Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ୱର ଓ ବାରିପଦାରେ ଭିଜିଲାନ୍ସ ଚଢ଼ଉ: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୨ ଅଡିଟର ଅଟକ
ବିଶେଷ ଖବର

ଭୁବନେଶ୍ୱର ଓ ବାରିପଦାରେ ଭିଜିଲାନ୍ସ ଚଢ଼ଉ: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୨ ଅଡିଟର ଅଟକ

September 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Vigilance raids in Bhubaneswar and Baripada: Over 14 lakh rupees seized, 2 auditors detained.
Vigilance raids in Bhubaneswar and Baripada: Over 14 lakh rupees seized, 2 auditors detained.

ଭୁବନେଶ୍ବର: ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ଆଶ୍ରମ, ସେବାଶ୍ରମ, ଉଚ୍ଚବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଛାତ୍ରାବାସଗୁଡ଼ିକର ହିସାବ ସମୀକ୍ଷା ନାମରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଏକ ବଡ଼ ପର୍ଦ୍ଦାଫାଶ ହୋଇଛି। ଗତ ଅଗଷ୍ଟ ୩୦ ତାରିଖରୁ ବାରିପଦାଠାରେ ରହି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଏହାର ଅଧୀନସ୍ଥ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଛାତ୍ରାବାସର ହିସାବ ସମୀକ୍ଷା କରୁଥିବା ବିଭାଗୀୟ ଦୁଇ ଜଣ ଅଡିଟରଙ୍କଠାରୁ ବିପୁଳ ପରିମାଣର ଆୟବହିର୍ଭୂତ ଟଙ୍କା ଜବତ ସହ ଭିଜିଲାନ୍ସ ବିଭାଗ ଅଟକ ରଖିଛି। ହିସାବ ସମୀକ୍ଷା ପ୍ରକ୍ରିୟାକୁ କୋମଳ କରିବା ଓ କୌଣସି ତ୍ରୁଟି ନଦର୍ଶାଇ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଏହି ଅଡିଟର ଦ୍ୱୟ ନିଜର ପଦବୀର ଦୁରୁପଯୋଗ କରି ପ୍ରତ୍ୟେକ ନାମ ଲେଖାଇଥିବା ଛାତ୍ରଛାତ୍ରୀ ପିଛା ଦଶ ଟଙ୍କା ଲେଖାଏଁ ଲାଞ୍ଚ ମାଗୁଥିବା ନେଇ ସୁନିର୍ଦ୍ଦିଷ୍ଟ ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଏହି ପଦକ୍ଷେପ ଗ୍ରହଣ କରିଛି। ହିସାବପତ୍ର ଓ ପଞ୍ଜିକା ଧରି ବାରିପଦା ଆସିବାକୁ ସେମାନେ ବିଦ୍ୟାଳୟଗୁଡ଼ିକର ପ୍ରଧାନଶିକ୍ଷକ ଓ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଗୁପ୍ତ ସୂତ୍ରରୁ ସୂଚନା ପାଇ ଗତ ଦଶ ତାରିଖ ବିଳମ୍ବିତ ରାତିରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ କାର୍ଯ୍ୟ ଶେଷ କରି ନିଜ ରହଣି ସ୍ଥଳ ବାରିପଦା ରକ୍ସି ଲେନ୍‌ସ୍ଥିତ ମହାପାତ୍ର ହୋଟେଲକୁ ବିଭାଗୀୟ ଗାଡ଼ିରେ ଫେରୁଥିବା ସମୟରେ ଭିଜିଲାନ୍ସ ଟିମ୍ ସେମାନଙ୍କୁ ବାଟରେ ଅଟକାଇଥିଲା। ଗାଡ଼ି ଓ ସେମାନଙ୍କ ସାମଗ୍ରୀ ଯାଞ୍ଚ କରିବା ସମୟରେ ବାହାରିଥିବା ପଚାଶରୁ ଊର୍ଦ୍ଧ୍ୱ ଲଫାପା ଏବଂ କୁଡ଼ିଏଟି ଖୋଲା ବଣ୍ଡଲରୁ ୫ ଲକ୍ଷ ୫୧ ହଜାର ୫୧୦ ଟଙ୍କା ଜବତ କରାଯାଇଥିଲା। ଏହି ଅର୍ଥର କୌଣସି ବୈଧ ସୂତ୍ର ବା ସନ୍ତୋଷଜନକ ଉତ୍ତର ସେମାନେ ଦେଇପାରିନଥିଲେ।

ଏହାପରେ ଭିଜିଲାନ୍ସ ଅଧିକାରୀମାନେ ସେମାନେ ରହୁଥିବା ହୋଟେଲ ରୁମ୍‌ରେ ଚଢ଼ଉ କରିଥିଲେ। ସେଠାରେ ଅଧିକ ଛାନ୍‌ଭିନ୍ କରାଯିବା ପରେ ଆହୁରି ୮ ଲକ୍ଷ ୮୬ ହଜାର ୮୩୦ ଟଙ୍କା ନଗଦ ଜବତ ହୋଇଥିଲା। ସମୁଦାୟ ୧୪ ଲକ୍ଷ ୩୮ ହଜାର ୩୪୦ ଟଙ୍କାର ବେଆଇନ ଅର୍ଥ ସମ୍ପର୍କରେ କୌଣସି ହିସାବ ଦେଇନପାରିବାରୁ ସମ୍ପୂର୍ଣ୍ଣ ଟଙ୍କାକୁ ବାଜ୍ୟାପ୍ତ କରାଯାଇଛି। ଏହି ଦୁର୍ନୀତିଖୋର ଅଧିକାରୀ ଦ୍ୱୟଙ୍କୁ ବର୍ତ୍ତମାନ କଡ଼ା ଅଟକ ରଖି ଜେରା କରାଯାଉଛି। ଏତେ ପରିମାଣର ବିପୁଳ ଅର୍ଥର ମୂଳ ଉତ୍ସ କ’ଣ ଏବଂ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହାର ସତ୍ୟାସତ୍ୟ ପଦାକୁ ଆଣିବା ପାଇଁ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଏହାସହିତ ସେମାନଙ୍କ ନିଜସ୍ୱ ବାସଭବନ ଓ ସମ୍ପର୍କୀୟ ସ୍ଥାନଗୁଡ଼ିକରେ ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ପାଇଁ ଏକ ସମୟରେ ବ୍ୟାପକ ଚଢ଼ଉ ଆରମ୍ଭ ହୋଇଛି।

ଭିଜିଲାନ୍ସ ଚଢ଼ଉ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର GDP ଅଭିବୃଦ୍ଧିରେ IMF ଆଶ୍ଚର୍ଯ୍ୟ: ଜାଣନ୍ତୁ କ’ଣ କହିଲେ ମୁଖପାତ୍ର?

September 11, 2026

ଓଡିଶାକୁ ଆସିଲା ୮,୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ,୧୪,୩୧୦ ନିଯୁକ୍ତି ସମ୍ଭାବନା

September 11, 2026

ବୋଲେରୋକୁ ପିଟିଲା ଆଇଚର: ୮ ମୃତ

September 11, 2026

ଫୁଲ ତୋଳୁଥିବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

September 11, 2026
Latest News

ଭୁବନେଶ୍ୱର ଓ ବାରିପଦାରେ ଭିଜିଲାନ୍ସ ଚଢ଼ଉ: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୨ ଅଡିଟର ଅଟକ

September 11, 2026

ଘରକୁ ମହକାଉଛି, ହେଲେ ଶରୀର ପାଇଁ ବିପଦ ଡାକୁନି ତ ରୁମ୍ ଫ୍ରେଶନର?

September 11, 2026

ଭାରତର GDP ଅଭିବୃଦ୍ଧିରେ IMF ଆଶ୍ଚର୍ଯ୍ୟ: ଜାଣନ୍ତୁ କ’ଣ କହିଲେ ମୁଖପାତ୍ର?

September 11, 2026

ଓଡିଶାକୁ ଆସିଲା ୮,୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ,୧୪,୩୧୦ ନିଯୁକ୍ତି ସମ୍ଭାବନା

September 11, 2026

ବୋଲେରୋକୁ ପିଟିଲା ଆଇଚର: ୮ ମୃତ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.