ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ମୋଟରସାଇକେଲ ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି। ସଦର ଥାନା ଅର୍ନ୍ତଗତ ଲାଞ୍ଜିଆ ପଞ୍ଚାୟତ ବାଳକୃଷ୍ଣ ପୁର ଛକରେ ସିଙ୍ଗିପୁର ଗ୍ରାମର ଦୁଇ ଯୁବକ ବ୍ରହ୍ମପୁର ଠାରୁ ଦିଗପହଣ୍ଡି ଅଭିମୁଖେ ଯାଉଥିଲେ। ଅପରପଟରୁ ସାଇକେଲରେ ଆସୁଥିବା ଯୁବକଙ୍କ ସହ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ସାଇକେଲ ଚାଳକ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏବଂ ମୋଟରସାଇକେଲ ଚାଳକ ଓ ପଛରେ ବସିଥିବା ଯୁବକ ଦୁହେଁ ଗୁରୁତର ଆହତ ହୋଇଥିଲେ।
ଉଭଯଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମୃତ ଯୁବଙ୍କର ପରିଚୟ ମିଳିପାରିନାହିଁ। ସଦର ଥାନା ପୋଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସମିତି ସଭ୍ୟ ଓ ଗ୍ରାମ ବାସିନ୍ଦାଙ୍କ ମୃତାହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।