ଉତ୍ସବ ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇଥାଏ। ପୂର୍ବତଟ ରେଳପଥ ସମସ୍ତ ତୀର୍ଥଯାତ୍ରୀଙ୍କୁ ରେଳ କର୍ମଚାରୀଙ୍କ ସହ ସହଯୋଗ କରିବାକୁ ଏବଂ ସେମାନଙ୍କ ଯାତ୍ରା ସମୟରେ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ପ୍ରୋତ୍ସାହିତ କରୁଛି। ଆସନ୍ତୁ ସମସ୍ତେ ଏକାଠି ହୋଇ ଏହି ରଥ ଯାତ୍ରାକୁ ସମସ୍ତଙ୍କ ପାଇଁ ସ୍ମରଣୀୟ ଏବଂ ନିରାପଦ ଅନୁଭୂତି ନେବାପାଇଁ ପୂର୍ବତଟ ରେଳପଥ ଯାତ୍ରୀ ମାନଙ୍କୁ ନିବେଦନ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରାରେ ସୁବିଧା ଯୋଗାଇବ ପୂର୍ବତଟ ରେଳପଥ: ତୀର୍ଥଯାତ୍ରୀଙ୍କ ପାଇଁ ଅପେକ୍ଷା କ୍ଷେତ୍ରର ବ୍ୟବସ୍ଥା

ଭୁବନେଶ୍ଵର: ରଥ ଯାତ୍ରା ସମୟରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ତୀର୍ଥଯାତ୍ରୀଙ୍କ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଇବା ପାଇଁ ବିଶେଷ ଭାବରେ ରେଳ ଦ୍ୱାରା ପୁରୀକୁ ଆସୁଥିବା ଭକ୍ତମାନଙ୍କୁ ଅଧିକ ଯାତ୍ରା ଅଭିଜ୍ଞତା ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନେଇଛି।

ରଥ ଯାତ୍ରା ସମୟରେ ସ୍ୱତନ୍ତ୍ର ଟ୍ରେନର ସୁରକ୍ଷା, ନିରାପତ୍ତା ଏବଂ ସମୟାନୁବର୍ତ୍ତୀତା ମାନଦଣ୍ଡ ଯୋଗାଇଦେବା ସହିତ ବହୁ ଜନସମାଗମକୁ ଦୃଷ୍ଟିରେ ରଖି ଷ୍ଟେସନ ପରିସରର ପରିମଳ ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱାରୋପ କରାଯାଇଛି।

ଯାତ୍ରୀମାନଙ୍କ ସମସ୍ୟା ତଥା ଟ୍ରେନ୍ ଚଳାଚଳ ସୁଗମ କରିବା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଳାଯାଉଅଛି। ଷ୍ଟେସନରେ ରେଳବାଇ ସୂଚନା ସମ୍ବନ୍ଧରେ ପ୍ରଭାବଶାଳୀ ଘୋଷଣା ଏବଂ ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର ମାଧ୍ୟମରେ ଟିକେଟ୍ ସୁଗମ ଉପଲବ୍ଧ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ। ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନଗୁଡ଼ିକରେ ଟ୍ରାଫିକ୍ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଏବଂ ସୁବିଧା ପ୍ରତି ମଧ୍ୟ ଧ୍ୟାନ ଦେବା ପାଇଁ ରେଳବାଇ ଯୋଜନା କରିଛି।

ରଥଯାତ୍ରା ମହୋତ୍ସବ ସମୟରେ ରେଳବାଇ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ପଦକ୍ଷେପଗୁଡ଼ିକ ନିମ୍ନରେ ପ୍ରଦତ୍ତ କରାଗଲା। ଭିଡ ଏଡ଼ାଇବା (କ୍ରାଉଡ୍ ମ୍ୟାନେଜମେଣ୍ଟ), ଟ୍ରେନ୍ ସୂଚନା ବ୍ୟବସ୍ଥା / ଅନୁସନ୍ଧାନ କାଉଣ୍ଟର, ଭିଡିଓ ୱାଲ୍ ପ୍ରଦର୍ଶନ, UTS ମୋବାଇଲ୍ ଆପ୍, ୨୫ ହଜାରରୁ ରୁ ଅଧିକ ତୀର୍ଥଯାତ୍ରୀ ଏବଂ ଭକ୍ତଙ୍କ ରହିବା ପାଇଁ ମେଳା ସେଡ ଓ ତୀର୍ଥଯାତ୍ରୀ ଅପେକ୍ଷା କ୍ଷେତ୍ର / ଶେଡ୍, ଟିକେଟ୍ ବୁକିଂ କାଉଣ୍ଟର ଏବଂ ମୋବାଇଲ୍ ଟିକେଟ୍ କାଉଣ୍ଟର, ମେଲା ଶେଡ୍, ସୁରକ୍ଷା ବ୍ୟବସ୍ଥା, କ୍ୟାଟରିଂ ଏବଂ ଆତିଥ୍ୟ, ମେଡିକାଲ୍ ସୁବିଧା ଏବଂ ଆମ୍ବୁଲାନ୍ସ, ସେବା, ବିଦ୍ୟୁତ୍ ଯୋଗାଣ, ଜଳ ଯୋଗାଣ, ଯାତ୍ରୀ ବିଶେଷକରି ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ସ୍ୱଚ୍ଛତା, ସୁରକ୍ଷା, ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ଶୌଚାଳୟ ଇତ୍ୟାଦିର ବ୍ୟାପକ ବନ୍ଦୋବସ୍ତ କରାଯାଇଅଛି। ଚଳିତ ବର୍ଷ ରେଳବାଇ ୧୫ ଲକ୍ଷ ଯାତ୍ରୀଙ୍କୁ ପୁରୀକୁ ଏବଂ ପୁରୀ ଠାରୁ ନିଜ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ଏହା ବ୍ୟତୀତ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରିତ କାର୍ଯ୍ୟଶୀଳ ସିଡ୍ୟୁଲିଙ୍ଗ ସିଷ୍ଟମ୍ ବ୍ୟବହାର କରି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବାକୁ ବ୍ୟବସ୍ଥା କରାଯାଉଅଛି ଯାହାଦ୍ୱାରା ଯାତ୍ରୀ ଚାହିଦା କୁ ଦୃଷ୍ଟିରେ ରଖି ରେଳବାଇ ନିର୍ଦ୍ଦିଷ୍ଟ ଗନ୍ତବ୍ୟସ୍ଥଳକୁ ଅଧିକ ଟ୍ରେନ୍ ଚଳାଚଳ କରାଇ ପାରିବ।

ଟ୍ରେନ ଗୁଡିକର ସୁପରିଚାଳନା, ଅତିରିକ୍ତ ଟିକେଟ କାଉଣ୍ଟର, ଯାତ୍ରୀ ସହାୟତା ଓ ଅତିରିକ୍ତ ସୂଚନା କେନ୍ଦ୍ର, ଟ୍ରେନ ସମୟ ସାରଣୀର ସୂଚନା ପ୍ରଦର୍ଶନ, ମେଳା ସେଡ ର ପରିଚାଳନା, ଖାଦ୍ୟ ଓ ପାନୀୟ ବ୍ୟବସ୍ଥା, ଷ୍ଟେସନ ପରିସରର ପରିମଳ ଏବଂ ପରିଷ୍କାର ପରିଚ୍ଛନ୍ନତା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସହାୟତା ଓ ଆମ୍ବୁଲାନ୍ସ ସେବା, ଆଲୋକୀକରଣ, ଏଲସି ଗେଟ ପରିଚାଳନା, ମନ୍ଦିର ପ୍ରଶାସନକୁ ସହାୟତା, ବ୍ୟାପକ କର୍ମବଳ, ସୁରକ୍ଷା ଓ ନିରାପତ୍ତା ସହିତ ଭିଡ଼ ଏଡ଼ାଇବାକୁ ବ୍ୟବସ୍ଥା ଓ ସିସିଟିଭି ଦ୍ୱାରା ନିରୀକ୍ଷଣ ଇତ୍ୟାଦି ପ୍ରତି ବିଶେଷ ଧ୍ୟାନ ଦିଆଯାଇ ଯାତ୍ରୀ ସୁବିଧା ଯୋଗାଇଦିଆଯିବାକୁ ରେଳବାଇ ପକ୍ଷରୁ ବ୍ୟବସ୍ଥା କରାଯାଇଅଛି।