Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ଜାତୀୟ ପିଏମ୍ ବିଶ୍ୱକର୍ମା କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ଆଜି ଜାତୀୟ ପିଏମ୍ ବିଶ୍ୱକର୍ମା କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

September 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ୱାର୍ଦ୍ଧା ଗସ୍ତରେ ଯିବେ। ପୂର୍ବାହ୍ନ ପ୍ରାୟ ୧୧.୩୦ରେ ସେ ‘ନ୍ୟାସନାଲ ପିଏମ୍ ବିଶ୍ୱକର୍ମା’ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ପିଏମ୍ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଏମ୍ ବିଶ୍ୱକର୍ମା ହିତାଧିକାରୀମାନଙ୍କୁ ପ୍ରମାଣ ପତ୍ର ଓ ଋଣ ବଣ୍ଟନ କରିବେ। ଏହି ଯୋଜନାରେ କଳାକାରମାନଙ୍କୁ ସହାୟତାର ପ୍ରତୀକ ସ୍ୱରୂପ ପ୍ରଧାନମନ୍ତ୍ରୀ ପିଏମ୍ ବିଶ୍ୱକର୍ମା ଅଧୀନରେ ୧୮ ପ୍ରକାରର ବ୍ୟବସାୟରେ ୧୮ ଜଣ ବ୍ୟବସାୟୀଙ୍କୁ ଋଣ ବଣ୍ଟନ କରିବେ । ସେମାନଙ୍କ ପରମ୍ପରା ଏବଂ ସମାଜ ପ୍ରତି ଥିବା ଅବଦାନକୁ ସମ୍ମାନ ଦେଇ ପିଏମ୍ ବିଶ୍ୱକର୍ମାର ଏକ ବର୍ଷ ପୂର୍ତ୍ତି ପାଇଁ ପ୍ରଧାନମନ୍ତ୍ରୀ ଏକ ସ୍ମରଣିକା ଡାକଟିକଟ ଉନ୍ମୋଚନ କରିବେ।

ମହାରାଷ୍ଟ୍ରର ଅମରାବତୀରେ ପ୍ରଧାନମନ୍ତ୍ରୀ ପିଏମ୍ ମେଗା ଇଣ୍ଟିଗ୍ରେଟେଡ ଟେକ୍ସଟାଇଲ ରିଜନ୍ସ ଆଣ୍ଡ ଆପାରେଲ (ପିଏମ୍ ମିତ୍ର) ପାର୍କର ଶିଳାନ୍ୟାସ କରିବେ । ରାଜ୍ୟ ସରକାରଙ୍କ ସଂସ୍ଥା ଭାବେ ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ (ଏମ୍‌ଆଇଡିସି) ୧୦୦୦ ଏକର ବିଶିଷ୍ଟ ପାର୍କର ବିକାଶ କରୁଛି। ବୟନ ଶିଳ୍ପ କ୍ଷେତ୍ରରେ ୭ଟି ପିଏମ୍ ମିତ୍ର ପାର୍କ ପ୍ରତିଷ୍ଠା ସକାଶେ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି। ବୟନ ଶିଳ୍ପ କ୍ଷେତ୍ରରେ ନିର୍ମାଣ ଓ ରପ୍ତାନି କ୍ଷେତ୍ରରେ ବିଶ୍ୱସ୍ତରରେ ଭାରତକୁ ଏକ ହବ୍‌ରେ ପରିଣତ କରିବା ଉଦ୍ଦେଶ୍ୟରେ ଏହି ପିଏମ୍ ମିତ୍ର ପାର୍କଗୁଡ଼ିକୁ ପ୍ରତିଷ୍ଠା କରାଯାଉଛି। ଏହା ବୟନ କ୍ଷେତ୍ରରେ ବିଶ୍ୱସ୍ତରୀୟ ଔଦ୍ୟୋଗିକ ଭିତ୍ତିଭୂମି ପ୍ରତିଷ୍ଠା ସହ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ) ସମେତ ବିପୁଳ ନିବେଶ ଟାଣିବ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ସରକାରଙ୍କ ‘ଆଚାର୍ଯ୍ୟ ଚାଣକ୍ୟ ଦକ୍ଷତା ବିକାଶ ଯୋଜନା’ର ଶୁଭାରମ୍ଭ କରିବେ। ୧୫ରୁ ୪୫ ବର୍ଷର ଯୁବକମାନଙ୍କୁ ଆତ୍ମନିର୍ଭର ହେବା ସହ ବିଭିନ୍ନ ନିଯୁକ୍ତି ସୁଯୋଗର ଫାଇଦା ନେବା ସକାଶେ ରାଜ୍ୟର କେତେକ ପ୍ରତିଷ୍ଠିତ କଲେଜରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ। ପ୍ରତ୍ୟେକ ବର୍ଷ ରାଜ୍ୟରେ ୧,୫୦,୦୦୦ ଜଣ ଯୁବକ ମାଗଣା ଦକ୍ଷତା ବିକାଶ ପ୍ରଶିକ୍ଷର ପାଇବେ।

ପ୍ରଧାନମନ୍ତ୍ରୀ ମଧ୍ୟ ‘ପୂଣ୍ୟଶ୍ଳୋକ ଅହଲ୍ୟାଦେବୀ ହୋଲକାର ମହିଳା ଷ୍ଟାର୍ଟଅପ୍ ଯୋଜନା’ର ଶୁଭାରମ୍ଭ କରିବେ। ଏହି ଯୋଜନାରେ ମହାରାଷ୍ଟ୍ରରେ ମହିଳାଙ୍କ ଦ୍ୱାରା ପ୍ରତିଷ୍ଠିତ ଷ୍ଟାର୍ଟ-ଅପ୍ ଗୁଡ଼ିକୁ ପ୍ରାରମ୍ଭିକ ସହାୟତା ପ୍ରଦାନ କରାଯିବ। ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଯୋଜନାର ୨୫% ପଛୁଆ ବର୍ଗ ଏବଂ ଆର୍ଥିକ ଦୁର୍ବଳ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ଏହା ଯୋଗୁ ମହିଳାଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍ଟ-ଅପ୍ ଗୁଡ଼ିକ ଆତ୍ମନିର୍ଭର ଓ ସ୍ୱାଧୀନ ହୋଇପାରିବେ।

ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ୱାର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026

କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

May 23, 2026

ପୋଲିସ SI ସ୍କାମ : ୧୭ ଜଣଙ୍କ ଜାମିନ ଖାରଜ

May 23, 2026

ଭାଇଭଉଣୀଙ୍କୁ ହାଣିଲା ଯୁବକ

May 23, 2026
Latest News

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026

କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

May 23, 2026

ପୋଲିସ SI ସ୍କାମ : ୧୭ ଜଣଙ୍କ ଜାମିନ ଖାରଜ

May 23, 2026

ଭାଇଭଉଣୀଙ୍କୁ ହାଣିଲା ଯୁବକ

May 23, 2026

ଆଜି ମେ ୨୩ ତାରିଖ ଶନିବାରରେ ନଅଟି ରାଶି ପାଇଁ ରହିଛି ଭଲ ଦିନ, ଖୁସିରେ ରହିବେ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.