Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଡିଏସପିଙ୍କ ସମେତ ଦୁଇ ମୃତ

ଭୁବନେଶ୍ଵର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ୱାଗନର କାରକୁ ସାମ୍ନା ପଟୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ଜଣେ ଡିଏସପିଙ୍କ ସମେତ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ତକଙ୍କ ମଧ୍ୟରେ ଜଣେ ହେଲେ ଯାଜପୁର ପୋଲିସ ହେଡ଼ କ୍ୱାଟରରେ କାର୍ଯ୍ୟରତ ଥିବା ପୋଲିସ ଡିଏସପି ବଳରାମ ନାୟକ। ମୃତ ଡିଏସପି ଜଣକ କେନ୍ଦୁଝର ଜିଲ୍ଲା ଘଟଗାଁ ଗୋପପୁର ଅଂଚଳର ବୋଲି ଜଣାପଡିଛି। ଅନ୍ୟ ଜଣେ ମୃତକ ହେଲେ ଡିଏସପି ଶ୍ରୀ ନାୟକଙ୍କ ଭିଣୋଇ ପୂର୍ଣ୍ଣଚନ୍ଦ୍ର ନାୟକ।

ସୂଚନା ଯୋଗ୍ୟ ଯେ, ଡିଏସପି ଶ୍ରୀ ନାୟକ ମାତ୍ର ବର୍ଷେ ତଳେ ବାଲେଶ୍ବରରୁ ଯାଜପୁରକୁ ବଦଳି ହୋଇ ଆସିଥିଲେ। ମାତ୍ର ନିକଟରେ ଯାଜପୁରରୁ ତାଙ୍କର ଜଗତସିଂହପୁର ଜିଲ୍ଲାକୁ ଏସଡ଼ିପିଓ ବଦଳି ହୋଇଥିବା ସୂଚନା ମିଳିଛି। ଦୁଃଖର ବିଷୟ ଏହି କି ଆଜି ସନ୍ଧ୍ୟାରେ ତାଙ୍କୁ ଯାଜପୁର ଜିଲ୍ଲା ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଦେବାର କାର୍ଯ୍ୟକ୍ରମ ରହିଥିଲା। ସେ ତାଙ୍କ ବନ୍ଧୁଙ୍କ ସହିତ ପାଣିକୋଇଲି ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ସେପଟେ ପୋଲିସ ଘଟଣାସ୍ଥଳରୁ ଦୁଇଜଣଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲା। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଘଟଣାକୁ ନେଇ ପୋଲିସ ମୁଖ୍ୟାଳୟ ସମେତ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସରକାରଙ୍କୁ ଦାବିପତ୍ର

ଭୁବନେଶ୍ଵର: ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀର କଂଗ୍ରେସ ସଂଗଠନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପୂର୍ବତନ ବିଧାୟକ ତଥା ଓଡିଶାର ପୂର୍ବତନ ମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା ଶରତ କୁମାର ରାଉତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ନିକଟରେ ୧୦ ଦଫା ଦାବି ଉପସ୍ଥାପନ କରିଛନ୍ତି। ବିରୋଧରେ ବିଷୋଦଗାର କରିଛନ୍ତି ସୁକିନ୍ଦା ଅଞ୍ଚଳର କଂଗ୍ରେସ ନେତା।

କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିଭିନ୍ନ କଳକାରଖାନା ପାଇଁ ବିସ୍ଥାପିତ ହୋଇଥିବା ଆଦିବାସୀଙ୍କୁ ଉପଯୁକ୍ତ ଥଇଥାନ, ବିସ୍ଥାପିତ ଓ ସ୍ଥାନୀୟ ବେକାରଙ୍କୁ କାରଖାନାରେ ନିଯୁକ୍ତି ସୁଯୋଗ ପ୍ରଦାନ କରିବା, ଜଳବାୟୁ ପ୍ରଦୂଷଣ ନିୟନ୍ତ୍ରଣ, ଆନ୍ଦୋଳନକାରୀ ଆଦିବାସୀଙ୍କ ଉପରେ ଆକ୍ରମଣ ଓ ଜୁଲମ୍ ବନ୍ଦ କରିବା, ରାତିଅଧିଆ ଛଟେଇ ଧମକ ବନ୍ଦ କରିବା, କଳିଙ୍ଗନଗର ଅଞ୍ଚଳରେ ଟ୍ରାଫିକ୍ ନିୟନ୍ତ୍ରଣ ସମସ୍ୟା ଦୂରକରିବା ଓ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତାକୁ ଉପଲବ୍ଧି କରି ଏକ ସୁପର ସ୍ପେସିଆଲିଟି ହସପିଟାଲ କାର୍ଯ୍ୟକ୍ଷମ କରିବା ଆଦି ଦାବି ଗୁଡିକ ଏଥିରେ ସ୍ଥାନ ପାଇଛି। ଅବିଳମ୍ବେ ଦାବି ପୂରଣ ନକଲେ କଂଗ୍ରେସ ପକ୍ଷରୁ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ବିସ୍ଥାପିତ ଆଦିବାସୀ ନେତା, ବିସ୍ଥାପନ ବିରୋଧି ଆଦିବାସୀ ନେତ୍ରୀ, କଂଗ୍ରେସର ନେତୃବୃନ୍ଦ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସଫ୍ଟଓୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ଵର: ଆଜି ଯାଜପୁର ଜିଲ୍ଲା ତେନ୍ତୁଳିଖୁଣ୍ଟା ଠାରେ ସଫ୍ଟଓୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସଟିପିଆଇ) କେନ୍ଦ୍ରର ଉଦ୍‌ଘାଟନ ହୋଇଯାଇଛି। ଏହି ନୂତନ ଏସଟିପିଆଇ କେନ୍ଦ୍ରକୁ କେନ୍ଦ୍ର ରେଳବାଇ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନା ବୈଷ୍ଣବ ଉଦ୍ଘାଟନ କରିଛନ୍ତି। “ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍‌ ଓଡ଼ିଶା କନ୍‌କ୍ଲେଇ ୨୦୨୫”, ଜନତା ମୈଦାନ ଭୁବନେଶ୍ଵରରେ ଆୟୋଜିତ ଏକ ସ୍ୱତନ୍ତ୍ର କାଯକ୍ରମ ରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନି ବୈଷ୍ଣବ ଉପସ୍ଥିତ ରହି ଅଭାଷୀ ମାଧ୍ୟମରେ ଏହି କେନ୍ଦ୍ର ର ଶୁଭ ଉଦ୍ଘାଟନ କରିଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ସହ ମଞ୍ଚରେ ଓଡ଼ିଶା ସରକାରର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ମନ୍ତ୍ରୀ ଡ. ପୁକେଶ ମହାଲିଙ୍ଗ ମଧ୍ୟ ଉପସ୍ଥିତି ଥିଲେ।

ତେନ୍ତୁଳିଖୁଣ୍ଟା ଠାରେ ଆୟୋଜିତ ଭବ୍ୟ ଉଦ୍ଘାଟନ ସମାବେଶରେ ଓଡ଼ିଶାରୁ ଉଦ୍ୟୋଗ ଓ ଆଇଟି ଉସ୍ତାଟିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କୋରେଇ ବିଧାୟକ ଆକାଶ ଦାସନାୟକ, ଯାଜପୁର ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଓ ଏସଟିପିଆଇର ନିର୍ଦ୍ଦେଶକ ସୂର୍ଯ୍ୟ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଥାଉକି , ଏସଟିପିଆଇ-ଯାଜପୁର ର ତଳ ଏବଂ ଉପର ମହଲାରେ ପ୍ରାୟ 20,000 ବର୍ଗଫୁଟ ର ଅତ୍ୟାଧୁନିକ ଇନ୍‌କ୍ୟୁବେସନ୍‌ ଭତିଭୂମି ପ୍ରସ୍ତୁତ କରାଯାଇଛି।

ଏହାବ୍ୟତୀତ ଏସ୍ଟିପିପିଆଇ ଯାଜପୁରରେ ପ୍ଳଗ ଆଣ୍ଡ ପ୍ଲେ ଇନକ୍ୟୁବେସନ୍, ସମ୍ମିଳନୀ କକ୍ଷ, ମିଟିଂ ରୁମ ,ନେଟୱାର୍କ ଅପରେସନ୍ ସେଣ୍ଟର ଓ କ୍ୟାଫେଟେରିଆ ଆଦି ସୁବିଧା ରହିଛି। ଏସଟିପିଆଇ ଭବନ ନିର୍ମାଣ ପାଇଁ ଓଡ଼ିଶା ସରକାର 3 ଏକର ଜମି ଆବଣ୍ଟନ କରିବା ସହ ସରକାରୀ ଅନୁଦାନ ପ୍ରଦାନ କରିଛନ୍ତି। ଡିଜିଟାଲ ଇଣ୍ଡିଆର ପରିକଳ୍ପନାକୁ ଆଗକୁ ବଢ଼ାଇବା ଏବଂ ବିକଶିତ ଭାରତ ସାକାର ଦିଗରେ ଏସଟିପିଆଇ-ଯାଜପୁର ଯୋଗଦାନ ରହିବ।

ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ପ୍ରମୁଖ ବିଜ୍ଞାନ ଏବଂ ପ୍ରଯୁକିବିଦ୍ୟା ସଂସ୍ଥା ଯାଜପୁରରେ ଆଇଟି ଶିଳ୍ପର ଆବଶ୍ୟକତା ପୁରଣ କରିବା ଏବଂ ଓଡ଼ିଶା ରାଜ୍ୟରୁ ଭଦ୍ଭାବନ ଲିଭିକ ଉଦ୍ୟୋଗ ଓ ଆଇଟି ଉତ୍ପାଟିକୁ ପ୍ରୋତ୍ସାହିତ କରିବା ପାଇଁ ଏହି ନୂତନ ଏସଟିପିଆଇ କେନ୍ଦ୍ର ସ୍ଥାପନ କରିଛି। ଓଡ଼ିଶାର ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ଓ ବାଲେଶ୍ବର ସମେତ ଏସଟିପିଆଇ ସମଗ୍ର ଦେଶରେ ୬୫ଟି କେନ୍ଦ୍ରକୁ ବୃଦ୍ଧି ପାଇଛି।

ଏସ୍ ଟିପିଆଇ ସ୍ଥାପନର ମୁଖ୍ୟ ଉଦ୍ଦେଶ୍ୟ ଏହି ଅଞ୍ଚଳର ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ଏହି ଅଞ୍ଚଳରୁ ଆଇଟି ସଫ୍ଟୱେୟାର ଏବଂ ସେବାର ରପ୍ତାନିକୁ ପ୍ରୋତ୍ସାହିତ କରିବା ବୋଲି କୋରେଇ ବିଧାୟକ ଆକାଶ ଦାସ ନାୟକ କହିଛନ୍ତି। ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ଆଇପିଆର ସୃଷ୍ଟି ଏବଂ ଉତ୍ପାଦ ବିକାଶ ଓ ଯୁବ ଟେକ୍ନୋ-ଉଦ୍ୟୋଗୀ ଏବଂ ଷ୍ଟାର୍ଟ-ଅପ୍ ମାନଙ୍କ ମଧ୍ୟରେ ଏକ ଏକ ଜୀବନ୍ତ ଇକୋସିଷ୍ଟମ ପ୍ରଦାନ ପାଇଁ ଏସ୍ ଟିପିଆଇ ସହଯୋଗ କରିବ ବୋଲି ଯାଜପୁର ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରାକ୍ଟର ଓଲଟି ଦୁଇ ଭଉଣୀ ମୃତ

ଭୁବନେଶ୍ଵର: ଯାଜପୁର ଜିଲ୍ଲା ବ୍ୟାସନଗର ଯୋଡାବର ଅଞ୍ଚଳର ଲୁଣତରା ନାଳ ନିକଟରେ ଅଘଟଣ ଘଟିଛି। ଧାନ ଆଣିବାକୁ ବିଲକୁ ଯାଉଥିବା ବେଳେ ମେସିନ ଓଲଟି ପଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ଯାଜପୁର ରୋଡ ମେଡିକାଲରେ ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର। ମୃତ ଦୁଇ ଭଉଣୀ ସ୍ଥାନୀୟ ମାଝିସାହି ଅଞ୍ଚଳର ଆଦିବାସୀ। ଟ୍ରାକ୍ଟର ଉପରେ ବସି ବିଲକୁ ଯାଉଥିଲେ ଦୁଇ ଭଉଣୀ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ପି.ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଦିନିକିଆ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ଭୁବନେଶ୍ଵର: ଯାଜପୁର ଜିଲ୍ଲା ଅକରପଡ଼ା ସ୍ଥିତ ପି.ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଦିନିକିଆ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟଙ୍କ ପୌରାହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ଓ ଜିଲ୍ଲା କ୍ରୀଡ଼ା ଅଧିକାରି ଫକିର ମୋହନ ଟୁଡୁ ଯୋଗ ଦେଇଥିଲେ।

ପ୍ରାରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ ମୁଖ୍ୟ ଅତିଥିଙ୍କୁ ସ୍ବାଗତ ଜଣାଇ ଥିଲେ ଏବଂ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଉତ୍ତମ ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ କ୍ରିଡାର ଆବଶ୍ୟକତା ଏବଂ ଗୁରୁତ୍ବପୂର୍ଣ୍ଣ ଭୂମିକା ସନ୍ଦର୍ଭରେ ମୁଖ୍ୟ ଅତିଥି ନବକୃଷ୍ଣ ଜେନା ନିଜ ବକ୍ତବ୍ୟରେ କହିଥିଲେ। ଏହା ପରେ ସାଂସ୍କୃତିକ ନୃତ୍ୟ ପରିବେଷଣରୁ ବାର୍ଷିକ କ୍ରୀଡାର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଥିଲା।

ଏହି ଅବସରରେ ଦୌଡ଼, କବାଡି,ଲମ୍ବଡିଆଁ, ଉଚ୍ଚଡିଆଁ, ଜାଭଲିନ୍ ଥ୍ରୋ,ଡିସ୍ କସ୍ ଥ୍ରୋ,ସଟ୍ ଫୁଟ୍ ଥ୍ରୋ ସମେତ ବିଭିନ୍ନ ଖେଳର ଆୟୋଜନ କରାଯାଇଥାଲା। କ୍ରୀଡ଼ା ଶିକ୍ଷକ କରନ୍ ଚିଲର୍ ଙ୍କ ତତ୍ତ୍ବାବଧାନରେ ଆୟୋଜିତ ବିଭିନ୍ନ ପ୍ରକାରର କ୍ରୀଡ଼ା ପ୍ରତିଯୋଗିତାର ସୁପରିଚାଳନାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଣ କର୍ମଚାରୀ ପ୍ରମୁଖ ସକ୍ରିୟ ଦାୟିତ୍ଵ ସମ୍ପାଦନା କରିଥିଲେ। ଆୟୋଜିତ ଉଦଯାପନ ସମାରୋହରେ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡ଼ାର କୃତୀ ପ୍ରତିଯୋଗୀଙ୍କୁ ମେଡାଲ୍ ଓ ସାର୍ଟିଫିକେଟ ପ୍ରଦାନ ପୂର୍ବକ ପୁରସ୍କାର ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଯାଜପୁର: କୋରେଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ୩ ମୃତ

ଭୁବନେଶ୍ବର: ଯାଜପୁର ଜିଲ୍ଲାର କୋରେଇ ରେଳ ଷ୍ଟେସନରେ ଆଜି ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ସକାଳ ପ୍ରାୟ ୬.୪୫ ସମୟରେ ଘଟିଥିଲା, ​​ଯେତେବେଳେ କିଛି ଲୋକ ପ୍ଲାଟଫର୍ମରେ ଏକ ଯାତ୍ରୀବାହୀ ଟ୍ରେନକୁ ଅପେକ୍ଷା କରିଥିଲେ। ଛତ୍ରପୁର ଅଭିମୁଖେ ଯାଉଥିବା ଏହି ଟ୍ରେନ୍ ଟି ଲାଇନଚ୍ୟୁତ ହେବା ଯୋଗୁଁ ଏଏହାର ଆଠଟି କୋଚ୍ ପ୍ଲାଟଫର୍ମ ଏବଂ ୱେଟିଂ ହଲ୍ ଉପରେ ଚଢିଯାଇଥିଲା। ଯାହାଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲାମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଏହି ଘଟଣାରେ କିଛି ଲୋକ ଗୁରୁତର ଆହତ ହୋଇଛନ୍ତି ଏବଂ ଷ୍ଟେସନ ବିଲଡିଂ ନଷ୍ଟ ହୋଇଯାଇଛି। ରେଳ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ତେବେ ଏହାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଟ୍ରେନ୍ ସେବା ଆଂଶିକ ପ୍ରଭାବିତ ହୋଇଛି। ଦୁର୍ଘଟଣା ଯୋଗୁଁ ଉଭୟ ଲାଇନକୁ ଅବରୋଧ କରାଯାଇଛି। ଘଟଣାସ୍ଥଳକୁ ରିଲିଫ୍ ଟ୍ରେନ୍ ଏବଂ ଏକ ମେଡିକାଲ୍ ଟିମ୍ କୁ ପୂର୍ବତଟ ରେଳବାଇ ପଠାଇଛି। ଏହି ଘଟଣାରେ ପ୍ରାଣ ହରାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ନୋଟିସ: ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ଭୁବନେଶ୍ଵର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବିଧାୟିକାଙ୍କୁ ଜିଲ୍ଲାପାଳ ନୋଟିସ ପଠାଇଛନ୍ତି। ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଜିଲ୍ଲାପାଳ ନୋଟିସ ପଠାଯାଇଛନ୍ତି। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଆଧାରରେ ନୋଟିସ ହୋଇଥିବା ସୂଚନା ରହିଛି। ପ୍ରଚାର ବେଳେ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ ତାଙ୍କ ଉପରେ ଅଭିଯୋଗ ହୋଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଯାଜପୁର ଜିଲ୍ଲା ୨୭ ନମ୍ବର ଜୋନରେ ପ୍ରଚାର କରିବା ସମୟରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଚାପ ପକାଉଥିବାର ଅଭିଯୋଗ ହୋଇଥିଲା। ଭୋଟ ନଦେଲେ କିଛି ସରକାରୀ ସୁବିଧା ମିଳିବ ନାହିଁ ବୋଲି ପ୍ରମିଳା କହୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲା। ପରେ ବିଞ୍ଝାରପୁର ଅଞ୍ଚଳରେ ତାଙ୍କୁ ଘୋର ବିରୋଧ କରାଯାଇଥିଲା। ତେଣୁ ଏହି ଘଟଣା ସାମନାକୁ ଆସିବା ପରେ ଯାଜପୁର ଜିଲ୍ଲାପାଳ ତାଙ୍କ ନିକଟକୁ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି।

କିନ୍ତୁ ଆଜି ସ୍ଥାନୀୟ ଲୋକ ଯାଜପୁର ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ କଳାପତାକା ପ୍ରଦର୍ଶନ କରିଥିବା ମଧ୍ୟ ସୂଚନା ମିଳିଛି। ଆଜି ପ୍ରଚାରରେ ଯିବା ସମୟରେ ବିଞ୍ଝାରପୁର ପ୍ରୀତିପୁର ରଣାସାହିରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହିତ ଲୋକମାନେ କଳାପତାକା ପଦର୍ଶନ କରିଥିଲେ ଓ ନାରାବାଜି ମଧ୍ୟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଯାଜପୁର ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, କହିଲେ ଏପରି କଥା

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଯାଜପୁର ଜିଲ୍ଲାଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକର କ୍ଷେତ୍ରସ୍ତରୀୟ ଅଗ୍ରଗତି ନିରୀକ୍ଷଣକରିବା ସହ ପ୍ରକଳ୍ପଗୁଡ଼ିକର ବିଭିନ୍ନ ପର‌୍ୟ୍ୟାୟ କାମ ଏବଂ ପୂର୍ଣ୍ଣାଙ୍ଗ ନିମନ୍ତେ ସମୟ ସୀମା ନିର୍ଦ୍ଧାରଣ କରିଛନ୍ତି ।

ଜିଲ୍ଲାରେ ପହଞ୍ଚିବା ପରେ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣାଧିନ ସଂପ୍ରସାରଣ ବ୍ଲକର ଅଗ୍ରଗତି କାର‌୍ୟ୍ୟ ପରିଦର୍ଶନ କରିଥିଲେ । କାର‌୍ୟ୍ୟାନ୍ୱୟନ ତ୍ୱରାନ୍ୱିତ କରି ୨୦୨୨ ଅଗଷ୍ଟମାସ ଶେଷସୁଦ୍ଧା କାର‌୍ୟ୍ୟପୂର୍ଣ୍ଣାଙ୍ଗ ପୂର୍ବକ ରୋଗୀ ସେବାରେ ନିୟୋଜିତ କରିବା ପାଇଁ ନିର୍ମାଣକାରୀ ସଂସ୍ଥା ଏବଂ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପରେପରେ ଶ୍ରୀ ମହାପାତ୍ର ନିର୍ମାଣାଧାନ ଯାଜପୁର ମେଡିକାଲ କଲେଜ, ଇନ୍ଡୋର ସ୍ପୋର୍ଟସ୍ କଂପ୍ଲେକ୍ସ୍, ମା’ ବିରଜା ମନ୍ଦିର ଚତୁପାର୍ଶ୍ୱ ଉନ୍ନୟନ ପ୍ରକଳ୍ପ ଏବଂ ବିରଜା ହାଇସ୍କୁଲ ରୂପାନ୍ତରଣ ପ୍ରକଳ୍ପ ଆଦି ପରିଦର୍ଶନ କରି ପ୍ରକଳ୍ପ ଗୁଡ଼ିକର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିଥିଲେ ।
ପ୍ରାୟ ୪୨୬ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଉଥିବା ଏହି ମେଡିକାଲ କଲେଜର କାଯ୍ୟ ୨୦୨୩ ମସିହା ଜୁନ୍ ମଧ୍ୟରେ ସାରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ପ୍ରାୟ ୧୪.୪୦ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ନିର୍ମାଣ ହେଉଥିବା ଇନ୍ଡୋର ସ୍ପୋର୍ଟସ୍ କଂପ୍ଲେକ୍ସ, ଏବଂ ୬.୫ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ କରାଯାଉଥିବା ମା ବିରଜା ମନ୍ଦିର ଚର୍ତୁପାର୍ଶ୍ୱ ଉନ୍ନୟନ କାଯ୍ୟ ୨୦୨୨ ମାର୍ଚ୍ଚ ସୁଦ୍ଧା ସାରିବା ପାଇଁ ସମୟ ସୀମା ନିର୍ଦ୍ଧାରଣ କରିଥିଲେ ।

ଏହି ଗସ୍ତକାଳରେ ମହାପାତ୍ର ବିରଜା ଉଚ୍ଚ ଇଂରାଜୀ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ରୂପାନ୍ତରଣ ପ୍ରକଳ୍ପର ଅଗ୍ରଗତି ନିରୀକ୍ଷଣ କରିଥିଲେ । ବିଦ୍ୟାଳୟର ସ୍ମାର୍ଟ କ୍ଲାସ୍ ରୁମ୍, ଇ-ଲାଇବ୍ରେରୀ, ବିଜ୍ଞାନ ପରୀକ୍ଷାଗାର ଆଦି ପରିଦର୍ଶନ କରି ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ । ଏହିସବୁ ସୁବିଧାର ସର୍ବୋକୃଷ୍ଟ ବ୍ୟବହାର ପୂର୍ବକ ଛାତ୍ରଛାତ୍ରୀମାନଙ୍କୁ ଦେଶର ଯେକୌଣସି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସମକକ୍ଷକରି ଗଢ଼ିବା ପାଇଁ ମହାପାତ୍ର ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ ।

ଗସ୍ତ ସମୟରେ ଜିଲ୍ଲାପାଳ ରାଠୋର ଏବଂ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଆବଶ୍ୟକୀୟ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ ।