Categories
ବିଶେଷ ଖବର ରାଜ୍ୟ ଖବର

ବାଲେଶ୍ବର ଗସ୍ତରେ ମୁଖ୍ୟ ଶାସନ ସଚିବ ସହିତ 5ଟି ସଚିବ, ଜିଲ୍ଲାର ବିକାଶ ପାଇଁ ପ୍ରସ୍ତୁତ କଲେ ବ୍ଲୁ ପ୍ରିଣ୍ଟ

ଭୁବନେଶ୍ବର, ଆଜି ରାଜ୍ୟ ସରକାରଙ୍କ ଏକ ବରିଷ୍ଠ ପ୍ରତିନିଧି ଦଳ ବାଲେଶ୍ବର ଜିଲ୍ଲା ଗସ୍ତ କରିଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ନେତୃତ୍ବରେ 5ଟି ସଚିବ ଭି.କେ ପାଣ୍ଡିୟାନ, ପୁର୍ତ୍ତ ସଚିବ କିଶନ କୁମାର ପ୍ରମୁଖ ଥିଲେ। ଏହି ଦଳ ବାଲେଶ୍ବରର ବିଭିନ୍ନ ସ୍ଥାନ ଗସ୍ତ କରି ତାହାର ବିକାଶ ଦିଗରେ ଅନୁଧ୍ୟାନ କରିଥିଲେ।

ଏହି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଉପରେ ଅନୁଧ୍ୟାନ କରିବା ସହିତ ନୂଆ ପ୍ରକଳ୍ପ ଉପରେ ଆଲୋଚନା ମଧ୍ୟ କରିଛନ୍ତି। ଏହି ଦଳ ବାଲେଶ୍ବରର କୁରୁଡା ଛକ, ବାଲେଶ୍ବର ବସଷ୍ଟାଣ୍ଡ, ରେମୁଣା ରାସ୍ତାର ଷ୍ଟ୍ରିଟ ଲାଇଟ, ମେଡିକାଲ କଲେଜ, ଜିଲ୍ଲା ଡାକ୍ତରଖାନା ସହିତ ଜିଲ୍ଲା ସ୍କୁଲ ତଦାରଖ କରିଥିଲେ।

ଏହି ସ୍ଥାନଗୁଡିକରେ କିପରି ବିକାଶ ହୋଇପାରିବ ସେ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ। ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲାର ବିକାଶ କରାଯିବ ବୋଲି ସେ ଗଣମାଧ୍ୟମକୁ ଅବଗତ କରାଇଥିଲେ।

ଉନ୍ନୟନ କାର୍ଯ୍ୟ ସହିତ ଏହି ପ୍ରତିନିଧୀ ଦଳ ଜିଲ୍ଲାର କୋଭିଡ ପରିସ୍ଥିତିର ମଧ୍ୟ ସମୀକ୍ଷା କରିଥିଲେ। ଜିଲ୍ଲା ପ୍ରଶାସନ ସହିତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀ, ଲିଙ୍ଗରାଜଙ୍କ ପରେ ଏବେ ମା ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟକରଣ, ବିସ୍ତାପିତଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମା ସମଲେଶ୍ବରୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ। ଏଥିସହିତ ମନ୍ଦିର ଏବଂ ସେ ଅଞ୍ଚଳର ବିକାଶ ସଂପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ ।

ଏହି ପୀଠର ଗୁରୁତ୍ବ ଓ ମହିମାକୁ ଦୃଷ୍ଟିରେ ରଖି ଏହାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ଼ର ଠିକ୍ ପୂର୍ବରୁ ମନ୍ଦିର ପରିଦର୍ଶନ ଅବସରରେ ଘୋଷଣା କରିଥିଲେ।

ସମଲେଶ୍ବରୀ ମନ୍ଦିର ବିକାଶ ପ୍ରକଳ୍ପରେ ମନ୍ଦିରର ସୌନ୍ଦଯ୍ୟକରଣ ସହିତ ପାରିପାର୍ଶିକ ବିକାଶ, ଐତିହ୍ୟ କରିଡରର ବିକାଶ, ଭୋଗମଣ୍ଡପ, ଯାତ୍ରୀ ଓ ଭକ୍ତ ନିବାସ, ପାର୍କିଂ ସୁବିଧା ଏବଂ ନଦୀ ସମ୍ମୁଖ ଭାଗର ବିକାଶକୁ ଅନ୍ତର୍ଭୁକ୍ତ କରାଯାଇଛି ।

ଏଥିରେ ମନ୍ଦିର ର ପୂଜାରୀ ତଥା ଜମି ହରାଉଥିବା ଲୋକମାନଙ୍କର ଥଇଥାନ ଓ ପୁନର୍ବାସ ପାଇଁ ଏକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯିବ ବୋଲି ଜଣାଯାଇଛି। ରାଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ଏବଂ ୨ ବର୍ଷ ମଧ୍ୟରେ ପ୍ରକଳ୍ପ କାଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏହି ପ୍ରତିନିଧି ଦଳରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ ଯାଇ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହିତ ଏ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ରାଜ୍ୟ ପୂର୍ତ୍ତ ସଚିବ ଓ ସମ୍ବଲପୁରର ଜିଲ୍ଲାପାଳ ଏ ଯୋଜନା ସଂପର୍କରେ ଉପସ୍ଥାପନା ଦେଇଥିଲେ। ଉତ୍ତରାଞ୍ଚଳ ଆର୍‌.ଡି.ସି, ଡି.ଆଇ.ଜି ଏବଂ ଏସ୍‌.ପି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅଚାନକ ପୁରୀ ଗସ୍ତ କଲେ 5ଟି ସଚିବ ଭି.କେ ପାଣ୍ଡିୟାନ, ବିଭିନ୍ନ ଉନ୍ନୟନ କାର୍ଯ୍ୟର କଲେ ତଦାରଖ

ପୁରୀ, ଆଜି ଅଚାନକ ପୁରୀ ଗସ୍ତ କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିୟାନ। ଆଜି ଭୋରରୁ ସେ ପୁରୀ ଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ପ୍ରଥମେ ସ୍ବର୍ଗଦ୍ବାର ଯାଇ ସେଠାକାର ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାପରେ ଗୋଶାଳା ମଧ୍ୟ ଗସ୍ତ କରି ସେଠାକାର ଉନ୍ନୟନ କାର୍ଯ୍ୟ ସଂପର୍କରେ ମଧ୍ୟ ଆଲୋଚନା କରିଛନ୍ତି।

ସେହିପରି ଭିକାରୀମାନଙ୍କ ଥଇଥାନ କେନ୍ଦ୍ର ମଧ୍ୟ ଗସ୍ତ କରି ଅଧିକାରୀଙ୍କ ସହିତ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସହରକୁ ଯେଉଁ ବିଶ୍ବ ଐତିହ୍ୟ ସହରର ସ୍ବପ୍ନ ଦେଖିଛନ୍ତି ତାହାକୁ ସାକାର କରିବା ପାଇଁ ପୁରା ପ୍ରଶାସନ ପଦକ୍ଷେପ ନେବାରେ ଲାଗିଛି।

ସ୍ୱର୍ଗଦ୍ୱାରର ପୁନଃବିକାଶ ୫‘ଟି’ ସୂତ୍ର ଅନ୍ତର୍ଭୁକ୍ତ ଓ ଏହି କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ସହାୟତା କ୍ରମେ ଆରମ୍ଭ ହୋଇଛି ଏବଂ ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହା ଶେଷ ହେବ । ପାଣ୍ଡିଆନ୍‌ ମଧ୍ୟ ବାଙ୍କୀ ମୁହାଣ ଓ ବ୍ଲୁ ଫ୍ଲାଗ୍‌ ମାନ୍ୟତା ପାଇଥିବା ପୁରୀ ବେଳାଭୂମି ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ପୁରୀ ଜିଲ୍ଲାପାଳ, ଭୁବନେଶ୍ୱର ଓ କଟକ ମହାନଗର ନିଗମର କମିଶନର ଏହି ସମୀକ୍ଷା ସମୟରେ ଉପସ୍ଥିତ ଥିଲେ।