Categories
ଆଜିର ଖବର ରାଜ୍ୟ ଖବର

ସହିଦ କୃତିବାସ ପାଟ୍ଟଶାଣୀଙ୍କ ଭବ୍ୟ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସରକାରଙ୍କୁ ନିବେଦନ

ଖୋର୍ଦ୍ଧା/ବାଣପୁର: ଦୀର୍ଘ ତିନିଦିନ ଧରି ଚାଲିଥିବା ଗୌରବମୟ ବାଣପୁର ମୁକ୍ତି ଦିବସ ସମାରୋହ କବିତା ପାଠୋତ୍ସବ, ଆଲୋଚନା ଚକ୍ର ଉଦ୍‌ଯାପିତ ହୋଇଯାଇଛି। ଐତିହାସିକ ପଲଟଣ ପଡ଼ିଆର ଛାୟା ମଣ୍ଡପଠାରେ ଅପରାହ୍ନରେ ମୁକ୍ତି ଦିବସ ସ୍ମୃତିକମିଟିର ସଂପାଦକ ଶିକ୍ଷାବିତ୍ ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ ଏହି ସମାରୋହରେ ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଆଡ଼ଭୋକେଟ୍ ମୁରଲୀଧର ସାମନ୍ତ ସିଂହାର, ଡଃ ନୃସିହଚରଣ ପ୍ରଧାନ, ଅଧ୍ୟାପକ ଲକ୍ଷ୍ମୀପ୍ରସାଦ ମିଶ୍ର, ନାଟ୍ୟକାର ଭିକାରୀଚରଣ ପ୍ରଧାନ, ସଂଗଠକ ନନ୍ଦକିଶୋର ମିଶ୍ର, ସମାଜସେବୀ ସଂଧ୍ୟାଦେବୀ, ଅନନ୍ତଚରଣ ଖଟେଇ, କବୟିତ୍ରୀ ରୋଜାଲିନ୍ ମିଶ୍ର, ଅଧ୍ୟାପକ ସର୍ବେଶ୍ଵର ଷଡ଼ଙ୍ଗୀ, ଶିକ୍ଷାବିତ୍ ଲକ୍ଷ୍ମୀଚରଣ ପ୍ରଧାନ, ଶିଶିର କୁମାର ଦାସ, ବୈରାଗୀ ଚରଣ ବଳ, ମାଧବଚନ୍ଦ୍ର ବାରିକ୍, ଜୟକୃଷ୍ଣ ଦାସ, ସୁରେଶ ଚନ୍ଦ୍ର ପରୀଡ଼ା, ପ୍ରଭାତ କୁମାର ବେହେରା, ସୁଶାନ୍ତ କୁମାର ଦାସ, ବ୍ରଜକିଶୋର ଜେନା, ରମେଶ କୁମାର ମହାପାତ୍ର, ମନୋରଞ୍ଜନ ଦାଶ, ନବକିଶୋର ପ୍ରଧାନ, ଉମାକାନ୍ତ ସାହୁ, ଗାୟକ କଳାକାର ଚ଼ିରଞ୍ଚି ପରୀଡ଼ା ପ୍ରମୁଖ ଯୋଗ ଦେଇ ସହିଦ କୃତ୍ତିବାସ ପାଟ୍ଟଶାଣୀଙ୍କ ବାଣପୁରର ସ୍ଵାଧୀନତା ପାଇଁ ତ୍ୟାଗ ବଳିଦାନ ପ୍ରତି ଅଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଐତିହାସିକ ପଲଟଣ ପଡ଼ିଆରେ ସହୀଦପାଟ୍ଟଶାଣୀଙ୍କ ଭବ୍ୟ ଅଶ୍ଵାରୋହୀ ଆପାଦ ମସ୍ତକ ପ୍ରତିମୂର୍ତ୍ତି ପ୍ରତିଷ୍ଠା ସହିତ ପାଇକ ଶ୍ରେଷ୍ଟ ଦଳବେହେରା ଦୀନବଂଧୁ ସାମନ୍ତରାୟ ମହାରଥାଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିବା ବାଣପୁରର ୧୮୧୭ ପ୍ରଥମ ପାଇକ ବିଦ୍ରୋହକୁ ଭାରତ ବର୍ଷର ପ୍ରଥମ ସ୍ଵାଧୀନତା ଆନ୍ଦୋଳନର ମାନ୍ୟତା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଲେ ତାହା ହିଁ ହେବ ସହୀଦଙ୍କ ପ୍ରତି ସମୁଚିତ ଶ୍ରଦ୍ଧାଞ୍ଜଳି ବୋଲି ମଞ୍ଚରେ ମତ ପ୍ରକାଶ ପାଇଥିଲା।

ସଭାର ପ୍ରାରମ୍ଭରେ ପ୍ରଥମେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଶେଷରେ ଚିଲିକା ସାହିତ୍ୟ ସମାଜର ସହ ସଂପାଦକ ରମେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ମୁକ୍ତି ଦିବସ ପାଳିତ, ବିପ୍ଲବୀ କୃତିବାସ ପାଟଶାଣିଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

ବାଣପୁର: ଏହି ତିନିଦିନ ବାଣପୁର ମୁକ୍ତି ଦିବସ। ପ୍ରତ୍ୟେକ ବାଣପୁର ବାସୀଙ୍କ ପାଇଁ ଏହି ତିନିଦିନ ଗର୍ବ ଆଉ ଗୌରବର ଦିନ। ୧୮୩୬ ମସିହା ଜୁନ୍ ପହିଲାରେ ଅରାଙ୍ଗଗଡ଼ର ଦଳବେହେରା କୃତ୍ତିବାସ ପାଟ୍ଟଶାଣି ଏହି ଦିନ ଶତାଧିକ କନ୍ଧ ପାଇକ ଓ ସାନସିରେଇ ପୁର, ଭାପୁର, ବାଁଳୋଇ, ସାହାସପୁର, ବୋରିଗାଁ, ବେତୁଲି, ଭେଟେଶ୍ଵର ଇତ୍ୟାଦି ଗ୍ରାମର ଶତଶତ ପାଇକସେନାଙ୍କୁ ସାଥିରେ ନେଇ ଐତିହାସିକ ପଲଟଣ ପଡ଼ିଆରେ ଥିବା ବ୍ରିଟିଶ ବାହିନୀ ଉପରେ ଆକ୍ରଣ କରି ଖଜଣାଖାନା ଲୁଟ୍, ବାଣପୁର ଥାନାପୋଡ଼ି କରି ବ୍ରିଟିଶ୍ ବାହିନୀକୁ ଏଠାରୁ ତଡ଼ି ବାଣପୁରକୁ ବ୍ରିଟିଶ୍ ଶାସନ ମୁକ୍ତ କରି ସ୍ଵାଧୀନତା ଘୋଷଣା କରିଥିଲେ। ବିପ୍ଲବୀ କୃତ୍ତିବାସଙ୍କ ଏହି ଦୁର୍ବାର ବିପ୍ଲବ ବ୍ରିଟିଶ୍ ଶାସକଙ୍କ ହୃଦକମ୍ପନ ସୃଷ୍ଟି କରି ଭାରତର ସ୍ଵାଧୀନତା ସଂଗ୍ରାମ ଇତିହାସରେରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା ଯାହା ପରାଧୀନଭାରତ ବର୍ଷର ଏକ ଅନନ୍ୟ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ।

ଉକ୍ତ ତିନିଦିନ ବାଣପୁର ବାସୀଙ୍କ ପାଇଁ ମୁକ୍ତି ଦିବସ ଭାବରେ ବାଣପୁର ଇତିହାସ ପୃଷ୍ଟାରେ ଲିପି ବଦ୍ଧ ହୋଇ କାଳକାଳକୁ ସ୍ମରଣୀୟ ଦିବସ ଭାବରେ ରହିଛି ଓ ରହିଥିବ ମଧ୍ୟ। ସେହି ଦେଶପ୍ରେମୀ ବୀରପୁଙ୍ଗବ ଶେଷରେ ଦେଶ ଦ୍ରୋହୀ ଙ୍କ ପ୍ରରୋଚନାରେ ବ୍ରିଟିଶ୍ ହାତରେ ଧରାପଡ଼ି ପ୍ରଥମେ ଜେଲ୍ ତାପରେ କଳାପାଣି ଦଣ୍ଡ ଭୋଗି ସୁଦୂର ଆଣ୍ଡାମାନ ଦ୍ଵୀପରେ ଥିବା ସେଲୁଲାର୍ ଜେଲ୍ ରେ ପ୍ରାଣତ୍ୟାଗ କରି ମା’ମାଟିର ସ୍ଵାଧୀନତା ପାଇଁ ବଳିଦାନ ଦେଇ ସହିଦ ହୋଇଥିଲେ। ସେହି ବୀରବିପ୍ଲବୀଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଅଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ
କରାଯାଇଥିଲା।

ମୁକ୍ତି ଦିବସ ସ୍ମୃତି କମିଟିର ସଂପାଦକ ବାଳମୁକୁନ୍ଦଦାସଙ୍କ ସହିତ ସାହିତ୍ୟସିନ୍ଦୁରାର ଆବାହକ ଗୋଲକ ବିହାରୀ ପରୀଡା,ପାଇକ କବି କୃଷ୍ଣଚନ୍ଦ୍ରପାଠାଗାରର ସଭାପତି ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଐତିହାସିକ ପଞ୍ଚୁଦୋଳଯାତ୍ରା କମିଟିର ସଂପାଦକ ମାଧବଚନ୍ଦ୍ର ବାରିକି, ସହ ସଂପାଦକ ଜୟକୃଷ୍ଣ ଦାସ, ଚିଲିକା ସାହିତ୍ୟ ସମାଜର ଉପଦେଷ୍ଟା ରବୀନ୍ଦ୍ରନାଥ ମାନସିଂ, ଶିକ୍ଷାବିତ୍ ଶିଶିର କୁମାର ଦାସ, କବି ବି.ଦିଗାମ୍ବର ,ପତ୍ରକାର ଅଶୋକ କୁମାର ପାଇକରାୟ, ପୃଷ୍ଠଭୂମୀର ସଂପାଦକ ବ୍ରଜକିଶୋର ଜେନା, ଅଧ୍ୟାପକ ଗୋଲକ ବିହାରୀ ସାହୁ ପ୍ରମୁଖ ସହୀଦ କୃତ୍ତିବାସ ପାଟଶାଣୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ତ୍ୟାଗ ଓ ବଳିଦାନ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ଚିଲିକା ସାହିତ୍ୟ ସମାଜ ପାଳିଲା ୧୮୮ତମ ବାଣପୁର ମୁକ୍ତି ଦିବସ, ସହିଦ କୃତ୍ତିବାସଙ୍କୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି

ବାଣପୁର (ସୀତାରାମ ଅଗ୍ରୱାଲ): ଯେଉଁ ରକ୍ତ ରଞ୍ଜିତ ପଲଟଣ ପଡ଼ିଆର ଫିରିଙ୍ଗିମୁକ୍ତ ମାଟି ଉପରେ ଛିଡ଼ା ହୋଇ ୧୮୩୬ ମସିହା ଜୁନ୍ ୧ ତାରିଖରେ ବିପ୍ଲବୀ କୃତିବାସ ତିନି ଦିନ ପାଇଁ ବାଣପୁରର ସ୍ଵାଧୀନତା ସଦର୍ପେ ଘୋଷଣା କରିଥିଲେ। ସେହି ଐତିହାସିକ ମାଟି ଉପରେ ଚିଲିକା ସାହିତ୍ୟ ସମାଜ ପାଳନ କରିଛି। ୧୮୮ତମ ବାଣପୁର ମୁକ୍ତି ଦିବସ ସମାରୋହ ଏବଂ ସାରସ୍ଵତ ପ୍ରତିଭାଙ୍କ ସ୍ଵରଚିତ କବିତା “ମୁକ୍ତି ସଂଗୀତ” ରେ ବିପ୍ଳବୀଙ୍କୁ ଅର୍ପଣ କରିଛି ଶତତ ଶ୍ରଦ୍ଧାଞ୍ଜଳି।

ବକ୍ସି ଜଗବନ୍ଧୁଙ୍କ ଡ଼ାକରାରେ ୧୮୧୭ର ପ୍ରଥମ ପାଇକ ବିଦ୍ରୋହ ଭାଟପଡ଼ାଗଡ଼ର ଦଳବେହେରା ଦୀନବନ୍ଧୁ ସାମନ୍ତରାୟ ମହାରଥା ଏବଂ ଅରାଙ୍ଗଗଡ଼ର ଦଳବେହେରା ପିତା ଶ୍ୟାମସୁନ୍ଦରର ପାଟଣାଣିଙ୍କ ମିଳିତ ସହଯୋଗରେ ଘୁମୁଷରର ଶତ ଶତ କନ୍ଧପାଇକଙ୍କ ସହିତବାଣପୁର ପାଇକଙ୍କଫିରିଙ୍ଗି ବିରୋଧି ବିଦ୍ରୋହ ଯୁବ ଅବସ୍ଥାରେ କୃତିବାସଙ୍କୁ ଉଦବୋଧିତ କରିଥିଲା।

ପରବର୍ତ୍ତୀକାଳରେ ୧୮୩୬ରେ ପୁଣି ଫିରିଙ୍ଗିମାନଙ୍କ ଅକଥନୀୟ ଶୋଷଣ କଷଣ ଅତ୍ୟାଚାରକୁ ପ୍ରତିହତ କରିବାପାଇଁ ଅରାଙ୍ଗଗଡର ଶତପାଇକଙ୍କ ସହିତ ସାନସିରେଇପୁର, ବାଁଳୋଇ, ସାହାସପୁର, ଭେଟେଶ୍ଵର, ବୋରିଗାଁ, ବେତୁଲି, ଅଞ୍ଚଳର ସହଶ୍ରାଧିକ ପାଇକମାନଙ୍କୁ ସଂଗଠିତ କରି ଐତିକାସିକ ପଲଟଣ ପଡ଼ିଆରେ ଥିବା ବ୍ରିଟିଶ ବାହିନୀ ଉପରେ ଅତର୍କିତ ଆକ୍ରମଣ ସହିତ ଖଜଣାଖାନାଲୁଟ, ଥାନା ପୋଡ଼ି କରି ବାଣପୁରକୁ ତିନି ଦିନ ପାଇଁ ଫିରିଙ୍ଗି ଶାସନମୁକ୍ତ କରି ଶେଷରେ ଶିଖିମନେଇଙ୍କ ଛଳନାରେ ବ୍ରିଟିଶ ହାତରେ ଧରାପଡ଼ି କଳାପାଣି ଦଣ୍ଡ ଭୋଗି ମାଟି ପାଇଁ ସହୀଦ ହୋଇଥିବାରୁ ସାହିତ୍ୟ ସମାଜ ତରଫରୁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରାଯାଇଥିଲା।

ସଭାପତି ବାଳମୁକୁନ୍ଦ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମାରୋହରେ କବିଶିବ ମିଶ୍ର, ଆଶୁତୋଶ ସାମନ୍ତସିଂହାର, ମଦନ ମୋହନ ମହାପାତ୍ର, ଅଧ୍ୟାପକ ଲକ୍ଷ୍ମୀଧର ସୁବୁଦ୍ଧି, ମୁରଲୀଧର ସାମନ୍ତସିଂହାର, ରାଜେନ୍ଦ୍ର ପ୍ରସାଦ ରଥ,ରଙ୍କ ନାଥ ସେଠୀ, ଶେଷ ଦେବ ମହାରଣା, ମହେଶ୍ଵର ଜେନା, ଦଣ୍ଡପାଣି ବେହେରା, ରବୀନ୍ଦ୍ରନାଥ ମାନସିଂ, ଆନନ୍ଦ ଚନ୍ଦ୍ରସେନାପତି,ଭିକାରୀଚରଣ ପ୍ରଧାନ, ରାକେଶ ସାହୁ ପ୍ରମୁଖ ନିଜ ନିଜ କବିତା ରେ ଓ,ବ୍ୟକ୍ତବ୍ୟରେ ବିପ୍ଲବୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  ଆରମ୍ଭରେ ସହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। କବି ରମେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ଶେଷ ହେଲା କୋର୍ଟ କଟକଣା, କର୍ମି ପାଳନ କଲେ ମୁକ୍ତି ଦିବସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଆଜି ସୁପ୍ରିମ କୋର୍ଟ କଟକଣା ଶେଷ ହୋଇଛି। ଜଗଦ୍ଦେବଙ୍କୁ ଏକ ବର୍ଷ ପାଇଁ ନିଜ ନିର୍ବାଚନ ମଣ୍ଡଳି ପ୍ରବେଶ ଉପରେ ରୋକ ଲଗାଯାଇଥିଲା। ସେହି କଟକଣା ଆଜି ଶେଷ ହେଲା। ଏହି ପରିପ୍ରେକ୍ଷୀରେ ବିଧାୟକଙ୍କ ସମର୍ଥକମାନେ ଚିଲିକାରେ ପାଳନ କରିଛନ୍ତି ମୁକ୍ତି ଦିବସ।

ବିଧାୟକଙ୍କ ପ୍ରତିନିଧି ଜୟନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବାଣପୁର ବାଇପାସ ସ୍ଥିତ ବିଜେଡି କାର୍ଯ୍ୟାଳୟ ପରିସରରେ ଏହି ମୁକ୍ତି ଦିବସ ପାଳନ ହୋଇଥିଲା। ଏଥିରେ ଏକାଧିକ ନିର୍ବାଚିତ ବିଜେଡି ଜନ ପ୍ରତନିଧିମାନେ ଉପସ୍ଥିତ ଥିଲେ। ଆସନ୍ତା 28 ତାରିଖରେ ବିଧାୟକ ନିଜ ନିର୍ବାଚନ ମଣ୍ଡଳି ଚିଲିକା ଆସିବେ ଏବଂ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

ବିଧାୟକ ବାଲୁଗାଁରୁ ବାଣପୁର ମା’ ଭଗବତୀ ମନ୍ଦିର ଦର୍ଶନ କରି ପଲଟନ ପଡିଆ ଯିବେ ଏବଂ ସେଠାରେ ତାଙ୍କୁ ବିଭିନ୍ନ ପାଇକ ସଂଗଠନ ଏବଂ ସମର୍ଥକଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି କୁହାଯାଇଥିଲା। ଅନୁରୂପ ଭାବେ ବିଧାୟକଙ୍କ ଉପରୁ  ଶିଘ୍ର ଦଳୀୟ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ କର୍ମିମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ତେବେ ଆଜିର ଉକ୍ତ ବୈଠକରେ ବହୁ ଛାମୁଆ ବିଜେଡି ନେତା ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି। ସେମାନଙ୍କୁ କୁଆଡେ ଶଙ୍ଖ ଭବନରୁ ଡାକରା ଆସିଥିବାର ଆଲୋଚନା ହେଉଛି। ବିଧାୟକଙ୍କ ରାଲି ବନ୍ଦ କରିବା ପାଇଁ କୁଆଡେ ଚାପ ପ୍ରୟୋଗ କରାଯାଉଛି ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି।