Categories
ଆଜିର ଖବର ରାଜ୍ୟ ଖବର

କାଇପଦର ଷ୍ଟେସନ ୟାର୍ଡରେ ପଣ୍ୟବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ଯୋଗୁଁ ଟ୍ରେନ୍ ସେବା ନିୟନ୍ତ୍ରିତ

 ଭୁବନେଶ୍ଵର: ଆଜି ଅପରାହ୍ନ ପ୍ରାୟ 02 ଘ.25 ମି. ସମୟରେ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ ଖୋର୍ଦ୍ଧା ରୋଡ଼ ଓ କାଇପଦର ମଧ୍ୟରେ କାଇପଦର ଷ୍ଟେସନ ୟାର୍ଡ଼ ଠାରେ ଏକ ପଣ୍ୟବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ଯୋଗୁଁ ଟ୍ରେନ୍ ସେବାଗୁଡିକ ନିୟନ୍ତ୍ରଣ କରାଯାଇଥିଲା। କାଇପଦର ରୋଡରୁ ଖୋର୍ଦ୍ଧା ରୋଡ ପର୍ଯ୍ୟନ୍ତ ପ୍ୟାନେଲ ରେଳ ନେଇ ଆସୁଥିବା ପଣ୍ୟବାହୀ ଟ୍ରେନ କ୍ରସିଂ ଦେଇ ଯାଉଥିବା ବେଳେ ପଛ ଟ୍ରଲି ଖସିପଡିଥିଲା ଯାହାଦ୍ୱାରା ଉଭୟ ମାର୍ଗ ଅବରୋଧିତ ହୋଇଯାଇଥିଲା।

ନିୟନ୍ତ୍ରିତ ହୋଇଥିବା ଟ୍ରେନ:

A: ଅପରାହ୍ନ 3ଘ.25ମି.ରେ ଭୁବନେଶ୍ୱର ଛାଡିବାକୁ 11020 ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ଭୁବନେଶ୍ୱରରେ ନିୟନ୍ତ୍ରଣ ହୋଇଥିଲା।

B: 12703 ହାଓଡ଼ା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ ଭୁବନେଶ୍ୱରରେ ନିୟନ୍ତ୍ରିତ ଥିଲା।

C. 12868 ପଣ୍ଡିଚେରୀ-ହାଓଡ଼ା ସୁପର ଫାଷ୍ଟ କାଳୁପଡାଘାଟ ରେ ନିୟନ୍ତ୍ରିତ ଥିଲା।

D. 12840 ଚେନ୍ନାଇ-ହାଓଡ଼ା ମେଲ୍ ୧କହିଲିକ ଷ୍ଟେସନ ଠାରେ ନିୟନ୍ତ୍ରିତ ଥିଲା।

E. 22826 ଚେନ୍ନାଇ-ଶାଲୀମାର ଏକ୍ସପ୍ରେସ ଖଲିକୋଟ ଠାରେ ନିୟନ୍ତ୍ରିତ ଥିଲା।

F. 12897 ପଣ୍ଡିଚେରୀ-ଭୁବନେଶ୍ୱର ସୁପରଫାଷ୍ଟ ବ୍ରହ୍ମପୁରରେ ନିୟନ୍ତ୍ରିତ ଥିଲା।

G.18417 ପୁରୀ-ଗୁଣୁପୁର ସ୍ପେଶାଲ୍ ଖୋର୍ଦ୍ଧା ରୋଡ୍ ଠାରେ ନିୟନ୍ତ୍ରିତ ଥିଲା।

ଏହି ଦୁର୍ଘଟଣାଗ୍ରସ୍ତ ହେତୁ କାହାରି ମୃତ୍ୟୁ କିମ୍ବା ଆଘାତ ହୋଇନାହିଁ। ଆକ୍ସିଡେଣ୍ଟ ରିଲିଫ୍ ଟ୍ରେନ୍ ତୁରନ୍ତ ଦୁର୍ଘଟଣାସ୍ଥଳକୁ ଆସି ଟ୍ରେନର ଆଗ ଭାଗକୁ ପ୍ରଥମେ ଅଲଗା କରିଥିଲା ଏବଂ ପୁନର୍ବାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ରେଳ କର୍ମଚାରୀ ଓ ଅଧିକାରୀମାନଙ୍କ କଠିନ ପରିଶ୍ରମ ଯୋଗୁଁ ରେଳ ଧାରଣା ମରାମତି କାର୍ଯ୍ୟ ପ୍ରାୟ ଦୁଇଘଣ୍ଟା ମଧ୍ୟରେ ଶେଷ କରାଯାଇ ପାରିଥିଲା। ଟ୍ରେନ୍ ସେବାଗୁଡିକ ବର୍ତ୍ତମାନ ସ୍ୱାଭାବିକ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ବାଘୁଆପାଳ-ବୁଢାପଙ୍କ ରେଳ ସେକ୍ସନ ନୀରିକ୍ଷଣ

ଭୁବନେଶ୍ଵର: ପୂର୍ବତଟ ରେଳପଥ (ଇକୋର) ମହାପ୍ରବନ୍ଧକ ମନୋଜ ଶର୍ମା ଅନୁଗୁଳ-ସୁକିନ୍ଦା ରେଳ ଲାଇନ ପ୍ରକଳ୍ପର ବାଘୁଆପାଳ-ବୁଢାପଙ୍କ ରେଳ ସେକ୍ସନ ନୀରିକ୍ଷଣ କରିଛନ୍ତି। ନୀରିକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ପ୍ରମୁଖ ଅଧିକାରୀ ମାନଙ୍କ ସହିତ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଓ ରେଳ ବିକାଶ ନିଗମ ଲିମିଟେଡ (RVNL) ର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ନୀରିକ୍ଷଣ ସମୟରେ ଶ୍ରୀ ଶର୍ମା ବିଭିନ୍ନ ସୁବିଧା ତଥା ଆନୁସଙ୍ଗିକ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରି ଟ୍ରେନ୍ ଚଳାଚଳ ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ଅନୁଗୁଳ ଜିଲ୍ଲାର ବୁଢାପଙ୍କ ଷ୍ଟେସନ ଏବଂ ଯାଜପୁର ଜିଲ୍ଲାର ସୁକିନ୍ଦା ନିକଟ ବାଘୁଆପାଳ ଷ୍ଟେସନ ମଧ୍ୟରେ ୯୨.୮୨୫ କିଲୋମିଟର ଦୈର୍ଘ୍ୟ ବ୍ରଡ ଗେଜ ସିଙ୍ଗଲ ବିଦ୍ୟୁତିକରଣ ରେଳ ଲାଇନ ସେକ୍ସନ ନିକଟରେ ପଣ୍ୟ ପରିବହନ ଯାତାୟାତ ପାଇଁ ଅନୁମତି ପାଇଛି।

ଅନୁଗୁଳ-ସୁକିନ୍ଦା ରେଲୱେ ଲିମିଟେଡ୍ (ASRL) ଏକ ସ୍ପେଶାଲ ପରପୋଷ ଭେଇକିଲ (ଏସପିଭି), ୨୦ ଫେବୃଆରୀ ୨୦୦୯ ରେ ରେଳ ମନ୍ତ୍ରଣାଳୟ ଦ୍ୱାରା ରେଳ ବିକାଶ ନିଗମ ଲିମିଟେଡ୍ (RVNL) ମାଧ୍ୟମରେ ବୁଢାପଙ୍କ ଷ୍ଟେସନ (ଅନୁଗୁଳ) ଓ ବାଗୁଆପାଳ ଷ୍ଟେସନ୍ (ସୁକିନ୍ଦା) ମଧ୍ୟରେ ସିଙ୍ଗଲ ରେଳ ଲାଇନ ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ପାଇଁ ଏକ ଏସପିଭି ଅନ୍ତର୍ଭୁକ୍ତ କରାଯାଇଛି। ଏହି ନୂତନ ରେଳ ଲାଇନ ଓଡ଼ିଶାର ଲୁହାପଥର ସମୃଦ୍ଧ ଅଞ୍ଚଳ (ଜୋଡା-ବଡ଼ବିଲ) ଓ ଅନୁଗୁଳ ଅଞ୍ଚଳରେ ଥିବା ଇସ୍ପାତ ଏବଂ ସ୍ପଞ୍ଜ ଲୁହା ଶିଳ୍ପ ମଧ୍ୟରେ ସିଧାସଳଖ ଲିଙ୍କ ଯୋଗାଇବ। ଏହା ମଧ୍ୟ କଳିଙ୍ଗନଗର ଶିଳ୍ପାଞ୍ଚଳର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ ତାଳଚେର କୋଇଲା ଖଣି ବେଲ୍ଟ ମଧ୍ୟରେ ଦୂରତ୍ୱ ହ୍ରାସ କରିବ ଏବଂ ଯାତାୟାତ ମୁକ୍ତ ବିକଳ୍ପ ମାର୍ଗ ଯୋଗାଇବ। ଏହା ମଧ୍ୟ ଅନୁଗୁଳ ଅଞ୍ଚଳର ଇସ୍ପାତ କାରଖାନା, ନାଲକୋ ଏବଂ ଓଡିଶାର କଳିଙ୍ଗନଗର ଅଞ୍ଚଳରେ ଅବସ୍ଥିତ ଇଣ୍ଡଷ୍ଟ୍ରିଜ୍ କ୍ଲଷ୍ଟରର ନିକଟବର୍ତ୍ତୀ ହେବ। କଳିଙ୍ଗନଗର କମ୍ପ୍ଲେକ୍ସରୁ ମୁମ୍ବାଇ ଏବଂ ଦିଲ୍ଲୀର ତାଲଚର-ସମ୍ବଲପୁର-ଝାରସୁଗୁଡା ଦେଇ ଇସ୍ପାତ କାରଖାନାର ଫିନିଷଡ଼ ଉତ୍ପାଦ ପଠାଇବା ମଧ୍ୟ ଖଡ଼ଗ୍ପୁର ଦେଇ ଯାଉଥିବା ମାର୍ଗ ତୁଳନାରେ ନୂତନ ଆଲାଇନମେଣ୍ଟ ଏବଂ ସହଜ ହେବ।

ରେଳ ମନ୍ତ୍ରଣାଳୟ ଏବଂ ASRL ମଧ୍ୟରେ ୧୪ ମଇ ୨୦୧୦ ରେ ସ୍ୱାକ୍ଷରିତ ହୋଇଥିବା କନ୍ସେସନ ଚୁକ୍ତିରେ ଧାର୍ଯ୍ୟ କରାଯାଇଥିବା ପବ୍ଲିକ୍ ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମଡେଲ ମାଧ୍ୟମରେ ଏହି ପ୍ରକଳ୍ପକୁ ଅର୍ଥ ପ୍ରଦାନ କରାଯାଉଛି। ଏହି ପ୍ରକଳ୍ପ ପାଇଁ ପାଣ୍ଠି ଢାଞ୍ଚା ଷ୍ଟେକ-ହୋଲ୍ଡରଙ୍କ ଇକ୍ୱିଟି-ଅଂଶଗ୍ରହଣ ଏବଂ ବଜାରରୁ ଉଠାଯାଇଥିବା ଋଣ ମାଧ୍ୟମରେ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସ୍କ୍ରାପ୍ ଅପସାରଣ କ୍ଷେତ୍ରରେ ପୂର୍ବତଟ ରେଳପଥର ଲକ୍ଷ୍ୟଧାର୍ଯ୍ୟ ପୂରଣ

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ରେଳ ବୋର୍ଡ ଦ୍ୱାରା ସ୍ଥିର ହୋଇଥିବା ସ୍କ୍ରାପ୍ ନିଷ୍କାସନ ଲକ୍ଷ୍ୟକୁ ପୂର୍ବ ତଟ ରେଳପଥ ଅତିକ୍ରମ କରିଛି। ସମଗ୍ର ଜୋନ୍ ମଧ୍ୟରେ ସ୍କ୍ରାପ୍ ମୁକ୍ତ ଏବଂ ପରିବେଶ ଅନୁକୂଳ କରିବାକୁ ପୂର୍ବତଟ ରେଳପଥ ସମସ୍ତ ପ୍ରକାର ପ୍ରୟାସ ଜାରିରଖିଅଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସ୍କ୍ରାପ୍ ଅପସାରଣ ପ୍ରଣାଳୀରେ ଜଡିତ ସମସ୍ତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି।

ଚଳିତ ଆର୍ଥିକ ବର୍ଷ ଶେଷହେବାକୁ ଆହୁରି ୧୭ ଦିନ ପୂର୍ବରୁ, ପୂର୍ବ ତଟ ରେଳପଥ ରେଳ ବୋର୍ଡ ଦ୍ୱାରା ସ୍ଥିର ହୋଇଥିବା ୨୧୫ କୋଟି ଟଙ୍କା ଲକ୍ଷ୍ୟ ତୁଳନାରେ ସ୍କ୍ରାପ୍ ନିଷ୍କାସନରୁ ୨୧୫.୭୫ କୋଟିରୁ ଅଧିକ ଆୟ କରିଛି। ଏଥିରୁ ୱାଲଟିୟର ରେଳ ମଣ୍ଡଳ ୭୯.୧ କୋଟି ଟଙ୍କା, ଖୋର୍ଦ୍ଧା ରୋଡ ଡିଭିଜନ ୫୮.୨୧ କୋଟି, ସମ୍ବଲପୁର ୫୧.୯୩ କୋଟି, ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନା ୨୨.୧୯ କୋଟି ଏବଂ ପୁରୁଣା ରେଲକୁ ରେଳ ବିକାଶ ନିଗମ ଲିମିଟେଡ଼ କୁ ହସ୍ତାନ୍ତର କରି ୪.୩୨ କୋଟି ରାଜସ୍ୱ ହାସଲ କରିଛି।

ଚଳିତ ଆର୍ଥିକ ବର୍ଷରେ, ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଫେବୃୟାରୀ ମାସ ୧୩ ତାରିଖ ମଧ୍ୟରେ ୧୭୪ ଟି ଇ-ନିଲାମ କରିଛି ଯେଉଁଥିରେ ୱାଲଟିୟର, ଖୋର୍ଦ୍ଧା ରୋଡ, ସମ୍ବଲପୁରର ରେଳ ମଣ୍ଡଳ ସହିତ ମଞ୍ଚେଶ୍ୱର ସଵାରୀ ଡବା ମରାମତି କାରଖାନା ଏବଂ ରେଲୱେ ହୁଇଲ ଫ୍ୟାକଟୋରି (ରେଳ ଚକ କାରଖାନା RWF) କୁ ପୁନଃ ବ୍ୟବହାର ଏବଂ ଅନ୍ୟାନ୍ୟ ସାମଗ୍ରୀରେ ରୂପାନ୍ତର ପାଇଁ ପଠାଇଛି। ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆହୁରି ୧୭ ଦିନ ବାକିଥିବାବେଳେ ଅଧିକ ୧୮ ଟି ଇ-ନିଲାମ ପାଇଁ ଯୋଜନା କରିଛି।

ଉପଯୁକ୍ତ ଯୋଜନା ଏବଂ ସମନ୍ୱୟ ହେତୁ ଏହି ଉଲ୍ଲେଖନୀୟ ରାଜସ୍ୱ ସୃଷ୍ଟି ହୋଇପାରିଛି।  କଳକବଜା, ଯନ୍ତ୍ରପାତି ଓ ଅନ୍ୟାନ୍ୟ ଉପକରଣ ସହ ଜଡିତ ଶିଳ୍ପ ସଂସ୍ଥା ମାନଙ୍କରୁ ସ୍କ୍ରାପ୍ ର ଉତ୍ପତି ହୋଇଥାଏ। ଏହି ଉପକରଣ ଗୁଡିକର କାର୍ଯ୍ୟ କ୍ଷମତା ସମାପ୍ତ ହେବା ପରେ ଉତ୍ତମ କାର୍ଯ୍ୟ ଦକ୍ଷତା ତଥା ସୁରକ୍ଷା ପାଇଁ ସେଗୁଡିକୁ ପରିବର୍ତ୍ତନ କରିଦିଆ ଯାଇଥାଏ। ସ୍କ୍ରାପ୍ କୁ ଯଥାସମୟରେ ଅପସାରଣ କରିଦେବା ଉଚିତ, ଯଦ୍ୱାରା ଏଗୁଡ଼ିକୁ ରିସାଇକ୍ଳିଙ୍ଗ୍ କରାଯାଇ ଅନ୍ୟ କୌଣସି ବ୍ୟବହାରଯୋଗ୍ୟ ବସ୍ତୁରେ ରୂପାନ୍ତରଣ କରା ଯାଇପାରିବ। ଏହାଦ୍ୱାରା ମଧ୍ୟ ପରିବେଶ ନିର୍ମଳ ଓ ସ୍ୟାସ୍ଥ୍ୟକର ହେବା ସମ୍ଭବ ହୋଇଥାଏ।

ପୂର୍ବ ତଟ ରେଳପଥର ସଠିକ ସମୟରେ ସ୍କ୍ରାପ୍ ନିଷ୍କାସନ ପାଇଁ ସକ୍ରିୟ ପଦକ୍ଷେପ ନେଇଛି।  ସ୍କ୍ରାପ୍ ନିଷ୍କାସନର କାର୍ଯ୍ୟକଳାପ ଇ-ନିଲାମ ମାଧ୍ୟମରେ କରାଯାଉଛି ଯାହାକି ପୂର୍ବତଟ ରେଳପଥରେ ସମ୍ପୂର୍ଣ୍ଣ ଭାବେ ଅନ-ଲାଇନ ଅଟେ। ପୂର୍ବ ତଟ ରେଳପଥର ସାମଗ୍ରୀ ପରିଚାଳନା ବିଭାଗ ଏହାର ଉତ୍ସର୍ଗୀକୃତ IREPS (ଭାରତୀୟ ରେଳ ଇ-ପ୍ରୋକ୍ୟୁରିମେଣ୍ଟ ସିଷ୍ଟମ) ପୋର୍ଟାଲ ମାଧ୍ୟମରେ ୨୦୧୩ ମସିହା ଠାରୁ ଇ-ନିଲାମ କରିଆସୁଅଛି, ଯାହାକି ସ୍କ୍ରାପ୍ ସାମଗ୍ରୀର ଅପସାରଣ ପାଇଁ ଏକ ସ୍ୱଚ୍ଛ ପ୍ରକ୍ରିୟା ଏବଂ ଏହା ସମସ୍ତ ନିଲାମଧାରୀ ମାନଙ୍କୁ ଏକ ସ୍ୱଚ୍ଛ ସୁଯୋଗ ଦେଇଥାଏ। ଏହି ପଦ୍ଧତି ମଧ୍ୟ ମାନବ ହସ୍ତକ୍ଷେପରୁ ମୁକ୍ତ ହୋଇଥିବା ଯୋଗୁଁ ପରିଚାଳନାରେ ସ୍ୱଚ୍ଛତା ଆଣିଥାଏ। ପୂର୍ବତଟ ରେଳପଥରେ ଭାରତୀୟ ରେଳ ଇ-ପ୍ରୋକ୍ୟୁରିମେଣ୍ଟ ସିଷ୍ଟମ ପ୍ରଣାଳୀ ପୋର୍ଟାଲରେ ୪୦୦୦ ରୁ ଅଧିକ ନିଲାମଧାରୀ ପଞ୍ଜୀକୃତ ହୋଇସାରିଛନ୍ତି।

ଇ-ନିଲାମ ପ୍ରକ୍ରିୟାରେ, ଭାରତୀୟ ରେଳ ଇ-ପ୍ରୋକ୍ୟୁରିମେଣ୍ଟ ସିଷ୍ଟମ ପ୍ଲାଟଫର୍ମରେ ଅବ୍ୟବହୃତ ଓ ନିଷ୍କାସିତ ସାମଗ୍ରୀ ଗୁଡିକ ଅନଲାଇନରେ ପ୍ରକାଶିତ ହୋଇଥାଏ ଏବଂ ନିଲାମଧାରୀ ମାନଙ୍କୁ ଅନଲାଇନରେ ସେମାନଙ୍କର ପ୍ରକ୍ରିୟାକରଣ କରିବାକୁ ଅନୁମତି ଦିଆଯାଏ। ପୂର୍ବରୁ ସ୍ଥିର ହୋଇଥିବା ରିଜର୍ଭ ମୂଲ୍ୟଠାରୁ ଯଦି ସର୍ବାଧିକ ବିଡ୍ ପ୍ରାପ୍ତ ହୋଇଛି, ତେବେ ବିଡ୍ ସିଷ୍ଟମ୍ ଦ୍ୱାରା ଗ୍ରହଣ କରାଯାଏ ଏବଂ ଅଂଶଗ୍ରହଣକାରୀଙ୍କୁ ଲଟ୍ ବିକ୍ରୟ ଘୋଷିତ କରାଯାଇଥାଏ। କୌଣସି ମାନବିକ ହସ୍ତକ୍ଷେପ ବିନା ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ୍ ଅଟେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଷ୍ଟେସନ୍ ପୁନଃ ବିକାଶ ପ୍ରଗତିର ସମୀକ୍ଷା

ଭୁବନେଶ୍ଵର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ରେଳପଥର ମୁଖ୍ୟାଳୟ ଭୁବନେଶ୍ୱରର ରେଳ ସଦନ ଠାରେ ରେଳପଥ ଅଧୀନରେ ଥିବା ରେଳ ଷ୍ଟେସନ ଗୁଡିକର ପୁନଃ ବିକାଶର ଅଗ୍ରଗତି ସମୀକ୍ଷା କରିଛନ୍ତି।

ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ଚାଲୁରହିଥିବା ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦେଇଆସୁଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନିରନ୍ତର ନଜର ରଖିଛନ୍ତି।

ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ଶର୍ମା ରେଳପଥ ପରିସୀମା ମଧ୍ୟରେ ଥିବା ଷ୍ଟେସନ ଯଥା ଭୁବନେଶ୍ୱର, ଭୁବନେଶ୍ୱର ନୂଆ, ପୁରୀ, କଟକ ଷ୍ଟେସନର ପୁନଃ ବିକାଶର ଅଗ୍ରଗତି ସମୀକ୍ଷା କରିଛନ୍ତି।

ଚାଲୁରହିଥିବା ରେଳ ଭିତ୍ତିଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଷ୍ଟେସନଗୁଡିକର ସାମଗ୍ରିକ ସୌନ୍ଦର୍ଯ୍ୟକରଣରେ ଉନ୍ନତି ଆଣିବା ଏବଂ ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ଧ୍ୟାନ ଦେବାକୁ ଶ୍ରୀ ଶର୍ମା ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଜନସାଧାରଣ କୈନ୍ଦ୍ରିକ ରେଳ ପ୍ରକଳ୍ପର ନିର୍ମାଣ ସମୟରେ ଉପୁଜୁଥିବା ବାଧାକୁ ଏଡ଼ାଇବାପାଇଁ ତୃଣମୂଳ ସ୍ତରରୁ ପ୍ରସଙ୍ଗ ଗୁଡିକର ସମାଧାନ କରିବା ପାଇଁ ସମସ୍ତ ସହଭାଗୀ ମାନଙ୍କ ସହିତ ସଠିକ୍ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିବାବେଳେ ଲକ୍ଷ୍ୟ ଧାର୍ଯ୍ୟ କାର୍ଯ୍ୟଗୁଡିକୁ ସଠିକ ସମୟରେ ପୂର୍ଣ୍ଣ କରିବାକୁ ଅଧିକ ଗୁରୁତ୍ୱାରୋପ କରିଥିଲେ।

ପୁରୀ ଷ୍ଟେସନର ପୁନଃ ନିର୍ମାଣ ପାଇଁ ମୂଳଦୁଆ ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଭୁବନେଶ୍ୱର ଷ୍ଟେସନ ପୁନଃ ବିକାଶ କାର୍ଯ୍ୟ ପାଇଁ ଦୋକାନ, ଅନୁସନ୍ଧାନ କାଉଣ୍ଟର ସ୍ଥାନାନ୍ତର କାର୍ଯ୍ୟ ଶେଷ ହୋଇଛି। ସେହିଭଳି କଟକ ରେଳ ଷ୍ଟେସନରପୁନଃ ନିର୍ମାଣ ପାଇଁ ମୃତ୍ତିକା ଅନୁସନ୍ଧାନ/ପରୀକ୍ଷା ଚାଲୁରହିଛି। ଏହା ବ୍ୟତୀତ ଭୁବନେଶ୍ୱର ନୂଆ ଷ୍ଟେସନର ପୁନଃ ନିର୍ମାଣ ପାଇଁ ଯୋଜନା ଚାଦନ୍ତ ହୋଇସାରିଛି।

Categories
ଆଜିର ଖବର ରାଜ୍ୟ ଖବର

ରେଳପଥର ପ୍ରେରଣାପ୍ରଦ ମହିଳାଙ୍କୁ ପୂର୍ବତଟ ରେଳପଥ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ଵର: ଆଜି ରେଳ ଅଡିଟୋରିୟମ ଠାରେ ପୂର୍ବତଟ ରେଳପଥ ଏବଂ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ପାଳନ କରାଯାଇଥିଲା।

ଏହି ଅବସରରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ରେଳବାଇ ମହିଳାମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ସମୟରେ ଆନ୍ତରିକତା ଏବଂ ନିଷ୍ଠା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ମହାପ୍ରବନ୍ଧକ ଏହି ଅବସରରେ ଦକ୍ଷ ମହିଳା କର୍ମଚାରୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ଯେଉଁମାନେ କେବଳ ରେଳବାଇ ନୁହେଁ ଦେଶ ପାଇଁ ମଧ୍ୟ ଗୌରବ ଆଣିପାରିଛନ୍ତି। ଶ୍ରୀ ଶର୍ମା ଆହୁରି କହିଛନ୍ତି ଯେ, ଆମର ମୂଲ୍ୟବାନ ଯାତ୍ରୀମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ କଠିନ ପରିଶ୍ରମ କରୁଥିବା ଆମର ମହିଳା ଲୋକୋ ପାଇଲଟ, ଆସିଷ୍ଟାଣ୍ଟ ଲୋକୋ ପାଇଲଟ, ଗାର୍ଡ, ଟ୍ରାକମ୍ୟାନ୍ ଙ୍କ ସହିତ ସାଙ୍କେତିକ ଓ ଦୂରସଂଚାର ମହିଳା କର୍ମଚାରୀ, ସ୍ୱାସ୍ଥ୍ୟ କ୍ଷେତ୍ରରେ କର୍ତବ୍ୟରତ ମହିଳ କର୍ମଚାରୀ ଓ ରେଳବାଇ ସୁରକ୍ଷା ବଳ ମହିଳା କର୍ମଚାରୀମାନେ ମଧ୍ୟ ଏହି ରେଳବାଇକୁ ସର୍ବୋଚ୍ଚ ସ୍ତରକୁ ଆଣିବା ପାଇଁ କଠିନ ପରିଶ୍ରମ କରୁଛନ୍ତି।

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ଅବସରରେ ଉପସ୍ଥିତ ରେଳବାଇ ମହିଳା କର୍ମଚାରୀ ଓ ସେମାନଙ୍କର ପରିବାର ବର୍ଗଙ୍କୁ ସମ୍ବୋଧିତ କରି ଇକୋରୋ ସଭାପତି ଦିବ୍ୟା ଶର୍ମା କହିଛନ୍ତି ଯେ ମହିଳାମାନେ ପ୍ରଗତିର ପ୍ରତୀକ ! ମହିଳା ସଶକ୍ତିକରଣ ରାଷ୍ଟ୍ର ବିକାଶକୁ ସହାୟତା କରିବା ସହିତ ସଭ୍ୟତାକୁ ଅଗ୍ରଗତି କରିବାକୁ ଆଗେଇ ନେଇଥାଏ। ଶ୍ରୀମତୀ ଶର୍ମା ମଧ୍ୟ ପ୍ରତ୍ୟେକ ମହିଳା ଏବଂ ନାରୀତ୍ୱର ଅଦମ୍ୟ ଆତ୍ମାକୁ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟର ବରିଷ୍ଠ ପରାମର୍ଶଦାତା ଡଃ ଶ୍ରୀମତୀ ଅରୁନ୍ଧତୀ ସେନାପତି କହିଛନ୍ତି ଯେ ବିତ୍ପାତ ଓ ମହାମାରୀ ସମୟରେ ରେଳପଥ ମହିଳା କର୍ମଚାରୀମାନଙ୍କ ଉଲ୍ଲେଖନୀୟ ଓ ଉତ୍ସର୍ଗୀକୃତ ସେବା ଅତି ପ୍ରଶଂସନୀୟ। ସେ ମଧ୍ୟ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ବିଶେଷ ଭାବରେ ରୋଗ ଚିହ୍ନଟ ଏବଂ ଏହାର ନିରାକରଣ ବିଷୟରେ ଆଲୋକପାତ କରିଥିଲେ।

ମହାପ୍ରବନ୍ଧକ ଶ୍ରୀ ଶର୍ମା ଏବଂ ଇକୋରୋ ସଭାପତି ଦିବ୍ୟା ଶର୍ମା ମଧ୍ୟ ଏହି ଅବସରରେ ୫୦ ଜଣ ରେଳବାଇ ମହିଳାଙ୍କୁ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ସମୟରେ ଆନ୍ତରିକତା ଏବଂ ନିଷ୍ଠାପର ସେବା ସହିତ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ପାଳନ ପାଇଁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଥିଲା। ରେଳବାଇର ମହିଳା କର୍ମଚାରୀ ମାନଙ୍କ ଦ୍ୱାରା ମହିଳା ସଶକ୍ତିକରଣ ସମ୍ବନ୍ଧରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।

ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ସହିତ ବରିଷ୍ଠ ରେଳବାଇ ଅଧିକାରୀମାନେ ମଧ୍ୟ ଏହି ଅବସରରେ ଯୋଗଦାନ କରିଥିଲେ। ପୂର୍ବ ତଟ ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ତୁଷାର କାନ୍ତୀ ମଣ୍ଡଳ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଉପମୁଖ୍ୟ କାର୍ମିକ ଅଧିକାରୀ ପ୍ରଖର ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।  ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ପାଳନ ମଧ୍ୟ ପୂର୍ବତଟ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁର ଠାରେ ପାଳନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଛଅ ଜଣ ରେଳ କର୍ମଚାରୀ ପୁରସ୍କୃତ

ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ଛଅ ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟ ସମ୍ପାଦନ ସମୟରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ସତର୍କତା ପାଇଁ ପୁରସ୍କୃତ କରିଛନ୍ତି।

ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅନ୍ତର୍ଗତ ଗୋରଖନାଥ ଷ୍ଟେସନର ପଏଣ୍ଟସମ୍ୟାନ୍ ଅଜିତ ବାହିରା ଓ ଇଚ୍ଛାପୂରମ ଷ୍ଟେସନର ପଏଣ୍ଟସମ୍ୟାନ୍ ଜି ରାମବାବୁ ଏବଂ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ଲାଞ୍ଜିଗଡ଼ ରୋଡ୍ ଷ୍ଟେସନରେ କାର୍ଯ୍ୟରତ ପଏଣ୍ଟସମ୍ୟାନ୍ ଜଗନ୍ନାଥ ରଣାଙ୍କ ସହିତ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ଲୋଇଶିଙ୍ଗା ଷ୍ଟେସନର ଟ୍ରାକ ମେଣ୍ଟେନର ପ୍ରସନ୍ନ କୁମାର ତ୍ରିପାଠୀ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ଧାନମଣ୍ଡଳ ରେଳ ଷ୍ଟେସନର ଟ୍ରାକ ମେଣ୍ଟେନର ମଦନ କୁମାର ସିଂ ସେମାନଙ୍କର କାର୍ଯ୍ୟରତ ସମୟରେ ଚଳନ୍ତା ଟ୍ରେନ ଗୁଡିକର ହଟ ଆକ୍ସିଲ ଚିହ୍ନଟ କରି ଟ୍ରେନ ଚଳାଚଳରେ ସମ୍ଭାବ୍ୟ ଦୁର୍ଘଟଣା ଏଡାଇ ପାରିଥିବାରୁ ସେମାନଙ୍କୁ ମହାପ୍ରବନ୍ଧକ ଶ୍ରୀ ଶର୍ମା ବିଶେଷ ଭାବେ ସମ୍ମାନିତ କରିଛନ୍ତି।

ଏହା ବ୍ୟତୀତ ସମ୍ବଲପୁର କଣ୍ଟ୍ରୋଲରେ କାର୍ଯ୍ୟ କରୁଥିବା ସିନିୟର ସେକ୍ସନ୍ ଇଞ୍ଜିନିୟର ଏସ୍ କେ ମହାପାତ୍ର ହଟ୍ ଆକ୍ସିଲ ରିପୋର୍ଟ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଯାହା ଦ୍ୱାରା ଟ୍ରେନ୍ କୁ ମାର୍ଗରେ ଅଟକରଖାଯାଇ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଥିଲା।

ଉପରୋକ୍ତ କର୍ମକର୍ତ୍ତାଙ୍କୁ ସମ୍ମାନିତ କରି ମନୋଜ ଶର୍ମା କହିଛନ୍ତି ଯେ ଗ୍ୟାଙ୍ଗମେନ, ଟ୍ରଲିମେନ, ଗେଟମେନ, ଓଏଚଇ ଖଲାସି ଏବଂ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କ୍ୟାଡରଙ୍କ କଠିନ ପରିଶ୍ରମ ଏବଂ ସତର୍କତା, ଯେଉଁମାନେ ନିରାପଦରେ ଟ୍ରେନ ଚଳାଚଳ ପାଇଁ ପୂର୍ବ ତଟ ରେଳପଥରେ ଦିନରାତି କଠିନ ପରିଶ୍ରମ କରୁଛନ୍ତି ସେମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା ଉଚିତ୍। ସେ ମଧ୍ୟ ରେଳବାଇ କର୍ମଚାରୀଙ୍କୁ ନିବେଦନ କରିଛନ୍ତି ଯେ କାର୍ଯ୍ୟରତ ଥିବା ସମୟରେ ସତର୍କ ରୁହନ୍ତୁ ଯାହା ଦ୍ୱାରା ଯାତ୍ରୀ ଏବଂ ଟ୍ରେନ୍ ନିରାପତ୍ତା ସମ୍ଭବ ହୋଇପାରିବ।

ଏହି ଅବସରରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଏବଂ ରେଳପଥର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ​

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଅନୁଗୁଳ-ସୁକିନ୍ଦା ରେଳ ଲାଇନରେ ପଣ୍ୟ ଦ୍ରବ୍ୟ ପରିବହନ ପାଇଁ ମିଳିଲା ସ୍ୱୀକୃତି

ଭୁବନେଶ୍ବର: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ଅନୁଗୁଳ-ସୁକିନ୍ଦା ନୂତନ ରେଳ ମାର୍ଗରେ ଅନୁଗୁଳ ଜିଲ୍ଲାର ବୁଢାପଙ୍କ ଷ୍ଟେସନ ଓ ଯାଜପୁର ଜିଲ୍ଲାର ସୁକିନ୍ଦା ନିକଟସ୍ଥ ବାଘୁଆପାଳ ଷ୍ଟେସନ ମଧ୍ୟରେ 92.825 କିଲୋମିଟର ଦୈର୍ଘ୍ୟ ବ୍ରଡ ଗେଜ୍ ସିଙ୍ଗଲ ବିଦ୍ୟୁତକରଣ ରେଳ ଲାଇନ ସେକ୍ସନରେ ପଣ୍ୟ ପରିବହନ ପାଇଁ ଅନୁମତି ଦିଆଯାଇଛି।  ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଏହି ସଫଳତା ପାଇଁ ଅନୁଗୁଳ ସୁକିନ୍ଦା ରେଳ ଲାଇନ ଲିମିଟେଡ଼ ଓ ରେଳ ବିକାଶ ନିଗମ ଲିମିଟେଡ଼ କୁ ଅଭିନନ୍ଦନ ଜଣାଇଛନ୍ତି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ଏକ ସିନିୟର ଆଡମିନିଷ୍ଟ୍ରେଟିଭ୍ ଗ୍ରେଡ୍ (ଏସଏଜି) କମିଟି ଗଠନ କରାଯାଇ ସମସ୍ତ ନିରାପତ୍ତା ଓ ଟ୍ରେନ ଚଳାଚଳ ସମ୍ବନ୍ଧୀୟ ଦିଗ ସମ୍ବନ୍ଧରେ ରିପୋର୍ଟ ଦେବାକୁ କହିଥିଲେ ଯେଉଁଥିରେ ରେଳପଥର ମୁଖ୍ୟ ନିରାପତ୍ତା ଅଧିକାରୀ (ସିଏସଓ), ମୁଖ୍ୟ ଟ୍ରାକ ଇଞ୍ଜିନିୟର (ସିଟିଇ), ମୁଖ୍ୟ ବୈଦ୍ୟୁତିକ ବିତରଣ ଇଞ୍ଜିନିୟର ଏବଂ ରେଳ ବିକାଶ ନିଗମ ଲିମିଟେଡ୍ ର ମୁଖ୍ୟ ପ୍ରୋଜେକ୍ଟ ମ୍ୟାନେଜର ମନୋନୀତ ହୋଇଥିଲେ। ଏହି ଏସଏଜି କମିଟି ପୂର୍ବତଟ ରେଳପଥ ମୁଖ୍ୟାଳୟ ଓ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଫେବୃୟାରୀ ମାସ 21 ତାରିଖ ଦିନ 92.825 କିଲୋମିଟର ଦୈର୍ଘ୍ୟ ନୂତନ ରେଳ ଲାଇନ୍କୁ ନୀରିକ୍ଷଣ କରି 23 ଫେବୃଆରୀ 2023 ରେ ସେମାନଙ୍କର ଯାଞ୍ଚ ରିପୋର୍ଟ ଦାଖଲ କରିଥିଲେ।

ଏହାପୂର୍ବରୁ ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) ବୁଢାପଙ୍କ ଏବଂ ବାଘୁଆପାଳ ଷ୍ଟେସନ ୟାର୍ଡ ଯାଞ୍ଚ କରି ଷ୍ଟେସନ ୟାର୍ଡର ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥିଲେ ଯାହା ବର୍ତ୍ତମାନ ପଣ୍ୟ ବାହୀ ଟ୍ରେନ୍ ଚଳାଇବା ପାଇଁ ସମସ୍ତ ନିରାପତ୍ତା ଦୃଷ୍ଟିକୋଣ ଅନୁଧ୍ୟାନ କରାଯାଇଛି।

ଏସଏଜି କମିଟିର ଯାଞ୍ଚ ରିପୋର୍ଟର ଅନୁପାଳନ ଉପରେ ଆଧାର କରି ଏବଂ ବିଭିନ୍ନ ଡକ୍ୟୁମେଣ୍ଟ / ସାର୍ଟିଫିକେଟ୍ ତର୍ଜମା କରାଯାଇ ରେଳବାଇ ବୋର୍ଡ ଦ୍ୱାରା ଦିଆଯାଇଥିବା କ୍ଷମତା ଅନୁଯାୟୀ ମହାପ୍ରବନ୍ଧକ ନୂତନ ବ୍ରୋଡ ଗେଜ୍ ଏଲେକ୍ଟ୍ରିଫାଏଡ ସିଙ୍ଗଲ୍ ଲାଇନ୍ ସେକ୍ସନ୍ ରେ ପଣ୍ୟବାହୀ ଟ୍ରେନ ଚଳାଚଳ ପାଇଁ ବଳବତ୍ତର ଥିବା ସମସ୍ତ ସ୍ଥାୟୀ ତଥା ଅସ୍ଥାୟୀ ଗତିର ପ୍ରତିବନ୍ଧକ ଅନୁଯାୟୀ ଅନୁମତି ଦେଇଛନ୍ତି ଯାହାର ସର୍ବାଧିକ ଅନୁମତିପ୍ରାପ୍ତ ବେଗ 65 କିଲୋମିଟର ଅଟେ। ସ୍ଥାୟୀ ତଥା ଅସ୍ଥାୟୀ ଗତିର ପ୍ରତିବନ୍ଧକ ସମୟ ସମୟରେ ଲାଗୁ ହୋଇପାରେ।

ଅନୁଗୁଳ-ସୁକିନ୍ଦା ରେଲୱେ ଲିମିଟେଡ୍ (ASRL), 20 ଫେବୃଆରୀ 2009 ରେ ରେଳ ମନ୍ତ୍ରଣାଳୟ ଦ୍ୱାରା ରେଳ ବିକାଶ ନିଗମ ଲିମିଟେଡ୍ (RVNL) ମାଧ୍ୟମରେ ବୁଢାପଙ୍କ ଷ୍ଟେସନ (ଅନୁଗୁଳ) ଓ ବାଗୁଆପାଳ ଷ୍ଟେସନ୍ (ସୁକିନ୍ଦା) ମଧ୍ୟରେ ସିଙ୍ଗଲ ରେଳ ଲାଇନ ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ପାଇଁ ଏକ ଏସପିଭି ଅନ୍ତର୍ଭୁକ୍ତ କରାଯାଇଛି। ଏହି ନୂତନ ରେଳ ଲାଇନ ଓଡ଼ିଶାର ଲୁହାପଥର ସମୃଦ୍ଧ ଅଞ୍ଚଳ (ଜୋଡା-ବଡ଼ବିଲ) ଓ ଅନୁଗୁଳ ଅଞ୍ଚଳରେ ଥିବା ଇସ୍ପାତ ଏବଂ ସ୍ପଞ୍ଜ ଲୁହା ଶିଳ୍ପ ମଧ୍ୟରେ ସିଧାସଳଖ ଲିଙ୍କ ଯୋଗାଇବ। ଏହା ମଧ୍ୟ କଳିଙ୍ଗନଗର ଶିଳ୍ପାଞ୍ଚଳର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ ତାଳଚେର କୋଇଲା ଖଣି ବେଲ୍ଟ ମଧ୍ୟରେ ଦୂରତ୍ୱ ହ୍ରାସ କରିବ ଏବଂ ଯାତାୟାତ ମୁକ୍ତ ବିକଳ୍ପ ମାର୍ଗ ଯୋଗାଇବ। ଏହା ମଧ୍ୟ ଅନୁଗୁଳ ଅଞ୍ଚଳର ଇସ୍ପାତ କାରଖାନା, ନାଲକୋ ଏବଂ ଓଡିଶାର କଳିଙ୍ଗନଗର ଅଞ୍ଚଳରେ ଅବସ୍ଥିତ ଇଣ୍ଡଷ୍ଟ୍ରିଜ୍ କ୍ଲଷ୍ଟରର ନିକଟବର୍ତ୍ତୀ ହେବ। କଳିଙ୍ଗନଗର କମ୍ପ୍ଲେକ୍ସରୁ ମୁମ୍ବାଇ ଏବଂ ଦିଲ୍ଲୀର ତାଲଚର-ସମ୍ବଲପୁର-ଝାରସୁଗୁଡା ଦେଇ ଇସ୍ପାତ କାରଖାନାର ଫିନିଷଡ଼ ଉତ୍ପାଦ ପଠାଇବା ମଧ୍ୟ ଖଡ଼ଗ୍ପୁର ଦେଇ ଯାଉଥିବା ମାର୍ଗ ତୁଳନାରେ ନୂତନ ଆଲାଇନମେଣ୍ଟ ଏବଂ ସହଜ ହେବ।

ରେଳ ମନ୍ତ୍ରଣାଳୟ ଏବଂ ASRL ମଧ୍ୟରେ 14 ମଇ 2010 ରେ ସ୍ୱାକ୍ଷରିତ ହୋଇଥିବା କନ୍ସେସନ ଚୁକ୍ତିରେ ଧାର୍ଯ୍ୟ କରାଯାଇଥିବା ପବ୍ଲିକ୍ ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମଡେଲ ମାଧ୍ୟମରେ ଏହି ପ୍ରକଳ୍ପକୁ ଅର୍ଥ ପ୍ରଦାନ କରାଯାଉଛି। ଏହି ପ୍ରକଳ୍ପ ପାଇଁ ପାଣ୍ଠି ଢାଞ୍ଚା ଷ୍ଟେକ-ହୋଲ୍ଡରଙ୍କ ଇକ୍ୱିଟି-ଅଂଶଗ୍ରହଣ ଏବଂ ବଜାରରୁ ଉଠାଯାଇଥିବା ଋଣ ମାଧ୍ୟମରେ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ନାରାୟଣଗଡ-ଭଦ୍ରକ ତୃତୀୟ ଲାଇନ ନିର୍ମାଣ କାର୍ଯ୍ୟ: ବାତିଲ୍ ହେବ ଅନେକ ଟ୍ରେନ

ଭୁବନେଶ୍ଵର: ନାରାୟଣଗଡ-ଭଦ୍ରକ ତୃତୀୟ ଲାଇନ ନିର୍ମାଣ କାର୍ଯ୍ୟ ସମ୍ପର୍କିତ ଖଡ଼ଗ୍ପୁର ରେଳ ମଣ୍ଡଳ ଅନ୍ତର୍ଗତ ରାଣୀତାଲ ଷ୍ଟେସନରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ପୂର୍ବତଟ ରେଳପଥ ପରିସୀମାରୁ ଛାଡୁଥିବା, ଯାତ୍ରା ସମାପ୍ତ କରୁଥିବା ଏବଂ ପୂର୍ବତଟ ରେଳପଥ ମଧ୍ୟଦେଇ ଯାତାୟାତ କରୁଥିବା କିଛି ଟ୍ରେନ ନିମ୍ନ ଅନୁଯାୟୀ ପ୍ରଭାବିତ ହେବ।

ଟ୍ରେନ୍ ବାତିଲ୍:

01 . 18021 ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ୍ ଏକ୍ସପ୍ରେସ 25, 26, 28 ଫେବୃଆରୀ, 2023 ଏବଂ 2, 5, 6 ମାର୍ଚ୍ଚ, 2023 ରେ ବାତିଲ ରହିବ।

02 . 18022 ଖୋର୍ଦ୍ଧା ରୋଡ୍-ଖଡ଼ଗ୍ପୁର ଏକ୍ସପ୍ରେସ 25, 26, 28 ଫେବୃଆରୀ, 2023 ଏବଂ 2, 5, 6 ମାର୍ଚ୍ଚ, 2023 ରେ ବାତିଲ ରହିବ।

03 . 08031 ବାଲେଶ୍ୱର-ଭଦ୍ରକ୍ ପାସେଞ୍ଜର ସ୍ପେଶାଲ୍ 25 ଫେବୃଆରୀରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ୍ ରହିବ।

04 . 08032 ଭଦ୍ରକ-ବାଲେଶ୍ୱର ପାସେଞ୍ଜର ସ୍ପେଶାଲ୍ 25 ଫେବୃଆରୀରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ୍ ରହିବ।

05 . 12821 ଶାଲିମାର-ପୁରୀ ଧଉଳି ସୁପର ଫାଷ୍ଟ ଏକ୍ସପ୍ରେସ 25 ଫେବୃଆରୀରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ ରହିବ।

06. 12822 ପୁରୀ-ଶାଲିମାର ଧଉଳି ସୁପର ଫାଷ୍ଟ ଏକ୍ସପ୍ରେସ 25 ଫେବୃଆରୀରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ ରହିବ।

07. 12892 ଭୁବନେଶ୍ୱର-ବାଙ୍ଗିରିପୋଷି ଏକ୍ସପ୍ରେସ 26 ଫେବୃଆରୀରେ ଏବଂ 1 ମାର୍ଚ୍ଚରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ ରହିବ।

08. 12891 ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ 26 ଫେବୃଆରୀ ଏବଂ 2 ରୁ 7 ମାର୍ଚ୍ଚ, 2023 ରେ ବାତିଲ ରହିବ।

09. 12073 ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ 3 ରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ ରହିବ।

10. 12074 ଭୁବନେଶ୍ୱର-ହାଓଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ 3 ରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ ରହିବ।

11. 12277 ହାଓଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ 3 ରୁ 6 ମାର୍ଚ୍ଚ, 2023 ପର୍ଯ୍ୟନ୍ତ ବାତିଲ ରହିବ।

12. 12278 ପୁରୀ-ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ 3 ରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ ରହିବ।

13. 08416 ପୁରୀ-ଜଲେଶ୍ୱର ପାସେଞ୍ଜର ସ୍ପେଶାଲ୍ 4 ରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ୍ ରହିବ।

14. 08415 ଜଲେଶ୍ୱର-ପୁରୀ ପାସେଞ୍ଜର ସ୍ପେଶାଲ୍ 4 ରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ୍ ରହିବ।

15. 18037 ଖଡ଼ଗ୍ପୁର-ଯାଜପୁର କେନ୍ଦୁଝର ରୋଡ ଏକ୍ସପ୍ରେସ 4 ରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ ରହିବ।

16. 18038 ଯାଜପୁର କେନ୍ଦୁଝର ରୋଡ-ଖଡ଼ଗ୍ପୁର ଏକ୍ସପ୍ରେସ 4 ରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ ରହିବ।

17. 12875 ପୁରୀ-ଆନନ୍ଦ ବିହାର ନୀଳାଚଳ ଏକ୍ସପ୍ରେସ 3 ଏବଂ 5 ମାର୍ଚ୍ଚ, 2023 ରେ ବାତିଲ ରହିବ।

18. 12876 ଆନନ୍ଦ ବିହାର-ପୁରୀ ନୀଳାଚଳ ଏକ୍ସପ୍ରେସ 5 ଏବଂ 7 ମାର୍ଚ୍ଚ, 2023 ରେ ବାତିଲ ହୋଇ ରହିବ |

19. 22851 ସାନ୍ତ୍ରାଗଛି- ମାଙ୍ଗାଲୁରୁ ଏକ୍ସପ୍ରେସ 23 ଫେବୃଆରୀ ଏବଂ 2 ମାର୍ଚ୍ଚ 2023 ରେ ବାତିଲ ରହିବ।

20. 22852 ମାଙ୍ଗାଲୁରୁ-ସାନ୍ତ୍ରାଗଛି ଏକ୍ସପ୍ରେସ 25 ଫେବୃଆରୀ ଏବଂ 4 ମାର୍ଚ୍ଚ 2023 ରେ ବାତିଲ ରହିବ।

21. 22825 ଶାଲିମାର-ଚେନ୍ନାଇ ଏକ୍ସପ୍ରେସ 28 ଫେବୃଆରୀ, 2023 ରେ ବାତିଲ ରହିବ।

22. 22826 ଚେନ୍ନାଇ-ଶାଲିମାର ଏକ୍ସପ୍ରେସ 1 ମାର୍ଚ୍ଚ 2023 ରେ ବାତିଲ ରହିବ।

23. 12245 ହାଓଡ଼ା-ବେଙ୍ଗାଲୁରୁ ଦୁରନ୍ତ ଏକ୍ସପ୍ରେସ 28 ଫେବୃଆରୀ, 1, 3 ରୁ 5 ମାର୍ଚ୍ଚ 2023 ରେ ବାତିଲ ହୋଇ ରହିବ।

24. 12246 ବେଙ୍ଗାଲୁରୁ-ହାଓଡ଼ା ଦୁରନ୍ତ ଏକ୍ସପ୍ରେସ 2, 3 ଏବଂ 5 ମାର୍ଚ୍ଚ 2023 ରେ ବାତିଲ ରହିବ।

25. 12704 ସିକନ୍ଦରାବାଦ-ହାଓଡ଼ା ଫଲକନୁମା ଏକ୍ସପ୍ରେସ 26 ଓ 28 ଫେବୃଆରୀ ଏବଂ 2, 3 ଓ 5 ମାର୍ଚ୍ଚ, 2023 ରେ ବାତିଲ ରହିବ।

26. 12703 ହାଓଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ 28 ଫେବୃଆରୀ ଏବଂ 2, 3, 4 ଏବଂ 6 ମାର୍ଚ୍ଚ, 2023 ରେ ବାତିଲ ହୋଇ ରହିବ।

27. 20890 ତିରୁପତି-ହାଓଡ଼ା ହମସଫର ଏକ୍ସପ୍ରେସ 26 ଫେବୃଆରୀ ଏବଂ 5 ମାର୍ଚ୍ଚ 2023 ରେ ବାତିଲ ହୋଇ ରହିବ।

28. 20889 ହାଓଡ଼ା-ତିରୁପତି ହମସଫର ଏକ୍ସପ୍ରେସ 25 ଫେବୃଆରୀ ଏବଂ 4 ମାର୍ଚ୍ଚ 2023 ରେ ବାତିଲ ହୋଇ ରହିବ।

29. 12816 ଆନନ୍ଦ ବିହାର-ପୁରୀ ନନ୍ଦନକାନକ ଏକ୍ସପ୍ରେସ 25 ଓ 27 ଫେବୃଆରୀ ଏବଂ 1 ଓ 4 ମାର୍ଚ୍ଚ, 2023 ରେ ବାତିଲ ରହିବ।

30. 12815 ପୁରୀ-ଆନନ୍ଦ ବିହାର ନନ୍ଦନକାନକ ଏକ୍ସପ୍ରେସ 27 ଫେବୃଆରୀ ଏବଂ 1, 4 ଓ 6 ମାର୍ଚ୍ଚ, 2023 ରେ ବାତିଲ ରହିବ।

31. 12864 ବେଙ୍ଗାଲୁରୁ-ହାଓଡ଼ା ଏକ୍ସପ୍ରେସ 26 ଓ 28 ଫେବୃଆରୀରେ ଏବଂ 2 ରୁ 5 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ ରହିବ।

32. 12863 ହାଓଡ଼ା-ବେଙ୍ଗାଲୁରୁ ଏକ୍ସପ୍ରେସ 28 ଫେବୃଆରୀ ଏବଂ 2 ରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ ରହିବ।

33. 22305 ବେଙ୍ଗାଲୁରୁ-ଜସିଡିହ ଏକ୍ସପ୍ରେସ 26 ଫେବୃଆରୀ ଏବଂ 5 ମାର୍ଚ୍ଚ 2023 ରେ ବାତିଲ ହୋଇ ରହିବ।

34. 22306 ଜସିଡିହ-ବେଙ୍ଗାଲୁରୁ ଏକ୍ସପ୍ରେସ 24 ଫେବୃଆରୀ ଏବଂ 3 ମାର୍ଚ୍ଚ 2023 ରେ ବାତିଲ ରହିବ।

35. 12503 ବେଙ୍ଗାଲୁରୁ-ଅଗରତାଲା ହମସଫର ଏକ୍ସପ୍ରେସ 28 ଫେବୃଆରୀ ଏବଂ 3 ମାର୍ଚ୍ଚ 2023 ରେ ବାତିଲ ରହିବ।

36. 12504 ଅଗରତାଲା-ବେଙ୍ଗାଲୁରୁ ହମସଫର ଏକ୍ସପ୍ରେସ 5 ମାର୍ଚ୍ଚ 2023 ରେ ବାତିଲ ରହିବ।

37. 22604 ଭିଲୁପୁରମ୍-ଖଡଗପୁର ଏକ୍ସପ୍ରେସ 28 ଫେବୃଆରୀ, 2023 ରେ ବାତିଲ ରହିବ।

38. 22603 ଖଡଗପୁର-ଭିଲୁପୁରମ୍ ଏକ୍ସପ୍ରେସ 2 ମାର୍ଚ୍ଚ 2023 ରେ ବାତିଲ ରହିବ।

39. 07046 ସିକନ୍ଦରାବାଦ-ଡିବୃଗଡ଼ ସ୍ପେଶାଲ୍ 2 ମାର୍ଚ୍ଚ 2023 ବାତିଲ୍ ରହିବ।

40. 22888 ବେଙ୍ଗାଲୁରୁ-ହାଓଡ଼ା ଏକ୍ସପ୍ରେସ୍ 2 ମାର୍ଚ୍ଚ 2023 ରେ ବାତିଲ୍ ହୋଇ ରହିବ।

41. 22887 ହାଓଡ଼ା-ବେଙ୍ଗାଲୁରୁ ଏକ୍ସପ୍ରେସ 28 ଫେବୃଆରୀ, 2023 ରେ ବାତିଲ ରହିବ।

42. 18046 ହାଇଦ୍ରାବାଦ-ଶାଲିମାର ଇଷ୍ଟକୋଷ୍ଟ ଏକ୍ସପ୍ରେସ 3 ଏବଂ 5 ମାର୍ଚ୍ଚ 2023 ରେ ବାତିଲ ରହିବ।

43. 18045 ଶାଲିମାର-ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ 5 ଏବଂ 6 ମାର୍ଚ୍ଚ 2023 ରେ ବାତିଲ ରହିବ।

44. 22832 ପ୍ରଶାନ୍ତି ନୀଲୟମ-ହାଓଡ଼ା ଏକ୍ସପ୍ରେସ 3 ମାର୍ଚ୍ଚ 2023 ରେ ବାତିଲ ହୋଇ ରହିବ।

45. 22831 ହାଓଡ଼ା-ପ୍ରଶାନ୍ତି ନୀଲୟମ ଏକ୍ସପ୍ରେସ 1 ମାର୍ଚ୍ଚ 2023 ରେ ବାତିଲ ରହିବ।

46. 15905 କନ୍ୟାକୁମାରୀ-ଡିବୃଗଡ଼ ଏକ୍ସପ୍ରେସ 2 ମାର୍ଚ୍ଚ 2023 ରେ ବାତିଲ ରହିବ।

47. 15906 ଡିବୃଗଡ଼-କନ୍ୟାକୁମାରୀ ଏକ୍ସପ୍ରେସ 28 ଫେବୃଆରୀ, 2023 ରେ ବାତିଲ ରହିବ।

48. 12513 ସିକନ୍ଦରାବାଦ-ଗୌହାଟୀ ଏକ୍ସପ୍ରେସ 4 ମାର୍ଚ୍ଚ 2023 ରେ ବାତିଲ ରହିବ।

49. 12514 ଗୌହାଟୀ-ସିକନ୍ଦରାବାଦ ଏକ୍ସପ୍ରେସ 2 ମାର୍ଚ୍ଚ 2023 ରେ ବାତିଲ ରହିବ।

50. 22606 ଭିଲୁପୁରମ୍-ପୁରୁଲିଆ ଏକ୍ସପ୍ରେସ 4 ମାର୍ଚ୍ଚ, 2023 ରେ ବାତିଲ ରହିବ।

51. 22605 ପୁରୁଲିଆ-ଭିଲୁପୁରମ୍ ଏକ୍ସପ୍ରେସ 6 ମାର୍ଚ୍ଚ 2023 ରେ ବାତିଲ ରହିବ।

52. 22855 ସାନ୍ତ୍ରାଗଛି-ତିରୁପତି ଏକ୍ସପ୍ରେସ 5 ମାର୍ଚ୍ଚ 2023 ରେ ବାତିଲ ରହିବ।

53. 22856 ତିରୁପତି-ସାନ୍ତ୍ରାଗଛି ଏକ୍ସପ୍ରେସ 6 ମାର୍ଚ୍ଚ 2023 ରେ ବାତିଲ ରହିବ।

54. 22863 ହାଓଡ଼ା-ବେଙ୍ଗାଲୁରୁ ଏକ୍ସପ୍ରେସ 6 ମାର୍ଚ୍ଚ 2023 ରେ ବାତିଲ ହୋଇ ରହିବ।

55. 22864 ବେଙ୍ଗାଲୁରୁ -ହାଓଡ଼ା ଏକ୍ସପ୍ରେସ 8 ମାର୍ଚ୍ଚ 2023 ରେ ବାତିଲ ରହିବ।

ଟ୍ରେନର ମାର୍ଗ ପରିବର୍ତ୍ତନ:

1. 22823 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ 27 ଫେବୃଆରୀ, 3 ମାର୍ଚ୍ଚ ଏବଂ 6 ମାର୍ଚ୍ଚ, 2023 ରେ ଭୁବନେଶ୍ୱର-ଝାରସୁଗୁଡା-ରାଉରକେଲା-ଟାଟାନଗର ଦେଇ ପରିବର୍ତିତ ମାର୍ଗରେ ଯାତ୍ରା କରିବ।

2. 22824 ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ 2 ଏବଂ 4 ମାର୍ଚ୍ଚ 2023 ରେ ନୂଆଦିଲ୍ଲୀ ଛାଡି ଟାଟାନଗର-ରାଉରକେଲା-ଝାରସୁଗୁଡା ହୋଇ ପରିବର୍ତିତ ମାର୍ଗରେ ଯାତ୍ରା କରିବ।

3. 22811 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ 1 ମାର୍ଚ୍ଚ 2023 ରେ ଭୁବନେଶ୍ୱର ଛାଡି ଝାରସୁଗୁଡା-ରାଉରକେଲା-ସିନି-ଚଣ୍ଡିଲ-ଅନାରା-ଭୋଜୁଡିହ-ଏନଏସସିବି ଗୋମୋହ ଦେଇ ପରିବର୍ତିତ ମାର୍ଗରେ ଯାତ୍ରା କରିବ।

4. 12246 ବେଙ୍ଗନାଲୁରୁ-ହାଓଡ଼ା ଦୁରନ୍ତ ଏକ୍ସପ୍ରେସ୍ 26 ଏବଂ 28 ଫେବୃଆରୀ, 2023 ରେ କଟକ-ଜାରୋଲି-ରାଜଖରସୁଆଁ-ଟାଟାନଗର-ଖଡଗପୁର ଦେଇ ପରିବର୍ତିତ ମାର୍ଗରେ ଯାତ୍ରା କରିବ।

ଟ୍ରେନର ଆଂଶିକ ବାତିଲ:

08063/08064 ଖଡଗପୁର-ଭଦ୍ରକ-ଖଡଗପୁର ମେମୁ ସ୍ପେଶାଲ୍ 25 ଫେବୃଆରୀରୁ 6 ମାର୍ଚ୍ଚ, 2023 ମଧ୍ୟରେ ବାଲେଶ୍ୱର ଓ ଭଦ୍ରକ ମଧ୍ୟରେ ଚଳାଚଳ କରିବ ଓ ଉଭୟ ପାର୍ଶ୍ୱରୁ ବାଲେଶ୍ୱର ଓ ଖଡ଼ଗ୍ପୁର ମଧ୍ୟରେ ବାତିଲ ରହିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶେଷରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପାଇଁ ଜଙ୍ଗଲ ଜମିକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ଜଙ୍ଗଲ ଅନୁମୋଦନ ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଏବଂ ପରିବେଶ ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପେନ୍ଦର ଯାଦବ ଜୀଙ୍କର ସହାୟତା ଯୋଗୁଁ ସଫଳ ହୋଇ ପାରିଛି । ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ଥିବା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ୧୧୨ କିଲୋମିଟରରୁ ୧୮୦ କିଲୋମିଟର ମଧ୍ୟରେ ୬୮ କିଲୋମିଟର ରେଳ ଲାଇନ ପାଇଁ ବର୍ତ୍ତମାନ ଜଙ୍ଗଲ ଅନୁମୋଦନ ଦିଆଯାଇଛି ।

ଏହି ପ୍ରକଳ୍ପ ବଲାଙ୍ଗୀର, ସୋନପୁର, ଫୁଲବାଣୀ, ବୌଦ୍ଧ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ସଂଯୋଗ କରିବ ଏବଂ ପଶ୍ଚିମ ଏବଂ ଉପକୂଳ ଓଡିଶା ମଧ୍ୟରେ ଆଉ ଏକ ରେଳ ସଂଯୋଗ ସ୍ଥାପନ କରିବ ।

୧୯୯୪-୯୫ ରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଥିଲା। ଜଙ୍ଗଲ ମଞ୍ଜୁରୀ ସହିତ ଅନେକ ସମସ୍ୟା ପାଇଁ ଏହି ପ୍ରକଳ୍ପ ବିଳମ୍ବିତ ହେଉଥିଲା। ୨୦୧୪-୧୫ ରୁ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯାଇଛି। ଅଦ୍ୟାବଧି, ୩୦୧ କିମି ମଧ୍ୟରୁ ୧୧୫ କିଲୋମିଟର (ଖୋର୍ଦ୍ଧା ରୋଡରୁ ନୂଆଗାଁ ପର୍ଯ୍ୟନ୍ତ ୯୦ କିଲୋମିଟର) ଏବଂ ବଲାଙ୍ଗୀରରୁ ଝରତରଭା ପର୍ଯ୍ୟନ୍ତ ୨୫ କିଲୋମିଟର) ରେଳ ଲାଇନ କାର୍ଯ୍ୟକ୍ଷମ ହୋଇଛି ।

ଖୋର୍ଦ୍ଧା ରୋଡ଼ ପାର୍ଶ୍ୱରୁ ନୂଆଗାଁ ଠାରୁ ଦଶପଲ୍ଲା ଏବଂ ବଲାଙ୍ଗୀର ପାର୍ଶ୍ୱରୁ ଝରତରଭା ଠାରୁ ଖମ୍ବେଶ୍ୱରପାଲି ପର‌୍ୟ୍ୟନ୍ତ ନିର୍ମାଣ କାର‌୍ୟ୍ୟ ଚଳିତ ଆର୍ଥିକ ବର୍ଷ ସୁଦ୍ଧା କାର‌୍ୟ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆବଶ୍ୟକ ଜମି ଏବଂ ଜଙ୍ଗଲ ମଞ୍ଜୁର ହସ୍ତାନ୍ତର କରିବାରେ ବିଳମ୍ବ ହେତୁ ପ୍ରକଳ୍ପର ମନ୍ଥର ଅଗ୍ରଗତି ହୋଇଥିଲା। ଜଙ୍ଗଲ ମଞ୍ଜୁର ଏବଂ କାର‌୍ୟ୍ୟ ଅନୁମତି ଦଶପଲ୍ଲା ଏବଂ ପୁରୁଣାକଟକ (କିମି ୧୧୨ – କିମି ୧୮୦) ମଧ୍ୟରେ ଥିବା ୧୪୬୯ ଏକର ଜଙ୍ଗଲ ଜମି ପାଇଁ ବିଚାରାଧୀନ ଥିଲା।

ମାର୍ଚ୍ଚ ୨୦୨୩ ସୁଦ୍ଧା ନୁଆଗାଓଁ ଏବଂ ଦଶପଲ୍ଲା ମଧ୍ୟରେ ୧୫.୫ କିଲୋମିଟର ଦୈର୍ଘ୍ୟ ରେଳ ସେକ୍ସନ ମଧ୍ୟରେ ୫୭ ଟି ମାଇନର୍ ଏବଂ ୩ ଟି ମେଜର ବ୍ରିଜ୍ ସହିତ ୧୫ ରୋଡ୍ ଅଣ୍ଡର ବ୍ରିଜ୍ (ଜଟଈଗ୍ଦ) ଏବଂ ୦୪ ଟି ରୋଡ୍ ଓଭର ବ୍ରିଜ୍ (ଜଙଈ) ସହିତ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି ଜ୍ଝ ସେହିଭଳି, ମାର୍ଚ୍ଚ ୨୦୨୩ ସୁଦ୍ଧା ଝରତରଭା-ଖମ୍ବେଶ୍ୱରପାଲ୍ଲୀ-ସୋନପୁର (୧୧.୪୦ + ୧୦.୩୦ = ୨୧.୭୦ କିଲୋମିଟର) ଦୈର୍ଘ୍ୟ ରେଳ ସେକ୍ସନ ସମାପ୍ତ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ପାଇଁ ୧୧୨-୧୮୦ କିଲୋମିଟର ମଧ୍ୟରେ ୯୭.୫୯ ଏକର ଘରୋଇ ଜମି, ୨୬୨.୭୫ ଏକର ସରକାରୀ ଜମି ଉପଲବ୍ଧତା ସହିତ ଜଙ୍ଗଲ ଅନୁମୋଦନ ସଠିକ ସମୟରେ ମିଳିଥିଲେ ଡିସେମ୍ବର ୨୦୨୫ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷଧାର‌୍ୟ୍ୟ କରାଯାଇଥିଲା।

ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ କାର‌୍ୟ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର‌୍ୟ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି । ଖୋର୍ଦ୍ଧା ରୋଡ୍ – ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଶ୍ରୀ ବୈଷ୍ଣବଙ୍କ ଅନ୍ୟତମ ଫୋକସ୍ ପ୍ରକଳ୍ପ ହୋଇଥିବାବେଳେ ଏହା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଭିତ୍ତିଭୂମି ବିକାଶରେ ସ୍ଥାନ ପାଇଅଛି।

ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପରେ ଜଙ୍ଗଲ ଅନୁମୋଦନ ପ୍ରସଙ୍ଗ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ହସ୍ତକ୍ଷେପ ଏବଂ ପରିବେଶ ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପେନ୍ଦର ଯାଦବ ଜୀ ଙ୍କ ସମର୍ଥନ ଯୋଗୁଁ ସମ୍ଭବ ହୋଇପାରିଛି।

ବହୁ ପ୍ରତୀକ୍ଷିତ ଜନସାଧାରଣ କୈନ୍ଦ୍ରିକ ରେଳ ପ୍ରକଳ୍ପ ନିର୍ମାଣ ସମୟରେ ଉପୁଜୁଥିବା ଜମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଗୁଡିକୁ ଶୀଘ୍ର ସମାଧାନ ପାଇଁ ତୃଣମୂଳ ସ୍ତରରେ ବିଭିନ୍ନ ସରକାରୀ ଓ ଅନ୍ୟାନ ସଂସ୍ଥା ମାନଙ୍କ ସହିତ ସମନ୍ୱୟ ରକ୍ଷାକରି କାର‌୍ୟ୍ୟକରିବାକୁ ଶ୍ରୀ ବୈଷ୍ଣବ ରେଳ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଯାହା ଫଳରେ ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର କାର‌୍ୟ୍ୟ ଶୀଘ୍ର ଶେଷ ହେବା ପାଇଁ ତୃଣମୂଳ ସ୍ତରର ସମନ୍ୱୟ ଫଳପ୍ରଦ ହେବ ବୋଲି ସେ କହିଛନ୍ତି

Categories
ଆଜିର ଖବର ଜାତୀୟ ଖବର

ଗତ ୮ ବର୍ଷ ମଧ୍ୟରେ ପୂର୍ବତଟ ରେଳପଥ କେତେ ଜଣଙ୍କୁ ଚାକିରୀ ଦେଇଛି ?

ଭୁବନେଶ୍ବର: ପୂର୍ବ ତଟ ରେଳପଥ ମଧ୍ୟରେ ଗତ ଆଠ ବର୍ଷରେ ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ଏବଂ ରେଳବାଇ ନିଯୁକ୍ତି ସେଲ୍ (ଆରଆରସି) ଦ୍ୱାରା ନିଯୁକ୍ତି ଅଭିଯାନ ମାଧ୍ୟମରେ ୧୬ ହଜାର ୪୦୫ ଟି ଖାଲି ପଦ ପୂରଣ କରିଛି।

ରେଳବାଇରେ ନିରାପତ୍ତା ହେଉଛି ସର୍ବୋଚ୍ଚ ପ୍ରାଥମିକତା ଦେଇ ଏହି ନିଯୁକ୍ତି କରାଯାଇଛି। ରେଳ ଚଳାଚଳ କ୍ଷେତ୍ରରେ ନିରାପତ୍ତା ସମ୍ବନ୍ଧୀୟ ସମ୍ବେଦନଶୀଳ ବିଷୟରେ ରେଳବାଇ ସର୍ବଦା ଅବଗତ ରହି ଆଗେଇ ଚାଲିଛି। ପୂର୍ବ ତଟ ରେଳପଥ କ୍ରମାଗତ ଭାବରେ ଏହାର ମାନବ ସମ୍ବଳ ବିଷୟବସ୍ତୁକୁ ନଜର ରଖି ନିରନ୍ତର ଭାବେ ଖାଲି ପଦବୀ ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି।

କୋଭିଡ୍ -୧୯ ମହାମାରୀର ଆହ୍ୱାନ ସତ୍ୱେ ପୂର୍ବତଟ ରେଳପଥ କାର୍ଯ୍ୟବଳ ୧ ଏପ୍ରିଲ ୨୦୧୯ ସୁଦ୍ଧା ୪୫,୫୦୭ ରୁ ୧ ଜାନୁୟାରୀ ୨୦୨୩ ରେ ୪୭,୩୩୧ କୁ ବୃଦ୍ଧି ପାଇଛି।

ପୂର୍ବ ତଟ ରେଳପଥରେ ଗତ ୮ ବର୍ଷ ମଧ୍ୟରେ ସ୍ତର-୧ ପଦବୀରେ ମୋଟ ୫୨୫୯ ଜଣ ପ୍ରାର୍ଥୀ ନିଯୁକ୍ତ ହୋଇଛନ୍ତି ଏବଂ ଏହି ନିଯୁକ୍ତି ପ୍ରକ୍ରିୟା ରେଳବାଇ ନିଯୁକ୍ତି ସେଲ୍ (ଆରଆରସି) ଦ୍ୱାରା କରାଯାଇଥିଲା ଜ୍ଝ ସ୍ତର-୧ ପଦବୀ ବ୍ୟତୀତ, ଗତ ୦୮ ବର୍ଷ ମଧ୍ୟରେ ବିଭିନ୍ନ ବର୍ଗରେ ପୂର୍ବ ତଟ ରେଳପଥରେ ୧୧୧୪୬ ଜଣ ପ୍ରାର୍ଥୀ ନିଯୁକ୍ତ ହୋଇଛନ୍ତି।

ଉପରୋକ୍ତ ସମସ୍ତ ପଦବୀଗୁଡିକରେ ଅଧିକ ସଂଖ୍ୟକ ସୁରକ୍ଷା ବର୍ଗ ପଦବୀ ଏବଂ କିଛି ସାଧାରଣ ବର୍ଗ ପଦବୀ ଅନ୍ତର୍ଭୁକ୍ତ। ଏଗୁଡ଼ିକ ବ୍ୟତୀତ, ସୁରକ୍ଷା ବର୍ଗରେ ସର୍ବାଧିକ ସଂଖ୍ୟା ସମେତ ବିଭିନ୍ନ ସ୍ତରରେ ଆରଆରବି ଏବଂ ଆରଆରସି ଦ୍ୱାରା ୨,୮୫୮ ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଶେଷ ପର୍ଯ୍ୟାୟରେ ଅଛି।

ଫଳସ୍ୱରୂପ, ପୂର୍ବତଟ ରେଳପଥରେ ମୋଟ ଅନୁମୋଦିତ କର୍ମଚାରୀଙ୍କ ଖାଲିଥିବା ପଦବୀଗୁଡିକ ୧ ଏପ୍ରିଲ ୨୦୧୯ ବେଳକୁ ୧୭.୩% ରୁ ୧ ଜାନୁୟାରୀ, ୨୦୨୩ ରେ ୧୪.୯% କୁ ହ୍ରାସ ପାଇଅଛି। ଏହା ସୂଚିତ କରେ ଯେ ପୂର୍ବ ତଟ ରେଳବାଇରେ ଏହି ପଦବୀଗୁଡ଼ିକ ନିୟମିତ ଭାବରେ ପୂରଣ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର ନୂଆ ରେଳ ଷ୍ଟେସନ ନୀରିକ୍ଷଣ

ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ରେଳପଥର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଭୁବନେଶ୍ୱର ନୂଆ ରେଳ ଷ୍ଟେସନ ନୀରିକ୍ଷଣକରି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଯାତ୍ରୀ ସୁବିଧା ଏବଂ ଟ୍ରେନ୍ ଚଳାଚଳ ସହିତ ସେ ରେଳବାଇର ବିଭିନ୍ନ ବିକାଶମୂଳକ କାର୍ଯ୍ୟକଳାପ ଉପରେ ମଧ୍ୟ ଆଲୋଚନା କରିଥିଲେ। ତୃଣମୂଳ ସ୍ତରରୁ ସ୍ଥାନୀୟ ପ୍ରଶାସନ ସମେତ ସମସ୍ତ ସହଭାଗୀ ମାନଙ୍କ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରିବାକୁ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ଯାହା ଦ୍ୱାରା ଚାଲୁରହିଥିବା ଓ ପ୍ରସ୍ତାବିତ ବିକାଶ ମୂଳକ କାର୍ଯ୍ୟ ଶୀଘ୍ର ସମ୍ପାଦନ କରାଯାଇ ପାରିବ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ

ଭୁବନେଶ୍ବର: ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷର (2022-23 ଆର୍ଥିକ ବର୍ଷରେ) ମାତ୍ର 310 ଦିନରେ ତଥା ଆର୍ଥିକ ବର୍ଷ ସମାପ୍ତ ହେବାର 55 ଦିନ ପୂର୍ବରୁ ଏହାର ପରିସୀମା ମଧ୍ୟରୁ 200.43 ନିୟୁତ ଟନ୍ ପଣ୍ୟ ବୋଝେଇ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଏହି ଆକଳନ ହାସଲ କରିବାକୁ 2021-22 ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ 320 ଦିନ ସମୟ ନେଇଥିବାବେଳେ 2020-21 ରେ 360 ଦିନ ଏବଂ 2019-20 ଆର୍ଥିକ ବର୍ଷରେ 366 ଦିନ ସମୟ ଲାଗିଥିଲା।

ଏହି ସମୟ ମଧ୍ୟରେ ପଣ୍ୟ ବୋଝେଇରୁ ଆୟ ବାବଦରେ ପୂର୍ବତଟ ରେଳପଥ 20635 କୋଟି ଟଙ୍କା ଆୟ କରିଛି ଯାହା ଗତ ଆର୍ଥିକ ବର୍ଷର 19204 କୋଟି ଟଙ୍କା ତୁଳନାରେ 7.5% ବୃଦ୍ଧି ହୋଇଛି।

ପାନ୍ୟ ବୋଝେଇ ଏବଂ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ଏବଂ ପ୍ରତିକୂଳ ପ୍ରଭାବ ସତ୍ୱେ ପୂର୍ବତଟ ରେଳପଥ ଏହି ମାଇଲଖୁଣ୍ଟ ହାସଲ କରିଛି। ରେଳ ମନ୍ତ୍ରଣାଳୟର ଅଭିନବ ପଦକ୍ଷେପ ଏବଂ ପ୍ରମୁଖ ହସ୍ତକ୍ଷେପ ଉପରେ ଧ୍ୟାନ ଦେଇ 200 ନିୟୁତ ଟନ ପାନ୍ୟ ବୋଝେଇକୁ ଅତିକ୍ରମ କରି ହାସଲ କରାଯାଇଛି ଯାହା ଏହାକୁ ଫାଷ୍ଟ-ଟ୍ରାକରେ ପହଞ୍ଚାଇବାରେ ସାହାଯ୍ୟ କରିଛି।

ଏହି ଅବଧି ମଧ୍ୟରେ, ପୂର୍ବତଟ ରେଳପଥ 126.18 ନିୟୁତ ଟନ କୋଇଲା, 20.22 ନିୟୁତ ଟନ ଲୁହାପଥର, 18.16 ନିୟୁତ ଟନ ଅନ୍ୟାନ୍ୟ ସାମଗ୍ରୀ, 15.74 ନିୟୁତ ଟନ ଫିନିସଡ଼ ଇସ୍ପାତ, 6.27 ନିୟୁତ ଟନ ଇସ୍ପାତ କାରଖାନାକୁ କଞ୍ଚାମାଲ, 5.11 ନିୟୁତ ଟନ ସାର, କଣ୍ଟେନେରରେ 3.17 ନିୟୁତ ଟନ, 2.37ନିୟୁତ ଟନ ଖଣିଜ ତେଲ, 2.13 ନିୟୁତ ଟନ ଖାଦ୍ୟ ଶସ୍ୟ ଏବଂ 1.09 ନିୟୁତ ଟନ ସିମେଣ୍ଟ ପରିବହନ କରାଯାଇଅଛି। ଏହି ସମୟ ମଧ୍ୟରେ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ 129.93 ନିୟୁତ ଟନ ପାନ୍ୟ ପରିବହନ କରିଛି। ସେହିଭଳି ୱାଲଟିୟର ରେଳ ମଣ୍ଡଳ 57.03 ନିୟୁତ ଟନ ଏବଂ ସମ୍ବଲପୁର ରେଳ ମଣ୍ଡଳ ଏହି ସମୟ ମଧ୍ୟରେ 13.47ନିୟୁତ ଟନ ମାଲ ପରିବହନ କରିଛି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଏହି ସଫଳତା ପାଇଁ ଏହାର ତିନିଟି ରେଳ ମଣ୍ଡଳ ଓ ପରିଶ୍ରମୀ ତଥା ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଶ୍ରେୟ ଦେଇଛନ୍ତି। ଏହା ସହିତ ସେ ରେଳପଥର ସହଭାଗୀ କୋଲିୟାରୀ, ବନ୍ଦର, ଇସ୍ପାତ କାରଖାନା, ସିମେଣ୍ଟ, ଆଲୁମିନା ପ୍ଲାଣ୍ଟ, ପେଟ୍ରୋଲିୟମ କମ୍ପାନୀ ଏବଂ ଖାଦ୍ୟ ନିଗମ ସମେତ ସମସ୍ତ ହିତାଧିକାରୀଙ୍କ ଉଦ୍ୟମ ଏବଂ ସହଯୋଗ ଯୋଗୁଁ ଏହି ସଫଳତା ମିଳି ପାରିଛି ବୋଲି ଶ୍ରୀ ଶର୍ମା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱର ଷ୍ଟେସନର ଆରପିଏଫ୍ କନେଷ୍ଟବଳଙ୍କୁ ରେଳ ମନ୍ତ୍ରୀଙ୍କ ଜୀବନ ରକ୍ଷା ପଦକ

ଭୁବନେଶ୍ବର: ପୂର୍ବ ତଟ ରେଳପଥ ଭୁବନେଶ୍ୱର ରେଳ ଷ୍ଟେସନର ଆରପିଏଫ କନଷ୍ଟେବଳ ସୁବ୍ରତ କୁମାର ମହାରଣା ୨୦୨୦ ବର୍ଷ ପାଇଁ ରେଳ ମନ୍ତ୍ରୀଙ୍କ ଜୀବନ ରକ୍ଷା ପଦକ ପାଇବାକୁ ମନୋନୀତ ହୋଇଛନ୍ତି।

ଶ୍ରୀ ମହାରଣା ୧୫ ଫେବୃଆରୀ ୨୦୨୦ରେ ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସରେ ଚଢିବାକୁ ଚେଷ୍ଟା କରୁଥିବା ଜଣେ ମହିଳା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ଯିଏକି ଚଳନ୍ତା ଟ୍ରେନରୁ ଖସି ପଡୁଥିଲେ ଏବଂ ତାଙ୍କ ଶରୀର ପ୍ଲାଟଫର୍ମ ଏବଂ ଟ୍ରେନର ଫାଙ୍କ ମଧ୍ୟରେ ରେଳବାଇ ଟ୍ରାକରେ ଖସିଯିବାକୁ ଯାଉଥିଲା।

ଶ୍ରୀ ମହାରଣାଙ୍କ ସତର୍କତା ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେତୁ ରେଳ ଟ୍ରାକରେ ପଡ଼ିବା ପୂର୍ବରୁ ମହିଳା ଯାତ୍ରୀଙ୍କୁ ଉଠାଇ ନେଇଥିଲେ। ୧୫ ଫେବୃଆରୀ ୨୦୨୦ ରେ ଭୁବନେଶ୍ୱର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର-୦୧ ରେ ଏହି ଘଟଣା ଘଟିଥିଲା।

ବ୍ୟକ୍ତିଗତ ସୁରକ୍ଷା ପ୍ରତି ଧ୍ୟାନ ନ ଦେଇ ଶ୍ରୀ ମହାରଣାଙ୍କ ଜାଗ୍ରତ ନୀରିକ୍ଷଣ ଏବଂ ତ୍ୱରିତ କାର୍ଯ୍ୟ ଦ୍ୱାରା ମହିଳା ଯାତ୍ରୀଙ୍କ ଜୀବନ ରକ୍ଷା କରାଯାଇଥିଲା ଯାହାକି ଗଣମାଧ୍ୟମ ସମେତ ଅନେକ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହୋଇଥିଲା।

ଶ୍ରୀ ମହାରଣାଙ୍କୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ସମ୍ମାନଜନକ ପୁରସ୍କାର ପାଇଁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ସତର୍କତା ଓ ତ୍ୱରିତ କାର୍ଯ୍ୟ ପାଇଁ ଭୂୟଶୀ ପ୍ରଶଂସା କରିଛନ୍ତି | ଶ୍ରୀ ମହାରଣାଙ୍କୁ ଏହି ପଦକ ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ଼-ନୂଆଗାଁ ରେଳ ସେକ୍ସନ ନୀରିକ୍ଷଣ

ଖୋର୍ଦ୍ଧା: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଇତି ମଧ୍ୟରେ ଚାଲୁରହିଥିବା ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ଖୋର୍ଦ୍ଧା ରୋଡ୍ – ନୂଆଗାଁ ରେଳ ସେକ୍ସନକୁନିରୀକ୍ଷଣ କରିଛନ୍ତି ଏବଂ ନୂଆଗାଁ ଓ ଦଶପଲ୍ଲା ମଧ୍ୟରେ ଚାଲୁରହିଥିବା ନିର୍ମାଣ କାର୍ଯ୍ୟ ସହିତ ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଛନ୍ତି।

ଶ୍ରୀ ସୁନକର ମଧ୍ୟ ଖୋର୍ଦ୍ଧା ରୋଡରେ ଥିବା ରୋଡ୍ ଓଭର ବ୍ରିଜ୍ (ROB) କାର୍ଯ୍ୟର ଯାଞ୍ଚ କରିଛନ୍ତି ଏବଂ ୱିଣ୍ଡୋ ଟ୍ରେଲିଂ ସହିତ ଖୋର୍ଦ୍ଧା ରୋଡ୍ – ନୂଆଗାଁ ରେଳ ସେକ୍ସନ ର ନିରାପତ୍ତା ଓ ଟ୍ରାଫିକ୍ ସୁବିଧା କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଏହା ବ୍ୟତୀତ ମହାପ୍ରବନ୍ଧକ ଶ୍ରୀ ସୁନକର ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ପଚାରି ବୁଝିଥିଲେ ଏବଂ ନିର୍ମାଣାଧୀନ ସେତୁ ଏବଂ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହିତ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ସମାପ୍ତ ପାଇଁ ଗୁରୁତ୍ୱାରୋପ କରିଥିଲେ। ବିଶେଷ କରି ଯାତ୍ରୀ କେନ୍ଦ୍ରିକ ସୁବିଧାଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ମାର୍ଚ୍ଚ 2023 ସୁଦ୍ଧା ନୂଆଗାଁ ଏବଂ ଦଶପଲ୍ଲା ମଧ୍ୟରେ ଥିବା 15.5 କିଲୋମିଟର ଦୈର୍ଘ୍ୟ ରେଳ ସେକ୍ସନ ମଧ୍ୟରେ 57 ଟି ମାଇନର୍ ଏବଂ 03 ଟି ମେଜର ବ୍ରିଜ୍ ସହିତ 15 ଟି ରୋଡ୍ ଅଣ୍ଡର ବ୍ରିଜ୍ (RUBs) ଏବଂ 04 ଟି ରୋଡ୍ ଓଭର ବ୍ରିଜ୍ (ROB) ସହିତ ଅନ୍ୟାନ ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ଆର୍ଥିକ ବର୍ଷରେ ଏହି କାର୍ଯ୍ୟ ପାଇଁ 190 କୋଟି ଟଙ୍କା ମଞ୍ଜୁର କରାଯାଇଛି।

301 କିଲୋମିଟର ଦୈର୍ଘ୍ୟ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପରେ 115.36 କିଲୋମିଟର ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ସେଥି ମଧ୍ୟରୁ ଖୋର୍ଦ୍ଧା ରୋଡ଼-ନୂଆଗାଁ 90.43 କିଲୋମିଟର ଏବଂ ବଲାଙ୍ଗୀର ଠାରୁ ଝରତରଭା 24.93 କିଲୋମିଟର ଅଟେ।  ନିର୍ମାଣାଧୀନ କାର୍ଯ୍ୟ ମଧ୍ୟରୁ ନୂଆଗାଁ-ଦଶପଲ୍ଲା 15.445 କିଲୋମିଟର ଦୈର୍ଘ୍ୟ ରେଳ ଲାଇନକୁ ମାର୍ଚ୍ଚ 2023 ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଝରତରଭା-ଖମ୍ବେଶ୍ୱରପଲ୍ଲୀ-ସୋନପୁର (11.40 + 10.30 = 21.70 କିଲୋମିଟର) ଦୈର୍ଘ୍ୟ ରେଳ ଲାଇନକୁ ମାର୍ଚ୍ଚ 2023 ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି।

ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି। ଖୋର୍ଦ୍ଧା ରୋଡ୍ – ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଫୋକସ୍ ପ୍ରୋଜେକ୍ଟ ଅନ୍ତର୍ଗତ ଥିବାରୁ ଏହା ପ୍ରତି ଶ୍ରୀ ବୈଷ୍ଣବ ବିଶେଷ ଧ୍ୟାନ ଦେଉଛନ୍ତି।

ବହୁ ପ୍ରତୀକ୍ଷିତ ଜନସାଧାରଣ କୈନ୍ଦ୍ରିକ ରେଳ ପ୍ରକଳ୍ପ ନିର୍ମାଣ ସମୟରେ ଉପୁଜୁଥିବା ଜମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଗୁଡିକୁ ଶୀଘ୍ର ସମାଧାନ ପାଇଁ ତୃଣମୂଳ ସ୍ତରରେ ବିଭିନ୍ନ ସରକାରୀ ଓ ଅନ୍ୟାନ ସଂସ୍ଥା ମାନଙ୍କ ସହିତ ସମନ୍ୱୟ ରକ୍ଷାକରି କାର୍ଯ୍ୟକରିବାକୁ ଶ୍ରୀ ବୈଷ୍ଣବ ରେଳ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ଯାହା ଫଳରେ ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ଶେଷ ହେବା ପାଇଁ ତୃଣମୂଳ ସ୍ତରର ସମନ୍ୱୟ ଫଳପ୍ରଦ ହେବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ୱାର୍ଲ୍ଡ କପ୍ ହକି ଟୁର୍ଣ୍ଣାମେଣ୍ଟ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଦୁଇଟି ହକି ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର: ଜାନୁୟାରୀ 2023 ରେ ଭୁବନେଶ୍ୱର ଏବଂ ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଥିବା FIH (ଏଫଆଇଏଚ) ହକି ପୁରୁଷ ବିଶ୍ୱକପ 2023 ସମୟରେ ଯାତ୍ରୀଙ୍କ ଚାହିଦା ଏବଂ ଅତିରିକ୍ତ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏବଂ ରେଳ ଯାତ୍ରୀ ମାନଙ୍କୁ ଉତ୍ତମ ଯାତ୍ରା ସୁବିଧା ବିଶେଷ ଭାବେ ହକି ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ସେବା ଯୋଗାଇଦେବାପାଇଁ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଛି।

02834 ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଭୁବନେଶ୍ୱରରୁ 14 ରୁ 30 ଜାନୁୟାରୀ 2023 ମଧ୍ୟରେ ପ୍ରତ୍ୟେକ ସୋମବାର, ବୁଧବାର, ଗୁରୁବାର ଏବଂ ଶନିବାର ଦିନ ମାନଙ୍କରେ ସନ୍ଧ୍ୟା 8.25 ମି.ରେ ଛାଡି ରାଉରକେଲା ଯାତ୍ରା କରିବ।

ଫେରିବା ମାର୍ଗରେ 02833 ରାଉରକେଲା-ଭୁବନେଶ୍ୱର ସ୍ପେଶାଲ ରାଉରକେଲା ଠାରୁ 15 ରୁ 31 ଜାନୁୟାରୀ 2023 ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଏବଂ ରବିବାର ଦିନ ମାନଙ୍କରେ ରାତ୍ରୀ 11.25 ମି.ରେ ଭୁବନେଶ୍ୱର ଯାତ୍ରା କରିବ।

ଏହି ଟ୍ରେନରେ ଗୋଟିଏ ଏସି-2 ଟାୟାର, ତିନିଟି ଏସି -3 ଟାୟାର, ଆଠଟି ସ୍ଲିପର କ୍ଲାସ, ଚାରିଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ହେବାକୁ ଥିବାବେଳେ ଏହା ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଉଭୟ ପାର୍ଶ୍ୱରୁ କଟକ, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ସମ୍ବଲପୁର ସିଟି ଏବଂ ଝାରସୁଗୁଡା ମଧ୍ୟରେ ରହଣି କରିବ।

02836/02835 ପୁରୀ-ରାଉରକେଲା-ପୁରୀ ହକି ସ୍ପେଶାଲ୍ 14 ରୁ 31 ଜାନୁୟାରୀ 2023 ପର୍ଯ୍ୟନ୍ତ ପ୍ରତିଦିନ ଚଳାଚଳ କରିବ। ଏହି ଟ୍ରେନ ପୁରୀ ଠାରୁ ସକାଳ 05ଘ.15ମି.ରେ ଛାଡି ରାଉରକେଲା ଠାରେ ଅପରାହ୍ନ 12ଘ.45ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ଏହା ରାଉରକେଲା ଠାରୁ ଅପରାହ୍ନ 01ଘ.30ମି.ରେ ଛାଡି ପୁରୀ ଠାରେ ରାତ୍ରୀ 10ଘ.30ମି.ରେ ପହଞ୍ଚିବ।

ଏହି ଟ୍ରେନରେ ଦୁଇଟି ଏସି -3 ଟାୟାର୍, ତିନିଟି ସ୍ଲିପର୍ କ୍ଲାସ୍, ଛଅ ଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଏବଂ ଜେନେରେଟର କାର୍ ଉପଲବ୍ଧ ଥିବାବେଳେ ଏହା ଉଭୟ ପାର୍ଶ୍ୱରୁ ପୁରୀ ଓ ରାଉରକେଲା ମଧ୍ୟରେ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢ଼େଙ୍କାନାଳ, ତାଳଚେର ରୋଡ୍, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ସିଟି, ଝାରସୁଗୁଡା ଏବଂ ରାଜଗଙ୍ଗପୁର ଷ୍ଟେସନ ମାନଙ୍କ ଠାରେ ରହଣି କରିବ।

ଏହା ବ୍ୟତୀତ 02832/02831 ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ୍ ମଧ୍ୟ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ସୋମବାର, ବୁଧବାର ଏବଂ ଶନିବାର ଦିନ ଧାନବାଦ୍ରୁ ରାଉରକେଲା ମାର୍ଗ ଦେଇ ଚଳାଚଳ କରୁଅଛି।

ସେହିଭଳି ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ, ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ, ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସ, ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ, ପୁରୀ-ରାଉରକେଲା-ପୁରୀ ଏକ୍ସପ୍ରେସ ଟ୍ରେନ ଗୁଡିକ ଦୈନିକ ଚଳାଚଳ କରୁଛି ଯାହାକି ଭୁବନେଶ୍ୱର ଓ ରାଉରକେଲାକୁ ଟ୍ରେନ ମାଧ୍ୟମରେ ସଂଯୋଗ କରୁଛି।

ଉପରୋକ୍ତ ବ୍ୟତୀତ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ଝାରସୁଗୁଡା ଏବଂ ଭୁବନେଶ୍ୱର-ଆନନ୍ଦ ବିହାର ଏକ୍ସପ୍ରେସ ଟ୍ରେନ ଭାୟା ଅନୁଗୁଳ ଓ ଝାରସୁଗୁଡା ମଧ୍ୟ ଭୁବନେଶ୍ୱର ଏବଂ ରାଉରକେଲା ମଧ୍ୟରେ ସାପ୍ତାହିକ ଭାବେ ଉପଲବ୍ଧ ଅଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ନୀରିକ୍ଷଣ

ଭୁବନେଶ୍ବର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ରେଳପଥର ବରିଷ୍ଠ ଅଧିକାରୀମାନଙ୍କ ସହିତ ମଞ୍ଚେଶ୍ୱର ସ୍ଥିତ ରେଳଡବା ମରାମତି କାରଖାନା ନୀରିକ୍ଷଣ କରିଛନ୍ତି।

ନୀରିକ୍ଷଣ ସମୟରେ ମହାପ୍ରବନ୍ଧକ କୋଚମାନଙ୍କର ମରାମତି ସମୀକ୍ଷା କରିଥିଲେ।  ଯାତ୍ରୀମାନଙ୍କ ସୁବିଧାଗୁଡ଼ିକର ରକ୍ଷଣାବେକ୍ଷଣ ତଥା ଆଧୁନିକୀକରଣ ଉପରେ ଉନ୍ନତ ମାନର ସିଟ୍, ଚଟାଣ, ଶୌଚାଳୟ ସଫା କରିବା ସହଜ, ଅଗ୍ନି ନିରାପତ୍ତା, ମୋବାଇଲ୍ ଚାର୍ଜିଂ ପଏଣ୍ଟ ଏବଂ ଜରୁରୀକାଳୀନ ଆଲୋକ ଉପରେ ଶ୍ରୀ ସୁନକର ଗୁରୁତ୍ୱାରୋପ କରିଥିଲେ। ଉତ୍ପାଦନ ବୃଦ୍ଧି ପାଇଁ ନିଆଯାଇଥିବା ପ୍ରକ୍ରିୟା ଏବଂ ଗୁଣବତ୍ତା ନିୟନ୍ତ୍ରଣ ପଦକ୍ଷେପ ଗୁଡିକୁ ମଧ୍ୟ ସେ ନିରୀକ୍ଷଣ କରିଥିଲେ।

ଶ୍ରୀ ସୁନକର ମଧ୍ୟ କୋଚ ଗୁଡିକରେ ଆଧୁନିକ ଯାତ୍ରୀ ପରିସେବା ଓ ଅନ୍ୟାନ ସୁବିଧା ଗୁଡିକର ରକ୍ଷଣାବେକ୍ଷଣ ପାଇଁ ସିଟିଆରବି ମାଉଣ୍ଟିଙ୍ଗ ବିଭାଗକୁ ଉଦ୍ଘାଟନ କରିଥିଲେ।

ଟ୍ରେନ କୋଚ ଗୁଡିକରେ ଆଧୁନିକ ଜ୍ଞାନକୌଶଳ ଓ ଯାତ୍ରୀ ପରିସେବା ଯୋଗାଇଦେବା ସହିତ ଯାତ୍ରୀ ମାନଙ୍କୁ ଟ୍ରେନରେ ଯାତ୍ରା ସମୟରେ ଆରାମଦାୟକ ସୁବିଧା ଉପଲବ୍ଧ କରାଇବାକୁ ମାନ୍ୟବର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁରୁତ୍ୱାରୋପ କରିଆସୁଛନ୍ତି।

ପୂର୍ବତଟ ରେଳପଥର ପ୍ରମୁଖ ଯାନ୍ତ୍ରିକ ଯନ୍ତ୍ରୀ ଆର. ରାଜାଗୋପାଳ ଏହି ନୀରିକ୍ଷଣ ସମୟରେ ମହାପ୍ରବନ୍ଧକଙ୍କୁ ସହାୟତା କରିଥିବାବେଳେ ରେଳଡବା ମରାମତି କାରଖାନାର ମୁଖ୍ୟ କାରଖାନା ପ୍ରବନ୍ଧକ (CWM) ଏସ୍ ସି କର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥର ଦୋହରୀକରଣ କାର୍ଯ୍ୟ ଯୋଗୁଁ ପ୍ରଭାବିତ ହେବ ଟ୍ରେନ ସେବା

ଭୁବନେଶ୍ଵର: ପୂର୍ବତଟ ରେଳପଥର କୋରାପୁଟ-ଜଗଦଳପୁର ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ କୋରାପୁଟ ଏବଂ ମାନବାର ରେଳ ଷ୍ଟେସନ ମଧ୍ୟରେ ଦୋହରା ଲାଇନ ଏବଂ କୋରାପୁଟ-ରାୟଗଡା ରେଳ ଦୋହରୀକରଣ ପ୍ରକଳ୍ପର କୋରାପୁଟ-ଡୁମୁରିପୁଟ ଏବଂ ଡୁମୁରିପୁଟ-ମାନବାର ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ନିକଟରେ ଶେଷ ହୋଇଛି |

ଉଭୟ ରେଳ ଦୋହରୀକରଣ ପ୍ରକଳ୍ପ କୋରାପୁଟରେ ସଂଯୋଗ ହୋଇଥିବାରୁ ଏହି ପ୍ରକଳ୍ପଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସିଙ୍ଗଲ୍ ଲାଇନ ରେଳ ସେକ୍ସନରେ ଟ୍ରେନ୍ ଚଳାଚଳ ପାଇଁ ଟ୍ରାଫିକ୍ ସମସ୍ୟା ହେବ ସହିତ ଟ୍ରେନ୍ ଚଳାଚଳରେ ବିଳମ୍ବ ଘଟାଉଥିଲା | ଦୋହରୀକରଣ କାର୍ଯ୍ୟ ସମାପ୍ତ ହେବା ପରେ ଟ୍ରେନ୍ ଟ୍ରାଫିକ୍ ସହଜ ହେବ ଏବଂ ଅସୁବିଧା ମୁକ୍ତ ହେବ | ଉପରୋକ୍ତ ଟ୍ରେନ୍ ଲାଇନଗୁଡିକ ତିନୋଟି ରାଜ୍ୟର ଦୁର୍ଗମ ଆଦିବାସୀ ଅଞ୍ଚଳରେ ଅବସ୍ଥିତ ଏବଂ ଏହି ଅଞ୍ଚଳରେ ରେଳବାଇ କାର୍ଯ୍ୟର ବିକାଶ ପାଇଁ ଏହା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପରିକଳ୍ପନାର ଏକ ଅଂଶ।

ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳପଥ ନନ-ଇଣ୍ଟରଲକିଂ ଏବଂ ସିଗନାଲ୍ ସିଷ୍ଟମର ସଂସ୍ଥାପନ ସହିତ ରେଳ ଟ୍ରାକ ଗୁଡ଼ିକୁ ସଂଯୋଗ କରିବା ପାଇଁ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଗ୍ରହଣ କରିଛି। ତେଣୁ ନନ-ଇଣ୍ଟରଲକିଂ କାର୍ଯ୍ୟ 6 ଜାନୁଆରୀରୁ 7 ଜାନୁୟାରୀ ପର୍ଯ୍ୟନ୍ତ ମାନବାର ଷ୍ଟେସନରେ, 8 ଜାନୁୟାରୀ ପର୍ଯ୍ୟନ୍ତ ଡୁମୁରିପୁଟ ଷ୍ଟେସନରେ ଏବଂ 10 ଜାନୁୟାରୀ 2023 ପର୍ଯ୍ୟନ୍ତ କୋରାପୁଟ ରେଳ ଷ୍ଟେସନରେ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପାଦନ କରିବ।

ପୂର୍ବରୁ, ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପାଦନ ସମୟରେ ଯେପରି ଯାତ୍ରୀ ମାନଙ୍କର କୌଣସି ଅସୁବିଧା ନହେବ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ଅଧିକାରୀ ମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଯେହେତୁ ଅତ୍ୟାବଶ୍ୟକ ସୁରକ୍ଷା କାର୍ଯ୍ୟକୁ ଏଡାଯାଇପାରିବ ନାହିଁ, ସେଠି ପାଇଁ ଟ୍ରେନଗୁଡିକର ସର୍ବନିମ୍ନ ବାତିଲ୍ ଯୋଜନା କରାଯାଉଛି।

ଟ୍ରେନ୍ ବାତିଲ୍:

18107/18108 ରାଉରକେଲା-ଜଗଦଲପୁର-ରାଉରକେଲା ଏକ୍ସପ୍ରେସ 5 ଜାନୁଆରୀରେ ରାଉରକେଲା ଠାରୁ ଏବଂ 6 ଜାନୁୟାରୀ 2023 ରେ ଜଗଦଲପୁରରୁ ବାତିଲ ରହିବ।

ଟ୍ରେନର ଆଂଶିକ ବାତିଲ୍:

18447 ଭୁବନେଶ୍ୱର-ଜଗଦଲପୁର ହିରାଖଣ୍ଡ ଏକ୍ସପ୍ରେସ 5 ଜାନୁଆରୀରେ ଭୁବନେଶ୍ୱରରୁ ରାୟାଗଡା ପର୍ଯ୍ୟନ୍ତ ଚାଲିବ ଏବଂ ରାୟଗଡା ଠାରୁ ଜଗଦଲପୁର ପର୍ଯ୍ୟନ୍ତ ବାତିଲ ରହିବ।

18448 ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ 6 ଜାନୁୟାରୀ 2023 ରେ ଜଗଦଲପୁର ପରିବର୍ତ୍ତେ ରାୟଗଡାରୁ ଛାଡିବ ଏବଂ ଜଗଦଲପୁରରୁ ରାୟଗଡା ପର୍ଯ୍ୟନ୍ତ ବାତିଲ ରହିବ।

18005 ହାଓଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ 5 ଜାନୁୟାରୀ 2023 ରେ ଟିଟିଲାଗଡ ପର୍ଯ୍ୟନ୍ତ ଚାଲିବ ଏବଂ ଟିଟିଲାଗଡରୁ ଜଗଦଲପୁର ପର୍ଯ୍ୟନ୍ତ ବାତିଲ ରହିବ।

18006 ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ 7 ଜାନୁୟାରୀ 2023 ରେ ଜଗଦଲପୁର ପରିବର୍ତ୍ତେ ଟିଟିଲାଗଡରୁ ଛାଡିବ ଏବଂ ଜଗଦଲପୁରରୁ ଟିଟିଲାଗଡ ପର୍ଯ୍ୟନ୍ତ ବାତିଲ ରହିବ।

08546 ବିଶାଖାପାଟନମ୍-କୋରାପୁଟ ପାସେଞ୍ଜର ସ୍ପେଶାଲ 5 ରୁ 10 ଜାନୁୟାରୀ 2023 ମଧ୍ୟରେ ଲକ୍ଷ୍ମୀପୁର ରୋଡ ପର୍ଯ୍ୟନ୍ତ ଚାଲିବ ଏବଂ ଲକ୍ଷ୍ମୀପୁର ରୋଡରୁ କୋରାପୁଟ ପର୍ଯ୍ୟନ୍ତ ବାତିଲ ରହିବ।

08545 କୋରାପୁଟ-ବିଶାଖାପାଟନମ୍ ପାସେଞ୍ଜର 6 ରୁ 11 ଜାନୁୟାରୀ 2023 ମଧ୍ୟରେ ଲକ୍ଷ୍ମୀପୁର ରୋଡରୁ ଛାଡିବ ଏବଂ କୋରାପୁଟ ଏବଂ ଲକ୍ଷ୍ମୀପୁର ରୋଡ ପର୍ଯ୍ୟନ୍ତ ବାତିଲ ରହିବ।

ବିଶାଖାପାଟନମରୁ 18512 ବିଶାଖାପାଟନମ୍-କୋରାପୁଟ ଏକ୍ସପ୍ରେସ 6 ଏବଂ 9 ଜାନୁୟାରୀ 2023 ରେ ଦାମନଯୋଡି ପର୍ଯ୍ୟନ୍ତ ଚାଲିବ ଏବଂ ଦାମନଯୋଡିରୁ କୋରାପୁଟ ପର୍ଯ୍ୟନ୍ତ ବାତିଲ ରହିବ।

18511 କୋରାପୁଟ-ବିଶାଖାପାଟନମ୍ ଏକ୍ସପ୍ରେସ 6 ରୁ 11 ଜାନୁୟାରୀ 2023 ପର୍ଯ୍ୟନ୍ତ ଦାମନଯୋଡିରୁ ଛାଡିବ ଏବଂ କୋରାପୁଟ ଏବଂ ଦାମନଯୋଡି ମଧ୍ୟରେ ବାତିଲ ରହିବ।

6 ଜାନୁଆରୀ 2023 ରେ ବିଶାଖାପାଟନମ୍ ରୁ 08551 ବିଶାଖାପାଟନମ୍-କିରାଣ୍ଡୁଲ୍ ପାସେଞ୍ଜର ଆରାକୁ ପର୍ଯ୍ୟନ୍ତ ଚାଲିବ।

6 ଜାନୁଆରୀ 2023 ରେ କିରାଣ୍ଡୁଲରୁ 08552 କିରାଣ୍ଡୁଲ-ବିଶାଖାପାଟନମ୍ ପାସେଞ୍ଜର ଜୟପୁର ପର୍ଯ୍ୟନ୍ତ ଚାଲିବ।

କୋରୁପୁଟ ଷ୍ଟେସନକୁ ନଯାଇ ଡୁମୁରିପୁଟ-କୋରାପୁଟ ଏ ଏବଂ ବି କ୍ୟାବିନସ୍-ମାନବାର ମାର୍ଗ ଦେଇ ଟ୍ରେନର ମାର୍ଗ ପରିବର୍ତ୍ତନ:

ମାନବାର ଏବଂ ଦାମନଯୋଡିରେ ଏହି ସମୟ ମଧ୍ୟରେ ରହଣି କରିବ।

18447 ଭୁବନେଶ୍ୱର-ଜଗଦଲପୁର ହିରାଖଣ୍ଡ ଏକ୍ସପ୍ରେସ 6 ରୁ 9 ଜାନୁୟାରୀ 2023 ପର୍ଯ୍ୟନ୍ତ ଭୁବନେଶ୍ୱରରୁ।

18448 ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ 6 ରୁ 10 ଜାନୁୟାରୀ 2023 ପର୍ଯ୍ୟନ୍ତ ଜଗଦଲପୁରରୁ।

18005 ହାଓଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ 6 ରୁ 9 ଜାନୁୟାରୀ 2023 ପର୍ଯ୍ୟନ୍ତ ହାଓଡ଼ା ଠାରୁ।

18006 ଜଗଦଲପୁର-ହାଓଡ଼ା ସମଲେସ୍ୱରୀ ଏକ୍ସପ୍ରେସ 8 ରୁ 10 ଜାନୁୟାରୀ 2023 ପର୍ଯ୍ୟନ୍ତ ଜଗଦଲପୁରରୁ।

ରାଉରକେଲାରୁ 18107 ରାଉରକେଲା-ଜଗଦଲପୁର ଏକ୍ସପ୍ରେସ 6 ରୁ 9 ଜାନୁୟାରୀ 2023 ପର୍ଯ୍ୟନ୍ତ।

ଜଗଦଳପୁର ରୁ 18108 ଜଗଦଲପୁର-ରାଉରକେଲା ଏକ୍ସପ୍ରେସ 7 ରୁ 10 ଜାନୁୟାରୀ 2023 ପର୍ଯ୍ୟନ୍ତ।

Categories
ଆଜିର ଖବର ରାଜ୍ୟ ଖବର

କଟକ ରେଳ ଷ୍ଟେସନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

କଟକ: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି କଟକ ଷ୍ଟେସନ ନିରୀକ୍ଷଣ କରିଛନ୍ତି। ଏହି ସମୟରେ ସେ ଚାଲୁରହିଥିବା ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିବାବେଳେ ଏହାର ପ୍ରକଳ୍ପ ସମ୍ବନ୍ଧୀୟ କାର୍ଯ୍ୟ ସମ୍ବନ୍ଧରେ ଅବଗତ ହୋଇଛନ୍ତି।

ଏହା ସହିତ ଶ୍ରୀ ସୁନକର ଭୁବନେଶ୍ୱର -କଟକ ରେଳ ସେକ୍ସନ ନିରୀକ୍ଷଣ କରି ନିରାପତ୍ତା ସମ୍ବନ୍ଧୀୟ ଏବଂ ରେଳ ଚଳାଚଳ ଟ୍ରାଫିକ ସମ୍ବନ୍ଧୀୟ କାର୍ଯ୍ୟ ସମୀକ୍ଷା କରିଥିଲେ।

କଟକ ଷ୍ଟେସନ ନିରୀକ୍ଷଣ ସମୟରେ ଶ୍ରୀ ସୁନକର ଯାତ୍ରୀ ପରିସେବା କାର୍ଯ୍ୟ ସହିତ ଅନ୍ୟାନ ପ୍ରକଳ୍ପ କାର୍ଯ୍ୟ ଗୁଡିକର ସମୀକ୍ଷା କରି ଏହା ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହାର ଶିଘ୍ର ସମ୍ପାଦନ ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶାରେ ରେଳ ପ୍ରକଳ୍ପ ଓ ଭିତ୍ତିଭୂମି ବିକାଶ ପାଇଁ ଗୁରୁତ୍ୱାରୋପ କରୁଥିବାବେଳେ ନିଜେ ଏହାର ଅଗ୍ରଗତି ସମ୍ବନ୍ଧରେ ନିୟମିତ ସମୀକ୍ଷା କରୁଛନ୍ତି। କଟକ ରେଳ ଷ୍ଟେସନର ବିକାଶ କାର୍ଯ୍ୟ ଶ୍ରୀ ବୈଷ୍ଣବଙ୍କ ଓଡ଼ିଶାରେ ରେଳ ପ୍ରକଳ୍ପ ସମୀକ୍ଷା ମଧ୍ୟରୁ ଅନ୍ୟତମ ଅଟେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଚଳିତ ଆର୍ଥିକ ବର୍ଷରେ ରେକର୍ଡ ପ୍ରଦର୍ଶନ ହାସଲ କରିବାକୁ ଯୋଜନା କରିଛି ପୂର୍ବତଟ ରେଳପଥ

ଭୁବନେଶ୍ବର: ଅନେକ ଅସୁବିଧା ଏବଂ ବିଭିନ୍ନ ଆହ୍ୱାନ ସତ୍ତ୍ୱେ ପୂର୍ବତଟ ରେଳପଥ ରାଜସ୍ୱ ଲୋଡିଂ ସହିତ ନୂତନ ଲାଇନ ନିର୍ମାଣ, ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟ ସହିତ ଦୋହରୀକରଣ ପ୍ରକଳ୍ପ ଏବଂ ଟ୍ରାଫିକ୍ ସୁବିଧା କ୍ଷେତ୍ରରେ ନୂତନ ଅଧ୍ୟାୟ ସ୍ଥାପନ କରିବାକୁ ଯାଉଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କ୍ରମାଗତ ପ୍ରକଳ୍ପ ସମୀକ୍ଷା ଏବଂ ମହାପ୍ରବନ୍ଧକ ରୂପ ନାରାୟଣ ସୁନକରଙ୍କ ଉପଦେଶ ଯୋଗୁଁ ଏହା ସମ୍ଭବ ହେବାକୁ ଯାଉଅଛି।

ଚଳିତ ଆର୍ଥିକ ବର୍ଷର ଡିସେମ୍ବର 2022 ପର୍ଯ୍ୟନ୍ତ ପୂର୍ବତଟ ରେଳପଥ 175.32 ନିୟୁତ ଟନ ମାଲ ପରିବହନ କରିଛି ଯାହା ଗତ ଆର୍ଥିକ ବର୍ଷର 169.39ନିୟୁତ ଟନ ତୁଳନାରେ 5.93 ନିୟୁତ ଟନ ଅଧିକ ଏବଂ ପ୍ରାୟ 3.5% ଅଭିବୃଦ୍ଧି ଆଣି ପାରିଛି। ମାଲ ପରିବହନରୁ ଆୟ ଦୃଷ୍ଟିରୁ, ପୂର୍ବତଟ ରେଳପଥ ଏହି ସମୟ ମଧ୍ୟରେ 14247.88 କୋଟି ଆୟ କରିଛି ଯାହା 13134.98 କୋଟି ତୁଳନାରେ ଗତ ଆର୍ଥିକ ତୁଳନାରେ 8.47% ବୃଦ୍ଧି ପଞ୍ଜିକରଣ କରି 1112.9 କୋଟି ଟଙ୍କା ବୃଦ୍ଧି କରିଛି।

ଯାତ୍ରୀ ପରିବହନ କ୍ଷେତ୍ରରୁ ପୂର୍ବତଟ ରେଳପଥ ଡିସେମ୍ବର 2022 ସୁଦ୍ଧା 53.11 ନିୟୁତ ଯାତ୍ରୀ ପରିବହନ କରିଛି ଯାହା ଗତ ଆର୍ଥିକ ବର୍ଷର 21.37 ମିଲିୟନ ତୁଳନାରେ 148.5% ଅଭିବୃଦ୍ଧି ପଞ୍ଜିକରଣ କରିଛି। ଯାତ୍ରୀମାନଙ୍କଠାରୁ ଆୟ କ୍ଷେତ୍ରରେ ପୂର୍ବତଟ ରେଳପଥ 82.17% ବୃଦ୍ଧି ପଞ୍ଜିକରଣ କରି ଗତ ବର୍ଷର ଆୟ 770.45 କୋଟି ତୁଳନାରେ ଚଳିତ ବର୍ଷ 1403.58 କୋଟି ଆୟ କରିଛି।

ପୂର୍ବ ତଟ ରେଳପଥର ସମସ୍ତ ତିନୋଟି ରେଳମଣ୍ଡଳ ଯଥା ଖୁରଡା ରୋଡ୍, ୱାଲ୍ଟେୟାର ଏବଂ ସମ୍ବଲପୁର ମଣ୍ଡଳ ମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ଏହା ସମ୍ଭବ ହୋଇପାରିଛି।  ଏହି ସଫଳତାକୁ ବାସ୍ତବ ରୂପ ଦେବା ପାଇଁ ନିରନ୍ତର ଭାବେ 24 ଘଣ୍ଟିଆ ପରିଚାଳନା ଏବଂ ତଦାରଖ, ଉତ୍ସର୍ଗୀକୃତ ଏବଂ ଆନ୍ତରିକ କାର୍ଯ୍ୟ ଶକ୍ତି ଓ ଉଲ୍ଲେଖନୀୟ ପ୍ରଦର୍ଶନକୁ ଆପଣାଇବାକୁ ଯାଉଅଛି।

ଉପରୋକ୍ତ ବ୍ୟତୀତ, ପୂର୍ବ ତଟ ରେଳପଥ ଉଲ୍ଲେଖନୀୟ ଭିତ୍ତିଭୂମି କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ରଖିଛି। ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ୍ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକ ଯଥା ସମ୍ବଲପୁର-ଟିଟିଲାଗଡ ରେଳ ସେକ୍ସନର ଦୋହରୀକରଣ କାର୍ଯ୍ୟ ଶୀଘ୍ର ସମ୍ପାଦନ କରିବା, ଅନୁଗୁଳ-ତାଲଚର ରୋଡ ବିଭାଗ (12 କିମି), ଅନୁଗୁଳ-ବଳରାମ (14 କିମି) ଲିଙ୍କ ଆନ୍ତଃ କୋଇଲା କରିଡର କନେକ୍ଟିଭିଟି ପ୍ରୋଜେକ୍ଟ, ଶାଳଗାଁ-ରାଜଆଠଗଡ ସେକ୍ସନର ତୃତୀୟ ଏବଂ ଚତୁର୍ଥ ଲାଇନ, ଶାଳଗାଁ-କପିଳାସ ରୋଡ, ଜଖପୁରା-ନୟାଗଡ଼ ଦୋହରୀକରଣ କାର୍ଯ୍ୟ, କପିଳାସ ରୋଡ ଏବଂ ନର୍ଗୁଣ୍ଡି ମଧ୍ୟରେ ତୃତୀୟ ଲାଇନ, ବୁଢାପଙ୍କ-ଏନଟିପିସି ବ୍ଲକ କ୍ୟାବିନ ମଧ୍ୟରେ ତୃତୀୟ ଲାଇନ ଏବଂ ବୁଢାପଙ୍କ-ତାଲଚର ରୋଡ ମଧ୍ୟରେ ଚତୁର୍ଥ ଲାଇନ, ଟିଟିଲାଗଡ-କେସିଙ୍ଗା ମଧ୍ୟରେ ତୃତୀୟ ଲାଇନ ଏବଂ ସିକିର ଓ ଟିଟିଲାଗଡ଼ ମଧ୍ୟରେ ଦୋହରୀକରଣ ସହିତ ୟାର୍ଡ ନବୀକରଣ, କାକଲୁର-କାୱାରଗାଓଁ-ଡାବପାଲ ମଧ୍ୟରେ 21 କିମି ଦୋହରୀକରଣ, ରୁପ୍ରା ରୋଡ-ନର୍ଲା ରୋଡ-ଲଞ୍ଜିଗଡ ରୋଡ ମଧ୍ୟରେ ତୃତୀୟ ଲାଇନ ସହିତ ବିଦ୍ୟୁତିକରଣ କାର୍ଯ୍ୟ, କୋରାପୁଟ-ରାୟଗଡା ମାର୍ଗର ଡୁମୁରିପୁଟ-ଦାମନଯୋଡି ସେକ୍ସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ଶେଷ ହୋଇଛି ଏବଂ ଏହି ବର୍ଷରେ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି।

ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ୍-ବାଲାଙ୍ଗୀର ରେଳ ଲାଇନ ପ୍ରକଳ୍ପକୁ ପ୍ରାଥମିକତା ଦେଇ ଏହାକୁ ଶୀଘ୍ର ଶେଷ କରିବା ପାଇଁ ଉଭୟ ପାର୍ଶ୍ୱରୁ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ପ୍ରକଳ୍ପର ବିଛୁପାଲ୍ଲୀ ଓ ଝରତରଭା ମଧ୍ୟରେ 10.65 କିମି କାର୍ଯ୍ୟ ସମ୍ପନ୍ନ ହୋଇଛି। ମାର୍ଚ୍ଚ 2023 ସୁଦ୍ଧା ଖମ୍ବେଶ୍ୱରପାଲ୍ଲୀ-ଝରତରଭା ମଧ୍ୟରେ 11.40 କିଲୋମିଟର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ବ୍ୟତୀତ, ନୁଆଗାଓଁ-ଦଶପାଲା ମଧ୍ୟରେ 15.445 କିମି ରେଳ ଲାଇନ୍କୁ ଫେବୃଆରୀ 2023 ସୁଦ୍ଧା ଖୋର୍ଦ୍ଧା ରୋଡ ପାର୍ଶ୍ୱରୁ ଶେଷ ହେବାର ଯୋଜନା ରହିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଶୀତଦିନେ କୁହୁଡିର ମୁକାବିଲା ପାଇଁ ପୂର୍ବତଟ ରେଳପଥ ଦ୍ଵାରା ସ୍ଵତନ୍ତ୍ର ନିରାପତ୍ତା ଅଭିଯାନ

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅନେକ ସ୍ଥାନରେ ଘନ କୁହୁଡି ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ରେଳ ସେକ୍ସନରେ ରାତ୍ରି ସମୟ ଠାରୁ ପ୍ରାତଃ କାଳ ସମୟରେ ଘନ କୁହୁଡ଼ିକୁ ସାମ୍ନା କରି ରେଳ ଚଳାଚଳ କରାଇବାକୁ ଏହାର କାର୍ଯ୍ୟଶକ୍ତିକୁ ପ୍ରସ୍ତୁତ ରଖିବା ସହ କୁହୁଡି ପ୍ରଭାବିତ କ୍ଷେତ୍ରରେ ସାବଧାନ ଅବଲମ୍ବନ କରିବାକୁ କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଛି। ଘନ କୁହୁଡି ପରିସ୍ଥିତିରେ ପୂର୍ବତଟ ରେଳପଥ ଟ୍ରେନ ପରିଚାଳନା ସମ୍ବନ୍ଧରେ ଏହାର ନିର୍ଧାରିତ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବାରେ ସକ୍ଷମ ଅଛି।

ଟ୍ରେନ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ପ୍ରାଧାନ୍ୟ ଦିଆଯାଇ ଅଧିକ କୁହୁଡି ସମୟରେ ଟ୍ରେନର ଗତିକୁ ନିୟନ୍ତ୍ରଣ କରିବାକୁ ଟ୍ରେନ ଚାଳକ ମାନଙ୍କୁ କୁହାଯାଇଛି; ଯେପରିକି ସେମାନେ ଅନୁଭବ କରିବେ ଯେ କୌଣସି ବିପଦ ନାହିଁ। ଏହା ବ୍ୟତୀତ ବହୁ ସାବଧାନତା ଅବଲମ୍ବନ କରିବା ସହ ଅଧିକାରୀ ଓ ନିରାପତ୍ତା ପରିଷଦ ମାନଙ୍କ ଦ୍ୱାରା ରନିଙ୍ଗ ଷ୍ଟାଫ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଅଛି।

ଘନ କୁହୁଡି ଅଞ୍ଚଳରେ ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ରଙ୍ଗ ପଟିକୁ ଓ.ଏଚ.ଇ ଖୁଣ୍ଟ ମାନଙ୍କରେ ଲେବଲ କ୍ରସିଂ ଏବଂ ବ୍ୟସ୍ତ ବହୁଳ ଯାତାୟାତ ଅଞ୍ଚଳରେ ଥିବା “ଟ୍ରେନ ଅଟକିବା ସଂକେତ” ପୂର୍ବରୁ ଲଗାଯାଇ ଟ୍ରେନ ଚାଳକ ମାନଙ୍କୁ ସଜାଗ କରାଯାଉଅଛି ଯେ , ଟ୍ରେନଟି ” ଅଟକିବା ସଂକେତ” ପାଖରେ ପହଞ୍ଚିବାକୁ ଯାଉଅଛି ଓ ସମ୍ବେଦନଶୀଳ ଅଞ୍ଚଳରେ ପ୍ରବେଶ କରୁଅଛି। ଏହି ବ୍ୟବସ୍ଥା ଦ୍ୱାରା ଟ୍ରେନ ଚାଳକ ମାନେ ଘନ କୁହୁଡ଼ିଥିବା ଅଞ୍ଚଳ ମାନଙ୍କରେ ସାମ୍ନାରେ ଥିବା ସିଗ୍ନାଲର ଦିଗ ପ୍ରତି ଅଧିକ ସଚେତନ ହୋଇପାରୁଛନ୍ତି।

ଘନ କୁହୁଡି ସମୟରେ ସୁରକ୍ଷିତ ଟ୍ରେନ ଚଳାଚଳ ପାଇଁ ସର୍ବୋତ୍ତମ ସଂରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସଂରକ୍ଷା ବିଭାଗ ଅଧିକାରୀ ମାନଙ୍କୁ ଉପଦେଶ ଦିଆଯାଇଅଛି। ଟ୍ରେନ ଚାଳକ ଓ ଗାର୍ଡ ମାନଙ୍କୁ ନିର୍ଦେଶ ଦିଆଯାଉଅଛି ଯେ ସେମାନେ ଘନ କୁହୁଡି ଅଞ୍ଚଳରେ ଯାତ୍ରୀ ମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଟ୍ରେନକୁ ଧୀରେ ଚଳାଇବେ, ଯଦିଓ ଏଥିପାଇଁ ଟ୍ରେନ ଚଳାଚଳ ସମୟରେ ବାଧାପ୍ରାପ୍ତର ସମ୍ଭାବନା ଥାଏ।

ଘନ କୁହୁଡିରେ ଡିଟୋନେଟର ପ୍ରୟୋଗ:

ଘନ କୁହୁଡ଼ିରେ ଯଦି ଟ୍ରେନ ଚାଳକ ସିଗ୍ନାଲ ଗୁଡିକୁ ଦେଖିବାକୁ ସକ୍ଷମ ହୋଇନପାରନ୍ତି, ତେବେ ସିଗ୍ନାଲ ଖୁଣ୍ଟ ପୂର୍ବରୁ ଶବ୍ଦ ସୃଷ୍ଟିକରୁଥିବା ଡିଟୋନେଟରକୁ ପ୍ରୟୋଗ କରାଯାଏ।  ଯାହା ଫଳରେ ଟ୍ରେନ ସଂକେତ ପାଖରେ ରହି ପାରିବ। ଏହି ଡିଟୋନେଟର ଚେପଟା, ଡିସ୍କ ଭଳି ମେଟାଲ କଣ୍ଡକ୍ଟର ଓ ସାଧାରଣତଃ ନାଲି ରଙ୍ଗ ଯାହାକି ଟ୍ରେନ ଚକ ତଳେ ବିସ୍ଫୋରକ ଶବ୍ଦ ସୃଷ୍ଟି କରିପାରୁଥିବ।

କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଓ ପରାମର୍ଶ:

ଷ୍ଟେସନ ମ୍ୟାନେଜର ମାନଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଡିଟୋନେଟର ଯୋଗାଇ ଦିଆଯାଇ ଘନ କୁହୁଡି ଥିବା ସମ୍ବେଦନଶୀଳ ସ୍ଥାନମାନଙ୍କରେ ବ୍ୟବହାର କରିବାକୁ କୁହାଯାଇଅଛି। ଘନ କୁହୁଡି ଥିବା ସ୍ଥାନମାନଙ୍କରେ ଟ୍ରେନ ଚାଳକ ମାନଙ୍କୁ ସଂକେତ ଦେବାପାଇଁ ଡିଟୋନେଟର ପ୍ରୟୋଗ କରିବାକୁ ଷ୍ଟେସନ, କେବିନ ଏବଂ ଗେଟ ମାନଙ୍କରେ ଥିବା କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ସହ ସଠିକ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଅଛି।

ଟ୍ରେନ ଗାର୍ଡ ମାନଙ୍କୁ ପରାମର୍ଶ:

ଘନ କୁହୁଡ଼ିଥିବା ଅଞ୍ଚଳରେ ଟ୍ରେନ ଚାଳକ ମାନେ ଯେପରି ସ୍ଥିରୀକୃତ ସ୍ପିଡ଼ ଲିମିଟକୁ ଅତିକ୍ରମ ନକରିବେ ସେଥିପାଇଁ ବିଶେଷ ଧ୍ୟାନ ଦେବାକୁ ଟ୍ରେନ ଗାର୍ଡ ମାନଙ୍କୁ ପରାମର୍ଶ ଦିଆଯାଇଅଛି। ଘନ କୁହୁଡି ପରିସ୍ଥିତିରେ ସଂକେତ ପାଇଁ ରେଳବାଇ ପକ୍ଷରୁ ଅନୁମୋଦିତ ଡିଜାଇନର ରେଡ ଟେଲ ଧପଧପି ଲ୍ୟାମ୍ପକୁ ଟ୍ରେନ ମାନଙ୍କର ପଛରେ ଲଗାଯାଇଅଛି , ଯେପରି କି ପଛରୁ ଆସୁଥିବା ଟ୍ରେନ ଆଗରେ ଥିବା ଟ୍ରେନ ର ସ୍ଥିତିକୁ ଦେଖି ପାରିବ। କୁହୁଡି ସମୟରେ ଦିନରେ ମଧ୍ୟ ଧପଧପି ଏଲ.ଇ.ଡି ଲ୍ୟାମ୍ପ ବ୍ୟବହାର କରିବାକୁ ଗାର୍ଡ ମାନଙ୍କୁ କୁହାଯାଇଅଛି।

ଟ୍ରେନ ପଛ ଡବାରେ ଓ ଲେବଲ କ୍ରସିଂରେ ଚକମକି ସଂକେତ ଚିହ୍ନ ପ୍ରୟୋଗ:

ଜଗୁଆଳି ଥିବା ଲେବଲ କ୍ରସିଂ ଗେଟରେ ବ୍ୟାରିୟରରେ ଚକମକି ସଂକେତ ଚିହ୍ନ ପ୍ରୟୋଗ କରାଯାଇଅଛି I ସେହିପରି ଟ୍ରେନର ପଛ ଡବାରେ ଏହି ଭଳି ସଂକେତ ଚିହ୍ନକୁ ମଧ୍ୟ ଉପଯୋଗ କରାଯାଇଅଛି I

ଶୀତ ସମୟରେ ପାଟ୍ରୋଲିଙ୍ଗ ଓ ଟ୍ରେନ ଇଂଜିନରେ ନିରୀକ୍ଷଣ:

ଶୀତଦିନ ମାନଙ୍କରେ ଘନ କୁହୁଡି ସୃଷ୍ଟି ହେଉଥିବା ସମ୍ବେଦନଶୀଳ ଅଞ୍ଚଳମାନଙ୍କରେ ରେଳ କର୍ମଚାରୀମାନଙ୍କୁ ପାଟ୍ରୋଲିଙ୍ଗ କରିବା ପାଇଁ କୁହାଯାଇଅଛି। ଯାହା ଫଳରେ ଟ୍ରେନ ଚଳାଚଳରେ ଯେପରି ବ୍ୟାଘାତ ନଉପୁଯିବ। ଏହା ବ୍ୟତୀତ ଅକସ୍ମାତ ତନଖି ସହ ଟ୍ରେନ ଇଂଜିନ ମାନଙ୍କରେ ଅତର୍କିତ ରାତି ଅଧିଆ ଓ ଭୋର ସମୟ ମାନଙ୍କରେ ନିରୀକ୍ଷଣ କରାଯାଉଅଛି।

ଟ୍ରେନ ଚାଳକ ଓ ସହାୟକ ଚାଳକ ମାନଙ୍କୁ ପରାମର୍ଶ:

ଯେହେତୁ ଟ୍ରେନ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ନିରାପତ୍ତାକୁ ରେଳବାଇ ପକ୍ଷରୁ ପ୍ରାଥମିକତା ଦିଆଯାଉଅଛି, ସେଥିପାଇଁ କୁହୁଡି ସମୟରେ ସାବଧାନତା ଅବଲମ୍ବନ କରାଯିବାକୁ ପ୍ରତି ଟ୍ରେନ ଚାଳକ ମାନଙ୍କୁ ନିର୍ଦେଶ ଦିଆଯାଇଅଛି। ଯେତେବେଳେ ଟ୍ରେନ ଚାଳକ ନିଜେ ଅନୁଭବ କରିବେ ଯେ ଘନ କୁହୁଡି ଯୋଗୁଁ ଦୃଶ୍ୟମାନ ହେବାକୁ ପ୍ରତିବନ୍ଧକ ଅଛି, ସେତେବେଳେ ସେମାନେ କୌଣସି ଶଙ୍କା ନକରି ଟ୍ରେନ ର ବେଗକୁ କମାଇ ପାରିବେ ବା ଚଳାଚଳକୁ ବନ୍ଦ କରିପାରିବେ। ଏହି ସମୟରେ ଟ୍ରେନ ର ଗତି ଯେପରି ୬୦ କି.ମି. ପ୍ରତି ଘଣ୍ଟା ଅତିକ୍ରମ ନକରେ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଅଛି। ଘନ କୁହୁଡି ଯୋଗୁଁ ଦୃଶ୍ୟମାନ ହେଉନଥିବା ଅଞ୍ଚଳମାନଙ୍କରେ କ୍ରମାଗତ ଭାବେ ସୁଷୁରୀ (ହୁଇସିଲ) ମାରିବାକୁ କୁହାଯାଇଅଛି, ଯେପରିକି ପାଖରେ ଥିବା ଗେଟମ୍ୟାନ ଓ ରାସ୍ତା ବ୍ୟବହାରକାରୀମାନେ ଟ୍ରେନ ଆସୁଥିବାର ସଙ୍କେତ ଶୁଣିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଭୁବନେଶ୍ୱର ନୂଆ ରେଳ ଷ୍ଟେସନ ପରିଦର୍ଶନ

ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ଭୁବନେଶ୍ୱର ନୂଆ ରେଳ ଷ୍ଟେସନ ନିରୀକ୍ଷଣ କରି ଚାଲୁରହିଥିବା ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି।

ନିରୀକ୍ଷଣ ସମୟରେ ଯାତ୍ରୀ ମାନଙ୍କୁ ଦିଆଯାଉଥିବା ସୁବିଧାଗୁଡ଼ିକର ଆବଶ୍ୟକତା ତଥା ମହତ୍ୱକୁ ଗୁରୁତ୍ୱାରୋପ କରି ଶ୍ରୀ ସୁନକର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଶୀଘ୍ର ସମାପ୍ତି ପାଇଁ ବିଶେଷ ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ଯାତ୍ରୀମାନଙ୍କ ସୁବିଧା ପାଇଁ ବହୁତ ଆବଶ୍ୟକ ପରିଷେବା ଯଥା ପ୍ରଶସ୍ତ ଚଳପ୍ରଚଳ କ୍ଷେତ୍ର (ସର୍କୁଲାର କ୍ଷେତ୍ର), କନକୋର୍ସ, ପ୍ଲାଟଫର୍ମର ଆଲୋକୀକରଣ, ପ୍ରତୀକ୍ଷା କକ୍ଷ, ଶୌଚାଳୟ ଇତ୍ୟାଦିକୁ ପ୍ରାଥମିକତା ଦେବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି। ରେଳ ବ୍ୟବହାରକାରୀଙ୍କ ସୁବିଧା ପାଇଁ ସଡକ ସଂଯୋଗ କ୍ଷେତ୍ରରେ ସମସ୍ୟା ଏଡ଼ାଇବା ପାଇଁ ରାଜ୍ୟ ସରକାରଙ୍କ ଅଧିକାରୀ ମାନଙ୍କ ସହ ନିୟମିତ ସମନ୍ୱୟ ରକ୍ଷା କରିବାକୁ ମହାପ୍ରବନ୍ଧକ ମଧ୍ୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଓଡ଼ିଶାରେ ଚାଲୁରହିଥିବା ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି।

ପୂର୍ବତଟ ରେଳପଥର ପ୍ରମୁଖ ଇଞ୍ଜିନିୟର ଏନ ଏସ୍ ଉଇକେ, ରେଳପଥ ନିର୍ମାଣ ବିଭାଗର ମୁଖ୍ୟ ଇଞ୍ଜିନିୟର ଅକ୍ଷୟ ସକ୍ସେନାଙ୍କ ସହିତ ବରିଷ୍ଠ ଅଧିକାରୀମାନେ ମହାପ୍ରବନ୍ଧକ ସୁନକରଙ୍କ ନିରୀକ୍ଷଣ ସମୟରେ ଉପସ୍ଥିତ ଥିଲେ।