Categories
ଆଜିର ଖବର ରାଜ୍ୟ ଖବର

ରଣପୁର ମହୋତ୍ସବ: ମହାରାଷ୍ଟ୍ରର ଲାଉଣୀ, ୱେଷ୍ଟ ବେଙ୍ଗଲର ଖୁମୁରା ଦର୍ଶକଙ୍କୁ କଲା ବିଭୋର

ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମ ବାଘ ସାମନ୍ତ ପଡିଆରେ ଚାଲିଥିବା ରଣପୁର ମହୋତ୍ସବ ଅର୍ଜୁନର ଚତୁର୍ଥ ଦିବସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ମହୋତ୍ସବର ଚତୁର୍ଥ ସନ୍ଧ୍ୟାକୁ କବି ଭକ୍ତ ଚରଣ ଦାସଙ୍କ ନାମରେ ଉତ୍ସର୍ଗୀକୃତ କରାଯାଇଛି। ଏହି ପରିପ୍ରେକ୍ଷୀରେ ପୂର୍ବାହ୍ନ ୧୧ ଘଟିକା ସମୟରେ ଏକ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ରଣପୁର ତଥା ନୟାଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କବି କବୟିତ୍ରୀମାନେ ଯୋଗ ଦେଇ ରଣପୁର ମାଟିର ଐତିହ୍ୟ, ବୀରତ୍ୱ ଓ ଗୌରବ ଗାଥାକୁ କବିତା ମାଧ୍ୟମରେ ପାଠ କରିଥିଲେ। ଏହା ପରେ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଚତୁର୍ଥ ଦିବସର ସଭାକାର୍ଯ୍ୟ ସନ୍ଧ୍ୟା ୫ ଟାରେ ଆରମ୍ଭ ହୋଇଥିଲା। ମହୋତ୍ସବର ଚତୁର୍ଥ ସନ୍ଧ୍ୟାର ସାଧାରଣ ସଭା ମହୋତ୍ସବ କମିଟିର ସଭାପତି ତଥା ଓଡିଶାର ବାଚସ୍ପତି ସୁରମା ପାଢ଼ୀ ସଭାପତିତ୍ୱ କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ଭାବେ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ବେହେରା, ପୂର୍ବତନ ସାଂସଦ ତଥା ପୂର୍ବତନ ରଣପୁର ବିଧାୟକ ରବି ନାରାୟଣ ମହାପାତ୍ର, ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦାମନ, ରଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ମଳା ବେହେରା ପ୍ରମୂଖ ଯୋଗ ଦେଇ ଥିଲେ। ଶିବ ପ୍ରସାଦ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସଙ୍ଗୀତ କଳା ବିଦ୍ୟା ନିକେତନର ଅଧ୍ୟକ୍ଷ ସତ୍ୟ ନାରାୟଣ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।

ଏହା ସହିତ ୟୁଟୁବର ପାଗା ଭାଇ ଓ ନୀତିଆ ନନାଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖି ପାରିଥିଲା।

ସଭା ଶେଷରେ ବିଭିନ୍ନ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ଦୁଇ ଜଣ ଶତାୟୁ ବର୍ଷୀୟ ବୃଦ୍ଧବୃଦ୍ଧାଙ୍କୁ ପୁରସ୍କୃତ କରାଯାଇଥିଲା। ଡେରାଡୁନରେ ରଥଯାତ୍ରା କରି ଓଡିଶାର ସଂସ୍କୃତିକୁ ପ୍ରଚାର ପ୍ରସାର କରୁଥିବା ରଣପୁର ମାଟିର ପୁତ୍ର ଡ଼ ସୁବାଷ ଚନ୍ଦ୍ର ଶତପଥୀଙ୍କୁ ଚତୁର୍ଥ ଦିବସରେ ଅତିଥିମାନେ ମହୋତ୍ସବ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ।  ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ପ୍ରତିଭୂମାନଙ୍କ ନାମ ଡ଼. ପ୍ରଶାନ୍ତ ମିଶ୍ର ଘୋଷଣା କରିଥିଲେ।

ହଜାର ହଜାର ଦର୍ଶକ ଶେଷ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଥିଲେ। ରାଜ୍ୟ ସରକାରଙ୍କ ଢେମସା ନୃତ୍ୟ, ଜିଲ୍ଲା ପ୍ରଶାସନର ଘୋଡା ନାଚ, ମହାରାଷ୍ଟ୍ରର ଲାଉଣୀ, ୱେଷ୍ଟ ବେଙ୍ଗଲର ଖୁମୁରା, ନେପାଳୀ ନୃତ୍ୟ ଏବଂ ଭାରତ ସରକାରଙ୍କ ତ୍ରିପୁରା ନୃତ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା। ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ସାଂସ୍କୃତିକ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ। ସଭାକାର୍ଯ୍ୟ ଶେଷରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ଜ୍ୟୋତି ରଞ୍ଜନ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ମହାରାଷ୍ଟ୍ରର ଯୁବକ, ଗଞ୍ଜେଇ ଜବତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ମହାରାଷ୍ଟ୍ର ପୁନେ ଜିଲ୍ଲାର ଅମୋଲ ଦିନକର ନାମକ ଜଣେ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗରେ ଧରାପଡିଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହିଞ୍ଜିଳି ଅବକାରୀ ଏସ୍ ଆଇ ସୁମିତ୍ରା ବିଶି ସଦଳବଳେ ଖଣ୍ଡରା ଛକରେ ଅମୋଲକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସେ ଧରିଥିବା ଜରି ଅଖାରେ ୮.୨୦୦ ଗ୍ରାମ୍ ଗଞ୍ଜେଇ ବାହାରି ଥିଲା। ଜେରା କରିବା ବେଳେ ସେ ଉକ୍ତ ଗଞ୍ଜେଇ ମହାରାଷ୍ଟ୍ରକୁ ଚାଲାଣ କରୁଥିବା ରାଜି ହୋଇଥିଲା।

ଅବକାରୀ ପୋଲିସ ଉକ୍ତ ଗଞ୍ଜେଇ ଜବତ କରି ଚାଲାଣ ଉକ୍ତ ଯୁବକ ବିରୁଦ୍ଧରେ ମାମଲା ନଂ ୭୧/୨୦୨୪ ଓ ୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛି।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ରରେ ୭୬୦୦ କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାରାଷ୍ଟ୍ରରେ ୭୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଆଜିର ପ୍ରକଳ୍ପଗୁଡ଼ିକ ମଧ୍ୟରେ ନାଗପୁରସ୍ଥିତ ଡକ୍ଟର ବାବାସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନବନ୍ଦରର ଉନ୍ନତିକରଣ ଏବଂ ଶିରିଡି ବିମାନବନ୍ଦରରେ ନୂତନ ସମନ୍ୱିତ ଟର୍ମିନାଲ କୋଠାର ଶିଳାନ୍ୟାସ ଅନ୍ତର୍ଭୁକ୍ତ। ଶ୍ରୀ ମୋଦୀ ମହାରାଷ୍ଟ୍ରର ୧୦ଟି ସରକାରୀ ମେଡିକାଲ କଲେଜ କାର୍ଯ୍ୟର ଶୁଭାରମ୍ଭ କରିବା ସହ ମୁମ୍ବାଇର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍କିଲ୍ସ (ଆଇଆଇଏସ୍‌) ଏବଂ ମହାରାଷ୍ଟ୍ରର ବିଦ୍ୟା ସମୀକ୍ଷା କେନ୍ଦ୍ର (ଭିଏସକେ)ର ଉଦଘାଟନ କରିଥିଲେ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାରାଷ୍ଟ୍ରକୁ ନାଗପୁର ବିମାନବନ୍ଦରର ଆଧୁନିକୀକରଣ ଏବଂ ସମ୍ପ୍ରସାରଣ ଏବଂ ଶିରିଡି ବିମାନବନ୍ଦର ପାଇଁ ଏକ ନୂତନ ଟର୍ମିନାଲ କୋଠା ନିର୍ମାଣ ସମେତ ୧୦ଟି ନୂତନ ମେଡିକାଲ କଲେଜ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ପ୍ରଦାନ କରାଯାଉଛି। ଆଜିର ବିକାଶମୂଳକ ପ୍ରକଳ୍ପ ପାଇଁ ସେ ମହାରାଷ୍ଟ୍ରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

୩୦,୦୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ପାଇଁ ତାଙ୍କର ମୁମ୍ବାଇ ଏବଂ ଥାନେ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମେଟ୍ରୋ ନେଟୱାର୍କର ସମ୍ପ୍ରସାରଣ, ବିମାନବନ୍ଦରର ଉନ୍ନତିକରଣ, ରାଜପଥ ପ୍ରକଳ୍ପ, ଭିତ୍ତିଭୂମି, ସୌର ଶକ୍ତି ଏବଂ ଟେକ୍ସଟାଇଲ ପାର୍କ ଭଳି ହଜାର ହଜାର କୋଟି ଟଙ୍କାର ବିକାଶ ପ୍ରକଳ୍ପ ପୂର୍ବରୁ ବିଭିନ୍ନ ଜିଲ୍ଲାରେ ଆରମ୍ଭ କରାଯାଇଛି ବୋଲି ଉଲ୍ଲେଖ କରିଥିଲେ। କୃଷକ, ମତ୍ସ୍ୟଜୀବୀ ଏବଂ ପଶୁପାଳକମାନଙ୍କ ପାଇଁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ମହାରାଷ୍ଟ୍ରରେ ଭାରତର ସର୍ବବୃହତ କଣ୍ଟେନର ବନ୍ଦର ୱାଧୱାନ ବନ୍ଦରର ଶିଳାନ୍ୟାସ ମଧ୍ୟ କରାଯାଇଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ମହାରାଷ୍ଟ୍ର ଇତିହାସରେ କେବେ ବି ବିଭିନ୍ନ କ୍ଷେତ୍ରରେ ଏତେ ଦ୍ରୁତ ଗତିରେ ବିକାଶ ହୋଇନାହିଁ ବୋଲି ସେ କହିଥିଲେ।

ନିକଟରେ ମରାଠୀ ଭାଷାକୁ ଏକ ଶାସ୍ତ୍ରୀୟ ଭାଷା ଭାବରେ ସ୍ୱୀକୃତି ମିଳିବା କଥା ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ କୌଣସି ଭାଷାକୁ ଉଚିତ ସମ୍ମାନ ମିଳେ, ସେତେବେଳେ ତାହା କେବଳ ଶବ୍ଦ ହୋଇ ନଥାଏ ବରଂ ଏହା ଯୋଗୁଁ ସମଗ୍ର ପିଢ଼ିକୁ ସ୍ୱର ମିଳିଥାଏ । ଏହା ଦ୍ୱାରା କୋଟି କୋଟି ମରାଠୀ ଭାଇଭଉଣୀ ମାନଙ୍କର ସ୍ୱପ୍ନ ପୂରଣ ହୋଇଛି ବୋଲି ସେ କହିଛନ୍ତି । ମହାରାଷ୍ଟ୍ରର ଲୋକମାନେ ମରାଠୀ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବାରୁ ଉତ୍ସବ ପାଳନ କରୁଛନ୍ତି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମହାରାଷ୍ଟ୍ରର ବିଭିନ୍ନ ଗ୍ରାମର ଲୋକଙ୍କଠାରୁ ସେ ପ୍ରସନ୍ନତାର ଏବଂ କୃତଜ୍ଞତାର ବାର୍ତ୍ତା ପାଉଛନ୍ତି । ଶ୍ରୀ ମୋଦୀ କହିଥିଲେ ଯେ ମରାଠୀକୁ ଶାସ୍ତ୍ରୀୟ ଭାଷା ଭାବରେ ସ୍ୱୀକୃତି ଦେବା ତାଙ୍କ କାର୍ଯ୍ୟ ନୁହେଁ ବରଂ ମହାରାଷ୍ଟ୍ରବାସୀଙ୍କ ଆଶୀର୍ବାଦର ଫଳ । ଛତ୍ରପତି ଶିବାଜୀ ମହାରାଜ, ବାବା ସାହେବ ଆମ୍ବେଦକର, ଜ୍ୟୋତିବା ଫୁଲେ ଏବଂ ସାବିତ୍ରୀବାଇ ଫୁଲେଙ୍କ ଭଳି ବିଶିଷ୍ଟ ବ୍ୟକ୍ତିଙ୍କ ଆଶୀର୍ବାଦ ଯୋଗୁଁ ମହାରାଷ୍ଟ୍ରରେ ପ୍ରଗତି କାର୍ଯ୍ୟ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତକାଲି ହରିୟାଣା ଏବଂ ଜାମ୍ମୁ – କାଶ୍ମୀରର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶିତ ହୋଇଛି ଏବଂ ହରିୟାଣାର ଭୋଟରମାନେ ଦେଶର ଲୋକଙ୍କ ମନୋଭାବକୁ ସ୍ପଷ୍ଟ ଭାବରେ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ଦୁଇ ଥର ସଫଳ ହେବା ପରେ ହରିୟାଣାରେ କ୍ରମାଗତ ତୃତୀୟ ଥର ପାଇଁ ବିଜୟ ଐତିହାସିକ ଥିଲା ।

ଯେଉଁମାନେ ବିଭାଜନ ରାଜନୀତି କରନ୍ତି ଏବଂ ବ୍ୟକ୍ତିଗତ ଫାଇଦା ପାଇଁ ଭୋଟରଙ୍କୁ ବିଭ୍ରାନ୍ତ କରନ୍ତି ସେମାନଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦୀ ଚେତାବନୀ ଦେଇଛନ୍ତି । ଭାରତରେ ମୁସଲମାନମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରି ସେମାନଙ୍କୁ ଭୋଟ୍ ବ୍ୟାଙ୍କରେ ପରିଣତ କରିବାର ପ୍ରୟାସ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ଏବଂ ନିଜ ଫାଇଦା ପାଇଁ ହିନ୍ଦୁ ଧର୍ମରେ ଜାତିବାଦରେ ଲିପ୍ତ ଥିବା ଲୋକଙ୍କ ପ୍ରତି ମଧ୍ୟ ସେ କ୍ଷୋଭ ପ୍ରକାଶ କରିଥିଲେ । ରାଜନୈତିକ ଫାଇଦା ପାଇଁ ଯେଉଁମାନେ ଭାରତରେ ହିନ୍ଦୁ ସମାଜକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୋଧରେ ଶ୍ରୀ ମୋଦୀ ଚେତାବନୀ ଦେଇଛନ୍ତି । ମହାରାଷ୍ଟ୍ରର ଲୋକମାନେ ସମାଜକୁ ଭାଙ୍ଗିବା ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ଗତ ୧୦ ବର୍ଷ ମଧ୍ୟରେ ଦେଶର ବିକାଶ ପାଇଁ ଆଧୁନିକ ଭିତ୍ତିଭୂମି ସୃଷ୍ଟି ନିମନ୍ତେ ସରକାର ମହାଯଜ୍ଞ ଆରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ରାଜ୍ୟରେ ୧୦ଟି ନୂତନ ମେଡିକାଲ କଲେଜର ଉଦଘାଟନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଆଜି ଆମେ କେବଳ କୋଠା ନିର୍ମାଣ କରୁନାହୁଁ ବରଂ ଏକ ସୁସ୍ଥ ଏବଂ ସମୃଦ୍ଧ ମହାରାଷ୍ଟ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରୁଛୁ । ଥାନେ, ଅମ୍ବରନାଥ, ମୁମ୍ବାଇ, ନାସିକ, ଜାଲନା, ବୁଲଧାନା, ହିଙ୍ଗୋଲି, ୱାଶିମ, ଅମରାବତୀ, ଭଙ୍କଦାରା ଏବଂ ଗଡ଼ଚିରୋଲି ଜିଲ୍ଲା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସେବାକେନ୍ଦ୍ରରେ ପରିଣତ ହେବ । ୧୦ଟି ନୂଆ ମେଡିକାଲ କଲେଜ  ମହାରାଷ୍ଟ୍ରରେ ୯୦୦ ମେଡିକାଲ ସିଟ୍ ଯୋଡ଼ିବା ସହ ରାଜ୍ୟରେ ମୋଟ ମେଡିକାଲ ସିଟ୍ ସଂଖ୍ୟା ପ୍ରାୟ ୬୦୦୦ରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଲାଲକିଲ୍ଲାରୁ ୭୫,୦୦୦ ନୂଆ ମେଡିକାଲ ସିଟ୍ ଯୋଡିବା ପାଇଁ ତାଙ୍କର ସଂକଳ୍ପକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର କାର୍ଯ୍ୟକ୍ରମ ଏ ଦିଗରେ ଏକ ବଡ଼ ପଦକ୍ଷେପ ।

ସରକାର ଡାକ୍ତରୀ ଶିକ୍ଷାକୁ ସହଜ କରାଯାଇଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାରାଷ୍ଟ୍ରର ଯୁବକମାନଙ୍କ ପାଇଁ ନୂତନ ଦ୍ୱାର ଖୋଲାଯାଇଛି । ଗରିବ ଓ ମଧ୍ୟବିତ୍ତ ପରିବାରର ଅନେକ ପିଲା ଯେପରି ଡାକ୍ତର ହୁଅନ୍ତି ଏବଂ ସେମାନଙ୍କ ସ୍ୱପ୍ନ ପୂରଣ ହୁଏ ତାହା ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି । ଶ୍ରୀ ମୋଦୀ କହିଥିଲେ ଯେ ଏମିତି ଏକ ସମୟ ଥିଲା, ଯେତେବେଳେ  ଏଭଳି ସ୍ୱତନ୍ତ୍ର ଅଧ୍ୟୟନ ପାଇଁ ମାତୃଭାଷାରେ ପୁସ୍ତକ ଉପଲବ୍ଧ ନ ହେବା ଏକ ବଡ଼ ଆହ୍ୱାନ ଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଏହି ଭେଦଭାବକୁ ଶେଷ କରିଛନ୍ତି ଏବଂ ଏବେ ମହାରାଷ୍ଟ୍ରର ଯୁବକମାନେ ମରାଠୀ ଭାଷାରେ ଡାକ୍ତରୀ ପାଠ ପଢ଼ିପାରିବେ । ମାତୃଭାଷାରେ ପାଠ ପଢ଼ି ଯୁବପିଢ଼ି ଡାକ୍ତର ହେବାର ସ୍ୱପ୍ନ ପୂରଣ କରିବେ ବୋଲି ସେ କହିଛନ୍ତି ।

ଜୀବନକୁ ଆରାମଦାୟକ କରିବା ପାଇଁ ଦାରିଦ୍ର‌୍ୟ ବିରୋଧରେ ଲଢ଼ିବା ନିମନ୍ତେ ସରକାରଙ୍କ ପ୍ରୟାସ ଏକ ବଡ଼ ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦାରିଦ୍ର‌୍ୟକୁ ରାଜନୀତିର ଇନ୍ଧନ କରିବା ପାଇଁ ପୂର୍ବ ସରକାରମାନେ ଯେଉଁ କାର୍ଯ୍ୟ କରୁଥିଲେ, ତାହାକୁ ସମାଲୋଚନା କରି ସେ କହିଥିଲେ ଯେ ତାଙ୍କ ସରକାର ଏକ ଦଶନ୍ଧି ମଧ୍ୟରେ ୨୫ କୋଟି ଲୋକଙ୍କୁ ଦାରିଦ୍ର‌୍ୟରୁ ବାହାର କରିଛନ୍ତି । ଦେଶରେ ସ୍ୱାସ୍ଥ୍ୟ ସେବାର ପରିବର୍ତ୍ତନ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ଆଜି ପ୍ରତ୍ୟେକ ଗରିବ ବ୍ୟକ୍ତିଙ୍କ ପାଖରେ ମାଗଣା ଚିକିତ୍ସା ପାଇଁ ଆୟୁଷ୍ମାନ କାର୍ଡ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ନିକଟରେ ୭୦ ବର୍ଷରୁ ଅଧିକ ବୟସ୍କ ଲୋକମାନଙ୍କୁ ମଧ୍ୟ ମାଗଣା ଚିକିତ୍ସା ଉବଲବ୍ଧ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଜନ ଔଷଧି କେନ୍ଦ୍ରରେ ଅତ୍ୟାବଶ୍ୟକ ଔଷଧ ଅତ୍ୟନ୍ତ କମ୍ ମୂଲ୍ୟରେ ଉପଲବ୍ଧ ହେଉଛି ଏବଂ ହୃଦ୍ ରୋଗୀଙ୍କ ପାଇଁ ଷ୍ଟେଣ୍ଟ ୮୦- ୮୫ ପ୍ରତିଶତ ଶସ୍ତା ହୋଇଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ କର୍କଟ ଚିକିତ୍ସା ପାଇଁ ଆବଶ୍ୟକ ଔଷଧର ମୂଲ୍ୟ ମଧ୍ୟ ସରକାର ହ୍ରାସ କରିଛନ୍ତି । ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସଂଖ୍ୟା ବୃଦ୍ଧି ଯୋଗୁଁ ଚିକିତ୍ସା ଶସ୍ତା ହୋଇଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ ଆଜି ମୋଦୀ ସରକାର ଅତି ଗରିବ ଲୋକଙ୍କୁ ସାମାଜିକ ସୁରକ୍ଷାର ଏକ ଦୃଢ଼ ଢାଲ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ , ଯେତେବେଳେ ଏକ ଦେଶର ଯୁବକମାନେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହୁଅନ୍ତି , ବିଶ୍ୱ ସେତେବେଳେ ଏକ ଦେଶ ଉପରେ ବିଶ୍ୱାସ କରେ । ଆଜିର ଯୁବ ଭାରତର ଆତ୍ମବିଶ୍ୱାସ ଦେଶ ପାଇଁ ଏକ ନୂତନ ଭବିଷ୍ୟତର କାହାଣୀ ଲେଖୁଛି ବୋଲି ସେ ଉଲ୍ଲେଖ କରିଥିଲେ ଏବଂ ବିଶ୍ୱ ସମୁଦାୟ ଭାରତକୁ ମାନବ ସମ୍ବଳର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ ଦେଖୁଛି ଏବଂ ସମଗ୍ର ବିଶ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସଫ୍ଟୱେର ବିକାଶରେ ବିପୁଳ ସୁଯୋଗ ରହିଛି ବୋଲି ଆଲୋକପାତ କରିଥିଲେ । ଭାରତର ଯୁବକମାନଙ୍କୁ ଏହି ସୁଯୋଗ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ସରକାର ସେମାନଙ୍କ ଦକ୍ଷତାକୁ ବିଶ୍ୱସ୍ତରୀୟ ମାନଦଣ୍ଡ ସହ ଯୋଡ଼ିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ଶିକ୍ଷା ଢାଞ୍ଚାକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ବିଦ୍ୟା ସମୀକ୍ଷା କେନ୍ଦ୍ର ସମେତ ମହାରାଷ୍ଟ୍ରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଏବଂ ମୁମ୍ବାଇରେ ଭାରତୀୟ ଦକ୍ଷତା ପ୍ରତିଷ୍ଠାନର ଉଦଘାଟନ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଠାରେ ଯୁବ ବ୍ୟକ୍ତିଙ୍କ ପ୍ରତିଭାକୁ ବଜାର ଚାହିଦା ସହିତ ଯୋଡ଼ିବା ପାଇଁ ଭବିଷ୍ୟତଭିତ୍ତିକ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହାବ୍ୟତୀତ, ଶ୍ରୀ ମୋଦୀ ଯୁବବର୍ଗଙ୍କୁ ପେଡ୍ ଇଣ୍ଟର୍ନସିପ୍ ପ୍ରଦାନ କରିବା ପାଇଁ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ, ଯାହା ଭାରତର ଇତିହାସରେ ପ୍ରଥମ, ଯେଉଁଠାରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଇଣ୍ଟର୍ନସିପ୍ ସମୟରେ ୫,୦୦୦ ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରାଯିବ । ଏହି ଅଭିଯାନର ଏକ ଅଂଶ ହେବା ପାଇଁ ହଜାର ହଜାର କମ୍ପାନୀ ପଞ୍ଜୀକରଣ କରୁଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି , ଯାହା ଯୁବକମାନେ ମୂଲ୍ୟବାନ ଅଭିଜ୍ଞତା ହାସଲ କରିବାରେ ସହାୟକ ହେବ ଏବଂ ସେମାନଙ୍କ ପାଇଁ ନୂତନ ସୁଯୋଗ ଉନ୍ମୁକ୍ତ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବବର୍ଗଙ୍କ ପାଇଁ ଭାରତର ପ୍ରୟାସ ଉଲ୍ଲେଖନୀୟ ଫଳାଫଳ ପ୍ରଦାନ କରୁଛି । ଭାରତର ଶିକ୍ଷାନୁଷ୍ଠାନଗୁଡ଼ିକ ବିଶ୍ୱର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମାନଙ୍କ ସହ ସମକକ୍ଷ ହୋଇଛି ବୋଲି ସେ କହିଥିଲେ ଏବଂ ଗତକାଲି ବିଶ୍ୱ ବିଶ୍ୱବିଦ୍ୟାଳୟ ତାଲିକା ପ୍ରକାଶିତ ହୋଇଥିବା ବେଳେ ତାହାର ତଥ୍ୟ ଅନୁଯାୟୀ ଭାରତରେ ଉଚ୍ଚଶିକ୍ଷା ଓ ଗବେଷଣାର ବୃଦ୍ଧି ପାଉଥିବା ଗୁଣବତ୍ତା ଉପରେ ଆଲୋକପାତ କରିଥିଲେ ।

ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିବାରୁ ଏବେ ବିଶ୍ୱର ନଜର ଭାରତ ଉପରେ ରହିଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ଅର୍ଥନୈତିକ ପ୍ରଗତି ଦ୍ୱାରା ଆସିଥିବା ନୂତନ ସୁଯୋଗ, ବିଶେଷ କରି ଅନେକ ଦଶନ୍ଧି ଧରି ଅବହେଳିତ ଥିବା କ୍ଷେତ୍ର ଗୁଡ଼ିକରେ ଆସିଥିବା ସୁଯୋଗ ସମ୍ପର୍କରେ ଉଲ୍ଲେଖ କରି “ବିଶ୍ୱ ଅର୍ଥନୀତିର ଭବିଷ୍ୟତ ଭାରତରେ ଅଛି” ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ । ସେ ପର୍ଯ୍ୟଟନର ଉଦାହରଣ ଦେଇଥିଲେ ଏବଂ ଅତୀତରେ ମହାରାଷ୍ଟ୍ରର ଅମୂଲ୍ୟ ଐତିହ୍ୟ, ସୁନ୍ଦର ପ୍ରାକୃତିକ ସ୍ଥଳୀ ଏବଂ ଆଧ୍ୟାତ୍ମିକ କେନ୍ଦ୍ରଗୁଡିକୁ ସମ୍ପୂର୍ଣ୍ଣ ରୂପେ ଉପଯୋଗ କରି ରାଜ୍ୟକୁ ଏକ ବିଲିୟନ ଡଲାର ଅର୍ଥନୀତିରେ ବିକଶିତ କରିବା ପାଇଁ ସେ ପ୍ରୋତ୍ସାହିତ କରିବା ସହିତ ହରାଇଥିବା ସୁଯୋଗ ବିଷୟରେ ଦର୍ଶାଇଥିଲେ ।

ବର୍ତ୍ତମାନର ସରକାରରେ ଉଭୟ ବିକାଶ ଓ ଐତିହ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଭାରତର ସମୃଦ୍ଧ ଅତୀତରୁ ପ୍ରେରଣା ପାଇ ଏକ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶିରିଡି ବିମାନ ବନ୍ଦରର ନୂତନ ଟର୍ମିନାଲ, ନାଗପୁର ବିମାନବନ୍ଦରର ଆଧୁନିକୀକରଣ ଏବଂ ମହାରାଷ୍ଟ୍ରରେ ଚାଲିଥିବା ଅନ୍ୟାନ୍ୟ ବିକାଶ ମୂଳକ ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ । ଶିରିଡି ବିମାନ ବନ୍ଦରରେ ନୂତନ ଟର୍ମିନାଲ ସାଇବାବାଙ୍କ ଭକ୍ତମାନଙ୍କୁ ଦେଶ ବିଦେଶରୁ ଅଧିକ ପର୍ଯ୍ୟଟକଙ୍କୁ ଏଠାକୁ ଆକର୍ଷିତ କରିବ ବୋଲି ସେ କହିଛନ୍ତି । ସେ ଉନ୍ନତ ସୋଲାପୁର ବିମାନବନ୍ଦରର ଉଦଘାଟନ ବିଷୟରେ ମଧ୍ୟ କହିଥିଲେ ଯାହା ଦ୍ୱାରା ବର୍ତ୍ତମାନ ଶ୍ରଦ୍ଧାଳୁମାନେ ନିକଟସ୍ଥ ଆଧ୍ୟାତ୍ମିକ ସ୍ଥଳ ଯଥା ଶନି ଶିଙ୍ଗନାପୁର, ତୁଲଜା ଭବାନୀ ଏବଂ କୈଳାସ ମନ୍ଦିର ପରିଦର୍ଶନ କରିବାକୁ ସକ୍ଷମ ହେବେ , ଫଳରେ  ମହାରାଷ୍ଟ୍ରର ପର୍ଯ୍ୟଟନ ଅର୍ଥନୀତିକୁ ପ୍ରୋତ୍ସାହନ ମିଳିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

“ଆମ ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତି ଏବଂ ପ୍ରତ୍ୟେକ ନୀତି କେବଳ ଗୋଟିଏ ଲକ୍ଷ୍ୟ ପାଇଁ ସମର୍ପିତ – ବିକଶିତ ଭାରତ ” ବୋଲି ଶ୍ରୀ ମୋଦୀ କହିଥିଲେ । ଗରିବ, କୃଷକ, ଯୁବକ ଓ ମହିଳା ମାନଙ୍କର କଲ୍ୟାଣ ହେଉଛି ସରକାରଙ୍କ ଦୃଷ୍ଟିକୋଣ ବୋଲି ସେ କହିଥିଲେ । ତେଣୁ ପ୍ରତ୍ୟେକ ଉନ୍ନୟନମୂଳକ ପ୍ରକଳ୍ପ ଗରିବ ଗ୍ରାମବାସୀ, ଶ୍ରମିକ ଓ କୃଷକଙ୍କ ଉଦ୍ଦେଶ୍ୟରେ ସମର୍ପିତ ବୋଲି ସେ ଉଲ୍ଲେଖ କରିଥିଲେ । ଶିରିଡି ବିମାନ ବନ୍ଦରରେ ନିର୍ମିତ ହେବାକୁ ଥିବା ପୃଥକ କାର୍ଗୋ କମ୍ପେ୍ଲକ୍ସ କୃଷକମାନଙ୍କୁ ବହୁତ ସାହାଯ୍ୟ କରିବ କାରଣ ବିଭିନ୍ନ ପ୍ରକାର କୃଷିଜାତ ଦ୍ରବ୍ୟ ଦେଶ ବିଦେଚୁ ରପ୍ତାନି ହୋଇପାରିବ ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଶିରିଡି, ଲାସଲଗାଓଁ, ଅହଲ୍ୟାନଗର ଏବଂ ନାସିକର କୃଷକମାନେ ପିଆଜ, ଅଙ୍ଗୁର, ପିଜୁଳି ଏବଂ ଡାଳିମ୍ବ ଭଳି ଉତ୍ପାଦକୁ ସହଜରେ ବଡ଼ ବଜାରକୁ ପରିବହନ କରି ଏହି କାର୍ଗୋ କମ୍ପେ୍ଲକ୍ସରୁ ଉପକୃତ ହେବେ ।

ବାସମତୀ ଚାଉଳର ସର୍ବନିମ୍ନ ରପ୍ତାନି ମୂଲ୍ୟ ଉଚ୍ଛେଦ, ଅଣ-ବାସମତୀ ଚାଉଳର ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବା, ଚାଉଳ ଉପରେ ରପ୍ତାନି ଶୁଳ୍କ ଅଧା ହ୍ରାସ କରିବା ଭଳି କୃଷକଙ୍କ ସ୍ୱାର୍ଥ ପାଇଁ ସରକାର ନିରନ୍ତର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମହାରାଷ୍ଟ୍ରର କୃଷକଙ୍କ ଆୟ ବୃଦ୍ଧି ପାଇଁ ସରକାର ପିଆଜ ଉପରେ ରପ୍ତାନି ଟିକସକୁ ଅଧା ହ୍ରାସ କରିଛନ୍ତି । ସୋରିଷ, ସୋୟାବିନ୍ ଏବଂ ସୂର୍ଯ୍ୟମୁଖୀ ଭଳି ଫସଲର ଅଧିକ ମୂଲ୍ୟ ମାଧ୍ୟମରେ ଭାରତର କୃଷକମାନଙ୍କୁ ଉପକୃତ କରିବା ପାଇଁ ସରକାର ଖାଇବା ତେଲ ଆମଦାନୀ ଉପରେ ୨୦ ପ୍ରତିଶତ ଟିକସ ଲଗାଇବା ଏବଂ ରିଫାଇନ୍ ସୋୟାବିନ୍‌, ସୂର୍ଯ୍ୟମୁଖୀ ଏବଂ ପାମ ତେଲ ଉପରେ ସୀମା ଶୁଳ୍କ ଯଥେଷ୍ଟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ବୟନଶିଳ୍ପକୁ ଯେଉଁଭଳି ଭାବେ ସମର୍ଥନ କରୁଛନ୍ତି, ମହାରାଷ୍ଟ୍ରର କପା ଚାଷୀମାନେ ବହୁତ ଉପକୃତ ହେବେ ।

ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାରାଷ୍ଟ୍ରକୁ ସୁଦୃଢ଼ କରିବା ହେଉଛି ବର୍ତ୍ତମାନର ସରକାରଙ୍କ ସଂକଳ୍ପ । ସେ ରାଜ୍ୟର ପ୍ରଗତିରେ ଖୁସି ବ୍ୟକ୍ତ କରିବା ସହ ଆଜିର ସମସ୍ତ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ମହାରାଷ୍ଟ୍ରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଅବସରରେ ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ସି. ପି. ରାଧାକ୍ରିଷ୍ଣନ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ ଭର୍ଚୁଆଲ ଭାବରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ନାଗପୁରସ୍ଥିତ ଡକ୍ଟର ବାବାସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନ ବନ୍ଦରର ଉନ୍ନତିକରଣ ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ ଯାହାର ମୋଟ ଆନୁମାନିକ ପ୍ରକଳ୍ପ ବ୍ୟୟ ପ୍ରାୟ ୭୦୦୦ କୋଟି ଟଙ୍କା ହେବ । ଏହା ଉତ୍ପାଦନ, ବିମାନ ଚଳାଚଳ, ପର୍ଯ୍ୟଟନ, ଲଜିଷ୍ଟିକ୍ ଏବଂ ସ୍ୱାସ୍ଥ୍ୟସେବା ସମେତ ଏକାଧିକ କ୍ଷେତ୍ରର ଅଭିବୃଦ୍ଧି ପାଇଁ ଏକ ଉତପ୍ରେରକ  ଭାବରେ କାର୍ଯ୍ୟ କରିବ, ଯାହା ନାଗପୁର ସହର ଏବଂ ବ୍ୟାପକ ବିଦର୍ଭ ଅଞ୍ଚଳକୁ ଉପକୃତ କରିବ ।

ପ୍ରଧାନମନ୍ତ୍ରୀ ଶିରିଡି ବିମାନବନ୍ଦରରେ ୬୪୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନୂତନ ସମନ୍ୱିତ ଟର୍ମିନାଲ କୋଠାର ଶିଳାନ୍ୟାସ କରିଥିଲେ । ଶିରିଡିକୁ ଆସୁଥିବା ଧାର୍ମିକ ପର୍ଯ୍ୟଟକଙ୍କ ପାଇଁ ଏହା ବିଶ୍ୱସ୍ତରୀୟ ସୁବିଧା ଓ ସେବା ଯୋଗାଇଦେବ । ପ୍ରସ୍ତାବିତ ଟର୍ମିନାଲର ନିର୍ମାଣର ବିଷୟବସ୍ତୁ ସାଇବାବାଙ୍କ ଆଧ୍ୟାତ୍ମିକ ନିମ୍ବ ଗଛ ଉପରେ ଆଧାରିତ ।

ସମସ୍ତଙ୍କ ପାଇଁ ସୁଲଭ ଏବଂ ସୁଗମ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୁମ୍ବାଇ, ନାସିକ, ଜାଲନା, ଅମରାବତୀ, ଗଡ଼ଚିରୋଲି, ବୁଲଧାନା, ୱାଶିମ, ଭଣ୍ଡାରା, ହିଙ୍ଗୋଲି ଏବଂ ଅମ୍ବରନାଥ (ଥାନେ)ରେ ଅବସ୍ଥିତ ମହାରାଷ୍ଟ୍ରର ୧୦ଟି ସରକାରୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାର ଶୁଭାରମ୍ଭ କରିଥିଲେ । ଅଣ୍ଡର ଗ୍ରାଜୁଏଟ୍ ଏବଂ ପୋଷ୍ଟ ଗ୍ରାଜୁଏଟ୍‌ ସିଟ୍ ବଢ଼ାଇବା ସହ କଲେଜଗୁଡ଼ିକ ଲୋକଙ୍କୁ ସ୍ୱତନ୍ତ୍ର ତୃତୀୟସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରଦାନ କରିବେ ।

ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ପ୍ରଶିକ୍ଷଣ ସହିତ ଏକ ଶିଳ୍ପ-ପ୍ରସ୍ତୁତ କର୍ମଚାରୀ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଭାରତକୁ ‘ବିଶ୍ୱର ଦକ୍ଷତା ରାଜଧାନୀ’ ଭାବରେ ଅବସ୍ଥାପିତ କରିବାର ଲକ୍ଷ୍ୟରେ ଭାରତୀୟ ଦକ୍ଷତା ପ୍ରତିଷ୍ଠାନ (ଆଇଆଇଏସ୍‌) ମୁମ୍ବାଇକୁ ଉଦଘାଟନ କରିଥିଲେ । ସରକାରୀ – ଘରୋଇ ଭାଗୀଦାରୀ ମଡେଲ ଅଧୀନରେ ସ୍ଥାପିତ ଏହା ଟାଟା ଏଜୁକେସନ ଆଣ୍ଡ ଡେଭଲପମେଣ୍ଟ ଟ୍ରଷ୍ଟ ଏବଂ ଭାରତ ସରକାରଙ୍କ ମିଳିତ ସହଯୋଗରେ ନିର୍ମିତ । ମେକାଟ୍ରୋନିକ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡାଟା ଆନାଲିଟିକ୍ସ, ଇଣ୍ଡଷ୍ଟ୍ରିଆଲ ଅଟୋମେସନ୍ ଓ ରୋବୋଟିକ୍ସ ଭଳି ବିଶେଷ କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଏହି ଅନୁଷ୍ଠାନ ଯୋଜନା କରିଛି ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ବିଦ୍ୟା ସମୀକ୍ଷା କେନ୍ଦ୍ର (ଭିଏସକେ)କୁ ଉଦଘାଟନ କରିଥିଲେ । ଭିଏସକେ ସ୍ମାର୍ଟ ଉପସ୍ଥିତି, ସ୍ୱାଧ୍ୟାୟ ଭଳି ଲାଇଭ୍ ଚାଟବଟ୍ ମାଧ୍ୟମରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ପ୍ରଶାସକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଶୈକ୍ଷିକ ଏବଂ ପ୍ରଶାସନିକ ତଥ୍ୟ ଉପଲବ୍ଧ କରାଇବ । ସମ୍ବଳକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା, ଅଭିଭାବକ ଏବଂ ରାଜ୍ୟ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଉତ୍ତରଦାୟୀ ସମର୍ଥନ ପ୍ରଦାନ କରିବା ପାଇଁ ଏହା ବିଦ୍ୟାଳୟଗୁଡ଼ିକୁ ଉଚ୍ଚ ଗୁଣବତ୍ତା ପ୍ରଦାନ କରିବ । ଏହା ଶିକ୍ଷାଦାନ ଅଭ୍ୟାସ ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷଣକୁ ବୃଦ୍ଧି କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଶିକ୍ଷଣ ସାଧନ  ମଧ୍ୟ ଯୋଗାଇବ ।

Categories
ଆଜିର ଖବର ଜାତୀୟ ଖବର

ପିଏମ କିଷାନ ଯୋଜନାରେ ରାଜ୍ୟର ସମସ୍ତ ଯୋଗ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ୱାସିମଠାରେ ପିଏମ କିଷାନ ସମ୍ମାନନିଧିର ୧୮ତମ କିସ୍ତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ୯କୋଟି ୪୦ ଲକ୍ଷ କୃଷକଙ୍କୁ ୨୦ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ହସ୍ତାନ୍ତର କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାର ଚାଲିଥିବା ରାଜ୍ୟର କୃଷକ ମାନେ ଡବଲ ଫାଇଦା ପାଉଛନ୍ତି। ଆମ ସରକାରରେ ସବୁ ନିର୍ଣ୍ଣୟ ଓ ନୀତି ବିକଶିତ ଭାରତ ଗଠନକୁ ଆଖି ଆଗରେ ରଖି ଗ୍ରହଣ କରାଯାଉଛି। ଆମର ଏହି ନୀତି ଓ ନିର୍ଣ୍ଣୟ ସମାଜର ବଞ୍ଚିତ ଶ୍ରେଣୀକୁ ଆଗକୁ ବଢିବା ପାଇଁ ସାହାଯ୍ୟ କରୁଛି।

ଏହି ଅବସରରେ ଭୁବନେଶ୍ବରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ପିଏମ କିଷାନର ୧୮ତମ କିସ୍ତି ପ୍ରଦାନ ଉତ୍ସବକୁ ସାରା ଦେଶ ପିଏମ କିଷାନ ଉତ୍ସବ ଦିବସ ରୂପେ ପାଳନ କରୁଛି। ଏହି ଯୋଜନା ମାଧ୍ୟମରେ ବର୍ଷକୁ ତିନୋଟି କିସ୍ତିରେ ୬ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି। କୃଷକଙ୍କ ବିକାଶ ଓ ଦାରିଦ୍ର୍ୟ ହ୍ରାସ ପ୍ରକ୍ରିୟାକୁ  ତ୍ବରାନ୍ବିତ କରିବା ନିମନ୍ତେ କେନ୍ଦ୍ର ସରକାର ଏହି ଯୋଜନାର ଆରମ୍ଭ କରିଥିଲେ। ଆଜି ୧୮ତମ କିସ୍ତି ପ୍ରଦାନ ଜରିଆରେ ଓଡିଶାର ୩୧ ଲକ୍ଷ ୫୧ ହଜାର ୭୦୦ ଚାଷୀ ଉପକୃତ ହେଲେ। ପୂର୍ବରୁ ବରଗଡରୁ ଦିଆଯାଇଥିବା ୧୭ତମ କିସ୍ତିରେ ରାଜ୍ୟର ୨୯ଲକ୍ଷରୁ ଉର୍ଦ୍ଦ୍ବ ଚାଷୀ ଉପକୃତ ହୋଇଥିଲେ। ପିଏମ କିଷାନ ଯୋଜନା ସହିତ ରାଜ୍ୟ ସରକାର ରାଜ୍ୟରେ ସିଏମ କିଷାନ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିଛନ୍ତି। ଯେଉଁଥିରେ କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀଙ୍କୁ ଦୁଇଟି କିସ୍ତିର ୪ହଜାର ଟଙ୍କା ପ୍ରଦାନ କରାଯାଉଛି। ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗରେ ସଂପୂର୍ଣ୍ଣ ସ୍ବଚ୍ଛତାର ସହ ହସ୍ତାନ୍ତର କରାଯାଉଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ପିଏମ କିଷାନ ଯୋଜନାରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ଆମର ଲକ୍ଷ୍ୟ। ଏଥି ପାଇଁ ନୂଆଖାଇ ଠାରୁ ଆମେ ଏକ ଦୁଇ ମାସିଆ ସାଚୁରେସନ ଡ୍ରାଇଭ ପ୍ରୋଗ୍ରାମ ଆରମ୍ଭ କରିଛୁ। ପ୍ରତି ବ୍କକ ସ୍ତରରେ ଜନ ସେବା କେନ୍ଦ୍ର ସହାୟତାରେ ଚାଷୀ ଭାଇ ମାନେ ସେମାନଙ୍କ ନାମ ପଞ୍ଜିକରଣ ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ନିଶୁଳ୍କ ଭାବେ କରିପାରିବେ, ସିଏମ କିଷାନ ପାଇଁ ମଧ୍ୟ ଏଥିରେ ସୁବିଧା ଉପଲବ୍ଧ ରହିଛି। ରବି ଫସଲରେ ପିଏମ କିଷାନ ସହାୟତାକୁ ଫଳପ୍ରଦ ଭାବେ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ସବୁ କୃଷକ ବନ୍ଧୁ ମାନଙ୍କୁ ଅନୁରୋଧ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ପିଭିଟିଜି ବର୍ଗର କୃଷକ ଏବଂ ବନ ଅଧିକାର ଆଇନ ପଟ୍ଟା ଥିବା ଜନ ଜାତିଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ ହେବାକୁ ଯାଉଛି। ସେମାନେ ମଧ୍ୟ ଏହି ଯୋଜନାର ଲାଭ ଓ ସୁବିଧା ପାଇବେ।

କୃଷକ ମାନେ ଦେଶର ଅନ୍ନ ଦାତା। ଆମ ଅର୍ଥ ନୀତିର ମେରୁଦଣ୍ଡ। ସେମାନଙ୍କ ମଙ୍ଗଳ କରିବା ସରକାରଙ୍କ ପ୍ରାଥମିକ ଦାୟିତ୍ବ ଏବଂ କୃଷକ ମାନଙ୍କ କଲ୍ୟାଣ ପାଇଁ ଆମ ସରକାର ଦାୟିତ୍ବ ନେବା ପରେ ପ୍ରଥମେ ସମୃଦ୍ଧ କୃଷି ନୀତି ଆଧାରରେ ଧାନର କ୍ରୟ ମୂଲ୍ୟ ୩୧୦୦ଟଙ୍କାକୁ ବୃଦ୍ଧି କରିବା ପାଇଁ ସ୍ଥିର କରିଛନ୍ତି। ରାଜ୍ୟରେ ଥିବା ମଣ୍ଡି ଗୁଡିକୁ ସୁଦୃଢ କରାଯାଉଛି। କଟନି ଛଟନିକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଜୈବିକ କୃଷି ଓ ପ୍ରାକୃତିକ କୃଷିର ପ୍ରୋତ୍ସାହନ ପାଇଁ ଓଡିଶା ବଳଭଦ୍ର ଜୈବିକ ଚାଷ ମିଶନ କାର୍ଯ୍ୟକ୍ରମ  ଆରମ୍ଭ କରାଯିବ । ମିଲେଟ୍ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଶ୍ରୀ ଅନ୍ନ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉଛି । ରାଜ୍ୟରେ ୫୮ଟି ସବଡିଭିଜନରେ ଗୋଟିଏ ଲେଖାଏଁ ଶୀତଳଭଣ୍ଡାର ସ୍ଥାପନ କରାଯିବ ବୋଲି ସେ କହିଥିଲେ।

ଦଶହରା ଉପଲକ୍ଷେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ରାଜ୍ୟର କୃଷକମାନଙ୍କୁ ଏହି ଭେଟି ପ୍ରଦାନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଓଡିଶାର ଚାଷୀ ଭାଇ ମାନଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଡି ହୋଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ପିଏମ କିଷାନର ଏହି ସହାୟତା ରାଶି କୃଷକ ମାନଙ୍କୁ ରବି ଫସଲ ସହିତ ଅନ୍ୟାନ୍ୟ କୃଷି ସାମଗ୍ରୀ କିଣିବାରେ ସହାୟକ ହେବ। ଚାଷୀ ମାନଙ୍କୁ ଏଦିଗରେ ସହାୟତା ପ୍ରଦାନ ପାଇଁ ରାଜ୍ୟର ୫୮ଟି ସବଡିଭିଜନରେ LED ମାଧ୍ୟମରେ ଆମେ ସଚେତନ କରୁଛୁ ଏବଂ ସେମାନେ ମଧ୍ୟ ଟୋଲ ଫ୍ରି ନମ୍ବରକୁ କଲ କରି ସେମାନଙ୍କ ସମସ୍ୟା ଦୂର କରିପାରିବେ। ଏହି ଅବସରରେ ସେ ଜୈବିକ କୃଷିକୁ ଆପଣେଇବା ପାଇଁ ରାଜ୍ୟର କୃଷକ ମାନଙ୍କୁ ପରାମର୍ଶ ଦେଇଥିଲେ।

ଅନ୍ୟତମ ଅତିଥି ଭାବେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଥିଲେ ପିଏମ କିଷାନର ଏହି ସହାୟତା ରାଶି କୃଷକ ମାନଙ୍କୁ ଅମଳ ସହିତ ପରବର୍ତ୍ତୀ ଚାଷକାର୍ଯ୍ୟ ପାଇଁ ସାହାଯ୍ୟ କରିବ। ପିଏମ କିଷାନର ପୂର୍ବ କିସ୍ତିରେ ରାଜ୍ୟର ୨୯ ଲକ୍ଷ ୭୩ ହଜାର ଚାଷୀ ସହାୟତା ରାଶି ପାଇଥିଲେ କିନ୍ତୁ ଚଳିତ ୧୮ତମ କିସ୍ତିରେ ୩୧ ଲକ୍ଷ ୫୧ ହଜାର ୭୦୦ ଚାଷୀ ସହାୟତା ପାଉଛନ୍ତି। ଆଗକୁ ଆହୁରି ମଧ୍ୟ ନୂତନ ଚାଷୀ ଯୋଡିହେବେ। ଚାଷୀ ମାନଙ୍କୁ ସମ୍ମାନ ଦେବା ଓ ସେମାନଙ୍କ ଅମଳ ବୃଦ୍ଧି ପାଇଁ ପଦକ୍ଷେପ ନେବା ପାଇଁ ଆମ ସରକାର ସଂପୂର୍ଣ୍ଣ ପ୍ରତିଶ୍ରୁତି ବଦ୍ଧ।

କାର୍ଯ୍ୟକ୍ରମରେ ବହୁ କୃଷକ ଭାଇ ଭଉଣୀ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ  ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ପ୍ରେମଚାନ୍ଦ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ର ଗସ୍ତରେ ପ୍ରଧାନମନ୍ତ୍ରୀ: କୃଷି ଓ ପଶୁପାଳନ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପଦକ୍ଷେପର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ର ଗସ୍ତ କରିଛନ୍ତି। ପୂର୍ବାହ୍ନ ପ୍ରାୟ ୧୧ଟା ୧୫ରେ ସେ ପୋହରାଦେବୀସ୍ଥିତ ଜଗଦମ୍ବା ମାତା ମନ୍ଦିରରେ ଦର୍ଶନ କରିବେ। ୱାଶିମରେ ସନ୍ଥ ସେବାଲାଲ ମହାରାଜ ଓ ସନ୍ଥ ରାମରାଓ ମହାରାଜଙ୍କ ସମାଧିସ୍ଥଳରେ ମଧ୍ୟ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହାପରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ପ୍ରଧାନମନ୍ତ୍ରୀ ବଞ୍ଜାରା ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟକୁ ପାଳନ କରି ବଞ୍ଜାରା ବିରାସତ୍ ସଂଗ୍ରହାଳୟକୁ ଉଦଘାଟନ କରିବେ। ମଧ୍ୟାହ୍ନ ପ୍ରାୟ ୧୨ଟାରେ ସେ କୃଷି ଓ ପଶୁପାଳନ କ୍ଷେତ୍ର ସହ ଜଡ଼ିତ ପ୍ରାୟ ୨୩,୩୦୦ କୋଟି ଟଙ୍କାର ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଅପରାହ୍ନ ପ୍ରାୟ ୪ଟାରେ ପ୍ରଧାନମନ୍ତ୍ରୀ ଥାନେ ଠାରେ ୩୨,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହାପରେ ସନ୍ଧ୍ୟା ପ୍ରାୟ ୬ଟା ରେ ବିକେସି ମେଟ୍ରୋ ଷ୍ଟେସନରୁ ମୁମ୍ବାଇର ଆରେ ଜେଭିଏଲଆର ପର୍ଯ୍ୟନ୍ତ ଚାଲିବାକୁ ଥିବା ମେଟ୍ରୋ ଟ୍ରେନକୁ ସେ ପତାକା ଦେଖାଇ ଶୁଭାରମ୍ଭ କରିବେ । ସେ ବିକେସି ଏବଂ ସାନ୍ତାକ୍ରୁଜ୍ ଷ୍ଟେସନ ମଧ୍ୟରେ ମେଟ୍ରୋରେ ଯାତ୍ରା କରିବେ।

ୱାଶିମରେ ପ୍ରଧାନମନ୍ତ୍ରୀ

କୃଷକମାନଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ପ୍ରାୟ ୯.୪ କୋଟି କୃଷକଙ୍କୁ ପାଖାପାଖି ୨୦,୦୦୦ କୋଟି ଟଙ୍କାର ପିଏମ-କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ କରିବେ । ୧୮ତମ କିସ୍ତି ଜାରି ହେବା ପରେ ପିଏମ-କିଷାନ ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରଦାନ କରାଯାଇଥିବା ମୋଟ ପାଣ୍ଠି ପ୍ରାୟ ୩.୪୫ ଲକ୍ଷ କୋଟି ଟଙ୍କା ହେବ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ପ୍ରାୟ ୨,୦୦୦ କୋଟି ଟଙ୍କା ପ୍ରଦାନ କରୁଥିବା ନମୋ ସେତକାରୀ ମହାସମ୍ମାନ ନିଧି ଯୋଜନାର ପଞ୍ଚମ କିସ୍ତିର ଶୁଭାରମ୍ଭ କରିବେ ।

ପ୍ରଧାନମନ୍ତ୍ରୀ ୧୯୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ୍) ଅଧୀନରେ ୭,୫୦୦ରୁ ଅଧିକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ। କଷ୍ଟମ୍ ହାୟରିଂ ସେଣ୍ଟର, ପ୍ରାଥମିକ ପ୍ରକ୍ରିୟାକରଣ ୟୁନିଟ୍, ଭଣ୍ଡାରଣ ଗୃହ, ସର୍ଟିଂ ଓ ଗ୍ରେଡିଂ ୟୁନିଟ୍, ଶୀତଳ ଭଣ୍ଡାର ପ୍ରକଳ୍ପ, ଅମଳ ପରବର୍ତ୍ତୀ ପରିଚାଳନା ପ୍ରକଳ୍ପ ଆଦି ପ୍ରମୁଖ ପ୍ରକଳ୍ପ ରହିଛି।

ପ୍ରାୟ ୧୩୦୦ କୋଟି ଟଙ୍କାର ମିଳିତ କାରବାର କରୁଥିବା ୯,୨୦୦ କୃଷକ ଉତ୍ପାଦକ ସଂଗଠନ (ଏଫପିଓ)କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଗୃହପାଳିତ ପଶୁ ମାନଙ୍କ ପାଇଁ ୟୁନିଫାଇଡ୍ ଜିନୋମିକ୍ ଚିପ୍ ଏବଂ ସ୍ୱଦେଶୀ ସେକ୍ସ-ସର୍ଟେଡ୍ ସିମେନ୍ ଟେକ୍ନୋଲୋଜିର ଶୁଭାରମ୍ଭ କରିବେ । କୃଷକମାନଙ୍କୁ ସୁଲଭ ମୂଲ୍ୟରେ ସେକ୍ସ-ସର୍ଟେଡ୍ ସିମେନ୍ ଉପଲବ୍ଧତା ବୃଦ୍ଧି କରିବା ଏବଂ ଡୋଜ୍ ପିଛା ପ୍ରାୟ ୨୦୦ ଟଙ୍କା ଖର୍ଚ୍ଚ ହ୍ରାସ କରିବା ଏହି ପଦକ୍ଷେପର ଲକ୍ଷ୍ୟ । ଜେନୋଟାଇପିଂ ସେବା ସହିତ ଦେଶୀ ଗୋରୁମାନଙ୍କ ପାଇଁ ୟୁନିଫାଏଡ୍ ଜିନୋମିକ୍ ଚିପ୍, ଗୌଚିପ୍ ଏବଂ ମଇଁଷିମାନଙ୍କ ପାଇଁ ମହିଷଚିପ୍ ବିକଶିତ କରାଯାଇଛି। ଜେନୋମିକ ଚୟନ କାର୍ଯ୍ୟକାରୀ ହେବା ଦ୍ୱାରା ଉନ୍ନତ ମାନର ଗୃହପାଳିତ ପଶୁଙ୍କୁ କମ୍ ବୟସରେ ଚିହ୍ନଟ କରାଯାଇପାରିବ ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ସୌର କୃଷି ବାହିନୀ ଯୋଜନା – ୨.୦ ଅଧୀନରେ ସମଗ୍ର ମହାରାଷ୍ଟ୍ରରେ ମୋଟ ୧୯ ମେଗାୱାଟ କ୍ଷମତା ବିଶିଷ୍ଟ ୫ଟି ସୌର ପାର୍କ କୁ ଲୋକାର୍ପଣ କରିବେ । ଏହି କାର୍ଯ୍ୟକ୍ରମରେ ସେ ମୁଖ୍ୟମନ୍ତ୍ରୀ ମାଝୀ ଲଡକି ବାହିନ ଯୋଜନାର ହିତାଧିକାରୀଙ୍କୁ ସମ୍ମାନିତ କରିବେ।

ଥାନେରେ ପ୍ରଧାନମନ୍ତ୍ରୀ

ଏହି ଅଞ୍ଚଳରେ ସହରୀ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରମୁଖ ମେଟ୍ରୋ ଏବଂ ସଡ଼କ ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ପ୍ରାୟ ୧୪,୧୨୦ କୋଟି ଟଙ୍କା ମୂଲ୍ୟର ମୁମ୍ବାଇ ମେଟ୍ରୋ ଲାଇନର ବିକେସିରୁ ଆରେ ଜେଭିଏଲଆର ସେକ୍ସନକୁ ଉଦଘାଟନ କରିବେ । ଏହି ସେକ୍ସନରେ ୧୦ଟି ଷ୍ଟେସନ ରହିବ, ସେଥିମଧ୍ୟରୁ ୯ଟି ଅଣ୍ଡରଗ୍ରାଉଣ୍ଡ ରହିବ । ମୁମ୍ବାଇ ମେଟ୍ରୋ ଲାଇନ୍ – ୩ ହେଉଛି ଏକ ପ୍ରମୁଖ ସାର୍ବଜନୀନ ପରିବହନ ପ୍ରକଳ୍ପ ଯାହା   ମୁମ୍ବାଇ ସହର ମଧ୍ୟରେ ଯାତାୟତରେ ଉନ୍ନତି ଆଣିବ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଲାଇନ୍ -୩ ଦୈନିକ ପ୍ରାୟ ୧୨ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇବ ବୋଲି ଆଶା କରାଯାଉଛି।

ପାଖାପାଖି ୧୨,୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଥାନେ ଇଣ୍ଟିଗ୍ରାଲ ରିଂ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ୨୦ଟି ଏଲିଭେଟେଡ୍ ଏବଂ ୨ଟି ଅଣ୍ଡରଗ୍ରାଉଣ୍ଡ ଷ୍ଟେସନ ସହିତ ଏହି ପ୍ରକଳ୍ପର ସମୁଦାୟ ଦୈର୍ଘ୍ୟ ୨୯ କିଲୋମିଟର। ମହାରାଷ୍ଟ୍ରର ଏକ ପ୍ରମୁଖ ଶିଳ୍ପ ଏବଂ ବାଣିଜ୍ୟିକ କେନ୍ଦ୍ର ଥାନେର ବଢୁଥିବା ପରିବହନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହି ମହତ୍ୱାକାଂକ୍ଷୀ ଭିତ୍ତିଭୂମି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ପ୍ରଧାନମନ୍ତ୍ରୀ ଛେଡା ନଗରରୁ ଥାନେର ଆନନ୍ଦ ନଗର ପର୍ଯ୍ୟନ୍ତ ପ୍ରାୟ ୩,୩୧୦ କୋଟି ଟଙ୍କା ମୂଲ୍ୟର ଏଲିଭେଟେଡ୍ ଇଷ୍ଟର୍ଣ୍ଣ ଫ୍ରିୱେ ଏକ୍ସଟେନସନର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଦକ୍ଷିଣ ମୁମ୍ବାଇରୁ ଥାନେ କୁ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବ ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ପ୍ରାୟ ୨,୫୫୦ କୋଟି ଟଙ୍କା ବ୍ୟୟରେ ନଭି ମୁମ୍ବାଇ ଏୟାରପୋର୍ଟ ଇନଫ୍ଲୁଏନ୍ସ ନୋଟିଫାଏଡ୍ ଏରିଆ (ଏନଏଆଇଏନଏ) ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପରେ ମୁଖ୍ୟ ରାସ୍ତା, ବ୍ରିଜ, ଫ୍ଲାଏଓଭର, ଅଣ୍ଡରପାସ୍ ଏବଂ ସମନ୍ୱିତ ୟୁଟିଲିଟି ଭିତ୍ତିଭୂମି ନିର୍ମାଣ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ପାଖାପାଖି ୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଥାନେ ମ୍ୟୁନିସିପାଲିଟି କର୍ପୋରେସନର ଶିଳାନ୍ୟାସ କରିବେ । ଥାନେ ମ୍ୟୁନିସିପାଲିଟି କର୍ପୋରେସନର ଆଧୁନିକ ପ୍ରଶାସନିକ କୋଠା ଥାନେର ଅଧିକାଂଶ ମ୍ୟୁନିସିପାଲିଟି କାର୍ଯ୍ୟାଳୟକୁ ଗୋଟିଏ ସ୍ଥାନରେ ରଖି ନାଗରିକମାନଙ୍କୁ ସୁବିଧା ପ୍ରଦାନ କରିବ ।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ରରେ ୧୧,୨୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାରାଷ୍ଟ୍ରରେ ୧୧,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଦୁଇ ଦିନ ତଳେ ଖରାପ ପାଗ କାରଣରୁ ପୁଣେରେ ତାଙ୍କର କାର୍ଯ୍ୟକ୍ରମ ବାତିଲ ହୋଇଥିବା କଥା ମନେ ପକାଇଥିଲେ ଏବଂ ଆଜିର ଭର୍ଚୁଆଲ୍ କାର୍ଯ୍ୟକ୍ରମ ପାଇଁ ଟେକ୍ନୋଲୋଜିକୁ ଶ୍ରେୟ ଦେଇ କହିଥିଲେ ଯେ ମହାନ ବ୍ୟକ୍ତିତ୍ୱଙ୍କ ଏହି ପ୍ରେରଣାଭୂମି ମହାରାଷ୍ଟ୍ରର ବିକାଶର ଏକ ନୂତନ ଅଧ୍ୟାୟ ଦେଖୁଛି। ଶ୍ରୀ ମୋଦୀ ଜିଲ୍ଲା କୋର୍ଟରୁ ସ୍ୱାରଗେଟକୁ ପୁଣେ ମେଟ୍ରୋ ସେକ୍ସନର ଉଦଘାଟନ ଏବଂ ଆଜି ପୁଣେ ମେଟ୍ରୋ ଫେଜ୍ -୧ ର ସ୍ୱାର୍ଗେଟ୍-କାଟ୍ରାଜ ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ କରିବା ବିଷୟରେ ଉଲ୍ଲେଖ କରିଥିଲେ। ଭିଡେୱାଡାଠାରେ କ୍ରାନ୍ତିଜ୍ୟୋତି ସାବିତ୍ରୀବାଇ ଫୁଲେଙ୍କ ସ୍ମୃତିରେ ପ୍ରଥମ ବାଳିକା ବିଦ୍ୟାଳୟର ଶିଳାନ୍ୟାସ କରିବା ବିଷୟରେ ଉଲ୍ଲେଖ କରିବା ସହିତ ପୁଣେରେ ଜୀବନଶୈଳୀକୁ ସହଜ କରିବା ଦିଗରେ ଦ୍ରୁତ ଅଗ୍ରଗତି ରେ ସନ୍ତୋଷ ବ୍ୟକ୍ତ କରିଥିଲେ।

ସହରକୁ ସିଧାସଳଖ ବିମାନ ଯୋଗାଯୋଗ ସ୍ଥାପନ କରିବା ପାଇଁ ସୋଲାପୁର ବିମାନବନ୍ଦରର ଉଦଘାଟନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଭଗବାନ ବିଠଲଙ୍କ ଭକ୍ତମାନେ ମଧ୍ୟ ଆଜି ଏକ ସ୍ୱତନ୍ତ୍ର ଉପହାର ପାଇଛନ୍ତି”। ବିଦ୍ୟମାନ ବିମାନବନ୍ଦରର ଉନ୍ନତିକରଣ କାର୍ଯ୍ୟ ଶେଷ ହେବା ପରେ ଟର୍ମିନାଲ କ୍ଷମତା ବୃଦ୍ଧି କରାଯାଇ ଯାତ୍ରୀଙ୍କ ପାଇଁ ନୂତନ ସେବା ଓ ସୁବିଧା ସୃଷ୍ଟି କରାଯାଇଛି, ଯାହା ଦ୍ୱାରା ଭଗବାନ ବିଠଲଙ୍କ ଭକ୍ତଙ୍କ ପାଇଁ ସୁବିଧା ବୃଦ୍ଧି ପାଇଛି ବୋଲି ସେ ସୂଚନା ଦେଇଛନ୍ତି। ଏହି ବିମାନବନ୍ଦର ବ୍ୟବସାୟ, ଶିଳ୍ପ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି ଏବଂ ଆଜିର ବିକାଶ ମୂଳକ ପ୍ରକଳ୍ପ ପାଇଁ ମହାରାଷ୍ଟ୍ରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପୁଣେ ଭଳି ସହରକୁ ପ୍ରଗତି ଓ ନଗର ଉନ୍ନୟନର କେନ୍ଦ୍ରରେ ପରିଣତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଆଜି ମହାରାଷ୍ଟ୍ରକୁ ନୂଆ ସଂକଳ୍ପ ସହିତ ବଡ଼ ଲକ୍ଷ୍ୟର ଆବଶ୍ୟକତା ରହିଛି। ପୁଣେର ପ୍ରଗତି ଏବଂ ବଢୁଥିବା ଜନସଂଖ୍ୟାର ଚାପ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକାଶ ଏବଂ ଦକ୍ଷତା ବୃଦ୍ଧି ପାଇଁ ବର୍ତ୍ତମାନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ବର୍ତ୍ତମାନର ରାଜ୍ୟ ସରକାର ପୁଣେର ସାର୍ବଜନୀନ ପରିବହନର ଆଧୁନିକୀକରଣ ଏବଂ ସହରର ସମ୍ପ୍ରସାରଣ ସହିତ ଯୋଗାଯୋଗକୁ ପ୍ରୋତ୍ସାହନ ଦେବାର ଆଭିମୁଖ୍ୟ ସହିତ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ ପୁଣେ ମେଟ୍ରୋ ବିଷୟରେ ଆଲୋଚନା ୨୦୦୮ ରେ ଆରମ୍ଭ ହୋଇଥିଲା କିନ୍ତୁ ୨୦୧୬ ରେ ଏହାର ଶିଳାନ୍ୟାସ କରାଯାଇଥିଲା ଯେତେବେଳେ ତାଙ୍କ ସରକାର ତ୍ୱରିତ ନିଷ୍ପତ୍ତି ନେଇଥିଲେ। ଫଳରେ ଆଜି ପୁଣେ ମେଟ୍ରୋ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ସମ୍ପ୍ରସାରଣ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଜିର ପ୍ରକଳ୍ପ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ ଗୋଟିଏ ପଟେ ପୁଣେ ମେଟ୍ରୋ ସେକ୍ସନ୍ ରେ ଜିଲ୍ଲା ଅଦାଲତର ସ୍ୱାର୍ଗେଟ୍ ପର୍ଯ୍ୟନ୍ତ ଉଦଘାଟିତ ହୋଇଥିବା ବେଳେ ଅନ୍ୟପଟେ ସ୍ୱର୍ଗେଟରୁ କାଟରାଜ ଲାଇନ୍ ପାଇଁ ଶିଳାନ୍ୟାସ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ମାସରେ ରୁବି ହଲ୍ କ୍ଲିନିକରୁ ରାମୱାଡି ପର୍ଯ୍ୟନ୍ତ ମେଟ୍ରୋ ସେବାର ଶୁଭାରମ୍ଭ କରିବା କଥା ସେ ମନେ ପକାଇଥିଲେ। ତ୍ୱରିତ ନିଷ୍ପତ୍ତି ନେବା ଏବଂ ପ୍ରତିବନ୍ଧକ ଦୂର କରିବା କାରଣରୁ ୨୦୧୬ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୁଣେ ମେଟ୍ରୋର ସମ୍ପ୍ରସାରଣ ପାଇଁ କରାଯାଇଥିବା କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ ଦର୍ଶାଇଛନ୍ତି ଯେ ବର୍ତ୍ତମାନର ସରକାର ପୁଣେରେ ମେଟ୍ରୋର ଏକ ଆଧୁନିକ ନେଟୱାର୍କ ପ୍ରସ୍ତୁତ କରିଥିବା ବେଳେ ପୂର୍ବ ସରକାର ୮ ବର୍ଷରେ ମାତ୍ର ଗୋଟିଏ ମେଟ୍ରୋ ସ୍ତମ୍ଭ ନିର୍ମାଣ କରିପାରିଥିଲେ।

ମହାରାଷ୍ଟ୍ରର ପ୍ରଗତିକୁ ସୁନିଶ୍ଚିତ କରିବାରେ ବିକାଶ ଭିତ୍ତିକ ଶାସନର ଗୁରୁତ୍ୱ ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଏବଂ ଏହି ନିରନ୍ତରତାରେ କୌଣସି ବାଧା ସୃଷ୍ଟି ହେଲେ ରାଜ୍ୟ ପାଇଁ ଯଥେଷ୍ଟ କ୍ଷତି ହୋଇଥାଏ ବୋଲି ଗୁରୁତ୍ୱାରୋପ କରିଥିଲେ। ସେ ମେଟ୍ରୋ ପଦକ୍ଷେପ ଠାରୁ ଆରମ୍ଭ କରି ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ଏବଂ କୃଷକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପ ପର୍ଯ୍ୟନ୍ତ ବିଭିନ୍ନ ଅଟକି ରହିଥିବା ପ୍ରକଳ୍ପ ଉପରେ ଆଲୋକପାତ କରିଥିଲେ, ଯାହା ଡବଲ ଇଞ୍ଜିନ ସରକାର ଆସିବା ପୂର୍ବରୁ ବିଳମ୍ବିତ ହୋଇଥିଲା।

ପ୍ରଧାନମନ୍ତ୍ରୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ କାର୍ଯ୍ୟକାଳ ସମୟରେ ପରିକଳ୍ପିତ ଓରିକ୍ ସିଟିର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବିଡକିନ୍ ଶିଳ୍ପାଞ୍ଚଳ ବିଷୟରେ କହିଥିଲେ। ଦିଲ୍ଲୀ-ମୁମ୍ବାଇ ଶିଳ୍ପ କରିଡରରେ ଅବସ୍ଥିତ ଏହି ପ୍ରକଳ୍ପ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିଲା କିନ୍ତୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଡବଲ ଇଞ୍ଜିନ ସରକାରଙ୍କ ନେତୃତ୍ୱରେ ଏହାକୁ ପୁନରୁଦ୍ଧାର କରାଯାଇଥିଲା। ଶ୍ରୀ ମୋଦୀ ବିଡକିନ ଇଣ୍ଡଷ୍ଟ୍ରିଆଲ୍ ନୋଡ୍ କୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବାର ଘୋଷଣା କରିବା ସହ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ପୁଞ୍ଜିନିବେଶ ଏବଂ ନିଯୁକ୍ତି ସୁଯୋଗ ଆଣିବାର ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ୮,୦୦୦ ଏକର ଜମିରେ ବିଡକିନ୍ ଶିଳ୍ପାଞ୍ଚଳର ବିକାଶ ହେଲେ ମହାରାଷ୍ଟ୍ରକୁ ହଜାର ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ ଏବଂ ହଜାର ହଜାର ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପୁଞ୍ଜିନିବେଶ ମାଧ୍ୟମରେ ନିଯୁକ୍ତି ସୃଷ୍ଟି କରିବାର ମନ୍ତ୍ର ଆଜି ମହାରାଷ୍ଟ୍ରରେ ଯୁବକମାନଙ୍କର ଏକ ପ୍ରମୁଖ ଶକ୍ତି ପାଲଟିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଆଧୁନିକୀକରଣ ଦେଶର ମୂଳ ମୂଲ୍ୟବୋଧ ଉପରେ ଆଧାରିତ ହେବା ଉଚିତ ବୋଲି ଶ୍ରୀ ମୋଦୀ ଦୋହରାଇଥିଲେ ଏବଂ ଭାରତ ଏହାର ସମୃଦ୍ଧ ଐତିହ୍ୟକୁ ଆଗକୁ ବଢ଼ାଇବା ସହିତ ଆଧୁନିକୀକରଣ ଏବଂ ବିକାଶ କରିବ ବୋଲି ଗୁରୁତ୍ୱାରୋପ କରିଥିଲେ। ଉଭୟ ଭବିଷ୍ୟତରେ ପ୍ରସ୍ତୁତ ଭିତ୍ତିଭୂମି ଏବଂ ବିକାଶର ଲାଭ ପ୍ରତ୍ୟେକ ବର୍ଗରେ ପହଞ୍ଚିବା ମହାରାଷ୍ଟ୍ର ପାଇଁ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ଏବଂ ଯେତେବେଳେ ସମାଜର ପ୍ରତ୍ୟେକ ବର୍ଗ ଦେଶର ବିକାଶରେ ଅଂଶଗ୍ରହଣ କରିବେ ସେତେବେଳେ ଏହା ବାସ୍ତବତାରେ ପରିଣତ ହୋଇପାରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ସାମାଜିକ ପରିବର୍ତ୍ତନରେ ମହିଳା ନେତୃତ୍ୱର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ମହାରାଷ୍ଟ୍ରର ମହିଳା ସଶକ୍ତୀକରଣର ପରମ୍ପରା, ବିଶେଷକରି ସାବିତ୍ରୀବାଇ ଫୁଲେଙ୍କ ପ୍ରୟାସକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ଯିଏ କି ପ୍ରଥମ ବାଳିକା ବିଦ୍ୟାଳୟ ଖୋଲି ମହିଳା ଶିକ୍ଷା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ସାବିତ୍ରୀବାଇ ଫୁଲେ ସ୍ମାରକୀର ଶିଳାନ୍ୟାସ କରିଥିଲେ, ଯେଉଁଥିରେ ଏକ ଦକ୍ଷତା ବିକାଶ କେନ୍ଦ୍ର, ଏକ ପାଠାଗାର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା ଅନ୍ତର୍ଭୁକ୍ତ ହେବ। ଏହି ସ୍ମାରକୀ ସମାଜ ସଂସ୍କାର ଆନ୍ଦୋଳନପ୍ରତି ସ୍ଥାୟୀ ଶ୍ରଦ୍ଧାଞ୍ଜଳି ଭାବରେ କାର୍ଯ୍ୟ କରିବ ଏବଂ ଭବିଷ୍ୟତ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ ସ୍ୱାଧୀନତା ପୂର୍ବ ଭାରତରେ ବିଶେଷ କରି ଶିକ୍ଷା ପ୍ରାପ୍ତିରେ ମହିଳାମାନେ ସମ୍ମୁଖୀନ ହେଉଥିବା ବିରାଟ ଆହ୍ୱାନ ଉପରେ ଆଲୋକପାତ କରିଥିଲେ ଏବଂ ସାବିତ୍ରୀବାଇ ଫୁଲେଙ୍କ ପରି ଦୂରଦର୍ଶୀମାନଙ୍କ ପାଇଁ ଶିକ୍ଷାର ଦ୍ୱାର ଖୋଲିଥିବାରୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସ୍ୱାଧୀନତା ହାସଲ କରିବା ସତ୍ତ୍ୱେ ଦେଶ ଅତୀତର ମାନସିକତାକୁ ସମ୍ପୂର୍ଣ୍ଣ ରୂପେ ଛାଡିବା ପାଇଁ ସଂଘର୍ଷ କରିଥିଲା ଏବଂ ପୂର୍ବ ସରକାରମାନଙ୍କୁ ଦର୍ଶାଇଥିଲେ ଯେଉଁମାନେ ଅନେକ କ୍ଷେତ୍ରରେ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

ସେ କହିଛନ୍ତି ଯେ ବିଦ୍ୟାଳୟରେ ଶୌଚାଳୟ ଭଳି ମୌଳିକ ଭିତ୍ତିଭୂମିର ଅଭାବ ଯୋଗୁଁ ଝିଅମାନେ ଡ୍ରପଆଉଟ୍ ହାର ଅଧିକ ରହିବେ। ଶ୍ରୀ ମୋଦୀ କହିଥିଲେ ଯେ ବର୍ତ୍ତମାନର ସରକାର ସୈନିକ ବିଦ୍ୟାଳୟରେ ମହିଳାଙ୍କ ନାମଲେଖା ଏବଂ ସଶସ୍ତ୍ର ବାହିନୀ ମଧ୍ୟରେ ଭୂମିକା ସମେତ ପୁରୁଣା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛନ୍ତି ଏବଂ ଗର୍ଭବତୀ ମହିଳାଙ୍କୁ ସେମାନଙ୍କ କାର୍ଯ୍ୟ ଛାଡ଼ିବାକୁ ପଡୁଥିବା ପ୍ରସଙ୍ଗର ମଧ୍ୟ ସମାଧାନ କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ଏହାର ସର୍ବାଧିକ ହିତାଧିକାରୀ ହେଉଛନ୍ତି ଝିଅ ଏବଂ ମହିଳା ଯେଉଁମାନେ ଖୋଲା ସ୍ଥାନରେ ମଳତ୍ୟାଗର ସମସ୍ୟାରୁ ମୁକ୍ତି ପାଇଛନ୍ତି।

ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ବିଦ୍ୟାଳୟ ପରିମଳରେ ଉନ୍ନତି ବାଳିକାମାନଙ୍କ ପାଇଁ ଡ୍ରପଆଉଟ୍ ହାର ହ୍ରାସ କରିଛି। ଶ୍ରୀ ମୋଦୀ  ମହିଳାଙ୍କ ସୁରକ୍ଷା ପାଇଁ କଠୋର ଆଇନ ଏବଂ ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ଆଲୋକପାତ କରିଥିଲେ ଯାହା ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାରେ ମହିଳା ନେତୃତ୍ୱକୁ ସୁନିଶ୍ଚିତ କରେ। ସାବିତ୍ରୀବାଇ ଫୁଲେ ସ୍ମାରକୀ ଏହି ସଂକଳ୍ପ ଏବଂ ମହିଳା ସଶକ୍ତୀକରଣ ଅଭିଯାନକୁ ଆହୁରି ଶକ୍ତି ଯୋଗାଇବ ବୋଲି ବିଶ୍ୱାସ ବ୍ୟକ୍ତ କରି ଶ୍ରୀ ମୋଦୀ କହିଥିଲେ, “ଯେତେବେଳେ ପ୍ରତ୍ୟେକ କ୍ଷେତ୍ରର ଦ୍ୱାର ଆମ ଝିଅମାନଙ୍କ ପାଇଁ ଖୋଲିବ, ସେତେବେଳେ ହିଁ ଦେଶ ପାଇଁ ପ୍ରଗତିର ପ୍ରକୃତ ଦ୍ୱାର ଖୋଲିବ”।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଦେଶକୁ ବିକାଶ ଦିଗରେ ମାର୍ଗଦର୍ଶନ କରିବାରେ ମହାରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ତାଙ୍କର ବିଶ୍ୱାସକୁ ଦୋହରାଇଥିଲେ ଏବଂ କହିଥିଲେ, “ଆମେ ସମସ୍ତେ ମିଳିମିଶି ‘ବିକଶିତ ମହାରାଷ୍ଟ୍ର, ବିକଶିତ ଭାରତ’ର ଏହି ଲକ୍ଷ୍ୟ ହାସଲ କରିବୁ।

ମହାରାଷ୍ଟ୍ର ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଅଜିତ ପାୱାର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଭର୍ଚୁଆଲ ଭାବରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ପୁଣେ ମେଟ୍ରୋ ସେକ୍ସନର ଜିଲ୍ଲା କୋର୍ଟରୁ ସ୍ୱାରଗେଟର ଉଦଘାଟନ କରିଥିଲେ ଯାହା ପୁଣେ ମେଟ୍ରୋ ରେଳ ପ୍ରକଳ୍ପ (ପ୍ରଥମ ପର୍ଯ୍ୟାୟ)କୁ ମଧ୍ୟ ସମ୍ପୂର୍ଣ୍ଣ କରିବ। ଜିଲ୍ଲା ଅଦାଲତରୁ ସ୍ୱର୍ଗେଟ୍ ମଧ୍ୟରେ ଭୂତଳ ସେକ୍ସନର ମୂଲ୍ୟ ପ୍ରାୟ ୧୮୧୦ କୋଟି ଟଙ୍କା। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ପାଖାପାଖି ୨୯୫୫ କୋଟି ଟଙ୍କା ବ୍ୟୟରେ ବିକଶିତ ହେବାକୁ ଥିବା ପୁଣେ ମେଟ୍ରୋ ଫେଜ୍ -୧ ର ସ୍ୱାର୍ଗେଟ୍-କାତରାଜ ସମ୍ପ୍ରସାରଣର ଶିଳାନ୍ୟାସ କରିଛନ୍ତି। ପ୍ରାୟ ୫.୪୬ କିଲୋମିଟରର ଏହି ଦକ୍ଷିଣ ସମ୍ପ୍ରସାରଣ ସମ୍ପୂର୍ଣ୍ଣ ଭୂତଳ ଅଟେ ଯେଉଁଥିରେ ମାର୍କେଟ ୟାର୍ଡ, ପଦ୍ମାବତୀ ଏବଂ କାଟରାଜ ନାମକ ତିନୋଟି ଷ୍ଟେସନ ରହିଛି।

ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରଠାରୁ ୨୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ ଭାରତ ସରକାରଙ୍କ ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ ଅଧୀନରେ ୭,୮୫୫ ଏକର ପରିମିତ ଏକ ପରିବର୍ତ୍ତନକାରୀ ପ୍ରକଳ୍ପ ବିଡକିନ ଇଣ୍ଡଷ୍ଟ୍ରିଆଲ ଏରିଆକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ଦିଲ୍ଲୀ ମୁମ୍ବାଇ ଶିଳ୍ପ କରିଡର ଅଧୀନରେ ବିକଶିତ ଏହି ପ୍ରକଳ୍ପ ମରାଠାୱାଡା ଅଞ୍ଚଳରେ ଏକ ଜୀବନ୍ତ ଅର୍ଥନୈତିକ କେନ୍ଦ୍ର ଭାବରେ ପ୍ରଚୁର ସମ୍ଭାବନା ରଖିଛି। କେନ୍ଦ୍ର ସରକାର ୩ ଟି ପର୍ଯ୍ୟାୟରେ ବିକାଶ ପାଇଁ ମୋଟ ୬୪୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ ବିଶିଷ୍ଟ ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।

ପ୍ରଧାନମନ୍ତ୍ରୀ ସୋଲାପୁର ବିମାନବନ୍ଦରକୁ ମଧ୍ୟ ଉଦଘାଟନ କରିଥିଲେ ଯାହା ଯୋଗାଯୋଗରେ ଉଲ୍ଲେଖନୀୟ ଉନ୍ନତି ଆଣିବ ଏବଂ ସୋଲାପୁରକୁ ପର୍ଯ୍ୟଟକ, ବ୍ୟବସାୟୀ ଯାତ୍ରୀ ଏବଂ ନିବେଶକଙ୍କ ପାଇଁ ଅଧିକ ଉପଲବ୍ଧ କରିବ। ବାର୍ଷିକ ପ୍ରାୟ ୪.୧ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇବା ପାଇଁ ସୋଲାପୁରର ବର୍ତ୍ତମାନର ଟର୍ମିନାଲ ବିଲ୍ଡିଂର ନବୀକରଣ କରାଯାଇଛି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଭିଡେୱାଡାଠାରେ କ୍ରାନ୍ତିଜ୍ୟୋତି ସାବିତ୍ରୀବାଇ ଫୁଲେଙ୍କ ପ୍ରଥମ ବାଳିକା ବିଦ୍ୟାଳୟର ଶିଳାନ୍ୟାସ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଜାତୀୟ ପିଏମ୍‌ ବିଶ୍ୱକର୍ମା କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ଜାତୀୟ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ‘ଆଚାର୍ଯ୍ୟ ଚାଣକ୍ୟ ଦକ୍ଷତା ବିକାଶ’ ଯୋଜନା ଏବଂ ‘ପୁଣ୍ୟଶ୍ଲୋକ ଅହଲ୍ୟାଦେବୀ ହୋଲକର ମହିଳା ଷ୍ଟାର୍ଟଅପ୍ ଯୋଜନା’ର ଶୁଭାରମ୍ଭ କରିଥିଲେ। ସେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହିତାଧିକାରୀଙ୍କୁ ସାର୍ଟିଫିକେଟ୍ ଏବଂ ଋଣ ପ୍ରଦାନ କରିବା ସହ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଅଧୀନରେ ପ୍ରଗତିର ଏକ ବର୍ଷ ପୂର୍ତ୍ତି ଅବସରରେ ସମର୍ପିତ ଏକ ସ୍ମାରକୀ ଟିକଟ ମଧ୍ୟ ଉନ୍ମୋଚନ କରିଥିଲେ। ଶ୍ରୀ ମୋଦୀ ମହାରାଷ୍ଟ୍ରର ଅମରାବତୀଠାରେ ପ୍ରଧାନମନ୍ତ୍ରୀ ମେଗା ସମନ୍ୱିତ ଟେକ୍ସଟାଇଲ୍ ରିଜିୟନ୍ସ ଆଣ୍ଡ୍ ଆପାରେଲ୍ (ପିଏମ୍ ମିତ୍ର) ପାର୍କର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ପଦଯାତ୍ରା କରିଥିଲେ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦୁଇ ଦିନ ପୂର୍ବେ ବିଶ୍ୱକର୍ମା ପୂଜା ଉତ୍ସବକୁ ମନେ ପକାଇ କହିଥିଲେ ଯେ ଆଜି ୱାର୍ଦ୍ଧାରେ ଏକ ବର୍ଷିଆ ପିଏମ୍ ବିଶ୍ୱକର୍ମା ଯୋଜନାର ସଫଳ ସମାପନ ଉତ୍ସବ ଅନୁଷ୍ଠିତ ହେଉଛି। ମହାତ୍ମା ଗାନ୍ଧୀ ୧୯୩୨ ମସିହାରେ ଆଜିର ଦିନରେ ଅସ୍ପୃଶ୍ୟତା ବିରୋଧରେ ଅଭିଯାନ ଆରମ୍ଭ କରିଥିବାରୁ ଆଜି ବିଶେଷ ବୋଲି ସେ କହିଛନ୍ତି।

ସେ କହିଥିଲେ ଯେ ଆଜି ପିଏମ୍ ବିଶ୍ୱକର୍ମାର ଏକ ବର୍ଷ ପୂର୍ତ୍ତି ଏବଂ ୱାର୍ଦ୍ଧା ଭୂମିରୁ ଏହାର ପାଳନ, ଶ୍ରୀ ବିନୋବା ଭାବେଙ୍କ ସାଧନାସ୍ଥଳୀ ଏବଂ ମହାତ୍ମା ଗାନ୍ଧୀଙ୍କ କର୍ମଭୂମି, ଏହି ଅବସରକୁ ବିକଶିତ ଭାରତର ସଂକଳ୍ପରେ ନୂତନ ଶକ୍ତି ଆଣିବା ପାଇଁ ସଫଳତା ଏବଂ ପ୍ରେରଣାର ସଂଗମ ରେ ପରିଣତ କରିଛି । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ମାଧ୍ୟମରେ ସରକାର ଦକ୍ଷତା ବିକାଶ ଏବଂ ଶ୍ରମରୁ ସମୃଦ୍ଧି ମାଧ୍ୟମରେ ଏକ ଉନ୍ନତ ଭବିଷ୍ୟତ ସୃଷ୍ଟି କରିବାକୁ ସଂକଳ୍ପ ନେଇଛନ୍ତି ଏବଂ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଏହାକୁ ବାସ୍ତବରେ ପରିଣତ କରିବାର ମାଧ୍ୟମ ରେ ପରିଣତ ହେବ ବୋଲି ସେ କହିଥିଲେ। ଏହି ଅବସରରେ ପିଏମ ବିଶ୍ୱକର୍ମା ଯୋଜନା ସହ ଜଡ଼ିତ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ପିଏମ ମିତ୍ର ପାର୍କର ଶିଳାନ୍ୟାସ କରାଯାଇଛି। ଆଜିର ଭାରତ ନିଜର ବୟନ ଶିଳ୍ପକୁ ବିଶ୍ୱ ବଜାରର ଶୀର୍ଷରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଛି ବୋଲି ସେ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ଲକ୍ଷ୍ୟ ହେଉଛି ଭାରତର ବୟନଶିଳ୍ପର ଶତାବ୍ଦୀ ପୁରୁଣା ପ୍ରସିଦ୍ଧି ଏବଂ ସ୍ୱୀକୃତିକୁ ପୁନଃପ୍ରତିଷ୍ଠା କରିବା। ଅମରାବତୀରେ ପିଏମ ମିତ୍ର ପାର୍କ ଏହି ଦିଗରେ ଆଉ ଏକ ବଡ଼ ପଦକ୍ଷେପ ବୋଲି ଶ୍ରୀ ମୋଦୀ କହିଥିଲେ। ଏହି ସଫଳତା ପାଇଁ ସେ ଅମରାବତୀବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ପ୍ରଥମ ବର୍ଷ ପୂର୍ତ୍ତି ପାଇଁ ମହାରାଷ୍ଟ୍ରର ୱାର୍ଦ୍ଧାକୁ ଚୟନ କରାଯାଇଥିଲା କାରଣ ଏହା କେବଳ ଅନ୍ୟ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ ବରଂ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ରୋଡମ୍ୟାପ୍ ଭାବରେ ପୁରୁଣା ପାରମ୍ପରିକ ଦକ୍ଷତାକୁ ବ୍ୟବହାର କରିବାର ଏକ ଯୋଜନା ଥିଲା। ଆମର ବହୁ ପୁରୁଣା ପାରମ୍ପରିକ କୌଶଳ ଭାରତର ସମୃଦ୍ଧିର ଅନେକ ଗୌରବମୟ ଅଧ୍ୟାୟର ଆଧାର ବୋଲି ଦର୍ଶାଇ ସେ କହିଥିଲେ ଯେ ଆମର କଳା, ଇଞ୍ଜିନିୟରିଂ, ବିଜ୍ଞାନ ଏବଂ ଧାତୁବିଜ୍ଞାନ ସମଗ୍ର ବିଶ୍ୱରେ ଅତୁଳନୀୟ। “ଆମେ ବିଶ୍ୱର ସର୍ବବୃହତ ବୟନ ଶିଳ୍ପ ନିର୍ମାତା ଥିଲୁ”, ଶ୍ରୀ ମୋଦୀ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ମାଟିକାମ ଏବଂ ସେହି ଦିନରେ ଡିଜାଇନ୍ ହୋଇଥିବା କୋଠାଗୁଡ଼ିକର କୌଣସି ମେଳ ନଥିଲା। ବଢ଼େଇ, କମାର, ବଣିଆ, କୁମ୍ଭାର, ମୂର୍ତ୍ତିଶିଳ୍ପୀ, ମୋଚି, ବଢ଼େଇ-ରାଜମିସ୍ତ୍ରୀ ଏବଂ ଏଭଳି ଅନେକ ପେସାଦାର ଭାରତର ସମୃଦ୍ଧିର ମୂଳଦୁଆ ହୋଇ ଏହି ଜ୍ଞାନ ଓ ବିଜ୍ଞାନକୁ ପ୍ରତ୍ୟେକ ଘରେ ପହଞ୍ଚାଇଥିଲେ ବୋଲି ଶ୍ରୀ ମୋଦୀ କହିଥିଲେ। ଇଂରେଜମାନେ ଏହି ସ୍ୱଦେଶୀ କୌଶଳକୁ ଲୋପ କରିବା ପାଇଁ ଅନେକ ଷଡ଼ଯନ୍ତ୍ର କରିଥିଲେ ବୋଲି ମନ୍ତବ୍ୟ ଦେଇ ଶ୍ରୀ ମୋଦୀ କହିଥିଲେ ଯେ ୱାର୍ଦ୍ଧାର ଏହି ଭୂମିରୁ ଗାନ୍ଧିଜୀ ଗ୍ରାମୀଣ ଶିଳ୍ପକୁ ପ୍ରୋତ୍ସାହିତ କରିଥିଲେ। ସ୍ୱାଧୀନତା ପରେ ପରବର୍ତ୍ତୀ ସରକାରମାନେ ଏହି ଦକ୍ଷତାକୁ ଉଚିତ ସମ୍ମାନ ଦେଇନଥିବାରୁ ଦେଶର ଦୁର୍ଭାଗ୍ୟକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପୂର୍ବ ସରକାରମାନେ ହସ୍ତଶିଳ୍ପ ଓ କୌଶଳକୁ ସମ୍ମାନ ଦେବା ଭୁଲି ବିଶ୍ୱକର୍ମା ସମ୍ପ୍ରଦାୟକୁ କ୍ରମାଗତ ଭାବେ ଅବହେଳା କରି ଆସୁଥିଲେ ବୋଲି ମନ୍ତବ୍ୟ ଦେଇ ସେ ଦର୍ଶାଇଥିଲେ ଯେ ଫଳସ୍ୱରୂପ ଭାରତ ପ୍ରଗତି ଓ ଆଧୁନିକତା ଦୌଡ଼ରେ ପଛରେ ପଡ଼ିଯାଇଥିଲା।

ସ୍ୱାଧୀନତାର ୭୦ ବର୍ଷ ପରେ ପାରମ୍ପରିକ ଦକ୍ଷତାକୁ ନୂତନ ଶକ୍ତି ଆଣିବା ପାଇଁ ବର୍ତ୍ତମାନର ସରକାର ସଂକଳ୍ପ ନେଇଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ‘ସମ୍ମାନ, ସାମର୍ଥ୍ୟ, ସମୃଦ୍ଧି’, (“ସମ୍ମାନ, ସାମର୍ଥ୍ୟ ଏବଂ ସମୃଦ୍ଧି) ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଭାବନା ସୃଷ୍ଟି କରେ”। ପାରମ୍ପରିକ ହସ୍ତଶିଳ୍ପ ପ୍ରତି ସମ୍ମାନ, କାରିଗରଙ୍କ ସଶକ୍ତୀକରଣ ଏବଂ ବିଶ୍ୱକର୍ମାଙ୍କ ପାଇଁ ସମୃଦ୍ଧି ଆମର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମାଙ୍କୁ ସଫଳ କରିବା ପାଇଁ ବିଭିନ୍ନ ବିଭାଗର ବ୍ୟାପକ ଏବଂ ଅଭୂତପୂର୍ବ ସହଯୋଗ ପ୍ରତି ପ୍ରଧାନମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ୭୦୦ରୁ ଅଧିକ ଜିଲ୍ଲା, ୨.୫ ଲକ୍ଷ ଗ୍ରାମ ପଞ୍ଚାୟତ, ୫୦୦୦ ସହରାଞ୍ଚଳ ସ୍ଥାନୀୟ ୟୁନିଟ୍ ଏହି ଯୋଜନାକୁ ତ୍ୱରାନ୍ୱିତ କରୁଛନ୍ତି ବୋଲି ସୂଚନା ଦେଇଥିଲେ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଗତ ବର୍ଷରେ ୧୮ଟି ଭିନ୍ନ ଭିନ୍ନ ପାରମ୍ପରିକ ଦକ୍ଷତା ଥିବା ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ସହିତ ଯୋଡାଯାଇଛି। ଅତ୍ୟାଧୁନିକ ଯନ୍ତ୍ରପାତି ଓ ଡିଜିଟାଲ ଉପକରଣ ପ୍ରଚଳନ ସହ ୮ ଲକ୍ଷରୁ ଅଧିକ କାରିଗର ଓ ଶିଳ୍ପୀକାରଙ୍କୁ ଦକ୍ଷତା ପ୍ରଶିକ୍ଷଣ ଓ ଉନ୍ନତିକରଣ ପ୍ରଦାନ କରାଯାଇଛି। କେବଳ ମହାରାଷ୍ଟ୍ରରେ ୬୦ ହଜାରରୁ ଅଧିକ ଲୋକଙ୍କୁ ଦକ୍ଷତା ପ୍ରଶିକ୍ଷଣ ଦିଆଯାଇଛି। ଉତ୍ପାଦକତା ଏବଂ ଉତ୍ପାଦର ଗୁଣବତ୍ତା ବୃଦ୍ଧି ପାଇଁ ୬ ଲକ୍ଷରୁ ଅଧିକ ବିଶ୍ୱକର୍ମାଙ୍କୁ ଅତ୍ୟାଧୁନିକ ଉପକରଣ, ୧୫,୦୦୦ ଟଙ୍କାର ଇ-ଭାଉଚର ଏବଂ ସେମାନଙ୍କ ବ୍ୟବସାୟ ସମ୍ପ୍ରସାରଣ ପାଇଁ ବିନା ଗ୍ୟାରେଣ୍ଟିରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି। ବର୍ଷକ ମଧ୍ୟରେ ବିଶ୍ୱକର୍ମାମାନଙ୍କୁ ୧୪୦୦ କୋଟି ଟଙ୍କାର ଋଣ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ।

ପାରମ୍ପରିକ ଦକ୍ଷତା ପ୍ରତି ଅନୁସୂଚିତ ଜାତି, ଜନଜାତି ଏବଂ ଓବିସି ସମ୍ପ୍ରଦାୟର ଅବଦାନକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପୂର୍ବ ସରକାରମାନଙ୍କ ସମୟରେ ସେମାନେ ସମ୍ମୁଖୀନ ହୋଇଥିବା ଅବହେଳାକୁ ନେଇ ଦୁଃଖ ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ବର୍ତ୍ତମାନର ସରକାର ହିଁ ପଛୁଆ ବିରୋଧୀ ମାନସିକତାର ବ୍ୟବସ୍ଥାକୁ ଶେଷ କରିଛନ୍ତି। ଗତବର୍ଷର ପରିସଂଖ୍ୟାନ ଉପରେ ଆଲୋକପାତ କରି ସେ କହିଥିଲେ ଯେ ଏସସି, ଏସଟି ଏବଂ ଓବିସି ସମ୍ପ୍ରଦାୟ ବିଶ୍ୱକର୍ମା ଯୋଜନାର ସର୍ବାଧିକ ଲାଭ ନେଉଛନ୍ତି। ବିଶ୍ୱକର୍ମା ସମ୍ପ୍ରଦାୟର ଲୋକମାନେ କେବଳ କାରିଗର ହୋଇ ରହିବେ ନାହିଁ ବରଂ ଉଦ୍ୟୋଗୀ ଓ ବ୍ୟବସାୟୀ ହୁଅନ୍ତୁ ବୋଲି ଇଚ୍ଛା ପ୍ରକାଶ କରି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମାମାନଙ୍କ କାର୍ଯ୍ୟକୁ ଏମଏସଏମଇ ମାନ୍ୟତା ପ୍ରଦାନ କରିବା ବିଷୟରେ ଉଲ୍ଲେଖ କରିଥିଲେ। ବିଶ୍ୱକର୍ମାମାନଙ୍କୁ ବଡ଼ ବଡ଼ କଂପାନିର ଯୋଗାଣ ଶୃଙ୍ଖଳାର ଏକ ଅଂଶ କରିବା ପାଇଁ ପାରମ୍ପରିକ ଉତ୍ପାଦଗୁଡ଼ିକୁ ମାର୍କେଟିଂ କରାଯାଉଥିବା ୱାନ୍ ଡିଷ୍ଟ୍ରିକ୍ଟ ଓ୍ଵାନ୍ ପ୍ରଡକ୍ଟ୍ ଏବଂ ଏକତା ମଲ୍ ଭଳି ପ୍ରୟାସ ବିଷୟରେ ସେ କହିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଓଏନଡିସି ଏବଂ ଜିଇଏମ ବିଷୟରେ ସ୍ପର୍ଶ କରିଥିଲେ ଯାହା କାରିଗର ଏବଂ ଶିଳ୍ପୀକାରମାନଙ୍କ ପାଇଁ ସେମାନଙ୍କର ବ୍ୟବସାୟ ବିସ୍ତାର ପାଇଁ ଏକ ମାଧ୍ୟମ ପାଲଟିଛି। ଅର୍ଥନୈତିକ ପ୍ରଗତିରେ ପଛରେ ପଡ଼ିଥିବା ସାମାଜିକ ବର୍ଗ ଏବେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। “ସ୍କିଲ୍ ଇଣ୍ଡିଆ ମିଶନ ଏହାକୁ ଆହୁରି ସୁଦୃଢ଼ କରୁଛି”, ସେ କହିଥିଲେ। ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ ଦେଶର କୋଟି କୋଟି ଯୁବକ ଆଜିର ଆବଶ୍ୟକତା ଅନୁଯାୟୀ ତାଲିମ ଲାଭ କରିଛନ୍ତି। ସ୍କିଲ୍ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ଦକ୍ଷତାକୁ ସମଗ୍ର ବିଶ୍ୱରେ ସ୍ୱୀକୃତି ଦିଆଯାଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଗର୍ବର ସହ ସୂଚନା ଦେଇଥିଲେ ଯେ ଚଳିତ ବର୍ଷ ପ୍ରାରମ୍ଭରେ ଫ୍ରାନ୍ସରେ ଆୟୋଜିତ ବିଶ୍ୱ ଦକ୍ଷତା ଉପରେ ଏକ ବିଶାଳ କାର୍ଯ୍ୟକ୍ରମରେ ଭାରତ ଏକାଧିକ ପୁରସ୍କାର ଜିତିଛି।

“ମହାରାଷ୍ଟ୍ର ବୟନ ଶିଳ୍ପର ବିପୁଳ ସମ୍ଭାବନା ଥିବା ଏକ ରାଜ୍ୟ”, ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ ଦର୍ଶାଇଥିଲେ ଯେ ବିଦର୍ଭ ଅଞ୍ଚଳ ଉଚ୍ଚମାନର କପା ଉତ୍ପାଦନ ପାଇଁ ଏକ ବଡ଼ କେନ୍ଦ୍ର ଥିଲା, କିନ୍ତୁ ପରବର୍ତ୍ତୀ ସରକାରମାନେ କୃଷକଙ୍କ ନାମରେ କ୍ଷୁଦ୍ର ରାଜନୀତି ଏବଂ ଦୁର୍ନୀତି ଯୋଗୁଁ କପା କୃଷକମାନଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଥିଲେ।

୨୦୧୪ରେ ଦେବେନ୍ଦ୍ର ଫଡନାଭିସ ସରକାର ଗଠନ ହେବା ପରେ ଏହି ସମସ୍ୟାର ସମାଧାନ କାର୍ଯ୍ୟ ଦ୍ରୁତ ଗତିରେ ଅଗ୍ରଗତି ହୋଇଥିଲା ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ଅମରାବତୀର ନନ୍ଦଗାଓଁ ଖଣ୍ଡେଶ୍ୱରରେ ଏକ ଟେକ୍ସଟାଇଲ ପାର୍କ ନିର୍ମାଣ କରାଯାଇଥିଲା, ଯେଉଁଠାରେ କୌଣସି ଶିଳ୍ପ ନିବେଶ କରିବାକୁ ପ୍ରସ୍ତୁତ ନଥିଲେ, କିନ୍ତୁ ଆଜି ଏହା ସଫଳତାର ସହ ମହାରାଷ୍ଟ୍ର ପାଇଁ ଏକ ବଡ଼ ଶିଳ୍ପ କେନ୍ଦ୍ର ରେ ପରିଣତ ହେଉଛି।

ପିଏମ ମିତ୍ର ପାର୍କରେ ଚାଲିଥିବା କାର୍ଯ୍ୟର ଗତି ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଡବଲ ଇଞ୍ଜିନ ସରକାରଙ୍କ ଇଚ୍ଛାଶକ୍ତି ପ୍ରଦର୍ଶନ କରାଯାଇଥିଲା। “ସମଗ୍ର ଭାରତରେ ୭ ପିଏମ ମିତ୍ର ପାର୍କ ପ୍ରତିଷ୍ଠା କରାଯିବ”, ଶ୍ରୀ ମୋଦୀ କହିଥିଲେ। ଫାର୍ମ ଟୁ ଫାଇବର, ଫାଇବର ଟୁ ଫେବ୍ରିକ୍, ଫେବ୍ରିକ୍ ଟୁ ଫ୍ୟାସନ୍, ଫ୍ୟାସନ୍ ଟୁ ଫରେନ୍ ର ସମ୍ପୂର୍ଣ୍ଣ ଚକ୍ର ଅର୍ଥାତ୍ ବିଦର୍ଭର କପାରୁ ଉଚ୍ଚମାନର କପଡ଼ା ତିଆରି କରାଯିବ ଏବଂ ଫ୍ୟାସନ୍ ଅନୁଯାୟୀ କପଡ଼ାରୁ ପ୍ରସ୍ତୁତ ପୋଷାକ ବିଦେଶକୁ ରପ୍ତାନି କରାଯିବ ବୋଲି ସେ କହିଛନ୍ତି। ଏହାଦ୍ୱାରା କୃଷକମାନଙ୍କର କ୍ଷତିକୁ ରୋକାଯାଇପାରିବ ଏବଂ ସେମାନେ ସେମାନଙ୍କ ଫସଲର ଭଲ ମୂଲ୍ୟ ପାଇପାରିବେ କାରଣ ମୂଲ୍ୟ ବୃଦ୍ଧି ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। କେବଳ ପିଏମ ମିତ୍ର ପାର୍କରୁ ୮-୧୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବାର ସମ୍ଭାବନା ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ବିଦର୍ଭ ଏବଂ ମହାରାଷ୍ଟ୍ରରେ ଯୁବକମାନଙ୍କ ପାଇଁ ଏକ ଲକ୍ଷରୁ ଅଧିକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଅନ୍ୟ ଶିଳ୍ପଗୁଡ଼ିକୁ ମଧ୍ୟ ପ୍ରୋତ୍ସାହିତ କରିବାରେ ସହାୟକ ହେବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ନୂତନ ଯୋଗାଣ ଶୃଙ୍ଖଳା ସୃଷ୍ଟି କରାଯିବ ଯାହା ଦେଶର ରପ୍ତାନିରେ ସହାୟକ ହେବ ଏବଂ ଆୟ ବୃଦ୍ଧି ପାଇବ। ଏହି ଶିଳ୍ପ ପ୍ରଗତି ପାଇଁ ଆବଶ୍ୟକ ଆଧୁନିକ ଭିତ୍ତିଭୂମି ଏବଂ ଯୋଗାଯୋଗ ପାଇଁ ମହାରାଷ୍ଟ୍ର ପ୍ରସ୍ତୁତ ହେଉଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ଏଥିରେ ନୂଆ ରାଜପଥ, ଏକ୍ସପ୍ରେସ ୱେ, ସମୃଦ୍ଧି ମହାମାର୍ଗ ସହିତ ଜଳ ଓ ବିମାନ ସଂଯୋଗର ସମ୍ପ୍ରସାରଣ ଅନ୍ତର୍ଭୁକ୍ତ। “ମହାରାଷ୍ଟ୍ର ଏକ ନୂତନ ଶିଳ୍ପ ବିପ୍ଳବ ପାଇଁ ପ୍ରସ୍ତୁତ ହୋଇଛି”, ବୋଲି ଶ୍ରୀ ମୋଦୀ କହିଥିଲେ।

ରାଜ୍ୟର ବହୁମୁଖୀ ପ୍ରଗତିରେ ମହାରାଷ୍ଟ୍ରର କୃଷକମାନଙ୍କ ଭୂମିକାକୁ ସ୍ୱୀକାର କରି ସେ ଗୁରୁତ୍ୱାରୋପ କରିଥିଲେ ଯେ ଦେଶର ସମୃଦ୍ଧି କୃଷକମାନଙ୍କ ଖୁସି ସହିତ ଘନିଷ୍ଠ ଭାବରେ ଜଡ଼ିତ । କୃଷକଙ୍କ ସମୃଦ୍ଧି ବୃଦ୍ଧି ପାଇଁ ଡବଲ ଇଞ୍ଜିନ ସରକାର ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ପିଏମ-କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେଉଁଠାରେ କେନ୍ଦ୍ର ସରକାର କୃଷକମାନଙ୍କୁ ବାର୍ଷିକ ୬,୦୦୦ ଟଙ୍କା ପ୍ରଦାନ କରନ୍ତି ଏବଂ ମହାରାଷ୍ଟ୍ର ସରକାର ସମାନ ରାଶି ଯୋଡି ବାର୍ଷିକ ୧୨,୦୦୦ ଟଙ୍କା ସହିତ କୃଷକଙ୍କ ଆୟ ବୃଦ୍ଧି କରନ୍ତି। ମାତ୍ର ୧ ଟଙ୍କାରେ ଫସଲ ବୀମା ପ୍ରଦାନ ଏବଂ କୃଷକଙ୍କ ପାଇଁ ବିଜୁଳି ବିଲ୍ ଛାଡ଼ କରିବାର ପଦକ୍ଷେପ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ।

ଏହି ଅଞ୍ଚଳର ଜଳସେଚନ ଆହ୍ୱାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ବର୍ତ୍ତମାନର ସରକାରଙ୍କ ପୂର୍ବ କାର୍ଯ୍ୟକାଳ ରେ ଆରମ୍ଭ ହୋଇଥିବା ପ୍ରୟାସକୁ ପ୍ରଶାସନ ବିଳମ୍ବ କରିଛି। ଆଜି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନର ରାଜ୍ୟ ସରକାର ଏହି ପ୍ରକଳ୍ପଗୁଡିକୁ ପୁନରୁଦ୍ଧାର ଏବଂ ତ୍ୱରାନ୍ୱିତ କରିଛନ୍ତି। ସେ ନିକଟରେ ଅନୁମୋଦିତ ୮୫,୦୦୦ କୋଟି ଟଙ୍କାର ବନ-ଗଙ୍ଗା ଏବଂ ନଲ-ଗଙ୍ଗା ନଦୀ ସଂଯୋଗ ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ ଯାହା ନାଗପୁର, ୱାର୍ଦ୍ଧା, ଅମରାବତୀ, ୟବତମାଲ, ଅକୋଲା ଏବଂ ବୁଲଧାନା ଜିଲ୍ଲାର ୧୦ ଲକ୍ଷ ଏକର ଜମିକୁ ଜଳସେଚନ ଆଣିବାକୁ ଲକ୍ଷ୍ୟ ରଖିଛି।

“ମହାରାଷ୍ଟ୍ରର କୃଷକମାନଙ୍କ ଦାବିର ସମାଧାନ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ”, ଏହି ଅଞ୍ଚଳର ପିଆଜ କୃଷକମାନଙ୍କୁ ତୁରନ୍ତ ଆଶ୍ୱସ୍ତି ଦେବା ଉଦ୍ଦେଶ୍ୟରେ ପିଆଜ ଉପରେ ରପ୍ତାନି ଟିକସ ୪୦%ରୁ ୨୦%କୁ ହ୍ରାସ କରାଯାଇଥିବା ବିଷୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଆମଦାନୀ ହେଉଥିବା ଖାଇବା ତେଲର ପ୍ରଭାବରୁ ଘରୋଇ କୃଷକମାନଙ୍କୁ ସୁରକ୍ଷା ଦେବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ଶ୍ରୀ ମୋଦୀ ଆଲୋଚନା କରିଥିଲେ ଏବଂ କହିଲେ, “ଆମେ ଖାଇବା ତେଲ ଆମଦାନୀ ଉପରେ ୨୦% ଟିକସ ଲାଗୁ କରିଛୁ ଏବଂ ରିଫାଇଣ୍ଡ ସୋୟାବିନ୍, ସୂର୍ଯ୍ୟମୁଖୀ ଏବଂ ପାମ ତେଲ ଉପରେ ସୀମା ଶୁଳ୍କ ୧୨.୫% ରୁ ୩୨.୫% କୁ ବୃଦ୍ଧି କରିଛୁ। ଏହି ପ୍ରୟାସ ଖୁବଶୀଘ୍ର କୃଷି କ୍ଷେତ୍ର ପାଇଁ ସକାରାତ୍ମକ ଫଳାଫଳ ଆଣିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ମିଥ୍ୟା ପ୍ରତିଶ୍ରୁତି ନ ଦେବାକୁ ଚେତାବନୀ ଦେଇଛନ୍ତି ଏବଂ ତେଲଙ୍ଗାନାର କୃଷକମାନଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁମାନେ ଆଜି ମଧ୍ୟ ଋଣ ଛାଡ଼ ପାଇଁ ସଂଘର୍ଷ କରୁଛନ୍ତି। ସେ ମହାରାଷ୍ଟ୍ରର କୃଷକମାନଙ୍କୁ ସତର୍କ ରହିବାକୁ ଏବଂ ପ୍ରତାରଣାକାରୀ ପ୍ରତିଶ୍ରୁତି ଦ୍ୱାରା ବିଭ୍ରାନ୍ତ ନ ହେବାକୁ ଅନୁରୋଧ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ସମାଜରେ ବିଭାଜନ ସୃଷ୍ଟି କରିବାକୁ ଚାହୁଁଥିବା ଶକ୍ତି ଏବଂ ବିଦେଶରେ ଭାରତୀୟ ପରମ୍ପରା ଏବଂ ସଂସ୍କୃତିକୁ ଅପମାନିତ କରୁଥିବା ଶକ୍ତିମାନଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି। ଲୋକମାନ୍ୟ ତିଲକଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମ ସମୟରେ ଗଣେଶ ଉତ୍ସବ ଭାରତରେ ଏକତାର ପର୍ବ ପାଲଟିଥିବା କଥା ସେ ମନେ ପକାଇଥିଲେ ଯେଉଁଠାରେ ପ୍ରତ୍ୟେକ ସମାଜ ଏବଂ ବର୍ଗର ଲୋକ ମାନେ ଏକାଠି ହୋଇ ଉତ୍ସବ ପାଳନ କରିଥିଲେ । ପରମ୍ପରା, ପ୍ରଗତି ଏବଂ ସମ୍ମାନ ଓ ବିକାଶର ଏଜେଣ୍ଡା ସହିତ ଠିଆ ହେବାକୁ ସେ ନାଗରିକମାନଙ୍କୁ ଅନୁରୋଧ କରିଥିଲେ। “ଆମେ ମିଳିମିଶି ମହାରାଷ୍ଟ୍ରର ପରିଚୟକୁ ରକ୍ଷା କରିବୁ ଏବଂ ଏହାର ଗୌରବବୃଦ୍ଧି କରିବୁ। ଆମେ ମହାରାଷ୍ଟ୍ରର ସ୍ୱପ୍ନ ପୂରଣ କରିବୁ ବୋଲି ଶ୍ରୀ ମୋଦୀ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, କେନ୍ଦ୍ର ମଧ୍ୟମ, କ୍ଷୁଦ୍ର ଏବଂ କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରୀ ଜିତନ ରାମ ମାଞ୍ଝି, କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଅଜିତ ପାୱାର ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହିତାଧିକାରୀଙ୍କୁ ସାର୍ଟିଫିକେଟ ଏବଂ ଋଣ ପ୍ରଦାନ କରିଥିଲେ। ଏହି ଯୋଜନା ଅଧୀନରେ କାରିଗରମାନଙ୍କୁ ପ୍ରଦାନ କରାଯାଇଥିବା ସହାୟତାର ପ୍ରତୀକ ସ୍ୱରୂପ ସେ ୧୮ଟି ଟ୍ରେଡ୍ ଅଧୀନରେ ୧୮ ଜଣ ହିତାଧିକାରୀଙ୍କୁ ପିଏମ୍ ବିଶ୍ୱକର୍ମା ଅଧୀନରେ ଋଣ ବଣ୍ଟନ କରିଥିଲେ। ସେମାନଙ୍କର ଐତିହ୍ୟ ଏବଂ ସମାଜ ପ୍ରତି ସ୍ଥାୟୀ ଅବଦାନକୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ସେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମାଙ୍କ ଅଧୀନରେ ପ୍ରଗତିର ଏକ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ମାରକୀ ଟିକଟ ଉନ୍ମୋଚନ କରିଥିଲେ।

ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ଅମରାବତୀଠାରେ ପିଏମ୍ ମେଗା ସମନ୍ୱିତ ଟେକ୍ସଟାଇଲ୍ ରିଜିୟନ୍ସ ଆଣ୍ଡ୍ ଆପେରେଲ୍ (ପିଏମ୍ ମିତ୍ର) ପାର୍କର ଶିଳାନ୍ୟାସ କରିଛନ୍ତି। ୧୦୦୦ ଏକର ପରିମିତ ଏହି ପାର୍କକୁ ମହାରାଷ୍ଟ୍ର ଶିଳ୍ପ ଉନ୍ନୟନ ନିଗମ (ଏମଆଇଡିସି) ରାଜ୍ୟ କାର୍ଯ୍ୟକାରୀ ଏଜେନ୍ସି ଭାବରେ ବିକଶିତ କରୁଛି। ବୟନ ଶିଳ୍ପ ପାଇଁ ଭାରତ ସରକାର ୭ଟି ପିଏମ୍ ମିତ୍ର ପାର୍କ ପ୍ରତିଷ୍ଠା କୁ ମଞ୍ଜୁରୀ ଦେଇଥିଲେ। ବୟନ ଶିଳ୍ପ ଉତ୍ପାଦନ ଏବଂ ରପ୍ତାନି ପାଇଁ ଭାରତକୁ ଏକ ବିଶ୍ୱ ସ୍ତରୀୟ ହବ୍ ରେ ପରିଣତ କରିବା ଲକ୍ଷ୍ୟକୁ ସାକାର କରିବା ଦିଗରେ ପ୍ରଧାନମନ୍ତ୍ରୀ ମିତ୍ର ପାର୍କଏକ ପ୍ରମୁଖ ପଦକ୍ଷେପ। ଏହା ବିଶ୍ୱସ୍ତରୀୟ ଶିଳ୍ପ ଭିତ୍ତିଭୂମି ସୃଷ୍ଟି କରିବାରେ ସହାୟକ ହେବ ଯାହା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ସମେତ ବୃହତ ପୁଞ୍ଜିନିବେଶକୁ ଆକୃଷ୍ଟ କରିବ ଏବଂ ଏହି କ୍ଷେତ୍ରରେ ଅଭିନବତା ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବ।

ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ସରକାରଙ୍କ ‘ଆଚାର୍ଯ୍ୟ ଚାଣକ୍ୟ ଦକ୍ଷତା ବିକାଶ’ ଯୋଜନାର ଶୁଭାରମ୍ଭ କରିଥିଲେ। ୧୫ ରୁ ୪୫ ବର୍ଷ ବୟସର ଯୁବକଯୁବତୀଙ୍କୁ ତାଲିମ ଦେବା ସହ ଆତ୍ମନିର୍ଭରଶୀଳ ହେବା ସହ ବିଭିନ୍ନ ନିଯୁକ୍ତି ସୁଯୋଗ ହାସଲ କରିବା ପାଇଁ ରାଜ୍ୟର ନାମୀଦାମୀ କଲେଜରେ ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯିବ। ରାଜ୍ୟରେ ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ୫୦ ହଜାର ଯୁବକଯୁବତୀଙ୍କୁ ମାଗଣା ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯିବ।

ପ୍ରଧାନମନ୍ତ୍ରୀ ‘ପୁଣ୍ୟଶ୍ଳୋକ ଅହଲ୍ୟାଦେବୀ ହୋଲକର ମହିଳା ଷ୍ଟାର୍ଟଅପ୍ ସ୍କିମ୍’ର ମଧ୍ୟ ଶୁଭାରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ମହାରାଷ୍ଟ୍ରରେ ମହିଳାଙ୍କ ନେତୃତ୍ୱାଧୀନ ଷ୍ଟାର୍ଟଅପ୍ ଗୁଡ଼ିକୁ ପ୍ରାରମ୍ଭିକ ପର୍ଯ୍ୟାୟ ସହାୟତା ପ୍ରଦାନ କରାଯିବ। ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ଯୋଜନା ଅଧୀନରେ ମୋଟ ବ୍ୟବସ୍ଥାର ୨୫% ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ପଛୁଆ ବର୍ଗ ଏବଂ ଅର୍ଥନୈତିକ ଦୁର୍ବଳ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ଏହା ମହିଳାଙ୍କ ନେତୃତ୍ୱାଧୀନ ଷ୍ଟାର୍ଟଅପ୍ ଗୁଡ଼ିକୁ ଆତ୍ମନିର୍ଭରଶୀଳ ଓ ସ୍ୱାଧୀନ ହେବାରେ ସହାୟକ ହେବ।

Categories
ଆଜିର ଖବର ଜାତୀୟ ଖବର

ଆଜି ଜାତୀୟ ପିଏମ୍ ବିଶ୍ୱକର୍ମା କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ୱାର୍ଦ୍ଧା ଗସ୍ତରେ ଯିବେ। ପୂର୍ବାହ୍ନ ପ୍ରାୟ ୧୧.୩୦ରେ ସେ ‘ନ୍ୟାସନାଲ ପିଏମ୍ ବିଶ୍ୱକର୍ମା’ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ପିଏମ୍ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଏମ୍ ବିଶ୍ୱକର୍ମା ହିତାଧିକାରୀମାନଙ୍କୁ ପ୍ରମାଣ ପତ୍ର ଓ ଋଣ ବଣ୍ଟନ କରିବେ। ଏହି ଯୋଜନାରେ କଳାକାରମାନଙ୍କୁ ସହାୟତାର ପ୍ରତୀକ ସ୍ୱରୂପ ପ୍ରଧାନମନ୍ତ୍ରୀ ପିଏମ୍ ବିଶ୍ୱକର୍ମା ଅଧୀନରେ ୧୮ ପ୍ରକାରର ବ୍ୟବସାୟରେ ୧୮ ଜଣ ବ୍ୟବସାୟୀଙ୍କୁ ଋଣ ବଣ୍ଟନ କରିବେ । ସେମାନଙ୍କ ପରମ୍ପରା ଏବଂ ସମାଜ ପ୍ରତି ଥିବା ଅବଦାନକୁ ସମ୍ମାନ ଦେଇ ପିଏମ୍ ବିଶ୍ୱକର୍ମାର ଏକ ବର୍ଷ ପୂର୍ତ୍ତି ପାଇଁ ପ୍ରଧାନମନ୍ତ୍ରୀ ଏକ ସ୍ମରଣିକା ଡାକଟିକଟ ଉନ୍ମୋଚନ କରିବେ।

ମହାରାଷ୍ଟ୍ରର ଅମରାବତୀରେ ପ୍ରଧାନମନ୍ତ୍ରୀ ପିଏମ୍ ମେଗା ଇଣ୍ଟିଗ୍ରେଟେଡ ଟେକ୍ସଟାଇଲ ରିଜନ୍ସ ଆଣ୍ଡ ଆପାରେଲ (ପିଏମ୍ ମିତ୍ର) ପାର୍କର ଶିଳାନ୍ୟାସ କରିବେ । ରାଜ୍ୟ ସରକାରଙ୍କ ସଂସ୍ଥା ଭାବେ ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ (ଏମ୍‌ଆଇଡିସି) ୧୦୦୦ ଏକର ବିଶିଷ୍ଟ ପାର୍କର ବିକାଶ କରୁଛି। ବୟନ ଶିଳ୍ପ କ୍ଷେତ୍ରରେ ୭ଟି ପିଏମ୍ ମିତ୍ର ପାର୍କ ପ୍ରତିଷ୍ଠା ସକାଶେ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି। ବୟନ ଶିଳ୍ପ କ୍ଷେତ୍ରରେ ନିର୍ମାଣ ଓ ରପ୍ତାନି କ୍ଷେତ୍ରରେ ବିଶ୍ୱସ୍ତରରେ ଭାରତକୁ ଏକ ହବ୍‌ରେ ପରିଣତ କରିବା ଉଦ୍ଦେଶ୍ୟରେ ଏହି ପିଏମ୍ ମିତ୍ର ପାର୍କଗୁଡ଼ିକୁ ପ୍ରତିଷ୍ଠା କରାଯାଉଛି। ଏହା ବୟନ କ୍ଷେତ୍ରରେ ବିଶ୍ୱସ୍ତରୀୟ ଔଦ୍ୟୋଗିକ ଭିତ୍ତିଭୂମି ପ୍ରତିଷ୍ଠା ସହ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ) ସମେତ ବିପୁଳ ନିବେଶ ଟାଣିବ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ସରକାରଙ୍କ ‘ଆଚାର୍ଯ୍ୟ ଚାଣକ୍ୟ ଦକ୍ଷତା ବିକାଶ ଯୋଜନା’ର ଶୁଭାରମ୍ଭ କରିବେ। ୧୫ରୁ ୪୫ ବର୍ଷର ଯୁବକମାନଙ୍କୁ ଆତ୍ମନିର୍ଭର ହେବା ସହ ବିଭିନ୍ନ ନିଯୁକ୍ତି ସୁଯୋଗର ଫାଇଦା ନେବା ସକାଶେ ରାଜ୍ୟର କେତେକ ପ୍ରତିଷ୍ଠିତ କଲେଜରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ। ପ୍ରତ୍ୟେକ ବର୍ଷ ରାଜ୍ୟରେ ୧,୫୦,୦୦୦ ଜଣ ଯୁବକ ମାଗଣା ଦକ୍ଷତା ବିକାଶ ପ୍ରଶିକ୍ଷର ପାଇବେ।

ପ୍ରଧାନମନ୍ତ୍ରୀ ମଧ୍ୟ ‘ପୂଣ୍ୟଶ୍ଳୋକ ଅହଲ୍ୟାଦେବୀ ହୋଲକାର ମହିଳା ଷ୍ଟାର୍ଟଅପ୍ ଯୋଜନା’ର ଶୁଭାରମ୍ଭ କରିବେ। ଏହି ଯୋଜନାରେ ମହାରାଷ୍ଟ୍ରରେ ମହିଳାଙ୍କ ଦ୍ୱାରା ପ୍ରତିଷ୍ଠିତ ଷ୍ଟାର୍ଟ-ଅପ୍ ଗୁଡ଼ିକୁ ପ୍ରାରମ୍ଭିକ ସହାୟତା ପ୍ରଦାନ କରାଯିବ। ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଯୋଜନାର ୨୫% ପଛୁଆ ବର୍ଗ ଏବଂ ଆର୍ଥିକ ଦୁର୍ବଳ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ଏହା ଯୋଗୁ ମହିଳାଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍ଟ-ଅପ୍ ଗୁଡ଼ିକ ଆତ୍ମନିର୍ଭର ଓ ସ୍ୱାଧୀନ ହୋଇପାରିବେ।

Categories
ଜାତୀୟ ଖବର ବିଶେଷ ଖବର

ମହାରାଷ୍ଟ୍ରର ପାଲଘର ଠାରେ ପ୍ରାୟ ୭୬,୦୦୦ କୋଟିର ବାଧବାନ ବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମହାରାଷ୍ଟ୍ରର ପାଲଘରଠାରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପାଖାପାଖି ୭୬,୦୦୦ କୋଟି ଟଙ୍କା ବ୍ୟୟରେ ବାଧବାନ ବନ୍ଦରର ଶିଳାନ୍ୟାସ ଏବଂ ପ୍ରାୟ ୧୫୬୦ କୋଟି ଟଙ୍କା ମୂଲ୍ୟର ୨୧୮ଟି ମତ୍ସ୍ୟ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ଅନ୍ତର୍ଭୁକ୍ତ। ଶ୍ରୀ ମୋଦୀ ପାଖାପାଖି ୩୬୦ କୋଟି ଟଙ୍କା ବ୍ୟୟରେ ଭେସେଲ୍ କମ୍ୟୁନିକେସନ୍ ଆଣ୍ଡ ସପୋର୍ଟ ସିଷ୍ଟମର ଜାତୀୟ ସ୍ତରରେ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମାଛଧରା ବନ୍ଦର, ମାଛ ଅବତରଣ କେନ୍ଦ୍ର, ମାଛ ମାର୍କେଟ ନିର୍ମାଣ ଏବଂ ବିକାଶ, ଉନ୍ନତିକରଣ ଏବଂ ଆଧୁନିକୀକରଣ ସମେତ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସେ ମତ୍ସ୍ୟଜୀବୀ ହିତାଧିକାରୀଙ୍କୁ ଟ୍ରାନ୍ସପୋଣ୍ଡର ସେଟ୍ ଏବଂ କିଷାନ କ୍ରେଡିଟ୍ କାର୍ଡ ପ୍ରଦାନ କରିଥିଲେ।

ପ୍ରଧାନମନ୍ତ୍ରୀ ସନ୍ଥ ସେନାଜୀ ମହାରାଜଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ଶ୍ରୀ ମୋଦୀ ତାଙ୍କ ହୃଦୟରୁ ବକ୍ତବ୍ୟ ରଖିଥିଲେ ଏବଂ ୨୦୧୩ ରେ ପ୍ରଧାନମନ୍ତ୍ରୀ ପଦ ପାଇଁ ମନୋନୀତ ହୋଇଥିବା ସମୟକୁ ମନେ ପକାଇଥିଲେ ଏବଂ ଛତ୍ରପତି ଶିବାଜୀ ମହାରାଜଙ୍କ ସମାଧି ସମ୍ମୁଖରେ ପ୍ରାର୍ଥନା କରିବା ପାଇଁ ରାୟଗଡ଼ ଦୁର୍ଗ ପରିଦର୍ଶନ କରିବା ପ୍ରଥମ କଥା ବୋଲି ଉଲ୍ଲେଖ କରିଥିଲେ । ସେ କହିଛନ୍ତି ଯେ ତାଙ୍କୁ ସେହି ‘ଭକ୍ତି ଭାବ’ ମିଳିଥିଲା ଯାହା ସହିତ ସେ ତାଙ୍କ ଗୁରୁଙ୍କୁ ସମ୍ମାନ ଦେଇଥିଲେ ଏବଂ ଦେଶ ସେବା ପାଇଁ ନୂତନ ଯାତ୍ରା ଆରମ୍ଭ କରିଥିଲେ। ସିନ୍ଧୁଦୁର୍ଗରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିବାଜୀ ମହାରାଜ କେବଳ ଜଣେ ନାମ, ଜଣେ ସମ୍ମାନଜନକ ରାଜା କିମ୍ବା ମହାନ ବ୍ୟକ୍ତିତ୍ୱ ନୁହଁନ୍ତି ବରଂ ଜଣେ ଭଗବାନ । ସେ ଶ୍ରୀ ଶିବାଜୀ ମହାରାଜଙ୍କ ଚରଣରେ ପ୍ରଣାମ କରି ବିନମ୍ରତାର ସହ କ୍ଷମା ପ୍ରାର୍ଥନା କରିଥିଲେ ଏବଂ କହିଥିଲେ ଯେ ତାଙ୍କର ଲାଳନପାଳନ ଏବଂ ତାଙ୍କ ସଂସ୍କୃତି ତାଙ୍କୁ ଦେଶର ମହାନ ପୁତ୍ର ବୀର ସାବରକରଙ୍କୁ ଅସମ୍ମାନ କରିବା ଏବଂ ଜାତୀୟତାବାଦର ଭାବନାକୁ ଦମନ କରିବାକୁ ଚାହୁଁଥିବା ଲୋକଙ୍କଠାରୁ ଭିନ୍ନ କରିଥାଏ । ବୀର ସାବରକରଙ୍କୁ ଅସମ୍ମାନ କରୁଥିବା ଲୋକଙ୍କ ଠାରୁ ମହାରାଷ୍ଟ୍ରବାସୀ ସତର୍କ ରହିବା ଉଚିତ ଏବଂ ଏଥିପାଇଁ କୌଣସି ଅନୁତାପ ଅନୁଭବ କରିବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମହାରାଷ୍ଟ୍ର ଗସ୍ତ ପରେ ସେ ପ୍ରଥମେ ନିଜ ଭଗବାନ ଛତ୍ରପତି ଶିବାଜୀ ମହାରାଜଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି। ଶିବାଜୀ ମହାରାଜଙ୍କୁ ପୂଜା କରୁଥିବା ସମସ୍ତଙ୍କୁ କ୍ଷମା ମାଗିଛନ୍ତି।

ଉଭୟ ରାଜ୍ୟ ଏବଂ ଦେଶର ବିକାଶ ଯାତ୍ରାରେ ଏହି ଦିନକୁ ଐତିହାସିକ ବୋଲି ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ଗତ ୧୦ ବର୍ଷ ମଧ୍ୟରେ ମହାରାଷ୍ଟ୍ରର ଅଭିବୃଦ୍ଧି ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କାରଣ “ଏକ ବିକଶିତ ମହାରାଷ୍ଟ୍ର ହେଉଛି ଏକ ବିକଶିତ ଭାରତର ସଂକଳ୍ପର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ରାଜ୍ୟର ଐତିହାସିକ ସାମୁଦ୍ରିକ ବାଣିଜ୍ୟ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଉପକୂଳ ନିକଟରେ ଥିବାରୁ ରାଜ୍ୟରେ ଆଗକୁ ବଢ଼ିବାର ସମ୍ଭାବନା ଓ ସମ୍ବଳ ରହିଛି, ଯାହା ଭବିଷ୍ୟତ ପାଇଁ ପ୍ରଚୁର ସମ୍ଭାବନା ସୃଷ୍ଟି କରିଛି। ବାଧବାନ ବନ୍ଦର ଦେଶର ସର୍ବବୃହତ କଣ୍ଟେନର ବନ୍ଦର ହେବ ଏବଂ ବିଶ୍ୱର ଗଭୀର ବନ୍ଦର ମଧ୍ୟରେ ପରିଗଣିତ ହେବ । ଏହା ମହାରାଷ୍ଟ୍ର ଓ ଭାରତ ପାଇଁ ବାଣିଜ୍ୟ ଓ ଶିଳ୍ପ ବିକାଶର କେନ୍ଦ୍ର ରେ ପରିଣତ ହେବ। ପ୍ରଧାନମନ୍ତ୍ରୀ ବାଧବାନ ବନ୍ଦର ପ୍ରକଳ୍ପ ପାଇଁ ପାଲଘର, ମହାରାଷ୍ଟ୍ର ଏବଂ ସମଗ୍ର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଦିଘୀ ବନ୍ଦର ଶିଳ୍ପାଞ୍ଚଳର ବିକାଶ ପାଇଁ ସରକାର ନିକଟରେ ନେଇଥିବା ନିଷ୍ପତ୍ତିକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ମହାରାଷ୍ଟ୍ରବାସୀଙ୍କ ପାଇଁ ଦ୍ୱିଗୁଣିତ ଖୁସିର ଅବସର । ଛତ୍ରପତି ଶିବାଜୀ ମହାରାଜଙ୍କ ସାମ୍ରାଜ୍ୟର ରାଜଧାନୀ ରାୟଗଡ଼ରେ ଶିଳ୍ପାଞ୍ଚଳର ବିକାଶ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ତେଣୁ ଦିଘି ବନ୍ଦର ମହାରାଷ୍ଟ୍ରର ପରିଚୟ ଏବଂ ଛତ୍ରପତି ଶିବାଜୀ ମହାରାଜଙ୍କ ସ୍ୱପ୍ନର ପ୍ରତୀକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ପର୍ଯ୍ୟଟନ ଏବଂ ଇକୋ-ରିସୋର୍ଟକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି।

ସମଗ୍ର ମତ୍ସ୍ୟଜୀବୀ ସମ୍ପ୍ରଦାୟକୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ସମଗ୍ର ଦେଶରେ ୭୦୦ କୋଟିରୁ ଅଧିକ ଟଙ୍କାର ମତ୍ସ୍ୟଜୀବୀଙ୍କ ସହ ଜଡ଼ିତ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ଏବଂ ୪୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ କରାଯାଇଛି । ସେ ବାଧବାନ ବନ୍ଦର, ଦିଘୀ ବନ୍ଦର ଶିଳ୍ପାଞ୍ଚଳର ବିକାଶ ଏବଂ ମତ୍ସ୍ୟ ଚାଷ ପାଇଁ ଏକାଧିକ ଯୋଜନା ସମ୍ପର୍କରେ ଉଲ୍ଲେଖ କରିବା ସହ ମାତା ମହାଲକ୍ଷ୍ମୀ ଦେବୀ, ମାତା ଜୀବଦାନୀ ଓ ଭଗବାନ ତୁଙ୍ଗରେଶ୍ୱରଙ୍କ ଆଶୀର୍ବାଦରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ସମ୍ଭବ ହୋଇପାରିଛି ବୋଲି କହିଥିଲେ।

ଭାରତର ସୁବର୍ଣ୍ଣ ଯୁଗ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ସମୟ ଥିଲା ଯେତେବେଳେ ଭାରତ ଏହାର ସାମୁଦ୍ରିକ ସାମର୍ଥ୍ୟ ଯୋଗୁଁ ସବୁଠାରୁ ଶକ୍ତିଶାଳୀ ଏବଂ ସମୃଦ୍ଧ ରାଷ୍ଟ୍ର ମାନଙ୍କ ମଧ୍ୟରେ ଗଣାଯାଉଥିଲା । ମହାରାଷ୍ଟ୍ରର ଲୋକମାନେ ଏହି ସମ୍ଭାବନା ବିଷୟରେ ଭଲ ଭାବେ ଜାଣିଛନ୍ତି। ଛତ୍ରପତି ଶିବାଜୀ ମହାରାଜ ନିଜ ନୀତି ଏବଂ ଦେଶର ବିକାଶ ପାଇଁ ଦୃଢ଼ ନିଷ୍ପତ୍ତି ଦ୍ୱାରା ଭାରତର ସାମୁଦ୍ରିକ ସାମର୍ଥ୍ୟକୁ ନୂତନ ଉଚ୍ଚତାରେ ପହଞ୍ଚାଇଥିଲେ ବୋଲି ଶ୍ରୀ ମୋଦୀ କହିଥିଲେ, ସମଗ୍ର ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟ ଦର୍ୟ ସାରଙ୍ଗ କାହ୍ନୋଜୀ ଯଗନ୍ତିଙ୍କ ସମ୍ମୁଖରେ ଠିଆ ହୋଇପାରିନାହିଁ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବ ସରକାରମାନେ ଭାରତର ସମୃଦ୍ଧ ଅତୀତ ପ୍ରତି ଧ୍ୟାନ ଦେବାରେ ବିଫଳ ହୋଇଥିଲେ । ଏହା ହେଉଛି ନୂଆ ଭାରତ। ଏହା ଇତିହାସରୁ ଶିଖିଥାଏ ଏବଂ ଏହାର ସାମର୍ଥ୍ୟ ଏବଂ ଗୌରବକୁ ସ୍ୱୀକୃତି ଦେଇଥାଏ”, ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ଭାରତ ଦାସତ୍ୱର ବନ୍ଧନର ପ୍ରତିଟି ଚିହ୍ନକୁ ପଛରେ ପକାଇ ସାମୁଦ୍ରିକ ଭିତ୍ତିଭୂମିରେ ନୂତନ ମାଇଲଖୁଣ୍ଟ ସୃଷ୍ଟି କରୁଛି ।

ଗତ ଦଶନ୍ଧି ମଧ୍ୟରେ ଭାରତର ଉପକୂଳରେ ବିକାଶ ଅଭୂତପୂର୍ବ ଗତିରେ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ବନ୍ଦରଗୁଡ଼ିକର ଆଧୁନିକୀକରଣ, ଜଳପଥର ବିକାଶ ଏବଂ ଭାରତରେ ଜାହାଜ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରୟାସର ଉଦାହରଣ ସେ ଦେଇଥିଲେ । “ଏହି ଦିଗରେ ଲକ୍ଷ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯାଇଛି”, ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଭାରତର ଅଧିକାଂଶ ବନ୍ଦରର ଦ୍ୱିଗୁଣିତ ପରିଚାଳନା କ୍ଷମତା, ଘରୋଇ ପୁଞ୍ଜିନିବେଶରେ ବୃଦ୍ଧି ଏବଂ ଜାହାଜଗୁଡିକର ମାଲପରିବହନ ସମୟରେ ଉଲ୍ଲେଖନୀୟ ହ୍ରାସ ମାଧ୍ୟମରେ ଏହାର ଫଳାଫଳ ଦେଖାଯାଇପାରିବ । ଏହା ଦ୍ୱାରା ଶିଳ୍ପ ଓ ବ୍ୟବସାୟୀମାନେ ଲାଭବାନ ହୋଇଥିବା ବେଳେ ଯୁବବର୍ଗଙ୍କ ପାଇଁ ନୂଆ ନୂଆ ସୁଯୋଗ ସୃଷ୍ଟି ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ନାବିକମାନଙ୍କ ପାଇଁ ସୁବିଧା ମଧ୍ୟ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।

“ସମଗ୍ର ବିଶ୍ୱ ଆଜି ବାଧବାନ ବନ୍ଦର ଆଡକୁ ଚାହିଁଛି”, ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱର ବହୁତ କମ୍ ବନ୍ଦର ବାଧବାନ ବନ୍ଦରର ୨୦ ମିଟର ଗଭୀରତା ସହିତ ସମକକ୍ଷ ହୋଇପାରିବ । ରେଳ ଓ ରାଜପଥ ସଂଯୋଗ ଯୋଗୁଁ ଏହି ବନ୍ଦର ସମଗ୍ର ଅଞ୍ଚଳର ଅର୍ଥନୈତିକ ଦୃଶ୍ୟରେ ପରିବର୍ତ୍ତନ ଆଣିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ | ସମର୍ପିତ ପୂର୍ବାଞ୍ଚଳ ମାଲପରିବହନ କରିଡର ସହ ସଂଯୋଗ ଏବଂ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେର ନିକଟତରତା ହେତୁ ଏହା ନୂତନ ବ୍ୟବସାୟ ଏବଂ ଗୋଦାମ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ସେ ଉଲ୍ଲେଖ କରିଥିଲେ | ସେ ଆହୁରି ମଧ୍ୟ କହିଛନ୍ତି ଯେ ମାଲ ପରିବହନ ବର୍ଷସାରା ଏହି ଅଞ୍ଚଳଭିତରକୁ ଓ ବାହାରକୁ ପ୍ରବାହିତ ହେବ, ଯାହା ଦ୍ୱାରା ମହାରାଷ୍ଟ୍ରର ଲୋକମାନେ ଉପକୃତ ହେବେ।

ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ ଅଭିଯାନ’ କାର୍ଯ୍ୟକ୍ରମ ମାଧ୍ୟମରେ ମହାରାଷ୍ଟ୍ର ହାସଲ କରିଥିବା ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ମହାରାଷ୍ଟ୍ରର ବିକାଶ ମୋ ପାଇଁ ଏକ ବଡ଼ ପ୍ରାଥମିକତା। ଭାରତର ପ୍ରଗତିରେ ମହାରାଷ୍ଟ୍ରର ପ୍ରମୁଖ ଭୂମିକା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବିକାଶକୁ ଅଟକାଇବାକୁ ଚେଷ୍ଟା କରୁଥିବା ଲୋକଙ୍କ ପ୍ରୟାସକୁ ଦୁଃଖ ପ୍ରକାଶ କରିଥିଲେ ।

ପ୍ରାୟ ୬୦ ବର୍ଷ ଧରି ବଧବାନ ବନ୍ଦର ପ୍ରକଳ୍ପକୁ ଅଟକାଇବା ପାଇଁ ପୂର୍ବ ସରକାରଙ୍କ ପ୍ରୟାସକୁ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାମୁଦ୍ରିକ ବାଣିଜ୍ୟ ପାଇଁ ଭାରତକୁ ଏକ ନୂତନ ଏବଂ ଉନ୍ନତ ବନ୍ଦର ର ଆବଶ୍ୟକତା ଥିଲା କିନ୍ତୁ ୨୦୧୬ ପର୍ଯ୍ୟନ୍ତ ଏହି ଦିଗରେ କାର୍ଯ୍ୟ ଆରମ୍ଭ ହୋଇନଥିଲା । ଦେବେନ୍ଦ୍ର ଫଡନାଭିସ କ୍ଷମତାକୁ ଆସିବା ପରେ ଏହି ପ୍ରକଳ୍ପକୁ ଗମ୍ଭୀରତାର ସହ ନିଆଯାଇଥିଲା ଏବଂ ୨୦୨୦ ସୁଦ୍ଧା ପାଲଘରରେ ଏକ ବନ୍ଦର ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ସରକାର ପରିବର୍ତ୍ତନ ଯୋଗୁଁ ଏହି ପ୍ରକଳ୍ପ ଅଢ଼େଇ ବର୍ଷ ଧରି ଅଟକି ରହିଥିଲା। କେବଳ ଏହି ପ୍ରକଳ୍ପରେ ଅନେକ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ଏବଂ ଏଠାରେ ପ୍ରାୟ ୧୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଏହି ପ୍ରକଳ୍ପକୁ ଆଗକୁ ବଢିବାକୁ ଅନୁମତି ନ ଦେବା ପାଇଁ ସେ ପୂର୍ବ ସରକାରମାନଙ୍କୁ ମଧ୍ୟ ପ୍ରଶ୍ନ କରିଥିଲେ ।

ସମୁଦ୍ର ସମ୍ବନ୍ଧୀୟ ସୁଯୋଗ କ୍ଷେତ୍ରରେ ଭାରତର ମତ୍ସ୍ୟଜୀବୀ ସମ୍ପ୍ରଦାୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାର ହିତାଧିକାରୀଙ୍କ ସହ ତାଙ୍କର ବାର୍ତ୍ତାଳାପକୁ ମନେ ପକାଇ ପ୍ରଧାନମନ୍ତ୍ରୀ ସରକାରୀ ଯୋଜନା ଏବଂ ଏହାର ସେବା ଭାବନା ଯୋଗୁଁ ଗତ ୧୦ ବର୍ଷ ମଧ୍ୟରେ ଏହି କ୍ଷେତ୍ରର ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ । ଭାରତ ବିଶ୍ୱର ଦ୍ବିତୀୟ ବୃହତ୍ତମ ମାଛ ଉତ୍ପାଦନକାରୀ ଦେଶ ବୋଲି ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ରେ ଦେଶରେ ୮୦ ଲକ୍ଷ ଟନ୍ ମାଛ ଉତ୍ପାଦନ ହୋଇଥିବା ବେଳେ ଆଜି ୧୭୦ ଲକ୍ଷ ଟନ୍ ମାଛ ଉତ୍ପାଦନ ହେଉଛି। “ମାତ୍ର ୧୦ ବର୍ଷ ମଧ୍ୟରେ ମାଛ ଉତ୍ପାଦନ ଦ୍ୱିଗୁଣିତ ହୋଇଛି”, ସେ କହିଥିଲେ। ସେ ଭାରତର ବଢୁଥିବା ସାମୁଦ୍ରିକ ଖାଦ୍ୟ ରପ୍ତାନି ବିଷୟରେ ମଧ୍ୟ କହିଥିଲେ ଏବଂ ୧୦ ବର୍ଷ ପୂର୍ବେ ୨୦ ହଜାର କୋଟି ଟଙ୍କାରୁ କମ୍ ମୂଲ୍ୟର ଚିଙ୍ଗୁଡ଼ି ରପ୍ତାନିର ଉଦାହରଣ ଦେଇଛନ୍ତି । “ଚିଙ୍ଗୁଡ଼ି ରପ୍ତାନି ମଧ୍ୟ ଆଜି ଦ୍ୱିଗୁଣିତ ହୋଇଛି”, ସେ ଆହୁରି ମଧ୍ୟ କହିଥିଲେ ଯେ ଏହାର ସଫଳତାର ଶ୍ରେୟ ନୀଳ ବିପ୍ଳବ ଯୋଜନାକୁ ଦିଆଯାଇଛି ଯାହା ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସାହାଯ୍ୟ କରିଛି ।

ମତ୍ସ୍ୟ ଚାଷ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ହଜାର ହଜାର ମହିଳାଙ୍କୁ ସହାୟତା କରିବା ବିଷୟରେ ଉଲ୍ଲେଖ କରିଥିଲେ । ସେ ଉନ୍ନତ ଜ୍ଞାନକୌଶଳ ଏବଂ ଉପଗ୍ରହ ବିଷୟରେ କହିଥିଲେ ଏବଂ ଆଜି ଭେସେଲ କମ୍ୟୁନିକେସନ ସିଷ୍ଟମର ଶୁଭାରମ୍ଭ ବିଷୟରେ ଉଲ୍ଲେଖ କରିଥିଲେ ଯାହା ମତ୍ସ୍ୟଜୀବୀ ସମୁଦାୟ ପାଇଁ ଆଶୀର୍ବାଦ ପାଲଟିବ । ମତ୍ସ୍ୟଜୀବୀମାନେ ସେମାନଙ୍କ ପରିବାର, ଡଙ୍ଗା ମାଲିକ, ମତ୍ସ୍ୟ ବିଭାଗ ଏବଂ ତଟରକ୍ଷୀ ବାହିନୀ ସହ ନିରବଚ୍ଛିନ୍ନ ଯୋଗାଯୋଗ ସ୍ଥାପନ କରିବା ପାଇଁ ବ୍ୟବହୃତ ଜାହାଜରେ ୧ ଲକ୍ଷ ଟ୍ରାନ୍ସପଣ୍ଡର ସ୍ଥାପନ କରିବାକୁ ସରକାର ଯୋଜନା କରିଛନ୍ତି ବୋଲି ଶ୍ରୀ ମୋଦୀ ଘୋଷଣା କରିଥିଲେ। ଏହା ଦ୍ୱାରା ମତ୍ସ୍ୟଜୀବୀମାନେ ଜରୁରୀକାଳୀନ ପରିସ୍ଥିତି, ବାତ୍ୟା କିମ୍ବା କୌଣସି ଅପ୍ରୀତିକର ଘଟଣା ସମୟରେ ଉପଗ୍ରହ ସାହାଯ୍ୟରେ ଯୋଗାଯୋଗ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ଜୀବନ ବଞ୍ଚାଇବା ସରକାରଙ୍କ ପ୍ରାଥମିକତା ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ମତ୍ସ୍ୟଜୀବୀଙ୍କ ଜାହାଜକୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ୧୧୦ରୁ ଅଧିକ ମାଛଧରା ବନ୍ଦର ଓ ଅବତରଣ କେନ୍ଦ୍ର ନିର୍ମାଣ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। କୋଲ୍ଡ ଚେନ୍‍, ପ୍ରକ୍ରିୟାକରଣ ସୁବିଧା, ଡଙ୍ଗା ପାଇଁ ଋଣ ଯୋଜନା ଏବଂ ପିଏମ ମତ୍ସ୍ୟ ସମ୍ପଦ ଯୋଜନାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉପକୂଳବର୍ତ୍ତୀ ଗ୍ରାମଗୁଡିକର ବିକାଶ ଉପରେ ସରକାର ଅଧିକ ଧ୍ୟାନ ଦେଉଥିବା ବେଳେ ମତ୍ସ୍ୟଜୀବୀ ସରକାରୀ ସଂଗଠନଗୁଡ଼ିକୁ ମଧ୍ୟ ସୁଦୃଢ଼ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ସରକାର ସର୍ବଦା ପଛୁଆ ବର୍ଗର ଲୋକଙ୍କ ପାଇଁ କାମ କରିଛନ୍ତି ଏବଂ ବଞ୍ଚିତମାନଙ୍କୁ ସୁଯୋଗ ଦେଇଛନ୍ତି, କିନ୍ତୁ ପୂର୍ବ ସରକାରମାନଙ୍କ ଦ୍ୱାରା ଗଠିତ ନୀତିରେ ଦେଶର ଏତେ ବଡ଼ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ପାଇଁ ଗୋଟିଏ ବି ବିଭାଗ ନଥିବା ମତ୍ସ୍ୟଜୀବୀ ଏବଂ ଆଦିବାସୀ ସମ୍ପ୍ରଦାୟକୁ ସର୍ବଦା ତଳ ସ୍ତରରରେ ରଖାଯାଇଛି । ଆମ ସରକାର ହିଁ ଉଭୟ ମତ୍ସ୍ୟଜୀବୀ ଓ ଆଦିବାସୀ ସମ୍ପ୍ରଦାୟ ପାଇଁ ଅଲଗା ମନ୍ତ୍ରଣାଳୟ ଗଠନ କରିଛନ୍ତି। ଆଜି ଅବହେଳିତ ଆଦିବାସୀ ଅଂଚଳ ପ୍ରଧାନମନ୍ତ୍ରୀ ଜନମନ ଯୋଜନାର ଲାଭ ଉଠାଉଛନ୍ତି ଏବଂ ଆମର ଆଦିବାସୀ ଓ ମତ୍ସ୍ୟଜୀବୀ ସମ୍ପ୍ରଦାୟ ଆମ ଦେଶର ବିକାଶ ଦିଗରେ ଏକ ବଡ଼ ଅବଦାନ ଦେଉଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ମହିଳାଙ୍କ ନେତୃତ୍ବାଧୀନ ବିକାଶ ଆଭିମୁଖ୍ୟ ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ମହାରାଷ୍ଟ୍ର ଦେଶ ପାଇଁ ମହିଳା ସଶକ୍ତୀକରଣର ମାର୍ଗ ନିର୍ଦ୍ଧାରଣ କରୁଛି । ମହାରାଷ୍ଟ୍ରର ଅନେକ ଉଚ୍ଚ ପଦବୀରେ ମହିଳାମାନେ ଉତ୍କୃଷ୍ଟ କାର୍ଯ୍ୟ କରୁଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ରାଜ୍ୟର ଇତିହାସରେ ପ୍ରଥମ ଥର ପାଇଁ ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟ ପ୍ରଶାସନକୁ ମାର୍ଗଦର୍ଶନ କରୁଥିବା ସୁଜାତା ସୌନିକ, ରାଜ୍ୟ ପୁଲିସ ବଳର ନେତୃତ୍ୱ ନେଉଥିବା ଡିଜିପି ରଶ୍ମି ଶୁକ୍ଳା, ରାଜ୍ୟ ବନ ବାହିନୀର ମୁଖ୍ୟ ଭାବେ ଶୋମିତା ବିଶ୍ୱାସ ଏବଂ ରାଜ୍ୟର ଆଇନ ବିଭାଗର ମୁଖ୍ୟ ଭାବେ ସୁବର୍ଣ୍ଣ କେଓ୍ଵାଲେ ଦାୟିତ୍ୱ ତୁଲାଉଛନ୍ତି ବୋଲି ଉଲ୍ଲେଖ କରିଥିଲେ। ସେ ରାଜ୍ୟର ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ ଭାବେ ଜୟା ଭଗତ, ମୁମ୍ବାଇରେ ସୀମା ଶୁଳ୍କ ବିଭାଗର ନେତୃତ୍ୱ ନେଉଥିବା ପ୍ରାଚୀ ସ୍ୱରୂପ ଏବଂ ମୁମ୍ବାଇ ମେଟ୍ରୋର ଏମଡି ଭାବରେ ଅଶ୍ୱିନୀ ଭିଡେଙ୍କ ବିଷୟରେ ଉଲ୍ଲେଖ କରିଥିଲେ | ଉଚ୍ଚଶିକ୍ଷା କ୍ଷେତ୍ରରେ ମହାରାଷ୍ଟ୍ରର ମହିଳାମାନଙ୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି ଲେଫ୍ଟନାଣ୍ଟ ଜେନେରାଲ ଡକ୍ଟର ମାଧୁରୀ କାନିତକର ଏବଂ ମହାରାଷ୍ଟ୍ର ଦକ୍ଷତା ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଡ. ଅପୂର୍ବ ପାଲକରଙ୍କ ବିଷୟରେ ଉଲ୍ଲେଖ କରିଥିଲେ । ଏକବିଂଶ ଶତାବ୍ଦୀର ନାରୀ ଶକ୍ତି ସମାଜକୁ ଏକ ନୂଆ ଦିଗ ଦେବାକୁ ପ୍ରସ୍ତୁତ ବୋଲି ଏହି ମହିଳାଙ୍କ ସଫଳତା ପ୍ରମାଣ ବୋଲି ଶ୍ରୀ ମୋଦୀ କହିଥିଲେ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସରକାର ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’ର ବିଶ୍ୱାସ ନେଇ କାମ କରୁଛି। ମହାରାଷ୍ଟ୍ରବାସୀଙ୍କ ସହଯୋଗରେ ରାଜ୍ୟ ବିକାଶର ନୂତନ ଶିଖରରେ ପହଞ୍ଚିବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ସିପି ରାଧାକ୍ରିଷ୍ଣନ, ମହାରାଷ୍ଟ୍ର ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଶ୍ରୀ ଅଜିତ ପାୱାର, କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ବାଧବାନ ବନ୍ଦରର ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପର ମୋଟ ମୂଲ୍ୟ ପ୍ରାୟ ୭୬,୦୦୦ କୋଟି ଟଙ୍କା । ଏହା ଏକ ବିଶ୍ୱସ୍ତରୀୟ ସାମୁଦ୍ରିକ ପ୍ରବେଶ ପଥ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି ଯାହା ବଡ଼ କଣ୍ଟେନର ଜାହାଜଗୁଡିକୁ ପୂରଣ କରିବା, ଗଭୀର ବନ୍ଦରର ସେବା ପ୍ରଦାନ କରିବା ଏବଂ ଅତ୍ୟାଧୁନିକ ବୃହତ ମାଲବାହୀ ଜାହାଜଗୁଡିକୁ ରଖିବା ଦ୍ୱାରା ଦେଶର ବାଣିଜ୍ୟ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ।

ପାଲଘର ଜିଲ୍ଲାର ଦହାନୁ ସହର ନିକଟରେ ଅବସ୍ଥିତ ବଦ୍ଧବନ ବନ୍ଦର ଭାରତର ସର୍ବବୃହତ ଗଭୀର ଜଳ ବନ୍ଦର ହେବ ଏବଂ ଅନ୍ତର୍ଜାତୀୟ ଜାହାଜ ଚଳାଚଳ ମାର୍ଗକୁ ସିଧାସଳଖ ସଂଯୋଗ ପ୍ରଦାନ କରିବ, ପରିବହନ ସମୟ ଏବଂ ଖର୍ଚ୍ଚ ହ୍ରାସ କରିବ । ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଭିତ୍ତିଭୂମି ରେ ସଜ୍ଜିତ ଏହି ବନ୍ଦରରେ ଗଭୀର ବର୍ଥ, ଦକ୍ଷ ମାଲ ପରିବହନ ସୁବିଧା ଏବଂ ଅତ୍ୟାଧୁନିକ ବନ୍ଦର ପରିଚାଳନା ବ୍ୟବସ୍ଥା ରହିବ। ଏହି ବନ୍ଦର ଉଲ୍ଲେଖନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ସ୍ଥାନୀୟ ବ୍ୟବସାୟକୁ ଉତ୍ସାହିତ କରିବ ଏବଂ ଏହି ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ବିକାଶରେ ଯୋଗଦାନ କରିବ ବୋଲି ଆଶା କରାଯାଉଛି । ବାଧବାନ ବନ୍ଦର ପ୍ରକଳ୍ପରେ ପରିବେଶ ପ୍ରଭାବକୁ ହ୍ରାସ କରିବା ଏବଂ କଠୋର ପରିବେଶ ମାନଦଣ୍ଡ ଅନୁସରଣ କରିବା ଉପରେ ଧ୍ୟାନ ଦେବା ସହିତ ସ୍ଥାୟୀ ବିକାଶ ଅଭ୍ୟାସକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ବନ୍ଦର କାର୍ଯ୍ୟକ୍ଷମ ହେଲେ ଭାରତର ସାମୁଦ୍ରିକ ଯୋଗାଯୋଗ ବୃଦ୍ଧି ପାଇବ ଏବଂ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଭାବେ ଏହାର ସ୍ଥିତି ଆହୁରି ସୁଦୃଢ଼ ହେବ।

ସମଗ୍ର ଦେଶରେ ଏହି କ୍ଷେତ୍ରର ଭିତ୍ତିଭୂମି ଏବଂ ଉତ୍ପାଦକତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ପ୍ରାୟ ୧୫୬୦ କୋଟି ଟଙ୍କାର ୨୧୮ଟି ମତ୍ସ୍ୟ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ । ଏହି ପଦକ୍ଷେପ ଦ୍ୱାରା ମତ୍ସ୍ୟ କ୍ଷେତ୍ରରେ ପାଞ୍ଚ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ପ୍ରଧାନମନ୍ତ୍ରୀ ପାଖାପାଖି ୩୬୦ କୋଟି ଟଙ୍କା ବ୍ୟୟରେ ଜାହାଜ ଯୋଗାଯୋଗ ଏବଂ ସମର୍ଥନ ବ୍ୟବସ୍ଥାର ଜାତୀୟ କାର୍ଯ୍ୟକାରିତାର ଶୁଭାରମ୍ଭ କରିଥିଲେ । ଏହି ପ୍ରକଳ୍ପ ଅଧୀନରେ ଉପକୂଳବର୍ତ୍ତୀ ୧୩ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଯାନ୍ତ୍ରିକ ଏବଂ ମୋଟରଚାଳିତ ମାଛଧରା ଜାହାଜରେ ପର୍ଯ୍ୟାୟକ୍ରମେ ୧ ଲକ୍ଷ ଟ୍ରାନ୍ସପଣ୍ଡର ସ୍ଥାପନ କରାଯିବ। ଜାହାଜ ଯୋଗାଯୋଗ ଏବଂ ସମର୍ଥନ ବ୍ୟବସ୍ଥା ଇସ୍ରୋ ଦ୍ୱାରା ବିକଶିତ ସ୍ୱଦେଶୀ ଜ୍ଞାନକୌଶଳ, ଯାହା ମତ୍ସ୍ୟଜୀବୀମାନେ ସମୁଦ୍ରରେ ଥିବା ସମୟରେ ଦ୍ୱିପାକ୍ଷିକ ଯୋଗାଯୋଗ ସ୍ଥାପନ କରିବାରେ ସହାୟକ ହେବ ଏବଂ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ସହିତ ଆମ ମତ୍ସ୍ୟଜୀବୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ମାଛଧରା ବନ୍ଦର ଏବଂ ସମନ୍ବିତ ଆକ୍ୱାପାର୍କର ବିକାଶ ସହିତ ପୁନଃ ବ୍ୟବହାର ଯୋଗ୍ୟ ଜଳ ଦ୍ବରା ଚାଷ ପ୍ରଣାଳୀ ଏବଂ କୁଣ୍ଡରେ ମାଛଚାଷ ପରି ଉନ୍ନତ ଜ୍ଞାନକୌଶଳ ଗ୍ରହଣ କରିବା ଅନ୍ତର୍ଭୁକ୍ତ । ମତ୍ସ୍ୟ ଉତ୍ପାଦନ ବୃଦ୍ଧି, ଅମଳ ପରବର୍ତ୍ତୀ ପରିଚାଳନାରେ ଉନ୍ନତି ଆଣିବା ଏବଂ ମତ୍ସ୍ୟ ଚାଷ କ୍ଷେତ୍ରରେ ସଂପୃକ୍ତ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସ୍ଥାୟୀ ଜୀବିକା ସୃଷ୍ଟି କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଏବଂ ଉନ୍ନତ ମାନର ଉପକରଣ ଯୋଗାଇବା ପାଇଁ ଏକାଧିକ ରାଜ୍ୟରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯିବ।

ପ୍ରଧାନମନ୍ତ୍ରୀ ମାଛଧରା ବନ୍ଦର, ମାଛ ଅବତରଣ କେନ୍ଦ୍ର, ମାଛ ମାର୍କେଟ ନିର୍ମାଣ ଏବଂ ବିକାଶ, ଉନ୍ନତିକରଣ ଏବଂ ଆଧୁନିକୀକରଣ ସମେତ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହାଦ୍ୱାରା ମାଛ ଓ ସାମୁଦ୍ରିକ ଖାଦ୍ୟର ଅମଳ ପରବର୍ତ୍ତୀ ପରିଚାଳନା ପାଇଁ ଆବଶ୍ୟକ ସୁବିଧା ଓ ପରିଷ୍କାର ପରିବେଶ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ମହାରାଷ୍ଟ୍ର ଓ ରାଜସ୍ଥାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ଆଜି ମହାରାଷ୍ଟ୍ରର ଜଲଗାଓଁ ଏବଂ ରାଜସ୍ଥାନର ଯୋଧପୁର ଗସ୍ତ କରିବେ। ସକାଳ ପ୍ରାୟ ୧୧:୧୫ ସମୟରେ, ପ୍ରଧାନମନ୍ତ୍ରୀ ଲକ୍ଷପତି ଦିଦି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଅପରାହ୍ନ ପ୍ରାୟ ୪:୩୦ ସମୟରେ, ପ୍ରଧାନମନ୍ତ୍ରୀ ଯୋଧପୁରରେ ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ :

ଲକ୍ଷପତି ଦିଦି ସମ୍ମିଳନୀରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ଜଲଗାଓଁ ଗସ୍ତ କରିବେ। ସେଠାରେ ସେ ୧୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହ ସମ୍ମାନିତ କରିବେ, ଯେଉଁମାନେ ନିକଟରେ ଏନ୍‌ଡିଏ ସରକାରର ତୃତୀୟ କାର୍ଯ୍ୟକାଳରେ ଲକ୍ଷପତି ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଲକ୍ଷପତି ଦିଦିଙ୍କ ସହ ମଧ୍ୟ ଆଲୋଚନା କରିବେ।

ପ୍ରଧାନମନ୍ତ୍ରୀ ୨,୫୦୦ କୋଟି ଟଙ୍କାର ଏକ ରିଭଲ୍‌ଭିଙ୍ଗ୍ ଫଣ୍ଡ୍ ଜାରି କରିବେ, ଯାହା ଦ୍ୱାରା ୪.୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ପ୍ରାୟ ୪୮ ଲକ୍ଷ ସଦସ୍ୟ ଲାଭବାନ ହେବେ। ସେ ମଧ୍ୟ ୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରିବେ, ଯାହା ଦ୍ୱାରା ୨.୩୫ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ପ୍ରାୟ ୨୫.୮ ଲକ୍ଷ ସଦସ୍ୟ ଉପକୃତ ହେବେ।

ଲକ୍ଷପତି ଦିଦି ଯୋଜନା ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯାଇଛି। ଆଗାମୀ ଦିନରେ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ରାଜସ୍ଥାନରେ ପ୍ରଧାନମନ୍ତ୍ରୀ:

ଯୋଧପୁର ହାଇକୋର୍ଟ ପରିସରରେ ଆୟୋଜିତ ହେବାକୁ ଥିବା ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍ ଜୟନ୍ତୀ ଉତ୍ସବର ଉଦ୍‌ଯାପନ ସମାରୋହରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ମଧ୍ୟ ରାଜସ୍ଥାନ ହାଇକୋର୍ଟ ସଂଗ୍ରହାଳୟର ଉଦ୍‌ଘାଟନ କରିବେ।

Categories
ଆଜିର ଖବର ଜାତୀୟ ଖବର

ଆଜି ପ୍ରଧାନମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ: ୨୯,୪୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ମୁମ୍ବାଇ ଗସ୍ତ କରିବେ। ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ଗୋରେଗାଓଁସ୍ଥିତ ନେସ୍କୋ ପ୍ରଦର୍ଶନୀ କେନ୍ଦ୍ରରେ ପହଞ୍ଚିବେ, ଯେଉଁଠାରେ ସେ ୨୯,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ, ରେଳବାଇ ଏବଂ ବନ୍ଦର କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ ତଥା ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ଶିଳାନ୍ୟାସ କରିବେ। ଏହା ପରେ ସନ୍ଧ୍ୟା ପ୍ରାୟ ୭ଟାରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସର ଜି – ବ୍ଲକରେ ଥିବା ଭାରତୀୟ ଖବରକାଗଜ ସୋସାଇଟି (ଆଇଏନ୍‌ଏସ୍‌) ସଚିବାଳୟକୁ ଯାଇ ଆଇଏନ୍‌ଏସ୍ ଟାୱାରର ଉଦଘାଟନ କରିବେ।

ପ୍ରଧାନମନ୍ତ୍ରୀ ୧୬,୬୦୦ କୋଟି ଟଙ୍କାର ଥାନେ ବୋରିଭ୍ୟାଲି ଟନେଲ ପ୍ରକଳ୍ପର ଶିଳାନ୍ୟାସ କରିବେ। ଥାନେ ଏବଂ ବୋରିଭ୍ୟାଲି ଆଲାଇନମେଣ୍ଟ ମଧ୍ୟରେ ଏହି ଯମଜ ଟ୍ୟୁବ୍ ଟନେଲ ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ ତଳ ଦେଇ ଅତିକ୍ରମ କରିବ ଯାହା ବୋରିଭ୍ୟାଲି ପଟରେ ୱେଷ୍ଟର୍ଣ୍ଣ ଏକ୍ସପ୍ରେସ ରାଜପଥ ଏବଂ ଥାନେ ପଟରେ ଥାନେ ଘୋଡବନ୍ଦର ରୋଡ୍ ମଧ୍ୟରେ ସିଧାସଳଖ ସଂଯୋଗ ସୃଷ୍ଟି କରିବ। ପ୍ରକଳ୍ପର ମୋଟ ଦୈର୍ଘ୍ୟ ୧୧.୮ କିଲୋମିଟର। ଏହା ଦ୍ୱାରା ଥାନେରୁ ବୋରିଭ୍ୟାଲି ପର୍ଯ୍ୟନ୍ତ ଯାତ୍ରା ୧୨ କିଲୋମିଟର ହ୍ରାସ ପାଇବ ଏବଂ ଯାତ୍ରା କରିବାର ସମୟରେ ପ୍ରାୟ ୧ ଘଣ୍ଟା ସଞ୍ଚୟ ହେବ।

ପ୍ରଧାନମନ୍ତ୍ରୀ ୬୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗୋରେଗାଓଁ ମୁଲୁନ୍ଦ ଲିଙ୍କ୍ ରୋଡ୍ (ଜିଏମଏଲଆର) ପ୍ରକଳ୍ପରେ ଟନେଲ କାର୍ଯ୍ୟର ଶିଳାନ୍ୟାସ କରିବେ। ଜିଏମଏଲଆର ଗୋରେଗାଓଁ ଠାରେ ୱେଷ୍ଟର୍ଣ୍ଣ ଏକ୍ସପ୍ରେସ ରାଜପଥରୁ ମୁଲୁନ୍ଦ ଠାରେ ଇଷ୍ଟର୍ଣ୍ଣ ଏକ୍ସପ୍ରେସ ରାଜପଥ ପର୍ଯ୍ୟନ୍ତ ସଡକ ସଂଯୋଗର ପରିକଳ୍ପନା କରିଛି। ଜିଏମଏଲଆରର ମୋଟ ଦୈର୍ଘ୍ୟ ପ୍ରାୟ ୬.୬୫ କିଲୋମିଟର ଏବଂ ଏହା ନବୀ ମୁମ୍ବାଇ ଏବଂ ପୁଣେ ମୁମ୍ବାଇ ଏକ୍ସପ୍ରେସୱେରେ ନୂତନ ପ୍ରସ୍ତାବିତ ବିମାନବନ୍ଦର ସହିତ ପଶ୍ଚିମ ଉପନଗରକୁ ସିଧାସଳଖ ସଂଯୋଗ ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ ନବୀ ମୁମ୍ବାଇର ତୁର୍ଭେଠାରେ ମଧ୍ୟ କଲ୍ୟାଣ ୟାର୍ଡ ରିମଡେଲିଂ ଏବଂ ଗତି ଶକ୍ତି ମଲ୍ଟି ମୋଡାଲ୍ କାର୍ଗୋ ଟର୍ମିନାଲର ଶିଳାନ୍ୟାସ କରିବେ। କଲ୍ୟାଣ ୟାର୍ଡ ଦୀର୍ଘତମ ଦୂରତା ଏବଂ ଉପନଗରୀ ଟ୍ରାଫିକକୁ ଅଲଗା କରିବାରେ ସାହାଯ୍ୟ କରିବ। ଏହି ରିମଡେଲିଂ ଦ୍ୱାରା ୟାର୍ଡର ଅଧିକ ଟ୍ରେନ୍ ପରିଚାଳନା କ୍ଷମତା ବୃଦ୍ଧି ପାଇବ, ଭିଡ଼ କମିବ ଏବଂ ଟ୍ରେନ୍ ଚଳାଚଳର ଦକ୍ଷତାରେ ଉନ୍ନତି ଘଟିବ। ନବୀ ମୁମ୍ବାଇରେ ଗତି ଶକ୍ତି ମଲ୍ଟି ମୋଡାଲ କାର୍ଗୋ ଟର୍ମିନାଲ ୩୨୬୦୦ ବର୍ଗ ମିଟରରୁ ଅଧିକ କ୍ଷେତ୍ରରେ ନିର୍ମିତ ହେବ। ଏହା ସ୍ଥାନୀୟ ଲୋକଙ୍କୁ ଅତିରିକ୍ତ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ଏବଂ ସିମେଣ୍ଟ ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡ଼ିକର ପରିଚାଳନା ପାଇଁ ଏକ ଅତିରିକ୍ତ ଟର୍ମିନାଲ ଭାବରେ କାର୍ଯ୍ୟ କରିବ।

ପ୍ରଧାନମନ୍ତ୍ରୀ ଲୋକମାନ୍ୟ ତିଳକ ଟର୍ମିନସରେ ନୂତନ ପ୍ଲାଟଫର୍ମ ଏବଂ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ଷ୍ଟେସନରେ ପ୍ଲାଟଫର୍ମ ନମ୍ବର ୧୦ ଏବଂ ୧୧ର ସମ୍ପ୍ରସାରଣକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଲୋକମାନ୍ୟ ତିଳକ ଟର୍ମିନସରେ ନୂତନ ଦୀର୍ଘ ପ୍ଲାଟଫର୍ମରେ ଲମ୍ବା ଟ୍ରେନ୍ ଚଳାଚଳ କରି ପାରିବ, ଯାହା ଟ୍ରେନ୍ ପିଛା ଅଧିକ ଯାତ୍ରୀଙ୍କୁ ପରିବହନ କରିବାର ସୁଯୋଗ ଦେଇ ପାରିବ ଏବଂ ବର୍ଦ୍ଧିତ ଟ୍ରାଫିକ୍ ପରିଚାଳନା ପାଇଁ ଷ୍ଟେସନର କ୍ଷମତାରେ ଉନ୍ନତି ଆଣି ପାରିବ। ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧୦ ଓ ୧୧କୁ କଭର ସେଡ୍ ଏବଂ ଧୋଇବା ଯୋଗ୍ୟ ଆପ୍ରୋନ୍ ସହିତ ୩୮୨ ମିଟର ବୃଦ୍ଧି କରାଯାଇଛି। ଏହା ଦ୍ୱାରା ୨୪ଟି କୋଚ୍ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳରେ ସହାୟକ ହେବ ଏବଂ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇବ।

ପ୍ରଧାନମନ୍ତ୍ରୀ ପାଖାପାଖି ୫୬୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ ଯୁବ କାର୍ଯ୍ୟ ପ୍ରଶିକ୍ଷଣ ଯୋଜନାର ଶୁଭାରମ୍ଭ କରିବେ। ୧୮ରୁ ୩୦ ବର୍ଷ ବୟସର ଯୁବକମାନଙ୍କ ପାଇଁ ଦକ୍ଷତା ବୃଦ୍ଧି ଏବଂ ଶିଳ୍ପାନୁଷ୍ଠାନ ପ୍ରଦର୍ଶନର ସୁଯୋଗ ପ୍ରଦାନ କରି ଯୁବ ବେକାରୀ ସମସ୍ୟାର ସମାଧାନ କରିବା ଉଦ୍ଦେଶ୍ୟରେ ଏହା ଏକ ପରିବର୍ତ୍ତନଶୀଳ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ।

ପ୍ରଧାନମନ୍ତ୍ରୀ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଥିବା ଇଣ୍ଡିଆନ୍ ନ୍ୟୁଜ୍ ପେପର ସୋସାଇଟି (ଆଇଏନ୍‌ଏସ୍‌) ସଚିବାଳୟ ପରିଦର୍ଶନ କରି ଆଇଏନ୍‌ଏସ୍ ଟାୱାରର ଉଦଘାଟନ କରିବେ। ଏହି ନୂତନ କୋଠା ମୁମ୍ବାଇରେ ଏକ ଆଧୁନିକ ଏବଂ ଦକ୍ଷ କାର୍ଯ୍ୟାଳୟ ସ୍ଥାନ ପାଇଁ ଆଇଏନଏସର ସଦସ୍ୟ ମାନଙ୍କର ପରିବର୍ତ୍ତିତ ଆବଶ୍ୟକତା ଗୁଡ଼ିକୁ ପୂରଣ କରିବ, ଯାହା ମୁମ୍ବାଇର ଖବରକାଗଜ ଶିଳ୍ପ ପାଇଁ ସ୍ନାୟୁ କେନ୍ଦ୍ର ଭାବରେ କାର୍ଯ୍ୟ କରିବ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ମହାରାଷ୍ଟ୍ରରେ ଜିକା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟଗୁଡ଼ିକୁ ଉପଦେଶାବଳୀ ଜାରି

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜିକା ଭୂତାଣୁ ସଂକ୍ରମଣର କିଛି ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚଏସ) ଡକ୍ଟର ଅତୁଲ ଗୋଏଲ ରାଜ୍ୟମାନଙ୍କୁ ଏକ ଉପଦେଶାବଳୀ ଜାରି କରି ଦେଶରେ ଜିକା ଭୂତାଣୁର ସ୍ଥିତି ଉପରେ ନିରନ୍ତର ନଜର ରଖିବାର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି।

ଯେହେତୁ ଜିକା ଭୁତାଣୁ ପ୍ରଭାବିତ ଗର୍ଭବତୀ ମହିଳାଙ୍କ ଭ୍ରୁଣର ମାଇକ୍ରୋସେଫାଲି ଏବଂ ସ୍ନାୟବିକ ପରିଣାମ ସହିତ ଜଡିତ, ତେଣୁ ରାଜ୍ୟ ଗୁଡ଼ିକର ଡାକ୍ତରମାନଙ୍କୁ ଅତି ସତର୍କତାର ସହିତ ଏହାର ତଦାରଖ କରିବା ପାଇଁ ପରାମର୍ଶ ଦିଆଯାଇଛି । ଜିକା ଭୂତାଣୁ ସଂକ୍ରମଣ ପାଇଁ ଗର୍ଭବତୀ ମହିଳା ମାନଙ୍କର ଯାଂଚ କରିବା, ଜିକା ଭୂତାଣୁ ଦ୍ୱାରା ସଂକ୍ରମିତ ଭାବରେ ଚିହ୍ନଟ ହୋଇଥିବା ଗର୍ଭବତୀ ମାଆଙ୍କ ଭ୍ରୂଣର ବିକାଶ ଉପରେ ନଜର ରଖିବା ଏବଂ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରଭାବିତ ଅଞ୍ଚଳର ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ପ୍ରଭାବିତ ଅଞ୍ଚଳରୁ ଆସୁଥିବା ମାଆ ମାନଙ୍କର ଭଲ ଭାବରେ ଯାଂଚ କରିବାକୁ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ନିର୍ଦ୍ଦେଶ ଦେବାକୁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଛି । ଏଡିସ ମଶା ମୁକ୍ତ ରଖିବା ପାଇଁ ତଦାରଖ ଏବଂ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଜଣେ ନୋଡାଲ ଅଫିସର ଚିହ୍ନଟ କରିବାକୁ ସ୍ୱାସ୍ଥ୍ୟ କେନ୍ଦ୍ର/ ଡାକ୍ତରଖାନାଗୁଡ଼ିକୁ ପରାମର୍ଶ ଦେବାକୁ ମଧ୍ୟ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଆବାସିକ ଅଞ୍ଚଳ, କର୍ମକ୍ଷେତ୍ର, ବିଦ୍ୟାଳୟ, ନିର୍ମାଣ ସ୍ଥଳ, ଅନୁଷ୍ଠାନ ଏବଂ ସ୍ୱାସ୍ଥ୍ୟ ସୁବିଧାରେ କୀଟ ବିଜ୍ଞାନ ନିରୀକ୍ଷଣକୁ ସୁଦୃଢ଼ କରିବା ଏବଂ ଭେକ୍ଟର ନିୟନ୍ତ୍ରଣ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ଉପରେ ରାଜ୍ୟଗୁଡ଼ିକ ଗୁରୁତ୍ୱାରୋପ କରିବାକୁ କୁହାଯାଇଛନ୍ତି । ଜିକା ଭୂତାଣୁର ସଂକ୍ରମଣ ଅନ୍ୟ ଯେ କୌଣସି ଭୂତାଣୁ ସଂକ୍ରମଣ ପରି ହୋଇଥିବାରୁ ଏବଂ ଅଧିକାଂଶ ମାମଲା ଲକ୍ଷଣ ବିହୀନ ତଥା ସାମାନ୍ୟ ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ଏ ବାବଦରେ ଆତଙ୍କକୁ କମ୍ କରିବା ପାଇଁ ସାମାଜିକ ଗଣମାଧ୍ୟମ ଏବଂ ଅନ୍ୟ ପ୍ଲାଟଫର୍ମରେ ସତର୍କତାମୂଳକ ଆଇଇସି ବାର୍ତ୍ତା ମାଧ୍ୟମରେ ସଚେତନତା ସୃଷ୍ଟି କରିବା ନିମନ୍ତେ ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି । ଯଦିଓ ଏହା ମାଇକ୍ରୋସେଫାଲି ସହ ଜଡ଼ିତ ବୋଲି କୁହାଯାଉଛି, କିନ୍ତୁ ୨୦୧୬ ପରଠାରୁ ଦେଶରେ କୌଣସି ଜିକା ସମ୍ବନ୍ଧିତ ମାଇକ୍ରୋସେଫାଲିର ରିପୋର୍ଟ ସାମ୍ନାକୁ ଆସିନାହିଁ ।

\ଯେ କୌଣସି ସମ୍ଭାବ୍ୟ ସଂକ୍ରମଣ/ପ୍ରକୋପକୁ ଠିକ୍ ସମୟରେ ଚିହ୍ନଟ ଏବଂ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ କର୍ତ୍ତୃପକ୍ଷମାନଙ୍କୁ ସତର୍କ, ପ୍ରସ୍ତୁତ ଏବଂ ସମସ୍ତ ସ୍ତରରେ ଉପଯୁକ୍ତ ଲଜିଷ୍ଟିକ୍ ଉପଲବ୍ଧତା ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି । ଏଥି ସହିତ ଏ ବାବଦରେ ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ (ଆଇଡିଏସପି) ଏବଂ ନ୍ୟାସନାଲ ସେଣ୍ଟର ଫର ଭେକ୍ଟର ବର୍ଣ୍ଣ ଡିଜିଜ୍ କଣ୍ଟ୍ରୋଲ (ଏନସିଭିବିଡିସି)କୁ ତୁରନ୍ତ ରିପୋର୍ଟ କରିବାକୁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଛି ।

ପୁଣେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନ୍‌ଆଇଭି)ରେ ଜିକା ପରୀକ୍ଷା ସୁବିଧା ଉପଲବ୍ଧ ରହିଛି । ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି), ଦିଲ୍ଲୀ ଏବଂ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର କିଛି ଚୟନ ହୋଇଥିବା ଭୂତାଣୁ ଗବେଷଣା ଏବଂ ନିଦାନ ପରୀକ୍ଷାଗାରରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେଉଛି । ଏହାର ମଧ୍ୟ ଉଚ୍ଚ ସ୍ତରରେ ସମୀକ୍ଷା କରାଯାଉଛି ।

ଡିଜିଏଚଏସ୍ ମଧ୍ୟ ଏ ସମ୍ପର୍କରେ ଏପ୍ରିଲ ୨୬ ତାରିଖରେ ଏକ ଉପଦେଶାବଳୀ ଜାରି କରିଥିଲା ଏବଂ ଏନସିଭିବିଡିସି ନିର୍ଦ୍ଦେଶକ ୨୦୨୪ ଫେବୃଆରୀ ଏବଂ ଏପ୍ରିଲରେ ଭେକ୍ଟର ମଶା ଦ୍ୱାରା ସଂକ୍ରମିତ ଜିକା, ଡେଙ୍ଗୁ ଏବଂ ଚିକୁନଗୁନିଆ ଉପରେ ରାଜ୍ୟମାନଙ୍କୁ ଦୁଇଟି ଉପଦେଶାବଳୀ ଜାରି କରିଥିଲେ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ପୃଷ୍ଠଭୂମି:

ଜିକା ଡେଙ୍ଗୁ ଓ ଚିକୁନଗୁନିଆ ଭଳି ଏଡିସ ମଶାବାହିତ ଭୂତାଣୁ ଜନିତ ରୋଗ । ଏହା ଏକ ଅଣ-ପ୍ରାଣଘାତୀ ରୋଗ । ତେବେ ପ୍ରଭାବିତ ଗର୍ଭବତୀ ମହିଳାଙ୍କ ଠାରୁ ଜନ୍ମ ହୋଇଥିବା ଶିଶୁମାନଙ୍କର ମାଇକ୍ରୋସେଫାଲି (ମୁଣ୍ଡର ଆକାର ହ୍ରାସ) ସହିତ ଜିକା ଜଡିତ , ଯାହା ଏହାକୁ ଏକ ବଡ଼ ଚିନ୍ତାର କାରଣ ଭାବରେ ପରିଣତ କରିଛି ।

୨୦୧୬ରେ ଗୁଜରାଟ ରାଜ୍ୟରୁ ଭାରତରେ ପ୍ରଥମ ଜିକା ଭୂତାଣୁ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ଏହାପରେ ତାମିଲନାଡୁ, ମଧ୍ୟପ୍ରଦେଶ, ରାଜସ୍ଥାନ, କେରଳ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ ଓ କର୍ଣ୍ଣାଟକରେ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି ।

୨୦୨୪ରେ (ଜୁଲାଇ ୨ତାରିଖ ସୁଦ୍ଧା ) ମହାରାଷ୍ଟ୍ରର ପୁଣେ (୬), କୋହ୍ଲାପୁର (୧) ଏବଂ ସାଙ୍ଗମନେର (୧) ରୁ ୮ଟି ମାମଲା ସାମ୍ନାକୁ ଆସିଛି ।

Categories
ଆଜିର ଖବର ଜାତୀୟ ଖବର

ସିନ୍ଦେଙ୍କ ଦଳରୁ ଇସ୍ତଫା ଦେଇପାରନ୍ତି ଶିବାଜିରାଓ ପାଟିଲ, ଏହି ଦଳରେ ହେବେ ସାମିଲ

ନୂଆଦିଲ୍ଲୀ: ଶିବଜୀରାଓ ଅଦଲରାଓ ପାଟିଲ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦଳରୁ ଇସ୍ତଫା ଦେଇ ଅଜିତ ପାୱାରଙ୍କ ନେତୃତ୍ୱରେ ଏନସିପି ରେ ଯୋଗ ଦେଇପାରନ୍ତି। ସୂଚନାନୁସାରେ, ସେ ଅଜିତ ପାୱାରଙ୍କ ଏନସିପିରୁ ମହାରାଷ୍ଟ୍ରର ଶିରୁର ଆସନରୁ ଶରଦ ପାୱାରଙ୍କ ଅମୋଲ କୋହ୍ଲେଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଏନସିପି ଅଜିତ ପାୱାର ଦଳର ମୁଖପାତ୍ର ତଥା ନେତା ଉମେଶ ପାଟିଲ କହିଛନ୍ତି ଯେ, ଅଜିତ ପାୱାରଙ୍କ ବିରୋଧରେ ସିନ୍ଦେ ସେନା ନେତା ବିଜୟ ଶିବତାର ବାରମ୍ବାର ଅପମାନଜନକ ଭାଷା ବ୍ୟବହାର କରୁଛନ୍ତି। ତାଙ୍କୁ ତାଙ୍କ ଦଳରୁ ବହିଷ୍କାର କରିବାକୁ ଆମେ ସିଏମ ସିନ୍ଦେଙ୍କୁ କହିଛୁ। ଯଦି ସେମାନେ ଏହା ନକରନ୍ତି ତେବେ ଆମକୁ ଏନଡିଏ ମେଣ୍ଟରେ ରହିବା ଉପରେ ଚିନ୍ତା କରିବାକୁ ପଡିବ।

ଏଥି ସହିତ, ମହାଅଘାଡିରେ ମଧ୍ୟ ତିନୋଟି ଆସନରେ ଦ୍ୱନ୍ଦ୍ୱ ରହିଛି। ସୂଚନାନୁସାରେ, ଏହି ତିନୋଟି ଆସନରେ ଦଳ ମଧ୍ୟରେ କୌଣସି ସହମତି ହୋଇପାରି ନାହିଁ ଏବଂ ଏହି କାରଣରୁ ପ୍ରାର୍ଥୀ ତାଲିକା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଏହି ଆସନଗୁଡ଼ିକ ହେଲା ସାଙ୍ଗଲି, ଦକ୍ଷିଣ ସେଣ୍ଟ୍ରାଲ ମୁମ୍ବାଇ ଏବଂ ଭବନ୍ଦୀ।

Categories
ଜାତୀୟ ଖବର ବିଶେଷ ଖବର

ଦଳବଦଳ ବିରୋଧୀ ଆଇନର ପୁନର୍ବିଚାର ପାଇଁ କମିଟି ଗଠନ ହେବ: ଓମ୍‍ ବିର୍ଲା

ନୂଆଦିଲ୍ଲୀ: ଦଳବଦଳ ବିରୋଧୀ ଆଇନର ପୁନର୍ବିଚାର ପାଇଁ ଏକ କମିଟି ଗଠନ କରିବାକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଘୋଷଣା କରିଛନ୍ତି। ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ଏହାର ଅଧ୍ୟକ୍ଷ ହେବେ। ବିର୍ଲା ୮୪ତମ ସର୍ବଭାରତୀୟ ପ୍ରିଜାଇଡିଂ ଅଫିସର ସମ୍ମିଳନୀରେ ଉପସ୍ଥିତ ଥିଲେ।

ଓମ୍ ବିର୍ଲା କହିଛନ୍ତି ଯେ ବିଧାନସଭାର ରକ୍ଷକ ହିସାବରେ ପ୍ରିଜାଇଡିଂ ଅଫିସରଙ୍କ ଦାୟିତ୍ୱ ହେଉଛି ରାଜନୈତିକ ଦଳମାନଙ୍କ ସହ ଆଲୋଚନା କରିବା ଏବଂ ସଦସ୍ୟମାନଙ୍କ ଦକ୍ଷତା ବଢ଼ାଇବା ଭଳି ନିଷ୍ପତ୍ତି ନେବା। ଆମର ନିଷ୍ପତ୍ତି ଏପରି ହେବା ଉଚିତ ଯାହା ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ପାଲଟି ପାରିବ।

ରାହୁଲ ନାର୍ଭେକରଙ୍କ ନାଁ କାହିଁକି?

ଜାନୁଆରି ୧୦ ତାରିଖରେ ନାର୍ଭେକର ଶିବସେନା ଗୋଷ୍ଠୀ ପକ୍ଷରୁ ପରସ୍ପରର ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାଖଲ କରାଯାଇଥିବା କ୍ରସ୍ ପିଟିସନ୍ ଉପରେ ରାୟ ଶୁଣାଇଥିଲେ। ବାସ୍ତବରେ ୨୦୨୨ରେ ଶିବସେନାରେ ବିଭାଜନ ହେବା ପରଠାରୁ ଉଭୟ ଗୋଷ୍ଠୀ ଦଳବଦଳ ବିରୋଧୀ ଆଇନ ଅନୁଯାୟୀ ପରସ୍ପରର ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରି ଆସୁଛନ୍ତି। ନାର୍ଭେକର ବର୍ତ୍ତମାନ ଏନସିପିର ଅଜିତ ଏବଂ ଶରଦ ଗୋଷ୍ଠୀଦ୍ୱାରା ଦାୟର ସମାନ ପିଟିସନର ଶୁଣାଣି କରୁଛନ୍ତି।

ଦଳବଦଳ ବିରୋଧୀ ଆଇନ କ’ଣ?

୧୯୬୭ରେ ହରିୟାଣାର ବିଧାୟକ ଗୟା ଲାଲ ଗୋଟିଏ ଦିନରେ ୩ ଥର ଦଳ ବଦଳାଇଥିଲେ। ସେବେଠାରୁ ରାଜନୀତିକୁ ଆୟା ରାମ-ଗୟା ରାମଙ୍କ ପ୍ରବଚନ ପ୍ରସିଦ୍ଧି ଲାଭ କରିଥିଲା। ପଦ ଓ ଅର୍ଥ ଲୋଭରେ ଦଳବଦଳ ରୋକିବା ପାଇଁ ରାଜୀବ ଗାନ୍ଧୀ ସରକାର ୧୯୮୫ମସିହାରେ ଦଳବଦଳ ନିରୋଧୀ ଆଇନ ଆଣିଥିଲେ।

ଏଥିରେ କୁହାଯାଇଛି ଯେ ଯଦି କୌଣସି ବିଧାୟକ କିମ୍ବା ସାଂସଦ ସ୍ୱେଚ୍ଛାକୃତଭାବେ ଦଳର ସଦସ୍ୟତା ଛାଡ଼ି ଅନ୍ୟଦଳରେ ଯୋଗ ଦିଅନ୍ତି, ତେବେ ଦଳବଦଳ ବିରୋଧୀ ଆଇନ ଅନୁଯାୟୀ ସେ ଗୃହରୁ ସଦସ୍ୟତା ହରାଇପାରନ୍ତି। ଯଦି ଗୃହରେ କୌଣସି ପ୍ରସଙ୍ଗରେ ମତଦାନ ସମୟରେ କୌଣସି ସଦସ୍ୟ ନିଜ ଦଳର ହ୍ୱିପ୍ ପାଳନ ନ କରନ୍ତି, ତା’ହେଲେ ମଧ୍ୟ ତାଙ୍କ ସଦସ୍ୟତା ଯାଇପାରିବ।

ସମ୍ବିଧାନର ଦଶମ ଅନୁସୂଚୀରେ ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କୁ ସେମାନଙ୍କ ରାଜନୈତିକ ଦଳରୁ ଦଳବଦଳ ରୋକିବାର ବ୍ୟବସ୍ଥା ରହିଛି। ବିଧାୟକଙ୍କ ଦଳବଦଳ ଆଶଙ୍କାକୁ ରୋକିବା ପାଇଁ କଠୋର ବ୍ୟବସ୍ଥା କରାଯାଇଛି।

ଗୃହକୁ ବଳପୂର୍ବକ ଓ ଯୋଜନାବଦ୍ଧ ଭାବେ ମୁଲତବୀ ରଖିବା ଚିନ୍ତାର ବିଷୟ

ଏହି ସମ୍ମିଳନୀରେ ଓମ୍ ବିର୍ଲା କହିଛନ୍ତି ଯେ ଗଣତନ୍ତ୍ର ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଉପରେ ଚାଲିଥାଏ। ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ଦାୟିତ୍ୱ ହେଉଛି ସେମାନଙ୍କ କାର୍ଯ୍ୟଶୈଳୀରେ ଆବଶ୍ୟକ ପରିବର୍ତ୍ତନ ଆଣିବା। କେବଳ ଏତିକି ନୁହେଁ ଆବଶ୍ୟକ ପଡ଼ିଲେ ନିୟମରେ ସଂଶୋଧନ କରାଯିବା ଦରକାର, ଯାହାଦ୍ୱାରା ଏହି ଅନୁଷ୍ଠାନଗୁଡ଼ିକ ଉପରେ ଜନସାଧାରଣଙ୍କ ଆସ୍ଥା ବଢ଼ିବ।

ସଂସଦରେ ସୁରକ୍ଷା ବ୍ୟବସ୍ଥା ମାଧ୍ୟମରେ ସଦସ୍ୟମାନଙ୍କ ବିପଦ ଓ ମର୍ଯ୍ୟାଦାର ଯତ୍ନ ନିଆଯିବ
ସଂସଦର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବାଚସ୍ପତି କହିଛନ୍ତି ଯେ ଜାନୁଆରୀ ୩୧ରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। କ୍ୟାମ୍ପସରେ ୧୪୦ ଜଣ ସିଆଇଏସଏଫ ଯବାନଙ୍କୁ ନିୟୋଜିତ କରାଯାଇ ପର୍ଯ୍ୟଟକ ଓ ସେମାନଙ୍କ ଜିନିଷପତ୍ର ଯାଞ୍ଚ କରାଯାଉଛି।

ନୂଆ ସଂସଦ ଭବନକୁ ପ୍ରବେଶ କରୁଥିବା ଲୋକଙ୍କୁ ଏକ୍ସ-ରେ ମେସିନ୍, ହ୍ୟାଣ୍ଡ ହେଲ୍ଡ ଡିଟେକ୍ଟର ଦେଇ ଯିବାକୁ ପଡ଼ିବ। ଏଥିସହିତ ସେମାନଙ୍କ ଜିନିଷପତ୍ର, ଜୋତା, ଭାରି ଜ୍ୟାକେଟ୍ ଇତ୍ୟାଦି ଯାଞ୍ଚ କରାଯିବ। ଏପରିକି ବେଲ୍ଟକୁ ଟ୍ରେରେ ରଖି ଏକ୍ସ-ରେ ସ୍କାନର ସାହାଯ୍ୟରେ ଯାଞ୍ଚ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ନିମାପଡ଼ାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ ମହାରାଷ୍ଟ୍ରର ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଏହି କ୍ରମରେ ଆଜି ପୁରୀ ଜିଲ୍ଲାର ନିମାପଡ଼ା ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି ମହାରାଷ୍ଟ୍ରର ଏକ ୭ ଜଣିଆ ଗଣମାଧ୍ୟମ ପ୍ରତିନିଧି ଦଳ। ସେମାନେ ଯାତ୍ରାରେ ଭାଗ ନେଇଥିବା ହିତାଧିକାରୀଙ୍କ ସହ ମତବିନିମୟ କରିଛନ୍ତି।

ପୂର୍ବରୁ ଏହି ସାମ୍ବାଦିକ ପ୍ରତିନିଧି ଦଳ କଟକ ଜିଲ୍ଲାର ଟାଙ୍ଗୀ ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ମହାରାଷ୍ଟ୍ର ସାମ୍ବାଦିକଙ୍କ ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଜାରି ରହିଥିବା ମହାରାଷ୍ଟ୍ରର ସାମ୍ବାଦିକମାନଙ୍କ ୪ ଦିନିଆ ଗସ୍ତ ଆଜି ଶେଷ ହୋଇଛି।

ମହାରାଷ୍ଟ୍ରର ଏହି ସାମ୍ବାଦିକମାନେ ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁର ଜଳ ଜୀବ ଗବେଷଣା କେନ୍ଦ୍ର (ସିଫା) ପରିଦର୍ଶନ କରି ସେଠାରେ ବିଭିନ୍ନ ମତ୍ସ୍ୟ ଚାଷ ପାଇଁ ହେଉଥିବା ଗବେଷଣା ଓ ଅନୁଷ୍ଠାନର କାର୍ଯ୍ୟପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇଥିଲେ।
ଗତକାଲି ସାମ୍ବାଦିକ ପ୍ରତିନିଧି ଦଳ ପୁରୀ ଜିଲ୍ଲାର ଐତିହ୍ୟଗ୍ରାମ ରଘୁରାଜପୁର ପରିଦର୍ଶନ କରିଥିଲେ ଏବଂ ସେଠାରେ ଓଡ଼ିଶାର ସ୍ୱତନ୍ତ୍ର ହସ୍ତଶିଳ୍ପ ପଟ୍ଟଚିତ୍ର ନିର୍ମାଣ ଶୈଳୀ ଓ ପ୍ରକ୍ରିୟା ଦେଖି ଅଭିଭୂତ ହୋଇଥିଲେ। ସେମାନେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀ ଜଗନ୍ନାଥ ମନ୍ଦିର ବୁଲି ଦେଖିବା ସହିତ ପିପିଲିର ଚାନ୍ଦୁଆ କାମ ଦେଖି ପ୍ରଭାବିତ ହୋଇଥିଲେ। ପୁରୀ ବ୍ଲୁ ଫ୍ଲାଗ୍ ବେଳାଭୂମିର ସ୍ୱଚ୍ଛତା ସେମାନଙ୍କୁ ପ୍ରଭାବିତ କରିଥିଲା।

ଗତ ମଙ୍ଗଳବାର ମହାରାଷ୍ଟ୍ରର ସାମ୍ବାଦିକ ପ୍ରତିନିଧି ଦଳ ଐତିହାସିକ କଟକ ସହରର ବିଭିନ୍ନ ପ୍ରସିଦ୍ଧ ସ୍ଥାନ ବୁଲି ଦେଖିଥିଲେ। ସାମ୍ବାଦିକମାନେ ହାଇକୋର୍ଟ ନିକଟରେ ପ୍ରତିଷ୍ଠା ହୋଇଥିବା ଅଭିନବ ନ୍ୟାୟ ସଂଗ୍ରହାଳୟ ବୁଲି ଦେଖିବା ସହ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଏଭଳି ଅଭିନବ ପରିକଳ୍ପନାରେ ପ୍ରଭାବିତ ହୋଇଥିଲେ। ବିଶେଷ କରି ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏଭଳି ଏକ ସଂଗ୍ରହାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିବା ସେମାନଙ୍କୁ ସୂଚନା ଦିଆଯାଇଥିଲା। ସେମାନେ ମଧ୍ୟ କଟକ ମୁଣ୍ଡୁଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) କ୍ୟାମ୍ପସ୍ ଗସ୍ତ କରି ଏନଡିଆରଏଫର କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହୋଇଥିଲେ। ସାମ୍ବାଦିକଙ୍କ ଦଳ କଟକ ବିଦ୍ୟାଧରପୁର ଠାରେ ଥିବା ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ପରିଦର୍ଶନ କରି ଅନୁଷ୍ଠାନର ସମସ୍ତ ବିଭାଗ ମୁଖ୍ୟ ଏବଂ ବୈଜ୍ଞାନିକମାନଙ୍କ ସହିତ ମତବିନିମୟ କରିଥିଲେ।

ଏଥିପୂର୍ବରୁ ସୋମବାର ଅର୍ଥାତ୍ ଗସ୍ତର ପ୍ରଥମ ଦିନରେ ମହାରାଷ୍ଟ୍ର ସାମ୍ବାଦିକମାନେ ଭୁବନେଶ୍ୱର ଏମ୍ସ ଏବଂ ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଏଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ପରିଦର୍ଶନ କରିଥିଲେ। ଚନ୍ଦ୍ରଯାନ ଓ ଗଗନଯାନ ଭଳି ମହାକାଶ ଅଭିଯାନର ବିଭିନ୍ନ ସରଞ୍ଜାମ ନିର୍ମାଣରେ ସିଟିଟିସିର ଯୋଗଦାନ ବିଷୟରେ ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଥିଲା।
ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ଅନୁଷ୍ଠାନ ବିଷୟରେ ବିଭିନ୍ନ ରାଜ୍ୟର ଗଣମାଧ୍ୟମକୁ ଅବଗତ କରାଇବା ଉଦ୍ଦେଶ୍ୟରେ ସାମ୍ବାଦିକଙ୍କ ପାଇଁ ଏଭଳି ମତବିନିମୟ ଓ ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ର: ବାଚସ୍ପତିଙ୍କ ନିଷ୍ପତ୍ତି ପରେ ପୁଣି ଥରେ ସୁପ୍ରିମକୋର୍ଟ ଉପରେ ନଜର

ନୂଆଦିଲ୍ଲୀ: ବିଧାନସଭା ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ବାଚସ୍ପତିଙ୍କ କ୍ଷମତା ଏବଂ ଅଦାଲତ କେତେ ମାତ୍ରାରେ ହସ୍ତକ୍ଷେପ କରିପାରିବେ ତାହା ଏକ ଆଇନଗତ ପ୍ରସଙ୍ଗ ହୋଇଛି। ବିଧାୟକଙ୍କ ଅଯୋଗ୍ୟତା ସମ୍ପର୍କିତ ମାମଲାରେ କେବେ ଓ କିପରି ନିଷ୍ପତ୍ତି ନିଆଯିବ ତାହା ସେମାନଙ୍କ ବିବେକ ଉପରେ ନିର୍ଭର କରୁଛି ବୋଲି ଅନେକ ବିଧାନସଭା ବକ୍ତା ଦାବି କରିଛନ୍ତି। ବାଚସ୍ପତିଙ୍କ ନିଷ୍ପତ୍ତିକୁ ନେଇ ପୁଣିଥରେ ଚର୍ଚ୍ଚା ଚାଲିଥିବାବେଳେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି କ’ଣ ନିଷ୍ପତ୍ତି ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା। ବିଧାୟକଙ୍କ ଅଯୋଗ୍ୟତା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ଏବଂ କୋର୍ଟ ବାଚସ୍ପତିଙ୍କୁ ଏହା ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ବୁଧବାର ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ସିନ୍ଧେ ଗୋଷ୍ଠୀର ୧୬ ଜଣ ବିଧାୟକଙ୍କୁ ଯୋଗ୍ୟ ଘୋଷଣା କରିଛନ୍ତି। ଏବେ ଏହି ନିଷ୍ପତ୍ତି ପରେ ମାମଲା ପୁଣିଥରେ କୋର୍ଟକୁ ଯାଇପାରେ। କର୍ଣ୍ଣାଟକ, ମଣିପୁର ମାମଲା ମଧ୍ୟ ସୁପ୍ରିମକୋର୍ଟକୁ ଯାଇଥିଲା ଏବଂ ମହାରାଷ୍ଟ୍ରର ଏହି ମାମଲା ମଧ୍ୟ ସୁପ୍ରିମକୋର୍ଟରେ ଥିଲା। ଯେଉଁଠି ବାଚସ୍ପତି ନିର୍ଦ୍ଧାରିତ ସମୟରେ ନିଷ୍ପତ୍ତି ନେବେ ବୋଲି ସୁପ୍ରିମକୋର୍ଟ ସମୟ ସୀମା ଧାର୍ଯ୍ୟ କରିଥିଲେ।

ମହାରାଷ୍ଟ୍ରରେ ବାଚସ୍ପତିଙ୍କ ନିଷ୍ପତ୍ତି, ପରବର୍ତ୍ତୀ ପଦକ୍ଷେପ କ’ଣ ହେବ

ବାଚସ୍ପତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ତାଙ୍କ ଗୋଷ୍ଠୀର ୧୬ ଜଣ ବିଧାୟକଙ୍କ ସପକ୍ଷରେ ଏହି ନିଷ୍ପତ୍ତି ନେଇଛନ୍ତି। ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ସିନ୍ଧେ ଗୋଷ୍ଠୀ ସପକ୍ଷରେ ରାୟ ଦେଇଥିଲେ। ଏହା ଉପରେ ନିଷ୍ପତ୍ତି ନେବା ପାଇଁ ସୁପ୍ରିମକୋର୍ଟ ସମୟ ସୀମା ଧାର୍ଯ୍ୟ କରିଥିଲେ। ଏବେ ମହାରାଷ୍ଟ୍ରରେ ସିନ୍ଧେ ସରକାର ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ଠାକରେ ଗୋଷ୍ଠୀର ୧୬ ଜଣ ବିଧାୟକ ଓ ପରେ ୨୪ ଜଣ ବିଧାୟକଙ୍କୁ ନୋଟିସ ଜାରି କରାଯାଇଥିଲା। ତେଣୁ ଏହି ନିଷ୍ପତ୍ତି ସମସ୍ତ ୪୦ ବିଧାୟକଙ୍କ ପାଇଁ ଲାଗୁ ହେବ। ବାଚସ୍ପତିଙ୍କ ନିଷ୍ପତ୍ତିର ୩୦ ଦିନ ମଧ୍ୟରେ ଉଦ୍ଧବ ଗୋଷ୍ଠୀ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ଆବେଦନ କରିପାରିବେ।

୨୦୧୭ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ବିଧାୟକଙ୍କ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ମଣିପୁର ବାଚସ୍ପତିଙ୍କୁ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ କଂଗ୍ରେସ ଦାବି କରିଥିଲା। ବାଚସ୍ପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇ ଆବେଦନକୁ ବିଚାରାଧୀନ ରଖିଥିଲେ। ଜାନୁଆରୀ ୨୦୨୦ରେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଦେଇଥିଲେ। ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଯେ ସଦସ୍ୟଙ୍କ ଆବେଦନ ଉପରେ ତିନିମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ପଡ଼ିବ। ଶୁଣାଣିରେ ବିଳମ୍ବ ହେଲେ ହସ୍ତକ୍ଷେପ କରିବାର କ୍ଷମତା ଅଦାଲତଙ୍କ ପାଖରେ ରହିଛି। ଏହି ମାମଲାରେ କୋର୍ଟ ମଣିପୁର ବିଧାନସଭା ବାଚସ୍ପତିଙ୍କୁ ୪ ସପ୍ତାହ ମଧ୍ୟରେ ଅଯୋଗ୍ୟ ଘୋଷଣା ଉପରେ ନିଷ୍ପତ୍ତି ନେବାକୁ କହିଥିଲେ। ଏଥିସହିତ ସୁପ୍ରିମକୋର୍ଟ ସଂସଦରେ କହିଛନ୍ତି ଯେ ବାଚସ୍ପତି କୌଣସି ଦଳର ହୋଇଥାନ୍ତି। ଏଭଳି ସ୍ଥିତିରେ ସେ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ହୋଇଥିବା ଆବେଦନ ଉପରେ ନିଷ୍ପତ୍ତି ନେଇପାରିବେ କି? ସଂସଦ ଏହା ଉପରେ ବିଚାର କରନ୍ତୁ।

କର୍ଣ୍ଣାଟକ ମାମଲାରେ ସୁପ୍ରିମକୋର୍ଟ କହିଲେ- ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଯୋଗ୍ୟ ଘୋଷଣା
୨୦୧୯ରେ କର୍ଣ୍ଣାଟକରେ କୁମାରସ୍ୱାମୀଙ୍କ ସରକାର ଭାଙ୍ଗିଥିଲା ଏବଂ ଏହାପରେ ବିଜେପି ସରକାର ଗଠନ ହୋଇଥିଲା। ମେଣ୍ଟର ୧୬ ଜଣ ବିଧାୟକ ଇସ୍ତଫା ଦେବା ପରେ କୁମାରସ୍ୱାମୀଙ୍କ ସରକାର ବିପଦରେ ପଡ଼ିଥିଲା। କଂଗ୍ରେସ ସମର୍ଥନରେ କୁମାରସ୍ୱାମୀଙ୍କ ସରକାର ଗଠନ ହୋଇଥିଲା। କଂଗ୍ରେସର ୧୧ ଓ ଜେଡିଏସର ୩ ବିଧାୟକ ଥିଲେ। ବାକି ଦୁଇଜଣ ସ୍ୱାଧୀନ ବିଧାୟକ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟେହାର କରି ନେଇଥିଲେ।

କର୍ଣ୍ଣାଟକ ବିଧାନସଭାର ତତ୍କାଳୀନ ବାଚସ୍ପତି କେଆର ରମେଶ କୁମାର ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ୧୪ ଜଣ ଅସନ୍ତୁଷ୍ଟ ବିଧାୟକଙ୍କୁ ତୁରନ୍ତ ଅଯୋଗ୍ୟ ଘୋଷଣା କରିଥିଲେ। କୁମାରସ୍ୱାମୀ ସରକାର ପତନ ପରେ ବାଚସ୍ପତି କେଆର ରମେଶ ଆଉ ୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଅଯୋଗ୍ୟ ଘୋଷିତ ବିଧାୟକମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ୧୭ ଜଣ ବିଧାୟକ ଅଯୋଗ୍ୟ କିନ୍ତୁ ବିଧାନସଭା ନିର୍ବାଚନ ଲଢ଼ିପାରିବେ। ସୁପ୍ରିମକୋର୍ଟ କହିଛନ୍ତି ଯେ ଅଯୋଗ୍ୟ ଘୋଷଣା ଅନିର୍ଦ୍ଦିଷ୍ଟ କାଳ ପାଇଁ ହୋଇପାରିବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

କଟକ ଟାଙ୍ଗୀରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ ମହାରାଷ୍ଟ୍ରର ସାମ୍ବାଦିକ ପ୍ରତିନିଧି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଏହି କ୍ରମରେ ଆଜି କଟକ ଜିଲ୍ଲାର ଟାଙ୍ଗି ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଆୟୋଜିତ ଏକ ଅଭିନବ ପ୍ରୟାସ ସ୍ୱରୂପ ମହାରାଷ୍ଟ୍ରର ବରିଷ୍ଠ ସାମ୍ବାଦିକମାନଙ୍କର ଏକ ୭ ଜଣିଆ ପ୍ରତିନିଧି ଦଳ ଆଜି ଟାଙ୍ଗୀ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଥିଲେ। ସେମାନେ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ।

ଏହାବ୍ୟତୀତ ମହାରାଷ୍ଟ୍ରର ସାମ୍ବାଦିକ ପ୍ରତିନିଧି ଦଳ ଆଜି ଐତିହାସିକ କଟକ ସହରର ବିଭିନ୍ନ ପ୍ରସିଦ୍ଧ ସ୍ଥାନ ବୁଲି ଦେଖିଛନ୍ତି। ସାମ୍ବାଦିକମାନେ ହାଇକୋର୍ଟ ନିକଟରେ ପ୍ରତିଷ୍ଠା ହୋଇଥିବା ଅଭିନବ ନ୍ୟାୟ ସଂଗ୍ରହାଳୟ ବୁଲି ଦେଖିଛନ୍ତି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଏଭଳି ଅଭିନବ ପରିକଳ୍ପନାକୁ ଦେଖି ମହାରାଷ୍ଟ୍ର ସାମ୍ବାଦିକମାନେ ପ୍ରଭାବିତ ହୋଇଥିଲେ। ବିଶେଷ କରି ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏଭଳି ଏକ ସଂଗ୍ରହାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିବା ସେମାନଙ୍କୁ ସୂଚନା ଦିଆଯାଇଥିଲା।

କଟକ ମୁଣ୍ଡୁଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) କ୍ୟାମ୍ପସ୍ ଠାରେ ସାମ୍ବାଦିକଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସାମ୍ବାଦିକମାନେ ଏନଡିଆରଏଫର କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହୋଇଥିଲେ।
ସାମ୍ବାଦିକଙ୍କ ଦଳ କଟକ ବିଦ୍ୟାଧରପୁର ଠାରେ ଥିବା ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ପରିଦର୍ଶନ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଡ଼ଃ ଅମରେଶ କୁମାର ନାୟକ, ଅନୁଷ୍ଠାନର ଲକ୍ଷ୍ୟ, ସଫଳତା, କାର୍ଯ୍ୟକଳାପ ଏବଂ ଆକାଂକ୍ଷା ବିଷୟରେ ସୂଚନା ପ୍ରଦାନ କରିଥିଲେ।

ସେ କହିଥିଲେ, ଅନୁଷ୍ଠାନ ସବୁଜ ବିପ୍ଳବରେ ଏକ ମହତ୍ୱପୂର୍ଣ୍ଣ ଅବଦାନ ଦେଇଥିଲା ଏବଂ ଭାରତକୁ ଖାଦ୍ୟ ଶସ୍ୟର ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିଥିଲା। ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବାର ବ୍ୟାପକ ଲକ୍ଷ୍ୟ ସହିତ ଜଳବାୟୁ ସହନଶୀଳ କିସମର ଫସଲ ବିକଶିତ କରାଯାଉଛି ବୋଲି ସେ କହିଥିଲେ। ସାମ୍ବାଦିକମାନେ ଅନୁଷ୍ଠାନର ସମସ୍ତ ବିଭାଗର ମୁଖ୍ୟ ଏବଂ ବୈଜ୍ଞାନିକମାନଙ୍କ ସହିତ ମତବିନିମୟ କରିଥିଲେ, ସେମାନେ ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗଶାଳା, ସୁବିଧା ଏବଂ ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିଥିଲେ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ଅନୁଷ୍ଠାନର ବିଷୟରେ ବିଭିନ୍ନ ରାଜ୍ୟର ଗଣମାଧ୍ୟମକୁ ଅବଗତ କରାଇବା ଉଦ୍ଦେଶ୍ୟରେ ସାମ୍ବାଦିକଙ୍କ ପାଇଁ ଏଭଳି ମତବିନିମୟ ଓ ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ରରେ ସ୍ଥିର ହେଲା ଆସନ ବାଣ୍ଟିବା ଫର୍ମୁଲା!: ଜାଣନ୍ତୁ କଂଗ୍ରେସ-ଏନସିପି ସମେତ ୪ ଟି ଦଳକୁ ମିଳିବ କେତେ ସିଟ୍

ମୁମ୍ବାଇ: ଲୋକସଭା ନିର୍ବାଚନ ପାଇଁ ବିଗୁଲ୍ ବାଜିଛି ଏବଂ ଇଣ୍ଡିଆ ଆଲାଏନ୍ସ ମଧ୍ୟ ସିଟ୍ ବାଣ୍ଟିବା କାମ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ, ମହାରାଷ୍ଟ୍ର ସମ୍ବନ୍ଧରେ ଇଣ୍ଡିଆ ଆଲାଇନ୍ସ ରଣନୀତି ପ୍ରସ୍ତୁତ କରିଛି ଏବଂ ଆସନ ବାଣ୍ଟିବା ପାଇଁ ଏକ ସମ୍ଭାବ୍ୟ ସୂତ୍ର ନିଷ୍ପତ୍ତି ନିଆଯାଇଛି। ଏହା ଅଧୀନରେ କେଉଁ ଦଳ ନିର୍ବାଚନ ଲଢିବାକୁ ଯାଉଛନ୍ତି ତାହା କୁହାଯାଇଛି। ମହାରାଷ୍ଟ୍ରରେ ହେବାକୁ ଥିବା ଲୋକସଭା ନିର୍ବାଚନ ସମୟରେ ଇଣ୍ଡିଆ ଆଲାଇନ୍ସର ଚାରିଟି ଦଳ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।

ମହାରାଷ୍ଟ୍ରରେ ୪୮ ଟି ଲୋକସଭା ଆସନ ଅଛି। କଂଗ୍ରେସ, ଶିବସେନା (ୟୁବିଟି), ଏନସିପି (ଶରଦ ପାୱାର ଦଳ) ଏବଂ ବଞ୍ଚିତ ବହୁଜନ ଆଗାଡି ଭଳି ଏହି ଚାରିଟି ଦଳ ଯାହାକି ଇଣ୍ଡିଆ ମେଣ୍ଟ ନିର୍ବାଚନରେ ​​ଭାଗ ନେବେ। ମହାରାଷ୍ଟ୍ରରେ ସମ୍ଭାବ୍ୟ ସିଟ୍ ବଣ୍ଟନ ସୂତ୍ର ଅନୁଯାୟୀ କଂଗ୍ରେସ ୨୦ ଟି ଆସନରେ ନିର୍ବାଚନ ଲଢିବାକୁ ଯାଉଛି। ଶିବସେନା (ୟୁବିଟି) କୁ ମଧ୍ୟ ୨୦ ଟି ସିଟ୍ ଦିଆଯିବାକୁ ଥିବାବେଳେ ଏନସିପି (ଶରଦ ପାୱାର) ଦଳ ୬ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ପାଇବ। ଏହା ବ୍ୟତୀତ ବଞ୍ଚିତ ବହୁଜନ ଆଗଡି ୨ ଟି ଆସନରେ ନିର୍ବାଚନ ଲଢିବ।

କେଉଁ ଆଧାରରେ ସିଟ୍ ବଣ୍ଟନ କରାଯାଉଛି?:

ସୂଚନାନୁସାରେ, ବିଜେପିର ହିନ୍ଦୁ ଜାତୀୟତାକୁ ପ୍ରତିହତ କରିବା ପାଇଁ କଂଗ୍ରେସ ଉଦ୍ଧବ ଠାକରେଙ୍କ ଶିବସେନାକୁ ସମାନ ସ୍ଥାନ ଦେବାକୁ ଚାହୁଁଛି। ବିଭାଜନ ସତ୍ତ୍ୱେ ଶିବସେନା ସମର୍ଥକମାନେ ଉଦ୍ଧବଙ୍କ ସହ ଅଛନ୍ତି ବୋଲି ବିଶ୍ୱାସ କରାଯାଏ। ଏଥି ସହିତ, ଅଜିତ ପାୱାରଙ୍କ ଅଲଗା ହେବା ପରେ, ଏନସିପିରେ ଅନେକ ନେତା ରହି ନାହାଁନ୍ତି, ତେଣୁ ଏନସିପି କମ୍ ଆସନରେ ଆପୋଷ ବୁଝାମଣା କରିବାକୁ ପ୍ରବର୍ତ୍ତାଯିବ। ଦଲିତ ଭୋଟକୁ ଏକଜୁଟ ରଖିବା ପାଇଁ ପ୍ରକାଶ ଆମ୍ବେଦକରଙ୍କ ଦଳ ବହୁଜନ ବଞ୍ଚିତ ଅଘାଡିଙ୍କୁ ଦୁଇଟି ସିଟ୍ ଦିଆଯାଇପାରେ।

୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପି ମହାରାଷ୍ଟ୍ରର ସବୁଠାରୁ ବଡ ଦଳ ଭାବରେ ଉଭା ହୋଇଥିଲା। ୨୦୧୯ ରେ ବିଜେପି ଏବଂ ଶିବସେନା ମିଳିତ ଭାବେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେତେବେଳେ ଶିବସେନା ମଧ୍ୟ ଦୁଇଟି ଦଳରେ ବିଭକ୍ତ ହୋଇନଥିଲା। ବିଜେପି ୨୩ ଟି ଆସନ ଜିତିଥିବାବେଳେ ଅବିଭକ୍ତ ଶିବସେନା ୨୩ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୧୮ ଟି ଆସନ ଜିତିଥିଲା। ଏହି କାରଣରୁ ଶିବସେନା (ୟୁବିଟି) ୨୩ ଟି ଆସନରେ ନିର୍ବାଚନ ଲଢିବାକୁ ଦାବି କରିଥିଲା।

ମହାରାଷ୍ଟ୍ରରେ କଂଗ୍ରେସ କେବଳ ଗୋଟିଏ ଆସନ ଜିତିଥିବାବେଳେ ଅବିଭକ୍ତ ଏନସିପି ୪ ଟି ସିଟ୍ ଜିତିବାରେ ସଫଳ ହୋଇଥିଲା। ଏଥି ସହିତ, ବଞ୍ଚିତ ବହୁଜନ ଅଘାଡି ଗୋଟିଏ ବି ଆସନ ପାଇନଥିଲା। ଯଦି ଆମେ ଗତ ନିର୍ବାଚନର ଫଳାଫଳକୁ ଦେଖିବା ତେବେ ଏହା କୁହାଯାଇପାରେ ଯେ ସାମ୍ପ୍ରତିକ ପରିସ୍ଥିତିରେ ଆସନ ବାଣ୍ଟିବା ସମୟରେ କଂଗ୍ରେସ ବହୁ ସଂଖ୍ୟକ ଆସନ ପାଇବାରେ ସଫଳ ହୋଇପାରେ।

Categories
ବିଶେଷ ଖବର

ଆସନ ବଣ୍ଟନକୁ ନେଇ ଏହି ତିନି ଦଳଙ୍କ ଯୋଗୁ ଚିନ୍ତାରେ କଂଗ୍ରେସ 

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛିମାସ ବାକି ରହିଛି। ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟ ମୋଦି ସରକାରଙ୍କୁ ଟକ୍କର ଦେବା ପାଇଁ ପୂରା ପ୍ରୟାସ ଚଳାଇଛି। ସମସ୍ତ ବିରୋଧୀ ଦଳର ଇଣ୍ଡି ମେଣ୍ଟ ୪ ଥର ବୈଠକ କରିସାରିଲେଣି। କିନ୍ତୁ ବର୍ତ୍ତମାନ ଆସନ ବଣ୍ଟନକୁ ନେଇ କୌଣସି ଆଲୋଚନା ହେଉନାହିଁ। ଦିଲ୍ଲୀର ଅଶୋକା ହୋଟେଲରେ ବରିଷ୍ଠ ନେତାଙ୍କ ଏକ ବୈଠକ ହୋଇଥିଲା, କିନ୍ତୁ ଆସନ ବଣ୍ଟନ ପ୍ରସଙ୍ଗ ଅଟକି ରହିଛି। କଂଗ୍ରେସ ପାଇଁ ଆସନ ବଣ୍ଟନ ପ୍ରସଙ୍ଗ ଅଧିକ କଷ୍ଟସାଧ୍ୟ ମନେ ହେଉଛି। ୩ଟି ରାଜ୍ୟମଧ୍ୟରୁ କଂଗ୍ରେସ ଗୋଟିଏରେ ମେଣ୍ଟ କରିଥିବ ବେଳେ ବାକି ଦୁଇଟି ରାଜ୍ୟରେ ବିରୋଧୀ ଦଳରେ ଥିଲେ ମଧ୍ୟ ମୋଦି ସରକାରଙ୍କୁ ପରାସ୍ତ କରିବା ପାଇଁ ଗୋଟିଏ ମଞ୍ଚକୁ ଆସିଛି। ଏହି ୩ଟି ରାଜ୍ୟ ହେଉଛି ପଞ୍ଜାବ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ। ପଞ୍ଜାବରେ ଶାସକ ଆମ୍ ଆଦମୀ ପାର୍ଟି ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏକାକୀ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ମହାରାଷ୍ଟ୍ରରେ ଶିବସେନା ୨୩ଟି ଆସନ ଦାବି କରିଥିବାରୁ ଆସନ ବୁଝାମଣା ଆହୁରି ଜଟିଳ ହୋଇଛି।

ଟିଏମସିର ଏକଲା ଚଲୋ ସ୍ଲୋଗାନ

ପଶ୍ଚିମବଙ୍ଗରେ ୨୦୨୪ ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଏକାକୀ ଲଢ଼ିବ ବୋଲି ମମତା ବାନାର୍ଜୀ ଘୋଷଣା କରିଛନ୍ତି। ସାରା ଦେଶରେ ଇଣ୍ଡି ମେଣ୍ଟରେ ସାମିଲ ହେବା କଥା ସେ ନିଶ୍ଚିତ ଭାବେ କହିଛନ୍ତି, କିନ୍ତୁ ପଶ୍ଚିମବଙ୍ଗରେ କୌଣସି ଆସନ ବଣ୍ଟାଯିବ ନାହିଁ କି କଂଗ୍ରେସ କିମ୍ବା ବାମପନ୍ଥୀଙ୍କ ସହ ମେଣ୍ଟ ହେବ ନାହିଁ। ପଶ୍ଚିମବଙ୍ଗରେ ବିଜେପିକୁ କେବଳ ତୃଣମୂଳ ହିଁ ପରାସ୍ତ କରିପାରିବ ବୋଲି ମମତା ସ୍ପଷ୍ଟ କରିଛନ୍ତି।

୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଏକାକୀ ଲଢ଼ି ମାତ୍ର ୨ଟି ଆସନରେ ବିଜୟୀ ହୋଇଥିବାବେଳେ ତୃଣମୂଳ ୨୨ଟି ଆସନରେ ବିଜୟୀ ହୋଇଥିଲା। ସେତେବେଳେ ମଧ୍ୟ ଅନେକ କଂଗ୍ରେସ ନେତା ସିପିଆଇ(ଏମ୍) ସହ ମିଶି ଲଢ଼ିବାକୁ ଦାବି କରିଥିଲେ, କିନ୍ତୁ ଦଳ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲା। ଏଥର ମମତାଙ୍କ ଏକାକୀ ଲଢ଼ିବାର ଘୋଷଣା ବଙ୍ଗଳା ରାଜନୀତିକୁ ଏକ ନୂଆ ଦିଗ ଦେଇପାରେ।

୨୩ଟି ଆସନ ଚାହୁଁଛନ୍ତି ଉଦ୍ଧବ ଠାକରେ

ଉଦ୍ଧବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ୨୩ଟି ଆସନରେ ଲଢ଼ିବାକୁ ଦାବି କରିଥିଲେ ମଧ୍ୟ କଂଗ୍ରେସ ଏହାକୁ ଗ୍ରହଣ କରୁନାହିଁ। ମହାରାଷ୍ଟ୍ରରେ କଂଗ୍ରେସ, ଶରଦ ପାୱାରଙ୍କ ଏନସିପି ଗୋଷ୍ଠୀ ଏବଂ ଉଦ୍ଧବ ଗୋଷ୍ଠୀ ନେତୃତ୍ୱାଧୀନ ଶିବସେନା ମେଣ୍ଟରେ ଅଛନ୍ତି।

ଶିବସେନା ଲୋକସଭା ଆସନର ଏକ ବଡ଼ ଅଂଶ ଦାବି କରିଛି। ଦଳ ୨୩ଟି ଆସନ ଦାବି କରିଥିଲେ ମଧ୍ୟ କଂଗ୍ରେସ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତା ଅଶୋକ ଚୌହାନ ଏହି ଦାବିକୁ ଅତ୍ୟଧିକ ବୋଲି କହିବା ସହ ଦଳଗୁଡ଼ିକ ମଧ୍ୟରେ ବୁଝାମଣା ଜରୁରୀ ବୋଲି କହିଛନ୍ତି। ପ୍ରତ୍ୟେକ ଦଳ ଅଧିକ ଆସନ ଚାହୁଁଥିବାବେଳେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିବସେନାର ୨୩ଟି ଆସନ ଦାବି ବହୁତ ଅଧିକ ରହିଛି।

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଓ ଏନସିପି ଏକାଠି ଲଢ଼ିଥିଲେ। ୪୮ଟି ଆସନରୁ କଂଗ୍ରେସ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିବାବେଳେ ଏନସିପି ୪ଟି ଆସନରେ ବିଜୟୀ ହୋଇଛି। ୨୦୧୯ ନିର୍ବାଚନରେ ମଧ୍ୟ ଶିବସେନା ଓ ବିଜେପି ଏକାଠି ଲଢ଼ିଥିଲେ। ବିଜେପି ୨୩ଟି ଆସନ ଜିତିଥିବାବେଳେ ଶିବସେନା ୧୮ ଟି ଆସନରେ ବିଜୟୀ ହୋଇଥିଲା।

ପଞ୍ଜାବରେ ଆପ୍‍ ଏକାକୀ ଲଢ଼ିବ

ପଞ୍ଜାବ କଂଗ୍ରେସ ନେତାମାନେ ଦଳୀୟ ହାଇକମାଣ୍ଡଙ୍କୁ ସ୍ପଷ୍ଟଭାବେ କହିଛନ୍ତି ଯେ ସେମାନେ ୨୦୨୪ ଲୋକସଭା ନିର୍ବାଚନରେ ଏକାକୀ ଲଢ଼ିବାକୁ ଚାହୁଁଛନ୍ତି। ଡିସେମ୍ବର ୨୬ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳର ରାଷ୍ଟ୍ରୀୟ ନେତା ଏବଂ ପଞ୍ଜାବର ବରିଷ୍ଠ ନେତାଙ୍କ ମଧ୍ୟରେ ଏହି ମତ ପ୍ରକାଶ ପାଇଥିଲା। ଏହି ବୈଠକରେ ଆସନ ବଣ୍ଟନକୁ ନେଇ ବିଚାର ବିମର୍ଶ ହୋଇଥିଲା, ଯେଉଁଥିରେ ୩୦ରୁ ଅଧିକ କଂଗ୍ରେସ ନେତା ଉପସ୍ଥିତ ଥିଲେ। ବୈଠକ ପରେ ବିଧାୟକ ଦଳ ନେତା ପ୍ରତାପ ସିଂହ ବାଜୱା କହିଛନ୍ତି ଯେ ହାଇକମାଣ୍ଡ ସେମାନଙ୍କ କଥା ଶୁଣିଛନ୍ତି ଏବଂ ଦଳର ସ୍ୱାର୍ଥ ପ୍ରତି ଧ୍ୟାନ ଦିଆଯିବ।

ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଡିସେମ୍ବର ୧୭ରେ ପଞ୍ଜାବର ଭଟିଣ୍ଡାରେ ଏକ ରାଲି କରିଥିଲେ। ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନରେ ଶାସକ ଆମ୍ ଆଦମୀ ପାର୍ଟିକୁ ଭୋଟ୍ ଦେବା ପାଇଁ କେଜ୍ରିଓ୍ଵାଲ ଜନସାଧାରଣଙ୍କୁ ନିବେଦନ କରିଥିଲେ, ଯାହା ସୂଚାଇଦେଇଥିଲା ଯେ ଇଣ୍ଡି ମେଣ୍ଟର ସହଯୋଗୀ କଂଗ୍ରେସ ସହ ଆସନ ବୁଝାମଣା ହେବାର ଆଶା କମ୍। ତେଣୁ ଏବେ ଦେଖିବାକୁ ବାକି ରହିଲା ପଞ୍ଜାବରେ କଂଗ୍ରେସ କ’ଣ ରଣନୀତି ପ୍ରସ୍ତୁତ କରୁଛି ଏବଂ ଆମ୍ ଆଦମୀ ପାର୍ଟି ଏକାକୀ ଲଢ଼ି କ’ଣ ପ୍ରଦର୍ଶନ କରିବ। ଦିଲ୍ଲୀ ଓ ପଞ୍ଜାବରେ ଆମ୍ ଆଦମୀ ପାର୍ଟିର କାହା ସହ ମେଣ୍ଟ ନାହିଁ। ସେ କେବଳ ଇଣ୍ଡି ମେଣ୍ଟର ଏକ ଅଂଶ।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ରରେ ‘INDIA’ କୁ ଝଟକା!, କଂଗ୍ରେସ ସାମ୍ନାରେ ଏତେ ସଂଖ୍ୟକ ଆସନ ଦାବି କଲା ଶିବସେନା

ମୁମ୍ବାଇ: ୨୦୨୪ ଲୋକସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏ ମେଣ୍ଟର ମୁକାବିଲା ପାଇଁ ଗଠିତ ୨୮ ଟି ଦଳର ‘INDIA’ ମେଣ୍ଟରେ ଆସନ ବଣ୍ଟନ ଏପର୍ଯ୍ୟନ୍ତ କରାଯାଇ ନାହିଁ। ଏହାପୂର୍ବରୁ ମଧ୍ୟ ଆଞ୍ଚଳିକ ଦଳମାନେ ସେମାନଙ୍କର ଦାବି ଉପସ୍ଥାପନ କରିବା ଆରମ୍ଭ କରି ଦେଇଛନ୍ତି। ଗୁରୁବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ, ଲୋକସଭା ନିର୍ବାଚନରେ ​​ସେ ରାଜ୍ୟର କୌଣସି ଦଳ ସହ ମେଣ୍ଟ କରିବେ ନାହିଁ। ବର୍ତ୍ତମାନ ଉଦ୍ଧବ ଠାକରେଙ୍କ ପାର୍ଟି ଶିବସେନା (ୟୁବିଟି) ମଧ୍ୟ ମହାରାଷ୍ଟ୍ରରେ ଆସନ ଦାବି କରିଛି।

ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ବିଭାଜନ ସତ୍ତ୍ୱେ ଆମେ ମହାରାଷ୍ଟ୍ରର ସବୁଠାରୁ ବଡ ଦଳ। ଆମେ ୨୩3 ଟି ଆସନରେ ନିର୍ବାଚନ ଲଢୁଛୁ। ଗତ ନିର୍ବାଚନରେ ​​ଆମେ ଏହି ୧୮ ଟି ସିଟ୍ ଜିତିଥିଲୁ। ଏଥର ମଧ୍ୟ ଆମେ ସମାନ ସଂଖ୍ୟକ ଆସନରେ ନିର୍ବାଚନ ଲଢିବୁ। ତେବେ ରାଉତ କହିଛନ୍ତି ଯେ, ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଏବଂ ଏନସିପି (ଶରଦ ପାୱାର ଦଳ) ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବେ।

ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ମହାରାଷ୍ଟ୍ରର ସବୁଠାରୁ ବଡ ଦଳ ହେଉଛି ଶିବସେନା, କଂଗ୍ରେସ ଏକ ଜାତୀୟ ଦଳ। କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଆମର ଆଲୋଚନା ଭଲ ଚାଲିଛି। ଆମେ କହିଲୁ ଯେ ଆମେ ସର୍ବଦା ମହାରାଷ୍ଟ୍ରର ଲୋକସଭା ପାଇଁ ୨୩ ଟି ଆସନରେ ଲଢୁଛୁ। ଆମେ ପୂର୍ବରୁ ସ୍ଥିର କରିଥିଲୁ ଯେ, ଜିତିଥିବା ଆସନଗୁଡ଼ିକ ପରେ ଆଲୋଚନା ହେବ। ମହାରାଷ୍ଟ୍ରରେ କଂଗ୍ରେସ କୌଣସି ଆସନ ଜିତି ନାହିଁ, ମହାରାଷ୍ଟ୍ରରେ କଂଗ୍ରେସ ଶୂନରୁ ଆରମ୍ଭ ହେବ। କିନ୍ତୁ ମହା ବିକାଶ ଅଘାଡିରେ କଂଗ୍ରେସ ଆମର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। କଂଗ୍ରେସ, ଏନସିପି ଏବଂ ଶିବସେନା ମହାରାଷ୍ଟ୍ରରେ ଏକାଠି କାମ କରିବେ ଏବଂ ଆମର, ଏନସିପି କିମ୍ବା କଂଗ୍ରେସ ହାଇକମାଣ୍ଡରେ କୌଣସି ଅସୁବିଧା ନାହିଁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଭାରତ ଉପରେ ଆକ୍ରମଣ ପାଇଁ ଆଇଏସଆଇଏସର ଷଡଯନ୍ତ୍ର, ୪୦ ରୁ ଅଧିକ ସ୍ଥାନ ଉପରେ ଚଢାଉ

ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଆଜି ସକାଳୁ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ପ୍ରାୟ ୪୪ ଟି ସ୍ଥାନରେ ଚଢାଉ କରୁଛି। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ବିଶ୍ଵ ଆତଙ୍କବାଦୀ ଗୋଷ୍ଠୀ ଇସଲାମିକ୍ ଷ୍ଟେଟ୍ ଅଫ୍ ଇରାକ ଏବଂ ସିରିଆ (ଆଇଏସ୍) ମାଧ୍ୟମରେ ସାରା ଦେଶରେ ଆତଙ୍କବାଦୀ ଆକ୍ରମଣ କରିବା ଷଡଯନ୍ତ୍ର ସହ ଜଡିତ ମାମଲାରେ ଏହି ଚଢାଉ କରାଯାଉଛି। ଆଇଏସଆଇଏସକୁ ଦୁନିଆର ସବୁଠାରୁ ଭୟଭୀତ ଆତଙ୍କବାଦୀ ସଂଗଠନ ଭାବେ ଗଣାଯାଏ।

ANI ଅନୁଯାୟୀ, ୪୪ ଟି ସ୍ଥାନ ଅଛି ଯେଉଁଠାରେ ଶନିବାର ସକାଳୁ ଏନଆଇଏ ଚଢାଉ ଜାରି ରହିଛି। ସେଥିମଧ୍ୟରୁ କର୍ଣ୍ଣାଟକର ଗୋଟିଏ ସ୍ଥାନରେ ଚଢାଉ କରାଯାଇଛି। ଏଥିସହିତ ପୁଣେରେ ୨ ଟି, ଥାନେ ଗ୍ରାମୀଣରେ ୩୧ ଟି, ଥାନେ ସିଟିରେ ୯ ଟି ଏବଂ ଭୟାନ୍ଦରରେ ଗୋଟିଏ ସ୍ଥାନରେ ଏନଆଇଏ ଅଧିକାରୀମାନେ ଚଢାଉ କରିଛନ୍ତି। ଭାରତରେ ଆତଙ୍କବାଦ ଏବଂ ହିଂସା ବିସ୍ତାର ପାଇଁ ଆତଙ୍କବାଦୀ ସଂଗଠନର ଯୋଜନାକୁ ପଣ୍ଡ କରିବା ପାଇଁ ଏନଆଇଏ ଏକ ବ୍ୟାପକ ଅନୁସନ୍ଧାନ କରୁଛି। ପୂର୍ବରୁ ମଧ୍ୟ ଏଭଳି ଚଢାଉ କରାଯାଇଥିଲା ଯେଉଁଥିରେ ଅନେକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।