Categories
PanchayatElection ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ବିଜେପିର ଅଭିଯୋଗ, ଜାଣନ୍ତୁ କଣ

ଭୁବନେଶ୍ୱର :  ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିସାରିଲେଣି । ଏହି ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ଆଉ କେତେକ ବିଭାଗ ଯଥା, ରାଜ୍ୟ ସରକାରଙ୍କ ପରିବହନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସାମିଲ କରିବା ପାଇଁ ବିଜେପି ତରଫରୁ ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଦାବୀ କରାଯାଇଛି ।

ଏହା ଦ୍ୱାରା ପଂଚାୟତ ନିର୍ବାଚନ ଅବାଧ ଓ ନିରପେକ୍ଷ ହେବା ସହ ସାଧାରଣ ଜନତାଙ୍କ ଆସ୍ଥାଭାଜନ ହୋଇପାରିବ ବୋଲି ଦଳ ତରଫରୁ କୁହାଯାଇଛି । ସେହିପରି ଗୋଟିଏ ଜିଲ୍ଲା କିମ୍ବା ନିଜ ଜିଲ୍ଲାରେ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଥିବା ସରକାରୀ ଅଧିକାରୀଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରିବା ପାଇଁ ମଧ୍ୟ କମିଶନଙ୍କ ନିକଟରେ ବିଜେପିର ପ୍ରତିନିଧି ଦଳ ସାକ୍ଷାତ କରି ଦାବୀ କରିଛନ୍ତି ।

ନିର୍ବାଚନରେ ବ୍ୟବହାର ହେବାକୁ ଥିବା ବ୍ୟାଲେଟ ପେପର ପ୍ରିଂଟିଙ୍ଗର ସ୍ୱଚ୍ଛତା ଓ ନିରପେକ୍ଷତା ପ୍ରତି ବିଶେଷ ଦୃଷ୍ଟି ଦେବା ପାଇଁ ବିଜେପି ପ୍ରତିନିଧି ଦଳ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ରମାରଂଜନ ବଳିୟାରସିଂ ଓ ସତ୍ୟବ୍ରତ ପଣ୍ଡା,ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ବିଜେପି ଆଇନ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ମମିତା ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରିବ ରାଜ୍ୟ ବିଜେପି

ଭୁବନେଶ୍ବର: ମମିତା ଓ ତାଙ୍କ ପରିବାରକୁ ନ୍ୟାୟ ନମିଳବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟବ୍ୟାପୀ ସାମାଜିକ ବାସନ୍ଦ କରାଯିବ। ଆଜି ଭୁବନେଶ୍ବରର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ।

ଆସନ୍ତା ୮ତାରିଖରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଯାଉଛନ୍ତି। ସେହିଦିନ ରାଜ୍ୟର ସମସ୍ତ ବ୍ଲକ, ଏନଏସି, ମ୍ୟୁନିସିପାଲିଟି, ଜିଲ୍ଲା ସଦର ମହକୁମାଠାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ କୁଶପୁତଳିକା ଦାହ ଓ ପ୍ରତିବାଦ କରାଯିବ ବୋଲି ହରିଚନ୍ଦନ କହିଛନ୍ତି।

ମୁଖ୍ୟମନ୍ତ୍ରୀ ତୁରନ୍ତ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଏବଂ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରମୁଖ ଦିଲୀପ ମଲ୍ଲିକ୍ ଓ ସହ ସଂଯୋଜକ ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଏଲନାବାଦ ଉପନିର୍ବାଚନ: ବିଜେପିକୁ ହରାଇବା ପାଇଁ ଏହି ଦଳକୁ ସମର୍ଥନ କଲା ଚାଷୀ ସଂଗଠନ

ଚଣ୍ଡିଗଡ: ଅକ୍ଟୋବର ୩୦ ତାରିଖରେ ହରିୟାଣାର ଏଲନାବାଦ ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। କୃଷକ ଆନ୍ଦୋଳନରେ ଅଂଶଗ୍ରହଣ କରୁଥିବା ସମସ୍ତ ସଂଗଠନ ବିଜେପି-ଜେଜେପି ମିଳିତ ମଞ୍ଚକୁ ବିରୋଧ କରୁଛନ୍ତି। ଏହା ସହିତ ଏସକେଏମ ନେତା ରାକେଶ ଟିକାଏତ ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ ଅଭୟ ଚୌଟାଲଙ୍କୁ ସମର୍ଥନ କରିବାକୁ ସଂକେତ ଦେଇଛନ୍ତି।

ବିଜେପି ପ୍ରାର୍ଥୀଙ୍କ ବିରୋଧରେ ପ୍ରଚାର କରିବା ପାଇଁ ରାକେଶ ଟିକାଏତ ଏବଂ ଏସକେଏମର ସମସ୍ତ ବଡ ନେତା ବୁଧବାର ଏଲନାବାଦରେ ପହଞ୍ଚିଥିଲେ। ଏହି ସମୟରେ ରାକେଶ ଟିକାଏତ କହିଛନ୍ତି ଯେ, ୬ ମାସ ପୂର୍ବେ ଜଣେ ବ୍ୟକ୍ତି ବ୍ୟାଗ ନେଇ ପଞ୍ଚାୟତକୁ ଯାଇଥିଲେ, ବର୍ତ୍ତମାନ ସେହି ବ୍ୟାଗ ଫେରାଇ ଦିଅନ୍ତୁ, ତାଙ୍କ ପାଖରେ ଥିବା ଜିନିଷ ଫେରାଇ ଦିଅନ୍ତୁ।

ତିନୋଟି କୃଷି ଆଇନ ରଦ୍ଦ ନକରିବା ଯାଏଁ କୃଷକଙ୍କ ଆନ୍ଦୋଳନ ଶେଷ ହେବ ନାହିଁ ବୋଲି ରାକେଶ ଟିକାଏତ ପୁଣି ଥରେ ସ୍ପଷ୍ଟ କରିଛନ୍ତି। ଏହା ସହିତ ରାକେଶ ଟିକାଏତ କହିଛନ୍ତି ଯେ, ଆସନ୍ତା ବର୍ଷ ମଧ୍ୟ ୟୁପି ନିର୍ବାଚନରେ ​​କୃଷକ ସଂଗଠନ ବିଜେପିକୁ ବିରୋଧ କରିବ।

ଏଲନାବାଦ ବିଧାନସଭା ଆସନରେ ଆଇଏନଏଲଡି ପ୍ରାର୍ଥୀ ଅଭୟ ଚୌଟାଲ, କଂଗ୍ରେସ ପ୍ରାର୍ଥୀ ପୱନ ବେନିୱାଲ ଏବଂ ବିଜେପି ପ୍ରାର୍ଥୀ ଗୋବିନ୍ଦ କାଣ୍ଡାଙ୍କ ମଧ୍ୟରେ ପ୍ରତିଦ୍ବନ୍ତିତା ହେବ।

Categories
ଆଜିର ଖବର ରାଜ୍ୟ ଖବର

ନରହନ୍ତା ହାତୀର ଉପ୍ତାତ: ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବିଜେପି ପକ୍ଷରୁ ଡିଏଫ୍‌ଓଙ୍କୁ ଦାବିପତ୍ର ପ୍ରଦାନ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ଏକ ନିର୍ଦ୍ଦିଷ୍ଟ ଦନ୍ତାହାତୀର ଉପ୍ତାତ ଯୋଗୁଁ ଅଂଚଳରେ କୋକୁଆ ଭୟ ଦେଖା ଦେଇଛି। ଏହି ହାତୀକୁ ଶିଘ୍ର ଏ ଅଂଚଳରୁ ଟ୍ରାଙ୍କୁଲାଇଜର ଦେଇ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବିଜେପି ତରଫରୁ ଦାବୀ କରାଯାଇଛି। ବିଜେପିର ବରିଷ୍ଠ ନେତା ଗୋବିନ୍ଦ ଅଗ୍ରଓାଲାଙ୍କ ନେତୃତ୍ୱରେ ଏକ ଦଳ ରେଢାଖୋଲ ଡିଏଫ୍‌ଓ ଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଦନ୍ତା ହାତୀଟି ଏକ ବର୍ଷରେ ରେଢାଖୋଲ ଓ ନାକଟିଦେଉଳ ବ୍ଲକ୍ ରୁ ୬ ଜଣଙ୍କର ଜୀବନ ନେଲାଣି। ଏହି ଦନ୍ତା ହାତୀର ଉତ୍ପାତରେ ଏଠାକାର ଜନସାଧାରଣଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି।

ରାସ୍ତା ଉପରେ ଏହି ନରହନ୍ତା ହାତୀଟି ବହୁ ସମୟ ଧରି ଠିଆ ହୋଇ ରହିଥିବାରୁ ରାସ୍ତାରେ ଆତଯାତ କରୁଥିବା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏପରିକି ରାସ୍ତାରେ ଯିବା ଆସିବା କରିବାକୁ ସୁରକ୍ଷା ମଣୁ ନାହାନ୍ତି। ଶିଘ୍ର ଏହି ନରହନ୍ତା ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜର ଦେଇ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବିଜେପି ଦାବୀ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବୀ କରି ଆଜି ମୟୁରଭଂଜ ବନ୍ଦ ଡାକରା ଦେଲା ଜିଲ୍ଲା ବିଜେପି

ବାରିପଦା: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ କରି ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି। ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। ମନ୍ତ୍ରୀଙ୍କ ଇସ୍ତଫା ସହ ୧୬ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି।

ନିକଟରେ ଏହି ଘଟଣାକୁ ନେଇ ବିଜେପି କଳାହାଣ୍ଡି ଏବଂ ବଲାଙ୍ଗିର ବନ୍ଦ କରିଥିଲା। ଏଥିସହିତ ଦଳର ମହିଳା କର୍ମିମାନେ ଭୁବନେଶ୍ବରରେ କ୍ୟାପିଟାଲ ଥାନାରେ ଧସାଇ ପଶିଥିଲେ। ସେହିପରି କଂଗ୍ରେସ ଦଳ ତରଫରୁ ମଧ୍ୟ ଏହି ଇସ୍ତଫା ଦାବୀ କରି ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ମଧ୍ୟପ୍ରଦେଶରେ ଉପ-ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା: ବିଜେପିରେ ଯୋଗ ଦେଲେ ଏହି ବିଧାୟକ

ଭୋପାଳ: ମଧ୍ୟପ୍ରଦେଶର ଖଣ୍ଡୱା ଲୋକସଭା ଉପ-ନିର୍ବାଚନର ଠିକ୍ ଛଅ ଦିନ ପୂର୍ବରୁ କଂଗ୍ରେସକୁ ଝଟକା ଲାଗିଛି। ମଧ୍ୟପ୍ରଦେଶର ଖର୍ଗୋନ ଜିଲ୍ଲାର ବଡୱାହ ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ସଚିନ ବିର୍ଲା ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।

ବିର୍ଲା ବିଜେପିରେ ଯୋଗଦେବାର ଭିଡିଓ ସେୟାର କରି ରାଜ୍ୟ ବିଜେପିର ଗଣମାଧ୍ୟମ ଦାୟିତ୍ୱରେ ଥିବା ଲୋକେନ୍ଦ୍ର ପାରଶର ଏବଂ ରାଜ୍ୟ ବିଜେପି ଟୁଇଟ୍ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଆଜି ମଧ୍ୟପ୍ରଦେଶର ବଡୱାହ ଠାରେ କଂଗ୍ରେସ ବିଧାୟକ ସଚିନ ବିର୍ଲା ବିଜେପିର ସଦସ୍ଯତା ଗ୍ରହଣ କରିଛନ୍ତି। ବିଜେପିର ଜନ କଲ୍ୟାଣ ଯୋଜନା ଦ୍ୱାରା ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇଥିବା ସଚିନ କହିଛନ୍ତି।

୨୦୧୮ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଟିକେଟ୍ ରେ ସଚିନ ବିର୍ଲା ବଡୱାହ ଆସନରୁ ବିଜେପି ପ୍ରାର୍ଥୀ ହିତେନ୍ଦ୍ର ସିଂ ସୋଲାଙ୍କିଙ୍କୁ ପ୍ରାୟ ୩୦ ହଜାର ୫୦୦ ଭୋଟରେ ପରାସ୍ତ କରିଥିଲେ। ବଡୱାହ ବିଧାନସଭା ନିର୍ବାଚନମଣ୍ଡଳୀ ଖରଗୋନ୍ ଜିଲ୍ଲାରେ ପଡେ, ଏହା ଖଣ୍ଡୱା ଲୋକସଭା ଆସନର ଏକ ଅଂଶ, ଯେଉଁଠାରେ ଅକ୍ଟୋବର ୩୦ ତାରିଖରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଖଣ୍ଡୱା ଲୋକସଭା ଆସନ ବ୍ୟତୀତ ମଧ୍ୟପ୍ରଦେଶର ଅନ୍ୟ ତିନୋଟି ବିଧାନସଭା ଆସନ ପାଇଁ ଅକ୍ଟୋବର ୩୦ ତାରିଖରେ ଉପ-ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍ପର୍ଶକାତର ମାମଲାରେ ବିଜେପି ନିମ୍ନମାନର ରାଜନୀତି କରୁଛି: ବିଜେଡି

ଭୁବନେଶ୍ୱର: ନିଜର ସ୍ଥିତି ଜାହିର ପାଇଁ ଓଡିଶା ବିଜେପି ଏବେ ସ୍ପର୍ଶକାତର ମାମଲାରେ ନିମ୍ନମାନର ରାଜନୀତି କରୁଛି। ପୀଡିତା କିମ୍ବା ତାଙ୍କ ପରିବାର କିଭଳି ନ୍ୟାୟ ପାଇବେ ସେ ଦିଗରେ ଚିନ୍ତା କରିବା ବଦଳରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ ପାଇଁ ଅପଚେଷ୍ଟା ଚଳାଇଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି ଯେ ମମିତା ମେହେର ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ଆଉ କିଛି ବ୍ୟକ୍ତି ଗିରଫ ହୋଇଛନ୍ତି। ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ପୁଲିସ୍‍ ଏହାର ତଦନ୍ତ ଜାରି ରଖିଛି। ରାଜ୍ୟ ବିଜେପି ଏବେ ଏହି ସ୍ପର୍ଶକାତର ମାମଲାକୁ ଢାଲ କରି ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବାରେ ଲାଗିଛି। ଏହାକୁ ଛାତ୍ରଛାତ୍ରୀ କିମ୍ବା ସେମାନଙ୍କ ଅଭିଭାବକମାନେ ଗ୍ରହଣ କରିପାରୁ ନାହାନ୍ତି। ଏଭଳି ହୀନ ରାଜନୀତିର ଜବାବ ସେମାନେ ଠିକଣା ସମୟରେ ଦେବେ।

ବିଜେଡି ପ୍ରବକ୍ତା କହିଛନ୍ତି ଯେ ଏହି ଘଟଣାରେ ପୀଡିତା ପରିବାରକୁ ଉଚିତ୍‍ ନ୍ୟାୟ ମିଳିବ। ରାଜ୍ୟ ପୁଲିସ୍‍ ଓ ନ୍ୟାୟ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିବା ପରିବର୍ତ୍ତେ ରାଜ୍ୟ ବିଜେପି ନେତାମାନେ ଗଣମାଧ୍ୟମରେ ନିଜର ମୁହଁ ଦେଖାଇବା ପାଇଁ ଆଜି ରାଜଧାନୀରେ ଯେଭଳି ଏଫ୍‍ଆଇର ଡ୍ରାମା କରିଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ। ବିଜେପିର ଏଭଳି ହୀନ ରାଜନୀତି ପ୍ରତି ଓଡିଶାବାସୀ ବେଶ୍‍ ଭଲଭାବେ ଅବଗତ ଅଛନ୍ତି। ଏଥିପାଇଁ ଅତୀତରେ ବିଜେପିକୁ ବହୁମୂଲ୍ୟ ଦେବାକୁ ପଡିଥିବା ବେଳେ ଅଭ୍ୟାସରେ ପରିବର୍ତ୍ତନ ନ କଲେ ଆଗାମୀ ଦିନରେ ଓଡିଶାବାସୀ ବିଜେପିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରିବେ ବୋଲି ସୁଶ୍ରୀ ସାହୁ ଚେତାଇ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କ୍ୟାପଟେନ ଅମରିନ୍ଦର ସିଂଙ୍କ ନୂଆ ଦଳ ସହିତ ମେଣ୍ଟ କରିବ ବିଜେପି!: ପଞ୍ଜାବ ପ୍ରଭାରୀ ଦୁଶ୍ୟନ୍ତ ଗୌତମ

ନୂଆଦିଲ୍ଲୀ: ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏକାଠି ହୋଇପାରନ୍ତି। କ୍ୟାପଟେନ ଅମରିନ୍ଦର ସିଂଙ୍କ ଏକ ନୂତନ ଦଳ ଗଠନ ଘୋଷଣା ପରେ ବର୍ତ୍ତମାନ ବିଜେପି ମଧ୍ୟ ତାଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛି। ଏହି ପରିପ୍ରେକ୍ଷୀରେ ବିଜେପିର ପଞ୍ଜାବର ଦାୟିତ୍ୱରେ ଥିବା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଦୁଶ୍ୟନ୍ତ ଗୌତମ କହିଛନ୍ତି ଯେ, କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ନୂଆ ଦଳ ସହିତ ମିଳିତ ମଞ୍ଚ ପାଇଁ ବିଜେପି ପ୍ରସ୍ତୁତ ଅଛି। ସେ କହିଛନ୍ତି ଯେ ମିଳିତ ମଞ୍ଚ ପାଇଁ ଆମର ଦ୍ୱାର ଖୋଲା ଅଛି, କିନ୍ତୁ ଏହା ଉପରେ କେବଳ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେଇପାରିବ।

ସେ କହିଛନ୍ତି ଯେ, ଯେତେବେଳେ ସେ ପଞ୍ଜାବର ଲୋକଙ୍କ ସ୍ୱାର୍ଥ ପ୍ରସଙ୍ଗରେ ଅବହେଳା କଲେ ଆମେ ଏହାକୁ ବିରୋଧ କରିଥିଲୁ। କିନ୍ତୁ ଯେତେବେଳେ ଦେଶର ସୁରକ୍ଷା କଥା, ଯେତେବେଳେ ସୀମାର ସୁରକ୍ଷା କଥା ଆସେ, ଆମେ ତାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛୁ। ସେ ସୈନିକ ଥିଲେ। ଆମେ ବିଶ୍ୱାସ କରୁଛୁ ଯେ, ଅମରିନ୍ଦର ସିଂ ଜଣେ ଭଲ ଦେଶପ୍ରେମୀ।

କୃଷକମାନେ ଏବେ ମଧ୍ୟ ଆମ ସହିତ ଅଛନ୍ତି। ଆମେ କୃଷକଙ୍କ ସ୍ୱାର୍ଥ ପାଇଁ ସଂଗ୍ରାମ କରଛୁ। ସେ ମଧ୍ୟ ଚାଷୀଙ୍କ ସ୍ଵାର୍ଥ ବିଷୟରେ କହୁଛନ୍ତି। ଆମେ ଏକାଠି ବସି ଆଲୋଚନା କରିବୁ। କୃଷକଙ୍କ ଆନ୍ଦୋଳନ ବିଷୟରେ ସେ କହିଛନ୍ତି ଯେ ଏହି ଆନ୍ଦୋଳନ ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଆନ୍ଦୋଳନ।

Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ବିଜେପି ନେତା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ତୀବ୍ର ହୋଇଛି। ଅନ୍ୟପକ୍ଷରେ କ୍ୟାବିନେଟ ମନ୍ତ୍ରୀ ହରକ ସିଂ ରାୱତ ଏବଂ ହରିଶ ରାୱତଙ୍କ ମଧ୍ୟରେ ଶବ୍ଦ ଯୁଦ୍ଧ ମଧ୍ୟ ତୀବ୍ର ହୋଇଛି। ବର୍ତ୍ତମାନ ଉଭୟ ନେତା ପରସ୍ପର ଉପରେ ବ୍ୟକ୍ତିଗତ ଆକ୍ରମଣ କରୁଛନ୍ତି। କ୍ୟାବିନେଟ ମନ୍ତ୍ରୀ ହରକ ସିଂ ରାୱତ ଆଜି ହରିଶ ରାୱତଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି। ହରିଶ ରାୱତଙ୍କ ନିକଟବର୍ତ୍ତୀ ଲୋକମାନେ ହରାକ ସିଂ ରାୱତଙ୍କ ଚରିତ୍ର ହତ୍ୟାରେ ଫସେଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି।

ହରାକ ସିଂ ରାୱତ କହିଛନ୍ତି ଯେ, ଯେତେବେଳେ ସେ ୨୦୧୬ ରେ କଂଗ୍ରେସ ଛାଡିବା ପରେ ହରିଶ ରାୱତଙ୍କ ନିକଟବର୍ତ୍ତୀ ଲୋକମାନେ ଅନେକ ଝିଅଙ୍କ ସହ ଯୋଗାଯୋଗ କରିଥିଲେ। ଏବଂ ସେହି ଝିଅମାନଙ୍କୁ ଟଙ୍କା ଦେଇ ମିଥ୍ୟା ଅଭିଯୋଗ କରି ତାଙ୍କୁ ଫସେଇବାକୁ ଚେଷ୍ଟା କରିଥିଲେ। ଯାହାରା ପ୍ରମାଣ ଅଛି ବୋଲି ହରାକ କହିଛନ୍ତି। କେବଳ ଏତିକି ନୁହେଁ ହରାକ ସିଂ ରାୱତ କହିଛନ୍ତି ଯେ, ୨୦୧୬ ରେ କଂଗ୍ରେସ ଛାଡିବା ପରେ ହରିଶ ରାୱତ ତାଙ୍କୁ ଜେଲ ପଠାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ହରିଶ ରାୱତ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ବିରୋଧରେ କୌଣସି ପ୍ରମାଣ ପାଇପାରିନଥିଲେ। ତାଙ୍କ ସହସପୁରର ଜମି ମଧ୍ୟ ଯାଞ୍ଚ କରାଯାଇଥିଲା।

ଏଥି ସହିତ ବିଧାନସଭାରେ ଅବସ୍ଥିତ ତାଙ୍କ କାର୍ଯ୍ୟାଳୟକୁ ହରିଶ ରାୱତ ନିଜେ ମୁଖ୍ୟମନ୍ତ୍ରୀ ଥିବା ବେଳେ ବନ୍ଦ କରିଦେଇଥିଲେ। ଜଣେ ମୁଖ୍ୟମନ୍ତ୍ରୀ ଭାବେ ହରିଶ ରାୱତ ବିଧାନସଭାରେ ତାଙ୍କ କାର୍ଯ୍ୟାଳୟକୁ ତାଲା ପକାଇବାକୁ ଯାଇଥିଲେ। ଜଣା ନଥିଲା ତାଙ୍କ କାର୍ଯ୍ୟାଳୟରେ କେଉଁ ଧନ ଲୁଚି ରହିଥିଲା। ସେଥିରେ ହରାକ ସିଂ ଅଟକି ନଥିଲେ। କଂଗ୍ରେସରେ ଥିବାବେଳେ ତାଙ୍କୁ ଦଳ ଫସେଇବାକୁ ଚେଷ୍ଟା କରାଯାଇଥିବା ବେଳେ ବିଜେପି ତାଙ୍କୁ ସମ୍ମାନ ଦେଇଥିଲା।

ଏଥି ସହିତ କଂଗ୍ରେସ ଏହି ଘଟଣାର ଜବାବ ଦେଇ କହିଛି ଯେ, ହରାକ ସିଂ ରାୱତଙ୍କୁ ଏତେ ଦିନ ପରେ କାହିଁକି ଏପରି କଥା ମନେ ପଡିଲା, ତେବେ ସତ୍ୟ କ’ଣ? ଏହି କଥା କେବଳ ହରାକ ସିଂ ଏବଂ ହରିଶ ରାୱତଙ୍କୁ କହିପାରିବେ। କିନ୍ତୁ ୨୦୨୧ ମସିହାରେ ୨୦୧୬ ମସିହାର ବିଷୟରେ କଥାବାର୍ତ୍ତା କରିବାର କୌଣସି ଯଥାର୍ଥତା ନାହିଁ ଏବଂ ହରାକ ସିଂ ରାୱତଙ୍କ ଏହି କଥାରେ କୌଣସି ମୂଲ୍ୟ ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆଇନର ଗଳାବାଟରେ ଖସିଯିବାକୁ ଚେଷ୍ଟା କରୁଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ: ବିଜେପି

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବିଜେପି ସଙ୍ଗୀନ ଅଭିଯୋଗ ଆଣିଛି। ଚିଲିକା ବିଧାୟକ ମିଛ ବାହାନା କରି ଆଇନର ଗଳାବାଟରେ ଖସିଯିବାକୁ ଚେଷ୍ଟା କରୁଥିବା ବଜେପି ଅଭିଯୋଗ କରିଛି। ଜେଲ ଯିବା ଭୟରେ ପ୍ରଶାନ୍ତ ଜଗଦ୍ଦେବ ମିଛରେ ଅସୁସ୍ଥତା ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦଳରୁ ନିଲମ୍ବିତ କରାଯାଇଥିଲେ ମଧ୍ୟ ପ୍ରଶାନ୍ତଙ୍କୁ ପରୋକ୍ଷରେ ସରକାର ସାହାଯ୍ୟ କରାଯାଉଥିବା ବିଜେପି ଅଭିଯୋଗ କରିଛି। ତେବେ ଏହାକୁ ନେଇ ବିଜେପି ପକ୍ଷରୁ ଘୋର ବିରୋଧ କରାଯିବା ସହ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଏହି ଅବସରରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ଅଧ୍ୟକ୍ଷ ବିଭୁ ପ୍ରସାଦ ତରାଇ କହିଛନ୍ତି ଯେ, ପୂର୍ବରୁ ପୋଲିସ ତାଙ୍କୁ ଜାଣିଶୁଣି ଗିରଫ କଲାନାହିଁ। ଏବେ ତାଙ୍କର କୌଣସି ରୋଗ ନ ଥିଲେ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ରଖି ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ମିଛରେ ଚିକିତ୍ସା କରାଉଛି। ଏହାସହିତ ତାଙ୍କୁ ବେଆଇନ ଭାବେ ଅନେକ ଲୋକ ଭେଟୁଛନ୍ତି। ତେଣୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବେଆଇନ ଭାବେ ଚିକିତ୍ସା କରାଗଲେ କ୍ୟାପିଟାଲ ହସ୍ପିଟାଲରେ ବିଜେପି ଧାରଣା ଦେବ ବୋଲି ଶ୍ରୀ ତରାଇ ଚେତାବନୀ ଦେଇଛନ୍ତି।

ତେବେ ବିଜେପିର ଅଭିଯୋଗ ଉପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଏଲ. ଡ଼ି. ସାହୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର ନିଶ୍ଵାସ ନେବାରେ ଅସୁବିଧା ସହ ହୃଦରୋଗ, ମଦୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପ ଭଳି ଅନେକ ସମସ୍ୟା ରହିଛି। ତାଙ୍କର ଦିନେ ଦୁଇଦିନ ପରେ ଆଂଜିଓଗ୍ରାଫି ହେବ। ଯଦି ହୃଦୟରେ ସମସ୍ୟା ଥିବ, ତେବେ ଅସ୍ତ୍ରୋପଚାର କରାଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି। ମେଡ଼ିସିନ ବିଭାଗ ଓ ହୃଦରୋଗ ବିଭାଗର ଡାକ୍ତର ତାଙ୍କର ଚିକିତ୍ସାରେ ନିଯୋଜିତ ଅଛନ୍ତି। ବିନା ସ୍ୱାସ୍ଥ୍ୟଗତ କାରଣରେ ବିଧାୟକଙ୍କ ଚିକିତ୍ସା କରାଯିବା ଅଭିଯୋଗ ମିଛ।

ବିଧାୟକଙ୍କୁ କେଉଁମାନେ ଦେଖା କରିପାରିବେ ତାହାର ପୋଲିସ ରେକର୍ଡ ରଖୁଛି। ତେଣୁ ହସ୍ପିଟାଲର କୌଣସି କର୍ମଚାରୀ ବେଆଇନ କାର୍ଯ୍ୟ କରୁନାହାନ୍ତି। ଯଦି ଏଭଳି କେହି କରୁଥିବେ, ତାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତର ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଧାୟକଙ୍କ ଗାଡ଼ିକୁ ବୋମା ମାଡ଼ ଘଟଣାରେ ଦୋଷୀଙ୍କୁ ଗିରଫ ପ୍ରତିବାଦରେ ବିଜେପିର ବିକ୍ଷୋଭ

ଭୁବନେଶ୍ୱର: ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ରେ ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ବିଜେପି ଦଳର ବରିଷ୍ଠ ନେତା ମୋହନ ଚରଣ ମାଝୀଙ୍କ ଉପରେ ବୋମା ମାଡ଼ ଘଟଣାକୁ ଦୃଢ଼ ନିନ୍ଦା କରି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ବାବୁସିଂ ଙ୍କ ନେତୃତ୍ୱରେ। ସହ ସହ ବିଜେପି କାର୍ଯ୍ୟକର୍ତା ଭୁବନେଶ୍ୱର ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ।

ସାମାଜିକ ରାଜନୈତିକ ଜୀବନରେ ଥିବା ଜଣେ ଜନପ୍ରତିନିଧିଙ୍କ ଉପରେ ଦିନ ଦ୍ୱିପହରରେ ସର୍ବସାଧାରଣ ଜାଗାରେ ଆକ୍ରମଣ କରାଯିବା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଏବଂ କେଉଁ ଅବସ୍ଥାରେ ଅଛି, ଏହି ଘଟଣାରୁ ଅନୁମେୟ ହେଉଛି ବୋଲି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁସିଂ କହିଥିଲେ। ଅନେକ ସମୟରେ ଗଣତାନ୍ତ୍ରିକ ପଦ୍ଧତିରେ କଟ୍ଟୁ ସମାଲୋଚନା ହେବାକୁ ପଡେ । ଗଣତନ୍ତ୍ରରେ ବାଦ ବିବାଦ ରହିବ କିନ୍ତୁ ଜଣେ ଜନପ୍ରତିନିଧିଙ୍କୁ ରାଜରାସ୍ତାରେ ଆକ୍ରମଣ କରାଯିବା ଚିନ୍ତାର ବିଷୟ ।

Categories
ଆଜିର ଖବର ଜାତୀୟ ଖବର

ବିଜେପିରେ ସାମିଲ ହେଲେ ନ୍ୟାସନାଲ କନଫରେନ୍ସ ନେତା ଦେବେନ୍ଦ୍ର ରାଣା ଏବଂ ସୁରଜିତ ସିଂ ସଲାଥିଆ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ନ୍ୟାସନାଲ କନଫରେନ୍ସ (ଏନସି) ଦଳର ସଭାପତି ଦେବେନ୍ଦ୍ର ସିଂ ରାଣା ଏବଂ ସୁରଜିତ ସିଂ ସାଲାଥିଆ ଆଜି ବିଜେପିରେ ଯୋଗ ଦେଇଛନ୍ତି। ସେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ, ଧର୍ମେନ୍ଦ୍ର ପ୍ରଧାନ ଏବଂ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ଉଭୟ ନେତା ଗୋଟିଏ ଦିନ ପୂର୍ବରୁ ନ୍ୟାସନାଲ କନଫରେନ୍ସର ସଦସ୍ୟତାରୁ ଇସ୍ତଫା ଦେଇଥିଲେ।

ନ୍ୟାସନାଲ କନଫରେନ୍ସର ସବୁଠାରୁ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ତଥା ଏମଓଏସ (ପିଏମଓ) ଜିତେନ୍ଦ୍ର ସିଂଙ୍କ ସାନଭାଇ ଦେବେନ୍ଦ୍ର ରାଣାଙ୍କୁ ଗଣାଯାଇଥିଲା। ଫଳରେ ନ୍ୟାସନାଲ କନଫରେନ୍ସକୁ ବଡ ଝଟକା ଲାଗିଛି। ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ରାଜନୈତିକ ପରାମର୍ଶଦାତା ପଦ ଛାଡିବା ପରେ ୨୦୧୧ ମସିହାରୁ ଦଳର ପ୍ରାଦେଶିକ ସଭାପତି ଭାବରେ କାର୍ଯ୍ୟ କରିଆସୁଥିଲେ।

ଗତ କିଛି ଦିନ ହେବ ଡକ୍ଟର ଫାରୁକ୍ ଅବଦୁଲ୍ଲା ଏବଂ ଅନ୍ୟ କେତେକ ନ୍ୟାସନାଲ କନଫରେନ୍ସ ନେତାଙ୍କ ଦ୍ଵାରା ପ୍ରବର୍ତ୍ତାଇବା ସତ୍ତ୍ୱେ ରାଣା ଏନସି ଛାଡିବାକୁ ସ୍ଥିର କରିଥିଲେ। ଜମ୍ମୁ ଅଞ୍ଚଳରେ ରହୁଥିବା ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ ଦାବି କରିଛନ୍ତି।

ଜାନୁଆରୀ ୩୦ ତାରିଖରେ ରାଣା ‘ଜମ୍ମୁ ଘୋଷଣାନାମା’ ପ୍ରସ୍ତାବ ଦେଇଥିଲେ, ଯାହାକି ଜମ୍ମୁ କାଶ୍ମୀରର ବିଭିନ୍ନ କ୍ଷେତ୍ର ତଥା ସମ୍ପ୍ରଦାୟ ମଧ୍ୟରେ ଏକତା ଏବଂ ବିଶ୍ୱାସକୁ ପୁନଃସ୍ଥାପିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲା। ଜମ୍ମୁ ଘୋଷଣା ପତ୍ର ପ୍ରସ୍ତାବ ଦେବା ପରେ ରାଣା କହିଥିଲେ ଯେ, ବିଜେପି ହେଉଛି ଏକମାତ୍ର ବଡ ଦଳ ଯିଏ ଏହାକୁ ଏକ ବଡ ପ୍ରତିକ୍ରିୟା ଦେଇଛି।

Categories
ଆଜିର ଖବର ଜାତୀୟ ଖବର

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବାହାର ହେଲେ ବରୁଣ ଗାନ୍ଧୀ ଓ ମନେକା ଗାନ୍ଧୀ

ନୂଆଦିଲ୍ଲୀ: ଆଜି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଘୋଷଣା କରିଛି। ପିଲିଭୀତର ସାଂସଦ ବରୁଣ ଗାନ୍ଧୀଙ୍କୁ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି। ସେହିଭଳି ବରିଷ୍ଠ ବିଜେପି ନେତା ତଥା ବରୁଣଙ୍କ ମାତା ମନେକା ଗାନ୍ଧୀଙ୍କୁ ମଧ୍ୟ ଜାତୀୟ କାର୍ଯ୍ୟକାରିଣୀରୁ ବାହାର କରାଯାଇଥିବା କୁହାଯାଉଛି। ସରକାରଙ୍କ ନୀତି ବିରୋଧରେ ବରୁଣ କହୁଛନ୍ତି। ବର୍ତ୍ତମାନ ସେ ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ସରକାରଙ୍କ ବିରୋଧରେ ଏକ ବିବୃତ୍ତି ମଧ୍ୟ ଦେଇଛନ୍ତି।

ଆଜି ମଧ୍ୟ ଲକ୍ଷ୍ମୀପୁର ଘଟଣାର ନୂଆ ଭିଡିଓ ସାମ୍ନାକୁ ଆସିବା ପରେ ବରୁଣ ଗାନ୍ଧୀ ଟ୍ୱିଟ କରିଛନ୍ତି। ବରୁଣ ଗାନ୍ଧୀ ଟ୍ୱିଟରରେ ଲେଖିଛନ୍ତି, ଭିଡିଓ ସମ୍ପୂର୍ଣ୍ଣ ସ୍ପଷ୍ଟ, ଯେଉଁମାନେ ସରକାରକୁ ବିରୋଧ କରନ୍ତି ସେମାନଙ୍କୁ ହତ୍ୟା କରି ଚୁପ୍ କରିହେବ ନାହିଁ। ଯେଉଁମାନେ ନିରୀହ ଚାଷୀଙ୍କ ରକ୍ତ ବୁହାଇଛନ୍ତି ସେମାନେ ଉତ୍ତରଦାୟୀ ହେବା ଉଚିତ୍। ସରକାରଙ୍କ ପ୍ରତି ଅହଂକାର ଏବଂ ନିଷ୍ଠୁରତାର ବାର୍ତ୍ତା ପଠାଯିବା ପୂର୍ବରୁ ନ୍ୟାୟ ହେବା ଆବଶ୍ୟକ।

Categories
ଆଜିର ଖବର ଜାତୀୟ ଖବର

ଗାନ୍ଧୀ ନଗର ମହାନଗର ନିଗମ ନିର୍ବାଚନ: ଘୋଷିତ ୨୪ ଟି ଆସନ ମଧ୍ୟରୁ ବିଜେପି ଖାତାରେ ୨୩

ଗାନ୍ଧୀ ନଗର: ଗୁଜୁରାଟର ଗାନ୍ଧୀ ନଗର ମହାନଗର ନିଗମରେ ବିଜେପି ସ୍ପଷ୍ଟ ଭାବେ ଜିତୁଥିବା ଜଣାପଡିଛି। ଏପର୍ଯ୍ୟନ୍ତ ଘୋଷିତ ୨୪ ଟି ଆସନ ମଧ୍ୟରୁ ବିଜେପି ୨୩ ଟି ଆସନରେ ଜିତିଛି। ତେବେ ଏହି ନିର୍ବାଚନର ମୋଟ ଆସନ ସଂଖ୍ୟା ୪୪ ରହିଥିବା ବେଳେ ଅବଶିଷ୍ଟ ଆସନରେ ବିଜେପି ପ୍ରାର୍ଥୀମାନେ ମଧ୍ୟ ଆଗରେ ଅଛନ୍ତି। ଗତ ଚାରିଟି ନିର୍ବାଚନରେ ​​ବିଜେପି ଏଠାରେ ସଂଖ୍ୟାଗରିଷ୍ଠତା ହାସଲ କରିପାରିନଥିଲା, କିନ୍ତୁ ପ୍ରତ୍ୟେକ ଥର ମେୟର ବିଜେପିରୁ ନିର୍ବାଚିତ ହୋଇଥିଲେ। ଗତ ଥର ଉଭୟ ବିଜେପି ଏବଂ କଂଗ୍ରେସ ୧୫-୧୫ ଟି ଆସନ ପାଇଥିଲେ ମଧ୍ୟ କଂଗ୍ରେସ ମେୟର ପ୍ରାର୍ଥୀ ବିଜେପିରେ ଯୋଗ ଦେଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଗାନ୍ଧିନଗରରେ ମୋଟ ୧୬୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଯେଉଁଥିରେ ବିଜେପି ଏବଂ କଂଗ୍ରେସ ସମସ୍ତ ୪୪ ଟି ଆସନ ଏବଂ ଆପ ୪୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତିନୋଟି ପୌରପାଳିକାରେ ୭୮ ଟି ଆସନ ପାଇଁ ୨୦୫ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ସେଥିମଧ୍ୟରୁ ବିଜେପିରୁ ୭୮, କଂଗ୍ରେସରୁ ୭୨ଏବଂ ଆପରୁ ରୁ ୫୨ ଜଣ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପଞ୍ଜାବ ରାଜନୀତି: ଶାହାଙ୍କୁ ଭେଟିବା ପରେ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଦୁଇଟି ବିକଳ୍ପ ଦେଲା ବିଜେପି

ନୂଆଦିଲ୍ଲୀ: ପଞ୍ଜାବରେ ରାଜନୈତିକ ହଲଚଲ ମଧ୍ୟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଗତକାଲି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଏହି ବୈଠକ ପରେ କ୍ୟାପଟେନ ଅମରିନ୍ଦର ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଛି। ସେପଟେ, କ୍ୟାପଟେନଙ୍କୁ ବିଜେପି ଦୁଇଟି ବିକଳ୍ପ ଦେଇଛି ବୋଲି ସୂତ୍ରରୁ ପ୍ରକାଶ।

ସୂଚନା ଅନୁଯାୟୀ, କ୍ୟାପଟେନ ଅମରିନ୍ଦର ସିଂଙ୍କୁ ବିଜେପି ପ୍ରଥମ ବିକଳ୍ପ ଭାବେ ଦଳରେ ଯୋଗଦେବେ କି ନାହିଁ, ତାହା କ୍ୟାପଟେନଙ୍କ ଉପରେ ବିଜେପି ଛାଡିଦେଇଛି। ସେହିପରି ଦ୍ୱିତୀୟ ବିକଳ୍ପ ଭାବ ପଞ୍ଜାବରେ କ୍ୟାପଟେନ ଅମରିନ୍ଦରଙ୍କୁ ବିଜେପି ସମର୍ଥନ କରିପାରିବ ବୋଲି କହିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ଅମିତ ଶାହା ଏବଂ କ୍ୟାପଟେନ ଅମରିନ୍ଦରଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ୍ ପାଇଁ ବୈଠକ ହୋଇଥିଲା। ଅମିତ ଶାହାଙ୍କ ପରେ କ୍ୟାପଟେନ ଅମରିନ୍ଦର ବର୍ତ୍ତମାନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବେ ବୋଲି ଶୁଣିବାକୁ ମିଳିଛି। ସେପଟେ କ୍ୟାପଟେନଙ୍କୁ ବିଜେପି ରାଜ୍ୟସଭାକୁ ପଠାଇ କେନ୍ଦ୍ର ସରକାରରେ ମନ୍ତ୍ରୀ କରିପାରେ ବୋଲି ଅନୁମାନ କରାଯାଉଛି। ସୂଚନାନୁସାରେ, କ୍ୟାପଟେନ ଅମରିନ୍ଦର ସିଂଙ୍କୁ ମଧ୍ୟ କୃଷି ମନ୍ତ୍ରୀ ହେବାର ଅଫର ମିଳପାରେ।

Categories
ଆଜିର ଖବର ଜାତୀୟ ଖବର

ବିଜେପି ଉପରେ ମମତା ବାନାର୍ଜୀଙ୍କ ଟାର୍ଗେଟ: କହିଲେ ଭବାନୀପୁର କେବଳ ଆରମ୍ଭ

କୋଲକୋତା: ବିଜେପି ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ହାରିଛି, ତଥାପି ସେମାନଙ୍କର ଲଜ୍ଜା ନାହିଁ। ସେମାନଙ୍କ ବିରୁଦ୍ଧରେ ଚୁପ ରହିବା ଲାଗି ସେମାନେ ଏଜେନ୍ସି ପଠାଉଛନ୍ତି। ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଦେଶ ବିକ୍ରୟ କରିବା। ଦେଶରୁ ବିଜେପିକୁ ବିତାଡିତ କରିବାକୁ ପ୍ରତିଶୃତି ଦେବା ସହ ଭବାନୀପୁର କେବଳ ଆରମ୍ଭ ବୋଲି ମମତା କହିଛନ୍ତି।

ଆମେ ୩୦ ବର୍ଷ ଧରି ସିପିଏମ୍ ସହିତ ଲଢିଥିଲୁ। ମୁଁ କଂଗ୍ରେସ ଛାଡିଥିଲି। କାରଣ ସିପିଏମ୍ ସହିତ ତାଙ୍କର ବୁଝାମଣା ଥିଲା, ଯାହା ଏବେବି ଚାଲିଛି। ତାଙ୍କର ମଧ୍ୟ ବିଜେପି ସହ ବୁଝାମଣା ଅଛି। ସେମାନେ ଗୁଜରାଟକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛନ୍ତି। ଆମେ ଦେଶରୁ ବିଜେପିକୁ ବହିଷ୍କାର କରିବାକୁ ପ୍ରତିଶୃତି ଦେଇଛୁ। ”

ଉଲ୍ଲେଖ ଯୋଗ୍ୟ ଯେ, ଏପ୍ରିଲ-ମେ ବିଧାନସଭା ନିର୍ବାଚନରେ ​​ମୁଖ୍ୟମନ୍ତ୍ରୀ ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହରାଇଥିଲେ। ତେଣୁ ସେ ଭବାନୀପୁର ଆସନରୁ ଉପ-ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତାଙ୍କୁ ନଭେମ୍ବର ୫ ତାରିଖ ସୁଦ୍ଧା ବିଧାନସଭା ସଦସ୍ୟ ଭାବରେ ନିର୍ବାଚିତ ହେବା ଆବଶ୍ୟକ। ଯଦି ପରାଜିତ ହୁଅନ୍ତି, ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବାକୁ ପଡିବ। ମେ ମାସରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଶୋଭନଦେବ ଚଟ୍ଟୋପାଧ୍ୟାୟ ଭବନୀପୁର ଆସନରୁ ମମତା ବାନାର୍ଜୀଙ୍କ ପାଇଁ ଇସ୍ତଫା ଦେଇଥିଲେ। ଏହି ଆସନ ପାଇଁ ଉପ-ନିର୍ବାଚନ ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ହେବ। ବିଜେପି ଏହି ଆସନରୁ ପ୍ରିୟଙ୍କା ଟିବରେୱାଲଙ୍କୁ ମମତାଙ୍କ ବିରୋଧରେ ପ୍ରାର୍ଥୀ କରିଛି।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ନିଶାଦ ପାର୍ଟି ସହ ମେଣ୍ଟ କରିବ ବିଜେପି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ବିଜେପି ଏବଂ ନିଶାଦ ପାର୍ଟି ମଧ୍ୟରେ ବୁଝାମଣା ହୋଇଛି। ଧର୍ମେନ୍ଦ୍ର ପ୍ରଧାନ ଆଜି ସଞ୍ଜୟ ନିଶାଦଙ୍କୁ ଭେଟିଛନ୍ତି। ଏହା ପରେ ଉଭୟ ଦଳ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ୟୁପି ନିର୍ବାଚନ ପାଇଁ ବିଜେପି ଏବଂ ନିଶାଦ ପାର୍ଟିର ଏକ ଆନୁଷ୍ଠାନିକ ମେଣ୍ଟ ହୋଇଛି। ଆପ୍ନା ଦଳ ମଧ୍ୟ ବିଜେପି ସହ ମିଳିତ ଭାବେ ନିର୍ବାଚନ ଲଢିବ।

ଉତ୍ତରପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ୨୦୨୨ ୟୁପି ବିଧାନସଭା ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଲୋକଙ୍କ ବିଶ୍ୱାସ ରହିଛି। ୨୦୨୨ ନିର୍ବାଚନରେ ​​ବିଜେପି ସଫଳ ହେବ।

ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି ଯେ, ମୋର ବିଶ୍ୱାସ ୨୦୨୨ ନିର୍ବାଚନରେ ​​ପ୍ରତ୍ୟେକ ସମାଜକୁ ସାଥିରେ ନେବା ପାଇଁ ବିଜେପି ସଫଳ ହେବ।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ: ଦିଲୀପ ଘୋଷଙ୍କ ସ୍ଥାନରେ ସୁକାନ୍ତ ମଜୁମଦାର ହେଲେ ବିଜେପି ରାଜ୍ୟ ସଭାପତି

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟ ସଭାପତି ଭାବେ ସୁକାନ୍ତ ମଜୁମଦାରଙ୍କୁ ବିଜେପି ନିଯୁକ୍ତି ଦେଇଛି। ଦିଲୀପ ଘୋଷଙ୍କ ସ୍ଥାନରେ ମଜୁମଦାରଙ୍କୁ ରାଜ୍ୟ ସଭାପତି ଭାବେ ଦାୟିତ୍ଵ ଦିଆଯାଇଛି।

ଦଳର ରାଜ୍ୟ ମୁଖ୍ୟାଳୟରେ ସମାରୋହକୁ ସମ୍ବୋଧିତ କରି ମଜୁମଦାର କହିଛନ୍ତି ଯେ, ଦଳର ନେତୃତ୍ୱ ତଥା ବରିଷ୍ଠ ନେତାମାନଙ୍କ ସହଯୋଗରେ ମୁଁ ରାଜ୍ୟର ତାଲିବାନିକରଣ ବିରୋଧରେ ଲଢେଇ ଜାରି ରଖିବି। ଆମ ପାଇଁ ବିଜେପି କର୍ମୀମାନେ ଆମର ପ୍ରକୃତ ସମ୍ପତ୍ତି। ଯଦି ଆମେ କୌଣସି ଭୁଲ କରିଛୁ, ଆମେ ଏହାକୁ ସଂଶୋଧନ କରିବୁ।

“ଯେଉଁମାନେ ଭାବନ୍ତି ଯେ, ସେମାନେ ଏହାକୁ ଛାଡି ଦଳକୁ କ୍ଷତି ପହଞ୍ଚାଇ ପାରିବେ, ସେମାନେ ଭୁଲ୍ ଭାବୁଛନ୍ତି। ଆଗାମୀ ଦିନରେ ବିଜେପି ବିଜୟୀ ହେବ। ଯେଉଁମାନଙ୍କର ଦଳର ଆଦର୍ଶ ଏବଂ ଉଦ୍ଦେଶ୍ୟ ପ୍ରତି ପ୍ରତିବଦ୍ଧତା ଅଛି ସେମାନେ କେବେବି ଦଳ ଛାଡିବେ ନାହିଁ।”

ଉଲ୍ଲେଖ ଯୋଗ୍ୟ ଯେ, ପଶ୍ଚିମବଙ୍ଗ ୟୁନିଟର ନୂତନ ସଭାପତି ଭାବରେ ବାଲୁରଘାଟର ଲୋକସଭା ସାଂସଦ ସୁକାନ୍ତ ମଜୁମଦାରଙ୍କୁ ବିଜେପି ନିଯୁକ୍ତ କରିଛି। ଦଳର ଆଭ୍ୟନ୍ତରୀଣ ମତଭେଦ ଏବଂ ନେତାମାନେ ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସରେ ସାମିଲ ହେଉଥିବା ବେଳ ଦିଲୀପ ଘୋଷଙ୍କ ସ୍ଥାନରେ ମଜୁମଦାରଙ୍କୁ ଦାୟିତ୍ଵ ଦିଆଯାଇଛି। ଦିଲୀପ ଘୋଷଙ୍କୁ ବିଜେପିର ରାଷ୍ଟ୍ରୀୟ ଉପସଭାପତି କରାଯାଇଛି। ଘୋଷଙ୍କ ରାଜ୍ୟ ସଭାପତି ଭାବରେ କାର୍ଯ୍ୟକାଳ ଶେଷ ହେବାକୁ ପ୍ରାୟ ୧୫ ମାସ ବାକି ଥିଲା।

Categories
ଆଜିର ଖବର ଜାତୀୟ ଖବର

କର୍ଣ୍ଣାଟକ ବିଧାୟକଙ୍କ ବଡ ବୟାନ: କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପାଇଁ ମିଳିଥିଲା ଟଙ୍କାର ଅଫର

ବେଙ୍ଗାଲୁରୁ: କର୍ଣ୍ଣାଟକର ବିଜେପି ବିଧାୟକ ଶ୍ରୀମନ୍ତ ବାଲାସାହେବ ପାଟିଲ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ମୁଁ କଂଗ୍ରେସ ପାର୍ଟିରେ ଥିଲି ଏବଂ ରାଜ୍ୟରେ ଜେଡିଏସ-କଂଗ୍ରେସ ସରକାର ଥିଲା, ମୋତେ ବିଜେପିରେ ଯୋଗଦେବା ପାଇଁ ଟଙ୍କା ଯଚା ଯାଇଥିଲା। ପାଟିଲ ଦାବି କରିଛନ୍ତି ଯେ, ସେତେବେଳ ମୁଁ ଯାହା ଚାହିଁଥାନ୍ତି, ମୋତେ ମିଳିଥାନ୍ତା। କିନ୍ତୁ ମୁଁ ଲୋକଙ୍କ ସେବା କରିବା ପାଇଁ ମନ୍ତ୍ରୀ ପଦ ମାଗିଥିଲି।

ଶ୍ରୀମନ୍ତ ବାଲାସାହେବ ପାଟିଲ କହିଛନ୍ତି ଯେ, ମୁଁ କୌଣସି ଟଙ୍କା ନ ନେଇ ବିଜେପିରେ ଯୋଗ ଦେଇଥିଲି। ମୋତେ ପଚରାଗଲା ମୁଁ କେତେ ଟଙ୍କା ଚାହୁଁଛି। କିନ୍ତୁ ମୁଁ ଟଙ୍କା ନେବାକୁ ମନା କରିଥିଲି। ଲୋକଙ୍କ ସେବା କରିବା ପାଇଁ ମୁଁ ମନ୍ତ୍ରୀ ପଦ ମାଗିଥିଲି। ବର୍ତ୍ତମାନ ପର୍ଯ୍ୟନ୍ତ ମୋତେ କାହିଁକି ମନ୍ତ୍ରୀ କରାଯାଇ ନାହିଁ, ମୁଁ ଜାଣିନି। କିନ୍ତୁ ପରବର୍ତ୍ତୀ ସମ୍ପ୍ରସାରଣରେ ମୋତେ ମନ୍ତ୍ରୀ ପଦ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀମନ୍ତ ବାଲାସାହେବ ପାଟିଲ କର୍ଣ୍ଣାଟକର କାଗୱାଡ ଅଞ୍ଚଳର ବିଧାୟକ। ସେ ଏହା ପୂର୍ବରୁ କଂଗ୍ରେସରେ ଥିଲେ। କିନ୍ତୁ ଜୁଲାଇ ୨୦୧୯ ରେ ସେ ଦଳ ବଦଳାଇ ବିଜେପିରେ ଯୋଗ ଦେଇଥିଲେ। କଂଗ୍ରେସ ଏବଂ ଜେଡିଏସ୍ ଦଳ ଛାଡି ବିଜେପିରେ ଯୋଗଦେଇଥିବା ୧୬ ଜଣ ବିଧାୟକଙ୍କ ମଧ୍ୟରୁ ବାଲାସାହେବ ପାଟିଲ ଅନ୍ୟତମ।

ରାଜ୍ୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀଙ୍କ ନେତୃତ୍ୱରେ ମିଳିତ ସରକାରରୁ ଏହି ୧୬ ଜଣ ବିଧାୟକଙ୍କ ପରିବର୍ତ୍ତନ ହେତୁ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିଲା। ଏହା ପରେ କଂଗ୍ରେସ-ଜେଡିଏସ୍ ମିଳିତ ସରକାରର ପତନ ହେଲା। ପରେ କର୍ଣ୍ଣାଟକରେ ବିଜେପି ସରକାର ଗଠନ କଲା। ବିଏସ୍ ୟେଦିୟୁରପ୍ପାଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରିଥିଲା।

Categories
ଆଜିର ଖବର ଜାତୀୟ ଖବର

ଆଜି ଭବନୀପୁର ଆସନରୁ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ମମତା, ବିଜେପିର ପ୍ରାର୍ଥୀ ହେଲେ ପ୍ରିୟଙ୍କା

କଲିକତା: ପଶ୍ଚିମବଙ୍ଗ ବିଧାନସଭା ଉପ-ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଭବାନୀପୁର ଆସନରୁ ନାମାଙ୍କନପତ୍ର ଦାଖଲ କରିବେ। ବିଧାନସଭା ନିର୍ବାଚନରେ ​​ମମତା ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ତାଙ୍କୁ ବିଜେପିର ଶୁଭେନ୍ଧୁ ଅଧିକାରୀ ପରାସ୍ତ କରିଥିଲେ। ବଙ୍ଗଳାର ମୁଖ୍ୟମନ୍ତ୍ରୀ ରହିବାକୁ ମମତା ଭବାନୀପୁରରୁ ନିର୍ବାଚନରେ ​​ଜିତିବା ଆବଶ୍ୟକ। ଏହି ଆସନରୁ ପ୍ରିୟଙ୍କା ଟିବରେୱାଲଙ୍କୁ ବିଜେପି ମମତାଙ୍କ ବିରୋଧରେ ଠିଆ କରିଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ହୋଇଥିବା ହିଂସା ସମ୍ପର୍କରେ ଟିବରେୱାଲ କଲିକତା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ସେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ଆଇନ ପରାମର୍ଶଦାତା ରହିଛନ୍ତି। ଗତ ବିଧାନସଭା ନିର୍ବାଚନରେ ​​ବିଜେପି ତାଙ୍କୁ କୋଲକାତାର ଏଣ୍ଟଲି ବିଧାନସଭା ଆସନରୁ ଲଢିଥିଲେ, କିନ୍ତୁ ତାଙ୍କୁ ତୃଣମୂଳ କଂଗ୍ରେସର ସ୍ଵର୍ଣ୍ଣକମଲ ସାହାଙ୍କ ଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

ସେପ୍ଟେମ୍ବର ୩୦ ତାରିଖରେ ଭବାନୀପୁର ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଭବାନୀପୁର ମମତାଙ୍କ ଗଡ଼ ବୋଲି ବିବେଚନା କରାଯାଏ ଏବଂ ସେ ପୂର୍ବରୁ ଦୁଇଥର ଏଠାରୁ ନିର୍ବାଚନ ଜିତିଛନ୍ତି। ଏଥି ସହ ଭବାନୀପୁରର ବର୍ତ୍ତମାନ ବିଧାୟକ ଥିବା ସୋଭନ ଦେବ ଚଟ୍ଟୋପାଧ୍ୟାୟ ବର୍ତ୍ତମାନ ଖରଦାହା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଚଳିତ ବର୍ଷ ମେ ୨ ତାରିଖରେ ଆସିଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମ ଆସନରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହା ସତ୍ତ୍ୱେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ମମତା ବାନାର୍ଜୀ ବର୍ତ୍ତମାନ ବିଧାନସଭା ସଦସ୍ୟ ନୁହଁନ୍ତି। ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ହେବାର ୬ ମାସ ମଧ୍ୟରେ ସଦସ୍ୟତା ପାଇବା ତାଙ୍କ ପାଇଁ ବାଧ୍ୟତାମୂଳକ ଅଟେ।

ଭବନୀପୁର ବ୍ୟତୀତ ସେପ୍ଟେମ୍ବର ୩୦ ତାରିଖରେ ଶାମସେରଗଞ୍ଜ ଏବଂ ଜଙ୍ଗିପୁର ବିଧାନସଭା ଆସନରେ ମଧ୍ୟ ଭୋଟ୍ ଗ୍ରହଣ କରାଯିବ। ଭୋଟ୍ ଗଣନା ଅକ୍ଟୋବର ୩ ତାରିଖରେ ହେବ। କିନ୍ତୁ ଉପ-ନିର୍ବାଚନ ପାଇଁ ନାମାଙ୍କନ ପୂର୍ବରୁ କିମ୍ବା ପରେ ଶୋଭାଯାତ୍ରା ଉପରେ ନିର୍ବାଚନ ଆୟୋଗ ପ୍ରତିବନ୍ଧକ ଲଗାଇଛନ୍ତି। ବାହାର ସ୍ଥାନଗୁଡିକରେ ପ୍ରଚାର ପାଇଁ ୫୦ ପ୍ରତିଶତ ଲୋକ ଭାଗ ନେବେ। ଜାତୀୟ ତଥା ରାଜ୍ୟ ସ୍ୱୀକୃତିପ୍ରାପ୍ତ ଦଳଗୁଡିକ ପାଇଁ ସର୍ବାଧିକ ୨୦ ତାରକା ପ୍ରଚାରକ ଏବଂ ମତଦାନ ଶେଷ ହେବାର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଯିବ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଅଜିତ ପାୱାରଙ୍କ ବିଜେପିର ‘ଜନ ଆଶିର୍ବାଦ୍ ଯାତ୍ରା’ କୁ ଟାର୍ଗେଟ: ମହାରାଷ୍ଟ୍ରରେ କରୋନା ବୃଦ୍ଧି ହେଲେ କିଏ ରହିବ ଦାୟୀ?

ମୁମ୍ବାଇ: ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ବିଜେପିର ‘ଜନ ଆଶିର୍ବାଦ୍ ଯାତ୍ରା’କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଯଦି ଏହି ସମାବେଶ ଯୋଗୁଁ କରୋନା ମାମଲା ବୃଦ୍ଧି ପାଏ, ତେବେ ଏଥିପାଇଁ କିଏ ଦାୟୀ ରହିବ?

ଅଜିତ ପାୱାର ଏହା ମଧ୍ୟ କହିଛନ୍ତି ଯେ, ଗୋଟିଏ ପଟେ କେନ୍ଦ୍ର ସରକାର ଆମକୁ ଉପଯୁକ୍ତ ପଦକ୍ଷେପ ନେବାକୁ କହୁଛନ୍ତି। ଅନ୍ୟପକ୍ଷରେ ସେମାନଙ୍କର ଚାରିଜଣ ନୂତନ ମନ୍ତ୍ରୀ (ମହାରାଷ୍ଟ୍ର) ରାଲି/ଯାତ୍ରା ବାହାର କରିବାକୁ କହୁଛନ୍ତି। ଏହି ସମାବେଶରେ ଏତେ ମାତ୍ରାରେ ଲୋକ ଏକାଠି ହେବା କରୋନା ସଂକ୍ରମଣର ବିସ୍ତାର ଉପରେ ପ୍ରଭାବ ପକାଇବ।

ସୂଚନାଯୋଗ୍ୟ ଯେ ଅଜିତ ପାୱାରଙ୍କ ପୂର୍ବରୁ ବରିଷ୍ଠ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ମଧ୍ୟ ବିଜେପି ଜନ ଆଶିର୍ବାଦ୍ ଯାତ୍ରା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଥିଲେ ଯେ, ବିଜେପି ‘ଜନ ଆଶିର୍ବାଦ୍ ଯାତ୍ରା’ ତୃତୀୟ ତରଙ୍ଗକୁ ନିମନ୍ତ୍ରଣ କରିବା। ଜାଣିଶୁଣି ବିଜେପି ଏହା କରୁଛି ବୋଲି ଶ୍ରୀ ରାଉତ କହିଥିଲେ।