Categories
ଆଞ୍ଚଳିକ

ବେଗୁନିଆ ବ୍ଲକରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ଖୋର୍ଦ୍ଧା: ବେଗୁନିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୧୨୦ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୧୧୨ ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୦୫ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୦୨ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା ଜଣଙ୍କୁ ୨୦୦୦୦/-ଟଙ୍କା ‌ରେଡକ୍ରସ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଆଜିର ମିଳିତ ଜନଶୁଣାଣି ଅବସରରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧ୍ୟକ୍ଷତା କରିଥିବାବେଳେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଦଲ କୁମାର ମହାନ୍ତି, ଉପ-ଜିଲ୍ଲାପାଳ ଖୋର୍ଦ୍ଧା ଦୀପ୍ତି ରଞ୍ଜନ ସେଠୀ, ଭାରପ୍ରାପ୍ତ ସି ଡ଼ି ଏମ୍ ଓ  ଡଃ ରଘୁନାଥ ନାୟକ, ବିଡିଓ ଓ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ‌ ତରାଇ ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୀମପୁର ଗାଁରେ ହତ୍ୟାକାଣ୍ଡ ମାମଲା: ସମଲିଙ୍ଗୀ ସମ୍ପର୍କକୁ ନେଇ ମର୍ଡର ହୋଇଥିବା କହିଲା ଜଙ୍କିଆ ପୋଲିସ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଶଗଡଭଙ୍ଗା ଭୀମପୁର ଗାଁରେ ହତ୍ୟାକାଣ୍ଡ। ସମଲିଙ୍ଗୀ ସମ୍ପର୍କକୁ ନେଇ ମର୍ଡର ହୋଇଥିବା ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ। ମୃତ ଯୁବକଙ୍କ ନାମ ରଶ୍ମିରଞ୍ଜନ ବଳିୟାରସିଂହ।

ଘଟଣାରୁ ପ୍ରକାଶ ଯେ, ଶଗଡଭଙ୍ଗା ଗାଁର ରଶ୍ମିରଞ୍ଜନ ବଳିୟାରସିଂହ ନାମକ ଜଣେ ଯୁବକ ଏକ ରାମ ନାଟକ ଯାତ୍ରାରେ ରୋଲ କରିବା ପାଇଁ ଚନ୍ଦନପୁର ଅଞ୍ଚଳର ସୋମନାଥ ଲାଠି ନାମକ ଜଣେ ତୃତିୟ ଲିଙ୍ଗୀକୁ ଆଣି ନିଜ ଘରେ ରଖିବା ସହିତ ତା ସହିତ ଦୈହିକ ସଂମ୍ପର୍କ ରଖିଥିଲେ। କିନ୍ତୁ ସୋମନାଥ ସହିତ ରଶ୍ମିରଞ୍ଜନଙ୍କ ପ୍ରେମ ବିଚ୍ଛେଦ ହେବାରୁ ଜାନୁଆରୀ ୨ ତାରିଖ ଦିନ ପରିବାର ଲୋକ ଘରେ ନ ଥିବା ସୁଯୋଗ ପାଇ ରଶ୍ମିରଞ୍ଜନଙ୍କୁ ସୋମନାଥ ଲାଠି ଲୁହା ରଡରେ ଆକ୍ରମଣ କରିଥିଲା। ଯାହାଫଳ ରଶ୍ମିରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ଏହାସହିତ ରଶ୍ମିରଞ୍ଜନଙ୍କ ଘରୁ ଟଙ୍କା ସହିତ କିଛି ସୁନା ଅଳଙ୍କାର ଲୁଟ କରି ସୋମନାଥ ମୋଟର ସାଇକେଲ ନେଇ ଫେରାର ହୋଇଯାଇଥିଲା।

ରଶ୍ମିରଞ୍ଜନଙ୍କ ମାଆ ଏନେଇ ଜଂକିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜଙ୍କିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସୋମନାଥକୁ ଧରିବା ପାଇଁ ପୋଲିସ ୩ ଟି ଟିମ ଗଠନ କରି ବିଭିନ୍ନ ଯାଗାରେ ଚଢ଼ାଉ ଜାରି ରଖିଥିଲା। ଶେଷରେ ଅଭିଯୁକ୍ତକୁ ଯାଜପୁରରୁ ଗିରଫ କରାଯାଇଥିଲା।

ସମଲିଙ୍ଗୀ ପ୍ରେମ ସଂମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବେଗୁନିଆ ବ୍ଲକରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ଖୋର୍ଦ୍ଧା: ଵେଗୁନିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୯୯ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୮୭ ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୦୫ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୪ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା ୩୦୦୦ ଟଙ୍କା ଲେଖାଏଁ ୨ ଜଣଙ୍କୁ ଏବଂ ୫୦୦୦ ଟଙ୍କା ୧ ଜଣଙ୍କୁ ମୋଟ ୩ ଜଣଙ୍କୁ ‌ରେଡକ୍ରସ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଆଜିର ମିଳିତ ଜନଶୁଣାଣି ଅବସରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ / ଆରକ୍ଷୀ ଅଧିକ୍ଷକ, ସିଦ୍ଧାର୍ଥ କାଟାରିଆ /ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବାଦଲ କୁମାର ମହାନ୍ତି / ଉପ-ଜିଲ୍ଲାପାଳ, ଖୋର୍ଦ୍ଧା ଦୀପ୍ତି ରଞ୍ଜନ ସେଠୀ /ସି ଡ଼ି ଏମ୍ ଓ, ଡଃ ଆର୍ତ୍ତଵନ୍ଧୁ ନାୟକ/ବିଡିଓ, ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବୋଲଗଡ ଓ ବେଗୁନିଆ ବ୍ଲକ ପରିକ୍ରମା କଲା ଅହିଂସା ରଥ

ଖୋର୍ଦ୍ଧା: ବେଗୁନିଆ ଓ ବୋଲଗଡ ବ୍ଲକରେ ଆଜି ବୁଲିଛି ଅହିଂସା ରଥ। ପ୍ରଥମେ ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ବୋଲଗଡ ବ୍ଲକକୁ ଅହିଂସା ରଥ ହସ୍ତାନ୍ତର କରାଯିବା ପରେ ଚୁଡା ଠାରେ ଏହାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଅହିଂସା ରଥକୁ ବୋଲଗଡସ୍ଥିତ ଖଦି କେନ୍ଦ୍ରକୁ ନିଆଯାଇଥିଲା। ଏଠାରେ ସ୍ବାଗତ କରାଯିବା ସହ ଭିଡ଼ିଓ ମାଧ୍ୟମରେ ଉପସ୍ଥିତ ଜନସାଧାରଣଙ୍କୁ ସହିଦ ଲକ୍ଷଣ ନାୟକଙ୍କ ଉପରେ ଆଧାରିତ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା। ଚମ୍ପାଇଲଠାରେ ମଧ୍ୟ ଏହି ରଥକୁ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ସ୍ବାଗତ କରାଯାଇଥିଲା। ପରେ ବେଗୁନିଆ ବ୍ଲକର ଚନ୍ଦକା, ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ହଟେକଶ୍ବର ମହିଳା ମହାବିଦ୍ୟାଳୟ ଠାରେ ମଧ୍ୟ ସ୍ବାଗତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ବୋଲଗଡ ବିଡିଓ ଧୋବେଇ ନାୟକ, ଅତିରିକ୍ତ ତହସିଲଦାର ପଙ୍କଜା ମଞ୍ଜରୀ ଭଞ୍ଜ,ଐତିହାସିକ ରବିନ୍ଦ୍ର ପରିଡା, ଶିକ୍ଷାବିତ ଗୋପିନାଥ ଖାଡଙ୍ଗା, ବ୍ଲକ ଶିକ୍ଷାଧିକାରୀ ଡଃ ନିରଞ୍ଜନ ମହାନ୍ତି, ବେଗୁନିଆ ବିଡିଓ ଲକ୍ଷ୍ମୀଧର ସାହୁ, ତହସିଲଦାର ପୃଥ୍ବୀରାଜ ମଣ୍ତଳ, ବେଗୁନିଆ କଲେଜ ଅଧ୍ୟକ୍ଷ ଦିଲିପ କୁମାର ମିଶ୍ର, ସିଡିପିଓ ରଞ୍ଜୁବାଳା ସାହୁ, ସଂପୃକ୍ତ ଫାଣ୍ତି ଓ ଥାନାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରତ୍ୟେକ ସ୍ଥାନରେ ହାତରେ ତ୍ରୀରଙ୍ଗା ପତାକା ଧରି ଛାତ୍ର ଛାତ୍ରୀ ମାନେ ଉତ୍ସାହର ସହ ଦେଶାତ୍ମବୋଧକ ସଂଗୀତ ତାଳରେ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ବୁଦ୍ଧିଜିବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ,ଆଶା, ଅଙ୍ଗନୱାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା କାଲି ଏହି ରଥ ଖୋରଧା ବ୍ଲକ ଓ ଖୋରଧା ପୌରସଂସ୍ଥା ଗସ୍ତ କରିବ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ କୁକୁଡା ମଡକ: ଫାର୍ମରେ ମରିପଡିଛନ୍ତି ଶହ ଶହ କୁକୁଡ଼ା

ଖୋର୍ଦ୍ଧା: ଖୋର୍ଦ୍ଧାରେ କୁକୁଡ଼ା ମଡକ ଘଟଣା ସାମ୍ନାକୁ ଆସିଛି। ଫାର୍ମରେ ଶହ ଶହ କୁକୁଡ଼ା ମରିଥିବା ଖବର ଶୁଣିବାକୁ ମିଳୁଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗୋବିନ୍ଦପୁର ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ କୁକୁଡ଼ା ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।

Categories
ଆଞ୍ଚଳିକ

ବ୍ରହ୍ମପୁର ପାଟଣା ଗ୍ରାମର ଯୁବକମାନଙ୍କ ଦ୍ୱାରା ମାସ୍କ ଓ ସାବୁନ୍‌ ବଣ୍ଟନ

ସଞ୍ଜୟ କର

ଖୋର୍ଦ୍ଧା: ବିଶ୍ବ ମହାମାରୀ କରୋନାକୁ ନେଇ ସାରା ବିଶ୍ବ ଏବେ ଆତଙ୍କିତ। କରୋନା ସହ ମୁକାବିଲା ପାଇଁ କେନ୍ଦ୍ର ସରକାର ଲକ୍‌ ଡାଉନ୍‌ ଜାରି କରିଛନ୍ତି। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ କରୋନା ସହ ଲଢିବା ପାଇଁ ସତର୍କ ଓ ସଚେତନତା କରାଯାଉଛି। ଏହି କ୍ରମରେ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର (ପରିଛଳ)ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବ୍ରହ୍ମପୁର ପାଟଣା ଗ୍ରାମର କିଛି ଉଦୀୟମାନ ଯୁବକ ନିଜସ୍ବ ଅବଦାନରେ ୪୦୦ ମାସ୍କ ଓ ସାବୁନ୍‌ ବଣ୍ଟନ କରିଛନ୍ତି। ପଞ୍ଚାୟତର ସମିତି ସଭ୍ୟ ବିପିନ ମହପାତ୍ରଙ୍କ  ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଯୁବକମାନେ କରୋନା ରୂପକ ମହାମାରୀଠାରୁ ସତର୍କ ରହିବା ନେଇ ସଚେତନତା ମଧ୍ୟ କରାଇଥିଲେ।