Categories
ଆଜିର ଖବର ଜାତୀୟ ଖବର

ବିହାରରୁ ରାଜ୍ୟସଭାକୁ ଯିବ କିଏ ? ଚାଲିଛି ଅଙ୍କକଷା, ଆଗରେ ରହିଛନ୍ତି ସୁଶୀଲ୍‌ କୁମାର ମୋଦି

ପାଟନା : ଚଳିତ ବିହାର ନିର୍ବାଚନରେ ବିଜେପି ନିଜର ଦବ୍‌ଦବା ବଜାୟ ରଖି ବଡଭାଇର ଭୂମିକାରେ ଅବତୀର୍ଣ୍ଣ ହୋଇଥିବାବେଳେ ବାଚସ୍ପତି ପଦ ହାତେଇଛି । ତେବେ ବିହାର ରାଜ୍ୟସଭା ଆସନ ପାଇଁ ଏବେ ଅଙ୍କକଷା ଚାଲିଲାଣି ।ଏଲଜେପି ସାଂସଦ ରାମବିଳାଶ ପାଶଓ୍ବାନ୍ତଙ୍କ ଦେହାନ୍ତ ପରେ ଖାଲିପଡିଛି ରାଜ୍ୟସଭା ଆସନ । ଏହି ଆସନ ପାଇଁ ବିଜେପିରେ ଏକାଧିକ ପ୍ରତ୍ୟାଶୀ ରହିଥିବା ବେଳେ ପୂର୍ବତନ ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ସବୁଠୁ ଆଗରେ ରହିଛନ୍ତି। ଏହି ଆସନରୁ ରୀନା ପାଶ୍ୱଓ୍ବାନଙ୍କୁ ସାମିଲ କରିବା ପାଇଁ ଏଲଜେପି ପକ୍ଷରୁ ନରେନ୍ଦ୍ର ମୋଦିଙ୍କୁ ଚିଠି ମଧ୍ୟ ଲେଖାଯାଇଛି । କେନ୍ଦ୍ରରେ ସୁଶୀଲଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରଦାନ କରାଯିବ ତେଣୁ ବିହାର ମନ୍ତ୍ରୀମଣ୍ଡଳରେ ସୁଶୀଲଙ୍କୁ ସାମିଲ କରାଯାଇନଥିଲା ।

ସେହିପରି ବିଜେପିର ଆଉ ଜଣେ ଟାଣୁଆ ନେତା ଶାହାନୱାଜ ହୁସେନଙ୍କୁ ଏହି ପଦ ପ୍ରଦାନ କରାଯିବା ନେଇ  ଚର୍ଚ୍ଚା ହେଉଛି । ପୂର୍ବତନ ସାଂସଦ ଶାହାନୱାଜ ଦୀର୍ଘ ଦିନ ଧରି କୌଣସି ପଦବୀରେ ରହିନାହାନ୍ତି । ତେଣୁ ଦଳୀୟ କର୍ତ୍ତୃପକ୍ଷ ଶାହାନୱାଜଙ୍କୁ ସଂସଦର ଉଚ୍ଚତମ କକ୍ଷକୁ ପଠାଇବାକୁ ଚାହିଁବେ । ତେବେ ବିଜେପିର ନେତାମାନେ ଏହାକୁ ନେଇ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିଛନ୍ତି । ତେବେ ଦେଖାଯାଉ, ବିହାର ରାଜ୍ୟସଭା ଆସନ ପାଇଁ ବିଜେପି କାହାକୁ ମନୋନୀତ କରୁଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିହାରରେ ପୁଣି ଆରମ୍ଭ ହେଲା ନୀତିଶ୍‌ ରାଜ୍‌ : ମୁଖ୍ୟମନ୍ତ୍ରୀ ଭାବେ ସପ୍ତମ ଥର ପାଇଁ ନେଲେ ଶପଥ

ପାଟନା: ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତିଶ୍‌ କୁମାର ସପ୍ତମ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି ।  ଲଗାତାର ଚତୁର୍ଥ ଥର ପାଇଁ ନୀତିଶ୍‌ କୁମାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ବିହାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଭାବେ ରେଣୁ ଦେବୀ  ଓ ତାରକିଶୋର ପ୍ରସାଦ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।

ଆଜିର ଶପଥଗ୍ରହଣ ସମାରୋହରେ ଜେଡିୟରୁର ବିଜୟ ଚୌଧୁରୀ, ବିଜେନ୍ଦ୍ର ଯାଦବ, ଅଶୋକ ଚୌଧୁରୀ, ମେଓ୍ବାଲାଲ ଚୌଧୁରୀ, ସିଲୀ ମଣ୍ଡଲ୍‌ ଶପଥ େନଇଥିବାବେଳେ  ବିଜେପିରୁ ମଙ୍ଗଲ ପାଣ୍ଡେ, ରାମପ୍ରୀତ୍‌ ପାସଓ୍ବାନ୍‌, ନନ୍ଦକିଶୋର ଯାଦବ, ଜୀବେଶ କୁମାର ମିଶ୍ର,  ହମ୍‌ରୁ ସନ୍ତୋଷ ମାନ୍ଝୀ, ଭିଆଇପିରୁ ମୁକେଶ ସହନୀ ପ୍ରମୁଖ ଶପଥ ନେଇଛନ୍ତି ।

ଶପଥ ଗ୍ରହଣ ସମାରୋହରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ସୁଶୀଲ୍‌ ମୋଦିଙ୍କ ସମେତ ବିଜେପି ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ସାମିଲ୍‌ ରହିଛନ୍ତି । ତେବେ ମହାଗଠବନ୍ଧନ ଏହି କାର୍ଯ୍ୟକ୍ରମକୁ ବହିଷ୍କାର କରିଛି ।

Categories
ଆଜିର ଖବର ଜାତୀୟ ଖବର

ବିହାରରେ ଆଜି ଏନଡିଏ ବିଧାୟକ ଦଳର ବୈଠକ: ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇପାରନ୍ତି ନୀତିଶ

ପାଟନା: ଆଜି ବିହାରରେ ଏନଡିଏ ବିଧାୟକ ଦଳର ବୈଠକ ମଧ୍ୟାହ୍ନ ୧୨.୩୦ରୁ ଆରମ୍ଭ ହେବ। ଏନଡିଏରେ ସାମିଲ ଥିବା ବିଜେପି, ଜେଡିୟୁ, ବିକାଶଶୀଳ ଇନସାନ ପାର୍ଟି ଓ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ନବନିର୍ବାଚିତ ବିଧାୟକମାନେ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ନୀତିଶ କୁମାର ଆଜି ଏନଡିଏର ବିଧାୟକ ଦଳ ନେତା ହୋଇପାରନ୍ତି। ନିର୍ବାଚନରେ ଜେଡିୟୁ ନିରାଶାଜନକ ପ୍ରଦର୍ଶନ କରିଥିଲେ ସୁଦ୍ଧା ଏନଡିଏର ପ୍ରାକ୍ ନିର୍ବାଚନୀ ଘୋଷଣା ଅନୁଯାୟୀ ନୀତିଶ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଗାଦିସୀନ ହେବାକୁ ଯାଉଛନ୍ତି। ଜେଡିୟୁ ତୁଳନାରେ ବିଜେପିକୁ ବହୁ ଅଧିକ ଆସନ ମିଳିଥିବାବେଳେ ନୀତିଶଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରାଇବା ପ୍ରସଙ୍ଗକୁ ବିଜେପିର କେତେକ ନେତା ନାପସନ୍ଦ କରୁଥିଲେ ସୁଦ୍ଧା ଦଳ ତାହାର ପୂର୍ବ ପ୍ରତିଶ୍ରୁତିକୁ ପାଳନ କରିବ ବୋଲି ଦୃଢ ଆଶ୍ୱାସନା ଦେଇଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ମେଣ୍ଟର ସଫଳତା ପାଇଁ ନୀତିଶକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଣଆନୁଷ୍ଠାନିକଭାବେ ତାଙ୍କ ନାମ ଉଲ୍ଲେଖ କରିସାରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ନୀତିଶଙ୍କ ପାଇଁ ଲକି ସାବ୍ୟସ୍ତ ହେଲା ନମ୍ବର 7 : ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ପାଟନା : ବିହାରରେ ପୁଣି ଥରେ ଏନ୍‌ଡିଏ ସରକାର ଗଢିବାକୁ ଯାଉଛି । ’ସୁଶାସନ ବାବୁ’ ନାମରେ ପରିଚିତ ନୀତିଶ୍‌ କୁମାରଙ୍କ ହାତରେ ପୁଣି ଥରେ ଶାସନ କମାଣ ରହୁଛି । ମହାଗଠବନ୍ଧନକୁ ମାତ୍‌ ଦେଇ ଏନ୍‌ଡିଏ ବାଜିମାତ୍‌ କରିଛି ।  ବିହାରରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର 122 ରୁ ଏନଡିଏ ଅନ୍ୟ 3ଟି ଆସନରେ ଜିତିଛି । ଅନ୍ୟ ପକ୍ଷେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁର ଆସନ ସଂଖ୍ୟା ବହୁତ କମିଥିଲେ ମଧ୍ୟ ନୀତୀଶ ବିହାରର 37 ତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ 3ଟି କାର୍ୟ୍ୟକାଳ ସମ୍ପୂର୍ଣ୍ଣ କରି ସାରିଛନ୍ତି ଏବଂ ଲଗାତର ଚତୁର୍ଥ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ । କିନ୍ତୁ 70ବର୍ଷୀୟ ନୀତୀଶ 6 ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଗକୁ ସେ ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଦୀପାବଳୀ ପରେ ଶପଥ ନେବେ । ନିତୀଶକୁମାରଙ୍କ ପାଇଁ ଲକି ନମ୍ବର ହେଉଛି 7 ନମ୍ବର ।

1951 ମସିହା ମାର୍ଚ୍ଚ 1 ତାରିଖରେ ଜନ୍ମଗ୍ରହଣ କରିଥିବା ବିହାରର ସୁଶାସନ ବାବୁ ନୀତିଶ୍‌ କୁମାର ଏବେ 70ତମ ପାହାଚରେ ପାଦ ଦେଇଛନ୍ତି । ଚଳିତ ବିହାର ବିଧାନସଭାର ନିର୍ବାଚନ ପରିଣାମ 11 ତାରିଖରେ ଆସିଥିଲା । ଯାହାର ସଂଖ୍ୟା ହେଉଛି 7 ।  ସେହିପରି ଜେଡିୟରୁ ଚଳିତ ଥର ବିହାର ବିଧାନସଭାରେ ଜେଡିୟୁ 43ଟି ଆସନ ଜିତିଛି । ଯାହାର ସମଷ୍ଟି ହେଉଛି 7 । ସେହିପରି ନୀତିଶ୍‌ ନଭେମ୍ବର 16ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଯାହା ମଧ୍ୟ 7କୁ ଦର୍ଶାଉଛି।

ବିହାରର ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ମାର୍ଚ୍ଚ 3, 2020ରେ ନୀତିଶ୍‌ ଶପଥ ନେଇଥିଲେ ।  କିନ୍ତୁ ଏହି ସମୟରେ ସେ ମାତ୍ର ସପ୍ତାହକ ପାଇଁ ମୁଖ୍ୟମନ୍ତ୍ରୀ ରହିଥିଲେ । ସଂଖ୍ୟା ଗରିଷ୍ଠତା  ଅଭାବରୁ ସରକାର ଗଠନ ହୋଇ ନ ପାରିବାରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ନଭେମ୍ବର 24, 2005 ରେ ନୀତୀଶ ବିଜେପି ସମର୍ଥନରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ରହିଥିଲେ । ନଭେମ୍ବର 26, 2010 ରେ ନୀତୀଶ ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ । କିନ୍ତୁ ସେ ତାଙ୍କ କାର୍ୟ୍ୟକାଳ ସମ୍ପୂର୍ଣ୍ଣ କରି ପାରିନଥିଲେ। 2014 ନିର୍ବାଚନରେ ଜେଡିୟୁର ପରାଜୟ ପରେ ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ଜିତନ ରାମ ମାଝୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ସେ ଇସ୍ତଫା ଦେବାର ଠିକ 9 ମାସ ପରେ ପୁଣି ଫେବୃୟାରୀ 22, 2015 ରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ । ନଭେମ୍ବର 20, 2015ରେ ନୀତୀଶ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆରଜେଡି ସହ ମହାମେଣ୍ଟ କରି ନୀତୀଶ ସଫଳ ହୋଇଥିଲେ । ଏହି ସମୟରେ ନୀତୀଶଙ୍କ ଉପମୁଖ୍ୟ ରହିଥିଲେ ତେଜସ୍ୱୀ ଯାଦବ । 2017 ରେ ନୀତୀଶ ବିହାରରେ ମହାମେଣ୍ଟ ସରକାର ଭାଙ୍ଗି ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେଇଥିଲେ । କିନ୍ତୁ ତାଙ୍କ ଦଳ ଠିକ ଦିନକ ପରେ ବିଜେପି ସମର୍ଥନରେ ସରକାର ଗଢ଼ିଥିଲା । ଏହା ପରେ ସେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଗକୁ ନୀତୀଶ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ପ୍ରସ୍ତୁତ ହେଉଛନ୍ତି । ଚଳିତ ଦିପାବଳୀ ପରେ 16 ତାରିଖ ସୁଦ୍ଧା ନୀତିଶ ଶପଥ ନେବା ନେଇ ଚର୍ଚ୍ଚା ହେଉଛି ।

ଚଳିତ ନିର୍ବାଚନଟି ନୀତିଶ୍‌ଙ୍କ ପାଇଁ ବହୁ ପ୍ରତିବନ୍ଧକ ଆଣିଛି । କିନ୍ତୁ ପରିଶେଷରେ ନୀତିଶ୍‌ଙ୍କ ପାଇଁ ଏହା ଠିକ୍‌ ହୋଇଯାଇଛି । ଚଳିତ ଥର ମେଣ୍ଟରେ ଜେଡିୟୁ ଛୋଟ ଭାଇ ହୋଇଛି । ବିଜେପି ଅଧିକ ସଂଖ୍ୟକ ସିଟ୍‌ ହାସଲ କରି ବଡଭାଇ ଭୂମିକାରେ ରହିଛି । ଏହାକୁ ନେଇ କିଛି ବିଜେପି ମନ୍ତ୍ରୀ ବିଜେପି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ହେବା ନେଇ ଦାବି ରଖିଥିଲେ । କିନ୍ତୁ ପ୍ରଧାନମନ୍ତ୍ୀ ନରେନ୍ଦ୍ର ମୋଦି ନୀତିଶଙ୍କ ଉପରେ ମୋହର ଲଗାଇଛନ୍ତି । ସପ୍ତମ ଥର ପାଇଁ ବିହାରରେ ନୀତିଶ୍‌ ହିଁ ମୁଖ୍ୟମନ୍ତ୍ରୀ ହେବେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିହାର ଫଳାଫଳ : ଦିନ ଗୋଟାଏ ସୁଦ୍ଧା ଏନଡିଏ ଆଗୁଆ

ପାଟନା: ବିହାର ଫଳାଫଳ ଉପରେ ସାରା ଦେଶର ନଜର ରହିଛି । ବୁଥ୍‌ ଫେରନ୍ତା ରିପୋର୍ଟ ତେଜସ୍ବୀଙ୍କ ମହାଗଠବନ୍ଧନ ସପୋର୍ଟରେ ଯାଇଥିଲା । କିନ୍ତୁ ଦିନ 12ଟା ପରେ ବିହାର ନିର୍ବାଚନୀ ଫଳାଫଳରେ ଫରକ ଦେଖାଯାଇଛି । ଏବେ ସୁଦ୍ଧା ଏନ୍‌ଡିଏ 127ରେ ଥିବାବେଳେ 103ରେ ରହିଛି ମହାଗଠବନ୍ଧନ । ଏନଡିଏରେ ବିଜେପି 74 ଟି ଆସନରେ ଆଗୁଆ ଥିବା ବେଳେ ଜେଡିୟୁ 48 ଟି ଆସନରେ ଆଗୁଆ ରହିଛି ସେହଭଳି ଭିଆଇପି ପାର୍ଟି 8 ଟି ଆସନରେ ଆଗୁଆ ରହିଛି । ମହାମେଣ୍ଟରେ ଆରଜେଡି 59 ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ 21 ଓ ବାମଦଳ ୧୯ ଆସନରେ ଆଗୁଆ ଚାଲିଛି । ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଦାବିଦାର ତେଜସ୍ୱୀ ଯାଦବ ନିଜ ଆସନରେ ଆଗୁଆ ରହଛନ୍ତି । ତେବେ ଚଳିତ ବିହାର ବିଧାନସଭା ନିର୍ବାଚନରେ 15 ବର୍ଷର ଅଭିଜ୍ଞ ରାଜନୀତିଜ୍ଞ ନୀତିଶ୍‌ କୁମାର ବନାମ ଯୁବ ନେତୃତ୍ବ ତେଜସ୍ବୀଙ୍କ ମଧ୍ୟରେ କିନ୍ତୁ କଡ୍ଡା ଟକ୍କର ଦେଖିବାକୁ ମିଳୁଛି ।

 

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରେଳବାଇ ସେପ୍ଟେମ୍ବର ୪ ସୁଦ୍ଧା ୮ ଲକ୍ଷ ୯ ହଜାର ଶ୍ରମ ଦିବସ ସୃଷ୍ଟି କରି ଦେଇଛି ୧,୬୧୩ କୋଟି ଟଙ୍କା

ଭୁବନେଶ୍ବର, ଚଳିତ ସେପ୍ଟେମ୍ବର ୪ ସୁଦ୍ଧା ୮,୦୯,୦୪୬ ଶ୍ରମ ଦିବସ ସୃଷ୍ଟି କରିଛି ଭାରତୀୟ ରେଳବାଇ। ଏହି କାର୍ଯ୍ୟକ୍ରମ ଲାଗୁ ହେଉଥିବା ଓଡ଼ିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ରାଜ୍ୟର ୧୧୬ଟି ଜିଲ୍ଲାରେ ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଏହା କରାଯାଇଛି। ଏଥିରେ ୧୨,୨୬୭ ଶ୍ରମିକଙ୍କୁ ନିୟୋଜିତ କରାଯାଇ ସେମାନଙ୍କୁ ମଜୁରି ବାବଦରେ ୧ ହଜାର ୬ଶହ ୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି।

ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ ବ୍ୟକ୍ତିଗତ ଭାବେ ଏସବୁ ପ୍ରକଳ୍ପର କାମକୁ ନିବିଡ ଭାବେ ଅନୁଧ୍ୟାନ କରୁଛନ୍ତି। କରୋନା ଯୋଗୁଁ ଭିଟାମାଟିକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କାମ ଯୋଗାଇଦେବାକୁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି ୬ଟି ରାଜ୍ୟରେ ଭାରତୀୟ ରେଳବାଇ ପକ୍ଷରୁ ୧୬୪ଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।

ଭାରତୀୟ ରେଳବାଇ ଏହି କାର୍ଯ୍ୟ ତଦାରଖ କରିବା ପାଇଁ ପ୍ରତ୍ୟେକ ଜିଲା ଏବଂ ରାଜ୍ୟରେ ନୋଡାଲ ଅଫିସର ନିଯୁକ୍ତି କରିଛି । ଏହାଫଳରେ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ସମ୍ଭବ ହୋଇଛି ।

ଏହି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ରେଳ ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ଲେବଲ କ୍ରସିଂ ନିକଟରେ ସଂଯୋଗ ପଥ ନିର୍ମାଣ ଓ ତାହାର ରକ୍ଷଣାବେକ୍ଷଣ, ରେଳପଥ ପାଶ୍ୱର୍ରେ ଥିବା ଜଳପଥ ଓ ନାଳନର୍ଦ୍ଦମା ସଫେଇ ଏବଂ ରକ୍ଷଣାବେକ୍ଷଣ, ରେଳ ଷ୍ଟେସନକୁ ସଂଯୋଗ ପଥର ନିର୍ମାଣ ଏବଂ ତାହାର ରକ୍ଷଣାବେକ୍ଷଣ, ରେଳପଥଗୁଡିକର ମରାମତି ଏବଂ ଏହାର ଚଉଡା ବୃଦ୍ଧି, ରେଳପଥ ଜାଗାର ସୀମାରେଖା ନିକଟରେ ବୃକ୍ଷରୋପଣ ତଥା ରେଳପଥ ଓ କଟିଂ ଏବଂ ସେତୁଗୁଡିକର ସୁରକ୍ଷା କାର୍ଯ୍ୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଯୋଗୁଁ ସ୍ୱଗୃହକୁ ପଳାଇ ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇ ଦେବା ଉଦ୍ଦେଶ୍ୟରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିଥିଲେ । ଏହାଛଡା ଗ୍ରାମ୍ୟ ସ୍ତରରେ କାମଧନ୍ଦା ପାଉନଥିବା ଶ୍ରମିକଙ୍କୁ ମଧ୍ୟ ଏଥିରେ ରୋଜଗାର ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲା । ଜୁନ୍ ୨୦ରେ ଏହି ରୋଜଗାର ଅଭିଯାନ ଘୋଷଣା କରାଯାଇଥିଲା । ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଗ୍ରାମାଞ୍ଚଳରେ ସ୍ଥାୟୀ ଭିତ୍ତିଭୂମି ଗଢି ତୋଳିବାକୁ ୫୦ ହଜାର କୋଟି ଟଙ୍କା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

ଏହି ଅଭିଯାନ ଏବେ ୧୨୫ ଦିନ ସଂପୂର୍ଣ୍ଣ କରିଛି। ମିଶନ ମୋଡରେ କାର୍ଯ୍ୟକାରୀ ହେଉଥିବା ଏହି ଅଭିଯାନରେ ୨୫ ପ୍ରକାର କାର‌୍ୟ୍ୟ ଓଡ଼ିଶା, ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଭଳି ପ୍ରବାସୀ ଶ୍ରମିକପ୍ରବଣ ରାଜ୍ୟର ୧୧୬ଟି ଜିଲ୍ଲାରେ କାର‌୍ୟ୍ୟକାରୀ ହେଉଛି। ଏହି ଯୋଜନା ପାଇଁ ମୋଟ ୫୦ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖାଯାଇଛି।

କେନ୍ଦ୍ର ସରକାରଙ୍କ ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ, ସଡ଼କ ପରିବହନ ଓ ରାଜମାର୍ଗ, ଖଣି, ପାନୀୟଜଳ ଏବଂ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌, ନୂଆ ଓ ଅଣପାରମ୍ପରିକ ଶକ୍ତି, ସୀମାନ୍ତ ସଡ଼କ, ଟେଲିକମ୍ ଓ କୃଷି ଆଦି ୧୨ଟି ମନ୍ତ୍ରଣାଳୟ ଓ ବିଭାଗର ମିଳିତ ସହଯୋଗରେ ଏହି ଅଭିଯାନ କାର୍ଯ୍ୟକାରୀ ହେଉଛି ।

Categories
ଆଜିର ଖବର ଜାତୀୟ ଖବର

ବିଜେପି କାର୍ଯ୍ୟାଳୟରେ କରୋନା: 25 ଜଣ ଆକ୍ରାନ୍ତ ଚିହ୍ନଟ

ପାଟନା : ଦେଶରେ କରୋନା ସଂକଟ ସମୟରେ ବିହାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ  ପାଟନାର ବିଜେପି କାର୍ଯ୍ୟାଳୟରେ ଏକାସାଙ୍ଗରେ 25ଜଣ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ଚଳିତ ବର୍ଷ ନଭେମ୍ବରରେ ବିହାର ବିଧାନସଭା ହେବାକୁ ରହିଛି ।  କରୋନା ସଂକଟ ମଧ୍ୟରେ ରାଜ୍ୟରେ ସମସ୍ତ ଦଳ ତରଫରୁ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ମିଳିଥିବା ସୂଚନା ଅନୁସାରେ ଆଇସିଏମ୍‌ରଏକ ଟିମ୍‌ ପାଟନାସ୍ଥିତ ବିଜେପି କାର୍ଯ୍ୟାଳୟର 75 ଜଣଙ୍କ ସାମ୍ପଲ୍‌ ଟେଷ୍ଟ କରିଥିଲେ । ଏହି ଟେଷ୍ଟ ମଧ୍ୟରୁ ଆଉ କିଛି ରିପୋର୍ଟ ଆସିବାକୁ ବାକି ରହିଥିବାେବେ 25ଜଣ ସଂକ୍ରମିତ ହୋଇଥିବାର ସୂଚନା ରିହଛି ।

ମିଳିଥିବା ସୂଚନା ଅନୁସାରେ ସଙ୍ଗଠନ ମହାମନ୍ତ୍ରୀ ନାଗେନ୍ଦ୍ର ନାଥଙ୍କ ସମେତ ପ୍ରଦେଶ ମହାମନ୍ତୀ ଦିନେଶ କୁମାର, ପ୍ରଦେଶ ଉପାଧ୍ୟକ୍ଷ ରାଧାମୋହନ ଶର୍ମାଙ୍କ ସମେତ ଅନ୍ୟ କେତେଜଣ ନେତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି ।  ଏହି ଖବର ସାମ୍ନାକୁ ଆସିବା ପରେ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସ୍‌ କରାଯାଉଛି । ପଜିଟିଭ୍‌ ଚିହ୍ନଟ ହୋଇଥିବା ଅଧିକାଂଶ ନେତାଙ୍କର କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା । ସମସ୍ତଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ ରହିବାକୁ ପରାମର୍ଶ ଦିଆଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘର ଦୁଆରେ କରୋନା ଭୂତାଣୁ, ରାଜ୍ୟରେ ବଢୁଛି ସଂକ୍ରମଣ

ପାଟନା, କିଛି ଦିନ ହେଲା ବିହାରରେ କରୋନା ସଂକ୍ରମଣ ନିୟମିତ ବୃଦ୍ଧି ପାଇବାରେ ଲାଗିଛି। ଏବେ ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘର ଦୁଆରେ ପହଞ୍ଚିଛି କରୋନା ଭୂତାଣୁ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭାଣିଜୀ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ତାଙ୍କୁ ପାଟନା ଏମସରେ ଭର୍ତ୍ତି କରାଯାଇଛି।

ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ବିଶୋଧନ କରାଯାଇଛି। ପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ନିକଟରେ ନୀତୀଶ କୁମାର ବିଧାନ ପରିଷଦ ଅଧ୍ୟକ୍ଷ ଅବଧେଶ ନାରାୟଣ ସିଂହ ଓ ତାଙ୍କୁ ପତ୍ନୀଙ୍କୁ ଭେଟିଥିଲେ। ଏହା ପରେ ସିଂହ ଦମ୍ପତି କରୋନା ସଂକ୍ରମିତ ଜଣାପଡିବା ପରେ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ହେଲେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।

ଇତିମଧ୍ୟରେ ଜେଡିୟୁ-ବିଜେପି ସରକାରକୁ ସମାଲୋଚନା କରି ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ତେଜସ୍ବନୀ ଯାଦବ କହିଛନ୍ତି, ରାଜ୍ୟରେ ନା ଅଧିକ ପରୀକ୍ଷା କରାଯାଉଛି ନା ଚିକିତ୍ସା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। କିଛି ବି ହେଉନଥିବା ସେ ଅଭିଯୋଗ କରିଛନ୍ତି। ଏହି ପରିସ୍ଥିତି ଲାଗି ରହିଲେ ଅଗଷ୍ଟ-ସେପଟେମ୍ବର ମାସ ବେଳକୁ ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇ ପଡିବ ବୋଲି ସେ ସରକାରଙ୍କୁ ଚେତାଇ ଦେଇଛନ୍ତି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିହାରର ସଂକ୍ରମଣ ଅଞ୍ଚଳରେ ଲକ୍‌ଡାଉନ୍‌ ଜାରି ରହିବ

ପାଟନା : ଦେଶର ବହୁ ସ୍ଥାନରେ ଲକ୍‌ ଡାଉନ୍‌ କଟକଣାକୁ ଉଠାଯାଉଥିବାବେଳେ ବିହାରର  ମୁଖ୍ୟମନ୍ତ୍ରୀ ନିତିଶ୍‌ କୁମାର ଏନେଇ ଏକ ଘୋଷଣା କରିଛନ୍ତି । ଯେଉଁ ସବୁ ଅଞ୍ଚଳରେ କରୋନା ସଂକ୍ରମଣ ମାମଲା ଅଧିକ ରହିଛି  ସେହି ସମସ୍ତ ଅଞ୍ଚଳରେ ଏବେବି ଲକଡାଉନ୍‌ ଜାରି ରହିବ । ସେହି ସମସ୍ତ ଅଞ୍ଚଳରେ କୌଣସି ପ୍ରକାରର କୋହଳକୁ ପ୍ରଶ୍ରୟ ଦିଆଯିବ ନାହିଁ । ଅର୍ଥାତ୍‌ ବିହାରରେ ଥିବା ସମସ୍ତ କଣ୍ଟନେମେଣ୍ଟ ଜୋନ୍‌ରେ ଲକଡାଉନ୍‌ ନିୟମ କଡାକଡି ଭାବେ ଲାଗୁ ରହିବ । ଜେଡିୟୁର ଏକ ଭର୍ଚୁଆଲ ସମ୍ମିଳନୀରେ ନିତୀଶ୍‌ କୁମାର ଏହା ସମ୍ପର୍କରେ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ଗୁରୁବାର ସକାଳ ସୁଦ୍ଧା ବିହାରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 5710ରେ ପହଞ୍ଚିଥିବାବେଳେ 33 ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଏପର୍ଯ୍ୟନ୍ତ 2606 ସକ୍ରିୟ ମାମଲା ଥିବାବେଳେ ତିନି ହଜାରରୁ ଅଧିକ ଲୋକେ ସୁସ୍ଥ ହୋଇଛନ୍ତି।

ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବ । କିନ୍ତୁ କରୋନା ସଂକଟ ଓ ଲକ୍‌ଡାଉନ୍‌ ଯୋଗୁଁ କୌଣସି ପ୍ରକାରର ରାଜନୈତିକ କାର୍ଯ୍ୟକ୍ରମ ହୋଇପାରୁନାହିଁ । ଏଥିପାଇଁ ଜେଡିୟୁ ଭର୍ଚୁଆଲ ସମ୍ମେଳନ ଜରିଆରେ ନିଜ କାର୍ଯ୍ୟକର୍ତ୍ତାଙ୍କ ଯୋଡ଼ି ହେବାର କାର୍ଯ୍ୟକ୍ରମ ଚାଲୁ କରିଛି । ଅପରପକ୍ଷରେ ତେଜସ୍ବୀ ଯାଦବ ବିହାର ସରକାରଙ୍କ ଉପରେ କରୋନା ସଂକଟର ମୁକାବିଲା ଦିଗରେ ନୀତିଶ୍‌ ସରକାର ଫେଲ୍‌ ହେଉଥିବାର ଅଭିଯୋଗ କରିଛନ୍ତି । (ଏଜେନ୍ସି)