Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲ ଉପ-ନିର୍ବାଚନ: ଜାଣନ୍ତୁ ଭୋଟର ତାଲିକାରେ ନାମ ଖୋଜିବା ପାଇଁ କ’ଣ ରହିଛି ସ୍ଵତନ୍ତ୍ର ବ୍ୟବସ୍ଥା

ରମେଶ ମହାନ୍ତି
ଜଗତସିଂହପୁର: ଆଜି ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଉକ୍ତ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ନାମ ଅଛି କି ନାହିଁ ତାହା ଜାଣିବା ପାଇଁ ‘ନ୍ୟାସନାଲ ଭୋଟର୍ସ ସର୍ଭିସ୍ ପୋର୍ଟାଲ’ କୁ ଯାଇ ଯେକୌଣସି ଭୋଟର ତାଙ୍କର ନାମ ଯାଂଚ କରିପାରିବେ। ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଏହି ସେବା ଯୋଗାଇ ଦିଆଯାଇଛି। କେଉଁ ବୁଥ୍‌ରେ ଆପଣଙ୍କ ନାମ ଭୋଟର ତାଲିକାରେ ଅଛି ତାହା ଜାଣି ପାରିବେ। ଏହି ପୋର୍ଟାଲରେ ନିଜ ରାଜ୍ୟର ନିର୍ବାଚନୀୟ ତଥ୍ୟ ଯଥା – ନାମ, ପିତାଙ୍କ ନାମ, ରାଜ୍ୟ, ନିର୍ବାଚନମଣ୍ଡଳୀ, ବୟସ, ଲିଙ୍ଗକୁ ଉପଯୋଗ କରି ଯେକୌଣସି ଭୋଟର ତାଙ୍କର କେଉଁ ବୁଥ୍‌ରେ ନାମ ଅଛି ତାହା ଜାଣିପାରିବେ।

ଏତଦ୍‌ବ୍ୟତୀତ ନିଶୁକ୍ଳ ନମ୍ବର ୧୮୦୦୩୪୫୧୨୭୯ ଜଗତସିଂହପୁରକୁ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଜଣାଇଛନ୍ତି।

ଏହାସହିତ ମତଦାନ ପାଇଁ କେବଳ ଚିରିକୁଟି କିମ୍ବା ଫଟୋ ଭୋଟର ସ୍ଲିପ୍ ଯଥେଷ୍ଟ ନୁହେଁ। ଏହାବ୍ୟତୀତ ୧୨ ଗୋଟି ବିକଳ୍ପ ପରିଚୟ ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟ ପତ୍ର ଥିଲେ, ଜଣେ ଭୋଟର ବା ବ୍ୟକ୍ତି ଭୋଟଗ୍ରହଣ କେନ୍ଦ୍ରରେ ନିଜର ମତଦାନ କରିପାରିବେ। ସେଗୁଡ଼ିକ ହେଲା- ୧. ଭୋଟର ପରିଚୟ ପତ୍ର, ୨. ଡ୍ରାଇଭିଂ ଲାଇସେନ୍‌ସ, ୩. ଫଟୋଥିବା ସରକାରୀ ଚାକିରୀକ୍ଷେତ୍ରର ପରିଚୟ, ୪. ଫଟୋ ସଂଲଗ୍ନ ଥିବା ବ୍ୟାଙ୍କ୍ ଓ ପୋଷ୍ଟ ଅଫିସ୍‌ର ପାସ୍ ବୁକ୍‌, ୫. ଶ୍ରମ ମନ୍ତ୍ରଣଳାୟ ପକ୍ଷରୁ ଦିଆଯାଇଥିବା ସ୍ୱାସ୍ଥ୍ୟବୀମା ସ୍ମାର୍ଟକାର୍ଡ, ୬. ସାଂସଦ, ବିଧାୟକଙ୍କୁ ଦିଆଯାଇଥିବା ସରକାରୀ ପରିଚୟ ପତ୍ର, ୭.ଏମ୍‌.ଏନ୍‌.ଆର୍‌.ଜି.ଏର ଜବକାର୍ଡ, ୮. ଫଟୋଥିବା ପେନ୍‌ସନ ଦସ୍ତାବିଜ୍‌, ୯. ଏନ୍‌.ପି.ଆର୍ ସ୍ମାର୍ଟକାର୍ଡ, ୧୦. ପାସ୍‌ପୋର୍ଟ, ୧୧.ପାନକାର୍ଡ ଏବଂ ୧୨. ଆଧାର କାର୍ଡ ଇତ୍ୟାଦି।

ଉପରୋକ୍ତ ପରିଚୟ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟ ପତ୍ର ଥିଲେ ଜଣେ ଭୋଟର ଭୋଟଗ୍ରହଣ କେନ୍ଦ୍ରରେ ମତଦାନ କରିପାରିବେ ବୋଲି ନିର୍ବାଚନ ଆୟୋଗ ଏକ ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପିପିଇ କିଟ୍‌ ପିନ୍ଧି ମତଦାନ କଲେ ବିଧାୟକ

ଭୋପାଳ : ଆଜି ଦେଶର 8ଟି ରାଜ୍ୟରେ 19ଟି ରାଜ୍ୟସଭା ଆସନ ପାଇଁ ଆଜି ମତଦାନ ହେବ। ଆଜି ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ମଣିପୁର, ମେଘାଳୟ ଓ ମିଜୋରାମ ଆଦି ରାଜ୍ୟର ରାଜ୍ୟସଭା ଆସନ ପାଇଁ ମତଦାନ ହୋଇଛି । ମଧ୍ୟପ୍ରଦେଶର ତିନୋଟି ଆସନ ପାଇଁ ଆଜି ମତଦାନ ଅନୁଷ୍ଠିତ ହୋଇଛି। କଂଗ୍ରେସର ପାର୍ଟିର ଦୁଇ ବିଧାୟକ କରୋନାରେ ସଂକ୍ରମିତ ହୋଇଥିବା ସତ୍ତ୍ବେ ପିପିଇ କିଟ୍‌ ପିନ୍ଧି ଭୋଟ୍‌ ଦେବାକୁ ଆସିଥିବାର ନଜର ଆସିଛି ।

ଆଜି ପ୍ରାୟ ଦିନ ଗୋଟାଏ ସୁଦ୍ଧା କଂଗ୍ରେସର ବିଧାୟକ କୁଣାଲ ଚୌଧୁରୀ ପିପିଇ କିଟ୍‌ ପିନ୍ଧି ଭୋଟ୍‌ ଦେଉଥିବାର ଦେଖାଯାଇଥିଲା।  ବିଧାୟକ ଜଣକ ଭୋଟ୍‌ ଦେଇ ସାରିବା ପରେ ପୂରା ଅଞ୍ଚଳକୁ ସାନିଟାଇଜ୍‌ କରାଯାଇଛି । ସେହିପରି ମେନ୍‌ ଗେଟ୍‌କୁ ସାନିଟାଇଜ୍‌ କରାଯାଇଛି

ମଧ୍ୟପ୍ରଦେଶରେ 3 ଆସନରେ 4 ଜଣ ଆଶାୟୀ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ବିଜେପି ଓ କଂଗ୍ରେସର 2-2 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେଉଛି। ମଧ୍ୟପ୍ରଦେଶର ତିନୋଟି ଆସନରେ ବିଜେପି ପକ୍ଷରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସୁମେର ସିଂ ସୋଲଙ୍କୀ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ କଂଗ୍ରେସ ପକ୍ଷରୁ ଦିଗ୍‌ବିଜୟ ସିଂହ ଓ ଫୁଲ ସିଂହ ବରୈୟା ରହିଛନ୍ତି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଆଜି ଦେଶର ଆଠଟି ରାଜ୍ୟରେ 19 ରାଜ୍ୟସଭା ଆସନ ପାଇଁ ମତଦାନ

ନୂଆଦିଲ୍ଲୀ: କରୋନା ଭାଇରସ ସମଗ୍ର ବିଶ୍ୱକୁ ଗ୍ରାସିଥିବା ବେଳେ ଭାରତର 8ଟି ରାଜ୍ୟରେ 19ଟି ରାଜ୍ୟସଭା ଆସନ ପାଇଁ ଆଜି ମତଦାନ ହେବ। ଏହି ନିର୍ବାଚନ ରଣାଙ୍ଗନରେ ବିଜେପି ଓ କଂଗ୍ରେସର ବଡ଼ ବଡ଼ ନେତା ଅବତୀର୍ଣ୍ଣ ହୋଇଛନ୍ତି। ମଧ୍ୟପ୍ରଦେଶରେ 3 ଆସନରେ 4 ଜଣ ଆଶାୟୀ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ବିଜେପି ଓ କଂଗ୍ରେସର 2-2 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେଉଛି । ମଧ୍ୟପ୍ରଦେଶ କଂଗ୍ରେସର ବୈଠକରେ ଦଳର ପ୍ରାୟ 6 ଜଣ ବିଧାୟକ ସାମିଲ୍‌ ହେବା ପରେ ଏବେ ଏଠାରେ ରାଜନୈତିକ ସଂକଟ ଦେଖାଦେଇଛି । ମଧ୍ୟପ୍ରଦେଶର ତିନୋଟି ଆସନରେ ବିଜେପି ପକ୍ଷରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସୁମେର ସିଂ ସୋଲଙ୍କୀ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ କଂଗ୍ରେସ ପକ୍ଷରୁ ଦିଗ୍‌ବିଜୟ ସିଂହ ଓ ଫୁଲ ସିଂହ ବରୈୟା ରହିଛନ୍ତି ।  ସେହିପରି ଗୁଜୁରାଟର 4ଟି ଆସନରେ 5ଜଣ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି । ବିଜେପି ପକ୍ଷରୁ 3ଜଣ ଓ କଂଗ୍ରେସ 2ଜଣକୁ ଓହ୍ଲାଇଛି ।

ରାଜସ୍ଥାନରେ ମଧ୍ୟ 3ଟି ଆସନ ପାଇଁ ମତଦାନ ହେବ । ଏଠାରେ 4 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହେବ ।  ଝାଡ଼ଖଣ୍ଡରେ 2ଟି ଆସନରେ ଜେଏମଏମ, ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ। ଆନ୍ଧ୍ରପ୍ରଦେଶରେ 4ଟି ଆସନରେ 5 ଜଣ ପ୍ରାର୍ଥୀ ନିର୍ବାଚନ ପଡ଼ିଆକୁ ଆସିଛନ୍ତି। ସେହିଭଳି ପୂର୍ବତ୍ତୋର ରାଜ୍ୟ ମଣିପୁର, ମେଘାଳୟ ଓ ମିଜୋରାମରେ ଗୋଟିଏ ଲେଖାଏଁ ଆସନରେ ନିର୍ବାଚନ ହେବ ।