Categories
ଅପରାଧ ଆଜିର ଖବର ଜାତୀୟ ଖବର

ବଡଗାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ଜମ୍ମୁ କାଶ୍ମୀରରେ ବଡଗାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏଗୁଳିବିନିମୟ ହୋଇଛି। ଏଥିରେ ଦୁଇ ଆତଙ୍କବାଦୀଙ୍କୁ ନିହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବଡଗାମ ଏସଏସପି କାର୍ଯ୍ୟାଳୟ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା। ଏଠାରେ ଦୁଇ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୁରକ୍ଷା ବାହିନୀକୁ ସୂଚନା ଦିଆଯାଇଥିଲା, ପରେ ଅପରେସନ ଆରମ୍ଭ ହୋଇଥିଲା।

ସୁରକ୍ଷା ବାହିନୀ ପ୍ରଥମେ ଉଭୟ ଆତଙ୍କବାଦୀଙ୍କୁ ଘେରି ରହିଥିଲା ​​ଏବଂ ପରେ ଅପରେସନ ଆରମ୍ଭ କରିଥିଲା। ଉଭୟ ଆତଙ୍କବାଦୀଙ୍କୁ ଗୁଳି କରି ମାରିଦିଆଯାଇଛି। ଜଣେ ସେନା ଅଧିକାରୀ କହିଛନ୍ତି ଯେ, ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇବା ପରେ ସୈନ୍ୟମାନେ ବଡଗାମରେ ଏକ ମୋବାଇଲ୍ ଗାଡି ଚେକ୍ ପୋଷ୍ଟ ସ୍ଥାପନ କରିଥିଲେ।

ଅଧିକାରୀ ଜଣକ କହିଛନ୍ତି ଯେ, ଯାଞ୍ଚ କରିବା ବେଳେ ଏକ କ୍ୟାବକୁ ରୋକିବା ପାଇଁ ସଙ୍କେତ ଦିଆଯାଇଥିଲା, କିନ୍ତୁ ଭିତରେ ଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ।