Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ନିଲମ୍ବିତ

ଭୁବନେଶ୍ଵର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ରେମୁଣା ତହସିଲଦାର ଶ୍ରୀ ବିଦ୍ୟାଧର ପତିଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଶ୍ରୀ ପତିଙ୍କ ନାମରେ ଭିଜିଲାନ୍ସ ପକ୍ଷରୁ ୧୩/୦୨/୨୦୨୫ ରେ ଏ ସମ୍ପର୍କିତ କେସ୍ ଦାୟର୍ କରାଯାଇଥିବା ବେଳେ ସେ ଗିରଫ୍ ହୋଇ ଜେଲ୍ ଯାଇଥିଲେ ।

ଏହି ନିଲମ୍ବନ ନ ହଟିବା ପର୍ଯ୍ୟନ୍ତ ଶ୍ରୀ ପତିଙ୍କ ମୁଖ୍ୟାଳୟ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ସ୍ଥିର ହୋଇଛି । ଏହା ସହ ବିନା ଅନୁମତିରେ କୌଣସି ପ୍ରକାର ଛୁଟି ନେଇ ପାରିବେ ନାହିଁ ବୋଲି ନିଲମ୍ବନ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସକାଳୁ ସକାଳୁ ଜଣେ ଏଡିଓ ଙ୍କ ଘରେ ଭିଜିଲାନ୍ସ ଚଢାଉ, ଘର ଦେଖି ସମସ୍ତେ ତାଜୁବ

ଭୁବନେଶ୍ବର: ଆଜି କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଅନ୍ତର୍ଗତ ବାତାସନା ଜି.ପି.ର ଏଡିଇଓ (ଆକାଉଣ୍ଟାଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର) ଏସ.ପାର୍ଥ ସାରଥି ବିଶୋଇଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ତାଙ୍କର ଆୟ ବହିଃର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ, ଓଡିଶା ଭିଜିଲାନ୍ସ ଦ୍ୱାରା ୨ ଜଣ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରାଯାଇଛି।

ଯେଉଁ ସ୍ଥାନରେ ଚଢାଉ ଜାରୀ ରହିଛି ସେଗୁଡିକ ହେଲା

1. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ଅବସ୍ଥିତ ପାର୍ଥ ସାରଥି ବିଶୋଇଙ୍କ ଆବାସିକ ଘର।

2. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ତାଙ୍କ ଭାଇଙ୍କ ଆବାସିକ ଘର।

3. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ଅବସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର।

4. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ଅବସ୍ଥିତ ତାଙ୍କ ଘର।

5. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଠାରେ ଅବସ୍ଥିତ ତାଙ୍କର ମେସର୍ସ ସାଇ କୃଷ୍ଣ ଏଣ୍ଟରପ୍ରାଇଜେସ୍ ନାମକ କାଜୁନଟ୍ ପ୍ରୋସେସିଂ ୟୁନିଟ୍।

୬. କୋରାପୁଟ ଜିଲ୍ଲାର ବୋରିଗୁମାରେ ଅବସ୍ଥିତ ଶ୍ରୀ ବିଶୋଇଙ୍କ ତିନି ମହଲା କୋଠା।

୭. କୋରାପୁଟ ଜିଲ୍ଲାର କୋଟପାଡ ବ୍ଲକ ଅନ୍ତର୍ଗତ ବତାସନା ଜି.ପି.ରେ ଅବସ୍ଥିତ ଶ୍ରୀ ଏସ୍.ପାର୍ଥ ସାରଥି ବିଶୋଇଙ୍କ କାର୍ଯ୍ୟାଳୟ ।

ବର୍ତ୍ତମାନ ସୁଦ୍ଧା ଚଢାଉ ଜାରୀ ରହିଥିବାରୁ ଜବତ ସୂଚନା ମିଳିପାରି ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ୫ ଗିରଫ: ଦୁଇ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଜବତ

ଭୁବନେଶ୍ଵର: ମାଲକାନଗିରି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ମୋଟ ୫ ଜଣଙ୍କୁ ଆଜି ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। ୨ ଦିନର ଲଗାତାର ତଦନ୍ତ ବେଳେ ଭିଜିଲାନ୍ସ ବିଭାଗ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଠାରୁ ୨ କୋଟି ୭ ଲକ୍ଷରୁ ଉର୍ଦ୍ଧ୍ଵ ନଗଦ ଟଙ୍କା ସହ ସହଯୋଗୀଙ୍କ ଠାରୁ ୬ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା।

ଏଥିସହ ଶାନ୍ତନୁଙ୍କ ୭ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ମୋଟ ୪ଟି ଦାମୀ ପ୍ଲଟ୍ ସହ ୪୨୨ ଗ୍ରାମ ସୁନା, ୯୧ ଲକ୍ଷର ବ୍ୟାଙ୍କ ଡିପୋଜିଟ, ଗୋଟିଏ ଚାରି ଚକିଆ ଗାଡ଼ି, ୨ଟି ଦୁଇଚକିଆ ଗାଡ଼ି, ୨୯ ଲକ୍ଷରୁ ଅଧିକ ଟଙ୍କାର ଘର କରଣା ସାମଗ୍ରୀ ଭିଜିଲାନ୍ସ ଠାବ କରିଛି। ମାମଲାରେ ଶାନ୍ତନୁଙ୍କ ସହ ମାଲକାନଗିରି କୃଷି ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି ଅପରେଟର ବିଶ୍ୱଜିତ ମଣ୍ଡଳ, ଚୁକ୍ତି ଭିତିକ କର୍ମଚାରୀ ଅମୀୟ କାନ୍ତ ସାହୁ ଏବଂ ଜନସେବା କେନ୍ଦ୍ର କର୍ମଚାରୀ ଅଲେଖ ଚନ୍ଦ୍ର ପ୍ରଧାନଙ୍କୁ ଭିଜିଲାନ୍ସ ଗିରଫ କରିଛି।

ତେବେ ଗଞ୍ଜାମ ଜିଲ୍ଲାର ଅଲେଖ ଚନ୍ଦ୍ର ପ୍ରଧାନଙ୍କ ଏକ ଜନସେବା କେନ୍ଦ୍ର ଥିବା ବେଳେ ସେ ଶାନ୍ତୁନୁଙ୍କ ପାଇଁ ମଧ୍ୟସ୍ତି ଭାବେ କାର୍ଯ୍ୟ କରି ଅର୍ଥ କାରବାର କରାଉଥିବାରୁ ତାଙ୍କୁ ଗିରଫ କରାଯାଇଛି। ଡିଇଓ ବିଶ୍ୱଜିତ ମଣ୍ଡଳ ଓ କଣ୍ଟ୍ରାଚୁଆଲ ଷ୍ଟାଫ୍ ଅମୀୟକାନ୍ତ ସାହୁଙ୍କ ଘରୁ ଶତାଧିକ ବ୍ୟାଙ୍କ ପାସବୁକ୍ ଜବତ ହୋଇଥିବା ବେଳେ ଏସବୁ କିଛି ଶ୍ରମିକଙ୍କ ନାମରେ ରହିଛି। ସମସ୍ତ ୫ଜଣଙ୍କୁ ଗିରଫ ପରେ ଭିଜିଲାନ୍ସ ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗିରଫ ହେଲେ ମାଲକାନଗିରିର କୋଟିପତି ଅଫିସରଙ୍କ ସହ ଚାରି ସହଯୋଗୀ, ମିଳିଲାଣି ଦୁଇ କୋଟି ଟଙ୍କା

ଭୁବନେଶ୍ବର: ଶେଷରେ ଗିରଫ ହେଲେ ମାଲକାନଗିରି ଜଳ ବିଭିଜିକା ପିଡି ତଥା ଉପନିର୍ଦ୍ଦେଶକ ଶ୍ରୀ ଶାନ୍ତନୁ ମହାପାତ୍ର। ଭିଜିଲାନସ ତାଙ୍କୁ ଗିରଫ କରିବା ସହିତ ତାଙ୍କର ଚାରି ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି। ସେମାନେ ହେଲେ ମୋହନ ମଣ୍ଡଳ, ବିଶ୍ବଜିତ ମଣ୍ଡଳ,ଅମୀୟକାନ୍ତ ସାହୁ ଏବଂ ଏକ ଜନସେବା କେନ୍ଦ୍ର ମୁଖ୍ୟ ଅଲେଖ ପ୍ରଧାନ।

ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଶ୍ରୀ ଯଶବନ୍ତ ଜେଠୱା। ସେ କହିଛନ୍ତି ଯେ, ଶ୍ରୀ ମହାପାତ୍ରଙ୍କ ଘରୁ ବର୍ତ୍ତମାନ ଦୁଇ କୋଟି ଟଙ୍କା ଜବତ କରାଯାଇଛି। ଏଥିସହିତ ତାଙ୍କର ଫ୍ଲାଟ ଓ ଦାମୀ ପ୍ଲଟର ହିସାବ ଚାଲିଛି। ଏଥିସହିତ ଯେଉଁମାନେ ତାଙ୍କୁ ଏହି ବେଆଇନି କାର୍ଯ୍ୟରେ ସହଯୋଗ କରୁଥିଲେ ସେମାନଙ୍କୁ ମଧ୍ୟ ଗିରଫ କରାଯାଇଛି।

ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି ଯେ, ଶ୍ରୀ ମହାପାତ୍ର ଯେତେବେଳେ ଗଂଜାମରେ ଚାକିରୀ କରୁଥିଲେ ସେତେବେଳେ ସେ ଜନସେବା କେନ୍ଦ୍ରର ଅଲେଖ ପ୍ରଧାନଙ୍କ ସହିତ ସଂପର୍କରେ ଥିଲେ। ସେତେବେଳେ ସେ ସବୁ ଲାଞ୍ଚ ପଇସା ସଂଗ୍ରହ କରି ଶ୍ରୀ ମହାପାତ୍ରଙ୍କୁ ପ୍ରଦାନ କରୁଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କର ଏହି କାରବାର ଚାଲିଥିଲା। ତାଙ୍କ ଆକାଉଣ୍ଟରୁ ପ୍ରାୟ ଏକ କୋଟି ଟଙ୍କା ଶ୍ରୀ ମହାପାତ୍ରଙ୍କ ପାଖକୁ ପଠାଇଥିବାର ଜଣାପଡିଛି ବୋଲି ଶ୍ରୀ ଜେଠୱା କହିଛନ୍ତି।

ତେବେ ଏମାନେ ଶ୍ରମିକଙ୍କ ଜାଲ ଆକାଉଣ୍ଟ କରି ସେମାନେ ପଇସା ହଡପ କରୁଥିଲେ ବୋଲି ଜଣାପଡିଛି। ଏମାନଙ୍କ ପାଖରୁ 35 ଟି ଶ୍ରମିକଙ୍କ ଆକଉଣ୍ଟ ଜବତ କରାଯାଇଛି। ଯାହା ଯାଞ୍ଚ କରାଯାଉଛି ବୋଲି ଶ୍ରୀ ଜେଠୱା କହିଛନ୍ତି। ସେ କହିଛନ୍ତି ଯେ, ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଆସିଥିବା ଟଙ୍କା କାମ ନ କରି ସେମାନେ ମିଳିତ ଭାବେ ବିଭିନ୍ନ ଶ୍ରମିକଙ୍କ ନାମରେ ଟଙ୍କା ଉଠାଇଛନ୍ତି। ଏ ସଂପର୍କରେ ଆହୁରି ଅଧିକ ତଦନ୍ତ ଚାଲିଛି ବୋଲି ଶ୍ରୀ ଜେଠୱା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭିଜିଲାନସ ଜାଲରେ ବଡ ମାଛ: ମିଳୁଛି ଖାଲି ଟଙ୍କା, ସୁନା, ପ୍ଲଟ ଆଉ କୋଠା, ଭିତରେ ଦେଖନ୍ତୁ ଟଙ୍କା ଗଣା ଭିଡିଓ

ଭୁବନେଶ୍ବର: ଆଜି ଭିଜିଲାନ୍ସ ଜାଲରେ ଫସିଛି ଏକ ବଡ ମାଛ। ତାଙ୍କ ଘର ଆଉ ବିଭିନ୍ନ ସ୍ଥାନ ଚଢାଉ କରିବା ପରେ ମିଳୁଛି ଖାଲି ଟଙ୍କା, ସୁନା, ପ୍ଲଟ ଆଉ କୋଠା। ଟଙ୍କାର ପରିମାଣ ଏତେ ଯେ, ଭିଜିଲାନ୍ସ ଅଧିକାରୀ ଟଙ୍କା ମେସନ ଆଣି ତାହା ଗଣିବାରେ ଲାଗିଛନ୍ତି। ଦେଖନ୍ତୁ ଏହି ଭିଡିଓ…

ତେବେ ଏହି ଅଧିକାରୀ ଜଣଙ୍କ ହେଉଛନ୍ତି ମାଲକାନାଗିର ୱାଟରସେଡ ପ୍ରକଳ୍ପର ଉପ ନିର୍ଦ୍ଦେଶକ ଏବଂ ପିଡି। ତାଙ୍କ ନାମ ହେଉଛି ସାନ୍ତନୁ ମହାପାତ୍ର। ତାଙ୍କର ସାତଟି ସ୍ଥାନରେ ଚଢାଉ ଚାଲିଛି। ସେଥିରେ ଯାହା ଏ ପର୍ଯ୍ୟନ୍ତ ମିଳିଛି ତାହା ହେଲା

କୋରାପୁଟ ଜୟପୁରରେ ଛଅ ହଜାର ସ୍କ୍ବାର ଫୁଟର ଏକ ତିନି ମହଲା ବାସ ଗୃହ, ଭୁବନେଶ୍ବର ହଂସାପଳରେ  33 ଡିସିମିଲି ପ୍ଲଟ, ଜୟପୁର ଟାଉନରେ 40 ଡିସିମିଲର ପ୍ଲଟ, ସେହି ଜୟପୁରରେ ଆଉ ଏକ 55 ଡିସିମିଲି ପ୍ଲଟ ରହିଛି। ଉପରୋକ୍ତ ଗୃହ ଏବଂ ଜମିଗୁଡ଼ିକର ମାପ ଏବଂ ମୂଲ୍ୟ ନିର୍ଦ୍ଧାରଣ ଭିଜିଲାନ୍ସ ଟେକ୍ନିକାଲ୍ ୱିଙ୍ଗ ଦ୍ଵାରା ପରୀକ୍ଷା କରାଯାଉଛି।

ତେବେ ସବୁଠୁ ବଡ ଜିନିଷ ଯାହା ଠାବ କରାଯାଇଛି ତାହା ହେଲା ନଗଦ 1.55 କୋଟି ଟଙ୍କା। ଯାହାକୁ ଭିଜିଲାନ୍ସ ଅଧିକାରୀ ଟଙ୍କା ଗଣା ମେସିନ ଲଗାଇ ଗଣତି କରିବାରେ ଲାଗିଛନ୍ତି। ଏଥିସହିତ ପ୍ରାୟ 300 ଗ୍ରାମ ସୁନା ଗହଣା, ଗୋଟିଏ କାର, ଦୁଇଟି ଦୁଇ ଚକିଆ ଗାଡି ରହିଛି। ସେହିପରି ବ୍ୟାଙ୍କ, ବୀମା ଓ ଅନ୍ୟାନ୍ୟ ଜମା ଓ ଇନଭେଷ୍ଟମେଣ୍ଟ ତଦାରଖ କରାଯାଉଛି।

(ଏହି ଫଟୋ ଓ ଭିଡିଓ ଭିଜିଲାନ୍ସ ତରଫରୁ ପ୍ରଦାନ କରାଯାଇଛି)

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କନିଷ୍ଠ ମ୍ୟାନେଜର ବାବୁଙ୍କ ଘରେ ଭିଜିଲାନ୍ସ ଚଢାଉ, ଆଲିସାନ ବଙ୍ଗଳା ଦେଖି ସମସ୍ତେ ତାଜୁବ

ଭୁବନେଶ୍ବର: ଆଜି ଭିଜିଲାନ୍ସ ଅଧିକାରୀମାନେ ଜଣେ କନିଷ୍ଠ ମ୍ୟାନେଜରଙ୍କ ଘରେ ଚଢାଉ କରିଛନ୍ତି। ଭୋର ଚାରିଟାରୁ ଏହି ଚଢାଉ ଆରମ୍ଭ ହୋଇଛି। ସେ ହେଉଛନ୍ତି ଇଡିକୋ ର କନିଷ୍ଠ ପରିଚାଳକ ବିଜୟ କୁମାର ଉଦୟସିଂହ। ଭିଜିଲାନ୍ସ ତାଙ୍କର ରାଜରାଣୀ ମଉଜାର ଆର୍ଯ୍ୟ ବିହାର କୋଠାରେ ଚଢାଉ କରି ତାଜୁବ ହୋଇଯାଇଛନ୍ତି। ବାବୁଙ୍କ ଏହି ଘର ମୁଖ୍ୟ ଗେଟଟି ରିମୋଟ କଣ୍ଟୋଲରେ ଖୋଲୁଛି। ଏଥିସହିତ ତାଙ୍କର ବିଭିନ୍ନ ସ୍ଥାନରେ ଥିବା କୋଠାବାଡି ଓ ପ୍ଲଟଗୁଡିକ ଖୋଳଚାଡ ଚାଲିଛି।

ଭୁବନେଶ୍ୱରର ରାଜାରାଣୀ ଅଞ୍ଚଳରେ ଥିବା ଘର, ସାମନ୍ତରାପୁରରେ ଥିବା ସମ୍ପର୍କୀୟଙ୍କ ଘରେ ତଥା ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ତେବେ ଜୁନିୟର ମ୍ୟାନେଜର ବାବୁଙ୍କ ଘରୁ କେତେ ସମ୍ପତ୍ତି ଠାବ କରାଗଲାଣଇ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନି। ଏଥିସହ ଟିମ୍‌ ସଦସ୍ୟ ବିଭିନ୍ନ ସ୍ଥାନରେ ଥିବା ତାଙ୍କ ଜମାପୁଞ୍ଜିର ବି ଖୋଳତାଡ଼ କରୁଛନ୍ତି। ( Photo- Odisha Vigilance)

Categories
ଆଜିର ଖବର ରାଜ୍ୟ ଖବର

ଠିକାଦାରଠାରୁ ଲାଞ୍ଚ ନେଲା ବେଳେ ଧରାପଡିଲେ ସହ କାର୍ଯ୍ୟନିର୍ବାହୀ ଇଂଜିନିୟର, ଗଲେ ହାଜତ

ଭୁବନେଶ୍ବର: ଆଜି ତାଙ୍କର ଭାଗ୍ୟ ସାଥ ଦେଲା ନାହିଁ। ପୂର୍ବରୁ କଣ ଲାଞ୍ଚ ନେଉଥିଲେ କି ନାହିଁ ଜଣା ନାହିଁ। ହେଲେ ଆ଼ଜି ଲାଞ୍ଚ ନେଲାବେଳେ ତାଙ୍କୁ ମାଡିବସିଲା ଭିଜିଲାନ୍ସ। ସେ ହେଉଛନ୍ତି ଭଦ୍ରକ ବାସୁଦେବପୁର ଡିଭିଜନର ସହ କାର୍ଯ୍ୟନିର୍ବାହୀ ଇଂଜିନିୟର ଶ୍ରୀକାନ୍ତ କୁମାର ମାହୁନ୍ତ। ସେ ଜଣେ ଠିକାଦାରଙ୍କଠାରୁ ପିଏମଜିଏସୱାଇ ରୋଡ ବିଲ କରାଇଦେବା ପାଇଁ 20 ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ଅଧିକାରୀ ରଂଗ ବୋଳା ଟଙ୍କା ଠିକାଦାରଙ୍କୁ ଦେବା ପରେ ବାହାରେ ଛକି ରହିଥିଲେ। ଇଂଜିନିୟର ଜଣଙ୍କ ଟଙ୍କା ଧରି ପକେଟରେ ପୁରାଇବା ବେଳେ ଭିଜିଲାନ୍ସ ମାଡି ବସିଥିଲା। ଏହାପରେ ତାଙ୍କୁ ହାଜତକୁ ପଠାଇ ଦିଆଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆଜି ଖଣି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ବର: ଆଜି ଖଣି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ସେ ହେଉଛନ୍ତି ଅନୁଗୁଳ ଜିଲ୍ଲା ତାଳଚେର ଖଣି ବିଭାଗର ଉପନିର୍ଦ୍ଦେଶକ ଧରଣୀଧର ନାୟକ। ତାଙ୍କର ଆଠଟି ସ୍ଥାନରେ ଚାଲିଛି ଚଢାଉ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି।

ଯେଉଁ ସ୍ଥାନରେ ଚଢାଉ ଚାଲିଛି ସେଗୁଡିକ ହେଲା ଭୁବନେଶ୍ବର ପଟିଆରେ ଥିବା ଏକ ଫ୍ଲାଟ,  ତେଲକୋଇରେ 15ଟି ଦୋକାନ ଘର ଥିବା ମାର୍କେଟ କଂପ୍ଲେକ୍ସ, ତେଲକୋଇରେ ଥିବା ଦ୍ବିତାଲା କୋଠା ଏବଂ ଅନ୍ୟ ଏକ ଏକତାଲା କୋଠା, ତେଲକୋଇରେ ଥିବା ତାଙ୍କର ପୌତୃିକ ଘର, ତାଳଚେରରେ ଥିବା ତାଙ୍କର ଆଉ ଏକ ଘର, ଅନୁଗୁଳ ଅଫିସ ଏବଂ କେଉଁଝର ଘଟଗାଁରେ ଥିବା ସଂପର୍କିୟ ଘର। ତେବେ ଚଢାଉ ଜାରୀ ରହିଥିବାରୁ କଣ ଜବତ ହୋଇଛି ତାହା ଜଣାପଡି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ, ତିନିଟି ସ୍ଥାନରେ ଚଢାଉ

ଭୁବନେଶ୍ବର: ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ସେ ହେଉଛନ୍ତି ରେକର୍ଡ ସପ୍ଲାୟର ପୂର୍ଣ୍ଣେନ୍ଦୁ କୁମାର ସେଠୀ। ତାଙ୍କ ଘର ସହିତ ତିନିଟି ସ୍ଥାନରେ ଭିଜିଲାନସ ଚଢାଉ କରୁଛି। ତାଙ୍କର ଅୟବର୍ହିଭୂତ ସଂପତ୍ତି ରହିଥିବାର ଅଭିଯୋଗ ପରେ ଏହି ଚଢାଉ କରାଯାଇଛି।

ଯେଉଁ ତିନିଟି ସ୍ଥାନରେ ଚଢାଉ ଚାଲିଛି ସେଗୁଡିକ ହେଲା ଭୁବନେଶ୍ବରର କାନନ ବିହାରରେ ଥିବା ଚାରି ତାଲା କୋଠା, ଜଗତସିଂହପୁରରେ ଥିବା ତାଙ୍କ ପୈତୃକ ଘର ଏବଂ ଭୁବନେଶ୍ବରରେ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ। ତେବେ ଏହି ଚଢାଉ ଜାରୀ ରହିଥିବାରୁ ସଂପତ୍ତି ଆକଳନ ସୂଚନା ମିଳିପାରି ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଶେଷରେ ମଙ୍ଗରାଜଙ୍କୁ ଗିରଫ କଲା ଭିଜିଲାନ୍ସ, ଗଲେ ଜେଲ

ଭୁବନେଶ୍ବର: ଶେଷରେ ଗିରଫ ହେଲେ ବିଜୟ କୁମାର ମଙ୍ଗରାଜ। ଗତକାଲି ତାଙ୍କ ଘରେ ଭିଜିଲାନସ ଚଢାଉ କରିଥିଲା। ଏହି ଚଢାଉ ବେଳେ ତାଙ୍କଠାରୁ ଆୟବର୍ହିଭୂତ ସଂପତ୍ତି ଠାବ କରାଯାଇଛି। ଫଳରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏ ନେଇ ଭିଜିଲାନ୍ସ ତରଫରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି।

ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଶ୍ରୀ ବିଜୟ କୁମାର ମଙ୍ଗରାଜ, ଅର୍ଥ ପରାମର୍ଶଦାତା ଓ ଚିଫ ଆକାଉଣ୍ଟସ୍ ଅଫିସର, ଓଏସଆରଟିସି, ଭୁବନେଶ୍ୱରଙ୍କୁ ଆୟବର୍ହିଭୂତ ସମ୍ପତ୍ତି (ଆୟର ୧୬୨%) ଠୁଳ ମାମଲାରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇ ଜେଲ୍ କୁ ପଠାଯାଇଛି। ଆୟବର୍ହିଭୂତ ସମ୍ପତ୍ତିରେ ଭୁବନେଶ୍ୱରରେ ୨ଟି ଓ କେରଳରେ ଏକ ୨ ମହଲା କୋଠା, ୨ଟି ଦାମି ପ୍ଲଟ୍, ଜମା ₹୧.୪୭ କୋଟି ଆଦି ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ଜାଲରେ ଫସିଲେ ମଙ୍ଗରାଜ, ସାତଟି ସ୍ଥାନରେ ଚଢାଉ, ମିଳିଲାଣି ସୁନା ଗହଣା, ତିନୋଟି କୋଠା

ଭୁବନେଶ୍ବର: ଆଜି ପୁଣି ଭିଜିଲାନ୍ସ ଜାଲରେ ଫସିଛନ୍ତି ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ। ସକାଳୁ ଭିଜିଲାନ୍ସର ଏକ ବଡ ଟିମ ତାଙ୍କର ସାତଟି ସ୍ଥାନରେ ଚଢାଉ କରିଛନ୍ତି। ସେ ହେଉଛନ୍ତି ଓଏସଆରଟିସି ର ଆର୍ଥିକ ଉପଦେଷ୍ଠା ତଥା ମୁଖ୍ୟ ଆକାଉଣ୍ଟାଣ୍ଟ ବିଜୟ କୁମାର ମଙ୍ଗରାଜ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି।

ଚଢାଉ ଜାରୀ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କର ଭୁବନେଶ୍ବରର ଜେଡ୍ ଇଷ୍ଟେରେ ଥିବା ଗୋଟିଏ ଫ୍ଲାଟ ସହିତ ପଲାଶୁଣୀରେ ଦୁଇଟି ତିନି ତାଲା କୋଠା। ଏଥିସହିତ ତାଙ୍କର ଭୁବନେଶ୍ବର ଫ୍ଲାଟରୁ ବିପୁଳ ପରିମାଣର ସୁନା ଅଳଙ୍କାର ମିଳିଥିବାର ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସକାଳୁ ରେଞ୍ଜରଙ୍କ ଘରେ ଭିଜିଲାନସ ଚଢାଉ, ପାଇଖାନା ଫ୍ଲାସ ରୁ ମିଳିଲା ଟଙ୍କା ବିଡା

ଭୁବନେଶ୍ବର: ଆଜି ସକାଳୁ ସକାଳୁ ଭିଜିଲାନସ ଟିମ ଜଣେ ରେଞ୍ଜରଙ୍କ ଘରେ ଚଢାଉ କରିଛନ୍ତି। ଏକକାଳିନ କଟକ, ଭୁବନେଶ୍ବର ଓ ଢେଙ୍କାନାଳରେ ଥିବା ଆଠଟି ସ୍ଥାନରେ ଚଢାଉ ଚାଲିଛି। ଏହି ଚଢାଉ ବେଳେ ତାଙ୍କ ଅଫିସ ଟଏଲେଟର ଫ୍ଲାସ ଭିତରୁ ମିଳିଲା ଦୁଇବିଡା ଟଙ୍କା। ଫଳରେ ଭିଜିଲାନ୍ସ ଟିମ ଯେଉଁ ସ୍ଥାନରେ ଜିନିଷ ଲୁଚାଇବାର ସମ୍ଭାବନା ଥାଏ ତାହା ଯାଞ୍ଚ କରିବାରେ ଲାଗିଛନ୍ତି।

ତେବେ ଭିଜିଲାନ୍ସ ଯେଉଁ ରେଞ୍ଜରଙ୍କ ଘରେ ଚଢାଉ କରୁଛନ୍ତି ସେ ହେଉଛନ୍ତି ଢେଙ୍କାନାଳ ରେଞ୍ଜ ର ରେଞ୍ଜର ବିଭୂଦାନନ୍ଦ ମିଶ୍ର। ବର୍ତ୍ତମାନ ସୁଦ୍ଧା ଚଢାଉରେ ତାଙ୍କର ଆଠଗଡରେ ଏକ ବିରାଟ କୁକୁଡା ଫାର୍ମ, ଢେଙ୍କାନାଳ ରତ୍ନବଜାରରେ ତିନିତାଲା କୋଠା, ରସୁଲଗଡରେ ଏକ ଫ୍ଲାଟ ଥିବା ଜଣାପଡିଛି। ଏହି ସ୍ଥାନଗୁଡିକରେ ମଧ୍ୟ ଚଢାଉ ଜାରୀ ରହିଛି। ଏଥିସହିତ ତାଙ୍କର ଅଫିସ, ସରକାରୀ ବାସଭବନ, ଆଠଗଡର ପୌତୃିକ ଘରେ ମଧ୍ୟ ଚଢାଉ ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପୁଣି ଭିଜିଲାନ୍ସ ଜାଲରେ ବଡ ମାଛ, ୮ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ବର: ଆଜି ପୁଣି ଭିଜିଲାନ୍ସ ଜାଲରେ ଫସିଛି ଏକ ବଡ ମାଛ। ସେ ହେଉଛନ୍ତି କଟକ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ। ତାଙ୍କର ଏକକାଳୀନ ୮ଟି ସ୍ଥାନରେ ଚଢାଉ ଚାଲିଛି । ଆୟବହୂର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ । ଏଥିରେ ୬ ଜଣ ଡ଼ିଏସପି, ୬ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଓ ଅନ୍ୟ ଷ୍ଟାଫ ଏହି ଚଢ଼ାଉରେ ନିୟୋଜିତ ଅଛନ୍ତି।

ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଭୁବନେଶ୍ୱର ଗୌତମ ନଗରରେ ଥିବା ଶ୍ରୀଇନକ୍ଲେଭ ଆପାର୍ଟମେଣ୍ଟର ଦ୍ବିତୀୟ ମହଲାରେ ଥିବା ଘର, ଖୋର୍ଦ୍ଧା ଭଲିଆବାଡ଼ିରେ ଥିବା ବିଲ୍ଡିଂ, ରାଜସୁନାଖଳାରେ ତିନି ମହଲା କୋଠା ଓ ପୈତୃକ ଘର, ଖୋର୍ଦ୍ଧା ପିଚୁକୁଳିରେ ସମ୍ପର୍କୀୟଙ୍କ ଘର, ଆଠଗଡ଼ରେ ଥିବା ଅଫିସ, କ୍ବାର୍ଟର୍ସ ଆଦି ସ୍ଥାନରେ ରେଡ୍ ଚାଲିଛି ।

Categories
ଅପରାଧ ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନସ ଚଢାଉ, ଯାହା ମିଳିଲାଣି ତାହା ଜାଣିଲେ ହେବ ମୁଣ୍ଡ ଖରାପ

ଭୁବନେଶ୍ବର: ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ, ଓବିସିସିର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ରଥଙ୍କ ଘରେ ଆଜି ଭିଜିଲାନସ ଚଢାଉ କରିଛି। ତେବେ ଏହି ଚଢାଉରେ ଯାହା ମିଳିଛି ତାହା ଯେ କେହି ଜାଣିଲେ ତାଙ୍କର ମୁଣ୍ଡ ଖରାପ ହୋଇଯିବ। କାରଣ ଜଣେ ମୁଖ୍ୟ ଇଂଜିନିୟରଙ୍କ ଘରୁ ପୁଳା ପୁଳା ବାହାରିବ ତାହା କେହି ବିଶ୍ବାସ କରିପାରୁ ନାହିଁ।

ଆଜି ସକାଳୁ ଶ୍ରୀଯୁକ୍ତ ରଥଙ୍କ ୧୨ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ କରିଛି। ଏହି ଚଢାଉ ବେଳେ ତାଙ୍କ ଅଚଳାଚଳ ସମ୍ପତ୍ତି ଠାବ ହୋଇଛି। ଏଥିରେ ୪୨ଟି ଫ୍ଲାଟ ସହ ୮୮ଲକ୍ଷ ଟଙ୍କା ଡିପୋଜିଟ ହୋଇଥିବା ନେଇ ତଥ୍ୟ ପାଇଛି ଭିଜିଲାନ୍ସ। ଏହାସହ ୨ଟି କୋଠା, ଭୁବନେଶ୍ୱରରେ ୨ଟି ଦାମୀ ଫ୍ଲାଟ, ଗୋଟିଏ ଔଷଧ ଦୋକାନ, କ୍ରସର ୟୁନିଟ, ଚାରିଚକିଆ ଗାଡ଼ି, ଦୁଇଟି ଜେସିବି ଓ ଗୋଟିଏ ଏକ୍ସାଭେଟର ଜବତ କରିଛି ଭିଜିଲାନ୍ସ।

ଏତିକିରେ ସରିନାହିଁ ଏହି ତାଲିକା, ଏହା ଆହୁରି ଲମ୍ବିଛି। ଚଢ଼ାଉ ବେଳେ ବାବୁଙ୍କ ଘରୁ ପୁଳା ପୁଳା ସୁନା ମିଳିଛି। ସୁନା ହାର, ଚେନ, ଚୁଡ଼ି, ମୁଦି ପରି ବହୁ ଦାମୀ ଅଳଙ୍କାର ମିଳିଛି। ଏଥିରେ ୨୫ରୁ ଅଧିକ ସୁନା ମୁଦି, ପାଖାପାଖି ୩୦ଟି ସୁନା ହାର ଏହାସହ ଅନ୍ୟ ଅଳଙ୍କାର ଜବତ କରିଛି ଭିଜିଲାନ୍ସ। କେବଳ ତାଙ୍କ ଘରୁ ଅଧିକିଲୋରୁ ଅଧିକ ସୁନା ମିଳିଥିବା ଜଣାପଡ଼ିଛି।

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ କାର୍ଯ୍ୟାଳୟ ସମେତ କଟକ, ଭୁବନେଶ୍ବର, ଭଦ୍ରକ, ଯାଜପୁର ଓ ଖୋର୍ଦ୍ଧାର ୧୨ଟି ଠିକଣାରେ ଏକକାଳୀନ ଚଢ଼ାଉ କରୁଛନ୍ତି ଭିଜିଲାନ୍ସ ଟିମ୍। ବାରବାଟୀ ଷ୍ଟାଡିୟମରେ ଥିବା ତାଙ୍କ କାର୍ଯ୍ୟାଳୟ, ଭୁବନେଶ୍ୱର ପାଣ୍ଡରାରେ ଥିବା ତାଙ୍କ ବାସଭବନ, ଚନ୍ଦ୍ରଶେଖରପୁରରେ ଥିବା ଆପାର୍ଟମେଣ୍ଟ, ଭଦ୍ରକ ଆଚାର୍ଯ୍ୟ ନଗରରେ ଥିବା ଦୁଇ ମହଲା କୋଠା, ଯାଜପୁର, କଟକ ଓ ଖୋର୍ଦ୍ଧାରେ ଥିବା ପ୍ଲଟରେ ଚାଲିଛି ଚଢ଼ାଉ।

ଭଦ୍ରକରେ ଥିବା ଦୁଇଟି ପୈତୃକ ଘର, ଯାଜପୁର ଓ ଖୋର୍ଦ୍ଧାରେ ଘନିଷ୍ଠ ସହଯୋଗୀଙ୍କ ଘର ଓ ଭୁବନେଶ୍ୱର ନୟାପଲ୍ଲୀରେ ପ୍ରଦୀପ କୁମାର ରଥଙ୍କ ପୁଅଙ୍କ ଔଷଧ ଦୋକାନରେ ବି ଚଢ଼ାଉ କରୁଛି ଭିଜିଲାନ୍ସ। ଏହି ଟଢାଉ ଆଜି ଶେଷ ହୋଇପାରିବ ନାହିଁ ବୋଲି ଜଣାପଡିଛି। ତେବେ ଆସନ୍ତାକାଲି ପୁଣି ସଂପତ୍ତି ଆକଳନ କରାଯିବ ବୋଲି ଅନୁମାନ କରାଯାଉଛି।

( ଏଥିରେ ଥିବା ଫଟୋଟି ଶ୍ରୀଯୁକ୍ତ ରଥଙ୍କ ଘରୁ ଜବତ ହୋଇଥିବା ସୁନା ଅଳଙ୍କାର, ଯାହା ଭିଜିଲାନ୍ସ ତରଫରୁ ଉତ୍ତୋଳନ କରାଯାଇଛି। )

Categories
ଆଜିର ଖବର ରାଜ୍ୟ ଖବର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ଚଢାଉ

ଭୁବନେଶ୍ଵର: ଆଜି ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ଅଧିକାରୀ ପଡିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ମୁଖ୍ୟଯନ୍ତ୍ରୀ ସୁନୀଲ ରାଉତଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଏକକାଳୀନ ୯ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଛି।ଏକକାଳୀନ ଭୁବନେଶ୍ବର, ପୁରୀ, ଅନୁଗୁଳ, କଟକ, ବଲାଙ୍ଗିର ବାସଭବନ ଓ ଅଫିସରେ ଚଢ଼ାଉ କରାଯାଇଛି।

ଭୁବନେଶ୍ବର ନୀଳାଦ୍ରି ବିହାରର ୩ ମହଲା ଘରେ ଚଢାଉ ହୋଇଥିବା ବେଳେ ନୟାପଲ୍ଲୀ ସ୍ଥିତ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ହୋଇଛି। ସେହିଭଳି ପୁରୀର ୨ଟି ଫ୍ଲାଟ, କଟକ ସ୍ଥିତ ପୈତୃକ ଘରେ, ଅନୁଗୁଳରେ ଥିବା ଯନ୍ତ୍ରୀଙ୍କ ପୁଅଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି।

ତେବେ ଉକ୍ତ ଚଢ଼ାଉରେ ୨ ଅତିରିକ୍ତ ଏସ୍‌ପି, ୮ ଡିଏସପି, ୬ ଇନ୍‌ସ୍ପେକ୍ଟର, ୧୦ ଏଏସଆଇ ସାମିଲ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୧୦ ହଜାର ଲାଞ୍ଚ ନେବା ହେଲା କାଳ: ଭିଜିଲାନ୍ସ ହାତରେ ଧରା ହେଲେ ଆରଆଇ

ରେଢ଼ାଖୋଲ (କନ୍ଦର୍ପ ବେହେରା): ଜୈନିକ ବ୍ୟକ୍ତିଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡି ଜେଲ ଗଲେ ଡ଼ଇଁଚା ଆର ଆଇ।

ଭିଜିଲାନ୍ସ ବିଭାଗ ତରଫରୁ ଏକ ପ୍ରେସ ଇସ୍ତାହାରରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ, ଆଜି ଅପରାହ୍ନ ୪ଟା ସମୟରେ ନାକଟିଦେଉଳ ତହସିଲ ଡଇଁଚା ଆର ଆଇ ସାର୍କିଲ ର ଆର ଆଇ ମନୋଜ କୁମାର ମହାନନ୍ଦ ଘୋଷରାମାଲ ପଂଚାୟତ ଅଂଚଳର ଜୈନିକ ବ୍ୟକ୍ତିଙ୍କ ଠାରୁ ଜମି ମ୍ୟୁଟେସନ କେସର ସମାଧାନ ପାଇଁ ଦଶ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ବିଭାଗ ଆର ଆଇ ମହାନନ୍ଦଙ୍କୁ ଧରି ପକାଇଥିଲା।

ସୂଚନା ଥାଉକି, ଗତ ୧୭/୪/୨୦୨୨ ରେ ସମ୍ବଲପୁର ଜିଲ୍ଲା ଜମନକିରା ରେ ଆର ଆଇ ମହାନନ୍ଦ ଲାଞ୍ଚ ନେଉଥିବା ବେଳେ ଜେଲ ଯାଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ତହସିଲର ଦୁଇ କର୍ମଚାରୀଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଭିଜିଲାନସ କୋର୍ଟ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲର ଦୁଇ କର୍ମଚାରୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟ। ଉଭୟଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ସହିତ 20 ହଜାର ଟଙ୍କା ଜରିମାନା। ଯଦି ଜରିମାନା ନ ଦିଅନ୍ତି ତେବେ ସେମାନଙ୍କୁ ଆଉ ଚାରିମାସ ଜେଲ ଦଣ୍ଡାଦେଶ କରାଯିବ ବୋଲି କୋର୍ଟ ରାୟରେ କହିଛନ୍ତି।

ସେମାନେ ହେଲେ ବାଣପୁର ତହସିଲର ଅବସରପ୍ରାପ୍ତ ବରିଷ୍ଠ କ୍ଲର୍କ ବୈକୁଣ୍ଠନାଥ ମହାନ୍ତି ଏବଂ ପ୍ରତାପ ଆରଆଇ ଡିଭିଜନର ଅବସରପ୍ରାପ୍ତ ଆରଆଇ ରବିନ୍ଦ୍ରନାଥ ବାରିକ। ଉଭୟ ସଲାସୁତରା ହୋଇ ଜଣେ ବ୍ୟକ୍ତିଙ୍କୁ ସରିୟାତ ଲିଜ ବା ପଥର ଖଣି ଲିଜ ଦେବା ପାଇଁ ଲାଞ୍ଚ ନେଉଥିଲେ। ସେତେବେଳେ ଭିଜିଲାନସ ଦ୍ବାରା ଧରପଡିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଆଜି ସେ ନେଇ ଭିଜିଲାନ୍ସ କୋର୍ଟରେ ଚାର୍ଯ୍ୟସିଟ ଦାଖଲ କରିବା ପରେ ସ୍ବତନ୍ତ୍ର ଭିଜିନାଲସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲାଞ୍ଚ ଟଙ୍କା ନେଇ ଖସି ପଳାଉଥିବା ବେଳେ ତହସିଲ କର୍ମଚାରୀଙ୍କୁ ଧରିଲା ଭିଜିଲାନ୍ସ

ବଲାଙ୍ଗିର: ଆଜି ସକାଳୁ ଭିଜିଲାନ୍ସ ଏକ ତହସିଲ ଅଫିସର ବରିଷ୍ଠ ରାଜସ୍ବ ସହାୟକ ଏବଂ ରେକର୍ଡ କିପରଙ୍କୁ ଧରିଛି। ସେ ଜଣଙ୍କର ଜମି ପଟ୍ଟା ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛି। ତାଙ୍କ ହାତରୁ ରଂଗବୋଳା ୧୦ ହଜାର ଟଙ୍କା ଜବତ କରାଯିବା ସହିତ ଭିଜିଲାନ୍ସ ତାଙ୍କୁ ଅଟକ ରଖିଛି।

ଘଟଣାରୁ ଜଣାପଡିଛି ଯେ, ବଲାଙ୍ଗିର ଜିଲ୍ଲା ମୁରିବାହଲ ତହସିଲର ବରିଷ୍ଠ ରାଜସ୍ବ ଅଧିକାରୀ ତଥା ରେକର୍ଡ କିପର ଅଛନ୍ତି ହେଭଲେଟ ବାର୍ଲା। ସେ ଜଣଙ୍କର ଜମି ମ୍ୟୁଟେସନ କରି ପଟ୍ଟା ପ୍ରଦାନ କରିବାକୁ ଲାଞ୍ଚ ମାଗିଥିଲେ। ସଂପୃକ୍ତି ବ୍ୟକ୍ତି ବାରମ୍ବାର ତାଙ୍କ ଅଫିସକୁ ଆସିଥିଲେ ମଧ୍ୟ ସେ ତାହା କରାଇ ନ ଦେଇ ୨୦ ହଜାର ଟଙ୍କା ଦାବୀ କରିଥିଲେ।

ଫଳରେ ସଂପୃକ୍ତି ଜମି ମାଲିକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ବାର୍ଲା ପ୍ରଥମ କିସ୍ତି ଭାବେ ୧୦ ହଜାର ଟଙ୍କା ନେବେ ବୋଲି ନିଷ୍ପତି ହୋଇଥିଲା। ସେହି ଅନୁସାରେ ସେ ଟଙ୍କା ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ବର୍ତ୍ତମାନ ତାଙ୍କର ଦୁଇଟି ସ୍ଥାନରେ ଚଢାଉ ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

ସକାଳୁ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନସ ଚଢାଉ, ଚାଲିଛି ଖୋଳତାଡ

ଭୁବନେଶ୍ବର: ଆଜି ସକାଳୁ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ ଆରମ୍ଭ ହୋଇଯାଇଛି। ସେ ହଉଛନ୍ତି ମାଲକାନାଗିରି ସିଏଡିଏ ର ଯନ୍ତ୍ରୀ ସଂଜୟ କୁମାର ମହାନ୍ତି। ଭିଜିଲାନ୍ସର 20 ଜଣିଆ ଟିମି ତାଙ୍କର ସାତୋଟି ସ୍ଥାନରେ ଚଢାଉ କରୁଛନ୍ତି।

ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ତେବେ ଚଢାଉ ଚାଲିଥିବାରୁ କଣ ସଂପତ୍ତି ମିଳିଲା ତାହାର ହିସାବ ମିଳିପାରି ନାହିଁ। ତେବେ ଯେଉଁ ସ୍ଥାନରେ ଚଢାଉ ଚାଲିଛି ସେଗୁଡିକ ହେଲା

1) Three storeyed building at Deulipanchughanta, Jaleswar, Dist.Balasore.

2) One 3 BHK Flat at Raghunathpur, Bhubaneswar.

3) Residential rented house at Malkangiri.

4) Office Chamber of Sri Sanjaya Mohanty in the premises of O/o. E.E, CADA Division, Malkangiri.

5) House of his relative at Pokhariput, Bhubaneswar.

6) Paternal House of Sri Mohanty at Paikasida, Jaleswar, Balasore.

7) Residential house of house owner of Sri Mohanty at Malkangir

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ସବ ରେଜିଷ୍ଟ୍ରାରଙ୍କ ଘରେ ଭିଜିଲାନସର ଚଢାଉ, ଲାଗିଛନ୍ତି 8 ଜଣ ଡିଏସପି

ଭୁବନେଶ୍ବର: ଆଜି ଭିଜିଲାନସ ତରଫରୁ ଜଣେ ଜିଲ୍ଲା ସବରେଜିଷ୍ଟ୍ରାରଙ୍କ ଘରେ ଚଢାଉ ଆରମ୍ଭ ହୋଇଛି। ସେ ହେଉଛନ୍ତି ନୟାଗଡ ଜିଲ୍ଲାର ସବରେଜିଷ୍ଟ୍ରାର ଶ୍ବାଶତ କୁମାର ପଟ୍ଟନାୟକ। ତାଙ୍କର ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ଏଥିରେ ୮ ଜଣ ଡିଏସପି ଏବଂ ୬ ଜଣ ଇନସ୍ପେକ୍ଟରଙ୍କ ସମେତ ବହୁ ଅଫିସର ସାମିଲ ହୋଇଛନ୍ତି।

୧- ଶ୍ବାଶତ କୁମାରଙ୍କ ନୟାଗଡ଼ର ଦେବୋତ୍ତରା କଲୋନୀରେ ଥିବା ଭଡା ଘର

୨-କେନ୍ଦ୍ରାପଡାର ତାଳବାରଙ୍ଗ ଠାରେ ଶ୍ରୀ ପଟ୍ଟନାୟକଙ୍କ ନିଜ ଘର

୩-ନୟାଗଡ଼ରେ ଥିବା ତାଙ୍କ କାର୍ଯ୍ୟାଳୟ

୪- କେନ୍ଦ୍ରାପଡାର କୁନ୍ଦନଗିରି ନିକଟସ୍ଥ ତାଳଗାଁରେ ଥିବା ତାଙ୍କର ପୈତୃକ ଘର

୫- କେନ୍ଦ୍ରାପଡା ପେଣ୍ଠାରେ ଥିବା ତାଙ୍କର ସଂପର୍କିୟ ଘର

୬- କେନ୍ଦ୍ରାପଡା ଦଳନ୍ତାରେ ଥିବା ଆଉ ଜଣେ ସମ୍ପର୍କୀୟଙ୍କ ଘର

ବର୍ତ୍ତମାନ ଚଢାଉ ଜାରୀ ରହିଥିବାରୁ ସବିଶେଷ ତଥ୍ୟ ଜଣାପଡି ନାହିଁ

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ଜାଲରେ ମହିଳା ଯନ୍ତ୍ରୀ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର ମହିଳା ଯନ୍ତ୍ରୀ ସାଗରିକା ମହାନ୍ତି ମାତ୍ର ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ମହିଳା ଯନ୍ତ୍ରୀ ସାଗରିକା ମହାନ୍ତି କୌଣସି ଏକ କୋଠା କାମର ବିଲ୍ କରିବା ପାଇଁ ଜନୈକ ଠିକାଦାର ଠାରୁ ଲାଞ୍ଚ ଦାବି କରିଥିଲେ। ଠିକାଦାର ଜଣଙ୍କ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ ପୁର୍ବ ପ୍ରସ୍ତୁତି ପ୍ରକାରେ ଭିଜିଲାନ୍ସ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଛକି ରହି ଲାଞ୍ଚ ଟଙ୍କା ନେବାବେଳେ ଯନ୍ତ୍ରୀଙ୍କ ହାତରୁ ଟଙ୍କା ଜବତ କରିବା ସହ ଏକ ମାମଲା ରୁଜୁ କରି ମହିଳା ଯନ୍ତ୍ରୀଙ୍କ ଦୁର୍ନୀତିର ଖୋଳତାଡ଼ ଆରମ୍ଭ କରିଛନ୍ତି।