Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶୀଘ୍ର ଶେଷ ହେବ ଗୁରୁତ୍ୱପୂର୍ଣ୍ଣ ତାଳଚେର ରୋଡ-ଅନୁଗୁଳ ଦୋହରିକରଣ ପ୍ରକଳ୍ପ କାର୍ଯ୍ୟ

ଭୁବନେଶ୍ବର: ପୂର୍ବତଟ ରେଳପଥର ଭୁବନେଶ୍ବର/କଟକ-ଅନୁଗୁଳ-ସମ୍ବଲପୁର ରେଳ ମାର୍ଗରେ ଅତି ଗୁରୁତ୍ୱପୂର୍ଣ୍ଣ ରେଳ ଲିଙ୍କ କାର୍ଯ୍ୟ ମଧ୍ୟରେ ଥିବା ତାଳଚେର ରୋଡ-ଅନୁଗୁଳ ଦୋହରିକରଣ କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଓଡିଶାରେ ରେଳ ସଂଯୋଗ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଏବଂ ଏହି ପ୍ରକଳ୍ପ ସମ୍ପାଦନ ହେବା ପରେ ପୂର୍ବ ଓ ପଶ୍ଚିମ ଓଡିଶା ମଧ୍ୟରେ ରେଳ ଚଳଚଳ ଆହୁରି ସୁଗମ ହୋଇ ପାରିବ।

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଶୀଘ୍ର ଶେଷ କରି ଟ୍ରେନ ଚଳଚଳ ସୁଗମ କରିବାପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ନିର୍ଦେଶ ଦେବା ସହିତ ନିଜେ ଏହାର ବିକାଶମୂଳକ କରଜ୍ୟକାଳପାକୁ ତଦାରଖ କରୁଛନ୍ତି ଯାହା ଫଳରେ ଏହି ମାର୍ଗରେ ଅଧିକରୁ ଅଧିକ ଟ୍ରେନ ଚଳାଚଳ ସୁବିଧାରେ ହୋଇପାରିବ।

ଓଡିଶାରେ ଏହି ଗୁରୁତ୍ୱପୂର୍ଣ୍ଣ ଟ୍ରେନ ଟ୍ରାଫିକ ସୁବିଧା କାର୍ଯ୍ୟକୁ ଶୀଘ୍ର ସମ୍ପାଦନ ପାଇଁ ବିସ୍ତୃତ ଓ ସଠିକ ଯୋଜନା ସହିତ ସମନ୍ଵୟ ରକ୍ଷାକରି ତ୍ଵରିତ କାର୍ଯ୍ୟ ସମ୍ପାଦନ କରିବାକୁ ମହାପ୍ରବନ୍ଧକ ନିଯୋଜିତ ଥିବା ବରିଷ୍ଠ ଅଧିକାରୀମାନଙ୍କୁ କହିଛନ୍ତି।

ଓଡିଶାର ରେଳପ୍ରକଳ୍ପ ଗୁଡିକ ମଧ୍ୟରୁ ଏହା ଏକ ଗୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ହେବାପରେ ଏହା ଓଡିଶାର ଏକ ଅତି ଗୁରୁତ୍ୱପୂର୍ଣ୍ଣ ରେଳ ସଂଯୋଗକୁ ସୁବିଧା ପ୍ରଦାନ କରାଇବ ଯାହାକି ଦେଶର ବିଭିନ୍ନ ପ୍ରାନ୍ତକୁ ଟ୍ରେନ ଚଳାଚଳ କରାଇବାପାଇଁ ସହଜ ହେବ। ଏହି କାର୍ଯ୍ୟ ସମୟରେ ଟ୍ରେନ ଯାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଧ୍ୟାନଦେବାକୁ ମହାପ୍ରବନ୍ଧକ ପୂର୍ବରୁ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି।  ତେଣୁ ଏହି କାର୍ଯ୍ୟ ସମୟରେ ଉପରୋକ୍ତ କ କାର୍ଯ୍ୟ ଗୁଡିକ ପ୍ରତି ଧ୍ୟାନ ଦେଇ ସ୍ୱଳ୍ପ ସଂଖ୍ୟକ ଟ୍ରେନ କୁ ବାତିଲ, ମାର୍ଗ ପରିବର୍ତ୍ତନ ଓ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନିଆଯାଇଅଛି …

ଟ୍ରେନ ବାତିଲ:

22839/22840 ରାଉରକେଲା-ଭୁବନେଶ୍ବର- ରାଉରକେଲା ସୁପରଫାଷ୍ଟ ଇଣ୍ଟର ସିଟି ଏକ୍ସପ୍ରେସକୁ 12 ଡିସେମ୍ବର 2022 ଦିନ ଉଭୟ ପାର୍ଶ୍ବରୁ ବାତିଲ କରାଯାଇଅଛି। ସେହିଭଳି, 18125/18126 ରାଉରକେଲା-ପୁରୀ- ରାଉରକେଲା ଏକ୍ସପ୍ରେସକୁ ରାଉରକେଲା ଠାରୁ ଡିସେମ୍ବର 11 ରୁ 13 ତାରିଖ ମଧ୍ୟରେ ଏବଂ ପୁରୀଠାରୁ ଡିସେମ୍ବର 12 ରୁ 14 ତାରିଖ ମଧ୍ୟରେ ବାତିଲ କରାଯାଉଅଛି।

ଟ୍ରେନ ମାର୍ଗ ପରିବର୍ତ୍ତନ:

10 ଡିସେମ୍ବର 2022 ଦିନ ଅମୃତସରରୁ ଛାଡୁଥିବା 22808 ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ଏକ୍ସପ୍ରେସ ସମ୍ବଲପୁର-ଅନୁଗୁଳ-ଭୁବନେଶ୍ବର ମାର୍ଗ ପରିବର୍ତେ ଝାରସୁଗୁଡା-ରାଉରକେଲା-ଚକ୍ରଧରପୂର-ଜରୋଲି-ଜଖପୁର-କଟକ-ଭୁବନେଶ୍ବର ମାର୍ଗରେ ଯାତ୍ରା କରିବ।

ଟ୍ରେନ ନିୟନ୍ତ୍ରଣ:

11 ଡିସେମ୍ବର ଦିନ ସିରିଡ଼ି ରୁ ଛାଡିବାକୁଥିବା 20858 ସାଇ ନଗର ସିରିଡ଼ି-ପୁରୀ ଏକ୍ସପ୍ରେସ ଏବଂ ନୂଆ ଦିଲ୍ଲୀରୁ ଛାଡିବାକୁଥିବା 20818 ନୂଆ ଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସକୁ ଚଳାଚଳ ମାର୍ଗରେ କିଛି ସମୟ ପାଇଁ ନିୟନ୍ତ୍ରଣ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ

ଭୁବନେଶ୍ଵର: ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଅଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକରଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ କର୍ମଚାରୀମାନେ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଫଟ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସମାରୋହରେ ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀମାନେ, ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ରେଳପଥର ମୁଖ୍ୟ କାର୍ମିକ ଅଧିକାରୀ (ପ୍ରଶାସନ) ଏଲଭିଏସଏସ ପାତୃଡୁ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ମହାପରିନିର୍ବାଣ ଦିବସ ମଧ୍ୟ ପୂର୍ବତଟ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ୱାଲଟିୟର, ସମ୍ବଲପୁର ଓ ଖୋର୍ଦ୍ଧା ରୋଡ ରେଳମଣ୍ଡଳ ମାନଙ୍କ ସହିତ ଅନ୍ୟାନ ରେଳବାଇ କାର୍ଯ୍ୟIଳୟ ଓ ଷ୍ଟେସନ ମାନଙ୍କ ଠାରେ ପାଳିତ ହୋଇଯାଇଅଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା କଟକ-ପାରାଦୀପ ରେଳ ମାର୍ଗ ଯାଞ୍ଚ

ଭୁବନେଶ୍ବର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ପାରାଦୀପ ଗସ୍ତରେ ଯାଇ କଟକ-ପାରାଦୀପ ରେଳ ମାର୍ଗରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନୀରିକ୍ଷଣ କରିଛନ୍ତି। ଏହି ସମୟରେ ଟ୍ରାଫିକ ସୁବିଧା ତଥା ବିନା କୌଣସି ପ୍ରତିବନ୍ଧକରେ ଟ୍ରେନ ଚଳାଚଳ ଏବଂ ରେଳବାଇର ବିଭିନ୍ନ ବିକାଶମୂଳକ କାର୍ଯ୍ୟକଳାପ ସମ୍ବନ୍ଧରେ ଆଲୋଚନା କରିଛନ୍ତି।

ଶ୍ରୀ ସୁନକର ମଧ୍ୟ ପାରାଦୀପ ଅଞ୍ଚଳରେ ରେଳବାଇର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ଓ ନୀରିକ୍ଷଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସହିତ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଶ୍ରୀ ସୁନକର ରେଳବାଇର ବିଭିନ୍ନ ଷ୍ଟେକ ହୋଲ୍ଡର (ସହଭାଗୀ) ମାନଙ୍କର ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ପଣ୍ୟ ବୋଝେଇ ଓ ପଣ୍ୟ ବୋଝ ଉତାରିବା (ଅନଲୋଡିଂ) ପାଇଁ ବିଭିନ୍ନ ରେଳ ସାଇଡିଙ୍ଗ ପରିଦର୍ଶନ କରିଥିଲେ। ପରିବହନ ଏବଂ ଟ୍ରାଫିକ ସୁବିଧା କ୍ଷେତ୍ରରେ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ସେ ସହଭାଗୀ ମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଏବଂ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଶୀଘ୍ର ସମାପ୍ତ କରାଇବା ଓ ପରିବହନ ସୁବିଧା କରାଇ ଏହାର ବୃଦ୍ଧି ଘଟାଇବା ସହ ରାଜସ୍ୱ ବୃଦ୍ଧି ପାଇଁ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଅନୁଗୁଳ-ସୁକିନ୍ଦା ରେଳ ଲାଇନ ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଚୁକ୍ତିନାମା

ଭୁବନେଶ୍ବର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ରୂପ ନାରାୟଣ ସୁନକରଙ୍କ ଉପସ୍ଥିତିରେ ରେଳପଥର ମୁଖ୍ୟାଳୟ ରେଳ ସଦନରେ ପୂର୍ବ ତଟ ରେଳପଥ ଏବଂ ଅନୁଗୁଳ-ସୁକିନ୍ଦା ରେଳ ଲିମିଟେଡ୍ (ଏଏସଆରଏଲ) ମଧ୍ୟରେ ଅନୁଗୁଳ-ସୁକିନ୍ଦା ରେଳ ଲାଇନ ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ (ଅପରେସନ୍ ଆଣ୍ଡମେଣ୍ଟେନାନ୍ସ O&M) ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।

ଏହି ସ୍ମାରକପତ୍ରରେ ଏଏସଆରଏଲର ପରିଚାଳନା ନିର୍ଦ୍ଦେଶକ ଦିଲୀପ କୁମାର ସାମନ୍ତରାୟ ଏବଂ ପୂର୍ବତଟ ରେଳପଥର ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକ (ପଣ୍ୟ) ଏଚ୍ ଏଲ. ଲୁଆଙ୍ଗଙ୍କ ଦ୍ୱାରା ସ୍ୱାକ୍ଷରିତ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଏବଂ ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଭାଗିଦାରୀ ମାନେ ଉପସ୍ଥିତ ଥିଲେ।

ଓଡ଼ିଶାର ଅନୁଗୁଳ ଜିଲ୍ଲାର ବୁଢ଼ାପଙ୍କ ଷ୍ଟେସନ ଓ ଯାଜପୁର ଜିଲ୍ଲାର ବାଘୁଆପାଳ ରେଳ ଷ୍ଟେସନ ମଧ୍ୟରେ ୯୮.୭୦ କି.ମି. ବ୍ରଡ ଗେଜ୍ ରେଳ ଲାଇନର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ଅନୁଗୁଳ-ସୁକିନ୍ଦା ରେଲୱେ ଲିମିଟେଡ୍ କୁ ରେଳ ବିକାଶ ନିଗମ ଲିମିଟେଡ୍ (RVNL) ମାଧ୍ୟମରେ ରେଳ ମନ୍ତ୍ରଣାଳୟ ଦ୍ୱାରା ଏକ ଏସପିଭିରେ ଅନ୍ତର୍ଭୁକ୍ତ କରାଯାଇଛି।

ଏହି ନୂତନ ରେଳ ଲାଇନ ଓଡ଼ିଶାର ଲୌହ ପଥର ସମୃଦ୍ଧ ଅଞ୍ଚଳ (ଜୋଡା-ବଡ଼ବିଲ) ମଧ୍ୟରେ ଅନୁଗୁଳ ଅଞ୍ଚଳର ଇସ୍ପାତ ଏବଂ ସ୍ପଞ୍ଜ ଲୁହା ଶିଳ୍ପ ମଧ୍ୟରେ ସିଧାସଳଖ ସଂଯୋଗ ଯୋଗାଇବ। ଏହା ମଧ୍ୟ ସୁକିନ୍ଦା ଅଞ୍ଚଳର କଳିଙ୍ଗ ନଗର ଶିଳ୍ପାଞ୍ଚଳ ସହିତ କୋଇଲା ଭିତ୍ତିକ ଥର୍ମାଲ୍ ପାୱାର୍ ପ୍ଲାଣ୍ଟ ପର୍ଯ୍ୟନ୍ତ ତାଲଚରର କୋଇଲା ଖଣି ବେଲ୍ଟ ମଧ୍ୟରେ ଏକ କ୍ଷୁଦ୍ର ଏବଂ ଗମନାଗମନ ମୁକ୍ତ ବିକଳ୍ପ ମାର୍ଗ ଯୋଗାଇ ପାରିବ। ଏହି ନୂତନ ଲାଇନ ଅନୁଗୁଳ ଅଞ୍ଚଳର ଇସ୍ପାତ କାରଖାନା, ନାଲକୋ ଏବଂ ଓଡିଶାର କଳିଙ୍ଗ ନଗର ଅଞ୍ଚଳରେ ଅବସ୍ଥିତ ଇଣ୍ଡଷ୍ଟ୍ରିଜ୍ କ୍ଲଷ୍ଟର ନିକଟବର୍ତ୍ତୀ ହେବ।

ଏହି ପ୍ରକଳ୍ପ ମଧ୍ୟ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଏବଂ ଧାମରା/ପାରାଦୀପ ବନ୍ଦର ମଧ୍ୟରେ ଦୂରତା ମଧ୍ୟ ହ୍ରାସ କରିବ। ଦୂର ଓ ବ୍ୟୟ ବହୁଳ ଖଡ଼ଗ୍ପୁର ମାର୍ଗ ପରିବର୍ତ୍ତେ ତାଳଚେର-ସମ୍ବଲପୁର-ଝାରସୁଗୁଡା ମାର୍ଗ ମାଧ୍ୟମରେ କଳିଙ୍ଗ ନଗର କମ୍ପ୍ଲେକ୍ସରୁ ମୁମ୍ବାଇ ଏବଂ ଦିଲ୍ଲୀ ଇତ୍ୟାଦି ଗନ୍ତବ୍ୟସ୍ଥଳକୁ ଇସ୍ପାତ କାରଖାନାର ପ୍ରସ୍ତୁତ ଉତ୍ପାଦ ପଠାଇବା ମଧ୍ୟ ସମୟ ଉପଯୋଗୀ ଏବଂ ଶସ୍ତା ହେବ।

୧୯୯୮-୯୯ ମସିହାରେ ୯୮.୭୦ କିଲୋମିଟର ଦୈର୍ଘ୍ୟ ପ୍ରକଳ୍ପକୁ ଅନୁମୋଦନ କରାଯାଇଥିଲା ଏବଂ ୨୦୦୯ ରେ ଏହାକୁ କାର୍ଯ୍ୟକାରିତା ପାଇଁ ଅନ୍ତର୍ଭୁକ୍ତ କରାଯାଇଥିଲା।  ଜମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ବୈଷୟିକ ସମାଧାନ ପ୍ରକ୍ରିୟା ପରେ ଆସନ୍ତା ଡିସେମ୍ବର ୨୦୨୨ ସୁଦ୍ଧା ୨୪୪୦ କୋଟି ଟଙ୍କାର ରେଳପ୍ରକଳ୍ପର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଖୁବ୍ ଶୀଘ୍ର ବନ୍ଦେ ଭାରତ ଏକ୍ସପ୍ରେସ ପାଇବ ଓଡ଼ିଶା: ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ଭୁବନେଶ୍ବର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଆଜି ଓଡ଼ିଶା ଗସ୍ତରେ ଆସି ପୂର୍ବତଟ ରେଳପଥ ମୁଖ୍ୟାଳୟ ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ ଠାରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଏବଂ ଅନ୍ୟାନ ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ ଓଡ଼ିଶାରେ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି।

ଯେହେତୁ ରାଜ୍ୟରେ ରେଳ ପ୍ରକଳ୍ପଗୁଡିକର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରି ଶୀଘ୍ର ସମାପ୍ତି ପାଇଁ ପ୍ରାଥମିକତା ଦିଆଯାଉଛି ସେଥିପାଇଁ ଶ୍ରୀ ବୈଷ୍ଣବ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଏଥିପ୍ରତି ପ୍ରାଥମିକତା ଦେଇ ଚାଲୁରହିଥିବା ପ୍ରକଳ୍ପ ଗୁଡିକୁ ଶୀଘ୍ର ସମ୍ପାଦନ ପାଇଁ ବିଶେଷ ଧ୍ୟାନ ଦିଆଯିବ ଦରକାର ଯାହା ଦ୍ୱାରା ଚାଲୁରହିଥିବା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେବ। ପ୍ରକଳ୍ପଗୁଡିକ ଶୀଘ୍ର ଶେଷ କରିବାକୁ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସମେତ ସମସ୍ତ ସଂସ୍ଥା ସହିତ ନିରନ୍ତର ସମ୍ପର୍କ ଏବଂ ସମନ୍ୱୟ ରକ୍ଷା କରିବାକୁ ସେ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ପରେ ଶ୍ରୀ ବୈଷ୍ଣବ ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୨ ରେ ଅଂଶଗ୍ରହଣ କରିଥିଲେ ଏବଂ ରେଳବାଇରେ ଏକାଧିକ ରୂପାନ୍ତରଣ, ନୂତନ ଉଦ୍ଭାବନ, ପ୍ରକଳ୍ପର ଶୀଘ୍ର ସମାପ୍ତି, ବନ୍ଦର ସଂଯୋଗ ଇତ୍ୟାଦି ସହିତ ଭାରତୀୟ ରେଳବାଇରେ ପରିବର୍ତ୍ତନ ବିଷୟରେ ସୂଚନା ଦେଇଥିଲେ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ୨୦୧୪ ପୂର୍ବରୁ ଓଡିଶାକୁ କେବଳ ୮୩୦ କୋଟି ବଜେଟ୍ ଆବଣ୍ଟନ ମିଳୁଥିଲା। ଚଳିତ ବର୍ଷ ଓଡିଶା ପ୍ରାୟ ୧୦ ହଜାର କୋଟି ବଜେଟ୍ ଆବଣ୍ଟନ ପାଇଛି, ଯାହା ଆଶା ଠାରୁ ବହୁତ ଅଧିକ। ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ୨୦୧୪ ପୂର୍ବରୁ ରାଜ୍ୟରେ ମାତ୍ର ୨୦ ରୁ ୨୫ କିଲୋମିଟର ରେଳ ଲାଇନର ବିକାଶ କରାଯାଉଥିଲା। ଗତ ବର୍ଷ ରାଜ୍ୟରେ ପ୍ରାୟ ୧୮୦ କିଲୋମିଟର ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ଏବଂ ଚଳିତ ବର୍ଷ ପ୍ରାୟ ୫୫୦ କିଲୋମିଟର ରେଳ ଲାଇନ ବିକଶିତ କରାଯିବ। ଏହା ରେଳ ବିକାଶ କ୍ଷେତ୍ରରେ ଓଡିଶାର ବୃହତ ପରିବର୍ତ୍ତନକୁ ସୂଚିତ କରେ।

ଶ୍ରୀ ବୈଷ୍ଣବ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ୨୮ ଟି ଷ୍ଟେସନ୍ କୁ ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ କରିବାକୁ ଯୋଜନା କରାଯାଇଛି, ଯେଉଁଠାରେ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଛି ଏବଂ କାର୍ଯ୍ୟ ଚାଲିଛି। ଖୁବ ଶୀଘ୍ର ଓଡିଶାକୁ ବନ୍ଦେ ଭାରତ ଏକ୍ସପ୍ରେସ ମିଳିବ ବୋଲି ସେ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ଖୁବ୍ ଶୀଘ୍ର ରାଜ୍ୟରେ ୫-ଜି କନେକ୍ଟିଭିଟି ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ଏହା ବ୍ୟତୀତ ଶ୍ରୀ ବୈଷ୍ଣବ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ରଥ ଯାତ୍ରା ପୂର୍ବରୁ ଜଗନ୍ନାଥ ସର୍କିଟ ଟ୍ରେନ୍ ଚଳାଇବାକୁ ରେଳବାଇ ଯୋଜନା କରୁଛି ଯାହା ପ୍ରଭୁ ଜଗନ୍ନାଥ ଏବଂ ଓଡିଶାର ମହାନ ସଂସ୍କୃତି, ଐତିହ୍ୟ ଏବଂ ଇତିହାସ ଓ କଥାବଳିକୁ ପ୍ରଦର୍ଶନ କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମାତ୍ର ୧୬ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ରେଲୱେ ଟ୍ରାକକୁ ପୁନଃ କାର୍ଯ୍ୟକ୍ଷମ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର: କୋରାଇ ଠାରେ ସୋମବାର ସକାଳେ ପଣ୍ୟବାହୀ ଟ୍ରେନ୍ ଜନୀତ କ୍ଷତିଗ୍ରସ୍ତ ହୋଇଥିବା ରେଳ ଧାରଣା ଏବଂ ପ୍ରଭାବିତ ହୋଇଥିବା ଅନ୍ୟାନ ରେଳ ସାମଗ୍ରୀ ଗୁଡିକର ପୁନରୁଦ୍ଧାର କାର୍ଯ୍ୟକୁ କେବଳ ଘଟଣା ଠାରୁ ମାତ୍ର ୧୬ ଘଣ୍ଟା ମଧ୍ୟରେ ମରାମତି ସମ୍ପାଦନା କରାଯାଇ ପାରିଛି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୁପ ନାରାୟଣ ସୁନକର ନିଜେ ଦୁର୍ଘଟଣା ସ୍ଥଳରେ ଉପସ୍ଥିତ ରହି ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ସହିତ ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ। ମହାପ୍ରବନ୍ଧକଙ୍କ ସହିତ ରେଳପଥର ପ୍ରମୁଖ ବିଭାଗୀୟ ମୁଖ୍ୟ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନେ ପୁନରୁଦ୍ଧାର କାର୍ଯ୍ୟ ସମୟରେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିଲେ।

ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳମାର୍ଗର ଭଦ୍ରକ-କପିଳାସ ରୋଡ଼ ରେଳ ସେକ୍ସନ ମଧ୍ୟରେ କୋରେଇ ଷ୍ଟେସନ ଠାରେ ପଣ୍ୟବାହୀ ଟ୍ରେନ ଦୁର୍ଘଟଣା ଯୋଗୁଁ ଚଳାଚଳ ଉଭୟ ଲାଇନ କ୍ଷତିଗ୍ରସ୍ତ ହେବା ସହିତ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା। ପୁନରୁଦ୍ଧାର କାର୍ଯ୍ୟ ପାଇଁ ଦୁର୍ଘଟଣା ରିଲିଫ୍ ଟ୍ରେନ୍ ଏବଂ ଆକ୍ସିଡେଣ୍ଟ୍ ରିଲିଫ୍ ମେଡିକାଲ୍ ଟିମ୍ ପୂର୍ବତଟ ରେଳପଥ ପକ୍ଷରୁ ତୁରନ୍ତ ନିୟୋଜିତ କରାଯାଇଥିଲା।

ରେଳବାଇର କ୍ରମାଗତ ଉଦ୍ୟମ ହେତୁ ପ୍ରଭାବିତ ୱାଗନ ଗୁଡିକୁ ସନ୍ଧ୍ୟା ୫ଘ.୩୫ମି. ମଧ୍ୟରେ ଟ୍ରେନ ଲାଇନ ଉପରୁ ଅପସାରିତ କରାଯାଇ ପାରିଥିଲା ଯାହାଦ୍ୱାରା ଖୁବ କମ ସମୟ ମଧ୍ୟରେ ଡାଉନ ଲାଇନ କୁ କାର୍ଯ୍ୟକାରୀ କରାଇବାପାଇଁ ଅନୁମତି ଦିଆଯାଇଥିଲା।  ସେହପରି ମଧ୍ୟ ରାତ୍ରି ପୂର୍ବରୁ ଉଭୟ ଟ୍ରାକ୍ କୁ ଟ୍ରେନ୍ ଟ୍ରାଫିକ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲା। ଉଭୟ ରେଳ ଧାରଣାରେ ଟ୍ରେନ ଚଳାଚଳ ପୂର୍ବରୁ ଓଭର ହେଡ୍ ଇକ୍ୟୁପମେଣ୍ଟସ୍ (OHE) କାର୍ଯ୍ୟଗୁଡ଼ିକର ମଧ୍ୟ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଥିଲା।

ପୁନରୁଦ୍ଧାର କାର୍ଯ୍ୟରେ ଭାରୀ କ୍ଷମତା ସମ୍ପନ୍ନ ଯନ୍ତ୍ରପାତି ଯଥା ଏସ୍କାଭେଟର, ଖନନକାରୀ, କଟର ବ୍ୟବହାର କରାଯିବ ସହିତ ରେଳପଥର ମାନବ ସମ୍ବଳ ମଧ୍ୟ ବ୍ୟବହାର କରାଯାଇଥିଲା।

ତତ୍କାଳ କ୍ଷତିପୂରଣ ପ୍ରଦାନ:

ଏହା ବ୍ୟତୀତ ରେଳପଥର ମହାପ୍ରବନ୍ଧକ ମଧ୍ୟ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ହସ୍ତାନ୍ତର କରିଥିଲେ। ଏହା ସହିତ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ମଧ୍ୟ କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ଦୁର୍ଘଟଣା ପରେ ଦୁଃଖ ପ୍ରକାଶ କରିବା ସହିତ କ୍ଷତିପୂରଣ ଘୋଷଣା କରିଥିଲେ।

ରେଳ ମନ୍ତ୍ରୀ ଗତକାଲି ମୃତକ ମାନଙ୍କ ପରିବାର ଲୋକଙ୍କୁ ପାଞ୍ଚ ଲକ୍ଷ କ୍ଷତିପୂରଣ ଦେବାକୁ ଘୋଷଣା କରିଥିବାବେଳେ ଗୁରୁତର ଆହତଙ୍କୁ ଏକ ଲକ୍ଷ ଏବଂ ସାମାନ୍ୟ ଆହତ ମାନଙ୍କ ପାଇଁ ୨୫ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜେନେରାଲ୍ ମ୍ୟାନେଜର, ପୂର୍ବ ତଟ ରେଳବାଇ ସ୍ତର-୭ ପର୍ଯ୍ୟନ୍ତ ସୁପରଭାଇଜର କ୍ୟାଡରର ପାହ୍ୟା ବୃଦ୍ଧି

ଭୁବନେଶ୍ବର: ପୂର୍ବତଟ ରେଳପଥର ମହା ପ୍ରବନ୍ଧକ ଆର. ଏନ.ସୁନକର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି ଏବଂ ଭାରତୀୟ ରେଳବାଇର ସୁପରଭାଇଜର କ୍ୟାଡରର ବେତନ ସଂରଚନାର ପାହ୍ୟା ବୃଦ୍ଧି ବିଷୟରେ ନୀତିଗତ ନିଷ୍ପତ୍ତି ବିଷୟରେ ସବିସ୍ତୃତ ବିବରଣୀ ଦେଇଛନ୍ତି। ମହା ପ୍ରବନ୍ଧକ କହିଛନ୍ତି ଯେ, ଭାରତୀୟ ରେଳବାଇର ନିଷ୍ପତ୍ତି ହେତୁ ପୂର୍ବ ତଟ ରେଳବାଇ ଅଧୀନରେ କାର୍ଯ୍ୟ କରୁଥିବା ୩୫୨୧ ସୁପରଭାଇଜର ଏହାର ଲାଭ ପାଇବେ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ ରେଳବାଇରେ କାର୍ଯ୍ୟରତ ସୁପରଭାଇଜର କ୍ୟାଡରର ବେତନ ସଂରଚନାର ପାହ୍ୟା ବୃଦ୍ଧି ବିଷୟରେ ଘୋଷଣା କରିଛନ୍ତି। ଭାରତୀୟ ରେଳବାଇରେ କାର୍ଯ୍ୟରତ ବହୁ ସଂଖ୍ୟକ ସୁପରଭାଇଜରଙ୍କ ଏହା ବହୁ ଦିନ ଧରି ଦାବି ରହିଥିଲା।

ଭାରତୀୟ ରେଳରେ କାର୍ଯ୍ୟରତ ସୁପରଭାଇଜରଙ୍କ ମନୋବଳ କୁ ବଢାଇବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଏହି ନିଷ୍ପତି ଭାରତୀୟ ରେଳବାଇରେ କାର୍ଯ୍ୟରତ ପାଖାପାଖି ୮୦୦୦୦ ସୁପରଭାଇଜରଙ୍କୁ ଉପକୃତ କରିବ।

ଭାରତୀୟ ରେଳ ଏକ ବହୁ-ବିଭାଗୀୟ ଏବଂ ବହୁମୁଖୀ ସଂଗଠନ ଅଟେ। ଦେଶରେ ବ୍ୟାପିଥିବା ସମଗ୍ର ରେଳ ନେଟୱାର୍କର କାର୍ଯ୍ୟ କଳାପ ସୁଚାରୁ ରୂପରେ ପରିଚାଳିତ କରିବା ପାଇଁ ଏହି ସମସ୍ତ ବିଭାଗର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ବିଭାଗଗୁଡିକ ମଧ୍ୟରେ କାର୍ଯ୍ୟରତ ବିଭିନ୍ନ ବିଭାଗର ସୁପରଭାଇଜର କ୍ୟାଡରଗୁଡିକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି, ଯାହାକି ଭାରତୀୟ ରେଳବାଇର ସୁଗମ ଏବଂ ଉର୍ନତ କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ସମଗ୍ର ରେଳ ବ୍ୟବସ୍ଥାର ନିରାପତ୍ତା ସୁନିଶ୍ଚିତ କରିଥାନ୍ତି।

ଭାରତୀୟ ରେଳବାଇରେ ସୁପରଭାଇଜର କ୍ୟାଡରରେ ମୁଖ୍ୟତ ‘ଗ୍ରୁପ୍‘ ସି’ ଲେଭଲ୍-୬ (ପିବି-୨ / ଗ୍ରେଡ୍ ପେ -୪୨୦୦) ଗ୍ରେଡ୍ ରେ ନିଯୁକ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ପଦୋନ୍ନତିର ଉପଲବ୍ଧତା ନ ଥିବାରୁ ଏହି ମାନେ ତୀବ୍ର ସ୍ଥିରତା ମଧ୍ୟରେ ଗତି କରୁଛନ୍ତି। ଯେହେତୁ ଭାରତୀୟ ରେଳ ବର୍ତ୍ତମାନ ବୈଷୟିକ ନବୀକରଣ ପ୍ରକ୍ରିୟା ଦେଇ ଗତି କରୁଛି ଏବଂ ଏହାର ସୁପରିଚାଳନା ପାଇଁ ଆବଶ୍ୟକ ଗୁଣାତ୍ମକ ମାନବ ସମ୍ବଳକୁ ଭାରତୀୟ ରେଳ ପ୍ରତି ଆକୃଷ୍ଟ କରିବା ପାଇଁ ପଦୋନ୍ନତିର ପର୍ଯ୍ୟାପ୍ତ ଉପାୟ ନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି। ସୁପରଭାଇଜରୀ କ୍ୟାଡରରେ ଉନ୍ନତ ପ୍ରୋତ୍ସାହନମୂଳକ ଆଶା ସୁନିଶ୍ଚିତ କରିବା ଏବଂ ସୁପରଭାଇଜର ଗ୍ରେଡରେ ଗୁଣାତ୍ମକ ମାନବ ଶକ୍ତି ଆକର୍ଷିତ କରିବା ଦୃଷ୍ଟିକୋଣରୁ ଭାରତୀୟ ରେଳର ଏହି ନିଷ୍ପତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।

ଏହିସବୁ ବିଷୟକୁ ଧ୍ୟାନରେ ରଖି ଏବଂ ଭାରତୀୟ ରେଳବାଇର ସୁପରଭାଇଜର କ୍ୟାଡରମାନଙ୍କ ପାଇଁ କ୍ୟାରିୟର ପ୍ରଗତି ସୁନିଶ୍ଚିତ କରିବା ଏବଂ ସୁପରଭାଇଜର କ୍ୟାଡରକୁ ଗୁଣାତ୍ମକ ମାନବସମ୍ବଳ ଆକର୍ଷିତ କରିବା ହେତୁ ଭାରତୀୟ ରେଳବାଇ ସୁପରଭାଇଜର କ୍ୟାଡରର ୩୫୦୦୦ ପଦବୀ (୫୦%)ର ସ୍ତର – ୭ (ପିବି-୨/ଜିପି-୪୬୦୦) ରୁ ସ୍ତର – ୮ (ପିବି-୨/ଜିପି-୪୮୦୦) କୁ ପାହ୍ୟା ବୃଦ୍ଧି; ଏବଂ ସ୍ତର – ୮ (ପିବି-୨/ଜିପି-୪୮୦୦) ରେ ୪ ବର୍ଷ ସେବା ପରେଏହି ୩୫୦୦୦ ପୋଷ୍ଟର ସ୍ତର – ୮ (ପିବି-୨/ଜିପି-୪୬୦୦) ରୁ ସ୍ତର – ୯ (ପିବି-୨/ଜିପି-୫୪୦୦ ) କୁ ପାହ୍ୟା ବୃଦ୍ଧି ପାଇଁ ଭାରତୀୟ ରେଳ ଘୋଷଣା କରିଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ଵାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ ଓ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା 

ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ପୁରୀ ଗସ୍ତରେ ଯାଇ ପୁରୀ ରେଳ ଷ୍ଟେସନକୁ ନିରୀକ୍ଷଣ କରିବା ସହିତ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ପୁରୀ ରେଳ ଷ୍ଟେସନ ନିରୀକ୍ଷଣ ସମୟରେ ଶ୍ରୀ ସୁନକର ଯାତ୍ରୀ ମାନଙ୍କୁ ଦିଆଯାଉଥିବା ମୌଳିକ ସୁବିଧା ତଥା ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ। ଏହି ସୁବିଧା ଗୁଡିକ ଯେପରି ସମସ୍ତ ବର୍ଗର ଯାତ୍ରୀମାନଙ୍କୁ ସହାୟକ ହୋଇପାରିବ ସେଥିପ୍ରତି ଧ୍ୟାନଦେବାକୁ ଶ୍ରୀ ସୁନକର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଯାତ୍ରୀ ମାନଙ୍କ ଆରମଦାୟକ ଯାତ୍ରା ପାଇଁ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟ ସହିତ ଗରିବ ଓ ସ୍ୱଳ୍ପ ଆୟ ବର୍ଗର ଯାତ୍ରୀଙ୍କୁ ସୁହାଇଲାଭଳି ଯାତ୍ରୀ ପରିସେବା ଉପଲବ୍ଧ କରାଇବାକୁ ସେ କହିଥିଲେ। ଯାତ୍ରୀ ମାନଙ୍କ ସୁବିଧା ପାଇଁ ଆବଶ୍ୟକ କରୁଥିବା ବିସ୍ତୃତ ଚଳପ୍ରଚଳ ସ୍ଥାନ, କନକୋର୍ସ, ପ୍ଲାଟଫର୍ମ, ଆଲୋକିକରଣ, ଯାତ୍ରୀ ପ୍ରତୀକ୍ଷା କକ୍ଷ, ଶୌଚଳାୟ, ଏସ୍କାଲେଟର, ଲିଫ୍ଟ ଇତ୍ୟାଦି ଗୁଡିକର ଉପଲବ୍ଧି ଉପରେ ପ୍ରଥମିକତା ଦେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ।

ସମୀକ୍ଷା ବୈଠକରେ ଶ୍ରୀ ସୁନକର ଉନ୍ନତ ପ୍ରକଳ୍ପ କାର୍ଯ୍ୟକାରୀ ପ୍ରଣାଳୀ ପାଇଁ ରେଳପଥ ଅଧିକାରୀମାନଙ୍କୁ ପ୍ରଶଂସା କରିଥିଲେ। ଏହି ବୈଠକରେ ପୂର୍ବତଟ ରେଳପଥ ମୁଖ୍ୟ ପ୍ରକଳ୍ପ ଅଧିକାରୀ (ନିର୍ମାଣ) ଅମର ପ୍ରାକାଶ ଦ୍ଵିବେଦୀ, ପ୍ରମୁଖ ମେକାନିକାଲ ଇଞ୍ଜିନିୟର ଆର. ରାଜା ଗୋପାଳ ଏବଂ ଖୋର୍ଦ୍ଧା ରୋଡ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସମେତ ମୁଖ୍ୟାଳୟ ଓ ରେଳମଣ୍ଡଳର ବରିଷ୍ଠ ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଜନଜାତୀୟ ଗୌରବ ଦିବସ ପାଳନ

ଭୁବନେଶ୍ଵର: ଆଇକନିକ ସ୍ଵାଧୀନତା ସଂଗ୍ରାମୀ, ଆଦିବାସୀ ନେତା ଧର୍ତୀ ଆବା ଭଗବାନ ବୀର୍ସା ମୁଣ୍ଡାଙ୍କ ଜନ୍ମଦିବସକୁ ସ୍ମରଣୀୟ କରିବା ପାଇଁ ଆଜି ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟାଳୟ ସହିତ ଏହାର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ୱାଲଟିୟର ଓ ସମ୍ବଲପୁର ଏବଂ ବିଭିନ୍ନ ରେଳ ଷ୍ଟେସନ ମାନଙ୍କରେ ଜନଜାତୀୟ ଗୌରବ ଦିବସ ପାଳନ କରାଯାଇଅଛି।

ଏହି ଦିବସକୁ ଆହୁରି ସ୍ମରଣୀୟ କରିବା ପାଇଁ ମୁଖ୍ୟାଳୟ ସହିତ ରେଳମଣ୍ଡଳ ମାନଙ୍କରେ ରେଳ କର୍ମଚାରୀ ମାନଙ୍କ ମଧ୍ୟରେ କୁଇଜ, ପ୍ରବନ୍ଧ ଓ ବକୃତା ପ୍ରତିଯୋଗୀତା ଆୟୋଜନ କରାଯାଇଥିବାବେଳେ ବିଭିନ୍ନ କ୍ରିଡା ଆୟୋଜନ କରଯାଇଥିଲା

ଏହି ଅବସରରେ ସଚେତନତା ପାଇଁ ମୁଖ୍ୟାଳୟ, ରେଳମଣ୍ଡଳ ଓ ଗୁରୁତ୍ବପୂର୍ଣ ଷ୍ଟେସନ ମାନଙ୍କରେ ବ୍ୟାନର ଲଗାଯାଇଥିବା ସହିତ ଷ୍ଟେସନ ମାନଙ୍କରେ ଯାତ୍ରୀ ସୂଚନା ଘୋଷଣା ମଧ୍ୟରେ ଜନଜାତୀୟ ଗୌରବ ଦିବସ ସମ୍ବନ୍ଧରେ ଅଡିଓ ବଜାଇ ଯାତ୍ରୀମାନଙ୍କୁ ସଚେତନତା କରଯାଇଥିଲା। ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ କର୍ମଚାରୀ ମାନଙ୍କ ମଧ୍ୟରେ ଫୁଟବଲ କ୍ରିଡା ଆୟୋଜନ କରଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ଦ୍ୱାରା ସାଂସଦ ମାନଙ୍କ ସହିତ ରେଳମଣ୍ଡଳ ସ୍ତରୀୟ ବୈଠକ 

ଭୁବନେଶ୍ଵର: ରେଳବାଇ ବିଷୟବସ୍ତୁ ସମ୍ବନ୍ଧରେ ଆଜି ଭୁବନେଶ୍ୱର ଠାରେ ପୂର୍ବତଟ ରେଳପଥ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପରିସୀମା ଅନ୍ତର୍ଗତ ସମ୍ମାନୀୟ ସାଂସଦ ମାନଙ୍କ ସହିତ ରେଳମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସମ୍ମାନନୀୟ ସାଂସଦ ଭର୍ତ୍ତୃହରି ମହତାବ, ଚନ୍ଦ୍ରଶେଖର ସାହୁ, ମହେଶ ସାହୁ, ପିନାକୀ ମିଶ୍ର, ସୁଲତା ଦେଓ, ପ୍ରମିଳା ବିଶୋଇ, ଶର୍ମିଷ୍ଠା ସେଠୀ, ମୁଜିବୁଲ୍ଲା ଖାଁ, ରାମ ମୋହନ ନାଇଡୁ କାଞ୍ଜିରାପପୁ ଏବଂ ଡ଼. ରାଜଶ୍ରୀ ମଲ୍ଲିକ ପ୍ରମୁଖ ଏହି ବୈଠକ ରେ ଯୋଗଦାନ କରିଥିଲେ।

ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ସହିତ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ଏବଂ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଂକେଶ ରାୟ ଏହି ବୈଠକରେ ମଧ୍ୟ ଉପସ୍ଥିତ ଥିଲେ। ବହୁ ଗଠନମୂଳକ ଚିନ୍ତାଧାରା, ମୂଲ୍ୟବାନ ଉପଦେଶ ଏବଂ ରେଳବାଇ ସମ୍ବନ୍ଧରେ ସାର୍ବଜନୀନ ଦାବିଗୁଡିକ ସମ୍ମାନୀୟ ସାଂସଦ ମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା।

ଏଗୁଡିକ ହେଲା – ରେଳବାଇ ନେଟୱର୍କର ଉନ୍ନତିକରଣ ପ୍ରସଙ୍ଗ, ଜନସାଧାରଣଙ୍କ ଆକାଂକ୍ଷା ଓ ଦାବି ଏବଂ ପୂର୍ବତଟ ରେଳପଥର କାର୍ଯ୍ୟ ପ୍ରଣାଳୀ ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୁର୍ନୀତି ନିବାରଣ ଏବଂ ସେବା ଗୁଣବତ୍ତା ବୃଦ୍ଧି କରିବାରେ ହେଲ୍ପ ଲାଇନ୍ ନମ୍ବର ଜାରି କଲା ପୂର୍ବତଟ ରେଳପଥ

ଭୁବନେଶ୍ଵର: “ଦୁର୍ନୀତି ମୁକ୍ତ ଭାରତ – ଏକ ବିକଶିତ ଭାରତ” ବିଷୟ ବସ୍ତୁକୁନେଇ ଚଳିତ ବର୍ଷ 31 ଅକ୍ଟୋବରରୁ 6 ନଭେମ୍ବର 2022 ପର୍ଯ୍ୟନ୍ତ ସତର୍କତା (ଭିଜିଲାନ୍ସ) ସଚେତନତା ସପ୍ତାହ – 2022 ଆୟୋଜିତ କରାଯାଉଅଛି ଏବଂ ରେଳବାଇ ସମେତ ସାଧାରଣ ଲୋକଙ୍କୁ ସଚେତନ କରାଇବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ବିତର୍କ ପ୍ରତିଯୋଗିତା, ପ୍ରବନ୍ଧ ଓ ସ୍ଲୋଗାନ୍ ଲେଖା ଏବଂ ଚିତ୍ରକଳା ସହିତ ଅନ୍ୟାନ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଯାଉଛି ଯେଉଁଥିରେ ରେଳ କର୍ମଚାରୀ, ସେମାନଙ୍କର ପିଲାମାନେ ଏବଂ ସ୍କୁଲ ଓ କଲେଜ ଗୁଡିକର ଛାତ୍ର ଛାତ୍ରୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି।

ପୂର୍ବତଟ ରେଳପଥ ସତର୍କତା ବିଭାଗ ମଧ୍ୟ ଦୁର୍ନୀତିର କୁପ୍ରଭାବ ଉପରେ ସଚେତନତା ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଖଣ୍ଡତା ଏବଂ ସଚ୍ଚୋଟତା ବୃଦ୍ଧି ପାଇଁ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପହଞ୍ଚି ଏହି ଅଭିଯାନରେ ସେମାନଙ୍କୁ ସାମିଲ କରିଛି। ସମାଜର ତୃଣମୂଳ ସ୍ତରରୁ ଦୁର୍ନୀତି ଏବଂ ଅସାଧୁତାକୁ ଦୂର କରିବା ପାଇଁ ଛାତ୍ରଛାତ୍ରୀ ମାନେ ସଚେତନତା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ତେଣୁ, ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେଥିବା ଗୁରୁତ୍ୱପୂର୍ଣ୍ଣ ସହର ଗୁଡିକର ବିଭିନ୍ନ ସ୍କୁଲ ଓ କଲେଜରେ ଏହି ବିଷୟରେ ଵ୍ୟାଖ୍ୟାନ ତଥା ବକୃତା ଆୟୋଜନ କରିବାରେ ପଦକ୍ଷେପ ନେଇଛି।

ଚାକିରୀ କରାଇଦେବାକୁ କହି ନକଲି ରାକେଟ ଚଳାଉଥିବା ସଂସ୍ଥା ବିରୋଧରେ ରେଳବାଇର ନିରନ୍ତର ଉଦ୍ୟମ ଏବଂ ନିୟମିତ ସଚେତନତା ଅଭିଯାନ ବ୍ୟତୀତ କିଛି ଚାକିରି ଆଶାୟୀ ପ୍ରାର୍ଥୀ ମଧ୍ୟ ରେଳବାଇରେ ଚାକିରି ଯୋଗାଇଦେବାକୁ ପ୍ରତିଶୃତି ଦେଉଥିବା ନକଲି ଲୋକଙ୍କ କବଳରେ ପଡ଼ୁଛନ୍ତି। ଏହିପରି କାର୍ଯ୍ୟକଳାପକୁ ଧ୍ୟାନରେ ରଖି ପୂର୍ବ ତଟ ରେଳପଥ କ୍ରମାଗତ ଭାବରେ ସାଧାରଣ ଲୋକଙ୍କୁ ସଚେତନତା କରାଇବା ପାଇଁ ବ୍ୟାପକ ଅଭିଯାନ କରୁଛି ଯାହା ଦ୍ୱାରା ନିରୀହ ବେକାର ଯୁବକମାନେ ଏହି ପ୍ରକାରର ରାକେଟର ଶିକାର ହେବେ ନାହିଁ। ଯଦି କେହି ଆପଣଙ୍କୁ ରେଳବାଇରେ ଚାକିରି ଯୋଗାଇଦେବାକୁ ପ୍ରତିଶୃତି ଦେଇ ଲାଞ୍ଚ ମାଗନ୍ତି କିମ୍ବା ଯଦି ଆପଣଙ୍କର ଦୁର୍ନୀତି ସମ୍ବନ୍ଧରେ କୌଣସି ସୂଚନା ଅଛି କିମ୍ବା ଆପଣ ଉପରୋକ୍ତ ଶିକାର ହୋଇଛନ୍ତି, ଦୟାକରି ରେଳପଥର ଭିଜିଲାନ୍ସ ହେଲ୍ପଲାଇନ ନମ୍ବରରେ ସୂଚନା ଦିଅନ୍ତୁ।

ଯାତ୍ରୀମାନଙ୍କୁ ବିନା ଟିକେଟ୍ କିମ୍ବା ଅନିୟମିତ ଟିକେଟ୍ ସହିତ ଯାତ୍ରା ନକରିବାକୁ ସଚେତନ କରିବା ପାଇଁ ପୂର୍ବ ତଟ ରେଳପଥ ଦ୍ୱାରା ନିୟମିତ ବ୍ୟବଧାନରେ ବ୍ୟାପକ ଟିକେଟ୍ ଯାଞ୍ଚ ଅଭିଯାନ ଚାଲୁ ରହିଅଛି। ଯାତ୍ରୀମାନଙ୍କୁ ଅନିୟମିତ ଯାତ୍ରା ବିଷୟରେ ସଜାଗ କରାଇବା ପାଇଁ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ଟ୍ରେନରେ ବିନା ଟିକେଟ୍ ଯାତ୍ରା କିମ୍ବା ଅନୁପଯୁକ୍ତ ଟିକେଟ୍ ଯାତ୍ରା ଗୁଡିକୁ ଯାଞ୍ଚ କରିବା ପାଇଁ ଏବଂ ଷ୍ଟେସନ ପରିସରରେ ବିନା ଟିକେଟ ଯାତ୍ରୀ ଏବଂ ଅନଧିକୃତ ପରିଦର୍ଶକଙ୍କୁ ଏଡ଼ାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଅଛି।

ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ବହୁଳ ଭାବେ ସମ୍ପର୍କ କରାଯାଉଥିବା କ୍ଷେତ୍ର ଗୁଡିକ ଠାରେ ଯାଞ୍ଚ କରିବା ପାଇଁ ପୂର୍ବ ତଟ ରେଳପଥ ଏହାର ବିଭିନ୍ନ ବିଭାଗ ଯଥା ବାଣିଜ୍ୟ, ସତର୍କତା ଓ ରେଳବାଇ ସୁରକ୍ଷା ବଳ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ମିଳିତ ଅଭିଯାନ ଏହା ପରିସୀମା ମଧ୍ୟରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍ଗୁଡ଼ିକୁ ଏବଂ କାର୍ଯ୍ୟକ୍ଷେତ୍ର ଗୁଡିକୁ ଭଲ ଭାବରେ ଯାଞ୍ଚ କରିବେ। ସମ୍ବେଦନଶୀଳ ଅଞ୍ଚଳରେ ଯଥା ବୁକିଂ ଅଫିସ୍, ପାର୍ସଲ୍ ଅଫିସ୍, ଟିକେଟ୍ କଲେକ୍ଟର ଅଫିସ୍ ଏବଂ କ୍ୟାଟରିଂ ଷ୍ଟଲ୍, ଯାତ୍ରୀ ସଂରକ୍ଷଣ କାଉଣ୍ଟର, ଅନ ଲାଇନ ଟିକେଟ୍ ବୁକିଂ ଭଳି କାର୍ଯ୍ୟକ୍ଷେତ୍ର ଗୁଡିକରେ ବ୍ୟାପକ ଭାବେ ଯାଞ୍ଚ କରିବେ।

ପୂର୍ବତଟ ରେଳପଥରେ ସେବା ଗୁଣବତ୍ତା ବୃଦ୍ଧି କରାଇବା ସହିତ ଦୁର୍ନୀତି ସମ୍ବନ୍ଧରେ ଅଭିଯୋଗ ଗ୍ରହଣ କରିବା ପାଇଁ ଭିଜିଲାନ୍ସ ହେଲ୍ପଲାଇନ ମୋବାଇଲ୍ ନମ୍ବର 8455885031 ଏବଂ ଇ-ମେଲ୍ ଇଦ – [email protected] ଉପଲବ୍ଧ କରାଯାଇଅଛି।

ଯାତ୍ରୀମାନେ ଉପରୋକ୍ତ ନମ୍ବର ଡାଏଲ୍ କରି କିମ୍ବା ଇ-ମେଲ୍ ଆଇଡିରେ ଦୁର୍ନୀତି ସମ୍ବନ୍ଧରେ ସେମାନଙ୍କର ଅଭିଯୋଗ କରିପାରିବେ। ପୂର୍ବତଟ ରେଳପଥର ବିଭିନ୍ନ ସ୍ଥାନ, ଷ୍ଟେସନ ଏବଂ ଇଲେକ୍ଟ୍ରୋନିକ୍ ଭିଜୁଆଲ୍ ଡିସପ୍ଲେ ୟୁନିଟ୍ ଏବଂ ଖବରକାଗଜ ମାଧ୍ୟମରେ ଏହି ହେଲ୍ପଲାଇନ ନମ୍ବର ଏବଂ ଇ-ମେଲ୍ ID ମଧ୍ୟ ପ୍ରଦର୍ଶିତ ହେଉଅଛି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ଠାରେ ରେଳ ମଣ୍ଡଳ ସ୍ତରୀୟ ସାଂସଦମାନଙ୍କ ବୈଠକ 

ସମ୍ବଲପୁର: ରେଳବାଇ ବିଷୟବସ୍ତୁ ସମ୍ବନ୍ଧରେ ଆଜି ସମ୍ବଲପୁର ଠାରେ ପୂର୍ବତଟ ରେଳପଥ ପକ୍ଷରୁ ସମ୍ବଲପୁର ରେଳ ମଣ୍ଡଳ ପରିସୀମା ଅନ୍ତର୍ଗତ ସାଂସଦ ମାନଙ୍କ ସହିତ ରେଳମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସାଂସଦ ସୁରେଶ ପୂଜାରୀ, ନିରଞ୍ଜନ ବିଶି, ସପ୍ତଗିରି ଶଙ୍କର ଉଲ୍ଲାକା, ବସନ୍ତ କୁମାର ପଣ୍ଡା ଏବଂ ନୀତେଶ ଗଙ୍ଗଦେବ ପ୍ରମୁଖ ଏହି ବୈଠକରେ ଯୋଗଦାନ କରିଥିଲେ। ବଲାଙ୍ଗୀର ସାଂସଦଙ୍କ ପ୍ରତିନିଥି ରାଜେଶ ଅଗ୍ରୱାଲ ଏବଂ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ପ୍ରତିନିଧି ସୁମିତ କୁମାର ରାଉତ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ସହିତ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ଏବଂ ସମ୍ବଲପୁର ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଭିନୀତ ସିଂହ ଏହି ବୈଠକ ରେ ମଧ୍ୟ ଉପସ୍ଥିତ ଥିଲେ। ବହୁ ଗଠନମୂଳକ ଚିନ୍ତାଧାରା, ମୂଲ୍ୟବାନ ଉପଦେଶ ଏବଂ ରେଳବାଇ ସମ୍ବନ୍ଧରେ ସାର୍ବଜନୀନ ଦାବିଗୁଡିକ ସମ୍ମାନୀୟ ସାଂସଦ ମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା। ଏଗୁଡିକ ହେଲା – ରେଳବାଇ ନେଟୱର୍କର ଉନ୍ନତିକରଣ ପ୍ରସଙ୍ଗ, ଜନସାଧାରଣଙ୍କ ଆକାଂକ୍ଷା ଓ ଦାବି ଏବଂ ପୂର୍ବତଟ ରେଳପଥର କାର୍ଯ୍ୟ ପ୍ରଣାଳୀ ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା। କୋଭିଡ଼୧୯ ମହାମାରୀ ସମୟରେ ରେଳବାଇର ମହତ୍ଵପୂର୍ଣ୍ଣ ଭୂମିକା ପାଇଁ ମାନ୍ୟବର ସାଂସଦମାନେ ରେଳବାଇକୁ ମଧ୍ୟ ପ୍ରଶଂସା କରାଯାଇଥିଲା।

ସାଂସଦଙ୍କ ଦାବି ବ୍ୟତୀତ, ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଗୁଡିକର ଯୋଜନା କରାଯାଉଛି ଏବଂ ସମ୍ବଲପୁର ରେଳ ମଣ୍ଡଳ ଅଧୀନରେ ଅନେକ ଗୁଡିଏ ଉନ୍ନତିମୂଳକ କାର୍ଯ୍ୟ ଚାଲୁରହିଛି ଚାଲିଛି। ସମ୍ବଲପୁର ଷ୍ଟେସନ ସମେତ ରେଳ ମଣ୍ଡଳ ମଧ୍ୟରେ ନଅଗୋଟି ଷ୍ଟେସନର ଉନ୍ନତିକରଣ ପାଇଁ ଯୋଜନା କରାଯାଇଛି।

ସମ୍ବଲପୁର ରେଳ ଷ୍ଟେସନର ବିକାଶ ଶୀଘ୍ର ଶେଷ ହେବ। ଏହି ବିକାଶମୂଳକ କାର୍ଯ୍ୟ ମଧ୍ୟରେ ୱେଟିଂ ହଲ୍ ଏବଂ ଭିଆଇପି ଲାଉଞ୍ଜ, ଆରସିସି ଡ୍ରେନ୍ ସହିତ ବିଟୁମେନ ଟପ୍ ରୋଡ୍, ପାଥୱେ, ପୋର୍ଟିକୋ କଭର୍ ଶେଡ୍, ଏଣ୍ଟ୍ରି ଏବଂ ଏକ୍ଜିଟ୍ ଗେଟ୍, ପାର୍କିଂ ଲଟ୍, ବିଦ୍ୟମାନ ଷ୍ଟେସନ ବିଲ୍ଡିଂର ନବୀକରଣ, ଷ୍ଟେସନ ସଂଲଗ୍ନ ବିସ୍ତୃତ ଅଞ୍ଚଳରେ ବଗିଚା ଏବଂ ଲ୍ୟାଣ୍ଡସ୍କିପିଙ୍ଗ କାର୍ଯ୍ୟ, ଷ୍ଟେସନର ଇଲେକ୍ଟ୍ରିକାଲ୍ କାମ ଯେପରିକି ସର୍କୁଲାର କ୍ଷେତ୍ରର ଆଲୋକ ଓ ଅନ୍ୟାନ୍ୟ ଯାତ୍ରୀ ସୁବିଧା ଏବଂ ସିଗନାଲ୍ ଏବଂ ଟେଲିକମ୍ ଯୋଗାଯୋଗ କାର୍ଯ୍ୟ ଗୁଡିକ ଅନ୍ତର୍ଭୁକ୍ତ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ: ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ବିତରଣ

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଆଜି ପୂର୍ବ ତଟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ରେଳ ସଦାନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ଠାରେ ପାଳିତ ହୋଇଛି। ପୂବତଟ ରେଳପଥର ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ, ବରିଷ୍ଠ ଅଧିକାରୀ ଏବଂ ପୂର୍ବତଟ ରେଳପଥ ର ମହିଳା କଲ୍ୟାଣ ସଂଗଠନର କର୍ମଚାରୀ ମାନେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏହାପରେ ସମସ୍ତ ପୂର୍ବତଟ ରେଳପଥର ଅଧିକାରୀମାନେ ପ୍ରଭାତ ଫେରି ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ଅବସରରେ ସ୍ୱଚ୍ଛତାର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ନୁକ୍କଡ ନାଟକ ର ଆୟୋଜନ କରାଯାଇଥିଲା। ପୂର୍ବତଟ ରେଳପଥ ୧୬ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ସ୍ଵଚ୍ଛତା ପକ୍ଷ୍ୟ (ପଖୱାଡା) ର ଆୟୋଜନ କରିଥିଲା। ସମସ୍ତ ସ୍ତରର ରେଳବାଇ କର୍ମଚାରୀ ମାନେ ଷ୍ଟେସନ, ଟ୍ରେନ୍, କୋଚ୍ ରକ୍ଷଣାବେକ୍ଷଣ ଡିପୋ, ବିଭିନ୍ନ କାର୍ଯ୍ୟାଳୟ, କର୍ମକ୍ଷେତ୍ର ଏବଂ ରେଳ କଲୋନୀରେ ଆୟୋଜିତ ସ୍ଵଚ୍ଛତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସ୍ଵଚ୍ଛତା ପକ୍ଷ୍ୟ ପାଳନ ସମୟରେ ପୂର୍ବତଟ ରେଳ କର୍ମଚାରୀଙ୍କ ପିଲା ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ଚିତ୍ର, ପ୍ରବନ୍ଧ ଲେଖା ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ସ୍ଵଚ୍ଛତା ପକ୍ଷ୍ୟ ସମାପନ ଅବସରରେ ପୂବତଟ ରେଳପଥର ମହାପ୍ରବନ୍ଧକ ଏହି ପ୍ରତିଯୋଗିତାର ବିଜେତାମାନଙ୍କୁ ପ୍ରମାଣପତ୍ର ଏବଂ ଟ୍ରଫି ପ୍ରଦାନ କରିଥିଲେ। ପ୍ରମୁଖ ମୁଖ୍ୟ ମେକାନିକାଲ୍ ଇଞ୍ଜିନିୟର ଆର ରାଜଗୋପାଲ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ବିଭାଗର ସମସ୍ତ ମୁଖ୍ୟ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀମାନଙ୍କ ଅତିରିକ୍ତ ଭିଡକୁ ଏଡ଼ାଇବାପାଇଁ ପୂର୍ବତଟ ରେଳପଥ ମଧ୍ୟରେ ପୁଜା ସ୍ପେସିଆଲ୍ ଟ୍ରେନ୍

ଭୁବନେଶ୍ବର: ପାର୍ବଣ ସମୟରେ ଯାତ୍ରୀମାନଙ୍କ ଅତିରିକ୍ତ ଭିଡକୁ ଏଡ଼ାଇବାପାଇଁ ରେଳବାଇ ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ବିସ୍ତୃତ ବ୍ୟବସ୍ଥା କରିଛି।  ଏହାକୁ ଦୃଷ୍ଟିରେ ରଖି କିଛି ସ୍ୱତନ୍ତ୍ର ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ପ୍ରଣତାକୁ ଚଳାଚଳ କରାଇବାକୁ ବ୍ୟବସ୍ଥା କରାଯାଇଅଛି।

ସିଆଲଦା-ପୁରୀ-ସିଆଲଦା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍:

03101 ସିଆଲଦା-ପୁରୀ ସ୍ପେଶାଲ ଏକ୍ସପ୍ରେସ ସିଆଲଦା ଠାରୁ 1 ରୁ 29 ଅକ୍ଟୋବର 2022 ମଧ୍ୟରେ ଶନିବାର ରାତ୍ରି 11ଘ.50ମି.ରେ ଛାଡିବାକୁ ଥିବାବେଳେ 03102 ପୁରୀ-ସିଆଲଦା ସ୍ପେଶାଲ ଏକ୍ସପ୍ରେସ ପୁରୀ ଠାରୁ 2 ରୁ 30 ଅକ୍ଟୋବର 2022 ମଧ୍ୟରେ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ 3ଘ.50ମି.ରେ ଛାଡି ସିଆଲଦା ଯାତ୍ରା କରିବ।

ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ବିଶେଷ ଟ୍ରେନ:

02809 ଭୁବନେଶ୍ୱର-ତିରୁପତି ସ୍ପେଶାଲ ସୁପର ଫାଷ୍ଟ ଏକ୍ସପ୍ରେସ ପ୍ରତ୍ୟେକ ଭୁବନେଶ୍ୱରରୁ 01.10.2022 ରୁ 29.10.2022 ମଧ୍ୟରେ ପ୍ରତ୍ୟକ ଶନିବାର ଦିନ ଅପରାହ୍ନ 1ଘ.30ମି.ରେ ରେ ଛାଡିବ। 02810 ତିରୁପତି-ଭୁବନେଶ୍ୱର ସ୍ୱତନ୍ତ୍ର ସୁପର ଫାଷ୍ଟ ଏକ୍ସପ୍ରେସ ତିରୁପତି ଠାରୁ 02.10.2022 ରୁ 30.10.2022 ମଧ୍ୟରେ ପ୍ରତ୍ୟେକ ରବିବାର ଦିନ ସନ୍ଧ୍ୟା 8 ଘଟିକାରେ ଛାଡିବ।

ସନ୍ତ୍ରାଗାଛି-ପୁରୀ ବିଶେଷ ଟ୍ରେନ:

02837 ସନ୍ତ୍ରାଗାଛି-ପୁରୀ ସ୍ପେସିଆଲ୍ ସୁପର ଫାଷ୍ଟ ଏକ୍ସପ୍ରେସ ସନ୍ତ୍ରାଗାଛିରୁ 30.09.2022 ରୁ 28.10.2022 ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ରାତ୍ରି 8ଘ.35ମି.ରେ ଛାଡିବ। ପୁରୀରୁ 02838 ପୁରୀ-ସନ୍ତ୍ରାଗାଛି ସ୍ପେଶାଲ ସୁପର ଫାଷ୍ଟ ଏକ୍ସପ୍ରେସ 01.10.2022 ରୁ 29.10.2022 ମଧ୍ୟରେ ପ୍ରତ୍ୟେକ ଶନିବାର ଦିନ ସନ୍ଧ୍ୟା 7ଘ20ମି.ରେ ଛାଡିବ।

ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ସ୍ୱତନ୍ତ୍ର ଏକ୍ସପ୍ରେସ:

02832 ଭୁବନେଶ୍ୱର-ଧାନବାଦ୍ ସ୍ପେଶାଲ ଏକ୍ସପ୍ରେସ ଭୁବନେଶ୍ୱରରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଦିନ 30 ଡିସେମ୍ବର 2022 ପର୍ଯ୍ୟନ୍ତ ରାତ୍ରି 8ଘ.25ମି. ରେ ଛାଡିବ।  02832 ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ ଏକ୍ସପ୍ରେସ ଧାନବାଦ୍ ରୁ 31 ଡିସେମ୍ବର 2022 ପର୍ଯ୍ୟନ୍ତ ପ୍ରତ୍ୟକ ବୁଢା, ସାନି ଓ ଷୋମବାର ଦିନ ଛାଡିବ।

ପୁରୀ-ପାଟନା-ପୁରୀ ସ୍ୱତନ୍ତ୍ର ଏକ୍ସପ୍ରେସ:

08439 ପୁରୀ-ପାଟନା ସ୍ପେଶାଲ ଏକ୍ସପ୍ରେସ ପୁରୀରୁ 26.11.2022 ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ 2ଘ.55ମି.ରେ। 08440 ପାଟନା-ପୁରୀ ସ୍ପେଶାଲ ଏକ୍ସପ୍ରେସ ପାଟନା ଠାରୁ 27.11.2022 ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ 1ଘ.30ମି.ରେ ରେ ଛାଡିବ। ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଭଦ୍ରକ, ବାଲେଶ୍ୱର, ହିଜଲି, ଆଦ୍ରI, ଆସାନସୋଲ୍, ଜସିଡିହ, ଝଝା, କିୟୁଲ ଷ୍ଟେସନ ମାନଙ୍କରେ ଉଭୟ ଦିଗରୁ ରହଣି କରିବ।

03230 ପାଟନା-ପୁରୀ ସ୍ପେଶାଲ ଏକ୍ସପ୍ରେସ ପାଟନା ଠାରୁ 27.10.2022 ରୁ 10.11.2022 ମଧ୍ୟରେ ପ୍ରତ୍ୟେକ ଗୁରୁବାର ଦିନ ସକାଳ 08ଘ.45ମି.ରେ ଛାଡିବ। 03229 ପୁରୀ-ପାଟନା ସ୍ପେଶାଲ ଏକ୍ସପ୍ରେସ ପୁରୀରୁ 28.10.2022 ରୁ 11.11.2022 ମଧ୍ୟରେ ପ୍ରତ୍ୟକ ଶୁକ୍ରବାର ଦିନ ଅପରାହ୍ନ 2ଘ.55ମି.ରେ ଛାଡିବ।

ନନ୍ଦେଡ-ବ୍ରହ୍ମପୁର ସ୍ପେଶାଲ ଏକ୍ସପ୍ରେସ:

07431 ନନ୍ଦେଡ-ବ୍ରହ୍ମପୁର ସ୍ପେଶାଲ ଏକ୍ସପ୍ରେସ ନନ୍ଦେଡରୁ 01.10.2022 ରୁ 08.10.2022 ମଧ୍ୟରେ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ 3ଘ.25ମି.ରେ ଛାଡିବ। 07432 ବ୍ରହ୍ମପୁର-ନନ୍ଦେଡ୍ ସ୍ପେଶାଲ୍ ଏକ୍ସପ୍ରେସ ବ୍ରହ୍ମପୁରରୁ 02.10.2022 ରୁ 09.10.2022 ମଧ୍ୟରେ ପ୍ରତ୍ୟେକ ରବିବାର ଦିନଅପରାହ୍ନ 4ଘ.30ମି.ରେ ଛାଡିବ।

ବିଶାଖାପାଟନମ୍-ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ:

08579 ବିଶାଖାପାଟନମ୍-ସିକନ୍ଦରାବାଦ ସ୍ପେଶାଲ୍ ଏକ୍ସପ୍ରେସ ବିଶାଖାପାଟନମରୁ 05.10.2022 ରୁ 26.10.2022 ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ସନ୍ଧ୍ୟା 7 ଘଟିକାରେ ଛାଡିବ। ସେହିଭଳି, ସିକନ୍ଦରାବାଦରୁ 08580 ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍ ଏକ୍ସପ୍ରେସ 06.10.2022 ରୁ 27.10.2022 ମଧ୍ୟରେ ପ୍ରତ୍ୟେକ ଗୁରୁବାର ଦିନ ସନ୍ଧ୍ୟା 7ଘ.40ମି.ରେ ଛାଡିବ।

ବିଶାଖାପାଟନମ୍-ମେହବୁବନଗର ବିଶେଷ ଟ୍ରେନ:

08585 ବିଶାଖାପାଟନମ୍-ମେହବୁବନଗର ସ୍ପେଶାଲ୍ ଏକ୍ସପ୍ରେସ ବିଶାଖାପାଟନମରୁ 04.10.2022 ରୁ 25.10.2022 ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର ଦିନ ସନ୍ଧ୍ୟା 5ଘ.35ମି.ରେ ଛାଡିବ। ସେହିଭଳି, 08586 ମେହବୁବନଗର-ବିଶାଖାପାଟନମ୍ ସ୍ପେଶାଲ୍ ଏକ୍ସପ୍ରେସ ମେହବୁବନଗରରୁ 05.10.2022 ରୁ 26.10.2022 ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ 6ଘ.20ମି.ରେ ଛାଡିବ।

ବିଶାଖାପାଟନମ୍-ବେଙ୍ଗାଲୁରୁ କ୍ୟାଣ୍ଟ.-ବିଶାଖାପାଟନମ୍:

08543 ବିଶାଖାପାଟନମ୍-ବେଙ୍ଗାଲୁରୁ କ୍ୟାଣ୍ଟ ସୁପର ଫାଷ୍ଟ ସ୍ପେଶାଲ ଏକ୍ସପ୍ରେସ ବିଶାଖାପାଟନମରୁ 02.10.2022 ରୁ 30.10.2022 ମଧ୍ୟରେ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ 3ଘ.55ମି.ରେ ଛାଡିବ। 08544 ବେଙ୍ଗାଲୁରୁ କ୍ୟାଣ୍ଟ-ବିଶାଖାପାଟନମ୍ ସୁପର ଫାଷ୍ଟ ସ୍ପେଶାଲ ଏକ୍ସପ୍ରେସ ବେଙ୍ଗାଲୁରୁ କ୍ୟାଣ୍ଟରୁ 03.10.2022 ରୁ 31.10.2022 ମଧ୍ୟରେ ପ୍ରତ୍ୟେକ ସୋମବାର ଦିନ ଅପରାହ୍ନ 3ଘ.50ମି.ରେ ଛାଡିବ।

ବିଶାଖାପାଟନମ୍-ତିରୁପତି-ବିଶାଖାପାଟନମ୍:

08583 ବିଶାଖାପାଟନମ୍-ତିରୁପତି ସ୍ୱତନ୍ତ୍ର ଏକ୍ସପ୍ରେସ ବିଶାଖାପାଟନମରୁ 03.10.2022 ରୁ 31.10.2022 ମଧ୍ୟରେ ପ୍ରତ୍ୟେକ ସୋମବାର ଦିନ ସନ୍ଧ୍ୟା 7ଘ.10ମି.ରେ ଛାଡିବ। 08584 ତିରୁପତି-ବିଶାଖାପାଟନମ୍ ସ୍ପେଶାଲ୍ ଏକ୍ସପ୍ରେସ୍ ତିରୁପତିରୁ 04.10.2022 ରୁ 01.11.2022 ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର ଦିନ ରାତ୍ରି 9ଘ.55ମି.ରେ ଛାଡିବ।

ବିଶାଖାପାଟନମ୍-ଆରାକୁ ବିଶେଷ ଟ୍ରେନ:

08509/08510 ବିଶାଖାପାଟନମ୍-ଆରାକୁ-ବିଶାଖାପାଟନମ୍ ସ୍ପେଶାଲ୍ ଏକ୍ସପ୍ରେସ୍ ଉଭୟ ପାର୍ଶ୍ୱରୁ ୧ ରୁ ୯ ଅକ୍ଟୋବର, 2022 ମଧ୍ୟରେ ବିଶାଖାପାଟଣାରୁ ପୂର୍ବାହ୍ନ 08ଘ.30ମି.ରେ ଛାଡୁଥିବାବେଳେ ଆରାକୁ ଠାରୁ ଅପରାହ୍ନ 2 ଘଟିକାରେ ଛାଡି ବିଶାଖାପାଟଣା ଫେରିବ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ: ଅକ୍ଟୋବର ପହିଲାରୁ ଟ୍ରେନ ଚଳାଚଳ ପାଇଁ ପ୍ରକାଶ ପାଇଲା ନୂଆ ସମୟ ସାରଣୀ

ଭୁବନେଶ୍ବର: ନୂତନ ରେଳବାଇ ସମୟ ସାରଣୀ 1 ଅକ୍ଟୋବର, 2022 ରୁ କାର୍ଯ୍ୟକାରୀ ହେବ। ଟ୍ରେନର ସମୟ ପରିବର୍ତ୍ତନ, ଟ୍ରେନର ସମ୍ପ୍ରସାରଣ, ଅତିରିକ୍ତ ଷ୍ଟପେଜ୍ ପ୍ରଦାନ, ଟ୍ରେନ୍ ପୁନଃ ପ୍ରଚଳନ ଏବଂ ନୂତନ ଟ୍ରେନ୍ ଚଳାଚଳ ଏହି ସମୟ ସାରଣୀରେ ଅନ୍ତର୍ଭୁକ୍ତ କରାଯାଇଅଛି।

1 ଅକ୍ଟୋବର, 2022 ରୁ ଟ୍ରେନ ସମୟ ସାରଣୀରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ:

1 ଅକ୍ଟୋବର, 2022 ରୁ ଟ୍ରେନ ଉତ୍ପତ୍ତି ଷ୍ଟେସନ (ଛାଡୁଥିବା ମୂଳ ଷ୍ଟେସନ) ରେ ପୂର୍ବ ନିର୍ଦ୍ଧାରିତ ସମୟ ତୁଳନାରେ ସତଚାଳିଶ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି। ଟ୍ରେନର ସୁଗମ ଚଳାଚଳ ଦୃଷ୍ଟିରୁ ଅନେକ ଟ୍ରେନର ସମୟ ମଧ୍ୟ ବିଭିନ୍ନ ଷ୍ଟେସନରେ ପରିବର୍ତ୍ତନ କରାଯାଇଛି।  ନିମ୍ନଲିଖିତ ଟ୍ରେନ ଗୁଡ଼ିକ ହେଉଛି: –

A. ଉତ୍ପତ୍ତି ଷ୍ଟେସନରୁ ପ୍ରସ୍ଥାନ ସମୟର ପରିବର୍ତ୍ତନ:

B. ଗନ୍ତବ୍ୟ ସ୍ଥଳରେ ଆଗମନ ସମୟର ପରିବର୍ତ୍ତନ:

C. ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ଟ୍ରେନ୍ ସମୟରେ ପରିବର୍ତ୍ତନ:

ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ 10 ଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି। ଏହି ଟ୍ରେନ୍ ଗୁଡିକ ହେଉଛି…

20813 20813 ପୁରୀ-ଯୋଧପୁର ଏକ୍ସପ୍ରେସ ପୁରୀ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର ଏବଂ କଟକ ଠାରେ; 18304 ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ ପୁରୀ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, ନରାଜ, ଢେଙ୍କାନାଳ, ଅନୁଗୁଳ ଓ ସମ୍ବଲପୁର ଠାରେ; 20815/20816 ଟାଟା-ବିଶାଖାପାଟନମ୍-ଟାଟା ଏକ୍ସପ୍ରେସ୍ ଟାଟା, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ବିଜୟନଗରମ୍ ଏବଂ ବିଶାଖାପାଟନମ୍ ଠାରେ; 18518 ବିଶାଖାପାଟନମ୍-କୋରବା ଏକ୍ସପ୍ରେସ ବିଶାଖାପାଟନମ୍, ମହାସମୁନ୍ଦ, ଲାଖୋଲି, ରାୟପୁର, ବିଲାସପୁର ଏବଂ କୋରବା ଠାରେ; 18447 ଭୁବନେଶ୍ୱର-ଜଗଦଲପୁର ହିରାଖଣ୍ଡ ଏକ୍ସପ୍ରେସ ଭୁବନେଶ୍ୱର, ବିଜୟନଗରମ୍, ରାୟଗଡା, ଦମନଯୋଡି, କୋରାପୁଟ, ଜୟପୁର ଏବଂ ଜଗଦଲପୁର ଠାରେ; 18452 ପୁରୀ-ହାଟିଆ ତାପସ୍ୱିନି ଏକ୍ସପ୍ରେସ ପୁରୀ-ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ଏବଂ ଅନୁଗୁଳ ଠାରେ; 18529 ଦୁର୍ଗ-ବିଶାଖାପାଟନମ୍ ଏକ୍ସପ୍ରେସ ଦୁର୍ଗ, ବିଜୟନଗରମ, କୋଟାଭାଲାସା, ସିମାଚଳମ ଏବଂ ବିଶାଖାପାଟନମ୍ ଠାରେ; 22809 ପାରାଦୀପ-ବିଶାଖାପାଟନମ୍ ଏକ୍ସପ୍ରେସ ପାରାଦୀପ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ବିଜୟନଗରମ ଏବଂ ବିଶାଖାପାଟନମ୍ ଠାରେ ଏବଂ 17243 ଗୁଣ୍ଟୁର-ରାୟଗଡା ଏକ୍ସପ୍ରେସ ଦୁଭାଡା, ବିଶାଖାପାଟନମ୍, ବିଜୟନଗରମ୍, ବବିଲି, ପାର୍ବତୀପୁରମ୍, ପାର୍ବତୀପୁରମ୍ ଟାଉନ ଷ୍ଟେସନ ମାନଙ୍କ ଠାରେ ସମୟରେ ପରିବର୍ତ୍ତନ କରାଯାଇଛି।

ଏହା ବ୍ୟତୀତ ପୁରୀ-ଖୋର୍ଦ୍ଧା ରୋଡ୍-ପୁରୀ ପାସେଞ୍ଜର ସ୍ପେସିଆଲ୍ ର ସମୟ ଉଭୟ ଦିଗରୁ ପରିବର୍ତ୍ତନ କରାଯାଇଛି। କେତେକ ଷ୍ଟେସନରେ ଉପରୋକ୍ତ ଟ୍ରେନ ମାନଙ୍କର ସମୟ ସାରଣୀ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଥବା ପୂର୍ବ ନିର୍ଦ୍ଧାରିତ ସମୟ ପରେ ପରିବର୍ତ୍ତିତ କରାଯାଇଅଛି।

D. ଟ୍ରେନ୍ ସମୟ ସାରଣୀରେ ପରିବର୍ତ୍ତନ:

13 ଟି ଟ୍ରେନର ସମୟ ମୂଳ ଷ୍ଟେସନରୁ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ପୂର୍ବ ନିର୍ଧାରିତ ସମୟ ଠାରୁ କିଛି ସମୟ ପୂର୍ବରୁ କିମ୍ବା କିଛି ସମୟ ପରେ ନିର୍ଧାରିତ କରାଯାଇଛି। 20895 ରାମେଶ୍ୱରମ୍-ଭୁବନେଶ୍ୱର ଏକ୍ସପ୍ରେସ, 22873 ଦିଘା-ବିଶାଖାପାଟନମ୍ ଏକ୍ସପ୍ରେସ, 18423 ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ, 20807 ବିଶାଖାପାଟନମ୍-ଅମୃତସର ହିରାକୁଦ ଏକ୍ସପ୍ରେସ, 22809 ପାରାଦୀପ-ବିଶାଖାପାଟନମ୍ ଏକ୍ସପ୍ରେସ, 18309 ସମ୍ବଲପୁର-ଜାମ୍ମୁ ତବୀ ଏକ୍ସପ୍ରେସ, 12875 ପୁରୀ-ଆନନ୍ଦ ବିହାର ନୀଳାଚଳ ଏକ୍ସପ୍ରେସ, 20815 ଟାଟା-ବିଶାଖାପାଟନମ୍ ଏକ୍ସପ୍ରେସ, 22879 ଭୁବନେଶ୍ୱର-ତିରୁପତି ଏକ୍ସପ୍ରେସ, 22859 ପୁରୀ-ଚେନ୍ନାଇ ଏକ୍ସପ୍ରେସ ଏବଂ 12278 ପୁରୀ-ହାଓଡ଼ା ଏକ୍ସପ୍ରେସକୁ ସର୍ବନିମ୍ନ 05 ମିନିଟ ଏବଂ ସର୍ବାଧିକ 25 ମିନିଟ ପର୍ଯ୍ୟନ୍ତ ସଂଶୋଧିତ କରାଯାଇଅଛି ଯାହାଦ୍ୱାରା କିଛି ଟ୍ରେନ ନିର୍ଧାରିତ ସମୟ ପୂର୍ବରୁ ଏବଂ କିଛି ନିର୍ଧାରିତ ସମୟ ପରେ ଷ୍ଟେସନ ମାନଙ୍କ ଠାରୁ ଛାଡିବ। କେତେକ ଷ୍ଟେସନରେ ଉପରୋକ୍ତ ଟ୍ରେନ ମାନଙ୍କର ସମୟ ସାରଣୀ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଥବା ପୂର୍ବ ନିର୍ଦ୍ଧାରିତ ସମୟ ପରେ ପରିବର୍ତ୍ତିତ କରାଯାଇଅଛି।

E. କିଛି ଟ୍ରେନର ଗତି ବୃଦ୍ଧି:

25 ଟି ଟ୍ରେନର ସମୟ ସର୍ବନିମ୍ନ 05 ମିନିଟ୍ ଏବଂ ସର୍ବାଧିକ 55 ମିନିଟ୍ ପର୍ଯ୍ୟନ୍ତ ମୂଳ ଷ୍ଟେସନ୍ ଠାରୁ ଗନ୍ତବ୍ୟ ସ୍ଥଳ ମଧ୍ୟରେ ତ୍ୱରାନ୍ୱିତ ହୋଇଛି। ଏହି ଟ୍ରେନ୍ ଗୁଡିକ ହେଉଛି – 18567 ବିଶାଖାପାଟନମ୍-କୋଲାମ ଏକ୍ସପ୍ରେସ, 12277 ହାଓଡ଼ା -ପୁରୀ ଏକ୍ସପ୍ରେସ, 22834 SMVT ବେଙ୍ଗାଲୁରୁ-ଭୁବନେଶ୍ୱର ଏକ୍ସପ୍ରେସ, 18447 ଭୁବନେଶ୍ୱର-ଜଗଦଲପୁର ହିରାଖଣ୍ଡ ଏକ୍ସପ୍ରେସ, 18574 ଭଗତ କି କୋଠି-ବିଶାଖାପାଟନମ୍ ଏକ୍ସପ୍ରେସ, 22836 ପୁରୀ-ଶାଲୀମାର ଏକ୍ସପ୍ରେସ, 20816 ବିଶାଖାପାଟନମ-ଟାଟା ଏକ୍ସପ୍ରେସ, 18424 ନୟାଗଡ଼ ଟାଉନ-ଭୁବନେଶ୍ୱର ଏକ୍ସପ୍ରେସ, 18529 ଦୁର୍ଗ-ବିଶାଖାପାଟଣା ଏକ୍ସପ୍ରେସ, 20804 ଗାଂଧିଧାମ-ବିଶାଖାପାଟଣା ଏକ୍ସପ୍ରେସ, 22827 ପୁରୀ-ସୁରଟ ଏକ୍ସପ୍ରେସ, 18304 ପୁରୀ-ସମ୍ବଲପୁର ଇଣ୍ଟର ସିଟି, 12896 ପୁରୀ-ଶାଲୀମାର ଏକ୍ସପ୍ରେସ, 20823 ପୁରୀ-ଅଜମେର ଏକ୍ସପ୍ରେସ, 12832 ଭୁବନେଶ୍ୱର-ଧାନବାଦ ଏକ୍ସପ୍ରେସ, 20861 ପୁରୀ-ଅହମଦାବାଦ ଏକ୍ସପ୍ରେସ, 18518 ବିଶାଖାପାଟଣା-କରବା ଏକ୍ସପ୍ରେସ, 12882 ପୁରୀ-ଶାଲୀମାର ଏକ୍ସପ୍ରେସ, 18310 ଜାମ୍ମୁ ତାବି-ସମ୍ବଲପୁର ଏକ୍ସପ୍ରେସ, 12888 ପୁରୀ-ଶାଲୀମାର ଏକ୍ସପ୍ରେସ, 12831 ଧାନବାଦ-ଭୁବନେଶ୍ୱର ଏକ୍ସପ୍ରେସ, 18573 ବିଶାଖାପାଟଣା-ଭଗତ କି କୋଠି ଏକ୍ସପ୍ରେସ, 18452 ପୁରୀ-ହାତୀଆ ତପସ୍ୱିନି ଏକ୍ସପ୍ରେସ, 12846 SMVT ବେଙ୍ଗାଲୁରୁ-ଭୁବନେଶ୍ୱର ଏକ୍ସପ୍ରେସ ଏବଂ 20824 ଅଜମେର-ପୁରୀ ଏକ୍ସପ୍ରେସ କେତେକ ଷ୍ଟେସନରେ ପୂର୍ବ ନିର୍ଦ୍ଧାରିତ ସମୟର ପୂର୍ବରୁ ଏବଂ ପରେ ଆଗମନ ଓ ପ୍ରସ୍ଥାନ କରିବ।

F. ଟ୍ରେନର ସମ୍ପ୍ରସାରଣ:

ପରୀକ୍ଷାମୂଳକ ଭିତ୍ତିରେ ତିନି ଯୋଡ଼ା ଟ୍ରେନ୍କୁ ସାମୟିକ ଭାବରେ ସମ୍ପ୍ରସାରଣ କରାଯାଇଅଛି।  ଏହି ଟ୍ରେନ୍ ଗୁଡିକ ହେଉଛି… 08429/08430 (58429/58430) ଖୋର୍ଦ୍ଧା ରୋଡ୍-ମହିପୁର-ଖୋର୍ଦ୍ଧା ରୋଡ୍ ସ୍ପେସାଲ୍ ନୂଆଗାଁ ରୋଡ୍ ପର୍ଯ୍ୟନ୍ତ; 08421/08422 (68433/68434) କଟକ-ଇଛାପୁରମ୍-କଟକ ସ୍ପେଶାଲ୍ ଗୁଣୁପୁର ପର୍ଯ୍ୟନ୍ତ ଏବଂ 08456/08455 (68426/68425) ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ସ୍ପେଶାଲ୍ ଖୋର୍ଦ୍ଧା ରୋଡ୍ ସମ୍ପ୍ରସାରଣ କରାଯାଇଅଛି। କେତେକ ଷ୍ଟେସନରେ ଉପରୋକ୍ତ ଟ୍ରେନ ମାନଙ୍କର ସମୟ ସାରଣୀ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଥବା ପୂର୍ବ ନିର୍ଦ୍ଧାରିତ ସମୟ ପରେ ପରିବର୍ତ୍ତିତ କରାଯାଇଅଛି।

G. ନୂତନ ଟ୍ରେନ ପ୍ରଚଳନ:

ତିନୋଟି ଯୋଡ଼ା ଟ୍ରେନ୍ ନିକଟ ଅତୀତରେ ପ୍ରଚଳିତ ହୋଇଛି ଏବଂ ନୂତନ ସମୟ ସାରଣୀରେ ଅନ୍ତର୍ଭୂକ୍ତ କରାଯାଇଛି। ଏହି ଟ୍ରେନ୍ ଗୁଡିକ ହେଉଛି – 58437/58438 (08423/08424) ପୁରୀ-ନୂଆଗାଁ ରୋଡ୍-ପୁରୀ ପାସେଞ୍ଜର, 22861/22862 ହାଓଡ଼ା-କାଣ୍ଟାବାଞ୍ଜି-ହାଓଡ଼ା ଏକ୍ସପ୍ରେସ ଏବଂ ଭଦ୍ରକ, ଭୁବନେଶ୍ୱର ଏବଂ ବିଶାଖାପାଟଣା ମାର୍ଗ ଦେଇ 22305/22306 ଜସିଡିହ-ବେଙ୍ଗାଲୁରୁ-ଜସିଡିହ ଏକ୍ସପ୍ରେସ। କେତେକ ଷ୍ଟେସନରେ ଉପରୋକ୍ତ ଟ୍ରେନ ମାନଙ୍କର ସମୟ ସାରଣୀ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଥବା ପୂର୍ବ ନିର୍ଦ୍ଧାରିତ ସମୟ ପରେ ପରିବର୍ତ୍ତିତ କରାଯାଇଅଛି।

H. ଉତ୍ପତ୍ତି ଷ୍ଟେସନରୁ ପ୍ରସ୍ଥାନ ସମୟରେ ପରିବର୍ତ୍ତନ:

20813 ପୁରୀ-ଯୋଧପୁର ଏକ୍ସପ୍ରେସ, 18304 ପୁରୀ-ସମ୍ବଲପୁର ଇଣ୍ଟର ସିଟି, 12896/22836/12882 ଏବଂ 12888 ପୁରୀ-ଶାଲିମାର ଏକ୍ସପ୍ରେସ ଟ୍ରେନ, 15643 ପୁରୀ-କାମାକ୍ଷା ଏକ୍ସପ୍ରେସ, 20861 ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ, 22974 ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ, 12146 ପୁରୀ-ଏଲଟିଟି ଏକ୍ସପ୍ରେସ, 22202 ପୁରୀ-ସିଆଲଦା ଏକ୍ସପ୍ରେସ ଟ୍ରେନ ଗୁଡିକ ପୁରୀ ଠାରୁ; 22882 ଭୁବନେଶ୍ୱର-ପୁଣେ ଏକ୍ସପ୍ରେସ, 18423 ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ ଭୁବନେଶ୍ୱରରୁ ଏବଂ ପାରାଦୀପରୁ 22809 ପାରାଦୀପ-ବିଶାଖାପାଟନମ୍ ଏକ୍ସପ୍ରେସ ସମୟରେ ପରିବର୍ତ୍ତନ କରାଯାଇଛି। କେତେକ ଷ୍ଟେସନରେ ଉପରୋକ୍ତ ଟ୍ରେନ ମାନଙ୍କର ସମୟ ସାରଣୀ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଥବା ପୂର୍ବ ନିର୍ଦ୍ଧାରିତ ସମୟ ପରେ ପରିବର୍ତ୍ତିତ କରାଯାଇଅଛି।

I. ଗନ୍ତବ୍ୟ ସ୍ଥଳରେ ଆଗମନ ସମୟର ପରିବର୍ତ୍ତନ:

ପୁରୀ ଠାରେ 12277 ହାଓଡ଼ା-ପୁରୀ ଏକ୍ସପ୍ରେସର ସମୟ; 18424 ନୟାଗଡ଼ ଟାଉନ୍-ଭୁବନେଶ୍ୱର, 12846 SMVT ବେଙ୍ଗାଲୁରୁ-ଭୁବନେଶ୍ୱର ଏକ୍ସପ୍ରେସ, 22834 SMVT ବେଙ୍ଗାଲୁରୁ-ଭୁବନେଶ୍ୱର ଏକ୍ସପ୍ରେସ ଭୁବନେଶ୍ୱରରେ; 20815 ଟାଟା-ବିଶାଖାପାଟନମ୍ ଏକ୍ସପ୍ରେସ୍ ଏବଂ 18529 ଦୁର୍ଗ-ବିଶାଖାପାଟନମ୍ ଏକ୍ସପ୍ରେସ ବିଶାଖାପାଟନମ୍ ଠାରେ ଏବଂ ସମ୍ବଲପୁରରେ 18304 ପୁରୀ-ସମ୍ବଲପୁର ଏକ୍ସପ୍ରେସ ସମୟରେ ପରିବର୍ତ୍ତନ କରାଯାଇଛି।  କେତେକ ଷ୍ଟେସନରେ ଉପରୋକ୍ତ ଟ୍ରେନ ମାନଙ୍କର ସମୟ ସାରଣୀ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଥବା ପୂର୍ବ ନିର୍ଦ୍ଧାରିତ ସମୟ ପରେ ପରିବର୍ତ୍ତିତ କରାଯାଇଅଛି।

ଯାତ୍ରୀମାନଙ୍କୁ ଟ୍ରେନରେ ଯିବା ପୂର୍ବରୁ ସେମାନଙ୍କର ଟ୍ରେନ୍ ସମୟ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି | ଯାତ୍ରୀମାନେ ଭାରତୀୟ ରେଳ ଯାତ୍ରୀ ସଂରକ୍ଷଣ ଅନୁସନ୍ଧାନ https://www.indianrail.gov.in/enquiry/StaticPages/StaticEnquiry.jsp?StaticPage=index.html
ପରିଦର୍ଶନ କରିପାରିବେ କିମ୍ବା ଜାତୀୟ ଟ୍ରେନ୍ ଅନୁସନ୍ଧାନ ସିଷ୍ଟମ୍ https://enquiry.indianrail.gov.in/ntes/ ଅନୁସରଣ କରିପାରିବେ। ଟ୍ରେନ୍ ସମୟ ବିଷୟରେ ଜାଣିବା ପାଇଁ ବିଭିନ୍ନ ଷ୍ଟେସନର ଷ୍ଟେସନ ଅନୁସନ୍ଧାନ କାଉଣ୍ଟରରୁ ମଧ୍ୟ ଯାତ୍ରୀମାନେ ସୂଚନା ପାଇପାରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱର ହମସଫର ଏବଂ ନ୍ୟୁ ତିନ୍ସୁକିଆ-ବାଙ୍ଗାଲୋର ଏକ୍ସପ୍ରେସ ପାଇଁ ଷ୍ଟେସନ ପଏଣ୍ଟରେ ପରିବର୍ତ୍ତନ

ଭୁବନେଶ୍ବର: ଅସୁବିଧାଜନକ ଟ୍ରେନ ଚଳାଚଳକୁ ଏଡାଇ ସୁଗମ ପରିଚାଳନା ପାଇଁ ବେଙ୍ଗାଲୁରୁ ଅଞ୍ଚଳରେ ପୂର୍ବତଟ ରେଳପଥ ମଧ୍ୟରୁ/ମଧ୍ୟଦେଇ ଯାଉଥିବା ଦୁଇଟି ଟ୍ରେନର ଟର୍ମିନାଲ୍ ପଏଣ୍ଟ ଷ୍ଟେସନକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି …

ଭୁବନେଶ୍ୱର-କୃଷ୍ଣରାଜପୁରମ୍ ହମସଫର ଏକ୍ସପ୍ରେସ:

ଅକ୍ଟୋବର ମାସ 5 ତାରିଖ ଠାରୁ ଭୁବନେଶ୍ୱର ଠାରୁ କୃଷ୍ଣରାଜପୁରମ ଯାତ୍ରା କରିବାକୁ ଥିବା ଏବଂ ଅକ୍ଟୋବର ମାସ 6 ତାରିଖ ଠାରୁ ଭୁବନେଶ୍ୱର ଆସିବାକୁଥିବା 22833/22834 ଭୁବନେଶ୍ୱର-କୃଷ୍ଣରାଜପୁରମ୍-ଭୁବନେଶ୍ୱର ହମସଫର ଏକ୍ସପ୍ରେସ ସାର୍ ଏମ୍ ଭିସେଶ୍ବରାୟ ଟର୍ମିନାଲ୍ (ଏସଏମଭିଟି) ବେଙ୍ଗାଲୁରୁ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଚଳାଚଳ କରିବ।  କୃଷ୍ଣରାଜପୁରମ୍ ଷ୍ଟେସନରେ ପହଞ୍ଚିବା ପରେ ଏହି ଟ୍ରେନ ଏସଏମଭିଟି କୁ ଯାତ୍ରା କରିବ ଓ ସେଠାରେ ଅପରାହ୍ନ 12 ଘ. 30 ମି. ରେ ପହଞ୍ଚିବ। ଫେରିବା ଦିଗରେ ଏହି ଟ୍ରେନ୍ ଏସଏମଭିଟିରୁ ପ୍ରତି ଗୁରୁବାର ଦିନ ଅପରାହ୍ନ 4ଘ. 35ମି.ରେ ଛାଡି କୃଷ୍ଣରାଜପୁରମରେ ଅଟକି ପରେ ଭୁବନେଶ୍ୱରକୁ ଯାତ୍ରା କରିବ।

ନ୍ୟୁ ତିନ୍ସୁକିଆ-ବାଙ୍ଗାଲୋର ଏକ୍ସପ୍ରେସ:

22501/22502 ନ୍ୟୁ ତିନ୍ସୁକିଆ-ବାଙ୍ଗାଲୋର-ନ୍ୟୁ ତିନ୍ସୁକିଆ ଏକ୍ସପ୍ରେସକୁ ଏସଏମଭିଟି, ବେଙ୍ଗାଲୁରୁ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଅଛି। ଅକ୍ଟୋବର ମାସ 4 ତାରିଖ ଠାରୁ ପ୍ରତ୍ୟକ ମଙ୍ଗଳବାର ଦିନ ଏହି ଟ୍ରେନ କେଏସଆର ବେଙ୍ଗାଲୁରୁ ପରିବର୍ତ୍ତେ ଏସଏମଭିଟି, ବେଙ୍ଗାଲୁରୁ ଠାରୁ ଭୋର 3 ଘ. 10ମି.ରେ ଛାଡି ନ୍ୟୁ ତିନ୍ସୁକିଆ ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ନ୍ୟୁ ତିନ୍ସୁକିଆରୁ ଏହି ଟ୍ରେନ୍ ଅକ୍ଟୋବର ମାସ 07 ତାରିଖ ଠାରୁ କେଏସଆର ବେଙ୍ଗାଲୁରୁ ବଦଳରେ ଏସଏମଭିଟି, ବେଙ୍ଗାଲୁରୁ ପର୍ଯ୍ୟନ୍ତ ଯାତ୍ରା କରିବ। ଉଭୟ ଦିଗରୁ ଏହି ଟ୍ରେନ୍ ବେଙ୍ଗାଲୁରୁ ଇଷ୍ଟ ଏବଂ ବେଙ୍ଗାଲୁରୁ କ୍ୟାଣ୍ଟ ଷ୍ଟେସନ ଠାରେ ରହଣି କରିବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଅତିରିକ୍ତ ଯାତ୍ରୀ ଭିଡ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥରୁ ବୃଦ୍ଧି ହେଲା ସ୍ୱତନ୍ତ୍ର ଟ୍ରେନ୍ ସେବା

ଭୁବନେଶ୍ବର: ରେଳ ଯାତ୍ରୀ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ ଏଡ଼ାଇବା ପାଇଁ ପୂର୍ବ ତଟ ରେଳ ପରିସୀମା ମଧ୍ୟଦେଇ ଚଳାଚଳ ଓ ଏହା ମଧ୍ୟରୁ ଛାଡୁଥିବା ନିମ୍ନଲିଖିତ ଅନୁଯାୟୀ କିଛି ସ୍ୱତନ୍ତ୍ର ଟ୍ରେନର ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି …

ସ୍ୱତନ୍ତ୍ର ଟ୍ରେନର ସେବା ବୃଦ୍ଧି:

ଭୁବନେଶ୍ୱର ଠାରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଦିନ ସନ୍ଧ୍ୟା 8 ଘ. 25 ମି.ରେ ଛାଡୁଥିବା 02832 ଭୁବନେଶ୍ୱର-ଧାନବାଦ୍ ସ୍ପେଶାଲ ଏକ୍ସପ୍ରେସ 30 ଡିସେମ୍ବର 2022 ପର୍ଯ୍ୟନ୍ତ ଚଳାଚଳ କରିବ। ସେହିପରି ଫେରିବା ମାର୍ଗରେ ଧାନବାଦ୍ ଠାରୁ ପ୍ରତ୍ୟେକ ବୁଧବାର, ଶନିବାର ଏବଂ ସୋମବାର ଦିନ ଅପରାହ୍ନ 4 ଘଟିକାରେ ଛାଡୁଥିବା 02831 ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ ଏକ୍ସପ୍ରେସ 31 ଡିସେମ୍ବର 2022 ପର୍ଯ୍ୟନ୍ତ ଚଳାଚଳ କରିବ।
ପୁରୀରୁ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ 2ଘ. 55 ମି.ରେ ଛାଡୁଥିବା 08439 ପୁରୀ-ପାଟନା ସ୍ପେଶାଲ ଏକ୍ସପ୍ରେସ 26.11.2022 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ ପାଟନା ଠାରୁ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ 1ଘ. 30ମି.ରେ ଛାଡୁଥିବା 08440 ପାଟନା-ପୁରୀ ସ୍ପେଶାଲ ଏକ୍ସପ୍ରେସ 27.11.2022 ପର୍ଯ୍ୟନ୍ତ ଚଳାଚଳ କରିବ।

ପୁରୀ ଏବଂ ସିଆଲଦା (କୋଲକାତା) ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍:

ଅକ୍ଟୋବର ମାସ ପହିଲା ଠାରୁ ୨୯ ତାରିଖ ପର୍ଯ୍ୟନ୍ତ 03101 ସିଆଲଦା-ପୁରୀ ସ୍ପେଶାଲ ଏକ୍ସପ୍ରେସ ସିଆଲଦାରୁ ପ୍ରତ୍ୟକ ଶନିବାର ଦିନ ରାତ୍ରି 11ଘ.50ମି.ରେ ପୁରୀ କୁ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ପୁରୀରୁ 03102 ପୁରୀ-ସିଆଲଦା ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ 3ଘ.50ମି.ରେ ଛାଡି ସିଆଲଦା ଯାତ୍ରା କରିବ।

ପୁରୀ ଏବଂ ପାଟନା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍:

03230 ପାଟନା-ପୁରୀ ବିଶେଷ ଟ୍ରେନ 27 ଅକ୍ଟୋବର ରୁ 10 ନଭେମ୍ବର 2022 ମଧ୍ୟରେ ପାଟନା ଠାରୁ ପ୍ରତି ଗୁରୁବାର ପୂର୍ବାହ୍ନ 8 ଘ.45 ମି.ରେ ଛାଡି ପୁରୀ ଯାତ୍ରା କରିବ। ଫେରିବା ମାର୍ଗରେ 03229 ପୁରୀ-ପାଟନା ବିଶେଷ ଟ୍ରେନ 28 ଅକ୍ଟୋବର ରୁ 11 ନଭେମ୍ବର 2022 ମଧ୍ୟରେ ପୁରୀ ଠାରୁ ପ୍ରତି ଶୁକ୍ରବାର ଅପରାହ୍ନ 2 ଘ.55 ମି.ରେ ଛାଡି ପାଟନା ଯାତ୍ରା କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ନିରାଶ୍ରିତ ପିଲାମାନଙ୍କ ପାଇଁ ଦାନ

ଭୁବନେଶ୍ୱର: ଏକ ଜନହିତକର, ସ୍ବେଚ୍ଛାସେବୀ ତଥା ବଦାନ୍ୟ ସଂଗଠନ ଭାବେ ପରିଚିତ ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଭାପତି ଅନୁପମା ଶ୍ରୀବାସ୍ତବ ଆଜି ଭୁବନେଶ୍ୱର ଉପକଣ୍ଠ କଣ୍ଟାବାଡ ଠାରେ ଥିବା ଦରିଦ୍ର ପିଲାମାନଙ୍କ ଆଶ୍ରୟସ୍ଥଳ ଆଦୃତ ଦ୍ୱାରା ଆଶ୍ରିତ ପିଲାମାନଙ୍କ ଉଦ୍ଧିଷ୍ଟ “ଶିଶୁ ଗୃହ” ପରିଦର୍ଶନ କରିଥିଲେ।

ଏହି ପରିଦର୍ଶନ ସମୟରେ ଅନ୍ତେବାସୀଙ୍କ ଆବଶ୍ୟକତା ପାଇଁ ଇକୋରୋ ଏକ ଆରେଞ୍ଜର କି ବୋର୍ଡ ଦାନ କରିଛି। ଏହି କି-ବୋର୍ଡ ଅନ୍ତେବାସୀମାନଙ୍କୁ ସେମାନଙ୍କର ସଙ୍ଗୀତ ଅଭ୍ୟାସ ଏବଂ ପ୍ରଦର୍ଶନ ପାଇଁ ସାହାଯ୍ୟ କରିବ। ପ୍ରାୟ ୬୦ ଜଣ ଅନ୍ତେବାସୀ ଆଦୃତ ଶିଶୁ ଗୃହରେ ବାସ କରନ୍ତି ଯେଉଁଠାରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ତେବାସୀଙ୍କ ସଂଗୀତ କ୍ଷେତ୍ରରେ ଅନ୍ତର୍ନିହିତ ଗୁଣ ରହିଛି। ରେଳପଥ ମହିଳା କଲ୍ୟାଣ ସଂଗଠନର ସମ୍ପାଦକ ମନମିତା ମଣ୍ଡଳ ଏବଂ କୋଷାଧ୍ୟକ୍ଷ ଭାରତୀ ନିନାୱେଙ୍କ ସହିତ ସଂଗଠନର ଅନ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟମାନେ ମଧ୍ୟ ଶ୍ରୀବାସ୍ତବଙ୍କ ସହିତ ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ରେଳବାଇ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ କଲ୍ୟାଣ ବ୍ୟତୀତ ରେଳପଥ ମହିଳା କଲ୍ୟାଣ ସଂଗଠନ ଗରିବ ବୃଦ୍ଧ ପୁରୁଷ ଓ ମହିଳା, ଶାରୀରିକ ଭାବରେ ଅସୁବିଧାଜନକ ଶିଶୁ ଏବଂ ଅଭାବୀ ଯେଉଁମାନେ ସାଧାରଣ ଜୀବନ ବଜାୟ ରଖିବାରେ ସକ୍ଷମ ନୁହନ୍ତି; ସେମାନଙ୍କ ଜୀବନଶୈଳୀରେ ସାମାଜିକ-ସାଂସ୍କୃତିକ ମାନର ଉନ୍ନତି ଦିଗରେ କାର୍ଯ୍ୟ କରୁଛି।

Categories
ଆଜିର ଖବର

ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ଭାବେ ପାଳନ କରାଯିବ ସ୍ୱଚ୍ଛତା ପକ୍ଷ୍ୟ

ଭୁବନେଶ୍ବର: ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ରେଳ ଷ୍ଟେସନ ପରିସର, ଟ୍ରେନ୍, ଅଫିସ୍, କର୍ମଶାଳା, ରକ୍ଷଣାବେକ୍ଷଣ ଡିପୋ, ରେଳବାଇ ଡାକ୍ତରଖାନା ଏବଂ ରେଳବାଇ ଆବାସିକ ଅଞ୍ଚଳରେ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯାଇ ସ୍ୱଚ୍ଛତା ପକ୍ଷକୁ ବ୍ୟାପକ ଭାବେ ପ୍ରାରମ୍ଭ କରାଯାଇଅଛି।

ଏହି ପ୍ରାରମ୍ଭିକ ଦିବସରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ରେଳପଥର ମୁଖ୍ୟାଳୟ ରେଳସଦନ ଠାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ମୁଖ୍ୟାଳୟର କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ସ୍ୱଚ୍ଛତା ସମ୍ବନ୍ଧରେ ଶପଥ ପାଠ କରାଇବା ସହିତ ସେମାନଙ୍କ ପରିବେଶକୁ ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ଵଛ ରଖିବାକୁ କହିଛନ୍ତି।

ସର୍ବନିମ୍ନ ସ୍ତରରୁ ସର୍ବୋଚ୍ଚ ପର୍ଯ୍ୟନ୍ତ ରେଳ କର୍ମଚାରୀମାନେ ସ୍ୱଚ୍ଛତା ପକ୍ଷ୍ୟରେ ଅଂଶଗ୍ରହଣ କରୁଛନ୍ତି। ଏହି ସମୟ ଅବଧି ତଥା ୧୫ ଦିନ ମଧ୍ୟରେ ସାଧାରଣ ଲୋକଙ୍କୁ ବିଶେଷ କରି ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ସଚେତନ କରିବା ପାଇଁ ପ୍ରଭାତ ଫେରି, ସେମିନାର ଏବଂ ପଥପ୍ରାନ୍ତ ନାଟକ (ଷ୍ଟ୍ରିଟ୍ ପ୍ଲେ) ପରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି।

ଯାତ୍ରୀ, ରେଳ ବ୍ୟବହାରକାରୀ ଏବଂ ହିତାଧିକାରୀ ଇତ୍ୟାଦି ମାନଙ୍କ ସହିତ ଜଡିତ ହୋଇ ପୂର୍ବ ତଟ ରେଳପଥ ସ୍ୱଚ୍ଛତା ପକ୍ଷ୍ୟ ସମୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଅଛି। ପରିଷ୍କାର ପରିଚ୍ଛନ୍ନତା, ଚଳପ୍ରଚଳ ଅଞ୍ଚଳରେ ଆବର୍ଜନା ନକରିବାକୁ ସଚେତନତା, ଅନ୍-ବୋର୍ଡ ପରିଷ୍କାର ପରିଚ୍ଛନ୍ନତା, ଟ୍ରେନ ରକ୍ଷଣାବେକ୍ଷଣ ଲାଇନରେ ପରିଷ୍କାର ପରିଚ୍ଛନ୍ନତା, ରେଲୱେ ୟାର୍ଡ, ଟ୍ରାକ୍ ଉପରେ ପେଣ୍ଟିଂ କାର୍ଯ୍ୟକଳାପ ସହିତ ଚିତ୍ରାଙ୍କନ ପ୍ରତିଯୋଗିତା; କାର୍ଯ୍ୟକ୍ଷେତ୍ରରେ ପରିଷ୍କାର ପରିଚ୍ଛନ୍ନତା, ଜଳ ଯୋଗାଣ ଉତ୍ସ ସହିତ ଜଳ ସ୍ଥାପନରେ ସ୍ୱଚ୍ଛତା, ଷ୍ଟେସନରେ ପାନୀୟ ଜଳ ପାଇଁ ଜଳ ଟ୍ୟାପ୍ ଏବଂ ଜଳର ଉପଲବ୍ଧତା; ରେଳ ଷ୍ଟେସନ, କୋଚିଂ ଡିପୋ, ଟ୍ରେନ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶୌଚାଳୟ ମାନଙ୍କରେ ସ୍ୱଚ୍ଛତା ଆଣିବା ମଧ୍ୟ ସ୍ୱଚ୍ଛତା ପକ୍ଷ୍ୟ ସମୟରେ କରାଯିବ।

ଆଜି ପୂର୍ବାହ୍ନରେ ରେଳ ସଦନ ଠାରେ ଆୟୋଜିତ ହୋଇଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରେଳପଥର କର୍ମଚାରୀ ଓ ଅଧିକାରୀମାନେ ଅପରିଷ୍କାର ନକରିବା କିମ୍ବା ଅନ୍ୟମାନଙ୍କୁ ଅପରିଷ୍କାର କରାଇନଦେବା ପାଇଁ ଶପଥ ନେଇଥିଲେ। ସେମାନେ ନିଜ କାର୍ଯ୍ୟସ୍ଥଳ ମାନଙ୍କରେ ସ୍ୱଚ୍ଛତା ବଜାୟ ରଖିବା ସହିତ ନିଜ ପରିବାର, ସ୍ଥାନୀୟ ଅଞ୍ଚଳ, ଗ୍ରାମ ଏବଂ ସେମାନଙ୍କର କାର୍ଯ୍ୟ ସ୍ଥାନ ମାନଙ୍କରେ ସ୍ୱଚ୍ଛତା ପ୍ରତି କାର୍ଯ୍ୟକରିବାକୁ ମଧ୍ୟ ଶପଥ ନେଇଛନ୍ତି।  କର୍ମଚାରୀମାନେ ମଧ୍ୟ ପ୍ରତିଶୃତି ଦେଇ କହିଛନ୍ତି ଯେ ସେମାନେ ବିଶ୍ୱାସ କରନ୍ତି ଯେ ବିଶ୍ୱରେ ପରିସ୍କାର ପରିଚ୍ଛନ୍ନତା ଦେଖା ଯାଉଥିବା ଦେଶ ଗୁଡିକ ସେମାନଙ୍କର ନାଗରିକ ମାନଙ୍କର ସ୍ୱଚ୍ଛତା ପ୍ରତି କର୍ତ୍ତବ୍ୟନିଷ୍ଠା ଯୋଗୁଁ ସମ୍ଭବ ହୋଇପାରିଛି। ଶପଥ ଗ୍ରହଣ ସମାରୋହକୁ ରେଳପଥର ମୁଖ୍ୟ ଚିଫ୍ ମେକାନିକାଲ୍ ଇଞ୍ଜିନିୟର ମାନସ କୁମାର ପୋଦ୍ଦାର ପରିଚାଳନା କରିଥିଲେ।

ଏହି ଅବସରରେ ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ ମାନଙ୍କ ସହିତ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ରାଜଭାଷା ପକ୍ଷ୍ୟ ଉଦ୍ଘାଟନ

ଭୁବନେଶ୍ୱର: ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ ଠାରେ ହିନ୍ଦୀ ଦିବସ ପାଳନ କରାଯିବ ସହିତ ରାଜଭାଷା ପକ୍ଷ୍ୟ ଉଦ୍ଘାଟନ କରାଯାଇଅଛି। ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ରେଳପଥର ମୁଖ୍ୟ ରାଜଭାଷା ଅଧିକାରୀ ରବି ଶଙ୍କର ମିତ୍ର ଏବଂ ପ୍ରମୁଖ ଅଧିକାରୀ ମାନଙ୍କ ଉପସ୍ଥିତିରେ ଏହି ପକ୍ଷ୍ୟକୁ ଉଦ୍ଘାଟନ କରିଛନ୍ତି।

ଏହି ଅବସରରେ ମହାପ୍ରବନ୍ଧକ ରେଳପଥର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ହିନ୍ଦୀ ଦିବସର ଶପଥ ପାଠ କରାଇବା ସହିତ ମାନ୍ୟବର ରେଳମନ୍ତ୍ରୀଙ୍କ ବାର୍ତ୍ତା କୁ ଦୋହରାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ରାଜଭାଷା ଅଧିକାରୀ ତାଙ୍କ ସମ୍ବୋଧନରେ ହିନ୍ଦୀ ଦିବସର ଇତିହାସ ଉପରେ ଆଲୋକପାତ କରିଥିଲେ ଏବଂ ହିନ୍ଦୀର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ। ମହାପ୍ରବନ୍ଧକ ଶ୍ରୀ ଶ୍ରୀବାସ୍ତବ ତାଙ୍କ ବକ୍ତବ୍ୟ ରେ ରେଳ କର୍ମଚାରୀ ମାନଙ୍କୁ ଅଧିକରୁ ଅଧିକ ରାଜଭାଷା ମାଧ୍ୟମରେ ଅଫିସ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ବିଭିନ୍ନ ଆଞ୍ଚଳିକ ପ୍ରତିଯୋଗିତା ଏବଂ ରାଜଭାଷା ସହ ଜଡିତ ଅନ୍ୟ ପ୍ରତିଯୋଗିତାରେ ଭାଗନେଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ଏହି ଅବସରରେ ମହାପ୍ରବନ୍ଧକଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରେଳପଥର ରାଜଭାଷା ଅଧିକାରୀ ୟାଲିନା ପଣ୍ଡା ପରିଚାଳନା କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳନ

ଭୁବନେଶ୍ୱର: ସମସ୍ତଙ୍କ ଜୀବନରେ କ୍ରୀଡ଼ା ତଥା ଦୈନନ୍ଦିନ କାର୍ଯ୍ୟକଳାପର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ହକି କିମ୍ବଦନ୍ତୀ ମେଜର ଧ୍ୟାନ ଚାନ୍ଦଙ୍କ ୧୧୭ ତମ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ଆଜି ଏହାର ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଅଛି।

ଏହି ଅବସରରେ ଯୋଗଦାନ କରି ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ କହିଛନ୍ତି ଯେ ଜାତୀୟ କ୍ରୀଡ଼ା ଦିବସ ଦେଶର କ୍ରୀଡ଼ା ନାୟକ ଏବଂ ସର୍ବଜୟୀ ଖେଳାଳି ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି ଏବଂ ଦେଶକୁ ସମ୍ମାନ ଆଣିବାରେ ସେମାନଙ୍କର ଅବଦାନ ତଥା ଉତ୍ସର୍ଗୀକୃତତାକୁ ସମ୍ମାନିତ କରାଯାଇଛି। କ୍ରୀଡ଼ାର ମୂଲ୍ୟବୋଧ: ଶୃଙ୍ଖଳା, ଦୃଢ଼ତା, କ୍ରୀଡ଼ାବିତ୍ ଆତ୍ମା, ଦଳଗତ କାର୍ଯ୍ୟ ଏବଂ ଜନସାଧାରଣଙ୍କୁ କ୍ରୀଡା ପ୍ରତି ଉତ୍ସାହ ଆଣିବା ଏବଂ ଏହାକୁ ସେମାନଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଦିନ ପାଳନ କରାଯାଉଅଛି।

ରେଳ କର୍ମଚାରୀ ବିଶେଷ ଭାବେ ପୂର୍ବତଟ ରେଳପଥ କ୍ରୀଡ଼ାବିତ ଓ କ୍ରୀଡା କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ଜାତୀୟ କ୍ରୀଡ଼ା ଦିବସ ପାଳନ ପାଇଁ କ୍ରୀଡା / ଫିଟନେସ୍ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପୂର୍ବ ତଟ ରେଳ ପଥ କ୍ରୀଡା ସଂଗଠନ (ଇକୋର୍ସା) ର ସଭାପତି ମାନସ କୁମାର ପୋଦ୍ଦାରଙ୍କ ସମେତ ବିଭାଗର ସମସ୍ତ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ଇକୋର୍ସାର ସମ୍ପାଦକ ଅଶୋକ କୁମାର ମିଶ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।