Categories
ଆଜିର ଖବର ଜାତୀୟ ଖବର

ଆମେରିକା ଯିବେ ମମତା: ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ବାଇଡେନ୍‌ଙ୍କୁ ଶୁଭେଚ୍ଛା ଜଣାଇଥିଲେ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆମେରିକା ଯିବେ। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ସର୍ବପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ମମତା ଶୁଭେଚ୍ଛା ଜଣାଇଥିଲେ। ତେବେ ଆମେରିକାର କିଛି ବ୍ୟବସାୟୀ ସଙ୍ଗଠନ ତଥା ଆମେରିକା ଥିଙ୍କ୍‌ ଟାଙ୍କ୍‌ ମମତାଙ୍କୁ ଆମେରିକା ଆସିବା ପାଇଁ ନିମନ୍ତ୍ରଣ ଜଣାଇଛନ୍ତି ତେବେ ମମତା ତୃତୀୟ ଥର ପାଇଁ ନିର୍ବାଚିତ ହେବା ପରେ ଆମେରିକା ଯିବା ନେଇ ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି।

ପୂର୍ବରୁ ମଧ୍ୟ ଅନେକ ଥର ତାଙ୍କୁ ଆମେରିକା ଯିବା ପାଇଁ ନିମନ୍ତ୍ରଣ ମିଳିଛି। କିନ୍ତୁ ଡୋନାଲ୍ଡ ଟ୍ରମ୍ପ୍‌ ରାଷ୍ଟ୍ରପତି ଥିବାରୁ ସେ ଆମେରିକା ଯାତ୍ରାକୁ ସର୍ବଦା ମନା କରି ଆସିଥିଲେ। ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦକ୍ଷିଣପନ୍ଥୀ ନୀତିକୁ ମମତା ପସନ୍ଦ କରୁନଥିବାର ମମତାଙ୍କ ନିକଟ ଲୋକଙ୍କଠାରୁ ସୂଚନା ରହିଛି। ଟ୍ରମ୍ପ୍‌ଙ୍କ ଆବ୍ରଜନ୍‌ ନୀତି, ଏଚ୍‌1ବି ଭିସା ସଂଖ୍ୟା ହ୍ରାସ, ଶରଣାର୍ଥୀଙ୍କ ପ୍ରବେଶକୁ ବାରଣ, ଶ୍ବେତାଙ୍ଗଙ୍କୁ ସମର୍ଥନ ତଥା ମୁସଲମାନଙ୍କ ବିରୋଧ ନୀତିକୁ ମମତା ପସନ୍ଦ କରୁନଥିଲେ। ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ୍‌ ଗଣତି ସମୟରେ ପେନ୍‌ସେଲ୍ଭିଆ ରାଜ୍ୟର ପରିଣାମ ଆସିବା ପରେ ମମତା ରାତ୍ର ସମୟରେ ଫୋନ୍‌ ଯୋଗେ ବାଇଡେନ୍‌ଙ୍କୁ ରାଷ୍ଟ୍ରପତି ନିର୍ବାଚନ ଜିତିବା ନେଇ ଶୁଭେଚ୍ଛା ଜଣାଇଥିଲେ। ଗତ ୪ ବର୍ଷ ମଧ୍ୟରେ ମମତା ବ୍ରିଟେନ୍‌ ଓ ଭାଟିକାନା ଯାତ୍ରା କରିଛନ୍ତି। କିନ୍ତୁ ଆମେରିକା ଯାତ୍ରା କରିନାହାନ୍ତି। ତେବେ ମମତାଙ୍କ ଏହି ଆମେରିକା ପ୍ରୀତି ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବୋଲି କେହି କେହି ମତ ଦେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗକୁ 1 ହଜାର କୋଟି ସହାୟତା ଘୋଷଣା

କୋଲକାତା : ପଶ୍ଚିମବଙ୍ଗକୁ 1 ହଜାର କୋଟିର ଆଗୁଆ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମବଙ୍ଗ ପାଇଁ 1 ହଜାର କୋଟି ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ପଶ୍ଚିମବଙ୍ଗର ବାତ୍ୟା ବିତ୍ପାତ ଅଞ୍ଚଳ ପରିଦର୍ଶନ ପରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି। ଅଗ୍ରିମ ଆକାରରେ 1 ହଜାର କୋଟି ଦିଆଯାଉଥିବା କହିଲେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ।  ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ 2 ଲକ୍ଷ ଟଙ୍କାର ଅନକୁମ୍ପା ରାଶି ଦେବାକୁ ଘୋଷଣା କରାଯାଇଛି । ସେହିପରି ବାତ୍ୟାରେ ଆହତ ହୋଇଥିବା ଲୋକଙ୍କୁ 50ହଜାର ଟଙ୍କା ମିଳିବବୋଲି ସୂଚନା ଦେଇଛନ୍ତି ମୋଦି ।  ବାତ୍ୟାରେ 80ଜଣଙ୍କର ମୃତ୍ୟୁ ଘଟିଥିବାର କହିଛନ୍ତି ପ୍ରଧାନମନ୍ତ୍ରୀ ।

ବାତ୍ୟା ଆମ୍ଫାନ୍‌ ଜନିତ କ୍ଷୟକ୍ଷତିର ତୁରନ୍ତ ପୁଙ୍ଖାନୁପୁଙ୍ଖ ସର୍ଭେ କରିବାକୁ କେନ୍ଦ୍ରୀୟ ଟିମ୍‌ ଆସିବେ ବୋଲି କହିଛନ୍ତି ମୋଦି । କେନ୍ଦ୍ରୀୟ ଟିମ୍‌ ଆସି ସମସ୍ତ କ୍ଷୟକ୍ଷତିର ଅନୁଧ୍ୟାନ କରିବେ ବୋଲି ସୂଚନା ଦେଇଛନ୍ତି ମୋଦି। ଏ ଦୁର୍ଦ୍ଦିନ ସମୟରେ ପଶ୍ଚିମବଙ୍ଗ ସହ ଆମେ ସମେସ୍ତ ଅଛୁ ବୋଲି କହିଛନ୍ତି ମୋଦି । ଭାରତ ସରକାର କାନ୍ଧରେ କାନ୍ଧ ମିଶାଇ କାମ କରିବେ ବୋଲି କହିଛନ୍ତି ମୋଦି।