Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମାଙ୍କଡା ପଥର ଚୋରାଚାଲାଣ ବେଳେ ଜଙ୍କିଆ ପୋଲିସର ଚଢ଼ାଉ: ୧୩ ଟି ଗାଡି ୨ଟି ପାଓ୍ବ।ର ଟିଲର ଜବତ

ଜଙ୍କିଆ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଂଚଳରେ ବେଆଇନ ଭାବରେ ମାଙ୍କଡା ପଥର ଲୁଟ ହେଉଥିବାର ବାରମ୍ବାର ଅଭିଯୋଗ ହେଉଛି। ମାଫିଆମାନେ ଦିନ ଦ୍ୱିପ୍ରହରେ ଜଂଗଲ ଜମି, ସରକାରୀ ଜମି, ଗୋଚର ଜମି ଓ ଚାଷ ଜମିରେ ମାଙ୍କଡା ପଥର ଖଣି ଖୋଳି ଲୁଟି ଚାଲିଛନ୍ତି। ମାଫିଆମାନେ ସ୍ପଷ୍ଟ ଦିବାଲୋକରେ ଜେସିବି, ଟ୍ରାକ୍ଟର, ଟ୍ରକ, ପଥରକଟା ମେସିନ ଲଗାଇ ମୂଲ୍ୟବାନ ମାଙ୍କଡା ପଥର ଲୁଟି ନେଉଛନ୍ତି। ଯାହାଫଳରେ ସରକାରଙ୍କ କୋଟିକୋଟି ଟଙ୍କାର ରାଜସ୍ୱ କ୍ଷତି ହେଉଛି। ପ୍ରଶାସନ ପକ୍ଷରୁ ଆଖି ଦୃଷ୍ଟିଆ ଚଢ଼ାଉ କରାନଯିବାରୁ ଖଣି ମାଫିଆ ନିର୍ଭୟରେ ମାଙ୍କଡା ପଥର ଲୁଟି ଚାଲିଛନ୍ତି।

ତେବେ ଆଜି ବେଆଇନ ଖଣିରୁ ପଥର ଚୋରାଚାଲାଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଜଙ୍କିଆ ଥାନା ଆଇଆଇସି ଅନିତା ସାହୁଙ୍କ ନେତୃତ୍ୱରେ ଅଚାନକ ସଦଳବଳେ ଟାଙ୍କୋଳ ଓ ଓଳସିଂହ ଡମଣଭୂଇଁ ଅଞ୍ଚଳରେ ଚଢାଉ କରି ୧୩ ଗୋଟି ମାଙ୍କଡା ପଥର ବୋଝେଇ ଗାଡି, ଦୁଇଟି ପାଓ୍ବ।ର ଟିଲର, ଗୋଟିଏ ବାଇକ ସମେତ ଦୁଇ ଜଣ ଡ୍ରାଇଭରଙ୍କୁ ଗିରଫ କରିଛନ୍ତି। ସମସ୍ତ ଗାଡି ଓ ମାଲିକ ମାନଙ୍କ ବିରୋଧରେ ଥାନାରେ ଆଠ ଗୋଟି ମାମଲା ରୁଜୁ ହୋଇଥିବା ବେଳେ ଦୁଇ ଜଣ ଡ୍ରାଇଭରକୁ କୋର୍ଟ ଚାଲାଣ କରିଛି ପୋଲିସ।

ଆଗକୁ ଚଢ଼ାଉ ଆହୁରି ଜୋରଦାର କରାଯିବ ବୋଲି କହିଛନ୍ତି ଆଇଆଇସି ଶ୍ରୀମତୀ ସାହୁ।  ତେବେ କିଛି ଦିନର ବିରତି ପରେ ପୁଣି ଜଙ୍କିଆ ଥାନା ଅଞ୍ଚଳରେ ଅଚାନକ ଖଣିରେ ପୋଲିସର ଚଢାଉ ଦେଖି ଖଣି ମାଫିଆଙ୍କ ମନରେ ଛନକା ପଶିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଉଗ୍ରତାରା ରୋଡରେ ଟାଙ୍ଗୀ ପୋଲିସ୍ ର ଚଢାଉ: ୩ ଟି ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ଜବତ, ୩ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଂଚଳରେ ଦିନକୁ ଦିନ ବେଆଇନ ପଥର ଖଣି ମାଫିଆଙ୍କ ଆତଙ୍କରାଜ ବଢି ଚାଲିଛି। ରାତି ଅଧରେ ମାଫିଆମାନେ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ପଥର କାରବାର କରୁଛନ୍ତି। ଫଳରେ ବହୁଳ ପରିମାଣର ସରକାରୀ ରାଜସ୍ୱ ହାନି ହେଉଛି।

ତେବେ ସେହି ଅଞ୍ଚଳରେ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ଖବର ପାଇ ଟାଙ୍ଗୀ ପୋଲିସ୍ ଚଢାଉ ଆରମ୍ଭ କରିଥିଲା। ଗତକାଲି ବିଳମ୍ବିତ ରାତିରେ ଟାଙ୍ଗୀ ପୋଲିସ୍ ଉଗ୍ରତାରା ରୋଡ୍ ରେ ଚଢାଉ କରି ୩ ଟି ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ଜବତ କରିଥିଲା। ଏହା ସହ ୩ ଜଣ ଟ୍ରାକ୍ଟର ଚାଳକଙ୍କୁ ମଧ୍ୟ ଗିରଫ କରିଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ବିଜୟ କୁମାର ମଲିକ ସୂଚନା ଦେଇଛନ୍ତି।