Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କୋଦଳାରେ ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ
ଆଞ୍ଚଳିକ

କୋଦଳାରେ ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ

December 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପିଣ୍ଟୁ ବିଷୋୟୀ

କୋଦଳା: ଆଜି ସାରା ରାଜ୍ୟରେ ବିଜେଡି ପାଳୁଛି ୨୪ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଦଳା ଠାରେ ୨୪ ତମ ପ୍ରତିଷ୍ଠା ଦିବସ ମହା ଆଡମ୍ବରରେ ପାଳନ କରାଯାଇଛି। ଦଳର ଶହ ଶହ କର୍ମୀ ଓ ନେତା ମାନେ ଏହି ପ୍ରତିଷ୍ଠା ଦିବସରେ ଉପସ୍ଥିତ ଥିଲେ।

କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ସଭାକୁ ଉଦବୋଧନ ଦେଇଥିଲେ। ସେ ପ୍ରଥମେ ଦଳର ନେତା ଓ କର୍ମୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହା ସହ ଶ୍ରେଷ୍ଠ ଓଡିଶା ଗଠନ ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ କି ଆପଣ ମାନଙ୍କ ଭଲ ପାଇବା, ଆଶୀର୍ବାଦ ଓ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ଓଡିଶାରେ ବିଜେଡି ଲୋକଙ୍କ ଦଳ ଭାବେ ବେସ ପରିଚିତ ହୋଇପାରିଛି। ବିଜୁ ବାବୁଙ୍କ ଆଦର୍ଶରେ ଗଠିତ ସାଢେ ଚାରି କୋଟି ଓଡ଼ିଆଙ୍କ ଦଳ ବିଜୁ ଜନତା ଦଳ ଓଡିଶା ବାସୀଙ୍କ ବିଶ୍ୱାସ ଓ ଲକ୍ଷ ଲକ୍ଷ କର୍ମୀଙ୍କ ପରିଶ୍ରମ ଯୋଗୁଁ ଆଜି ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇପାରିଛି।

ସମ୍ମାନିତ ଅତିଥି ଭାବେ ଓଡିଶା ପର୍ଯ୍ୟଟନ ନିଗମ ଅଧକ୍ଷା ଶ୍ରିମୟୀ ମିଶ୍ର ଯୋଗଦେଇ ସଶକ୍ତ ମହିଳା ସମାଜ ହିଁ ଏକ ସଶକ୍ତ ଓଡିଶା ଗଠନ କରିପାରିବ ବୋଲି ଉପସ୍ଥିତ କର୍ମୀମାନଙ୍କୁ କହିଥିଲେ। ଏହା ସହିତ ମା’ ମାନେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବେଗୁନିଆପଡା ବ୍ଲକ ଅଧକ୍ଷା କେ.ରାଜ ଲକ୍ଷ୍ମୀ ଦୋରା, ଜିଲ୍ଲା ପରିଷଦ ଅଧକ୍ଷା ସୋନମ ପଲାଇ, ଜିଲ୍ଲା ପରିଷଦ ସଦସ୍ୟ, ବେଗୁନିଆପଡା ବିଜେଡି ମହିଳା ସଭାପତି ମଧୁମିତା ସାହୁ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା ଏବଂ ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକର ଅଧକ୍ଷ, ବିଜେଡି ସଭାପତି ମାନେ ଓ ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

କୋଦଳା ପ୍ରତିଷ୍ଠା ଦିବସ ବିଜୁ ଜନତା ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026

୧୬ ଦାଦନ ଶ୍ରମିକ ଉଦ୍ଧାର

October 9, 2026

ଦିଲ୍ଲୀରେ ହଁ, ଓଡ଼ିଶାରେ ନାଁ: ବନ୍ଦ ସମର୍ଥନକୁ ନେଇ ବଦଳିଲା ବିଜେଡିର ନିଷ୍ପତ୍ତି

October 7, 2026
Latest News

ସୁପ୍ରିମକୋର୍ଟରେ ଜ୍ଞାନେଶ କୁମାରଙ୍କ ବିରୋଧରେ ଆବେଦନ ଦାଖଲ କରିବେ ରାହୁଲ ଗାନ୍ଧୀ

October 12, 2026

ଦିଲ୍ଲୀ ପ୍ରତିବାଦ: ଧାରା ୨୧ କ’ଣ କହୁଛି? ଗୋପାଳନରୁ ମାନେକା ଗାନ୍ଧୀ ଯାଏଁ ବଦଳିଛି ନ୍ୟାୟର ପରିଭାଷା

October 12, 2026

ହାଇୱା ଗାଡ଼ି ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

October 12, 2026

ସୁନା ଖଣିରେ ଏୟାରଷ୍ଟ୍ରାଇକ: ୭୨ ଶ୍ରମିକ ନିହତ

October 12, 2026

‘ବିରାଟଙ୍କୁ ଅବସର ପାଇଁ ବାଧ୍ୟ କରାଯାଇଥିଲା’: ଗୁରୁତର ଅଭିଯୋଗ ଆଣିଲେ ପୂର୍ବତନ ଖେଳାଳି

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.