Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସରିଲା ମା’ଭଗବତୀଙ୍କ ଚନ୍ଦନ ଯାତ୍ରା, ଜଳସ୍ପର୍ଶ ବିଧି ରକ୍ଷାକରି ପାଳିତ ହେଲା ଭଉଁରୀ

ବାଣପୁର (ସୀତାରାମ ଅଗ୍ରୱାଲ): ଦୀର୍ଘ ୨୧ ଦିନର ପ୍ରଚଣ୍ଡ ରୌଦ୍ରତାପରୁ ଦେବା ଦେବୀମାନଙ୍କ ଶ୍ରୀଅଙ୍ଗକୁ ଶୀତଳ ରଖିବା ପାଇଁ ପାଳିତ ହୁଏ ଚନ୍ଦନ ଯାତ୍ରା। ଦୈନନ୍ଦିନ ନୀତିକାନ୍ତି ପରେ ଚନ୍ଦନ କୁଣ୍ଡର ଚନ୍ଦନ ଶ୍ରୀକର୍ପୁର ଅଗୁରୁ ମିଶ୍ରିତ ଶୀତଳ ଜଳରେ ଜିଉମାନଙ୍କୁ ରଖାଯାଇ ଶୀତଳ ମଣୋହି ଲାଗି କରାଯିବାର ପରମ୍ପରା ଉତ୍କଳର ପ୍ରତିଟି ଦେବାଦେବୀ ମନ୍ଦିରରେ ପାଳିତ ହୋଇଆସୁଥିବା ବେଳେ ଶ୍ରୀକ୍ଷେତ୍ର ପରି କେତେକ ସ୍ଥାନରେ ଦେବା ଦେବୀଙ୍କ ଚାପଯାତ୍ରା ମଧ୍ୟ ଅନୁଷ୍ଠିତ ହେଉଥିବାର ପରମ୍ପରା ଏପର୍ଯ୍ୟନ୍ତ ଚାଲି ଆସିଛି।

ବାଣପୁରର ଆରାଧ୍ୟାଦେବୀ ମା’ ଭଗବତୀଙ୍କ ଚନ୍ଦନ ଓ ଚାପଯାତ୍ରା ତିନିଦିନ ଧରିନିଆରା ଢଙ୍ଗରେ ମହାଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ଏହି ଯାତ୍ରାର ଶେଷ ତିନିଦିନ ପ୍ରତିବର୍ଷ ପରିବାଣପୁର ନିକଟସ୍ଥ ଗୋପାଳପୁର ଶାସନ ମାଜଣା ପୋଖରୀ ଚନ୍ଦନ ଚକଡ଼ାରେ ଚଳିତ ବର୍ଷ ଧୁମ୍ ଧାମରେ ପାଳିତ ହୋଇଥିଲା। ଶାସନ ବାଡ଼ିର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ଦେବଙ୍କ ନିମନ୍ତ୍ରଣକ୍ରମେ ପ୍ରତି ସଂଧ୍ୟାରେ ମା’ଭଗବତୀ କାଠି ଠାକୁରାଣି ନିଯୋଗୀ ସେବାୟତ ଓ ଶ୍ରଦ୍ଧାଳୁମାନଙ୍କ ଗହଣରେ ଥାଟ ପଟୁଆର, ବାଣ ରୋଷଣି, ଘଣ୍ଟ ଘଣ୍ଟା କାହାଳୀ ଆଲଟଚାମର ବାଦ୍ୟର ଶବ୍ଦରେ ପାଟପତନୀ ମନ୍ଦାର ବେଲପତ୍ର ମାଳରେ ସଜ୍ଜିତ ହୋଇ ବାଣପୁର ବଡ଼ ଦାଣ୍ଡରେ ଯାତ୍ରା କଲା ବେଳେ ଏକ ଭାବ ଭକ୍ତିମୟ ପରିବେଶ ସୃଷ୍ଟି ହେଉଥିଲା।

ଅଧାବାଟରେ ଗୋପାଳପୁର ଗ୍ରାମବାସୀଙ୍କ ସହିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ଦେବମା’ଙ୍କୁ ପାଛୋଟି ନେଇ ମାଜଣା ପୋଖରୀର ଚନ୍ଦନ ଚକଡ଼ାରେ ଉପବେସନ କରାଉଥିଲେ।ଦେବୀଙ୍କ ସହିତ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଦେବ, ଶ୍ରୀଗୋପୀନାଥଦେବ,ଶ୍ରୀରଙ୍କ ନାଥ ଦେବ ,ପାଟି ପୁର ଶାସନର ଶ୍ରୀଗୋପୀନାଥ ଦେବ ଓ କନକଦୁର୍ଗା, କୋଟ ବିଦ୍ୟାଧରପୁର ଶାସନର ଶ୍ରୀନୀଳକଣ୍ଠେଶ୍ଵର ଦେବ, ଗୋପାଳପୁର ଶାସନର ଶ୍ରୀକପିଳେଶ୍ୱର ଦେବ ଓ ଦୋଳ ଗୋବିନ୍ଦଦେବ ଏବଂ ସ୍ଥାନାଧିପତି ବାଲୁଙ୍କେଶ୍ଵର ଦେବଙ୍କ ସହିତ ଏକତ୍ର ଶୀତଳ ମଣୋହୀ ସେବନ କରିବାର ଦୃଶ୍ୟ ମନୋମୁଗ୍ଧକର।

ଚଳିତ ବର୍ଷ ମାଜଣା ପୋଖରୀର ପଙ୍କ ଉଧାର ଯୋଗୁଁ କେବଳ ଜଳସ୍ପର୍ଶ ବିଧିରେ ଚାପର ସମସ୍ତ ନୀତିକାନ୍ତି ଶେଷ କରାଯାଇ ଦେବା ଦେବୀଙ୍କୁ ଚନ୍ଦନ କୁଣ୍ଡରେ ପୂଜା ବିଧିସହିତ ଦ୍ୱିତୀୟ ପ୍ରହର ର ଚନ୍ଦନଲାଗି କରାଯାଇ ଶୀତଳ ମଣୋହୀରେ ପୂଜାନୀତି ଶେଷ କରାଇ ନିଶାର୍ଦ୍ଧରେ ମନ୍ଦିର ବାହୁଡ଼ା କରାଇଥିଲେ। ତିନିଦିନର ଏହି ଯାତ୍ରାରେ ଗୋପାଳପୁର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ପ୍ରତିଦିନ ଭଜନ ସମାରୋହ, ରାମଲୀଳା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ପ୍ରତିଦିନ ସ୍ଥାନୀୟ ଅଞ୍ଚଳର ଅଗଣିତ ଶ୍ରଦ୍ଧାଳୁମାଙ୍କୁ ଦର୍ଶନକରିବାକୁ ଆସୁଥିବାର ଦେଖିବାକୁ ମିଳିଥିଲା।

ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟର କର୍ମକର୍ତ୍ତା,ସ୍ଥାନୀୟ ପ୍ରଶାସନ ଏବଂ ଗୋପାଳପୁର ଗ୍ରାମର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଚଳିତ ବର୍ଷ ଏହି ଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ଆସନ୍ତାକାଲି ଠାରୁ ୩ ଦିନ ଯାଏଁ ସ୍କୁଲ ରହିବ ବନ୍ଦ

ଭୁବନେଶ୍ବର: ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଆଜି ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି।ସେଥିପାଇଁ ତିନିଦିନ ନିମନ୍ତେ ରାଜ୍ୟ ସରକାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି।

ସେହି ଅନୁସାରେ ଆସନ୍ତାକାଲିଠାରୁ 20 ତାରିଖ ପର୍ଯ୍ୟନ୍ତ ଓଡିଶାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: ଜାଣନ୍ତୁ ସକାଳ ୧୧.୩୦ ସୁଦ୍ଧା କେତେ ରହିଛି ତାପମାତ୍ରା

ଭୁବନେଶ୍ଵର: ଆଜି ବି ରାଜ୍ୟରେ ଭୀଷଣ ଗରମ ଅନୁଭୂତ ହେଉଛି। ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜରୁରୀ କାମ ନଥିଲେ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଉଛି। ଜରୁରୀ କାମ ଥିଲେ ସାଥିରେ କଳା ଚଷମା, ଗାମୁଛା, ପାଣି ବୋତଲ ଇତ୍ୟାଦି ନେଇ ବାହାରକୁ ଯିବା ପାଇଁ କୁହାଯାଉଛି। ଘରୁ ବାହାରିବା ପୂର୍ବରୁ ପ୍ରଚୁର ପାଣି ପିଇବା ପାଇଁ ପରାମର୍ଶ ଦିଆଯାଉଛି।

ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ସକାଳ ୧୧.୩୦ ସୁଦ୍ଧା ରାଜ୍ୟର ମୁଖ୍ୟ ସହରଗୁଡିକରେ କେତେ ତାପମାତ୍ରା ରହିଛି, ତାହା ଟ୍ବିଟର ମାଧ୍ୟମରେ ସୂଚନା ଦିଆଯାଇଛି।

୧- ଝାରସୁଗୁଡା: ୩୯.୨

୨- ଡ଼ିଗ୍ରୀ ଭୁବନେଶ୍ୱର:୩୯.୦ ଡ଼ିଗ୍ରୀ

୩- କେନ୍ଦୁଝର: ୩୯.୦ ଡ଼ିଗ୍ରୀ

୪- ସମ୍ବଲପୁର: ୩୮.୨ଡ଼ିଗ୍ରୀ

୫- ଚାନ୍ଦବାଲି: ୩୭.୬ ଡ଼ିଗ୍ରୀ

୬- ବାଲେଶ୍ୱର: ୩୬.୮ ଡ଼ିଗ୍ରୀ

୭- ହୀରାକୁଦ: ୩୬.୪ ଡ଼ିଗ୍ରୀ

୮- ଗୋପାଳପୁର: ୩୫.୦ ଡ଼ିଗ୍ରୀ

୯- ପୁରୀ:୩୩.୪ ଡ଼ିଗ୍ରୀ

୧୦- ପାରାଦୀପ:୩୨.୪ ଡ଼ିଗ୍ରୀ

Categories
ଆଜିର ଖବର ଜୀବନ ଶୈଳୀ

ପଙ୍ଖାରେ ମଧ୍ୟ ଶାନ୍ତିରେ ଶୋଇପାରିବେ, ଥଣ୍ଡା ପାଇବା ପାଇଁ ଅନୁସରଣ କରନ୍ତୁ ଏହି ଟିପ୍ସ

ନୂଆଦିଲ୍ଲୀ: ପ୍ରଚଣ୍ଡ ରୌଦ୍ରତାପ ସମୟରେ ଆପଣଙ୍କ ଘରେ ଏସି ନାହିଁ କି? କିନ୍ତୁ ଏସି ଏବଂ କୁଲରରେ ଶୋଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ବୋଲି କେହି କେହି କହିଥାନ୍ତି। ଏପରି ସ୍ଥିତିରେ ସିଲିଂ ଫ୍ୟାନ୍ କିମ୍ବା ଟେବୁଲ୍ ଫ୍ୟାନ୍ ରେ ଶୋଇବା ପାଇଁ ପରାମର୍ଶ ଦିଆଯାଏ। ଏହି ଉପଦେଶ ଶୁଣି ଆପଣ ହସିବେ କିମ୍ବା କ୍ରୋଧ ମଧ୍ୟ କରିବେ। କିନ୍ତୁ ଫ୍ୟାନରେ ଶୋଇବାର ଉପକାରିତା ତାଲିକା ସହିତ କିପରି ଏହା ଦ୍ଵାରା ଶାନ୍ତିରେ ଶୋଇପାରିବେ, ଆସନ୍ତୁ ତାହା ବିଷୟରେ ଜାଣିବା…..

ଫ୍ୟାନ୍ ପବନକୁ କିପରି ଥଣ୍ଡା କରିବେ?:

ଶୋଇବା ପାଇଁ ଆପଣଙ୍କର ଏସି ଥାଉ କି ନଥାଉ, ଏଥିରେ କିଛି ଫରକ ପଡ଼ିବ ନାହିଁ। ଆମ ଦେଶର ଅଧିକାଂଶ ଜନସଂଖ୍ୟାରେ ଏସି ସୁବିଧା ନା। ଏପରି ପରିସ୍ଥିତିରେ, ଆପଣ ନିଜ ଫ୍ୟାନରୁ ଏସି ପରି ଥଣ୍ଡା ନେଇପାରିବେ। ଏଥିପାଇଁ, ଶୋଇବା ସମୟରେ ଏଠାରେ ଉଲ୍ଲେଖ କରାଯାଇଥିବା ଟିପ୍ସକୁ ବ୍ୟବହାର କରନ୍ତୁ …

୧. ଶୋଇବା ପୂର୍ବରୁ ସ୍ନାନ କରନ୍ତୁ। ଏହା ଶରୀରର ତାପମାତ୍ରାକୁ ସ୍ୱାଭାବିକ କରିଥାଏ, ମସ୍ତିଷ୍କକୁ ଶାନ୍ତ କରିଥାଏ ଏବଂ ମାଂସପେଶୀକୁ ଆରାମ ଦେଇଥାଏ। ଏହି କାରଣରୁ ଫ୍ୟାନର ପବନ ଅତ୍ୟନ୍ତ ଥଣ୍ଡା ଅନୁଭବ ହୁଏ ଏବଂ ଭଲ ନିଦ ଆସେ।

୨. ଶୋଇବା ପୂର୍ବରୁ ଏକ ଗ୍ଲାସ ଥଣ୍ଡା ପାଣି ପିଅନ୍ତୁ। ଏହି ଜଳକୁ ଗୋଟିଏ ନିଶ୍ୱାସରେ ପିଇବା ଉଚିତ୍ ନୁହେଁ। ବରଂ ଢୋକ ଢୋକ କରି ଆରାମରେ ପିଅନ୍ତୁ। ଏହା ଆପଣଙ୍କ ଜିଭରେ ଥିବା ତୃଷ୍ଣାକୁ ଶାନ୍ତ କରିଥାଏ, ଯାହା ଶରୀରକୁ ଥଣ୍ଡା ଏବଂ ମାନସିକ ଶାନ୍ତି ଦେଇଥାଏ।

୩. ଶୋଇବା ପାଇଁ ଏକ ସୂତା ଟି-ସାର୍ଟ ଏବଂ ପାଇଜାମା କିମ୍ବା ଢିଲା ସର୍ଟ ପିନ୍ଧନ୍ତୁ। ପୂର୍ଣ୍ଣ ସ୍ଲିଭ୍ ନାଇଟ୍ ସୁଟ୍ କିମ୍ବା ମୋଟା ପୋଷାକ ପିନ୍ଧିବା ଠାରୁ ଦୂରେଇ ରୁହନ୍ତୁ।

୪. ଶୋଇବା ପାଇଁ ସୂତା ଚଦର ବ୍ୟବହାର କରନ୍ତୁ।

ଫ୍ୟାନ୍ ରେ ଶୋଇବାର ଲାଭ:

ଆପଣ ସିଲିଂ ଫ୍ୟାନ୍ କିମ୍ବା ଟେବୁଲ୍ ଫ୍ୟାନ୍ ଚାଲୁକରି ଶୋଇଥିବେ। ଏହି ଦୁଇଟି ଆପଣଙ୍କୁ ଥଣ୍ଡା ଏବଂ ଉତ୍ତାପ ସମସ୍ୟାରୁ ରକ୍ଷା କରିଥାଏ। ଉଦାହରଣ ସ୍ୱରୂପ, ତୁରନ୍ତ ଏସିରୁ ତୁରନ୍ତ ବାହାରୁଥିବା ଥଣ୍ଡା ବାୟୁ ସ୍ୱାସ୍ଥ୍ୟ ପାଇନ ଭଲ ନୁହେଁ। ଏହି ପ୍ରକାର ସମସ୍ୟା ଫ୍ୟାନଠାରେ ଘଟେ ନାହିଁ।

ଫ୍ୟାନ୍ ରେ ଶୋଇବା ସମୟରେ ମଧ୍ୟ ଗରମ ଦିନରେ ଝାଳ ବାହାରିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଜରୁରୀ ଅଟେ। ଏସିରେ ଶୋଇବା କିମ୍ବା କୁଲରରେ ଶୋଇବା ଦ୍ୱାରା ଝାଳ ବାହାରି ନଥାଏ ଏବଂ ଏହା ଶରୀରରେ କଠିନତା, ଯନ୍ତ୍ରଣା କିମ୍ବା ଥକ୍କାପଣ କରିଥାଏ।

ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇପାରନ୍ତି, କିନ୍ତୁ ଏହା ସତ୍ୟ ଯେ ଫ୍ୟାନ ସହିତ ଶୋଇବା କିମ୍ବା ଅଧିକାଂଶ ସମୟ ଫ୍ୟାନ ପବନରେ ରହିବା ଆପଣଙ୍କ ଶ୍ୱାସକ୍ରିୟାକୁ ସହଜ କରିଥାଏ। ଆପଣଙ୍କ ଶରୀରରେ ଅମ୍ଳଜାନର ସ୍ତର ଭଲ ରହିଥାଏ।

ଯଦି ଆପଣ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ଯାହାର ନିଦ ସାମାନ୍ୟ ଧ୍ୱନି ଦ୍ୱାରା ଜାଗ୍ରତ ହୁଏ, ତେବେ ଫ୍ୟାନ୍‌ରେ ଶୋଇବାର ଅଭ୍ୟାସ କରନ୍ତୁ। ଆରମ୍ଭରେ ଅସୁବିଧା ହେବ, କିନ୍ତୁ ଥରେ ଆପଣ ଅଭ୍ୟସ୍ତ ହୋଇଗଲେ, ବାହାରେ ଶବ୍ଦ ବିଷୟରେ କିଛି ଜଣା ପଡିବ ନାହିଁ। କାରଣ ଫ୍ୟାନ୍ ନିଜେ ଶବ୍ଦ କରେ, ଯାହା ଆପଣଙ୍କର ମସ୍ତିଷ୍କ ଅଭ୍ୟସ୍ତ ହୋଇଯାଏ।