Categories
ବିଶେଷ ଖବର ରାଜ୍ୟ ଖବର

କରୋନା ପାଗ ଦେଖି ପଗଡି ଭିଡିଲା ବିଜୁ ଜନତା ଦଳ, ବିରୋଧୀ ଦଳ ଚୁପ୍

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର. ଏବେ ସାରା ବିଶ୍ବରେ ଯେପରି କରୋନା ଭୟ ଘାରିଛି, ସେହିପରି ଓଡିଶାରେ ମଧ୍ୟ ତାହା ଅନୁଭୂତ ହେଉଛି। ତେବେ ସାଧାରଣ ଲୋକଙ୍କୁ ସିନା କୋଭିଡ19 ଭୟ ହେଲେ ନେତାଙ୍କୁ ନୁହେଁ। ବର୍ତ୍ତମାନ ନେତାଙ୍କୁ କୋଭିଡଠାରୁ ଆହୁରି ଭୟ ଲାଗିଲାଣି ଭୋଟ। କାରଣ ବର୍ତ୍ତମାନ ରାଜ୍ୟରେ ନିର୍ବାଚନ ଋତୁ ପାଖେଲାଣି। ଏପଟେ କୋଭିଡ ସେପଟେ ନିର୍ବାଚନ, କାହାକୁ କଣ କରିବେ ସେ ନେଇ ଚିନ୍ତାରେ ନେତା।

ବର୍ତ୍ତମାନ ଓଡିଶାର ଦୁଇଟି ଉପନିର୍ବାଚନର ଋତୁ ଆରମ୍ଭ ହୋଇଯାଇଥିବା ବେଳେ ତାପରେ ଆସିବ ନଗର ନିର୍ବାଚନ। ଏହା ପରେ ପରେ ପଞ୍ଚାୟତ ନିର୍ବାଚନ ପାଖେଇବ। ସେଥିପାଇଁ ରାଜନୈତିକ ଦଳଗୁଡିକ ଏବେଠାରୁ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି। କାରଣ ନଗର ନିର୍ବାଚନ ବେଳେ ପ୍ରମୁଖ ଭୁବନେଶ୍ବର ଓ କଟକ ପରି ମହାନଗରର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।

ତେବେ ଏହି କୋଭିଡ ମହାମାରୀ ସମୟରେ ରାଜନୈତି ଫାଇଦା କିଏ ହାସଲ କରୁଛି ବୋଲି ଯଦି ପ୍ରଶ୍ନ ପଚରାଯାଏ ତେବେ ବିଜେଡି ବୋଲି କହିହେବ। କାରଣ ବର୍ତ୍ତମାନ ବିଜେଡି ରାଜ୍ୟରେ ବେଶ୍ ଶକ୍ତିଶାଳୀ ଥିଲେ ମଧ୍ୟ ସେ ପ୍ରଚାର ପ୍ରସାର ସହ ଜନସେବା କରିବାରେ ପଛ ଘୁଞ୍ଚା ଦେଉ ନାହିଁ। ବିରୋଧୀ କଂଗ୍ରେସ ଓ ବିଜେପି କରୋନାରେ ସରକାର କଣ ଦୁର୍ନିତି କରୁଛନ୍ତି ବୋଲି ରଡି କରିବାରେ ଲାଗିଛନ୍ତି। ଠିକ୍ ସେତିକି ବେଳେ ବିଜେଡି ସେପଟେ ଗାଁ ଗାଁ ବୁଲି ଲୋକଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟିବାରେ ବ୍ୟସ୍ତ।

ପାଗ ଦେଖି କେଉଁ କୈଶଳ ଆପଣେଇ ହେବା ତାହା ବିଜେଡିକୁ ବେଶ୍ ଭଲ ଭାବରେ ଜଣା ଅଛି। ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀରୁ ବିଜେଡି ଆରମ୍ଭ କରିଛି ତାହାର ପଦଯାତ୍ରା। ମୁଖ୍ୟତଃ ପୂର୍ବ ପଦଯାତ୍ରାଗୁଡିକରେ ବିଜେଡି ସରକାରଙ୍କ ସଫଳତାର ପ୍ରଚାର ପ୍ରସାର କରାଇଥାଏ। ହେଲେ ଏଥର ପରିସ୍ଥିତି ଦେଖି ଦଳ ତାହାର ରଣନୀତି ବଦଳାଇ ଦେଇଛି।

ଏଥର କରୋନା ବେଳେ ଲୋକଙ୍କୁ ସାହାର୍ଯ୍ୟ କରିବା ମନୋବୃତି ନେଇ ଏହି ପଦଯାତ୍ରା କରିଛି। ଏଥିରେ ବିଧାୟକ, ମନ୍ତ୍ରୀ ଏବଂ କର୍ମିମାନେ ଗାଁ ଗାଁକୁ ବୁଲି ମାସ୍କ ବାଣ୍ଟିବେ, ସାମାଜିକ ଦୂରତା ଏବଂ ହାତ ଧୋଇବା ପ୍ରଭୃତି କାମ କରିବା ପାଇଁ ସଚେତନ କରାଇବେ। ଏପରି ସୁନ୍ଦର ଯୋଜନା ନେଇ ବିଜେଡି ଏହି ବିପଦ ସମୟରେ ଲୋକଙ୍କ ପାଖରେ ଛିଡା ହେବା ନିଶ୍ଚିତ ସ୍ବାଗତ ଯୋଗ୍ୟ। ଏପରି ପଦଯାତ୍ରାକୁ କେଉଁ ବିରୋଧୀ ଦଳ ବିରୋଧ କରିବାକୁ ସାହାସ କରିବେ।

ସେଥିପାଇଁ କୁହାଯାଏ ପାଗ ଦେଖି ପଗଡି ବାନ୍ଧେ ବିଜୁ ଜନତା ଦଳ

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛାତ୍ର ଓ ଯୁବ ସଂଗଠନ ଗଠନ ପରେ ବିଜେଡିର ଟେନସନ ଆରମ୍ଭ, ବହିସ୍କୃତ ହେଲେ ଯୁବ ନେତା

ଭୁବନେଶ୍ବର, ବିଜୁ ଜନତା ଦଳ ତାହାର ଯୁବ ଓ ଛାତ୍ର ସଂଗଠନର ବିଭିନ୍ନ କର୍ମକର୍ତ୍ତାଙ୍କ ନାମ ଘୋଷଣା ପରେ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଟେନସନ। ପ୍ରାରମ୍ଭିକ ପର୍ଯ୍ୟାୟରେ ଦଳ ବିଜୁ ଯୁବ ଜନତା ଦଳର ସାଧାରଣ ସଂପାଦକ କଳ୍ପତରୁ ଓଝାଙ୍କୁ ବହିସ୍କୃତ କରିଛି। କଳ୍ପତରୁଙ୍କୁ ତିନିଦିନ ତଳେ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଥିଲା। ଧିରେ ଧିରେ ଯୁବ ଓ ଛାତ୍ର ସଂଗଠନର ନେତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଅନେକ ନେତା ତାଙ୍କ ପଦପଦବୀରୁ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ ହେଉଥିବାର ଜଣାପଡିଛି। ସେହିପରି କେତେକ ନେତାଙ୍କୁ କୌଣସି ପଦପଦବୀ ଦିଆଯାଇ ନ ଥିବାରୁ ସେମାନେ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି।

Categories
ଜାତୀୟ ଖବର ବିଶେଷ ଖବର

ଏଥର ୧୦ ଦିନ ଧରି ଚାଲିଥିବା ରାଜ୍ୟସଭାରେ ବିଜେଡି ପାଇଁ ଥିଲା ୧୦ଟି ଗୁରୁତ୍ବ ପୂର୍ଣ୍ଣ ପ୍ରସଂଗ, ଜାଣନ୍ତୁ କଣ

ନୂଆଦିଲ୍ଲୀ, ଏଥର ରାଜ୍ୟସଭାର ମୌସୁମୀ ଅଧିବେସନ ବିଜୁ ଜନତା ଦଳ ପାଇଁ ବେଶ୍ ଗୁରୁତ୍ବ ପୂର୍ଣ ହୋଇଛି। ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଏବଂ ଦୁଇଟି ବିଲକୁ ବିରୋଧ କରିବା ପରି ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଛି। ତେବେ ବିଜେଡି ପାଇଁ ସବୁଠାରୁ ବଡ ଘଟଣାଟି ହେଉଛି ଯେ ଯୁବ ସାଂସଦ ଡ.ସସ୍ମିତ ପାତ୍ରଙ୍କୁ ଗୃହ ପରିଚାଳନା କରିବା ପାଇଁ ସୁଯୋଗ ମଧ୍ୟ ମିଳିବା।

ସେହିପରି ଏଥର ନୂଆକରି ରାଜ୍ୟସଭାକୁ ଯାଇଥିବା 4 ଜଣ ସାଂସଦଙ୍କୁ ପ୍ରଥମ ଥର ପାଇଁ କହିବାକୁ ସୁଯୋଗ ମିଳିଛି। ତେବେ ଏଥର ଅଧିବେସନ କରୋନା ପାଇଁ ୯ ଦିନ ପୂର୍ବରୁ ବନ୍ଦ ହୋଇଗଲା। ମାତ୍ର ୧୦ ଦିନ ଚାଲିଥିବା ଏହି ମୌସୁମୀ ଅଧିବେସନ ବିଜେଡି ପାଇଁ ୧୦ଟି ଗୁରୁତ୍ବ ପୂର୍ଣ୍ଣ ଘଟଣା ଘଟିଛି। ସେଗୁଡିକ ହେଲା

1-ଏଥର ରାଜ୍ୟସଭାରେ ଏନଡିଏର ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ବିଜେଡି ସମର୍ଥନ କରିବା ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଥିଲା।

2-ଏଥର ଅଧିବେସନରେ ବିଜେଡିକୁ ୨୦ ଟି ବିଲ୍ ଉପରେ କହିବାର ସୁଯୋଗ ମିଳିଥିଲା।

3-ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସର୍ବାଧିକ ୫ଟି ବିଲ୍ ଆଲୋଚନାରେ ଭାଗ ନେଇଥିଲେ।

4-ଏଥର ରାଜ୍ୟସଭାରେ ବିଜେଡି ୨୫ଟି ବିଲକୁ ସମର୍ଥନ କରିଥିବା ବେଳେ ୨ଟି କୃଷି ବିଲକୁ ବିରୋଧ କରିଥିଲା। ସାଂସଦ ଅମର ପଟ୍ଟନାୟକ ଏହାକୁ ବିରୋଧ କରି ତଥ୍ୟ ଉପସ୍ଥାପନ କରିଥିଲେ।

5-ନିକଟରେ ରାଜ୍ୟସଭା ସଦସ୍ୟ ଭାବେ ଯାଇଥିବା ୪ ଜଣ ସାଂସଦ ଗୃହରେ ସେମାନଙ୍କର ପ୍ରଥମ ଭାଷଣ ଉପସ୍ଥାପନା କରିଥିଲେ। ନବାଗତ ସୁଜିତ କୁମାର ସର୍ବାଧିକ ୩ଟି ବିଲ ଉପରେ କହିବାର ସୁଯୋଗ ପାଇଥିଲେ।

6- ବିଜେଡିର ୬ ଜଣ ସାଂସଦ ୧୫୬ଟି ଅଣତାରକା ପ୍ରଶ୍ନ ପଚାରି ସରକାରଙ୍କଠାରୁ ଜବାବ ମାଗିଥିଲେ।

7-ସେମାନଙ୍କ ମଧ୍ୟରେ ସାଂସଦ ସସ୍ମିତ ପାତ୍ର ସର୍ବାଧିକ ୪୮ଟି ପ୍ରଶ୍ନ ପଚାରି ଉତ୍ତର ମାଗିଥିଲେ।

8-ଶୂନ୍ୟ କାଳରେ ବିଜେଡି ସ୍ପେଶାଲ ମେନସନରେ ୮ ଟି ଗୁରୁତ୍ବ ପୂର୍ଣ୍ଣ ପ୍ରସଂଗ ଉଠାଇଥିଲେ।

9- ବିଜେଡିର ସବୁଠାରୁ ବଡ ପ୍ରଶଂସାର ଘଟଣା ଥିଲା ସାଂସଦ ଡ.ସସ୍ମିତ ପାତ୍ରଙ୍କୁ ଗୃହ ପରିଚାଳନା କରିବାକୁ ପ୍ରଥମ ଥର ପାଇଁ ସୁଯୋଗ ମିଳିବା। ସେ ଏହି ୧୦ ଦିନିଆ ଅଧିବେସନରେ ୫ ଥର ଗୃହ ପରିଚାଳନା କରିବାର ସୁଯୋଗ ପାଇଥିଲେ।

10-ସସ୍ମତି ପାତ୍ର ଗୃହ ପରିଚାଳନା ସମୟରେ ଜାତୀୟ ଫରନୋସିକ ବିଜ୍ଞାନ ବିଶ୍ବବିଦ୍ୟାଳୟ ବିଲ, ରାଷ୍ଟ୍ରୀୟ ସୁରକ୍ଷା ବିଶ୍ବବିଦ୍ୟାଳୟ ବିଲ, ଶ୍ରମ ସୁରକ୍ଷା ବିଶ୍ବବିଦ୍ୟାଳୟ ବିଲ୍ ପାଶ ହୋଇଥିଲା। ସସ୍ମତିଙ୍କ ଗୃହ ପରିଚାଳନା କରିବା ଦକ୍ଷତାକୁ ବହୁ ସାଂସଦ ପ୍ରଶଂସା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟସଭାରେ କୃଷି ବିଲକୁ ବିରୋଧ କଲା ବିଜେଡି, କହିଲା କ୍ଷୁଦ୍ର ଏବଂ ନାମମାତ୍ର ଚାଷିଙ୍କ ପାଇଁ କିଛି ନାହିଁ

ଭୁବନେଶ୍ବର, ଆଜି ରାଜ୍ୟସଭାରେ କୃଷି ବିଲକୁ ବିରୋଧ କରିଛି ବିଜୁ ଜନତା ଦଳ। ବିଜେଡି ସାଂସଦ ଅମର ପଟ୍ଟନାୟକ ଆଜି ରାଜ୍ୟସଭାରେ କହିଛନ୍ତି ଯେ, ସରକାର ଏହି ବିଲକୁ ସିଲେକ୍ଟ କମିଟ ପଠାଇ କିଛି ପରିବର୍ତ୍ତନ କରନ୍ତୁ। ସେ କହିଛନ୍ତି ଯେ, ଏହି ବିଲରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷିଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ।

ବର୍ତ୍ତମାନ ଏହି ବିଲରେ ଯାହା ରହିଛି ତାହା ଏହି ଚାଷିଙ୍କ ସୁରକ୍ଷା ଓ ଆର୍ଥିକ ଦୃଷ୍ଟିରୁ ପର୍ଯ୍ୟାପ୍ତ ହେବ ନାହିଁ। ସେଥିପାଇଁ ସରକାର ବିଲରେ କିଛି ପରିବର୍ତ୍ତନ ପାଇଁ ସିଲେକ୍ଟ କମିଟକୁ ପଠାନ୍ତୁ। ଏହି କାରଣରୁ ବିଜେଡି ଏହି ବିଲକୁ ବିରୋଧ କରୁଛି ବୋଲି ଗୃହକୁ ଅବଗତ କରାଇଥିଲେ ଅମର। ଅମର ଏହି ବିଲ ସଂପର୍କରେ ପ୍ରାୟ ଆଠ ମିନଟ ଧରି ତାଙ୍କର ବକ୍ତବ୍ୟ ରଖିଥିଲେ।

ନିକଟରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏକୁ ବିଜେଡି ସହଯୋଗ କରିଥିଲା। ହେଲେ ଏବେ କୃଷି ବିଲକୁ ବିରୋଧ କରିବା ନେଇ ରାଜନୈତିକ ମହଲ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ଜନତା ଦଳର ପୁଣି ନୂଆ ନିଯୁକ୍ତି, ଏଥର 18 ଜଣ ନେତ୍ରୀଙ୍କୁ ଦିଆଗଲା ଜିଲ୍ଲା ମହିଳା ସଂଗଠନ ଦାୟିତ୍ବ

ଭୁବନେଶ୍ବର, ବିଜୁ ଜନତା ଦଳ ବର୍ତ୍ତମାନ ନିଜର ସଂଗଠନକୁ ସୁଦୃଢ କରିବାରେ ଲାଗିଛି। ନିକଟରେ ଦୁଇ ଥର ବିଭିନ୍ନ ପଦପଦବୀ ସଂପର୍କରେ ଘୋଷଣା କରାଯାଇଛି। ସେହିପରି ଆଜି ଦଳର 31ଟି ସାଂଗଠନିକ ଜିଲ୍ଲା ପାଇଁ ବରିଷ୍ଠ ନେତ୍ରୀଙ୍କୁ ଦାୟିତ୍ବ ବଣ୍ଟା ଯାଇଛି। ଏ ନେଇ ଦଳର ସାଧାରଣ ସଂପାଦକ ମିଡିଆ ସେଲ ମାନସ ମଙ୍ଗରାଜ ଏକ ବିଜ୍ଞପ୍ତି ମାଧ୍ୟମରେ ଅବଗତ କରାଇଛନ୍ତି। ସେହି ବିଜ୍ଞପ୍ତି ଅନୁସାରେ ଯେଉଁମାନଙ୍କୁ ଯେଉଁ ଜିଲ୍ଲା ଦାୟିତ୍ବ ଦିଆଯାଇଛି ତାହା ହେଲା

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜୁ ଜନତାଦଳ ପୁଣି ଘୋଷଣା କଲା ନୂଆ କର୍ମକର୍ତ୍ତାଙ୍କ ନାମ, ଜାଣନ୍ତୁ କାହାକୁ କଣ ମିଳିଲା ଦାୟିତ୍ବ

ଭୁବନେଶ୍ବର, ବିଜୁ ଜନତା ଦଳ ତରଫରୁ ପୁଣି ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏଥିରେ 15 ଜଣ ବରିଷ୍ଠ ନେତାଙ୍କୁ ବରିଷ୍ଠ ସାଧାରଣ ସଂପାଦକ ଭାବେ ନିଆଯାଇଛି। ତେବେ ଏହି 15 ଜଣଙ୍କୁ ବରିଷ୍ଠ ସାଧାରଣ ସଂପାଦନକ ଭାବେ ବିଭିନ୍ନ ବିଭାଗର ଦାୟିତ୍ବ ଦିଆଯାଇଛି। ଜାଣି ନିଅନ୍ତୁ କାହାକୁ କଣ ଦିଆଯାଇଛି ଦାୟିତ୍ବ।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ନିଯୁକ୍ତ କଲେ ସଭାପତି : ପ୍ରଥମଥର ପାଇଁ ବିଜେଡିର 9 ଉପସଭାପତିଙ୍କୁ ଦିଆଗଲା ଦାୟିତ୍ବ

ଭୁବନେଶ୍ବର : ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ନିଯୁକ୍ତ ହୋଇଛନ୍ତି । 8 ବରିଷ୍ଠ ଉପସଭାପତି, 9 ଉପସଭାପତି ଓ ଜଣେ ସାଧାରଣ ସମ୍ପାଦକ ନିଯୁକ୍ତି ହୋଇଛନ୍ତି । ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି, ଉପସଭାପତି ଓ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେଇଛନ୍ତି ।

ଏହି କ୍ରମରେ ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମରିକା, ଅନନ୍ତ ଦାସ ଏବଂ ବିମ୍ବାଧର କୁଅଁର ପ୍ରମୁଖଙ୍କୁ ବରିଷ୍ଠ ଉପସଭାପତି ରୂପେ ନିଯୁକ୍ତି ଦିଆଯାଇଥିବାବେଳେ 9ଜଣଙ୍କୁ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଏମାନଙ୍କ ମଧ୍ୟରେ ରହିଛନ୍ତି – ମଙ୍ଗଳା କିଷାନ, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ମିଶ୍ର, ବିକ୍ରମ ଆରୁଖ, ଉଷାଦେବୀ, ପ୍ରମିଳା ମଲ୍ଲିକ, ବଦ୍ରି ପାତ୍ର, ପ୍ରଦୀପ କୁମାର ଅମାତ ଏବଂ ପଦ୍ମନାଭ ବେହେରା। ସେହିପରି ବିଜୁଜଜନତା ଦଳର ସାଧାରଣ ସମ୍ପାଦକ ମୁଖ୍ୟାଳୟ ରୂପେ ସଞ୍ଜୟ ଦାସ ବର୍ମାଙ୍କୁ ନିଯୁକ୍ତି ଦିଆଯାଇଛି ।

ତେବେ ପ୍ରଥମଥର ପାଇଁ ବିଜେଡିର 9 ଉପସଭାପତିଙ୍କୁ ଦାୟିତ୍ବ ଦିଆଯାଇଛି । ତେବେ ଆସନ୍ତୁ ଜାଣିବାକୁ କାହାକୁ କେଉଁ ଦାୟିତ୍ବ ମିଳିଛି ।

ମଙ୍ଗଳା କିଷାନ –  ଜନଜାତି ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର

ସୌମ୍ୟରଞ୍ଜନ ପଟ୍ଟନାୟକ- କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ

ଦେବୀ ମିଶ୍ର- ଓଡ଼ିଶା ମୋ ପରିବାରର

ବିକ୍ରମ ଆରୁଖ- ପରିବେଶ

ଉଷାଦେବୀ- ସାମାଜିକ ମଙ୍ଗଳ

ପ୍ରମିଳା ମଲ୍ଲିକ-  ମହିଳା ସଶକ୍ତିକରଣ

ବଦ୍ରି ପାତ୍ର-  ଆଞ୍ଚଳିକ ଉନ୍ନୟନ

ପ୍ରଦୀପ କୁମାର ଅମାତ – ସଶକ୍ତ ଓଡ଼ିଶା

ପଦ୍ମନାଭ ବେହେରା-  ତଫସିଲଭୁକ୍ତ ଜାତି ସଶକ୍ତିକରଣ