Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ସମସ୍ତଙ୍କ ପାଇଁ ସୁଲଭ ସ୍ୱାସ୍ଥ୍ୟସେବା: ମୋଦୀ ସରକାରଙ୍କ ଗ୍ୟାରେଣ୍ଟି  

ନୂଆଦିଲ୍ଲୀ: ୨୦୧୪ ରୁ ୨୦୨୫ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଚକ୍ଷଣ ନେତୃତ୍ୱରେ ଭାରତର ସ୍ୱାସ୍ଥ୍ୟସେବା ରୂପାନ୍ତରିତ ହୋଇଛି। ଜନ କୈନ୍ଦ୍ରିକ ଦୃଷ୍ଟିକୋଣ ମାଧ୍ୟମରେ, ସରକାର ସମସ୍ତ ନାଗରିକ, ବିଶେଷକରି ଅବହେଳିତ ଏବଂ ଗ୍ରାମୀଣ ଜନସଂଖ୍ୟାଙ୍କ ପାଇଁ ଗୁଣବତ୍ତାଯୁକ୍ତ ସ୍ୱାସ୍ଥ୍ୟସେବାକୁ ସୁଲଭ ଏବଂ ସହଜଲଭ୍ୟ କରିବା ପାଇଁ ଗୁରୁତ୍ୱ ଦେଇଛନ୍ତି। ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ ହେଉ  କିମ୍ବା ଇ-ସଞ୍ଜିବନୀ ଭଳି ଟେଲିମେଡିସିନ ପ୍ଲାଟଫର୍ମ ହେଉ, ଏସବୁଥିରେ  ଲକ୍ଷ୍ୟ ସ୍ପଷ୍ଟ ରହିଛି। ତାହା ହେଲା: ସମସ୍ତଙ୍କ ପାଇଁ ସୁଲଭ, ସହଜଲଭ୍ୟ ଏବଂ ଦାୟିତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା।

ଭାରତ କେବଳ କୋଭିଡ୍‍ ୧୯ ସଙ୍କଟକୁ ନିୟନ୍ତ୍ରଣ କରିନଥିଲା, ବିଶ୍ୱକୁ ୨୨୦  କୋଟିରୁ ଅଧିକ ଟିକା ପ୍ରଦାନ କରି ବିଶ୍ୱ ସ୍ୱାସ୍ଥ୍ୟ ସେବାରେ ଏକ  ପ୍ରମୁଖ ସ୍ୱାସ୍ଥ୍ୟ ଅଂଶୀଦାର ନିଜକୁ ପ୍ରମାଣିତ କରିଥିଲା।  ମିଶନ ଇନ୍ଦ୍ରଧନୁଷ ଭଳି ବ୍ୟାପକ ଟିକାକରଣ ଅଭିଯାନ ମାଧ୍ୟମରେ ପ୍ରତିରୋଧମୂଳକ ସେବା ବୃଦ୍ଧି ପାଇଛି। ଚିକିତ୍ସା ଶିକ୍ଷାରେ ଏକ ବୃହତ ପରିବର୍ତ୍ତନ ଆସିଛି,  ଦେଶରେ ଏମ୍ସ ସହ ମେଡିକାଲ୍‍ ଆସନ ସଂଖ୍ୟାରେ ରେକର୍ଡ ବୃଦ୍ଧି ଘଟିଛି। ଦେଶର ପ୍ରତ୍ୟେକ କୋଣରୁ ନୂତନ ଡାକ୍ତରମାନଙ୍କୁ ସଶକ୍ତ କରାଯାଇଛି। ଜନ ଔଷଧି କେନ୍ଦ୍ର ମାଧ୍ୟମରେ ଜେନେରିକ ଔଷଧ ସହଜରେ ଉପଲବ୍ଧ ହୋଇଛି, ଯାହାଦ୍ୱାରା ସାଧାରଣ ପରିବାରର ଲକ୍ଷ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ ବଞ୍ଚିପାରିଛି।

ଭାରତୀୟ ସ୍ୱାସ୍ଥ୍ୟ ବିଭାଗର ଏ କାହାଣୀ କେବଳ ଭିତ୍ତିଭୂମି ଉନ୍ନୟନରେ ସୀମିତ ନାହିଁ, ଏହା ପ୍ରଭାବର କାହାଣୀ ବର୍ଣ୍ରନା କରୁଛି। ଏ ଭିତରେ ମାତୃ ମୃତ୍ୟୁ ହାର ହ୍ରାସ ପାଇଛି। ସ୍ୱାସ୍ଥ୍ୟସେବାର ସୁଲଭତା ବୃଦ୍ଧି ପାଇଛି। ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଆସ୍ଥା ପୂର୍ବ ଅପେକ୍ଷା ଅଧିକ ଦୃଢ଼ ହୋଇଛି। ଯେହେତୁ ଭାରତ ଅମୃତ କାଳରେ ପବେଶ କରୁଛି, ଏହାର ସ୍ୱାସ୍ଥ୍ୟ ଯାତ୍ରା ଏବେ କେବଳ ରୋଗ ଚିକିତ୍ସାରେ ସୀମାବଦ୍ଧ ହୋଇ ନାହିଁ- ଏହା ରାଷ୍ଟ୍ରର  ପୋଷଣ ବିଷୟକୁ ଆଧାର କରିଛି। ସ୍ୱାସ୍ଥ୍ୟ ଏବେ ଏକ ଅଧିକାର, ସୁବିଧା ନୁହେଁ। ଏବଂ ମୋଦୀ ସରକାରଙ୍କ ଅଧୀନରେ, ପ୍ରତ୍ୟେକ ଭାରତୀୟଙ୍କ ଜୀବନ ମହତ୍ୱପୂର୍ଣ୍ଣ। ଯାହାର ମୂଳ ବିନ୍ଦୁରେ ରହିଛି- ସମ୍ମାନ, ଯତ୍ନ ଏବଂ ଆକାଂକ୍ଷା।

ଆୟୁଷ୍ମାନ ଭାରତ ମାଧ୍ୟମରେ ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜ  

ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY)

୨୦୧୮ ରେ, କେନ୍ଦ୍ର ସରକାର ଆର୍ଥିକ ଦୃଷ୍ଟିରୁ ପଛୁଆ ଭାରତୀୟଙ୍କୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହାୟକ ହେବା ଉଦ୍ଦେଶ୍ୟରେ  ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY) ଆରମ୍ଭ କରିଥିଲେ, ଯାହା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା କାର୍ଯ୍ୟକ୍ରମରେ ପରିଣତ ହୋଇଛି। ଭାରତର ୪୦% ଜନସଂଖ୍ୟାଙ୍କୁ ଟାର୍ଗେଟ କରି, ଏହି ଯୋଜନା ପ୍ରାୟ ୧୨.୩୭ କୋଟି ପରିବାରଙ୍କୁ  ସହାୟକ ହୋଇଛି।  ପ୍ରାୟ ୫୫ କୋଟି ବ୍ୟକ୍ତି ଏଥିରେ ଉପକୃତ ହେଉଛନ୍ତି। ୨୯ ଅକ୍ଟୋବର ୨୦୨୪ ରେ ଏକ ଐତିହାସିକ ସମ୍ପ୍ରସାରଣରେ, ସରକାର ଆୟୁଷ୍ମାନ ଭାରତ ବୟ ବନ୍ଦନା ପ୍ରବର୍ତ୍ତନ କରିଛନ୍ତି, ଯାହା ୭୦ ବର୍ଷ ଏବଂ ତଦୂର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଅମୃତ ସଞ୍ଜିବୀ ପାଲଟିଛି। ଆୟୁଷ୍ମାନ ବୟ ବନ୍ଦନା ଯୋଜନାରେ ୫୮ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ୪୯୬କୋଟି ଟଙ୍କାର ଚିକିତ୍ସା ସୁବିଧା ପାଇଛନ୍ତି।   ଏହି ପଦକ୍ଷେପ ବୟସ୍କମାନଙ୍କର ସ୍ୱାସ୍ଥ୍ୟ ସମ୍ବେଦନଶୀଳତାକୁ ବୁଝେ ଏବଂ  ସେମାନଙ୍କ ସମ୍ମାନଜନକ ବଞ୍ଚିବା ଓ ଚିନ୍ତାମୁକ୍ତ ଚିକିତ୍ସାକୁ ସୁନିଶ୍ଚିତ କରେ।

ଏହା ସହିତ, ଏହି ଯୋଜନା ଭାରତର ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅଗ୍ରଣୀ ନାୟକମାନଙ୍କୁ, ଯଥା ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଏବଂ ଅଙ୍ଗନବାଡ଼ି ସହାୟକଙ୍କୁ ମଧ୍ୟ ସହାୟକ ହୋଇଛି।  ମୋଟାମାଟି ଭାବେ କହିବାକୁ ଗଲେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ  ଯୋଜନା କେବଳ ଏକ ସ୍ୱାସ୍ଥ୍ୟ ଯୋଜନା ନୁହେଁ—ଏହା ସ୍ୱାସ୍ଥ୍ୟସେବା ସୁଲଭତାରେ ଏକ ସାମାଜିକ ବିପ୍ଳବ, ଯାହା ଭାରତର ସବୁଠାରୁ ଦୁର୍ବଳ ବର୍ଗକୁ ସମ୍ମାନ, ଯତ୍ନ ଏବଂ ଆର୍ଥିକ ସୁରକ୍ଷା ସହିତ ସଶକ୍ତ କରୁଛି।

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ

ଭାରତ ସରକାର ଦେଶରେ ଏକ ଦୃଢ଼ ଏବଂ ଏକୀକୃତ ଡିଜିଟାଲ ସ୍ୱାସ୍ଥ୍ୟ ଇକୋସିଷ୍ଟମ ପ୍ରତିଷ୍ଠା କରିବା ପାଇଁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ କରିଛନ୍ତି।  ଏହା ରକ୍ଷିତ, ଇଣ୍ଟରଅପରେବଲ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ। ରୋଗୀ, ସେବା ପ୍ରଦାନକାରୀ, ଏବଂ ନୀତି ନିର୍ମାତାଙ୍କ ମଧ୍ୟରେ ସଂଯୋଗ ସ୍ଥାପନ କରେ।

ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ

ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ହେଉଛି ଏକ ଐତିହାସିକ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଯୋଜନା, ଯେଉଁଥିରେ ୨୦୨୧-୨୨ ରୁ ୨୦୨୫-୨୬ ପର୍ଯ୍ୟନ୍ତ ୬୪୧୮୦ କୋଟି ଟଙ୍କାର ମୋଟ ବ୍ୟୟ ବରାଦ କରାଯାଇଛି। ଏହା  ପ୍ରାଥମିକ, ମାଧ୍ୟମିକ ଏବଂ ତୃତୀୟ ସ୍ତରରେ ସ୍ୱାସ୍ଥ୍ୟ ସେବା ବିତରଣକୁ ଶକ୍ତିଶାଳୀ ଏବଂ ଏକୀକୃତ କରିବା ପାଇଁ ଉଦ୍ଦିଷ୍ଟ।

ଜାତୀୟ ସ୍ୱାସ୍ଥ୍ୟ ମିଶନ

ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଦୁଇଟି ଉପ-ମିଶନ—ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଏବଂ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟ କରୁଛି। ଏହା  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏକ ପ୍ରମୁଖ କାର୍ଯ୍ୟକ୍ରମ।  ଜାତୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ର ଲକ୍ଷ୍ୟ ଏବଂ  ପରିପୂରକ ବିକାଶ ଲକ୍ଷ୍ୟ ଅନୁସାରେ ସମସ୍ତଙ୍କ ପାଇଁ ସୁସ୍ଥ ଜୀବନ ଏବଂ କଲ୍ୟାଣକୁ ପ୍ରୋତ୍ସାହନ କରିବା।

ବଜେଟ ପ୍ରତିବଦ୍ଧତା ଏବଂ ସେବା ସମ୍ପ୍ରସାରଣ  

ଗତ ଦଶନ୍ଧି ମଧ୍ୟରେ ସରକାର ଏନ୍‍ଏଚଏମ୍‍ ଅଧୀନରେ ବିନିଯୋଗ ଏବଂ ସେବାଗୁଡ଼ିକୁ ନାଟକୀୟ ଭାବେ ବୃଦ୍ଧି କରିଛନ୍ତି।

ପ୍ରାଥମିକ ସ୍ୱାସ୍ଥ୍ୟସେବାର ରୂପାନ୍ତର: ଆୟୁଷ୍ମାନ ଆରୋଗ୍ୟ ମନ୍ଦିର  

ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜର ଏକ ପ୍ରମୁଖ ସ୍ତମ୍ଭ ହେଉଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର। ପୂର୍ବରୁ ଆୟୁଷ୍ମାନ ଭାରତ-ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଭାବେ ପରିଚିତ ହେଉଥିଲା।

ଏନ୍‍ଏଚ୍‍ଏମ୍‍ ଅଧୀନରେ ପ୍ରମୁଖ କାର୍ଯ୍ୟକ୍ରମ/ଯୋଜନା

ଜନସାଧାରଣ ଚିକିତ୍ସା କ୍ଷେତ୍ରରେ ଭୋଗୁଥିବା ସମସ୍ତ ସମସ୍ୟାକୁ ସମାଧାନ କରିବା ପାଇଁ ଏନ୍‍ଏଚ୍‍ଏମ୍‍ ଲକ୍ଷ୍ୟ ରଖିଛି।  ଏଥିରେ    ପ୍ରଜନନ ସ୍ୱାସ୍ଥ୍ୟ, ମାତୃ, ନବଜାତ, ଶିଶୁ ଏବଂ କିଶୋର ସ୍ୱାସ୍ଥ୍ୟ  କ୍ଷେତ୍ର ଉଲ୍ଲେଖ ଯୋଗ୍ୟ।  ଏହି ଯୋଜନା ଅଧିନରେ କାର୍ଯ୍ୟକ୍ଷମ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକ ହେଉଛି ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ , ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ, ମିଶନ ଇନ୍ଦ୍ରଧନୁଷ, ଜନନୀ ସୁରକ୍ଷା ଯୋଜନା ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ), ନବଜାତ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ଜାତୀୟ ପରିବାର ନିୟୋଜନ କାର୍ଯ୍ୟକ୍ରମ, ଏବଂ ଲେବର ରୁମରେ  ଗୁଣବତ୍ତା ଉନ୍ନତି ପାଇଁ ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ ପ୍ରଭୃତି।

ପୁଷ୍ଟିହୀନତା ଦୂର କରିବା ପାଇଁ, ମିଶନ ଜାତୀୟ ଆୟୋଡିନ ଅଭାବ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଶିଶୁ ଏବଂ ଛୋଟ ଶିଶୁଙ୍କ ଖାଦ୍ୟ ପାଇଁ MAA (ମଦର୍ସ ଆବସୋଲ୍ୟୁଟ ଆଫେକ୍ସନ) କାର୍ଯ୍ୟକ୍ରମ, ଜାତୀୟ ଫ୍ଲୋରୋସିସ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NPPCF), ଏବଂ ରକ୍ତହୀନତା ନିୟନ୍ତ୍ରଣ ପାଇଁ ଜାତୀୟ ଆୟର୍ନ ପ୍ଲସ ଉଦ୍ୟମ ଭଳି କାର୍ଯ୍ୟକ୍ରମ କ୍ରିୟାଶୀଳ ରହିଛି।

ସଂକ୍ରାମକ ରୋଗ କ୍ଷେତ୍ରରେ,  ନିଆଯାଉଥିବା ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ରହିଛି ଇଣ୍ଟିଗ୍ରେଟେଡ ଡିଜିଜ ସର୍ଭେଲାନ୍ସ ପ୍ରୋଗ୍ରାମ (IDSP), ସଂଶୋଧିତ ଜାତୀୟ କ୍ଷୟରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (RNTCP), ଜାତୀୟ କୁଷ୍ଠରୋଗ ନିର୍ମୂଳ କାର୍ଯ୍ୟକ୍ରମ (NLEP), ଜାତୀୟ ଭେକ୍ଟର ବୋର୍ନ ଡିଜିଜ କଣ୍ଟ୍ରୋଲ ପ୍ରୋଗ୍ରାମ (NVBDCP), ଜାତୀୟ ଏଡ଼ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NACP), ପଲସ ପୋଲିଓ କାର୍ଯ୍ୟକ୍ରମ, ଜାତୀୟ ଭାଇରାଲ ହେପାଟାଇଟିସ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NVHCP), ଜାତୀୟ ରେବିଜ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଏବଂ ଆଣ୍ଟି-ମାଇକ୍ରୋବିଆଲ ରେଜିଷ୍ଟାନ୍ସ (AMR) ନିୟନ୍ତ୍ରଣ କାର୍ଯ୍ୟକ୍ରମ।

ଅସଂକ୍ରାମକ ରୋଗର ବୃଦ୍ଧିପ୍ରାପ୍ତ ବୋଝକୁ ସମାଧାନ କରିବା ପାଇଁ, ଏନ୍‍ଏଚ୍‍ଏମ୍‍ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NTCP), ଜାତୀୟ କର୍କଟ, ଡାଇବେଟିସ, ହୃଦରୋଗ ଏବଂ ଷ୍ଟ୍ରୋକ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NPCDCS), ଜାତୀୟ ବୃତ୍ତିଗତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଜାତୀୟ ବଧିରତା ନିୟନ୍ତ୍ରଣ କାର୍ଯ୍ୟକ୍ରମ (NPPCD), ଜାତୀୟ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଜାତୀୟ ଅନ୍ଧତ୍ୱ ଏବଂ ଦୃଷ୍ଟିହୀନତା ନିୟନ୍ତ୍ରଣ କାର୍ଯ୍ୟକ୍ରମ (NPCB&VI), ପ୍ରଧାନମନ୍ତ୍ରୀ ଜାତୀୟ ଡାୟାଲିସିସ କାର୍ଯ୍ୟକ୍ରମ (PMNDP), ଜାତୀୟ ବୟସ୍କଙ୍କ ସ୍ୱାସ୍ଥ୍ୟ ଯତ୍ନ କାର୍ଯ୍ୟକ୍ରମ (NPHCE), ଜାତୀୟ ବର୍ନ ଆଘାତ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NPPMBI), ଏବଂ ଜାତୀୟ ମୌଖିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆଦି ଗ୍ରହଣ କରିଛି।

ଜାତୀୟ ଟିବି ଉତ୍ପାଟନ କାର୍ଯ୍ୟକ୍ରମ (NTEP)

ଜାତୀୟ ଟିବି ଉତ୍ପାଟନ କାର୍ଯ୍ୟକ୍ରମ (NTEP) ଅଧୀନରେ ଭାରତ ଟିବିକୁ ମୂଳୋତ୍ପାଟନ କରିବାରେ ଶକ୍ତିଶାଳୀ ଅଗ୍ରଗତି ହାସଲ କରିଛି। ୨୦୨୪ ର ଗ୍ଲୋବାଲ ଟିବି ରିପୋର୍ଟ ଅନୁଯାୟୀ, ୨୦୧୫ ରୁ ୨୦୨୩ ମଧ୍ୟରେ ଟିବି ଆକ୍ରାନ୍ତଙ୍କ କ୍ଷେତ୍ରରେ ୧୭.୭% ଏବଂ ଟିବି ମୃତ୍ୟୁରେ ୨୧.୪ %  ହ୍ରାସ ପାଇଛି। ଚିକିତ୍ସା କଭରେଜ ୫୩% ରୁ ୮୫% କୁ ବୃଦ୍ଧି ହୋଇଛି, ଯାହା ସେବା ସୁଲଭତାରେ ବୃହତ ଅଗ୍ରଗତି ଦର୍ଶାଏ। ୨୦୨୪ରେ, ଭାରତ ୨୬.୧୭ ଲକ୍ଷ ଟିବି ଆକ୍ରାନ୍ତଙ୍କୁ ରିପୋର୍ଟ କରିଛି, ଯାହା ୨୦୧୪  ତୁଳନାରେ ୬୯% ଅଧିକ।  ଗତ ଦଶନ୍ଧିରେ ଚିକିତ୍ସା ସଫଳତା ହାର ୮୫% ରୁ ୮୯% କୁ ବୃଦ୍ଧି ହୋଇଛି।

ନିକ୍ଷୟ ପୋଷଣ ଯୋଜନା ଅଧୀନରେ, ୩୬୦୭ କୋଟି ଟଙ୍କା ୧.୨୩ କୋଟି ଟିବି ରୋଗୀଙ୍କୁ ପ୍ରଦାନ କରାଯାଇଛି। ନଭେମ୍ବର ୨୦୨୪ ରୁ ମାସିକ ସହାୟତା ରାଶି ୧ ହଜାର ଟଙ୍କାକୁ ବୃଦ୍ଧି ହୋଇଛି। ନି-କ୍ଷୟ ମିତ୍ର ଉଦ୍ୟମ ମାଧ୍ୟମରେ ସାମୁଦାୟିକ ସମର୍ଥନ ବୃଦ୍ଧି ପାଇଛି, ଅଢ଼େଇ ଲକ୍ଷରୁ ଅଧିକ ମିତ୍ର, ୧୩.୨୩  ଲକ୍ଷ ରୋଗୀଙ୍କୁ ସହାୟତା, ଏବଂ ୨୯.୧୪ ଲକ୍ଷ ଖାଦ୍ୟ ଝୁଡ଼ି ବଣ୍ଟନ କରାଯାଇଛି।

ଜାତୀୟ ରକ୍ତହୀନତା ଆନିମିଆ ଉତ୍ପାଟନ ମିଶନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୨୩ ଜୁଲାଇ ମାସରେ ଜାତୀୟ ସିକିଲ ସେଲ ଆନିମିଆ ଉତ୍ପାଟନ ମିଶନ ଆରମ୍ଭ ହୋଇଥିଲା। ଏହି ମିଶନ ୨୦୪୭ ସୁଦ୍ଧା  ରକ୍ତହୀନତା ରୋଗକୁ ଉତ୍ପାଟନ କରିବା ଲକ୍ଷ୍ୟରେ ଏହି ଯୋଜନା   ଜନଜାତି ଜନସଂଖ୍ୟା ମଧ୍ୟରେ ସଚେତନତା ସୃଷ୍ଟି, ସାର୍ବଜନୀନ ସ୍କ୍ରିନିଂ, ଏବଂ ସାମୁଦାୟିକ-କୈନ୍ଦ୍ରିକ ଏବଂ ଏକୀକୃତ ଦୃଷ୍ଟିକୋଣ ମାଧ୍ୟମରେ ରୋଗ ପରିଚାଳନା ଉପରେ ଗୁରୁତ୍ୱ ଦିଏ। ୩ ଜୁନ ୨୦୨୫ ସୁଦ୍ଧା, ମୋଟ ୫.୭୨କୋଟି ଲୋକଙ୍କୁ ରକ୍ତହୀନତା ପାଇଁ ସ୍କ୍ରିନ କରାଯାଇଛି, ଯାହା ତିନି ବର୍ଷର ଲକ୍ଷ୍ୟର ୭୫% ରୁ ଅଧିକ ହାସଲ କରିଛି। ବିଶେଷକରି, ଏପ୍ରିଲ ୨୦୨୪ ରୁ ମାତ୍ର ଏକ ବର୍ଷରେ ୨.୬୫ କୋଟିରୁ ଅଧିକ ସ୍କ୍ରିନିଂ କରାଯାଇଛି। ରାଜ୍ୟମାନେ ୨.୫୦କୋଟି ସିକ୍ଲ ସେଲ ଷ୍ଟିଟସ୍‍ କାର୍ଡ ଜାରି କରିଛନ୍ତି, ଯାହା ୧.୯୮ ଲକ୍ଷ ରୋଗୀ ଏବଂ ୧୪ ଲକ୍ଷ ସିକ୍ଲ ସେଲ ଟ୍ରେଟ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିଛି। ସମସ୍ତ ନିଦାନ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା  ମିଳୁଛି।

ପ୍ରଧାନମନ୍ତ୍ରୀ ଜାତୀୟ ଡାୟାଲିସିସ କାର୍ଯ୍ୟକ୍ରମ

ମୋଟ ୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୪୯ ଜିଲ୍ଲାରେ ଥିବା ୧୬୭୪ କେନ୍ଦ୍ରରେ ୧୧,୭୫୭ ହେମୋ-ଡାୟାଲିସିସ ମେସିନ ସ୍ଥାପନ କରି କାର୍ଯ୍ୟକ୍ଷମ କରାଯାଇଛି। ୩ ଜୁନ ୨୦୨୫ ସୁଦ୍ଧା, ମୋଟ ୨୭.୮୬ ଲକ୍ଷ ରୋଗୀ (ସଂଚିତ) ଡାୟାଲିସିସ ସେବା ଗ୍ରହଣ କରିଛନ୍ତି ଏବଂ ୩୪୨.୨୫ ଲକ୍ଷ ହେମୋ-ଡାୟାଲିସିସ ସେସନ (ସଂଚିତ) ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ଜାତୀୟ ଡାୟାଲିସିସ କାର୍ଯ୍ୟକ୍ରମ ମାଧ୍ୟମରେ ଏପର୍ଯ୍ୟନ୍ତ ମୋଟ ୮ ହଜାର କୋଟି ଟଙ୍କାର ଆଉଟ-ଅଫ-ପକେଟ ଖର୍ଚ୍ଚ ସଞ୍ଚୟ କରାଯାଇପାରିଛି।    ପିଏମ୍‍-ଜୟ ଅଧୀନରେ ମାଗଣା ଡାୟାଲିସିସ ଦ୍ୱାରା ଅତିରିକ୍ତ  ୮ ହଜାର  କୋଟି ଟଙ୍କାର ସଞ୍ଚୟ କରାଯାଇଛି।

ଜାତୀୟ ମାଗଣା ଔଷଧ ସେବା ଏବଂ ଜାତୀୟ ମାଗଣା ନିଦାନ ସେବା ଯୋଜନା  

ଏହି ଉଦ୍ୟମ ଆବଶ୍ୟକୀୟ ଔଷଧ ଏବଂ ନିଦାନ ସୁବିଧାଗୁଡ଼ିକୁ ଉପଲବ୍ଧ କରାଇ  ରୋଗୀଙ୍କ ଖର୍ଚ୍ଚକୁ କମାଏ।  ଖର୍ଚ୍ଚକୁ ହ୍ରାସ କରେ।

ବ୍ୟାପକ କର୍କଟ ଚିକିତ୍ସା

ଭାରତରେ କର୍କଟର ବୃଦ୍ଧିପ୍ରାପ୍ତ ବୋଝକୁ ସମାଧାନ କରିବା ପାଇଁ, ସରକାର ପ୍ରାରମ୍ଭିକ ନିଦାନ, ଭିତ୍ତିଭୂମି ବିକାଶ, ଏବଂ ସୁଲଭ ଚିକିତ୍ସା ଉପରେ କେନ୍ଦ୍ରୀଭୂତ ଏକ ଦୃଢ଼ ବହୁସ୍ତରୀୟ ରଣନୀତି ଗ୍ରହଣ କରିଛନ୍ତି, ଯାହା ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜର ଲକ୍ଷ୍ୟ ସହିତ ସମାନୁପାତିକ।

ପ୍ରାରମ୍ଭିକ ନିଦାନ କର୍କଟ ନିୟନ୍ତ୍ରଣର ମୂଳଦୁଆ ରହିଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ପ୍ରାଥମିକ ସ୍ତରରେ ହିଁ ଏହି ରୋଗୀଙ୍କୁ ଚିହ୍ନଟ କରାଯାଉଛି। ୧ ଜୁନ୍‍ ୨୦୨୫ସୁଦ୍ଧା ଦେଶରେ :  ମୁଖ କର୍କଟ: କ୍ଷେତ୍ରରେ ୩୧.୭୦ କୋଟିରୁ ଅଧିକ ସ୍କ୍ରିନିଂ କରାଯାଇଥିବା ବେଳେ ସ୍ତନ କର୍କଟ ସନ୍ଦେହରେ  ୧୬.୬୮ କୋଟିରୁ ଅଧିକ ସ୍କ୍ରିନିଂକରାଯାଇଛି। ସେହିପରି ଗର୍ଭାଶୟ କର୍କଟ ଜାଣିବା ଲାଗି ୯.୯୭ କୋଟିରୁ ଅଧିକ ସ୍କ୍ରିନିଂ କରାଯାଇଛି। ଏହି ସ୍କ୍ରିନିଂ ମାଗଣା ହେବା ସହ ଏହା ପରବର୍ତ୍ତୀ ଚିକିତ୍ସା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ତୃତୀୟ ସ୍ତରରେ ଥିବା କର୍କଟ ରୋଗର ଚିକିତ୍ସା ପାଇଁ ସରକାର ଗତ ଦଶନ୍ଧିରେ ୧୯ ଟି ରାଜ୍ୟ କର୍କଟ ପ୍ରତିଷ୍ଠାନ ଏବଂ ୨୦ ଟି   ଯତ୍ନ କେନ୍ଦ୍ରର ବିକାଶ ପାଇଁ ୩ ହଜାର କୋଟିରୁ ଅଧିକ ନିବେଶ କରିଛନ୍ତି। ସମସ୍ତ ୨୩ଟି ନୂତନ ଏମ୍ସରେ କର୍କଟ ଚିକିତ୍ସା ସୁବିଧା ମଧ୍ୟ ପ୍ରତିଷ୍ଠା କରାଯାଇଛି। ଝାଜ୍ଜରରେ ଥିବା ଜାତୀୟ କର୍କଟ ପ୍ରତିଷ୍ଠାନ  ଏବଂ ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ କ୍ୟାମ୍ପସ  ଭଳି ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକୁ ଜାତୀୟ କର୍କଟ ଚିକିତ୍ସା ଇକୋସିଷ୍ଟମକୁ ଆହୁରି ସୁଦୃଢ଼ ​​କରିବା ପାଇଁ ସ୍ଥାପନ କରାଯାଇଛି।   ୨୧୭ଟି ଅମୃତ ଫାର୍ମାସି ମାଧ୍ୟମରେ, ୨୮୯ଟି କର୍କଟ ଔଷଧ ୫୦% ପର୍ଯ୍ୟନ୍ତ ରିହାତିରେ ଉପଲବ୍ଧ କରାଯାଉଛି। ଏହା ସହିତ, ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା ଜନସାଧାରଣଙ୍କୁ ସୁଲଭ କର୍କଟ ପ୍ରତିରୋଧୀ ଔଷଧ ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।

ସ୍ୱାସ୍ଥ୍ୟ ସେବାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା

ସୁଲଭ ଔଷଧ

ସମସ୍ତଙ୍କ ପାଇଁ ସୁଲଭ ଔଷଧର ପହଞ୍ଚିବା ସୁନିଶ୍ଚିତ କରିବା ଗତ ଦଶନ୍ଧି ଧରି ଭାରତର ସ୍ୱାସ୍ଥ୍ୟସେବା ସଂସ୍କାରର ଏକ କେନ୍ଦ୍ରୀୟ ସ୍ତମ୍ଭ ହୋଇଛି। ଉଚ୍ଚ ଚିକିତ୍ସା ଖର୍ଚ୍ଚ, ବିଶେଷକରି ଅତ୍ୟାବଶ୍ୟକ ଔଷଧ ପାଇଁ, ପ୍ରାୟତଃ ପରିବାରଗୁଡ଼ିକୁ ଆର୍ଥିକ ସଙ୍କଟକୁ ଠେଲିଥାଏ ବୋଲି ସ୍ୱୀକାର କରି, ଭାରତ ସରକାର ଲକ୍ଷ ଲକ୍ଷ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଅଭିଜ୍ଞତାକୁ ପରିବର୍ତ୍ତନ କରିଛନ୍ତି। ଏହିକ୍ରମରେ ଗୁଣାତ୍ମକ ଔଷଧ ଉପଲବ୍ଧ କରାଇବା ପାଇଁ ଲକ୍ଷ୍ୟବଦ୍ଧ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି।

ଜନ ଔଷଧି କେନ୍ଦ୍ର

ଏହି କ୍ଷେତ୍ରରେ ଏକ ପ୍ରମୁଖ ହସ୍ତକ୍ଷେପ ହେଉଛି ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ଯୋଜନା, ଯାହାକୁ ନଭେମ୍ବର ୨୦୧୬ ରେ ଔଷଧ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିଲା। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଜନ ଔଷଧି କେନ୍ଦ୍ରଗୁଡ଼ିକର ଏକ ଉତ୍ସର୍ଗୀକୃତ ନେଟୱାର୍କ ମାଧ୍ୟମରେ ଉଚ୍ଚମାନର ଜେନେରିକ୍ ଔଷଧ ଯଥେଷ୍ଟ କମ୍ ମୂଲ୍ୟରେ ଯୋଗାଇବା।  ଫଳରେ ରୋଗୀ ସେହି ଗୁଣବତ୍ତା ଔଷଧକୁ  ବଜାର ହାର ତୁଳନାରେ ୫୦% ରୁ ୯୦% କମ ଦରରେ ପାଇପାରୁଛନ୍ତି। ସୁଲଭ ଏବଂ ନିର୍ଭରଯୋଗ୍ୟ ଔଷଧ ପ୍ରଦାନ କରି, ଏହି ଯୋଜନା ଅଗଣିତ ପରିବାରକୁ ସମୟାନୁବର୍ତ୍ତୀ ଚିକିତ୍ସା ଏବଂ ସୁସ୍ଥ ଜୀବନଯାପନ ପାଇଁ ସଶକ୍ତ କରିଛି।

ଅମୃତ ଫାର୍ମାସୀ

ସରକାର ସୁଲଭ ଔଷଧ ଏବଂ ଚିକିତ୍ସା ପାଇଁ ନିର୍ଭରଯୋଗ୍ୟ ପ୍ରତିରୋପଣ (ଅମୃତ) ପ୍ରୟାସ ଆରମ୍ଭ କରିଛନ୍ତି, ଯାହାର ଲକ୍ଷ୍ୟ ହେଉଛି ତୃତୀୟ ସ୍ତରୀୟ ସ୍ୱାସ୍ଥ୍ୟସେବା ସହାୟତା ପ୍ରଦାନ କରିବା। ଅମୃତ ଔଷଧିଗୁଡ଼ିକ ବ୍ରାଣ୍ଡେଡ୍, ବ୍ରାଣ୍ଡେଡ୍-ଜେନେରିକ୍ ଏବଂ ଜେନେରିକ୍ ଔଷଧ, ଏବଂ ଶଲ୍ୟଚିକିତ୍ସା ସାମଗ୍ରୀ, ଉପଭୋଗ୍ୟ ସାମଗ୍ରୀ ଏବଂ ଚିକିତ୍ସା ପ୍ରତିରୋପଣ ପାଇଁ କେନ୍ଦ୍ରୀକୃତ ଯୋଗାଣ ବିନ୍ଦୁ ଭାବରେ କାର୍ଯ୍ୟ କରେ – ବିଶେଷକରି ଉଚ୍ଚମାନର ଚିକିତ୍ସା ପାଇଁ ଆବଶ୍ୟକ।

ସରକାରଙ୍କ ଟେଲିମେଡିସିନ୍ କାର୍ଯ୍ୟକ୍ରମ – ଇ-ସଞ୍ଜୀବନୀଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବିପ୍ଳବ ଆଣୁଛି।  ଆପଣଙ୍କ ସ୍ମାର୍ଟଫୋନ୍‌ରୁ ଡାକ୍ତର ଏବଂ ଚିକିତ୍ସା ବିଶେଷଜ୍ଞଙ୍କ ସହ ଶୀଘ୍ର ଏବଂ ସହଜ ସଂଯୋଗ ପ୍ରଦାନ କରୁଛି ଏହି ପ୍ଲାଟଫର୍ମ। ଆପଣ ନିକଟସ୍ଥ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ରକୁ ନ ଯାଇ ଇ-ସଞ୍ଜିବନୀ ମାଧ୍ୟମରେ ଦୂରରୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ମଧ୍ୟ ପାଇପାରିବେ।

ଶିଶୁ ଏବଂ ମାତୃ ସ୍ୱାସ୍ଥ୍ୟ

ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ  

ଭାରତ ବ୍ୟାପକ ସାର୍ବଜନୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଡିଜିଟାଲ୍ ଉଦ୍ଭାବନ ଏବଂ ଆଇନଗତ ସଂସ୍କାର ମାଧ୍ୟମରେ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟକୁ ଆଗକୁ ବଢାଇବାରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଏହି ପ୍ରୟାସର ମୂଳରେ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ, ବିଶ୍ୱର ସବୁଠାରୁ ବଡ଼ ଏବଂ ସବୁଠାରୁ ମହତ୍ୱାକାଂକ୍ଷୀ ସାର୍ବଜନୀନ ସ୍ୱାସ୍ଥ୍ୟ ପଦକ୍ଷେପ ମଧ୍ୟରୁ ଗୋଟିଏ।

ପ୍ରତିବର୍ଷ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୨.୬ କୋଟି ନବଜାତ ଶିଶୁ ଏବଂ ୨.୯ କୋଟି ଗର୍ଭବତୀ ମହିଳାଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଛି।  ଯାହା ପ୍ରତ୍ୟେକ ଶିଶୁକୁ ଜୀବନର ପ୍ରଥମ ବର୍ଷରେ ସମ୍ପୂର୍ଣ୍ଣ ଟିକାକରଣ କରାଯାଉଛି। ଏହି ଟିକାକରଣରେ ବିସିଜି, ତିନି ଡୋଜ୍ ଓରାଲ୍ ପୋଲିଓ ଟିକା, ତିନି ଡୋଜ୍ ପେଣ୍ଟାଭାଲେଣ୍ଟ ଟିକା ଏବଂ ମିଜିଲ୍ସ ରୁବେଲାର ପ୍ରଥମ ଟୋପା ମଧ୍ୟ ଅନ୍ତର୍ଭୁକ୍ତ। ଏହାଦ୍ୱାରେ ୯୧.୪ ପ୍ରତିଶତଙ୍କୁ ଟିକାଭୁକ୍ତ କରାଯାଇ ପାରିଛି।

 ମିଶନ୍ ଇନ୍ଦ୍ରଧନୁଷ

ଏହି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ମିଶନ୍ ଇନ୍ଦ୍ରଧନୁଷ ଯାହା ୨୫ ଡିସେମ୍ବର ୨୦୧୪ ରେ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ସ୍ୱତନ୍ତ୍ର କ୍ୟାଚ୍-ଅପ୍ ଟିକାକରଣ ଅଭିଯାନ ଭାବରେ ଆରମ୍ଭ କରାଯାଇଥିଲା। ମିଶନ୍ ଇନ୍ଦ୍ରଧନୁଷ ବିଶେଷ ଭାବରେ ନିୟମିତ ଟିକାକରଣ ସମୟସୂଚୀରୁ ବଞ୍ଚିତ ହୋଇଥିବା ଶିଶୁ ବା ଗର୍ଭବତୀଙ୍କୁ ଟିକାକରଣ କରିବା ଲକ୍ଷ୍ୟ ରଖିଛି।

ଟିକାକରଣ ପ୍ରଦାନରେ ଦକ୍ଷତା ଏବଂ ଦାୟିତ୍ୱକୁ ଆହୁରି ବୃଦ୍ଧି କରିବା ପାଇଁ, ସରକାର ଟିକାକରଣ  ଅଭିଯାନରେ ଏକ ଡିଜିଟାଲ୍ ପଦକ୍ଷେପ, U-WIN ପ୍ଲାଟଫର୍ମ ଆରମ୍ଭ କରିଛନ୍ତି।

୩୦ ମଇ ୨୦୨୫ ସୁଦ୍ଧା, ୧୦.୪୮ କୋଟି ହିତାଧିକାରୀ U-WIN ରେ ପଞ୍ଜୀକୃତ ହୋଇଛନ୍ତି, ୯୩.୯୧ ଲକ୍ଷ ପ୍ରସବ, ୧.୮୮ କୋଟି ଟିକାକରଣ ଅଧିବେଶନ ଏବଂ ମୋଟ ୪୧.୭୩ କୋଟି ଟିକାକରଣ ଡୋଜ୍ ରେକର୍ଡ କରାଯାଇଛି।

ଏହି ପ୍ଲାଟଫର୍ମ ସ୍ୱଚ୍ଛତା ସୁନିଶ୍ଚିତ କରିବା, ସେବା ପ୍ରଦାନରେ ଉନ୍ନତି ଆଣିବା ଏବଂ ଅନୁନ୍ନତ ଜନସଂଖ୍ୟା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ପାଲଟିଛି।

ମାତୃ ସ୍ୱାସ୍ଥ୍ୟ ଯୋଜନା

ଏହି ଯୋଜନା ସଂସ୍ଥାଗତ ପ୍ରସବକୁ ଉତ୍ସାହିତ କରିବା ଏବଂ ସମ୍ମାନଜନକ, ମର୍ଯ୍ୟାଦାଜନକ ଯତ୍ନ ପ୍ରଦାନ କରିବା ଉପରେ ଧ୍ୟାନ ଦିଏ। ମାଗଣା ସଂସ୍ଥାଗତ ପ୍ରସବ ଏବଂ ନବଜାତ ଯତ୍ନକୁ ପ୍ରୋତ୍ସାହିତ କରିବା ପାଇଁ ଆରମ୍ଭ କରାଯାଇଥିବା ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକାରମ୍ ଅଧୀନରେ, ୨୦୧୪ ପରଠାରୁ ୧୬.୬୦ କୋଟିରୁ ଅଧିକ ହିତାଧିକାରୀଙ୍କୁ ସେବା ଯୋଗାଇ ଦିଆଯାଇଛି।

ଗର୍ଭପାତ (ସଂଶୋଧନ) ଆଇନ, ୨୦୨୧ ଏକ ଐତିହାସିକ ସଂସ୍କାର ଭାବେ ଗ୍ରହଣ କରାଯାଏ, ଯାହା ମହିଳାଙ୍କୁ ସୂଚନାପ୍ରଦ ପ୍ରଜନନ ବିକଳ୍ପ କରିବାର ଅଧିକାର ସହିତ ସଶକ୍ତ କରିଥାଏ। ଏହା ନିରାପଦ ଏବଂ ଆଇନଗତ ଗର୍ଭପାତ ସେବାର ପ୍ରବେଶକୁ ବିସ୍ତାର କରେ, ସମସ୍ତ ପୃଷ୍ଠଭୂମିର ମହିଳାମାନେ ଏକ ନିୟନ୍ତ୍ରିତ, ଅଧିକାର-ଆଧାରିତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଯତ୍ନ ନେଇପାରିବେ ତାହା ନିଶ୍ଚିତ କରେ।

ଫଳାଫଳ

ଭାରତ ସରକାରଙ୍କ ଏହି ପ୍ରୟାସଗୁଡ଼ିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଶକ୍ତିଶାଳୀ ଫଳାଫଳ ଆଣିଛି। ୨୦୦୦-୨୦୨୩ ପାଇଁ ଜାତିସଂଘର ମାତୃ ମୃତ୍ୟୁ ଆକଳନ ଆନ୍ତଃ-ଏଜେନ୍ସି ଗ୍ରୁପ୍ ରିପୋର୍ଟ ଅନୁଯାୟୀ, ଭାରତର ମାତୃ ମୃତ୍ୟୁ ଅନୁପାତ (ଏମଏମଆର) ୨୦୨୦ରେ ପ୍ରତି ଲକ୍ଷ ଜୀବନ୍ତ ଜନ୍ମରେ ୧୦୩ ରୁ ୨୦୨୩ରେ ପ୍ରତି ଲକ୍ଷ ଜୀବନ୍ତ ଜନ୍ମରେ ୮୦ କୁ ହ୍ରାସ ପାଇଛି, ଯାହା ମାତ୍ର ତିନି ବର୍ଷ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ୨୩ ପଏଣ୍ଟ ହ୍ରାସ। ସେହିପରି, ଶିଶୁ ମୃତ୍ୟୁ ଆକଳନ ପାଇଁ ଜାତିସଂଘର ଆନ୍ତଃ-ଏଜେନ୍ସି ଗ୍ରୁପ୍ ମାର୍ଚ୍ଚ ୨୦୨୫ ରେ ରିପୋର୍ଟ କରିଥିଲା ​​ଯେ ୨୦୧୫ ରୁ ୨୦୨୩ ମଧ୍ୟରେ ଭାରତରେ ପାଞ୍ଚ ବର୍ଷରୁ କମ୍ ବୟସର ମୃତ୍ୟୁହାର ପ୍ରତି ୧୦୦୦ ଜୀବନ୍ତ ଜନ୍ମରେ ୪୮ ରୁ ୨୮ କୁ ହ୍ରାସ ପାଇଛି – ଏହା ୪୨% ହ୍ରାସ, ଯାହା ବିଶ୍ୱ ହାରାହାରି ୧୪% ଠାରୁ ବହୁତ ଅଧିକ। ସେହି ସମୟ ମଧ୍ୟରେ ନବଜାତ ମୃତ୍ୟୁହାର ପ୍ରତି ୧୦୦୦ ଜୀବନ୍ତ ଜନ୍ମରେ ୨୮ ରୁ ୧୭ କୁ ହ୍ରାସ ପାଇଛି, ଯାହା ବିଶ୍ୱ ହାରାହାରି ୧୧% ତୁଳନାରେ ୩୯% ହ୍ରାସ।

ଚିକିତ୍ସା ଶିକ୍ଷା ଏବଂ ଜନସ୍ୱାସ୍ଥ୍ୟ

ଗତ ୧୧ ବର୍ଷ ମଧ୍ୟରେ, ମୋଦି ସରକାର ଭାରତର ଚିକିତ୍ସା ଶିକ୍ଷା ଏବଂ ଜନସ୍ୱାସ୍ଥ୍ୟ ଦୃଶ୍ୟପଟରେ ପରିବର୍ତ୍ତନମୂଳକ ପରିବର୍ତ୍ତନ ଆଣିଛି, ଗଭୀର-ଗୁଣିତ ଚ୍ୟାଲେଞ୍ଜଗୁଡ଼ିକୁ ସମାଧାନ କରିଛି ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଶିକ୍ଷାକୁ ଅଧିକ ସୁଲଭ କରିଛି। ପୂର୍ବରୁ, ଆକାଂକ୍ଷୀ ଡାକ୍ତରୀ ଛାତ୍ରମାନେ – ବିଶେଷକରି ଗ୍ରାମୀଣ ଏବଂ ସାଧାରଣ ପୃଷ୍ଠଭୂମିର ଲୋକମାନେ – ସରକାରୀ ମେଡିକାଲ କଲେଜର ଅଭାବ, ଅସାଧ୍ୟ ଘରୋଇ ପ୍ରତିଷ୍ଠାନ ଫି ଏବଂ ଅସ୍ୱଚ୍ଛ, ଦୁର୍ନୀତିଗ୍ରସ୍ତ ପ୍ରବେଶ ପ୍ରକ୍ରିୟା ସମେତ ଭୟଙ୍କର ପ୍ରତିବନ୍ଧକର ସମ୍ମୁଖୀନ ହେଉଥିଲେ। ଏହାକୁ ସଂଶୋଧନ କରିବା ପାଇଁ, ସରକାର   ବ୍ୟବସ୍ଥାଗତ ସଂସ୍କାର ଆରମ୍ଭ କରିଥିଲେ। ଏହି ପ୍ରୟାସର ଏକ ମୂଳଦୁଆ ଥିଲା ଉତ୍ତର-ପୂର୍ବ (ଆସାମ)ରେ ପ୍ରଥମ ଥର ପାଇଁ ଏମ୍ସ ସମେତ ବହୁ ରାଜ୍ୟରେ ଏମ୍ସ ପ୍ରତିଷ୍ଠା ଏବଂ ବିସ୍ତାର। ମେ ୨୦୨୫ ସୁଦ୍ଧା, ଭାରତରେ ୨୩ ଏମ୍ସ ଏବଂ ୨୦୪୫  ମେଡିକାଲ କଲେଜ ଅଛି, ଯେଉଁଥିରେ ୭୮୦ ଆଲୋପାଥି, ୩୨୩ ଡେଣ୍ଟାଲ୍ ଏବଂ ୯୪୨ ଆୟୁଷ ପ୍ରତିଷ୍ଠାନ ଅନ୍ତର୍ଭୁକ୍ତ। ଏମ୍‍ବିବିଏସ୍‍ ସିଟ୍ ସଂଖ୍ୟାରେ  ୧୩୦% ବୃଦ୍ଧି ପାଇଛି (୫୧,୩୪୮ ରୁ ୧,୧୮,୧୯୦), ଯେତେବେଳେ ପିଜି ସିଟ୍ ସଂଖ୍ୟା ୧୩୮% ବୃଦ୍ଧି ପାଇଛି (୩୧,୧୮୫ ରୁ ୭୪,୩୦୬) – ଯାହା ପ୍ରଶିକ୍ଷିତ ଡାକ୍ତରଙ୍କ ଏକ ବୃହତ, ନିରନ୍ତର ଯୋଗାଣ ସୁନିଶ୍ଚିତ କରିଛି।

ସ୍ୱାସ୍ଥ୍ୟ କର୍ମୀଙ୍କୁ ଆହୁରି ମଜବୁତ କରିବା ପାଇଁ, ସରକାର ନୂତନ ମେଡିକାଲ୍ କଲେଜ ସହିତ ୧୫୭ଟି ସହ-ସ୍ଥିତ ନର୍ସିଂ କଲେଜକୁ ଅନୁମୋଦନ କରିଛନ୍ତି। ଏପ୍ରିଲ୍ ୨୦୨୫ ସୁଦ୍ଧା, ଏପରି ୧୦୬ଟି ନର୍ସିଂ ପ୍ରତିଷ୍ଠାନ ପାଇଁ ପାଣ୍ଠି ଜାରି କରାଯାଇଛି। ଏକାଥରେ, B.Sc. ନର୍ସିଂ ସିଟ୍ ୫୩% ବୃଦ୍ଧି ପାଇ ୧,୨୭,୨୯୦ ଏବଂ M.Sc. ନର୍ସିଂ ସିଟ୍ ୩୯% ବୃଦ୍ଧି ପାଇ ୧୪,୯୮୬ ହୋଇଛି, ଯାହା ନର୍ସିଂ ଶିକ୍ଷାର ପହଞ୍ଚ ଏବଂ ଗଭୀରତାକୁ ବୃଦ୍ଧି କରିଛି। ୨୦୧୯ରେ, ନର୍ସ ପଞ୍ଜିକରଣ ଏବଂ ଟ୍ରାକିଂ ସିଷ୍ଟମ୍ ଆରମ୍ଭ କରାଯାଇଥିଲା, ଯାହା ୧୨.୩୯ ଲକ୍ଷରୁ ଅଧିକ ନର୍ସଙ୍କୁ ଏକ ଡିଜିଟାଲି ଯାଞ୍ଚ କରାଯାଇଥିବା, ଆଧାର-ସଂଯୁକ୍ତ ଜାତୀୟ ଡାଟାବେସ୍ – ନିୟମ ଏବଂ କର୍ମଶକ୍ତି ପରିଚାଳନାକୁ ସୁଗମ କରିଥାଏ।

ଚିକିତ୍ସା ଶିକ୍ଷାକୁ ସ୍ୱଚ୍ଛ କରିବା ଏବଂ ଯୋଗ୍ୟତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଜାତୀୟ ଚିକିତ୍ସା କମିଶନ ଆଇନ, ୨୦୧୯ ମାଧ୍ୟମରେ ଭାରତୀୟ ଚିକିତ୍ସା ପରିଷଦକୁ ଜାତୀୟ ଚିକିତ୍ସା କମିଶନ ଦ୍ୱାରା ବଦଳାଯାଇଥିଲା। ସ୍ୱାସ୍ଥ୍ୟ ଶିକ୍ଷାକୁ ଆଧୁନିକୀକରଣ କରିବା ପାଇଁ ଅନେକ ଐତିହାସିକ ଆଇନ ପ୍ରଣୟନ କରାଯାଇଥିଲା। ସେଥିରେ  ଜାତୀୟ ଆଲାଇଡ୍ ଏବଂ ସ୍ୱାସ୍ଥ୍ୟସେବା ବୃତ୍ତି କମିଶନ ଆଇନ, ୨୦୨୧,  ଜାତୀୟ ଦନ୍ତ ଚିକିତ୍ସା କମିଶନ ଆଇନ, ୨୦୨୩,  ଜାତୀୟ ନର୍ସିଂ ଏବଂ ମିଡ୍ୱାଇଫେରୀ କମିଶନ ଆଇନ, ୨୦୨୩ ଅନ୍ୟତମ ।

କୋଭିଡ୍ସମୟରେ ଭାରତର ପ୍ରତିକ୍ରିୟା

କୋଭିଡ୍‍ ମହାମାରୀ ପ୍ରତି ଭାରତର ପ୍ରତିକ୍ରିୟା ବିଶ୍ୱର ସବୁଠାରୁ ସକ୍ରିୟ, ବ୍ୟାପକ ଏବଂ ଲୋକ-ପ୍ରଥମେ ରଣନୀତି ମଧ୍ୟରୁ ଗୋଟିଏ ଭାବରେ ଉଭା ହୋଇଛି। ଦୂରଦୃଷ୍ଟି ଏବଂ ତ୍ୱରିତ କାର୍ଯ୍ୟ ଦ୍ୱାରା ନିର୍ଦ୍ଦେଶିତ, ଦେଶ ଜୀବନ ସୁରକ୍ଷା, ଭାଇରସକୁ ନିୟନ୍ତ୍ରଣ କରିବା ଏବଂ ଦୀର୍ଘକାଳୀନ ସ୍ୱାସ୍ଥ୍ୟସେବା ସ୍ଥିରତା ଗଠନ ପାଇଁ ଏକ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଛି।

ବିଶ୍ୱରେ ସତର୍କ ଘଣ୍ଟି ବାଜିବା ପୂର୍ବରୁ, ଭାରତ ଗୁରୁତ୍ୱପୂର୍ଣ୍ଣ ପ୍ରତିରୋଧକ ପଦକ୍ଷେପ ନେଇଥିଲା।  ଦେଶରେ ପ୍ରଥମ ମାମଲା ଚିହ୍ନଟ ହେବା ପୂର୍ବରୁ  ବିମାନବନ୍ଦର ସ୍କ୍ରିନିଂ ଆରମ୍ଭ ହୋଇଥିଲା, ଯାହା ସରକାରଙ୍କ ସତର୍କତାକୁ ସ୍ପଷ୍ଟ କରିଥିଲା। ଦାୟିତ୍ୱପୂର୍ଣ୍ଣ ନେତୃତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୦୨୦ ର ପ୍ରଥମ ସପ୍ତାହରୁ ହୋଲି ଉତ୍ସବରେ ଯୋଗଦେବାରୁ ବିରତ ରହି ଦେଶକୁ ବଡ଼ ସମାବେଶ ଏଡାଇବାକୁ ଅନୁରୋଧ କରିଥିଲେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୌଣସି ବିଶ୍ୱସ୍ତରୀୟ ପରାମର୍ଶ ଜାରି କରିବା ପୂର୍ବରୁ ଅନେକ ରାଜ୍ୟରେ ମାସ୍କ ନିର୍ଦ୍ଦେଶ ଲାଗୁ କରାଯାଇଥିଲା। ଭାରତ ମଧ୍ୟ ପ୍ରଥମ ରାଷ୍ଟ୍ରମାନଙ୍କ ମଧ୍ୟରେ ଥିଲା।

ଯେତେବେଳେ ବିଶ୍ୱ ଏପର୍ଯ୍ୟନ୍ତ ବଢ଼ୁଥିବା ମୃତ୍ୟୁ ସଂଖ୍ୟା ସହିତ ସଂଘର୍ଷ କରୁଥିଲା, ଭାରତ ଏପ୍ରିଲ ୨୦୨୦ ରେ ଏକ ଉତ୍ସର୍ଗୀକୃତ କୋଭିଡ୍‍ ୧୯ ଟିକାକରଣ ଟାସ୍କ ଫୋର୍ସ ଗଠନ କରିଥିଲା, ଯାହା ବିଶ୍ୱର ସବୁଠାରୁ ବ୍ୟାପକ ଟିକାକରଣ ଅଭିଯାନ ପାଇଁ ମୂଳଦୁଆ ସ୍ଥାପନ କରିଥିଲା।

ଭାରତର ଟିକାକରଣ ଅଭିଯାନ ସ୍ୱଦେଶୀ ଭାବରେ ବିକଶିତ ଟିକା ଦ୍ୱାରା ପରିଚାଳିତ ହେବା ସହ ସ୍ୱଦେଶୀ କୋଓ୍ୱିନ ଭଳି ଏକ ଦୃଢ଼ ଡିଜିଟାଲ୍ ଭିତ୍ତିଭୂମି ଦ୍ୱାରା ପରିଚାଳନା କରାଯାଇଥିଲା। ଭାରତ ସଫଳତାର ସହିତ ୨.୨ ବିଲିୟନରୁ ଅଧିକ ଡୋଜ୍ କୋଭିଡ୍ ଟିକାକରଣ ଡୋଜ୍ ପ୍ରଦାନ କରିଛି, ଯାହା ସ୍କେଲ୍ ଏବଂ ଗତି ଦୃଷ୍ଟିରୁ ବିଶ୍ୱ ସ୍ତରରେ ଏକ ଅତୁଳନୀୟ ସଫଳତା।

ଶେଷକଥା

ଗତ ୧୧ ବର୍ଷ ମଧ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ହୋଇଛି। “ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ” ଦୃଷ୍ଟିକୋଣ ଦ୍ୱାରା ପଥପ୍ରଦର୍ଶିତ ଏହି ସେବା  ଗୁଣବତ୍ତାକୁ ଉନ୍ନତ କରିବା ଏବଂ ସୁଲଭତା ସୁନିଶ୍ଚିତ କରିବାରେ ସରକାର ଅଭୂତପୂର୍ବ ପଦକ୍ଷେପ ନେଇଛନ୍ତି। ଭିତ୍ତିଭୂମି, ଡିଜିଟାଲ୍ ସ୍ୱାସ୍ଥ୍ୟ, ଟିକାକରଣ, ମାତୃ ଏବଂ ଶିଶୁ ଯତ୍ନ ଏବଂ ଚିକିତ୍ସା ଶିକ୍ଷାରେ ନିବେଶ ଭବିଷ୍ୟତର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏକ ଦୃଢ଼ ମୂଳଦୁଆ ସୃଷ୍ଟି କରିଛି। ଏହି ପ୍ରଗତି କେବଳ ସଂଖ୍ୟା ଆଧାରିତ ନୁହେଁ – ଏହା ଜୀବନରେ ଉନ୍ନତି, ମର୍ଯ୍ୟାଦା ଏବଂ ନୂତନ ଆଶାକୁ ଧାରଣ କରିଛି। ଭାରତ ଅମୃତ କାଳରେ ପାଦ ଦେବା ସହିତ, ଅନ୍ତର୍ଭୁକ୍ତ, ସ୍ଥିର ଏବଂ ଲୋକ-କୈନ୍ଦ୍ରିକ ଚିକିତ୍ସା ବ୍ୟବସ୍ଥା ଉପରେ ଧ୍ୟାନ ସ୍ଥିର କରିଛି। ଏଥିରେ ବାର୍ତ୍ତା ସ୍ପଷ୍ଟ: ପ୍ରତ୍ୟେକ ଜୀବନ ଗୁରୁତ୍ୱପୂର୍ଣ୍ଣ, ଏବଂ ଏକ ସୁସ୍ଥ ଭାରତ ଗଠନ ହେଉଛି  ଏକ ଶକ୍ତିଶାଳୀ ଭାରତର ରୂପାନ୍ତରଣ।

Categories
ଆଜିର ଖବର ଜାତୀୟ ଖବର

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତ ବିଶ୍ୱ ନେତୃତ୍ବ ହେବା ଦିଗରେ ଅଗ୍ରସର ହେଉଛି: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ 

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ରିଲିଫ କମିଶନର ଏବଂ ବିପର୍ଯ୍ୟୟ ପ୍ରଶମନ ବାହିନୀର ବାର୍ଷିକ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଗତ ଦୁଇ ବର୍ଷ ମଧ୍ୟରେ ରିଲିଫ ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ସମସ୍ତ ଏଜେନ୍ସିର କର୍ମଶାଳାକୁ ଗୋଟିଏ ମଞ୍ଚକୁ ଅଣାଯାଇଛି, ଯେଉଁଥିରେ ‘ସମ୍ପୂର୍ଣ୍ଣ ସରକାର’ ଆଭିମୁଖ୍ୟ ଗ୍ରହଣ କରାଯାଇଛି, ଯାହାଦ୍ୱାରା ଏକ ଥିଙ୍କ ଟ୍ୟାଙ୍କ୍ ଗଠନ କରାଯାଇ ଏକୀକୃତ ଭାବେ କାର୍ଯ୍ୟ କରାଯାଇପାରିବ। ସେ କହିଥିଲେ ଯେ ଏହା ତ୍ରୁଟିର ସମାଧାନ କରିବାରେ ଏବଂ ବିପର୍ଯ୍ୟୟ ମୁକାବିଲା ପାଇଁ ସମଗ୍ର ଦେଶକୁ ପ୍ରସ୍ତୁତ କରିବାରେ ସହାୟକ ହୋଇଛି। ଏହାବ୍ୟତୀତ, ଏକ ବହୁ-ଅଂଶୀଦାର ଆଭିମୁଖ୍ୟ ଏବଂ ଆନ୍ତଃ-ଏଜେନ୍ସି ସମନ୍ୱୟ ଫଳପ୍ରଦ ଭାବେ ହାସଲ କରାଯାଇଛି। ଏହି ପରମ୍ପରାକୁ ଆହୁରି ସୁଦୃଢ଼ କରାଯିବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଅମିତ ଶାହ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପମାତ୍ରା ବୃଦ୍ଧି କାରଣରୁ ସମଗ୍ର ବିଶ୍ୱ ଆଜି ବିପର୍ଯ୍ୟୟ ସମ୍ମୁଖୀନ ହେଉଛି। ସେ କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ), ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ) ଏବଂ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ମେଣ୍ଟ (ସିଡିଆରଆଇ) ର ଯୋଗଦାନ କାରଣରୁ ଭାରତ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ନେତୃତ୍ବ ଦିଗରେ ଅଗ୍ରସର ହେଉଛି। ସେ ଉଲ୍ଲେଖ କରିଥିଲେ ଯେ ଏନଡିଏମଏ ନୀତିଗତ ଢାଞ୍ଚା, ଗବେଷଣା, ବିଭିନ୍ନ ତାଲିମ ସାମଗ୍ରୀର ପ୍ରସାର, ଆପ୍ ବିକଶିତ କରିବା ଏବଂ ସାମଗ୍ରିକ ସମନ୍ୱୟ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏନଡିଆରଏଫ୍ ଦେଶବ୍ୟାପୀ ସ୍ୱୀକୃତି ଅର୍ଜନ କରିଛି, ଏକ ଦୃଢ଼ ଖ୍ୟାତି ଅର୍ଜନ କରିଛି ଏବଂ ସମ୍ମାନ ଅର୍ଜନ କରିଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସଡିଆରଏଫ୍) ମଧ୍ୟ ଏହି ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଶ୍ରୀ ଶାହ ଉଲ୍ଲେଖ କରିଥିଲେ ଯେ ଏନଡିଆରଏଫ୍ ନିଜର ମାନକ ଅନୁସାରେ ଏସଡିଆରଏଫ୍ କର୍ମଚାରୀଙ୍କୁ ତାଲିମ ଦେବା ଦିଗରେ ଯଥେଷ୍ଟ କାର୍ଯ୍ୟ କରିଛି।

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ବି ଭାରତର ବିପର୍ଯ୍ୟୟ ମୁକାବିଲା ଇତିହାସ ଲେଖାଯିବ, ମୋଦୀ ସରକାରଙ୍କ ଏହି ୧୦ ବର୍ଷ ଏକ ପରିବର୍ତ୍ତନଶୀଳ ଦଶନ୍ଧି ଭାବେ ଲିପିବଦ୍ଧ ହେବ। ସେ କହିଥିଲେ ଯେ ବିଗତ ୧୦ ବର୍ଷ ମଧ୍ୟରେ ମୋଦୀ ସରକାର ଦକ୍ଷତା ବିକାଶ, ଗତି, ଦକ୍ଷତା ଏବଂ ବିପର୍ଯ୍ୟୟ ପରିଚାଳନାରେ ସଠିକତା ଆଦି ଚାରୋଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ କହିଥିଲେ ଯେ ବିପର୍ଯ୍ୟୟ ମୁକାବିଲା ପାଇଁ ଆମର କ୍ଷମତା କେବଳ ବୃଦ୍ଧି କରାଯାଇନାହିଁ, ବରଂ ଏହାକୁ ତହସିଲ ସ୍ତରକୁ ମଧ୍ୟ ସମ୍ପ୍ରସାରିତ କରାଯାଇଛି। ଗତି ଉପରେ ବିଶେଷ ଧ୍ୟାନ ଦିଆଯାଇଛି, କାରଣ ବିପର୍ଯ୍ୟୟ ସମୟରେ ଜୀବନ ବଞ୍ଚାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ଶାହ ଉଲ୍ଲେଖ କରିଥିଲେ ଯେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ବିପର୍ଯ୍ୟୟ ମୁକାବିଲା ବାହିନୀର ଉତ୍ସର୍ଗୀକୃତ ଆଭିମୁଖ୍ୟ ମାଧ୍ୟମରେ ଦକ୍ଷତାରେ ଉନ୍ନତି ଘଟିଛି। ଅଧିକନ୍ତୁ, ସଠିକ୍ ପୂର୍ବାନୁମାନ ଏବଂ ପ୍ରାରମ୍ଭିକ ଚେତାବନୀ ପ୍ରଦାନ କରି, ସମାଜକୁ ସଚେତନ କରାଯାଇଛି ଏବଂ ସଫଳତାପୂର୍ବକ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।

ଅମିତ ଶାହ କହିଥିଲେ ଯେ ମୋଦୀ ସରକାରଙ୍କ କାର୍ଯ୍ୟକାଳରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଆଭିମୁଖ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ପୂର୍ବରୁ, ଏହି ଆଭିମୁଖ୍ୟ ରିଲିଫ୍-କୈନ୍ଦ୍ରିକ ଥିଲା, କିନ୍ତୁ ଆଜି, ‘ଶୂନ୍ୟ କ୍ଷୟକ୍ଷତି’ ର ଲକ୍ଷ୍ୟ ସଫଳତାର ସହ ହାସଲ କରାଯାଇଛି, ଏବଂ ଧ୍ୟାନ ରିଲିଫ୍-କୈନ୍ଦ୍ରିକରୁ ଏକ ବ୍ୟାପକ ଏବଂ ସମନ୍ୱିତ ଆଭିମୁଖ୍ୟକୁ ସ୍ଥାନାନ୍ତରିତ ହୋଇଛି। ଭବିଷ୍ୟତର ବିପର୍ଯ୍ୟୟଗୁଡ଼ିକର ପୂର୍ବାନୁମାନ କରିବା, ଆଗୁଆ ଗବେଷଣା କରିବା, ଏହି କ୍ଷେତ୍ରରେ ବୈଶ୍ୱିକ ବିଚାରଗୁଡ଼ିକୁ ସଂକଳିତ କରିବା ଏବଂ ଭାରତର ଭୌଗୋଳିକ ପରିସ୍ଥିତି ଅନୁସାରେ ସେଗୁଡ଼ିକୁ ଗ୍ରହଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ଶାହ ଉଲ୍ଲେଖ କରିଥିଲେ ଯେ ମୋଦୀ ସରକାର ପ୍ରୟାସକୁ ପ୍ରତିକ୍ରିୟାଶୀଳରୁ ସକ୍ରିୟକୁ ପରିବର୍ତ୍ତନ କରିଛନ୍ତି ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ବୃଦ୍ଧି କରିଛନ୍ତି। ଏବେ ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ସ୍ଥାନୀୟ ୟୁନିଟ ଗୁଡ଼ିକ ସମନ୍ୱିତ ଢଙ୍ଗରେ ଏକାଠି ହେଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସମାଜକୁ ସାମିଲ କରିବାର ପ୍ରୟାସ ମଧ୍ୟ ସଫଳତାର ସହ କରାଯାଇଛି। ଆଗାମୀ ୧୦ ବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ ଯୁବକ ସେବା ଭାବନା ସହିତ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିବେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଆଗୁଆ ଚେତାବନୀ ବ୍ୟବସ୍ଥାର ବିକାଶ କ୍ଷେତ୍ରରେ ଭାରତ ଅନେକ ସଫଳତା ହାସଲ କରିଛି। ସମୟୋଚିତ ପ୍ରସ୍ତୁତିକୁ କ୍ୟାଲେଣ୍ଡର ସହିତ ସମନ୍ୱିତ କରାଯାଇଛି, ସକ୍ରିୟ ପ୍ରତିରୋଧ ଏବଂ ପ୍ରଶମନ ପାଇଁ ଏକ ବୈଜ୍ଞାନିକ ଆଭିମୁଖ୍ୟ ବିକଶିତ କରାଯାଇଛି, ଏବଂ ଆମେ ବିପର୍ଯ୍ୟୟ ବିପଦ ହ୍ରାସରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛୁ। ସେ କହିଥିଲେ ଯେ ‘ସର୍ବନିମ୍ନ କ୍ଷୟକ୍ଷତି’ ଲକ୍ଷ୍ୟ ହାସଲ କରି ମୋଦୀ ସରକାର ୧୦ ବର୍ଷ ମଧ୍ୟରେ ‘ଶୂନ୍ୟ କ୍ଷୟକ୍ଷତି’ ଲକ୍ଷ୍ୟ ହାସଲ କରି ସମଗ୍ର ବିଶ୍ୱକୁ ଚକିତ କରିଦେଇଛନ୍ତି। ସେ କହିଥିଲେ ଯେ ୧୯୯୯ ମସିହାରେ ଓଡ଼ିଶାରେ ଏକ ସୁପର ସାଇକ୍ଲୋନ ଆସିଥିଲା, ଯେଉଁଥିରେ ୧୦,୦୦୦ ଲୋକ ପ୍ରାଣ ହରାଇଥିଲେ, ଯେତେବେଳେ କି ୨୦୧୯ ମସିହାରେ ଓଡ଼ିଶାରେ ବାତ୍ୟା ଫନି ସମୟରେ କେବଳ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ। ପରେ, ଗୁଜରାଟରେ ବାତ୍ୟା ବିପର୍ଯ୍ୟୟ ସମୟରେ, କୌଣସି ମୃତାହତ ହୋଇନଥିଲେ-ଏପରିକି ଗୋଟିଏ ବି ପଶୁ ମରି ନଥିଲା। ସେ କହିଥିଲେ ଯେ ଏହା ଦର୍ଶାଏ ଯେ ଯଦି ସ୍ଥାନୀୟ ୟୁନିଟ୍, ଜନସାଧାରଣ, ରାଜ୍ୟ, କେନ୍ଦ୍ର, ସମସ୍ତ ବିଭାଗ, ବୈଜ୍ଞାନିକ ଏବଂ ସୁରକ୍ଷା କର୍ମୀ ମିଳିତ ଭାବେ କାର୍ଯ୍ୟ କରନ୍ତି, ତେବେ ବଡ଼ ସଫଳତା ହାସଲ କରାଯାଇପାରିବ। ଶ୍ରୀ ଶାହ କହିଥିଲେ ଯେ ଗତ ଦଶନ୍ଧିରେ ଆମେ ଆର୍ଥିକ ସଶକ୍ତିକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରିଛୁ ଏବଂ ସରକାରଙ୍କ ବଜେଟରେ ବ୍ୟାପକ ବୃଦ୍ଧି କରିଛୁ। ଆମେ ସଂରଚନାତ୍ମକ ସଶକ୍ତିକରଣ ସହିତ ଜାଣିଶୁଣି ଏବଂ ଯୋଜନା ଦ୍ୱାରା ସଂସ୍ଥାଗତ ସଶକ୍ତିକରଣ ମଧ୍ୟ ଅନୁସରଣ କରିଛୁ। ଏ ସବୁକୁ ମିଶାଇ ଆମେ ଏକ ନୀତି ଭାବେ ଏକ ବହୁମୁଖୀ ଆଭିମୁଖ୍ୟ ମଧ୍ୟ ଗ୍ରହଣ କରିଛୁ।

ଅମିତ ଶାହ କହିଥିଲେ ଯେ ୨୦୦୪ ରୁ ୨୦୧୪ ମସିହା ମଧ୍ୟରେ ଏସଡିଆରଏଫ୍ ର ବଜେଟ୍ ୩୮,୦୦୦ କୋଟି ଟଙ୍କା ଥିଲା, ଯାହା ୨୦୧୪ ରୁ ୨୦୨୪ ମସିହା ମଧ୍ୟରେ ବୃଦ୍ଧି ପାଇ ୧.୪୪ ଲକ୍ଷ କୋଟି ଟଙ୍କା ହୋଇଥିଲା। ସେହିଭଳି, ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଏନଡିଆରଏଫ୍ ର ବଜେଟ୍ ୨୮,୦୦୦ କୋଟି ଟଙ୍କା ଥିଲା, ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ୮୪,୦୦୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ମୋଟାମୋଟି ଭାବେ, ଆମେ ମୋଟ ବଜେଟକୁ ୬୬,୦୦୦ କୋଟି ଟଙ୍କାରୁ ପ୍ରାୟ ତିନିଗୁଣ କରି ୨ ଲକ୍ଷ କୋଟି ଟଙ୍କା କରିଛୁ। ଶ୍ରୀ ଶାହ କହିଥିଲେ ଯେ ଏହି ଆର୍ଥିକ ସଶକ୍ତିକରଣ ଆମର ସମସ୍ତ ପ୍ରୟାସକୁ ଗ୍ରାମ ସ୍ତରକୁ ଆଣିବା ଦିଗରେ ଅତ୍ୟନ୍ତ ସଫଳ ହୋଇଛି। ସେ କହିଥିଲେ ଯେ ପଞ୍ଚଦଶ ଅର୍ଥ ଆୟୋଗରେ, ଚତୁର୍ଦ୍ଦଶ ଆୟୋଗ ତୁଳନାରେ ଆମେ ବଜେଟକୁ ଚାରିଗୁଣ ବୃଦ୍ଧି କରିଛୁ। ପ୍ରଥମ ଥର ପାଇଁ ଆମେ ୬୮,୦୦୦ କୋଟି ଟଙ୍କା ସହିତ ଜାତୀୟ ସ୍ତରରେ ଏକ ଜାତୀୟ ବିପର୍ଯ୍ୟୟ ଆପଦା ପରିଚାଳନା ପାଣ୍ଠି ମଧ୍ୟ ସୃଷ୍ଟି କରିଛୁ।

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଥିଲେ ଯେ ଏହି ସମ୍ମିଳନୀ ପରେ ପ୍ରତ୍ୟେକ ରିଲିଫ୍ କମିଶନର ୯୦ ଦିନ ମଧ୍ୟରେ ନିଜ ନିଜ ରାଜ୍ୟର ଜିଲ୍ଲାଗୁଡ଼ିକ ପାଇଁ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରିବା ଉଚିତ, କାରଣ ଯେପର୍ଯ୍ୟନ୍ତ କୌଣସି ଜିଲ୍ଲାର ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ ହୋଇନାହିଁ, ସେପର୍ଯ୍ୟନ୍ତ ଆମେ ବିପର୍ଯ୍ୟୟ ସମୟରେ ତୁରନ୍ତ ପଦେକ୍ଷପ ଗ୍ରହଣ କରିପାରିବୁ ନାହିଁ। ସେ କହିଥିଲେ ଯେ ଏକ ବିଜୁଳି କାର୍ଯ୍ୟ ଯୋଜନା ମଧ୍ୟ ଶୀଘ୍ର ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଅନେକ ରାଜ୍ୟ ଏପର୍ଯ୍ୟନ୍ତ ଘଟଣା ପ୍ରତିକ୍ରିୟା ପ୍ରଣାଳୀ କାର୍ଯ୍ୟକାରୀ କରିନାହାଁନ୍ତି। ସେ କହିଥିଲେ ଯେ ଭାରତ ସରକାର ଅଗ୍ନିଶମ ସେବାର ସମ୍ପ୍ରସାରଣ ଏବଂ ଆଧୁନିକୀକରଣ ପାଇଁ ମଧ୍ୟ ଏକ ଭଲ ବଜେଟ ଆବଣ୍ଟନ କରିଛନ୍ତି। ଏନଡିଏମଏ କ୍ରସ-କଟିଂ କ୍ଷେତ୍ର ଉପରେ ୩୮ ଟି ନିର୍ଦ୍ଦେଶାବଳୀ ଏବଂ ୩୪ ଟି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର୍ (ଏସ୍ଓପି) ଜାରି କରିଛି ଏବଂ ଏଗୁଡ଼ିକ ଜିଲ୍ଲା ସ୍ତରରେ ପହଞ୍ଚିବା ଗୁରୁତ୍ୱପୂର୍ଣ୍ଣ। ସେ କହିଥିଲେ ଯେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଏକ ଦୃଢ଼ କାର୍ଯ୍ୟ ଯୋଜନା ମଧ୍ୟ ପ୍ରସ୍ତୁତ କରାଯିବା ଉଚିତ ଏବଂ ଏହାର ସମୟ ସାରଣୀ ତାପମାତ୍ରାର ବାସ୍ତବ ଅନୁଭୂତି ଉପରେ ଆଧାରିତ ହେବା ଉଚିତ। ଶ୍ରୀ ଶାହ ଉଲ୍ଲେଖ କରିଥିଲେ ଯେ ଭାରତ ସରକାର ଭବିଷ୍ୟତ ପାଇଁ ଅନେକ ଯୋଜନା ମଧ୍ୟ ପ୍ରସ୍ତୁତ କରିଛନ୍ତି। ସେ କହିଥିଲେ ଯେ ଆମେ ଆନ୍ତଃରାଜ୍ୟ ମକ୍ ଡ୍ରିଲ୍ କୁ ଏକ ବାର୍ଷିକ କାର୍ଯ୍ୟକ୍ରମ କରିବାକୁ ଚାହୁଁଛୁ, ଏବଂ ରାଜ୍ୟଗୁଡ଼ିକର ସହଯୋଗ ବିନା ଏହା ସମ୍ଭବ ହେବ ନାହିଁ। ବିପର୍ଯ୍ୟୟ ପ୍ରଶମନ ଜ୍ଞାନକୌଶଳର ବିକାଶ ସହିତ ଆମେ ଷ୍ଟାର୍ଟ-ଅପ୍ ଇଣ୍ଡିଆକୁ ମଧ୍ୟ ଯୋଡ଼ିବା ପାଇଁ ଚାହୁଁଛୁ। ଆମେ ଏକ ଲକ୍ଷ ଗୋଷ୍ଠୀ ସ୍ୱେଚ୍ଛାସେବୀଙ୍କୁ ତାଲିମ ଦେବାର କାର୍ଯ୍ୟ ହାତକୁ ନେଇଛୁ, ଯେଉଁମାନଙ୍କ ମଧ୍ୟରୁ ୨୦ ପ୍ରତିଶତ ହେଉଛନ୍ତି ମହିଳା। ଏହା ସହିତ, ଆମେ ୪୭୦ କୋଟି ଟଙ୍କା ନିବେଶ ସହିତ ଯୁବ ଆପଦା ମିତ୍ର (ଯୁବ ବିପର୍ଯ୍ୟୟ ବନ୍ଧୁ) ଯୋଜନାର ଶୁଭାରମ୍ଭ କରିଛୁ।

ଅମିତ ଶାହ କହିଥିଲେ ଯେ ମୋଦୀ ସରକାରଙ୍କ ବିଗତ ୧୦ ବର୍ଷ ମଧ୍ୟରେ ଆମେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନେକ ମାଇଲଖୁଣ୍ଟ ହାସଲ କରିଛୁ। ୨୦୧୮-୧୯ ରେ, ଆମେ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର (ବିପର୍ଯ୍ୟୟ ପରିଚାଳନା ପୁରସ୍କାର) ମଧ୍ୟ ଘୋଷଣା କରିଛୁ। ସେ କହିଥିଲେ ଯେ ପ୍ରତ୍ୟେକ ରାଜ୍ୟ ଏଥିପାଇଁ ନାମାଙ୍କନ ପତ୍ର ପଠାଇବା ଉଚିତ। ଶ୍ରୀ ଶାହ କହିଥିଲେ ଯେ ଜାତୀୟ ବାତ୍ୟା ବିପଦ ପ୍ରଶମନ ପାଇଁ ଆମେ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶରେ ସଫଳତାର ସହ କାର୍ଯ୍ୟ କରିଛୁ। ଏନଡିଆରଏଫ୍ କୁ ମଧ୍ୟ ସୁଦୃଢ଼ କରାଯାଇଛି-ଏହାର ଶକ୍ତି ୨୦୦୬ ରେ ୮ ବାଟାଲିୟନରୁ ଆଜି ୧୬ ବାଟାଲିୟନକୁ ବୃଦ୍ଧି ପାଇଛି। ଏହାବ୍ୟତୀତ, ଏନଡିଏମଏ ଲେହ-ଲଦାଖରେ ରାତ୍ରିକାଳୀନ ମକ୍ ଡ୍ରିଲ୍ ମଧ୍ୟ ଆରମ୍ଭ କରିଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଆଗାମୀ ଦିନରେ ଆମେ ଶୂନ୍ୟ-କ୍ଷୟକ୍ଷତି ଆଭିମୁଖ୍ୟ ନେଇ ଆଗକୁ ବଢ଼ିବୁ। ସେ କହିଥିଲେ ଯେ ବିପର୍ଯ୍ୟୟ ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ଏହାର ମୂଳ କାରଣଗୁଡ଼ିକୁ ମଧ୍ୟ ସମାଧାନ କରିବାର ଆବଶ୍ୟକତା ରହିଛି। ଶ୍ରୀ ଶାହ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପମାତ୍ରା ବୃଦ୍ଧି ହେଉଛି ବିପର୍ଯ୍ୟୟର ପ୍ରାଥମିକ କାରଣ, ତେଣୁ ଆମକୁ ପରିବେଶ ସଂରକ୍ଷଣକୁ ଏକ ମୁଖ୍ୟ ଉପାଦାନ ଭାବେ ନେଇ ଆଗକୁ ବଢ଼ିବାକୁ ପଡ଼ିବ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ବିଗତ ୧୧ ବର୍ଷ ମଧ୍ୟରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି।

ପ୍ରଧାନମନ୍ତ୍ରୀ ମୋଦୀ ଦେଶ ସମ୍ମୁଖରେ ଏକ ବ୍ୟାପକ ପରିକଳ୍ପନା ଉପସ୍ଥାପନ କରିଛନ୍ତି ଏବଂ ମିଶନ ଲାଇଫ୍‍କୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଛନ୍ତି, ପୃଥିବୀ ଅନୁକୂଳ ବ୍ୟକ୍ତି ସୃଷ୍ଟି କରିବାକୁ ପ୍ରସ୍ତାବ ଦେଇଛନ୍ତି ଏବଂ ଆନ୍ତର୍ଜାତୀୟ ସୌର ମଞ୍ଚ ଏବଂ ବିଶ୍ୱ ଜୈବ ଇନ୍ଧନ ମଞ୍ଚ ପ୍ରତିଷ୍ଠାର ନେତୃତ୍ୱ ନେଇଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ ମୋଦୀ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଏକ ୧୦ ସୂତ୍ରୀ ଏଜେଣ୍ଡାର ରୂପରେଖ ଦେଇଥିଲେ, ସିଡିଆରଆଇ (ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ପାଇଁ ମଞ୍ଚ) ପ୍ରତିଷ୍ଠା କରିଥିଲେ ଏବଂ ଜି-୨୦ ଅଧୀନରେ ବିପର୍ଯ୍ୟୟ ବିପଦ ହ୍ରାସ ଉପରେ ଏକ ଟାସ୍କ ଫୋର୍ସ ଗଠନ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ପରିବେଶ ସଂରକ୍ଷଣ ବିନା ବିପର୍ଯ୍ୟୟକୁ ସମ୍ପୂର୍ଣ୍ଣ ରୂପେ ଏଡ଼ାଇବା ଅସମ୍ଭବ, ଏବଂ ଯଦି ଆମେ ପରିବେଶ ପ୍ରତି ଧ୍ୟାନ ନଦେବା, ତେବେ ଆମେ ବିପର୍ଯ୍ୟୟକୁ ରୋକିବାରେ ସକ୍ଷମ ହେବା ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଭାରତର ଗରିବ କେନ୍ଦ୍ରିତ କଲ୍ୟାଣ ନୀତିକୁ ଆଇଏଲଓ ମହାନିର୍ଦ୍ଦେଶକଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବକା ସାଥ, ସବକା ବିକାଶ’ ଦୃଷ୍ଟିକୋଣ ଦ୍ୱାରା ଅନୁପ୍ରାଣିତ ହୋଇ, ଭାରତ ସାମାଜିକ ସୁରକ୍ଷା କଭରେଜ କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି, ଯାହା ବିଶ୍ୱ ସ୍ତରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସାର ମଧ୍ୟରୁ ଗୋଟିଏ। ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ)ର ଆଇଏଲଓଷ୍ଟାଟ୍ ଡାଟାବେସର ସଦ୍ୟତମ ତଥ୍ୟ ଅନୁଯାୟୀ, ଭାରତର ସାମାଜିକ ସୁରକ୍ଷା କଭରେଜ ୨୦୧୫ ରେ ୧୯ ପ୍ରତିଶତରୁ ୨୦୨୫ ରେ ୬୪.୩ ପ୍ରତିଶତକୁ ବୃଦ୍ଧି ପାଇବାର ଆକଳନ କରାଯାଇଛି, ଯାହାକି ଗତ ଦଶନ୍ଧିରେ ୪୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି।

ଅନ୍ତର୍ଜାତୀୟ ଶ୍ରମ ସମ୍ମିଳନୀ (ଆଇଏଲସି) ସମୟରେ ଆଇଏଲଓ ମହାନିର୍ଦ୍ଦେଶକ ଗିଲବର୍ଟ ଏଫ୍. ହଙ୍ଗବୋଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସମୟରେ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ଏବଂ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଗତ ୧୧ ବର୍ଷ ମଧ୍ୟରେ ମୋଦୀ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଦାରିଦ୍ର୍ୟ-କୈନ୍ଦ୍ରିକ ଏବଂ ଶ୍ରମିକ କଲ୍ୟାଣ ଯୋଜନାଗୁଡ଼ିକ ଉପରେ ଆଲୋକପାତ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଆଇଏଲଓ ମହାନିର୍ଦ୍ଦେଶକଙ୍କୁ ଅନ୍ତର୍ଜାତୀୟ ଶ୍ରମ ସଂଗଠନ ସହଯୋଗିତାରେ ଭାରତ ସରକାରଙ୍କ ଦ୍ୱାରା ଜାତୀୟ ସ୍ତରରେ କରାଯାଉଥିବା ସାମାଜିକ ସୁରକ୍ଷା ତଥ୍ୟ ସଂଗ୍ରହ ଅଭିଯାନ ବିଷୟରେ ମଧ୍ୟ ସୂଚନା ଦେଇଥିଲେ।

ଏହି ପ୍ରୟାସଗୁଡ଼ିକୁ ପ୍ରଶଂସା କରି, ଆଇଏଲଓ ଭାରତର ସଫଳତାକୁ ସ୍ୱୀକାର କରିଛି ଏବଂ ଆନୁଷ୍ଠାନିକ ଭାବରେ ଏହାର ଡ୍ୟାସବୋର୍ଡରେ ପ୍ରକାଶ କରିଛି ଯେ ଭାରତର ଜନସଂଖ୍ୟାର ୬୪.୩ ପ୍ରତିଶତ, ଅର୍ଥାତ୍ ୯୪ କୋଟିରୁ ଅଧିକ ଲୋକ, ବର୍ତ୍ତମାନ ଅତି କମରେ ଗୋଟିଏ ସାମାଜିକ ସୁରକ୍ଷା ଲାଭରେ ଅନ୍ତର୍ଭୁକ୍ତ। ୨୦୧୫ରେ, ଏହି ସଂଖ୍ୟା ମାତ୍ର ୧୯ ପ୍ରତିଶତ ଥିଲା।

ଭାରତ ବର୍ତ୍ତମାନ ପ୍ରାୟ ୯୪ କୋଟି ନାଗରିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରୁଛି ଓ ହିତାଧିକାରୀଙ୍କ ସଂଖ୍ୟା ଦୃଷ୍ଟିରୁ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଅଛି। ଆଇଏଲଓ ମହାନିର୍ଦ୍ଦେଶକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗରିବ ଏବଂ ଶ୍ରମିକ ବର୍ଗ ପାଇଁ ଭାରତର କେନ୍ଦ୍ରିତ କଲ୍ୟାଣ ନୀତିକୁ ପ୍ରଶଂସା କରିଥିଲେ।

ପ୍ରତ୍ୟେକ ଦେଶର ଏକ ଯୋଜନାକୁ ବିଚାରକୁ ନେବା ପାଇଁ ଆଇଏଲଓର ମାନଦଣ୍ଡ ହେଉଛି ଯୋଜନାଟି ଆଇନଗତ ଭାବରେ ସମର୍ଥିତ, ନଗଦ-ଆଧାରିତ ଏବଂ ଗତ ତିନି ବର୍ଷର ସକ୍ରିୟ ଏବଂ ଯାଞ୍ଚ କରାଯାଇଥିବା ସମୟ ଶୃଙ୍ଖଳା ତଥ୍ୟ ଉପଲବ୍ଧ ହେଉଥିବ।

ଜେନେଭାରୁ ସମ୍ବୋଧିତ କରି ଡକ୍ଟର ମାଣ୍ଡଭୀୟ କହିଛନ୍ତି, “ଏହି ଉଲ୍ଲେଖନୀୟ ସଫଳତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଏବଂ ଏକ ଅନ୍ତର୍ଭୁକ୍ତିମୂଳକ ଏବଂ ଅଧିକାର-ଭିତ୍ତିକ ସାମାଜିକ ସୁରକ୍ଷା ଇକୋସିଷ୍ଟମ ଗଠନରେ ସରକାରଙ୍କ ନିରନ୍ତର ପ୍ରୟାସର ପ୍ରମାଣ। ଏହି ଅଭିବୃଦ୍ଧି ବିଶ୍ୱ ସ୍ତରରେ ସାମାଜିକ ସୁରକ୍ଷା କଭରେଜର ଦ୍ରୁତତମ ସଂପ୍ରସାରଣକୁ ପ୍ରତିନିଧିତ୍ୱ କରେ, ଯାହା “ଅନ୍ତ୍ୟୋଦୟ” ଅର୍ଥାତ୍ ସମାଜର ଶେଷ ବ୍ୟକ୍ତିକୁ ସଶକ୍ତ କରିବା ଏବଂ କାହାକୁ ପଛରେ ନ ପକାଇବା ପ୍ରତିଶ୍ରୁତି ପୂରଣ କରିବା ପ୍ରତି ସରକାରଙ୍କ ଅଟଳ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।”

ଉଲ୍ଲେଖନୀୟ ଯେ ବର୍ତ୍ତମାନର ତଥ୍ୟ କେବଳ ପ୍ରଥମ ପର୍ଯ୍ୟାୟ ଡାଟା ପୁଲିଂକୁ ପ୍ରତିଫଳିତ କରେ। ଏହି ପର୍ଯ୍ୟାୟ ଚୟନିତ ୮ ଟି ରାଜ୍ୟରେ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଏବଂ ମହିଳା-କୈନ୍ଦ୍ରିକ ଯୋଜନାର ହିତାଧିକାରୀଙ୍କ ତଥ୍ୟ ଉପରେ କେନ୍ଦ୍ରିତ ଥିଲା। ଦ୍ୱିତୀୟ ପର୍ଯ୍ୟାୟ ଡାଟା ପୁଲିଂ ଏବଂ ଏକୀକରଣ ଜାରି ରହିଥିବାବେଳେ, ଆଶା କରାଯାଉଛି ଯେ ଆଇଏଲଓ ଦ୍ୱାରା ଅତିରିକ୍ତ ଯୋଜନାର ବୈଧତା ପରେ ଭାରତର ମୋଟ ସାମାଜିକ ସୁରକ୍ଷା କଭରେଜ୍ ଖୁବ୍ ଶୀଘ୍ର ୧୦୦ କୋଟି ସୀମା ଅତିକ୍ରମ କରିବ।

ଭାରତ ମଧ୍ୟ ବିଶ୍ୱ ସ୍ତରରେ ପ୍ରଥମ ଦେଶ ଯିଏ ଆଇଏଲଓଷ୍ଟାଟ୍ ଡାଟାବେସରେ ଏହାର ୨୦୨୫ ସାମାଜିକ ସୁରକ୍ଷା କଭରେଜ୍ ତଥ୍ୟକୁ ଅପଡେଟ୍ କରିଛି, ଯାହାଦ୍ବାରା ଡିଜିଟାଲ୍ ପ୍ରଶାସନ ଏବଂ କଲ୍ୟାଣ ବ୍ୟବସ୍ଥାର ସ୍ୱଚ୍ଛତାରେ ଏହାର ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।

ଏହା ସହିତ, ସାମାଜିକ ସୁରକ୍ଷା କଭରେଜ ବୃଦ୍ଧି ଦ୍ୱାରା, ବିଶେଷକରି ବିକଶିତ ଦେଶଗୁଡ଼ିକ ସହିତ ସାମାଜିକ ସୁରକ୍ଷା ଚୁକ୍ତିନାମା (ଏସଏସଏ) ଚୂଡ଼ାନ୍ତ ହେବା ଦ୍ୱାରା ଭାରତର ବିଶ୍ୱସ୍ତରୀୟ ସମ୍ପର୍କ ଆହୁରି ମଜବୁତ ହେବ। ଏହି ଚୁକ୍ତିନାମାଗୁଡ଼ିକ ବିଦେଶରେ କାର୍ଯ୍ୟରତ ଭାରତୀୟ ପେସାଦାରମାନଙ୍କ ପାଇଁ ସାମାଜିକ ସୁରକ୍ଷା ଲାଭର ପୋର୍ଟେବିଲିଟି ସୁନିଶ୍ଚିତ କରିବ, ଏବଂ ଏକ ପାରସ୍ପରିକ ସ୍ୱୀକୃତି ଢାଞ୍ଚା ପାଇଁ ଅଂଶୀଦାର ଦେଶଗୁଡ଼ିକୁ ଆବଶ୍ୟକ ସ୍ୱଚ୍ଛତା ପ୍ରଦାନ କରିବ। ଏହା ଏକ ବିଶ୍ୱସନୀୟ ଏବଂ ଦୃଢ଼ ସାମାଜିକ ସୁରକ୍ଷା ବ୍ୟବସ୍ଥା ପ୍ରଦର୍ଶନ କରିବା ସହିତ ବାଣିଜ୍ୟ ଏବଂ ଶ୍ରମ ଗତିଶୀଳତା ଆଲୋଚନାରେ ଭାରତର ସ୍ଥିତିକୁ ଆହୁରି ମଜବୁତ କରିବ।

ଡକ୍ଟର ମାଣ୍ଡଭୀୟ ୧୦ରୁ ୧୨ ଜୁନ୍ ୨୦୨୫ ପର୍ଯ୍ୟନ୍ତ ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଆୟୋଜିତ ଆଇଏଲଓର ଅନ୍ତର୍ଜାତୀୟ ଶ୍ରମ ସମ୍ମିଳନୀ (ଆଇଏଲସି)ର ୧୧୩ତମ ଅଧିବେଶନରେ ଯୋଗଦେବା ପାଇଁ ଏକ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମୋଦୀ ସରକାରଙ୍କ ଐତିହାସିକ ୧୧ ବର୍ଷ ହେଉଛି ସଂକଳ୍ପ, ସମର୍ପଣ ଏବଂ ଜନସେବା ପ୍ରତି ନିଷ୍ଠାର ଏକ ସୁବର୍ଣ୍ଣ ଯୁଗ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ମୋଦୀ ସରକାରଙ୍କ ଐତିହାସିକ ୧୧ ବର୍ଷ ହେଉଛି ସଂକଳ୍ପ, ସମର୍ପଣ ଏବଂ ଜନସେବା ପ୍ରତି ନିଷ୍ଠାର ଏକ ସୁବର୍ଣ୍ଣ ଯୁଗ।

ଅମିତ ଶାହ ‘ଏକ୍ସ “ରେ ଏକାଧିକ ପୋଷ୍ଟରେ କହିଛନ୍ତି ଯେ ସେବାର ଏହି ୧୧ ବର୍ଷ ମଧ୍ୟରେ ଦେଶ ଆର୍ଥିକ ପୁନରୁଦ୍ଧାର, ସାମାଜିକ ନ୍ୟାୟ, ସାଂସ୍କୃତିକ ଗୌରବ ଏବଂ ଜାତୀୟ ସୁରକ୍ଷାର ଏକ ନୂତନ ଯୁଗର ସାକ୍ଷୀ ହୋଇଛି। ମୋଦୀ ସରକାର ପ୍ରମାଣିତ କରିଛନ୍ତି ଯେ ଯେତେବେଳେ ନେତୃତ୍ୱ ସ୍ପଷ୍ଟ, ସଂକଳ୍ପବଦ୍ଧ ଏବଂ ଜନସେବା ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ, ସେତେବେଳେ ସେବା, ସୁରକ୍ଷା ଏବଂ ସୁଶାସନ କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ ହାସଲ କରାଯାଇଥାଏ।

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଥିଲେ ଯେ, ୨୦୧୪ରେ ଯେତେବେଳେ ମୋଦିଜୀ ଦେଶର ଦାୟିତ୍ୱ ଗ୍ରହଣ କରିଥିଲେ, ସେତେବେଳେ ଏକ ନୀତିଗତ ପକ୍ଷାଘାତ ହୋଇଥିଲା। କୌଣସି ସ୍ପଷ୍ଟ ନୀତି କିମ୍ବା ନେତୃତ୍ୱ ନଥିଲା, ଏବଂ ସରକାରରେ ଦୁର୍ନୀତି ଚରମ ସୀମାରେ ଥିଲା। ଅର୍ଥବ୍ୟବସ୍ଥା ଦୁର୍ବଳ ଥିଲା ଏବଂ ଶାସନ ବ୍ୟବସ୍ଥା ଦିଶାହୀନ ଥିଲା। ଏହି ୧୧ ବର୍ଷର ଜନସେବାରେ ‘ମିନିମମ୍‍ ଗଭର୍ଣ୍ଣମେଣ୍ଟ, ମ୍ୟାକ୍ସିମମ୍‍ ଗଭର୍ଣ୍ଣାନ୍ସ’ ଦୃଷ୍ଟିକୋଣ ଦେଶର ବିକାଶର ଗତି ଏବଂ ଆକାର ଉଭୟରେ ପରିବର୍ତ୍ତନ ଆଣିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ, ମହିଳା, ପଛୁଆ ବର୍ଗ, ଦଳିତ ଏବଂ ଅବହେଳିତ ବର୍ଗଙ୍କୁ ଶାସନର କେନ୍ଦ୍ରସ୍ଥଳକୁ ଆଣିଛନ୍ତି, ତୁଷ୍ଟିକରଣ ବଦଳରେ “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ” (ସମସ୍ତଙ୍କ ସହ ମିଶି, ସମସ୍ତଙ୍କ ପାଇଁ ବିକାଶ, ସମସ୍ତଙ୍କ ବିଶ୍ୱାସ ଏବଂ ସମସ୍ତଙ୍କ ପ୍ରୟାସ) ଉପରେ ଆଧାରିତ ଏକ କାର୍ଯ୍ୟ ସଂସ୍କୃତି ସୃଷ୍ଟି କରିଛନ୍ତି।

ଅମିତ ଶାହ କହିଥିଲେ ଯେ ଏହି ୧୧ ବର୍ଷର ଜନସେବାରେ ଜାତୀୟ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରାଯାଇଛି। ନକ୍ସଲବାଦ ଶେଷ ନିଶ୍ୱାସ ନେଉଛି, ଜାମ୍ମୁ-କାଶ୍ମୀର ଏବଂ ଉତ୍ତର-ପୂର୍ବରେ ଶାନ୍ତି ପ୍ରତିଷ୍ଠା ହୋଇଛି, ଏବଂ ଭାରତ ଏବେ ଆତଙ୍କବାଦୀ ଆକ୍ରମଣର ଜବାବ ସେମାନଙ୍କ ନିଜ ଅଞ୍ଚଳରେ ଆକ୍ରମଣ କରି ଦେଉଛି। ଏହା ମୋଦୀ ସରକାରଙ୍କ ଅଧୀନରେ ଭାରତ ପରିବର୍ତ୍ତିତ ଭାବମୂର୍ତ୍ତିକୁ ପ୍ରତିଫଳିତ କରୁଛି। ମୋଦୀ ୩.୦. ରେ ନୂତନ ଭାରତ ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନର ଶକ୍ତି ମାଧ୍ୟମରେ ବିକାଶ ଏବଂ ଆତ୍ମନିର୍ଭରଶୀଳତା ଦିଗରେ ଦ୍ରୁତ ଗତିରେ ଆଗକୁ ବଢୁଛି । ନାଗରିକମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଏବଂ ପ୍ରତ୍ୟେକ କ୍ଷେତ୍ରରେ ଭାରତକୁ ଏକ ନମ୍ବର କରିବା ପାଇଁ ଏହି ଯାତ୍ରା ଜାରି ରହିବ।

Categories
ଆଜିର ଖବର ଜାତୀୟ ଖବର

ଭାରତକୁ ନକ୍ସଲବାଦର ବିପଦରୁ ମୁକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ମୋଦୀ ସରକାର: ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ସେହି ଅଧିକାରୀମାନଙ୍କୁ ଭେଟିଛନ୍ତି ଯେଉଁମାନେ ନିକଟରେ ହୋଇଥିବା ନକ୍ସଲ ବିରୋଧୀ ଅପରେସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ଏହି ଅପରେସନଗୁଡ଼ିକର ଐତିହାସିକ ସଫଳତା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, ମୋଦୀ ସରକାର ଭାରତକୁ ନକ୍ସଲବାଦର ବିପଦରୁ ମୁକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।

ଏକ୍ସ ରେ ଏକ ପୋଷ୍ଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, “ନିକଟରେ ହୋଇଥିବା ନକ୍ସଲ ବିରୋଧୀ ଅପରେସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଧିକାରୀମାନଙ୍କୁ ଭେଟିଥିଲି ଏବଂ ଏହି ଅପରେସନର ଐତିହାସିକ ସଫଳତା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲି। ମୁଁ ସେହି ସାହସୀ ଯବାନମାନଙ୍କୁ ଭେଟିବାକୁ ଆଗ୍ରହୀ, ଯେଉଁମାନେ ନିଜ ସାହସ ଦ୍ୱାରା ଏହି ଅଭିଯାନକୁ ସଫଳ କରିଥିଲେ ଏବଂ ଖୁବ୍ ଶୀଘ୍ର ସେମାନଙ୍କୁ ଭେଟିବା ପାଇଁ ଛତିଶଗଡ଼ ଗସ୍ତ କରିବି। ମୋଦୀ ସରକାର ଭାରତକୁ ନକ୍ସାଲବାଦର ବିପଦରୁ ମୁକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।’’

ଏଠାରେ ଉଲ୍ଲେଖନୀୟ ଯେ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସୁରକ୍ଷା ବାହିନୀ ଛତିଶଗଡ଼ରେ ନକ୍ସଲ ବିରୋଧୀ ଅପରେସନ ଚଳାଇଛନ୍ତି। ଏହି ପ୍ରୟାସର ଅଂଶବିଶେଷ ସ୍ୱରୂପ, ଛତିଶଗଡ଼ ପୋଲିସ ଦ୍ୱାରା (ନାରାୟଣପୁର, ଦାନ୍ତେୱାଡ଼ା, କୋଣ୍ଡଗାଓଁ ଏବଂ ବିଜାପୁର ଜିଲ୍ଲାର ଡିଆରଜି ୟୁନିଟ୍ ସମେତ) ଅବୁଝମାଡର ଆଭ୍ୟନ୍ତରୀଣ ଅଞ୍ଚଳରେ ୧୮.୦୫.୨୦୨୫ ରୁ ୨୧.୦୫.୨୦୨୫ ପର୍ଯ୍ୟନ୍ତ ଏକ ଅପରେସନ କରାଯାଇଥିଲା। ୨୧.୦୫.୨୦୨୫ ରେ, ବୋଟର ଗାଁର ଜଙ୍ଗଲରେ ଏକ ଏନକାଉଣ୍ଟର ଫଳସ୍ୱରୂପ ସିପିଆଇ (ମାଓବାଦୀ) ସାଧାରଣ ସମ୍ପାଦକ ଏବଂ ପଲିଟ୍ ବ୍ୟୁରୋର ସଦସ୍ୟ ବାସବରାଜୁ ଓରଫ ଗଗାନ୍ନାଙ୍କ ସମେତ ୨୭ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା, ଏବଂ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଉଦ୍ଧାର କରାଯାଇଥିଲା।

ଏହି ଅପରେସନରେ ସାମିଲ ଥିବା ଅଧିକାରୀମାନଙ୍କ ମଧ୍ୟରେ ଛତିଶଗଡ଼ର ପୁଲିସ ମହାନିର୍ଦ୍ଦେଶକ ଅରୁଣ ଦେବ ଗୌତମ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଆଣ୍ଟି-ନକ୍ସାଲ ଅପରେସନ/ଏସ୍.ଆଇ.ବି./ଏସ୍.ଟି.ଏଫ୍.) ବିବେକାନନ୍ଦ, ପୁଲିସ ମହାନିରୀକ୍ଷକ (ବସ୍ତର ରେଞ୍ଜ) ସୁନ୍ଦରରାଜ, ପୁଲିସ ଅଧୀକ୍ଷକ (ନାରାୟଣପୁର) ପ୍ରଭାତ କୁମାର, ପୁଲିସ ଅଧୀକ୍ଷକ (ବିଜାପୁର) ଜିତେନ୍ଦ୍ର ଯାଦବ ଏବଂ ପୁଲିସ ଅଧୀକ୍ଷକ (ନକ୍ସଲ ମୁକ୍ତ ବସ୍ତର ଜିଲ୍ଲା) ଶଲଭ ସିଂହଙ୍କୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଇ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ କୁମାର ଶର୍ମା, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଯୁବପିଢ଼ିଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସରକାରଙ୍କ ସଂକଳ୍ପ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଅମୃତ ପିଢ଼ି ଅର୍ଥାତ୍‌ ଦେଶର ଯୁବବର୍ଗଙ୍କ ସ୍ୱପ୍ନକୁ ସାକାର କରିବା ସହିତ ସେମାନଙ୍କ ପାଇଁ ଅପାର ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କ ମାର୍ଗରେ ଆସୁଥିବା ସବୁ ବାଧା ଦୂର କରିବା ସରକାରଙ୍କ ସଂକଳ୍ପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ। ଏହାକୁ ସାକାର କରିବା ଲାଗି ଗତ ଏଗାର ବର୍ଷ ମଧ୍ୟରେ ଭାରତ ସରକାର ଯୁବବର୍ଗଙ୍କ ସଶକ୍ତିକରଣ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଛନ୍ତି। ଭାରତରେ ବିଶ୍ୱର ସର୍ବାଧିକ ଯୁବ ଜନସଂଖ୍ୟା ରହିଛି, ଯେଉଁଥିରେ ୩୫ ବର୍ଷରୁ କମ୍ ବୟସର ପ୍ରାୟ ୬୫ ପ୍ରତିଶତ ଲୋକ ଅଛନ୍ତି। ଦେଶର ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଦୀର୍ଘକାଳୀନ ରଣନୀତିକ ଅଭିବୃଦ୍ଧି ହାସଲ କରିବା ଲାଗି ସରକାର ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଭାବେ ବିବେଚନା କରନ୍ତି। ମୋଦୀ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଯୁବବର୍ଗଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବା, ସେମାନଙ୍କ ଲକ୍ଷ୍ୟ ହାସଲ କରିବା ଏବଂ ଭାରତକୁ ଭବିଷ୍ୟତରେ ଆଗେଇ ନେବା। ଯୁବ ଭାରତୀୟମାନେ ଯେପରି ଗୁଣାତ୍ମକ ଶିକ୍ଷା, ଆଧୁନିକ କୌଶଳ, ଭଲ ଚାକିରି ପାଇବେ ଏବଂ ସଫଳ ଉଦ୍ୟୋଗୀ ହେବା ପାଇଁ ସହାୟତା ଆବଶ୍ୟକ କରିବେ ତାହା ସରକାର ଏହା ସୁନିଶ୍ଚିତ କରୁଛନ୍ତି।

ଗତ ଦଶନ୍ଧି ମଧ୍ୟରେ, ଭାରତ ବିଦ୍ୟାଳୟଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏହାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ​​କରିବାରେ ଦ୍ରୁତ ପ୍ରଗତି କରିଛି। ଆଇଆଇଟି, ଆଇଆଇଏମ୍ ଏବଂ ଏମ୍ସ ଭଳି ପ୍ରତିଷ୍ଠାନର ପ୍ରମୁଖ ସଂସ୍କାର ଓ ପ୍ରସାର ସମସ୍ତଙ୍କ ପାଇଁ ଗୁଣାତ୍ମକ ଓ ଭବିଷ୍ୟ ଉନ୍ମୁଖି ଶିକ୍ଷା ପ୍ରଦାନ କରିବା ପାଇଁ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏଆଇଏସଏଚଇ ପୋର୍ଟାଲର ତଥ୍ୟ ଅନୁଯାୟୀ ୨୦୧୪-୧୫ରେ ଦେଶରେ ୫୧,୫୩୪ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଥିବା ବେଳେ ମେ ୨୦୨୫ ସୁଦ୍ଧା ଏଗୁଡ଼ିକର ସଂଖ୍ୟା ୭୦,୬୮୩କୁ ବୃଦ୍ଧି ପାଇଛି। ଏସବୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅନେକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ରହିଛି । ବିଶ୍ୱ ବିଦ୍ୟାଳୟ ସଂଖ୍ୟା ୭୬୦ରୁ ୧୩୩୪କୁ ବୃଦ୍ଧି ପାଇଥିବା ବେଳେ ମହାବିଦ୍ୟାଳୟଗୁଡ଼ିକର ସଂଖ୍ୟା ୩୮,୪୯୮ରୁ ୫୧,୯୫୯କୁ ବୃଦ୍ଧି ପାଇଛି। ୨୦୧୪ରେ ଦେଶରେ ୧୬ଟି ଆଇଆଇଟି ଥିଲା। ଏବେ ଆଉ ୭ଟି ଆଇଆଇଟି ଯୋଡ଼ି ହେବା ସହ ୨୦୨୫ ମେ ସୁଦ୍ଧା ଆଇଆଇଟିଗୁଡ଼ିକର ସଂଖ୍ୟା ୨୩ରେ ପହଞ୍ଚିଛି। ସରକାର ଗତ ତିରୁପତି, ପଲକ୍କଡ, ଭିଲାଇ, ଜାମ୍ମୁ, ଧରୱାଡ ଆଇଆଇଟିରେ ଭିତ୍ତିଭୂମି ସମ୍ପ୍ରସାରଣ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ୨୦୨୫ରୁ ୨୦୨୯ ପର୍ଯ୍ୟନ୍ତ ଆଇଆଇଟିଗୁଡ଼ିକର ଉନ୍ନତିକରଣ ପାଇଁ ୧୧ ହଜାର ୮୨୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। କାମ ସମ୍ପୂର୍ଣ୍ଣ ହେଲେ ଏସବୁ ଆଇଆଇଟିର ମୋଟ୍ ୧୩ ହଜାର ୬୮୭ ଜଣ ପିଲା ପାଠ ପଢ଼ିପାରିବେ।

୨୦୧୪ ମସିହାରୁ, ଏମ୍ସ ପ୍ରତିଷ୍ଠାନ ସଂଖ୍ୟା ୭ ରୁ ୨୩ କୁ ବୃଦ୍ଧି ପାଇଛି, ଯାହା ପ୍ରଭାବଶାଳୀ ଭାବରେ ତିନିଗୁଣ ବୃଦ୍ଧି ପାଇଛି। ଏହା ସହିତ, ମେଡିକାଲ କଲେଜ ସଂଖ୍ୟା ୩୮୭ ରୁ ୨୦୪୫କୁ ବୃଦ୍ଧି ପାଇଛି, ଯାହା ୨୦୨୪ ସୁଦ୍ଧା ୧.୯ ଲକ୍ଷରୁ ଅଧିକ ମେଡିକାଲ ସିଟ୍ ପ୍ରଦାନ କରିଛି। ପିଏମଶ୍ରୀ (ପ୍ରଧାନମନ୍ତ୍ରୀ ଉଦୀୟମାନ ଭାରତ ବିଦ୍ୟାଳୟ) ଯୋଜନା ଅଧୀନରେ ୧୪,୫୦୦ ବିଦ୍ୟାଳୟର ଉନ୍ନତିକରଣ କରାଯାଉଛି।

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୨୦୧୫ ପରଠାରୁ ୧.୬୩ କୋଟିରୁ ଅଧିକ ଯୁବକଙ୍କୁ ବିଭିନ୍ନ କୌଶଳ କ୍ଷେତ୍ରରେ ତାଲିମ ଦିଆଯାଇଛି। ଯୁବବର୍ଗଙ୍କୁ ସ୍ୱଳ୍ପକାଳୀନ ତାଲିମ ଦେବାକୁ ଆରମ୍ଭ ହୋଇଥିବା ଏହି ଯୋଜନା ଏବେ ସୁଦ୍ଧା ୪ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହୋଇଛି। ପ୍ରଥମ ତିନୋଟି ପର୍ଯ୍ୟାୟରେ ଯଥାକ୍ରମେ ୧୯ ଲକ୍ଷ, ୧.୧୦ କୋଟି ଏବଂ ୭.୩୭ ଲକ୍ଷ କୋଟି ଯୁବବର୍ଗଙ୍କୁ ଦକ୍ଷତା ତାମିଲ ଦିଆଯାଇଛି । ଏବେସୁଦ୍ଧା ଯୋଜନାରେ ୧.୬୩ କୋଟି ଯୁବବର୍ଗ ଦକ୍ଷତା ତାଲିମ ନେଇଛନ୍ତି । ସେହିପରି ସ୍କିଲ ଇଣ୍ଡିଆ ମିଶନ ଜରିଆରେ ୩୬ଟି କ୍ଷେତ୍ରୀୟ ଦକ୍ଷତା ପରିଷଦ ଗଠନକୁ ମଞ୍ଜୁରି ମିଳିଛି । ଏହି ମିଶନ ଯୁବବର୍ଗଙ୍କୁ ନିଯୁକ୍ତି ଆଧାରିତ ପ୍ରଶିକ୍ଷଣ ପ୍ରଦାନ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।

୨୨ ଅକ୍ଟୋବର ୨୦୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ରୋଜଗାର ମେଳା କାର୍ଯ୍ୟକ୍ରମ। ଏବେ ସୁଦ୍ଧା ୧୫ଟି ରୋଜଗାର ମେଳା ଜରିଆରେ ୧୦ ଲକ୍ଷରୁ ଅଧିକ ସରକାରୀ ଚାକିରି ନିଯୁକ୍ତିପତ୍ର ପ୍ରଦାନ କରାଯାଇସାରିଛି । ଇପିଏଫଓରେ ୮ କୋଟି ୫୯ ଲକ୍ଷ ନୂଆ ଉପଭୋକ୍ତା ଯୋଡ଼ି ହୋଇଛନ୍ତି । ଏପ୍ରିଲ ୨୦୨୦ ପରଠାରୁ ଏଥିରେ ୩.୪୫ କୋଟି ୧୮-୨୮ ବର୍ଷ ବୟସ୍କ ଯୁବକଯୁବତୀ ଯୋଡ଼ି ହେବା ଏକ ଉଲ୍ଲେଖନୀୟ ଉପଲବ୍ଧି ଯାହାକି ଯୁବବର୍ଗଙ୍କ ନିଯୁକ୍ତିକୁ ଦର୍ଶାଉଛି।

ଷ୍ଟାର୍ଟଅପ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଯୁବବର୍ଗଙ୍କୁ ଚାକିରି ଆଶାୟୀ ପରିବର୍ତ୍ତେ ନିଯୁକ୍ତିସୃଷ୍ଟିକାରୀ ରୂପେ ପରିଣତ କରିଛି। ଏହି କାର୍ଯ୍ୟକ୍ରମ ଅଧୀନରେ ୧.୬ ଲକ୍ଷ ଷ୍ଟାର୍ଟଅପ୍‌କୁ ମାନ୍ୟତା ମିଳିଛି, ଏଥିମଧ୍ୟରେ ୭୫ ହଜାର ଷ୍ଟାର୍ଟଅପରେ ମହିଳାମାନେ ନେତୃତ୍ୱ ନେଉଛନ୍ତି । ଏସବୁ ଷ୍ଟାର୍ଟଅପରେ ୧୭ ଲକ୍ଷ ୬୦ ହଜାରରୁ ଅଧିକ ରୋଜଗାର ସୃଷ୍ଟି ହୋଇଛି । ଶିଳ୍ପ ଓ ଅନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ୧.୫୭ ଲକ୍ଷ ଷ୍ଟାର୍ଟଅପକୁ ମାନ୍ୟତା ଦେଇଛି । ୨୦୧୭ରୁ ୨୦୨୪ ମଧ୍ୟରେ ଏସବୁ ଷ୍ଟାର୍ଟଅପ୍‌ ମିଳିତ ଭାବେ ୪.୮ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିଛନ୍ତି।

ଏପ୍ରିଲ ୨୦୨୫ରେ ଆରମ୍ଭ ହୋଇଥିବା ମୁଦ୍ରା ଯୋଜନା ଲକ୍ଷ ଲକ୍ଷ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସହଜ ଋଣ ପ୍ରଦାନ କରୁଛି। ୨୩ ଜୁଲାଇ, ୨୦୨୪ରେ, ଆକାଂକ୍ଷୀ ଉଦ୍ୟୋଗୀଙ୍କୁ ଆହୁରି ସମର୍ଥନ କରିବା ପାଇଁ ଋଣ ସୀମା ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଗତ ଦଶନ୍ଧି ମଧ୍ୟରେ ଉଦ୍ୟୋଗୀମାନଙ୍କୁ ମଞ୍ଜୁର କରାଯାଇଥିବା ଋଣ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୧୫-୧୬ରେ ୩.୪୯ କୋଟି ଋଣ ମଞ୍ଜୁର କରାଯାଇଥିଲା, ଯାହା ୨୦୨୩-୨୪ରେ ୬.୬୭ କୋଟିକୁ ବୃଦ୍ଧି ପାଇଛି। ୨୧ ମାର୍ଚ୍ଚ, ୨୦୨୫ ସୁଦ୍ଧା, ୨୦୨୪-୨୫ ପାଇଁ ଅସ୍ଥାୟୀ ସଂଖ୍ୟା ୪.୫୩ କୋଟି ଋଣ ରହିଛି। ୨୦୧୫-୧୬ରେ ମୋଟ ଋଣ ପରିମାଣ ୧.୩୭ ଲକ୍ଷ କୋଟି ଟଙ୍କାରୁ ୨୦୨୪-୨୫ରେ ୩୩.୬୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ସରକାର ସାରା ଦେଶରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ଏବଂ ଯୁବ ପ୍ରତିଭାକୁ ସମର୍ଥନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଉତ୍ତମ ତାଲିମ, ସୁବିଧା ଏବଂ ଆର୍ଥିକ ସହାୟତା ସହିତ, ଭାରତ ଏକ ଶକ୍ତିଶାଳୀ କ୍ରୀଡା ରାଷ୍ଟ୍ର ହେବାକୁ ଯାଉଛି। ଟାର୍ଗେଟ୍‌ ଅଲିମ୍ପିକ୍ସ ପୋଡିୟମ ଯୋଜନାରେ ୯୪ କୋର୍‌ ଗ୍ରୁପ୍‌ ଏବଂ ୧୧୨ ଡେଭଲପମେଣ୍ଟ ଗ୍ରୁପ୍‌ ଖୋଳୀଙ୍କୁ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଦିଆଯାଇଛି। ଏହି ଯୋଜନା ଫଳରେ ଅଲିମ୍ପିକ୍ସ, ପାରା ଅଲିମ୍ପିକ୍ସ ଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତୀୟ ଖେଳାଳୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ଖେଲୋ ଇଣ୍ଡିଆ ଅଭିଯାନରେ ତୃଣମୂଳ ସ୍ତରର ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ୧୦୪୮ କେନ୍ଦ୍ର ଖୋଲାଯାଇଛି। ଖେଲୋ ଇଣ୍ଡିଆ ଅଧୀନରେ ୩ ହଜାର ଖେଳାଳିଙ୍କୁ ବାର୍ଷିକ ୬.୨୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ‘ଖେଲୋ ଇଣ୍ଡିଆ ଜାତୀୟ କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମ’ ୨୦୧୬-୧୭ ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହାର ଦୁଇଟି ଉଦ୍ଦେଶ୍ୟ ଥିଲା ସାରା ଦେଶରେ କ୍ରୀଡାରେ ବ୍ୟାପକ ଅଂଶଗ୍ରହଣ ଏବଂ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା। ଏହି ଯୋଜନାକୁ ୨୦୨୧-୨୨ ରୁ ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଏବଂ ଏହାର ଆର୍ଥିକ ବ୍ୟୟ ୩୭୯୦.୫୦ କୋଟି ଟଙ୍କା ରହିଛି।

୨୦୨୫ରେ ଉତ୍ତରାଖଣ୍ଡରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ାରେ ୧୦ ହଜାର ଖେଳାଳୀ ଅଂଶଗ୍ରହଣ କରିଥିଲେ। କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ ସରକାରଙ୍କ ପଦକ୍ଷେପ ଯୋଗୁ ଭାରତ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ୪ଟି କାଂସ୍ୟ ପଦକ ସହିତ ମୋଟ୍‌ ୭ଟି ପଦକ ହାସଲ କରିଥିଲା। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତକୁ ମିଳିଥିଲା ୬ଟି ପଦକ। ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତ ନିଜ ପାଇଁ ସବୁଠାରୁ ଭଲ ପ୍ରଦର୍ଶନ କରି ୨୯ଟି ପଦକ ହାସଲ କରିଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତ ୨୨ଟି ସ୍ୱର୍ଣ୍ଣ ପଦକ ସହିତ ମୋଟ୍‌ ୬୧ଟି ପଦକ ହାସଲ କରିଥିଲା।

ସରକାର ଯୁବବର୍ଗଙ୍କୁ ସେନାବାହିନୀରେ ନିଯୁକ୍ତି ଦେବା ଲାଗି ଅଗ୍ନିପଥ ଯୋଜନା ଆଣିଛନ୍ତି। ଏହି ଯୋଜନାରେ ସାଢ଼େ ୧୭ରୁ ୨୧ ବର୍ଷ ବୟସର ଯୁବକଯୁବତୀ ଆବେଦନ କରିପାରିବେ। ଅଗ୍ନିବୀରମାନଙ୍କୁ ଚାରି ବର୍ଷ ସେନାବାହିନୀର ସେବା କରିବାର ସୁଯୋଗ ମିଳିବ। ଏମାନଙ୍କୁ ପରବର୍ତ୍ତୀ ସମୟରେ ଅନ୍ୟ ସେବାଗୁଡ଼ିକରେ ନିଯୁକ୍ତିର ସଂରକ୍ଷଣ ଦିଆଯିବ। ଏହିପରି ଭାବେ ଗତ ୧୧ ବର୍ଷ ମଧ୍ୟରେ ଯୁବବର୍ଗଙ୍କ ସଶକ୍ତିକରଣ ପାଇଁ ମୋଦୀ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିଶ୍ୱର ସର୍ବବୃହତ ସମବାୟ ଖାଦ୍ୟଶସ୍ୟ ସଂରକ୍ଷଣ ଯୋଜନାର ସମୀକ୍ଷା କଲେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ବିଶ୍ୱର ସର୍ବବୃହତ ସମବାୟ ଖାଦ୍ୟଶସ୍ୟ ସଂରକ୍ଷଣ ଯୋଜନାର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ସମବାୟ ରାଷ୍ଟ୍ରମନ୍ତ୍ରୀ କ୍ରିଷନ ପାଲ ଗୁର୍ଜର ଏବଂ ମୁରଲୀଧର ମୋହୋଲଙ୍କ ବ୍ୟତୀତ ସମବାୟ, ଖାଦ୍ୟ ଏବଂ ସାଧାରଣ ବଣ୍ଟନ, ଉପଭୋକ୍ତା ବ୍ୟାପାର, ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ), ନାବାର୍ଡ, ଜାତୀୟ ସମବାୟ ବିକାଶ ନିଗମ (ଏନସିଡିସି) ଏବଂ ଅନ୍ୟାନ୍ୟ ଅନୁଷ୍ଠାନର ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ବୈଠକକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ବିଶ୍ୱର ସର୍ବବୃହତ ଖାଦ୍ୟଶସ୍ୟ ସଂରକ୍ଷଣ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ସହକାର ସେ ସମୃଦ୍ଧି” ର ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ବଡ଼ ପଦକ୍ଷେପ। ସେ କହିଥିଲେ ଯେ ଭାରତରେ ଆର୍ଥିକ ପ୍ରଗତିର ମାପ ପାଇଁ ଦୁଇଟି ପ୍ରମୁଖ ମାନଦଣ୍ଡ ରହିଛି-ମୋଟ ଘରୋଇ ଉତ୍ପାଦ (ଜି.ଡି.ପି) ଏବଂ ନିଯୁକ୍ତି ସୃଷ୍ଟି। ଖାଦ୍ୟ ସଂରକ୍ଷଣ ଯୋଜନା ଏହି ଉଭୟ ଦିଗକୁ ସୁଦୃଢ଼ କରିବା ପାଇଁ ଉଦ୍ଦିଷ୍ଟ, ଯାହାର ଉଦ୍ଦେଶ୍ୟ ପ୍ରାଥମିକ କୃଷି ଋଣ ସମିତି (ପିଏସିଏସ) ର ଆୟ ବୃଦ୍ଧି କରିବା ସହିତ ଗ୍ରାମୀଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା। କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ୍) ଅଧୀନରେ ଋଣ ଅବଧି ବୃଦ୍ଧି କରି ପିଏସିଏସ ର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଉପରେ ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ।

ଖାଦ୍ୟ ସଂରକ୍ଷଣ ଯୋଜନାରେ ପିଏସିଏସ ର ବ୍ୟାପକ ଯୋଗଦାନ ଉପରେ ଗୁରୁତ୍ୱାରୋପ କରି କେନ୍ଦ୍ର ସମବାୟ ମନ୍ତ୍ରୀ କହିଥିଲେ ଯେ ପିଏସିଏସ କୁ ଏହି ଯୋଜନାର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ଆବଶ୍ୟକ, ଯାହାଦ୍ୱାରା ପିଏସିଏସ ର ଆର୍ଥିକ ସାମର୍ଥ୍ୟ ଏବଂ ସାମାଜିକ ପ୍ରଭାବଶୀଳତା ସୁନିଶ୍ଚିତ କରାଯାଇପାରିବ। ସେ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଏବଂ ଭାରତୀୟ ଖାଦ୍ୟ ନିଗମକୁ ସାରା ଦେଶରେ ଗୋଦାମଗୁଡ଼ିକର ଜାତୀୟ ସ୍ତରୀୟ ମ୍ୟାପିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଦ୍ୱାରା ଆଞ୍ଚଳିକ ଆବଶ୍ୟକତା ଅନୁଯାୟୀ ଯୋଜନାର କାର୍ଯ୍ୟକାରିତା ସୁରୁଖୁରୁରେ କରାଯାଇପାରିବ। ଶ୍ରୀ ଅମିତ ଶାହ ଏଫସିଆଇ, ଏନସିସିଏଫ୍‍, ନାଫେଡ୍‍ ଏବଂ ରାଜ୍ୟ ପଣ୍ୟାଗାର ନିଗମଗୁଡ଼ିକୁ ଯଥା ସମ୍ଭବ ଅଧିକ ସଂଖ୍ୟକ ପଣ୍ୟାଗାର ସହିତ ପିଏସିଏସ ଗୁଡ଼ିକୁ ଯୋଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା ଯେ ରାଜ୍ୟଗୁଡ଼ିକ ଏହି ଯୋଜନାରେ ନିଜ ସ୍ତରରେ ଅଧିକ ପିଏସିଏସ କୁ ସାମିଲ କରିବା ଉଚିତ ଏବଂ ରାଜ୍ୟ ସ୍ତରୀୟ ବିପଣନ ସଂଘଗୁଡ଼ିକୁ ମଧ୍ୟ ଏହା ସହିତ ଯୋଡ଼ାଯିବା ଆବଶ୍ୟକ, ଯାହାଦ୍ୱାରା ଏକ ସମ୍ପୂର୍ଣ୍ଣ ସମବାୟ ଯୋଗାଣ ଶୃଙ୍ଖଳା ବିକଶିତ ହୋଇପାରିବ।

କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହ ସମସ୍ତ ସଙ୍ଗଠନକୁ ଏହି ଯୋଜନାକୁ ସମୟୋଚିତ ଏବଂ ପ୍ରଭାବଶାଳୀ ଢଙ୍ଗରେ ସମନ୍ୱୟ ଏବଂ କାର୍ଯ୍ୟକାରୀ କରିବାକୁ ଆହ୍ୱାନ କରିଛନ୍ତି ଯାହା ଦ୍ୱାରା ଏହି ଯୋଜନା ‘ଆତ୍ମନିର୍ଭର ଭାରତ’ ଏବଂ ‘ସହକାର ସେ ସମୃଦ୍ଧି’ ର ଲକ୍ଷ୍ୟ ହାସଲ କରିବାରେ ଏକ ମାଇଲଖୁଣ୍ଟ ଭାବରେ ପ୍ରମାଣିତ ହେବ।

Categories
ଆଜିର ଖବର ଜାତୀୟ ଖବର

୨୦୨୬ ମସିହା ମାର୍ଚ୍ଚ ୩୧ ପୂର୍ବରୁ ନକ୍ସଲବାଦର ମୂଳୋତ୍ପାଟନ କରିବା ଲାଗି ସଂକଳ୍ପବଦ୍ଧ ମୋଦୀ ସରକାର: ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି କହିଛନ୍ତି ଯେ, ଛତିଶଗଡ଼ର ନାରାୟଣପୁରରେ ଏକ ଅପରେସନରେ ସୁରକ୍ଷା ବାହିନୀ ସିପିଆଇ-ମାଓବାଦୀଙ୍କ ସାଧାରଣ ସମ୍ପାଦକ ନାମ୍ବାଲା କେଶବ ରାଓ ଓରଫ ବାସବରାଜୁଙ୍କ ସମେତ ୨୭ ଜଣ ଦୁର୍ଦାନ୍ତ ମାଓବାଦୀଙ୍କୁ ନିହତ କରିଛନ୍ତି। ଏହି ବଡ଼ ସଫଳତା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ସାହସୀ ସୁରକ୍ଷା ବାହିନୀ ଏବଂ ଏଜେନ୍ସିଗୁଡ଼ିକୁ ପ୍ରଶଂସା କରିଥିଲେ।

ଏକ୍ସ ରେ ଏକ ପୋଷ୍ଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, “ନକ୍ସଲବାଦର ମୂଳୋତ୍ପାଟନ ପାଇଁ ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ଆଜି, ଛତିଶଗଡ଼ର ନାରାୟଣପୁରରେ ଏକ ଅପରେସନରେ, ଆମର ସୁରକ୍ଷା ବାହିନୀ ୨୭ ଜଣ ଦୁର୍ଦାନ୍ତ ମାଓବାଦୀଙ୍କୁ ନିହତ କରିଛନ୍ତି, ଯେଉଁଥିରେ ସିପିଆଇ-ମାଓବାଦୀର ସାଧାରଣ ସମ୍ପାଦକ, ସର୍ବୋଚ୍ଚ ନେତା ତଥା ନକ୍ସଲ ଆନ୍ଦୋଳନର ମେରୁଦଣ୍ଡ ନାମ୍ବାଲା କେଶବ ରାଓ ଓରଫ ବାସବରାଜୁ ମଧ୍ୟ ସାମିଲ ଅଛନ୍ତି।

ତିନି ଦଶନ୍ଧି ଧରି ଚାଲିଥିବା ଭାରତର ନକ୍ସଲବାଦ ବିରୋଧୀ ଲଢ଼େଇରେ ପ୍ରଥମ ଥର ପାଇଁ ଆମ ସେନା ଦ୍ୱାରା ଜଣେ ସାଧାରଣ ସମ୍ପାଦକ ପାହ୍ୟାର ନେତାଙ୍କୁ ନିହତ କରାଯାଇଛି। ଏହି ବଡ଼ ସଫଳତା ପାଇଁ ମୁଁ ଆମର ସାହସୀ ସୁରକ୍ଷା ବାହିନୀ ଏବଂ ଏଜେନ୍ସିମାନଙ୍କୁ ପ୍ରଶଂସା କରୁଛି। ଏହା ମଧ୍ୟ ଜଣାଇ ଖୁସି ଯେ ଅପରେସନ୍ ବ୍ଲାକ୍ ଫରେଷ୍ଟ ସମାପ୍ତ ହେବା ପରେ ଛତିଶଗଡ଼, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରରେ ୫୪ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି ଏବଂ ୮୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ମୋଦୀ ସରକାର ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ନକ୍ସଲବାଦକୁ ମୂଳପୋଛ କରିବାକୁ ସଂକଳ୍ପବଦ୍ଧ।

Categories
ଆଜିର ଖବର ଜାତୀୟ ଖବର

ସମ୍ପୂର୍ଣ୍ଣ ଶକ୍ତି ଖଟାଇ ନିଶାଦ୍ରବ୍ୟ କାରବାରକୁ ଦମନ କରୁଛନ୍ତି ମୋଦୀ ସରକାର: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ମୋଦୀ ସରକାର ସମ୍ପୂର୍ଣ୍ଣ ଶକ୍ତି ସହିତ ନିଶାଦ୍ରବ୍ୟ କାରବାର କରୁଥିବା ଗୋଷ୍ଠୀକୁ ଦମନ କରୁଛନ୍ତି।

ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଅମିତ ଶାହ କହିଛନ୍ତି ଯେ “ଏକ ନିଶାମୁକ୍ତ ଭାରତ ଗଠନ କରିବା ପାଇଁ ଆମର ଦୃଷ୍ଟିକୋଣ ସହିତ ଆମର ଏଜେନ୍ସିମାନେ ନିଶା ବେପାରୀଙ୍କ ବିରୁଦ୍ଧରେ ବଡ଼ ଧରଣର ଅପରେସନ ଆରମ୍ଭ କରିଥିଲେ ଏବଂ ଆସାମରେ ତିନି ଜଣଙ୍କୁ ଗିରଫ କରିବା ସହିତ ୨୪.୩୨ କୋଟି ଟଙ୍କା ମୂଲ୍ୟର ୩୦.୪ କିଲୋଗ୍ରାମର ମେଥାମ୍ଫେଟାମାଇନ୍ ଟାବଲେଟ୍ ଜବତ କରିଥିଲେ। ନିଶାଦ୍ରବ୍ୟ ବିରୁଦ୍ଧରେ ଆମର କାର୍ଯ୍ୟାନୁଷ୍ଠାନ କଠୋରତାର ସହିତ ଜାରି ରହିବ। ଏହି ବଡ଼ ସଫଳତା ପାଇଁ ଏନସିବି, ଆସାମ ପୋଲିସ ଏବଂ ସିଆରପିଏଫ୍ କୁ ଅଭିନନ୍ଦନ।

ଅପରେସନର ବିବରଣୀ

ଏନସିବି ଏପ୍ରିଲ ୬,୨୦୨୫ ରେ ୨୪.୩୨ କୋଟି ଟଙ୍କା ମୂଲ୍ୟର ୩୦.୪ କିଲୋଗ୍ରାମ ମେଥାମ୍ଫେଟାମାଇନ୍ ଟାବଲେଟ୍ (ୱାଇଏବିଏ) ଜବତ କରିଛି ଏବଂ ଦୁଇଟି ମାମଲାରେ ତିନି ଜଣ ନିଶାଦ୍ରବ୍ୟ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଶା ମୁକ୍ତ ଭାରତର ଲକ୍ଷ୍ୟକୁ ଅନୁସରଣ କରି ଏବଂ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆସାମରେ ଆନ୍ତଃରାଜ୍ୟ ସିନ୍ଥେଟିକ୍ ଡ୍ରଗ୍ ନେଟୱାର୍କକୁ ଭାଙ୍ଗିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି।

ଏକ ବଡ଼ ସଫଳତା ସ୍ୱରୂପ, ଏନସିବି ନିକଟରେ ସିଲଚରରେ ଦୁଇଟି ପୃଥକ ଅପରେସନ ସମୟରେ ଦୁଇଟି ଗାଡି ସହିତ ମୋଟ ୨୪.୩୨ କୋଟି ଟଙ୍କା ମୂଲ୍ୟର ୩୦.୪ କିଲୋଗ୍ରାମ ମେଥାମଫେଟାମାଇନ୍ ଟାବଲେଟ୍ ଜବତ କରିଛି, ଯାହା ୱାବା ନାମରେ ଜଣାଶୁଣା, ଏବଂ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ୦୬.୦୪.୨୦୨୫ ରେ, ୩ ମାସରୁ ଅଧିକ ସମୟ ଧରି ଏକ ଗୁଇନ୍ଦା ନେତୃତ୍ୱାଧୀନ ଅପରେସନରେ, ଏନସିବି ଗୌହାଟୀ, ଆସାମ ପୋଲିସ ସହିତ ମିଳିତ ଅପରେସନରେ, ଏକ କାରକୁ ଅଟକାଇ ୯.୯ କିଲୋଗ୍ରାମ ମେଥାମ୍ଫେଟାମାଇନ୍ ଟାବଲେଟ୍ ଥିବା ୧୦ ଟି ପ୍ୟାକେଟ୍ ଜବତ କରିଥିଲା। ଏହି ନିଷିଦ୍ଧ ସାମଗ୍ରୀକୁ ଗାଡିର ଡିକି ଭିତରେ ଏକ ସ୍ଥାନରେ ଲୁଚାଇ ରଖାଯାଇଥିଲା। ମଣିପୁରର ଚୁରାଚାନ୍ଦପୁରର ବାସିନ୍ଦା କାରର ଏକମାତ୍ର ଚାଳକଙ୍କୁ ଘଟଣା ସ୍ଥଳରେ ଗିରଫ କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି।

ସେହି ରାତି ପରେ, ଅନ୍ୟ ଏକ ଗୁଇନ୍ଦା ଅପରେସନରେ ଏନସିବି ଗୌହାଟୀ, ଆସାମ ପୋଲିସ ଏବଂ ସିଆରପିଏଫ୍‍ ଏକ ମହିନ୍ଦ୍ରା ଥାର୍ ଗାଡିକୁ ଅଟକାଯାଇଥିଲା। ଅଧିକାରୀମାନେ ଗାଡ଼ିର ଅତିରିକ୍ତ ଟାୟାର ଭିତରେ ଲୁଚାଇ ରଖାଯାଇଥିବା ୨୧ଟି ପ୍ୟାକେଟ୍ ରେ ପ୍ୟାକ୍ ହୋଇଥିବା ୨୦.୫ କିଲୋଗ୍ରାମ ମେଥାମଫେଟାମାଇନ୍ ଟାବଲେଟ୍ ଉଦ୍ଧାର କରିଥିଲେ। ଉଭୟ ଗାଡ଼ିର ଚାଳକ, ଯେଉଁମାନେ ମଧ୍ୟ ଚୁରାଚାନ୍ଦପୁରର ବାସିନ୍ଦା, ସେମାନଙ୍କୁ ଗିରଫ କରାଯାଇଛି। ଘଟଣାରେ ଜଡିତ ଅନ୍ୟମାନଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଚାଲିଛି।

ଏନ୍ସିବି ପୂର୍ବରୁ ମାର୍ଚ୍ଚ ୧୩, ୨୦୨୫ ରେ ଦୁଇଟି ଅପରେସନରେ ପ୍ରାୟ ୧୧୦ କେଜି ମେଥାମ୍ଫେଟାମାଇନ୍ ଟାବଲେଟ୍ ଜବତ କରିଥିଲା। ଆସାମର ସିଲଚରରେ ୭.୫ କିଲୋଗ୍ରାମ ଜବତ ଘଟଣାରେ ଏପର୍ଯ୍ୟନ୍ତ ମଣିପୁରର ମୋରେହ ନିବାସୀ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ମଣିପୁରର ଇମ୍ଫାଲ ନିକଟବର୍ତ୍ତୀ ଲିଲୋଙ୍ଗରେ ଜବତ ହୋଇଥିବା ୧୦୨.୫ କିଲୋଗ୍ରାମ ଜବତ ଘଟଣାରେ ଏପର୍ଯ୍ୟନ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ୩ଟି ଗାଡ଼ି ଜବତ କରାଯାଇଛି। ଆର୍ନ୍ତଜାତୀୟ ନିଶାଦ୍ରବ୍ୟ କାରବାର ସିଣ୍ଡିକେଟ୍ କୁ ଭାଙ୍ଗିବା ପାଇଁ ଏହି ପ୍ରସଙ୍ଗରେ ଅଧିକ ଅନୁସନ୍ଧାନ ମଧ୍ୟ ଚାଲିଛି ।

ଏନସିବି ସିଲିଗୁଡ଼ି, ଇଟାନଗର, ଅଗରତାଲା ଏବଂ ଇମ୍ଫାଲରେ ଏହାର ନବଗଠିତ ୪ଟି ଜୋନାଲ ୟୁନିଟ୍ ଏବଂ ଗୌହାଟୀରେ ଏକ ଆଞ୍ଚଳିକ ମୁଖ୍ୟାଳୟ ଜରିଆରେ ଅନ୍ୟ ଏଜେନ୍ସିମାନଙ୍କ ସହଯୋଗରେ ଏହି ଅଞ୍ଚଳରେ ସକ୍ରିୟ ଥିବା ନିଶାଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ କରୁଛି। ମାର୍ଚ୍ଚ ୨୦୨୫ ରେ ମିଜୋରାମ ପୋଲିସର ସହାୟତାରେ ମିଜୋରାମର ଆଇଜଲରେ ଏନସିବିର ଏକ କ୍ଷେତ୍ର କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି ଏବଂ ୨୪.୦୩.୨୦୨୫ ରେ ୧୦.୮୧୪ କେଜି ମେଥ ଜବତ କରିବାରେ ତୁରନ୍ତ ସଫଳତା ମିଳିଛି, ଯେଉଁଥିପାଇଁ ଏପର୍ଯ୍ୟନ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି, ଯେଉଁଥିରୁ ୨ ଜଣ ଅଭିଯୁକ୍ତ ମିଆଁମାରର। ଏହି ମାମଲାରେ ୪ଟି ଗାଡ଼ି ମଧ୍ୟ ଜବତ କରାଯାଇଛି। ଏହି ମାମଲାରେ ଅଧିକ ତଦନ୍ତ ମଧ୍ୟ ଆର୍ନ୍ତଜାତୀୟ ନିଶା କାରବାର ସିଣ୍ଡିକେଟ୍ କୁ ଭାଙ୍ଗିବା ପାଇଁ ଚାଲିଛି |

ଗତ ଏକ ମାସ ମଧ୍ୟରେ ଉତ୍ତର-ପୂର୍ବରେ ଏହି ୫ଟି ମେଥ୍‍ ଜବତ ମାଦକଦ୍ରବ୍ୟ ମୁକ୍ତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଅର୍ନ୍ତଜାତୀୟ ଏବଂ ଆନ୍ତଃରାଜ୍ୟ ଔଷଧ ନେଟୱାର୍କକୁ ସଫଳତାର ସହ ବ୍ୟାହତ କରିବା ଏନସିବିର ପ୍ରତିବଦ୍ଧତାର ଉଦାହରଣ।

HS

Release ID: 2120774

Categories
ଆଜିର ଖବର ଜାତୀୟ ଖବର

ନକ୍ସଲବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ଜିଲ୍ଲା ସଂଖ୍ୟା ମାତ୍ର ୬କୁ ହ୍ରାସ ପାଇଛି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ନକ୍ସଲ ମୁକ୍ତ ଭାରତ ଗଠନ ଦିଗରେ ଏକ ବିଶାଳ ପଦକ୍ଷେପ ଗ୍ରହଣ କରି ଆମ ଦେଶ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ଜିଲ୍ଲା ସଂଖ୍ୟା ୧୨ରୁ ମାତ୍ର ୬କୁ ହ୍ରାସ କରି ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି।

ସାମାଜିକ ଗଣମାଧ୍ୟମ ଏକ୍ସ  ପୋଷ୍ଟରେ ଅମିତ ଶାହ କହିଛନ୍ତି ଯେ ମୋଦୀ ସରକାର ନକ୍ସଲବାଦ ପ୍ରତି କଠୋର ଆଭିମୁଖ୍ୟ ସହିତ ଏକ ସଶକ୍ତ, ସୁରକ୍ଷିତ ଏବଂ ସମୃଦ୍ଧ ଭାରତ ନିର୍ମାଣ କରୁଛନ୍ତି। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲବାଦକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବାକୁ ଭାରତ ସଂକଳ୍ପବଦ୍ଧ।

ଦେଶରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୩୮ ଥିଲା। ଏମାନଙ୍କ ମଧ୍ୟରୁ ସର୍ବାଧିକ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨ରୁ ୬କୁ ହ୍ରାସ ପାଇଛି, ସମ୍ବେଦନଶୀଳ ଜିଲ୍ଲା ସଂଖ୍ୟା ମଧ୍ୟ ୯ରୁ ୬କୁ ହ୍ରାସ ପାଇଛି ଏବଂ ଅନ୍ୟାନ୍ୟ ମାଓ ହିଂସା ପ୍ରଭାବିତ ଜିଲ୍ଲା ସଂଖ୍ୟା ମଧ୍ୟ ୧୭ରୁ ୬କୁ ହ୍ରାସ ପାଇଛି।

ସମୁଦାୟ ନକ୍ସଲ ପ୍ରଭାବିତ ଜିଲ୍ଲାଗୁଡ଼ିକ ମଧ୍ୟରୁ ସବୁଠୁ ଅଧିକ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨ରୁ ୬କୁ ହ୍ରାସ ପାଇଛି, ଯେଉଁଥିରେ ଛତିଶଗଡ଼ର ୪ଟି ଜିଲ୍ଲା (ବିଜାପୁର, କାଙ୍କେର, ନାରାୟଣପୁର ଏବଂ ସୁକମା), ଝାଡ଼ଖଣ୍ଡର ୧ଟି (ପଶ୍ଚିମ ସିଂହଭୂମ) ଏବଂ ମହାରାଷ୍ଟ୍ର (ଗଡ଼ଚିରୋଲି)ର ଗୋଟିଏ ଜିଲ୍ଲା ଅନ୍ତର୍ଭୁକ୍ତ।

ସେହିପରି ସମୁଦାୟ ୩୮ଟି ପ୍ରଭାବିତ ଜିଲ୍ଲା ମଧ୍ୟରୁ ଗୁରୁତର ଭାବେ ପ୍ରଭାବିତ ଜିଲ୍ଲାବ୍ୟତୀତ ଅତିରିକ୍ତ ସମ୍ବଳ ଯୋଗାଇ ଦେବାକୁ ପଡ଼ୁଥିବା ଜିଲ୍ଲା ସଂଖ୍ୟା ୯ରୁ ୬କୁ ହ୍ରାସ ପାଇଛି। ଏହି ୬ଟି ଜିଲ୍ଲା ହେଲା ଆନ୍ଧ୍ରପ୍ରଦେଶ (ଅଲୁରି ସୀତାରାମ ରାଜୁ), ମଧ୍ୟପ୍ରଦେଶ (ବାଲାଘାଟ), ଓଡ଼ିଶା (କଳାହାଣ୍ଡି, କନ୍ଧମାଳ ଓ ମାଲକାନଗିରି) ଏବଂ ତେଲେଙ୍ଗାନା (ଭଦ୍ରାଦ୍ରି-କୋଠାଗୁଡେମ)।

ନକ୍ସଲବାଦ ବିରୋଧରେ ଲଗାତାର କାର୍ଯ୍ୟାନୁଷ୍ଠାନ ଯୋଗୁଁ ମାଓ ହିଂସା ପ୍ରଭାବିତ ଜିଲ୍ଲା ସଂଖ୍ୟା ମଧ୍ୟ ୧୭ରୁ ୬କୁ ହ୍ରାସ ପାଇଛି। ଏଥିରେ ଛତିଶଗଡ଼ (ଦାନ୍ତେଓ୍ଵାଡ଼ା, ଗରିଆବନ୍ଦ ଓ ମୋହଲା-ମାନପୁର-ଆମ୍ବାଗଡ଼ ଚୌକି), ଝାଡ଼ଖଣ୍ଡ (ଲାତେହାର), ଓଡ଼ିଶା (ନୂଆପଡ଼ା) ଏବଂ ତେଲେଙ୍ଗାନା (ମୁଲୁଗୁ) ଜିଲ୍ଲା ଅନ୍ତର୍ଭୁକ୍ତ।

ସର୍ବସାଧାରଣ ଭିତ୍ତିଭୂମିରେ ଥିବା ଅଭାବକୁ ପୂରଣ କରିବା ପାଇଁ ଭାରତ ସରକାର ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା (ଏସସିଏ) ନାମକ ଏକ ସ୍ୱତନ୍ତ୍ର ଯୋଜନା ଅଧୀନରେ ସର୍ବାଧିକ ପ୍ରଭାବିତ ଜିଲ୍ଲା ଏବଂ ସମ୍ବେଦନଶୀଳ ଜିଲ୍ଲାଗୁଡିକୁ ଯଥାକ୍ରମେ ୩୦ କୋଟି ଟଙ୍କା ଏବଂ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରନ୍ତି। ଏତଦ୍ ବ୍ୟତୀତ ଆବଶ୍ୟକତା ଅନୁଯାୟୀ ଏହି ଜିଲ୍ଲାଗୁଡ଼ିକ ପାଇଁ ସ୍ୱତନ୍ତ୍ର ପ୍ରକଳ୍ପ ମଧ୍ୟ ଯୋଗାଇ ଦିଆଯାଉଛି।

ବିଗତ ଏକ ବର୍ଷ ମଧ୍ୟରେ ବାମପନ୍ଥୀ ଉଗ୍ରବାଦ ସ୍ଥିତିରେ ଦ୍ରୁତ ଉନ୍ନତି ମୁଖ୍ୟତଃ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନୂତନ ସୁରକ୍ଷା ଶିବିର ପ୍ରତିଷ୍ଠା ଏବଂ ସରକାରଙ୍କ ରାସ୍ତା ସମ୍ପ୍ରସାରଣ, ପରିବହନ ସୁବିଧା, ପାଣି, ବିଜୁଳି ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ ଯୋଜନା ତଥା ଗ୍ରାମବାସୀଙ୍କ ପାଖରେ ପହଂଚିବା ଭଳି ବିକାଶମୂଳକ କାର୍ଯ୍ୟ ଯୋଗୁଁ ସମ୍ଭବ ହୋଇପାରିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

୨୭.୪ କୋଟିର ଡ୍ରଗ୍ସ ଜବତ: ସଫଳତା ପାଇଁ ଏନସିବି ଏବଂ ଦିଲ୍ଲୀ ପୋଲିସକୁ ଧନ୍ୟବାଦ ଦେଲେ ସ୍ବରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ବରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ନିଶା କାରବାର ବିରୋଧରେ ଆମର ଅବିରତ ଅଭିଯାନ ଜାରି ରହିଛି।

‘ଏକ୍ସ’ ପ୍ଲାଟଫର୍ମରେ ଏକ ପୋଷ୍ଟରେ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଲେଖିଛନ୍ତି ଯେ, “ମୋଦୀ ସରକାରଙ୍କ ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅଧୀନରେ, ଦିଲ୍ଲୀ-ଏନସିଆରରେ ଏକ ପ୍ରମୁଖ ନାର୍କୋ-ନେଟୱାର୍କର ପର୍ଦ୍ଦାଫାଶ ହୋଇଛି। ଏନସିବି ଏବଂ ଦିଲ୍ଲୀ ପୋଲିସ ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ କରି ୨୭.୪ କୋଟି ଟଙ୍କାର ମେଥାମ୍ଫେଟାମାଇନ୍, ଏମଡିଏମଏ ଏବଂ କୋକେନ୍ ଜବତ କରିଛନ୍ତି ଏବଂ ପାଞ୍ଚ ଜଣଙ୍କୁ ଗିରଫ କରିଛନ୍ତି। ଏହି ବଡ଼ ସଫଳତା ପାଇଁ ମୁଁ ଏନସିବି ଏବଂ ଦିଲ୍ଲୀ ପୋଲିସକୁ ପ୍ରଶଂସା କରୁଛି।”

ଅପରେସନର ବିବରଣୀ

ଦିଲ୍ଲୀର ଛତରପୁର ଅଞ୍ଚଳରେ ଉଚ୍ଚମାନର ମେଥାମ୍ଫେଟାମିନର କାରବାର ବିଷୟରେ ସୂଚନା ପାଇବା ପରେ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଏକ ମିଳିତ ଟିମ୍ କେତେକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖିଥିଲେ। ଟିମ୍ ଏକ ସନ୍ଦିଗ୍ଧ ଗାଡ଼ିକୁ ଅଟକାଇଥିଲା ଏବଂ ସେଥିରୁ ୫.୧୦୩ କିଲୋଗ୍ରାମ ଉଚ୍ଚମାନର କ୍ରିଷ୍ଟାଲ ମେଥାମ୍ଫେଟାମାଇନ୍ ଜବତ କରିଥିଲା, ଯାହାର ମୂଲ୍ୟ ୧୦.୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଗାଡ଼ିରେ ଯାତ୍ରା କରୁଥିବା ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିଲା, ସେମାନଙ୍କ ମଧ୍ୟରେ ନାଇଜେରିଆର ଏକ ପ୍ରଭାବଶାଳୀ ପରିବାରର ଚାରି ଜଣ ଆଫ୍ରିକୀୟ ନାଗରିକ ମଧ୍ୟ ଥିଲେ।

ଘଟଣାସ୍ଥଳରୁ କରାଯାଇଥିବା ଜେରା ଏବଂ ବୈଷୟିକ ତଦନ୍ତରୁ ଜଣାପଡିଛି ଯେ ନିଷିଦ୍ଧ ସାମଗ୍ରୀ ପଶ୍ଚିମ ଦିଲ୍ଲୀର ତିଲକ ନଗରରେ ଅବସ୍ଥିତ ଏକ ଆଫ୍ରିକାନ୍ ରୋଷେଇ ଘରରୁ ଅଣାଯାଇଥିଲା। ରୋଷେଇ ଘର ତଲାସି କରିବା ସମୟରେ ୧.୧୫୬ କିଲୋଗ୍ରାମ କ୍ରିଷ୍ଟାଲ ମେଥାମ୍ଫେଟାମାଇନ, ୪,୧୪୨ କିଲୋଗ୍ରାମ ଆଫଗାନ ହେରୋଇନ ଏବଂ ୫.୭୭୬ କିଲୋଗ୍ରାମ ଏମଡିଏମଏ (ଏକ୍ସଟାସି ବଟିକା) ଜବତ କରାଯାଇଥିଲା, ଯାହାର ମୋଟ ମୂଲ୍ୟ ୧୬.୪ କୋଟି ଟଙ୍କା ହେବ। ଏହା ସହିତ, ଗ୍ରେଟର ନୋଏଡାରେ ଏକ ଭଡା ଆପାର୍ଟମେଣ୍ଟରେ ତଲାସୀ ସମୟରେ ୩୮୯ ଗ୍ରାମ ଆଫଗାନ ହେରୋଇନ୍ ଏବଂ ୨୬ ଗ୍ରାମ କୋକେନ୍ ମଧ୍ୟ ଜବତ କରାଯାଇଥିଲା।

ତଦନ୍ତରୁ ଜଣାପଡିଛି ଯେ ଏହି ଗ୍ୟାଙ୍ଗ ଆଫ୍ରିକୀୟ ଯୁବକମାନଙ୍କୁ ନିଶା କାରବାରରେ ସାହାଯ୍ୟ କରୁଥିଲା ଏବଂ ଜାତୀୟ ରାଜଧାନୀ ଅଞ୍ଚଳ ଏବଂ ପଞ୍ଜାବର ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟରେ ପ୍ରବେଶ ପାଇଁ ଛାତ୍ର ଭିସା ହାସଲ କରୁଥିଲା। ଏପରି କିଛି ଛାତ୍ରଙ୍କ କ୍ଷେତ୍ରରେ, ଭିସା କେବଳ ଭାରତରେ ରହିବାର ଏକ ଉପାୟ ଥିଲା ଯେତେବେଳେ ସେମାନେ ସକ୍ରିୟ ଭାବରେ କ୍ରିପ୍ଟୋ କରେନ୍ସି (କ୍ରିପ୍ଟୋ କନଭର୍ସନ) ମାଧ୍ୟମରେ ନିଶା ଯୋଗାଣ ଏବଂ ଟଙ୍କା ହାସଲ କରିବାରେ ନିୟୋଜିତ ଥିଲେ। ଏହା ବ୍ୟତୀତ, ଏହି ଡ୍ରଗ୍ସ ସିଣ୍ଡିକେଟ୍‌ର ଯୋଗାଣକାରୀ ଓ କ୍ରେତା ଓ ଗ୍ରାହକମାନଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଚାଲିଛି।

ଏହି ଜବତ ଘଟଣା ଡ୍ରଗ୍ସ ନେଟୱାର୍କକୁ ଭାଙ୍ଗିବା ପାଇଁ ଏନସିବିର ଦୃଢ଼ ପ୍ରତିବଦ୍ଧତାର ଉଦାହରଣ। ନିଶା କାରବାର ବିରୋଧରେ ଲଢ଼େଇରେ ଏନସିବି ନାଗରିକଙ୍କ ସହଯୋଗ ଲୋଡ଼ିଛି। ଯେକୌଣସି ବ୍ୟକ୍ତି ମାନସଜାତୀୟ ନାର୍କୋଟିକ୍ସ ହେଲ୍ପଲାଇନ୍ ଟୋଲ୍ଫ୍ରି ନମ୍ବର ୧୯୩୩ କୁ କଲ୍ କରି ନିଶାଦ୍ରବ୍ୟ ବିକ୍ରୟ ସମ୍ପର୍କିତ ସୂଚନା ପ୍ରଦାନ କରିପାରିବେ।

Categories
ଆଜିର ଖବର ଜାତୀୟ ଖବର

ଭାରତର କୂଟନୀତିର ପ୍ରଭାବ: ବିଦେଶରେ ବନ୍ଦୀ ୧୦ ହଜାର ଭାରତୀୟଙ୍କୁ ମୁକୁଳାଇଛନ୍ତି ମୋଦୀ ସରକାର

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ସକାରାତ୍ମକ ଏବଂ ନିରନ୍ତର କୂଟନୈତିକ ପ୍ରୟାସ ଗତ ଦଶନ୍ଧି ମଧ୍ୟରେ ବିଭିନ୍ନ ଦେଶରେ ଫସି ରହିଥିବା ହଜାର ହଜାର ଭାରତୀୟ ନାଗରିକଙ୍କୁ ମୁକ୍ତି ଏବଂ କ୍ଷମା ପ୍ରଦାନ କରିବାରେ ସହାୟକ ହୋଇଛି। ଏହାର ସଦ୍ୟତମ ଉଦାହରଣ ହେଉଛି ୟୁଏଇ ଦ୍ୱାରା ୫୦୦ ଭାରତୀୟ କଏଦୀଙ୍କୁ କ୍ଷମା ପ୍ରଦାନ, ଯାହାକି ଭାରତ ଏବଂ ଉପସାଗରୀୟ ଦେଶ ମଧ୍ୟରେ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରତିଫଳିତ କରୁଛି।

୨୦୧୪ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ କୂଟନୈତିକ ଆଲୋଚନା ଏବଂ ଉଚ୍ଚସ୍ତରୀୟ ହସ୍ତକ୍ଷେପ ମାଧ୍ୟମରେ ବିଦେଶରେ ବନ୍ଦୀ ଥିବା ପ୍ରାୟ ୧୦,୦୦୦ ଭାରତୀୟଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରାଯାଇଛି। ଭାରତ ସବୁବେଳେ ବିଦେଶରେ ଥିବା ଭାରତୀୟ ନାଗରିକଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇଛି।

କୂଟନୀତିକ ପ୍ରୟାସ ମାଧ୍ୟମରେ ଭାରତୀୟ ନାଗରିକଙ୍କୁ ସୁବିଧାର କେତେକ ପ୍ରମୁଖ ଉଦାହରଣ ରହିଛି । ୟୁଏଇ ମୋଟ୍‌ ୨୭୮୩ ଜଣ ଭାରତୀୟ କଏଦୀଙ୍କୁ କ୍ଷମାଦାନ ଦେଇଛି। ରମଜାନ ୨୦୨୫ ପୂର୍ବରୁ ୟୁଏଇ ୫୦୦ରୁ ଅଧିକ ଭାରତୀୟ କଏଦୀଙ୍କୁ କ୍ଷମାଦାନ ଦେଇଛି। ପୂର୍ବରୁ ୨୦୨୪ରେ ଇଦ ଉଲ୍‌ ଫିତର ଏବଂ ୟୁଏଇର ଜାତୀୟ ଦିବସ ଅବସରରେ ଏହି ଦେଶ ୯୪୪ ଜଣ ଭାରତୀୟ କଏଦୀଙ୍କୁ ମୁକୁଳାଇଥିଲା। ୨୦୨୩ରେ ୟୁଏଇ ଅଧିକାରୀଙ୍କ ଦ୍ୱାରା ୭୦୦ରୁ ଅଧିକ ଏବଂ ୨୦୨୨ରେ ମୋଟ୍‌ ୬୩୯ ଜଣ ଭାରତୀୟ କଏଦୀଙ୍କୁ କ୍ଷମାଦାନ ଦିଆଯାଇଥିଲା।

ସେହିପରି ୨୦୧୯ରେ ସାଉଦୀ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ତାଙ୍କ ଭାରତ ଗସ୍ତ ଅବସରରେ ୮୫୦ ଜଣ ଭାରତୀୟ କଏଦୀଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହା ଏକ ଗୁରୁତ୍ୱପୂର୍ଣ୍ଣ କୂଟନୀତିକ ସଫଳତା ଥିଲା।

ଅନ୍ୟ ଏକ ଘଟଣାକ୍ରମରେ ୨୦୨୩ ମସିହାରେ ଭାରତୀୟ ନୌସେନାର ଆଠ ଜଣ ପୂର୍ବତନ ଅଧିକାରୀଙ୍କୁ କତରରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଭାରତ ସରକାରଙ୍କ କୂଟନୈତିକ ହସ୍ତକ୍ଷେପ ଯୋଗୁଁ ସେମାନଙ୍କ ଦଣ୍ଡାଦେଶ ହ୍ରାସ କରାଯାଇଥିଲା। ଏହାପରେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ମୁକ୍ତ କରାଯାଇଥିଲା।

ଇରାନ୍‌ ୨୦୨୪ରେ ୭୭ ଜଣ ଏବଂ ୨୦୨୩ରେ ୪୩ ଜଣ ଭାରତୀୟଙ୍କୁ ମୁକ୍ତ କରିଥିଲା। ଏମାନଙ୍କ ମଧ୍ୟରେ ୧୨ ଜଣ ମତ୍ସ୍ୟଜୀବୀ ସାମିଲ ଥିଲେ। ୨୦୧୯ରେ ବାହାରିନ ଏକ ମହତ ପ୍ରୟାସ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ଅବସରରେ ଜେଲରେ ବନ୍ଦୀ ଥିବା ୨୫୦ ଭାରତୀୟଙ୍କୁ ମୁକ୍ତ କରିଥିଲା। ୨୦୧୭ରେ କୁଏତର ଅମୀର କୂଟନୀତିକ ଆଲୋଚନା ପରେ ୨୨ ଜଣ ଭାରତୀୟଙ୍କୁ ମୁକ୍ତ କରିଥିଲା ଏବଂ ଅନ୍ୟ ୯୭ ଜଣଙ୍କ ଦଣ୍ଡ କମାଇଥିଲା।

ନିୟମିତ ହସ୍ତକ୍ଷେପ ଫଳରେ ଶ୍ରୀଲଙ୍କା ଗିରଫ କରିଥିବା ଭାରତୀୟ ମତ୍ସ୍ୟଜୀବୀଙ୍କୁ ଏକାଧିକ ବାର ମୁକ୍ତ କରିଛି । ୨୦୧୪ ପରଠାରୁ ଏବେ ସୁଦ୍ଧା ୩୬୯୭ ଜଣ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ମୁକ୍ତ କରିସାରିଛି । ନିୟମିତ ଭାବେ ଭାରତର କୂଟନୀତିକ ହସ୍ତକ୍ଷେପ କାରଣରୁ ୨୦୧୪ଠାରୁ ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ୨୬୩୯ ମତ୍ସ୍ୟଜୀବୀ ଏବଂ ୭୧ ଜଣ ସାଧାରଣ କଏଦୀଙ୍କୁ ମୁକ୍ତ କରିଛି।

ବିଶ୍ୱର ନେତାମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ସମ୍ପର୍କ କାରଣରୁ ଏଗୁଡ଼ିକ ମଧ୍ୟରୁ ଅନେକ ସଫଳତା ସମ୍ଭବ ହୋଇପାରିଛି। ଏହି ସଫଳ ହସ୍ତକ୍ଷେପଗୁଡ଼ିକ ଭାରତର କ୍ରମବର୍ଦ୍ଧିଷ୍ଣୁ ବିଶ୍ୱସ୍ତରୀୟ କୂଟନୈତିକ ପ୍ରତିଷ୍ଠା ଏବଂ ବିଦେଶରେ ଭାରତୀୟ ନାଗରିକମାନଙ୍କ ସୁରକ୍ଷା ପ୍ରତି ମୋଦୀ ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

Categories
ଆଜିର ଖବର ଜାତୀୟ ଖବର

ଏମଏସପି ତଳେ କୌଣସି କ୍ରୟ ନ ହେବା ଉପରେ ନିଶ୍ଚିତ କରନ୍ତୁ ରାଜ୍ୟ ସରକାର: କେନ୍ଦ୍ର କୃଷିମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ମୋଦୀ ସରକାର ଏକ କୃଷକ ହିତୈଷୀ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର କୃଷକମାନଙ୍କ ଉନ୍ନତି ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ ନିରନ୍ତର କାର୍ଯ୍ୟ କରୁଛନ୍ତି। ଏହି ଦିଗରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ରେ ଚାଷୀଙ୍କଠାରୁ ଉତ୍ପାଦ କିଣିବା କାର୍ଯ୍ୟ ମଧ୍ୟ କରାଯାଉଛି।

ଶ୍ରୀ ଚୌହାନ କହିଛନ୍ତି ଯେ, ଡାଲିରେ ଆତ୍ମନିର୍ଭରଶୀଳତା ଆମର ସଂକଳ୍ପ ଏବଂ ଏହି ପରିପ୍ରେକ୍ଷୀରେ, ପ୍ରମୁଖ ହରଡ଼ ଉତ୍ପାଦନକାରୀ ରାଜ୍ୟଗୁଡ଼ିକରେ ହରଡ଼ କ୍ରୟ କରାଯାଉଛି, ଏହି ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ଡାଲିର ଘରୋଇ ଉତ୍ପାଦନ ବୃଦ୍ଧି କରିବା, ଚାଷୀମାନଙ୍କୁ ଉତ୍ସାହିତ କରିବା ଏବଂ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ, ସରକାର ୨୦୨୪-୨୫ କ୍ରୟ ବର୍ଷ ପାଇଁ ମୂଲ୍ୟ ସହାୟକ ଯୋଜନା (ପିଏସଏସ) ଅଧୀନରେ ରାଜ୍ୟ ଉତ୍ପାଦନର ୧୦୦% ଦରରେ ହରଡ଼, ମୁଗ ଏବଂ ମସୁର ଡାଲି କ୍ରୟକୁ ଅନୁମୋଦନ କରିଛନ୍ତି।

ସେ ସୂଚନା ଦେଇଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ୨୦୨୫ ବଜେଟରେ ଘୋଷଣା କରିଛନ୍ତି ଯେ ଦେଶରେ ଡାଲି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ ୨୦୨୮-୨୯ ପର୍ଯ୍ୟନ୍ତ ଆଗାମୀ ଚାରି ବର୍ଷ ପାଇଁ ରାଜ୍ୟର ୧୦୦% ହରଡ଼, ମୁଗ ଏବଂ ମସୁର ଉତ୍ପାଦନ କରାଯିବ। ୨୦୨୪-୨୫ ଖରିଫ ଋତୁରେ ମୂଲ୍ୟ ସହାୟକ ଯୋଜନା ଅଧୀନରେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଉତ୍ତର ପ୍ରଦେଶରେ ହରଡ଼ କ୍ରୟକୁ ଅନୁମୋଦନ କରାଯାଇଛି। ଏହା ସହିତ, ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି, କର୍ଣ୍ଣାଟକ  ସରକାର ମଧ୍ୟ କ୍ରୟ ଅବଧି ୯୦ ଦିନରୁ ଆଉ ୩୦ ଦିନ ବୃଦ୍ଧି କରି ମେ ୧ ପର୍ଯ୍ୟନ୍ତ ଅନୁମତି ଦେଇଛି।

ଶିବରାଜ ସିଂହ ଚୌହାନ ସୂଚନା ଦେଇଛନ୍ତି ଯେ, ଆନ୍ଧ୍ର ପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନାରେ ନାଫେଡ୍ ଏବଂ ଏନସିସିଏଫ ମାଧ୍ୟମରେ ଏମଏସପିରେ କ୍ରୟ ଜାରି ରହିଛି ଏବଂ ୨୫ ମାର୍ଚ୍ଚ ୨୦୨୫ ସୁଦ୍ଧା ଏହି ରାଜ୍ୟଗୁଡ଼ିକରେ ମୋଟ ୨.୪୬ ଲକ୍ଷ ମେଟ୍ରିକ୍ ଟନ୍ ହରଡ କ୍ରୟ କରାଯାଇଛି, ଯାହା ଏହି ରାଜ୍ୟଗୁଡ଼ିକର ୧,୭୧,୫୬୯ ଚାଷୀଙ୍କୁ ଲାଭ ଦେଇଛି। ସେ କହିଛନ୍ତି ଯେ ଉତ୍ତର ପ୍ରଦେଶରେ ହରଡ଼ର ମୂଲ୍ୟ ବର୍ତ୍ତମାନ ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଅଛି।

କେନ୍ଦ୍ର କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଭାରତ ସରକାର କେନ୍ଦ୍ରୀୟ ନୋଡାଲ ଏଜେନ୍ସି ମାଧ୍ୟମରେ ଚାଷୀଙ୍କଠାରୁ ୧୦୦% ହରଡ଼ ସଂଗ୍ରହ କରିବାକୁ ପ୍ରତିବଦ୍ଧ। ସେହିପରି, ଆରଏମଏସ ୨୦୨୫ ସମୟରେ ଚଣା, ସୋରିଷ ଏବଂ ମସୁର କ୍ରୟକୁ ଅନୁମୋଦନ କରାଯାଇଛି। ପିଏମ-ଆଶା ଯୋଜନାକୁ ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ଅଧୀନରେ, ଚାଷୀଙ୍କଠାରୁ ଡାଲି ଏବଂ ତୈଳବୀଜ କ୍ରୟ ସର୍ବନିମ୍ନ ସହାୟକ ମୂଲ୍ୟରେ ଜାରି ରହିବ। ଆରଏମଏସ ୨୦୨୫ ପାଇଁ ମୋଟ ଅନୁମୋଦିତ ଚଣା ପରିମାଣ ୨୭.୯୯ ଲକ୍ଷ ମେଟ୍ରିକ୍ ଟନ୍ ଏବଂ ସୋରିଷ ୨୮.୨୮ ଲକ୍ଷ ମେଟ୍ରିକ୍ ଟନ୍। ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ରହିଛନ୍ତି ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଗୁଜରାଟ ଅନ୍ତର୍ଭୁକ୍ତ। ମସୁର ଡାଲିର ମୋଟ ଅନୁମୋଦିତ ପରିମାଣ ୯.୪୦ ଲକ୍ଷ ମେଟ୍ରିକ୍ ଟନ୍। ତାମିଲନାଡୁରେ କୋପ୍ରା (ମିଲିଂ ଏବଂ ବଲ) କ୍ରୟକୁ ମଧ୍ୟ ଅନୁମୋଦନ କରାଯାଇଛି। ପଞ୍ଜୀକରଣ ଏବଂ ପ୍ରକ୍ରିୟାକୁ ସରଳ କରିବା ପାଇଁ ସରକାର ନିଶ୍ଚିତ କରିଛନ୍ତି ଯେ ଚାଷୀମାନେ ନାଫେଡ୍ ଏବଂ ଏନସିସିଏଫ ପୋର୍ଟାଲ୍ ବ୍ୟବହାର କରିବେ।

ଶ୍ରୀ ଚୌହାନ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ, ମୁଁ ସମସ୍ତ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିଶ୍ଚିତ କରନ୍ତୁ ଯେ କୌଣସି କ୍ରୟ ଏମଏସପି ତଳେ ନହୁଏ। ଆମର ଲକ୍ଷ୍ୟ ହେଉଛି ଚାଷୀମାନଙ୍କୁ ଲାଭ ପହଞ୍ଚାଇବା ଏବଂ ଏହି ମହତ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ଆମେ କୌଣସି ସୁଯୋଗ ଛାଡ଼ିବୁ ନାହିଁ।

Categories
ଆଜିର ଖବର ଜାତୀୟ ଖବର

‘ବିଚ୍ଛିନ୍ନତାବାଦ ଏବେ କାଶ୍ମୀରୀରେ ଇତିହାସ ପାଲଟି ଯାଇଛି’: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, କାଶ୍ମୀରରେ ବିଚ୍ଛିନ୍ନତାବାଦ ଏବେ ଇତିହାସ ପାଲଟି ଯାଇଛି।

ଏକ୍ସରେ ପୋଷ୍ଟ କରି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ, ମୋଦୀ ସରକାରଙ୍କ ଏକୀକରଣ ନୀତି ଜାମ୍ମୁ-କାଶ୍ମୀରରୁ ବିଚ୍ଛିନ୍ନତାବାଦକୁ ବିଦା କରିଦେଇଛି। ହୁରିୟତ ସହିତ ଜଡିତ ଦୁଇଟି ସଂଗଠନ ବିଚ୍ଛିନ୍ନତାବାଦ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ଘୋଷଣା କରିଛନ୍ତି।

ଅମିତ ଶାହ କହିଥିଲେ ଯେ, ଭାରତର ଏକତାକୁ ସୁଦୃଢ଼ କରିବା ଦିଗରେ ଏହି ପଦକ୍ଷେପକୁ ସେ ସ୍ୱାଗତ କରନ୍ତି ଏବଂ ଏଭଳି ସମସ୍ତ ଗୋଷ୍ଠୀଙ୍କୁ ଆଗକୁ ଆସି ଚିରଦିନ ପାଇଁ ବିଚ୍ଛିନ୍ନତାବାଦ ଛାଡ଼ିବାକୁ ଅନୁରୋଧ କରିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ, ଏକ ବିକଶିତ, ଶାନ୍ତିପୂର୍ଣ୍ଣ ଏବଂ ଏକୀକୃତ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦୃଷ୍ଟି ପାଇଁ ଏହା ଏକ ବଡ଼ ବିଜୟ।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟସଭାରେ ଗୃହ ମନ୍ତ୍ରଣାଳୟର କାର୍ଯ୍ୟଧାରା ଉପରେ ଜବାବ ରଖିଲେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର କାର୍ଯ୍ୟଧାରା ଉପରେ ଏକ ଆଲୋଚନାର ଉତ୍ତର ରଖିଛନ୍ତି। ଦୁଇ ଦିନ ଧରି ଚାଲିଥିବା ଆଲୋଚନାର ଉତ୍ତର ଦେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୦ ବର୍ଷ ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଏବଂ ଏକ ସୁଦୃଢ଼ ବୈଧାନିକ ଢାଞ୍ଚା ପ୍ରତିଷ୍ଠା କରି ଆମ ସୁରକ୍ଷା କର୍ମୀଙ୍କ ମନୋବଳକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରିଛି।

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଏହି ଦେଶର ସୁରକ୍ଷା, ବିକାଶ ଏବଂ ସାର୍ବଭୌମତ୍ୱ ସର୍ବଦା ତିନୋଟି ପ୍ରମୁଖ ସମସ୍ୟା-ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ, ବାମପନ୍ଥୀ ଉଗ୍ରବାଦ ଏବଂ ଉତ୍ତର-ପୂର୍ବରେ ବିଦ୍ରୋହ ପରି ଆହ୍ୱାନର ସମ୍ମୁଖୀନ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ମୋଦୀ ସରକାର ଅଧୀନରେ ଆତଙ୍କବାଦ, ନକ୍ସଲବାଦ ଏବଂ ଉଗ୍ରବାଦ ସମାପ୍ତ ହେବାର ଦ୍ୱାରଦେଶରେ ରହିଛି।

କାଶ୍ମୀରରେ ଧାରା ୩୭୦ କାରଣରୁ ବିଚ୍ଛିନ୍ନତାବାଦ ତିଷ୍ଠି ରହିଥିଲା। ଶ୍ରୀ ଶାହ କହିଥିଲେ ଯେ ଏକ ବିଧାନ, ଏକ ନିଶାନ ଓ ଏକ ପ୍ରଧାନର ଏକ ନୂତନ ଯୁଗ ୫-୬ ଅଗଷ୍ଟ, ୨୦୧୯ରେ ଆରମ୍ଭ ହୋଇଥିଲା ଏବଂ ସେବେଠାରୁ କାଶ୍ମୀରକୁ ଭାରତ ସହିତ ସବୁଦିନ ପାଇଁ ଯୋଡ଼ିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ୨୦୦୪ରୁ ୨୦୧୪ ମଧ୍ୟରେ ୭୨୧୭ଟି ଆତଙ୍କବାଦୀ ଘଟଣା ଘଟିଥିଲା, କିନ୍ତୁ ୨୦୧୪ ରୁ ୨୦୨୪ ମଧ୍ୟରେ ଏହି ସଂଖ୍ୟା ୨,୨୪୨କୁ ହ୍ରାସ ପାଇଛି। ଶ୍ରୀ ଶାହ କହିଥିଲେ ଜାମ୍ମୁ ଓ କାଶ୍ମୀରରେ ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଥିବା ସେ କହିଥିଲେ।

ସେ ଶାହ କହିଥିଲେ ଯେ, ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଦେଶରୁ ନକ୍ସଲବାଦ ମୂଳପୋଛ ହୋଇଯିବ ବୋଲି ସେ ଦାୟିତ୍ୱର ସହ କହିବାକୁ ଚାହୁଁଛନ୍ତି। ସେ ବୁଝାଇଲେ ଯେ ଏହି ପ୍ରତିଶ୍ରୁତି ପଛରେ ମୋଦୀ ସରକାରଙ୍କ ୧୦ ବର୍ଷର କଠିନ ପରିଶ୍ରମ, ସୂକ୍ଷ୍ମ ଯୋଜନା, ବିକାଶ ପାଇଁ ଆଗ୍ରହ ଏବଂ ପାଣ୍ଠିର ଆବଣ୍ଟନ ରହିଛି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ସୁରକ୍ଷା ଗ୍ରୀଡକୁ ଏପରି ଭାବରେ ସୁଦୃଢ଼ କରାଯାଇଛି ଯେ କୌଣସି ସ୍ଥାନରେ ଶୂନ୍ୟସ୍ଥାନ ରହିବ ନାହିଁ। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ କହିଥିଲେ ୨୦୦୪ରୁ ୨୦୧୪ ମଧ୍ୟରେ ୧୬ ହଜାର ୪୬୩ ନକ୍ସଲ ହିଂସା ଘଟିଥିଲା କିନ୍ତୁ ଗତ ଦଶ ବର୍ଷ ମଧ୍ୟରେ ଏହା ୫୩% ହ୍ରାସ ପାଇଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ସରକାର ଉତ୍ତର-ପୂର୍ବ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟାର ସମାଧାନ କରିବା ଦିଗରେ ଅଗ୍ରସର ହେଉଛନ୍ତି। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦ ବିରୋଧରେ ଶୂନ୍ୟ-ସହନଶୀଳତା ନୀତିକୁ ସୁଦୃଢ଼ କରିବା ଲାଗି ଏକ ସୁଦୃଢ଼ ଆଇନଗତ ମୂଳଦୁଆ ପ୍ରଦାନ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ମୋଦୀ ସରକାର ଆତଙ୍କବାଦ କିମ୍ବା ଆତଙ୍କବାଦୀଙ୍କୁ ବରଦାସ୍ତ କରିବେ ନାହିଁ। କିଛି ଲୋକ ନିଜ ଠକେଇ ଏବଂ ଦୁର୍ନୀତିକୁ ଲୁଚାଇବା ପାଇଁ ଭାଷାକୁ ବ୍ୟବହାର କରୁଛନ୍ତି। ମୋଦୀ ସରକାରରେ ଦେଶରେ ବୋମା ବିସ୍ଫୋରଣ କରିବାର ସାହସ କାହାରି ପାଖରେ ନାହିଁ ବୋଲି ଶ୍ରୀ ଶାହ କହିଥିଲେ।

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ଆଗାମୀ ୩ ବର୍ଷ ମଧ୍ୟରେ ସାରା ଦେଶରେ ନୂଆ ଅପରାଧିକ ଆଇନ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବ। ଆଗାମୀ ୬ ମାସ ମଧ୍ୟରେ, ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ଆଣ୍ଟି-ଡ୍ରୋନ୍ ମଡ୍ୟୁଲ୍ ଦେଶ ସମ୍ମୁଖରେ ଉପସ୍ଥାପନ କରାଯିବ । ଏନଆଇଏ ୯୫ ପ୍ରତିଶତ ଦଣ୍ଡବିଧାନ ହାର ହାସଲ କରିଛି, ଯାହା ବିଶ୍ୱବ୍ୟାପୀ ଆତଙ୍କବାଦ ବିରୋଧୀ ସଂସ୍ଥାଗୁଡ଼ିକ ମଧ୍ୟରେ ସର୍ବାଧିକ ବୋଲି ସେ କହିଥିଲେ। ମୋଦୀ ସରକାର ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇ ଏହାର ସଦସ୍ୟମାନଙ୍କୁ ଗିରଫ କରି ଦେଶ ପାଇଁ ଏକ ବଡ଼ ବିପଦକୁ ଦୂର କରିଥିଲେ। ଯେଉଁମାନେ ନିଶାଦ୍ରବ୍ୟ କାରବାରରୁ ଅର୍ଥ ଉପାର୍ଜନ କରନ୍ତି ଏବଂ ସେହି ଅର୍ଥକୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରନ୍ତି, ମୋଦୀ ସରକାର ସେମାନଙ୍କୁ କଦାପି ଛାଡ଼ିବେ ନାହିଁ ବୋଲି ଶ୍ରୀ ଶାହ ଦୃଢ଼ତାର ସହ କହିଥିଲେ। ପଞ୍ଜାବର ଅସ୍ଥିରତା ସମ୍ପର୍କରେ ମତ ରଖି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, କିଛି ଲୋକ ପଞ୍ଜାବରେ ଭିନ୍ଦ୍ରନୱାଲା ହେବାକୁ ଚାହୁଁଥିଲେ, ଆମେ ସେମାନଙ୍କୁ ଆସାମର ଜେଲରେ ରଖିବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲୁ।

Categories
ଆଜିର ଖବର ଜାତୀୟ ଖବର

ଗ୍ରାମୀଣ ଏବଂ ଆଦିବାସୀ ସମ୍ପ୍ରଦାୟର ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କଲେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀର ଚାଣକ୍ୟପୁରୀସ୍ଥିତ ଗୁଜରାଟ ଭବନରେ ଗୁଜରାଟର ଡାଙ୍ଗ ଜିଲ୍ଲାର ସାଣ୍ଟୋକୋବା ଢୋଲକିଆ ବିଦ୍ୟା ମନ୍ଦିରର ଗ୍ରାମୀଣ ଏବଂ ଆଦିବାସୀ ସମ୍ପ୍ରଦାୟର ଛାତ୍ରଛାତ୍ରୀମାନଙ୍କ ସହ ଏକ ପ୍ରେରଣାଦାୟୀ ଶିକ୍ଷଣୀୟ ବାର୍ତ୍ତାଳାପ କରିଛନ୍ତି। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁପ୍ରାଣିତ ହେବା ଏବଂ ସେମାନଙ୍କ ଅନୁଭୂତି ବାଣ୍ଟିବାର ଏକ ଅନନ୍ୟ ସୁଯୋଗ ଥିଲା। ଯୁବକମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିବା ଏବଂ ସେମାନଙ୍କୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଏକ ଅଂଶ ହେଉଛି ଏହି ପଦକ୍ଷେପ।

ଏହି କାର୍ଯ୍ୟକ୍ରମ କେବଳ ଏହି ସମସ୍ତ ଗ୍ରାମୀଣ ଏବଂ ଆଦିବାସୀ ଛାତ୍ରମାନଙ୍କ ପାଇଁ ପ୍ରେରଣାର ଉତ୍ସ ଭାବରେ କାର୍ଯ୍ୟ କରିନଥିଲା, ବରଂ ଏହା ସେମାନଙ୍କୁ ଦେଶର ଗୃହମନ୍ତ୍ରୀଙ୍କ ସହ ଖୋଲାଖୋଲି କଥାବାର୍ତ୍ତା କରିବାର ସୁଯୋଗ ମଧ୍ୟ ପ୍ରଦାନ କରିଥିଲା।

ଏହି ଅବସରରେ ଅମିତ ଶାହା ଶିକ୍ଷା, ଯୁବ ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ଗଭୀର ବିଚାର ବ୍ୟକ୍ତ କରିଥିଲେ। ଏହି ବାର୍ତ୍ତାଳାପର ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣିତ କରିବା ଏବଂ ଶିକ୍ଷା ଓ କ୍ୟାରିୟର ସମ୍ବନ୍ଧୀୟ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବା। ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେବା ସମୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ କଠିନ ପରିଶ୍ରମ, ସମର୍ପଣ ଏବଂ ସଂକଳ୍ପର ଗୁରୁତ୍ୱ ଉପରେ ଜୋର ଦେଇଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ‘ଜନଜାତୀୟ ଗୌରବ ଦିବସ “ପାଳନ ହେଉ କିମ୍ବା ଭାରତର ରାଷ୍ଟ୍ରପତି ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ନିର୍ବାଚନ ହେଉ, ଏହି ନିଷ୍ପତ୍ତି ଆଦିବାସୀ ସମାଜର ଗୌରବକୁ ନୂତନ ଉଚ୍ଚତାକୁ ନେଇଯିବାରେ ସହାୟକ ହୋଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଆଦିବାସୀ ସମ୍ପ୍ରଦାୟର ଉନ୍ନତି ଏବଂ ସଶକ୍ତିକରଣ ହେଉଛି ଆମର ପ୍ରାଥମିକତା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିଁ ସ୍ୱାଧୀନତା ପରେ ଆଦିବାସୀ ସମ୍ପ୍ରଦାୟକୁ ସେମାନଙ୍କର ଯଥାର୍ଥ ସ୍ୱୀକୃତି ପ୍ରଦାନ କରିଛନ୍ତି।

ଅମିତ ଶାହ କହିଥିଲେ ଯେ ଛାତ୍ରଛାତ୍ରୀମାନେ ହେଉଛନ୍ତି ଦେଶର ପ୍ରଗତିର ମୂଳଦୁଆ ଏବଂ ସେମାନଙ୍କର କଠିନ ପରିଶ୍ରମ ଏବଂ ସମର୍ପଣ ଭାରତକୁ ନୂତନ ଶିଖରକୁ ନେଇଯିବ। ସେ ଛାତ୍ରଛାତ୍ରୀମାନଙ୍କୁ ଡାକ୍ତର, ଇଞ୍ଜିନିୟର ଏବଂ ପ୍ରଶାସନିକ ଅଧିକାରୀ ଭାବେ କ୍ୟାରିୟର କରିବାକୁ ଉତ୍ସାହିତ କରିଥିଲେ ଏବଂ କହିଥିଲେ ଯେ ଯଦି ସେମାନେ ଦେଶର ବିକାଶକୁ ନିଜର ଲକ୍ଷ୍ୟ ଭାବେ ଗ୍ରହଣ କରନ୍ତି, ତେବେ ସେମାନଙ୍କ ବ୍ୟକ୍ତିଗତ ବିକାଶ ସ୍ୱାଭାବିକ ଭାବେ ସୁନିଶ୍ଚିତ ହେବ। ତେଣୁ, ସେମାନଙ୍କର ପ୍ରାଥମିକ ଉଦ୍ଦେଶ୍ୟ ରାଷ୍ଟ୍ରର ବିକାଶ ପାଇଁ କାର୍ଯ୍ୟ କରିବା ହେବା ଉଚିତ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କହିଛନ୍ତି ଯେ ମୋଦୀ ସରକାର ୫୦%ରୁ ଅଧିକ ଅନୁସୂଚିତ ଜନଜାତି ଜନସଂଖ୍ୟା ଥିବା ପ୍ରତ୍ୟେକ ବ୍ଲକରେ ଅତି କମରେ ୨୦,୦୦୦ ଆଦିବାସୀ ଥିବା ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରି ଆଦିବାସୀ ଛାତ୍ରମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛନ୍ତି। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଔଷଧ, ଇଞ୍ଜିନିୟରିଂ ଏବଂ ବୈଷୟିକ ଶିକ୍ଷା ଭଳି କ୍ଷେତ୍ରରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଭାଷା ଏକ ପ୍ରତିବନ୍ଧକ ହୋଇ ରହିଛି। ଏହାର ଜବାବରେ ମୋଦୀ ସରକାର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ମାତୃଭାଷାରେ ପରୀକ୍ଷା ଦେବା ପାଇଁ ବିକଳ୍ପ ପ୍ରଦାନ କରିଛନ୍ତି। ଶ୍ରୀ ଶାହ କହିଥିଲେ ଯେ ଏହି ନିଷ୍ପତ୍ତିଗୁଡ଼ିକ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଏକ ନୂତନ ଆଶା ପ୍ରଦାନ କରିଛି। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ସ୍ୱାଧୀନତା ପରେ ଛଅ ଦଶନ୍ଧି ମଧ୍ୟରେ ଦେଶରେ କେବଳ ଗୋଟିଏ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ଥିଲା, ଯେତେବେଳେ କି ଗତ ଦଶନ୍ଧି ମଧ୍ୟରେ ମୋଦୀ ସରକାରଙ୍କ ଅଧୀନରେ ଦୁଇଟି ନୂତନ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି।

ଛାତ୍ରଛାତ୍ରୀମାନେ ଶିକ୍ଷା ଏବଂ କ୍ୟାରିୟର ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ ସେମାନଙ୍କର ଚିନ୍ତାଧାରା ବାଣ୍ଟିଥିଲେ। ଦେଶର ପ୍ରଗତିରେ ସେମାନେ କିପରି ଯୋଗଦାନ କରିପାରିବେ ସେ ସମ୍ପର୍କରେ ଶ୍ରୀ ଅମିତ ଶାହ ପରାମର୍ଶ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ, ରାଷ୍ଟ୍ର ନିର୍ମାଣରେ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଭାରତକୁ ଏକ ଅଗ୍ରଣୀ ରାଷ୍ଟ୍ରରେ ପରିଣତ କରିବାରେ ସେମାନଙ୍କ ସଫଳତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଦର୍ଶାଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ ଏବଂ ସଚ୍ଚୋଟତାର ସହ ସେମାନଙ୍କ ଲକ୍ଷ୍ୟ ହାସଲ କରିବା ପାଇଁ ଉତ୍ସାହିତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ସ୍ୱଚ୍ଛତା ଓ ସହରୀ ବିକାଶ ପାଇଁ ମୋଦୀ ସରକାରଙ୍କ ଉପଲବ୍ଧି ବିଷୟରେ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପ୍ରଥମ ଓ ଦ୍ୱିତୀୟ ପାଳି ଭଳି ତୃତୀୟ ପାଳିର ପ୍ରଥମ ୬ ମାସ ମଧ୍ୟରେ ଦେଶରେ ସ୍ୱଚ୍ଛତାର ପ୍ରସାର ଏବଂ ସହରୀ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା କେନ୍ଦ୍ର ଶିକ୍ଷା ଓ ଉତ୍ତର ପୂର୍ବାଞ୍ଚଳ ବିକାଶ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର କହିଛନ୍ତି। ଭୁବନେଶ୍ୱର ଠାରେ ଗଣମାଧ୍ୟମକୁ ବିବୃତି ଦେଇ ଶ୍ରୀ ମଜୁମଦାର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ୧୫ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ‘ସ୍ୱଭାବ ସ୍ୱଚ୍ଛତା ସଂସ୍କାର ସ୍ୱଚ୍ଛତା’କୁ ନେଇ ସମ୍ପୂର୍ଣ୍ଣ ଅଭିଯାନ ଆରମ୍ଭ କରିଥିଲେ । ସ୍ୱଚ୍ଛତା କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଗୁରୁତ୍ୱ ଦେଇ ସରକାର ସ୍ୱଚ୍ଛ ମିତ୍ରଙ୍କୁ ସମ୍ମାନ ଦେବା ଲାଗି ପଦକ୍ଷେପ ନେଇଥିଲେ। ଜନଭାଗିଦାରୀ ବଢ଼ାଇବା ପାଇଁ ସ୍ୱଚ୍ଛତା ଅଭିଯାନରେ ଚଳିତ ବର୍ଷ ୧୭ ଲକ୍ଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ।

ସେ ଆହୁରି କହିଥିଲେ, ୧୮ ଲକ୍ଷ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ୪୩ ଲକ୍ଷ ସଫେଇ ମିତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ବିଭିନ୍ନ ପର୍ବପର୍ବାଣୀକୁ ସ୍ୱଚ୍ଛତା ସହ ଯୋଡ଼ିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ବିଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ୬୪ ଲକ୍ଷରୁ ଅଧିକ ବ୍ୟକ୍ତିଗତ ଏବଂ ୬.୬୬ ଲକ୍ଷରୁ ଅଧିକ ସାର୍ବଜନୀନ ଶୌଚାଳୟ ନିର୍ମାଣ କରିଛନ୍ତି। ୨୦୧୪ ପୂର୍ବରୁ ବର୍ଜ୍ୟବସ୍ତୁ ସଂଗ୍ରହ ପ୍ରସାର ଖୁବ୍ କମ୍ ରହିଥିଲା। ଆମ ସରକାର ଆସିବା ପରେ ୯୩ ହଜାର ୬୦୦ରୁ ଅଧିକ ୱାର୍ଡରେ ବର୍ଜ୍ୟବସ୍ତୁ ସଂଗ୍ରହ ପ୍ରସାର ହୋଇଛି। ସାରା ଦେଶରେ ବର୍ଜ୍ୟବସ୍ତୁର ବ୍ୟବସ୍ଥିତ ସଂଗ୍ରହ ୯୭% ୱାର୍ଡରେ ପହଞ୍ଚି ପାରିଛି। ଏହା ସରକାର ବହୁତ ବଡ଼ ଉପଲବ୍ଧି ବୋଲି ସେ କହିଥିଲେ।

କେନ୍ଦ୍ର ମନ୍ତ୍ରୀ କହିଥିଲେ, ଦୀନଦୟାଲ ଉପାଧ୍ୟାୟ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଜରିଆରେ ୩୯.୩୯ ଲକ୍ଷ ଜୀବିକା ସୁଯୋଗ ସୃଷ୍ଟି କରାଯାଇଛି । ସହରରେ ବାସହୀନମାନଙ୍କୁ ଆଶ୍ରୟ ଦେବା ଲାଗି ୨ହଜାର ଆଶ୍ରୟସ୍ଥଳୀ ଖୋଲାଯାଇଛି ଯେଉଁଥିରେ ୧ ଲକ୍ଷ ୪୧ ହଜାରରୁ ଅଧିକ ବାସହୀନ ଲୋକ ରହିପାରିବେ। ସାଧାରଣ ଲୋକଙ୍କ ଜୀବନକୁ ସହଜ ଓ ସରଳ କରିବା ଲାଗି ଆମ ସରକାର କାମ କରୁଛନ୍ତି। ଦେଶରେ ୧୦୦ ସ୍ମାର୍ଟସିଟି ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ଏଥିରେ ୧ ଲକ୍ଷ ୬୭ହଜାର କୋଟିରୁ ଅଧିକ ଟଙ୍କା ନିବେଶ ପାଇଁ ବ୍ୟବସ୍ଥା କରାଯାଇଛି। ସ୍ମାର୍ଟସିଟିରେ ଆଧୁନିକ ପରିବହନ ଠାରୁ ଡିଜିଟାଲ ତଥ୍ୟ ପାଇଁ ଇଣ୍ଟିଗ୍ରେଟେଡ୍ କମାଣ୍ଡ ସେଣ୍ଟର ଖୋଲାଯାଇଛି। ଜନସାଧାରଣଙ୍କ ସୁରକ୍ଷା ପାଇଁ ଦେଶର ବିଭିନ୍ନ ସହରାଞ୍ଚଳରେ ୮୩ ହଜାରରୁ ଅଧିକ ସିସି ଟିଭି କ୍ୟାମେରା ଲଗାଯାଇଛି। ଏହାସହିତ ପ୍ରାୟ ୧୬ ଲକ୍ଷ ଏଲଇଡି ବଲବ ଲଗାଯାଇଛି।

ଶ୍ରୀ ମଜୁମଦାର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ ସ୍ୱନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହା ମାଧ୍ୟମରେ ସହରର ଉଠାଦୋକାନୀମାନଙ୍କୁ ବିନା ବନ୍ଧକରେ ବ୍ୟବସାୟ ପାଇଁ ଋଣ ଯୋଗାଇ ଦିଆଯାଉଛି। ଇତିମଧ୍ୟରେ ପିଏମ ସ୍ୱନିଧି ଯୋଜନାରେ ୩୦,୪୨୨ କୋଟି ଟଙ୍କାର ୯୪.୩୧ ଲକ୍ଷ ଋଣ ଯୋଗାଇ ଦିଆଯାଇଛି। ଏମାନଙ୍କ ମଧ୍ୟରେ ୪୫ ପ୍ରତିଶତ ମହିଳା, ୪୧% ଓବିସି, ଏସସି ୨୦%, ଏସଟି ୩% ଏବଂ ସଂଖ୍ୟାଲଘୁ ୩% ହିତାଧିକାରୀ ରହିଛନ୍ତି। ଉତ୍ତମ ପ୍ରଶାସନ ପାଇଁ ପିଏମ ସ୍ୱନିଧି ଯୋଜନା ପୁରସ୍କୃତ ହୋଇଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନୂଆଦିଲ୍ଲୀରେ ଭଗବାନ ବିର୍ସା ମୁଣ୍ଡାଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀର ବାନ୍ସେରା ପାର୍କରେ ଭଗବାନ ବିର୍ସା ମୁଣ୍ଡାଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲ, ଦିଲ୍ଲୀର ଲିୟୁଟନାଂଟ ଗଭର୍ଣର ଶ୍ରୀ ବିନୟ କୁମାର ସାକ୍ସେନା, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ୨୦୨୧ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ (ନଭେମ୍ବର ୧୫) କୁ ଜନଜାତୀୟ ଗୌରବ ଦିବସ (ଆଦିବାସୀ ଗୌରବ ଦିବସ) ଭାବରେ ପାଳନ କରାଯିବ। ଏହି ଦିନ ଭଗବାନ ବିର୍ସା ମୁଣ୍ଡା ଝାଡ଼ଖଣ୍ଡର ଏକ ଛୋଟ ଗାଁରେ ଜନ୍ମ ଗ୍ରହଣ କରିଥିଲେ। ଶ୍ରୀ ଶାହ କହିଛନ୍ତି ଯେ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆଗାମୀ ବର୍ଷ ଅର୍ଥାତ୍ ୧୫ ନଭେମ୍ବର, ୨୦୨୫ ପର୍ଯ୍ୟନ୍ତ ଆଦିବାସୀ ଗୌରବ ବର୍ଷ ଭାବେ ପାଳନ କରାଯିବ। ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ମୋଦୀ ସରକାର ସରାଇ କାଲେ ଖାଁ ଛକର ନାମ ପରିବର୍ତ୍ତନ କରି ଭଗବାନ ବିର୍ସା ମୁଣ୍ଡା ଛକ କରିବାକୁ ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଭଗବାନ ବିର୍ସା ମୁଣ୍ଡା କେବଳ ତାଙ୍କ ମୂଳ ଆଦିବାସୀ ସଂସ୍କୃତିର ମୁକ୍ତିଦାତା ନୁହଁନ୍ତି, ବରଂ ତାଙ୍କର ୨୫ ବର୍ଷର ସ୍ଵଳ୍ପ ଜୀବନକାଳରେ ସେ ନିଜ ଜୀବନ କିପରି ବଞ୍ଚିବେ ଏବଂ ଆମ ଜୀବନରେ କ’ଣ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ରହିବା ଉଚିତ ତାହା ଦେଶର ଅନେକ ଲୋକଙ୍କୁ ବୁଝାଇଥିଲେ। ଭଗବାନ ବିର୍ସା ମୁଣ୍ଡା ନିଶ୍ଚିତ ଭାବେ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ମହାନ ନାୟକ ବୋଲି ସେ କହିଛନ୍ତି। ୧୮୭୫ ମସିହାରେ ଜନ୍ମଗ୍ରହଣ କରିଥିବା ଭଗବାନ ବିର୍ସା ମୁଣ୍ଡା ଅଳ୍ପ ବୟସରେ ମାଧ୍ୟମିକ ଶିକ୍ଷା ଗ୍ରହଣ ସମୟରେ ଧର୍ମ ପରିବର୍ତ୍ତନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଶ୍ରୀ ଶାହ କହିଥିଲେ ଯେ, ଯେତେବେଳେ ସମଗ୍ର ଭାରତ ଏବଂ ବିଶ୍ୱର ଦୁଇ ତୃତୀୟାଂଶ ଇଂରେଜ ଶାସନ କରୁଥିଲେ, ସେତେବେଳେ ବିର୍ସା ମୁଣ୍ଡା ଧର୍ମ ପରିବର୍ତ୍ତନ ବିରୋଧରେ ଦୃଢ଼ତାର ସହ ଠିଆ ହେବାର ସାହସ ପ୍ରଦର୍ଶନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଏହି ସଂକଳ୍ପ ଏବଂ ସାହସିକତା ତାଙ୍କୁ ଏହି ଦେଶର ଜଣେ  ନେତାରେ ପରିଣତ କରିଥିଲା। ରାଞ୍ଚିର ଜେଲରୁ ଇଂଲଣ୍ଡର ରାଣୀଙ୍କ ପର୍ଯ୍ୟନ୍ତ ଜାତୀୟ ନାୟକ ବିର୍ସା  ମୁଣ୍ଡା ଜୀ ଦେଶବାସୀଙ୍କ ସ୍ୱର ପାଲଟିଛନ୍ତି।

ଅମିତ ଶାହ କହିଥିଲେ ଯେ ଭଗବାନ ବିର୍ସା ମୁଣ୍ଡା ଏହି ଧାରଣାକୁ ପୁନର୍ଜୀବିତ କରିଥିଲେ ଯେ ଜଳ, ଜଙ୍ଗଲ ଏବଂ ଜମି ଆଦିବାସୀ ପରିବେଶ, ଜୀବିକା ଏବଂ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସେସବୁ ଆଦିବାସୀମାନଙ୍କ ପାଇଁ ସବୁକିଛି। ବିର୍ସା ମୁଣ୍ଡା ଆଦିବାସୀ ସମାଜରେ ବିଭିନ୍ନ ସଚେତନତା ସୃଷ୍ଟି କରିଥିବା ସମ୍ପର୍କରେ ସେ କହିଥିଲେ। ସେ ମଦ୍ୟପାନ, ଜମିଦାରଙ୍କ ଶୋଷଣ ବ୍ୟବସ୍ଥା ଓ ବ୍ରିଟିଶ ରାଜକୁ ବିରୋଧ କରିଥିଲେ ବୋଲି ଶ୍ରୀ ଶାହ ଉଲ୍ଲେଖ କରିଥିଲେ। ଦେଶର ଆଦିବାସୀ ସମାଜର ସାମାଜିକ ସଂସ୍କାର, ସ୍ୱାଧୀନତା ସଂଗ୍ରାମ ଓ ଧର୍ମାନ୍ତର ବିରୋଧୀ ଆନ୍ଦୋଳନ ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ନିକଟରେ ସମଗ୍ର ଦେଶ କୃତଜ୍ଞ ରହିବ ବୋଲି ଶ୍ରୀ ଶାହ କହିଛନ୍ତି।

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଭଗବାନ ବିର୍ସା ମୁଣ୍ଡା, ଯାହାକୁ  “ଧରତୀ ଆବା” (ପୃଥିବୀର ପିତା) ମଧ୍ୟ କୁହାଯାଏ, ତାଙ୍କ ଜୀବନକୁ ଦୁଇ ଭାଗରେ ବିଭକ୍ତ କରି ଦେଖାଯାଇପାରେ। ପ୍ରଥମ ଭାଗ ହେଉଛି ଆଦିବାସୀ ସଂସ୍କୃତିର ସୁରକ୍ଷା ଦିଗରେ ତାଙ୍କର ପ୍ରତିବଦ୍ଧତା ଏବଂ ଦ୍ୱିତୀୟ ଭାଗରେ ମାତୃଭୂମିର ସ୍ୱାଧୀନତା ଏବଂ ଏହାର ସୁରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେବାର ଉତ୍ସାହ। ମାତ୍ର ୨୫ ବର୍ଷ ବୟସରେ ଭଗବାନ ବିର୍ସା ମୁଣ୍ଡା ବ୍ରିଟିଶ ଶାସନ ବିରୋଧରେ ବିପ୍ଳବର ଜ୍ୟୋତି ପ୍ରଜ୍ୱଳନ କରି ଆଦିବାସୀଙ୍କ ଅବସ୍ଥା ପ୍ରତି କେବଳ ଦେଶ ନୁହେଁ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ସହ ନିଜ କାର୍ଯ୍ୟ ମାଧ୍ୟମରେ ଏପରି ଏକ କାହାଣୀ ଲେଖିଛନ୍ତି ଯେ ୧୫୦ ବର୍ଷ ପରେ ମଧ୍ୟ ଆଜି ସମଗ୍ର ଦେଶ ତାଙ୍କ ଆଗରେ ନତମସ୍ତକ ହେଉଛି।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ, ସାରା ଦେଶରେ ଇଂରେଜମାନଙ୍କ ବିରୋଧରେ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ସ୍ୱାଧୀନତା ପରେ ଏହି ମହାନ ବୀରମାନଙ୍କୁ ମନେ ରଖାଯାଇନଥିଲା। ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୦ କୋଟି ଟଙ୍କା ବ୍ୟୟରେ ଦେଶର ୨୦ ଜଣ ଆଦିବାସୀ ମହାନାୟକଙ୍କ ସଂଗ୍ରହାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଦ୍ୱାରା ପିଲାମାନେ ଏହି ମହାନ ବୀରମାନଙ୍କ ଜୀବନ ସହିତ ପରିଚିତ ହୋଇପାରିବେ।

ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ତିନୋଟି ସଂଗ୍ରହାଳୟ ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ରାଞ୍ଚିରେ ଭଗବାନ ବିର୍ସା ମୁଣ୍ଡା ସଂଗ୍ରହାଳୟ, ଜବଲପୁରରେ ଶଙ୍କର ଶାହ ଏବଂ ରଘୁନାଥ ଶାହ ସଂଗ୍ରହାଳୟ ଏବଂ ଛିନ୍ଦୱାଡାରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟକୁ ଉଦଘାଟନ କରିଛନ୍ତି। ଅବଶିଷ୍ଟ ସମସ୍ତ ସଂଗ୍ରହାଳୟ ୨୦୨୬ ସୁଦ୍ଧା ପ୍ରସ୍ତୁତ ହୋଇଯିବ।

ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଆଦିବାସୀଙ୍କ ଗୌରବ ପାଇଁ ଅନେକ କାମ କରିଛନ୍ତି। ସ୍ୱାଧୀନତାର ୭୫ ବର୍ଷ ପରେ ପ୍ରଥମ ଥର ପାଇଁ ମୋଦୀ ସରକାର ଜଣେ ଆଦିବାସୀଙ୍କୁ ରାଷ୍ଟ୍ରପତି ହେବାର ସୁଯୋଗ ଦେଇଛନ୍ତି। ଦ୍ରୌପଦୀ ମୁର୍ମୁ ଏକ ଗରିବ ଆଦିବାସୀ ପରିବାରର ଝିଅ ଏବଂ ଆଜି ସେ ଦେଶର ପ୍ରଥମ ନାଗରିକ ପଦବୀରେ ଅଧିଷ୍ଠିତ ହୋଇଛନ୍ତି। ଶ୍ରୀ ଶାହ କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦୀଙ୍କ ସରକାର ନକ୍ସଲବାଦକୁ ପ୍ରାୟ ନିପାତ କରିଛନ୍ତି, ଯାହା ଆଦିବାସୀ ଅଞ୍ଚଳରେ ବିକାଶକୁ ବାଧା ଦେଉଛି ଏବଂ ପିଲାମାନଙ୍କୁ ବିଭ୍ରାନ୍ତ କରୁଛି।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଆଦିବାସୀଙ୍କ ବିକାଶ ପାଇଁ ବିରୋଧୀ ଦଳ ସରକାରଙ୍କ ପାଖରେ ମାତ୍ର ୨୮,୦୦୦ କୋଟି ଟଙ୍କାର ବଜେଟ୍ ଥିବା ବେଳେ ମୋଦୀ ସରକାର ୨୦୨୪-୨୫ ବର୍ଷର ବଜେଟରେ ଆଦିବାସୀଙ୍କ ବିକାଶ ପାଇଁ ୧,୩୩,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ୨୬,୪୨୮ଟି ଆଦିବାସୀ ଗ୍ରାମରେ ସମସ୍ତ ମୌଳିକ ସୁବିଧା ସମ୍ପୂର୍ଣ୍ଣ ଭାବେ ଯୋଗାଇ ଦିଆଯାଇଛି। ଡିଷ୍ଟ୍ରିକ୍ଟ ମିନେରାଲ୍ସ ଫାଉଣ୍ଡେସନ ସ୍କିମ୍ ରେ ଆଦିବାସୀ ଅଂଚଳରେ ୯୭ ହଜାର କୋଟି ଟଙ୍କା ବଣ୍ଟନ, ୭୦୮ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ, ପ୍ରଧାନମନ୍ତ୍ରୀ ପିଭିଟିଜି ଉନ୍ନୟନ ମିଶନ ଅଧୀନରେ ୧୫ ହଜାର କୋଟି ଟଙ୍କା ଏବଂ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଅଧୀନରେ ୨୪ ହଜାର କୋଟି ଟଙ୍କା ୬୩ ହଜାର ଗାଁର ସମ୍ପୂର୍ଣ୍ଣ ବିକାଶ ପାଇଁ ପ୍ରଦାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଏକଦା ଅଣଦେଖାର ଶିକାର ହୋଇଥିବା ଜନଜାତି ସମାଜ ଆଜି ହେଉଛି ସଶକ୍ତ

ନୂଆଦିଲ୍ଲୀ: ସ୍ୱାଧୀନତା ପରବର୍ତ୍ତୀ ଭାରତରେ ଦୀର୍ଘ ଦଶନ୍ଧି ଧରି ଅବହେଳା, ଅଣଦେଖା ଏବଂ ଭେଦଭାବର ଶିକାର ହୋଇଥିବା ଜନଜାତି ସମାଜ ବିଗତ ୧୦ ବର୍ଷ ମଧ୍ୟରେ ସଶକ୍ତ ହୋଇଛି। ବର୍ତ୍ତମାନର କେନ୍ଦ୍ର ସରକାର ଜନଜାତି ବର୍ଗଙ୍କ ସାମାଜିକ-ଆର୍ଥିକ କଲ୍ୟାଣ ଓ ସଶକ୍ତିକରଣ ଦିଗରେ ସମର୍ପିତ ହୋଇ କାମ କରୁଛନ୍ତି।

୨୦୧୪ ପୂର୍ବରୁ ଭାରତର ଜନଜାତି ସମାଜ ଏକ କଠିନ ପରିସ୍ଥିତିର ସାମ୍ନା କରୁଥିଲା, କିନ୍ତୁ  ସେମାନଙ୍କ ସଂଘର୍ଷକୁ ଦେଶରେ ପ୍ରାୟତଃ ଅଣଦେଖା କରାଯାଉଥିଲା। ଅନେକ ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଆର୍ଥିକ ସୁଯୋଗ ଭଳି ମୌଳିକ ସୁବିଧା ସର୍ବନିମ୍ନ ଅଛି କିମ୍ବା ଆଦୌ ନଥିଲା। କିନ୍ତୁ ୨୦୧୪ ପରଠାରୁ ଏ କ୍ଷେତ୍ରରେ ପରିବର୍ତ୍ତନ ଆସିଛି। ମୋଦୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କେବଳ ଆଦିବାସୀ ସମ୍ପ୍ରଦାୟର ଆବଶ୍ୟକତାକୁ ସ୍ୱୀକାର କରିନାହିଁ ବରଂ ସେମାନଙ୍କ କଲ୍ୟାଣକୁ ତତ୍ପରତାର ସହ ପ୍ରାଥମିକତା ଦେଇଛି। ଶିକ୍ଷା, ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ଆର୍ଥିକ ସଶକ୍ତୀକରଣ ପର୍ଯ୍ୟନ୍ତ, ଏହି ସମ୍ପ୍ରଦାୟଗୁଡ଼ିକ ଏବେ ଯେଭଳି ସମର୍ଥନ ଓ ପୁଞ୍ଜିନିବେଶ ପାଉଛନ୍ତି, ସେଥିରୁ ସେମାନେ ଦୀର୍ଘଦିନ ଧରି ବଞ୍ଚିତ ରହିଥିଲେ।

ଶିକ୍ଷାକୁ ଉଦାହରଣ ସ୍ୱରୂପ ଦେଖିଲେ, ଏକଦା ଆଦିବାସୀ ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇବାର ଆଶା କମ୍ ଥିଲା। ୨୦୧୪ ପୂର୍ବରୁ ଅଳ୍ପକିଛି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଥିଲା ଏବଂ ସେଥିରେ ଅଳ୍ପ ସମ୍ବଳ ଉପଲବ୍ଧ ଥିଲା । ମୋଦୀ ସରକାର ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବାରୁ ଏହି ବିଦ୍ୟାଳୟଗୁଡ଼ିକର ସଂଖ୍ୟାରେ ଯଥେଷ୍ଟ ସମ୍ପ୍ରସାରଣ ହୋଇଛି। ଏବେ ୭୧୫ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମଞ୍ଜୁର ହୋଇଥିବା ବେଳେ ୪୭୬ଟି କାର୍ଯ୍ୟକ୍ଷମ ହୋଇଛି। ଏଥିରେ ୧ ଲକ୍ଷ ୩୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏହି ବିଦ୍ୟାଳୟଗୁଡ଼ିକରେ ଆଧୁନିକ ସୁବିଧା, ଡିଜିଟାଲ କ୍ଲାସରୁମ୍ ଏବଂ କ୍ରୀଡ଼ା ଭିତ୍ତିଭୂମି ରହିଛି, ଯାହା ଆଦିବାସୀ ପିଲାମାନଙ୍କୁ ସହରାଞ୍ଚଳ ପିଲାଙ୍କ ସହ ସମାନ ଶିକ୍ଷାଦାନ ସୁନିଶ୍ଚିତ କରୁଛି। ୧୭,୦୦୦ କୋଟି ଟଙ୍କାର ଛାତ୍ରବୃତ୍ତି ୩ କୋଟିରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଅଧିକ ସଶକ୍ତ କରିଛି, ଯାହା ସେମାନଙ୍କୁ ଉଚ୍ଚଶିକ୍ଷା ଏବଂ ଉନ୍ନତ କ୍ୟାରିୟର ସୁଯୋଗ ପ୍ରଦାନ କରିଛି। ଏକଦା ଆଦିବାସୀ ଯୁବକମାନଙ୍କ ପାଇଁ ଯେଉଁ ରାସ୍ତା ବନ୍ଦ ମନେ ହେଉଥିଲା, ତାହା ଏବେ ବ୍ୟାପକ ଭାବେ ଖୋଲା ରହିଛି ଏବଂ ସେମାନେ ଏକ ସମ୍ଭାବନାରେ ପରିପୂର୍ଣ୍ଣ ଭବିଷ୍ୟତରେ ପାଦ ଥାପିଛନ୍ତି।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାହାଣୀ ମଧ୍ୟ କିଛି ଅଲଗା ନୁହେଁ। ୨୦୧୪ ପୂର୍ବରୁ ଜନଜାତି ସମାଜକୁ ସୀମିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମିଳୁଥିଲା। ଏବେ ଆଦିବାସୀ ଅଞ୍ଚଳର ଦୁର୍ଗମ କୋଣଅନୁକୋଣରେ ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ ପହଞ୍ଚିବା ସହିତ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେଉଛି। ଏହାବ୍ୟତୀତ ଆଦିବାସୀ ଅଞ୍ଚଳରେ ୧.୫ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି, ପରିମଳ ବ୍ୟବସ୍ଥାରେ ଉନ୍ନତି ଘଟିଛି ଏବଂ ରୋଗ ସଂକ୍ରମଣ ହ୍ରାସ ପାଇଛି। ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରାଥମିକତା ଦିଆଯାଉଛି, ଯାହା ସେମାନଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଛି।

ଆଦିବାସୀ ସମାଜକୁ ବ୍ୟାପକ ଭାବେ ପ୍ରଭାବିତ କରୁଥିବା ସିକଲ୍ ସେଲ୍ ଏନିମିଆ ଦୂର କରିବା ପାଇଁ ଦେଶବ୍ୟାପୀ ପ୍ରୟାସ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପାଲଟିଛି। ୨୦୨୩ରେ ଆରମ୍ଭ ହୋଇଥିବା ଜାତୀୟ ସିକଲ ସେଲ ଆନିମିଆ ବିଲୋପ ମିଶନରେ ୨୦୪୭ ସୁଦ୍ଧା ଏହି ରୋଗକୁ ସମ୍ପୂର୍ଣ୍ଣ ରୂପେ ସମାପ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନସୁଦ୍ଧା ୪.୬ କୋଟିରୁ ଅଧିକ ଆଦିବାସୀ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି। ସେମାନଙ୍କର ରୋଗ ନିରୂପଣ ଓ ଚିକିତ୍ସା କରାଯାଉଛି ଯାହା କିଛି ବର୍ଷ ପୂର୍ବେ ଏକ ଦୁଃସ୍ୱପ୍ନ ପରି ମନେ ହେଉଥିଲା। ୭ କୋଟି ଲୋକଙ୍କୁ ଯାଞ୍ଚ, ପରାମର୍ଶ ଓ ଚିକିତ୍ସା ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି।

ଜଙ୍ଗଲ ଅଧିକାର ଆଇନକୁ  କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବା ଦ୍ୱାରା ଆଦିବାସୀଙ୍କ ଜମି ଅଧିକାରକୁ ସ୍ୱୀକୃତି ଓ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ୨୦୧୪ ପୂର୍ବରୁ ଆଦିବାସୀ ସମାଜର ଲୋକମାନେ ସେମାନଙ୍କ ଜମି ଉପରେ ସ୍ୱଳ୍ପ ଅଧିକାର ପାଇଥିଲେ ଏବଂ ସବୁବେଳେ ଜବରଦଖଲ ଓ ବିସ୍ଥାପିତ ହେବାର ଭୟରେ ରହୁଥିଲେ। ସେମାନଙ୍କ ଜମି ଉପରେ ଏହି ନିୟନ୍ତ୍ରଣର ଅଭାବ ଦାରିଦ୍ର୍ୟ ଓ ସଂସ୍କୃତି ହରାଇବାର ଚକ୍ରକୁ ବଜାୟ ରଖିଥିଲା। କିନ୍ତୁ ମୋଦୀ ସରକାରଙ୍କ ଅମଳରେ ଏକ ଐତିହାସିକ ପରିବର୍ତ୍ତନ ଘଟିଛି। ଜଙ୍ଗଲ ଅଧିକାର ଆଇନକୁ ସକ୍ରିୟ ଭାବେ କାର୍ଯ୍ୟକାରୀ କରାଯାଇଛି, ଯାହାଫଳରେ ୧.୯ କୋଟି ଏକରରୁ ଅଧିକ ଅଞ୍ଚଳରେ ଆଦିବାସୀ ପରିବାରମାନଙ୍କୁ ୨୩ ଲକ୍ଷରୁ ଅଧିକ ଜମି ମାଲିକାନା ପ୍ରଦାନ କରାଯାଇଛି। ଏହି ଐତିହାସିକ ପଦକ୍ଷେପ ଆଦିବାସୀମାନଙ୍କୁ ସେମାନଙ୍କ ଜମିଚାଷ କରିବା, ପାରମ୍ପରିକ ଜୀବିକା ପାଳନ କରିବା ଏବଂ ବିସ୍ଥାପିତ ହେବାର ଭୟ ନ କରି ସେମାନଙ୍କ ପୈତୃକ ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ସଶକ୍ତ କରିଛି।

ଆର୍ଥିକ ସଶକ୍ତୀକରଣ ହେଉଛି ଅନ୍ୟ ଏକ କ୍ଷେତ୍ର ଯେଉଁଠାରେ ପରିବର୍ତ୍ତନ ଗଭୀର ହୋଇଛି। ୨୦୧୪ ପୂର୍ବରୁ ଆଦିବାସୀ ସମ୍ପ୍ରଦାୟ ନିଜର ଜୀବିକା ପାଇଁ ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରୁଥିଲେ କିନ୍ତୁ ଏହି ସମ୍ବଳଗୁଡ଼ିକୁ ପ୍ରଭାବଶାଳୀ ଭାବରେ ଉପଯୋଗ କରିବା ପାଇଁ ସେମାନଙ୍କ ପାଖରେ ସହାୟତା କିମ୍ବା ଉପାୟର ଅଭାବ ଥିଲା। ଆଜି ଜାତୀୟ ବାଉଁଶ ମିଶନ ଭଳି ପଦକ୍ଷେପ ଆଦିବାସୀଙ୍କ ଆର୍ଥିକ ଦୃଶ୍ୟପଟ୍ଟକୁ ନୂଆ ରୂପ ଦେଇଛି। ବାଉଁଶକୁ ଗଛ ଭାବରେ ବର୍ଗୀକରଣ କରି ସରକାର ଆଦିବାସୀ ପରିବାରମାନଙ୍କ ପାଇଁ ବାଉଁଶ ଅମଳ, ପ୍ରକ୍ରିୟାକରଣ ଏବଂ ବିକ୍ରୟ ପାଇଁ ନୂତନ ବାଟ ଖୋଲିଥିଲେ, ଯାହା ସେମାନଙ୍କୁ ରୋଜଗାରର ଏକ ସ୍ଥାୟୀ ଉତ୍ସ ପ୍ରଦାନ କରିଛି। ବନ ଧନ ବିକାଶ କେନ୍ଦ୍ର (ଭିଡିଭିକେ) ମଧ୍ୟ ୪୫ ଲକ୍ଷରୁ ଅଧିକ ଆଦିବାସୀ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଛି, ଯାହାକି ଜଙ୍ଗଲ ଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ସେମାନଙ୍କ ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିଛି। ପିଏମ-କିଷାନ ଅଧୀନରେ ପ୍ରାୟ ୧.୨ କୋଟି ଆଦିବାସୀ କୃଷକମାନେ ବର୍ତ୍ତମାନ ପ୍ରତ୍ୟକ୍ଷ ଆର୍ଥିକ ସହାୟତା ପାଉଛନ୍ତି, ଯାହା ସେମାନଙ୍କୁ କୃଷିରେ ପୁଞ୍ଜିନିବେଶ ଏବଂ ଉତ୍ପାଦକତାରେ ଉନ୍ନତି ଆଣିବା ପାଇଁ ସଶକ୍ତ କରୁଛି । ଏହି ପଦକ୍ଷେପ କେବଳ ଆଦିବାସୀ ଅର୍ଥବ୍ୟବସ୍ଥାକୁ ପରିବର୍ତ୍ତନ କରୁନାହିଁ; ସେମାନେ ଆତ୍ମନିର୍ଭରଶୀଳତା ଏବଂ ଦୀର୍ଘମିଆଦୀ ସମୃଦ୍ଧିର ମୂଳଦୁଆ ପକାଇଛନ୍ତି।

ଭିତ୍ତିଭୂମି ଦୃଷ୍ଟିରୁ, ବିଶେଷ କରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟ ଦୀର୍ଘ ଦିନ ଧରି ବିଚ୍ଛିନ୍ନ ହୋଇ ରହିଥିଲେ। ଦୁର୍ବଳ ସଡ଼କ ଯୋଗାଯୋଗ, ବିଶୁଦ୍ଧ ଜଳର ଅଭାବ ଏବଂ ଖରାପ ପରିବହନ ବ୍ୟବସ୍ଥା ସେମାନଙ୍କ ପାଇଁ ଦୈନନ୍ଦିନର ସଂଘର୍ଷ ଥିଲା। କିନ୍ତୁ ୨୦୧୪ ମସିହାରୁ ଏହି ଦୁର୍ଗମ ଅଞ୍ଚଳଗୁଡ଼ିକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବ୍ୟାପକ ପ୍ରୟାସ ଚାଲିଛି। ହଜାର ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି, ଆଦିବାସୀ ଗାଁଗୁଡ଼ିକୁ ସହରାଞ୍ଚଳ ସହ ସଂଯୋଗ କରାଯାଇଛି ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ବାଣିଜ୍ୟ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଛି। ଭିତ୍ତିଭୂମି ଉପରେ ସରକାର ଗୁରୁତ୍ୱ ଦେବା ଦ୍ୱାରା ଦଶନ୍ଧି ଧରି ରହିଥିବା ବ୍ୟବଧାନ ଦୂର ହୋଇଛି ଏବଂ ଆଦିବାସୀ ସମ୍ପ୍ରଦାୟ ସେମାନଙ୍କ ଆଖପାଖ ଦୁନିଆରୁ ଆଉ ବିଚ୍ଛିନ୍ନ ହେବେ ନାହିଁ।

ସାଂସ୍କୃତିକ ସ୍ୱୀକୃତି କ୍ଷେତ୍ରରେ ଆଦିବାସୀ ସମ୍ପ୍ରଦାୟରେ ବୋଧହୁଏ ସବୁଠୁ ସ୍ୱାଗତଯୋଗ୍ୟ ପରିବର୍ତ୍ତନ ଆସିଛି। ବର୍ଷ ବର୍ଷ ଧରି ଆଦିବାସୀ ବୀରମାନଙ୍କ ଅବଦାନ ଓ ବଳିଦାନକୁ ବହୁମାତ୍ରାରେ ଭୁଲି ଯାଉଥିଲେ। କିନ୍ତୁ ଏବେ ମୋଦୀ ସରକାରଙ୍କ ଅମଳରେ ଏହି ଅନାଲୋଚିତ ସଂଗ୍ରାମୀମାନଙ୍କୁ ସମ୍ମାନିତ କରିବା ପାଇଁ ବ୍ୟାପକ ପ୍ରୟାସ ଆରମ୍ଭ ହୋଇଛି। ଭାରତର ସ୍ୱାଧୀନତା ସଂଗ୍ରାମରେ ମହାନ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ଅତୁଳନୀୟ ଅବଦାନ ଓ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ଜୟନ୍ତୀକୁ ବର୍ତ୍ତମାନ ଜନ ଜାତୀୟ ଗୌରବ ଦିବସ ଭାବରେ ପାଳନ କରାଯାଉଛି। ହବିବଗଞ୍ଜ ଭଳି ରେଳ ଷ୍ଟେସନର ନାମ ରାଣୀ କମଳାପତି ରେଳ ଷ୍ଟେସନ ରୂପେ ନାମିତ କରିବା ଏବଂ ଦେଶବ୍ୟାପୀ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ନିର୍ମାଣ ମଧ୍ୟ ଜନଜାତି ନାୟକମାନଙ୍କୁ ଯୋଗ୍ୟ ମାନ୍ୟତା ପ୍ରଦାନ କରିଛି।

ଭାରତର ଜନଜାତି ସମାଜ ଅବହେଳାରୁ ସଶକ୍ତୀକରଣ ଦିଗରେ ଗତି କରିବା କେବଳ ଏକ ପ୍ରତିଶ୍ରୁତି ନୁହେଁ- ଏହା ପ୍ରତିଦିନ ସରକାରୀ ନୀତି ଏବଂ ପଦକ୍ଷେପ ମାଧ୍ୟମରେ ଆକାର ନେଉଥିବା ଏକ ବାସ୍ତବତା। ଏକଦା ଆଦିବାସୀ ସମ୍ପ୍ରଦାୟର ଜୀବନରେ ସଂଘର୍ଷର ଯେଉଁ ପ୍ରାଧାନ୍ୟ ରହିଥିଲା, ତାହା ଏବେ ତତ୍ପରତା ଓ ଗୁରୁତ୍ୱ ଦିଆଯାଇ ସମାଧାନ କରାଯାଉଛି। ଏହାର ପରିଣାମ ସ୍ୱରୂପ ଭାରତର ଆଦିବାସୀ ଜନସଂଖ୍ୟା ପାଇଁ ଏକ ଉଜ୍ଜ୍ୱଳ ତଥା ଅଧିକ ସମାବେଶୀ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ସାଂସଦ ଡ. ସମ୍ବିତ ପାତ୍ରଙ୍କ ପ୍ରୟାସରେ ପୁରୀରେ ସାମାଜିକ ଅଧିକାରିତା ଶିବିର

ପୁରୀ: ପୁରୀ ସାଂସଦ ଡ. ସମ୍ବିତ ପାତ୍ରଙ୍କ ପ୍ରୟାସ ଫଳରେ ଆଜି ପୁରୀର ଭୋଳନାଥ ବିଦ୍ୟାପୀଠରେ ସାମାଜିକ ନ୍ୟାୟ ଏବଂ ଅଧିକାର ମନ୍ତ୍ରାଳୟ ପକ୍ଷରୁ ଏକ ବିଶେଷ ‘ସାମାଜିକ ଅଧିକାରିତା ଶିବିର’ ଆୟୋଜିତ ହୋଇଥିଲା। ଏହି ଶିବିରରେ କେନ୍ଦ୍ରମନ୍ତ୍ରୀ ବି.ଏଲ. ବର୍ମା ଏବଂ ଡ. ସମ୍ବିତ ପାତ୍ର ମିଳିତ ଭାବରେ ପୁରୀ ଲୋକସଭା କ୍ଷେତ୍ରର ବହୁ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକମାନଙ୍କୁ ସହାୟକ ଉପକରଣ ବିତରଣ କରିଥିଲେ।

ଏହି ଅବସରରେ ଡ. ସମ୍ବିତ ପାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟି ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ ପାଇଁ ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ। ସେ କହିଥିଲେ, “ମୋଦୀ ସରକାର ଦିବ୍ୟାଙ୍ଗ ମାନଙ୍କ କଲ୍ୟାଣ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ମୁଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲି ଯେ ପୁରୀ ଲୋକସଭା କ୍ଷେତ୍ରରେ ଏହିଭଳି ଏକ ବୃହତ ଶିବିର ଆୟୋଜନ କରାଯାଉ।”

ଏହି ଶିବିରରେ ମୋଟ ୨୧୪୨ ଜଣ ଲାଭାର୍ଥୀଙ୍କୁ ୨.୩୩ କୋଟି ଟଙ୍କା ମୂଲ୍ୟର ୫୧୭୧ଟି ସହାୟକ ଉପକରଣ ବିତରଣ କରାଯାଇଛି। ଏହି ଉପକରଣଗୁଡ଼ିକ ମଧ୍ୟରେ ଶ୍ରବଣ ଯନ୍ତ୍ର, ଟ୍ରାଇସାଇକେଲ, ହ୍ୱିଲଚେୟାର, ବୈଶାଖୀ ଏବଂ ଅନ୍ୟାନ୍ୟ ସହାୟକ ଉପକରଣ ରହିଛି।

ଡ. ପାତ୍ର କହିଥିଲେ, “ମୁଁ ବ୍ୟକ୍ତିଗତ ଭାବେ ପୁରୀର ପ୍ରତିଟି ପଞ୍ଚାୟତରେ ପହଞ୍ଚି ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକମାନଙ୍କର ଆବଶ୍ୟକତା ବୁଝିଛି। ଆଜିର ଏହି ଶିବିର ସେମାନଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିବ।”ସେ ଆହୁରି ମଧ୍ୟ କହିଥିଲେ ଯେ ପୁରୀରେ ଏକ ସ୍ଥାୟୀ ‘ପ୍ରଧାନମନ୍ତ୍ରୀ ଦିବ୍ୟାଶା କେନ୍ଦ୍ର’ ସ୍ଥାପନ ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି, ଯାହା ଦ୍ୱାରା ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକମାନେ ସହଜରେ ସରକାରୀ ଯୋଜନାର ଲାଭ ପାଇପାରିବେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ବର୍ମା ଡ. ପାତ୍ରଙ୍କ ପ୍ରୟାସକୁ ପ୍ରଶଂସା କରି କହିଥିଲେ, “ସମ୍ବିତ ଭାଇ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ପ୍ରତି ସଦା ସଜାଗ। ତାଙ୍କ ଅନୁରୋଧକ୍ରମେ ଆମେ ଏହି ବୃହତ ଶିବିର ଆୟୋଜନ କରିପାରିଲୁ। ଆଗାମୀ ଦିନରେ ମଧ୍ୟ ଆମେ ପୁରୀ ଅଞ୍ଚଳରେ ଏଭଳି ଅଧିକ ଶିବିର କରିବାକୁ ପ୍ରସ୍ତୁତ ଅଛୁ।”

ଏହି ଅବସରରେ ପୁରୀ ବିଧାୟକ ସୁନୀଲ ମହାନ୍ତି, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଏବଂ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଶେଷରେ ଡ. ପାତ୍ର କହିଥିଲେ, “ମୋଦୀ ସରକାରଙ୍କ ନେତୃତ୍ୱରେ ଆମେ ପୁରୀକୁ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକ ବାନ୍ଧବ ଜିଲ୍ଲା ଭାବରେ ବିକଶିତ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହି ଦିଗରେ ଆମର ପ୍ରୟାସ ଅବ୍ୟାହତ ରହିବ।”

Categories
ଆଜିର ଖବର ଜାତୀୟ ଖବର

ମୋଦୀ ସରକାରଙ୍କ ନିଷ୍ପତ୍ତି: ଜାନୁୟାରୀ ୨୨ରେ ଅଧା ଦିନ ଛୁଟି ରହିବ ସରକାରୀ କାର୍ଯ୍ୟାଳୟ

ନୂଆଦିଲ୍ଲୀ: ରାମ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କେନ୍ଦ୍ରରେ ମୋଦୀ ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ, ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଜାନୁଆରୀ ୨୨ ତାରିଖରେ ସରକାରୀ କାର୍ଯ୍ୟାଳୟ ଅଧା ଦିନ ବନ୍ଦ ରହିବ। ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।

ସରକାର ତାଙ୍କ ଆଦେଶରେ କହିଛନ୍ତି ଯେ, ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁୟାରୀ ୨୨ ତାରିଖରେ ସମଗ୍ର ଭାରତରେ ପାଳନ କରାଯିବ। କର୍ମଚାରୀମାନଙ୍କୁ ଏହି ଉତ୍ସବରେ ଅଂଶଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭାରତର ସମସ୍ତ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରୀୟ ଅନୁଷ୍ଠାନ ଏବଂ କେନ୍ଦ୍ରୀୟ ଶିଳ୍ପ ପ୍ରତିଷ୍ଠାନ ଜାନୁୟାରୀ ୨୨ ତାରିଖ ଅପରାହ୍ନ ୨:୩୦ ପର୍ଯ୍ୟନ୍ତ ଚାଲିବ।