Categories
ଆଜିର ଖବର ରାଜ୍ୟ ଖବର

ଭଦ୍ରକ ଚାନ୍ଦବାଲି ଅଞ୍ଚଳର ବନ୍ୟାସ୍ଥିତି ଅନୁଧ୍ୟାନ କଲେ ବିଜେପି ସଭାପତି ମନମୋହନ ସାମଲ

ଭୁବନେଶ୍ୱର/ଭଦ୍ରକ:  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିହିଡି ବ୍ଲକର ବାରସର ପଂଚାୟତର ବଙ୍ଗାଳୀଦପା, ତାଳଦପା, ନୁଅବନ୍ଧ ଓ ଗୋବିନ୍ଦପୁର ପଂଚାୟତର ଗୋବିନ୍ଦପୁର, କୁଆଁର ଚତା, ହଂସପାଟ ଗାଁ ଏବଂ ଘଟପୁର ପଂଚାୟତର ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିବା ସହ ବନ୍ୟାସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି।

ବନ୍ୟା ଘେରରେ ଥିବା ଜଳବନ୍ଦୀଙ୍କୁ ତୁରନ୍ତ ରିଲିଫ୍ ଯୋଗାଇ ଦିଆଯିବାର ନିୟମ ଥିବା ସତ୍ୱେ ବର୍ତମାନ ସୁଦ୍ଧା ପ୍ରଶାସନ କିମ୍ବା ସରକାର ବନ୍ୟା ପ୍ରପୀଡିତଙ୍କ ପାଖରେ ରିଲିଫ୍ ପହଁଚାଇ ନାହାଁନ୍ତି। ସମୁଦ୍ରକୁ ଶଙ୍ଖେ ଭଳି କାଁ ଭାଁ ରିଲିଫ୍ ଲୋକଙ୍କୁ ମିଳିଛି ବୋଲି ସାମଲ ଅଭିଯୋଗ କରିଛନ୍ତି।

ବନ୍ୟା କାରଣରୁ ଯେଉଁ ରାସ୍ତାଘାଟ ନଷ୍ଟ ହୋଇଛି ତାକୁ ତୁରନ୍ତ ମରାମତି କରାଯାଉ। ସେହିପରି ବନ୍ୟାଜଳ କାରଣରୁ ନଷ୍ଟ ହୋଇଯାଇଥିବା ଫସଲ କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତିପୁରଣ ଦିଆଯିବା ସହିତ ନୂତନ ଫସଲ ପାଇଁ ବିହନ, ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଯୋଗାଇ ଦିଅନ୍ତୁ୍‌ୁ ରାଜ୍ୟ ସରକାର ବୋଲି ସାମଲ ଦାବୀ କରିଛନ୍ତି।

ପୂର୍ବରୁ ରାଜ୍ୟସରକାର ବନ୍ୟା ହେବା ନେଇ କୌଣସି ପ୍ରକାର ସୂଚନା ଦେଇନଥିଲେ। ବନ୍ୟା ପୂର୍ବରୁ ନଦୀ ବନ୍ଧ ସୁରକ୍ଷିତ ଅଛି ବୋଲି ସରକାର ଲୋକଙ୍କୁ ଆଶ୍ୱସ୍ତ କରିଥିଲେ। ରାଜ୍ୟସରକାର କିମ୍ବା ଜିଲ୍ଲାପ୍ରଶାସନ ବନ୍ୟା ମୁକାବିଲା ନେଇ କୌଣସି ପ୍ରକାରର ପ୍ରସ୍ତୁତି ନଥିବାର ଏଥିରୁ ଏହା ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ସମ୍ବଲପୁର ସାଂସଦଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀଙ୍କର ବିସ୍ପୋରକ ବୟାନ, ଧର୍ମେନ୍ଦ୍ରଙ୍କୁ କଲେ ଗାଳି

ଭୁବନେଶ୍ବର: ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବଙ୍କ ଧର୍ମପତ୍ନୀ ଅରୁନ୍ଧତୀ କୁମାରୀ ଦେବୀଙ୍କ ବୟାନକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ପଡୁଛି ଉଠୁଛି। ବିଶେଷ କରି ଓଡିଶା ବିଜେପି ରାଜନୀତିରେ ଏ ନେଇ ଚାଲିଛି ଗରମାଗରମ ଆଲୋଚନା। କାରଣ ଅରୁନ୍ଧତୀ ଦେବୀ ଯେପରି କଥା କହିଛନ୍ତି ତାହାକୁ ନେଇ ବିଭିନ୍ନ ମହଲରେ ଚାଲିଛି ଜୋରଦାର ଚର୍ଚ୍ଚା।

ଅରୁନ୍ଧତୀ ସିଧା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଟାର୍ଗେଟ କରିଛନ୍ତି। କେବଳ ଟାର୍ଗେଟ କହିଲେ ଠିକ ହେବ ନାହିଁ, ବଂର ତାଙ୍କୁ ଗାଳି କରିଛନ୍ତି। ଅରୁନ୍ଧତୀ ଧର୍ମେନ୍ଦ୍ରଙ୍କୁ ‘କୁଚକ୍ରୀ’, ‘ରୁଗ୍ନ ମାନସିକତା’, ‘ଦମ ଅଛି ତ ସମ୍ବଲପୁରରୁ ଆସି ଲଢେଇ କର’ ବୋଲି ଆହ୍ବାନ ଦେଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ସେ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କୁ ମଧ୍ୟ ଗାଳି କରିଛନ୍ତି। ସେ ଜଣେ ମାନସିକ ରୋଗାଗସ୍ତ ବିଧାୟକ ବୋଲି ଅରୁନ୍ଧତୀ କହିଛନ୍ତି। ତେବେ ସେ ଉଭୟଙ୍କ ନାମ ନ ନେଇ କେନ୍ଦ୍ରମନ୍ତ୍ରୀ ଓ ବିଧାୟକ ବୋଲି କହିଛନ୍ତି।

ଅରୁନ୍ଧତୀ ଏପରି ଗାଳି କରିବାର କାରଣ ରହିଛି। ତାହା ହେଲା ନୀତିଶ ଗଙ୍ଗଦେବଙ୍କୁ ଆଉ ଟିକେଟ ମିଳିବ ନାହିଁ ବୋଲି ଆଶଙ୍କା ରହିଛି। କାରଣ ସେଠାରୁ କୁଆଡେ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ସେଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ନାଉରୀ ନାୟକ ମିଶି ସାଂସଦଙ୍କୁ ବଦନାମ କରୁଛନ୍ତି ବୋଲି ସେ କହିଛନ୍ତି। ଅରୁନ୍ଧତୀ କହିଛନ୍ତି ଯେ, ଯଦି ଧର୍ମେନ୍ଦ୍ର ସମ୍ବଲପୁରରୁ ଛିଡା ହେବାକୁ ଇଚ୍ଛା ତେବେ ରାଜାସାହେବଙ୍କୁ କହିଥାଆନ୍ତେ। ସେ ତାଙ୍କୁ ଖୁସିରେ ଏହି ଆସନ ଛାଡି ଦେଇ ଥାଆନ୍ତେ। ତେବେ ଏବେ ଆଉ ନୁହେଁ, ଆମେ ଲଢେଉ ନିଶ୍ଚିତ କରିବୁ ବୋଲି ସେ ଆହ୍ବାନ ଦେଇଛନ୍ତି।

ଅରୁନ୍ଧତୀ ତାଙ୍କ ଫେସବୁକ ପେଜରେ ଏହିସବୁ କଥା ଉଲ୍ଲେଖ କରିଛନ୍ତି। ସେ ଯାହା ପୋଷ୍ଟି କରିଛନ୍ତି ତାହା ହେଲା, “ସମ୍ବଲପୁର ସାଂସଦଙ୍କୁ ଆଉ କେତେ ଅପମାନ କଲେ ଶାନ୍ତି ମିଲବା ଜଣେ କୁଚକ୍ରୀ ମନ୍ତ୍ରୀକୁ। ରାଜା ସାହେବ ଜଣେ ଶାନ୍ତ ସରଳ ବ୍ୟକ୍ତି ତାଙ୍କୁ କମସେ କମ ଲୋକଙ୍କ ପାଇଁ କାମ କର୍ବାକେ ଦିଆଯାଉ। ଜଣେ ମାନସିକ ରୋଗଗ୍ରସ୍ତ ବିଧାୟକ ଏବଂ ରୁଗ୍ନମାନସିକତା କେନ୍ଦ୍ରୀୟ ମନ୍ତ୍ରୀ ବାରମ୍ବାର ଡେଭଲପମେଣ୍ଟ କାମରେ ମୁଣ୍ଡ ପୁରାଉଛନ୍ତି। ରାଜା ସାହେବ ଙ୍କ ସରଲତାର ଫାଇଦା ଆଉ କେତେଦିନ ଉଠାଇବ।”

ସେ ଆହୁରି ଲେଖିଛନ୍ତି ଯେ, “ଏହି ପୋଷ୍ଟ ମାଧ୍ୟମରେ ଚେତାଇ ଦେଉଛି ଯେ ନିଜର ବ୍ୟବହାର କୁ ସୁଧାର ନ ହେଲେ ବହୁତ୍ ମହଙ୍ଗା ପଡ଼ିବ। ମୁଁ ଆହୁଆନ ଦଉଛି ଯଦି ଦମ୍ ଅଛି ତାହେଲେ ଅନ୍ୟ ରାଜ୍ୟରୁ ବାରମ୍ବାର ବିଜେପିର ଦୟାରୁ ରାଜ୍ୟସଭାକୁ ନଯାଇ ସମ୍ବଲପୁର ସଂସଦ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢନ୍ତୁ। ଦୁହି କୁଚାକ୍ରି କୁ କହୁଛି ସୁଧୁରି ଯାଅ। ବାରମ୍ବାର ରାଜା ସାହେବ ଙ୍କ କାମ ରେ ମୁଣ୍ଡ ପୁରେଇବା କେତେ ଯୁକ୍ତି ଯୁକ୍ତ।”

ସେ ପୁଣି ଉଲ୍ଲେଖ କରିଛନ୍ତି ଯେ, “ଲୋକଙ୍କ ଦ୍ୱାରା ନିର୍ବାଚିତ ସାଂସଦ କୁ କାମ କରିବାରୁ କେତେ ଅଟକାଇବ ? ସାଂସଦ କୁ ବଦନାମ୍ କରି ତାଙ୍କ ସଂସଦ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବା ତମର ଲକ୍ଷ୍ୟ ଆମେ ସମସ୍ତେ ଜାଣିଛୁ। ଯଦି ଦମ୍ ଅଛି ତାହେଲେ ସାମ୍ନାରୁ ଲଢ଼ାଇ କର କାପୁରୁଷ ପରି ପଛରୁ ଲଢ଼ାଇ କର ନାହିଁ। ରାଜା ସାହେବ କୁ ଥରେ କହିଥାନ୍ତ କୁ ମୁଁ ସମ୍ବଲପୁର ସଂସଦ କ୍ଷେତ୍ରରୁ ନିର୍ବାଚନ ଲଢ଼ିବାକୁ ଚାହୁଁଚି ରାଜା ସାହେବ ଖୁସି ଖୁସି ସିଟ ଛାଡି ଦେଥିତେ। ଏବେ ତ ବିଲକୁଲ ଛାଡିବାର ପ୍ରଶ୍ନ ଉଠୁନାହିଁ। ରାଜା ସାହେବ ଙ୍କ ସରଲତା ବହୁତ ଫାଇଦା ଉଠାଇ ନେଲ ଆଉ ନୁହେଁ। ”

ଅରୁନ୍ଧତୀଙ୍କ ଏହି ପୋଷ୍ଟିଂକୁ ନେଇ ବିଜେପି ଭିତରେ ବେଶ ଆଲୋଡନ ସୃଷ୍ଟି କରିଛି। ପୂର୍ବରୁ କେହି ଧର୍ମେନ୍ଦ୍ରଙ୍କ ବିରୋଧରେ କହିବାକୁ ସାହାସ କରୁ ନ ଥିଲେ। ହେଲେ ଏବେ ସାଂସଦଙ୍କ ପତ୍ନୀ ଏପରି ଧମକ ତଥା ଗାଳି କରିବା ଧର୍ମେନ୍ଦ୍ରଙ୍କ ବିରୋଧୀ ଗୋଷ୍ଠୀକୁ ବେଶ ଖୁସି ଆଣି ଦେଇଛି। ତେବେ ଏହି ପୋଷ୍ଟିଂକୁ ହଟାଇବା ପାଇଁ ଅରୁନ୍ଧତୀଙ୍କ ଉପରେ କୁଆଡେ ପ୍ରବଳ ଚାପ ପଡୁଥିବାର ଜଣାପଡିଛି।

Categories
ବିଶେଷ ଖବର

କଂଗ୍ରେସ ଅଯଥାରେ ଉତ୍ସାହିତ, ନା ବିଜେପି ହାରିବ: ପୂରା ଘଟଣାରେ ରାହୁଲ ଗାନ୍ଧିଙ୍କର କ’ଣ ବଦଳିବ?

ଭୁବନେଶ୍ୱର: ୨ବର୍ଷ ଜେଲ ଦଣ୍ଡାଦେଶ ପରେ ରାହୁଲ ଗାନ୍ଧିଙ୍କ ସଦସ୍ୟତା ଯେଉଁ ବେଗରେ ଚାଲିଯାଇଥିଲା, ଏହା ଉପରେ ରୋକ ଲାଗିବାରୁ ସେହି ଗତିରେ ତାଙ୍କ ସଦସ୍ୟତା ପୁନରୁଦ୍ଧାର କରାଯାଇଛି। ସୋମବାର ସେ ସଂସଦରେ ପହଞ୍ଚିଥିଲେ।

ରାହୁଲଙ୍କ ଦଣ୍ଡାଦେଶରେ ବିଜେପି ଭୁଲ କଲା?

ଗତ ମାର୍ଚ୍ଚ ମାସରେ ସୁରଟର ଏକ ନିମ୍ନ ଅଦାଲତ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଗୁଜରାଟ ହାଇକୋର୍ଟ ମଧ୍ୟ ଏହାକୁ ବଜାୟ ରଖିଥିଲେ। ଏହା ଉପରେ ବିଜେପି କହିଥିଲା- ଏହି ନିଷ୍ପତ୍ତି ଉପଯୁକ୍ତ ଏବଂ ସ୍ୱାଗତଯୋଗ୍ୟ। ବିଜେପି ପ୍ରଚାର କରିଛି ଯେ ତାଙ୍କ ଦଳର ଜଣେ ନେତା ଏହି ପିଟିସନ ଦାଖଲ କରିଛନ୍ତି। ଏହା ମାମଲାକୁ ରାଜନୈତିକ ରଙ୍ଗ ନେଇଥିଲା।

ରାଜନୈତିକ ବିଶେଷଜ୍ଞ ରସିଦ କିଦୱାଇ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ରାହୁଲ ଗାନ୍ଧୀଙ୍କ ପାଇଁ ଏକ ନୈତିକ ବିଜୟ। ବିଜେପି ଏହି ଆଇନଗତ ମାମଲାକୁ ରାଜନୈତିକ ରଙ୍ଗ ଦେଇ ଭୁଲ କରିଛି। ବିଜେପି କେବଳ ଏହା ଏକ ଆଇନଗତ ଚାଲ ବୋଲି କହୁଛି। ବିଜେପି ରାଜନୈତିକ ଶ୍ରେୟ ନେବାକୁ ଚେଷ୍ଟା କରିଥିଲା। କିଦୱାଇଙ୍କ କହିବା ଅନୁଯାୟୀ, ଯେତେବେଳେ ଆପଣ ରାଜନୈତିକ ଶ୍ରେୟ ନିଅନ୍ତି, ସେତେବେଳେ ଆପଣଙ୍କୁ ମଧ୍ୟ କ୍ଷତି ସହିବାକୁ ପଡ଼ିଥାଏ। ଏପରିକି ଦାୟିତ୍ୱ ମଧ୍ୟ ବଦଳିଯାଏ।

ସିଏସିଡିଏସ୍ ପ୍ରଫେସର ତଥା ରାଜନୀତି ବିଶେଷଜ୍ଞ ସଞ୍ଜୟ କୁମାରଙ୍କ ମତ ସାମାନ୍ୟ ଭିନ୍ନ। ସେ ଏହାକୁ ବିଜେପିର ରାଜନୈତିକ ପରାଜୟ ଭାବେ ବିବେଚନା କରୁନାହାନ୍ତି। ବିଜେପି କହିପାରେ ଯେ ଏହା ଏକ ଆଇନଗତ ପ୍ରକ୍ରିୟା ଏବଂ ଏହା ସହିତ ଦଳର କୌଣସି ସମ୍ପର୍କ ନାହିଁ। ବିଜେପି ଜାଣିଥିଲା ଯେ ଏହି ମାମଲା ଦୁର୍ବଳ, ତେଣୁ ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତି ଆଗରୁ ଆଶା କରାଯାଉଥିଲା। ଏଭଳି ସ୍ଥିତିରେ ସୁପ୍ରିମକୋର୍ଟଙ୍କ ରାୟ ବିଜେପି ପାଇଁ ରାଜନୈତିକ ପରାଜୟ ନୁହେଁ।

ରାହୁଲଙ୍କ ସଦସ୍ୟତା ଫେରିବାରୁ କଂଗ୍ରେସକୁ କେମିତି ଫାଇଦା ହେବ?

ବର୍ତ୍ତମାନ ସୁଦ୍ଧା ବିଜେପି ବିରୋଧରେ ଏକମାତ୍ର ବଡ଼ ମାମଲା ଥିଲା ମଣିପୁର ହିଂସା। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣରେ ଅନାସ୍ଥା ପ୍ରସ୍ତାବକୁ ଛୁଇଁ ପାରିଥାନ୍ତେ, କିନ୍ତୁ ଏବେ ତାଙ୍କୁ ରାହୁଲ ଗାନ୍ଧିଙ୍କ କଥା ଶୁଣିବାକୁ ପଡ଼ିବ ଏବଂ ସମଗ୍ର ଦେଶ ମଧ୍ୟ ଶୁଣିବ। ରାହୁଲ ଗାନ୍ଧି ହେଉଛନ୍ତି ପ୍ରଥମ ବିରୋଧୀ ଦଳ ନେତା ଯିଏ ମଣିପୁର ଗସ୍ତ କରିଥିଲେ। ଏହାବ୍ୟତୀତ ସେ ପୁଣି ଥରେ ଆଦାନୀ ଭଳି ପ୍ରସଙ୍ଗ ଉଠାଇପାରନ୍ତି। ଏହା ବିଜେପି ପାଇଁ ଚିନ୍ତାଜନକ ସାବ୍ୟସ୍ତ ହେବ।

କିଦୱାଇ କୁହନ୍ତି ଯେ ଗାନ୍ଧିଜୀଙ୍କ ଏକ ପ୍ରସିଦ୍ଧ ବୟାନ ଅଛି ଯେ ବେଳେବେଳେ ଆମେ ଆମର ବିରୋଧୀଙ୍କ କାରଣରୁ ଆଗକୁ ବଢ଼ିଥାଉ। ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଭଳି ଭାବରେ ରାହୁଲ ଗାନ୍ଧୀଙ୍କୁ ସବୁ ସ୍ତରରେ ବିରୋଧ ଓ ଘେରିଥିଲେ, ତାହା ରାହୁଲଙ୍କ ଭାବମୂର୍ତ୍ତିକୁ ମଜବୁତ କରିଥିଲା। ଭାରତ ଯୋଡ଼ୋ ଯାତ୍ରା ପରେ ସେ ଜାତୀୟ ସ୍ତରରେ ଜଣେ ବଡ଼ ନେତାଭାବେ ଉଭା ହୋଇଛନ୍ତି।

ସେହିପରି ମଣିପୁରର ଖରାପ ସ୍ଥିତି ଓ ନୁହରେ ହିଂସାକାଣ୍ଡ ପରେ ରାହୁଲଙ୍କ ମୋହବତ କି ଦୁକାନ ଭଳି କାହାଣୀକୁ ପ୍ରୋତ୍ସାହନ ମିଳିଛି। କିଦୱାଇ କହିଛନ୍ତି ଯେ ବିରୋଧୀ ମଧ୍ୟ ସମାନ ପ୍ରସଙ୍ଗକୁ ଅପେକ୍ଷା କରିଥିଲେ।

କ୍ଷମା ନ ମାଗିବା ରଣନୀତି କେତେ ଫଳପ୍ରଦ ସାବ୍ୟସ୍ତ ହେଲା?

ମୋଦି ଉପନାମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ରାହୁଲ ଗାନ୍ଧି କ୍ଷମା ମାଗିବାକୁ ମନା କରିଦେଇଥିଲେ। ସୁରଟ କୋର୍ଟ, ପରେ ଗୁଜରାଟ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ ରାହୁଲ ଗାନ୍ଧି କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି।

କ୍ଷମା ନ ମାଗିବା ରଣନୀତି ରାହୁଲଙ୍କ ଭାବମୂର୍ତ୍ତିକୁ ଫାଇଦା ଦେବ ବୋଲି କିଦୱାଇ କହିଛନ୍ତି। ରାହୁଲଙ୍କୁ ଏପର୍ଯ୍ୟନ୍ତ ଦୋଷମୁକ୍ତ କରାଯାଇ ନାହିଁ, କିନ୍ତୁ ଏବେ ସେଭଳି କଠୋର ଦଣ୍ଡ ମିଳିବ ନାହିଁ। ରାହୁଲଙ୍କ ଏହି ଦୃଢ଼ତା ବା ଜିଦ୍ ହିଁ ତାଙ୍କର ଶକ୍ତି। ଅର୍ଥାତ୍ ସେ ଆପୋଷ ବୁଝାମଣା କରିନାହିଁ। ସେପଟେ ଅନ୍ୟ ପକ୍ଷ ମଧ୍ୟ ଏଭଳି ବୁଝାମଣା କରୁଛନ୍ତି। ନୀତୀଶ କୁମାର ହୁଅନ୍ତୁ, ମମତା ବାନାର୍ଜୀ ହୁଅନ୍ତୁ, ଆମ୍ ଆଦମୀ ପାର୍ଟି ହୁଅନ୍ତୁ, ୱାଇଏସଆର କଂଗ୍ରେସ ହୁଅନ୍ତୁ କିମ୍ବା ବିଜେଡି।

ରାଜନୀତିରେ ଲୋକେ ବିକଳ୍ପ କଥା କହୁଛନ୍ତି। ୨୦୧୪ରେ ନରେନ୍ଦ୍ର ମୋଦି ମଧ୍ୟ ଏହାର ଫାଇଦା ପାଇଥିଲେ। ମନମୋହନ ସିଂହ ଓ ସୋନିଆ ଗାନ୍ଧୀଙ୍କ ଠିକ୍ ବିପରୀତ କଥା କହି ୟୁପିଏ ସରକାରରେ ଦୃଢ଼ତାର ସହ ଠିଆ ହୋଇଥିଲେ। ସେହିଭଳି ଯିଏ ମୋଦିଙ୍କୁ ସମ୍ପୂର୍ଣ୍ଣ ବିରୋଧ କରିବ, ଅର୍ଥାତ୍ ତାଙ୍କ ଶୈଳୀର ଠିକ୍ ବିପରୀତ, ଭୋଟରମାନେ ମୋଦିଙ୍କ ଭଳି ନ ହୋଇ ତାଙ୍କ ପ୍ରତି ଆକର୍ଷିତ ହେବେ।

ସଞ୍ଜୟ କୁମାର କହିଛନ୍ତି ଯେ ଯଦି କେହି କ୍ଷମା ପ୍ରାର୍ଥନା କରନ୍ତି, ତେବେ ଏହାର ସ୍ପଷ୍ଟ ଅର୍ଥ ହେଉଛି ସେ ଭୁଲ କରିଛନ୍ତି। ଯଦି ରାହୁଲ କ୍ଷମା ମାଗିଥାନ୍ତେ, ତେବେ ଏହା ଜନସାଧାରଣଙ୍କ ମଧ୍ୟରେ ତାଙ୍କର ଗ୍ରହଣୀୟତାକୁ ହ୍ରାସ କରିଥାନ୍ତା। ଏଭଳି ସ୍ଥିତିରେ ରାହୁଲ କ୍ଷମା ପ୍ରାର୍ଥନା ନ କରି ନିଜର ଦୃଢ଼ ଭାବମୂର୍ତ୍ତି ଉପସ୍ଥାପନ କରିଛନ୍ତି। ଭୟରେ ପଛଘୁଞ୍ଚା ଦେଉଥିବା ନେତାଙ୍କ ମଧ୍ୟରେ ସେ ନାହାନ୍ତି ବୋଲି ସେ ଦର୍ଶାଇଛନ୍ତି। ସଂସଦରୁ ବହିଷ୍କାର ହେଉ କିମ୍ବା ନିର୍ବାଚନ ଲଢ଼ିବାକୁ ବାରଣ ହେଉ, ସେ କ୍ଷମା ମାଗିବେ ନାହିଁ। ଏଭଳିଭାବେ ସେ ଜଣେ ଶକ୍ତିଶାଳୀ ନେତାଙ୍କ ଭାବମୂର୍ତ୍ତିକୁ ଜନସାଧାରଣଙ୍କ ମଧ୍ୟରେ ଉପସ୍ଥାପନ କରିବାକୁ ଚେଷ୍ଟା କରିଛନ୍ତି।

ରାହୁଲ ଗାନ୍ଧିଙ୍କ ପାଇଁ ବିରୋଧୀ ମେଣ୍ଟର ଚେହେରା ହେବାର ବାଟ ସଫା ହୋଇଛି କି?

ସଞ୍ଜୟ କୁମାରଙ୍କ କହିବା ଅନୁଯାୟୀ, ରାହୁଲଙ୍କ ସଦସ୍ୟତା ପୁନରୁଦ୍ଧାର ହୋଇଥାଇପାରେ, କିନ୍ତୁ ତାଙ୍କୁ ଆଇଏନଡିଏ ଦ୍ୱାରା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯିବାର ସମ୍ଭାବନା ନାହିଁ। ନଚେତ ନିର୍ବାଚନ ପୂର୍ବରୁ ସେମାନଙ୍କୁ ମିଳିତ ନେତା ଘୋଷଣା କରିବ ଆଇଏନଡିଆଇଏ। ଏହା ନିଶ୍ଚିତ ଯେ ଯେତେବେଳେ ସରକାର ଗଠନ କଥା ଆସେ, ରାହୁଲ ବିରୋଧୀ ନେତାଙ୍କ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି।

ରସିଦ କିଦୱାଇ କହିଛନ୍ତି ଯେ ରାହୁଲ ଗାନ୍ଧି ଜାଣନ୍ତି ଯେ କଂଗ୍ରେସ ନିଜେ ୧୦୦-୧୫୦ ଲୋକସଭା ଆସନ ଜିତିନଥିଲେ ସେ ଆଇଏନଡିଏ ମେଣ୍ଟରୁ ପ୍ରାର୍ଥୀ ହୋଇପାରିବେ ନାହିଁ। ଲୋକସଭାରେ ମ୍ୟାଜିକ୍ ଫିଗର ହେଉଛି ୨୭୨।

ଏଠାରେ ୨୦୦ ଲୋକସଭା ଆସନ ରହିଛି ଯେଉଁଠାରେ ବିଜେପି ଓ କଂଗ୍ରେସ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କଂଗ୍ରେସ ଏହି ୨୦୦ ଆସନରୁ ଅଧା ଜିତିବା ସ୍ଥିତିରେ ଅଛି କି ? ଯଦି ଏପରି ହୁଏ ତେବେ ରାହୁଲ ହେବେ ଆଇଏନଡିଏରୁ ସବୁଠାରୁ ବଡ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ। ଯଦି ନୁହେଁ, ତେବେ ରାହୁଲଙ୍କ ପ୍ରାର୍ଥିତାର କୌଣସି ଅର୍ଥ ନାହିଁ।

ରାହୁଲଙ୍କ ନୈତିକ ବିଜୟ, ଆଗକୁ କ’ଣ କରିବ ବିଜେପି?

ରାହୁଲ ଗାନ୍ଧି ଧୈର୍ଯ୍ୟର ସହ ସମଗ୍ର ନ୍ୟାୟିକ ପ୍ରକ୍ରିୟାକୁ ଅନୁସରଣ କରିଥିଲେ। ନୋଟିସରେ ନିର୍ଦ୍ଧାରିତ ତାରିଖ ପୂର୍ବରୁ ସେ ତାଙ୍କ ସରକାରୀ ବଙ୍ଗଳା ଖାଲି କରିଦେଇଥିଲେ। ଲୋକସଭା ସଦସ୍ୟତା ହରାଇବା ପରେ ମଧ୍ୟ ସେତେଟା ହଟ୍ଟଗୋଳ ହୋଇନଥିଲା। ଏଭଳି ସ୍ଥିତିରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପାଇବା ତାଙ୍କ ନୈତିକ ବିଜୟ ବୋଲି କୁହାଯାଉଛି।

ଏହାର ରାଜନୈତିକ ପ୍ରଭାବ ସମ୍ପର୍କରେ ପ୍ରଫେସର ସଞ୍ଜୟ କୁମାର କହିଛନ୍ତି ଯେ ରାହୁଲଙ୍କ ସଦସ୍ୟତା କଂଗ୍ରେସ କର୍ମୀଙ୍କ ମନୋବଳ ବଢ଼ାଇବ, କିନ୍ତୁ ଏହାର କୌଣସି ବଡ଼ ନିର୍ବାଚନୀ ଫାଇଦା ଥିବା ଜଣାପଡ଼ୁନାହିଁ। ଏହି ନିଷ୍ପତ୍ତି ପରେ ୨୦୨୪ ନିର୍ବାଚନରେ କଂଗ୍ରେସର ଭୋଟ୍ ପ୍ରତିଶତ ବୃଦ୍ଧି ପାଇବ ବୋଲି ମନେ ହେଉନାହିଁ।

ରସିଦ କିଦୱାଇଙ୍କ କହିବା ଅନୁଯାୟୀ, ବିଜେପି ଏବେ ଏହାକୁ ନରେନ୍ଦ୍ର ମୋଦି ବନାମ ରାହୁଲ ଗାନ୍ଧୀ କରିବାକୁ ଚେଷ୍ଟା କରିବ, କାରଣ ବିଜେପି ଆଶା କରୁଛି ଯେ ମୋଦି ବନାମ ରାହୁଲ ଥିବାବେଳେ ଦେଶର ଭୋଟର ମୋଦିଙ୍କୁ ଅଧିକ ଗୁରୁତ୍ୱ ଦେବେ। ଦେଖିବାକୁ ବାକି ରହିଲା ରାହୁଲ କିପରି ରାଜନୈତିକ ଭାବରେ ନିଜର ବଢୁଥିବା ଆଭାକୁ ସମ୍ଭାଳିଥାନ୍ତି ଏବଂ ବିଜେପିର ବ୍ୟକ୍ତିବାଦ ଜାଲରେ ଫସି ଯାଆନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ: ବିଜେଡ଼ି ବିରୋଧରେ ଆଣିଲା ଅଭିଯୋଗ

ଭୁବନେଶ୍ୱର: ସାଧାରଣ ଭୋଟରଙ୍କୁ ପ୍ରଲୋଭିତ କରି ଜୋର ଜବରଦସ୍ତ ଭୋଟ ହାତେଇବା ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ। ଦୀର୍ଘ ୨୩ବର୍ଷ ଧରି ଶାସନ କ୍ଷମତାରେ ରହିବା ପରେ ମଧ୍ୟ ଶାସକ ବିଜେଡି ଭୋଟ ହାତେଇବା ପାଇଁ ଟଙ୍କାକୁ ମୁଖ୍ୟ ଅସ୍ତ୍ରଭାବେ ବ୍ୟବହାର କରୁଛି। ଦୁର୍ନୀତି ଓ ଭ୍ରଷ୍ଟାଚାର ଦ୍ୱାରା ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ବ୍ୟାପକ ମାତ୍ରାରେ ହରିଲୁଟ କରି ଦଳୀୟ ସ୍ୱାର୍ଥରେ ଖର୍ଚ୍ଚ କରୁଛି। ବିଜୁ ଜନତା ଦଳ ନିର୍ବାଚନ ବୈତରଣୀପାର ହେବା ପାଇଁ ଏସ୍‌ଏଚଜି ମା’ମାନଙ୍କୁ ଅସ୍ତ୍ର କରିଛି।

ସିଆରପିମାନେ ମିଶନଶକ୍ତି ମା’ମାନଙ୍କୁ ଏକଜୁଟ୍ କରି ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି ଯାହା ଗଣତନ୍ତ୍ର ବିରୋଧୀ। ବିଜୁ ଜନତା ଦଳ ସର୍ବଦା ନିର୍ବାଚନ ହେଉ ଅବା ଉପନିର୍ବାଚନ ସମୟରେ ସରକାରୀ କର୍ମଚାରୀଙ୍କୁ ନିଜ ଦଳର ପ୍ରଚାର କାର୍ଯ୍ୟରେ ବ୍ୟବହାର କରୁଛି। ଯାହାର ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ।

ଧର୍ମଶାଳା ବ୍ଲକର କୋତପୁର ଗାଁରେ ସିଆରପି ସୁକାନ୍ତି ଜେନା ମିଶନଶକ୍ତିର ମା’ମାନଙ୍କୁ କୋଟପୁର ଗାଁର ସରସ୍ୱତୀ ଶିଶୁ ମନ୍ଦିରରେ ବୈଠକ କରିଥିଲେ । ଏହି ବୈଠକରେ ଶାସକ ଦଳ କିଭଳି ଜିତିବ ସେ ନେଇ ରଣନୀତି ପ୍ରସ୍ତୁତ କରିବା ସହ ସେମାନଙ୍କୁ ଖାଦ୍ୟ ପୁଡିଆ ଓ ୫ଶହ ଟଙ୍କା ବାଂଟିଥିଲେ। ଏନେଇ ଆଜି ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି।

୧୫ନଂ ଜୁନ୍ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୯ତାରିଖ ଦିନ ଜିଲ୍ଲା ପରିଷଦ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ଭୋଟକୁ ଶାସକ ଦଳ ନିଜ ସପକ୍ଷରେ ନେବା ପାଇଁ ଦଳୀର ବିଧାୟକ, ବ୍ଲକ ଚେୟାରମ୍ୟାନ, କର୍ମୀ, ସରପଂଚଙ୍କ ସହ କିଛି ସରକାରୀ କଳ ଅନୈତିକ କାର୍ଯ୍ୟ ନିୟୋଜିତ ହୋଇଛନ୍ତି। ମିଶନଶକ୍ତି ମା’ମାନଙ୍କର ବୈଠକ କରି ସେମାନଙ୍କୁ ଖାଦ୍ୟ ପୁଡିଆ ଓ ୫୦୦ଟଙ୍କା ଦେଉଛନ୍ତି। ଏନେଇ ବିଜେପି ଧର୍ମଶାଳା ବିଡିଓ ଓ ବ୍ଲକ ଅଧିକାରୀ ଦୃଷ୍ଟି ଆକର୍ଷଣ କରିଥିଲେ ବି ଏଯାଏଁ କିଛି ସୁଫଳ ମିଳିନାହିଁ।

ନିର୍ବାଚନରେ ଜିତିବା ପାଇଁ ବିଜୁ ଜନତା ଦଳ ଟଙ୍କା ବାଂଟୁଥିବାବେଳେ ପ୍ରଶାସନ ନୀରବଦ୍ରଷ୍ଟା। ଯାହା ସ୍ପଷ୍ଟ ଦିବାଲୋକରେ ପରିଦୃଷ୍ଟ ହେଉଛି । ସିଆରପି ସୁକାନ୍ତି ଜେନା ଟଙ୍କା ବାଂଟିବା ଫଟୋ ଓ ଭିଡିଓ ଭାରତୀୟ ଜନତା ପାର୍ଟି ପାଖରେ ରହିଛି। ଶ୍ରୀମତୀ ଜେନାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବି କରିଛି ବିଜେପି। ଧର୍ମଶାଳା ବ୍ଲକରେ ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ସଂପୃକ୍ତ ସିଆରପି, ଶିକ୍ଷକମାନଙ୍କୁ ତୁରନ୍ତ ବହିଷ୍କାର କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେପି ଦାବି କରିଛି। ଭାରତୀୟ ଜନତା ପାର୍ଟି ଉତେଜନତାପୂର୍ଣ୍ଣ ବୁଥ୍ ଗୁଡିକ ଚିହ୍ନଟ କରି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି।

ଏହି ପ୍ରତିନିଧି ଦଳରେ ରାଜ୍ୟ ଓବିସିମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ନୀତୀଶ କୁମାର ଆବାହକ ଏବଂ ସୋନିଆ ଗାନ୍ଧି ଇଣ୍ଡିଆ ଅଧ୍ୟକ୍ଷ, ମୁମ୍ବାଇ ବୈଠକରେ ହୋଇପାରେ ଘୋଷଣା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ରୋକିବା ପାଇଁ ବିରୋଧୀ ଏକତା ଅଭିଯାନ ଦ୍ରୁତ ଗତିରେ ଆଗକୁ ବଢୁଛି। ଦେଶବ୍ୟାପୀ ବିରୋଧୀ ଦଳଗୁଡ଼ିକ ଏକ ନୂଆ ଶିବିର ଇଣ୍ଡିଆ (ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍ ଆଲାଏନ୍ସ) ଗଠନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବିରୋଧୀ ଏକତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏକ ବଡ଼ ଦାୟିତ୍ୱ ମିଳିବାକୁ ଯାଉଛି। ତାଙ୍କୁ ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ)ର ଆବାହକ କରାଯିବ। ସେହିପରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଏହି ୧୧ ଜଣିଆ ସମନ୍ୱୟ ସମିତିର ଅଧ୍ୟକ୍ଷା କରାଯାଇପାରେ।

ନୀତୀଶ-ସୋନିଆଙ୍କ ପାଇଁ ବଡ ଦାୟିତ୍ୱ

ବିହାରରେ ଶାସକ ମହାମେଣ୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତର ସମସ୍ତ ପ୍ରମୁଖ ସହଯୋଗୀ ଦଳର ଶୀର୍ଷ ନେତା ଓ କଂଗ୍ରେସ ନେତୃତ୍ୱ ଆବାହକଭାବେ ନୀତୀଶଙ୍କ ନାମକୁ ନେଇ ସହମତି ପ୍ରକାଶ କରିଛନ୍ତି। ମୁମ୍ବାଇ ବୈଠକରେ ଏହାକୁ ଆନୁଷ୍ଠାନିକଭାବେ ଘୋଷଣା କରାଯିବ। ସୂତ୍ରରୁ ପ୍ରକାଶ ଯେ କଂଗ୍ରେସର ବରିଷ୍ଠ ନେତା ଚାହୁଁଛନ୍ତି ଯେ ସୋନିଆ ଗାନ୍ଧୀ ସମନ୍ୱୟ ସମିତିର ନେତୃତ୍ୱ ନିଅନ୍ତୁ। ଏହା ପୂର୍ବରୁ ସେ ୟୁପିଏର ଅଧ୍ୟକ୍ଷ ମଧ୍ୟ ଥିଲେ। ସୋନିଆ କିମ୍ବା ତାଙ୍କ ଦ୍ୱାରା ନିଯୁକ୍ତ କୌଣସି ବରିଷ୍ଠ ବ୍ୟକ୍ତିଙ୍କୁ ସମନ୍ୱୟ ସମିତିର ନେତୃତ୍ୱ ଦିଆଯିବା ଉଚିତ ବୋଲି ସେ କହିଛନ୍ତି।

ମୁମ୍ବାଇ ବୈଠକରେ ଏହି ଘୋଷଣା କରାଯିବ

ମହାମେଣ୍ଟର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ସୋନିଆ ଗାନ୍ଧିଙ୍କୁ ଏହି ମାମଲାରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ନିବେଦନ କରାଯିବ। ଏ ନେଇ ସେମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଜୁଲାଇ ୧୮ରେ ବେଙ୍ଗାଲୁରୁରେ ବିରୋଧୀ ଦଳର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପରବର୍ତ୍ତୀ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଯେଉଁଥିରେ ୧୧ ଜଣିଆ ସମନ୍ୱୟ କମିଟି ଚୟନ କରାଯିବ।

ପୂରା ମାମଲାରେ କେସି ତ୍ୟାଗୀ କ’ଣ କହିଛନ୍ତି

ଜେଡିୟୁର ବରିଷ୍ଠ ନେତା ତଥା ମୁଖ୍ୟ ମୁଖପାତ୍ର କେସି ତ୍ୟାଗୀ କହିଛନ୍ତି ଯେ ତାଙ୍କ ଦଳ ବିରୋଧୀ ଏକତା ପାଇଁ ନିରନ୍ତର ସକ୍ରିୟ ରହିଛି। ଆମ ନେତା ନୀତୀଶ କୁମାରଙ୍କ ରାଜନୈତିକ ଓ ପ୍ରଶାସନିକ ଉଚ୍ଚତା ସରକାର କିମ୍ବା ସଂଗଠନର ଯେକୌଣସି ବଡ଼ ପଦବୀ ପାଇଁ ଉପଯୁକ୍ତ। ଭାରତର ସହଯୋଗୀ ଦଳମାନଙ୍କ ପାଇଁ ଆସନ ବୁଝାମଣା ଫର୍ମୁଲା ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି ଯେ ସମସ୍ତ ଦଳ ଏକାଠି ବସିବା ପରେ ହିଁ ଆସନ ବୁଝାମଣା ଚୂଡ଼ାନ୍ତ ହେବ।

Categories
ବିଶେଷ ଖବର

୨୦୨୪ ଲୋକସଭା ନିର୍ବାଚନ: ଏକାକୀ ବିଜେପିକୁ ମିଳିବ କେତେ ଆସନ, କଂଗ୍ରେସର କ’ଣ ହେବ, ଦେଖନ୍ତୁ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ ମାତ୍ର ୬-୭ ମାସ ବାକି ରହିଛି। ୨୦୨୪ ନିର୍ବାଚନରେ କିଏ ସରକାର ଗଢ଼ିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ମୋଦି ସରକାର ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ଦାବି କରୁଥିବାବେଳେ ବିରୋଧୀ ଦଳର ମେଣ୍ଟଦ୍ୱାରା ଗଠିତ ବିଜେପି ମେଣ୍ଟ ମଧ୍ୟ ବିଜୟର ସ୍ୱପ୍ନ ଦେଖୁଛି। ବିଶେଷ କରି ୧୦ ବର୍ଷ ଧରି କ୍ଷମତାରୁ ଦୂରରେ ଥିବା କଂଗ୍ରେସ ପାଇଁ ଏହି ଲଢ଼େଇ ଆହୁରି ଖାସ୍। ତେବେ ମୁଖ୍ୟ ବିରୋଧୀ ଦଳ ପାଇଁ ସ୍ଥିତି ଏତେ ସହଜ ନୁହେଁ। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଦେଶର ସବୁଠାରୁ ପୁରୁଣା ଦଳ ଏତେ ଦୁର୍ବଳ ହୋଇପଡ଼ିଛି। ନିକଟରେ ହୋଇଥିବା ସର୍ଭେ ମଧ୍ୟ ଏହାର ଆଶାକୁ ଧୂଳିସାତ କରୁଥିବା ଜଣାପଡ଼ିଛି। ଇଣ୍ଡିଆ ଟିଭି ଏବଂ ସିଏନ୍ଏକ୍ସର ସଦ୍ୟତମ ଜନମତ ସର୍ଭେରେ କଂଗ୍ରେସ ଏକାକୀ ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦେଖାଯାଉନାହିଁ । ସଦ୍ୟତମ ସର୍ଭେରେ ଏନଡିଏକୁ ୩୦୩ ଟି ଆସନ ମିଳିବାର ସମ୍ଭାବନା ରହିଛି, ଯେଉଁଥିରୁ ବିଜେପି ଏକାକୀ ୨୯୦ ଟି ଆସନ ପାଇବ ବୋଲି ଆଶା କରାଯାଉଛି। ସେହିପରି ନୂଆ ମେଣ୍ଟ ଆଇଏନଡିଆଇଏର ସହଯୋଗୀ କଂଗ୍ରେସ ଏକାକୀ ମାତ୍ର ୬୬ଟି ଆସନ ପାଇପାରେ। ଅର୍ଥାତ୍ ୨୦୨୪ରେ ଯଦି ଏହି ନିର୍ବାଚନ ସଠିକ୍ ପ୍ରମାଣିତ ହୁଏ, ତେବେ କଂଗ୍ରେସ ଏକାକୀ ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ।

ବିଜେପି ବନାମ କଂଗ୍ରେସରେ କିଏ ଆଗୁଆ?

ସର୍ଭେ ଅଫ୍ ଇଣ୍ଡିଆ ଟିଭି ଏବଂ ସିଏନ୍ଏକ୍ସ ଅନୁଯାୟୀ ଏନଡିଏକୁ ୩୦୩ ଟି ଆସନ ମିଳିଥିବା ବେଳେ ବିଜେପି ଏକାକୀ ୨୯୦ ଟି ଆସନ ଜିତିପାରିବ। ଅର୍ଥାତ୍ ବିଜେପି ଚାହିଁଲେ ଦେଶରେ ଏକାକୀ ସରକାର ଚଳାଇପାରିବ। ନୂଆ ମେଣ୍ଟ ବିଷୟରେ କହିବାକୁ ଗଲେ କଂଗ୍ରେସ ଏଥିରେ ସାମିଲ ହୋଇ କୌଣସି ବିଶେଷ ଫାଇଦା ଦେଖୁନାହିଁ। ଜନମତ ସର୍ବେକ୍ଷଣ ଅନୁଯାୟୀ ଚଳିତ ଲୋକସଭା ନିର୍ବାଚନରେ ଭାରତକୁ ୫୪୩ ଆସନରୁ ୧୭୫ ଟି ଆସନ ମିଳୁଥିବାବେଳେ ସେଥିରୁ କଂଗ୍ରେସକୁ ମାତ୍ର ୬୬ ଟି ଆସନ ମିଳିପାରେ। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ୩୦୩ଟି ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ମାତ୍ର ୫୨ଟି ଆସନରେ ବିଜୟୀ ହୋଇଥିଲା। ୨୦୨୪ ସର୍ଭେରେ ବିଜେପିର ଆସନ ହ୍ରାସ ପାଇଥିଲେ ମଧ୍ୟ ବିଜେପି ଏକାକୀ ସରକାର ଗଢ଼ିବାରେ ସକ୍ଷମ। ୨୦୨୪ରେ କଂଗ୍ରେସର ଆସନ ବଢ଼ୁଥିବା ଜଣାପଡ଼ୁଥିଲେ ହେଁ ଏକାକୀ ସରକାର ଗଢ଼ିବ ବୋଲି ମନେ ହେଉନାହିଁ।

୨୦୨୪ ନିର୍ବାଚନରେ କିଏ ଜିତିବ କେତେ ଆସନ?

୨୦୨୪ ଚୟନ ଫାଇନାଲରେ ନମ୍ବର ଗେମରେ ଅଟକିଯିବ । ସଦ୍ୟତମ ସର୍ଭେ ଅନୁଯାୟୀ ବିଜେପି ସର୍ବାଧିକ ୨୯୦, କଂଗ୍ରେସ ୬୬, ଆମ୍ ଆଦମୀ ପାର୍ଟି ୧୦, ଟିଏମସି ୨୯, ବିଜୁ ଜନତା ଦଳ ୧୩, ଶିବସେନା (ସିନ୍ଧେ ଗୋଷ୍ଠୀ) ୨, ଶିବସେନା (ୟୁଟିଟି) ୧୧, ସମାଜବାଦୀ ପାର୍ଟି ୪, ବହୁଜନ ସମାଜ ପାର୍ଟି ୦, ରାଷ୍ଟ୍ରୀୟ ଜନତା ଦଳ ୭, ଜନତା ଦଳ ୟୁନାଇଟେଡ୍ ୭, ଡିଏମ୍କେ ୧୯। ଏକ୍ଜିଟ୍ ପୋଲରେ ଏଆଇଏଡିଏମକେର ୮ଟି, ଏନସିପି (ଶରଦ ଗୋଷ୍ଠୀ)କୁ ୪ଟି, ଏନସିପି (ଅଜିତ ଗୋଷ୍ଠୀ)କୁ ୨ଟି, ୱାଇଏସଆର କଂଗ୍ରେସକୁ ୧୮ଟି, ଟିଡିପିକୁ ୭ଟି, ବାମପନ୍ଥୀଙ୍କୁ ୮ଟି, ବିଆରଏସକୁ ୮ଟି ଏବଂ ଅନ୍ୟ ସ୍ୱାଧୀନପ୍ରାର୍ଥୀଙ୍କୁ ୩୦ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଏନଡିଏ ନା ଇଣ୍ଡିଆ… ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ ଉପରେ କାହାର ସ୍ଥିତି ମଜବୁତ?, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଦିନ ଲୋକସଭାରେ ଦିଲ୍ଲୀ ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ସମ୍ବନ୍ଧୀୟ ଅଧ୍ୟାଦେଶକୁ ବଦଳାଇବା ପାଇଁ ସେବା ବିଲ୍ ଆଗତ କରିଛନ୍ତି। ଏହି ସମୟରେ ଯେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିରୋଧୀ ଦଳକୁ ଟାର୍ଗେଟ କରିଥିଲେ, ସେତେବେଳେ କଂଗ୍ରେସ ଏବଂ ପଶ୍ଚିମବଙ୍ଗ ସିଏମ ମମତା ବାନାର୍ଜୀଙ୍କ ଦଳ ତୃଣମୁଲ କଂଗ୍ରେସ ଏହାର ପାଲଟା ଆକ୍ରମଣ କରିଥିଲା। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ YS ଜଗନ୍ ମୋହନ ରେଡ୍ଡୀଙ୍କ YSR କଂଗ୍ରେସ ପାର୍ଟି ଏବଂ ଓଡିଶା ସିଏମ୍ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ (ବିଜେଡି) ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଯଦିଓ ଲୋକସଭାରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି, କିନ୍ତୁ ରାଜ୍ୟସଭାରେ କିଏ ଅଧିକ ରହିଛି? ଆସନ୍ତୁ ଜାଣିବା…

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ରାଜ୍ୟସଭାରେ ଏନଡିଏର ୧୦୦ ସାଂସଦ ଅଛନ୍ତି। ବିଜେଡି ଏବଂ YSR କଂଗ୍ରେସ ପାର୍ଟିର ସମର୍ଥନ ସହିତ ଏନଡିଏରେ ୧୧୮ ସାଂସଦଙ୍କ ସମର୍ଥନ ରହିଛି। ଏହା ବ୍ୟତୀତ ସାଧାରଣତଃ ମନୋନୀତ ସଦସ୍ୟମାନେ ମଧ୍ୟ ସରକାରଙ୍କୁ ସମର୍ଥନ କରନ୍ତି।

ସେହିଭଳି ୨୬ ଟି ବିରୋଧୀ ଦଳ ସହିତ INDIA ର ରାଜ୍ୟସଭାରେ ୧୦୧ ସାଂସଦ ଅଛନ୍ତି। ଏହା ବ୍ୟତୀତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଦଳ ଭାରତ ରାଷ୍ଟ୍ର ସମିତି ବିରୋଧୀ ଶିବିରକୁ ସମର୍ଥନ କରିବେ ବୋଲି ବିଶ୍ୱାସ କରାଯାଉଛି। ଏହାର କାରଣ ହେଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ବିଷୟରେ ବିଆରଏସ ମୁଖ୍ୟ କେସିଆରଙ୍କୁ ଭେଟିଥିଲେ। ଏହି ସମୟରେ କେକେଆର କହିଥିଲେ ଯେ ସେ କେଜ୍ରିୱାଲଙ୍କ ସହ ଅଛନ୍ତି। ରାଜ୍ୟସଭାରେ ବିଆରଏସର ୭ ଜଣ ସାଂସଦ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବଙ୍ଗଳା ବିଧାନସଭାରେ ପାରିତ ହେଲା ମଣିପୁର ଉପରେ ପ୍ରସ୍ତାବ, ଟିଏମସି-ବିଜେପି ମୁହାଁମୁହିଁ

କଲିକତା: ମଣିପୁର ହିଂସା ମାମଲା ଗତ ତିନି ମାସ ଧରି ଚର୍ଚ୍ଚାର ବିଷୟ ପାଲଟିଛି। ବିରୋଧୀ କ୍ରମାଗତ ଭାବରେ କେନ୍ଦ୍ର ଏବଂ ମୋଦୀ ସରକାରଙ୍କ ଉତ୍ତର ଦାବି କରୁଛନ୍ତି। ମଣିପୁର ପ୍ରସଙ୍ଗରେ ଗୃହରେ ଭାଷଣ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦାବି କରାଯାଉଛି। ସେପଟେ ବଙ୍ଗଳା ବିଧାନସଭାରେ ମଣିପୁର ଉପରେ ଏକ ସଂକଳ୍ପ ପାରିତ ହୋଇଛି। ଏହା ପରେ ବିଜେପି ବିଧାୟକମାନଙ୍କୁ ମଧ୍ୟ ଗୃହରେ ଭାଷଣ ଦେବାର ସୁଯୋଗ ଦିଆଯାଇଥିଲା।

ବିଜେପିର ହିରନମୟ ଚଟ୍ଟୋପାଧ୍ୟାୟ କହିଛନ୍ତି ଯେ, ଟୁକଡେ-ଟୁକଡ଼େ ଗ୍ୟାଙ୍ଗ ଏବଂ ‘ଇଣ୍ଡିଆ’ ସମାନ। ମଣିପୁର ଉପରେ ଆଲୋଚନା ହେଉଛି, କିନ୍ତୁ ରାଜସ୍ଥାନ କାହିଁକି ଆଲୋଚନା କରାଯାଉନାହିଁ। ମମତା ବାନାର୍ଜୀ ମଣିପୁର, ୟୁପି, ମହାରାଷ୍ଟ୍ର, ଆସାମ ଦେଖିପାରିବେ କିନ୍ତୁ ବଙ୍ଗଳାରେ ହିଂସା ଦେଖିପାରୁନାହାଁନ୍ତି।

ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ମଣିପୁର ଅନ୍ୟ ଏକ ରାଜ୍ୟ। ସେଠାର କୌଣସି ସମସ୍ୟା, ସଂସଦରେ ବିତର୍କ କରାଯାଇପାରେ, କିନ୍ତୁ ଅନ୍ୟ କୌଣସି ରାଜ୍ୟ ଏହା ଉପରେ ବିତର୍କ କରିବାର ଅଧିକାର ନାହିଁ। ଏହି ମାମଲା ସୁପ୍ରିମକୋର୍ଟରେ ଅଛି ଏବଂ ଶୁଣାଣି ଚାଲିଛି। ରାଜନୈତିକ ଲାଭ ପାଇଁ ଆପଣ ଏହା କରିଛନ୍ତି।୨୦୨୧ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଘଟିଥିବା ମୃତ୍ୟୁ ବିଷୟରେ କେବେବି ଆଲୋଚନା କରାଯାଇ ନାହିଁ।

Categories
ଆଜିର ଖବର ଜାତୀୟ ଖବର

କୌଣସି ମୂହୁର୍ତ୍ତରେ ଏନଡିଏକୁ ଫେରିପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର: କେନ୍ଦ୍ର ମନ୍ତ୍ରୀ

ମୁମ୍ବାଇ: ଗତ ବର୍ଷ ଭାରତୀୟ ଜନତା ପାର୍ଟି ସହିତ ସମ୍ପର୍କ ଭାଙ୍ଗିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯେକୌଣସି ସମୟରେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) କୁ ଫେରିପାରିବେ ବୋଲି ଆଜି କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱାଲେ କହିଛନ୍ତି। ରାମଦାସ ଆଠୱାଲେ ହେଉଛନ୍ତି ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆର ସଭାପତି। ତାଙ୍କ ଦଳ ଏନଡିଏର ଏକ ଅଂଶ।

କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଆଠୱାଲେ କହିଛନ୍ତି ଯେ, ନୀତୀଶ କୁମାର ଏହା ପୂର୍ବରୁ ଏନଡିଏର ଏକ ଅଂଶ ଥିଲେ ଏବଂ ବିହାରରେ ଗତ ବିଧାନସଭା ନିର୍ବାଚନରେ ​​ବିଜେପି ଅଧିକ ଆସନ ପାଇବା ସତ୍ତ୍ୱେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା।

ବିରୋଧୀ ‘ଇଣ୍ଡିଆ’ ମିଳିତ ମେଣ୍ଟକୁ ଟାର୍ଗେଟ କରି କେନ୍ଦ୍ର ମନ୍ତ୍ରୀ ଆଠୱାଲେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବା ଏହାର ଏକମାତ୍ର ଏଜେଣ୍ଡା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ବିଜେପି ଭିତରେ ନିତିଦିନ ଚାଲିଛି ଛକାପଞ୍ଚା, ନ ହେଲେ ଏମିତି କେମିତି ହୁଅନ୍ତା ?

ଭୁବନେଶ୍ବର: ଓଡିଶା ବିଜେପି ଭିତରେ କିଛି ଗୋଟେ ଛକାପଞ୍ଚା ଚାଲିଛି। ଯାହା ବାହାରକୁ ସ୍ପଷ୍ଟ ଦେଖାଯାଉଥିଲେ ମଧ୍ୟ ଭିତରେ କେହି ସ୍ବୀକାର କରୁ ନାହାଁନ୍ତି। ହେଲେ ଭିତରେ ଭିତରେ ତାଙ୍କ ମଧ୍ୟରେ ଲଢେଇ ଚାଲିଛି ଯାହା ଜଳଜଳ ହୋଇ ଦେଖାଯାଉଛି। ତାଙ୍କର ଭିତରର ଗୋଟିଏ ଦଳ ପୁରା ବିଜେପିକୁ ନିଜ କବଜାରେ ରଖି ନିୟନ୍ତ୍ରଣ କରିବାକୁ ଚେଷ୍ଠା କରୁଛନ୍ତି। ଫଳରେ ଅନ୍ୟମାନେ ଅବହେଳିତ ହୋଇପ଼ିଛନ୍ତି। ଯାହା ତାଙ୍କ ମିଡିଆ ଗ୍ରୁପରୁ ଜଣାପଡିଛି।

ଗତକାଲି ଓଡିଶାର ବିଜେପି ନେତା ବୈଜୟନ୍ତ ପଣ୍ଡା ପୁଣି ଥରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେଲେ। ସେ ଲଗାତର ତିନିଥର ଏହି ପଦବୀରେ ରହିଆସିଲେଣି। ହେଲେ ଆଶ୍ଚର୍ଯ୍ୟର କଥା ସେ ନେଇ କୌଣସି ଖବର ରାଜ୍ୟ ବିଜେପି ତରଫରୁ ପ୍ରଦାନ କରାଗଲା ନାହିଁ। କେବଳ କେନ୍ଦ୍ର ବିଜେପିର ଯେଉଁ ନାମ ତାଲିକା ପ୍ରକାଶ କରାଯାଇଥିଲା ତାହା ପ୍ରଦାନ କରି ଦିଆଗଲା। ସେ ଓଡିଶାରୁ ଏକମାତ୍ର ନେତା ହିସାବରେ ଏହି ଲମ୍ବା ତାଲିକାରେ ଅଛନ୍ତି, ତାହାକୁ ବିଜେପି ମିଡିଆ ଗୁରୁତ୍ବ ଦେଲା ନାହିଁ।

ସେହିପରି ଆଉ ଏକ ଘଟଣା ମଧ୍ୟ ଉଦାହରଣ ଭାବେ ନିଆଯାଇପାରେ। ତାହା ହେଲା ନିକଟରେ ଭୁବନେଶ୍ବର ସାଂସଦ ଅପରାଜିତ ଷଡଙ୍ଗୀ ଟାଙ୍ଗୀରେ ଏକ ଜନସମାବେଶ କରିଥିଲେ। ସେଥିରେ ଦଳୀୟ ସଭାପତି ମନମୋହନ ସାମଲ ଯୋଗ ଦେଇଥିଲେ। ଏଥିରେ ସାଂସଦ ଅପରାଜିତା ଷଡଙ୍ଗୀ ପ୍ରାୟ 45 ମିନଟ ଧରି ଭାଷଣ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ମନମୋହନ ମାତ୍ର 15 ମିନିଟରେ ଭାଷଣ ଶେଷ କରିଥିଲେ।

ହେଲେ ବିଜେପି ତରଫରୁ ଯେଉଁ ପ୍ରେସ ରିଲିଜ ଦିଆଗଲା ସେଥିରେ ମନମୋହନ କଣ କହିଲେ ତାହା ବିସ୍ତୁୃତ ଭାବେ ପ୍ରଦାନ କରାଯାଇଥିଲା। କିନ୍ତୁ ଅପରାଜିତା କଣ କହିଲେ ସେ କଥା ଆଦୌ ଗୁରୁତ୍ବ ଦିଆଯାଇ ନ ଥିଲା କି ଉଲ୍ଲେଖ କରାଯାଇ ନ ଥିଲା। ବିଜେପି ଖବରରେ କେବଳ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏହି ସଭାରେ ଯୋଗ ଦେଇଥିଲେ ବୋଲି ଲେଖି ଦୋଷ ତୁଟାଇ ଥିଲେ। ବିଜେପିର ଏପରି ତଥ୍ୟକୁ ନେଇ ବହୁ ଦଳୀୟ ନେତା ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।

ତେବେ ସବୁଠାରୁ ବଡ ଗୁରୁତ୍ବପୂର୍ଣ୍ଣ ଘଟଣା ହେଲା ଯେ, ଓଡିଶା ପ୍ରଭାରୀ ସୁନୀଲ ବଂଶଲଙ୍କ ଓଡିଶା ଗସ୍ତ ଏବଂ ତାଙ୍କ ବୈଠକ। ଆଶ୍ଚର୍ଯ୍ୟର କଥା ସୁନୀଲ ବଂଶଲର କୌଣସି ଖବର ଓଡିଶା ବିଜେପି ତରଫରୁ ପ୍ରଦାନ କରାଯାଉ ନାହିଁ। କିଛି ଦିନ ତଳେ ସୁନୀଲ ବଂଶଲ ଓଡିଶା ଆସି ରାଜ୍ୟ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିଥିଲେ। ହେଲେ ସେତେବେଳେ ତାଙ୍କର ସମୀକ୍ଷା ବୈଠକ ଖବର ଦଳ ତରଫରୁ ପ୍ରଦାନ କରାଗଲା ନାହିଁ। ଏପରିକି ତାଙ୍କର ଗୋଟିଏ ଫଟୋଟିଏ ମଧ୍ୟ ପ୍ରଦାନ କରାଗଲା ନାହିଁ।

ଏ ସବୁକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହୋଇଛି ଯେ, ରାଜ୍ୟ ବିଜେପି ଭିତରେ ଭିତରେ କିଛି ନା କିଛି ଚକାପଞ୍ଚା ଚାଲିଛି। ତେବେ ଏ ନେଇ ଜଣେ ବରିଷ୍ଠ ବିଜେପି ନେତା ଯାହା କହିଲେ ତାହା ଆହୁରି ଆଶ୍ଚର୍ଯ୍ୟଜନକ। ତାଙ୍କର କହିବା କଥା ଯେ, ରାଜ୍ୟ ବିଜେପି ମିଡିଆ କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ପଛରେ ଲାଗିଛି।

କୋଲକାତାରେ ହେଉ କିମ୍ବା ଦିଲ୍ଲୀରେ, ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଠାରେ ବୈଠକ କଲେ ତାହାର ବଡ ବଡ ରିପୋର୍ଟ କରି ପଠାଯାଉଛି। ହେଲେ ଅନ୍ୟ ବେଳକୁ ବିଜେପି ମିଡିଆ ଚୁପ ରହୁଛି। ବର୍ତ୍ତମାନ ନିର୍ବାଚନ ପାଖେଇଲାଣି, ଯଦି ଓଡିଶା ବିଜେପି ଭିତରେ ଏପରି ଛକାପଞ୍ଚା ଲାଗି ରହେ ତେବେ ସେମାନେ କିପରି ମୁକାବିଲା କରିବେ ତାହା ସନ୍ଦେହ ସୃଷ୍ଟି କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ଟାର୍ଗେଟ୍‌ରେ ଓଡ଼ିଶାରେ ହାରିଥିବା ୧୩ ଲୋକସଭା ଆସନ

ଭୁବନେଶ୍ୱର: ଲୋକସଭା ନିର୍ବାଚନରେ ଓଡ଼ିଶାରୁ ଅଧିକରୁ ଅଧିକ ଆସନରେ ଜିତିବା ପାଇଁ ବିଜେପି ପକ୍ଷରୁ ରଣନୀତି ଆରମ୍ଭ ହୋଇଯାଇଛି। ଗତ ୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ହାରିଥିବା ୧୩ଟି ଆସନରେ କାହିଁକି ହାରିଲା ଓ ଏବେ କ’ଣ ସ୍ଥିତି ଅଛି ସେ ନେଇ ସମୀକ୍ଷା ହୋଇଛି।

ଇତି ମଧ୍ୟରେ ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଦଳୀୟ ନେତାଙ୍କୁ ଗତ ନିର୍ବାଚନରେ ହାରିଥିବା ୧୩ଟି ଲୋକସଭା ଆସନ ଜିତିବା ପାଇଁ ରଣନୀତି ପ୍ରସ୍ତୁତ କରି କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏବେ ବିଜେପିର ସାଂସଦ ଥିବା ୮ଟି ଆସନ ସହିତ ଅଧିକରୁ ଅଧିକ ଆସନରେ ଜିତିବା ପାଇଁ ବଂଶଲ ପର୍ଯ୍ୟବେକ୍ଷକ, ପ୍ରଭାରୀ, ସଂଯୋଜକ, ବିସ୍ତାରକମାନଙ୍କୁ ସତର୍କ କରାଇଛନ୍ତି।

କେନ୍ଦ୍ରରେ ମୋଦୀ ସରକାରର ୯ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନେଇ ଗଠନ ହୋଇଥିବା କମିଟିର ସଂଯୋଜକ ସାଂସଦ ପ୍ରତାପ ଷଡ଼ଙ୍ଗୀ, ହାରିଥିବା ୧୩ଟି ଲୋକସଭା ଆସନ ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ, କନ୍ଧମାଳ, ଆସ୍କା, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର ଲୋକସଭା ଆସନର ପ୍ରଭାରୀ, ସଂଯୋଜକ, ବିସ୍ତାରକମାନଙ୍କୁ ନେଇ ସମୀକ୍ଷା ହୋଇଛି।

ଗତଥର ସାରାଦେଶରେ ମୋଦୀ ହାୱା ଯୋଗୁ ବିଜେପି କ୍ଷମତାକୁ ଆସିଥିଲା। ଓଡ଼ିଶାରେ ଗୋଟିଏରୁ ଉଠି ୮ଟି ଆସନ ଜିତିଥିଲା। ୧୩ଟିରେ ହାରିଥିଲେ ମଧ୍ୟ ଅଧିକାଂଶ କମ୍ ବ୍ୟବଧାନରେ ହାରି ସିଟ୍‌ରେ ଦ୍ୱିତୀୟ ସ୍ଥାନରେ ଥିଲା। କେଉଁ ଲୋକସଭା ଆସନରେ ସାଂସଦ ପ୍ରାର୍ଥୀ ବଦଳିବା ଦରକାର ନା ନାହିଁ, କିଏ ସାଂସଦ ପ୍ରାର୍ଥୀ ହେବା ଦରକାର ସେନେଇ ସଂଗଠକମାନଙ୍କର ମତାମତ ମଧ୍ୟ ଦଳୀୟ ସ୍ତରରେ ସଂଗ୍ରହ ହୋଇସାରିଛି।

ମିଳିଥିବା ସୂଚନା ଅନୁସାରେ ପୂର୍ବ ନିର୍ବାଚନରେ ବିଜୟୀ ହୋଇଥିବା ସମ୍ବଲପୁର, ବାଲେଶ୍ୱର, ମୟୁରଭଞ୍ଜ, କଳାହାଣ୍ଡି ଆସନରେ ବିଜୟୀ ହୋଇଥିବା ସାଂସଦ ଏବେ ଲୋକପ୍ରିୟତା ହରାଇଥିବାରୁ ସେମାନଙ୍କୁ ଆଗାମୀ ନିର୍ବାଚନରେ ଟିକଟ ମିଳିବାର ସମ୍ଭାବନା ନାହିଁ। ଏପରିକି ଢେଙ୍କାନାଳ, କେନ୍ଦୁଝର, ନବରଙ୍ଗପୁର, କଟକ, କେନ୍ଦ୍ରାପଡ଼ା, ବ୍ରହ୍ମପୁର ଲୋକସଭା ଆସନରେ ମଧ୍ୟ ନୂଆ ପ୍ରାର୍ଥୀ ଦେବାକୁ ଦଳୀୟ ସମୀକ୍ଷା ବୈଠକରେ ମତ ପ୍ରକାଶ ପାଇଥିବା ଜଣାପଡ଼ିଛି।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ରେକର୍ଡକୁ ନେଇ ବିଜେଡି ବିଜେପି ମୁହାଁମୁହିଁ, କହିଲେ ଏପରି କଥା

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଦେଶରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବା ରେକର୍ଡକୁ ନେଇ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି। ଏ ନେଇ ଆଜି ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଏହି ରେକର୍ଡକୁ ନେଇ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପ୍ରତିଶୃତି ପାଳନ ନ କରିବାରେ ମଧ୍ୟ ରେକର୍ଡ କରିଛନ୍ତି।

ସେ କହିଛନ୍ତି ଯେ, ଓଡ଼ିଶାର ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ବାସହୀନଙ୍କୁ ପଟ୍ଟା ଓ ଘର ଦେବା, ଶିଳ୍ପାୟନ ମାଧ୍ୟମରେ ସ୍ଥାନୀୟ ଯୁବକଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ ତାହାକୁ ପାଳନ ନକରିବାର ସର୍ବଶ୍ରେଷ୍ଠ ରେକର୍ଡ ଅଛି । ମୋଦି ସରକାର ଘରେ ଘରେ ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ଥା କରିବା ପରେ ମଧ୍ୟ ପାଣି ଦେବା ପାଇଁ ଆପଣଙ୍କ ସରକାର ଆଜି ଅକ୍ଷମ।

ତେବେ ଏହାର କଡା ଜବାବ ଦେଇଛନ୍ତି ବିଜେଡି ନେତା ଲେନିନ ମହାନ୍ତି। ସେ କହିଛନ୍ତି ଯେ, ବିଜେପି ନେତା ଶ୍ରୀ ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ପଦରୁ ବିଦା ହେବାପରେ ନିଜର ରାଜନୈତିକ ସ୍ଥିତି ହରାଇଛନ୍ତି। ରାଜନୀତିରେ ତିଷ୍ଠି ରହିବା ପାଇଁ ଆଜିକାଲି ସେ ଆପ୍ରାଣ ଉଦ୍ୟମ ଚଳାଇବା ସହିତ ଟୁଇଟ୍‍ ଜରିଆରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛନ୍ତି । ଆମେ ତାଙ୍କର ନିରାଶା ଏବଂ ହତାଶାକୁ ବୁଝୁଛୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି।

ଏକ ଟୁଇଟ୍‍ ଜରିଆରେ ବିଜେପି ନେତା ଶ୍ରୀ ମହାନ୍ତିଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି ଯେ ପୂର୍ବତନ ରାଜ୍ୟ ବିଜେପି ସଭାପତି ତାଙ୍କର ଅର୍ଥହୀନ ଏବଂ ବୁଦ୍ଧିହୀନ ଟୁଇଟ୍‍ ଜରିଆରେ ରାଜନୀତିରେ ପ୍ରାସଙ୍ଗିକ ହୋଇ ରହିବା ଏବଂ ଓଡ଼ିଶା ବିଜେପି ରାଜନୀତିରେ ନିଜର ରାଜନୈତିକ ଅସ୍ତିତ୍ୱ ଖୋଜିବାକୁ ଚେଷ୍ଟା କରୁଥିବାରୁ ଆମେ ତାଙ୍କ ପ୍ରତି ସହାନୁଭୂତି ଦେଖାଉଛୁ। ଆମେ ଆଶା କରୁଛୁ ଯେ ତାଙ୍କର ଓଡିଶା ବିଜେପି ସହକର୍ମୀମାନେ ତାଙ୍କ ପ୍ରତି ଅନୁରୂପ ଭାବେ ଅଧିକ ଦୟା ଏବଂ ସହାନୁଭୂତି ଦେଖାଇବେ।

Categories
ଆଜିର ଖବର ଜାତୀୟ ଖବର

ଗଣତନ୍ତ୍ରକୁ ବିଜେଡ଼ି ଅପହରଣ କରିଛି: ପ୍ରଦେଶ କଂଗ୍ରେସ ସଭାପତି

ଭୁବନେଶ୍ୱର: ହୋଟେଲ ମେଫେୟାର କନଭେନସନ ହଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଲେ ଯେ ରାଜ୍ୟରେ ବିଜୁ ଜନତା ଦଳ ଗଣତନ୍ତ୍ରକୁ ଅପହରଣ କରିଦେଇଛି। ଏହି ଅପହରଣକାରୀଙ୍କୁ ବିଜେପି ପ୍ରଚ୍ଛନ ସହାୟତା ପ୍ରଦାନ କରିଚାଲିଛି।

ଶ୍ରୀ ପଟ୍ଟନାୟକ ଅତି କ୍ଷୋଭର ସହ କହିଛନ୍ତି ରାଜ୍ୟବାସୀ ଗଣତନ୍ତ୍ରକୁ ସମ୍ମାନ ଜଣାଇ ଲୋକପ୍ରତିନିଧି ବାଛିଥିଲେ କିନ୍ତୁ ଜନତା ଜନାର୍ଦ୍ଦନଙ୍କର ଅଧିକାରକୁ ସମ୍ମାନ ଦେବା ପରିବର୍ତେ ଗଣତନ୍ତ୍ରର ମୁଖା ପିନ୍ଧି ବିଜୁ ଜନତା ଦଳ ସରକାର ମୁଖ୍ୟମନ୍ତ୍ରୀଙ୍କର ଜଣେ ବ୍ୟକ୍ତିଗତ ସଚିବକୁ ରାଜ୍ୟର ସମସ୍ତ ଶାସନଭାର ଟେକିଦେଇଛନ୍ତି। ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନଙ୍କର ଗଣତାନ୍ତ୍ରିକ ଅଧିକାର ଏବଂ ଦାୟୀତ୍ୱ ରାଜ୍ୟର ଜନସାଧାରଣଙ୍କୁ ଲୋଟିବା ଏବା ତାଙ୍କର ଅଭାବ ଅସୁବିଧାକୁ ଦୂର କରିବାକୁ ଶାସନ ବ୍ୟବସ୍ଥାର ନିଷ୍ପତି ନେବା, କିନ୍ତୁ ଦୁର୍ଭଗ୍ୟର ବିଡ଼ମ୍ବନା ଏ ରାଜ୍ୟର ଜଣେ ବେତନଭୋଗୀ ସରକାରୀ ଅଧିକାରୀ ଏ ସରକାରର ଅପାରଗତା ଯୋଗୁଁ ସର୍ବମୟ କର୍ତା ବୋଲି ଓଡ଼ିଶାର ଜନସାଧାରଣଙ୍କ ଆଗରେ ପ୍ରତିପାଦିତ କରିଛି। କଂଗ୍ରେସ ଦଳ ଏକଛତ୍ରବାଦୀ ଓ ଗଣତନ୍ତ୍ରକୁ ଅସମ୍ମାନ କରୁଥିବା ସରକାର ବିରୁଦ୍ଧରେ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ସାରା ରାଜ୍ୟରେ ଜନ ଆନ୍ଦୋଳନ ସୃଷ୍ଟି କରାଯିବ।

ଦୀର୍ଘ ୨୩ ବର୍ଷର ସରକାର ରାଜ୍ୟର କୃଷକ, ଶ୍ରମିକ, ଛାତ୍ର, ଯୁବ ଓ ମହିଳା ମାନଙ୍କ ମୌଳିକ ଆବଶ୍ୟକତାକୁ ପୁରଣ କରିପାରିନାହାନ୍ତି। ରାଜ୍ୟ ହୁ ହୁ ବେକାରୀ ବୃଦ୍ଧି, କୃଷକ ଆତ୍ମହତ୍ୟା, ଉତ୍ପାଦିତ ଦ୍ରବ୍ୟର ଅଭାବି ବିକ୍ରି, ମହିଳା ଉତପିଡ଼ନ ଓ ଅତ୍ୟାଚାର ବୃଦ୍ଧି ସହିତ ଧର୍ତବ୍ୟ ଅପରାଧର ବହୁ ବୃଦ୍ଧି ଘଟିଛି । କିନ୍ତୁ ଏ ସରକାର ନଂ୧ ସରକାରର ଡିମଡିମ ପିଟୁଛି।

ଡା. ଏ. ଚେଲ୍ଲା କୁମାର, ସାଂସଦ, ଓଡ଼ିଶା କଂଗ୍ରେସ ପ୍ରଭାରୀ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି କହିଲେ ଯେ, ସାରା ଭାରତବର୍ଷରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ନିର୍ବାଚିତ ସରକାର ଗୋଟେ ପ୍ରଶାସନିକ ଅଧିକାରୀ ହାତରେ ସମସ୍ତ କ୍ଷମତା ହସ୍ତାନ୍ତର କରିଦେଇଛନ୍ତି। ଯେଉଁ କାର୍ଯ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ବରିଷ୍ଠ ମନ୍ତ୍ରୀମାନେ କରିବାକଥା ତାହା ଏହି ପ୍ରଶାସନିକ ଅଧିକାରୀ ଜଣଙ୍କ କରୁଛନ୍ତି। ଏହା ଗଣତନ୍ତ୍ର ପ୍ରତି ଘୋର ଅପମାନ।

ଲୋକମାନଙ୍କ ଦ୍ୱାରା ନିର୍ବାଚିତ ବିଧାୟକ ସାଂସଦ ଏବଂ ମନ୍ତ୍ରୀମାନେ ତିନି ମାଙ୍କଡ଼ ଭଳି ଆଚଦ ପ୍ରଦର୍ଶନ କରୁଛନ୍ତି। ଏମାନେ କେହି କିଛି ଦେଖୁନାହାନ୍ତି, ଶୁଣୁନାହାନ୍ତି କି କହୁନାହାନ୍ତି। ରାଜ୍ୟ କଂଗ୍ରେସ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ପତ୍ର ପଠାଇଛନ୍ତି। ଯେଉଁଥିରେ ନିର୍ବାଚିତ ପ୍ରତିନିଧିଙ୍କର ଦାୟିତ୍ୱ, ଗଣତନ୍ତ୍ରକୁ ରକ୍ଷା କରିବା ଓ ସାମ୍ବାଦିକ ବିଧିବ୍ୟବସ୍ଥାକୁ ସମ୍ମାନ ଜଣାଇବାକୁ ଉଲ୍ଲେଖ ଅଛି। ପ୍ରକାଶ ଥାଉକି ଏହି ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟକଳାପକୁ ଏବଂ ଗଣତନ୍ତ୍ରକୁ ହତ୍ୟା କରାଯାଉଥିବା ନେଇ ବହୁ ଚିଠି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସ୍ପିଡିପୋଷ୍ଟ ପଠାଇବାର ସମସ୍ତ ରସିଦ ଉପସ୍ଥାପନ କଲେ।

ଆଶା କରାଯାଉଛି ୨୦୨୪ ରେ ଓଡ଼ିଶାର ଜନସାଧାରଣଙ୍କୁ ବିଜୁ ଜନତା ଦଳ ଓ ବିଜେପିକୁ ଉପଯୁକ୍ତ ଶିକ୍ଷା ଦେବେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଗଣମାଧ୍ୟମର ଅଧ୍ୟକ୍ଷ ଗଣେଶ୍ୱର ବେହେରା ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିର ପ୍ରାର୍ଥୀ ଚୟନ ଆରମ୍ଭ, ଏଥର ସେଲିବ୍ରିଟି ଓ ପ୍ରଶାସକଙ୍କୁ ୧୦ ପ୍ରତିଶତ ଟିକେଟ୍

ଭୁବନେଶ୍ବର : ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧିଦଳର ନେତାମାନଙ୍କ ପାଇଁ ପ୍ରାର୍ଥୀ ଚୟନ କରିବା ଦୂରର କଥା ହୋଇଥିଲା ବେଳେ ମେଣ୍ଟ ପ୍ରକ୍ରିୟା ଚୂଡ଼ାନ୍ତ କରିପାରୁ ନାହାନ୍ତି। କିନ୍ତୁ ବିଜେପି ବିରୋଧିଦଳମାନଙ୍କଠାରୁ ଦୁଇପାଦ ଆଗରେ ରହିଛି। ବିଜେପି ଏପର୍ଯ୍ୟନ୍ତ ଟିକେଟ ବଣ୍ଟନ ଆରମ୍ଭ କରିନଥିଲେ ମଧ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି।

ଦଳ ୪୫୦ଟି ଆସନରେ ଲଢ଼ିବ ବୋଲି ଆକଳନ କରାଯାଉଛି। ଅନ୍ୟଦଳର କିଛି ପ୍ରାର୍ଥୀ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ। ବର୍ତ୍ତମାନ ସୁଦ୍ଧା ଏଭଳି ୧୧ ଜଣଙ୍କ ନାମ ସାମ୍ନାକୁ ଆସିଛି। କ୍ରୀଡ଼ା ଓ ଚଳଚ୍ଚିତ୍ର ଜଗତର କିଛି ପ୍ରସିଦ୍ଧ ବ୍ୟକ୍ତି ମଧ୍ୟ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଛି। ଅତିକମରେ ୧୦ ପ୍ରତିଶତ ଆସନ ବାହାର ଲୋକଙ୍କୁ ଦେବାକୁ ପଡ଼ିବ ବୋଲି ବିଜେପି ନେତାମାନେ ମୋଟାମୋଟି ଆକଳନ କରିଛନ୍ତି।

ଓଡ଼ିଶାରେ ସେଲିବ୍ରିଟି ଖୋଜା ଚାଲିଛି

ଓଡ଼ିଶାରେ ଗତ ଲୋକସଭା ନିର୍ବାଚନରେ ଦୁଇ ଜଣ ପ୍ରଶାସନିକ ଅଧିକାରୀ ନିର୍ବାଚନ ଲଢ଼ିଥିଲେ। ସେମାନେ ହେଲେ କଟକରୁ ପୂର୍ବତନ ଆଇପିଏସ ଅଧିକାରୀ ପ୍ରକାଶ ମିଶ୍ର ଓ ଭୁବନେଶ୍ୱରରୁ ଆଇଏଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ଲୋକସଭା ଆସନରୁ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହୋଇଥିବାବେଳେ ପ୍ରକାଶ ମିଶ୍ର ହାରିଯାଇଥିଲେ।

ସେହିପରି ବିଧାନସଭା ପାଇଁ ଅଭିନେତ୍ରୀ ଅପରାଜିତା ମହାନ୍ତି ଭୁବନେଶ୍ୱର ଉତ୍ତର ଓ ପିଙ୍କି ପ୍ରଧାନ ଦିଗପହଣ୍ଡିରୁ ଲଢି ପରାଜିତ ହୋଇଛନ୍ତି। ଆଗାମୀ ନିର୍ବାଚନରେ ବିଜେପି ଅନେକ ନେତାଙ୍କ ଟିକଟ କାଟି ଭୋଟରମାନଙ୍କୁ ଆକୃଷ୍ଟ କରିପାରୁଥିବା ସେଲିବ୍ରିଟିମାନଙ୍କୁ ଟିକଟ ଦେବାପାଇଁ ଯୋଜନା କରୁଥିବା ଦଳୀୟ ମହଲରେ ଆଲୋଚନା ହେଉଛି।

ଆମଦାନୀ ନେତାଙ୍କୁ ଗୁରୁତ୍ୱ

ବିଜେପିର ପୁରୁଖା ସଦସ୍ୟମାନଙ୍କର ଚିନ୍ତା ରହିଛି ବାହାର ଲୋକମାନେ ଦଳରେ ଯୋଗ ଦେଉଛନ୍ତି ଏବଂ ବଡ଼ ଲାଭ ପାଉଛନ୍ତି। କିଛି ସାଂସଦ, ମନ୍ତ୍ରୀ ଏପରିକି ମୁଖ୍ୟମନ୍ତ୍ରୀ ମଧ୍ୟ ହେଉଛନ୍ତି। ଫଳରେ ପୁରୁଣା ସଦସ୍ୟମାନେ ଖାଲି ହାତରେ ରହୁଛନ୍ତି। ଏବେ ତେଲେଙ୍ଗାନାର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଇତେଲା ରାଜେନ୍ଦ୍ରଙ୍କୁ ରାଜ୍ୟରେ ପ୍ରଚାର କମିଟିର ମୁଖ୍ୟ କରାଯାଇଛି।

ବିଜେପି ଜିତିଲେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ସଙ୍କେତ ମିଳିଛି। ଆଉ ଏକ ପ୍ରସଙ୍ଗ ହେଉଛି ଦଳରେ ଯୋଗ ଦେଉଥିବା ବାହାର ଲୋକମାନେ ହିନ୍ଦୁତ୍ୱ ଏବଂ ଏହାର ଆଦର୍ଶ ବିଷୟରେ ଅଧିକ ସ୍ପଷ୍ଟ ଭାବରେ କହୁଛନ୍ତି, ଯାହା ପୁରୁଣା ସଦସ୍ୟଙ୍କ ପାଇଁ ଲଜ୍ଜାଜନକ ହେବାରେ ଲାଗିଛି। ଆପଣ ବୁଝିପାରିବେ ଏହା କେଉଁଠାରେ ଘଟୁଛି।

Categories
ଆଜିର ଖବର ରାଜ୍ୟ ଖବର

ବିଜେପିର କଳା ପତାକା ଦେଖାଇ ୫-ଟି ସଚିବଙ୍କୁ ବିରୋଧ

ରଣପୁର: ଆଜି ୫-ଟି ସଚିବ ଭି.କେ. ପାଣ୍ଡିଆନ ରଣପୁର ଗସ୍ତରେ ଆସିଥିବା ବେଳେ ବିଜେପି ଯୁବ ମୋର୍ଚ୍ଛା ତରଫରୁ କଳା ପତାକା ପ୍ରଦର୍ଶନ କରାଯାଇ ବିରୋଧ କରାଯାଇଥିଲା। ସଚିବଙ୍କ କାରକେଟ ଆସି ତଳ ସଡକ ନିକଟସ୍ଥ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଛକ ଠାରେ ପହଂଚିବା ବେଳେ ବିଜେପି କର୍ମୀମାନେ କଳା ବ୍ୟାଚ ପିନ୍ଧିବା ସହ କଳା ପତାକା ଦେଖାଇ ବିରୋଧ କରିଥିଲେ। ପରେ ରଥ ପଡିଆରେ ଠାରେ ବିରୋଧ କରିଥିଲେ । ପୁଲିସ ୨୦ ରୁ ଉର୍ଦ୍ଧ ଜଣଙ୍କୁ ଅଟକ ରଖି ପରେ ଛାଡି ଦେଇଥିଲା।

Categories
ବିଶେଷ ଖବର

ବିଜେପି ଛାଡି ଓମାର ଅବଦୁଲ୍ଲାଙ୍କ ଦଳରେ ଯୋଗ ଦେଇଥିବା ସୁରେନ୍ଦ୍ର ଚୌଧୁରୀଙ୍କୁ ମାନହାନୀ ନୋଟିସ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଜଣେ ବଡ଼ ନେତା ନିକଟରେ ଭାରତୀୟ ଜନତା ପାର୍ଟି ଛାଡି ନ୍ୟାସନାଲ କନଫରେନ୍ସରେ ଯୋଗ ଦେଇଥିଲେ। ଏହା ପରେ ଦଳ ପୂର୍ବତନ ବିଜେପି ନେତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛି। ବିଶ୍ୱାସ କରାଯାଏ ଯେ, ମାନହାନିର ଏହି ଦାବି ହେଉଛି ବିଜେପିର ଏକ ଡ୍ୟାମେଜ କଣ୍ଟ୍ରୋଲ ପଦକ୍ଷେପ। ଯେଉଁଥିପାଇଁ ଦଳ ଛାଡୁଥିବା ନେତାମାନଙ୍କୁ ରୋକାଯାଇପାରିବ।

ମାମଲା ଜୁଲାଇ ୧୧ ତାରିଖର ଅଟେ। ରାଜ୍ୟରେ ବିଜେପି ଏବଂ ପିଡିପି ସରକାର ସମୟରେ ପିଡିପି କୋଟାରୁ ଏମଏଲସି ଥିବା ସୁରେନ୍ଦ୍ର ଚୌଧୁରୀ ପୂର୍ବରୁ ପିଡିପି ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଏହା ପରେ ସେ ଜୁଲାଇ ୧୧ ତାରିଖରେ ବିଜେପି ଛାଡି ଜମ୍ମୁ କାଶ୍ମୀର ନ୍ୟାସନାଲ କନଫରେନ୍ସ ପାର୍ଟିରେ ଯୋଗ ଦେଇଥିଲେ।

ସୁରେନ୍ଦ୍ର ଚୌଧୁରୀ ଜମ୍ମୁର ରାଜୌରୀ ଜିଲ୍ଲାର ନୌଶେରା ଅଞ୍ଚଳରୁ ଆସନ୍ତି। ବିଜେପି ରାଜ୍ୟ ସଭାପତି ରବିନ୍ଦ୍ର ରେନା ଏହି ଅଞ୍ଚଳର ପୂର୍ବତନ ବିଧାୟକ। ସୁରେନ୍ଦ୍ର ଚୌଧୁରୀଙ୍କ ନ୍ୟାସନାଲ କନଫରେନ୍ସରେ ଯୋଗଦେବା ସହିତ ନୌଶେରାର ବହୁ ଦଳର ଅଧିକାରୀ ତଥା ବିଜେପି କର୍ମୀମାନେ ମଧ୍ୟ ନ୍ୟାସନାଲ କନଫରେନ୍ସରେ ଯୋଗ ଦେଇଥିଲେ।

ନ୍ୟାସନାଲ କନଫରେନ୍ସରେ ଯୋଗଦେବାବେଳେ ସୁରେନ୍ଦ୍ର ଚୌଧୁରୀ ମଧ୍ୟ ବିଜେପି ଉପରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ବିଜେପି ଏହି ଅଭିଯୋଗକୁ ଗମ୍ଭୀରତାର ସହ ନେଇଛି। ସୁରେନ୍ଦ୍ର ଚୌଧୁରୀଙ୍କ ବିରୋଧରେ ଏହି ଅଭିଯୋଗ ପ୍ରମାଣ କରିବାକୁ ବିଜେପି ରାଜ୍ୟ ସଭାପତି ରବିନ୍ଦ୍ର ରେନା କୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି।

ରବିନ୍ଦ୍ର ରେନା ଏକ ସପ୍ତାହ ମଧ୍ୟରେ ଲିଖିତ ଆକାରରେ କ୍ଷମା ମାଗିବାକୁ ସୁରେନ୍ଦ୍ର ଚୌଧୁରୀଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ମଧ୍ୟ କହିଛନ୍ତି ଯେ, ଯଦି ସେ ତାହା ନକରନ୍ତି ତେବେ ରବୀନ୍ଦ୍ର ତାଙ୍କ ଉପରେ ୫ କୋଟି ଟଙ୍କା ମାନହାନି ମକଦ୍ଦମା ଦାୟର କରିବେ।

ଅନ୍ୟପକ୍ଷରେ ଏହି ନୋଟିସ ବାହାନାରେ ବିଜେପିକୁ ପିଡିପି ଟାର୍ଗେଟ କରିଛି। ସୂତ୍ରରୁ ପ୍ରକାଶ ଯେ, ସୁରେନ୍ଦ୍ର ଚୌଧୁରୀ ବିଜେପି ଛାଡିବା ପରେ ଦଳ ତାଙ୍କ ଉପରେ ଅସନ୍ତୁଷ୍ଟ ଅଛି। ଏହା ସହିତ ଆହୁରି ଅନେକ ନେତା ମଧ୍ୟ ବିଜେପି ଛାଡିପାରନ୍ତି, ଯେଉଁଥି ପାଇଁ ବର୍ତ୍ତମାନ ବିଜେପି କ୍ଷତି ନିୟନ୍ତ୍ରଣରେ ନିୟୋଜିତ ଅଛି ଏବଂ ମାନହାନି ମକଦ୍ଦମା ମଧ୍ୟ ଏହି ସିରିଜରେ ଏକ ଲିଙ୍କ ଅଟେ।

Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନରେ ବିଜେପି-କଂଗ୍ରେସ ପାଇଁ ଆଉ ଏକ ବଡ଼ ଆହ୍ଵାନ, ଆସୁଛି ଆଦିବାସୀ ସମାଜର ନୂଆ ଦଳ

ନୂଆଦିଲ୍ଲୀ: ରାଜସ୍ଥାନରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ ମେୱାଡ଼ କିମ୍ବା ଉଦୟପୁର ଡିଭିଜନର ଆଦିବାସୀ ଭୋଟରଙ୍କ ଉପରେ ବିଜେପି ଏବଂ କଂଗ୍ରେସର ନଜର ରହିଛି। ଦଳଗୁଡିକ କେବଳ ସେମାନଙ୍କୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ଆଦିବାସୀ ଗୋଷ୍ଠୀ ଖୋଲାଖୋଲି ଭାବେ ଆଗକୁ ଆସି ଏକ ନୂତନ ଦଳ ଘୋଷଣା କରିଛନ୍ତି।

ପ୍ରାୟ ୩ ଲକ୍ଷ ଆଦିବାସୀ ବାଂଶୱାଡାର ମାନଗଢରେ ଗୋଟିଏ ଦିନ ପୂର୍ବରୁ ଏକ ଜନସମାଗମ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ଆଦିବାସୀମାନେ ମଧ୍ୟ ୧୭ ଟି ଆସନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏଭଳି ପରିସ୍ଥିତିରେ ଏଠାରେ ବିଜେପି ଏବଂ କଂଗ୍ରେସ ସମ୍ମୁଖରେ ଏକ ବଡ଼ ଚ୍ୟାଲେଞ୍ଜ ଅଛି, କାରଣ ଏହି ଆସନଗୁଡ଼ିକ ସିଧାସଳଖ ଆଦିବାସୀ ଭୋଟରଙ୍କ ଦ୍ୱାରା ପରିଚାଳିତ ହେଉଛି। ଭାରତୀୟ ଟ୍ରାଇବଲ ପାର୍ଟି (ବିଟିପି) ବିଧାୟକ ରାଜ କୁମାର ରୋଟ କ’ଣ କହିଛନ୍ତି ଜାଣନ୍ତୁ।

ଭାରତୀୟ ଟ୍ରାଇବଲ ପାର୍ଟିରେ ବର୍ତ୍ତମାନ ଦୁଇଜଣ ବିଧାୟକ ଅଛନ୍ତି। ଡଙ୍ଗରପୁର ଜିଲ୍ଲାର ଚୌରାସୀ ବିଧାନସଭାର ରାଜ କୁମାର ରୋତ ଏବଂ ସାଗୱାଡ଼ା ବିଧାନସଭାର ରାମପ୍ରସାଦ ଡିଣ୍ଡୋର ଅଛନ୍ତି। ଗତ ନିର୍ବାଚନରେ ​​ଦୁହେଁ ଭାରତୀୟ ଟ୍ରାଇବଲ ପାର୍ଟିର ବିଧାୟକ ହୋଇଥିଲେ। ତଥାପି ଭାରତୀୟ ଟ୍ରାଇବଲ ପାର୍ଟିର ବିଧାୟକ ରାଜକୁମାର ରୋତ କହିଛନ୍ତି ଯେ, ବର୍ତ୍ତମାନ ବିଟିପି ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ଆଦିବାସୀ ସମାଜର ବ୍ୟାନରରେ ଭାରତୀୟ ଟ୍ରାଇବଲ ପାର୍ଟି (ବିଏପି) ଗଠନ ହେବାକୁ ଯାଉଛି, ଯେଉଁଥିପାଇଁ ପ୍ରସ୍ତୁତି ଚାଲିଛି। ନିଜେ ପ୍ରତାପଗଡ ଜିଲ୍ଲା ଉପ-ନିର୍ବାଚନରେ ​​ବିଟିପି ସହିତ ସମ୍ପର୍କ ଭାଙ୍ଗିଥିଲେ। ଏବେ ଉଦୟପୁର ଡିଭିଜନର ୧୭ ଟି ଆସନରେ ପ୍ରାର୍ଥୀ ଦେବାକୁ ଯାଉଛନ୍ତି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କିଛି ଦିନ ପୂର୍ବରୁ ଡୁଙ୍ଗରପୁର ଗସ୍ତରେ ଥିଲେ। ସେ ତାଙ୍କ ଭାଷଣରେ କହିଛନ୍ତି ଯେ, ବିଟିପି ଆମକୁ ସମର୍ଥନ କରିଛି ଏବଂ ସେମାନଙ୍କ ଭବିଷ୍ୟତ ବିଷୟରେ କହିଛନ୍ତି ଯେ ବର୍ତ୍ତମାନ ଉଭୟ ବିଧାୟକଙ୍କୁ କଂଗ୍ରେସ ସହିତ ମିଶ୍ରଣ କରାଯିବା ଉଚିତ। ଏହା ଉପରେ ରାଜ କୁମାର ରୋତ କହିଛନ୍ତି ଯେ ଆମେ ସମର୍ଥନ ଦେଇଛୁ। ଆମ କାରଣରୁ ଗେହଲୋଟ୍ ଆଜି ମୁଖ୍ୟମନ୍ତ୍ରୀ। ସେ ଆମର ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତୁ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ବିପଦରେ ଅଭିଷେକ ବାନାର୍ଜୀଙ୍କ ସଦସ୍ୟତା?, ଲୋକସଭା ବାଚସ୍ପତିଙ୍କ ଠାରେ ଦାବି କଲା ବିଜେପି

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ କଲିକତା ହାଇକୋର୍ଟରେ ବିଜେପି ନେତାମାନଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଛନ୍ତି। ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ବିଜେପି ନେତାମାନଙ୍କୁ ବଞ୍ଚାଇବା ପାଇଁ ହାଇକୋର୍ଟ କାର୍ଯ୍ୟ କରୁଛନ୍ତି। ଏବେ ବିଜେପି ମଧ୍ୟ ଏହାର ପାଲଟା ଆକ୍ରମଣ କରିଛି।

ବିଜେପି ସାଂସଦ ସୌମିତ୍ର ଖାନ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ନ୍ୟାୟପାଳିକା ଉପରେ ଅଭିଷେକ ବାନାର୍ଜୀଙ୍କ ଅଭିଯୋଗ ମନ୍ତବ୍ୟ ପାଇଁ ତାଙ୍କ ଲୋକସଭା ସଦସ୍ୟତା ପ୍ରତ୍ୟାହାର କରାଯିବାକୁ ଦାବି କରିଛନ୍ତି। ଶ୍ରୀ ଖାନ କହିଛନ୍ତି ଯେ, ସେ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ଏଫଆଇଆର ମଧ୍ୟ ଦାଖଲ କରିବେ।

ଅଭିଷେକ ବାନାର୍ଜୀଙ୍କ ଅଭିଯୋଗ:

ଜଷ୍ଟିସ ରାଜଶେଖର ମନ୍ଥାଙ୍କ ନିଷ୍ପତ୍ତିକୁ ଉଲ୍ଲେଖ କରି ଅଭିଷେକ ବାନାର୍ଜୀ କହିଛନ୍ତି ଯେ, ଯଦି ଶୁଭେନ୍ଦୁ ଅଧିକାରୀ ଟ୍ୱିଟରରେ କିଛି ଭୁଲ କରନ୍ତି, ତେବେ ଏଫଆଇଆର ପଞ୍ଜୀକୃତ ହୋଇପାରିବ ନାହିଁ। ଅଭିଷେକ କହିଛନ୍ତି ଯେ ଯାହାକୁ ଜେଲରେ ରହିବା ଉଚିତ୍, ତାଙ୍କୁ କାହିଁକି ସୁରକ୍ଷା ଦିଆଯାଉଛି? ପରୋକ୍ଷରେ ହିଂସାକୁ ସମର୍ଥନ କରୁଥିବା ନେଇ ସେ ବିଜେପି ଉପରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି।

ଶ୍ରୀ ବାନାର୍ଜୀ କହିଛନ୍ତି ଯେ, “ସାମାଜିକ ବିରୋଧୀ ଲୋକଙ୍କୁ ହାଇକୋର୍ଟ ସୁରକ୍ଷା କରୁଛନ୍ତି। ଏହା ଅତ୍ୟନ୍ତ ଦୁଃଖଖଦାୟକ। ଯେଉଁମାନେ ଗିରଫ ହେବା ଉଚିତ ସେମାନଙ୍କୁ ହାଇକୋର୍ଟ ସୁରକ୍ଷା ଦେଉଛନ୍ତି। ଗ୍ରାମାଞ୍ଚଳ ନିର୍ବାଚନ ସମୟରେ ଯେଉଁ ୧୪ ଜଣଙ୍କୁ ଆକ୍ରମଣ କରାଯାଇଥିଲା, ଯଦି କେହି ହେବାକୁ ଚାହାଁନ୍ତି। ଦାୟୀ ତେବେ ଏହା ହାଇକୋର୍ଟ |

ସେ ଆହୁରି ମଧ୍ୟ ଅଭିଯୋଗ କହିଛନ୍ତି ଯେ, ରାଜ୍ୟରେ ଧାରା ୩୫୫ କିପରି ଲାଗୁ କରାଯିବ ଏବଂ ଏହାକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ସେ ସମ୍ପର୍କରେ ମନ୍ତବ୍ୟ ଦେବା ସତ୍ତ୍ୱେ ଶୁଭେନ୍ଦୁ ଅଧିକାରୀଙ୍କୁ ହାଇକୋର୍ଟ ସୁରକ୍ଷା ଦେଇଛନ୍ତି। ୧୪ ଜଣ ଟିଏମସି କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଉଲ୍ଲେଖ ନକରିବାରୁ ସେ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଉପରେ କଡା ଆକ୍ରମଣ କରିଥିଲେ ଏବଂ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ପ୍ରଶ୍ନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଉ ଓଡିଶାରୁ ନୁହଁ, ଆସାମ କିମ୍ବା ଦିଲ୍ଲୀରୁ ଲଢିବେ ବୈଜୟନ୍ତ ପଣ୍ଡା, ଚାଲିଛି ଚିନ୍ତନ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନ ରାଜନୈତିକ ପାଣିପାଗ କେତେବେଳେ କଣ ହେଉଛି ତାହା କହିବା ସମ୍ଭବପର ନୁହେଁ। ହେଲେ ଏହା ନିଶ୍ଚିତ ଯେ, ବର୍ତ୍ତମାନ ଯେଉଁମାନେ ଆସନ୍ତା ନିର୍ବାଚନ ଲଢେଇ କରିବେ ସେମାନେ ଏବେଠାରୁ ଆସନ ଠିକ କରିସାରିଲେଣି। ସେହିପରି ଭାବେ ଯଦି ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ କଥା କୁହାଯାଏ ତେବେ ସେ ଆଉ ଓଡିଶାରୁ ଲଢେଇ କରିବେ ନାହିଁ ବୋଲି ଚିନ୍ତା କରୁଛନ୍ତି।

ସୁତ୍ର ଅନୁସାରେ ବୈଜୟନ୍ତ ଏଥର ଆସାମ କିମ୍ବା ଦିଲ୍ଲୀର କୌଣସି ଲୋକସଭା ଆସନରୁ ଛିଡା ହେବା ପାଇଁ ମନସ୍ଥ କରୁଛନ୍ତି। କାରଣ ସେ ଏହି ଉଭୟ ରାଜ୍ୟର ପ୍ରଭାରୀ ଅଛନ୍ତି। ଏଥିସହିତ ସେ ଏହି ଦୁଇ ରାଜ୍ୟରେ ନିଜର ପତିୟାରା ମଧ୍ୟ ସୃଷ୍ଟି କରିସାରିଛନ୍ତି। ରାଜନୈତିକ କାମରେ ଏହି ଦୁଇ ରାଜ୍ୟରେ ବାରମ୍ବାର ସଂଗଠନ ଓ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି।

ଚର୍ଚ୍ଚା ଅନୁସାରେ ଆସାମରେ କେତେକ ବିଜେପି ନେତା କୁଆଡେ ବୈଜୟନ୍ତଙ୍କୁ ସେଠାରୁ ଲୋକସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତାବ ଦେଇଥିବାରୁ ଜଣାପଡିଛି। ହେଲେ ବୈଜୟନ୍ତ ଆସାମ ଅପେକ୍ଷା ଦିଲ୍ଲୀରୁ ଛିଡା ହେବା ପାଇଁ ଏକ ପ୍ରକାର ମନ ବଳାଇଥିବାର ଜଣାପ଼ଡିଛି। କାରଣ ତାଙ୍କର ଦିଲ୍ଲୀରେ ରହିଛି ନିଜ ଘର, ଏଥିସହିତ ସେ ଦିଲ୍ଲୀରେ ହିଁ ବେଶୀ ସମୟ କାଟିଥାନ୍ତି।

ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ସେ ଓଡିଶାରୁ କାହିଁକି ଲଢେଇ କରିବେ ନାହିଁ। ତାହାର ଉତ୍ତରରେ ଏତିକି କୁହାଯାଇପାରେ ଯେ, ବୈଜୟନ୍ତ ଓଡିଶାରୁ ଯେଉଁଠି ଛିଡା ହେଲେ ମଧ୍ୟ ବିଜେଡି ତାଙ୍କ ପଛରେ ପୁରା ଦମରେ ଲାଗିପଡୁଛି। ନିର୍ବାଚନରେ ତାଙ୍କୁ ଲହୁ ଲୁହାଣ କରିଦେଉଛି। ସେଥିପାଇଁ ଗତ ଲୋକସଭା ନିର୍ବାଚନରେ ସେ କେନ୍ଦ୍ରାପଡାରୁ ଲକ୍ଷେ ଅଶି ହଜାର ଉପରେ ଭୋଟରେ ହାରିବାକୁ ପଡିଥିଲା।

ବର୍ତ୍ତମାନ ମଧ୍ୟ ସେହି ପରିସ୍ଥିତି ଜାରୀ ରହିଛି। ସେ ଓଡିଶାରୁ କେଉଁଠାରୁ ଛିଡା ହେଲେ ମଧ୍ୟ ବିଜେଡି କେବେ ତାଙ୍କ ପିଛା ଛାଡିବ ନାହିଁ। ବୈଜୟନ୍ତ ନିଶ୍ଚିତ ଅଛନ୍ତି ଯେ, ଯଦି ସେ ଏଥର ଲୋକସଭାରେ ଜିତି ଯାଆନ୍ତି ତେବେ କେନ୍ଦ୍ରମନ୍ତ୍ରୀ ହେବା ନିଶ୍ଚିତ। ସେଥିପାଇଁ ସେ ଏଥର କଣ କରିବେ ସେହି ଚିନ୍ତାରେ ଅଛନ୍ତି। ଯେନତେନ ପ୍ରକାରେଣ ଏଥର ନିର୍ବାଚନ ନ ଜିତିଲେ ତାଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧକାର ହୋଇଯିବ ବୋଲି ସେ ଭାବି ସାରିଲେଣି।

ସେଥିପାଇଁ ସୁବିଧା ଉପାୟରେ ଜିତିବାକୁ ହେଲେ ଓଡିଶା ରାଜନୀତି ଛାଡିବାକୁ ପଡିବ। ଏ ନେଇ ତାଙ୍କ ଉପଦେଷ୍ଠାମାନେ ତଥା ପ୍ରଶଂସକମାନେ ମଧ୍ୟ ପ୍ରସ୍ତାବ ଦେଇ ସାରିଲେଣି। ଓଡିଶା ମୋହ ଛାଡିଲେ ସେ ମନ୍ତ୍ରୀ ହୋଇପାରିବେ ବୋଲି ସେମାନେ ଭବିଷ୍ୟବାଣୀ ଦେଇ ସାରିଲେଣି। ସେଥିପାଇଁ ଜୟ ପଣ୍ଡା ଦିଲ୍ଲୀ କିମ୍ବା ଆସାମରୁ ଲଢେଇ କରିବେ ବୋଲି ଚିନ୍ତା କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ହରିୟାଣା: କଂଗ୍ରେସରେ ସାମିଲ ହେଲେ ବିଜେପି-ଜେଜେପି-ଏଏପି ର ଶତାଧିକ ନେତା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ହରିୟାଣାରେ ରାଜନୈତିକ ସରଗରମ ଜୋରଦାର ହୋଇଛି। ଏହି ସମୟରେ ଦଳର ନେତାଙ୍କ ବଦଳି ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜେପି, ଜେଜେପି, ଆମ୍ ଆଦମୀ ପାର୍ଟି ଏବଂ ଅନ୍ୟ ଦଳର ନେତାମାନେ କଂଗ୍ରେସରେ ଯୋଗ ଦେଇଛନ୍ତି। ଗୁରୁବାର ଦିନ ରାଜ୍ୟସଭା ସାଂସଦ ଦୀପେନ୍ଦ୍ର ସିଂ ହୁଡାଙ୍କ ଦିଲ୍ଲୀ ବାସଭବନରେ ଅନ୍ୟ ଦଳର ଶତାଧିକ ନେତା କଂଗ୍ରେସ ଉପରେ ବିଶ୍ୱାସ ରଖିଛନ୍ତି। ଦୀପେନ୍ଦ୍ର ହୁଡା ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି।

ହରିୟାଣାରେ ବିଜେପି-ଜେଜେପି ମିଳିତ ମେଣ୍ଟ ମଧ୍ୟରେ ହୋଇଥିବା କଳହର ଫାଇଦା କଂଗ୍ରେସ ଲାଭ କରୁଥିବା ଜଣାପଡିଛି। ବିଜେପି-ଜେଜେପି ନେତାଙ୍କ ମଧ୍ୟରେ ସନ୍ଦେହ ଏହା ରହିଛି ଯେ, ଉଭୟ ଦଳର ମେଣ୍ଟ ଶେଷ ହେବ ନା ମିଳିତ ଭାବେ ନିର୍ବାଚନ ଲଢିବେ। ଯେଉଁଥିପାଇଁ ବର୍ତ୍ତମାନ ଦଳର ନେତାମାନେ କଂଗ୍ରେସ ଆଡକୁ ମୁହାଁଇଛନ୍ତି। ଦ୍ୱିତୀୟତଃ ଆମ୍ ଆଦମୀ ପାର୍ଟି ନେତାମାନଙ୍କୁ ରାଜ୍ୟରେ ଜନାଧାର ଦେଖିବାକୁ ନଜର ଆସୁନାହିଁ। ଯେଉଁଥିପାଇଁ ସେମାନେ ମଧ୍ୟ ଦଳ ଛାଡିଛନ୍ତି।

ଲୋକସଭା ନିର୍ବାଚନକୁ ନେଇ କଂଗ୍ରେସ ସକ୍ରିୟ ମୋଡରେ ଦେଖାଯାଉଛି। ଚଣ୍ଡିଗଡ଼ରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଦୀପକ ବାବରିଆଙ୍କ ବୈଠକର ପ୍ରଭାବ ହେଲା ଯେ ଚାରିଟି ଦଳରେ ବିଭକ୍ତ ହୋଇଥିବା କଂଗ୍ରେସ ବର୍ତ୍ତମାନ ଦୁଇଟି ଦଳରେ ବିଭକ୍ତ ହୋଇଛି। ରଣଦୀପ ସିଂ ସୁରଜେୱାଲା, କୁମାରୀ ଶୈଳଜା ଏବଂ କିରଣ ଚୌଧୁରୀ ସମସ୍ତେ ଗୋଟିଏ ମଞ୍ଚରେ ନଜର ଆସିଛନ୍ତି। ରାଜ୍ୟର ମେଣ୍ଟ ସରକାରକୁ ଆକ୍ରମଣ କରିଥିଲେ। ଏଥି ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡା ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀରେ କ୍ରମାଗତ ଭାବରେ ସାଧାରଣ ସଭା କରୁଛନ୍ତି। ଅର୍ଥାତ୍ ମେଣ୍ଟ ସରକାର ଉପରେ ସମ୍ପୂର୍ଣ୍ଣ ଚାପ ପକାଇବାକୁ ଏକ ଯୋଜନା ପ୍ରସ୍ତୁତ ହେଉଛି।

Categories
ଆଜିର ଖବର ଜାତୀୟ ଖବର

ପାଟନାରେ ବିଜେପିର ପଦଯାତ୍ରା ସମୟରେ ପୋଲିସର ଲାଠିଚାର୍ଜ, ଅନେକ କର୍ମୀ ଆହତ

ପାଟନା: ବିହାରର ରାଜଧାନୀ ପାଟନାରେ ବିଜେପିର ବିରୋଧ ସମୟରେ ପୋଲିସ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଛି। ଏହି ଲାଠିଚାର୍ଜରେ ଅନେକ ଲୋକ ଆହତ ହୋଇଛନ୍ତି। ଗୁରୁବାର ଦିନ ପାଟନାରେ ବିଜେପି କର୍ମୀ ଓ ନେତାମାନେ ବର୍ତ୍ତମାନର ନୀତୀଶ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ପଦଯାତ୍ରା କରିଥିଲେ। ବିକ୍ଷୋଭକାରୀଙ୍କୁ ବିକ୍ଷୋଭ ସ୍ଥାନରୁ ହଟାଇବା ପାଇଁ ପୋଲିସ ପାଣି ତୋପ ଏବଂ ଲୁହବୁହା ଗ୍ୟାସ ଗୁଳି ବ୍ୟବହାର କରିଥିଲା। ପ୍ରକାଶ ଯେ, ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ବିଜେପି କର୍ମୀମାନେ ବିହାର ସରକାର ବିରୋଧରେ ବିଧାନସଭା ପଦଯାତ୍ରା କରୁଥିଲେ।

ବିହାର ବିଜେପିର ବହୁ ବଡ ନେତା ମଧ୍ୟ ପାଟନାରେ ବିଜେପିର ଏହି ପଦଯାତ୍ରାରେ ଭାଗ ନେଇଥିଲେ। ବିଜେପି ନେତା ଓ କର୍ମୀମାନେ ବିଧାନସଭାକୁ ଅବରୋଧ କରିବାକୁ ଯାଉଥିଲେ। ଏହି ସମୟରେ ପୋଲିସ ପ୍ରଥମେ ବିଜେପି ନେତା ଓ କର୍ମୀଙ୍କୁ ଅଟକାଇଥିଲା ଏବଂ କିଛି ସମୟ ପରେ ପୋଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଏହି ପଦଯାତ୍ରା ପାଟଣାର ଗାନ୍ଧୀ ମଇଦାନରୁ ବିଧାନସଭା ପର୍ଯ୍ୟନ୍ତ କରାଯାଉଥିଲା।

ରାଜ୍ୟରେ ଚାଲିଥିବା ଶିକ୍ଷକମାନଙ୍କୁ ନିଯୁକ୍ତି ପତ୍ର ପାଇବାରେ ବିଳମ୍ବ, ଭ୍ରଷ୍ଟାଚାର ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିଜେପି ଗୁରୁବାର ବିହାରରେ ମାର୍ଚ୍ଚ କରିଥିଲା। ବିଜେପି ନେତା ଓ କର୍ମୀମାନେ ଗାନ୍ଧୀ ମୈଦାନରୁ ବିଧାନସଭାକୁ ପଦଯାତ୍ରା କରୁଥିଲେ। ଏହି ସମୟରେ ପୋଲିସ ଏହି କର୍ମୀ ଓ ନେତାମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା।

ପାଟନାରେ ବିଜେପିର ଏହି ପଦଯାତ୍ରାରେ ବିଜେପିର ଅନେକ ସାଂସଦ ଏବଂ ବିଧାୟକ ମଧ୍ୟ ଭାଗ ନେଇଥିଲେ। ଏହି ପଦଯାତ୍ରାରେ ରାଜ୍ୟସଭା ସାଂସଦ ରାକେଶ ସିହ୍ନା, ବିହାର ବିଜେପି ସଭାପତି ସମ୍ରାଟ ଚୌଧୁରୀ ଏବଂ ବହୁ ବିଧାୟକ ମଧ୍ୟ ଅଂଶଗ୍ରହଣ କରିଥିଲେ। କର୍ମୀଙ୍କ ଉପରେ ଲାଠିଚାର୍ଜକୁ ବିହାରର ବିଜେପି ନେତାମାନେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦମନକାରୀ ନୀତିର ଉଦାହରଣ ବୋଲି ବର୍ଣ୍ଣନା କରିଛନ୍ତି।