Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆସନ୍ତାକାଲି ଭୋଟ ଗଣତି, ପ୍ରାର୍ଥୀଙ୍କ ଛାତି ଧକ୍.. ଧକ୍…କରନେ ଲଗା…

ଭୁବନେଶ୍ବର: ଆସନ୍ତାକାଲି ମଙ୍ଗଳବାରରେ ବହୁ ପ୍ରତୀକ୍ଷିତ ତଥା ବହୁ ଲୋକଙ୍କ ଜୀଜ୍ଞାଶାର ପୂର୍ଣ୍ଣଛେଦ ପଡିବ। କାରଣ ଆସନ୍ତାକାଲି ଆସିବ ଭୋଟ ଗଣତିର ଫଳାଫଳ। କିଏ ଜିତିବ କିଏ ହାରିବ ତାହା ଆସନ୍ତାକାଲି ଜଣାପଡିବ। ଦୀର୍ଘ ଦିନ ଧରି ଖରାରେ ଟଙ୍କା ଖର୍ଚ୍ଚ କରି ଯେଉଁ ପରିଶ୍ରମ କରିଛନ୍ତି ତାହାର ଫଳାଫଳ ଆସିବ।

ସେଥିପାଇଁ ନେତା ବା ପ୍ରାର୍ଥୀମାନଙ୍କର ଛାତି ଆଜିଠାରୁ ଧକଧକ ହେବା ଆରମ୍ଭ କରିସାରିଲାଣି। ଏପରିକି କେତେକ ପ୍ରାର୍ଥୀ ଭଲରେ କିଛି ଖାଇପାରୁ ନାହାଁନ୍ତି। କିଏ ଛାତ ଉପରେ ଖାଲି ପାଗଳଙ୍କ ପରି ବୁଲୁଥିବାର ମଧ୍ୟ ଶୁଣିବାକୁ ମିଳୁଛି। ତେବେ ଯେଉଁଠି ଜିତିବାର ସମ୍ଭାବନା ଅଛି ସେମାନଙ୍କ ଅପେକ୍ଷା ଟକ୍କର ପରିସ୍ଥିତି ଥିବା ପ୍ରାର୍ଥୀମାନେ ଭାରୀ ଚିନ୍ତାରେ ଅଛନ୍ତି।

କେତେବେଳେ ସକାଳ ପାଇବ, କେତେବେଳେ ଗଣତି ଆରମ୍ଭ ହେବ, କେତେବେଳେ ମୁଁ ଆଗୁଆ ହେବି ସେ ନେଇ ସବୁ ପ୍ରାର୍ଥୀଙ୍କ ମୁଣ୍ଡ ଚକ୍କର ଖାଉଛି। ତେବେ ବହୁ ପ୍ରାର୍ଥୀ ବଡି ଭୋରରୁ ମନ୍ଦିର ଯାଇ ପ୍ରାର୍ଥନା କରିବେ ବୋଲି ଯୋଜନା କରିସାରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାରେ ଦିନ ୩ଟା ସୁଦ୍ଧା ୪୯.୭୭ ପ୍ରତିଶତ ମତଦାନ

ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣରେ ଦିନ ୩ଟା ସୁଦ୍ଧା ୪୯.୭୭ ପ୍ରତିଶତ ମତଦାନ ହୋଇଛି।ଏ ନେଇ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ଏଥିରେ ବାଲେଶ୍ବରରେ ସର୍ବାଧିକ ମତଦାନ ହୋଇଛି।

ସୂଚନା ଅନୁସାରେ ଛଅଟି ଲୋକସଭା ଆସନରେ ଚାଲିଥିବା ଭୋଟ ଗ୍ରହଣରେ ବିଭିନ୍ନ ସ୍ଥାନରେ ମତଦାନ ହାର ହେଲା

ବାଲେଶ୍ୱରରେ ୫୪.୦୪ ପ୍ରତିଶତ

ଜଗତସିଂପୁରରେ ୫୨.୫୨ ପ୍ରତିଶତ

ମୟୂରଭଞ୍ଜରେ ୫୧.୦୩ ପ୍ରତିଶତ

ଯାଜପୁରରେ ୪୮.୮୦ ପ୍ରତିଶତ

କେନ୍ଦ୍ରାପଡାରେ ୪୬.୪୬ ପ୍ରତିଶତ

ଭଦ୍ରକରେ ୪୬.୩୩ ପ୍ରତିଶତ ମତଦାନ ହୋଇଛି

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆପଣ ଭୋଟ ଦେବେ କି ? ପାଖରେ କଣ ଭୋଟର ପରିଚୟ ପତ୍ର ନାହିଁ ? ତେବେ କଣ କରିବେ ?

ଭୁବନେଶ୍ବର: ଆସନ୍ତାକାଲି ସାଧାରଣ ନିର୍ବାଚନ ତଥା ଓଡିଶା ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ। ଏଥିପାଇଁ ଭାରତୀୟ ନିର୍ବାଚନ କମିଶନରଙ୍କ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ତେବେ ଯେଉଁମାନେ ଭୋଟ ଦେବେ ସେମାନେ ସାଧାରଣତଃ ଭୋଟର ପରିଚୟ ପତ୍ର ମତଦାନ କେନ୍ଦ୍ରରେ ଦେଖାଇଥାନ୍ତି। ହେଲେ ଯଦି କୌଣସି ଭୋଟରଙ୍କ ଏହି ପରିଚୟ ପତ୍ର ନାହିଁ ତେବେ ସେମାନେ ଅନ୍ୟ କାର୍ଡକୁ ମଧ୍ୟ ମତଦାନ କେନ୍ଦ୍ରରେ ଦେଖାଇ ଭୋଟ ଦେଇପାରିବେ। ଏ ନେଇ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ଏକ ସୂଚନା ପ୍ରଦାନ କରାଯାଇଛି। ତାହା ହେଲା

ନିର୍ବାଚନ କମିଶନରଙ୍କ ନିୟମ ଅନୁସାରେ ଯେ କୌଣସି ସରକାରୀ ପରିଚୟ ପତ୍ରକୁ ମତଦାନ କେନ୍ଦ୍ରରେ ପୁଲିଂ ଅଫିସର ଗ୍ରହଣ କରିବେ। ତେଣୁ ଯେଉଁମାନେଙ୍କ ପାଖରେ ଭୋଟର ପରିଚୟ ପତ୍ର ନାହିଁ ସେମାନେ ଏହାକୁ ପରିଚୟ ପତ୍ର ଭାବେ ବ୍ୟବହାର କରିପାରିବେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

Odisha Voter Turnout: ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ମତଦାନ

Odisha Voter Turnout: ରାଜ୍ୟରେ ଚାଲିଥିବା ତୃତୀୟ ପର୍ଯ୍ୟାୟ ମତଦାନରେ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ମତଦାନ ହୋଇଛି। ଦେବଗଡ଼ରେ ସର୍ବାଧିକ ୬୭ ପ୍ରତିଶତ ମତଦାନ ହୋଇଥିବା ବେଳେ ଅନୁଗୁଳରେ ୬୫.୧୯ ପ୍ରତିଶତ ଭୋଟ ହୋଇଛି। ସେହିପରି ଅନ୍ୟନ୍ୟା ନିର୍ବାଚନ ମଣ୍ଡଳୀରେ ହୋଇଥିବା ମତଦାନ ହାର ହେଲା

କଟକରେ ୫୩.୧୪

ଢେଙ୍କାନାଳରେ ୫୮.୬୯

ପୁରୀରେ ୬୧.୯୬

ନୟାଗଡ଼ରେ ୬୧.୦୮

ସମ୍ବଲପୁରରେ ୬୫.୬୧

କେନ୍ଦୁଝର ୬୨.୫୯

ମୟୂରଭଂଜ ୬୧.୩୮

ଆଠମଲ୍ଲିକରେ ୬୬.୨୦

ଛେଣ୍ଡିପଦାରେ ୬୫.୫୦

ଦେବଗଡ଼ରେ ୬୭.୦୦

କୁଚିଣ୍ଡାରେ ୭୨.୫୫

ସମ୍ବଲପୁରରେ ୫୪.୪୦

ରେଙ୍ଗାଲିରେ ୬୯.୧୧

ରେଢାଖୋଲରେ ୬୬.୦୦ ପ୍ରତିଶତ

ଖୋର୍ଦ୍ଧାରେ ୫୮.୧୨,

ଜୟଦେବରେ ୬୪.୮୦

ଜଟଣୀରେ ୫୨.୪୦

ଏକାମ୍ରରେ ୪୯.୫୦

ଚିଲିକାରେ ୬୦.୧୨

ଭୁବନେଶ୍ବର ଉତ୍ତରରେ ୪୫.୪୫

ଭୁବନେଶ୍ବର ‌ମଧ୍ୟରେ ୪୪.୧୨

ବେଗୁନିଆରେ ୬୫.୭୦ ପ୍ରତିଶତ ମତଦାନ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ, ଧାଡିରେ ଛିଡା ହୋଇ ଭୋଟ ଦେଇଛନ୍ତି ନେତା ଓ ଜନତା

ଭୁବନେଶ୍ବର: ଆଜି ଓଡିଶାର ଛଅଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ସେଗୁଡିକ ହେଲା ପୁରୀ, ଭୁବନେଶ୍ବର, ସମ୍ବଲପୁର, କେଉଁଝର, ଢେଙ୍କାନାଳ ଏବଂ କଟକ ଲୋକସଭା। ଏହି ନିର୍ବାଚନ ମଣ୍ଡଳୀର ୬୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେମାନଙ୍କୁ ଭୋଟରମାନେ ଭୋଟ ଦେଇ ନିର୍ବାଚିତ କରିବେ। ଏଥିପାଇଁ ୧୦,୫୧୫ଟି ମତଦାନ କେନ୍ଦ୍ର ଓ ୩୬ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି।

ଆଜି ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇଥିଲା। ସକାଳୁ ସକାଳୁ ଭୋଟରମାନେ ମତଦାନ କେନ୍ଦ୍ରରେ ଧାଡିରେ ଛିଡା ହୋଇ ଅପେକ୍ଷା କରିଥିଲେ। ସେହିପରି ସକାଳୁ ସକାଳୁ ନେତା ତଥା ପ୍ରାର୍ଥୀମାନେ ମତଦାନ କେନ୍ଦ୍ରକୁ ଆସି ମତଦାନ କରିଥିଲେ। କାଁ ଭାଁ ଇଭିଏମ ଅଚଳକୁ ଛାଡି ଦେଲେ ବର୍ତ୍ତମାନ ସୁଦ୍ଧା ସମସ୍ତ ବୁଥରେ ମତଦାନ ଠିକ ଠାକ ଚାଲିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ଓଡିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଜାଣନ୍ତୁ କେତେ ଅଛନ୍ତି ଭୋଟର, କେତୋଟି ଭୋଟ କେନ୍ଦ୍ର, କେତେ ପ୍ରାର୍ଥୀ

ଭୁବନେଶ୍ବର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପଞ୍ଚମ ପର୍ଯ୍ୟାୟ ତଥା  ଓଡ଼ିଶାର ଡ୍ବିତୀୟ ପର୍ଯ୍ୟାୟର ୫ ଗୋଟି ସଂସଦୀୟ କ୍ଷେତ୍ର ବରଗଡ଼,ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ଆଜି ମତଦାନ ହେବ। ଏହି ପର୍ଯ୍ୟାୟରେ ପାଞ୍ଚୋଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୭୯,୬୯,୮୮୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ ।

ଏମାନଙ୍କ ମଧ୍ୟରେ ୪୦,୩୩,୯୯୨ ପୁରୁଷ, ୩୯,୩୫,୦୪୪ ମହିଳା ଓ ୮୫୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୯୭୫ ରହିଛି । ଏମାନଙ୍କ ମଧ୍ୟରେ ୨,୧୩,୧୨୯ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୬,୯୮,୫୧୬ ଜଣ ଯୁବ ମତଦାତା ରହିଛନ୍ତି ।

ମତଦାନ କେନ୍ଦ୍ର

ଏହି ପର୍ଯ୍ୟାୟରେ ମୋଟ ୯୧୪୮ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି । ଏହି ପଞ୍ଚମ ପର୍ଯ୍ୟାୟରେ ସାମଗ୍ରିକ ଭାବରେ ୫୫,୮୮୨ ଜଣ ୮୫ ବର୍ଷରୁ ଊଦ୍ଧ୍ୱର୍ ମତଦାତା, ୧୮୧୨ ଜଣ ୧୦୦ ବର୍ଷ ବୟସରୁ ଊଦ୍ଧ୍ୱର୍ ମତଦାତା, ୧,୦୭,୮୨୩ ଜଣ ଭିନ୍ନକ୍ଷମ ମତଦାତା, ୪୬ ଜଣ ପ୍ରବାସୀ ମତଦାତା ଓ ୧୦, ୬୩୦ ଜଣ ସର୍ଭିସ୍‌ ଭୋଟର ରହିଛନ୍ତି ।

ଏହି ପର୍ଯ୍ୟାୟରେ ମୋଟ ୯୧୪୮ ମତଦାନ କେନ୍ଦ୍ର ମଧ୍ୟରୁ ୧୦୯୦ଟି ସହରାଞ୍ଚଳ ଓ ୮୦୫୮ଟି ଗ୍ରାମାଞ୍ଚଳରେ ରହିଛି। ଏହା ମଧ୍ୟରେ ୧୦୪୧ଟି ‘ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’, ୨୫ଟି ‘ସଂପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’ ରହିଛି। ଏହି ପର୍ଯ୍ୟାୟରେ ମୋଟ ୧୫୪୧ଟି ଆଦର୍ଶ ମତଦାନ କେନ୍ଦ୍ର (ମଡ଼େଲ୍‌ ବୁଥ୍‌) ରହିଛି। ଏହି ପର୍ଯ୍ୟାୟରେ ପ୍ରାୟ ୬୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସମସ୍ତ ପୋଲିଂ ଷ୍ଟେସନ୍‌ ଲୋକେସନ୍‌ରେ ଜଣେ ଲେଖାଏଁ ସେ୍ୱଚ୍ଛାସେବୀ ଓ ଜଣେ ଲେଖାଏଁ ଆଶାକର୍ମୀ ନିୟୋଜିତ ହୋଇଛନ୍ତି।

ମୋଟ ପ୍ରାର୍ଥୀ ସଂଖ୍ୟା

ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଅସ୍କା ସଂସଦୀୟ କ୍ଷେତ୍ର ପାଇଁ ମୋଟ ୪୦ ଜଣ ପ୍ରାର୍ଥୀ (ପୁରୁଷ-୩୪, ମହିଳା-୬) ରହିଛନ୍ତି । ଏହି ସଂସଦୀୟ କ୍ଷେତ୍ରଗୁଡ଼ିକ ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୨୬୫ ଜଣ (ପୁରୁଷ-୨୨୪, ମହିଳା-୪୧) ପ୍ରାର୍ଥୀ ରହିଛନ୍ତି ।

ଇଭିଏମ୍‌ ଓ ଭିଭିପାଟ୍‌

ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ସଂସଦୀୟ କ୍ଷେତ୍ର ପାଇଁ ମୋଟ ୧୧,୬୧୧ଟି ବାଲାଟ୍‌ ୟୁନିଟ୍‌, ୧୧,୬୧୧ଟି କଣ୍ଟ୍ରୋଲ ୟୁନିଟ୍‌ ଓ ୧୨,୭୬୨ଟି ଭିଭିପାଟ Commission ହୋଇଛି । ବିଧାନସଭା କ୍ଷେତ୍ର ମତଦାନ ପାଇଁ ୧୧,୬୩୨ଟି ବାଲାଟ ୟୁନିଟ୍‌, ୧୧,୬୩୨ଟି କଣ୍ଟ୍ରୋଲ ୟୁନିଟ୍‌ ଓ ୧୨୭୬୮ଟି ଭିଭିପାଟ୍‌ Commission ହୋଇଛି ।

ମତଦାନ ପାଇଁ ବ୍ୟବସ୍ଥା

1- ବରିଷ୍ଠ ଭୋଟର ଓ ଭିନ୍ନକ୍ଷମ ଭୋଟରଙ୍କ ସହାୟତା ପାଇଁ ସେ୍ୱଚ୍ଛାସେବୀମାନେ ରହିବେ।ସେମାନଙ୍କ ପାଇଁ ବସିବା ବ୍ୟବସ୍ଥା କରାଯାଇଛି ।
2-ଭୋଟରମାନଙ୍କ ପାଇଁ ପୋଲିଂ ବୁଥ୍‌ରେ ପାନୀୟ ଜଳ, ଶୌଚାଳୟ ଓ ଛାଇଆଦି ସର୍ବନିମ୍ନ ସୁବିଧା ସୁନିଶ୍ଚିତ କରାଯାଇଛି ।
3-ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ଘରୁ ବୁଥ୍‌କୁ ଓ ବୁଥ୍‌ରୁ ଆଣି ଘରେ ଛାଡ଼ିବା ପାଇଁ ନିଃଶୁଲ୍କ ଯାନର ବ୍ୟବସ୍ଥା କରାଯାଇଛି ।
4-ମତଦାନ ହେବାକୁ ଥିବା ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି ।
5-ସମସ୍ତ ସଖୀ ବୁଥ୍‌ରେ ମହିଳା ସୁରକ୍ଷାକର୍ମୀ ମୁତୟନ ରହିବେ ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଘୋଷଣା ହେଲା ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଚୁଡାନ୍ତ ମତଦାନ ହାର, ଜାଣନ୍ତୁ କେଉଁଠି କେତେ

ଭୁବନେଶ୍ୱର: ରାଜ୍ୟରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଚୁଡାନ୍ତ ମତଦାନ ହାର ଘୋଷଣା ହୋଇଛି। ଓଡିଶା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଏହା ଘୋଷଣା କରାଯାଇଛି। ସେହି ଅନୁସାରେ ରାଜ୍ୟର ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ହେଉଛି ୭୩.୯୭ ପ୍ରତିଶତ। ସେହିପରି ଅନ୍ୟାନ୍ୟ ସ୍ଥାନରେ ମତଦାନ ହାର ହେଲା..

ନବରଙ୍ଗପୁରରେ ୮୦.୨୨ ପ୍ରତିଶତ
କୋରାପୁଟରେ ୭୬.୯୮ପ୍ରତିଶତ
କଳାହାଣ୍ଡିରେ ୭୫.୭୧ ପ୍ରତିଶତ
ବ୍ରହ୍ମପୁରରେ ୬୩.୩୪ ପ୍ରତିଶତ
ନୂଆପଡ଼ାରେ ୭୩.୮୭ ପ୍ରତିଶତ
ଭବାନୀପାଟଣାରେ ୭୩.୮୦ ପ୍ରତିଶତ
ବିଷମକଟକରେ ୭୭.୯୩ ପ୍ରତିଶତ
ଛତ୍ରପୁରରେ ୬୩.୨୦ ପ୍ରତିଶତ
ଚିକିଟିରେ ୬୩.୨୧ ପ୍ରତିଶତ
ଚିତ୍ରକୋଣ୍ଡାରେ ୭୪.୦୮ ପ୍ରତିଶତ
ଡାବୁଗାଁରେ ୮୫.୨୦ ପ୍ରତିଶତ
ଧର୍ମଗଡ଼ରେ ୭୮.୮୫ ପ୍ରତିଶତ
ଦିଗପହଣ୍ଡିରେ ୬୨.୭୩ ପ୍ରତିଶତ
ଗୋପାଳପୁରରେ ୬୦.୪୧ପ୍ରତିଶତ
ଗୁଣପୁରରେ ୭୨.୫୩ ପ୍ରତିଶତ
ଜୟପୁରରେ ୭୭.୪୮ ପ୍ରତିଶତ
ଝରିଗାଁରେ ୮୪.୨୨ ପ୍ରତିଶତ
ଜୁନାଗଡ଼ରେ ୭୮.୯୦ ପ୍ରତିଶତ
ଖରିଆରରେ ୭୬ ପ୍ରତିଶତ
କୋରାପୁଟରେ ୭୬.୨୮ ପ୍ରତିଶତ
କୋଟପାଡ଼ରେ ୮୩.୯୨ ପ୍ରତିଶତ
ଲକ୍ଷ୍ମୀପୁରରେ ୮୧.୭୧ ପ୍ରତିଶତ
ମାଲକାନଗିରିରେ ୬୬.୬୦ ପ୍ରତିଶତ ଭୋଟିଂ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

Odisha Election 2024: ଆଜି ଦିନ ୧୧ ଟା ସୁଦ୍ଧା ୨୩.୨୮ ପ୍ରତିଶତ ମତଦାନ

Odisha Election 2024: ଓଡିଶାରେ ଆଜି ଦିନ ୧୧ ଟା ସୁଦ୍ଧା ୨୩.୨୮ ପ୍ରତିଶତ ମତଦାନ ହୋଇଛି। ସର୍ବାଧିକ ମତଦାନ କଳାହାଣ୍ଡି ଏବଂ ନବରଂଗପୁର ସଂସଦୀୟ କ୍ଷେତ୍ରରେ ହୋଇଛି। ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ କଳାହାଣ୍ଡି ଲୋକସଭାରେ ୨୫.୦୩ ପ୍ରତିଶତ ଏବଂ ନବରଙ୍ଗପୁର ରେ ୨୫.୩୦ ପ୍ରତିଶତ ମତଦାନ ହୋଇଛି।

ସେହିପରି କୋରାପୁଟରେ ୨୪.୪୩ ପ୍ରତିଶତ ଏବଂ ବ୍ରହ୍ମପୁର ୧୮.୯୯ ପ୍ରତିଶତ ମତଦାନ ହୋଇଛି। ଜୟପୁର ବିଧାନସଭା କ୍ଷେତ୍ରରେ ସର୍ବାଧିକ ୩୨.୨୫ ଏବଂ  ନୂଆପଡା ବିଧାନସଭା କ୍ଷେତ୍ରରେ ୨୭.୮୮ ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

Lok Sabha Elections 2024: ଆରମ୍ଭ ହେଲା ୨୧ ଟି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

Lok Sabha Elections 2024: ଲୋକସଭା ନିର୍ବାଚନ ୨୦୨୪ ର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ଶୁକ୍ରବାର ସକାଳ ୭:୦୦ ରେ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ହୋଉଛି। ଏଥିରେ ୧୦୨ ଟି ଆସନରେ ଭୋଟ ଗ୍ରହଣ ଚାଲିଛି।

ଭୋଟରମାନେ ଆଜି ସକାଳ ୭:୦୦ ରୁ ସନ୍ଧ୍ୟା ୬:୦୦ ପର୍ଯ୍ୟନ୍ତ ସେମାନଙ୍କର ମତାଧିକାର ସାବସ୍ତ କରିପାରିବେ। ଗତ ୨୦୧୯ ରେ ଶେଷ ସାଧାରଣ ନିର୍ବାଚନ ମଧ୍ୟ ସାତୋଟି ପର‌୍ୟ୍ୟାୟରେ ଅନୁଷ୍ଠିତ ହୋଇଥିଲା।

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୧୬.୬୩ କୋଟି ଭୋଟର ମତଦାନ କରିବାକୁ ଯାଉଛନ୍ତି, ଯେଉଁଥିରେ ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ। ପ୍ରଥମ ପର୍ଯ୍ୟାୟରେ ଯେଉଁ ଭେଟରାନଙ୍କ ଭାଗ୍ୟ ପରୀକ୍ଷା ହେବ ସେମାନେ ହେଲ ନିତିନ ଗଡକରୀ, କିରେନ ରିଜିଜୁ, ଭୁପେନ୍ଦ୍ର ଯାଦବ ଏବଂ ଅର୍ଜୁନ ରାମ ମେଘୱାଲ ସହ ଅନେକ କେନ୍ଦ୍ର ମନ୍ତ୍ରୀ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ମତଦାନ ବୃଦ୍ଧି ନିମନ୍ତେ ସୁଇପି କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଜିଲ୍ଲାରେ ଏକକ ସାଧାରଣ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଜିଲ୍ଲାରେ ଅଧିକରୁ ଅଧିକ ମତଦାତା ଯେଭଳି ଏହି ନିର୍ବାଚନରେ ଭାଗନେଇ ମତଦାନ କରିବେ ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସୁଇପି (ସିଷ୍ଟମେଟିକ ଭୋଟର୍ସ ଏଜୁକେଶନ ଆଣ୍ଡ ଇଲୋକ୍ଟରାଲ ପାର୍ଟିସିପେଶନ) କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଅଭିଯାନକୁ ବ୍ୟାପକ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏନେଇ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଓସୱାନ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ଏହି ଅବସରରେ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ ଯୋଗଦେଇ ଏଥି ନିମନ୍ତେ ବିଏମସି ପକ୍ଷରୁ ସମସ୍ତ ସହଯୋଗ କରାଯିବା ସହ ସୁଇପି କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ବିଏମସି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ୱର ଲୋକସଭା ମଣ୍ଡଳୀ ଅନ୍ତର୍ଗତ ସହରାଞ୍ଚଳର ତିନୋଟି ବିଧାନସଭା କ୍ଷେତ୍ର ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ମଧ୍ୟ ଏବଂ ଭୁବନେଶ୍ୱର ଏକାମ୍ରରେ ମତଦାନ ହାର ୫୦ ପ୍ରତିଶତରୁ କମ ରହିଥିବାରୁ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବର ଲକ୍ଷ୍ୟ ରଖାଯାଇଛି।

ପ୍ରତ୍ୟେକ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରିଛନ୍ତି। ବୁଥ ସ୍ତରୀୟ ଅଧିକାରୀ ମାନେ ଘରକୁ ଘର ବୁଲି ମତଦାନ କରିବାକୁ ଭୋଟର ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଯୁବ ମତଦାତା ମାନଙ୍କୁ ବିଏଲଓ ସଚେତନ କରିବା ଉପରେ ଗୁରୁତ୍ୱ ଦେବେ। ଏହାଦ୍ୱାରା ଅନ୍ୟମାନେ ଉତ୍ସାହିତ ହୋଇପାରିବେ।

ସେହିଭଳି ରଙ୍ଗୋଲି, ‘ନିର୍ବାଚନର ପର୍ବ ଆମଦେଶର ଗର୍ବ’ ଉପରେ ବିଭିନ୍ନ ପ୍ରତିଯୋଗିତା, ଭିଡିଓ ଓ ରେଡ଼ିଓ ବାର୍ତ୍ତା, ହୋର୍ଡ଼ିଂ, ୱାଲ ପେଣ୍ଟିଂ, ମାରାଥନ, ଦସ୍ତଖତ ଅଭିଯାନ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ।

ଅନ୍ୟପକ୍ଷରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱଚ୍ଛସାଥୀମାନଙ୍କ ମାଧ୍ୟମରେ ସଫେଇ ଗାଡି ଓ କର୍ମଚାରୀ, ବିଡ଼ିଏର ବିଭିନ୍ନ ପାର୍କ, ଜିଲ୍ଲାର ଶିକ୍ଷାନୁଷ୍ଠାନ,ପଥପ୍ରାନ୍ତ ନାଟକ ମାଧ୍ୟମରେ ବ୍ୟାପକ ସଚେତନତା କରାଯିବ। ସେହିଭଳି ଓମଫେଡ ଷ୍ଟଲରେ ମଧ୍ୟ ସଚେତନତା ବୃଦ୍ଧି କରାଯିବ। ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମାଧ୍ୟମରେ ସ୍କୁଲରୁ ନିଶ୍ଚୟ ମତଦାନ କରିବାକୁ ଅଭିଭାବକ ମାନଙ୍କ ଉଦ୍ଦେଶ୍ୟରେ ପୋଷ୍ଟକାର୍ଡ ମାଧ୍ୟମରେ ପତ୍ର ଲେଖିବେ।

ଖୋର୍ଦ୍ଧା ଜିଲ୍ଲାରେ ଷଷ୍ଠ ପର୍ଯ୍ୟାୟ ଅର୍ଥାତ ମେ ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରିଆ, ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଏଅଧିକାରୀ ବାଦଲ ମହାନ୍ତି,ଜିଲ୍ଲା ଶିକ୍ଷାଧିକାରୀ, ବିଡ଼ିଓ, ତହସିଲଦାର, ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର

୨୦୨୪ର ନର୍ବାଚନ: ବିଜେପିର ହିନ୍ଦୁତ୍ୱ ଓ ବିକାଶ ଉପରେ ଗୁରୁତ୍ୱ, କଂଗ୍ରେସ ପଛରେ ନାହିଁ

ନୂଆଦିଲ୍ଲୀ: ଆସନ୍ତା ୧୦ ୫ଟି ରାଜ୍ୟରେ ମତଦାନ ଶେଷ ହେବାକୁ ଥିବାବେଳେ ଏହି ବିଧାନସଭା ନିର୍ବାଚନରେ ପ୍ରଚାର ଦୁଇଟି ପ୍ରସଙ୍ଗ ଉପରେ ରହିଛି। ଏଥିରେ ଧାର୍ମିକ ଧ୍ରୁବୀକରଣ ଓ କଲ୍ୟାଣ ରାଜନୀତି ରହିଛି, ଯେଉଁଥିରେ ସ୍ପଷ୍ଟ ବିଭାଜନ ରହିଛି। ସହରାଞ୍ଚଳରେ ଦଳଗୁଡ଼ିକ ପାଇଁ ଧାର୍ମିକ ଧ୍ରୁବୀକରଣ କାମ କରୁଥିବା ପରି ମନେ ହେଉଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଆଲୋଚନାରେ ଜନକଲ୍ୟାଣମୂଳକ ପଦକ୍ଷେପର ପ୍ରାଧାନ୍ୟ ରହିଛି ।
ଛତିଶଗଡ଼ ଓ ରାଜସ୍ଥାନରେ କ୍ଷମତା ଦଖଲ କରିବାକୁ ଚେଷ୍ଟା କରୁଥିବା ବିଜେପି ମଧ୍ୟପ୍ରଦେଶରେ ନିଜକୁ ବଜାୟ ରଖିବା ସହ ଦକ୍ଷିଣ ତେଲେଙ୍ଗାନାରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନୀ ଶକ୍ତିଭାବେ ଉଭା ହୋଇଥିବାବେଳେ ଅନ୍ୟ ଦଳମାନଙ୍କ ଭଳି ପ୍ରଲୋଭିତ ଯୋଜନା ପ୍ରତିଶ୍ରୁତି ଦେବାରେ ମଧ୍ୟ ପଛରେ ନାହିଁ । ଯାହାକୁ ପୂର୍ବରୁ ବିରୋଧୀମାନେ ‘ରେଭଡି’ ବୋଲି ଖଣ୍ଡନ କରିଥିଲେ ।

ଯୋଜନା ଉପରେ ଏହି ଗୁରୁତ୍ୱ ବିଶେଷ କରି ମଧ୍ୟପ୍ରଦେଶରେ ଅଧିକ, ଯେଉଁଠାରେ ତାଙ୍କର ମହିଳା ଭିତ୍ତିକ ଘୋଷଣା ଏହାର ଚାରିଥର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବିଜୟର ମୁଖ୍ୟ ଆଶା ପାଲଟିଛି ।

ବରିଷ୍ଠ କଂଗ୍ରେସ ନେତା ତଥା କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ୟାରେଣ୍ଟି ଦେବାର କଂଗ୍ରେସର ଧାରଣାକୁ ଚୋରି କରିଥିବା ଅଭିଯୋଗ କରିଛନ୍ତି – ଯାହା କର୍ଣ୍ଣାଟକରେ କଂଗ୍ରେସ ବିଜୟର ଏକ ବଡ଼ କାରଣ ଥିଲା ।
ଛତିଶଗଡ଼ରେ, ଯେଉଁଠାରେ ଉଭୟ ବିଜେପି ଏବଂ କଂଗ୍ରେସ ପକ୍ଷରୁ ହିନ୍ଦୁତ୍ୱ ପ୍ରସଙ୍ଗକୁ ନେଇ ପ୍ରଚାର ଚାଲିଥିଲା, ବିଜେପି ନଭେମ୍ବର ୭ରେ ପ୍ରଥମ ପର୍ଯ୍ୟାୟ ମତଦାନର ମାତ୍ର ୪ ଦିନ ପୂର୍ବରୁ ଅନେକ ପ୍ରତିଶ୍ରୁତି ଦେଇଥିଲା- ଯେଉଁଥିରେ ଗରିବ ପରିବାର ପାଇଁ ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ ସିଲିଣ୍ଡର ଏବଂ ବିବାହିତ ମହିଳାଙ୍କୁ ବାର୍ଷିକ ୧୨,୦୦୦ ଟଙ୍କା ଆର୍ଥିକ ସହାୟତା ଅନ୍ତର୍ଭୁକ୍ତ । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରତିଶ୍ରୁତି ଉପରେ ତୁରନ୍ତ ସକାରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇଛି, ଯାହା ରାଜ୍ୟରେ ବିଜେପିକୁ ପୁଣିଥରେ ଦ୍ୱନ୍ଦ୍ୱରେ ପକାଇଦେଇଛି ।

ଏହାର ଏକ ସଙ୍କେତ ହେଉଛି କଂଗ୍ରେସ ଏବଂ ଏହାର ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପ୍ରତିକ୍ରିୟା, ଯିଏ କି ବିଜେପିର ଘୋଷଣାର ଏକ ସପ୍ତାହ ମଧ୍ୟରେ କହିଥିଲେ ଯେ କଂଗ୍ରେସ ସରକାର କ୍ଷମତାକୁ ଫେରିଲେ ସମସ୍ତ ମହିଳାଙ୍କୁ ବାର୍ଷିକ ୧୫,୦୦୦ ଟଙ୍କା ଦେବ ।

ବିଜେପି ସାମ୍ନାରେ କର୍ଣ୍ଣାଟକ ଉଦାହରଣ ରହିଛି, ଯେଉଁଠି ବଜରଙ୍ଗବାଲିଙ୍କ ବିଷୟରେ ବାରମ୍ବାର କହୁଥିବା ପ୍ରଚାର ବିଭାଜନକାରୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସମେତ ନିର୍ବାଚନୀ ଗ୍ୟାରେଣ୍ଟିରେ ଚାଲୁଥିବା କଂଗ୍ରେସର ଗତିକୁ ଅଟକାଇ ପାରିନଥିଲା ।
ବିଜେପି ନେତାମାନେ କହୁଛନ୍ତି ଯେ ସେମାନଙ୍କର ହିସାବ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦଳର ଶେଷ ମାଇଲ ଆକ୍ରମଣାତ୍ମକ ଅଭିଯାନ କଂଗ୍ରେସର ଭୋଟ ବଦଳରେ ଜେଡିଏସର ଭୋଟ ଛଡ଼ାଇ ନେଇଛି ।

ହିନ୍ଦୁତ୍ୱ ପ୍ରସଙ୍ଗ ଏଥର ପ୍ରଚାରରୁ ବାଦ୍ ପଡ଼ିଛି ବୋଲି ନୁହେଁ । ନିକଟରେ ମଧ୍ୟପ୍ରଦେଶର ରାଘୋଗଡ଼ରେ ଏକ ରାଲିକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ, ଆପଣ ରାମଲଲାଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି କି ନାହିଁ ? ଖର୍ଚ୍ଚକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ । ବିଜେପିକୁ ଭୋଟ୍ ଦିଅନ୍ତୁ ଏବଂ ଦଳୀୟ ସରକାର ଆପଣଙ୍କୁ ଅଯୋଧ୍ୟାରେ ରାମଲଲାଙ୍କ ଦର୍ଶନ ମାଗଣାରେ କରିବାରେ ସାହାଯ୍ୟ କରିବେ ।

ଛତିଶଗଡ଼ରେ କୌଶଲ୍ୟା କିପରି ଜନ୍ମ ଗ୍ରହଣ କରିଥିଲେ ବୋଲି ବିଶ୍ୱାସ କରାଯାଉଥିବାବେଳେ ରାଜ୍ୟ କିପରି ‘ଭଗବାନ ରାମଙ୍କ ମାମୁଘର’ ଥିଲା ସେ ବିଷୟରେ ସେ କହିଥିଲେ । ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ କରିବେ ବୋଲି ଶାହା ମନେପକାଇ ଦେଇଥିଲେ ଏବଂ କହିଥିଲେ ଯେ ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ ରାମଲଲା ଦର୍ଶନ ଯୋଜନା ଆରମ୍ଭ କରିବ ।

ବଘେଲ ସରକାରଙ୍କ ନିକଟରେ ରାମ ବନ ଗମନ ପଥ ପ୍ରକଳ୍ପ ରହିଛି, ଯେଉଁଥିରେ ରାମ ନିର୍ବାସନରେ କେଉଁ ରାସ୍ତା ଆପଣାଇଥିଲେ ବୋଲି କୁହାଯାଉଛି ତାହା ରଖାଯାଇଛି ।
ରାଜସ୍ଥାନରେ ବିଜେପି ୪୫୦ ଟଙ୍କାରେ ଏଲପିଜି ସିଲିଣ୍ଡର ଏବଂ ଦ୍ୱାଦଶ ଶ୍ରେଣୀର ମେଧାବୀ ଝିଅଙ୍କ ପାଇଁ ମାଗଣା ସ୍କୁଟି ଦେବାକୁ ପ୍ରତିଶ୍ରୁତି ଦେଇଛି । ଲାଡୋ ପ୍ରୋତ୍ସାହନ ଯୋଜନାରେ ବିଜେପି ସରକାର କନ୍ୟା ସନ୍ତାନ ପାଇଁ ୨ ଲକ୍ଷ ଟଙ୍କାର ସଞ୍ଚୟ ବଣ୍ଡ ସ୍ଥାପନ କରିବେ ବୋଲି ସରକାର କହିଛନ୍ତି ।

ତେଲେଙ୍ଗାନାରେ ମଧ୍ୟ ବିଜେପି ଅଯୋଧ୍ୟାକୁ ମାଗଣା ଯାତ୍ରା କରିବାକୁ ପ୍ରତିଶ୍ରୁତି ଦେଇଛି ।
ମଧ୍ୟପ୍ରଦେଶରେ ମଧ୍ୟ କଂଗ୍ରେସର ଅଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କମଲନାଥ ଏହି ପ୍ରସଙ୍ଗରେ ବିଜେପିକୁ କୌଣସି ଫାଇଦା ନ ଦେବା ପାଇଁ ହିନ୍ଦୁତ୍ୱ ଲାଇନରେ ଚାଲିଛନ୍ତି । ତାଙ୍କ ସରକାର ଭାଙ୍ଗିବା ପରେ ଅଟକି ଯାଇଥିବା ରାମ ବନ ଗମନ ପଥ ପ୍ରକଳ୍ପ ଘୋଷଣା କରିଥିବା କମଲନାଥ କହିଛନ୍ତି ଯେ କ୍ଷମତାକୁ ଆସିଲେ କଂଗ୍ରେସ ସୁନିଶ୍ଚିତ କରିବ ଯେ ଶ୍ରୀଲଙ୍କାରେ ସୀତା ମନ୍ଦିର ନିର୍ମାଣ ପ୍ରକଳ୍ପପୁନରୁଦ୍ଧାର ହେବ ।

କଂଗ୍ରେସ ନିଜର କଲ୍ୟାଣରାଜନୀତି ସହ ମିଶି ହିନ୍ଦୁତ୍ୱ ପ୍ରସଙ୍ଗରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିବାରୁ ବିଜେପି ବାଧ୍ୟ ହୋଇ ଏହାକୁ ଅନୁସରଣ କରିବାକୁ ବାଧ୍ୟ ହୋଇଛି । ଚଳିତ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ହିମାଚଳ ପ୍ରଦେଶରେ ବିପିଏଲ୍ ପରିବାରର ମହିଳାଙ୍କ ପାଇଁ ମାଗଣା ଏଲପିଜି ସିଲିଣ୍ଡର ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୨୫ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଗୁଜରାଟ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଦୁଇଟି ମାଗଣା ଏଲପିଜି ସିଲିଣ୍ଡର ଘୋଷଣା କରିଛନ୍ତି ।
କଂଗ୍ରେସର ପ୍ରତିଶ୍ରୁତିଠାରୁ ଏହାକୁ ଅଲଗା କରିବାକୁ ଚେଷ୍ଟା କରିଛି ଏବଂ ଦାବି କରିଛି ଯେ ଏହାର ଯୋଜନା ମହିଳାମାନଙ୍କୁ ‘ସଶକ୍ତ’ କରିବା ପାଇଁ ଉଦ୍ଦିଷ୍ଟ ।

କିନ୍ତୁ ବିଜେପିର ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କର୍ଣ୍ଣାଟକ ପ୍ରମାଣ କରିଛି ଯେ ଗ୍ୟାରେଣ୍ଟି ସ୍କିମ୍ ଭୋଟକୁ ପ୍ରଭାବିତ କରିପାରିବ । ନିର୍ବାଚନରେ ଅର୍ଥନୈତିକ ପ୍ରସଙ୍ଗ କ୍ରମଶଃ କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ କଲ୍ୟାଣ ରାଜନୀତି ଓ ମାଗଣା ସେବା ଏଠାରେ ରହିଛି । ଏହାବ୍ୟତୀତ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ଭଳି ରାଜ୍ୟରେ ଯେଉଁଠି ୯୦ ପ୍ରତିଶତରୁ ଅଧିକ ଲୋକ ହିନ୍ଦୁ, ସେଠାରେ ସାମ୍ପ୍ରଦାୟିକ ଧ୍ରୁବୀକରଣର ସୀମା ରହିଛି ।

ଏଭଳି ଯୋଜନାର ଧାରା ୨୦୨୪ ନିର୍ବାଚନରେ ଜାରି ରହିପାରେ ବୋଲି ଜଣେ ନେତା କହିଛନ୍ତି । ହିନ୍ଦୁତ୍ୱ ପ୍ରସଙ୍ଗ ଜନସଂଖ୍ୟାର ଏକ ଛୋଟ ଅଂଶ ଉପରେ କିଛି ପ୍ରଭାବ ପକାଇପାରେ, ତାହା ମଧ୍ୟ ସହରାଞ୍ଚଳ କିମ୍ବା ଅର୍ଦ୍ଧ-ସହରାଞ୍ଚଳରେ । ନିର୍ବାଚନୀ ରାଜନୀତିରେ ଦରବୃଦ୍ଧି ଓ ବେରୋଜଗାରୀ ଫେରିଆସୁଥିବାରୁ ଲୋକସଭା ନିର୍ବାଚନରେ ମଧ୍ୟ ଲୋକପ୍ରିୟ ପ୍ରଚାର ଘୋଷଣା କରିବାରେ ବିଜେପି କୁଣ୍ଠାବୋଧ କରିପାରିବ ନାହିଁ ।

Categories
ବିଶେଷ ଖବର

ଗୁଜୁରାଟରେ ଦୁଇଟି ପର୍ଯ୍ୟାୟରେ ହେବ ମତଦାନ, ଡିସେମ୍ବର ୮ ରେ ଘୋଷଣା ହେବ ଫଳାଫଳ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ରାଜ୍ୟର ୧୮୨ ଆସନ ବିଶିଷ୍ଟ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ୍ ଡିସେମ୍ବର ୧ ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୫ ତାରିଖରେ ଅନୁଷ୍ଠିତ ହେବ। ଡିସେମ୍ବର ୮ ତାରିଖ ରେ ଭୋଟ୍ ଗଣନା କରାଯିବ। ଗୁଜୁରାଟରେ ବର୍ତ୍ତମାନ ଚାରି କୋଟି ୯୦ ଲକ୍ଷରୁ ଉର୍ଦ୍ଧ୍ଵ ଭୋଟର ଅଛନ୍ତି। ନିର୍ବାଚନ ଆୟୋଗଙ୍କ କହିବାନୁସାରେ, ଏଥର ୫୧ ହଜାର ୭୮୨ ହଜାର ମତଦାନ କେନ୍ଦ୍ର ନିର୍ମାଣ କରାଯାଇଛି।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗୁଜୁରାଟ ବିଧାନସଭା ନିର୍ବାଚନରେ ତିନି ଲକ୍ଷ ୨୪ ହଜାର ୪୨୨ ନୂତନ ଭୋଟର ପ୍ରଥମ ଥର ପାଇଁ ଭୋଟ୍ ଦେବେ। ରାଜ୍ୟରେ ସ୍ଥାପିତ ମତଦାନ କେନ୍ଦ୍ରଗୁଡ଼ିକର ଅତିକମରେ ୫୦ ପ୍ରତିଶତ ୱେବ୍ କାଷ୍ଟିଙ୍ଗ ବ୍ୟବସ୍ଥା ହେବ।

ଗୁଜୁରାଟରେ ବର୍ତ୍ତମାନ ଚାରି କୋଟି ୯୦ ଲକ୍ଷରୁ ଉର୍ଦ୍ଧ୍ଵ ଭୋଟର ଅଛନ୍ତି। ପ୍ରତ୍ୟେକ ବୁଥରେ ହାରାହାରି ୯୪୮ ଭୋଟର ଅଛନ୍ତି। ଏଥିମଧ୍ୟରୁ ୧୦ ହଜାର ୪୬୦ ଭୋଟରଙ୍କ ବୟସ ୧୦୦ ବର୍ଷରୁ ଅଧିକ। ଏଥି ସହିତ, ନଅ ଲକ୍ଷ ୮୭ ହଜାର ଭୋଟରଙ୍କ ବୟସ ୮୦ ବର୍ଷରୁ ଅଧିକ। ସେହିଭଳି ଚାରି ଲକ୍ଷ ୬୧ ହଜାରରୁ ଅଧିକ ଯୁବକ ଭୋଟର ଅଛନ୍ତି। କେବଳ ମହିଳାମାନଙ୍କ ପାଇଁ ୧୨୭୪ ମତଦାନ ବୁଥ ସ୍ଥାପନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ପୌର ନିର୍ବାଚନ: ସକାଳ ୧୧ ଟା ସୁଦ୍ଧା ୨୦ ପ୍ରତିଶତ ମତଦାନ

ଭୁବନେଶ୍ଵର: ଆଜି ସକାଳ ୮ ଟାରୁ ସାରା ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଏହି ମତଦାନ ସନ୍ଧ୍ୟା ୫ ଟା ସୁଦ୍ଧା ଚାଲିବ। ତେବେ ସକାଳ ୧୧ ଟା ପର୍ଯ୍ୟନ୍ତ ୨୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି। ଏନେଇ ନିର୍ବାଚନ କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି। ଚଳିତ ପୌର ନିର୍ବାଚନରେ ପ୍ରଥମ ଥର ଲାଗି ଉଭୟ ମେୟର ଏବଂ ପୌରାଧ୍ୟକ୍ଷ ପାଇଁ ଜନସାଧାରଣମାନେ ପ୍ରତ୍ୟକ୍ଷ ଭାବେ ମତଦାନ ଦେବେ।

ଆଜି ମୋଟ ୪୭ ଟି ମ୍ୟୁନିସିପାଲିଟି, ୫୯ ଟି ଏନଏସି ଓ ୩ ମହାନଗର ନିଗମ ପାଇଁ ଭୋଟ ଗ୍ରହଣ ଚାଲିଛି। ଚଳିତ ନିର୍ବାଚନରେ ମୋଟ ୪୦ ଲକ୍ଷରୁ ଉର୍ଦ୍ଧ୍ଵ ମତଦାତା ସେମାନଙ୍କର ଅଧିକାର ସାବ୍ୟସ୍ତ କରିବେ। କଡା ସୁରକ୍ଷା ମଧ୍ୟରେ ସମଗ୍ର ରାଜ୍ୟରେ ଭୋଟ ଗ୍ରହଣ ଜାରି ରହିଛି। ସେଥିପାଇଁ ୧୯୫ ପ୍ଲାଟୁନ ଫୋର୍ସ ନିଯୋଜିତ ଅଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜାତିସଂଘରେ ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ଭୋଟିଂ: ମତଦାନରୁ ନିଜକୁ ଅଲଗା କଲା ଭାରତ

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ପୁଣିଥରେ ମିଳିତ ଜାତିସଂଘରେ ନିଜର ନିରପେକ୍ଷ ସ୍ଥିତି ଜାରି ରଖିଛି। ରୁଷ-ୟୁକ୍ରେନ ଯୁଦ୍ଧର ଯାଞ୍ଚ କରିବା ପାଇଁ ଏକ ସ୍ଵତନ୍ତ୍ର ଆୟୋଗ ଦ୍ଵାରା ମିଳିତ ଜାତିସଂଘର ମାନବାଧିକାର ପରିଷଦ ଚାହୁଁଥିଲେ, ଯାହାକୁ ନେଇ ଭୋଟ ଗ୍ରହଣ ହୋଇଥିଲା। କିନ୍ତୁ ଭାରତ ମତଦାନରୁ ନିଜକୁ ଦୂରେଇ ରଖିଛି।

ଏହାପୂର୍ବରୁ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ମିଳିତ ଜାତିସଂଘର ସାଧାରଣ ସଭାରେ ଋଷର ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ଦୃଢ ନିନ୍ଦା କରାଯାଉଥିବା ଏକ ସଂକଳ୍ପ ପାରିତ ହୋଇଛି। ଏହି ସଂକଳ୍ପ ଉପରେ ୧୪୧ ଦେଶ ସମର୍ଥନ ଜଣାଇଥିବାବେଳେ ୫ ଟି ଦେଶ ଏହି ପ୍ରସ୍ତାବ ବିରୋଧରେ ମତ ଦେଇଛନ୍ତି। ଅର୍ଥାତ୍ ଏହି ପାଞ୍ଚଟି ଦେଶ ଋଷର ସମର୍ଥନରେ ଅଛନ୍ତି। ଏହା ବ୍ୟତୀତ ୩୫ ଟି ଦେଶ ଭୋଟିଂରେ ଭାଗ ନେଇ ନାହାଁନ୍ତି। ଏହି ଦେଶଗୁଡିକରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ହିଂସାତ୍ମକ ସଂଘର୍ଷ, ବିଜେପି-କଂଗ୍ରେସ କର୍ମୀ ମୁହାଁମୁହିଁ

ନୂଆଦିଲ୍ଲୀ: ମଣିପୁର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ସେଶ ହୋଇଛି ଏବଂ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମାର୍ଚ୍ଚ ୫ ତାରିଖରେ ଅନୁଷ୍ଠିତ ହେବ। ଏହି ସମୟରେ ଭୋଟ୍ ଦେବାର ଠିକ୍ ପୂର୍ବରୁ ବିଜେପି ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷର ଖବର ସାମ୍ନାକୁ ଆସୁଛି। ମଣିପୁରର କୁଚିଙ୍ଗରେ ମାର୍ଚ୍ଚ ୨ ତାରିଖ ବିଳମ୍ବିତ ରାତିରେ ଏହି ସଂଘର୍ଷ ଘଟିଛି।

ସୂଚନାନୁସାରେ, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସର କର୍ମୀମାନେ ପରସ୍ପର ମୁହାଁମୁହିଁ ହୋଇଥିଲେ। ଉଭୟ ପାର୍ଶ୍ୱରୁ ବହୁ ସ୍ଲୋଗାନ ଦିଆଯାଇଥିଲା ଏବଂ ପରେ ହିଂସା ଆରମ୍ଭ ହୋଇଥିଲା। ଏହି ହିଂସାରେ ଅନେକ କର୍ମୀ ମଧ୍ୟ ଆହତ ହୋଇଥିଲେ। ଏହା ସହିତ ଯାନବାହାନଗୁଡିକ ମଧ୍ୟ ଖରାପ କ୍ଷତିଗ୍ରସ୍ତ ହୋଇଥିଲା। ବିଜେପି-କଂଗ୍ରେସ ଲୋକଙ୍କ ମଧ୍ୟରେ ହୋଇଥିବା ଏହି ସଂଘର୍ଷ ପରେ ସମୁଦାୟ ୧୩ ଟି ଯାନ ୮ ଟି ଦୁଇ ଚକିଆ ଯାନ ଏବଂ ଅନେକ କାର ନଷ୍ଟ ହୋଇଯାଇଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରେ ଉତ୍ତେଜନା ପ୍ରକାଶ କରୁଥିବା ଲୋକଙ୍କୁ ହଟାଇ ଦେଇଥିଲା। ବର୍ତ୍ତମାନ ଏହି ଅଞ୍ଚଳର ଅବସ୍ଥା ତିକ୍ତ ହୋଇ ରହିଛି। ନିର୍ବାଚନ ଆୟୋଗ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଭୋଟ୍ ଦେବାର ଠିକ୍ ପୂର୍ବରୁ ଘଟିଥିବା ଏହି ହିଂସାକୁ ନେଇ ପୋଲିସର ସଜାଗତା ରହିଛି ଏବଂ ମତଦାନ ବୁଥରେ ସୁରକ୍ଷା ବୃଦ୍ଧି କରାଯାଇପାରିବ।

Categories
ବିଶେଷ ଖବର

ଘୋଷଣା ହେଲା ରାଜ୍ୟର ପୌର ନିର୍ବାଚନ ପାଇଁ ତାରିଖ, ମାର୍ଚ୍ଚ ୨୪ରେ ହେବ ମତଦାନ

ଭୁବନେଶ୍ଵର: ପୌର ନିର୍ବାଚନ ନେଇ ଆଜି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ୧୦୬ ଟି ପୌର ପରିଷଦ ଏବଂ ୩ ଟି ମହାନଗର ନିଗମରେ ନିର୍ବାଚନ ପାଇଁ ନିର୍ବାଚନ କମିଶନର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। କିନ୍ତୁ ପୁରୀ ମ୍ୟୁନିସିପାଲିଟିରେ ଏଥର ଭୋଟ ଗ୍ରହଣ ହୋଇପାରିବ ନାହିଁ। ଏଥିରେ ୪୪ ଲକ୍ଷ ଭୋଟର ମତଦାନ କରିବେ। ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ତେଣୁ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେଲା ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।

ତେବେ ମାର୍ଚ୍ଚ ୨୬ ତାରିଖରେ ଭୋଟ ଗଣତି ହେବ। ମାର୍ଚ୍ଚ ୨ ତାରିଖରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ ହେବ। ମାର୍ଚ୍ଚ ୯ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ ହେବ। ଏବଂ ମାର୍ଚ୍ଚ ୧୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ। ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ନୋଟା ବ୍ୟବସ୍ଥା ରହିବ। କୌଣସି ପ୍ରାର୍ଥୀଙ୍କୁ ପସନ୍ଦ ନହଲେ ଭୋଟରମାନେ ନୋଟାରେ ଭୋଟ ଦେଇପାରିବେ।

ଏହି ନିର୍ବାଚନରେ ପ୍ରତ୍ୟେକ ବୁଥ ପାଇଁ ୨ ଟି ଲେଖାଏଁ ଇଭିଏମ ରହିବ। ଅଧ୍ୟକ୍ଷ ପଦବୀ ଏବଂ ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ୨ ଟି ଅଲଗା ଅଲଗା ଇଭିଏମ ରହିବ।

ଜାଣନ୍ତୁ କେଉଁଦିନ କଣ

ବିଜ୍ଞପ୍ତି ପ୍ରକାଶ- ଫେବୃୟାରୀ ୨୮

ନାମାଙ୍କନ ପତ୍ର ଦାଖଲ : ୨ ମାର୍ଚ୍ଚରୁ ୭ ମାର୍ଚ୍ଚ ୨୦୨୨

ପ୍ରାର୍ଥୀପତ୍ର ଯାଞ୍ଚ : ୯ ମାର୍ଚ୍ଚ ୨୦୨୨

୧୪ ମାର୍ଚ୍ଚ ପର୍ଯ୍ୟନ୍ତ  : ପ୍ରାର୍ଥୀପତ୍ର ପ୍ରତ୍ୟାହାର

ଭୋଟଦାନ : ୨୪ ମାର୍ଚ୍ଚ ୨୦୨୨

ଫଳାଫଳ : ୨୬ ମାର୍ଚ୍ଚ ୨୦୨୨

ଉପାଧ୍ୟକ୍ଷ ନିର୍ବାଚନ : ୭ ଏପ୍ରିଲ ୨୦୨୨

ଡେପୁଟି ମେୟର ନିର୍ବାଚନ : ୮ ଏପ୍ରିଲ ୨୦୨୨

Categories
ଆଜିର ଖବର ରାଜ୍ୟ ଖବର

ଦିନ ୧୨ଟା ସୁଦ୍ଧା ୪୫ ପ୍ରତିଶତ ହେଲା ମତଦାନ

ଭୁବନେଶ୍ବର: ଆଜି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହା ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ସୂଚନା ଅନୁସାରେ ସକାଳ ୧୨ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ ହୋଇଛି। ଆଜି ୧୬୩ ଟି ଜିଲ୍ଲା ପରିଷଦ ପଦବୀ ପାଇଁ ଏହି ନିର୍ବାଚନ ହେଉଛି। ଏଥିସହିତ ୧ ହଜାର ୨୫୪ ଟି ପଞ୍ଚାୟତରେ ଭୋଟିଂ ଚାଲିଛି। ଏଥିପାଇଁ ୧୭ ହଜାର ୮୯ ଟି ବୁଥ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ: ୧୭୧ଟି ଜିଲ୍ଲା ପରିଷଦ ପାଇଁ ହେବ ମତଦାନ

ଭୁବନେଶ୍ବର: ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହେବ। ଏହା ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଆଜି ୨୯ ଟି ଜିଲ୍ଲାର ୬୩ଟି ବ୍ଲକରେ ଏହି ନିର୍ବାଚନ ହେବ। ଏଥିରେ ୧୭୧ଟି ଜିଲ୍ଲା ପରିଷଦ ପଦବୀ ପାଇଁ ନିର୍ବାଚନ ହେବ। ଏଥିସହିତ ୧ ହଜାର ୩୮୨ଟି ପଞ୍ଚାୟତରେ ନିର୍ବାଚନ ହେବ। ଏଥିପାଇଁ ୧୮ ହଜାର ୪୯୫ ଟି ବୁଥର ବନ୍ଦୋବସ୍ତ କରାଯାଇଛି।  ଏହି ଗଣତନ୍ତ୍ର ପର୍ବର ତୃତୀୟ ପର୍ଯ୍ୟାୟରେ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ଭୋଟର ସେମାନଙ୍କ ମତାଧିକାର ସାବସ୍ୟ କରିବେ।

Categories
ବିଶେଷ ଖବର

ଘୋଷଣା ହେଲା ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ: ଜାଣନ୍ତୁ କେବେ ଆଉ କେତୋଟି ପର୍ଯ୍ୟାୟରେ ହେବ ମତଦାନ

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାଥିବାବେଳେ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି। ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ନିର୍ବାଚନ ରାଜ୍ୟରେ ଆଚରଣ ଆଚରଣ ବିଧି ମଧ୍ୟ କାର୍ଯ୍ୟକାରୀ ହୋଇଛି। ଉତ୍ତରପ୍ରଦେଶର ୪୦୩ ଟି ଆସନ ପାଇଁ ୭ ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଉତ୍ତରାଖଣ୍ଡର ସମସ୍ତ ୭୦ ଟି ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଗୋଟିଏ ପର୍ଯ୍ୟାୟରେ ପଞ୍ଜାବର ୧୧୭ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଗୋଆରେ ୪୦ ଟି ବିଧାନସଭା ଆସନ ପାଇଁ ନିର୍ବାଚନ ମଧ୍ୟ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ମଣିପୁରରେ ୬୦ ଟି ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।

ନିର୍ବାଚନର ତାରିଖ କ’ଣ?:

ୟୁପିରେ ୭ ଟି ପର୍ଯ୍ୟାୟରେ, ମଣିପୁରରେ ଦୁଇଟି ପର୍ଯ୍ୟାୟରେ ଏବଂ ଗୋଆ, ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ କେବଳ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ। ୟୁପିରେ ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୦ ତାରିଖ, ଦ୍ୱିତୀୟ ପର୍ଯ୍ୟାୟ ଫେବୃଆରୀ ୧୪ ତାରିଖ, ତୃତୀୟ ପର୍ଯ୍ୟାୟ ଫେବୃଆରୀ ୨୦ ତାରିଖ, ଚତୁର୍ଥ ପର୍ଯ୍ୟାୟ ଫେବୃଆରୀ ୨୩ ତାରିଖ, ଫେବୃଆରୀ ୨୭ ତାରିଖରେ ପଞ୍ଚମ ପର୍ଯ୍ୟାୟ, ମାର୍ଚ୍ଚ ୩ ତାରିଖରେ ଷଷ୍ଠ ପର୍ଯ୍ୟାୟ, ମାର୍ଚ୍ଚ ୭ ରେ ସପ୍ତମ ପର୍ଯ୍ୟାୟ ହେବ। ଏହା ବ୍ୟତୀତ ଫେବୃଆରୀ ୧୪ ତାରିଖରେ ପଞ୍ଜାବ, ଗୋଆ ଏବଂ ଉତ୍ତରାଖଣ୍ଡରେ ଭୋଟ୍ ଗ୍ରହଣ କରାଯିବ। ଏହି ତିନୋଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ଅନୁଷ୍ଠିତ ହେବ। ମଣିପୁରରେ ମତଦାନ ଫେବୃଆରୀ ୨୭ ଏବଂ ମାର୍ଚ୍ଚ ୩ ତାରିଖରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ତେବେ ମାର୍ଚ୍ଚ ୧୦ ତାରିଖରେ ସମସ୍ତ ୫ ଟି ରାଜ୍ୟର ଫଳାଫଳ ଘୋଷଣା କରାଯିବ।

ଜାନୁଆରୀ ୧୫ ପର୍ଯ୍ୟନ୍ତ ରାଲି ଏବଂ ଶୋଭାଯାତ୍ରା ନିଷେଧ:

ନିର୍ବାଚନ ଘୋଷଣା କରି ନିର୍ବାଚନ କମିଶନର୍ କହିଛନ୍ତି ଯେ ଜାନୁୟାରୀ ୧୫ ତାରିଖ ପର୍ଯ୍ୟନ୍ତ ରାସ୍ତାଘାଟରେ ସଭା, ସମାବେଶ, ରୋଡ୍ ସୋ ଉପରେ ପ୍ରତିବନ୍ଧକ ଲଗାଯିବ। ଦ୍ୱାରରୁ ଦ୍ୱାର ଅଭିଯାନରେ କେବଳ ୫ ଜଣ ଅଂଶଗ୍ରହଣ କରିବେ। ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ, ଅଧିକାଂଶ ରାଜ୍ୟରେ ଟୀକାକରଣର ଅବସ୍ଥା ଭଲ। ଗୋଆରେ ଜନସଂଖ୍ୟାର ୯୫ ପ୍ରତିଶତ ଲୋକଙ୍କୁ ଟୀକାକରଣ କରାଯାଇଛି। ଉତ୍ତରାଖଣ୍ଡରେ ୯୦ ପ୍ରତିଶତ ଲୋକ ପ୍ରଥମ ଟିକା ପାଇଛନ୍ତି। ସମସ୍ତ ଏଜେନ୍ସିକୁ ସତର୍କ କରାଯାଇଛି। ସୁଭିଧା ଆପ୍ ମାଧ୍ୟମରେ ଅନ୍‌ଲାଇନ୍ ପ୍ରାର୍ଥୀମାନଙ୍କର ନାମାଙ୍କନ କରାଯିବ।

୨୦୧୭ ନିର୍ବାଚନରେ କେଉଁ ଦଳ କେତୋଟି ଆସନ ପାଇଥିଲା:

୧- ଉତ୍ତରପ୍ରଦେଶରେ ମୋଟ ସିଟ୍- ୪୦୩

ବିଜେପି- ୩୨୫
ସମାଜବାଦୀ ପାର୍ଟି- ୪୭
ବିଏସପି- ୧୯
କଂଗ୍ରେସ- ୭
ଅନ୍ୟମାନେ- ।।

୨- ପଞ୍ଜାବରେ ମୋଟ ସିଟ୍- ୧୧୭

କଂଗ୍ରେସ- ୭୭
ଆପ- ୨୦
ଅକାଳୀଦଳ- ୧୫
ବିଜେପି- ୦୩
ଅନ୍ୟମାନେ- ୦୨

୩- ଉତ୍ତରାଖଣ୍ଡ ରେ ମୋଟ ଆସନ- ୭୦

ବିଜେପି- ୫୭
Cong- ୧୧
ଅନ୍ୟମାନେ- ୨

୪- ମଣିପୁର ସମୁଦାୟ ଆସନ- ୬୦

୨୦୧୭ ନିର୍ବାଚନରେ ​​ବିଜେପି ଏଠାରେ ମାତ୍ର ୨୧ ଟି ଆସନ ପାଇଥିଲା, ଯେଉଁଥିପାଇଁ ୬୦ ଜଣିଆ ବିଧାନସଭାରେ ସରକାର ଗଠନ ପାଇଁ ବିଜେପିକୁ ବହୁମତ ସାବ୍ୟସ୍ତ କରିବାକୁ ପଡିଥିଲା। ସର୍ବାଧିକ ସିଟ୍ ଜିତିଥିବା କଂଗ୍ରେସକୁ ୨୮ ଟି ସିଟ୍ ଜିତିବା ପରେ ମଧ୍ୟ ରାଜ୍ୟର କ୍ଷମତାରୁ ବହିଷ୍କାର କରିବାକୁ ପଡିବ।

୫- ଗୋଆ ମୋଟ ସିଟ୍-୪୦

ବର୍ତ୍ତମାନ ଗୋଆରେ ବିଜେପି ସରକାର ଅଛି। ଏହାର ନିଜସ୍ୱ ୨୫ ଜଣ ବିଧାୟକ ଏବଂ ଏକ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଅଛି। ୨୦୧୭ ନିର୍ବାଚନରେ ​​କଂଗ୍ରେସ ୧୫ ଟି ସିଟ୍ ଜିତି ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା କିନ୍ତୁ ଏହା ସରକାର ଗଠନ କରିପାରିଲା ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ: ନିଜ ଦଳ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ପିପିଲି ଉପ ନିର୍ବାଚନ ପାଇଁ ମତଦାନ ହେବ। ଏଥିପାଇଁ ପ୍ରତ୍ୟେକ ରାଜନୈତିକ ଦଳର ବଡ ନେତାମାନଙ୍କର ପ୍ରଚାର ମୈଦାନକୁ ଓହ୍ଲାଇବା ଆରମ୍ଭ ହୋଇଯାଇଛି।

ତେବେ ବିଜେଡ଼ି ପାଇଁ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପିପିଲିରେ ପ୍ରଚାର କରିବେ ବୋଲି ଜଣାପଡିଛି। ପିପିଲିରେ ବିଜେଡ଼ି ପର୍ଯ୍ଯବେକ୍ଷକ ପ୍ରତାପ ଦେବ ଏନେଇ ସୂଚନା ଦେଇଛନ୍ତି। ପ୍ରତାପ ଦେବଙ୍କ ଘରେ ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ମତଦାନ: ବିଜେପି ମହିଳା ଏଜେଣ୍ଟଙ୍କୁ ଆକ୍ରମଣ, ପୋଲିସ ମାମଲା ରୁଜ୍ଜୁ କରିନଥିବା ଅଭିଯୋଗ

କଲିକତା: ପଶ୍ଚିମବଙ୍ଗ ଏବଂ ଆସାମରେ ଦ୍ଵିତୀୟ ପର୍ଯ୍ୟାୟର ମତଦାନ ଜାରି ରହିଛି। ପଶ୍ଚିମବଙ୍ଗର ୩୦ ଟି ଆସନ ଏବଂ ଆସାମର ୩୯ ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି। ଆଜି ସକାଳୁ ସକାଳୁ କେତେକ ବୁଥରେ ଇଭିଏମ ସମସ୍ୟାକୁ ନେଇ ମାରପିଟ ଖବର ଆସିଛି। ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ପରସ୍ପର ଉପରେ ଭୋଟରଙ୍କୁ ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି।

ଏହା ଭିତରେ ପଶ୍ଚିମ ମିଦନାପୁରରେ ବିଜେପିର ତନ୍ମୟ ଘୋଷଙ୍କ କାର ଉପରକୁ ଟିଏମସି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ବିଜେପିର ଏକ ମହିଳା ଏଜେଣ୍ଟ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି। ଏହି ଘଟଣା ଉପରେ ପୋଲିସକୁ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ମାମଲା ରୁଜ୍ଜୁ କରିନଥିବା ବିଜେପି କର୍ମୀ ଅଭିଯୋଗ କରିଛନ୍ତି।